ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୩୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଦେଶରେ ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଏହା ସହିତ ଏଲପିଜି ଗ୍ୟାସ ଦରରେ ମଧ୍ୟ ବୃଦ୍ଧି ଘଟିଛି। ଏନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ତେବେ ଓଡିଶାରେ ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ତୈଳ ଓ ଏଲପିଜି ଗ୍ୟାସ ଦର ବୃଦ୍ଧି ପ୍ରତିବାଦ ସାଙ୍ଗକୁ ଦିଗହରା ହେଉଥିବା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଓଡ଼ିଶାସୀମାନ୍ତରେ ପଶି ଆନ୍ଧ୍ର ନିର୍ବାଚନ କରିବା ଭଳି ପ୍ରସଙ୍ଗକୁ କେନ୍ଦ୍ର କରି ଆଜି କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିଲା। ସକାଳ ୭ ଟାରୁ ଆରମ୍ଭ ହୋଇଥିବା ବନ୍ଦ ଦିନ ଗୋଟାଏ ଯାଏଁ ଚାଲିଥିଲା। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା। ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ଖୋର୍ଦ୍ଧା ଜିଲ୍ଲା ଉପସଭାପତି ପ୍ରଦିପ କୁମାର ସ୍ବାଇଁଙ୍କ ନେତୃତ୍ୱରେ…
ପିପିଲି, ପ୍ରଦେଶ କଂଗ୍ରେସ ତରଫରୁ ଡକାଯାଇଥିବା ଓଡିଶା ବନ୍ଦର ପ୍ରଭାବ ପିପିଲି ନିର୍ବାଚନ ମଣ୍ଡଳୀରେ ଜୋରଦାର ପରିଲକ୍ଷିତ ହୋଇଛି। ପିପିଲି ଡେଲାଙ୍ଗ କଂଗ୍ରେସ କର୍ମମାନେ ସକାଳୁ ସହର ପରିକ୍ରମା କରିବା ପରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଭୁବନେଶ୍ବରରୁ ପୁରୀ ଆଡକୁ ଯାଉଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କର୍ମିମାନେ ରାସ୍ତା ଉପରେ ଟାୟାର ଜାଲି ଏହି ଅବରୋଧ କରିଥିଲେ। ପୂର୍ବରୁ ଦଳ ତରଫରୁ ବନ୍ଦ କରାଯିବ ବୋଲି ଡାକରା ଦିଆଯାଇଥିଲା। ଫଳରେ ପୁରୀ ରାସ୍ତାରେ ଗାଡିମୋଟର ସଂଖ୍ୟା କମିଯାଇଥିଲେ ମଧ୍ୟ ବାହାରା ଯାତ୍ରୀମାନେ ଯିବାଆସିବା କରୁଥିଲେ। ଦିନ 1ଟା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ଉମରକୋଟ, ଆଜି ପ୍ରଦେଶ କଂଗ୍ରେସ ତରଫରୁ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି। ବିଶେଷ କରି ଗ୍ୟାସ, ପେଟ୍ରୋଲ ଏବଂ ଡିଜେଲ ବୃଦ୍ଧି ବିରୋଧରେ ଏହି ପ୍ରତିବାଦ କରାଯାଇଛି। ତେବେ ଉମରକୋଟ କଂଗ୍ରେସ ତରଫରୁ ଅଭିନବ ଢଙ୍ଗରେ ଏହି ବନ୍ଦ ପାଳନ କରାଯାଇଛି। ଜଣେ କର୍ମି ମୋଦୀଙ୍କ ବେଶରେ ଏକ ଶଗଡ ଉପରେ ବସି ସହର ପରିକ୍ରମା କରିଥିଲେ। ଏଥିରେ ଗ୍ୟାସ ସିଲିଣ୍ଡରକୁ ମଧ୍ୟ ପ୍ରତିକାତ୍ମକ ଭାବେ ରଖାଯାଇଥିଲା। ତେବେ ଶାନ୍ତି ଶୃଙ୍ଖଳା ସହିତ ଏହି ବନ୍ଦ ସଂପର୍ଣ୍ଣ ହୋଇଛି।
ନୂଆଦିଲ୍ଲୀ: ପେଟ୍ରୋଲ-ଡ଼ିଜେଲର ଦର ଦାମ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଲଗାତର ଦ୍ଵିତୀୟ ଦିନ ପ୍ରିମିୟମ ପେଟ୍ରୋଲ ଦାମ ୧୦୦ ଟଙ୍କା ଉପରେ ବିକ୍ରି ହୋଇଛି। କେବଳ ମଧ୍ୟପ୍ରଦେଶରେ ଏନେଇ ଲୋକ ଅସନ୍ତୋଷ ବ୍ୟକ୍ତ କରୁନାହାନ୍ତି, ଦେଶରେ ଅନେକ ରାଜ୍ୟରେ ଏହାକୁ ବିରୋଧ କରାଯାଇ ଆନ୍ଦୋଳନ କରାଯାଉଛି। ଓଡିଶାରେ ଆଜି କଂଗ୍ରେସ ପକ୍ଷରୁ ଏନେଇ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ହେଲେ ଆଜି ଦିଲ୍ଲୀରେ କଂଗ୍ରେସ ପକ୍ଷରୁ କେବଳ ଗ୍ୟାସ ସିଲିଣ୍ଡରର ବୃଦ୍ଧି ପ୍ରତିବାଦରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଦୀ ସରକାର ଚାଷୀମାନଙ୍କ ସହ ବର୍ବରତା କରିବା ପାଇଁ ଅଣ୍ଟା ଭିଡିଛି। କିନ୍ତୁ ଏବେ ମୋଦୀ ସରକାର ଦେଶର ପ୍ରତ୍ୟେକ ଗୃହିଣୀ ଏବଂ ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ରୋଷେଇ…
ଭୁବନେଶ୍ବର, ଦେଶରେ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ 6 ଘଣ୍ଟିଆ ବନ୍ଦ ପାଳନ କରିଛି। ଆଜି ସକାଳୁ କର୍ମିମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରି ଏହି ବନ୍ଦକୁ ସଫଳ କରାଇବା ପାଇଁ ଚେଷ୍ଠା କରିଛନ୍ତି। ରାଜଧାନୀ କଂଗ୍ରେସ ତରଫରୁ ଆଜି ସକାଳୁ ଭୁବନେଶ୍ବର ରେଳ ଷ୍ଟେସନରେ ଧାରଣ ଦିଆଯାଇଥିଲା। ଫଳରେ କିଛି ସମୟ ପାଇଁ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ସେହିପରି କଂଗ୍ରେସ ଭଭନରୁ ଏକ ରାଲି ବାହାରି ସଚିବାଳୟ ଆଡକୁ ଯାଇଥିଲା। କଂଗ୍ରେସ କର୍ମିମାନେ ସଚିବାଳୟ ଗେଟ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ସେହିପରି କଂଗ୍ରେସ କର୍ମିମାନେ ବିଭିନ୍ନ ସରକାରୀ ଅଫିସ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ। ଖୋର୍ଦ୍ଧା କଂଗ୍ରେସ ତରଫରୁ ମଧ୍ୟ ଏହି ବନ୍ଦ ଜୋରଦାର କରାଯାଇଛି। ଖୋର୍ଦ୍ଧା ଟାଉନରେ କର୍ମିମାନେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି।
ପାଟଣା: ବିହାର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ କଥା ଦେଖିବାକୁ ମିଳୁଛି। ବର୍ତ୍ତମାନ ସିପିଆଇ ନେତା ତଥା ଜେଏନୟୁର ପୂର୍ବ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ନେଇ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ବିହାରର ମନ୍ତ୍ରୀ ତଥା ଜେଡିୟୁ ନେତା ଅଶୋକ ଚୌଧୁରୀଙ୍କ ସହ କହ୍ନେୟା କୁମାର ସାକ୍ଷାତ କରିଛନ୍ତି। ଅଶୋକ ଚୌଧୁରୀଙ୍କ ବାସଭବନକୁ ଯାଇ କହ୍ନେୟା ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ଔପଚାରିକ ସାକ୍ଷାତ ବୋଲି କୁହାଯାଉଛି। ହେଲେ ସେପଟେ ବିହାର ରାଜନୀତିରେ ହଲଚଲ ବୃଦ୍ଧି ହୋଇଛି। ଏହି ସାକ୍ଷାତ ଏଭଳି ସମୟରେ ହୋଇଛି, ଯେଉଁ ସମୟରେ କହ୍ନେୟା କୁମାରଙ୍କ ବିରୋଧରେ ସିପିଆଇ ନିନ୍ଦା ପ୍ରସ୍ତାବ ଗୃହିତ କରିଛି। କହ୍ନେୟା କୁମାର ଜେଡ଼ିୟୁରେ ସାମିଲ ହେବା ଖବରକୁ ନେଇ ଦଳର ନେତା ଅଜୟ ଆଲୋକ ପ୍ରତିକ୍ରିୟା ରଖିଛନ୍ତି। ଆଲୋକ କହିଛନ୍ତି ଯେ, କହ୍ନେୟା କମ୍ୟୁନିଷ୍ଟ ଚିନ୍ତାଧାରାର ଲୋକ ଅଟନ୍ତି। ଯଦି ସେ ଏହି…
ଭୁବନେଶ୍ବର: ଆଜି ରାଜ୍ୟରେ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ୩୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୫୫୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୪୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍ ୮୮ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୭ ଜଣ, ବରଗଡ ଜିଲ୍ଲାରୁ ୧୦ ଜଣ, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୪ ଜଣ,…
ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓଡିଶା ବନ୍ଦ ଡକରା ଦେଇଛି। ଓଡିଶାର ସମସ୍ତ କଂଗ୍ରେସ କର୍ମୀ ସକାଳ ୭ ଟା ରୁ ୧ ଟା ପର୍ଯ୍ୟନ୍ତ ବନ୍ଦ ଡାକରାରେ ସାମିଲ ହୋଇ ସରକାର ବିରୋଧରେ ପ୍ରତିବାଦ କରୁଛନ୍ତି। ତେବେ ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରିଛି। ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ ବୋଲି ସେ କହିଛନ୍ତି। ଏହାସହିତ ତୈଳ ଦର ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ସେ ରାଜ୍ୟ ସରକାରକୁ କହିଛନ୍ତି। ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ, ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି।
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ପ୍ରମୁଖ ନଗର ଓ ସହରଗୁଡିକରେ ତାହାର ଦ୍ରୁତ ସମ୍ପ୍ରସାରଣ ଜାରି ରଖି ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ସମ୍ପ୍ରତି ରାଜ୍ୟର ୨୫ଟି ପ୍ରମୁଖ ନଗର ଓ ସହରର ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ସେବା ପ୍ରଦାନ ଆରମ୍ଭ କରିଛିି। ନିକଟରେ ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ ହେବା ସହିତ ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ନଗର ଓ ସହରାଂଚଳକୁ ତାହାର ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି। ବ୍ରହ୍ମପୁର ସହରରେ ଜିଓଫାଇବର ସେବା ଏବେ ଆଙ୍କୁଲି, ନିଗମ ନଗର,…
ଭୁବନେଶ୍ବର: କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋରଞ୍ଜନ ନାୟକଙ୍କୁ ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ‘ଜାତି ନନ୍ଦିଘୋଷ କନକ୍ଳେଭ’ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରଫେସର ନାୟକଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ସୋଆର ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ। ନନ୍ଦିଘୋଷ ଟିଭିର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ନନ୍ଦିଘୋଷ ଟଭି ଏକ ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମଭାବେ ସଫଳତାର ସହ କାମ କରିଚାଲିଛି। ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜବୁତ୍ କରିପାରିଛି। ଗଣତନ୍ତ୍ରରେ ମିଡିଆର ସବୁଠାରୁ ବଡ଼ ଦାୟିତ୍ୱ ହେଲା ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା କରିବା। ଲୋକଙ୍କ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଏହି ଚ୍ୟାନେଲ ର…
ବ୍ରହ୍ମପୁର: ଓଡ଼ିଶାର ଜଣେ ଯଶସ୍ୱୀ ଗାଳ୍ପିକ, ସ୍ତମ୍ଭକାର, ପ୍ରାବନ୍ଧିକ, ସାମ୍ବାଦିକ ଭାବରେ ତାଙ୍କର ଥିଲା ଅଜସ୍ର ସମ୍ମାନ। ଶ୍ରଦ୍ଧାର ପାତ୍ର ଥିଲେ ସାରା ଓଡ଼ିଶାର ସାହିତ୍ୟିକ ମହଲରେ। “ସମାଜ” ଦୈନିକ ଖବରକାଗଜର ସାମ୍ବାଦିକ ଭାବରେ ରାଉରକେଲା ସହରରେ ଥିଲେ ଜନପ୍ରିୟ। ସାପ୍ତାହିକୀରେ ପ୍ରକାଶ ପାଉଥିବା ତାଙ୍କର ପ୍ରବନ୍ଧ, ଆଲୋଚନା, ସ୍ତମ୍ଭ ଥିଲା ତାଙ୍କର ସ୍ୱତନ୍ତ୍ର ପରିଚୟ। କିଏ ଜାଣିଥିଲା ଏମିତି ଗୋଟିଏ ଶାଣିତ କଲମ ସ୍ୱର ନୀରବିଯିବ ଆକସ୍ମିକ, ହଁ ସଂଜୟ କୁମାର ରାଉଳ। ଆଧୁନିକ ଗଳ୍ପ ସାହିତ୍ୟର ଏକ ସ୍ୱର୍ଦ୍ଧିତ ଉଚ୍ଚାରଣ। ଆକସ୍ମିକ ଦୁର୍ଘଟଣାରେ ଦୁଇକନ୍ୟା ପତ୍ନୀ ସୁଜାତାଙ୍କୁ ଯୁବ ବୟସରେ ଛାଡ଼ି ଚାଲିଯାଇଥିଲେ। କିନ୍ତୁ ତାଙ୍କ ଗଳ୍ପ “ଆଖି ଯେଉଁ ଭାଷା କହେ” ସ୍ରଷ୍ଟା ଭାବରେ ସେ ଚିରଦିନ ଅମର ରହିବେ ସାହିତ୍ୟିକଙ୍କ ମନରେ। ଆଜି ବ୍ରହ୍ମପୁର ସର୍କିଟ ହାଉସ୍ ସଭା କକ୍ଷରେ ସଂଜୟ କୁମାର ରାଉଳଙ୍କ ଆଖି ଯେଉଁ ଭାଷା କହେ ପୁସ୍ତକ ଉନ୍ମୋଚନ ପର୍ବ ଭାଷା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୬୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯ ଲକ୍ଷ ୧୬ ହଜାର ୫୮୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୭୩୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୨୧ ହଜାର ୨୨୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୯ ହଜାର ୬୩୭ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ଦୀର୍ଘ ଦୁଇମାସ ଧରି ନୂଆ ଦିଲ୍ଲୀରେ ଚାଲିଛି ଚାଷୀ ଆନ୍ଦୋଳନ। ଯାହାକୁ ନେଇ ଦେଶ କାହିଁକି ବିଦେଶରେ ମଧ୍ୟ ଏହା ଉପରେ ସମାଲୋଚନା ଚାଲିଛି। ଏହିପରି ବଦନାମରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି। ଏହି ତିନୋଟି ଆଇନ ସଂପର୍କରେ ପ୍ରଚାର ପ୍ରସାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି। ବିଗତ କେତେ ମାସ ମଧ୍ୟରେ କେନ୍ଦ୍ର ସରକାର ଏହି କୃଷି ଆଇନ ସପକ୍ଷରେ ପ୍ରଚାର ପାଇଁ ପ୍ରାୟ 8 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କଂଗ୍ରେସ ସାଂସଦ ସୟଦ ନାସିର ହୁସେନ୍ଙ୍କୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଜ୍ୟସଭାକୁ କହିଛନ୍ତି ଯେ ନୂଆ କୃଷି ଆଇନ ସଚେତନତା ବିଜ୍ଞାପନ ପାଇଁ ତାଙ୍କ ମନ୍ତ୍ରଣାଳୟ 7 କୋଟି 25 ଲକ୍ଷ 57 ହଜାର 246 ଟଙ୍କା ଦେଇଛି। ଏହି ଟଙ୍କା ସେପ୍ଟେମ୍ବର 2020 ରୁ ଜାନୁୟାରୀ 2021…
ମକର – ଅଟକି ରହିଥିବା ଟଙ୍କା ମିଳିପାରିବ। ବିନିଯୋଗ ଶୁଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ଖୁସି ହେବ। ନିଜର ପ୍ରୟାସ ସଫଳ ହେବ। ସମାଜ ସମ୍ମାନ ଦେବ। ଠିକ୍ ସମୟରେ କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ବଢିବ । ବ୍ୟବସାୟ ଲାଭଜନକ ହେବ, ନୂତନ ଯୋଜନା ପ୍ରସ୍ତୁତ ହେବ। କୁମ୍ଭ- ନିଜ ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ସକ୍ରିୟ ହେବେ। ବ୍ୟବସାୟିକ କ୍ଷେତ୍ର ବିକାଶ ଏବଂ ବିସ୍ତାର ହେବ। ଉପହାର ମିଳିପାରେ। ପିଲାମାନଙ୍କର ଚିନ୍ତା ଦୂର ହେବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଟେନସନ ରହିବେ। ଅନ୍ୟମାନଙ୍କ ଝଗଡାରେ ପଶନ୍ତୁ ନାହିଁ।
ବିଛା- ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ । ଶୀଘ୍ର କ୍ଷତି ଘଟାଇବ । ଅନ୍ୟମାନଙ୍କ ଉପରେ ବିଶ୍ୱାସ ଆଘାତ କରିବ । କାର୍ଯ୍ୟ ବାଧାପ୍ରାପ୍ତ ହେବ । ପତ୍ନୀଙ୍କଠାରୁ ନିଶ୍ଚିତତା ପାଇବେ। ଆପଣଙ୍କର ନିଜ ନିଷ୍ପତ୍ତି ଲାଭଦାୟକ ହେବ । ମାନସିକ ସନ୍ତୁଷ୍ଟି, ସୁଖ ରହିବ । ନୂତନ ଚିନ୍ତାଧାରା, ଯୋଜନା ଉପରେ ଆଲୋଚନା ହେବ। ଅନ୍ୟମାନଙ୍କୁ ନକଲ କରନ୍ତୁ ନାହିଁ। ଧନୁ – ବୟସ୍କ ଲୋକମାନେ ସାହାଯ୍ୟ କରିବେ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ। ଆଜିର ଦିନଟି ଭଲ ରହିବ। ରୋଜଗାର ବୃଦ୍ଧି ପାଇବ । ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ପିଲାମାନଙ୍କର ଆଚରଣ ସାମାଜିକ ସ୍ଥିତି ହରାଇପାରେ । ଆଜି ବ୍ୟବସାୟରେ ନୂତନ ଚୁକ୍ତି କରନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିରୁ ଚାପଗ୍ରସ୍ତ ହେବ ।
ଧନୁ – ବୟସ୍କ ଲୋକମାନେ ସାହାଯ୍ୟ କରିବେ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ। ଆଜିର ଦିନଟି ଭଲ ରହିବ। ରୋଜଗାର ବୃଦ୍ଧି ପାଇବ । ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ପିଲାମାନଙ୍କର ଆଚରଣ ସାମାଜିକ ସ୍ଥିତି ହରାଇପାରେ । ଆଜି ବ୍ୟବସାୟରେ ନୂତନ ଚୁକ୍ତି କରନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିରୁ ଚାପଗ୍ରସ୍ତ ହେବ । ମକର – ଅଟକି ରହିଥିବା ଟଙ୍କା ମିଳିପାରିବ। ବିନିଯୋଗ ଶୁଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ଖୁସି ହେବ। ନିଜର ପ୍ରୟାସ ସଫଳ ହେବ। ସମାଜ ସମ୍ମାନ ଦେବ। ଠିକ୍ ସମୟରେ କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ବଢିବ । ବ୍ୟବସାୟ ଲାଭଜନକ ହେବ, ନୂତନ ଯୋଜନା ପ୍ରସ୍ତୁତ ହେବ।
କନ୍ୟା- ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ବଢିବ । ଯାତ୍ରା ଚିତ୍ତାକର୍ଷକ ହେବ । ବିନିଯୋଗ ଶୁଭ ହେବ। ବାହ୍ୟ ସାହାଯ୍ୟରେ କାର୍ଯ୍ୟ କରାଯିବ । ଭଗବାନଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଇବ । କାର୍ଯ୍ୟର ସୁସଙ୍ଗତତା ରହିବ। ଆପଣ ବୃତ୍ତିଗତ ଉନ୍ନତିର ଲାଭ ପାଇବେ । ତୂଳା- ଘର ବାହାରେ ସୁଖ ମିଳିବ। ବିବାହ ଶିଘ୍ର ହେବ। ବ୍ୟବସାୟ ଭଲ କରିବ । ଉପକୃତ ହେବେ । ବ୍ୟବସାୟ ଭଲ କରିବ। କାର୍ଯ୍ୟରେ ବିଳମ୍ବ ଚିନ୍ତା ସୃଷ୍ଟି କରିବ । ମାନସିକ ବିଭ୍ରାଟ ହେବ। ପାରିବାରିକ ଜୀବନ ସନ୍ତୋଷଜନକ ହେବ। ବିଛା- ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ । ଶୀଘ୍ର କ୍ଷତି ଘଟାଇବ । ଅନ୍ୟମାନଙ୍କ ଉପରେ ବିଶ୍ୱାସ ଆଘାତ କରିବ । କାର୍ଯ୍ୟ ବାଧାପ୍ରାପ୍ତ ହେବ । ପତ୍ନୀଙ୍କଠାରୁ ନିଶ୍ଚିତତା ପାଇବେ। ଆପଣଙ୍କର ନିଜ ନିଷ୍ପତ୍ତି ଲାଭଦାୟକ ହେବ ।
ସିଂହ- ସମ୍ପତ୍ତି କାରବାର ବଡ଼ ଲାଭ ଦେଇପାରେ। ପ୍ରଗତିର ରାସ୍ତା ପକ୍କା ହେବ। ସୁଖ ରହିବେ। ବ୍ୟବସାୟ ଅସୁବିଧାର ସମ୍ମୁଖୀନ ହୋଇପାରେ। କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ପଢିବାକୁ ଆଗ୍ରହ ବୃଦ୍ଧି ପାଇବ। କନ୍ୟା- ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ବଢିବ । ଯାତ୍ରା ଚିତ୍ତାକର୍ଷକ ହେବ । ବିନିଯୋଗ ଶୁଭ ହେବ। ବାହ୍ୟ ସାହାଯ୍ୟରେ କାର୍ଯ୍ୟ କରାଯିବ । ଭଗବାନଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଇବ । କାର୍ଯ୍ୟର ସୁସଙ୍ଗତତା ରହିବ। ଆପଣ ବୃତ୍ତିଗତ ଉନ୍ନତିର ଲାଭ ପାଇବେ । ପାରସ୍ପରିକ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତୁ । ପୁଞ୍ଜି ସଂଗ୍ରହ ବିଷୟରେ ଆଲୋଚନା ହେବ । ତୂଳା- ଘର ବାହାରେ ସୁଖ ମିଳିବ। ବିବାହ ଶିଘ୍ର ହେବ। ବ୍ୟବସାୟ ଭଲ କରିବ । ଉପକୃତ ହେବେ । ବ୍ୟବସାୟ ଭଲ କରିବ। କାର୍ଯ୍ୟରେ ବିଳମ୍ବ ଚିନ୍ତା ସୃଷ୍ଟି କରିବ ।…
ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ । ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ । ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି । ନୂତନ ଯୋଜନା ଆରମ୍ଭ ହେବ। ଧନୁ – ବୟସ୍କ ଲୋକମାନେ ସାହାଯ୍ୟ କରିବେ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ। ଆଜିର ଦିନଟି ଭଲ ରହିବ। ରୋଜଗାର ବୃଦ୍ଧି ପାଇବ । ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ପିଲାମାନଙ୍କର ଆଚରଣ ସାମାଜିକ ସ୍ଥିତି ହରାଇପାରେ । ଆଜି ବ୍ୟବସାୟରେ ନୂତନ ଚୁକ୍ତି କରନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିରୁ ଚାପଗ୍ରସ୍ତ ହେବ ।
ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ । ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ମିଥୁନ- ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଅଧିକ ହେବ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ହେବ ନାହିଁ । ବ୍ୟବସାୟିକ ଚିନ୍ତା ହେବ। ପିଲାମାନଙ୍କର ଆଚରଣ ଅସୁବିଧା ସୃଷ୍ଟି କରିବ।

