Author: Samikhsya Bureau

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା କାଦୋବାହାଳି ଗ୍ରାମରେ ଜଣେ ଯୁବକର ଠେଙ୍ଗା ମାଡରେ ୩ ଜଣ ଆହତ ହେବା ସହ ବୁର୍ଲା ଡାକ୍ତରଖାନାରେ ଚିକିସ୍ତ୍ରାଧିନ ଥିବା ବେଳେ ଅଭିଯୁକ୍ତକୁ ରେଢାଖୋଲ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କାଦୋବାହାଳି ଗ୍ରାମରେ ଗତ ୨୬ ତାରିଖ ସଂଧ୍ୟାରେ ଗ୍ରାମର ଅମିତ୍ ମିଦ୍ଧା ନାମକ ଯୁବକ କୌଣସି କାରଣରୁ ପଡୋସୀ ଉପାସୀ ନାଏକକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା। ଠିକ୍ ସେଇ ସମୟରେ ଉପାସୀ ନାଏକର ଶାଶୂ କୁନି ନାଏକ ଓ ଶ୍ୱଶୁର କାର୍ତ୍ତିକ ନାଏକ ନିଜର ବୋହୁର ଜୀବନ ରକ୍ଷା ପାଇଁ ଉଦ୍ୟମ କରି ନିଜେ ମଧ୍ୟ ଠେଙ୍ଗା ମାଡରୁ ବର୍ତ୍ତି ପାରି ନ ଥିଲେ। ସେମାନଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଉପାସୀ ନାଏକଙ୍କ ହାତ ଭାଙ୍ଗି ଯାଇଛି। ସେମାନଙ୍କୁ ଆମ୍ବୁଲାନସ୍‌ରେ ରେଢାଖୋଲ ଡାକ୍ତରଖାନାକୁ…

Read More

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଆଜିର ଏହି ବୈଠକରେ ରାଜ୍ୟ କ୍ୟାବିନେଟ୍‌ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ସମ୍ପତ୍ତି ତାଲିକା ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି ।  ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ପ୍ରଦାନ କରିବେ । ଉଭୟ ବର୍ଗଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । ସରପଞ୍ଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମେସ୍ତ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ । ସେହିପରି ଛୋଟ କର୍ମଚାରୀଠାରୁ ମୁଖ୍ୟ ସଚିବ ଯାଏ ସମସ୍ତେ ସମ୍ପତ୍ତି ତାଲିକା ଦେବେ ସମ୍ପତ୍ତି ତାଲିକା ଲୋକେ ଦେଖିବାକୁ ପବ୍ଲିକ୍‌ ଡୋମେନରେ ରଖାଯିବ । ସମ୍ପତ୍ତି ତାଲିକାର ନକଲ ପ୍ରତିବର୍ଷ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ । ସେହିପରି ଆଜି ରାଜ୍ୟ କ୍ୟାବିନେଟ୍‌ରେ ସଂରକ୍ଷଣ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।  ସରକାରୀ…

Read More

ନୂଆଦିଲ୍ଲୀ : ଆଜିକୁ 33 ଦିନ ହେବ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ୍‌କୁ ବିରୋଧ କରି ଦିଲ୍ଳୀ ସୀମାରେ ବିକ୍ଷୋଭ କରୁଛନ୍ତି ଚାଷୀ । ଚାଷୀଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ଏକାଧିକଥର ବୈଠକ କରିଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ତେବେ ଆସନ୍ତା 30 ତାରିଖରେ ଚାଷୀ ସଙ୍ଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ମଙ୍ଗଳବାର ଅର୍ଥାତ୍ ଡିସେମ୍ବର 29ରେ ଉଭୟଙ୍କ ମଧ୍ୟରେ ଆଉ ଏକ ବୈଠକ ହେବାର ଥିଲା। ମାତ୍ର ଏହିବୈଠକ 30 ତାରିଖ ଦିନ ଦିଲ୍ଲୀର ବିଜ୍ଞାନ ଭବନଠାରେ ହେବ ବୋଲି ସୂଚନା ରହିଛି ।

Read More

କଟକ : କଟକ ମହାନଗର ଅଞ୍ଚଳରେ ବି ଜିରୋ ନାଇଟ ସେଲିବ୍ରେସନ୍‌ ଉପରେ କଟକଣା ଜାରି କଲା ସିଏମ୍‌ସି। କଟକରେ ହୋଟେଲ, କ୍ଲବ, ହଲ କିମ୍ବା କୌଣସି ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରିସେନ ​‌ହେବ ନାହିଁ। କରୋନା କଟକଣାକୁ ଦୃଷ୍ଟିରେ ରଖି କୌଣସି ସ୍ଥାନରେ ଗହଳି ନ କରିବାକୁ ​‌ସିଏମ୍‌ସି ବିଜ୍ଞପ୍ତି ଜାରି କରିଛି। ପରିବାର କିମ୍ବା ନିଜ ସଂପର୍କୀୟମାନଙ୍କ ସହ ଘରେ ଜିରୋ ନାଇଟ୍‌ ସେଲିବ୍ରେସନ କରି ପାରିବେ। ସୂଚନାଯୋଗ୍ୟ, ଚଳିତ ଥର ରାଜଧାନୀରେ ବି ହେବ ନାହିଁ ଜିରୋ ନାଇଟ୍‌ ସେଲିବ୍ରେସନ୍‌ । ବିଏମ୍‌ସି ମଧ୍ୟ ଏନେଇ କଟକଣା ଜାରି କରିସାରିଛି ।

Read More

ନୂଆଦିଲ୍ଲୀ: ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରହମାନଙ୍କ ମା କରିମା ବେଗମ୍‌ଙ୍କ ଦେହାନ୍ତ ହୋଇଛି। ଏ ଆର୍‌ ରହମାନ୍‌ ତାଙ୍କ ମା’ଙ୍କ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ରହମାନଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ତାଙ୍କ ମା’ଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତ କିଛିଦିନ ହେବ ତାଙ୍କ ମା’ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।

Read More

ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କ ଛୋଟ ଡ୍ରେସ୍‌ ପିନ୍ଧିବା ବେଶ୍‌ ମହଙ୍ଗା ପଡିଛି । ଏହି ଡ୍ରେସ୍‌ ପାଇଁ ତାଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରିଦିଆଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଇଟାଲୀର ବାସିନ୍ଦା ମାର୍ଟିନା କୋରାଡି କହିଛନ୍ତି, ଅଷ୍ଟ୍ରେଲିଆର ବୋଡି ବିଚ୍‌ରେ ଏପରି ଘଟଣା ଘଟିଛି । ଏପରି ଘଟଣା ଘଟିବା ପରେ ତାଙ୍କୁ ବହୁତ ଲାଜ ଲାଗିଛି। ମାର୍ଟିନା ରେଷ୍ଟୁରାଣ୍ଟକୁ ଏକ ଗ୍ରେ କଲରର କ୍ରପ୍‌ ଟପ୍‌ ଏବଂ ଧଳା ଟ୍ରାଉଜର ପିନ୍ଧି ଯାଇଥିଲେ। ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ରେଷ୍ଟୁରାଣ୍ଟ ଯାଇଥିବାବେଳେ ତାଙ୍କୁ ହୋଟେଲ୍‌ର ଷ୍ଟାଫ୍‌ ରେଷ୍ଟୁରାଣ୍ଟରୁ ବାହାରକୁ ଯିବାକୁ କହିଥିଲେ । ଏହି ଘଟଣା ପରେ ଯୁବତୀ ଜଣକ ଲଜ୍ଜା ଅନୁଭବ କରିବା ପରେ ସେ ଖୁବ୍‌ ରାଗି ଯାଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଯୁବତୀ ଜଣକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ଅନେକ ୟୁଜର୍‌ ପ୍ରତିକ୍ରିୟା ରଖିଛନ୍ତି ।

Read More

ମେଲବର୍ଣ୍ଣ: ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ମଧ୍ୟ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଭଲ ପ୍ରଦର୍ଶନ ଦେଖାଇଛି। ପ୍ରଥମ ଇନିଂସରେ ୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ୧୩୩ ରନରେ ୬ ୱିକେଟ ହରାଇଛି। ଏଥିସହ ଅଷ୍ଟ୍ରେଲିଆ ୨ ରନର ଅଗ୍ରଣୀ ହାସଲ କରିଛି। ୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ଖରାପ ଆରମ୍ଭ କରିଥିଲା। ପ୍ରଥମ ଇନିଂସ ରେ ଶୂନ୍ୟରେ ଆଉଟ ହୋଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋ ବର୍ନସ୍ ମାତ୍ର ୪ ରନ୍ କରି ଉମେଶ ଯାଦବଙ୍କ ବଲରେ ୱିକେଟକିପର ଋଷଭ ପନ୍ତଙ୍କ ଦ୍ୱାରା ଧରା ପଡ଼ିଥିଲେ। ଏହାପରେ ମାଥ୍ୟୁ ୱେଡଙ୍କ ଓ ମାର୍ନସ୍ ଲାବୁଶେନ୍ ଙ୍କ ମଧ୍ୟରେ ପାର୍ଟନରଶିପ ଠିକ ଠାକ ଚାଲୁଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ସେମାନଙ୍କୁ ବଡ଼ ସ୍କୋର କରିବାରେ ବ୍ରେକ ଲଗାଇଥିଲେ। ଲାବୁଶେନ୍…

Read More

ଭୁବନେଶ୍ବର : ବ୍ରିଟେନରୁ ଫେରିଥିବା 62ଜଣଙ୍କ କୌଣସି ପତ୍ତା ମିଳୁନି । ସେମାନେ ଫୋନ୍‌ ଉଠାଉନାହାନ୍ତି କି ନିର୍ଦ୍ଦିଷ୍ଟ ଠିକଣାରେ ମିଳୁନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।  ନଭେମ୍ବର 30ରୁ ଡିସେମ୍ବର 21 ମଧ୍ୟରେ 181 ଜଣ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରୁ 119 ଜଣଙ୍କ ସନ୍ଧାନ ମିଳିଥିବାବେଳେ ଏହା ମଧ୍ୟରୁ 6ଜଣ ପଜିଟିଭ୍‌। ଭୁବନେଶ୍ୱର ଓ ଜଗତସିଂହପୁରରୁ 3ଜଣ ଲେଖାଏଁ କରୋନା ସଂକ୍ରମିତ ହୋଇଛନ୍ତି । 62 ଜଣ ଭୁଲ ଫୋନ୍ ନମ୍ବର ଓ ଠିକଣା ଦେଇଥିବାରୁ ଚିନ୍ତା ବଢିଛି । 62 ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କର କ୍ବାରେଣ୍ଟିନ୍‌ ସମୟ ସାରିଛି । ସେମାନଙ୍କ ଭିତରେ କେହି ପଜିଟିଭ୍‌ ମିଳିଥିଲେ ଜିନ୍‌ ସିକ୍ୟୁଏନ୍‌ସିଂ ହୋଇଥାନ୍ତା ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ତେବେ ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Read More

ଭୁବନେଶ୍ୱର:  ଚଳିତ ବର୍ଷ ଜିରୋନାଇଟ୍‌ ସେଲିବ୍ରେସନ୍‌ ଫିକା ପଡିବ । ରାଜଧାନୀରେ ଜିରୋ ନାଇଟରେ ଲାଗିଲା କଟକଣା । ଏବର୍ଷ ପାଳନ ହେବନି ଜିରୋ ନାଇଟ୍ । କଟକଣା ଲଗାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । କୋଭିଡ ସଂକ୍ରମଣକୁ ଦୃଷ୍ଟିର ରଖି ଏଭଳି ପଦକ୍ଷେପ ନେଇଛି ବିଏମସି । ହୋଟେଲ୍, କ୍ଲବ୍ ଓ କଲ୍ୟାଣ ମଣ୍ଡପରେ ପାଳନ ହୋଇପାରିବନି । ସେହିପରି ଜନସମାଗମ ଉପରେ ମଧ୍ୟ ରୋକ୍ ଲାଗିଛି । କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଘରେ ରହି ପରିବାର ସଦସ୍ୟ, ସମ୍ପର୍କୀୟଙ୍କ ସହିତ ନୂଆବର୍ଷ ପାଳନ କରିବା ନେଇ ବିଏମ୍‌ସି ପରାମର୍ଶ ଦେଇଛି । ନୂଆବର୍ଷ ପାଇଁ 31 ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ଜିରୋ ନାଇଟ ସେଲିବ୍ରେସନ’ ଉପରେ କଟକଣା ଲଗାଯାଇଛି। ଅଧିକ ସଂଖ୍ୟକ ଲୋକ ଏକାଠି ହେବା ଦ୍ବାରା କରୋନା ସଂକ୍ରମଣ…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୩ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1861କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ 60 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ରାୟଗଡା ଜିଲ୍ଲାରୁ 5 ମାସର ଶିଶୁ ପୁତ୍ର ଓ ସୁନ୍ଦରଗଡରୁ 72 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୩୬ଜଣ ଚିହ୍ନଟ ହୋଇଥିବାବେଳେ ୯୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ହଜାର ୭୩୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୪ହଜାର ୦୬୮ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ହଜାର ୭୫୩ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୬୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୪ଟି ଜିଲ୍ଲାରୁ ମୋଟ୍‌ ୨୩୪ ଜଣ ଚିହ୍ନଟ ହୋଇଛନ୍ତି।  ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୬ ଜଣ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରୁ ୧୦ଜଣ, ବରଗଡ଼ ଜିଲ୍ଲାରୁ ୨ଜଣ,…

Read More

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇପଡିଲେ । ଭାଷଣ ଦେଇ ସାରିଲା ପରେ ଅସୁସ୍ଥ ହୋଇପଡିଥିଲେ ନରସିଂହ ମିଶ୍ର । ଭାଷଣ ଦେଇ ସାରିଲା ପରେ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ହଠାତ୍‌ ଛାତିକୁ ଧରି ତଳେ ବସିପଡିଥିଲେ ନରସିଂହ ମିଶ୍ର । ତାଙ୍କୁ ତତ୍‌କ୍ଷଣାତ୍‌ ଘରୋଇ ହସ୍ପିଟାଲକୁ ନିଆଯାଇଛି । ସିବିଆଇ ଅଫିସ୍‌ ସାମ୍ନାରେ ଖୋଲା ଜିପ୍‌ରେ ଭାଷଣ ଦେଉଥିବାବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତର କିଛି ସୂଚନା ଦେଇନଥିବା ଜଣାପଡିଛି ।

Read More

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଅଧିକାଂଶ ସ୍ଥାନରେ ଜାଡ ଅନୁଭୂତ ହେଉଛି । ଏପରିକି ରାଜ୍ୟର 6ଟି ସହରର ତାପମାତ୍ରା ଏବେ 10 ଡିଗ୍ରୀ ତଳେ ରହିଛି । ସର୍ବନିମ୍ନ 5.5 ଡିଗ୍ରୀସହ ଫୁଲବାଣୀ ସହର ସବୁଠୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ସେହିପରି ଦାରିଙ୍ଗିବାଡିରେ 6.5 ଡିଗ୍ରୀ, ଭବାନୀପାଟଣାରେ 9.2 ଡିଗ୍ରୀ, ବାରିପଦାରେ 9.4 ଡିଗ୍ରୀ, ଝାରସୁଗୁଡାରେ 9.4 ଡିଗ୍ରୀ ଓ କୋରାପୁଟରେ 9.6ଡିଗ୍ରୀ ତାପମାତ୍ରା ରହିଥିବାର ସୂଚନା ରହିଛି । ସେହିପରି କଟକରେ 12 ଡିଗ୍ରୀ ଓ ଭୁବନେଶ୍ବରରେ 13.2 ଡିଗ୍ରୀ ତାପମାତ୍ରା ଥିବାର ରେକର୍ଡ ହୋଇଛି ।

Read More

ନୂଆଦିଲ୍ଲୀ: କରୋନା ସଂକ୍ରମିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଦିଲ୍ଲୀ ଏମସ୍‌ ସ୍ଥାନାନ୍ତର କରାଯାଇଛି । ତାଙ୍କ ସହିତ ପତ୍ନୀ ଏବଂ ଝିଅ ମଧ୍ୟ ଅଛନ୍ତି । ତାଙ୍କୁ ଡେରାଡୁନ୍ ଡୁନ୍ ହସ୍ପିଟାଲରୁ ଦିଲ୍ଲା ଏମ୍ସ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥତା ଯୋଗୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଡୁନ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାର ବରିଷ୍ଠ ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ଫୁସଫୁସରେ ସିଟି ସ୍କାନ କରିଥିଲେ । ଯେଉଁଥିରେ ସାମାନ୍ୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହାପରେ ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ଗତ 18 ତାରିଖେ ମୁଖ୍ୟମନ୍ତ୍ରୀ ରାୱତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।

Read More

ଚୀନ୍‌ : ପାଣିରେ ଭାସୁଥିବା ଘର ଦେଖିଛନ୍ତି ? ତେବେ ଭାରତରେ ରହୁଥିବା କିଛି ଲୋକେ ଶିକାରା ଡଙ୍ଗା ବିଷୟରେ ଜାଣିଥିବେ। ବିଶେଷ କରି କାଶ୍ମୀର ଡଲ୍‌ ହ୍ରଦରେ ଭାସୁଥିବା ଡଙ୍ଗାଗୁଡିକ ମଧ୍ୟରେ ଛୋଟ ଛୋଟ ଘର କରାଯାଇଥାଏ, ଏହାକୁ ଶିକାରା କୁହାଯାଏ । ଏହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ । ତେବେ ଆପଣ ଥରେ ଭାବନ୍ତୁ ତ ଡଙ୍ଗା ଜାଗାରେ ଯଦି ଆପଣଙ୍କ ଘର ପାଣିରେଭାସିବ, ତା’ହେଲେ ଆପଣଙ୍କୁ କିପରି ଅନୁଭବ ହେବ । ଟିକିଏ ତ ଆଶ୍ଚର୍ଯ୍ୟ ଲାଗୁଥିବ କଥାଟି ଶୁଣି । ମାତ୍ର ସତରେ ଜଣେ ବ୍ୟକ୍ତି ଏହିପରି ଏକ ଅଦ୍ଭୁତ କଳ୍ପନାକୁ ବାସ୍ତବ ରୂପ ଦେଇଛନ୍ତି। ଚୀନ୍‌ରୁ ଜଣେ ବ୍ୟକ୍ତି 4 ଲକ୍ଷ ୟୁଆନ୍‌ ଅର୍ଥାତ୍‌ 45 ଲକ୍ଷ ଟଙ୍କା ବ୍ୟୟରେ ଏପରି ଏକ ଘର ନିର୍ମାଣ କରିଛନ୍ତି ଯାହା ଜଳରେ ଭାସୁଛି। ଚୀନ୍‌ର ଫୁଜିଆନ୍‌ ଫ୍ରୋବିସ୍‌ରେ ଏହି ଘର ନିର୍ମାଣ ହୋଇଛି ।…

Read More

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ଘଣ୍ଟାରେ ୨୦ହଜାର ୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୭୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧,୪୭,୬୨୨ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ଲକ୍ଷ ୭ହଜାର ୮୭୧କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୭ ହଜାର ୯୦୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ୨ଲକ୍ଷ ୭୭ହଜାର ୩୦୧ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୭ଲକ୍ଷ ୮୨ହଜାର ୬୬୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ଦେଶର ମୋଟ ସୁସ୍ଥ ପ୍ରତିଶତ ୯୫.୮୨ ପ୍ରତିଶତ ରହିଛି।

Read More

ଆରଡି : ଦୀର୍ଘ 9ମାସ ପରେ ଶ୍ରୀମନ୍ଦିର ସହିତ ରାଜ୍ୟର ପ୍ରାୟ ସବୁ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲା । ଗତ 23 ତାରିଖରୁ ଶ୍ରୀମନ୍ଦିର ଖୋଲିଥିବାବେଳେ ଏବେ ପୁରୀ ବାସୀ ଦର୍ଶନର ସୌଭାଗ୍ୟ ପାଉଛନ୍ତି । ଆସନ୍ତା ଜାନୁଆରୀ ତିନି ତାରିଖରୁ ସର୍ବସାଧାରଣ ଦର୍ଶନ କରିପାରିବେ । ସେହିପରି ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଖୋଲିବାକୁ ଅନୁମତି ମିଳିବା ପରେ ଆଜିଠାରୁ ବାବା ଆଖଣ୍ଡଳମଣୀ ଦର୍ଶନ ଦେଉଛନ୍ତି । ପୁରୀ ଢାଞ୍ଚାରେ ମନ୍ଦିର ଖୋଲାଯାଇ ଦର୍ଶନ ଅନୁମତି ମିଳୁଛି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ଆଖଣ୍ଡଳମଣୀ ମନ୍ଦିରରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି ।ଗତ 27 ତାରିଖରୁ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଏଥି ସହିତ ପ୍ରଥମେ ସେବାୟତ ଓ ସେମାନଙ୍କ ପରିବାର ଲୋକଙ୍କୁ ଦର୍ଶନ ଅନୁମତି ରହିଛି…

Read More

ନୂଆଦିଲ୍ଲୀ, ଚୀନର ଉହ୍ବାନ ସହରରୁ କରୋନା ଭାଇରସ ଉତ୍ପନ ହୋଇଥିଲା। ସେହିଠାରୁ ହିଁ ଏହି ଭାଇରସ ସାରା ପୃଥିବୀକୁ ବ୍ୟାପିଥିଲା। ବର୍ଷେ ତଳେ ଚୀନର ଜଣେ ରିପୋର୍ଟର ଏହି ଘଟଣାକୁ ପ୍ରସାରଣ କରିଥିଲେ। ଏବେ ତାଙ୍କୁ ଚୀନ ସରକାର ତାଙ୍କୁ ଦଣ୍ଡ ଦେଇଛନ୍ତି। ସେ ହେଉଛନ୍ତି 34 ବର୍ଷିୟ ଝାଙ୍ଗ ଝାନ୍। ତାଙ୍କ ଓକିଲ କହିଛନ୍ତି ଯେ, ସେ ବର୍ଷେ ତଳେ ଚୀନର କରୋନା ଭାଇରସ ସଂପର୍କରେ ରିପୋର୍ଟ କରିଥିଲେ। ସେତେବେଳେ ସେ ଏହି ବ୍ରେକିଂ ଖବର ପ୍ରସାରଣ କରିଥିଲେ। ହେଲେ ତାଙ୍କ ଉପରେ ବର୍ତ୍ତମାନ ସରକାର ବିଭିନ୍ନ ମାମଲା ଦାୟର କରି 4 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣାକୁ ନେଇ ଚୀନ ସହିତ ସାରା ବିଶ୍ବର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବ ପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ 5ଟା 30 ମିନିଟରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ। ସେହିପରି କେତେକ ମନ୍ତ୍ରୀ ଲୋକସେବା ଭବନରେ ଏବଂ ଜିଲ୍ଲାପାଳଙ୍କ ଅଫିସରେ ରହି ଏହି ବୈଠକରେ ଯୋଗଦେବେ। ତେବେ ଏହି ବୈଠକରେ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ବଡ ଘୋଷଣା କରାଯିବ ବୋଲି ଜଣାପଡିଛି। ସେହିପରି ସମବାୟ ବିଭାଗ ପରି ପ୍ରାୟ 12ଟି ପ୍ରସଂଗରେ ଆଲୋଚନା ହେବ ବୋଲି ଜଣପଡିଛି।

Read More

ନୂଆଦିଲ୍ଲୀ, ଦିନକୁ ଦିନ ଗ୍ୟାସ ବୁକିଂ ପାଇଁ କରାଯାଉଛି ସହଜ ଓ ସରଳ। ବର୍ତ୍ତମାନ ହ୍ବାଟସପରେ ମେସେଜ ପଠାଇଲେ ଗ୍ୟାସ ବୁକିଂ ହେଉଛି। ହେଲେ ଆଶ୍ଟର୍ଯ୍ୟ ହେବେ ପେଟିଏମ ଆପ ଏହି ଗ୍ୟାସ ବୁକିଂରେ ଦେଉଛି ରିହାତି। ଏକା ଥରେ ପାଞ୍ଚଶହ ଟଙ୍କା ରିହାତି ଦେଉଛି। ଫଳରେ ସିଲିଣ୍ଡର ଦର ପ୍ରାୟ 700 ଟଙ୍କା ଥିବା ବେଳେ ପେଟିଏମରେ ମଗାଇଲେ ତାହା ଆପଣଙ୍କୁ ପଡିବ ମାତ୍ର 200 ଟଙ୍କା। ଏହି ଆପରୁ ଆପଣ ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ ଏବଂ ଇଣ୍ଡେନ ଗ୍ୟାସର ଗ୍ରାହକମାନେ ଏହାର ଲାଭ ଉଠାଇ ପାରିବେ। ଅଫରକୁ ହାତଛଡା କରନ୍ତୁ ନାହିଁ ପେଟିଏମ୍ ପେମେଣ୍ଟ ଆପ୍ ମାଧ୍ୟମରେ ଆପଣଙ୍କର LPG ସିଲିଣ୍ଡର ବୁକ୍ କରିବା ପାଇଁ ଆପଣଙ୍କର ମୋବାଇଲରେ ପ୍ରଥମେ ପେଟିଏମ୍ ଆପ୍ ଇନଷ୍ଟଲ୍ କରିବାକୁ ପଡିବ । ପେଟିଏମ୍ ପ୍ରଥମ ଥର ପାଇଁ ହେଉଥିବା ଗ୍ରାହକଙ୍କୁ ଏହି 500 ଟଙ୍କା କ୍ୟାସବ୍ୟାକ୍ ଅଫର ମିଲିବ। କିପରି…

Read More