Author: Samikhsya Bureau

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ମହିଳା ଶାଖାର ସଭାନେତ୍ରୀ ଭାବେ ଅତାବିରା ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନି ଛୁଆରିଆଙ୍କୁ ମନୋନୀତ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଗଂଜାମ ଜିଲ୍ଲା ବିଜେଡ଼ିରେ ଖୁସିର ମାହୋଲ୍ ଖେଳିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଗଂଜାମ ବିଜେଡ଼ି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି। ଗଂଜାମ ଜିଲ୍ଲା ମହିଳା ବିଜେର ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ସମେତ ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀମତୀ ଛୁରିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀମତୀ ଛୁରିଆଙ୍କ ପରି ଜଣେ ବଳିଷ୍ଠ ନେତ୍ରୀଙ୍କୁ ରାଜ୍ୟ ସଭାନେତ୍ରୀ ପଦବୀ ଦେବା ପରେ ବିଜେଡ଼ି ଦଳ ରାଜ୍ୟରେ ଆହୁରି ସଂଗଠିତ ଏବଂ ସୁଦୃଢ଼ ହେବ ବୋଲି ଗଂଜାମ ଜିଲ୍ଲା ବିଜେଡ଼ି ପକ୍ଷରୁ କୁହାଯାଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ସ୍ପେଶାଲ୍ ୱାରେଣ୍ଟ୍ ବଳରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ କିରାଣି (ଡ଼ିଏଲ୍‌ଆର୍ ଟାଇପିଷ୍ଟ)ପ୍ରଶାନ୍ତ କୁମାର ନାୟକଙ୍କ ଗେଟ୍‌ବଜାରରେ ଥିବା ତିନିମହଲା କୋଠା, ବ୍ୟାଙ୍କ କଲୋନୀ ଚତୁର୍ଥ ଗଳିରେ ଥିବା ଦୁଇ ମହଲା କୋଠା, ଆସିକା ରୋଡ଼୍ ଗେଟ୍‌ବଜାରରେ ଥିବା ଦୁଇମହଲା ଗୋଦାମ ଘର, ବିଷ୍ଣୁନଗର ମୁଖ୍ୟରାସ୍ତାରେ ଭଡ଼ା ଦିଆଯାଇଥିବା ଗୋଦାମ୍‌, ଶ୍ରୀରାମନଗର ବୃନ୍ଦାବନ ହୋଟେଲ୍ ନିକଟରେ ଭଡ଼ା ଦିଆଯାଇଥିବା ଗୋଦାମ୍ ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ଦେଢ଼କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଥିଲା। ଆଜି ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିର ପରିମାଣ ହିସାବ କରାଯିବା ସହ ଗିରଫ କରାଯାଇଛି। କିରାଣୀ ତଥା ଡ଼ିଏଲ୍‌ଆର୍ ଟାଇପିଷ୍ଟ ଭାବେ ପ୍ରଶାନ୍ତ ନାୟକ ୧୯୯୦ରୁ କାର୍ଯ୍ୟରତ ଥିବାବେଳେ ଏହି ସମୟରୁ ୩୦.୧୨.୨୦୨୦ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଆୟର ସ୍ରୋତର ହିସାବ କରାଯାଇଥିଲା। ଆଜି ତାଙ୍କର ୫୭…

Read More

ଭୁବନେଶ୍ବର, ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ସେ ପୂର୍ବପରି ଯୁବ ଓ କ୍ରୀଡା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସେହିପରି ତିନୋଟି ଜିଲ୍ଲାକୁ ତିନିଜଣ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ ଦିଆଯାଇଛି। ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଯେଉଁ ଅଦଳବଦଳ କରିଛିନ୍ତି ତାହା ହେଲା 1-ବଲୱାନ୍ତ ସିଂ- ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ 2-ସମର୍ଥ ବର୍ମା- ପୁରୀ ଜିଲ୍ଲାପାଳ 3-ମହମ୍ମଦ ସାଦିକ ଅଲାମ- ଶିଳ୍ପ ନିର୍ଦ୍ଦେଶକ 4-ପାରୁଲ ପତୱାରୀ- ଉପସଚିବ ପୁର୍ତ୍ତ ବିଭାଗ 5-ଅମ୍ରିତା ଋତୁରାଜ- କେନ୍ଦ୍ରପଡା ଜିଲ୍ଲାପାଳ 6- ବିଶାଳ ସିଂ- ପିଡିଡିଆରଡି ଯାଜପୁର 7- ପ୍ରମୋଦ କୁମାର ବେହେରା- ଅତିରିକ୍ତ ସଚିବ ରାଜସ୍ବ ଓ ବପର୍ଯ୍ୟୟ ପରିଚାଳନା 8-ସରୋଜ କୁମାର ମିଶ୍ର- ଜିଲ୍ଲାପାଳ ରାୟଗଡା

Read More

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭୬କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ଵରରୁ ଜଣେ ଆକ୍ରାନ୍ତ ଥିବା ବେଳେ କଟକରୁ ଜଣେ ଏବଂ ନବରଙ୍ଗପୁରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ଜଣେ ୬୦ ବର୍ଷିୟା ମହିଳାଙ୍କ ଏହି ଭୂତାଣୁ ଯୋଗୁଁ ପ୍ରାଣହାନୀ ଘଟିଥିବା ବେଳେ କଟକର ଜଣେ ୬୧ ବର୍ଷୀୟ ପୁରୁଷ ଏବଂ ନବରଙ୍ଗପୁରରୁ ଜଣେ ୨୨ ବର୍ଷୀୟ ଯୁବକଙ୍କ ପ୍ରାଣହାନୀ ଘଟିଛି।

Read More

ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ମହାପାତ୍ର ଯୋଗଦେବା ପରେ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଅଦଳ ବଦଳ କରିଛନ୍ତି। ସେହି ହିସାବରେ ବରିଷ୍ଠ ଆଇଏଏସ ଅଫିସର ଭିନିଲକ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଖଣି ନିଗମର ଏମଡି, ଯୁବ ଓ କ୍ରୀଡା ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

Read More

ଭୁବନେଶ୍ୱର: ଆଜି ନୂଆ ଭର୍ଷରେ ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେଲେ ପ୍ରଦୀପ କୁମାର ଜେନା। ୧୯୮୯ ବ୍ୟାଚର ଏହି ଆଇଏଏସ୍ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଛନ୍ତି। ସୁରେଶ ମହାପାତ୍ର ମୁଖ୍ୟଶାସନ ସଚିବକୁ ଯିବା ପରେ ପ୍ରଦୀପ ଜେନା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦୀର୍ଘ ୬ ବର୍ଷ ଧରି ଦାୟିତ୍ବ ତୁଲାଇଥିଲେ। ଏହି ସମୟରେ ସେ ଫାଇଲିନ ବାତ୍ୟାକୁ ଠିକ ଭାବେ ମୁକାବିଲା କରିଥିଲେ। ଜଣେ ଦକ୍ଷ ଅଫିସର ଭାବେ ସେ ପ୍ରଶାସନ ମହଲରେ ବେଶ ପରିଚିତ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୩୯ ଜଣ ଚିହ୍ନଟ ହୋଇଥିବାବେଳେ ୧୦୬ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ହଜାର ୮୬୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୫ ହଜାର ୪୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୫୦୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୬୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍‌ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୩୫ ହୋଇଥିବାବେଳେ…

Read More

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ବରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି। ବିଶ୍ଵର ସବୁ କ୍ଷେତ୍ର, ସବୁ ବର୍ଗର ଲୋକଙ୍କୁ ଅନେକ କ୍ଷତି ପହଞ୍ଚାଇଛି ଏହି ମହାମାରୀ। ଏହା ଯୋଗୁଁ ଖେଳାଳି ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ଏହି କରୋନା ଭୂତାଣୁ ଯୋଗୁଁ ଜାପାନ ଠାରେ ଅଲମ୍ପିକ ଖେଳ ମଧ୍ୟ ବନ୍ଦ ହୋଇଥିଲା। ସେହିପରି ବହୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ୨୦୨୧ ମସିହାରେ ଭାରତୀୟ କ୍ରିକେଟ ଦଳର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଥିବା ଜଣାପଡିଛି।ଚଳିତ ବର୍ଷ ୧୪ ଟେଷ୍ଟ, ୧୬ ଟି ଦିନିକିଆ ଓ ୨୩ ଟି ୨୦ ଆନ୍ତର୍ଜାତୀୟ ମୁକାବିଲାରେ ଭାରତ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି। ଅଷ୍ଟ୍ରେଲିଆ ଗସ୍ତ: ଚଳିତ ଅଷ୍ଟ୍ରେଲିଆ- ଭାରତ ସିରିଜ ପାଇଁ ଆଉ ମାତ୍ର ଦୁଇଟ ଟେଷ୍ଟ ଖେଳାଯିବାକୁ ବାକି ଥିବା ବେଳେ ଏହା ଆସନ୍ତା ୧୪ ତାରିଖରେ ଶେଷ ହେବ।…

Read More

ଭୁବନେଶ୍ବର, ପୁରୀ ହେଉଛି ବିଶ୍ବ ସ୍ତରର ଏକ ସହର। ଏଠାକୁ ପ୍ରତିବର୍ଷ ଦେଶବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି। ସେଥିପାଇଁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହିପରି ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏହି ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ସହାୟତା ଯୋଗାଇ ଦେବେ। କେନ୍ଦ୍ର ସରକାର ଏଥିପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

Read More

ଭୁବନେଶ୍ୱର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ୨୭ଟି ଜିଲ୍ଲା ପାଇଁ ୮୪ଟି ଆମ୍ବୁଲାନ୍ସ ଲୋକାର୍ପିତ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି। ତନ୍ମଧ୍ୟରୁ ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯିବ ବୋଲି ଜଣାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୧୦୪କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟର ମାଗଣା ୧୦୮ଆମ୍ବୁଲାନ୍ସ ସେବା ୨୦୧୩ ମାର୍ଚ୍ଚ ୫ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ଟି ଜିଲ୍ଲାରେ ୬ଟି ବୋଟ ଆମ୍ବୁଲାନ୍ସ ସମେତ ମୋଟ ୫୧୮ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି। ଏତଦବ୍ୟତୀତ ରାଜ୍ୟରେ ଗର୍ଭବତୀ ମା ଓ ଶିଶୁଙ୍କ…

Read More

ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ତୈଳ ବଜାର କମ୍ପାନୀଙ୍କ ଠାରୁ ଗ୍ରାହାକମାନଙ୍କୁ ଝଟକା ଲାଗିଛି। କମ୍ପାନୀଗୁଡିକ ପ୍ରଥମ ଦିନରେ ରୋଷେଇ ଗ୍ୟାସ୍ ର ଦାମ୍ ବୃଦ୍ଧି କରିଛନ୍ତି।  ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ୫୬ ଟଙ୍କା ବୃଦ୍ଧି କରାଯାଇଛି। କିନ୍ତୁ ବିନା ସବସିଡି ଏଲପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୩୩୨ ଟଙ୍କାରୁ ବୃଦ୍ଧି କରାଯାଇ ୧୩୪୯ ଟଙ୍କା ହୋଇଛି। ୧୯ କିଲୋଗ୍ରାମ ରନ୍ଧନ ଗ୍ୟାସ ର ମୂଲ୍ୟ ୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। କଲିକତାରେ ୧୯ କିଲୋଗ୍ରାମ ରନ୍ଧନ ଗ୍ୟାସ୍ ର ମୂଲ୍ୟ ୧୩୮୭.୫୦ ଟଙ୍କାରୁ ବୃଦ୍ଧି ହୋଇ ୧୪୧୦ ଟଙ୍କା ହୋଇଛି। ଏଠାରେ ମୂଲ୍ୟରେ ୨୨.୫୦ ଟଙ୍କା ବର୍ଦ୍ଧିତ ହୋଇଛି। ମୁମ୍ବାଇରେ ୧୯ କିଲୋ ରନ୍ଧନ ଗ୍ୟାସର ମୂଲ୍ୟ ୧୨୮୦.୫୦ ଟଙ୍କାରୁ ବଢି ୧୨୯୭.୫୦ ତାଙ୍କ ପ୍ରତି ସିଲିଣ୍ଡର ହୋଇଛି। ଚେନ୍ନାଇରେ ୧୯ କିଲୋ ରନ୍ଧନ ଗ୍ୟାସର…

Read More

ଭୁବନେଶ୍ବର :ନୂଆ ବର୍ଷରେ ଓଡିଶାକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ। ଆଜି ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ୧୪ ମାସ ଅର୍ଥାତ ୨୦୨୨ ଫେବ୍ରୁଆରି ଯାଏ  ଏହି ପଦବିରେ ରହିବେ। ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ପ୍ରଶାସନିକ ମହଲରେ ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ।  ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ପଦପଦବୀରେ ରହି ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କୁ ଆଜି ପ୍ରଶାସନିକ ମହଲରେ ସ୍ବାଗତ କରାଯାଇଛି।

Read More

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତଳ ମୁହାଁ ହେଉଥିଲେ ବି ନୂଆ ଷ୍ଟ୍ରେନ ଏବେ ଚିନ୍ତାରେ ପକାଇଛି। ଏହି ମାହାମାରୀ ଠାରୁ ମୁକ୍ତି ମିଳିବା ନେଇ ଆଶଙ୍କା ସୃଷ୍ଟି ହେଉଥିବା ବେଳେ କରୋନା ଟିକା ଏବେ ନୂତନ ଆଶା ସଂଚାର କରିଛି। ଟିକା ବିନା ଏହି ମହାମାରୀ ଦାଉରୁ ନିସ୍ତାର ନାହିଁ। ଲୋକଙ୍କ ମନରେ ଭୟାର ବାତାବରଣ ସୃଷ୍ଟି ହେଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଖୁସି ଖବର ମିଳିଛି। ଏବେ ଫାଇଜର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ମଂଜୁରୀ ଦେଇଛି। ଏହାସହ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି। ଏହି ଟିକା କରୋନା ମାତ୍ ଦେବାରେ ସଫଳ ହେବା ନେଇ ଆଶା ବଢିଛି। ତେଣୁ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସବୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଛି ଡବ୍ଲୁଏଚ୍ଓ।

Read More

ନୂଆଦିଲ୍ଲୀ, ୨୦୨୦ ଡିସେମ୍ବର ମାସରେ ଦେଶରେ ସଂଗୃହୀତ ମୋଟ ଜିଏସ୍‍ଟି ପରିମାଣ ୧୧୫୧୭୪ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସ୍‍ଟି ପରିମାଣ ୨୧୩୬୫ କୋଟି ହୋଇଥିବାବେଳେ ରାଜ୍ୟ ଜିଏସ୍‍ଟି ଓ ସମନ୍ୱିତ ଜିଏସ୍‍ଟି ପରିମାଣ ଯଥାକ୍ରମେ ୨୭୮୦୪ କୋଟି ଓ ୫୭୪୨୬ କୋଟି ଟଙ୍କା । ଏଥିମଧ୍ୟରେ ସାମଗ୍ରୀ ରପ୍ତାନୀ ବାବଦ ରାଜସ୍ୱ ସଂଗ୍ରହ ପରିମାଣ ୨୭୦୫୦ କୋଟି ଓ ଉପକର ବା ସେସ୍‍ ବାବଦରେ ୮୫୭୯ କୋଟି ଟଙ୍କା ରହିଛି । ଗତ ନଭେମ୍ବରରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୋଟ ୮୭ ଲକ୍ଷ ଲୋକ ଜିଏସ୍‍ଟିଆର ୩ବି ରିଟର୍ଣ୍ଣ ଫାଇଲ କରିଛନ୍ତି। ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ସମନ୍ୱିତ ଜିଏସ୍‍ଟିରୁ କେନ୍ଦ୍ର ସରକାର ତାଙ୍କ ଭାଗ ବାବଦ ୨୩୨୭୬ କୋଟି ଟଙ୍କା ପାଇଥିବାବେଳେ ରାଜ୍ୟମାନଙ୍କ ଭାଗରେ ପଡିଛି ୧୭୬୮୧ କୋଟି ଟଙ୍କା । ଏହି ମାସରେ କେନ୍ଦ୍ର ସରକାର ମୋଟ ୪୪୬୪୧ କୋଟି ଟଙ୍କା ଆୟ କରିଥିବାବେଳେ ରାଜ୍ୟ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୦ ହଜାର ୩୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୫୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨ ଲକ୍ଷ ୮୬ ହଜାର ୭୧୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ହଜାର ୯୯୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୮୩ ହଜାର ୪୬୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨,୫୪,୨୫୪ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ନୂଆବର୍ଷ 2021କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ନୂତନ ବର୍ଷ 2021 ଆପଣମାନଙ୍କ ପାଇଁ ସୁଖ ଏବଂ ସମୃଦ୍ଧି ନେଇ ଆସୁ। ସେ ତାଙ୍କ ଟୁଇଟରରେ ଏକ ଭିଡିଓ ମଧ୍ୟ ପକାଇଛନ୍ତି। ଯେଉଁଥିରେ ସେ ଲୋକମାନଙ୍କୁ ନିଜର ଅଭିନନ୍ଦନ ବାର୍ତ୍ତା ଜଣାଇଛନ୍ତି। ଶେଷରେ ନବୀନ କହିଛନ୍ତି ଯେ, ମହାପ୍ରଭୁଙ୍କ କୃପାରୁ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ।

Read More

ନୂଆଦିଲ୍ଲୀ, ନୂଆବଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅଭିନନ୍ଦନ ବାର୍ତ୍ତାରେ ସେ କହିଛନ୍ତି ଯେ, ନୂତନ ବର୍ଷ 2021 ଆପଣମାନଙ୍କ ପାଇଁ ଭଲସ୍ବାସ୍ଥ୍ୟ, ସୁଖ ସମୃଦ୍ଧି ଏବଂ ଖୁସି ଆସୁ।

Read More

ନୂଆଦିଲ୍ଲୀ, ଆଜି ଇଂରାଜୀ ନୂଆବର୍ଷ। ଏହି ଉପଲକ୍ଷେ ଆଜି ବିଭିନ୍ନ ମହଲରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଦିଆନିଆ ଚାଲିଛି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ନୂଆବର୍ଷ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ କରି ସେ କହିଛନ୍ତି ଯେ, “ନୂତନ ବର୍ଷର ଶୁଭେଚ୍ଛା। ନୂତନ ବର୍ଷ ଏକ ନୂତନ ଆରମ୍ଭ କରିବାର ଏକ ସୁଯୋଗ ଏବଂ ବ୍ୟକ୍ତିଗତ ଏବଂ ସାମୂହିକ ବିକାଶ ପାଇଁ ଆମର ସଂକଳ୍ପକୁ ଗୁରୁତ୍ୱ ଦେଇଥାଏ। କୋଭିଡ -19 ରୁ ସୃଷ୍ଟି ଚ୍ୟାଲେଞ୍ଜ ସମୟରେ ଆମ ସମସ୍ତେ ଏକତ୍ର ହୋଇ ଆଗକୁ ବଢିବା ପାଇଁ ଏକ ସମୟ।” ସେହିପରି ଉପରାଷ୍ଟ୍ରପ ଏମ ଭେଙ୍କେୟାନଇଡୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ସେ ମଧ୍ୟ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, “ନୂତନ ବର୍ଷ 2021 ରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା! ଆମେ ସମସ୍ତେ ନୂଆ ବର୍ଷ ପାଇଁ ଅପେକ୍ଷା କରିଥାଉ।…

Read More

ନୂଆଦିଲ୍ଲୀ, ହିନ୍ଦୁ ଧର୍ମରେ ନଡ଼ିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଡ଼ିଆ ଦେବତାମାନଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଇଥାଏ। ନଡ଼ିଆ ଭିତରେ ପାଣି ଅଛି, ଯାହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ନଡ଼ିଆ ଜଳର ସ୍ପର୍ଶ ଦ୍ୱାରା ଜିନିଷଗୁଡ଼ିକ ଶୁଦ୍ଧ ହୋଇଥାଏ। ନଡ଼ିଆ ଭିତର ଶସକୁ ମଧ୍ୟ ସଂପୂର୍ଣ୍ଣ ଶୁଦ୍ଧ ବିବେଚନା କରାଯାଏ। ନଡ଼ିଆକୁ ସୁଖ, ଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟ, ବିବାହ, ଲଗ୍ନ, ଧାର୍ମିକ ରୀତିନୀତି, ପ୍ରତିଷ୍ଠା, ଘରର ମୂଳଦୁଆ ପକାଇବା, ଘର ପ୍ରବେଶ ସମୟରେ ନଡ଼ିଆର ବିଶେଷ ମହତ୍ତ୍ୱ ରହିଛି। କିଛି ଲୋକ ଏହାକୁ ଭଗବାନ ଶିବଙ୍କ ରୂପ ଭାବରେ ମଧ୍ୟ ବିବେଚନା କରନ୍ତି। କାରଣ ଏହାର ତିନୋଟି ଆଖି ଅଛି ଯାହାକୁ ଏହାକୁ ତ୍ରିନେତ୍ର ବୋଲି ବିବେଚନା କରାଯାଏ।

Read More

ମେଷ- ଆର୍ଥିକ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଏହା ହେଉଛି ଲାଭର ସମଷ୍ଟି। ଆପଣଙ୍କ ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ, କିନ୍ତୁ କିଛି ବିଳମ୍ବ ହୋଇପାରେ। ଆପଣ ଆଜି ପରିବାର ବିଷୟରେ ଖୁସି ହୋଇପାରିବେ। ନୂତନ ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ପଦବୀ ପାଇବାକୁ ସକ୍ଷମ ହେବେ। ପଦୋନ୍ନତି ପାଇଁ ଯୋଗ ସୃଷ୍ଟି ରହିଛି। ଶାରୀରିକ ଦୁଃଖର ସମ୍ମୁଖୀନ ହୋଇପାରନ୍ତି। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ପ୍ରସଙ୍ଗରେ ମଧ୍ୟ ସଚେତନ ରୁହନ୍ତୁ । ଖାଦ୍ୟପେୟରେ ଯତ୍ନବାନ ହୁଅନ୍ତୁ। ଆଜି ଆର୍ଥିକ ଦୃଷ୍ଟିକୋଣରୁ ଭଲ ଦିନ ନୁହେଁ। ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆଜି ଖୁସି ଅନୁଭବ କରିବ। ଯଦିଓ ସବୁକିଛି ଠିକ ଅଛି, ହେଲେ ଆପଣ କଥାବାର୍ତ୍ତାକୁ ନିୟନ୍ତ୍ରଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। ପରୀକ୍ଷା ଦୃଷ୍ଟିକୋଣରୁ…

Read More