Author: Samikhsya Bureau

ୱେଲିଙ୍ଗଟନ: ବିଶ୍ୱର ୨୧୩ଟି ଦେଶ କରୋନାରେ ସଂକ୍ରମିତ ହୋଇ ୧୬ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।  କରୋନା ସଂକ୍ରମଣ ପୁଣି ଥରେ ବିଶ୍ଵର ଅନେକ ଦେଶରେ ବୃଦ୍ଧି ପାଉଥିବା ବେଳେ ନ୍ୟୁଜିଲାଣ୍ଡ ଏହି ମହାମାରୀରୁ ସମ୍ପୁର୍ଣ୍ଣ ମୁକ୍ତ ହୋଇଛି। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ନ୍ୟୁଜିଲାଣ୍ଡ କୋରୋନରୁ ମୁକ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେନ୍ ଖୁସିରେ ନାଚିଛନ୍ତି। ଦେଶର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ କୌଣସି ସଂକ୍ରମିତ ନଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ଲଗାଯାଇଥିବା କରୋନା କଟକଣାକୁ ହଟାଇ ଦିଆଯାଇଛି। ଏପରି କି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ, କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟ ମଧ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଲଗାତାର ଆରୋପ ଜାରୀ ରହିଛି। ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରାଯାଉଛି। ଚାଷୀନେତାଙ୍କ ସହିତ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ତାହା ସଫଳ ହେଉ ନାହିଁ। ଧିରେ ଧିରେ ଏହି ଆନ୍ଦୋଳନ ଦାନା ବାନ୍ଧୁଥିବାରୁ ସରକାର ଚିନ୍ତାରେ ଅଛନ୍ତି। ଆଲୋଚନା ବିଫଳ ହେବା ପରେ ବର୍ତ୍ତମାନ ବିଜେପିର ନେତାମାନେ ଆନ୍ଦୋଳନ ବିରୋଧରେ ବିଷ ଉଦଗାର କରିବାରେ ଲାଗିଛନ୍ତି। ଆନ୍ଦୋଳନକୁ ଭଣ୍ଡୁରୁ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରାଯାଉଛି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ନେତା ଅରୁଣ ସିଂ କହିଛନ୍ତି ଯେ ସମଗ୍ର ଆନ୍ଦୋଳନରେ ଏକ ପ୍ରତିଶତ ମଧ୍ୟ କୃଷକ ନାହାଁନ୍ତି। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ସେ କହିଛନ୍ତି ଯେ କୃଷକମାନେ ହେଉଛନ୍ତି…

Read More

ଗୁଆହାଟୀ: ଆସାମ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‌ କାଉନ୍‌ସିଲ୍‌ (ବିଟିସି) ର ଫଳାଫଳ ପରେ ବିଜେପି ଏବଂ ଏହାର ସହଯୋଗୀ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବିଜେପି ବିଟିସିକୁ ନିଜ ଦଖଲରେ ରଖିବା ପାଇଁ ନିଜର ସହଯୋଗୀ ଦଳ ବିପିଏଫ୍‌କୁ ଛାଡ଼ି ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ୍‌ ଦଳ ସହ ହାତ ମିଳାଇଛି। ଉଲ୍ଲେଖଯୋଗ୍ୟ ଯେ, ୪୦ ଆସନ ବିଶିଷ୍ଟ ବିଟିସିକୁ ଦାଖଲ କରିବା ପାଇଁ କୌଣସି ଏକ ଦଳକୁ ୨୧ ଟି ଆସନ ଆବଶ୍ୟକତା କରୁଛି। ଆସାମର ସର୍ବାନନ୍ଦ ସୋନୋଓ୍ବାଲ ସରକାରରେ ସହଯୋଗୀ ଥିବା ବିପିଏଫ୍‌କୁ ୧୭ଟି ଆସନ ମିଳିଥିବା ବେଳେ ବିଜେପିକୁ ୯ ଟି ଆସନ ମିଳିଛି। ଏହି ଦୁଇ ଦଳଙ୍କ ଆସନ ସଂଖ୍ଯାକୁ ମିଶାଇଦେଲେ ୨୬ ଟି ଆସନରେ ପହଞ୍ଚୁଛି। ତେବେ ବିଟିସିକୁ ଅକ୍ତିଆର କରିବା ପାଇଁ ମେଣ୍ଟ ସଫଳ ହୋଇପାରୁଛି। ହେଲେ ବିଜେପି ନିଜ ସହଯୋଗୀକୁ ଛାଡି ୧୨ ଟି ଆସନ ପାଇଥିବା ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ୍‌…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୧୧ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ଵରରୁ ଜଣେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳର ଜଣେ ୩୨ ବର୍ଷୀୟ ମହିଳା, ଗଞ୍ଜାମର ଜଣେ ୬୦ ବର୍ଷୀୟ ପୁରୁଷ ଏବଂ ଝାରସୁଗୁଡାର ଜଣେ ୭୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୮୯ ଜଣ ଚିହ୍ନଟ ହୋଇଥିବାବେଳେ ୧୪୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୮୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୯ ହଜାର ୬୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୧୫୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୦୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍‌ ୩୩୨ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୫୧ ଜଣ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ବୈଠକ ବସିବ। ସନ୍ଧ୍ୟା ୫ ଟାରେ ଭିଡିଓ କନଫରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ବସିବ। ତେବେ ୪ ଦିନ ପୂର୍ବେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିବାବେଳେ ଆଜି ପୁଣି ବୈଠକ ବସୁଥିବାରୁ କିଛି ବଡ ଘୋଷଣା  ହୋଇପାରେ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ବଡ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।

Read More

ଭୁବନେଶ୍ବର, ରାଜ୍ୟ ସରକାର ଏକ ଜରୁରୀ କାଳିନ କ୍ୟାବିନେଟ ବୈଠକ ଡାକିଛନ୍ତି। ଗତକାଲି ରାତିରେ ଏ ନେଇ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଖବର ଦିଆଯାଇଛି। ହେଲେ ମନ୍ତ୍ରୀମାନଙ୍କୁ ଏ ନେଇ କୌଣସି ସୂଚାନ ଦିଆଯାଇ ନାହିଁ। ତେବେ ହଠାତ ଏପରି ବୈଠକ ଡାକିବା ନେଇ ବିଭିନ୍ନ ମହଲରେ ଉତ୍ସୁକୁତା ପ୍ରକାଶ ପାଇଛି। ଏପରି ବୈଠକ ଡକାଯାଇଛି ଅର୍ଥ ରାଜ୍ୟ ସରକାର ଏକ ବଡ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ଅପରାହ୍ନ 5 ଟାରେ ଏହି ବୈଠକ ବସିବ। ପୂର୍ବପରି ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଭିଡିଓ କଂନଫ୍ରେସିଂରେ ରହିବେ। ସେହିପରି ସଚିବାଳୟରେ ଏବଂ ଜିଲ୍ଲାପାଳଙ୍କ ଅଫିସରେ କେତେକ ମନ୍ତ୍ରୀ ରହି ଏହି ବୈଠକେ ଯୋଗଦେବେ। ଏହି ବୈଠକ ପରେ ମୁଖ୍ୟଶାସନ ସଚିବ ବିସ୍ତୁତ ବିବରଣୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିବେ।

Read More

ଭୁବନେଶ୍ବର: ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ କ୍ଷମତା ଦେଇଛନ୍ତି। ସ୍ଥାନୀୟ ମଦିର ଖୋଲିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ। ବିଭିନ୍ନ କମିଟିମାନଙ୍କ ସହ ଆଲୋଚନା ପରେ ଏସଓପି ଜାରି କରି ମନ୍ଦିର ଖୋଲିପାରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏତଲା ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କାରାଯାଇଛି। ଦୁଇ ଜଣ ସିକ୍ୟୁରିଟି ଗାର୍ଡ ସମେତ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା ରହିଛି। ଉଲ୍ଲେଖ ଯୋଗ୍ୟ ଯେ, ଇନଫୋସିଟି ନାବାଳିକ ଗଣଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ୧୬ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ପୋଲିସ ଡିଜି ଅଭୟ ବ୍ୟକ୍ତିଗତ ଭାବରେ ଉଚ୍ଚ ନ୍ୟାୟାଳୟ ହାଜର ହୋଇଥିଲେ। ତେବେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ୪ ଅଭିଯୁକ୍ତଙ୍କୁ ହେପାଜତରେ ନେଇ ଜେରା ଚଳାଇଛି।

Read More

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର ୭୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୩୫ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୨୭ ହଜାର ୭୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ୮୪ ହଜାର ୧୦୦ରେ ପହଞ୍ଚିଛି। ୩୩୫ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୩୫୫ ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୬୯୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୩ ଲକ୍ଷ ୮୮ ହଜାର ୧୫୯ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟି ୩ ଲକ୍ଷ ୫୨ ହଜାର ୫୮୬ରେ ପହଞ୍ଚିଛି।

Read More

ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ । ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ । ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ । ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ । ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ । ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ…

Read More

ନୂଆଦିଲ୍ଲୀ, ଚଳିତ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଆଜି ଅର୍ଥାତ ୧୪ ଡିସେମ୍ବର ସୋମବାର ଦିନ ଦେଖାଯାଉଛି। ଏହି ସୂର୍ଯ୍ୟ ଗ୍ରହଣ ପ୍ରାୟତଃ ଦକ୍ଷିଣ ଆମେରିକାରେ ଦେଖାଯିବ । ଏହି ସୂର୍ଯ୍ୟ ଗ୍ରହଣ ଚନ୍ଦ୍ରଗ୍ରାସ ହେବ ଏବଂ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏହି ସୂର୍ଯ୍ୟ ଗ୍ରହଣ ସୋମବାର ସଂଧ୍ୟା ୭ଟା ୩୦ ମିନିଟରେ ଆରମ୍ଭ ହୋଇ ରାତି ୧୨.୨୩ ରେ ଶେଷ ହେବ। ଗ୍ରହଣ ସମୟରେ ସୂର୍ଯ୍ୟ ଆଂଶିକ ଆଚ୍ଛାଦିତ ହେଲେ ଏହାକୁ ଖଣ୍ଡଗ୍ରାସ ସୂର୍ଯ୍ୟ ଗ୍ରହଣ ଭାବରେ ବିବେଚନା କରାଯାଏ। ମାତ୍ର ଏଥର ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେଉଛି। ତେବେ ଏହି ସୂର୍ଯ୍ୟ ଗ୍ରହଣ ଭାରତ ଉପରେ ପ୍ରଭାବ ପକାଇବ ନାହିଁ । ଆସନ୍ତା ବର୍ଷ, ଅର୍ଥାତ୍ ୨୦୨୧ ରେ ଦୁଇଟି ସୂର୍ଯ୍ୟ ଗ୍ରହଣ ହେବ । ପ୍ରଥମ ସୂର୍ଯ୍ୟପରାଗ ବର୍ଷର ମଧ୍ୟଭାଗରେ, ୧୦ ଜୁନ୍ ଏବଂ ଦ୍ୱିତୀୟଟି ୪ ଡିସେମ୍ବରରେ ଘଟିବ । ଜାଣନ୍ତୁ…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Read More

ନୂଆଦିଲ୍ଲୀ, ଏହା ହେଉଛି ବର୍ଷର ଶେଷ ସୂର୍ଯ୍ୟଗ୍ରହଣ, ଏହି ସୂର୍ଯ୍ୟଗ୍ରହଣ ସମୟରେ ବୃଷ ରାଶିରେ 5 ଟି ଗ୍ରହ ଉପସ୍ଥିତ ରହିବେ । ଏହାକୁ ପଞ୍ଚଗ୍ରହୀ ଯୋଗ କୁହାଯାଏ । ଜ୍ୟୋତିଷଙ୍କ ଅନୁଯାୟୀ ସୂର୍ଯ୍ୟ, ଚନ୍ଦ୍ର, ବୁଧ, ଶୁକ୍ର ଏବଂ କେତୁ ସୋମାବତୀ ଅମବାସ୍ୟାରେ ବୃଷ ରାଶିରେ ରହିବେ। ଅନେକ ବର୍ଷ ପରେ ଏଭଳି ଯୋଗ ସୃଷ୍ଟି ହେଉଛି । 6 ଟି ରାଶି ଉପରେ ଏହି ସୂର୍ଯ୍ୟ ଗ୍ରହଣ ଉପରେ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି । ସେଗୁଡିକ ହେଲା ମେଷ, କର୍କଟ, ମିଥୁନ, କନ୍ୟା, ତୂଳା ଏବଂ ମକର ଉପରେ ଖରାପ ପ୍ରଭାବ ପକାଇପାରେ। ଏହି ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ସୋମବାର, ଡିସେମ୍ବର 14 ତାରିଖ ସନ୍ଧ୍ୟା 7:03 ରେ ଆରମ୍ଭ ହେବ । ଏହି ସୂର୍ଯ୍ୟ ଗ୍ରହଣ ରାତି 12:23 ପର୍ଯ୍ୟନ୍ତ ରହିବ । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସୂର୍ଯ୍ୟପରାଗ ଭାରତୀୟ ସମୟ ଅନୁସାରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଜନୈକ ନାବାଳିକାର ବାହାଘର ଧବଳେଶ୍ୱର ପୀଠରେ ହେଉଥିବା ନେଇ ଚାଇଲ୍ଡ ଲାଇନ୍ ସୂଚନା ପାଇବା ପରେ ଗୋପାଳପୁର ଥାନା ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଛି। ରଙ୍ଗେଇଲୁଣ୍ଡା ବ୍ଲକ୍ ଡ଼ି. ଗଂଜୁ ଗ୍ରାମର କାଳିଆ ବେହେରା ସେହି ଗ୍ରାମର ଏକ ନାବାଳିକାକୁ ମନ୍ଦିରରେ ବିବାହ କରିବାକୁ ନେଉଥିଲେ। ଚାଇଲ୍ଡ ଲାଇନ୍ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଜ୍ୟୋତ୍ସ୍ନା ପାଢ଼ୀ ଓ ଗୋପାଳପୁର ଥାନା କନ୍ୟା ପରିବାକୁ ଭେଟି ବୁଝାବୁଝି ପରେ ଏକ ସ୍ୱୀକାରୋକ୍ତି ପ୍ରଦାନ କରିଥିଲେ ଯେ କନ୍ୟାଟିର ବିବାହ କରିବେ ନାହିଁ। କିନ୍ତୁ କିଛି ମାସ ବିତିବା ପରେ ଆଜି ପୁଣି ବିବାହ କରିବାକୁ ନେଉଥିଲେ। ଖବର ଆସିବା କ୍ଷଣି କେନ୍ଦ୍ର ସଂଯୋଜକ ସାଇପ୍ରସାଦ ସାମଲଙ୍କ ନିର୍ଦ୍ଦେଶରେ ସହଯୋଗୀ କେନ୍ଦ୍ର ନିର୍ଦ୍ଦେଶକ ଗୋରାଚାନ୍ଦ ଭଟ୍ଟମିଶ୍ରଙ୍କ ଅଧ୍ୟକ୍ଷତାରେ କୁମାରୀ ତଅପୋଇ ସାହୁ ଓ ଗୋପାଳପୁର ଥାନା ଏସ୍‌ଆଇ ମହେନ୍ଦ୍ର ବେହେରାଙ୍କ ସହ ମନ୍ଦିରରେ ଚଢ଼ାଉ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୫୭, ଖୋର୍ଦ୍ଧାରୁ ୫୩, ଅନୁଗୁଳରୁ ୨୭, ବଲାଙ୍ଗିରିରୁ ୨୩, ମୟୂରଭଞ୍ଜରୁ ୨୩, ନୂଆପଡାରୁ ୧୮, ବାଲେଶ୍ବରରୁ ୧୬, ଜଗତସିଂହପୁରରୁ ୧୫, କେନ୍ଦୁଝରରୁ ୧୫, ପୁରୀରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୧, କୋରାପୁଟରୁ ୧୦, ଭଦ୍ରକରୁ ୯, ଗଞ୍ଜାମରୁ ୯, ସମ୍ବଲପୁରରୁ ୮, କଳାହାଣ୍ଡିରୁ ୭, କେନ୍ଦ୍ରାପଡାରୁ ୭, ଢେଙ୍କାନାଳରୁ ୬, ଝାରସୁଗୁଡାରୁ ୪, ନୟାଗଡରୁ ୪, ବୌଦ୍ଧରୁ ୩, ଦେବଗଡରୁ ୨, ଗଜପତିରୁ ୨, ରାୟଗଡାରୁ ୨, କନ୍ଧମାଳରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଓ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୬୯ ଜଣ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର‌: ବେପାରୀଙ୍କ ପାଇଁ କୌଣସି ଶାସନ ନାହିଁ କି ଦଣ୍ଡ ନାହିଁ। ସହର ସାରା ଯିଏ ଯେଉଁଠି ଯେମିତି ସ୍ଥାନଟିଏ ପାଇଛି ପସରା ମେଲାଇ ବେପାର କରିବ ଏପରି ଦୃଶ୍ୟ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି। ମହାନଗର କମିଶନରଙ୍କ ହାତରେ ଏ ସହରର ସବୁ ଶୃଙ୍ଖଳା ବ୍ୟବସ୍ଥା ହେଲେ ଯେଉଁ ବିଶୃଙ୍ଖଳା ଚରିତ୍ରଙ୍କ ପାଇଁ ସହରବାସୀ ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନହେବା ନିହାତି ଚିନ୍ତାର ବିଷୟ। ବ୍ରହ୍ମପୁର ରଜପଥ କେବଳ ବାଦ ପଡ଼ୁନି ବରଂ ସହରର ଆଇନ ଶୃଙ୍ଖଳାକୁ ଟ୍ରାଫିକ୍ ସୁଧାରିବାର ସରକାରୀ ବାବୁଙ୍କ ଦପ୍ତର ଆଗରେ ମଧ୍ୟ ରୁଣ୍ଡ ହୋଇ ଯେଉଁ ପ୍ରକାର ବେପାରୀମାନେ ଦୈନିକ ହାଟ ବସାନ୍ତି ଏହାକୁ ନେଇ ସରକାରୀ ବାବୁ ପୋଲିସ୍ ଅଧିକାରୀ ମଧ୍ୟ ନିଷ୍କ୍ରିୟତା ପ୍ରକାଶ କରୁଛନ୍ତି। ବ୍ରହ୍ମପୁର ସହର ସାରା ହାଟର ଭ୍ରମ। ସକାଳୁ ସକାଳୁ ରାଜପଥ ପାଶ୍ୱର୍ରେ ଜଳଖିଆ ଦୋକାନ, ପାଚିଲା…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୩୪ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୧୪୫ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୫୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୪୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୨୯ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Read More

ସାଉଥ୍‌ ଆଫ୍ରିକା : ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳୀ ମୋତିଜେକା ମଦିସାଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଜୋହାନିସବର୍ଗରେ ଏହି ଦୁର୍ଘଟଣା ହୋଇଥିବାର ସୂଚନା ରହିଛି । 25 ବର୍ଷୀୟ ଡିଫେଣ୍ଡର୍‌ ମଦିସା କାର୍‌ରେ ଜଣଙ୍କ ସହିତ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । କାର୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିସ୍ଫୋରଣ ହୋଇ ଜଳିଯାଇଥିଲା । ଏହି ଦୁର୍ଘଟଣାରେ ମଦିସାଙ୍କ ସହିତ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମଦିସାଙ୍କ ମୃତ୍ୟୁ ହୋଇଥିବା ନେଇ ଦକ୍ଷିଣ ଆଫ୍ରିକା ଫୁଟବଲ୍‌ ଆସୋସିଏସନ୍‌ ସୂଚନା ଦେଇଛି । ମଦିସାଙ୍କ କାର୍‌ ଆକ୍ସିଡେଣ୍ଟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । https://twitter.com/tndaba/status/1338022953691336704?s=20 ମଦିସା ଦକ୍ଷିଣ ଆଫ୍ରିକା ପ୍ରିମିୟର ସକର୍‌ ଲିଗ ଚାମ୍ପିୟନ୍ସରେ  ମଧ୍ୟ ଖେଳି ଥିଲେ । ଗତ କିଛି ମାସ ତଳେ ଆଫ୍ରିକା ଅଫ୍‌ ନେସନ୍‌ କ୍ବାଲିଫିକେସନ୍‌ ଡବଲ୍‌ ହେଡରରେ ସାଓ ତାମେଙ୍କ ବିପକ୍ଷରେ…

Read More

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଖୋଦ୍ ନଡ୍ଡା ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା। ଯାହା ପରେ ସେ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି। ନଡ୍ଡା କହିଛନ୍ତି ଯେ, ତାଙ୍କଠାରେ କରୋନା ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ନିଜକୁ ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି । ଡାକ୍ତରଙ୍କ ପରାମର୍ଶକୁ ଗ୍ରହଣ କରିଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେ କରୋନା ଟେଷ୍ଟ କରାଇବା ସହ ଆଇସୋଲେଟ୍‌ କରନ୍ତୁ ବୋଲି କହିଛନ୍ତି । https://twitter.com/JPNadda/status/1338093272703623169?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1338093272703623169%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fbjp-president-jp-nadda-infected-with-coronavirus-1677660 ସୂଚନାଯୋଗ୍ୟ, ନିକଟରେ ନଡ୍ଡା ପଶ୍ଚିମବଙ୍ଗ ଗସ୍ତ  କରିଥିଲେ । ନଡ୍ଡାଙ୍କ ସହଯୋଗୀ ଆଦିତ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)

Read More