ମୁମ୍ବାଇ/ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫% ବୃଦ୍ଧିପାଇ ୩୪୮୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ର ତୃତୀୟ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣାରେ ଏହି ସୂଚନା ଦିଆଯାଇଛି। ଡିଜିଟାଲ ଓ ଟେଲିକମ୍ ସେବା ଯୋଗାଇ ଦେଉଥିବା ଜିଓ ପ୍ଲାଟଫର୍ମସ୍ ତାହାର ପୂର୍ବ ତିନିମାସ (ଜୁଲାଇ-ସେପ୍ଟେମ୍ବର)ରେ ୩୦୨୦ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା। ୨୦୨୦ ଅକ୍ଟୋବର-ଡିସେମ୍ବର ତିନିମାସରେ କମ୍ପାନୀର ମୋଟ ରାଜସ୍ୱ ଆୟ ୨୨୮୫୮ କୋଟି ଟଙ୍କା ହୋଇଥିବା ଜଣାପଡିଛି। ୨୦୨୦ ଡିସେମ୍ବର ୩୧ ସୁଦ୍ଧା ଜିଓ ପ୍ଲାଟଫର୍ମସ୍ର ମୋଟ ଗ୍ରାହକ ସଂଖ୍ୟା ୪୧କୋଟି ହୋଇଥିବା ଜଣାଯାଇଛି। ଏହି ତ୍ରୟମାସ ଅବଧିରେ ରିଲାଏନ୍ସ ଜିଓର ଗ୍ରାହକ ପିଛା ଡାଟା ବ୍ୟବହାର ମାସିକ ହାରାହାରି ୧୨.୯ ଗିଗାବାଇଟ (ଜିବି) ହୋଇଥିବା ବେଳେ…
Author: Samikhsya Bureau
କଟକ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଦକ୍ଷିଣ ମଧ୍ୟ କ୍ଷେତ୍ର ସାଂସ୍କୃତିକ କେନ୍ଦ୍ର, ନାଗପୁର ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ଅନ୍ତର୍ଗତ “ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମାରୋହ” ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ପ୍ରଧାନ ସଂସ୍କୃତି ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ମତ ବିନିମୟ କରିଥିଲେ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ପରିସର ପରିଦର୍ଶନ କରିଥିଲେ ।
ନେତାଜୀଙ୍କ 125ତମ ଜୟନ୍ତୀରେ ତାଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ
କୋଲକାତା, ଦେଶର ଶାସନ ଲୋକଙ୍କ ପାଖରେ ପହଁଚିବା ପାଇଁ ଯଦି ମୋଦୀ ସରକାର ପ୍ରକୃତରେ ଚାହୁଁଛନ୍ତି ତେବେ ଦେଶରେ 4ଟି ରାଜଧାନୀ କରନ୍ତୁ। ଏହିପରି ଏକ ଆହ୍ବାନ ଦେଇଛନ୍ତି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମମତା ଏହା କହିଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁ ଲୋକ ରାଜଧାନୀରେ କାମ ଥିଲେ ସେମାନଙ୍କୁ ଆସିବାକୁ ଦୁଇତିନି ଦିନ ଲାଗୁଛି। ଅନେକ ଲୋକଙ୍କ ପାଇଁ ରାଜଧାନୀ ନୂଆଦିଲ୍ଲୀ ଆସିବା କାଠିକର ପାଠ। ସେଥିପାଇଁ କେନ୍ଦ୍ର ସରକାର ଭାରତରେ 4ଟି ରାଜଧାନୀ କରନ୍ତୁ। ଏହି ଚାରୋଟି ରାଜଧାନୀ ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ରାଜ୍ୟ ସମୁହକୁ ନେଇ କରାଯାଉ। ପୂର୍ବ ରାଜ୍ୟଗୁଡିକ ନେଇ ଯେଉଁ ରାଜଧାନୀ ହେବ ତାହା କୋଲକତାରେ କରାଯାଉ ବୋଲି ମମତା କହିଛନ୍ତି। ନେତାଜୀ ଦେଶରେ ଶାସନ ବିକେନ୍ଦ୍ରୀକରଣର ସ୍ବପ୍ନ ଦେଖୁଥିଲେ…
ଭୁବନେଶ୍ବର,ଏଣିକି ରେଳ ସଂପର୍କିତ ଯେ କୌଣସି ସୂଚନା ଜାଣିବା ପାଇଁ ବିଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବା ନାହିଁ। ଗୋଟିଏ ନମ୍ବରରେ ସମସ୍ତ ସୂଚନା ପାଇପାରିବେ। ସେଥିପାଇଁ ରେଳ ବିଭାଗ ସମସ୍ତ ହେଲପ ଲାଇନ ନମ୍ବର ମିଶାଇ ଗୋଟିଏ କରିଛି। ସେହି ନମ୍ବର ହେଲା ୧୩୯ । ଯାତ୍ରୀଙ୍କ ସୁବିଧା ଏବଂ ଏକକ ନମ୍ବରକୁ ମନେ ରଖି ରେଳବାଇ ସହିତ ଯୋଗାଯୋଗ ସହଜ ପାଇଁ ଏକ ଲକ୍ଷ୍ୟ ସହିତ ରେଳବାଇ ହେଲ୍ପଲାଇନ ନମ୍ବର ୧୩୯ ସହିତ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଇତ୍ୟାଦି ସମସ୍ତ ହେଲ୍ପଲାଇନ ନମ୍ବରକୁ ମିଶ୍ରଣ କରାଯାଇଅଛି। ଏହି ହେଲ୍ପଲାଇନ ନମ୍ବର ୧୩୯ ଏଣିକି ଯାତ୍ରା ସମୟରେ ସମସ୍ତ ଅନୁସନ୍ଧାନ ଏବଂ ଅଭିଯୋଗ ପାଇଁ ବ୍ୟବହୃତ ମଧ୍ୟ ହେବ। ଏହି ହେଲ୍ପଲାଇନ ନମ୍ବର ୧୩୯ ସମସ୍ତ ବିଦ୍ୟମାନ ହେଲ୍ପଲାଇନ ନମ୍ବରକୁ ମିଶ୍ରିତ କରିଛି ଯାହା ରେଳବାଇ ସହିତ ସଂଯୋଗ ହେବା ପାଇଁ ଯାତ୍ରୀମାନଙ୍କୁ ଏହି ନମ୍ବରକୁ ମନେ…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତକୁ ୨-୧ ରେ ସିରିଜ ଜିତାଇଥିବା ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵକୁ ସମସ୍ତେ ପ୍ରଶଂସା କରିଛନ୍ତି। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିରୋଧରେ ଦ୍ଵିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲେ। କଙ୍ଗାରୁ ଦଳ ମାତ୍ର ତିନି ଦିନ ଭିତରେ ଭାରତୀୟ ଦଳକୁ ୮ ୱିକେଟରେ ହରାଇ ସିରିଜରେ ୧-୦ରେ ଆଗୁ ରହିଥିଲା। ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଅଧିନାୟକତ୍ଵ କରିଥିଲେ ବିରାଟ କୋହିଲି। କିନ୍ତୁ ସେ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତ ଫେରିଆସିଥିଲେ। ତେବେ ସେଭଳି ଚାପ ସମୟରେ ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକତ୍ଵ ଭାର ସମ୍ଭାଳିଥିଲେ। ଅଷ୍ଟ୍ରେଲିଆ ଦଳର ମାଇଣ୍ଡ ଗେମକୁ ସାମ୍ନା କରି ସେ ଦଳକୁ ଅତି ମଜବୁତରେ ଠିଆ କରିଥିଲେ। ଯାହାଫଳରେ ଦ୍ଵିତୀୟ ଟେଷ୍ଟ ମ୍ଯାଚରେ ଅଷ୍ଟ୍ରେଲିଆକୁ ଭାରତ ୮ ୱିକେଟରେ ହରାଇ ଏକ ବଡ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ରାହାଣେ ଏକ ସୁନ୍ଦର ଶତକ ହାସଲ କରି…
କୋଲକାତା, ମହାନ ନାୟକ ତଥା ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଜାତୀୟ ଛୁଟିି ଦିନ ଭାବେ ଘୋଷଣା କରାଯାଉ। କେନ୍ଦ୍ର ସରକାରଙ୍କ ନିକଟରେ ଏହିପରି ଦାବୀ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ନେତାଜୀଙ୍କ 125 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ ସଭାରେ ସେ ଏହି ଦାବୀ କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ନେତାଜୀ କିପରି କେଉଁ ପରିସ୍ଥିତିରେ ଅନ୍ତର୍ଦ୍ଧାନ ହେଲେ ତାହାର ତଦନ୍ତ କରାଯାଉ। ଏଥିସହିତ ମମତା କେନ୍ଦ୍ର ସରକାର ଘୋଷଣା କରିଥିବା ପରକ୍ରାମ ଦିବସକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପରାକ୍ରମ ଦିବସ କଣ ? ବିଶ୍ବକବି ରବିନ୍ଦ୍ରନାଥ ଠାକୁର ନେତାଜୀଙ୍କୁ କହିଥିଲେ ଦେଶନାୟକ। ତେଣୁ କେନ୍ଦ୍ର ସରକାର ପରାକ୍ରମ ଦିବସ ପରିବର୍ତ୍ତେ ଏହାକୁ ଦେଶନାୟକ ଦିବସ ଭାବେ ଘୋଷଣା କରନ୍ତୁ। ପରାକ୍ରମ ହେଉଛି ଏକ ଗୁଜରାଟୀ ଭାଷା। ଏହାକୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି…
ସୀତାରାମ ଅଗ୍ରୱାଲ ଚିଲିକା: ବହୁ ଦିନର ଆଶା ଆକାଂକ୍ଷର ଅନ୍ତ ଘଟାଇ ଚିଲିକା ବ୍ଲକରେ ଆଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ନ୍ୟାୟାଳୟର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି। ଏହି କୋର୍ଟ ପ୍ରତିଷ୍ଠା ପରେ ଗ୍ରାମାଞ୍ଚଳର ଗରିବ ଅଭାବି ଲୋକମାନେ ଖର୍ଚ୍ଚାନ୍ତରୁ ମୁକ୍ତି ପାଇବେ। ସେମାନେ ଉପର କୋର୍ଟକୁ ନ ଯାଇ ଏହି କୋର୍ଟରେ ସ୍ୱଳ୍ପ ଖର୍ଚ୍ଚରେ ନିଜ ନିଜର ଅଭିଯୋଗକୁ ଦାୟର କରିବାର ସୁଯୋଗ ପାଇପାରିବେ। ଏବଂ ଶୀଘ୍ର ନ୍ୟାୟ ପାଇପାରିବେ। ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ. ମୁରଲୀଧର ଉପସ୍ଥିତ ଥିଲେ। ଅନ୍ୟ ଅତିଥି ରୂପେ ଉଚ୍ଚ ନ୍ୟାୟାଳୟ ର ନ୍ୟାୟମୂର୍ତ୍ତି ଏସ.କେ ମିଶ୍ର, ନ୍ୟାୟମୂର୍ତ୍ତି ସାବିତ୍ରୀ ରାଥୋ ଓ ଖୋରଧା ଜିଲ୍ଲା ଜର୍ଜ ଲୋକନାଥ ମହାପାତ୍ର ଉପସ୍ଥିତ ଥିଲେ। ତତ୍ ସହିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଜୟ ପ୍ରତାପ ସ୍ୱାଇଁ, ଜିଲ୍ଲାପାଳ…
କଟକ, ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ଜୟନ୍ତୀରେ ଚାରିଆଡେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଉଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସମେତ ଗୃହମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ସେହିପରି ତାଙ୍କର ଜନ୍ମସ୍ଥାନ କଟକ ଓଡିଆ ବଜାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଭାଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି। ଜାନକୀନାଥ ଭବନରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ ମଧ୍ୟ କରିଛନ୍ତି। ପରବର୍ତ୍ତି ସମୟରେ ନେତାଜୀଙ୍କ ନାମରେ ନାମିତ ଏକ ବସ ଟର୍ମିନାଲକୁ ମଧ୍ୟ ସେ ଶିଳାନ୍ୟାସ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ମୃତ ବ୍ୟକ୍ତି ପାଉଛନ୍ତି ବିଧବା ଭତ୍ତା। ପ୍ରସଙ୍ଗଟି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତରେ ଏପରି ଏକ ମହା ଦୁର୍ନୀତି ନଜରକୁ ଆସିଛି। ସୂଚନା ମୁତାବକ ତୋରସିଂହ ପଞ୍ଚାୟତ ରୋପଡ଼ା ଗ୍ରାମର ହେମଲତା ବେୱାଙ୍କ ମୃତ୍ୟୁ ବହୁ ମାସ ପୂର୍ବରୁ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ମାସିକ ବିଧବା ଭତ୍ତା ମିଳୁଥିବାର ଅଭିଯୋଗ ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ମୃତକ ବ୍ୟକ୍ତିଙ୍କୁ ବିଧବା ଭତ୍ତା କିପରି ମିଳୁଛି ଏବଂ ଭତ୍ତା ନେଉଛି କିଏ? ହସ୍ତଗତ ତଥ୍ୟ ମୁତାବକ ଚଳିତ ମାସ ୧୮ ତାରିଖରେ ମୃତ ହେମଲତା ବେୱାଙ୍କୁ ବିଧବା ଭତ୍ତା ଟଙ୍କା ମିଳିଛି। ତେବେ ନିୟମ ମୁତାବକ ଯଦି ପଞ୍ଚାୟତରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହୁଏ ତେବେ ଉକ୍ତ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ଏବାବଦରେ ତଦନ୍ତ କରି ସଙ୍ଗେସଙ୍ଗେ ସମ୍ପୃକ୍ତ ହିତାଧିକାରୀ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅନ୍ୟତମ ବରପୁତ୍ର ବ୍ରିଗେଡିୟର ଚଣ୍ଡୀ ପ୍ରସାଦ ମହାନ୍ତି ଦେଶର ଉପମୁଖ୍ୟ ସେନାଅଧିକାରୀ ପଦବୀ ଲାଭ କରି ଜଗତସିଂହପୁର ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ଏହି ପଦୋନ୍ନତି ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ସହିତ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି। ଏହି ପଦବୀରେ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଅବସ୍ଥାପିତ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଶ୍ରୀଯୁକ୍ତ ମହାନ୍ତି ଜଗତସିଂହପୁର ଜିଲ୍ଲାର ଜୟବଡ଼ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପାଇଁ ନିଜକୁ ଗୌରବ ଅନୁଭବ କରୁଛନ୍ତି। ଏମିତିକି ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶ୍ରୀଯୁକ୍ତ ମହାନ୍ତିଙ୍କୁ ଜୟବଡ଼ ସ୍ଥିତ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସୁଭେଚ୍ଛା ଜଣାଇଥିଲେ। ସେହିପରି ପୂର୍ବତନ ପୌରାଧ୍ଯକ୍ଷ…
ଭୁବନେଶ୍ବର: ରାଜ୍ୟରେ ଆଜି ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ୫୪ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୧୫୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୦ ହଜାର ୭୫୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୪୩୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍ ୧୩୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ପୁରୀ ଜିଲ୍ଲାରୁ ୧୫, ସୁନ୍ଦରଗଡ ଜିଲ୍ଲାରୁ ୧୪, ଅନୁଗୁଳରୁ ୧୨, ବାଲେଶ୍ଵର ଜିଲ୍ଲାରୁ ୧୦ ଜଣ, ବରଗଡ଼…
କଟକ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଖାନନଗର ଠାରେ ଏକ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। ନେତାଜୀଙ୍କ ନାମରେ ଏହି ନୂତନ ବସ ଟର୍ମିନାଲର ନାମାକାରଣ କରାଯାଇଛି। ୧୨ ଏକର ଜମିରେ ଏହି ନୂଆ ବସ ଟର୍ମିନାଲକୁ ପ୍ରସ୍ତୁତ କରାଯିବ। ଯାହାର ବ୍ୟୟ ଅଟକଳ ୬୫ କୋଟି ଟଙ୍କା ରହିଛି। ଶିଳାନ୍ୟାସ ସହ ନେତାଜୀଙ୍କ ବଳିଦାନର ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ସଂଗ୍ରାହଳୟକୁ ଯାଇଥିଲେ ଏବଂ ସେଠାରେ ନେତାଜୀଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରି ନୂଆ ବସ ଟର୍ମିନାଲ ଉଦ୍ଦେଶ୍ୟରେ ଖାନନଗରରେ ପହଞ୍ଚିଥିଲେ।
ନୂଆଦିଲ୍ଲୀ: ଜାନୁୟାରୀ ୨୬ ରେ ଟ୍ରାକ୍ଟର ରାଲି କରିବା ଲାଗି ଚାଷୀ ଜିଦ ଧରି ବସିଛନ୍ତି। ସେପଟେ ସରକାର କୃଷି ଆଇନକୁ ରଦ୍ଦ କରିବା ଲାଗି ରାଜି ହେଉନାହିଁ। କିନ୍ତୁ ଏହା ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ଧ୍ୟାନ କୃଷକ ଆନ୍ଦୋଳନ ଉପରେ ପଡ଼ିଛି। ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ମାନଙ୍କ ମଧ୍ୟରୁ ଏକ ସନ୍ଦିଗ୍ଧ ଯୁବକଙ୍କୁ ଧରାଯାଇଛି। ଏହି ସନ୍ଦିଗ୍ଧ ଯୁବକଜଣଙ୍କ କହିଛନ୍ତି ଯେ, ୨୬ ଜାନୁୟାରୀ ଦିନ ଚାରି ଜଣ କୃଷକ ନେତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସେ ଆସିଥିଲେ। ସେହି ଯୁବକଙ୍କ ନାମ ଯୋଗେଶ ଅଟେ। ସେ ହରିୟଣା ସୋନିପତ ଜିଲ୍ଲାର ବାସିନ୍ଦା ବୋଲି ଜଣା ପଡିଛି। ଯୋଗେଶ କହିଛି କି, କୃଷକ ନେତାଙ୍କୁ ହତ୍ୟାକରିବା ଲାଗି ସୋନିପତ ଅନ୍ତର୍ଗତ ରାଈ ଥାନର ଏସଏଚଓ ପ୍ରଦୀପ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ପ୍ରଦୀପ ନାମରେ କୌଣସି ଏସଏଚଓ ସେହି ଥାନାରେ କାର୍ଯ୍ୟରତ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୨୫୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୫୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୩୯ ହଜାର ୬୮୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୧୮୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୮୩୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୮୫ ହଜାର ୬୬୨ ଆକ୍ଟିଭ୍ କେସ୍ ରହିଛି।
ଅହମ୍ମଦାବାଦ, ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର 125 ତମ ଜୟନ୍ତୀ। ଏହି ପରିପ୍ରେକ୍ଷୀରେ ଗତକାଲି ଅହମ୍ମଦାବାଦରେ କରାଯାଇଥିଲା ଏକ ବଳଦ ରାଲି। ସୁବାଷ ବୋଷଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସ୍ମରଣ କରିବା ପାଇଁ ଏହି ରାଲି କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ। 1938 ମସିହାରେ ସୁବାଷ ବୋଷଙ୍କୁ ଗୁରୁାଟର ହରିପୁରା ଗାଁରେ କରାଯାଇଥିବା ଜାତୀୟ କଂଗ୍ରେସ ସମ୍ମିଳନୀରେ ତାଙ୍କୁ ସଭାପତି କରାଯାଇଥିଲା। ସେତେବେଳେ ତାଙ୍କୁ ଖୁସିରେ ହରିପୁରା ଗ୍ରାମରେ 50ଟି ବଳଦଙ୍କୁ ନେଇ ଏକ ଶଗଡ ଶୋଭାଯାତ୍ରା କରାଯାଇଥିଲା। ସେହି ସ୍ମରଣୀୟ ଦିନକୁ ମନେପକାଇବା ପାଇଁ ହରିପୁରାରେ ନରେନ୍ଦ୍ର ମୋଦୀଙ୍କୁ ବଳଦ ଗାଡି ଶୋଭଯାତ୍ରାରେ ନିଯାଇଥିଲା।
ଆଜି ମହାନ ବ୍ୟକ୍ତିତ୍ବ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ଏହି ବୀର ପୁରୁଷଙ୍କର ଅବଦାନ ଚୀର ସ୍ମରଣୀୟ
ଆଜି ସାରା ଦେଶରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ପାଳନ କରାଯାଉଛି
ନୂଆଦିଲ୍ଲୀ, ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଦେଖେ ତେବେ ଏହାର ଅର୍ଥ କ’ଣ? ଏହା ସହିତ, ମହିଳାଙ୍କୁ କେଉଁ ଅବସ୍ଥାରେ ଦେଖିବେ ତାହା ଉପରେ ମଧ୍ୟ ସେହି ବ୍ୟକ୍ତିଙ୍କ ଭାଗ୍ୟ ପ୍ରଭାବିତ କରିଥାଏ। ଆସନ୍ତୁ ଏହି ସ୍ୱପ୍ନଗୁଡ଼ିକ ବିଷୟରେ ଆଜି ପାଞ୍ଚୋଟି କଥା ଜାଣିବା। 1-ଯଦି ସ୍ବପ୍ନରେ ଆପଣ ଜଣେ ପୁରୁଷ ଏକ ସୁନ୍ଦର ଧଳା ନାରୀକୁ ଆଲିଙ୍ଗନ କରିବା ଦେଖିବେ ତେବେ ସେ ଶୀଘ୍ର ଧନୀ ହେବାର ସମ୍ଭାବନା ଅଛି। 2-ଯଦି କୈଣସି ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଶାଢୀ ପିନ୍ଧିଥିବାର ଦେଖନ୍ତି, ତା’ହେଲେ ତାଙ୍କ ବିବାହିତ ଜୀବନ ଭଲ ହେବ। 3-ଜଣେ ବ୍ୟକ୍ତି ସ୍ୱପ୍ନରେ ନିଜ ପ୍ରିୟର ତ୍ୟାଗ ଭାବ ଦେଖନ୍ତି ତେବେ ସେ ବ୍ୟବସାୟରେ ଭଲ କରିବାର ସମ୍ଭାବନା ଥାଏ 4-ଯେତେବେଳେ ଜଣେ ଫୁଲହାର ପିନ୍ଧା ଯୁବତୀଙ୍କୁ ସ୍ୱପ୍ନରେ ଦେଖନ୍ତି, ସେତେବେଳେ ତାଙ୍କ ଭାଗ୍ୟରେ ଫୁଲ ବର୍ଷାର ସମ୍ଭାବନା ରହିଛି। 5-ଯଦି ଆପଣ ସ୍ବପ୍ନରେ…
ନୂଆଦିଲ୍ଲୀ, ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀ। ସେଥିପାଇଁ କେନ୍ଦ୍ର ସରକାର ଏହି ଜନ୍ମ ଦିବସକୁ ପାଳନ କରିବା ପାଇଁ ଏକ ବଡ ଆୟୋଜନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ପୂର୍ବରୁ କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମ ଦିବସ ଜାନୁୟାରୀ 23 ତାରିଖକୁ ପ୍ରତିବର୍ଷ ପରାକ୍ରମ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି। ଚଳିତ ବର୍ଷର ସ୍ମୃତି ଉଦ୍ଦେଶ୍ୟରେ ସଂସ୍କୃତି ମନ୍ତ୍ରଣାଳୟ ଅନେକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ହାତକୁ ନେଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏହି ସ୍ମୃତିର ଉଦଘାଟନ କାର୍ଯ୍ୟ ଅନୁଷ୍ଠିତ ହେବ । ଏହି ଅବସରରେ ନେତାଜି ଉପରେ ଏକ ସ୍ଥାୟୀ ପ୍ରଦର୍ଶନୀ ଏବଂ ଏକ ପ୍ରୋଜେକ୍ଟ ମ୍ୟାପିଂ ସୋ ଉଦଘାଟିତ ହେବ । ନେତାଜୀଙ୍କ ଉପରେ ଆଧାର କରି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ…
ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ଭାଗ୍ୟ ବେଶ ଉଜ୍ଜଳ ରହିଛି। ସେମାନଙ୍କର ଯୋଜନା ଫଳପ୍ରଦ ହେବ। ଆୟ ବୃଦ୍ଧି ପାଇବ। ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ ବ୍ୟବହାର ପାଇଁ ଜିନିଷ କ୍ରୟ କରିବେ। ସାମାଜିକ କାର୍ଯ୍ୟରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବେ। ବ୍ୟବସାୟ ଯୋଜନାଗୁଡ଼ିକୁ ଗୁପ୍ତ ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ ହେବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ହେବ। ସେହି ତିନୋଟି ରାଶି ହେଉଛି ମିଥୁନ, ମକର, ମୀନ। ଆପଣଙ୍କ ଯୋଜନାରେ ପରିବର୍ତ୍ତନ କରିବାକୁ ପଡିବ । ଚାକିରି ପାଇବେ। ଅପ୍ରତ୍ୟାଶିତ ଲାଭ ହେବ । ବିପଦ କାର୍ଯ୍ୟ କରନ୍ତୁ ନାହିଁ । ଆପଣ ବଡ଼ ଲୋକଙ୍କୁ ଭେଟିବାର ଲାଭ ପାଇବେ। ଆଇନଗତ କାର୍ଯ୍ୟରେ ସମୟ ସୀମା ଉପରେ ନଜର ରଖନ୍ତୁ । ଆପଣ ବ୍ୟବହାରିକତାର ଲାଭ ପାଇବେ। ବ୍ୟବସାୟର ଉତ୍କର୍ଷତା ରହିବ।

