କୋଲକାତା : ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ଦଳରୁ ବରିଷ୍ଠ ନେତା ପଦରୁ ଇସ୍ତଫା ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ମମତା ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ସେ ହୁଗୁଳି ବ୍ରିଜ କମିଶନର ଅଧ୍ୟକ୍ଷ ପଦ ମଧ୍ୟ ଛାଡ଼ିଥିଲେ। ଆଜି ସକାଳୁ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା କଥା ଘୋଷଣା କରିଥିଲେ। ଏହାପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ତେବେ ଟିଏମ୍ସି ଛାଡି ଶୁଭେନ୍ଦୁ କେଉଁ ଦଳରେ ଯୋଗଦେବେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।
Author: Samikhsya Bureau
କୋଟା : ଜେଜେମା’ଙ୍କ ଇଛାର ମାନ ରଖି ତାଙ୍କର ଦୁଇଜଣ ନାତି ଏକ ନିଆରା କାର୍ଯ୍ୟ କରିଛନ୍ତି। ତାଙ୍କ ଇଛା ରଖିବାକୁ ଯାଇ ଦୁଇ ଜଣ ନାତି ବିବାହ ପରେ ତାଙ୍କ ପତ୍ନୀଙ୍କୁ ହେଲିକପ୍ଟରରେ ଗାଁକୁ ଆଣିଛନ୍ତି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟା ଜିଲାରେ। ସୂଚନାଯୋଗ୍ୟ, କୋଟା ଜିଲାର ଦେବଲି ଗାଁରେ ରହୁଥିବା ଅଶୋକ ମାଲଭଙ୍କ ପରିବାରରେ ବିବାହ ସମାରୋହ ଆୟୋଜିତ ହୋଇଥିଲା। ଅଶୋକଙ୍କ ବଡ଼ ପୁଅ ପଙ୍କଜଙ୍କ ବିବାହ ଭବାନୀପୁରା ସ୍ଥିତ କୋମଲ ଓ ସାନ ପୁଅ ଲଳିତଙ୍କ ବିବାହ ଦିପପୁରାରେ ରହୁଥିବା ରଶ୍ମିତାଙ୍କ ସହ ଠିକ୍ ହୋଇଥିଲା। ତେବେ ଅଶୋକଙ୍କ ମା’ଙ୍କ ଇଛା ଥିଲା ଯେ, ଦୁଇ ନାତୁଣୀ ବୋହୁଙ୍କୁ ବିବାହ କରି ତାଙ୍କ ନାତି ହେଲିକପ୍ଟରରେ ଘରକୁ ଆଣିବେ। ତେବେ ତାଙ୍କ ଇଛା ଅନୁସାରେ ଗୁରୁବାର ଆୟୋଜିତ ହୋଇଥିବା ବିବାହ ମଣ୍ଡପ ସ୍ଥାନରେ…
ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ପରୀ ହତ୍ୟାର କାରଣ ନେଇ ଏକ ବଡ଼ ଖୁଲାସା କରିଛନ୍ତି ପରୀର ଗାଁ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନ । ଏହି ପରିପ୍ରେକ୍ଷୀରେ ସେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, କ’ଣ ପାଇଁ ଜଣେ ପାଞ୍ଚ ବର୍ଷର କୁନି ଝିଅକୁ ଅପହରଣ କରି ହତ୍ୟା କରାଯିବ । ଅଙ୍ଗ ତସ୍କରୀ ପାଇଁ ପରୀକୁ ହତ୍ୟା କରାଯାଇଥିବା ସନେ୍ଦହ ହେଉଛି । କୌଣସି ଏକ ବଡ଼ ଲୋକଙ୍କ ଠାରେ ପରୀର ଅଙ୍ଗ ଲଗାଯାଇଛି ବୋଲି କହିଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ। ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନ କହିଛନ୍ତି । ତେବେ ପରୀ ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଥମେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଅଭୟକାନ୍ତ ପାଠକଙ୍କୁ ସାରାରାତି ଜେରା କରାଯାଇଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଂଚ ଚାଲିଥିବା ବେଳେ ବାପା ପୁଅଙ୍କୁ ମୁହାଁମୁହିଁ ବସାଇ ସାରା ରାତି ଜେରା କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ସେଲ ଶାଖା କାର୍ଯ୍ୟାଳୟରେ ଅଭୟକାନ୍ତ ପାଠକ ପୁଅ ଆକାଶ ପାଠକ ପୁତୁରା ହର୍ଷ ପାଠକ ଏବଂ ଡ଼୍ରାଇଭରଙ୍କୁ ଜେରା କରାଯାଇଛି । ଏପରିକି ଚାରିଜଣଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିଛି ଭିଜିଲାନ୍ସ । ଜେରାରେ ଭିଜିଲାନ୍ସର ବଛାବଛା ଅଧିକାରୀ ନିୟୋଯିତ ହୋଇଥିଲେ । ପାଠକଙ୍କ ପ୍ରାୟ 9କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ ହୋଇଛି । ତେଣୁ ସଂଧ୍ୟା ସୁଧା ତାଙ୍କୁ ଗିରଫ କରିବା ପାଇଁ ପ୍ରାୟସ ଚଳାଇଛି ଭିଜିଲାନ୍ସ । ଆଜି କ୍ୟାପିଟାଲ ହସ୍ପିଟାଲରେ ଆଇଏଫଏସ ଅଭୟ ପାଠଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଭୟଙ୍କ ସହ ତାଙ୍କ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଗୁରୁବାର ପୂର୍ବାହ୍ନରେ ଆଇଏନ୍ଏସ୍ ଚିଲିକାରେ ସମ୍ବିଧାନ ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ କମାଣ୍ଡିଂ ଅଫିସର୍ କମୋଡର ଋତୁରାଜ ସାହୁ ନୈତିକତା, ଆଦର୍ଶବାଦୀ ଏବଂ ଆତ୍ମକୌଶଳ ଉପରେ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଅନୁଷ୍ଠିତ ସଭାରେ ଆଡମିନ୍, ଶିକ୍ଷା, ପୂର୍ତ୍ତୀ ଏବଂ ଟ୍ରେନିଂ ବିଭାଗର ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ସହ ଅସୈନିକ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ବର୍ତ୍ତମାନ ସାରା ରାଜ୍ୟରେ ଲକ ଡ଼ାଉନ ଉଠିଯାଇଛି। ପୂର୍ବରୁ ଲକ ଡ଼ାଉନର ସୁଯୋଗ ନେଇ ଚୋରା ମଦ ବେପାରୀମାନେ ଲୁଚିକି ଦେଶୀ ମଦ ବେପାର କରୁଥିବାବେଳେ ବର୍ତ୍ତମାନ ଖୁଲମଖୁଲା ବିକିବାକୁ ପଛାଉନାହାନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଗତ କିଛି ଦିନ ହେଲା ଅବକାରୀ ଏବଂ ଚୋରା ଦେଶୀ ମଦ ବେପାରୀଙ୍କ ଭିତରେ ଛକାପଞ୍ଝା ଚାଲିଛି। ପ୍ରତିଦିନ କେହି ନା କେହି ଚୋରା ଦେଶୀମଦ ବେପାରୀ ଅବକାରୀ ବିଭାଗ ହାତରେ ଧରାପଡୁଥିବାବେଳେ ଗତକାଲି ରାତି ଏବଂ ଆଜି ସକାଳ ସୁଦ୍ଧା ଏକାସାଙ୍ଗରେ ଛଅ ଜଣ ଚୋରା ଦେଶୀ ମଦ ବେପାରୀ ଟାଙ୍ଗୀ ଅବକାରୀ ହାତରେ ଧରାପଡ଼ି ଗିରଫ ହେବାସହ ତାଙ୍କ ନିକଟରୁ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ। ସୂଚନା ମୁତାବକ ଗତକାଲି ରାତି ଏବଂ ଆଜି ସକାଳେ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ…
ଭୁବନେଶ୍ବର : ନୟାଗଡ ପରୀ ହତ୍ୟା ମାମଲାରେ ଏସ୍ଆଇଟି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିସାବସରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଧାନସଭାରେ ଏହା ଘୋଷଣା କରିଛନ୍ତି । ଆଜି ବି ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭା ହୁଲସ୍ତୁଲ୍ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଘୋଷଣା ବେଳେ ବି ବିରୋଧୀଙ୍କ ହୋହଲ୍ଲା ଜାରି ରହିଥିଲା । ପରୀ ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି । ବିଧାନସଭା ଭିତରେ ଓ ବାହାରେ ବି ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ପରୀକୁ ନ୍ୟାୟ ଦାବିରେ ବିଜେପି ଓ ଯୁବକ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ପରୀକୁ ନ୍ୟାୟ ଓ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରାଯାଇଛି । ଅପରପକ୍ଷରେ ଏହି ମାମଲାକୁ…
ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏବେ ଅଡ଼ୁଆରେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି । ବିଧାନସଭା ଭିତରେ ଓ ବାହାରେ ବି ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ପରୀକୁ ନ୍ୟାୟ ଦାବିରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି । ବିଜେପି କର୍ମୀମାନେ ରାଜ୍ୟ କାର୍ୟ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ବାହାରିଥିବା ଜଣାଯାଇଛି । ପରୀକୁ ନ୍ୟାୟ ଓ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରାଯାଇଛି । ଏହି ମାମଲାର ସିବିଆଇ କିମ୍ବା ଏସଆଇଟି ତଦନ୍ତ କରାଯିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ସେହିପରି ଏହି ମାମଲାରେ ଯୁବ କଂଗ୍ରେସ ମଧ୍ୟ ରାସ୍ତାକୁ ଓହ୍ଲାଇଛି ।
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ହୋଇଥିବା ବେଳେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୧୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ ଓ ଅନୁଗୁଳରୁ ସର୍ବାଧିକ ୪ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ, ଭୁବନେଶ୍ୱରରୁ ୨, ବାଲେଶ୍ୱରରୁ ୨, ନୟାଗଡ ଓ ପୁରୀରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି ।
ରାଜକୋଟ: ଗୁଜୁରାଟର ରାଜକୋଟ ଜିଲ୍ଲା ସ୍ଥିତ କୋଭିଡ୍ ଡାକ୍ତରଖାନାରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ରାଜକୋଟରେ ଥିବା ଶିବାନନ୍ଦ ହସ୍ପିଟାଲର ଆଇସିୟୁରେ ଏହି ଅଗ୍ନିକାଣ୍ଡ ଘଟିଥିଲା। କୋଭିଡ ହସ୍ପିଟାଲ ହେତୁ ଆଇସିୟୁରେ ପାଖାପାଖି 11 ଜଣ ରୋଗୀ ଭର୍ତ୍ତି ଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲରେ ପ୍ରାୟ 33 ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଆହତ ମାନଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବା ସହ ରୋଗୀମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜ୍ଞାପନ କରିବା ସହ ଆହତମାନଙ୍କ ଚିକିତ୍ସା ଲାଗି ଯଥା ସମ୍ଭବ ସୁବିଧା…
ଭୁବନେଶ୍ବର: ରାଜ୍ୟରେ ଆଜି ୫୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୪୩ ଜଣ ଚିହ୍ନଟ ହୋଇଥିବାବେଳେ ୨୫୧ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର୨୩୯କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮ହଜାର ୮୩୯ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୬୨୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୦୪ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍ ୬୪୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ରୁ ସର୍ବାଧିକ ୫୬ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୩୭, ବାଲେଶ୍ଵରରୁ ୩୪, ବରଗଡରୁ…
ନୂଆଦିଲ୍ଲୀ : ଦେଶରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ଆଜି ଦେଶରେ 93 ଲକ୍ଷ ଟପିଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରୁ 43 ହଜାର 82 ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ପଜିଟିଭ୍ କେସ୍ 93 ଲକ୍ଷ 9 ହଜାର 788କୁ ବୃଦ୍ଧି ପାଇଛି । ସେହିପରି ଗତ 24 ଘଣ୍ଟାରେ 492 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 1 ଲକ୍ଷ 35 ହଜାର 715କୁ ଛୁଇଁଛି। ଏବେ ଦେଶରେ ମୃତ୍ୟୁହାର 1.46% ରହିଛି ।
ପୁରୀ : ଦୁର୍ଲଭ ନାଗାର୍ଜୁନ୍ ବେଶରେ ସଜ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦୀର୍ଘ ଅଢେଇ ଘଣ୍ଟା ପରେ ଶେଷ ହୋଇଛି ବହୁ ପ୍ରତୀକ୍ଷିତ ନାଗାର୍ଜୁନ୍ ବେଶ । ଆଜି ସକାଳ ସାତଟାରୁ ଆରମ୍ଭ ହୋଇ ସକାଳ ସାଢ଼େ 9ଟାରେ ପ୍ରଭୁଙ୍କ ଏହି ବେଶ ଶେଷ ହୋଇଥିବା ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବୀର ବେଶରେ 16 ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଥିଲେ। ଦୁଇ ଠାକୁରଙ୍କ ମସ୍ତକରେ ହାଣ୍ଡିଆ ଶୋଭା ପାଉଥିବା ବେଳେ ଉଭୟ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ ଓ ଖଣ୍ଡା ଆଦି ଆୟୁଧ ଧାରଣ କରିଥିଲେ। ନାଗାର୍ଜୁନ ବେଶରେ ମହାପ୍ରଭୁ ସଜ୍ଜିତ ହୋଇଥିବା ବେଳେ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ନାଗାର୍ଜୁନ୍ ବେଶ ପୁରୀରେ କଟକଣା ଜାରି କରାଯାଇଛି । ଗତକାଲିମଧ୍ୟରାତ୍ରିରୁ ପୁରୀରେ 144 ଧାରା ଜାରି କରାଯାଇଛି…
ନୂଆଦିଲ୍ଲୀ, ଭାରତୀୟ ନୈସେନାର ମିଗ୍ -29 କେ ଯୁଦ୍ଧ ବିମାନ ଗୁରୁବାର ଦିନ ଦୁର୍ଘଟଣାର ଶିକାର ହୋଇଛି। ଭାରତୀୟ ନୈସେନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ପ୍ରାୟ ପାଞ୍ଚଟା ବେଳେ ମିଗ -29 କେ ଦୁର୍ଘଟଣା ଘଟି ବିମାନଟି ସମୁଦ୍ରରେ ଖସି ପଡିଛି। ଏହି ଯୁଦ୍ଧ ବିମାନର ଦୁଇଜଣ ପାଇଲଟ ଥିଲେ। ଜଣେ ପାଇଲଟଙ୍କୁ ଖୋଜାଖୋଜି କରିବା ପରେ ଠାବ କରାଯାଇଥିବା ବେଳେ ଅନ୍ୟ ଜଣେ ପାଇଲଟଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ। ନୈସେନା ତରଫରୁ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବିମାନଟି ଟ୍ରେନିଂ ବିମାନ ଭାବରେ ବ୍ୟବହୃତ ହେଉଥିଲା। ବିମାନର ଦ୍ୱିତୀୟ ପାଇଲଟ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ସମୁଦ୍ର ଅଞ୍ଚଳରେ ବାୟୁ ଏବଂ ଜଳ ଉପରେ ଅପରେସନ କରି ପାଇଲଟଙ୍କୁ ଖୋଜା ଚାଲିଛି।
ପୁରୀ, ସେବାୟତଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ଆଜି ମହାପ୍ରଭୃଙ୍କ ନାଗାର୍ଜ୍ଜୁନ ବେଶ ତିନି ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି। ମନ୍ଦିର ଭିତରେ ସୁନା ଭଣ୍ଡରରେ ସୁନା ଗଣତି ନେଇ ଏହି ବିବାଦ ଉପୁଜିଥିଲା। ଏହି ବିବାଦ ମେକାପ ସେବାୟତ ଏବଂ ଖୁଣ୍ଟିଆ ସେବାୟତ ମଧ୍ୟରେ ଦେଖାଯାଇଥିଲା। ସେହିପରି ସେବା ନ ଥିବା କେତେକ ସେବାୟତ ମନ୍ଦିର ଭିତରେ ରହିବା ଯୋଗୁଁ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ଏହି ବିବାଦର ସମାଧନ ହୋଇଥିଲା। ଫଳରେ ଭୋର 4ଟାରୁ ଆରମ୍ଭ ହେବାକୁ ଥିବା ନାଗାର୍ଜ୍ଜୁନ ବେଶ ସକାଳ 7ଟାରେ ଆରମ୍ଭ ହୋଇଥିଲା।
ନୂଆଦିଲ୍ଲୀ, ‘ସୋରିଷ ତେଲ’ ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍ ଉପକାରୀ। ମସଲାଯୁକ୍ତ ଲୁଣଠାରୁ ଆରମ୍ଭ କରି ସୁସ୍ବାଦୁ ଖାଦ୍ୟ ପର୍ୟ୍ୟନ୍ତ ସୋରିଶ ତେଲ ବ୍ୟବହାର ହୋଇଥାଏ। କେଶର ଚମକକୁ ବୃଦ୍ଧି କରିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୁଏ। ସୋରିଷ ତେଲ ଶୁଖିଲା କେଶକୁ ମୋଟା, ଚକଚକିଆ ଏବଂ ନରମ ରଖିବା ପାଇଁ ବ୍ୟବହାର କରାଯାଏ। ଚର୍ମକୁ ନିୟମିତ ମାଲିସ୍ କରିବା ଦ୍ୱାରା ଚେହେରାରେ ସୈନ୍ଦର୍ୟ୍ୟ ବୃଦ୍ଧି ପାଇଥାଏ। ଆୟୁର୍ବେଦ ଅନୁଯାୟୀ, ଚର୍ମର ଚିକ୍କଣତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଠିକ୍ ହଜମ ପାଇଁ ସୋରିଷ ତେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ଏହି ତେଲ ଥଣ୍ଡାକୁ ରୋକିବା ସହ ମାଂସପେଶୀକୁ ଆରାମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବୋଧହୁଏ ଏହି କାରଣରୁ ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସୋରିଷ ତେଲର ଏକ ବିଶେଷ ସ୍ଥାନ ଅଛି।
ଭୁବନେଶ୍ବର, ବର୍ତ୍ତମାନ ଜନ୍ମଦିନ ପାର୍ଟିରେ ମିଳିବ ମାଣ୍ଡିଆ କେକ୍। ବିଶ୍ବାସ ହେଉ ନାହିଁ କି ! ଏହା ସତକଥା। ଏବେ ମାଣ୍ଡିଆର ଭେଳିକି ଭେଳି ଖାଦ୍ୟ ପଦାର୍ଥ ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ମାଣ୍ଡିଆ ଆଉ ଖିରି ବା ଜାଉ ଭିତରେ ସୀମିତ ହୋଇ ରହି ନାହିଁ। ଏହି ମାଣ୍ଡିଆରୁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଦେଖାଇଛନ୍ତି ସୁନ୍ଦରଗଡ ସ୍ବୟଂ ସହାୟକ ଗୋଷ୍ଠୀ। ଜିଲ୍ଲା ପ୍ରଶାସନର ସହାୟତାରେ ଏହି ଗୋଷ୍ଠି ମାଣ୍ଡିଆର ପକୋଡା, ମାଣ୍ଡିଆର ବରା, ଲଡୁ, ଉପମା, ହାଲୁଆ ଏବଂ ଖେଚୁଡି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ମିଲଟ ମିଶନ ମାଧ୍ୟମରେ ସୁନ୍ଦରଗଡର ଏହି ଏସଏଚଜି ଗୋଷ୍ଟୀ ଏହି ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ବର୍ତ୍ତମାନ ମାଣ୍ଡିଆର ଏହି ଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଯୋଗାଇବାରେ ଲାଗିଛନ୍ତି। ତେବେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପ୍ରସ୍ତୁତ ନେଇ ଜିଲ୍ଲା ପ୍ରଶାସନ…
ମେଷ: ଅର୍ଥ ଦୃଷ୍ଟିରୁ ସମୟ ମଧ୍ୟମ ଅଟେ। ଖର୍ଚ୍ଚ ଅଧିକ ହେବ । ଖର୍ଚ୍ଚ ବନ୍ଦ କରନ୍ତୁ । ଏହି ସମୟରେ, ଇଲେକ୍ଟ୍ରୋନିକ୍ ଜିନିଷଗୁଡିକ ତ୍ରୁଟିପୂର୍ଣ୍ଣ ହୋଇପାରେ, ଯାନବାହାନରେ ଖର୍ଚ୍ଚ ହୋଇପାରେ କିମ୍ବା ଘରେ ଖର୍ଚ୍ଚ ଆପଣଙ୍କ ପାଇଁ ମହଙ୍ଗା ହେବ । ବୃଷ: ଟଙ୍କା ରୋଜଗାରର ସମ୍ଭାବନା ଦ୍ରୁତ ଅଟେ । ଅଟକି ରହିଥିବା ପୁରୁଣା ଟଙ୍କା କିମ୍ବା କୈଣସି ଟଙ୍କା ବିଦେଶରୁ ମିଳିବ । ଭ୍ରମଣରେ ଫସି ରହିଥିବା ଟଙ୍କା ମଧ୍ୟ ମିଳିପାରିବ । ଲାଭ ଦୃଷ୍ଟିରୁ ସମୟ ଭଲ ଅଟେ । ମିଥୁନ: ଆର୍ଥିକ ଦୃଷ୍ଟିରୁ ସମୟ ବହୁତ ଭଲ । ଟଙ୍କା ନିଶ୍ଚିତ ଭାବରେ ଆପଣଙ୍କୁ ଲାଭ ଦେବ । ଅତୀତରେ କରାଯାଇଥିବା କଠିନ ପରିଶ୍ରମ ଆପଣଙ୍କ ପାଇଁ କାମ କରିବ । ଯଦି ଆପଣ ସଫଳ ଯୋଜନା କରନ୍ତି, ତେବେ ଆର୍ଥିକ ସ୍ଥିତିରେ ନିଶ୍ଚିତ ଉନ୍ନତି ହେବ । କର୍କଟ: ଆର୍ଥିକ ଦୃଷ୍ଟିରୁ, ଭାଗ୍ୟ…
ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ। ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ । କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ। ମିଥୁନ: ପରିବାରରେ ସୁଖ ଏବଂ…
ଭୁବନେଶ୍ବର, ଚଳିତ ବର୍ଷ ଶ୍ରୀଜୀୟୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଗତ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ପଡିଥିଲା। ଅର୍ଥାତ ୨୫ ବର୍ଷ ପରେ ଏହି ବେଶ ପଡିଛି। ଫଳରେ ଏହା ଦେଖିବା ପାଇଁ ଭକ୍ତମାନଙ୍କ ମନରେ ପ୍ରବଳ ଉତ୍କଣ୍ଠା ଥିଲା। ହେଲେ କରୋନା ପାଇଁ ସେ ସବୁ ବନ୍ଦ କରି ଦିଆଯାଇଛି। ୨୫ ବର୍ଷ ତଳେ ପଡୁଥିଲେ ମଧ୍ୟ ଭକ୍ତମାନେ ତାହା ଦର୍ଶନ କରିବାରୁ ବଞ୍ଚିତ ହେବେ। ମନ୍ଦିର ପ୍ରଶାସନ ତରଫରୁ କରୋନା ସଂକ୍ରାମଣ ପାଇଁ ଏହି ବେଶ ଦେଖିବାକୁ ବାରଣ କରାଯାଇଛି। ଏହି ନାଗାର୍ଜୁନ ବେଶ କଣ ନାଗାର୍ଜ୍ଜୁନ ବେଶ ହେଉଛି ଶ୍ରୀ ଜୀୟୁଙ୍କ ଏକ ବିରଳ ବେଶ। ଏଥିରେ ଠାକୁର ବୀର ବା ଯୋଦ୍ଧା ବେଶର ସଜେଇ ହୁଅନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ରରେ ଠାକୁରଙ୍କୁ ସଜା ଯାଇଥାଏ। ପ୍ରଭୁ ବଳଭଦ୍ର ଏବଂ ପ୍ରଭୁ ଶ୍ରୀଜଗନ୍ନାଥ ପଛରେ ଧନୁତୀର ରଖାଯାଇଥାଏ। ମୁଣ୍ଡରେ ଏକ…
ନୂଆଦିଲ୍ଲୀ, ଯେପର୍ଯ୍ୟନ୍ତ କରୋନା ଟୀକା ବଜାରକୁ ନ ଆସିଛି ସେ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିବ। ଏପରି ଏକ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ କହିଛନ୍ତି ଯେ, ବର୍ତ୍ତମାନ କରୋନା ପରିସ୍ଥିତି ଯେପରି ଅଛି ସେ ନେଇ ସ୍କୁଲ ଖୋଲିବା ନେଇ କୌଣସି ଚିନ୍ତା କରାଯାଇ ନାହିଁ। ବର୍ତ୍ତମାନ ଏତେବଡ ମହାମାରୀ ଭିତରେ ଆମେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବୁ ନାହିଁ। ତେଣୁ ଯେଉଁମାନେ ସ୍କୁଲ ଖୋଲିବା ପାଇଁ ଦାବୀ କରୁଛନ୍ତି ତାହାକୁ ସରକାର ଗ୍ରହଣ କରିବେ ନାହିଁ।

