ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲା ବିଜେପି ସଭାପତି ଭାବେ ନିଯୁକ୍ତି ପାଇଲେ ଯତିନ୍ ମହାନ୍ତି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଯତିନ୍ ମହାନ୍ତିଙ୍କୁ ନିଯୁକ୍ତି କରାଯାଇଛି। ଯତିନ୍ ମହାନ୍ତି ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ଓ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଛାତ ସଂସଦ ନିର୍ବଚନରେ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଡ. ମହାନ୍ତି ପୂର୍ବରୁ ରାଜ୍ୟ ସମ୍ପାଦକ ଓ ରାଜ୍ୟର ମୁଖ୍ୟପାତ୍ର ଭାବେ ଦାୟିତ୍ବ ତୁଲାଇଛନ୍ତି। ତାଙ୍କ ନେତୃତ୍ବରେ ଜିଲ୍ଲାର ସଙ୍ଗଠନ ନିଶ୍ଚିତ ଭାବେ ମଜବୁତ୍ କରାଯାଇପାରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମିରଞ୍ଜନ ମହାପାତ୍ର ବିଭିନ୍ନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା କାରଣରୁ ତାଙ୍କୁ ଦାୟିତ୍ବମୁକ୍ତ କରାଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇପାରନ୍ତି। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ପରିବହନ ନକରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନରେ ବହନ କରିବାକୁ ଦିଅନ୍ତୁ ନାହିଁ। ଦୀପାବଳୀ ଯେତିକି ପାଖେଇ ଆସୁଛନ୍ତି, ପୂର୍ବ ତଟ ରେଳପଥ ଯାତ୍ରୀ ଏବଂ ମେଲ/ ଏକ୍ସପ୍ରେସ ଟ୍ରେନରେ ଫଟକା ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡା ପଦକ୍ଷେପ ଗ୍ରହଣ କରିଛି। ଟ୍ରେନ୍ ଯାତ୍ରା ସମୟରେ ଜ୍ୱଳନ୍ତ ଜିନିଷ ବହନ କରିବା କଠୋର ନିଷେଧ। ଦୀପାବଳୀ ଉତ୍ସବ ସମୟରେ ଯାତ୍ରୀମାନଙ୍କ…
ଭୁବନେଶ୍ବର : ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରାସ ପାଳନ କରାଯାଇଥାଏ । ଦୀପାବଳିର ଦିନକ ପୂର୍ବରୁ ଏହା ପାଳିତ ହୋଇଥାଏ । ଏହି ଦିନ ପ୍ରଭୁ ଧନ୍ୱନ୍ତରୀଙ୍କୁ ପୂଜା କରାଯାଇଥାଏ ଏବଂ ଏହାକୁ ଶୁଭ ଦିନ ଭାବେ ଗଣାଯାଇଥାଏ । ସୁନା, ରୂପାର ଆଭୂଷଣ ଏବଂ ବାସନ ଆଦି ସାମଗ୍ରୀ କିଣିବାକୁ ଶୁଭ ବୋଲି ଧରାଯାଏ । ଏ ବର୍ଷ ଧନତେରାସ ନଭେମ୍ବର 13 ରେ ପଡୁଛି । ପୂଜା ପାଇଁ ସନ୍ଧ୍ୟା ସମୟକୁ ଉପଯୁକ୍ତ ବୋଲି ଜ୍ୟୋତିଷବିତମାନେ କହୁଛନ୍ତି । ସନ୍ଧ୍ୟା 5ଟା 28 ମିନିଟରୁ 5 ଟା 59 ମିନିଟ ପୂଜା ପାଇଁ ଶୁଭ ମୁହୂର୍ତ୍ତ । ଏହା 30 ମିନିଟ ଧନତେରାସ ପୂଜା ପାଇଁ ଭଲ । ଭଗବାନ ଧନ୍ୱନ୍ତରୀ ଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଇଥାଏ । ଯିଏକି ହାତରେ ଅମୃତ କଳସ ଧରିଥାନ୍ତି । ଧନବନ୍ତରିଙ୍କୁ ପୀତଳ ପସନ୍ଦ…
ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ ଅଗଷ୍ଟ ମାସରେ ୧.୯ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଗ କରିଥିବା ଏହି ମାସ ପାଇଁ ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଓଡ଼ିଶାରେ ସମ୍ପ୍ରତି ଜିଓର ୪୦.୨୮% ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ମୋବାଇଲ ଗ୍ରାହକ ସଂଖ୍ୟା ୧.୩୪ କୋଟିକୁ ବୃଦ୍ଧିପାଇଛି। ଦେଶର ମାତ୍ର ତିନିଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନପାଇଛି ଯେଉଁଠାରେ ଜିଓ ଦୂରସଂଚାର କ୍ଷେତ୍ରରେ ୪୦% ଗ୍ରାହକ ବଜାର ଅଂଶକୁ ଅତିକ୍ରମ କରିଯାଇଛି। ଟ୍ରାଇ ପକ୍ଷରୁ ୨୦୨୦ ଅଗଷ୍ଟ ମାସ ନିମନ୍ତେ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରାଜ୍ୟରେ ରିଲାଏନ୍ସ ଜିଓ ଏହି ମାସରେ ସର୍ବାଧିକ ୧.୯୦ ଲକ୍ଷ ବ୍ୟବହାରକାରୀ ଯୋଗକରିଛି। ସେହି ସମୟରେ ଉଭୟ ଏୟାରଟେଲ ଏବଂ ବିଏସଏନଏଲ ଗ୍ରାହକ…
ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର। ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି । ଏହି ମଞ୍ଜି ଅଟକିଥିବା ଯୋଗୁଁ ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା। ବରଗଡ ଜିଲ୍ଲା ଅତାବିରା ଅଂଚଳର ହେମଲତା ଯାଦବ ନାମକ ଏହି ୧୨ ମାସର ଶିଶୁ କନ୍ୟାଟି ଗତ ଅକ୍ଟୋବର ୩୦ ତାରିଖ ଦିନ ଘରେ ଖେଳୁଥିବା ସମୟରେ ଭୁଲବଶତଃ ଆତ ମଞ୍ଜିଟିକୁ ଗିଳି ଦେଇଥିଲା ଯାହାକି ତା’ର ଶ୍ୱାସନଳୀରେ ଅଟକି ଯାଇଥିଲା। ଏହା ଦ୍ୱାରା ଶିଶୁଟିର ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରିଥିଲା। ବ୍ୟସ୍ତ ବିବ୍ରତ ହୋଇ ତା’ର ବାପା-ମା ଶିଶୁଟିକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରୁ ତାକୁ ଅନ୍ୟ କୌଣସି ବଡ଼ ହସ୍ପିଟାଲକୁ ତୁରନ୍ତ ନେଇଯିବା ପାଇଁ କୁହାଯାଇଥିଲା। ଶିଶୁଟିକୁ ଦୀର୍ଘ ୧୦ ଦିନ ଧରି ବାପା-ମା ଅନେକ…
କଟକ : କଟକ ସହରରେ 46.39ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇଛି। ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ସେରୋ ସର୍ଭେ ନେଇ ଆରଏମ୍ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏନେଇ ସୂଚନା ଦେଇଛନ୍ତି। କରୋନାକୁ ନେଇ କଟକ ସହରରେ ମୋଟ 2274 ଜଣଙ୍କ ଠାରୁ ସାମ୍ପଲ ନିଆଯାଇଥିଲା। 25ଟି ୱାର୍ଡରୁ 1634, ସମ୍ବେଦନଶୀଳ ଗୋଷ୍ଠୀରୁ 640 ସାମ୍ପଲ ନିଆଯାଇଥିଲା। 25ଟି ୱାର୍ଡରୁ ସଂଗୃହୀତ ସାମ୍ପଲରୁ 41.08% ଆଣ୍ଟିବଡି ତିଆରି ହୋଇଛି। ସମ୍ବେଦନଶୀଳ ଗୋଷ୍ଠୀରୁ ସଂଗୃହୀତ ସାମ୍ପଲରୁ 56.4% ଆଣ୍ଟିବଡି ତିଆରି ହୋଇଛି। 16 ନଂ ୱାର୍ଡରୁ ସର୍ବନିମ୍ନ 22%, 47 ନଂ ୱାର୍ଡରୁ ସର୍ବାଧିକ 67% ଆଣ୍ଟିବଡି ତିଆରି ହୋଇଛି। ସେହିପରି ଅଳ୍ପ ବୟସ୍କଙ୍କ ଭିତରେ ଆଣ୍ଟିବଡି ବେଶି ବିକଶିତ ହୋଇଛି ବୋଲି ଆରଏମ୍ଆର୍ସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି।
ମୁମ୍ବାଇ : କରୋନା କାଳରେ ବହୁ ଅଭିନେତା ଆମକୁ ଛାଡି ଚାଲିଯାଇଛନ୍ତି । ଅଭିନେତା ଇର୍ଫାନ୍ ଖାନ୍, ସୁଶାନ୍ତ ସିଂହ ରାଜପୁତ୍ଙ୍କ ପରି ବହୁ ଲୋକପ୍ରିୟ କଳାକାର ଆମକୁ ଛାଡି ଚାଲିଯାଇଥିବାବେଳେ ଆଜି ଆଉ ଜଣେ ଅଭିନେତା ମଧ୍ୟ ଆମଠୁ ବିଦାୟ ନେଇଛନ୍ତି । ବଲିଉଡ୍ ଅଭିନେତା ଆସିଫ୍ ବସ୍ରା ଆତ୍ମହତ୍ୟା କରିଥିବାର ଖବର ରହିଛି । ଗୁରୁବାର ଦିନ ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ଧର୍ମଶାଳାରେ ବସ୍ରା ମ୍ୟାକେଲାଡ ରେ ଜୋଗିହାଓ୍ବାଡା ରୋଡ୍ ନିକଟରେ ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି ଏହି ଅଭିନେତା ଜଣକ । ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ୍ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ୍ ମୃତଦେହକୁ ଜବତ କରିବା ସହ ଛାନ୍ଭିନ୍ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଅଭିନେତା ଆସିଫ୍ ଗତ ପାଞ୍ଚ ବର୍ଷ ଧରି ମ୍ୟାକ୍ଲୋଡ୍ଗଞ୍ଜଠାରେ…
ହରିୟାଣା : ଚୋରିର ଅନେକ କାହାଣୀ ଆପଣମାନେ ଶୁଣିଥିବେ । କିନ୍ତୁ ହରିୟାଣାରେ ଚୋରିର ଏପରି ଏକ ମାମଲା ଆସିବଛି ଯାହାକୁ ଶୁରି ଆପଣ ଆଶ୍ଚର୍ଯ୍ୟ ହୋଇଟିବେ । ହରିୟାଣାର ଜିନ୍ଦ ସହରରେ ଚୋରମାନେ ଏକ ଘରର ପୂରା ମୂଳଦୁଆକୁ ଚୋରି କରିଛନ୍ତି । ଚୋର ଘରର ତଳେ ପଶି ଘରର ମୂଳଦୁକୁ ଚୋରି କରି ନେଇଛନ୍ତି । ଚୋର ନିଜ ଚୋରି ଆଇନର ସମସ୍ତ ନିୟମକୁ ପାଳନ କରିଛି । ଘରେ ତଳେ ଦିଆଯାଇଥିବା ମୂଳଦୁଆକୁ ଚୋର ଚୋରି କରି ନେଇଯାଇଛନ୍ତି । ତେବେ ଚୋରରର ଏହି ଅଜବ କାଣ୍ଡ ସମ୍ପର୍କରେ ଘର ଲୋକଙ୍କୁ ଟିକିଏ ବି ସୁରାକ୍ ମିଳିନଥିଲା । ତେବେ ଚୋର ଜଣକ ଘରର କୌଣସି କ୍ଷତି କରିନାହିଁ । ଚୋର ନିଜ ନିୟମ ମୁତାବକ ଚୋରି କରିଛି । ମିଳିଥିବା ସୂଚନା ଅନୁସାରେ ଜିନ୍ଦର ପଟେଲ୍ ନଗରରେ ରହୁଥିବା ଦିଲ୍ଓ୍ବାଗ କୋଠାର ମୂଳଦୁଆ ଚୋରି ହୋଇଛି…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସୌନ୍ଦର୍ଯ୍ୟ ଅନେକଙ୍କୁ ଦିଓ୍ବାନା ବନାଇଦେଇଥାଏ । ନିଜର ଷ୍ଟାଇଲ୍, ଆଉଟ୍ଫିଟ୍ ଓ ମେକଅପ୍କୁ ବେଶ୍ଚର୍ଚ୍ଚାରେ ରହିଥା’ନ୍ତି ଏହି ଅଭିନେତ୍ରୀ ଜଣକ । ନିକଟରେ ତାଙ୍କର ଏକ ଭିଡିଓକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଭିଡିଓରେ ତାଙ୍କର ଲୁକ୍ ସହ ଜବରଦସ୍ତ ମେକଅପ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ମେକ୍ଅପରେ ସେ 24 କ୍ୟାରେଟ ଅସଲି ସୁନାର ଆଇ ସ୍ୟାଡୋ ବ୍ୟବହାର କରିଛନ୍ତି । ନିକଟରେ ଅନୁଷ୍ଠିତ ହୋଇଥିବା ‘ଅରବ ଫ୍ୟାଶନ ୱିକ’ରେ ଶୋଷ୍ଟପର ବନିଥିଲେ ଉର୍ବଶୀ । ପ୍ରଥମ ବଲିଉଡ୍ ଅଭିନେତ୍ରୀ ଭାବେ ସେ ଏହି ଗୌରବ ପାଇଛନ୍ତି । ତାଙ୍କର ଏହି ଭିଡିଓ ଦେଖିବା ପରେ ତାଙ୍କପ୍ରଶଂସକମାନେ ବହୁ ସଂଖ୍ୟାରେ ପ୍ରତିକ୍ରିୟା ରଖିଛନ୍ତି । ଭାଇରାଲ୍ ହୋଇଥିବା ଏହିଭିଡିଓରେ ଉର୍ବଶୀ ସିଲିଭର୍ କଲରର ଆଉଟଫିଟ୍ରେ ବେଶ୍ ଆକର୍ଷଣୀୟା ଲାଗୁଛନ୍ତି ।
କଟକ: କଟକରେ କୋଭିଡ୍ କେୟାର ସେଣ୍ଟର ବନ୍ଦ ହେବ । ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସଂକ୍ରମଣ ସଂଖ୍ୟା କମୁଥିବାରୁ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବ । କରୋନାରୁ ସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଏସସିବିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି । ଆଜି କଟକ ଜିଲ୍ଲାର କୋଭିଡ ସ୍ଥିତି ନେଇ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏହି ବୈଠକରେ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଏବେ ମଧ୍ୟ କମୁନାହିଁ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1483କୁ ବୃଦ୍ଧି ପାଇଛି ।
ପାଟନା : ବିହାରରେ ପୁଣି ଥରେ ଏନ୍ଡିଏ ସରକାର ଗଢିବାକୁ ଯାଉଛି । ’ସୁଶାସନ ବାବୁ’ ନାମରେ ପରିଚିତ ନୀତିଶ୍ କୁମାରଙ୍କ ହାତରେ ପୁଣି ଥରେ ଶାସନ କମାଣ ରହୁଛି । ମହାଗଠବନ୍ଧନକୁ ମାତ୍ ଦେଇ ଏନ୍ଡିଏ ବାଜିମାତ୍ କରିଛି । ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 122 ରୁ ଏନଡିଏ ଅନ୍ୟ 3ଟି ଆସନରେ ଜିତିଛି । ଅନ୍ୟ ପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ଆସନ ସଂଖ୍ୟା ବହୁତ କମିଥିଲେ ମଧ୍ୟ ନୀତୀଶ ବିହାରର 37 ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ 3ଟି କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ସାରିଛନ୍ତି ଏବଂ ଲଗାତର ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । କିନ୍ତୁ 70ବର୍ଷୀୟ ନୀତୀଶ 6 ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଗକୁ ସେ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଥିଲା । ତେବେ ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅର୍ଥ ବ୍ୟବସ୍ଥା ମଧ୍ୟ ସବଳ ହେଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି । ଏହା ସହିତ ସେ ଆତ୍ମନିର୍ଭରଶୀଳ ଭାରତ 3.0 ଘୋଷଣା କରିଥିଲେ। ଦେଶରେ ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା ଆରମ୍ଭ କରାଯାଇଛି।ଦେଶର ଅର୍ଥନୀତି ଧୀରେ ଧୀରେ ସୁଧୁରିଥିବା ବେଳେ ମୁଡିସ ପକ୍ଷରୁ ଆଜି ଭାରତୀୟ ଅଭିବୃଦ୍ଧିର ରେଟିଂ ପ୍ରକାଶ କରାଯାଇଥିଲା । ପୂର୍ବରୁ ଚଳିତ ବର୍ଷର ଅଭିବୃଦ୍ଧି ହାର ଋଣାତ୍ମକ 9.6 ପ୍ରତିଶତ ରହିଥିବା ବେଳେ ଆଜି ଏହାକୁ ଋଣାତ୍ମକ 8.9 କୁ ସଂଶୋଧିତ କରାଯାଇଛି । ସେହିପରି 2022 ସୁଦ୍ଧା ଭାରତୀୟ ଅଭିବୃଦ୍ଧି 8.1 ଅନୁମାନ କରାଯାଇଥିବା ବେଳେ ଆଜି ଏହାକୁ ସଂଶୋଧିତ କରାଯାଇ 8.7 ରଖାଯାଇଛି । ୱାନ ନେସନ…
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆତ୍ମନିର୍ଭର ଭାରତ 3.0 ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଅବସରରେ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସଂସ୍ଥା ନୂତନ ନିଯୁକ୍ତି ଦେଲେ କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ ଭରିବେ ବୋଲି ଘୋଷଣା କରାଯାଇଛି । ଏକ ହଜାରରୁ କମ କର୍ମଚାରୀ ଥିବା ସଂସ୍ଥାରେ 24% ଇପିଏଫ କେନ୍ଦ୍ର ଦେବ । ସଂସ୍ଥା ଦେବାକୁ ଥିବା 12% ଓ କର୍ମଚାରୀଙ୍କ 12% କେନ୍ଦ୍ର ଦେବ । ତେବେ 1 ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ କେନ୍ଦ୍ର ଭରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଇପିଏଫ ଭରଣା ଆଗାମୀ 2 ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଭୁବନେଶ୍ୱର: ମିଛ ମାମଲା ଦର୍ଶାଇବା ପୋଲିସ ଅଧିକାରୀଙ୍କୁ ବେଶ୍ ମହଙ୍ଗା ପଡିଛି। ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ସେହି ମାମଲାରେ ଦୁଇ ଜଣଙ୍କୁ ଜେଲରେ ପୁରାଇବା ଘଟଣାରେ କ୍ଷତିପୂରଣ ଭରିବେ ସମ୍ପୃକ୍ତ ପୁଲିସ ଅଧିକାରୀ। ଏହି ମାମଲାରେ ପୁଲିସ ଅଧିକାରୀ ଠାରୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ କରିବା ପାଇଁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, 2016 ମସିହାରେ ପାଇକମାଳ ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ। ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ 2 ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା ପୋଲିସ୍ । ତେବେ 2018 ମସିହାରେ ସମ୍ପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ। ଏହାକୁ ନେଇ ଗିରଫ ଦୁଇ ଜଣ ବ୍ୟକ୍ତି ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ମାମଲାର ବିଚାର କରି କ୍ଷତିପୂରଣ ଦେବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।ସମ୍ପୃକ୍ତ ପୁଲିସ ଅଧିକାରୀ ପ୍ରତ୍ୟେକଙ୍କୁ ଅଢେଇ ଲକ୍ଷ ଟଙ୍କା…
ଭୁବନେଶ୍ବର : ଆଉ ଦିନ କେଇଟାରେ ଆଲୋକର ପର୍ବ ଦୀପାବଳି । ଦିପାବଳୀ ହେଉଛି ସୁଖ- ସମୃଦ୍ଧିର ପର୍ବ । ଏହି ଦିନ ବିଧିବିଧାନ ଓ ଶ୍ରଦ୍ଧା ଭାବରେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଧନ ବର୍ଷା କରିଥା’ନ୍ତି । ଏହି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରି ମା’ଙ୍କର କୃପା ପାଇବାକୁ ସମେସ୍ତ ଚେଷ୍ଟା କରିଥା’ନ୍ତି । ଏହି ଦିନ ନବବସ୍ତ୍ର ପିନ୍ଧି ଆମେ ମାତା ଲକ୍ଷ୍ମୀଙ୍କର ଆରାଧନା କରିଥାଉ । ତେବେ ଏହି ଦିନ ଯଦି ଆମେ ଆମର ଶୁଭ ରଙ୍ଗର ବସ୍ତ୍ର ପିନ୍ଧି ମାତାଙ୍କର ପୂଜା କରିବା ତେବେ ବିଶେଷ ଆଶୀର୍ବାଦ ପାଇପାରିବା । ତେବେ ଆସନ୍ତୁ ଜାଣିବା ଆମେ ଦୀପାବଳି ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ । ରଙ୍ଗ ଆମ ଜୀବନରେ ବିଶେଷ ପ୍ରଭାବ ପକାଇଥାଏ । ଏହି ରଙ୍ଗଗୁଡିକ ଆମର ଭାଗ୍ୟ ଓ ଭାବନାରେ ପ୍ରଭାବ…
ନୂଆଦିଲ୍ଳୀ : ଦେଶରେ କରୋନା ସଂକ୍ରମଣ କମି କମି ଆସିଥିବା ବେଳେ ସାତୋଟି ରାଜ୍ୟରେ ଏହି ସଂକ୍ରମଣ ଅଧିକ ହେଉଛି । ଏହି ସଂକ୍ରମଣକୁ ହ୍ରାସ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କରୋନା ମୁକାବିଲା ପାଇଁ ଏହି ସାତୋଟି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ କେଉଁଭଳି ଭାବରେ କରୋନା ମୁକାବିଲା କରିହେବ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ହର୍ଷବର୍ଦ୍ଧନ । ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ ଏବଂ ଗୋଆର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହିତ ଏହି ଆଲୋଚନା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଟେଷ୍ଟିଂ ସଂଖ୍ୟାରେ ବୃଦ୍ଧି, ଅଧିକ ସଂକ୍ରମଣ ରହିଥିବା ସ୍ଥାନମାନଙ୍କରେ ଅଧିକ ସୁରକ୍ଷା ବ୍ୟବସ୍ଥା ଏବଂ ଏକତ୍ରୀକରଣ ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ହର୍ଷବର୍ଦ୍ଧନ । କରୋନା ପରିଚାଳନା ବ୍ୟବସ୍ଥାକୁ ଉନ୍ନତ କରିବା ସହିତ 24, 48 ଓ 72 ଘଣ୍ଟା ମଧ୍ୟରେ ମୃତ୍ୟୁ…
ଲକ୍ଷ୍ନୌ: ବେକାରୀ ଏବଂ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ‘ମିଶନ ରୋଜଗର’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଦୀପାବଳି ପରେ ଯୋଗୀ ଆଦିତ୍ୟନାଥ ସରକାର ‘ମିଶନ ରୋଜଗାର’ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ମାଧ୍ୟମରେ ନଭେମ୍ବର ୨୦୨୦ ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ରାଜ୍ୟରେ ୫୦ ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛି। ଏହି ଅଭିଯାନ ମାଧ୍ୟମରେ ଯୁବକମାନେ ସରକାରୀ ବିଭାଗ, ପରିଷଦ, ନିଗମ ଇତ୍ୟାଦିରେ ଚାକିରି ପାଇଁ ଆବେଦନ କରିବାର ସୁଯୋଗ ପାଇବେ। ଏହା ସହିତ ଘରୋଇ କ୍ଷେତ୍ର ପାଇଁ ଅନେକ ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେବ। ‘ମିଶନ ରୋଜଗର’ର କାର୍ଯ୍ୟ ଯୋଜନା ଚୂଡ଼ାନ୍ତ କରି ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ କହିଛନ୍ତି ଯେ ମିଶନ ରୋଜଗାର ଅଧୀନରେ ବିଭିନ୍ନ ବିଭାଗ, ସଂଗଠନ, ସ୍ବେଚ୍ଛାସେବୀ ସଂଗଠନ, ନିଗମ, ପରିଷଦରେ ଅଧିକ ନିଯୁକ୍ତି ଏବଂ ସ୍ଵୟଂ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ରକ୍ତର ଅଭାବ ପୂରଣ କରିବା ପାଇଁ କ୍ଲବ ଜୟ ଯବାନ ଜୟ କିଷାନ ତରଫରୁ ଓ ରବିରରାଗ ସହଯୋଗରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଏକ ଜରୁରୀକାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋଭିଡ ନିୟମାବଳୀ ଅନୁସାରେ ଅନୁଷ୍ଠିତ ଏହି ଶିବିରରେ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଉକ୍ତ ଶିବିରକୁ କ୍ଲବର ସଭାପତି କାଳନ୍ଦୀ ଦାଶ,ସମ୍ପାଦକ ପ୍ରିତିରଂଜନ ରାଉତ,କୋଷାଧ୍ୟକ୍ଷ ଚିତ୍ତରଂଜନ ସାହୁ,ସଭ୍ୟ ପ୍ରଭୁପ୍ରସାଦ ଦାଶ,ଅବନୀକାନ୍ତ ଦାଶ,ସୌଭାଗ୍ୟ ଦାଶ,ରଶ୍ମିକାନ୍ତ ପୂହାଣ,ରବିରରାଗ ର ମୁଖ୍ୟ ରବିନାରାୟଣ କର,ସଦସ୍ୟ ସତ୍ୟଜିତ ସ୍ୱାଇଁ, ଜୀବନ ଆଶ୍ରିତ ଦାସ, ପବିତ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।
ଭୁବନେଶ୍ୱର: ଆଜି ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହଛି। ଗତକାଲି କେତେକ ସ୍ଥାନରେ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା। ଆଜି ମଧ୍ୟ ରାଜ୍ୟରେ ଏଭଳି ପାଗ ରହିବା ସମ୍ଭାବନା ଅଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଶୁକ୍ରବାରଠାରୁ ପାଗ ଶୁଖିଲା ଓ ଖରାଟିଆ ରହିବ। ପରବର୍ତ୍ତୀ ଦୁଇଦିନ ଭିତରେ ରାତି ତାପମାତ୍ରା ୨-୩ ଡିଗ୍ରୀ କମିପାରେ।
ଭୁବନେଶ୍ବର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୮୩ କୁ ବୃଦ୍ଧି ହୋଇଛି। ଆଜି ଭୁବନେଶ୍ୱରରୁ ୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡାରୁ ୨ ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ବରଗଡ, ବାଲେଶ୍ୱର, କଟକ, କଳାହାଣ୍ଡି, କେନ୍ଦ୍ରାପଡା, ସମ୍ବଲପୁର, ଖୋର୍ଦ୍ଧା, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
କୋଲକାତା, ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଖୁବ ଶିଘ୍ର 16 ହଜାର 5ଶହ ଶିକ୍ଷକ ନିଯୁକ୍ତି ଦିଆଯିବ। ଏନେଇ କ୍ୟାବିନେଟ ବୈଠକ ପରେ ଘୋଷଣା କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯେଉଁମାନଙ୍କର ଶିକ୍ଷକତା ପାଇଁ ଉପଯୁକ୍ତ ଯୋଗ୍ୟତା ଥିବ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ଆସନ୍ତା ଡିସେମ୍ବର କିମ୍ବା ଜାନୁୟାରୀ ମାସରେ କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ରାଜ୍ୟରେ ନିର୍ବାଚନ ପୂର୍ବରୁ ମମତାଙ୍କ ଏହା ଏକ ବଡ ଘୋଷଣା ବୋଲି କୁହାଯାଉଛି।

