ମାଲକାନଗିରି : ଘାଟିରେ କମାଣ୍ଡର ଓଲଟି ଜଣେ ମୃତ୍ୟୁ ହୋଇଥିବାବେଳେ 10ଜଣ ଗୁରୁତର ହୋଇଛନ୍ତି । ମାଲକାନଗିରି ବଣ୍ଡାଘାଟିରେ ଯାତ୍ରୀବାହୀ କମାଣ୍ଡର ଓଲଟିପଡିଛି । ମୁଦୁଲିପଡାରୁ ଯାତ୍ରୀ ନେଇ ଖଇରପୁଟକୁ ନେଇ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ଖଇରପୁଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତନାଘନା କରିଛି ।
Author: Samikhsya Bureau
ଭୁବନେଶ୍ବର, ଆଜି ଭାରତର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି। ସେ 1917 ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ସ୍ଥାନରେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ସେହିପରି ଭୁବନେଶ୍ବର ପ୍ରଦେଶ କଂଗ୍ରେସ କମିଟ ତରଫରୁ ମଧ୍ୟ ଇନ୍ଦିରାଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇଛି। କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୟରେ ଶତାଧିକ କଂଗ୍ରେସ କର୍ମି ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଭୁବନେଶ୍ବରର ଇନ୍ଦିରା ପାର୍କରେ କର୍ମିମାନେ ଏକାଠି ହୋଇ ଇନ୍ଦିରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।
ଭୁବନେଶ୍ୱର: ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡର ସୀମା ବିବାଦ ଲାଗି ରହିଛି । ସୀମା ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ ସହ ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଆବଶ୍ୟକ ପଡିଲେ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ପୁଣି ଥରେ ଉତ୍ତେଜନା ଦେଖାଦେଇଥିବା କଥା ଚିଠିରେ ଉଲ୍ଲେଖ ବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୀମା ବିବାଦ ଦ୍ୱାରା ସେସବୁ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉପରେ ପ୍ରଭାବ ପଡୁଛି । ଓଡ଼ିଶାରେ ଲୋକଙ୍କ ସାମାଜିକ, ଆର୍ଥିକ ସ୍ୱାର୍ଥ ସହ ସାଲିସ କରାନଯାଉ ବୋଲି…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ସନ୍ଦେହଜନକ ଭାବେ ଯୁବକଙ୍କ ମୃତ୍ୟୁ । ରୁଜୁ ହେଲା ଅପମୃତ୍ୟ ମାମଲା । ଯୁବକ ଜଣକ ହେଉଛନ୍ତି ଜ୍ୟୋତିରଞ୍ଜନ ଖୁଣ୍ଟିଆ(୨୫) ଏବଂ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ ବୋଲି ଜଣାପଡିଛି । ତାଙ୍କର ନାଚୁଣୀ ବଜାରରେ ଏକ ଔଷଧ ଦୋକାନ ମଧ୍ୟ ଅଛି । ପୋଲିସ ଠୁ ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଜ୍ୟୋତିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ମେଡିକାଲରେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟର କାରଣ ଅସ୍ପଷ୍ଟ ଥିବାଯୋଗୁଁ ଡାକ୍ତର ଏ ବିଷୟ ନେଇ ନାଚୁଣୀ ଫାଣ୍ଡିକୁ ସୂଚନା ଦେବାପରେ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ କେସ ନମ୍ବର ୨୭/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବେଛଦ ପାଇଁ ବାଣପୁର ମେଡିକାଲକୁ ପଠାଇବା…
ଅଦା ପ୍ରାୟତଃ ସମସ୍ତେ ତରକାରୀରେ ବ୍ୟବହାର କରିଥାନ୍ତି, ଯାହାର ଅନେକ ଗୁଣ ଏବଂ ଉପକାର ଅଛି। ତେଣୁ ଆଜି ଆମେ ଅଦାର ଏପରି 5 ଗୁଣ ବିଷୟରେ କହିବୁ ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରିବ। ହେଲେ ଅଦାର ଅନେକ ଗୁଣ ଅଛି ଯାହାକୁ ଆମେ ବ୍ୟବହାର କରି ନ ଥାଉ। ଅଦା ବ୍ୟବହାର କରିବା ଦ୍ୱାରା ଶରୀରରେ ଅନେକ ଲାଭ ମିଳିଥାଏ ଏବଂ କିଛି ଉପକାର ଅଛି ଯାହା ନିମ୍ନରେ ଦିଆଯାଇଛି। ଓଜନ ହ୍ରାସ ଅଦା ପାଣି ପିଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ଉନ୍ନତ ହୋଇଥାଏ। ଏହି କ୍ଷେତ୍ରରେ, ଚର୍ବି ଶୀଘ୍ର ଜଳିଯାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ମଧୁମେହକୁ କରେ ନିୟନ୍ତ୍ରଣ ନିୟମିତ ଅଦା ପାଣି ପିଇବା ଦ୍ୱାରା ଶରୀରର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ। ଏହା ମଧୁମେହ ହେବାର ଆଶଙ୍କା ହ୍ରାସ କରିଥାଏ। ମୁଣ୍ଡବିନ୍ଧାରୁ ମୁକ୍ତି ଦିଏ ଅଦା ପାଣି…
ଭୁବନେଶ୍ୱର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓପ୍ରବଣ ଅଞ୍ଚଳ ପାଇଁ ଅନେକ କିଛି ଘୋଷଣା କରିଛନ୍ତି। ପୂର୍ବର ଗୁରୁପ୍ରିୟା ସେତୁଠାରୁ ଆରମ୍ଭ କରି ବର୍ତ୍ତମାନର ମାଗଣା ସ୍ମାର୍ଟ ଫୋନ ଯୋଗାଣ। ବିଭିନ୍ନ ସମୟରେ ସେ ରାଜ୍ୟର ମାଓପ୍ରବଣ ଅଞ୍ଚଳର ବିକାଶର ଧାରା ତିଆରି କରିବାରେ ଲାଗିଛନ୍ତି। ସେଥିପାଇଁ ବିଛିନ୍ନାଞ୍ଚଳରୁ ସ୍ୱାଭିମାନ ଅଂଚଳ ପାଲଟିଛି ମାଓପ୍ରବଣ ଜିଲ୍ଲା। ସ୍ଥାନୀୟ ଲୋକଙ୍କ ସର୍ବାଙ୍ଗୀନ ବିକାଶ ସହ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ଯୋଜନା ପ୍ରସ୍ତୁତ କରି ଉପାନ୍ତ ଅଞ୍ଚଳକୁ ବିକଶିତ ଜିଲ୍ଲାରେ ପରିଣତ କରୁଛନ୍ତି, ତାହା ପୂର୍ବରୁ କେବେ ହୋଇ ନ ଥିଲା। ନକ୍ସଲଙ୍କ ପ୍ରମୁଖ ଦାବୀ ଥିଲା ବିକାଶ। ସେହି ବିକାଶକୁ ଆଗକୁ ନେଇ ନବୀନ ବର୍ତ୍ତମାନ ସେମାନଙ୍କ ମୁହଁ ବନ୍ଦ କରିବାରେ ସକ୍ଷମ ହୋଇ ପାରିଛନ୍ତି। ସେହିପରି ସଂସ୍କୃତି ସଂପର୍ଣ୍ଣ ଓଡିଶାର ଐତିହ୍ୟ କଥା ଦେଖାଯାଉ। ରାଜ୍ୟର ଶ୍ରୀକ୍ଷେତ୍ର ପୁରୀର ବିକାଶ ସହ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵ ବିକାଶ ଦିଗରେ…
ମେଷ ମେଷ ରାଶିର ଲୋକମାନେ ମିଶ୍ରିତ ଫଳାଫଳ ପାଇବେ। ଆପଣ କାର୍ଯ୍ୟ କରିବାର ପଦ୍ଧତିରେ କିଛି ପରିବର୍ତ୍ତନ କରିପାରିବେ, ଯାହା ପରେ ଆପଣଙ୍କୁ ଲାଭ ଦେବ। ଆପଣଙ୍କର କୈଣସି ପୁରୁଣା କ୍ଷତି ପାଇଁ ଆପଣ ପୂରଣ କରିବାରେ ସକ୍ଷମ ହେବ। ଆପଣଙ୍କର କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍, ନଚେତ୍ କାହା ସହିତ ବିତର୍କ ହୋଇପାରେ। ଭାଗ୍ୟ ଏକ ନୂତନ ସମ୍ପର୍କ ମାଧ୍ୟମରେ ଉଜ୍ଜ୍ୱଳ ହେବ। ଆପଣ ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ। ବୃଷ ବୃଷ ରାଶି ପାଇଁ ଆଜି ଏକ ଭଲ ଦିନ ହେବ। ବ୍ୟବସାୟୀମାନେ ବିପୁଳ ଲାଭ ପାଇପାରିବେ। କଠିନ ପରିଶ୍ରମ ଅନୁଯାୟୀ ଫଳାଫଳ ମିଳିବ। ସରକାରୀ ଚାକିରି କରୁଥିବା ଲୋକମାନେ ପଦୋନ୍ନତି ପାଇପାରିବେ। ସନ୍ଧ୍ୟାରେ କିଛି ଭଲ ଖବରର ସମ୍ଭାବନା ଅଛି। ହଠାତ୍ ଆପଣ ଟଙ୍କା ଫେରସ୍ତ କରିପାରିବେ, ଯାହା ଆପଣଙ୍କୁ ଖୁସି କରିବ। ମିଥୁନ ମିଥୁନ ରାଶି ପାଇଁ ଆଜି ମଧ୍ୟମ ଫଳ ହେବାକୁ ଯାଉଛି। କୈଣସି…
ଭୋପାଳ, ଗୋ ସଂପଦର ସୁରକ୍ଷା ପାଇଁ ମଧ୍ୟପ୍ରଦେଶ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଗଠନ କରିଛନ୍ତି ଗୋ କ୍ୟାବିନେଟ। ଆଜି ଏ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ଗୋ କ୍ୟାବିନେଟରେ ପାଞ୍ଚୋଟି ବିଭାଗକୁ ନେଇ ଗଠନ କରାଯାଇଛି। ସେଗୁଡିକ ହେଲା ପଶୁପାଳନ ବିଭାଗ, ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ, ରାଜସ୍ବ, ଗୃହ ଏବଂ କିଷାନ କଲ୍ୟାଣ ବିଭାଗ। ଏହି ବିଭାଗର ମନ୍ତ୍ରୀମାନେ ଗୋ କଲ୍ୟାଣ ଉପରେ ବିସ୍ତୁତ ପଦକ୍ଷେପ ନେବେ। ଏହି ଗୋ କ୍ୟାବିନେଟର ପ୍ରଥମ ବୈଠକ ଆସନ୍ତା 22 ତାରିଖ ଗୋଷ୍ଠମୀ ଦିନ ବସିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ତେବେ ଏହା ରାଜ୍ୟ ସଚିବାଳୟରେ ନ ବସି ଗୋ ଅଭ୍ୟୟାରଣ୍ୟ କିମ୍ବା ମାଲାୱାରେ ବସିବ ବୋଲି ଜଣାପଡିଛି।
ଭୁବନେଶ୍ବର, ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ବା ଏମସ୍ ରେ 108 ଟି ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏନେଇ ଆଜି ଏମସ ତରଫରୁ ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯାଇଛି। ଏହି ବିଜ୍ଞାପନ ବାହାରିବା 30 ଦିନ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ କୁହାଯାଇଛି। ଏହାପରେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ। ଏଥିରେ ପ୍ରଫେସର, ଆଡିସିନାଲ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିସାଣ୍ଟ ପ୍ରଫେସର, ହସପିଟାଲ ପ୍ରଶାସନ ପରି 49ଟି ପଦବୀ ରହିଛି।ଏହି ପଦବୀ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ନିଯୁକ୍ତି ଦିଆଯିବ। ବିସ୍ତୁତ ତଥ୍ୟ ଜାଣିବା ପାଇଁ ଏହାକୁ କ୍ଲିକ କରିନ୍ତୁ
ଭୁବନେଶ୍ବର, କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏ କ୍ଷେତ୍ରରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସମାଜର ବିପଦସଂକୁଳ ବର୍ଗର ବ୍ୟକ୍ତି ମାନଙ୍କୁ ଟୀକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଆଜି କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟୀକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ ।ତେଣୁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ହାତ ଧୋଇବା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ବାଲୁଗାଁ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଦ୍ରୁତଗତିରେ ଆସୁଥିବା ଦୁଇ ଗୋଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଉଭୟ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କର ଗ୍ରାମ ବାଲୁଗାଁ ବିଦ୍ୟାଧରପୁର ସାହି ହୋଇଥିବାସ୍ଥଳେ ଅନ୍ୟ ଜଣେ ମଠପାଟଣାର ବୋଲି ଜଣାପଡିଛି। ତେବେ ଖବର ପାଇ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାରକରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିବା ପାଇଁ ପ୍ରକ୍ରିୟା ଜାରି ରହିଥିବାର ସୂଚନା ମିଳିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶିକ୍ଷା ଅଧିକାର ଆଇନ ଭାରତ ସଂସଦର ଏକ ନିୟମ ଯେଉଁଥିରେ ୬ ବର୍ଷରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଥିଲା। ଏହାଦ୍ୱାରା ଭାରତ ୧୩୫ଟି ଦେଶ ମଧ୍ୟରୁ ଗୋଟିଏ ହେଲା। ଆର୍ଟିଇ ଆକ୍ଟ ମୁକ୍ତ ଏବଂ ବାଧ୍ୟତାମୂଳକ ଶବ୍ଦଗୁଡ଼ିକୁ ଅନ୍ତର୍ଭୁକ୍ତ କରେ। ମାଗଣା ଶିକ୍ଷାର ଅର୍ଥ ହେଉଛି ଯେକୌଣସି ଶିଶୁ ତାଙ୍କ ପିତାମାତାଙ୍କ ଦ୍ୱାରା ଏକ ବିଦ୍ୟାଳୟରେ ଆଡ଼ମିଶନ ହୋଇଥିବ ଯେଉଁଠାରେ କୌଣସି ଦେୟ ପ୍ରଦାନ ହେବ ନାହିଁ। ଏହାସହ ଫ୍ରେମୱାର୍କ ଆର୍ଟିଆଇ ଅଧିନିୟମ ଅନୁଯାୟୀ ସଂବିଧାନର ଧାରା ୨୧(କ)ରେ ଦର୍ଶାଯାଇଥିବା ଏହି ମୌଳିକ ଶିଶୁ ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏକ ଆଇନଗତ ଦାୟିତ୍ୱ ନିର୍ବାହ କରେ। ଓଡ଼ିଶାର ବିଜେଡ଼ି ସରକାର ଚଳିତ ଶିକ୍ଷାବର୍ଷରୁ ସମଗ୍ର ରାଜ୍ୟରେ ୧୪ହଜାର ୫୦୦ ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନିକଟରେ କେନ୍ଦ୍ର ସରକାର ପାରିତ କରିଥିବା ତିନୋଟି କୃଷି ବିଲ୍ ସାରା ଦେଶ ତଥା ଓଡ଼ିଶା କୃଷକଙ୍କ ପାଇଁ ବଂଚିବାର ଅଧିକାର ଛଡ଼ାଇ ନେବା ସହ ଜୀବିକା ମାରଣ ନୀତି ବୋଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି। ଏନେଇ ଆଜି ବହୁ କୃଷକଙ୍କ ସହ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ପୂର୍ବସୂଚୀ ଅନୁଯାୟୀ ଆର୍ଡ଼ିସିଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀକୁ ୧୯୫୫ ଆଇନରେ ଅନ୍ତର୍ଭୁକ୍ତ କରିବା, ସାମଗ୍ରୀ ସଂଶୋଧନ ଆକ୍ଟ ୨୦୨୦କୁ ପ୍ରତ୍ୟାହାର କରିବା, କର୍ପୋରେଟ ହାଉସ୍ ସାମଗ୍ରୀ କିଣିବା ଓ ଗଚ୍ଛିତ ରଖିବାର ସୀମା ଧାର୍ଯ୍ୟ କରିବା, ପ୍ରଚଳିତ ଲିମିଟେସନ ଆକ୍ଟ ୧୯୬୩ରୁ ବାଦ୍ ଦେବା, ରାଜସ୍ୱ ଗ୍ରାମର ଶତକଡ଼ା ୭୦ ଭାଗ ଜମି କୃଷି କର୍ମଣ ପାଇଁ ସଂରକ୍ଷିତ ରଖିବା, କୃଷି ନୀତିରେ ସଂଶୋଧନ କରିବା, କଂପାନୀ ନେଇଥିବା ଜମିଗୁଡ଼ିକ…
କନ୍ଦର୍ପ ବେହେରା ରେଢାଖୋଲ: ଜାତିଆଣ ଆକ୍ଷେପକୁ ନେଇ ଚାରମାଳ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବ୍ଲକ୍ ଚାରମାଳ ଥାନା ବଡନୂଆଁପଡା ଗ୍ରାମରେ ଜାତିଆଣ କଥାକୁ ନେଇ ଗ୍ରାମର ଚାଙ୍ଗୁଡା ସୁନା ନାମକ ବ୍ୟକ୍ତି ଚାରମାଳ ଥାନାରେ ଲିଖିତାକାରରେ ଅଭିଯୋଗ କରିଥିବା ବେଳେ, ସେଇ ଗ୍ରାମର ବିଦ୍ୟାଧର ସାମଲ ଅଭିଯୋଗ କରିଛନ୍ତି ଯେ ଚାଙ୍ଗୁଡା ସୁନାର ପୁଅ ତାଙ୍କ ଘରକୁ ଆସି ଗାଳିଗୁଲଜ କରିଥିବା ଉଭୟ ପକ୍ଷରୁ ଚାରମାଳ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିବା ପୋଲିସ୍ ସୁତ୍ରରୁ ଜଣାପଡିଛି। ୩ ବର୍ଷ ହେଲା ସେହି ଗ୍ରାମରେ ୮ଟି ହରିଜନ ପରିବାର ବସବାସ କରିଆସୁଛନ୍ତି। ସବୁ ସମୟରେ ବହୁବାର ଉଚ୍ଚ ଜାତିର ଲୋକମାନେ ଆମ ୮ ହରିଜନ ପରିବାରକୁ ସେମାନେ ସବୁବେଳେ ଜାତିଆଣ ଆକ୍ଷେପ କରୁଥିବା ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ବର୍ଷ ବର୍ଷ ଧରି ବହୁ ହଇରାଣ ହରକତ କରୁଥିବା…
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ଶିକ୍ଷାର ମାନବୃଦ୍ଧି ତଥା ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି। ହେଲେ ସରକାର ଯେଉଁ ବିଦ୍ୟାଳୟରେ୨୦ ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି ତାହା ବନ୍ଦ କରି ଅନ୍ୟ ସ୍କୁଲରେ ମିଶାଇବା ଅଭିଯାନ ଏବେ ଆରମ୍ଭ କରିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବଂଶାଜାଲ ପଂଚାୟତର ଭାଡିଦର ବିଦ୍ୟାଳୟକୁ ସରକାର ବନ୍ଦ କରିଦେଉଥିବାରୁ ଏହାର ପ୍ରତିବାଦରେ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀମାନେ। ଏହା ସହିତ ଅଭିଭାବକ ଓ ଗ୍ରାମବାସୀ ମାନେ ମଧ୍ୟ ଏହି ଧାରଣାରେ ବସି ଥିଲେ। ସରକାର ୨୦ ରୁ କମ୍ ଥିବା ବିଦ୍ୟାଳୟ ବନ୍ଦ କରୁଥିବା ବେଳେ ଭାଡିଦରରେ ୨୪ ଜଣ ଛାତ୍ରଛାତ୍ରୀ ରହୁଥିବା…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଜାମୁଜୋରି ପଂଚାୟତର କୁଡାନାଳି ଗ୍ରାମରେ ଥିବା ରାସ୍ତା ମରାମତି ଦାବୀରେ ଆଜି ନାକଟିଦେଉଳ ବ୍ଲକ୍ ପ୍ରାଙ୍ଗଣରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ଆମରଣ ଅନଶନ କରାଯାଇଥିଲା। ପ୍ରକାଶ ଯେ, ଦୀର୍ଘ ଦିନ ହେଲା କୁଡାନାଳୀ ରାସ୍ତାର ଉନ୍ନତି କରଣ ହୋଇପାରୁ ନଥିବା ତଥା ବର୍ଷା ହେଲେ ଗ୍ରାମ୍ୟ ରାସ୍ତା କାଦୁଅରେ ଭରପୁର ହେବା ଆଦି ଦାବୀରେ ବ୍ଲକ୍ ସଭାପତି ଉଗ୍ରେସନ ଦେହୁରୀ ଏବଂ ରମାକାନ୍ତ ସାହୁ, ରିଙ୍କୁନ୍ ସାହୁ ଆମରଣ ଅନଶନରେ ବସିଥିଲେ। ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ କୁଡାନାଳୀ, ତଳନାଳୀ ଓ ଲୁବୁରୀ ଗ୍ରାମ୍ୟ ରାସ୍ତା ଗୁଡିକ ଦୟନୀୟ ହୋଇ ପଡିଛି। ସରକାର ଏ ଦିଗରେ ପଦେକ୍ଷପ ନେଉନାହାନ୍ତି। ପୂର୍ବରୁ ଗ୍ରାମବାସୀ ତରଫରୁ ବିଡିଓଙ୍କ ଠାରେ ଲିଖିତାକାରରେ ଲେଖି ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ଆଶୁ ସମାଧାନ ହୋଇପାରି ନଥିଲା। ୭ ଦିନ ମଧ୍ୟରେ ଏହି ରାସ୍ତାର…
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। କଟକରୁ ସର୍ବାଧିକ ୧୦୮ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୦୩, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ବରରୁ ୫୪, କେନ୍ଦ୍ରାପଡ଼ାରୁ ୫୩, କେନ୍ଦୁଝରରୁ ୫୦, କଳାହାଣ୍ଡିରୁ ୪୭, ବଲାଙ୍ଗିରିରୁ ୪୬, ନୟାଗଡରୁ ୪୦, କୋରାପୁଟରୁ ୩୮, ବରଗଡରୁ ୩୭, ନୂଆପଡ଼ାରୁ ୩୭, ପୁରୀରୁ ୩୪, ସମ୍ବଲପୁରରୁ ୩୨, ଯାଜପୁରରୁ ୩୦, ଗଞ୍ଜାମରୁ ୨୬, ସୋନପୁରରୁ ୨୫, ନବରଙ୍ଗପୁରରୁ ୨୨, ରାୟଗଡାରୁ ୧୪, ଢେଙ୍କାନାଳରୁ ୧୧, ମାଲକାନଗିରିରୁ ୧୦, କନ୍ଧମାଳରୁ ୯, ଗଜପତିରୁ ୪, ଦେବଗଡ଼ରୁ ୩, ଭଦ୍ରକରୁ ୨ ଏବଂ ଷ୍ଟେଟ ପୁଲରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ଚାରି ଦଫା ଦାବି ନେଇ ଆଜି ଗଂଜାମ ଜିଲ୍ଲା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟଳୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ – (୧)ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ଗଂଜାମରେ ୪୩୩ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବନ୍ଦ କରାଯିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା । (୨)ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାର କରିବା । (୩)ଭିତ୍ତିଭୂମି ନଥିବା ତଥା ବିନା ସିଓଆର୍ ଏବଂ ଏନ୍ଓସିରେ ଚାଲିଥିବା ବେସରକାରୀ ସ୍କୁଲ ଚିହ୍ନଟ କରି ବନ୍ଦ କରିବା । (୪)ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ଚିହ୍ନଟ କରି ଚାକିରିରୁ ବହିଷ୍କାର କରିବା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ଏବଂ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।…
ହରିୟାଣା : ଦେଶର ଯଦିଓ କରୋନା ସଂକ୍ରମଣ ମାମଲାରେ ହ୍ରାସ ଘଟିଛି ତଥାପି କରୋନା ପ୍ରଭାବ ରହିଛି । କରୋନା ପାଇଁ ମାର୍ଚ୍ଚ ମାସରୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ସ୍ଥଳେ ନଭେମ୍ବର ମାସରୁ ଦେଶର କିଛି ଅଂଶରେ ଶିକ୍ଷାନୁଷ୍ଠାନ ଖୋଲିଛି । ପୂର୍ବରୁ କରୋନା ପାଇଁ ରହିଥିବା କଡାକଡି କଟକଣାରେ ମଧ୍ୟ କୋହଳ କରାଯାଇଛି, ଯାହାର ପରିଣାମ ଏବେ ଦେଖିବାକୁ ମିଳିଛି । ନିକଟରେ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି । ହରିୟାଣାର ଦୁଇ ସହରରେ କେତେକ ସ୍କୁଲ ବହୁ ଛାତ୍ରଛାତ୍ରୀ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି । 12ଟି ସରକାରୀ ସ୍କୁଲର ପ୍ରାୟ 72ରୁ ଉର୍ଦ୍ଧ୍ବ ପିଲା କରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ କରୋନାଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ପ୍ରଶାସନ ସ୍କୁଲକୁ ତିନି ଦିନ ପାଇଁ ବନ୍ଦ ରଖିଛନ୍ତି । ସଂକ୍ରମିତ ବିଦ୍ୟାର୍ଥୀଙ୍କସମେତ…
ଗୋଆ : ଗୋଆର ପୂର୍ବତନ ରାଜ୍ୟପାଳ ତଥା ସୁପ୍ରତିଷ୍ଠିତ ଲେଖିକା ମୃଦୁଳା ସିହ୍ନାଙ୍କ ପରଲୋକ ହୋଇଛି । ମୃଦୁଳା ପ୍ରାରମ୍ଭରୁ ଜନସଂଘ ସହ ଜଡିତ ଥିବା ସହିତ ବିଜେପିର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମୃଦୁଳାଙ୍କ ନିଧନରେ ଶୋକ ବ୍ୟକ୍ତ କରିବାସହିତ ସେ ସର୍ବଦା ଜନସେବା ଉତ୍ସର୍ଗୀକୃତ ଥିଲେ ବୋଲି କହିଛନ୍ତି । ଜଣେ ସୁଲେଖିକା ଭାବରେ ମୃଦୁଳାଜୀ ସଂସ୍କୃତି ସହିତ ସହିତ୍ୟର ଦୁନିଆରେ ବିଶେଷ ଯୋଗଦାନ ରଖିଥିଲେ ବୋଲଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ରାଷ୍ଟ୍ର, ସମାଜ ଏବଂ ସଙ୍ଗଠନ ପାଇଁ କାର୍ଯ୍ୟ କରିଥିଲେ । ସେ ଏପରି ଜଣେ ଲେଖିକା ଥିଲେ, ଯାହାକୁ ତାଙ୍କ ଲେଖନୀ ସର୍ବଦା ଅମର ରଖିବ ବୋଲି ଶାହା ଟ୍ୱିଟ କରିଛନ୍ତି । https://twitter.com/narendramodi/status/1329016785899753472?s=20 ସୂଚନାଯୋଗ୍ୟ,…
ବଲାଙ୍ଗିର: ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ କରିଛି ପୋଲିସ୍ । ସାତ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାର ସୂଚନା ରହିଥିବାବେଳେ ଏବେବି ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ଗଣହତ୍ୟାରେ 9ଜଣଙ୍କ ସମ୍ପୃକ୍ତି ଥିବା ସ୍ବତନ୍ତ୍ର ପୋଲିସ୍ ଟିମ୍ ସୂଚନା ଦେଇଛି । ଏମାନଙ୍କୁ ଅଧିକ ଜେରା ପରେ ହତ୍ୟାର କାରଣ ସମ୍ପର୍କରେ ଅଧିକ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି । ଏହି ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ, ଖଣ୍ଡା, ରଡ୍, ଗଇଁତି, ଫାର୍ସା, 2ଟି ଲୁନା, ଗୋଟିଏ ବାଇକ୍ଏ 6ଟି ମୋବାଇଲ୍, ପେଟ୍ରୋଲ୍ ବୋତଲ ଆଦି ଜବତ ହୋଇଛି । ବଲାଙ୍ଗିର ପାଟଣାଗଡରେ ଗୋଟିଏ ପରିବାରର ଛଅଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ବୁଲୁ ଜାନି, ତାଙ୍କ ପତ୍ନୀ ଓ ଚାରି ନାବାଳକ ପିଲାଙ୍କୁ ହତ୍ୟା କରାଯାଇଥିଲା। ସଅଁରପଡାରେ ଗୋଟିଏ ପରିବାରର ବାପା, ମା ସହ ଚାରି ସନ୍ତାନଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ମୃତକମାନେ ବିହାରର ମୂଳ ବାସିନ୍ଦା…

