ସୀତାରାମ ଅଗ୍ରୱାଲ ବାଣପୁର: ବଡ଼ ଭାଇ କାତି ଚୋଟରେ ସାନଭାଇ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତିହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବରଡ଼ୀ ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି। ଅଭିଯୋଗ ମୁତାବକ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବରଡ଼ୀ ଗ୍ରାମରେ ଯଯାତି ପାତ୍ର ଏବଂ ବଡ଼ ଭାଇ ସଂଗ୍ରାମ ପାତ୍ର ସପରିବାରେ ବାସ କରନ୍ତି। ତେବେ ପରିବାର ଚଳାଇବାକୁ ଦୀର୍ଘବର୍ଷ ପୂର୍ବେ ପରିବାରବାସି ବିଭିନ୍ନ ଜାଗାରୁ କରଜ ଆଣିଥିଲେ। ଗତ ଏକବର୍ଷ ତଳେ ଯଯାତିଙ୍କ ବଡ଼ ଭାଇ ସଂଗ୍ରାମ କରଜ ଶୁଝିବା ପାଇଁ ଅମଙ୍ଗ ହେବା ସହ ଘର ସମ୍ପତିରୁ ମଧ୍ୟ କିଛି ଭାଗ ନେବେ ନାହିଁ ବୋଲି କହି ଘର ଛାଡି ଅନ୍ୟତ୍ର ରହିଆସୁଥିଲେ। ଗତକାଲି ପୁଣି ସେ ନିଜ ଘରକୁ ଫେରି ସମ୍ପତିରୁ ଭାଗ ନେବାପାଇଁ ଦାବି କରିଥିଲେ ଏବଂ ଏନେଇ ଗ୍ରାମରେ ବୈଠକ ମଧ୍ୟ ବସିଥିଲା। ବୈଠକରେ କିଛି ନିଷ୍ପତି ଆସିବା ପୂର୍ବରୁ ଆଜି ସକାଳେ…
Author: Samikhsya Bureau
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୨୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୩୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୬୭ ହଜାର ୭୩୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୪୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୩୦ ହଜାର ୮୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୮୪ ହଜାର ୧୮୨ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରର ସେହି 3 ଭାଗ୍ୟଶାଳୀ ରାଶି ବିଷୟରେ କହୁଛୁ ଯେଉଁଥିରେ ଭଗବାନ ଶନି ଦେବ ବହୁତ ଖୁସି ଅଛନ୍ତି । ଏହି ରାଶିର ଲୋକମାନେ ଶନି ଦେବଙ୍କ କୃପାରୁ ବହୁତ ଧନ ପାଇବାକୁ ଯାଉଛନ୍ତି। ଶନି ଦେବ 8 ବର୍ଷ ପରେ ଏହି ରାଶିର ଲୋକମାନଙ୍କ ଉପରେ ସନ୍ତୁଷ୍ଟ । କଠିନ ପରିଶ୍ରମର ଫଳାଫଳ ଶୀଘ୍ର ପାଇବେ । ଆପଣଙ୍କର ବ୍ୟବସାୟ ସମସ୍ୟା ସମାପ୍ତ ହେବ । ଜାଗା କିଛି ପରିମାଣରେ ସମାଧାନ ହୋଇପାରିବ ଏବଂ ମହାଦେବଙ୍କ କୃପା ଦ୍ୱାରା ଲାଭର ଅନେକ ନୂତନ ସୁଯୋଗ ହାସଲ ହୋଇପାରିବ। ଆପଣ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇବେ । ଲାଭ ପାଇଁ ନୂଆ ସୁଯୋଗ ଆସିବ। ବିରୋଧ ହୋଇପାରେ ଏବଂ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅର୍ଥନୈତିକ ଜୀବନ ଦୃଷ୍ଟିରୁ ଅବସ୍ଥା ବହୁତ ଭଲ ହେବାକୁ ଯାଉଛି । ନିଜ ଟଙ୍କାକୁ…
ମେଷ-ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ ଅସୁବିଧାଜନକ ହେବ। ଯାହାର କୈଣସି ନିର୍ଦ୍ଦିଷ୍ଟ କାରଣ ରହିବ ନାହିଁ, କିନ୍ତୁ ଆପଣ ଭାବିବାରେ ଅଧିକ ସମୟ ଦେବେ । ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ । ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନେ ନିଜ ପ୍ରିୟଙ୍କ ସହିତ ବିବାହ ବିଷୟରେ କଥାବାର୍ତ୍ତା କରିପାରିବେ। ବୃଷ–ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ…
ନୂଆଦିଲ୍ଲୀ, କରୋନା ମହାମାରୀ ଦୁନିଆର ଲୋକଙ୍କର କାର୍ଯ୍ୟ କରିବାର ପଦ୍ଧତିକୁ ବଦଳାଇ ଦେଇଛି। ଏହି ମହାମାରୀ ଯୋଗୁଁ ସରକାରୀ ତଥା ଘରୋଇ କର୍ମଚାରୀଙ୍କ ଘରେ କାର୍ଯ୍ୟ ବା ୱାର୍କ ଫ୍ରମ ହୋମ ଧାରା ବୃଦ୍ଧି ପାଇଛି। ବିଶେଷ କରି ବଡ ବଡ କଂପାନୀ ଏହି କାର୍ଯ୍ୟଧାରକୁ ଆପଣେଇ ନେଇଛନ୍ତି। ବିଶେଷ କରି ଆଇଟି କଂପାନୀଗୁଡିକ ୱାର୍କ ଫ୍ରମ ହୋମ ଧାରାକୁ ପୂର୍ଣ୍ଣ ମାତ୍ରାରେ ଲାଗୁ କରିଛନ୍ତି। କରୋନା ସଂକ୍ରାମଣ ହ୍ରାସ ପାଇଥିଲେ ମଧ୍ୟ ଏହି ୱାର୍କ ଫ୍ରମ ହୋମ ଧାରାକୁ ଅନେକ କଂପାନୀ ଆହୁରି ବଢାଇବେ ବୋଲି ଚିନ୍ତା କରୁଛନ୍ତି। ଏପରିକି ଗୁଗୁଲ ପରି ବହୁ ରାଷ୍ଟ୍ରୀୟ କଂପାନୀ ୱାର୍କ ଫ୍ରମ ହୋମକୁ ସବୁଦିନ ପାଇଁ ଲାଗୁ କରିଦେଇଛନ୍ତି। ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଏହି ୱାର୍କ ଫ୍ରମ ହୋମ ଦ୍ବାରା ଅନେକ ନୂଆଦିଗ ସୃଷ୍ଟି ହୋଇଛି। ପ୍ରଥମତଃ କରୋନା ସଂକ୍ରାମଣକୁ ରୋକାଯାଇପାରୁଛି। ଅନ୍ୟପକ୍ଷରେ କଂପାନୀଗୁଡିକ ଅନେକ ଖର୍ଚ୍ଚରୁ ମଧ୍ୟ ବଞ୍ଚିତ…
ନୂଆଦିଲ୍ଲୀ, ଆଜି ରାତି 12 ଟା ପରେ ରାଶି ପରିବର୍ତ୍ତନ ହେଉଛି, ଯାହାର ପ୍ରଭାବରେ ଛଅଟି ରାଶିର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବ। ସେମାନେ ସହଭାଗୀମାନଙ୍କର ପୂର୍ଣ୍ଣ ସମର୍ଥନ ପାଇବେ। ଜୀବନର ସମସ୍ତ କାର୍ଯ୍ୟ ଅତି ସହଜରେ ସମ୍ପନ୍ନ ହେବ। ଶନି ଦେବଙ୍କ କୃପା ଦ୍ୱାରା ଆର୍ଥିକ ଯୋଜନା ମଧ୍ୟ ସଫଳ ହେବ । ସାମାଜିକ କ୍ଷେତ୍ରରେ ସମ୍ମାନ ମଧ୍ୟ ବଢିବ ଏବଂ ଯଦି ଆପଣ ଏକ ଲାଭଦାୟକ ଯାତ୍ରା କରିବାକୁ ଯାଉଛନ୍ତି ତେବେ ପରିବାରରେ ମଧ୍ୟ ଆପଣଙ୍କର ପୂର୍ଣ୍ଣ ସମର୍ଥନ ଅଛି । ଆପଣ ଏହା ବିଷୟରେ ସମ୍ପୂର୍ଣ୍ଣ ସମର୍ଥନ ମଧ୍ୟ ପାଇବେ । ଆପଣ ଜୀବନରେ ଅନେକ ପ୍ରକାରର ଲାଭ ମଧ୍ୟ ପାଇବେ । ଆଗାମୀ ସମୟରେ, ଆପଣ କ୍ୟାରିଅରରେ ଆଗକୁ ବଢିବାକୁ ଅନେକ ନୂତନ ସୁଯୋଗ ପାଇବେ । ମନରେ ଟଙ୍କା ବିଷୟରେ ପ୍ରଶ୍ନ ଆସିବ । ବ୍ୟବସାୟିକ ଭାବରେ ଆପଣଙ୍କର ଆସୁଥିବା ସମୟ ଅତ୍ୟନ୍ତ ଶୁଭ…
ଭାରତ ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବର ଶେଷ ସଂଧ୍ୟାରେ ଚାଲିଛି ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ବର: ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଘୋଷଣା କରିଛନ୍ତି। କୌଣସି ସରକାରୀ ସୂଚନା ପାଇବାକୁ ହେଲେ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। ଅଙ୍ଗନବାଡି କର୍ମୀଙ୍କ ପାଖରେ ମୋବାଇଲ ରହିଲେ ବହୁତ ଅଳ୍ପ ସମୟରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ସୂଚନା ମିଳିପାରିବ। ସମସ୍ତ ଅଙ୍ଗନୱେଡ଼ି କେନ୍ଦ୍ରରେ ଏସଏଚଜି ମହିଳା ମାନଙ୍କୁ ସକ୍ରୀୟ କରିବା ପାଇଁ ଏହି ଫୋନ ବଣ୍ଟନ କରାଯିବ। ଏହା ସହିତ ସବୁ ଅଙ୍ଗନଓ୍ୱାଡ଼ି ସେଣ୍ଟରରେ ପିଲାମାନଙ୍କର ଉଚ୍ଚତା ଏବଂ ଓଜନ ମାପିବା ପାଇଁ ମେସିନ ଦିଆଯିବ। ଆଜିର ବୈଠକରେ ଅଙ୍ଗନଓ୍ୱାଡ଼ି କର୍ମୀମାନଙ୍କର ସମସ୍ଯା ବିଷୟରେ ଆଲୋଚନା କରାଯାଇଥିଲା। ତେଣୁ ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।
ଭୁବନେଶ୍ବର: ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ ହୋଇଛି। ୧୯୫୩ ସେପ୍ଟେମ୍ବର ୨୦ ତାରିଖରେ ସୁରେନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଏନେଇ ପରିବାର ପକ୍ଷରୁ ସୂଚନା ମିଳିଛି। ସେ ୧୯୯୦ ମସିହାରେ ଜନତାଦଳରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ।
ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକର କର୍ମଜୀବି ସାମ୍ବାଦିକମାନଙ୍କୁ ନେଇ ଗଠିତ ମୋହନା ସାମ୍ବାଦିକ ସଂଘ (ଏମଜେୟୂ)ର ପ୍ରଥମ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ମିହିର ଜତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୫ରୁ ଉର୍ଦ୍ଧ୍ଵ ପ୍ରିଣ୍ଟ ମିଡ଼ିଆ ଓ ଇଲୋଟ୍ରନିକ୍ସ ମିଡ଼ିଆର ପ୍ରତିନିଧି ଯୋଗ ଦେଇଥିଲେ। ପ୍ରଥମେ ସାମ୍ବାଦିକ ବନ୍ଧୁମାନେ ପରସ୍ପରକୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହିତ ସଂଘର ଆଭିମୁଖ୍ୟ, ପରବର୍ତ୍ତୀ କାର୍ଯ୍ୟପନ୍ଥା, ଲକ୍ଷ୍ୟ, ଉଦ୍ଦେଶ୍ୟ, ଐକତା ବଜାୟ ରଖିବା, ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ଏବଂ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକୁ ଅନୁଧାନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଉପରେ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସଂଘର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଦାଶଙ୍କୁ ଚୟନ କରାଯାଇଥିବାବେଳେ ଉପସଭାପତି ଭାବେ…
କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ନିଜ ଦଳରୁ ତଡା ଖାଇଛନ୍ତି। ନେପାଳରକମ୍ୟୁନିଷ୍ଟ ଦଳ ତାଙ୍କୁ ବହିଷ୍କାର କରିଛି। କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ନେଇ ନିଷ୍ପତ୍ତି ହୋଇଛି। ଏହାସହ କମିଟି ତାଙ୍କର ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି। ଓଲିଙ୍କ ବିରୋଧରେ ବହୁ ଦିନ ଧରି ଦଳରେ ଅସନ୍ତୋଷ ଜାରି ରହିଥିଲା। ଏନସିପିର ଏକ ପୃଥକ ଦଳର ନେତା ପୁଷ୍ପ କମଲ ଦହଲ ‘ପ୍ରଖଣ୍ଡା’ ଏକ ସରକାରୀ ବିରୋଧୀ ରାଲିର ନେତୃତ୍ୱ ନେଇଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଦ୍ୱାରା ସଂସଦ ଭଙ୍ଗ ହେବା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକ ଭୟଙ୍କର ବିପଦ। ସେ ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ କାର୍ଯ୍ୟ କରିଛନ୍ତି। ଓଲି କେବଳ ଦଳର ସମ୍ବିଧାନକୁ ଉଲ୍ଲଂଘନ କରିନାହାଁନ୍ତି ବରଂ ନେପାଳର ସମ୍ବିଧାନର ସମ୍ମାନକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି ବୋଲି ଦହଲ କହିଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନ ନେପାଳ ରାଜନୀତିକ ସଙ୍କଟ ଦେଇ…
ଭୁବନେଶ୍ୱର: ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ଯଶସ୍ୱନୀ ରାଉତ ଏବଂ ତାଙ୍କ ସମର୍ଥକମାନେ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀମତୀ ରାଉତ ୨୦୧୯ ସାଧାରଣ ନିର୍ବାଚନରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନୀ ଏବଂ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷା ଥିଲେ। ରାଜ୍ୟସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ପରଜଙ୍ଗ ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରତ୍ୟାଶୀ ଯଶସ୍ୱନୀ ରାଉତ ଏବଂ ତାଙ୍କ ସମର୍ଥକମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ କରିବା ସହ ଏହି ମିଶ୍ରଣ ଦ୍ୱାରା ଦଳ ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା…
ତାଇପେଇ: ଆଜି ତାଇୱାନ ସୀମା ନିକଟକୁ ଚୀନର ଯୁଦ୍ଧ ବିମାନ ପହଞ୍ଚିଥିଲା। ଏହାସହିତ ସେଠାରେ କିଛି ପରମାଣୁ ବୋମା ପ୍ରୟୋଗ କରିବାରେ ଚୀନ ସକ୍ଷମ ହୋଇଥିଲା। ଏନେଇ ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶନିବାର ଦିନ ଚୀନର ୮ ଟି ବୋମା ବହନକାରୀ ବିମାନ ଏବଂ ୪ ଟି ଯୁଦ୍ଧ ବିମାନ। ତାଇୱାନର ଏୟାର ଡ଼ିଫେନ୍ସ ଆଇଡେଣ୍ଟିଫିକେସନ ଜୋନ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏନେଇ ଚୀନ ଯୁଦ୍ଧ ବିମାନକୁ ଚେତାବନୀ ଦିଆଯିବା ସହିତ ସୁରକ୍ଷା ବଢାଇ ଦିଆଯାଇଛି। ସୂଚନା ଯୋଗ୍ୟ ଯେ, ଚୀନ ସବୁବେଳେ ତାଇୱାନକୁ ନିଜର ଅଂଶ ବୋଲି ମାନୁଛି। ଏଥିପାଇଁ ବହୁ ମାସ ହେଲା ଦୁଇ ଦେଶ ମଧ୍ୟରେ ବିବାଦ ଲାଗିରହିଛି। ତେବେ ଏହି ଘଟଣା ପରେ ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଚୀନକୁ ଚେତାବନୀ ଦିଆଯାଇଛି। ଏନେଇ ଚୀନ ତାଇୱାନ ଉପରେ ସୈନ୍ୟ, କୂଟନୀତି ଏବଂ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜାତୀୟ କନ୍ୟା ଦିବସ ଅବସରରେ ବ୍ରହ୍ମପୁର ଠାରେ ଶିକ୍ଷାବିତ୍ ତଥା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ପକ୍ଷରୁ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଚେତନତା ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହ, ମାନବ ଚାଲାଣ, ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା, ପୋଷଣ, ସୁରକ୍ଷା ଆଦି ପ୍ରଦାନ ପାଇଁ ୨୦୧୮ ମସିହାରୁ କନ୍ୟା କିରଣ ଅଭିଯାନ ମାଧ୍ୟମରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ହୋଇ ଆସୁଛି। ଏହି କ୍ରମରେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଉତମା ଜେନା, ଏମକେସିଜି ମେଡ଼ିକାଲ କଲେଜ ଫାର୍ମୋକୋଲୋଜି ବିଭାଗୀୟ ମୁଖିଆ…
ନୂଆଦିଲ୍ଲୀ: କୃଷକମାନଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ମଞ୍ଜୁରୀ। ଆସନ୍ତା ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବେ ବୋଲି କୃଷକମାନେ ଅଡି ବସିଥିଲେ। ସେଥିପାଇଁ ଆଜି କୃଷକ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ଦିଲ୍ଲୀ ପୋଲିସ ଏନେଇ ସବୁଜ ସଂକେତ ଦେଇଛି। ହେଲେ ଏହା ପୂର୍ବରୁ କୃଷକ ନେତାଙ୍କ ପକ୍ଷରୁ ଏକ ରୁଟ ପ୍ଳାନ ଦିଲ୍ଲୀ ପୋଲିସ ନିକଟକୁ ପଠାଇଛି। ତେବେ ଟ୍ରାକ୍ଟର ରାଲି ପାଇଁ ତିନୋଟି ରୁଟକୁ ନେଇ ଉଭୟଙ୍କ ମଧ୍ୟରେ ସହମତି ହୋଇଛି। ସୂଚନା ମୁତାବକ ସିନ୍ଧୁ ସୀମାରୁ ଟ୍ରାକ୍ଟର ପେରେଡ ସଞ୍ଜୟ ଗାନ୍ଧୀ ଟ୍ରାନ୍ଷପୋର୍ଟ, କଞ୍ଝାୱଲା, ବୱାନା, ଔଚନ୍ଦି, ସୀମା ଦେଇ ହରିୟଣା ଯିବ। ଦ୍ଵିତୀୟ ଟ୍ରାକ୍ଟର ପେରେଡ ଟିକିରୀ ସୀମାରୁ ନାଙ୍ଗଲୋଇ, ନଜଫଗଡ, ଝଦୌଡା, ବାଦଲି ରାସ୍ତା ଦେଇ କେଏମପି ଏକ୍ସପ୍ରେସ ଯିବ। ସେହିପରି ତୃତୀୟ ପେରେଡ ଗାଜୀପୁର ଉତ୍ତରପ୍ରଦେଶ ଗେଟରୁ ଅପ୍ସରା ସୀମା ଗାଜିୟାବାଦ ହୋଇ ଡାସନା ୟୁପି ଯିବ।…
ଭୁବନେଶ୍ଵର: ଆଜି ରାଜ୍ୟରୁ ୧୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୩, ଅନୁଗୁଳରୁ ୧୯, ପୁରୀରୁ ୧୯, ସମ୍ବଲପୁରରୁ ୧୯, ନୂଆପଡାରୁ ୧୮, ବରଗଡରୁ ୧୫, କଟକରୁ ୧୪, ବାଲେଶ୍ବରରୁ ୧୧, ଖୋର୍ଦ୍ଧାରୁ ୧୧, ଯାଜପୁରରୁ ୭, ଝାରସୁଗୁଡାରୁ ୪, କୋରାପୁଟରୁ ୪, ବଲାଙ୍ଗୀରିରୁ ୩, କେନ୍ଦ୍ରାପଡାରୁ ୩, ଗଜପତିରୁ ୩, ଗଞ୍ଜାମରୁ ୩, ନବରଙ୍ଗପୁରରୁ ୨, ବୌଦ୍ଧରୁ ୧, ଦେବଗଡରୁ ୧, କେନ୍ଦୁଝରରୁ ୧, ମାଲକାନାଗିରିରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୧ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୧୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୦୦ କୁ ବୃଦ୍ଧି ହୋଇଛି।…
ସୀତାରାମ ଅଗ୍ରୱାଲ କୁହୁଡି: ମାତ୍ର ଦୁଇ ଘଣ୍ଟା ବ୍ୟବଧାନରେ ଚିଲିକାର ଦୁଇଟି ପୃଥକ ପୃଥକ ସ୍ଥାନରୁ ସମାନ ଢଙ୍ଗରେ ସୁନା ଅଳଙ୍କାର ଲୁଟ୍ ହୋଇଛି। ଆଜି ଅପରାହ୍ନ ଦୁଇ ଘଟିକାରେ ଚିଲିକା ଢ଼ାବା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ ଲୁଟ୍ ହୋଇଥିବାସ୍ଥଳେ ଠିକ ସମାନ ଢଙ୍ଗରେ କୁହୁଡି ଫାଣ୍ଡି ଅନ୍ତର୍ଗତ କୋଚିଲା ଛକରେ ଆଉ ଏକ ସୁନା ହାର ଏବଂ ମଙ୍ଗଳସୂତ୍ର ଲୁଟ୍ ହୋଇଛି। ସୂଚନା ମୁତାବକ ଚିଲିକା ସିଙ୍ଗିପୁର ଗ୍ରାମର ଆନନ୍ଦ ବେହେରା ଆଜି ସକାଳେ ନିଜ ପତ୍ନୀ ଏବଂ ପୁତ୍ରଙ୍କ ସହ ଏକ ବାଇକଯୋଗେ ଟାଙ୍ଗୀ ପଥରବନ୍ଧ ଅଞ୍ଚଳରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ତେବେ ସମ୍ପର୍କୀୟଙ୍କ ଘରୁ ଫେରିଲା ବେଳକୁ ପାଖାପାଖି ଅପରାହ୍ନ ୪ ଘଟିକାରେ କୁହୁଡି କୋଚିଲା ଛକରେ ଦୁଇ ଜଣ ଲୁଟେରା ଏକ କଳା ପଲସର ବାଇକରେ ଆସି ପଛପଟୁ ଆନନ୍ଦଙ୍କ ପତ୍ନୀଙ୍କ ବେକରୁ ଏକ ମଙ୍ଗଳସୂତ୍ର ଏବଂ ସୁନା ହାର…
ଗୁଣ୍ଟୁର: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଏକ ଆଶାକର୍ମୀଙ୍କ ଆଜି ସକାଳେ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ମୃତ ଆଶା କର୍ମୀ ଚାରି ଦିନ ପୂର୍ବରୁ କରୋନା ଟିକା ନେଇଥିଲେ। ହେଲେ ଡାକ୍ତରଙ୍କ କହିବା ଅନୁଯାୟୀ, ଆଶା କର୍ମୀଙ୍କ ବ୍ରେନ ଷ୍ଟ୍ରୋକ ଯୋଗୁଁ ମୃତ୍ୟୁ ହୋଇଛି। ମୃତ ମହିଳା ଆଶା କର୍ମୀଙ୍କ ନାମ ବିଜୟ ଲକ୍ଷ୍ମୀ (୪୨) ବୋଲି ଜଣାପଡିଛି। ବିଜୟ ଲକ୍ଷ୍ମୀ ଗତ ୧୯ ତାରିଖରେ ଟିକା ନେଇଥିଲେ। ଟିକା ନେବା ପରେ ସେ ତୁରନ୍ତ ଅସୁସ୍ଥ ହୋଇପଡିଥିଲେ। ୨୧ ତାରିଖରେ ସେ ଅଚେତ ହେବା ପରେ ତାଙ୍କୁ ଗୁଣ୍ଟୁରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଆଜି ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ତେବେ କରୋନା ଟିକା ଯୋଗୁଁ ବିଜୟ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାପରେ ଜିଲ୍ଲାପାଳ ସାମୁଏଲ ଆନନ୍ଦ କୁମାର ଡାକ୍ତରଖାନାରେ ପହଞ୍ଚି ମୃତକ ଆଶକର୍ମୀଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ…
ନୂଆଦିଲ୍ଲୀ: ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷି ଆନ୍ଦୋଳନକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ଗଣମାଧ୍ୟମକକୁ ଏନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ” କୃଷକ ସଂଘ କେବଳ ଚାଷୀ ଆଇନ୍ ରଦ୍ଦ କରିବା ସମ୍ପର୍କରେ କଥା ହେଉଛି। ସେମାନେ କୃଷି ଆଇନ୍ ଲାଭ ସମ୍ପର୍କରେ ଚିନ୍ତା କରୁନାହାନ୍ତି। ଏଥିପାଇଁ ବାରମ୍ବାର ଆଲୋଚନା ହେଉଥିଲେ ବି ଏଥିରେ କୌଣସି ଫଳ ବାହାରିପାରୁ ନାହିଁ। ଆମେ ସେମାନଙ୍କର ସମସ୍ୟା ବୁଝିଥିଲୁ। ଏହାପରେ ସମସ୍ୟାକୁ ବିଶ୍ଲେଷଣ କରି ପ୍ରସ୍ତାବ ମଧ୍ୟ ଦେଇଥିଲୁ। କିନ୍ତୁ ସେମାନଙ୍କର ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ଉଚିତ ନ ଥିଲା। ଯଦି ସେମାନେ ଏହି ପ୍ରସ୍ତାବକୁ ସ୍ୱୀକାର କରିଥାନ୍ତେ, ତେବେ ସରକାର ମଧ୍ୟ ଆଗକୁ ବଢ଼ିଥାନ୍ତେ।” ସେ ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳେ ଏକାଦଶତମ ଆଲୋଚନା ଆରମ୍ଭ ହୋଇଥିଲା, ସେତେବେଳେ ଆମେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ଠାରେ ନେତାଜୀ ଜୟନ୍ତୀ ଉପଲକ୍ଷେ କ୍ଷେତ୍ରପାଳ କୃଷକ କ୍ଲବ ଓ ଆଦର୍ଶ ଜନସେବା ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କିଶୋର ଜେନା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷାଧିକାରୀ ପିତାମ୍ବର ରାଉତ ଓ ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ ଯୋଗଦେଇଥିବା ବେଳେ ବୋଧେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, କ୍ଷେତ୍ରପାଳ କୃଷକ କ୍ଲବର ମୁଖ୍ୟ ପରାମର୍ଶଦାତା ଅକ୍ଷୟ କୁମାର ନାୟକ, ଆଦର୍ଶ ଜନସେବା ଟ୍ରଷ୍ଟ ଅଧ୍ୟକ୍ଷ ଅରବିନ୍ଦ ପାତ୍ର, ସେଣ୍ଟ୍ରାଲ୍ ରେଡକ୍ରସ ସେଣ୍ଟରର ଡଃ ଶ୍ରୀତାଂଶୁ ଶେଖର ଶତପଥି ପ୍ରମୂଖ ଯୋଗଦେଇ ମଞ୍ଚାସୀନ ଥିଲେ। ଏହି ରକ୍ତଦାନ ଶିବିରରେ ୨୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ବର୍ତ୍ତମାନ ଲୁଟ୍ ପାତ କମିବାର ନାଁ ଧରୁନାହିଁ। ସତେ ଯେପରି ଚିଲିକା ଲୁଟେରାଙ୍କ ଭୁସ୍ବର୍ଗ ପାଲଟିଛି। ଗତ କିଛି ମାସ ହେଲା ବାଣପୁର ବାଲୁଗାଁରେ ଚୋରି, ଡକାୟତି ଆଦି ବଢିବାକୁ ଲାଗିଥିବାବେଳେ ଲୁଟେରାଙ୍କୁ ଧରିବା ଦିଗରେ ପୋଲିସକୁ ନାକେଦ୍ଦମ ହେବାକୁ ପଡ଼ିଛି। ଆଜି ଅପରାହ୍ନରେ ବାଲୁଗାଁ ଚିଲିକା ଢାବା ସମ୍ମୁଖରୁ ଆଉ ଏକ ଲୁଟ ହୋଇଛି। ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛଡାଇ ନେଇଛନ୍ତି ଦୁର୍ବୁତ୍ତ। ସୂଚନା ମୁତାବକ ଟାଙ୍ଗୀ ପଣସପୁର ଅଞ୍ଚଳର ସଦାଶିବ ନାୟକ ଏବଂ ତାଙ୍କ ପତ୍ନୀ ପିନାକୀ ନାୟକଙ୍କ ସପରିବାର ଏକ କାର ଯୋଗେ ଆଜି ମା’ ନାରାୟଣୀ ମନ୍ଦିର ବୁଲିବାକୁ ଆସିଥିଲେ। ମନ୍ଦିର ବୁଲି ଚିଲିକା ଢ଼ାବାକୁ ଖାଇବାକୁ ପହଁଚିଲାବେଳେ ହଠାତ ପଛପଟୁ ଏକ ପଲସର ବାଇକରେ (ଓଡ଼ି୦୭ଏଫ୪୮୬୩) ଦୁଇ ଜଣ ଦୁର୍ବୁତ୍ତ ଆସି ଆଖି ପିଛୁଳାକେ ପିନାକୀଙ୍କ ବେକରୁ ସୁନା ଚେନ ଛଡାଇ…

