Author: Samikhsya Bureau

ନୂଆଦିଲ୍ଲୀ, ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ବୀମା କ୍ଷେତ୍ରକୁ ମଜବୁତ କରିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ ହେଲା.. ପିଏସବିରେ ପୁନଃପୁଞ୍ଜୀକରଣ ପିଏସବିଗୁଡ଼ିକର ବିତ୍ତୀୟ କ୍ଷମତାକୁ ଆହୁରି ଅଧିକ ଏକତ୍ରିତ କରିବା ଲାଗି ୨୦୨୧-୨୨ରେ ୨୦,୦୦୦ କୋଟି ଟଙ୍କାର ଅତିରିକ୍ତ ପୁନଃପୁଞ୍ଜୀକରଣ କରାଯିବ। ଜମା ବୀମା ଡିଆଇସିଜିସି ଆକ୍ଟ, ୧୯୬୧ରେ ସଂଶୋଧନ କରିବା ଲାଗି ପ୍ରସ୍ତାବ ରହିଛି ଯାହାଫଳରେ ଏହାର ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରାଯିବ ଏବଂ ବ୍ୟାଙ୍କରେ ଜମା କରୁଥିବା ଲୋକମାନେ ସହଜରେ ଏବଂ ନିର୍ଦ୍ଧାରିତ ସମୟରେ ନିଜର ଜମା ରାଶିକୁ ସେହି ସୀମା ପର‌୍ୟ୍ୟନ୍ତ ପାଇପାରିବେ, ଯେଉଁ ସୀମା ପର‌୍ୟ୍ୟନ୍ତ ବୀମା କଭରେଜ ନିର୍ଦ୍ଧାରଣ କରାଯାଇଛି। ସିକ୍ୟୁରିଟାଇଜେସନ ଆଣ୍ଡ ରିକନଷ୍ଟ୍ରକ୍ସନ ଅଫ ଫାଇନାନ୍ସିଆଲ ଆସେଟ୍ସ ଏବଂ ଏନଫୋର୍ସମେଣ୍ଟ ଅଫ ସିକ୍ୟୁରିଟି ଇଣ୍ଟ୍ରେଷ୍ଟ (ଏସଏଆରଏଫଏଇଏସଆଇ)ଆଇନ, ୨୦୦୨ ଅନ୍ତର୍ଗତ ସର୍ବନିମ୍ନ ୧୦୦ କୋଟି ଟଙ୍କାର ସମ୍ପତ୍ତି ଥିବା ଏନବିଏଫସିଗୁଡ଼ିକ ପାଇଁ ଋଣ…

Read More

Budget2021: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ଡିଜିଟାଲ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ୨୦୨୧ରେ ମଧ୍ୟ କୋଭିଡ-୧୯ ବିରୋଧରେ ଭାରତର ଲଢ଼େଇ ଜାରି ରହିବ। ଇତିହାସରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, ଯେତେବେଳେ କୋଭିଡ-୧୯ ପରବର୍ତ୍ତୀ ବିଶ୍ୱର ରାଜନୈତିକ, ଅର୍ଥନୈତିକ ଏବଂ ରଣନୈତିକ ସମ୍ପର୍କ ବଦଳିବାରେ ଲାଗିଛି। ଏହା ଏକ ନୂତନ ଅୟମାରମ୍ଭ ଯେଉଁଥିରେ ଭାରତ ନିଜକୁ ନୂଆ ସମ୍ଭାବନା ଏବଂ ଆଶାର ଏକ ଭୂମି ଭାବେ ଉପସ୍ଥାପିତ କରିଛି। ତେବେ ଚଳିତ ବଜେଟରେ ସୀତାରମଣ ସ୍ବାସ୍ଥ୍ୟ ବିଭାଗ ଉପରେ ଗୁରୁତ୍ବ ଦେଇଛନ୍ତି। ଏଥର ବଜେଟରେ 137 ପ୍ରତିଶତ ଅଧିକ ବଜେଟ ବ୍ୟବସ୍ଥା କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ୨,୨୩,୮୪୬ କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟବରାଦ  ୯୪,୪୫୨…

Read More

Rail Budget 2021: ଏଥର ରେଳ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧,୧୦,୦୫୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ବଜେଟରେ ଏଥର ଏଲଏଚଭି କୋଚ ଚଳାଚଳ କରିବ ବୋଲି ନିଷ୍ପତି କରାଯାଇଛି। ସେହି ଅନୁସାରେ ବ୍ୟୟ ବରାଦ ମଧ୍ୟ କରାଯାଇଛି। ରେଳ ଭିତ୍ତିଭୂମି ରେଳବାଇ ପାଇଁ ୧,୧୦,୦୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏଥିମଧ୍ୟରୁ ୧,୦୭,୧୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟବରାଦ ରହିଛି। ଭାରତ ପାଇଁ ଜାତୀୟ ରେଳ ନୀତି(୨୦୩୦) : ୨୦୩୦ ସୁଦ୍ଧା ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ ବ୍ୟବସ୍ଥା ସ୍ଥାପନ କରାଯିବ। ଡିସେମ୍ବର, ୨୦୨୩ ସୁଦ୍ଧା ବ୍ରଡଗଜ ମାର୍ଗରେ ଶତପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହେବ। ବ୍ରଡଗଜ ମାର୍ଗ କିମି (ଆରକେଏମ) ବିଦ୍ୟୁତିକରଣ ୨୦୨୧ ସୁଦ୍ଧା ୭୨ ପ୍ରତିଶତ ଅର୍ଥାତ ୪୬,୦୦୦ ଆରକେଏମ ପର‌୍ୟ୍ୟନ୍ତ ପହଞ୍ଚିବ ପଶ୍ଚିମ ସମର୍ପିତ ମାଲ କରିଡର (ଡିଏଫସି) ଏବଂ ପୂର୍ବ ଡିଏଫସିକୁ ଜୁନ ୨୦୨୨ ସୁଦ୍ଧା କାର‌୍ୟ୍ୟକ୍ଷମ କରାଯିବ। ଏହାଫଳରେ ପରିବହନ ଖର୍ଚ୍ଚ…

Read More

ନୂଆଦିଲ୍ଲୀ, ଏଥର ସଡକ ଏବଂ ରାଜପଥ ବିକାଶ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସର୍ବାଧିକ ବ୍ୟୟ ବରାଦ କରିଛନ୍ତି। ସେଗୁଡିକ ନିମ୍ନରେ ପ୍ରଦାନ କରାଗଲା ସଡ଼କ ଓ ରାଜପଥ ମନ୍ତ୍ରଣାଳୟକୁ ୧,୮୧,୧୦୧ ଲକ୍ଷ କୋଟି ଟଙ୍କାର ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଆବଣ୍ଟନ-ଏଥିମଧ୍ୟରୁ ୧,୦୮,୨୩୦ କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ କରିବା ଲାଗି ୫.୩୫ ଲକ୍ଷ କୋଟି ଟଙ୍କାର ଭାରତମାଳା ପରିଯୋଜନା ଅନ୍ତର୍ଗତ ୩.୩ ଲକ୍ଷ କୋଟି ଟଙ୍କା ବ୍ୟୟରେ ୧୩୦୦୦ କିମି ଲମ୍ବ ସଡ଼କ ନିର୍ମାଣ ଆରମ୍ଭ ୩୮୦୦ କିମି ଲମ୍ବ ସଡ଼କ ନିର୍ମାଣ ଆରମ୍ଭ ହୋଇସାରିଛି ମାର୍ଚ୍ଚ ୨୦୨୨ ସୁଦ୍ଧା ୮୫୦୦ କିମି ଲମ୍ବ ସଡ଼କ ଆହୁରି ନିର୍ମାଣ କରାଯିବ ୧୧୦୦୦ କିମି ଜାତୀୟ ରାଜପଥ କରିଡର ମଧ୍ୟ ମାର୍ଚ୍ଚ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ଆର୍ଥିକ କରିଡର ନିର୍ମାଣ ଲାଗି ଯୋଜନା ତାମିଲନାଡ଼ୁରେ ୧.୦୩ ଲକ୍ଷ କୋଟି ଟଙ୍କାର ନିବେଶରେ ୩୫୦୦ କିମି ଲମ୍ବ ଜାତୀୟ ରାଜପଥ ନିର୍ମାଣ…

Read More

ନୂଆଦିଲ୍ଲୀ, ଏଥର ବଜେଟରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ବ୍ୟବରାଦ କରାଯାଇଛି। ଏଥିସହିତ ଜଳ ଜୀବନ ମିଶନ ପାଇଁ ପାଖାପାଖି ତିନି କୋଟି ଟଙ୍କା ବ୍ୟବରାଦ କରାଯାଇଛି। ଏ ସଂପର୍କରେ ବିସ୍ତୁତ ତଥ୍ୟ ସାର୍ବଜନୀନ ଜଳଯୋଗାଣ ପ୍ରସାର ଆସନ୍ତା ୫ ବର୍ଷ ପାଇଁ ୨,୮୭,୦୦୦ କୋଟି ଟଙ୍କା ବ୍ୟୟରେ ଜଳ ଜୀବନ ମିଶନ (ସହରାଞ୍ଚଳ) ଶୁଭାରମ୍ଭ କରାଯିବ ଏହାର ଲକ୍ଷ୍ୟ ହେବ : ୨.୮୬ କୋଟି ପରିବାରକୁ ଟ୍ୟାପ ପାଣି ଯୋଗାଇ ଦିଆଯିବ। ସମସ୍ତ ୪୩୭୮ ସହରାଞ୍ଚଳରେ ସାର୍ବଜନୀନ ଜଳ ଯୋଗାଣ ୫୦୦ ଅମୃତ ସହରରେ ତରଳ ଜଳ ପରିଚାଳନା ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ ୨.୦ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୧,୪୧,୬୭୮ କୋଟି ଟଙ୍କା ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) ୨.୦ ଅନ୍ତର୍ଗତ ପ୍ରମୁଖ ହସ୍ତକ୍ଷେପ : ସମ୍ପୂର୍ଣ୍ଣ ମଳ ପରିଚାଳନା ଏବଂ ବର୍ଜ୍ୟ ଜଳ ପରିଚାଳନା ଉତ୍ସରୁ ଆବର୍ଜନା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପରିବାର ପ୍ରତିପୋଷଣ ପାଇଁ ବାଣପୁରର ଜଣେ ଶ୍ରମିକ ସୁଦୂର ଆରବ ଦେଶର ଜେହାଦ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ମୃତ୍ୟୁବରଣ କରିଥିଲେ। ହେଲେ ଦୀର୍ଘ ୫୪ ଦିନ ପରେ ଆଜି ତାଙ୍କର ମୃତଦେହ ଗ୍ରାମରେ ପହଞ୍ଚିଛି। ଏକ ଶୋକାକୁଳ ପରିବେଶରେ ଆଜି ଗ୍ରାମ ସ୍ମଶାନରେ ଶବ ସଂସ୍କାର କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ୱର ପଂଚାୟତ ବାଂଳେଇ ଗ୍ରାମର ନଟବର ପ୍ରଧାନଙ୍କ ସାନ ପୁଅ ଦାମୋଦର ପ୍ରଧାନ ସାଉଦି ଆରବର ଜେହାଦ ସହରରେ ଥିବା ଅଲ ଉସ୍ତଲ ଅଲି କମ୍ପାନୀରେ ଗାଡି ଚାଳକ ଭାବେ କାର୍ଯ୍ୟରତ ଥିଲେ। ଗତ ନଭେମ୍ବର ମାସର ଛଅ ତାରିଖରେ ଦାମୋଦରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଦାମୋଦରଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କମ୍ପାନୀ ପକ୍ଷରୁ ପରିବାର ଙ୍କୁ କୌଣସି ବିଶେଷ ସୂଚନା ଦିଆଯାଇ…

Read More

ଖୋର୍ଦ୍ଧା: ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ କନଫରେନ୍ସ ମାଧ୍ୟମରେ ୧୬ ନମ୍ବର ଜାତୀୟ ରାଜପଥର ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ଏହି ପାଟ୍ରୋଲିଂ ବ୍ୟବସ୍ଥା କାର୍ଯ୍ୟ କରିବ। ଏହା ଦ୍ଵାରା ଏହି ରାଜପଥରେ ଯାତାୟାତ କରୁଥବା ଯାତ୍ରୀ ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହା ଦ୍ଵାରା ଚୋରୀ ଡକାୟତି ରୋକିବା ସହ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇପାରିବ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ପୋଲିସ ଡ଼ି.ଆଇ.ଜି. ଆଶିଷ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି, ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ କୁମାର  ଜଗଦ୍ଦେବ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ବ୍ୟବସ୍ଥାକୁ ତିନୋଟି ଭାଗରେ ଭାଗ କରାଯାଇଛି। ପ୍ରଥମ ପାଟ୍ରୋଲିଙ୍ଗ ଗାଡି ପିତାପଲ୍ଲୀ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାର କାଳୁପଡ଼ା ଘାଟ ଅଞ୍ଚଳରେ କାଳୁପଡ଼ା ଘାଟ ପ୍ରିମିୟର ଲିଗ୍ ଦ୍ବିତୀୟ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଖେଳାଳି ମନୋନୟନ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସ୍ଥାନୀୟ ଅଞ୍ଚଳର ବଛା ବଛା ଖେଳାଳି ମାନଙ୍କୁ ନେଇ ଏହି ଟ୍ୱେଣ୍ଟି ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ  ଆୟୋଜନ କରାଯାଉଛି। ଏହି ସମାରୋହରେ ଚିଲିକା  ବିଧାୟକ ସମବାୟ ପ୍ରତିନିଧି ଶେଷଦେଵ ରାୟ ଗୌରବ, ବସୁଦେବ ପ୍ରଧାନ ଶୁଭାରମ୍ଭ କରିଥିବାବେଳେ କମଳାକାନ୍ତ ମହାପାତ୍ର, ଲିକୁ ଜେନା, ଲୁଲା ଖାନ୍, ସଞ୍ଜୟ ମହାପାତ୍ର, ସତ୍ୟବ୍ରତ ସାହୁ ଏବଂ ଚନ୍ଦ୍ରକାନ୍ତ ପଲାଇ ପ୍ରମୁଖ ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ନିଜ ନିଜର ଟିମ୍ ପାଇଁ ଖେଳାଳି ଚୟନ କରିଥିଲେ। ଏହି ଉଦଘାଟନ ଉତ୍ସବରେ ଶତାଧିକ କ୍ରୀଡ଼ାପ୍ରେମୀ ଯୋଗଦେଇ ଖେଳିବାକୁ ଥିବା ୯ ଗୋଟି ଟିମ୍ ର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାଳୁପଡ଼ା ଘାଟ ପ୍ରିମିୟର ଲିଗ୍…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବଜେଟରେ ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚ ବଢାଇଛି। କିନ୍ତୁ ଏହି ଖର୍ଚ୍ଚକୁ ପୂରଣ କରିବା ପାଇଁ ଅନେକ ଦ୍ରବ୍ୟ ଉପରେ ସୀମା ଶୁଳ୍କରେ କମ ବେଶୀ କରାଯାଇଛି। ଏହାସହିତ ବହୁତ ଦ୍ରବ୍ୟ ଉପରେ କୃଷି ସେସ୍ ଲଗାଯାଇଛି। ଜାଣନ୍ତୁ କଣ ମହଙ୍ଗା ହେବ ଏବଂ ଶସ୍ତା ହେବ: ୧- ମଦ ପିଇବା ମହଙ୍ଗା ପଡ଼ିବ- ଆସନ୍ତାକାଲି ଠାରୁ ମଦ ଦାମ ବୃଦ୍ଧି ହେବ। ଆଲକୋହଲ ଉପରେ ସରକାର ୧୦୦ ପ୍ରତିଶତ କୃଷି ସେସ ଲଗାଇଛନ୍ତି। ୨- ପେଟ୍ରୋଲ ଡିଜେଲ ମହଙ୍ଗା ହେବ- ପେଟ୍ରୋଲ ଲିଟର ପିଛା ୨.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୪ ଟଙ୍କା ହିସାବରେ କୃଷି ସେସ ଲାଗିବ। କିନ୍ତୁ ଏହି ଦାମରେ ପରିବର୍ତ୍ତନ ହେବ ନାହିଁ ବୋଲି ସରକାର ସ୍ପଷ୍ଟିକରଣ ରଖିଛି। ୩- ଖାଇବା ତେଲ ଉପରେ ସେସ ଲାଗିବ- ଏହା ଉପରେ କୃଷି ସେସ ଲାଗିଥିଲେ ମଧ୍ୟ ଗ୍ରାହକଙ୍କ ଉପରେ ଏହାର…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୯, ସୁନ୍ଦରଗଡରୁ ୧୪, ବରଗଡରୁ ୧୩, ବାଲେଶ୍ବରରୁ ୧୦, ପୁରୀରୁ ୧୦, ଝାରସୁଗୁଡାରୁ ୯, ଖୋର୍ଦ୍ଧାରୁ ୮, କଟକରୁ ୭, ଯାଜପୁରରୁ ୬, କେନ୍ଦୁଝରରୁ ୫, ନୂଆପଡ଼ାରୁ ୫, ଅନୁଗୁଳରୁ ୩, ବଲାଙ୍ଗୀରିରୁ ୩, ଗଜପତିରୁ ୩, ଜଗତସିଂହପୁରରୁ ୩, କୋରାପୁଟରୁ ୩, ବୌଦ୍ଧରୁ ୨, କଳାହାଣ୍ଡିରୁ ୨, ରାୟଗଡାରୁ ୨, ଭଦ୍ରକରୁ ୧, ଦେବଗଡ଼ରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧, ମୟୂରଭଞ୍ଜରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୨ ହଜାର ୨୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ନୂଆଦିଲ୍ଲୀ: ଭାରତ ସରକାର ୨୫୦ ଟୁଇଟର ଆକାଉଣ୍ଟକୁ ରଦ୍ଦ କରିଦେଇଛି। ଏହି ଆକାଉଣ୍ଟଗୁଡିକ ଉପରେ ନକଲି ଏବଂ ଉତ୍ତେଜିତ କାରିବା ଭଳି ଟୁଇଟିସ୍ ଏବଂ ହାସଟ୍ୟାଗ କରିବା ଅଭିଯୋଗ ହୋଇଛି। କୃଷି ଆନ୍ଦୋଳନରେ  #ModiPlanningFarmerGenocide ନାମରେ ହାସଟ୍ୟାଗ ଚଲା ଯାଇଥିଲା। ଏହି ହାସଟ୍ୟାଗର ଅର୍ଥ ଥିଲା, “ମୋଦୀ ସରକାର କୃଷକମାନକର ଜନସଂହାରର ପ୍ରସ୍ତୁତ କରୁଛି”। ଗୃହ ମନ୍ତ୍ରାଳୟ ଏବଂ ସୁରକ୍ଷା ଏଜେନ୍ସିଙ୍କ ସୂଚନା ପରେ ସରକାର ଏହି ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଏହା ଆନ୍ଦୋଳନ ସମୟରେ ବହୁ ସମସ୍ୟା ସୃଷ୍ଟି କରିବ ଏବଂ ଦେଶର ସୁରକ୍ଷା ପାଇଁ ବିପଦ ଅଛି। ଏହି ଆକାଉଣ୍ଟରୁ ଜାନୁୟାରୀ ୩୦ରେ ଭ୍ରମ ଏବଂ ଲୋକଙ୍କୁ ଉତ୍ତେଜିତ କରିବା ଭଳି ଟୁଇଟସ କରାଯାଉଥିଲା।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନ ରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୭୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ଆସନ୍ତା ୧୮ରୁ  ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଏପ୍ରିଲ ୯ ତାରିଖ ଯାଏଁ ଚାଲିବ। ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ମୋଟ୍ ୩୧ଦିନ ପାଇଁ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୮ରୁ ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ପାଇଁ ବସିବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ବସିବ। ରାଜ୍ୟ ବଜେଟ ଆସନ୍ତା ୨୨ ତାରିଖରେ ଉପସ୍ଥାପିତ ହେବ। ମାର୍ଚ୍ଚ ୩୧ରେ ବ୍ୟୟ ମଂଜୁରୀ ବିଲ୍ ଆଗତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶାର ଖ୍ୟାତିସମ୍ପର୍ଣ୍ଣ ସର୍ବପୁରାତନ ସ୍କୁଲ ବାଣପୁର ମାଇନର ସ୍କୁଲର ୧୯୯୫-୯୬ ମସିହାର ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏହି ବିଦ୍ୟାଳୟର ପୁରାତନ ଛାତ୍ର ଓଡ଼ିଶାର ପ୍ରଖ୍ୟାତ କବି ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଉଚ୍ଚତ୍ତମ ନ୍ୟାୟାଳୟର ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ତଦନାନ୍ତନ ପ୍ରଧାନଶିକ୍ଷକ ବ୍ରଜସୁନ୍ଦର ମହାପାତ୍ର, ସହକାରୀ ଶିକ୍ଷକ ତ୍ରିନାଥ ପ୍ରଧାନ, ଶିବପ୍ରସାଦ ମିଶ୍ର, ବାଳମୁକନ୍ଦ ଦାସ ଓ ଶିକ୍ଷୟିତ୍ରୀ ସୁଜାତା ପାତ୍ରଙ୍କୁ ଯଥୋଚିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପୁରାତନ ଛାତ୍ର ଲକ୍ଷ୍ମୀକାନ୍ତ ମିଶ୍ର ସ୍ବାଗତ ଭାଷଣଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ଭିକ୍ଷା କରି ଏପରି ବନ୍ଧୁମିଳନରେ ଗୁରୂପୁଜନ ପରମ୍ପରା ସଦାସର୍ବଦା ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଦିବଂଗତ ଶିକ୍ଷକ କାହ୍ନୁଚରଣ ରାୟ ଓ…

Read More

PM Atmabirbhar Swasth Bharat Yojana: କେନ୍ଦ୍ର ବଜେଟରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏକ ବଡ ଘୋଷଣା କରାଯାଇଛି। ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହି ଯୋଜନା ଅଧୀନରେ ସରକାର ଆସନ୍ତା 6 ବର୍ଷରେ 64180 କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଖର୍ଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ ହେବ। ଏହା ବ୍ୟତୀତ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବାକୁ ବୃଦ୍ଧି କରିବା ପାଇଁ କରୋନା ଟିକା ପାଇଁ 35000 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛି। 2020-21 ବଜେଟରେ ପ୍ରସ୍ତାବିତ 6 ଟି ସ୍ତମ୍ଭରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଅନ୍ତର୍ଭୁକ୍ତ | ସ୍ୱାସ୍ଥ୍ୟ ବଜେଟ୍ 137 ପ୍ରତିଶତ ବୃଦ୍ଧି ପାଇଛି । ଏଥର ସରକାର ସ୍ୱାସ୍ଥ୍ୟ ବଜେଟକୁ 137 ପ୍ରତିଶତ ବୃଦ୍ଧି କରିଛନ୍ତି। ଏଥିପାଇଁ 2.24 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୭ ଜଣ ଚିହ୍ନଟ ହୋଇଥିବାବେଳେ ୩୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୧୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍‌ ୭୯ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪, ସୁନ୍ଦରଗଡ ଜିଲ୍ଲାରୁ ୧୦, ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ଵର ଜିଲ୍ଲାରୁ ୭ ଜଣ,…

Read More

ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ 2021 ବଜେଟ୍ ଉପସ୍ଥାପନ କରିଛନ୍ତି। ଟିକସଦାତାଙ୍କ କ୍ଷେତ୍ରରେ, ଏହି ବଜେଟରେ ଦୁଇଟି ବଡ଼ ଘୋଷଣା କରାଯାଇଛି। 1-ପ୍ରଥମ ଘୋଷଣା ହେଉଛି 75 ବର୍ଷରୁ ଅଧିକ ବୟସ୍କ ବୃଦ୍ଧ, ଯେଉଁମାନେ କେବଳ ପେନସନ ଏବଂ ଜମା ସୁଧ ଆୟ ଉପରେ ନିର୍ଭର କରନ୍ତି, ସେମାନଙ୍କୁ ଆୟକର ଦାଖଲରୁ ଆରାମ ମିଳିବ। 2-ଅନ୍ୟ ଏକ ବଡ଼ ଘୋଷଣା ଯେଉଁମାନେ ଘର ଋଣ ନେଉଥିଲେ ସେମାନଙ୍କ ପାଇଁ  ଶସ୍ତା ଘର କିଣିବା ପାଇଁ ଘର ଋଣର ସୁଧ ଉପରେ ଟିକସ ରିହାତି ଆଉ ଏକ ବର୍ଷକୁ 1.5 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ତାହା ହେଉଛି, ଟିକସଦାତାମାନେ ବର୍ତ୍ତମାନ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଏହି ଅତିରିକ୍ତ ରିହାତିର ଲାଭ ଉଠାଇବାକୁ ସକ୍ଷମ ହେବେ। ସରକାର 2019 ବଜେଟରେ ଗୃହ ଋଣର ସୁଧ ଦେୟ ଉପରେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି ପାଇଁ…

Read More

କଟକ: କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ହସପିଟାଲର ଉପର ମହଲାରେ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ଯନ୍ତ ସ୍ପଷ୍ଟ ହୋଇନି। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗ ଲାଗି ପଡିଛି। ପାଖାପାଖି ଅପରାହ୍ନ ୧୨ ଟା ବେଳେ ହସ୍ପିଟାଲରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି। ହସ୍ପିଟାଲରେ ଥିବା ଚିକିତ୍ସାଧୀନ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତେବେ ସେହି ହସ୍ପିଟାଲରେ କେତେ ରୋଗୀ ଚିକିତ୍ସା ହେଉଥିଲେ ଏବଂ କେତେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Read More

ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ହେଉଛି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ତୃତୀୟ ବଜେଟ୍। କରୋନା ମହାମାରୀ ଏବଂ ପରବର୍ତ୍ତୀ ଅର୍ଥନୈତିକ ସଙ୍କଟ ଯୋଗୁଁ ଏହି ବଜେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ବଜେଟରେ ଭାରତୀୟ ରେଳବାଇ ପାଇଁ ମଧ୍ୟ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021 ବଜେଟରେ ଭାରତୀୟ ରେଳବାଇ ପାଇଁ 1.1 ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି। ବଜେଟ୍ ଉପସ୍ଥାପନ କରିବା ସମୟରେ ସୀତାରମଣ କହିଛନ୍ତି ଯେ ରେଳବାଇ ପାଇଁ ରେକର୍ଡ ପରିମାଣ 1,10,055 କୋଟି ଟଙ୍କା ବ୍ୟୟ ବରଦା ହୋଇଛି। ଅର୍ଥମନ୍ତ୍ରୀ ମଧ୍ୟ ରେଳବାଇ ପାଇଁ ଜାତୀୟ ରେଳ ଯୋଜନା 2030 ଘୋଷଣା କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଭାରତୀୟ ରେଳ ଦେଶ ପାଇଁ ଏକ ଜାତୀୟ ରେଳ ଯୋଜନା 2030 ପ୍ରସ୍ତୁତ କରିଛି, ଯାହା ଆମର ଶିଳ୍ପ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରାମଣ ଆଜି ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଦେଶ ପାଇଁ ବଡ ସମସ୍ୟା ଥିଲା। ଏହି ବଜେଟ ଏମିତି ସମୟରେ ଆସୁଛି ଯାହା ବହୁତ ସଙ୍କଟ ରହିଛି। କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବଙ୍କୁ ଗ୍ୟାସ, ମାଗଣାରେ ରାସନ ବ୍ୟବସ୍ଥା କରିଥିଲେ। ୧- କେନ୍ଦ୍ର ସରକାରର କରୋନା ସମୟରେ ଆତ୍ମନିର୍ଭର ପ୍ୟାକେଜ ପରି ଅନେକ ଯୋଜନା ସାମ୍ନାକୁ ଆଣିଥିଲେ। ଯେଉଁଥିରେ ଅର୍ଥ ବ୍ୟବସ୍ଥା ଆଗକୁ ବଢାଯାଇପାରିବ। ଆତ୍ମନିର୍ଭର ପ୍ୟାକେଜରେ ମୋଟ ୨୭.୧ ଲକ୍ଷ କୋଟି ଟଙ୍କା ସହାୟତା ଜାରି କରାଯାଇଛି। ୨- ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରାମଣ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି। ଏଥିରେ ୬୪ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସ୍ଵଚ୍ଛ ଭାରତ ଯୋଜନାକୁ ବଢାଇବା ପାଇଁ ଘୋଷଣା କରାଯାଇଛି। ଏହା ଦ୍ଵାରା ସହରଗୁଡିକରେ ଅମୃତ ଯୋଜନାକୁ ବୃଦ୍ଧି…

Read More

ନୂଆଦିଲ୍ଲୀ, ଭାରତ ତିଆରି ଦୁଇଟି କରୋନା ଟିକା ପ୍ରସ୍ତୁତିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା କାହାକୁ ଜଣା ନ ଥିଲା। କିଏ ହଜାର କୋଟି, କିଏ ଲକ୍ଷେ କୋଟି ବୋଲି କହୁଥିଲେ। ହେଲେ ଏହାର ସ୍ପଷ୍ଟିକରଣ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଗୃହରେ ବଜେଟ 21 ଉପସ୍ଥାପନ ବେଳେ ସେ କରୋନା ଟିକା ପ୍ରସ୍ତୁତି ବ୍ୟୟ ମଧ୍ୟ ଜଣାଇଛନ୍ତି। ସୀତାରମଣଙ୍କ ବଜେଟ ଭାଷଣ ଅନୁସାରେ ଭାରତରେ ପ୍ରସ୍ତୁତ ଦୁଇଟି କରୋନା ଟିକା ପାଇଁ 35 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଏଥର ସ୍ବାସ୍ଥ୍ୟ ବଜେଟ କଳେବର ବେଶ ବୃଦ୍ଧି ପାଇଛି। ବଜେଟ ଅନୁସାରେ ଚଳିତ ବଜେଟରେ 137 ପ୍ରତିଶତ ଅର୍ଥ ଗତ ବର୍ଷ ତୂଳନାରେ ଅଧିୃକ ବରାଦ କରାଯାଇଛି। ଚଳିତ ବଜେଟରେ 2.23 ଲକ୍ଷ କୋଟି ବ୍ୟୟ ବରାଦ କରାଯାଇଛି। ଚଳିତ ବର୍ଷ ଦେଶରେ 15ଟି ଜରୁରୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା…

Read More