ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ଏପରି ଅନେକ କଥା ଉଲ୍ଲେଖ କରାଯାଇଛି ଯାହା ଆମର ଦୈନ୍ୟନ୍ଦିନ ଜୀବନରେ ବେଶ୍ ଗୁରୁତ୍ବ ବହନ କରେ। ଆଉ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ସତ ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଆଚର୍ଯ୍ୟ କହିଛନ୍ତି ଯେ, ଜଣେ ମଣିଷ ତାହାର କାମକୁ କଣ କଲେ ସେ ସଫଳତା ହାସଲ କରିପାରି। ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର…
Author: Samikhsya Bureau
ନୂଆଦିଲ୍ଲୀ, ଆଜି ପାଞ୍ଚୋଟି ରାଶିର ଭାଗ୍ୟ ବେଶ୍ ପ୍ରଖର ରହିଛି। ମାତା ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ ରହିବ, ଦାମ୍ପତ୍ୟ ଜୀବନରେ ଚାପ ଦୂର ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଆପଣଙ୍କର ପ୍ରିୟ ଖାଦ୍ୟ, ପରିବାରରେ ଉପଭୋଗ କରିପାରିବ। ଏହି ରାଶିର ଲୋକମାନେ ଯେକୈଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ। ଏହି ରାଶିଗୁଡିକ ହେଲା କନ୍ୟା, ମେଷ ଏବଂ ମିଥୁନ। ଏହି ରାଶିର ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ମାତା ଲକ୍ଷ୍ମୀଙ୍କ ନାମ ନେଇ ଆପଣ ଯାହା କରିବେ, ସେହି କାର୍ଯ୍ୟ ଆପଣଙ୍କୁ ସଫଳ ହେବାରେ କେହି ଅଟକାଇ ପାରିବେ ନାହିଁ। ଆପଣ ଜୀବନ ସାଥୀଙ୍କ ସମର୍ଥନ ପାଇବେ, ଆପଣଙ୍କ ବିବାହରେ ଅସୁବିଧା ଦୂର ହେବ, ଅଫିସ୍ କାର୍ଯ୍ୟର ସମସ୍ୟା ସମାପ୍ତ ହେବ।
ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ । ବୃଷ- ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି। ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଷୟବସ୍ତୁ ଆଧାରରେ ବିଶ୍ଳେଷଣ କରାଯାଇ ପ୍ରକାଶ କରାଯାଇଥିବା ତାଲିକାରେ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଥିବା ପ୍ରଫେସର ଶୁକ୍ଲା ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବିଶ୍ୱରେ ୩୨୮ ତମ ସ୍ଥାନରେ ସ୍ଥାନୀତ ହାସଲ ହୋଇଛନ୍ତି। ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନଙ୍କ ଦ୍ୱାରା ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍-ଇଣ୍ଡେକ୍ସ, କୋ-ଅଥରସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ନେଚର୍ ପବ୍ଲିସିଙ୍ଗ୍ ଗ୍ରୁପ୍ ଦ୍ୱାରା ପ୍ରକାଶ ପାଉଥିବା ସାଇନ୍ଟିଫିକ୍ ରିପୋର୍ଟ ନାମକ ଏକ ଜର୍ନାଲ୍ର ସେ ସଂପାଦକୀୟ…
ଭୁବନେଶ୍ୱର: ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ପ୍ରୟାସ ଆରମ୍ଭ କରିଛି। କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ କମିଟି ଏବଂ ବ୍ଲକ କଂଗ୍ରେସ କମିଟି ଗଠନ କରି ସମସ୍ତ ସାଂଗଠନିକ ଜିଲ୍ଲା ନିମନ୍ତେ ପିସିସି ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ଵ ଦିଆଯାଇଛି। ଏନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସେମାନଙ୍କର ଚୂଡ଼ାନ୍ତ ନାମ ତାଲିକା ଘୋଷଣା କରିଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ନିଜ ଦାୟିତ୍ୱରେ ଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରାଚଂଳ ଗ୍ରସ୍ତ କରିବେ। ଜିଲ୍ଲା କଂଗ୍ରେସ ସଭାପତି ନିଜ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହିତ ଆଲୋଚନା କରି ସ୍ଥାନ, ତାରିଖ ଓ ସମୟ ସ୍ଥିର କରିବେ। ଏବଂ ବୈଠକ ସମ୍ପର୍କରେ ନିଜ ଜିଲ୍ଳାର ନେତୃବୃନ୍ଦମାନଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ। ବ୍ଲକ କମିଟି ଏବଂ ଜିଲ୍ଲା କମିଟିର ପ୍ରସ୍ତାବ ଆଧାରରେ ସମସ୍ତ ପର୍ଯ୍ୟବେକ୍ଷକ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୪୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୩୨, ପୁରୀରୁ ୩୧, ବରଗଡରୁ ୩୦, କଳାହାଣ୍ଡିରୁ ୨୮, ବଲାଙ୍ଗିରିରୁ ୨୫, କେନ୍ଦ୍ରାପଡ଼ାରୁ ୧୮, ବାଲେଶ୍ବରରୁ ୧୭, ସୁନ୍ଦରଗଡରୁ ୧୬, ଜଗତସିଂହପୁରରୁ ୧୪, ନୂଆପଡ଼ାରୁ ୧୪, ସମ୍ବଲପୁରରୁ ୧୪, କେନ୍ଦୁଝରରୁ ୧୦, ଯାଜପୁରରୁ ୯, ଗଞ୍ଜାମରୁ ୭, ଢେଙ୍କାନାଳରୁ ୫, ଝାରସୁଗୁଡାରୁ ୫, କୋରାପୁଟରୁ ୫, ରାୟଗଡ଼ାରୁ ୪, ନବରଙ୍ଗପୁରରୁ ୩, ସୋନପୁରରୁ ୩, ଭଦ୍ରକରୁ ୨, ଦେବଗଡରୁ ୨, ମାଲକାନଗିରିରୁ ୧ ଓ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୮ ହଜାର ୨୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୩ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୩ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୪୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୩୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୨୮ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ରହିଛି। ଏବଂ ଆସନ୍ତା 2 ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଆସନ୍ତା ଫେବୃୟାରୀ 12 ତାରିଖରେ ଏହି ମାମଲାର ପରବର୍ତ୍ତିୀ ଶୁଣାଣି ହେବ। ସୂଚନାଯୋଗ୍ୟ, ଗତ 7 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିଶ କରିଥିଲେ।
କଟକ : ଚାଲିଛି ବାହାଘର ସିଜିନ୍ । ବାହାଘରର ଶେଷ ଲଗ୍ନରେ ଏବେ ଚାରିଆଡେ ବିବାହ ଚାଲିଛି । ତେବେ ଆଜି କଟକର ଏକ ବିବାହ ମଣ୍ଡପରୁ ବରକୁ ପୋଲିସ୍ ଉଠାଇ ନେଇଛି । ମଧୁପାଟଣା ଥାନା ସାର୍ତ୍ତୋଳ ମନ୍ଦିରରୁ ବରକୁ ଉଠାଇନେଇଛି ପୋଲିସ୍ । ପ୍ରଥମ ସ୍ତ୍ରୀ ଥାଇ ଦ୍ବିତୀୟ ବିବାହ କରୁଥିବାରୁ ପୋଲିସ୍ ବରକୁ ଉଠାଇନେଇଛି । ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ମଧୁପାଟଣା ପୋଲିସ୍ ପହଞ୍ଚି ବାହାଘର ବନ୍ଦ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣକରିଛି ।
ବେଙ୍ଗାଲୁରୁ : ହିଟ୍ ମ୍ୟାନ୍ ରୋହିତ୍ ଶର୍ମା ନ୍ୟାସନାଲ୍ କ୍ରିକେଟ ଏକାଡେମୀର ଫିଟ୍ନେସ୍ ଟେଷ୍ଟ ପାସ୍ କରିଛନ୍ତି । ଏନସିଏ ପକ୍ଷରୁ ବିସିସିଆଇକୁ ଦିଆଯାଇଥିବା ରୋହିତଙ୍କ ଫିଟନେଓ ରିପୋର୍ଟରେ ତାଙ୍କୁ ଫିଟ ଘୋଷିତ କରାଯାଇଛି । ଆସନ୍ତା 12 ତାରିଖରେ ରୋହିତ୍ ଅଷ୍ଟ୍ର୍ରେଲିଆ ଯିବେ । ତେବେ ସେ ସେଠାରେ କେତୋଟି ଟେଷ୍ଟ ଖେଳିବେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଗତ 20 ଦିନ ଧରି ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀରେ ନିଜ ଫିଟେନସ୍ ପାଇଁ କାମ କରୁଥିଲେ ରୋହିତ୍ । ଏହା ପୂର୍ବରୁ ନଭେମ୍ବର 20 ତାରିଖରେ ମଧ୍ୟ ଫିଟ୍ନେସ୍ ଟେଷ୍ଟର ସମ୍ମୁଖୀନ ହୋଇଥିଲେ । ଅପରପକ୍ଷରେ ଅଷ୍ଟ୍ରେଲିଆରେ କ୍ବାରେଣ୍ଟାଇନ୍ ନିୟମ ବେଶ୍ ଶକ୍ତ । ରୋହିତ୍ ଶର୍ମା ଅଷ୍ଟ୍ରେଲିଆ ପହଞ୍ଚିବା ପରେ 14 ଦିନ ପାଇଁ କ୍ବାରେଣ୍ଟାଇନ୍ରେ ରହିବେ । ଏପରିସ୍ଥିତିରେ ରୋହିତ୍ ଶେଷ ଦୁଇଟି ଟେଷ୍ଟ ଖେଳିପାରିବେ ବୋଲି ସମ୍ଭାବନା ରହୁଛି । ଇଣ୍ଡିଆ ଓ…
ନୂଆଦିଲ୍ଲୀ : ବିଶ୍ବରେ ଜନସଂଖ୍ୟାକୁ ନେଇ ସମେସ୍ତ ବ୍ୟସ୍ତ ଓ ବିବ୍ରତ । ଜନସଂଖ୍ୟା ବୃଦ୍ଧି ହେତୁ ଅନେକ ପ୍ରକାରର ସମସ୍ୟାମାନ ଦେଖାଦେଉଛି । ଜନସଂଖ୍ୟା ବୃଦ୍ଧି ହେତୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବା ସହିତ ଗ୍ଲୋବାଲ୍ ଓ୍ବାର୍ଣ୍ଣିଂ ପରି ସମସ୍ୟମାନ ଉପୁଜିଛି । ପ୍ରାୟ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ନେଇ କଡା ପଦକ୍ଷେପମାନ ନିଆଯାଉଛି । ବିଶେଷ କରି ଚୀନ୍ରେ ଜନସଂଖ୍ୟା ହ୍ରାସ ପାଇ କଡା ନିୟମ ପ୍ରଚଳନ ହୋଇଥିଲା । ଏଠାରେ ଏକରୁ ଅଧିକ ସନ୍ତାନ ଜନ୍ମ କଲେ କିଛି ସୁବିଧାରୁ ବଞ୍ଚିତ କରାଯାଉଥିଲା । କିନ୍ତୁ ଚୀନ୍ରେ ଏବେ ଏହି ନିୟମରେ କୋହଳ କରାଯାଇଛି। ତେବେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଅପିଲ୍ କରାଯାଇଛି । ସମ୍ପ୍ରତି ଜନସଂଖ୍ୟା ବୃଦ୍ଧି ବିଶ୍ବରେ ଗମ୍ଭୀର ସମସ୍ୟା ହୋଇଥିବାବେଳେ ଏହି ଦେଶରେ କିନ୍ତୁ ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଦିଆଯାଉଛି । ଏଠାରେ ସାତୋଟି ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଗୋଲ୍ଡ…
ନୂଆଦିଲ୍ଲୀ: ଚଳିତ ବର୍ଷରେ ଟାଇମ ମାଗାଜିନର ଅନ୍ତିମ ସଂସ୍କରଣର କଭର ପେଜରେ ଏକ ରେଡ କ୍ରସ (ନାଲି ଛକି) ସ୍ଥାନ ପାଇଛି। କଭର ପେଜରେ 2020 ଲେଖାଯିବା ସହିତ ଏହା ଉପରେ ରେଡ କ୍ରସ ରହିଛି। ଟାଇମ ମାଗାଜିନର 100 ବର୍ଷର ଇତିହାସରେ ପଞ୍ଚମ ଥର ପାଇଁ ଏଭଳି ନାଲି ଛକିର କଭର ପେଜ ନଜର ଆସିଛି। ପ୍ରଥମ ଥର 75 ବର୍ଷ ପୂର୍ବ 1945 ମସିହାରେ ଜର୍ମନୀ ତାନ୍ଶାହୀ ଆଡଲଫ୍ ହିଟଲରଙ୍କ ମୃତ୍ୟୁପରେ ଟାଇମ୍ ମାଗାଜିନ୍ ତା’ ପ୍ରଚ୍ଛଦ ପୃଷ୍ଠାରେ ଏହି ରେଡ୍ କ୍ରସ୍ର ବ୍ୟବହାର କରିଥିଲା। ପ୍ରତିବର୍ଷ କିଛି ଅଘଟଣ ସମାପ୍ତ ହେଲେ ଟାଇମ ମାଗାଜିନ ପକ୍ଷରୁ ଏହି ନାଲି ଛକିର ବ୍ୟବହାର କରାଯାଇଥାଏ। 1945 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ସହିତ ହିଟଲରଙ୍କ ମୃତ୍ୟୁ ପରେ ଏହି ଚିହ୍ନ ଦିଆଯାଇଥିବା ବେଳେ 2020ବର୍ଷରେ କରୋନା ଭାଇରସ ପାଇଁ ଏଭଳି ଚିହ୍ନର ପୁନର୍ବ୍ୟବହାର କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବ୍ୟତିତ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତାଳଚେର ସାର କାରଖାନା(ଟିଏଫ୍ଏଲ୍) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଏହା ପେଟକୋକ୍ ବ୍ଲେଣ୍ଡିଂ ସହ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ସାର କାରଖାନା ହେବ। ଏହାସହ ଏହି କାରଖାନା ଓଡିଶା ଏବଂ ପୂର୍ବ ଭାରତର ବିଭିନ୍ନ ଅଂଚଳରେ ୟୁରିଆ ତଥା ସାରର ସହଜ ଯୋଗାଣ ଉପଲବ୍ଧିକୁ ସୁନିଶ୍ଚିତ କରିବ। ଉକ୍ତ ବୈଠକରେ ତାଳଚେର ସାର କାରଖାନା ପାଇଁ ଥିବା ଚ୍ୟାଲେଞ୍ଜ ଏବଂ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପାୟ ଉପରେ ବିଚାରବିମର୍ଷ କରାଯାଇଛି।…
ରାଜସ୍ଥାନ : ରାଜସ୍ଥାନ ସରକାରରେ ପୁଣି ହଲ୍ଚଲ୍ ଦେଖାଦେଇଛି । ପଞ୍ଚାୟତ ନିର୍ବାଚନରେ ହାର୍ ମିଳିବା ପରେ ରାଜସ୍ଥାନର କ୍ଷମତାସୀନ ସରକାର ଅଶୋକ ଗେହଲେଟ୍ଙ୍କ ସାମ୍ନାରେ ପୁଣିଥରେ ସଂକଟ ଠିଆ ହୋଇଛି । ଭାରତୀୟ ଟ୍ରାଇବଲ ପାର୍ଟିର ଦୁଇ ବିଧାୟକ ଏବେ ରାଜସ୍ଥାନ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ବିଟିପିର ଏହି ଦୁଇ ବିଧାୟକ ଲଗାତାର ଗେହେଲତ ସରକାରଙ୍କ ସମର୍ଥନ ଦେଉଥିଲେ । ଚଳିତ ବର୍ଷ ଆରମ୍ଭରୁ ବିଧାନସଭାରେ ଗେହେଲତ୍ ସରକାର ବହୁମତ ସାବ୍ୟଓ୍ତ କରିଥିଲେ । ଏହି ସମୟରେ ବିଟିପିର ଦୁଇ ବିଧାୟକ ଗେହେଲଟ୍ ସରକାରଙ୍କ ସମର୍ଥନ ଜଣାଇଥିଲେ। କିନ୍ତୁ ନିକଟରେ ରାଜ୍ୟରେ ହୋଇଥିବା ପଞ୍ଚାୟତ ସମିତି ନିର୍ବାଚନରେ କଂଗ୍ରେସ ବହୁ ଆସନରେ ବିଫଳ ହେବା ପରେ ଗେହେଲଟ୍ ସରକାରରେ ପୁଣିଥରେ ହଲ୍ଚଲ୍ ସୃଷ୍ଟି ହୋଇଛି । ଅପରପକ୍ଷରେ ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସେମାନଙ୍କୁ ସାଥ୍ ନ ଦେଇ ତାଙ୍କ ସହ ଧୋକ୍କା କରିଛି ବାଲି ଅଭିଯୋଗ…
ରାଜ୍ୟ ବିଜେପି ମୁଖ୍ୟାଳୟରେ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ବରୀ ଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନରେ ଜିଲ୍ଲା ସଭାପତି ଏବଂ ପ୍ରଭାରୀମାନଙ୍କ ବୈଠକରେ ଯୋଗଦେଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ଦଳୀୟ ସ°ଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।
ଖୋର୍ଦ୍ଧା: ବାହାଘରରେ ବରଯାତ୍ରୀ ହୋଇ ଆସିଥିଲେ ଯୁବକ, କିନ୍ତୁ ଫେରିଲା ତାଙ୍କର ମୃତଦେହ। ଏପରି ଏକ ଅଘଟଣ ଖୋର୍ଦ୍ଧା ଜିଲ୍ଲାରେ ଘଟିଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲି ଗ୍ରାମର ଏକ କୂଅରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ନିରାକପୁର ଥାନା ଅନ୍ତର୍ଗତ ଡିଆଗ୍ରାମର ବୋଲି ସୂଚନା ରହିଛି। ଯୁବକଙ୍କ ନାମ ହେଉଛି ବିକାଶ ସାହୁ। ତେବେ ବିକାଶ ଗତ ୯ ତାରିଖ ଦିନ ଡିଆ ଗ୍ରାମର ତ୍ରିନାଥ ବାରିକଙ୍କ ପୁଅ ବାହାଘରରେ ବରଯାତ୍ରୀ ହୋଇ ରମାବିଲି ଗ୍ରାମକୁ ଆସିଥିଲେ। ତେବେ ବରଯାତ୍ରୀ ଆସିବା ସମୟରେ ବାଟରେ ଗଣ୍ଡଗୋଳ ହୋଇଥିଲା। କନ୍ୟାଯାତ୍ରୀ ଓ ବରଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ବାହାଘର ପରେ ବରଯାତ୍ରୀ ଫେରିଥିଲେ, କିନ୍ତୁ ବିକାଶ ଫେରିନଥିଲେ। ବହୁ ଖୋଜାଖୋଜି ପରେ ବିକାଶ ନ ଫେରିବାରୁ ସେ ନିଖୋଜ ହୋଇନଥିବା ନେଇ ତାଙ୍କ ବାପା ଥାନାରେ ଏତଲା ଦେଇଥିଲା। ତେବେ ଆଜି ସକାଳୁ…
ଭୁବନେଶ୍ବର, ରେଣ୍ଡୋ ମାଝି ହେଇଛନ୍ତି କଳାହାଣ୍ଡି ଜିଲ୍ଲାର ମୁକ୍ତି ସଂଗ୍ରାମୀ ଆଦିବାସୀ ସର୍ଦ୍ଦାର। ସେ ନିଜ ଭିଟାମାଟି ଏବଂ ଆଦିବାସୀମାନଙ୍କ ସୁରକ୍ଷା ତଥା ଡଙ୍ଗରିଆ ଓ ଝରଣିଆ କନ୍ଧ ଜୀବନଜୀବିକା ପାଇଁ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ବ୍ରିଟିଶଙ୍କ ଗୁଳିମାଡ଼ରେ ୧୮୫୫ ମସିହା ଡିସେମ୍ବର ୧୦ ତାରିଖ ଦିନ ସହିଦ ହୋଇଥିଲେ ।
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1798କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବରଗଡ, ଭୁବନେଶ୍ବର, ମୟୂରଭଞ୍ଜ ଓ ମାଲ୍କାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବରଗଡରୁ 35 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 73ବର୍ଷୀୟ ବ୍ୟକ୍ତି, ମୟୂରଭଞ୍ଜରୁ 70 ବର୍ଷୀୟ ପୁରୁଷ, ମାଲ୍କାନଗିରିରୁ 70 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବର, ଯାତ୍ରୀମାନଙ୍କ ସୁବିଧା ସହ ଟ୍ରେନ ପରିଚାଳନା ସହଜ କରିବାପାଇଁ ରେଳ ମନ୍ତ୍ରଣାଳୟ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥରୁ ଏବଂ ଏହାର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ବିଶେଷ ଟ୍ରେନ ଗୁଡିକର ସମୟ ସାରଣୀକୁ ବିଭିନ୍ନ ଷ୍ଟେସନ ମାନଙ୍କଠାରେ ପରିବର୍ତନ କରିଅଛି। ଯାତ୍ରୀମାନେ ବିଭିନ୍ନ ଷ୍ଟେସନ ଠାରେ ସେମାନଙ୍କ ଯାତ୍ରାକରିବାକୁଥିବା ଟ୍ରେନ ଗୁଡିକର ସମୟ ସାରଣୀ ପ୍ରତି ଯଥେଷ୍ଟ ଧ୍ୟାନଦେଇ ଯାତ୍ରା ପୂର୍ବରୁ ଅବଗତ ହେବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଅଛି । ବିଭିନ୍ନ ଷ୍ଟେସନ ମାନଙ୍କଠାରେ ଥିବା ଅନୁସନ୍ଧାନ କେନ୍ଦ୍ର ଅଥବା ସ୍ୱତନ୍ତ୍ର ଟ୍ରେନର ସଂଶୋଧିତ ସମୟ ବିଷୟରେ ଜାଣିବା ପାଇଁ ଟ୍ରେନ୍ ସମ୍ବନ୍ଧୀୟ ସର୍ବଭାରତୀୟ ହେଲ୍ପଲାଇନ ନମ୍ବର -139 ସହିତ ଯୋଗାଯୋଗ କରିପାରନ୍ତି | ଏହି ଟ୍ରେନ୍ ଗୁଡିକ ହେଲା _ 01. 02819/02820 (ଭୁବନେଶ୍ୱର-ଆନନ୍ଦ ବିହାର (ଟର୍ମିନାଲ)-ଭୁବନେଶ୍ୱର) ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ 02819/02820 ଭୁବନେଶ୍ୱର-ଆନନ୍ଦ ବିହାର (ଟ) – ଭୁବନେଶ୍ୱର ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ 13…
ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ କଳିଙ୍ଗବିହାରରେ ଗୁଳିକାଣ୍ଡ ଘଟିଛି । ଜେଲ୍ରୁ ଜାମିନ୍ରେ ଆସିଥିବା ଜଣେ ଯୁବକଙ୍କୁ ଟାର୍ଗେଟ୍ କରି ଗୁଳିମାଡ ହୋଇଛି । ତେବେ ଗୁଳିମାଡର ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ । ତମାଣ୍ଡୋ ଥାନା କଳିଙ୍ଗ ବିହାର କେ-4 ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଏକ ବାଇକ୍ରେ ଆସି ତିନିଜଣ ଯୁବକ ଗୁଳିମାଡ କରି ଚମ୍ପଟ ମାରିଛନ୍ତି । ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବାର ସନ୍ଦେହ ହୋଇଛି । ତେବେ କିଏ ଓ କାହିଁକି ଗୁଳିମାଡ କରିଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ।
ଭୁବନେଶ୍ବର: ରାଜ୍ୟରେ ଆଜି ୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୨୦ ଜଣ ଚିହ୍ନଟ ହୋଇଥିବାବେଳେ ୧୬୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୭ ହଜାର ୮୭୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୦୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୯୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ ଟି ଜିଲ୍ଲାରୁ ମୋଟ୍ ୩୮୭ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୫୮…

