Author: Samikhsya Bureau

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନର ଫଳାଫଳ ଆଜି ଆସିବ । ଏଥିପାଇଁ ଆଜି ସକାଳ 8ଟାରୁ ଭୋଟଗଣତି ଆରମ୍ଭ ହୋଇଯାଇଛି । କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଜାରି ରହିଥିବା ବେଳେ ସନ୍ଧ୍ୟା ପୂର୍ବରୁ ଫଳାଫଳ ଆସିଯିବ । ଏଠାରେ 150ଟି ଆସନରେ 1ହଜାର 122ଜଣ ପ୍ରାର୍ଥୀ ଲଢିଥିଲେ । ଏହି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ସମସ୍ତ ନେତୃବୃନ୍ଦ ପ୍ରଚାରରେ ସମସ୍ତ ଦମ୍‌ ଲଗାଇଥିଲେ । ତେବେ ଏହି ନିର୍ବାଚନରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି, ଭାରତୀୟ ଜନତା ପାର୍ଟି ଓ ଅସୁଦୁଦ୍ଦୀନ ଓୱେସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ନିର୍ବାଚନରେ ଟିଆରଏସ, ବିରୋଧୀ ଦଳ ବିଜେପି ଓ ଏଆଇଏମଆଇଏମ ମଧ୍ୟରେ ହେବ । ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । କିନ୍ତୁ ମତଦାନ ପ୍ରତିଶତ ଅପେକ୍ଷାକୃତ କମ ହୋଇଥିବା ଜଣାଯାଇଛି ।  ଚଳିତଥର ଭୋଟ୍‌ ଗଣନା ପାଇଁ 30ଟି ସେଣ୍ଟର ପ୍ରସ୍ତୁତ…

Read More

ଥିରୁଅନନ୍ତପୁରମ: ଆଜି ଅପରାହ୍ନରେ ସାମୁଦ୍ରିକ ଝଡ଼ ‘ବୁରେଭି’ ସ୍ଥଳ ଭାଗ ଛୁଇଁବ। ଏଥିପାଇଁ କେରଳ ଏବଂ ତାମିଲନାଡୁ ହାଇ ଆଲର୍ଟରେ ରହିଛି। କେରଳର ଥିରୁଅନନ୍ତପୁରମରେ ବୁରେଭି ସ୍ଥଳ ଭାଗ ଛୁଇଁବ ବୋଲି ଜଣାପଡ଼ିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ତାମିଲନାଡୁର 6ଟି ଜିଲ୍ଲା ଏବଂ କେରଳର 5 ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ରାଜ୍ୟ ସରକାର। ସମ୍ବେଦନଶୀଳ ସ୍ଥାନରେ ରହୁଥିବା ଲୋକ ମାନଙ୍କୁ ସରକାର ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିଛନ୍ତି। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।ଏତଦ୍‌ବ୍ୟତୀତ ତିରଅନନ୍ତପୁରମ୍‌ର ବିମାନବନ୍ଦର, ମଦୁରୈ ତୁତିକୋରିନ୍‌ ବିମାନ ବନ୍ଦର ଆଜି ଦ୍ବିପ୍ରହର ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୂଚନା ରହିଛି । ବାତ୍ୟାର ପ୍ରଭାବରେ କେରଳରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ପରିସ୍ଥିତିର…

Read More

ଭୁବନେଶ୍ବର: ଓଡିଶାରେ ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ2ଟା 13 ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.9 ରହିଥିଲା । ମଧ୍ୟରାତ୍ରିରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହେଉଥିବାରୁ କେହି କେହି ଏହାକୁ ଜାଣି ପାରିନଥିବାବେଳେ  ଅନ୍ୟପଟେ ଆଉ କିଛି ଲୋକ ଏହା ଅନୁଭୂତ କରିବା ସହ ଆଉ କିଛି ଘରୁ ବାହାରକୁ ପଳାଇ ଆସିଥିଲେ । କେବଳ ଓଡ଼ିଶା ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଓଡ଼ିଶାର ଭୂକମ୍ପ୍‌ ଝଟ୍‌କାର 57 ମିନିଟ୍‌ ପରେ ଉତ୍ତରାଖଣ୍ଡର ପିଥୋରଗଡଠାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଠାରେ ଭୋର୍‌ 3.10 ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 2,6 ରହିଥିଲା ।

Read More

ଭୁବନେଶ୍ୱର: ଦୁର୍ନୀତି, ଠକେଇ ଓ ଅର୍ଥ ଅନିୟମିତତା ଅଭିଯୋଗରେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶେଷରେ ଜେଲ ଗଲେ। ସଂଧ୍ୟାରେ ତାଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇ ଗିରଫ କରିଥିଲା। ପରେ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଫଳରେ ସେ 14 ଦିନିଆ ବିଚାର ବିଭାଗୀୟ ହାଜତରେ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ପ୍ରଦୀପ ପାଣିଗ୍ରାହୀ କଣ ଥିଲେ ବର୍ତ୍ତମାନ କଣ ହେଲେ। ଏକଦା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜୁ ଜନତା ଦଳ ପରିବାରର ଜଣେ ବିଶ୍ୱସ୍ତ ସଦସ୍ୟ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ ଲୋକ ଭାବେ ଜଣଶୁଣା ଥିଲେ। ଏକଦା ଓଡିଶା ରାଜନୀତିର ଚାଣକ୍ୟ ପ୍ୟାରୀମୋହନ ମହାପାତ୍ରଙ୍କ ମଧ୍ୟ ବିଶ୍ବସ୍ଥ ଥିଲେ। ହେଲେ ସେହି ପ୍ରଦୀପ ଯେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ଏହା ଅଜଣା ଥିଲା। ଯେବେଠାରୁ ପ୍ରଦୀପ ଦଳ ବିରୋଧରେ…

Read More

ମେଷ:- କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସକାଳ ସମୟ ଅନୁକୂଳ ହେବ। ଆଜି ସରକାରୀ ସୁବିଧା ହେବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ବ୍ୟବସାୟିକ ଲାଭ ହେବ। ବୃତ୍ତିଗତମାନଙ୍କର ଉଚ୍ଚ ଅଧିକାରୀମାନେ ସେମାନଙ୍କ ଉପରେ ସନ୍ତୁଷ୍ଟ ହେବେ। ଚିନ୍ତାଧାରାରେ ଶୀଘ୍ର ପରିବର୍ତ୍ତନ ଆସିବ। କିନ୍ତୁ ମଧ୍ୟାହ୍ନ ପରେ ମନର ଶକ୍ତି ଖାଲି ହୋଇଯିବ ଏବଂ ମନ ଚିନ୍ତାରେ ହଜିଯିବ। ମାନସିକ ସ୍ତରରେ ଆରାମଦାୟକ। ତରଳ ପଦାର୍ଥଠାରୁ ଦୂରରେ ରୁହନ୍ତୁ । ବୃଷ:- ଆଜି ଆପଣଙ୍କ ପାଇଁ ଏକ ମଧ୍ୟମ ଫଳପ୍ରଦ ଦିନ । ଆଜି ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ସାକ୍ଷାତ ଆନନ୍ଦଦାୟକ ହେବ। ଆପଣ ଟଙ୍କା ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିବାରେ ଦିନର ଅଧିକାଂଶ ସମୟ ଅତିବାହିତ କରିବେ । କ୍ରୋଧର ପରିମାଣ ମଧ୍ୟ ବଢିପାରେ। ପରିବାର ଏବଂ ସହକର୍ମୀମାନଙ୍କ ସହିତ ଅଧିକ ବିତର୍କ କରନ୍ତୁ ନାହିଁ । ଆଧ୍ୟାତ୍ମିକତା ଆପଣଙ୍କୁ ଶାନ୍ତି ଦେବ। ମିଥୁନ:- ଆର୍ଥିକ…

Read More

ଭୁବନେଶ୍ବର, ହୋଟେଲର ବୟସ ହେଲାଣି ୯୫ ବର୍ଷ। ଏହି ବୟସରେ ମଧ୍ୟ ସେହି ହୋଟେଲ ଦେଶର ଭିଭିଆଇପିଙ୍କୁ ସେବା ଯୋଗାଇ ଦେଇ ଆସୁଛି। ଏହି ହୋଟେଲର ବିଶେଷତ୍ବ ହେଉଛି ଯେ, ଏଥିରେ ଅନେକ କାଠର ସାଜସଜା ରହିଛି। ରହିଛି କାଠ ନିର୍ମିତ କାରୁକାର୍ଯ୍ୟ ଏବଂ ଚେୟାର। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ବର୍ଷ ପରେ ମଧ୍ୟ ସେଗୁଡିକ ସେମିତି ସୁନ୍ଦର ଭାବେ ଶୋଭା ପାଉଛି। ସେତିକି ନୁହେଁ ଏହି ହୋଟେଲରେ ଏପରି ସବୁ ମୂର୍ତ୍ତି ରହିଛି ଯେଉଁଗୁଡିକ ଏହି ବୟସରେ ମଧ୍ୟ ଚକମକ କରୁଛି। ସେହି ଐତିହ୍ୟ ସଂପର୍ଣ୍ଣ ହୋଟେଲଟି ହେଉଛି ପୁରୀରେ ଥିବା ବିଏନଆର ହୋଟେଲ। ଏହି ବିଏନଆର ହୋଟେଲରେ ଏକ ଭିକ୍ଟୋରିଆନ୍ ସ୍ଥାପତ୍ୟ ଅଛି। ଏହି ସ୍ଥାପତ୍ୟଟି ମଧ୍ୟ ସେହି ଯୁଗରୁ ସେମିତି ରହିଛି। କାଠ ପ୍ଲେଟରେ ନିର୍ମିତ ଆର୍କ ଆକୃତିର ଫ୍ରେମ୍ ଗୁଡିକ ଏତେ ବର୍ଷ ପରେ ମଧ୍ୟ କ୍ଷୟ ହେବାର କୌଣସି ଚିହ୍ନ ଦେଖା…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ୧୫ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛ ଚାଷ ବା Cage Culture ପାଇଁ ବିଭିନ୍ନ ଉଦ୍ୟୋଗୀ ମାନଙ୍କ ସହିତ ଚୁକ୍ତିପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅନ୍‌ଲାଇନ ସେବା ଦ୍ବାରା ମାଛ ଚାଷୀ ଓ ଉଦ୍ୟୋଗୀ ମାନେ ଘରେ ରହି ଅନ୍‌ଲାଇନ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇପାରିବେ। ଡଙ୍ଗାର ପଞ୍ଜୀକରଣ ଓ ଲାଇସେନ୍‌ସ ପ୍ରାପ୍ତି, ଲବଣାତ୍କ ଜଳର ମାଛ ଚାଷର ପଞ୍ଜୀକରଣ, ବିଭିନ୍ନ ଯୋଜନାରେ ରିହାତି ଲାଭ ଆଦି ଅନେକ କାର୍ଯ୍ୟ ସୁବିଧାରେ ହୋଇପାରିବ। ବୃହତ ଓ ମଧ୍ୟମ ଧରଣର ହ୍ରଦରେ କେଜ୍‌ କଲ୍‌ଚର ଜରିଆରେ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ…

Read More

ଭୁବନେଶ୍ବର, ଆଜି କ୍ରାଇମ ବ୍ରାଞ୍ଚ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବା ପରେ ଭୁବନେଶ୍ବର ଏସଡିଜିଏମ କୋର୍ଟରେ ହାଜର କରାଇଥିଲେ। ସେଠାରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି 14 ଦିନିଆ ବିଚାର ବିଭାଗ ହାଜତକୁ ପଠାଇଛନ୍ତି। ଫଳରେ ତାଙ୍କୁ ଝାଡପଡା ଜେଲକୁ ନିଆଯାଇଛି। ତେବେ ଜାମିନ ଖାରଜ ପରେ ତାଙ୍କ ଓକିଲ ଜେଲରେ ଭଲ ଯତ୍ନ ନେବାକୁ ନିବେଦନ କରିଛନ୍ତି। ପ୍ରଦୀପଙ୍କ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗ ଥିବାରୁ ଡାକ୍ତର ହେପାଜତରେ ରଖିବା ପାଇଁ କୋର୍ଟକୁ ଜଣାଇଛନ୍ତି। ବେନାମୀ ଅର୍ଥ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା । ଆକାଶ ପାଠକଙ୍କ କାରବାରରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଲାଗିଛି । ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି…

Read More

ଭୁବନେଶ୍ବର, ବେନାମୀ ଅର୍ଥ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ଆକାଶ ପାଠକଙ୍କ କାରବାରରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଲାଗିଛି । ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଟାଟା ମୋଟର୍ସରେ ଚାକିରି ଲୋଭ ଦେଖାଇ ଭାବି ଜ୍ୱାଇଁଙ୍କ ସହ ମିଶି ପ୍ରଦୀପ ଠକିଥିବା ଅଭିଯୋଗ ହୋଇଥିଲା । ଗତ ଦୁଇଦିନ ଧରି ବ୍ରହ୍ମପୁରରେ କ୍ରାଇମ ବ୍ରାଞ୍ଚ ପ୍ରଦୀପଙ୍କ ଠକେଇ ନେଇ ତନାଘନା କରୁଥିଲା। ଆଜି ସଂଧ୍ୟାରେ କ୍ରାଇମ ବ୍ରାଞ୍ଚର ଆଇଟି ସେଲ ତାଙ୍କୁ ଥାନାକୁ ଉଠାଇ ନେଇଥିଲା। ସେଠାରେ ଦୀର୍ଘ ସମୟ ଧରି ପଚରାଉଚୁରା କରିବା ପରେ ତାଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ପ୍ରଦୀପଙ୍କ ଭାବି ଜ୍ବାଇଁ ଏବଂ ତାଙ୍କ ଭାବି…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଜୟନ୍ତୀ ମହାନ୍ତି ନିଜ ଅଧିନସ୍ଥ ଜନୈକ ଅଙ୍ଗନୱାଡି କର୍ମୀଂକ ଠାରୁ ଲାଂଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଥିବା ଜଣାପଡିଛି। ମିଳିଥିବା ତଥ୍ୟ ଅନୁସାରେ କୋକସରା ବ୍ଲକର ସୁନାମାଲ ଗ୍ରାମର ଅଙ୍ଗନୱାଡି କର୍ମୀ ଆରତୀ ଧଙ୍ଗଡାମାଝୀଙ୍କର ବିଗତ ତିନି ମାସର ବକେୟା ଦରମା ମଂଜୁର କରିଦେବାକୁ ପାଂଚ ହଜାର ଟଂକା ଦାବୀ କରିଥିଲେ। ଏସଂପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୨୭ ତା.୦୨.୧୨.୨୦୨୦ ଦୁର୍ନୀତି ନିବାରଣ ଆଇନ୨୦୧୮ ଧାରା ୭ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଥିଲା। ତଦନୁସାରେ ଅଙ୍ଗନୱାଡି କର୍ମୀ ଜଣକ ସିଡିପିଓଙ୍କୁ ଲାଂଚ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ତଦନ୍ତ କରୁଥିବା ଭିଜିଲାନ୍ସ ଟିମ ଘଟଣାସ୍ଥଳରୁ ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭିସି ଜରିଆରେ ଗଂଜାମ ଜିଲ୍ଲାର ରାଜସ୍ୱ ବିଭାଗୀୟ ସମୀକ୍ଷା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲ୍‌ଦାରଙ୍କୁ ଜଣାଇଥିଲେ ଯେ ରାଜସ୍ୱ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସେବାମାନ ଅବିଳମ୍ବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରି ହିତାଧିକାରୀଙ୍କୁ ସେବା ଯୋଗାଇଦେଲେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ। ଏ ଦିଗରେ ସମସ୍ତ ତହସିଲ୍ କାର୍ଯ୍ୟାଳୟ ତତ୍ପରତା ସହ କାର୍ଯ୍ୟ କରନ୍ତୁ। ଗ୍ରାମକଣ୍ଟକ, ପରମଭୋଗ, ଓଡ଼ିଶା ଜନସେବା କାର୍ଯ୍ୟ ଅଧିକାରୀ, ବସୁନ୍ଧରା ଯୋଜନା ଇତ୍ୟାଦି ସଂପର୍କିତ ସୁବିସ୍ତୃତ ଆଲୋଚନା ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ ସମୀକ୍ଷା ବୈଠକରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଦେଖାଯାଉଥିବା ସମସ୍ୟାମାନ ସଂପୃକ୍ତ ସଂସ୍ଥାକୁ ଡ଼କାଯାଇ ଉପଜିଲ୍ଲାପାଳଙ୍କ ସୂତ୍ରରେ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଖଣିଜ ପଦାର୍ଥର ରକ୍ଷଣାବେକ୍ଷଣ ପ୍ରଶାସନ ଦାୟିତ୍ୱ। ଖଣିଜ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବୁଗୁଡ଼ା ବାଲିପଦର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରତିବାଦରେ ଆଜି ଗ୍ରାମ ପରିଚାଳନା କମିଟିର ସଦସ୍ୟମାନେ ତୁରନ୍ତ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ବୁୁଗୁଡ଼ା ବିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ନାମ ନ ଲେଖାଇବାକୁ ବିଇଓ ରସାନନ୍ଦ କର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବାରଣ କରିଥିଲେ। ଫଳରେ ଏଯାବତ୍ ୨୫ ଜଣ ଛାତ୍ରଛାତ୍ରୀ ନାମଲେଖାରୁ ବଂଚିତ ହୋଇଛନ୍ତି। ପୂର୍ବରୁ ବିଦ୍ୟାଳୟରେ ଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କ ଟିସିକୁ ଜବରଦସ୍ତ ନେଇ ନିକଟସ୍ଥ ଦଶିପୁର ବିଦ୍ୟାଳୟକୁ ନେଇଯାଇଛନ୍ତି। ସଦାଶିବପୁରରୁ ଦଶିପୁର ସ୍କୁଲ ଯିବାକୁ ବିଭିନ୍ନ ପ୍ରତିବନ୍ଧକ ରହିଛି ଯଥା-ରାସ୍ତାଟି ନିଛାଟିଆ ସହ କଚ୍ଚା, ବର୍ଷା ଦିନେ ପିଲାମାନେ ଯିବା ଅସମ୍ଭବ। ରାସ୍ତା ନିକଟରେ ଏକ ଶ୍ମଶାନ ଓ ଏକ ପୁଷ୍କରିଣୀ ରହିଛି ଯାହା ଛାତ୍ରଛାତ୍ରୀଙ୍କ ମନରେ ଭୟର କାରଣ, ରାସ୍ତା ପାଶ୍ୱର୍ରେ ଦୁଇଟି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିଲ୍ଲୀରେ ସଂଘର୍ଷରତ କୃଷକମାନଙ୍କ ଆନ୍ଦୋଳନ ପ୍ରତି ସଂହତି ଜଣାଇ ବ୍ରହ୍ମପୁର ସ୍ଥିତ କମାପଲ୍ଲୀ ଛକ ଠାରେ ଓଡ଼ିଶା କୃଷକ ସଭା, ସିଟୁ, କ୍ଷେତ ମୁଲିଆ ସଂଗଠନ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଥିଲା। ଦିଲ୍ଲୀରେ ସଂଘର୍ଷରତ କୃଷକ ମାନଙ୍କର ଆନ୍ଦୋଳନକୁ ଦମନ କରିବା ବନ୍ଦ କର, ମୋଦି ସରକାରଙ୍କ କୃଷି ଓ କୃଷକ ସର୍ବନାଶକାରୀ କୃଷି ଆଇନ ୨୦୨୦ ପ୍ରତ୍ୟାହାର, କୃଷକ ଓ ଜନବିରୋଧୀ ନୂତନ ବିଦ୍ୟୁତ ଆଇନ ରବ୍ଦ କର, କୃଷି କ୍ଷେତ୍ରରୁ କର୍ପୋରେଟ ହଟାଅ, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ବାତିଲ କର, ପ୍ରାଇଭେଟ୍ ମଣ୍ଡି ଆଇନ ରବ୍ଦ କରିବା, କୃଷକମାନଙ୍କ ଏକକାଳୀନ ଋଣ ଛାଡ଼ କରିବା ଇତ୍ୟାଦି ରହିଛି। କୃଷକମାନଙ୍କ ଦବାିକୁ ଗ୍ରହଣ କରିବା ପରିବର୍ତ୍ତେ କୃଷକ ଆନ୍ଦୋଳନକୁ ଦମନ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି ବୋଲି ନିନ୍ଦା କରାଯାଇଛି। ଏଥିରେ ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ଯୁଧିଷ୍ଠିର ବେହେରା, ପ୍ରତାପ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ରହିଥିବା ଆଦର୍ଶ ବିଦ୍ୟାଳୟଗୁଡ଼ିକ ଶିକ୍ଷାର ମାନ ବୃଦ୍ଧି ଏବଂ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଏବଂ ସ୍ୱଚ୍ଛତା ଦିଗରେ ଅଧିକ ଧ୍ୟାନ ଦିଆଯିବ। ଏଥି ସକାଶେ ଆଜି ଜିଲ୍ଲାପାଳ ସଦ୍‌ଭାବନା ସମ୍ମଳିନୀ କକ୍ଷରେ ଜିଲ୍ଲାରେ ରହିଥିବା ସମସ୍ତ ୨୨ ଗୋଟି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୧୪ ଗୋଟି ଅପ୍‌ଗ୍ରେଡ଼େସନ ହୋଇଥିବା ବିଦ୍ୟାଳୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ କିଣାଯିବାକୁ ଥିବା ଆସବାବ ପତ୍ର ନେଇ କ୍ରୟ କରିବାକୁ ଥିବା କମିଟିଦ୍ୱାରା ଆଲୋଚନା ହୋଇଥିଲା। ହାତୀଓଟ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ରାବାସରେ ରହିବା ବ୍ୟବସ୍ଥା କରାଯାଇ ଶତକଡ଼ା ୯୦ ପ୍ରତିଶତ କୋଚିଂ ବ୍ୟବସ୍ଥା କରାଯିବ। ସମସ୍ତ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ କମ୍ପ୍ୟୁଟର ପ୍ରୋଜେକ୍ଟର ସ୍ଥାପନ କରି ସ୍ମାର୍ଟ କ୍ଲାସ ପ୍ରସ୍ତୁତ ହେବ। ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହୋଉ ଉନ୍ନତମାନର…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଅନୁଗୁଳରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୬୫, ଖୋର୍ଦ୍ଧାରୁ ୬୦, ମୟୂରଭଞ୍ଜରୁ ୪୪, ନୂଆପଡାରୁ ୩୯, ଝାରସୁଗୁଡାରୁ ୩୬, ବଲାଙ୍ଗିରିରୁ ୩୧, କଟକରୁ ୨୯, ଜଗତସିଂହପୁରରୁ ୩୬, କେନ୍ଦୁଝରରୁ ୨୬, ବାଲେଶ୍ବରରୁ ୨୫, ଭଦ୍ରକରୁ ୨୦, ସମ୍ବଲପୁରରୁ ୧୯, ଗଞ୍ଜାମରୁ ୧୭, କେନ୍ଦ୍ରାପଡାରୁ ୧୭, ପୁରୀରୁ ୧୭, ବରଗଡରୁ ୧୪, ଯାଜପୁରରୁ ୧୪, କଳାହାଣ୍ଡିରୁ ୭, ନୟାଗଡରୁ ୭, ଢେଙ୍କାନାଳରୁ ୬, କୋରାପୁଟରୁ ୬, ଗଜପତିରୁ ୪, ନବରଙ୍ଗପୁରରୁ ୪, ରାୟଗଡରୁ ୪, ବୌଦ୍ଧରୁ ୩, ଦେବଗଡରୁ ୩, କନ୍ଧମାଳରୂ ୨, ସୋନପୁରରୁ ୧ ଏବଂ ଏବଂ ଷ୍ଟେଟ୍ ପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ମହାମାରୀ କରୋନା ସମୟରେ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ହିତାଧିକାରୀମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ସମସ୍ତ ବ୍ୟାଙ୍କର ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ମିଶନଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ଉଦ୍ୟୋଗୀ ଚାଷୀଙ୍କୁ ଋଣ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଜଗତସିଂହପୁର ଏକ କୃଷି ପ୍ରଧାନ ଜିଲ୍ଲା। ଜିଲ୍ଲାର ଲୋକମାନେ ଚାଷ, ମତ୍ସ୍ୟଚାଷ, ପାନଚାଷ ଗୋପାଳନ, କୁକୁଡା ଫାର୍ମ ଆଦି କରି ଚଳନ୍ତି। ସରକାରଙ୍କ ଜନକଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଆବଶ୍ୟକ ଋଣ ଓ ସବ୍‌ସିଡ୍ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟାଙ୍କରମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ୨୦ ତାରିଖ ପୂର୍ବରୁ ବ୍ଲକ୍ ସ୍ତରରେ ବି.ଏଲ.ବି.ସି ବୈଠକ କରାଇ ଋଣ ପ୍ରଦାନର…

Read More

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ ବ୍ରାଞ୍ଚ ଉଠେଇନେଇଥିବାର ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ପତ୍ନୀ ସୁଜାତାଙ୍କ ଅଭିଯୋଗ ଅନୁଯାୟୀ, ସନ୍ଧ୍ୟାରେ ଚାରୋଟି ଗାଡିରେ କିଛି ଲୋକ କ୍ରାମ ବ୍ରାଞ୍ଚର କର୍ମଚାରୀର ପରିଚୟ ଦେଇ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ତାଙ୍କୁ କିଛି ତଦନ୍ତ କରିବା ପାଇଁ ଇଓଡବ୍ଲୁ କାର୍ଯ୍ଯାଳୟକୁ ଆସିବା ପାଇଁ ନିବେଦନ କରିଥିଲେ। ହେଲେ ତାଙ୍କ ଘରଠାରୁ ଇଓଡବ୍ଲୁ କାର୍ଯ୍ଯାଳୟ ମାତ୍ର ୮ ମିନିଟର ରାସ୍ତା। କିନ୍ତୁ ଘଣ୍ଟେ ବିତିଯାଇଥିଲେ ମଧ୍ୟ ପ୍ରଦୀପ ଏପର୍ଯ୍ଯନ୍ତ କାର୍ଯ୍ଯାଳୟରେ ପହଞ୍ଚି ନଥିବା ସୁଜାତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ସୁଜାତା ଦୁଃଖପ୍ରକାଶ କରିବା ସହିତ ତାଙ୍କ ସ୍ବାମୀଙ୍କର କିଛି କ୍ଷତି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ମୋ ସ୍ବାମୀଙ୍କ ବିରୋଧରେ ଥାନାରେ ଏଯାବତ କୌଣସି ଏତଲା ନଥିଲେ ମଧ୍ୟ ସେମାନେ କେଉଁ କରାଣରୁ ତାଙ୍କୁ ଉଠାଇନିଆଗଲା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଜଣେ ଚାଷୀଙ୍କ ଧାନ ବିଲରେ ନିଆଁ ଲାଗି ହଜାର ହଜାର ଟଙ୍କା ମୂଲ୍ୟର ଧାନ ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ରବୀନ୍ଦ୍ର ସାହୁ ଆଜି ଦିବା ୧୧ ଘଟିକାରେ ତାଙ୍କର ଦୁଇ ଏକର ବିଲର ପାଖାପାଖି ୫୦୦ କଳେଇ ଧାନ ରଖି ଘରକୁ ଖାଇବାକୁ ଯାଇଥିଲେ। ହଠାତ କୌଣସି କାରଣବଶତଃ ଧାନ କଳେଇ ଗଦାରେ ନିଆଁ ଲାଗିଯିବାରୁ ଗାଁ ଲୋକ ସଙ୍ଗେ ସଙ୍ଗେ ଏ ନେଇ ରବୀନ୍ଦ୍ରଙ୍କୁ ଖବର ଦେଇଥିଲେ। ରବୀନ୍ଦ୍ର ଏବଂ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଶେଷରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ସମସ୍ତ ୫୦୦ ଧାନ କଳେଇ ଜଳି ପୋଡି ପାଉଁଶ ହୋଇଯାଇଛି। ନଷ୍ଟ ହୋଇଯାଇଥିବା…

Read More

ନୂଆଦିଲ୍ଲୀ: ଭାରତର ଜାତୀୟ ସଙ୍ଗୀତ “ଜନଗଣ ମନ” ରେ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ସଙ୍ଗୀତର ପ୍ରଥମ ତିନିଟି ଶବ୍ଦ (ଜନ-ଗଣ-ମନ) କୁ ପରିବର୍ତ୍ତନ କରିବାକୁ ସେ ଅନୁରୋଧ କରିଛନ୍ତି । ଏହି ଚିଠିର ଏକ ନକଲ ସେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଛନ୍ତି । ସ୍ୱାମୀ ଏଥିରେ ଲେଖିଛନ୍ତି ଯେ 1943 ଅକ୍ଟୋବର 21 ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଇଣ୍ଡିଆନ ନ୍ୟାସନାଲ ଆର୍ମି ମଣିପୁର ଦଖଲ କରିବା ପରେ ‘ଜନଗଣମନ’କୁ ରାଷ୍ଟ୍ରୀୟ ଗାନ ବା ଜାତୀୟ ସଙ୍ଗୀତ ମାନ୍ୟତା ଦେଇ ଗାନ କରିଥିଲା । https://twitter.com/Swamy39/status/1333724063697575937?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1333724063697575937%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.freepressjournal.in%2Findia%2Fremove-inappropriate-words-subramanian-swamy-urges-pm-modi-to-amend-tagores-version-of-jana-gana-mana-national-anthem ସେତେବେଳେ ନେତାଜୀ ମୂଳ କବିତାରେ ସାମାନ୍ୟ ପରିବର୍ତ୍ତନ କରିଥିଲେ । ସାମ୍ପ୍ରତିକ ପରିପ୍ରେକ୍ଷୀରେ ନେତାଜୀ ଓ ଆଇଏନଏ ଦ୍ୱାରା ଗାନ କରାଯାଇଥିବା ସଂଶୋଧିକ ଗୀତଟି ଅଧିକ ପ୍ରଯୁଜ୍ୟ ମନେ ହୁଏ । ତା ଛଡ଼ା…

Read More

ଗାନ୍ଧିନଗର  : କରୋନା ମାମଲା ହ୍ରାସ ପାଇବା ପରେ ଗତ କିଛି ଦିନ ହେଲା ପୁଣି ବଢ଼ିବାରେ ଲାଗିଛି। ପୁଣି କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ଅନେକ ରାଜ୍ୟରେ ରାତ୍ରି କର୍ଫ୍ୟୁ ଜାରି କରାଯାଇଛି। କିଛି ରାଜ୍ୟରେ କୋଭିଡ ନିୟମ କଡାକଡି କରାଯାଇଛି। କରୋନା ନିୟମ ଉଲ୍ଲଂଘନ କଲେ କଡା ଜରିମାନା ଆଦାୟ ସହ ଦଣ୍ଡ ମଧ୍ୟ ଦିଆଯାଉଛି । ଗୁଜୁରାଟର ଜଣେ ବିଜେପି ନେତା କୋଭିଡ୍‌ ନିୟମ ଭାଙ୍ଗି ଗିରଫ ହୋଇଛନ୍ତି । ଗୁଜୁରାଟ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କାନ୍ତି ଗାମିତ୍‌ କରୋନା କଟକଣା ଭାଙ୍ଗିଛନ୍ତି । ତାଙ୍କ ନାତୁଣୀଙ୍କ ନିର୍ବନ୍ଧରେ 6 ହଜାରରୁ ଅଧିକ ଲୋକ ସାମିଲ୍‌ ରହିଥିଲେ । ତାଙ୍କନାତୁଣୀଙ୍କ ନିର୍ବନ୍ଧର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବାପରେ ସେ ମଧ୍ୟ ନିଜ ଦୋଷ…

Read More