ମେଷ- ଆଜି ଆପଣ ପରିବର୍ତ୍ତନ ପାଇଁ ସୁଯୋଗ ପାଇପାରିବେ। ପ୍ରୟାସ ଫଳପ୍ରଦ ହେବ। ଆପଣଙ୍କର ଚାକିରିରେ ପରିବର୍ତ୍ତନ ଆଶା କରିପାରିବ ଏବଂ ବିଦେଶ ଯାତ୍ରା ମଧ୍ୟ କରିପାରିବ। ବିଦେଶ ଯାତ୍ରା କରିବା ସମୟରେ ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି, ତେଣୁ ଆପଣଙ୍କର ଭ୍ରମଣ ପୂର୍ବରୁ ଦୁଇଥର ଯାଞ୍ଚ କରନ୍ତୁ। ଯଦି ଆପଣ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସନ୍ତୁଳିତ ଆଚରଣ କରନ୍ତି ତେବେ ଏହା ଉପଯୁକ୍ତ ହେବ। ବୈଦ୍ଧିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇପାରେ। ବୃଷ- ଆଜି ପାଇଁ ଏକ ଭଲ ଦିନ ବୋଲି କୁହାଯାଇପାରେ। ଆଜି ଦେଇଥିବା ରାଶି ଫେରସ୍ତେ ପାଇପାରିବେ। ବିଭିନ୍ନ ମାମଲାଗୁଡ଼ିକରେ ଆପୋଷ ବୁଝାମଣା କରିବା ଭଲ ହେବ। କୋର୍ଟରେ ମକଦ୍ଦମା ଦାୟର ହେବ। ଚାକିରୀ କର୍ମକ୍ଷେତ୍ରରେ ସଫଳତା। ଜଣେ ବୃଦ୍ଧ ମହିଳାଙ୍କ ସହ ଝଗଡା ହୋଇପାରେ। ଯଦି ଆପଣ କୌଣସି ବିତର୍କରେ ପ୍ରବେଶ ନକରନ୍ତି ତେବେ ଏହା ଲାଭଦାୟକ ହେବ। ପାରିବାରିକ ସହାୟତା ପାଇପାରନ୍ତି। ପିତାଙ୍କ…
Author: Samikhsya Bureau
ନୂଆଦିଲ୍ଲୀ, ତିନୋଟି ରାଶିର କୁଣ୍ଡଳୀରେ ଆସନ୍ତାକାଲି ରହିଛି ନୂଆ ବ୍ୟବସାୟରେ ସଂପୂର୍ଣ୍ଣ ସଫଳତା ହାସଲ। ଏଥିସହିତ ନୂତନ ଘର କିମ୍ବା ସ୍ଥାନ ମିଳିବାର ସମ୍ଭାବନା ରହିଛି। ଚାକିରି ପାଇଁ କିମ୍ବା ଯେଉଁମାନେ ସେମାନଙ୍କ ବ୍ୟବସାୟରେ ବିସ୍ତାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ସମୟ । ଆର୍ଥିକ ଦୃଷ୍ଟିରୁ, ଆପଣଙ୍କର ଅବସ୍ଥା ଭଲ ହେବାର ସମ୍ଭାବନା ଅଛି । ମାସର ଉତ୍ତରାର୍ଦ୍ଧରେ ସୂର୍ଯ୍ୟ ଦେବଙ୍କ ସୁଖମୟ ଭାବ ଏବଂ ପରାକ୍ରମୀ ବୁଧ ଗ୍ରହ ମାର୍ଗରେ ଉତ୍ତରାର୍ଦ୍ଧ ଲକ୍ଷଣ ଆପଣଙ୍କ ପାଇଁ ଭଲ । ଏହି ତିନୋଟି ରାଶି ହେଉଛି ସିଂହ, କର୍କଟ ଏବଂ ବିଛା। ଯେଉଁମାନେ ଦୀର୍ଘ ସମୟ ଧରି ନିଜ ପାଇଁ ଆଶ୍ରୟ ଖୋଜୁଥିଲେ, ସେମାନେ ନିଜ ପସନ୍ଦର ଘର ପାଇପାରିବେ ।
ନୂଆଦିଲ୍ଲୀ, ଜାନୁୟାରୀ 29 ତାରିଖ ଶୁକ୍ରବାର ସକାଳେ ଦୁଇଟି ରାଶିର ରହିଛି ରାଜାଯୋଗ। ଯାହାକୁ ଆପଣଙ୍କୁ ଧନି କରିବାର ସମ୍ଭାବନା ପ୍ରବଳ ମାତ୍ରାରେ ରହିଛି। ସେତିକି ନୁହେଁ ଏହି ଦିନ ଆପଣଙ୍କ ପାଇଁ ଅନେକ ସମ୍ଭାବ୍ୟ ଦ୍ୱାର ଖୋଲା ଅଛି । ସମୟର ପ୍ରଭାବ ସହିତ ପ୍ରବାହିତ । ବାହ୍ୟ ଅବସ୍ଥା ଏହି ଲୋକମାନେ ଆପଣଙ୍କର ଖୁସି ଛଡ଼ାଇ ପାରିବେ ନାହିଁ । ଏକୁଟିଆ ହେଲେ ମଧ୍ୟ ଖୁସି ଆପଣଙ୍କ ସହିତ ରହିବ । ନିଜ ବ୍ୟତୀତ ଅନ୍ୟ ଲୋକଙ୍କୁ ଆପଣଙ୍କର ବୁଦ୍ଧି ଏବଂ ଦର୍ଶନ ସହିତ ମାର୍ଗଦର୍ଶନ କରିବ । ଏହି ଦୁଇଟି ରାଶି ହେଲା ତୂଳା ଏବଂ ବିଛା ରାଶି। କାର୍ଯ୍ୟରେ ଯେ କୈଣସି ପ୍ରମୁଖ ଦାୟିତ୍ୱ ଦିଆଯାଇପାରେ । ସର୍ବାଧିକ ସମୟ ପାଇଁ ଘରୁ ଦୂରରେ ରହିବାକୁ ପଡିପାରେ । ବ୍ୟବସାୟ ପ୍ରଣାଳୀ ବ୍ୟସ୍ତତା ବୃଦ୍ଧି ପାଇବ।
ଭୁବନେଶ୍ବର, ଥାନା କହିଲେ ଏବେବି ଅନେକ ଭୟ କରନ୍ତି। ଆଖି ଆଗରେ ନାଚିଯାଏ ପୋଲିସ ବାଡାଉଛି କିମ୍ବା ଗାଳି କରୁଛି। ଚାରିଆଡେ ଖାଲି ମାଳମାଳ ଖାକି ପୋଷାକ ପିନ୍ଧା ପୋଲିସ ବୁଲୁଥିବେ। ହେଲେ ସେହି ପରି ଭୟଭିତ ପରିବେଷରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଏକ ଥାନା ତରଫରୁ ନିଆଯାଇଛି ଏକ ଅଭିନବ ପଦକ୍ଷେପ। ଲୋକମାନେ ଥାନାକୁ ଆସିଲେ ଯେପରି ପାର୍କରେ ବୁଲିବା ପରେ ଲାଗିବ ଥାନାକୁ ସେପରି କରାଯାଇଛି। ଭଳିକି ଭଳି ଫୁଲ କୁଣ୍ଡ ଶୋଭା ପାଉଛି ଥାନା ବାହାରେ। ହଠାତ କେହି ପଶିଗଲେ ନିଶ୍ଚିତ ଭ୍ରମରରେ ପଡିବ। ଆପଣଙ୍କୁ ଆମେ କହୁଛୁ ଭୁବନେଶ୍ବରର ଚନ୍ଦକା ଥାନା କଥା। ଏହି ଥାନା ଭିତରକୁ ପଶିଗଲେ ରାସ୍ତାର ଦୁଇ ପାର୍ଶ୍ବରେ ଗେଣ୍ଡୁଫୁଲ ପ୍ରଥମେ ଆପଣଙ୍କୁ ସ୍ବାଗତ କରିବେ। ଟିକିଏ ବୁଲିକି ଅନେଇଲେ ପଡିଆ ଭିତରେ ସଜାଯାଇଛି ଭଳିକି ଭଳି ଫୁଲ। ଥାନା ତରଫରୁ ଏପରି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ବେଶ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପହଂଚ ଅଂଚଳକୁ ରାଜ୍ୟ ଜଳସଂପଦ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ ଗସ୍ତ କରିଛନ୍ତି। ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ଙ୍କ ସହିତ ଟ୍ରାକ୍ଟରରେ ବସି ସଂଗ୍ର ଅଂଚଳକୁ ବୁଲି ବିଭିନ୍ନ ଅଂଚଳ ବୁଲି ଦେଖିଛନ୍ତି। ବିଶେହ କରି କେସିଙ୍ଗା ବ୍ଲକ ଅଧିନସ୍ଥ କଶୃପଡା ପଂଚାୟତର ଶତାଧିକ ଚାଷୀଙ୍କ ତେଲନଦୀ କୂଳିଆ ଚାଷ ଜମି ମାନଙ୍କରେ ବଢିପାଣି ଯୋଗୁଁ ଚାଷ ନଷ୍ଟ ହେଉଥିବା କାରଣରୁ ଆଡିବନ୍ଧ ନିର୍ମାଣ କରିବାକୁ ଦୀର୍ଘ ଦିନରୁ ଦାବୀ ହୋଇଆସୁଥିଲା। ବିଧାୟକ ଓ ମନ୍ତ୍ରୀ ସ୍ଥାନୀୟ ଚାଷୀ ମାନଙ୍କ ସହିତ ସମଗ୍ର ଅଂଚଳକୁ ଦେଖିବା ପରେ ସୁକୁନାଭଟା ଠାରୁ ଘାଟପଡା ପର୍ଯ୍ୟନ୍ତକୁ ତିନି କି.ମି. ପର୍ଯ୍ୟନ୍ତକୁ ଆଡିବନ୍ଧ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି। ଜଳସଂପଦ ବିଭାଗ ତରଫରୁ ସର୍ଭେ କରାଯାଇ ଅଟକଳ ପ୍ରସ୍ତୃତ କରାଯାଇ ବୈଷୟୀକ ପରାମର୍ଶଦାତା କମିଟୀକୁ ପଠାଯାଇଥିବା ଜଣାପଡିଛି। ସ୍ଥାନୀୟ…
ଗାଜିପୁର: ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଆନ୍ଦୋଳନ କରୁଥିବା କୃଷକମାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି। ବହୁ ସଂଖ୍ୟାରେ ପୋଲିସ, ଆରଏଏଫ ଏବଂ ବଜ୍ର ଗାଡିକୁ ଦେଖି ସ୍ପଷ୍ଟ ହୋଇଯାଉଛି। ସମଗ୍ର ଦେଶର ନଜର ବର୍ତ୍ତମାନ ଗାଜିପୁର ସୀମା ଉପରେ ରହିଛି। ବହୁ ସଂଖ୍ୟାରେ ପୋଲିସ ଫୋର୍ସଙ୍କୁ ଦେଖି କୃଷକ ନେତା ମଧ୍ୟ ସତର୍କ ରହିଛନ୍ତି। ୨୬ ଜାନୁୟାରୀରେ ଟ୍ରାକ୍ଟର ପରେଡ଼ ସମୟରେ ହିଂସାକୁ ନେଇ ସୀମାରେ ହଲଚଲ ବଢିଯାଇଛି। ଯୋଗୀ ସରକାର ସୀମାରେ ଧାରଣାସ୍ଥଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ସୀମାରେ ଆନ୍ଦୋଳନରତ ଚାଷିମାନଙ୍କୁ ମଧ୍ୟ ଧାରା ୧୩୩ ଅନୁଯାୟୀ ନୋଟିସ ହୋଇଛି। ସେଠାରେ ୧୪୪ ଧାରା ମଧ୍ୟ ଲଗାଯାଇଛି। ଏପରିକି ପ୍ରଦର୍ଶନକାରୀଙ୍କୁ ଧାରଣସ୍ଥଳରୁ ଉଠାଇବା ପାଇଁ ଗାଡ଼ିର ବ୍ୟବସ୍ଥା ମଧ୍ୟ ହୋଇଛି। ଗାଜିପୁର ସୀମାକୁ ଦୁଇ ପାର୍ଶ୍ଵରୁ ବନ୍ଦ କରିଦିଆଯାଇଛି। ଏହା ପୂର୍ବରୁ ସେଠାରେ ସବୁ ପ୍ରକାର ସୁବିଧା ଯଥା ପାଣି, ଆଲୋକ ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି।…
ଭୁବନେଶ୍ୱର: ରିଲାଏନ୍ସ ଜିଓ ପ୍ରଥମ ଥର ପାଇଁ ର୍ୟାଙ୍କିଙ୍ଗ୍ରେ ପ୍ରବେଶ କରି ବିଶ୍ୱର ପଂଚମ ସୁଦୃଢ଼ ବ୍ରାଣ୍ଡ୍ର ମାନ୍ୟତା (ଟାଇଟଲ୍) ହାସଲ କରିଛି । ଭାରତର ଏହି ଅଗ୍ରଣୀ ଟେଲିକମ୍ କଂପାନିର ବିଏସ୍ଆଇ ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଇଲାଇଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା ରେଟିଂ ମିଳିଛି । ୨୦୧୬ରେ ସ୍ଥାପିତ ହେବା ସତ୍ୱେ ଜିଓ ଦ୍ରୁତ ଗତିରେ ଭାରତର ସର୍ବବୃହତ ମୋବାଇଲ୍ ନେଟ୍ୱର୍କ ଅପରେଟର ଓ ସାରା ବିଶ୍ୱରେ ତୃତୀୟ ବୃହତ ମୋବାଇଲ୍ ନେଟ୍ୱର୍କ ଅପରେଟର ହେବାର ଗୌରବ ହାସଲ କରିଛି ଓ କଂପାନି ପାଖରେ ୪୦ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି । ଅତ୍ୟନ୍ତ ସୁଲଭ ପ୍ଲାନ୍ ପାଇଁ ପରିଚିତ ଜିଓ ନିୟୁତାଧିକ ଗ୍ରାହକଙ୍କୁ ବିନା ମୂଲ୍ୟରେ ୪ଜି ସେବା ପ୍ରଦାନ କରି ଭାରତରେ ଝଡ଼ ସୃଷ୍ଟି କରିଥିଲା, ଏବଂ ଭାରତୀୟମାନେ ଯେଉଁଭଳି ଭାବେ ଇଟଂରନେଟ୍ ବ୍ୟବହାର କରୁଥିଲେ ସେଥିରେ ବୈପ୍ଳବିକ ପରିବର୍ତନ ଆଣିଥିଲା…
ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ପ୍ରଥମ ଲୋକାୟୁକ୍ତ ରିପୋର୍ଟ ପ୍ରଦାନ କରୁଛନ୍ତି ଲୋକାୟୁକ୍ତ ଜଷ୍ଟିସ ପ ଲକ୍ଷ୍ମଣ ରେଡ୍ଡୀ Sri Justice P. Lakshmana Reddy Andhra Pradesh Lokayukta met Hon’ble Governor Sri Biswa Bhusan Harichandan at Raj Bhavan and presented the First Report of the Institution of #Lokayukta of Andhra Pradesh (After Bifurcation).
ଭୁବନେଶ୍ବର: ଆସନ୍ତାକାଲି ଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ହେଲେ ତିନି କୃଷି ବିଲକୁ ନେଇ ବିରୋଧୀ ଦଳ ଏକଜୁଟ୍ ହୋଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଉପସ୍ଥିତ ରହିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିଜୁ ଜନତା ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାଗ ନେବ ବୋଲି ନିଷ୍ପତ୍ତି ନେଇଛି। ଦଳ ଉଭୟ ଗୃହରେ ରାଜ୍ୟ ପ୍ରସଙ୍ଗ ଉଠାଇବ। ଏନେଇ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖ୍ୟ ସଚେତକ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧ କରୁଥିବା ଦଳଗୁଡିକ ହେଲା କଂଗ୍ରେସ, ଏନସିପି, ଶିବସେନା, ଆରଜେଡି, ସିପିଆଇଏମଏଲ, ସିପିଆଇ, ସମାଜବାଦୀ ପାର୍ଟି, ଜେକେଏନସି, ଡିଏମକେ, ଏଆଇଟିସି, ଆଇୟୁଏମଏଲ, ଆରଏସପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ ଏଆଇୟୁଡିଏଫ।
ପାନିପତ: ହରିୟଣାର ପାନିପତରେ ଜଣେ ୨୨ ବର୍ଷିୟା ଯୁବତୀ ସହିତ ଗଣଦୁଃଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲ ଆଇସିୟୁରେ ଦୁଇ ଜଣ କର୍ମଚାରୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ବାପାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅର ବିପି ରେଟ କମ ହେବାରୁ ଅସୁସ୍ଥତା ଅନୁଭବ କରିଥିଲେ। ଯାହାଫଳରେ ୨୫ ଜାନୁୟାରୀରେ ତାଙ୍କୁ ନିକଟସ୍ଥ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଜଣେ କର୍ମଚାରୀଙ୍କ ଛୁଟି ହୋଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ। ପରେ ବିଳମ୍ବିତ ରାତିରେ ଝିଅର ବେଡ଼ର ଚାରି ପଟେ ପର୍ଦ୍ଦା ଲଗାଇଦେଇଥିଲା। ଏବଂ ଏକ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ଝିଅ ସହିତ ରହିଥିଲା ଏହା ପରେ ଆଉ ଜଣେ କର୍ମଚାରୀ ଆସିଥିଲା ଏବଂ ସେ ମଧ୍ୟ ଏକ ଘଣ୍ଟା ପର୍ଯ୍ୟନ୍ତ ଭିତରେ ରହିଥିଲା। ସକାଳେ ଯେତେବେଳେ ପୀଡ଼ିତାଙ୍କ ସମ୍ପର୍କୀୟ ତାଙ୍କ ନିକଟରେ ପହଞ୍ଚିଲେ , ଏହି…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡର କିସିଣ୍ଡା ଥାନା ମାଛୁଡିହି ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ରହିବା ଓ ଶହ ଶହ ଜଙ୍ଗଲ କାଟି ଜଙ୍ଗଲ ନଷ୍ଟ କରିଥିବାରୁ ଆଜି ଜେସିବି ଲଗାଇ ଅନୁପ୍ରବେଶ କାରୀଙ୍କର ୫୦ ଘର ଭାଙ୍ଗି ଦେଇଛି ପ୍ରଶାସନ। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲଣ୍ଡାକୋଟ୍ ରିଜର୍ଭ ଜଙ୍ଗଲରେ ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀମାନେ ୩୦୦ ଏକର ଜଙ୍ଗଲ କାଟି ଜବର ଦଖଲ କରିବା ସହ ଘର କରି ରହୁଥିବାର ପ୍ରଶାସନ ଠାରେ କିସିଣ୍ଡା ଆଂଚଳିକ ବନସୁରକ୍ଷା ସମିତି ପୂର୍ବରୁ ବହୁବାର ଅଭିଯୋଗ କରିଆସୁଥିଲା। ଗତ ୧୮ ଜାନୁଆରୀରେ ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ମଧ୍ୟ ବସିଥିଲେ। ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ଜଣାଇ କମ୍ ଦିନ ମଧ୍ୟରେ ତାର ପ୍ରତିକାର ନେବା ପାଇଁ ପ୍ରତିଶୃତି ଦେଇଥିଲେ। ସଂରକ୍ଷଣ ଜଙ୍ଗଲରୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦଗଡରୁ ୨୩, ପୁରୀରୁ ୨୦, ସମ୍ବଲପୁରରୁ ୧୯, ଅନୁଗୁଳରୁ ୧୩, ଯାଜପୁରରୁ ୮, ବରଗଡରୁ ୬, ଭଦ୍ରକରୁ ୫, କେନ୍ଦୁଝରରୁ ୪, ନୂଆପଡ଼ାରୁ ୪, ବଲାଙ୍ଗୀରିରୁ ୩, କଟକରୁ ୩, ଦେବଗଡ଼ରୁ ୩, ଝାରସୁଗୁଡାରୁ ୩, ଜଗତସିଂହପୁରରୁ ୩, ଖୋର୍ଦ୍ଧାରୁ ୩, ଗଜପତିରୁ ୨, ଗଞ୍ଜାମରୁ ୨, ମୟୂରଭଞ୍ଜରୁ ୨, ସୋନପୁରରୁ ୨, ବାଲେଶ୍ବରରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୧ ଏବଂ ଏବଂ ଷ୍ଟେଟପୁଲରୁ ୧ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୬୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୭୮୦ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୧୫୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୮ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୫୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୋୖଧୁରୀ ଆଜି ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳର ୩୬ ନମ୍ବର ୱାର୍ଡ ଅନ୍ତର୍ଗତ ମଧୁସୂଦନ ନଗର, ଏଜି କଲୋନୀ, ୟୁନିଟ ୪ ହାଟ ଓ ଏମଏଲଏ କଲୋନି ଅଂଚଳ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀ ଚୋୖଧୁରୀ ୱାର୍ଡର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହି ଅଂଚଳର ନାଗରିକଙ୍କ ସମସ୍ୟା ପରିପ୍ରେକ୍ଷୀରେ ଵିସ୍ତୃତ ଆଲୋଚନା କରିଥିଲେ। ୱାର୍ଡର ସମସ୍ତ ସମସ୍ୟାକୁ ସେ ବୁଝିଥିଲେ ଏବଂ ଏହାର ଆଶୁ ସମାଧାନ ନିମନ୍ତେ ବିଏମସି ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି ପରିଦର୍ଶନ ବେଳେ ଶ୍ରୀ ଚୋୖଧୁରୀ ସର୍ବପ୍ରଥମେ ମଧୁସୂଦନ ନଗର ସ୍ଥିତ ବିବେକାନନ୍ଦ ବିଦ୍ୟାଳୟଠାରେ ପହଞ୍ଚିଥିଲେ। ଏଠାରେ ୩୬ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ନରେନ ସାହୁଙ୍କ ନେତୃତ୍ବରେ ୱାର୍ଡର ବରିଷ୍ଠ ନାଗରିକ, ମହିଳା ସ୍ବେଛାସେବୀ ଓ ନାଗରିକବୃନ୍ଦ ଶ୍ରୀ ଚୋୖଧୁରୀଙ୍କୁ ସ୍ୱାଗତ ଜଣାଇଥିଲେ। ଦୀର୍ଘ…
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏକ ୧୪ ମାସ ଶିଶୁର ଏକ ବିରଳ ମସ୍ତିଷ୍କ ଅସ୍ତ୍ରେପଚାର (ଆନ୍ଟେରିଅର୍ ଏନ୍ସେଫାଲୋସିଲସ୍) ସଫଳତାର ସହ ସଂପାଦନ କରାଯାଇଛି। ଜନ୍ମଗତ ତ୍ରୁଟି ଯୋଗୁଁ ଶିଶୁଟିର ମସ୍ତିଷ୍କର ଏକ ଅଂଶ ବାହାରକୁ ବାହାରି ଆସିଥିବା ବେଳେ ଏହା ଆଖି ଏବଂ ନାକକୁ ଆଚ୍ଛାଦିତ କରି ରଖିଥିଲା। ଖପୁରୀରେ ଏକ ଅଂଗର ହାଡ ନ ଥିବାରୁ ଏପରି ହୋଇଥିଲା। ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅସ୍ତ୍ରୋପଚାର କରିଥିଲେ। ଆନ୍ଟେରିଅର୍ ଏନ୍ସେଫାଲୋସିଲସ୍ ଏକ ସ୍ନାୟୁ ନଳୀ ଜନିତ ତ୍ରୁଟି ଯାହାକି ଗର୍ଭଧାରଣ କରିବାର କିଛି ଦିନ ମଧ୍ୟରେ ଘଟିଥାଏ ଏବଂ ଏହା ଦ୍ୱାରା ମସ୍ତିଷ୍କ କିମ୍ବା ମେରୁଦଣ୍ଡ ପ୍ରଭାବିତ ହୋଇଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ଭୁବନେଶ୍ୱର ପଟିଆ ଅଂଚଳର…
ନୂଆଦିଲ୍ଲୀ: ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଫେବୃୟାରୀ ୨ରେ ସିବିଏସଇ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଆସିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି। ଆଜି ୧ ହଜାର ସ୍କୁଲ ମୁଖ୍ୟଙ୍କ ସହ ଆଲୋଚନା କରି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍ ୧୦ ଯାଏ ଚାଲିବ। ପ୍ରାକ୍ଟିକାଲ୍ ପରୀକ୍ଷା ୧ ମାର୍ଚ୍ଚରୁ ଆରମ୍ଭ ହେବ। ୨୦୨୧-୨୨ର ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତିକୁ ପାଳନ କରିବା ପାଇଁ ସିବିଏସ୍ଇ ପାଠ୍ୟକ୍ରମରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଆଲୋଚନା କରିବାକୁ ଶିକ୍ଷା ମନ୍ତ୍ରୀ ଏକ ଅନଲାଇନ ବୈଠକ କରିଥିଲେ। ଏଥିରେ ୧୦୦୦ରୁ ଅଧିକ ବିଦ୍ୟାଳୟର ମୁଖ୍ୟ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ କାର୍ଯ୍ୟସୂଚୀ ଘୋଷଣା ସହ ସିବିଏସଇ ଛାତ୍ରଛାତ୍ରୀମାନଙ୍କ ୪୫ବର୍ଷର ରେକର୍ଡକୁ ଡିଜିଟାଲାଇଜ୍ କରାଯିବ ବୋଲି କୁହାଯାଇଛି।…
ଗଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରିଥିବା ବଜାସାଲ କଳାକାରମାନେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ
ନୂଆଦିଲ୍ଲୀ: ଦିଲ୍ଲୀ ସିନ୍ଧୁ ସୀମା ନିକଟରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ଉପରେ ସ୍ଥାନୀୟ ଗ୍ରାମବାସୀ କ୍ରୋଧାନ୍ଵିତ ହୋଇଛନ୍ତି। ଗ୍ରାମବାସୀ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନରତ ଚାଷୀ ସେଠାରୁ ବାହାରିଯିବା ପାଇଁ ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଛନ୍ତି। ସେମାନେ ରାଜପଥ ଖାଲି କରିବା ଲାଗି ଦାବି ହେଉଛି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ, ଯେଉଁଭଳି ଭାବେ ଲାଲ କିଲ୍ଲାରେ ତ୍ରିରଙ୍ଗାର ଅପମାନ ହେଲା, ତାହାକୁ ସେମାନେ ସହ୍ୟ କରିପାରିବେ ନାହିଁ। ହିନ୍ଦୁ ସଂଗଠନ ସମେତ ଗ୍ରାମବାସୀମାନେ ରାଜପଥ ଖାଲି କରିବା ନେଇ ଦାବି କରୁଛନ୍ତି। ତେବେ ଏ ଘଟଣା ପରେ ଗ୍ରାମବାସୀ ଏବଂ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ସୂଚନା ରହିଛି।
କେରଳ, କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ବର୍ତ୍ତମାନ କେରଳ ଗସ୍ତରେ ଅଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସେ ଛାତ୍ରଛାତ୍ରୀଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ। ସେହି ସମୟରେ ରାହୁଳ ଗାନ୍ଧୀଙ୍କ ସହିତ ସେଲଫି ନେବାର ସୁଯୋଗ ଛାଡିଲେ ନାହିଁ ଛାତ୍ରଛାତ୍ରୀ।
ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ବିଜେଡ଼ି ଦଳର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଏଥିପାଇଁ ଦଳ ପକ୍ଷରୁ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଛି। ତେବେ ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଆଜି ଏହି ଆସନ ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ପ୍ରଦୀପଙ୍କ ପୁଅ ରୁଦ୍ର ମହାରଥୀ ବି ଟିକେଟ ଆଶାୟୀ ଥିବା ପରୋକ୍ଷରେ କହିଛନ୍ତି। କିନ୍ତୁ ରୁଦ୍ର ଏନେଇ କହିଛନ୍ତି ଯେ, ମୋର ନିର୍ବାଚନର ଅଭିଜ୍ଞତା ଅଛି। ବାପାଙ୍କ ସହ ମୁଁ ଦୁଇଟି ନିର୍ବାଚନରେ କାମ କରିଛି। ମା’ଙ୍କର ମଧ୍ୟ ନିର୍ବାଚନ ପରିଚାଳନା ଅଭିଜ୍ଞତା ରହିଛି। ଦଳ ଯାହାକୁ ନିଷ୍ପତ୍ତି ନେବ ଆମେ ସମର୍ଥନ କରିବୁ। ଆମକୁ ଯାହା ଦଳରୁ ଆଦେଶ ଆସିବ, ତାହାକୁ ମୁଁ…
ଫୁଲବାଣୀ, କନ୍ଧମାଳ ପୋଲିସର ଏକ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ଜିଲ୍ଲାର 7 ଜଣ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହି ନାବାଳିକାଙ୍କୁ ପୋଲିସ ଚେନ୍ନାଇରୁ ଉଦ୍ଧାର କରିଛନ୍ତି। ଏହି ନାବାଳିକାଙ୍କୁ ଦଲାଲ ମାଧ୍ୟମରେ ଚେନ୍ନାଇ ପଠାଇ ଦିଆଯାଇଥିଲା। ଖବର ପାଇଁ ପୋଲିସ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ସେମାନେ ଚେନ୍ନାଇରେ ଥିବାର ଖବର ମିଳିବା ପରେ ସେଠାରେ ପୋଲିସ ପହଁଞ୍ଚିଥିଲା। ଗତ 13 ତାରିଖରେ ସେମାନଙ୍କୁ ପୋଲିସ ଚେନ୍ନାଇରୁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ କନ୍ଧମାଳ ଅଣିବା ପରେ ତାଙ୍କର ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।

