Author: Samikhsya Bureau

ଭୁବନେଶ୍ବର, ବିଏମସି ନିର୍ବାଚନ କେବେ ହେବ ତାହା ଜଣାପଡି ନାହିଁ। ହେଲେ ରାଜନୈତିକ ଦଳଗୁଡିକ ବର୍ତ୍ତମାନଠାରୁ ବେଶ୍ ତତ୍ପର ହୋଇ ଉଠିଲେଣି। କାରଣ ନିର୍ବାଚନ ପୂର୍ବରୁ କିଛି କରିଥିଲେ ଲୋକଙ୍କୁ କହି ତାହାର ଫାଇଦା ଉଠାଇବାକୁ ହେବ। ସେହି ନ୍ୟାୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଆଇଓସିଏଲ ଅର୍ଥ ବରାଦ କରିଛି। ଏହା ନିଶ୍ଚିତ ଭାବେ ଖୁସିର କଥା। ହେଲେ ଏହାକୁ ନେଇ ରାଜନୈତିକ ଗନ୍ଧ ସଂପୂର୍ଣ୍ଣ ବାରି ହୋଇପଡିଛି। କାରଣ ଏହି ପ୍ରକଳ୍ପ ଶୁଭାରମ୍ଭ ସମୟରେ ଯେପରି ରାଜନୈତିକ ନାରାବାଜି ହେଲା ତାହା ସ୍ପଷ୍ଟ ହୋଇଥିଲା ଯେ ଏହା ରାଜନୀତି ବ୍ୟତିତ ଆଉ କିଛି ନୁହେଁ। ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳକୁ ବିଜେଡି କର୍ମୀଙ୍କର ନାରାବାଜି ତାଙ୍କୁ ବିଚଳିତ କରି ଦେଇଥିଲା। ଧର୍ମେନ୍ଦ୍ରଙ୍କ…

Read More

ନୂଆଦିଲ୍ଲୀ, ବିଭିନ୍ନ ରାଜ୍ୟରେ କରୋନା ଟୀକା କିପରି ଦିଆଯିବ ଏବଂ ସେଥିପାଇଁ କିପରି ପ୍ରସ୍ତୁତି ହୋଇଛି ସେ ନେଇ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା। ସୋମବାର ଦିନ 11 ଟାକୁ ହେବାକୁ ଥିବା ଏଙି ବୈଠକ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ହେବ। ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ  ସହିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧା ଆଲୋଚନା କରିବେ। ଓଡିଶାରେ କିପରି ଟୀକା ପ୍ରଦାନ କରାଯିବ ସେ ନେଇ ଦୁଇଥର ମକ ଡ୍ରିଲ ହୋଇସାରିଲାଣି। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟ କର୍ମିଙ୍କୁ ଏହି ଟୀକା ପ୍ରଦାନ କରାଯିବ। ଏହାପରେ ବରିଷ୍ଠ ଏବଂ ରୋଗୀମାନଙ୍କୁ ପ୍ରଦାନ କରାଯିବ। ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏହାର ସ୍ଥିତି ସଂପର୍କରେ ଅବଗତ କରାଇବେ।

Read More

ଆଠଗଡ: ପୋଲିସ ଉପରକୁ ବୋମାମାଡ ହୋଇଥିବା ଖବର ଶୁଣିବାକୁ ମିଳିଛି। ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ତାଳଭାଗ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା ପରେ ବୋମା ମାଡ ହୋଇଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଜମି ମାଲିକ ଓ ଓପିଟିସିଏଲ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଜମି ଉପରେ ବିଦ୍ୟୁତ ତାର ଯାଉଥିବାରୁ ଜମି ମାଲିକ ବିରୋଧ କରି କ୍ଷତିପୂରଣ ମାଗିଥିଲେ। କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବାରୁ ଉତ୍ତେଜନା ବଢିଯାଇଥିଲା। ପରେ ଘଟଣାସ୍ଥଳରେ ଜଣେ ଦୁର୍ବୃତ୍ତ ବୋମା ମାଡ କରି ଫେରାର ହୋଇଯାଇଥିଲା। ଏହି ବୋମା ମାଡ଼ରେ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ ଥିବା ବେଳେ ଆଠଗଡ ଏସଡିପିଓ ଏବଂ ଦୁଇ ଆଇଆଇସି ଉପସ୍ଥିତ ଅଛନ୍ତି।

Read More

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ (ଇଣ୍ଡିଆନ ପି୍ରମିୟର ଲିଗ) ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଆଇପିଏଲର ପରିଚାଳନା ପରିଷଦ ସଦସ୍ୟ ଏବଂ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଆଗାମୀ ଆଇପିଏଲ ପାଇଁ ଯୋଜନା ଓ ପ୍ରସ୍ତୁତ ଉପରେ ଆଲୋଚନା ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ୮ ଟି ଦଳର ଫ୍ରାଞ୍ଚାଇଜଙ୍କ ପାଇଁ ନିୟମାବଳୀ ଜାରି କରାଯାଇଛି। ଆଇପିଏଲ ପରିଚାଳନା ପରିଷଦର ନିଷ୍ପତ୍ତି ମୁତାବକ, ଜାନୁଆରୀ ୨୧ ତାରିଖ ସୁଦ୍ଧା ଫ୍ରାଞ୍ଚାଇଜ ଗୁଡ଼ିକ କେଉଁ ଖେଳାଳିଙ୍କୁ ନିଜ ପାଖରେ ରଖିବେ ଏବଂ କାହାକୁ ଛାଡ଼ିବେ ସେମାନଙ୍କ ନାମ ଦାଖଲ କରିପାରିବେ। ଖେଳାଳି କିଣାବିକା ତଥା ଅଦଳ ବଦଳ ପ୍ରକ୍ରିୟାର ଶେଷ ତାରିଖ ଫେବୃୟାରୀ ୪ ପାଇଁ ଧାର୍ଯ୍ୟ କରାଯାଇଛି। ଆଇପିଏଲ ଦଳ ଗୁଡିକ ପାଇଁ ଖେଳାଳିଙ୍କ ବାବଦରେ ଉପଲବ୍ଧ ୮୫ କୋଟି ଟଙ୍କାରେ କୌଣସି ବୃଦ୍ଧି କରାଯିବ ନାହିଁ…

Read More

ଜୟପୁର: ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପିରେ ମଧ୍ୟ ବିରୋଧର ସ୍ଵର ଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦଳ ଅଣଦେଖା କରୁଥିବାର ଅଭିଯୋଗ କରିଛନ୍ତି ତାଙ୍କ ସମର୍ଥକ। ବସୁନ୍ଧରାଙ୍କ ପ୍ରଶଂସକ ବିଜେପିରୁ ଅଲଗା ହୋଇ ଏକ ନୂଆ ରାଜନୈତିକ ମଞ୍ଚ ତିଆରି କରିଛନ୍ତି। ଯେଉଁ ମଞ୍ଚର ନାମ ରହିଛି ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ। ଏହା ସହିତ ବସୁନ୍ଧରା ସମର୍ଥକ ମାନେ ରାଜସ୍ଥାନର ସମସ୍ତ ଜିଲ୍ଲାରେ ଜିଲ୍ଲା ସଭାପତି ମନୋନୀତ କରିବା ଆରମ୍ଭ କରିଦେଇଛି। ଏତଦବ୍ୟତୀତ ଏହି ମଞ୍ଚ ଦ୍ଵାରା ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ଗଠନ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଉଲ୍ଲେଖଯୋଗ୍ୟ ଯେ, ବିଜେପି ପାଇଁ ଏହା ହେଉଛି ପ୍ରଥମ ଘଟଣା, ଯାହାକି ଦଳଠାରୁ ଅଲଗା ହୋଇ କୋଣସି ଏକ ନେତାର ସମର୍ଥନରେ ଅଲଗା ସଂଗଠନ ପ୍ରସ୍ତୁତ କରାଯାଉଛି। ତେବେ ଏହାକୁ ନେଇ ରାଜ୍ୟ ସଭାପତି ସତୀଶ ପୂନିୟା କହିଛନ୍ତି ଯେ, ଏହି…

Read More

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ବାର୍ଡ ଫ୍ଲୁକୁ ନେଇ ଚିନ୍ତା ବଢିଛି। ଏହି ବାର୍ଡ ଫ୍ଲୁକୁ ନେଇ ଓଡିଶାରେ ଲୋକେ ଭୟଭୀତ ଅଛନ୍ତି। ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଶହ ଶାହ କୁକୁଡା ମରିଥିବାର ଦେଖିବାକୁ ମିଳିଥିଲା। ଯଦ୍ୱାରା ରାଜ୍ୟରେ ବାର୍ଡ ଫ୍ଲୁ  ବ୍ୟାପିଥିବାର ଆଶଙ୍କା କରାଯାଉଛି। ହେଲେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ସ୍ପଷ୍ଟିକରଣ ମିଳିଛି। ଓଡ଼ିଶାରେ ବାର୍ଡ‌ ଫ୍ଲୁର ଭୟ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏନେଇ ସ୍ପଷ୍ଟ କରିଛି। ଜନସାଧାରଣ ଭୟଭୀତ ନହୋଇ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Read More

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ପାଇଁ ଆଇଓସିଏଲ ୭୦ ଲକ୍ଷ ଟଙ୍କା ବିନିଯୋଗ କରିବ। ଆଇସିଟି, ଆଇଓସି, ଓବିସିସିର ମିଳିତ ଉଦ୍ୟମରେ ବିନ୍ଦୁସାଗରକୁ  ସଫେଇ କରାଯିବ। ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ। ବିନ୍ଦୁସାଗର ଜଳକୁ ସ୍ୱଚ୍ଛ ଏବଂ ନିର୍ମଳ ଲାଗି ହାଇଡ୍ରୋ ଡାଇନାମିକ କ୍ୟାଭିଟେସନ ନାମକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ। ଆବଶ୍ୟକ ହେଲେ ସେଥିରେ କେମିକାଲ ପ୍ରୟୋଗ କରାଯିବ। ତିନିବର୍ଷ ପାଇଁ ଭୁବନେଶ୍ୱର ଆଇସିଟି ଆଇଓସି ବିଶୋଧନ ଯନ୍ତ୍ରର ରକ୍ଷାଣାବେକ୍ଷଣ ଦାୟିତ୍ୱ ବହନ କରିବ। ବିଶୋଧନ ପାଇଁ ରାଜ୍ୟ ସରକାର ମାଗଣା ବିଦ୍ୟୁତ ସେବା ଯୋଗାଇଦେବେ। ଏହି ସମାରୋହରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅପରାଜିତା…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୯ ଜଣ ଚିହ୍ନଟ ହୋଇଥିବାବେଳେ ୮୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୬୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୭ ହଜାର ୫୩୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୨୪ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍‌ ୨୦୬ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଅନୁଗୁଳରୁ ୨୭,…

Read More

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଛି। ଆମେରିକାରେ ହିଂସା ବଢିବା ଆଶଙ୍କା କରି ଟ୍ରମ୍ଫଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି। ପୂର୍ବରୁ ତାଙ୍କ ଟ୍ୱିଟର ଆକାଉଣ୍ଟ କିଛି ଘଣ୍ଟା ପାଇଁ ବନ୍ଦ ହୋଇଥିଲା। ତେବେ ଏଥର ସ୍ଥାୟୀ ଭାବେ ଆକାଉଣ୍ଟକୁ ବନ୍ଦ କରିପାରେ ବୋଲି ଚେତାବନୀ ଦିଆଯାଇଛି। ଟ୍ୱିଟରର ଏପରି ନିଷ୍ପତ୍ତିରେ ଟ୍ରମ୍ପଙ୍କ କ୍ୟାମ୍ପେନ୍ ଆଡ୍‌ଭାଇଜର ଜୈସନ ମିଲର ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ଦିନ ଫେସବୁକ ମଧ୍ୟ ନିୟମ ଉଲଙ୍ଘନ ଅଭିଯୋଗ ଆଣି ଟ୍ରମ୍ପଙ୍କ ପେଜକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିଥିଲା।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୨୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୨୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪ ଲକ୍ଷ ୧୩ ହଜାର ୬୩୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୭୯୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି  ୫୬ ହଜାର ୬୫୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୨୪ ହଜାର ୧୯୦ ଆକ୍ଟିଭ୍‌ କେସ୍ ରହିଛି।

Read More

କଟକ: କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡୁଆଳି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗାଁରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଖଣ୍ଡୁଆଳି ଗାଁକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ପୃଥକ ବାସ ରଖାଯାଇଥିବା ବେଳେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Read More

ମୁମ୍ବାଇ, ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଜେନେରାଲ ହସ୍ପିଟାଲରେ ଗତକାଲି ମଧ୍ୟରାତ୍ରିରେ ନିଆଁ ଲାଗିଯାଇଥିଲା । ଫଳରେ ଶିଶୁ କେୟାର ୟୁନିଟରେ ୧୦ ଜଣ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରାତି ପ୍ରାୟ ୨ ଟାରେ ଜଣେ ନର୍ସ ପ୍ରଥମେ ୱାର୍ଡରେ ନିଆଁ ଦେଖିଥିଲେ। ଚାହୁଁ ଚାହୁଁ ନିଆଁ ବ୍ୟାପିବାରେ ଲାଗିଲା। ଏହି ସମୟ ଶିଶୁ ୟୁନିଟରେ ଥିବା ୧୭ ଟି ଶିଶୁଙ୍କ ମଧ୍ୟରୁ କେବଳ ୭ ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା । ଏହି ଅଗ୍ନିକାଣ୍ଡର କାରଣ ଏକ ସର୍ଟ ସର୍କିଟ ବୋଲି କୁହାଯାଉଛି । ଏହି ଘଟଣାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୃତ ଶିଶୁ ପରିବାରଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର, ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ଏହି ଟ୍ରେନ କେତେବେଳେ କେଉଁଠି ପହଁଚିବ ତାହା ହେଲ ୦୨୮୯୨ ଭୁବନେଶ୍ୱର-ବାଙ୍ଗିରିପୋସି ସ୍ପେଶାଲ ୧୨ ଜାନୁୟାରୀରୁ ୨୮ ଫେବୃଆରୀ, ୨୦୨୧ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୫ଘ.୩୦ମି.ରେ ଛାଡି ବାଙ୍ଗିରିପୋସିରେ ରାତ୍ର ୧୨ଘ.୦୫ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ୦୨୮୯୧ ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ୧୩ ଜାନୁଆରୀରୁ ୧ ମାର୍ଚ୍ଚ, ୨୦୨୧ ମଧ୍ୟରେ ବାଙ୍ଗିରିପୋସିରୁ ପ୍ରତିଦିନ ଭୋର ୪ଘ.୨୦ମି.ରେ ଛାଡି ଭୁବନେଶ୍ୱର ରେ ପୂର୍ବାହ୍ନ ୧୦ ଘଟିକାରେ ପହଞ୍ଚିବ। ଏହି ଟ୍ରେନ୍ ଉଭୟ ଦିଗରୁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ମାର୍କୋଣା, ସୋରୋ, ବାଲେଶ୍ୱର, ରୂପସା, ଠାକୁରତୋଟା, ଜଗପୁରା, ଜୋଗଲ୍, ବେତନଟୀ, କୃଷ୍ଣଚନ୍ଦ୍ରପୁର ଏବଂ ବାରିପଦା ଷ୍ଟେସନ ମାନଙ୍କରେ ରହଣି କରିବ ।

Read More

ଭୁବନେଶ୍ବର, ବହୁ ମାସ ପରେ ଶେଷରେ ବରିଷ୍ଠ ଆଇପିଏସ ତଥା ପୂର୍ବତନ ଡିଜି ବିଜୟ ଶର୍ମାଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ପୋଲିସ ପ୍ରିଣ୍ଟିଂ ଏବଂ ପବ୍ଲିକେସନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ କିଛିଦିନ ପାଇଁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବରେ ଥିଲେ। ହେଲେ ସେତେବେଳେ ଅଗ୍ନିଶମ ପ୍ରମାଣପତ୍ର ହେରଫେର ଅଭିଯୋଗରେ ତାଙ୍କୁ ରାଜ୍ୟ ସରକାର ନିଳମ୍ବନ କରିଥିଲେ। ଏହାପରେ ସେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଥିଲେ।

Read More

ନୂଆଦିଲ୍ଲୀ, ଆଜି ଆମେ ଆପଣଙ୍କୁ 8 ଟି ରାଶି ବିଷୟରେ କହିବାକୁ ଯାଉଛୁ, ଯାହାର ଘର ଜାନୁୟାରୀ ମାସରେ 09 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଅନେକ ସୁଖ ଆଣିବ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି 8 ଟି ରାଶି ଉପରେ ପ୍ରଭୁ କୁବେର ତାଙ୍କ ଅନୁଗ୍ରହ ଦେଖାଇବାକୁ ଯାଉଛନ୍ତି, ତେଣୁ ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ହେବ। ଅର୍ଥ ଅଭାବର ସମସ୍ୟା ସମାପ୍ତ ହେବ। କଣ୍ଟିଜେନ୍ସି ଟଙ୍କା ପାଇବା ସମ୍ଭାବନା ଅଛି। ଋଣ ମୁକ୍ତ ହେବେ। ଆୟ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିବ। ଆପଣଙ୍କର ଚାକିରି ଏବଂ ବ୍ୟବସାୟ ସହିତ ଜଡିତ ସମସ୍ତ କାର୍ଯ୍ୟ ପ୍ରମାଣିତ ହୋଇପାରେ। ଆପଣଙ୍କ ଘରେ ସୁଖ ଦେଖିବାକୁ ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଯେ କୈଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ। ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ, ଯଦି ଆପଣ କୈଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତି, ଏହା…

Read More

ମେଷ- ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ଯଦି ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରନ୍ତି, ତେବେ ଏହି ଅନୁଭବକୁ ସହଜରେ ପାଇବେ। ଯଦି ଆପଣ ଆଜି ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତି, ତେବେ ଏହା ଭଲ ହେବ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଆପଣଙ୍କର ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ, ଯାହା ଆପଣକୁ ଖୁସିର ଅନୁଭବ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ । ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ । ଆର୍ଥିକ ଦୃଷ୍ଟିରୁ ଲାଭବାନ…

Read More

ନୂଆଦିଲ୍ଲୀ, ବର୍ଷ ବର୍ଷ ଧରି ଅପେକ୍ଷା କଲେ ମଧ୍ୟ ରାଜଯୋଗ ସହଜରେ ହୁଏ ନାହିଁ। ତେବେ 09 ତାରିଖ ସକାଳୁ ଏହି ରାଶିର ଲୋକଙ୍କର ରାଜଯୋଗ ପରି ସମାନ ଭାଗ୍ୟ ପରିଲକ୍ଷିତ ହେଉଛି। ଘରେ ମାତା ଲକ୍ଷ୍ମୀଙ୍କ ବାସ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ପାଇବ। ଆପଣ ସମାଜରେ ନିଜର ପରିଚୟ ପ୍ରତିଷ୍ଠା କରିବାକୁ ସମର୍ଥ ହେବେ । ଯଦି ଆପଣ କୈଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଭଲ ହେବ । ଗଣେଶଙ୍କୁ ପୂଜା କରି ଆପଣ ଯାହା ବି କାମ ଆରମ୍ଭ କରିବେ ଭଲ  ନିଶ୍ଚିତ ଭାବରେ ଏଥିରେ ସଫଳତା ପାଇବ । ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବାକୁ ଯାଉଛି । ଶିକ୍ଷା, ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣ ନୂତନ ରେକର୍ଡ ସ୍ଥାପନ କରିବାରେ ସଫଳ ହେବେ । ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ଅସୁବିଧା ଦୂର ହେବ । ଜୀବନରେ ଅନେକ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଭାରତ ସରକାରଙ୍କ ଡିଜିଟାଲ କ୍ୟାଲେଣ୍ଡର ଓ ଡାଏରୀର ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଆୟୋଜିତ ଏକ ଉତ୍ସବରେ ଜାଭଡେକର ବଟନ୍ କ୍ଲିକ୍ କରି କ୍ୟାଲେଣ୍ଡର ଓ ଡାଏରୀର ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ମୋବାଇଲ୍ ଆପ୍ଲିକେସନକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ଜାଭଡେକର ଅତୀତରେ କାନ୍ଥର ଶୋଭାବର୍ଦ୍ଧନ କରୁଥିବା ସରକାରୀ କ୍ୟାଲେଣ୍ଡରଗୁଡିକ ଏବେ ମୋବାଇଲ୍ ଫୋନର ଆଭା ମଣ୍ଡିତ କରିବାକୁ ଯାଉଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଆପ୍‌ର ବୈଶିଷ୍ଟ୍ୟ ସମ୍ପର୍କରେ ଉଲ୍ଲେଖ କରି ଜାଭଡେକର କହିଥିଲେ, “ବିନା ମୂଲ୍ୟର ଏହି ଆପ୍ ଜାନୁଆରୀ ୧୫ ତାରିଖ ୨୦୨୧ରୁ ୧୧ଟି ଭାଷାରେ ଉପଲବ୍ଧ ହେବ । ଏହି ଆପ୍ ପ୍ରତିବର୍ଷ ଏକ ନୂତନ କ୍ୟାଲେଣ୍ଡରର ଆବଶ୍ୟକତାକୁ ଦୂର କରିପାରିବ ।” ସେ ଆହୁରି କହିଛନ୍ତି ଯେ “ଏହି କ୍ୟାଲେଣ୍ଡର ପ୍ରତିମାସରେ…

Read More

ଫୁଲବାଣୀ: ଆଜି ରାତି ପ୍ରାୟ ୯ଟା ୫୦ ସମୟରେ କନ୍ଧମାଳ ଜିଲ୍ଲାର କିଛି ସ୍ଥାନର ମୃଦ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ ସହ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୨ ଥିବା ଜଣାପଡ଼ିଛି । ମୃଦୁ ଭୂମିକମ୍ପ ଝଟକା ପ୍ରାୟ ୫ରୁ ୬ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବାର ଜଣାପଡିଛି।

Read More