କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା ଅଂଚଳରେ ମିଥ୍ୟା ଇଲେକ୍ଟ୍ରିବିଲ୍ ଦେଇ ଟଙ୍କା ଅସୁଲି କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ, ରେଢାଖୋଲ ଥାନା ବୁର୍ଡା ପଂଚାୟତ କାଣ୍ଡତଏଲା ଗ୍ରାମରେ କେତେଜଣ ଅଜଣା ଲୋକ ଘରକୁ ଘର ବୁଲି ନକଲି ଇଲେକ୍ଟ୍ରବିଲ୍ ଦେଇ ଟଙ୍କା ଅସୁଲି କରୁଥିବା ଜଣା ପଡିଛି। ଗ୍ରାମର ଉର୍ମିଳା ପୁଷ୍ପା ଖାଡିଆ, ତେରନୁସ୍ କାଣ୍ଡୁଲିନା ପ୍ରମୁଖ ବିଦ୍ୟୁତ୍ ବିଭାଗର ଏସ୍ଡିଓ ଙ୍କ ପାଖରେ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ବିଭାଗ ରେଢାଖୋଲ ଥାନାରେ ଜଣାଇବା ପରେ ପୋଲିସ୍ ଏହାର ତଦନ୍ତ କରୁଥିବା ଜଣା ପଡିଛି। ଗ୍ରାମାଂଚଳର ଜନସାଧାରଣ ଏ ଦିଗରେ ସଚେତନ ରହିବାକୁ ପୋଲିସ୍ ପରାମର୍ଶ ଦେଇଛି।
Author: Samikhsya Bureau
ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଳକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଗୁଳି ଫୁଟିଛି। ଅଳ୍ପକେ ମରଣ ମୁହଁରୁ ବଞ୍ଚିଯାଇଛନ୍ତି ପାଳକ( ପାଷ୍ଟର)। ଏଭଳି ଏକ ଘଟଣା ଘଟିଛି ଅଡ୍ବା ଥାନା ଅଞ୍ଚଳରେ। ଜୁଡ଼ୁଙ୍ଗ ଗ୍ରାମର ପାଷ୍ଟର ଡମ୍ବରୁଧର ମାଝୀ(୩୩) ନିଜ ଗ୍ରାମରୁ ନିକଟସ୍ଥ କରଡାବାଡି ଚର୍ଚ୍ଚକୁ ପ୍ରାର୍ଥନା କରିବା ପାଇଁ ଯାଉଥିବାବେଳେ ଆଗରୁ ସାରୁମେରା ନିକଟରେ ଛପି ରହିଥିବା ୩ ଜଣ ଯୁବକ ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ। କିନ୍ତୁ ଗୁଳି ତାଙ୍କୁ ନ ବାଜି ତାଙ୍କ ବାଇକରେ ବାଜିଥିଲା। ସେ ଗାତି ଛାଡ଼ି ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ବୌଡ଼ିଥିଲେ। ଦୁଇ ଜଣ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଧରି ନପାରି ତାଙ୍କ ମୁଣ୍ଡକୁ ପଥର ମାରିଥିଲେ। ସେ ଆହତ ହୋଇ ମଧ୍ୟ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ଫେରି ଅଡବା ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୧, ଖୋର୍ଦ୍ଧାରୁ ୧୨, ବରଗଡରୁ ୧୧, ସମ୍ବଲପୁରରୁ ୧୦, ପୁରୀରୁ ୮, ବାଲେଶ୍ବରରୁ ୭, କଟକରୁ ୭, ଯାଜପୁରରୁ ୫, ଅନୁଗୁଳରୁ ୪, ରାୟଗଡ଼ାରୁ ୪, ଦେବଗଡ଼ରୁ ୩, ଝାରସୁଗୁଡ଼ାରୁ ୩, ଗଜପତିରୁ ୨, ମୟୂରଭଞ୍ଜରୁ ୨, ନୂଆପଡ଼ାରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, କୋରାପୁଟରୁ ୧, ନୟାଗଡରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୧୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୯୭ କୁ ବୃଦ୍ଧି ହୋଇଛି। ତେବେ ୬୯୫…
ପୁରୀ: ଶ୍ରୀ ଜଗନ୍ନାଥଧାମର ବାଇ-ଲ’ ପ୍ରତ୍ୟାହାର ଘୋଷଣାକୁ ଗଜପତି ମହାରାଜା ସ୍ଵାଗତ କରିଛନ୍ତି। ଶ୍ରୀମନ୍ଦିର ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟସରକାରଙ୍କ ସହ ଆଲୋଚନା ପାଇଁ ଗଜପତି କେନ୍ଦ୍ର ସରକାରଙ୍କୁ କହିଲେ। ଶ୍ରୀଜଗନ୍ନାଥ ଧାମର ରୂପାନ୍ତକରଣରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗିତାରେ ସମ୍ଭବ ହୋଇପାରି ବୋଲି ସେ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍ଏମ୍ଏ)ଙ୍କ ପ୍ରସ୍ତାବିତ ବାଇ-ଲ’ କୁ କେନ୍ଦ୍ର ସରକାର ଆଜି ପ୍ରତ୍ୟାହାର କରିଛନ୍ତି। ଏହି ପ୍ରସଙ୍ଗରେ ପୁରୀର ସେବାୟତଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ବିରୋଧ କରିଥିଲେ।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୧୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଅନଲାଇନ ଫୁଡ ସପ୍ଲାଇ କଂପାନୀ ସୁଗୀ ର କର୍ମଚାରୀମାନେ ବିଭିନ୍ନ ଦାବୀ ନେଇ ଭୁବନେଶ୍ବରରେ ଧାରଣା
କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ଜୟପୁରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି
ନୂଆଦିଲ୍ଲୀ, ଆଜି ପୁଣିଥରେ ଓଡିଶାରେ ବିଧାନ ପରିଷଦ ଗଠନ ଦାବୀ ପ୍ରଂସଗ ଉଠିଛି। ରାଜ୍ୟ ସଭାରେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଏହି ପ୍ରଂସଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଜନସଂଖ୍ୟା ଏବଂ ଭୌଗଳିକ ସ୍ଥିତିକୁ ଦେଖି ବିଧାନ ପରିଷଦର ଆବଶ୍ୟକତା ରହିଛି। ସେଥିପାଇଁ କେନ୍ଦ୍ର ସରକାର ଏହି ବିଲ କୁ ପାରିତ କରିବା ପାଇଁ ତ୍ବରିତ ପଦକ୍ଷେପ ନିଅନ୍ତୁ ବୋଲି ଦାବୀ କରିଛନ୍ତି। ଏ ନେଇ ଓଡିଶା ବିଧାନ ସଭାରେ ଏକ ସଂକଳ୍ପ ପାରିତ ହୋଇଛି। ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟ ମଧ୍ୟ ଏହାକୁ ମଂଜୁରୀ କରିଛନ୍ତି। ବର୍ତ୍ତମାନ ସଂସଦରେ ଏହା ପାରିତ ହେବାର ଆବଶ୍ୟକତା ରହିଛି ବୋଲି ସସ୍ମିତ ଉଲ୍ଲେଖ କରିଥିଲେ। ବିଧାନ ପରିଷଦ ଗଠନ ସହିତ ସସ୍ମତି ଆଜି ପୁଣି ଏକ ପୁରୁଣା ପ୍ରଂସଗକୁ ଦୋହାରାଇଥିଲେ। ତାହା ଥିଲା ଓଡିଶାକୁ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପ୍ରଦାନ। ସେ ଉଲ୍ଲେଖ କରିଥିଲେ ଯେ ପ୍ରତି ବର୍ଷ…
ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ବିଜୟ ଲାଭ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ ସଂଗ୍ରହ କରିଥିଲା। ଜବାବରେ ବିରାଟ ବାହିନୀ ପ୍ରଥମ ଇନିଂସରେ ମାତ୍ର ୩୩୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୨୪୧ ରନରେ ଅଗ୍ରଣୀ ରହିଥିଲା। ଭାରତକୁ ଫାଲୋଅନ ନ ଦେଇ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୧୭୮ ରନରେ ସମସ୍ତ ୱିକେଟ ହରାଇଥିଲା ଏବଂ ଭାରତକୁ ବିଜୟ ପାଇଁ ୪୨୦ ରନର ଲକ୍ଷ୍ୟ ଦେଇଥିଲା। ହେଲେ ଭାରତ ଆଜି ପଞ୍ଚମ ଦିନରେ ସମସ୍ତ ୱିକେଟ ହରାଇ ୧୯୨ ରନରେ ସୀମିତ ରହିଥିଲା। ଯାହାଫଳରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୨୨୭ ରନ ବ୍ୟବଧାନରେ ବିଜୟ ଲାଭ କରିଛି। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲୀ ସର୍ବାଧିକ ୭୨ ରନ କରିଥିବା ବେଳେ ଶୁବମାନ ଗିଲ ୫୦…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ହେଲେ ସୌଭାଗ୍ୟବଶତଃ ଚାଳକ ସମେତ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ପ୍ରତାପ ଗ୍ରାମର ଆଦିତ୍ୟ ବାରିକ ନିଜ ଇଣ୍ଡିଗୋ କାରରେ ଚାରି ଜଣ ସମ୍ପର୍କୀୟଙ୍କୁ ନେଇ ବାଣପୁର ମେଡିକାଲ ଯାଇଥିଲେ। ତେବେ ମେଡ଼ିକାଲରୁ ଫେରିଲା ବେଳକୁ ଆଦିତ୍ୟ କାରଟିକୁ କୁମାରାଙ୍ଗ ଛକରେ ରଖି ଓହ୍ଲାଉଥିବାବେଳେ ହଠାତ କାରର ଇଞ୍ଜିନରେ ନିଆଁ ଲାଗିଯାଇଥିଲା ଏବଂ କାରଟି ଜଳିବାକୁ ଲାଗିଲା। ସଙ୍ଗେ ସଙ୍ଗେ ଆଦିତ୍ୟ ଚିତ୍କାର କରିବା ସହ ସମ୍ପର୍କୀୟଙ୍କୁ ଗାଡ଼ିରୁ ଖାଲି କରାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିବାସ୍ଥଳେ ବର୍ତ୍ତମାନ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି। ତେବେ ଯାନ୍ତ୍ରିକ ତୃଟି ଲାଗି ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।
ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଆସନ୍ତା ୧୫ ତାରିଖ ଦିନ ଓଡିଶା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ଏହି ଦିନ ସକାଳ ୭ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦେଇଛି। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦକୁ ସହଯୋଗ କରନ୍ତୁ ବୋଲି କହିଛନ୍ତି ନିରଞ୍ଜନ।
ଭୁବନେଶ୍ବର: ଆଜି ରାଜ୍ୟରେ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୩ ଜଣ ଚିହ୍ନଟ ହୋଇଥିବାବେଳେ ୪୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୩୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୦୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୨ ଟି ଜିଲ୍ଲାରୁ ମୋଟ୍ ୧୦୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୪ ଜଣ, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୩ ଜଣ, ବରଗଡ ଜିଲ୍ଲାରୁ ୫ ଜଣ,…
ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଥରେ ରାଜ୍ୟସଭାକୁ ସମ୍ବୋଧିତ କରିଥିଲେ। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମେତ ରାଜ୍ୟସଭାରୁ ଚାରି ଜଣ ସାଂସଦ ଆଜି ବିଦାୟ ନେଉଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଲାମ ନବୀ ଆଜଦଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଏକ ଆତଙ୍କବାଦୀ ଘଟଣା ପରେ ଗୁଲାମ ନବୀ ଆଜାଦଙ୍କ ସହ ଫୋନରେ ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ। ସେହି ବାର୍ତ୍ତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଛନ୍ତି। ନରେନ୍ଦ୍ର ମୋଦୀ କହିଥିଲେ ଯେ, ଗୁଜୁରାଟରେ ଯେତେବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେତେବେଳ ଗୁଲାମ ନବୀ ଆଜାଦଙ୍କ ପ୍ରଥମ ଫୋନ ତାଙ୍କ ପାଖକୁ ଆସିଥିଲା। ଏହି ଫୋନ କେବଳ ସୂଚନା ଦେବା ପାଇଁ ଆସିନଥିଲା। ଫୋନରେ ଗୁଲାମ ନବୀ ଙ୍କ ଆଖିରୁ ଲୁହ ବନ୍ଦ ହେଉନଥିଲା। https://twitter.com/narendramodi/status/1359005993485570048 ସେତେବେଳ ରକ୍ଷାମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଥିଲେ ଏବଂ ସେନାଙ୍କୁ ଆଣିବା ଲାଗି ବିମାନର ବ୍ୟବସ୍ଥା…
ଭୁବନେଶ୍ୱର: ଆଜି ସଂନ୍ଧ୍ୟାରେ ୫ ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଯାଉଛି। ଏହାସହିତ ଆଜି ମନ୍ତ୍ରୀପରିଷଦ ବୈଠକ ମଧ୍ୟ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଦୁଇ ବୈଠକ ଅନୁଷ୍ଠିତ ହେବ। ତେବେ ଆଜିର କ୍ୟାବିନେଟ ବୈଠକରେ ପ୍ରାୟ ୨୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ। ସେହିପରି ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ବର୍ଷର ବଜେଟକୁ ମଞ୍ଜୁରୀ ମିଳିବ।
ନୂଆଦିଲ୍ଲୀ: ଲାଲ କିଲ୍ଲାରେ ହୋଇଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ମଧ୍ୟରୁ ଜଣେ ଥିଲେ ଦୀପ ସିଦ୍ଧୁ। ଆଜି ଦିଲ୍ଲୀ ପୋଲିସ ତାଙ୍କୁ ପଞ୍ଜାବରୁ ଗିରଫ କରିଛି। ତାଙ୍କୁ ଧରିବା ପାଇଁ ଏକ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା। ଦୀପ ସିଦ୍ଧୁ ପାଖାପାଖି ୧୫ ଦିନ ଧରି ଫେରାର ଥିଲେ । ଆଜି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଧରିବାରେ ସଫଳ ହୋଇଛି। ପୋଲିସ ଅନୁଯାୟୀ, ଦୀପ ସିଦ୍ଧୁ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିଲେ। କିନ୍ତୁ ଏହି ସବୁ ଭିଡ଼ିଓକୁ ବିଦେଶରେ ରହୁଥିବା ତାଙ୍କର ଜଣେ ଝିଅ ବନ୍ଧୁ ଅପଲୋଡ଼ କରୁଥିଲେ। ସେ ଜଣେ ପେଶାଦାର ଅପରାଧୀ ଭଳି ପୋଲିସ ସାମ୍ନାରେ ଲୁଚାଲୁଚି ଖେଳୁଥିଲେ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଫ୍ରଣ୍ଟଲାଇନ୍ ୱାର୍କରଙ୍କ କୋଭିଡ୍ ଟୀକାକରଣ ପ୍ରକ୍ରିୟା ଫେବୃୟାରୀ ୬ ତାରିଖ ଠାରୁ ଆରମ୍ଭ ହୋଇଛି। ଦ୍ବିତୀୟ ଦିବସରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କୋଭିଡ୍-୧୯ ଟୀକା ନେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଟୀକା ନେଇ ଜିଲ୍ଲାପାଳ କହିଲେ କୋଭିଡ୍ ଟୀକା ସଂମ୍ପୁର୍ଣ୍ଣ ସୁସ୍ଥ ଓ ନିରାପଦ, ସେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିନାହାନ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଯେଉଁମାନେ ଟୀକା ନେବା କଥା ସେମାନେ ନିର୍ଭୟରେ ଆସି କୋଭିଡ୍ ଟୀକା ନିଅନ୍ତୁ। ଜିଲ୍ଲାପାଳ ଭାବେ ପ୍ରଥମେ ଟୀକା ନେବା କଥା କିନ୍ତୁ ତାଙ୍କର ମାତୃ ବିୟୋଗ ଯୋଗୁ ଗତ ୬ ତାରିଖ ଦିନ ଟୀକା ନେଇପାରି ନଥିଲେ। ଜଗତସିଂହପୁର ଜିଲ୍ଲାରେ କରୋନା ଦୃତ ସଂକ୍ରମଣ ସମୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ମ୍ୟୁନିସିପାଲ ସଫେଇ କର୍ମଚାରୀ, ପୋଲିସ୍ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜ…
ସୀତାରାମ ଅଗ୍ରୱାଲ ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଟାଙ୍ଗୀରୁ ନାଭାଲ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଚୋରି, ଲୁଟ ଓ ଡକାୟତି ବଢ଼ୁଥିବାର ଦେଖିବାକୁ ମିଳୁଛି। ଏନେଇ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଲୋକଙ୍କ ସହାୟତା ଉଦ୍ଦେଶ୍ୟରେ ଏକ ଜରୁରୀକାଳୀନ ନମ୍ବର ଜାରି କରିଛନ୍ତି। ଅସୁବିଧା ସମୟରେ ଯେ କୌଣସି ବ୍ୟକ୍ତି ୮୫୯ ୬୮୬୬ ୨୩୨ ନମ୍ବରକୁ ଫୋନକରି ସୂଚନା ଦେଇପାରିବେ। ଟାଙ୍ଗୀ ଠାରୁ ନାଭାଲ ଜାତୀୟ ରାଜପଥ ମଧ୍ୟରେ ଯଦି କୌଣସି ଯାତ୍ରୀ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯଥା ଚୋରି, ଡକାୟତି ଅବା ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ତୁରନ୍ତ ଉକ୍ତ ନମ୍ବରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଏସଡ଼ିପିଓ। ଯୋଗାଯୋଗ କରିବା ମାତ୍ରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ସହଯୋଗ ପାଇଁ ପହଁଚିବ। ଏହି ନମ୍ବରଟି ଚବିଶ ଘଣ୍ଟା ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଏସଡ଼ିପିଓ ଶ୍ରୀ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୧୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୭୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୪୭ ହଜାର ୩୦୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୧୫୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୪୮ ହଜାର ୫୨୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୩ ହଜାର ୬୨୫ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ଆଜି ଆମେ ଆପଣଙ୍କୁ ଏପରି 8 ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହା ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଭାଗ୍ୟବାନ ହେବାର ସମ୍ଭାବନା ରହିଛି। ସେମାନଙ୍କ ଭାଗ୍ୟ ଟାଣ ହେତୁ ସେମାନେ ଅନେକ ସଫଳତା ହାସଲ କରିବେ। ଆପଣ ଭଲ ଲାଭ ପାଇବେ, ଆପଣ ସ୍ଥିର ହୋଇପାରିବେ। ଟଙ୍କା ଫେରସ୍ତ ମିଳିବ। ସେହି ରାଶିଗୁଡିକ ହେଲା ମିଥୁନ, ବୃଷ, ତୂଳା, ବିଛା, ସିଂହ, କର୍କଟ, ଧନୁ, ମକର ରାଶି। ପ୍ରେମ ସମ୍ବନ୍ଧୀୟ ପ୍ରସଙ୍ଗରେ ଭାଗ୍ୟବାନ ପ୍ରମାଣ କରିବାକୁ ଯାଉଛ। ନୂଆ ଯାନର ସୁଖ ପାଇବାର ସମ୍ଭାବନା ଅଛି, ସୁଖ ପ୍ରେମ ଜୀବନରେ ରହିବ, କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି। ଆପଣଙ୍କ କର୍ମଚାରୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ, କାମରେ ଭଲ ଫଳାଫଳ ପାଇବେ। ଅଧିକାରୀ ଶ୍ରେଣୀର ଲୋକମାନେ ଆପଣଙ୍କ ସହିତ ଖୁସି ହେବାକୁ ଯାଉଛନ୍ତି, ଯାହା ସହିତ ଆପଣ ସମାଜରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ…
ନୂଆଦିଲ୍ଲୀ, ଆପଣଙ୍କ କ୍ୟାରିୟର ପ୍ରତି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ। ଆର୍ଥିକ ଦିଗ ଦୃଢ ହେବ। ପରିବାର ସହିତ ଦୀର୍ଘ ଯାତ୍ରା ଅଛି। ବରିଷ୍ଠମାନଙ୍କ ଆଶୀର୍ବାଦ ସହିତ ଭଲ କାମ ଆରମ୍ଭ କରନ୍ତୁ। ବିଦେଶ ଯିବାକୁ ଥିବା ପ୍ରତିବନ୍ଧକକୁ ଦୂର କରାଯାଇପାରିବ। ସାମାଜିକ ଉତ୍ସବରେ ଜଡିତ ହେବେ। ସେହି ତିନୋଟି ରାଶି ହେଲା ମେଷ,ବୃଷ ଏବଂ ମିଥୁନ ରାଶି। ଆତ୍ମବିଶ୍ୱାସ ବୃଦ୍ଧି କରିବ। କେତେକ ପ୍ରସଙ୍ଗରେ ସମସ୍ୟା ଦେଖାଦେବ। ଏହା ଦ୍ବାରା କ୍ଷତି ହୋଇପାରେ। ବିନା ପ୍ରଶ୍ନରେ ଆପଣଙ୍କ ମତାମତ ଦିଅନ୍ତୁ ନାହିଁ । ବାପାଙ୍କ ସହିତ ଗମ୍ଭୀର ବିଷୟ ଉପରେ ଆଲୋଚନା ହେବ ।ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆପଣଙ୍କ କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରନ୍ତୁ। ଆପଣଙ୍କୁ ଅଳସୁଆ ମନୋଭାବ କ୍ଷତି ପହଞ୍ଚାଇପାରେ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ।
କର୍କଟ- ଆପଣଙ୍କ ଇଚ୍ଛିତ ଜୀବନ ସାଥୀକୁ ଭେଟି ଖୁସି ହେବ। ଲୋକମାନେ ଆପଣଙ୍କ ଆଚରଣ ଦ୍ୱାରା ଆକର୍ଷିତ ହେବେ ଏବଂ କର୍ମକ୍ଷେତ୍ରରେ ପୂଜା ପାଠ୍ୟରେ ଜଡିତ ହେବେ । ଭାଇ ଭଉଣୀମାନଙ୍କ ସ୍ନେହ ପାଇବେ। ଆପଣ ବୈଦ୍ୟୁତିକ ଉପକରଣ କିଣି ପାରିବେ। ସିଂହ-ପୁଞ୍ଜି ବିନିଯୋଗ ଭଲ ଫଳାଫଳ ଦେବ। ଆଜି ନୂଆ ପୋଷାକ କିଣିବେ। ଗାଡିରେ ଟଙ୍କା ଖର୍ଚ୍ଚ ହେବ । ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। କାମ ବନ୍ଦ ହୋଇଯିବ । ଜମି ସୁବିଧା ସମ୍ଭବ ।

