ସୀତାରାମ ଅଗ୍ରୱାଲ ବାଣପୁର: ପୋଖରୀରେ ବୁଡି ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରମୋରୀ ପଂଚାୟତର ମୋରାମୋରି ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଆଜି ଅପରାହ୍ନ ୨ ଘଟିକା ସମୟରରେ ମୋରାମୋରି ଗ୍ରାମର ଲକ୍ଷ୍ମୀଧର ବରାଳଙ୍କ ପୁତ୍ର ବିଭୁତି ବରାଳ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ ବିଭୁତି ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ। କିନ୍ତୁ କୌଣସି କାରଣ ବଶତଃ ପୋଖରୀ ମଧ୍ୟକୁ ଗୋଡ଼ ଖସିଯିବାରୁ ସେ ପୋଖରୀ ଭିତରେ ବୁଡି ଯାଇଥିଲେ। ସେଠାରେ ଥିବା ଅନ୍ୟ ଲୋକମାନେ ଏ ନେଇ ତୁରନ୍ତ ବିଭୁତିଙ୍କ ଘରେ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକ ଘଟଣାସ୍ଥଳରେ ପହଁଚି ବିଭୂତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ସହରର ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ବଡ଼ା ଖାନା’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି। ରାଜ୍ୟର ପ୍ରତ୍ୟେକ ୟୁ.ଏଲ.ବି ରେ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଗୋଟାଏ ଥର ଆୟୋଜନ କରାଯିବ। ୟୁ.ଏଲ.ବି କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତ୍ୟେକ ସଫେଇ କର୍ମଚାରୀମାନଙ୍କୁ ମାସରେ ଗୋଟିଏ ଦିନ ଭୋଜନ ପରିବେଷଣ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ‘ବଡ଼ା ଖାନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ, ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରି, ସାନିଟେସନ ଏକ୍ସପର୍ଟ, ସି.ଓ, ସି.ଏମ୍.ଏମ୍, ୱାର୍ଡ ଅଫିସର, ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ବିଜ୍ଞାପିତ ପରିଷଦର…
ନୂଆଦିଲ୍ଲୀ: ଦିଲ୍ଲୀରେ ଟ୍ରାକ୍ଟର ପରେଡ଼ରେ ପୋଲିସ ଏବଂ କୃଷକ ମଧ୍ୟରେ ସଂଘର୍ଷ ହୋଇଥିଲା। ସେଥିପାଇଁ ପୋଲିସକୁ ବହୁତ କଷ୍ଟ କରିବାକୁ ପଡିଥିଲା। ଏପରିକି ଆନ୍ଦୋଳଙ୍କକାରୀଙ୍କୁ ରୋକିବା ପାଇଁ ଲୁହ ଗ୍ୟାସର ଗୁଳି ଛାଡିବାକୁ ପଡିଥିଲା ଏବଂ ଲାଠି ଚାର୍ଜ ମଧ୍ୟ କରିଥିଲା। ସଂଘର୍ଷ ଭିତରେ କେତେଜଣ କୃଷକ ଲାଲ କିଲାରେ ପହଞ୍ଚିଯାଇଥିଲା। ଏନେଇ ଅଭିନେତ୍ରୀ କଙ୍ଗନା ରଣାୱାତ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏବେ ସେ ଦିଲଜିତ ଦୋସାଞ୍ଝ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଠାରୁ ଉତ୍ତର ମାଗିଛନ୍ତି। କଙ୍ଗନା ନିଜର ଟୁଇଟରେ ଲେଖିଛନ୍ତି ଯେ, ଦିଲଜିତ ଏବଂ ପ୍ରିୟଙ୍କା ଏହା ଉପରେ ମତାମତ ରଖିବା ଜରୁରୀ। ଆଜି ସମଗ୍ର ଦୁନିଆ ଆମ ଉପରେ ହସୁଛି। ଏହା ତୁମ ମାନଙ୍କୁ ଦରକାର ଥିଲା ନା। ଧନ୍ୟବାଦ। ସୂଚନା ଯୋଗ୍ୟ ଯେ, କୃଷକ ଆନ୍ଦୋଳନକୁ ନେଇ ଏମାନଙ୍କ ମଧ୍ୟରେ ପୂର୍ବରୁ ବହୁ ଟୁଇଟ ଯୁଦ୍ଧ ହୋଇଥିଲା। ଦିଲଜିତ ଏବଂ ପ୍ରିୟଙ୍କା କୃଷକ ଆନ୍ଦୋଳନକୁ ସମର୍ଥନ…
କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ, ଭବାନୀପାଟଣାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଲି। ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ୱାଶିଂଟନ: ଆମେରିକାରେ ନୂତନ ସରକାର ଆସିବା ପରେ ପାକିସ୍ଥାନକୁ ପ୍ରଥମ ଝଟକା ଲାଗିଛି। ଆମେରିକା ଦକ୍ଷିଣ ଏସିଆର ଥିବା ତିନୋଟି ଦେଶ ପାଇଁ ନିଜର ଟ୍ରାଭେଲ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ପାକିସ୍ଥାନକୁ ଯାତ୍ରା କରିବା ବିପଦ ବୋଲି ଦର୍ଶାଯାଇଛି। ଆମେରିକା ନିଜର ନାଗରିକମାନଙ୍କୁ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନକୁ ଯାତ୍ରା କରିବା ଲାଗି ମନା କରିଦେଇଛି। ଆମେରିକାର ବିଦେଶ ମନ୍ତ୍ରାଳୟ ଏହି ତିନି ଦେଶ ପାଇଁ ଅଲଗା ଟ୍ରାଭେଲ ଆଡଭାଇଜରୀ ଜାରି କରିଛି। ଆଡଭାଇଜରୀ ଅନୁଯାୟୀ, କୋଭିଡ଼-୧୯, ଆତଙ୍କବାଦ ଏବଂ ସାମ୍ପ୍ରଦାୟିକ ହିଂସାକୁ ଦେଖି ଆମେରିକା ନାଗରିକାମାନଙ୍କୁ ପାକିସ୍ଥାନକୁ ଯାତ୍ରା ନକରିବା ପାଇଁ ପରାମର୍ଶ ଦିଆଯାଇଛି। ଆତଙ୍କବାଦ ଏବଂ ଅପହରଣକୁ ଲକ୍ଷ କରି ପାକିସ୍ଥାନର ବଲୁଚିସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଭାରତ-ପାକିସ୍ଥାନ ସୀମାକୁ ନଯିବା ପାଇଁ କୁହାଯାଇଛି। କାରଣ ସେହି ଅଞ୍ଚଳରେ ଆନ୍ତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି। ତେବେ ବାଇଡେନ ସରକରା ଆସିବା ପରେ ଆମେରିକା…
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଉଗ୍ରରୂପ ଧାରଣ କରିଛନ୍ତି। ଗୋଟିଏ ପଟେ ସମଗ୍ର ଦେଶ ଏହାର 72 ତମ ଗଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଅନ୍ୟ ପଟେ ଜାତୀୟ ରାଜଧାନୀ ଦିଲ୍ଲୀର କୃଷକମାନେ ନୂତନ କୃଷି ଆଇନ ବିରୋଧରେ ଟ୍ରାକ୍ଟର ପରେଡ କରିଛନ୍ତି। ଅନେକ ସ୍ଥାନରେ କୃଷକମାନେ ଦିଲ୍ଲୀରେ ପ୍ରବେଶ ପାଇଁ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିଲେ, ତା’ପରେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। କୃଷକଙ୍କ ଏହି ଟ୍ରାକ୍ଟର ରାଲି ଦିଲ୍ଲୀର ସୀମାନ୍ତରେ କରୁଛନ୍ତି। ଆଜି ଗାଜିପୁର ସୀମାରୁ ଏକ କୃଷକ ଦଳ ଏହି ରାଲିରେ ବାହାରି ITO ରେ ପହଞ୍ଚିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି କୃଷକମାନେ ଲାଲକିଲା ଯିବା ପାଇଁ ଚେଷ୍ଟା କରୁଛନ୍ତି। ପୋଲିସ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି, କିନ୍ତୁ ଚାଷୀମାନେ ଅଟକାଇବାକୁ ପ୍ରସ୍ତୁତ ନୁହଁନ୍ତି। କୃଷକମାନେ କ୍ରମାଗତ ଭାବରେ ଆଗକୁ ବଢିବାରେ ଲାଗିଛନ୍ତି। କୃଷକମାନେ ଟ୍ରାକ୍ଟର ସାହାଯ୍ୟରେ ପୋଲିସ ବ୍ୟାରିକେଟକୁ ହଟାଇବାକୁ ଚେଷ୍ଟା…
ନୂଆଦିଲ୍ଲୀ: ଆଜି ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଆଜି ଦିଲ୍ଲୀର ରାଜପଥ ସହିତ ଦିଲ୍ଲୀ ସୀମା ଉପରେ ସମସ୍ତଙ୍କ ନଜର ରହିଛି। ଗଣତନ୍ତ୍ର ଦିବସରେ କୃଷି ଆନ୍ଦୋଳନରତ କୃଷକମାନେ ଦିଲ୍ଲୀରେ ହିଂସାତ୍ମକ ଆନ୍ଦୋଳନ ଆଡକୁ ଗତି କରୁଥିବା ଦେଖାଯାଇଛି। ଦିଲ୍ଲୀ ପୋଲିସ ସର୍ତ୍ତମୂଳକ ଭାବେ କୃଷକମାନନୁ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦେଇଥିଲା। କିନ୍ତୁ ପୋଲିସର ସର୍ତ୍ତକୁ ଅଣଦେଖା କରି ଦିଲ୍ଲୀ ଭିତରେ ପ୍ରବେଶ କରିଛନ୍ତି। ସୀମାରେ ଥିବା ବ୍ୟାରିକେଡ଼କୁ ଭାଙ୍ଗି ଚାଷୀ ଲାଲ କିଲା ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖାଯାଇଛି। ଏହାସହିତ ଆଇଟିଓ ରେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୧୧ତମ ଜାତୀୟ ଭୋଟର ଦିବସ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ ଯୋଗଦେଇ ଭାରତବର୍ଷର ଗଣତନ୍ତ୍ର ଓ ପରମ୍ପରା ଉଚ୍ଚକୋଟିର ଓ ଭାରତବର୍ଷର ସବୁଠାରୁ ବୃହତ୍ ଗଣତ୍ତ୍ର ଉତ୍ସବର ସଂବିଧାନ ଦିବସ ବା ଭୋଟ ପ୍ରଦାନ କରିବା ଦିବସ ବୋଲି ମୁଖ୍ୟଅତିଥି କହିଥିଲେ। ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କହିଥିଲେ ଯେ ଆମେ ନିଜ ଦେଶର ଗଣତନ୍ତ୍ର ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ଏବଂ ସମସ୍ତ ବିଏଲ୍ଓ ଓ ସୁପରଭାଇଜରଙ୍କୁ ନିଷ୍ଠାର ସହିତ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ। ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ କହିଥିଲେ ଯେ ଗଣତନ୍ତ୍ରର ସୁରକ୍ଷା ଲାଗି ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠି, ଭାଷା ଏବଂ କୌଣସି…
କୋରାପୁଟ, ୭୨ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ କୋରାପୁଟରେ ପାଳିତ ହୋଇଛି। ଏହି ସମାରୋହରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହିତ ଏକ ସମ୍ମିଳିତ ପାରଡରେ ଅଭିବାଦନ ଗ୍ରହଣ କରଥିଲେ। ଏହି ପାରଡରେ ଜିଲ୍ଲା ପୋଲିସ ତରଫରୁ ଆୟୋଜିତ କରାଯାଇଥିଲା। ମନ୍ତ୍ରୀ ପତାକା ଉତ୍ତୋଳନ କରିବା ପାଇଁ ଗତକାଲି କୋରାପୁଟ ଗସ୍ତ କରିଥିଲେ। ସେଠାରେ ଜିଲ୍ଲା ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏଥିସହିତ ଏହି ଗଣତନ୍ତ୍ର ଉତ୍ସବରେ ଚିତାକର୍ଷକ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଭୟାବହ ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଗୋଟିଏ ବଳଦ ଏବଂ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡପାରୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ବଡପାରୀ ଗ୍ରାମର ଗୋଦାବରୀ ପାଲଟାସିଂହଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ତା’ପୂର୍ବରୁ ଗୋଦାବରୀଙ୍କ ୫ ବଖରା ଘର ଅଗ୍ନିକାଣ୍ଡରେ ପାଉଁଶ ହୋଇଯାଇଥିଲା। ଏହି ଘରେ ଥିବା ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏହାସହିତ ଏହି ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ବଳଦ ଏବଂ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
ଭୁବନେଶ୍ବର: ଆଜି ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହୁରୁ, ନେତାଜୀ ସୁବାସ ଚନ୍ଦ୍ର ବୋଷ, ମୋଲନା ଆଜାଦ, ଡଃ. ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଶହିଦ ଲକ୍ଷ୍ମଣ ନାୟକ, ରମା ଦେବୀ, ପାର୍ବତୀ ଗିରି, ଡଃ. ହରେକୃଷ୍ଣ ମହାତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ସହିଦ ହୋଇଥିବା କୋଭିଡ଼ ଯୋଦ୍ଧାମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଭାରତ ବହୁ ଜାତି, ଧର୍ମ, ଭାଷା,…
ଭୁବନେଶ୍ବର, ଆଜି 72 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ଯାହା କହିଛନ୍ତି ତାହା ଥିଲା ଏହିପରି ପ୍ରିୟ ଭାଇ ଓ ଭଉଣୀମାନେ, ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହୁର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡଃ ଆମ୍ବଦେକର, ବୀର ସୁରନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରକେୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍ ମାନଙ୍କ ପ୍ରତି…
ଭୁବନେଶ୍ବର: ସାତ ମାସ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସିଛି। ଆଜି ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୮ ଜଣ ଚିହ୍ନଟ ହୋଇଥିବାବେଳେ ୪୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୫୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୨୮୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୨୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍ ୯୯ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୦, ଅନୁଗୁଳ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୦ ତାରିଖରେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ପୋଲିସ୍ ଆଜି ୫ ଜଣ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଓ ଗୁଳି ଜବତ କରିଛି। ଏନେଇ ଦକ୍ଷିରାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଓ ଗଂଜାମ ଏସ୍ପି ବ୍ରିଜେଶ ରାୟ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ସୂଚନା ଦେଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ ବାରିକ, ବଳିଆ ଓରଫ୍ ବଳରାମ ପରିଡ଼ା, ପବନ ପହାନ, ପ୍ରଶାନ୍ତ ସ୍ୱାଇଁ ଏବଂ ଗଗନ ବିଶ୍ୱାଳ। ପୋଲିସ୍ ଅଭିଯୁକ୍ତଙ୍କ ନିକଟରୁ ୩ଟି ବନ୍ଧୁକ, ୬୩ଟି ଗୁଳି, ୫ଟି ମୋବାଇଲ୍ ଫୋନ୍ ଏବଂ ଏଟିଏମ୍ କାର୍ଡ଼ ଜବତ କରିଛି। ମୁଖ୍ୟତଃ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ସୂଚନାଯୋଗ୍ୟ ଘଟଣା ଦିନ ସ୍ୱର୍ଗତ ସାହୁ ଏକ ଚା’ ଦୋକାନରେ ଛିଡ଼ା ହୋଇ କଥା ହେଉଥିବା ବେଳେ କିଛି…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ଅର୍ଥନୀତିଜ୍ଞ ତଥା ମହାନ ଶିକ୍ଷାବିତ୍ ଭାବରେ ବିବେଚନା କରାଯାଏ । ଚାଣକ୍ୟ ନୀତି ଶାସ୍ତ୍ରୀରେ ଟଙ୍କା ଏବଂ ସଫଳତା ସହ ଜଡିତ ଅନେକ ନୀତି ଉଲ୍ଲେଖ କରଛନ୍ତି, ଯାହାକୁ ଲୋକମାନେ ଅନୁସରଣ କରନ୍ତି । କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର କିନ୍ତୁ ତାଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ଟଙ୍କା ଏବଂ ସଫଳତା ସହିତ ଜଡିତ ଚାଣକ୍ୟ ନୀତି ଜାଣନ୍ତୁ ଏହି ପାଞ୍ଚୋଟି ନୀତି ଆହ୍ବାନ ପାଇଁ ପ୍ରସ୍ତୁତ ରୁହନ୍ତୁ- ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କର ଲକ୍ଷ୍ୟ ସ୍ଥିର କରନ୍ତୁ | ଏହା ଦ୍ବାରା ଆପଣ ଜାଣିପାରିବେ କେଉଁ ଦିଗରେ ଶକ୍ତି ଖର୍ଚ୍ଚ କରିବାକୁ ପଡିବ। ଏହା ସମୟ ନଷ୍ଟ କରେ ନାହିଁ | ସଫଳତା ଏବଂ ଧନ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ…
ଭୁବନେଶ୍ୱର: ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକାରଣରେ ଓଡିଶା ଆଗୁଆ ରହିଛି। ପ୍ରଥମ ପର୍ଯ୍ୟାୟରେ ଓଡିଶା ଭଲ ସଫଳତା ହାସଲ କରିଥିବା ବେଳେ। ଏପର୍ଯ୍ୟନ୍ତ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇ ସାରିଛନ୍ତି। ତେବେ ଏହି ପର୍ଯ୍ୟାୟରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତି ଆସନ୍ତା ୧୫ରୁ ଦ୍ୱିତୀୟ ଡୋଜ ଟିକା ନେବେ। ପ୍ରଥମ ଟିକା ନେବାର ୨୮ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ ନିଆଯିବ। ଆସନ୍ତା ଫେବୃଆରୀ ୧୫ରୁ ଦ୍ୱିତୀୟ ଡୋଜ ଟିକାକରଣ ଆରମ୍ଭ ହୋଇ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବ।
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୧୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୭୬ ହଜାର ୮୩୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୮୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୪୫ ହଜାର ୯୮୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୭୭ ହଜାର ୨୬୬ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଆଜି ନିରାଡମ୍ବର ଭାବେ ରାଜ୍ୟ ସ୍ତରୀୟ 72 ତମ ଗଣତନ୍ତ୍ର ଦିବସ ଭୁବନେଶ୍ବରର ମହାତ୍ମା ଗାନ୍ଧୀ ମାର୍ଗରେ ହୋଇଯାଇଛି। ଏହି ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଅତିଥୀ ଭାବେ ଯୋଗଦେଇଥିଲେ। ରାଜ୍ୟପାଳ ଗାନ୍ଧୀ ମାର୍ଗରେ ପହଁଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ। ତେବେ କରୋନା କଟକଣା ପାଇଁ ଏହି ଉତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଛି। ପାରଡରେ ମାତ୍ର 14ଟି ଟ୍ରୁପ ଅଂଶ ଗ୍ରହଣ କରିଥିଲେ। ସୁରକ୍ଷା ପାଇଁ ପୋଲିସ କମିଶନରେଟ ତରଫରୁ 25 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।
ପୁରୀ, ଆଜି 72 ତମ ଗଣତନ୍ତ୍ର ଦିବସ। ଏହ ଦିବସ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଶୋଭା ପାଉଛି ଏକ ଆକର୍ଷଣୀୟ ବାଲୁକା କଳା। ଯାହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ରଂଗୀନ ବାଲିରେ ସେ ଏହି ସ୍ଥାପତ୍ୟ କରିଛନ୍ତି। ଏଥିରେ ସେ 72 ତମକୁ ଜାତୀୟ ପତାକା ମଧ୍ୟରେ ସ୍ଥାପିତ କରିଛନ୍ତି। ସେହିପରି ନିମ୍ନ ଭାଗରେ ବାପି ରିପବ୍ଲିକ ଡେ ବୋଲି ସେ ଉଲ୍ଲେଖ କରିଛନ୍ତି।
ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟ ଆଶାତିତ ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ । ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ । ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ । ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ । ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ । ସେହି ତିନୋଟି ରାଶି ହେଉଛି ମେଷ, ବୃଷ, ମୀନ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ । ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ…
ମେଷ-ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ବୃଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ମିଥୁନ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ।…

