Author: Samikhsya Bureau

ନୂଆଦିଲ୍ଲୀ : ବିହାର ବିଧାନସଭା ସହିତ ଦେଶର 11ଟି ରାଜ୍ୟର 58ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ତେବେ ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ 58ଟି ଆସନରେ ବିଜେପି 44ଟି ଆସନରେ ଅଗ୍ରଣୀ ଥିବାବେଳେ କଂଗ୍ରେସ 9ଟି ଆସନରେ ଆଗୁଆ ରହିଛି। ମଧ୍ୟପ୍ରଦେଶରେ ବିଜେପି 28ଟି ଆସନରୁ 21ଟି ଆସନରେ ଆଗୁଆ ରହିଥିବାବେଳେ ମଣିପୁରରେ 4ଟି ଆସନରେ ବିଜୟୀ ହୋଇଛି ବିଜେପି। ସେହିପରି ଗୁଜୁରାଟରେ 8ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଏଠାରେ ତିନୋଟି ଆସନରେ ବିଜେପି ବିଜୟୀ ହୋଇଥିବାବେଳେ ଅନ୍ୟ 5ଟି ଆସନରେ ଆଗୁଆ ରହିଛି। କର୍ଣ୍ଣାଟକର ଦୁଇଟି ଯାକ ଆସନରେ ବିଜେପି ବାଜିମାତ୍‌ ମାରିଛି। ହରିୟାଣାରେରେ ବିଜେପି ପ୍ରାର୍ଥୀ ଯୋଗେଶ୍ବର ଦତ୍ତଙ୍କୁ ହରାଇଛନ୍ତି କଗ୍ରେସ ପ୍ରାର୍ଥୀ ଇନ୍ଦୁ ରାଜ ନରଓ୍ବାଲ। ତେବେ ତେଲେଙ୍ଗାନାରେ ବିଜେପି ବାଜି ପାରିଥିବବେଳେ ନାଗାଲାଣ୍ଡରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଓଡ଼ିଶାର ଦୁଇଟି ଆସନରେ ବିଜେଡି ବାଜି ମାରିଛି। ଝାରଖଣ୍ଡରେ ବିଜେପି…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 63 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 63କରୋନା ଆକ୍ରାନ୍ତଙ୍କ ମଧ୍ୟରେ 15 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 48 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1326112883705405441?s=20 ସେହିପରି ଆଜି 93 ଜଣ ସୁସ୍ଥ ହୋଇଛନ୍ତି । ନୂତନ 63 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 837ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 853ଜଣ ସୁସ୍ଥ ହୋଇଥିବାବେଳେ 184ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 779  ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ବାଲେଶ୍ବର : ଆଜି ରାଜ୍ୟର ଦୁଇଟି ଉପନିର୍ବାଚନର ଭୋଟ୍‌ ଗଣତିଚାଲିଛି । ଉଭୟ ବାଲେଶ୍ବର ସଦର ଓ ତିର୍ତ୍ତୋଲ୍‌ରେ ବିଜେଡି ଆଗୁଆ ରହିଛି । 15 ରାଉଣ୍ଡ ସୁଦ୍ଧା ବାଲେଶ୍ବରରେ ବିଜେଡି 6251 ଭୋଟ୍‌ରେ ଆଗୁଆ ରହିଛି । ବିଜେଡି 53ହଜାର 718 ଭୋଟ୍‌ ପାଇଥିବାବେଳେ ବିଜେପି 47ହଜାର 467 ଓ କଂଗ୍ରେସ 3 ହଜାର 593ଟି ଭୋଟ୍‌ ପାଇଛି । ବାଲେଶ୍ୱରରେ ବିଜେଡ଼ିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁ ଲଢ଼ୁଛନ୍ତି ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସହରାଂଚଳ ଜାଗା ମିଶନ ଅନୁସାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଂଚଳ ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦା ମାନଙ୍କୁ ଜମି ପଟ୍ଟା ବଂଟନ ଯୋଜନା ରହିଛି। ଜୁନାଗଡ ସହରାଂଚଳରେ ବସବାସ କରୁଥିବା ନିଃସହାୟ ଘରଡିହ ହୀନ ବାସିନ୍ଦା ମାନଙ୍କୁ ଚିହ୍ନଟ କରାଯାଇ ଜାଗା ମିଶନ କାର୍ଯୟକ୍ରମରେ ଜମିପଟ୍ଟା ବଂଟନ କରାଯାଇଛି। ଏହି ଯୋଜନାରେ ଜୁନାଗଡ ଏନଏସି ର ୧୨ ଗୋଟି ୱାର୍ଡ ମଧ୍ୟରେ ଥିବା ୧୮ ଟି ବସ୍ତିକୁ ଚିହ୍ନଟ କରାଯାଇ ୧୩୭୫ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶିଳ୍ପ, ଶକ୍ତି ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦୦ ଜଣ ହିତାଧିକାରିଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମି ପଟ୍ଟା ବଂଟନ କରିଥିବା ବେଳେ ଏହି ଯୋଜନା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପବୋଲି କହିଛନ୍ତି। ଏହି…

Read More

ମଣିପୁର :ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ମଣିପୁରରେ ବାଜିମାତ୍‌ କରିଛି ବିଜେପି ।  ବିଜେପି ଦେଇଥିବା ସମସ୍ତ 4ଟି ବିଧାନସଭା କ୍ଷେତ୍ରରେ ଜିତାପଟ ହାସଲ କରିଛି । ମଣିପୁରରେ ପ୍ରଚାର ଦାୟିତ୍ବ ତୁଲାଇଥିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମଣିପୁର ବିଧାନସଭାର 4ଟି ଯାକ ଆସନ ଅକ୍ତିଆର କଲା ବିଜେପି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସିଂଘଟ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଗିନସୁହାନଉ ବିଜୟୀ ହୋଇଛନ୍ତି । ଏହାସହ ଓଇନମ ଲୁଖୋଇ ୱାଙ୍ଗୋଇ ଆସନରୁ ବାଜିମାତ କରିଛନ୍ତି । ନଭେମ୍ବର 7ରେ ମଣିପୁରରେ 5ଟି ଆସନ ପାଇଁ ଉପନିର୍ବାଚନ ହୋଇଥିଲା ।

Read More

କଟକ: ଦାଦାବଟି ମାଗିବା ଅଭିଯୋଗରେ ପୁଲିସ ଜଣେ ପୂର୍ବତନ କର୍ପୋରେଟରଙ୍କୁ ଗିରଫ କରିଛି । ଗିରଫ ଜଣକ ହେଉଛନ୍ତି ରଞ୍ଜିତା ବିଶ୍ୱାଳ । ଦାଦାବଟି ମାଗିବା ଅଭିଯୋଗରେ ରଞ୍ଜିତାଙ୍କ ସହ ମୋଟ ତିନିଜଣଙ୍କୁ ଗିରଫ କରାଯାଇଛି । ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଏନେଇ ବ୍ୟବସାୟୀ ଜଣକ ପୁଲିସ ଦ୍ୱାରସ୍ଥ ହୋଇଥିଲେ । ପରେ ପୁଲିସ ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଜେଲରେ ଥିବା ଧଳସାମନ୍ତଙ୍କ ଘରୁ 1 ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି ।

Read More

ମସ୍କୋ : ଋଷର ଏକ ନଦୀ ଆଶ୍ଚର୍ଯ୍ୟଜନକ ଭାବେ ଲାଲ୍‌ ରଙ୍ଗରେ ରୂପାନ୍ତରିତ ହୋଇଛି । ତେବେ  ପ୍ରଦୂଷଣ ଯୋଗୁଁ ଉକ୍ତ ନଦୀର ଜଳ ଆଶ୍ଚର୍ୟ୍ୟଜନକ ଭାବେ ଲାଲ ରଙ୍ଗରେ ରୂପାନ୍ତରିତ ହୋଇଚି । ରୁଷ୍‌ର ଦକ୍ଷିଣ ଅଂଶରେ ଅବସ୍ଥିତ ଏହି ନଦୀର ଜଳ ଅଚାନକ ଲାଲ୍‌ ହୋଇଛି । ସ୍ଥାନୀୟ ବାସିନ୍ଦା କହୁଛନ୍ତି, ନଦୀର ଜଳ ପ୍ରାକୃତିକ ରୂପେ ବିଷାକ୍ତ ହୋଇଯାଇଛି । ବତକ ଭଳି ପକ୍ଷୀ ଏହି ନଦୀରେ ପହଁରିବାକୁ ମଧ୍ୟ ମଙ୍ଗୁନାହାନ୍ତି । ନଦୀର ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ ପରେ ଭାଇରାଲ ହେଉଛି । ଏକ ନିର୍ଦ୍ଧିଷ୍ଟ ପ୍ରଦୂଷକ ସ୍ଥାନୀୟ ଇସକିତିମା ନଦୀ ଜଳ ସଂସ୍ପର୍ଶରେ ଆସିବା ଦ୍ୱାରା ଏହାର ରଙ୍ଗ ନୀଳରୁ ହଠାତ ବିଟ୍‌ ଭଳି ଲାଲ ରଙ୍ଗରେ ରୂପାନ୍ତରିତ ହୋଇଛି । ଏହି ସ୍ଥିତି ପାଇଁ ଦାୟୀ ରସାୟନ ବିଷୟରେ ଜାଣିବାକୁ ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି । ସ୍ଥାନୀୟ ଅଞ୍ଚଳ…

Read More

ଭୁବନେଶ୍ବର : ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିବେଶନ ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ, ବ୍ୟକ୍ତିଗତ ସଚିବ ଓ କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ କରାଯିବ। ସମ୍ପୂର୍ଣ୍ଣ କରୋନା କଟକଣା ସହିତ ଅଧିବେଶନ ହେବ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବାଚସ୍ପତିଙ୍କ ସୂଚନା ଅନୁଯାୟୀ, ମୌସୁମୀ ଅଧିବେଶନ ଭଳି ଏଥର ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା 17, 18 ଓ 19 ତାରିଖରେ ବିଧାନସଭା ସଦସ୍ୟ ଓ ବ୍ୟକ୍ତିଗତ ସଚିବମାନଙ୍କର କରୋନା ଟେଷ୍ଟ ହେବ। ଏହାପରେ ବିଧାୟକମାନଙ୍କ ସହାୟକ ଓ ବିଧାନସଭା କର୍ମଚାରୀମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଶୀତ ଅଧିବେଶନ ରିପୋର୍ଟିଂ ପାଇଁ ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ। ସାମ୍ବାଦିକମାନଙ୍କୁ ମାସ୍କ ଓ ସାନିଟାଇଜର…

Read More

ଭୋପାଳ : ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନରେ ଶାସକ ଦଳର ଦବଦବା ଜାରି ରହିଛି । ମଧ୍ୟପ୍ରଦେଶର 28ଟି ଆସନରୁ 20ଟିରେ ବିଜେପି ଆଗୁଆ ଥିବାବେଳେ ଗୋଟିଏରେ ବିଜୟୀ ହୋଇଛି । ସେହିପରି କଂଗ୍ରେସ 6ଟି ଓ ବିଏସ୍‌ପି ଗୋଟିଏ ଆସନରେ ଆଗୁଆ ରହିଛି । 230 ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପ ନିକଟରେ 107 ବିଧାୟକ ରହିଛନ୍ତି । ସରକାର ବଞ୍ଚାଇବା ପାଇଁ ବିଜେପିକୁ ମାତ୍ର 9ଟି ଆସନର ଆବଶ୍ୟକତା ରହିଥିବା ବେଳେ ବିଜେପି ସରକାର ବଞ୍ଚାଇବାରେ ସକ୍ଷମ ହେବ ବୋଲି ପୂର୍ବାନୂମାନ ଲଗାଯାଉଛି । ଉଲ୍ଲେଖଯୋଗ୍ୟ ଯେ,କଂଗ୍ରେସରୁ 22 ଜଣ ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହେବା ପରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ବିଧାନସଭାରେ କଂଗ୍ରେସର 88 ଆସନ ରହିଥିବା ବେଳେ ସରକାର ଗଠନର ଦାବି…

Read More

ରମେଶ ମହାନ୍ତି ତିର୍ତ୍ତୋଲ : ରାଜ୍ୟର ଦୁଇଟି ଉପନିର୍ବାଚନର ଫଳାଫଳ ପାଇଁ ଭୋଟ୍‌ଗଣତି ଜାରି ରହିଛି । ଉଭୟ ବାଲେଶ୍ବର ସଦର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ ରହିଛି । ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ ରହିଛି । 9ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି 14 ହଜାର 561 ଭୋଟ୍‌ରେ ଆଗୁଆ ରହିଛି । 9ମ ରାଉଣ୍ଡ ସୁଦ୍ଧା ବିଜେଡିକୁ 32 ହଜାର 075ଟି ଭୋଟ୍‌ ହାତେଇଥିବାବେଳେ ବିଜେପିକୁ 17 ହଜାର 514 ଓ କଂଗ୍ରେସକୁ 6835ଟି ଭୋଟ୍‌ ମିଳିଥିବାର ସୂଚନା ରହିଛି । ସୂଚନାଯୋଗ୍ୟ, ତିର୍ତୋଲରେ ବିଜେଡ଼ିରୁ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀ ହୋଇଥିବାବେଳେ  ବାଲେଶ୍ୱରରେ ବିଜେଡ଼ିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ ଓ କଂଗ୍ରେସରୁ ମମତା କୁଣ୍ଡୁ ଲଢ଼ୁଛନ୍ତି ।

Read More

ପାଟନା: ବିହାର ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ବୁଥ୍‌ ଫେରନ୍ତା ରିପୋର୍ଟ ତେଜସ୍ବୀଙ୍କ ମହାଗଠବନ୍ଧନ ସପୋର୍ଟରେ ଯାଇଥିଲା । କିନ୍ତୁ ଦିନ 12ଟା ପରେ ବିହାର ନିର୍ବାଚନୀ ଫଳାଫଳରେ ଫରକ ଦେଖାଯାଇଛି । ଏବେ ସୁଦ୍ଧା ଏନ୍‌ଡିଏ 127ରେ ଥିବାବେଳେ 103ରେ ରହିଛି ମହାଗଠବନ୍ଧନ । ଏନଡିଏରେ ବିଜେପି 74 ଟି ଆସନରେ ଆଗୁଆ ଥିବା ବେଳେ ଜେଡିୟୁ 48 ଟି ଆସନରେ ଆଗୁଆ ରହିଛି ସେହଭଳି ଭିଆଇପି ପାର୍ଟି 8 ଟି ଆସନରେ ଆଗୁଆ ରହିଛି । ମହାମେଣ୍ଟରେ ଆରଜେଡି 59 ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ 21 ଓ ବାମଦଳ ୧୯ ଆସନରେ ଆଗୁଆ ଚାଲିଛି । ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଦାବିଦାର ତେଜସ୍ୱୀ ଯାଦବ ନିଜ ଆସନରେ ଆଗୁଆ ରହଛନ୍ତି । ତେବେ ଚଳିତ ବିହାର ବିଧାନସଭା ନିର୍ବାଚନରେ 15 ବର୍ଷର ଅଭିଜ୍ଞ ରାଜନୀତିଜ୍ଞ ନୀତିଶ୍‌ କୁମାର ବନାମ ଯୁବ ନେତୃତ୍ବ…

Read More

ଭୁବନେଶ୍ବର: ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଓ ମୟୂରଭଞ୍ଜରୁ ଜିଲ୍ଲାରୁ ସର୍ବାଧିକ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବରଗଡ଼, କେନ୍ଦୁଝର ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1454 ବୃଦ୍ଧି ହୋଇଛି।

Read More

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମେରିକା ଯିବେ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସର୍ବପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମମତା ଶୁଭେଚ୍ଛା ଜଣାଇଥିଲେ। ତେବେ ଆମେରିକାର କିଛି ବ୍ୟବସାୟୀ ସଙ୍ଗଠନ ତଥା ଆମେରିକା ଥିଙ୍କ୍‌ ଟାଙ୍କ୍‌ ମମତାଙ୍କୁ ଆମେରିକା ଆସିବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି ତେବେ ମମତା ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ଆମେରିକା ଯିବା ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି। ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କୁ ଆମେରିକା ଯିବା ପାଇଁ ନିମନ୍ତ୍ରଣ ମିଳିଛି। କିନ୍ତୁ ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ଥିବାରୁ ସେ ଆମେରିକା ଯାତ୍ରାକୁ ସର୍ବଦା ମନା କରି ଆସିଥିଲେ। ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦକ୍ଷିଣପନ୍ଥୀ ନୀତିକୁ ମମତା ପସନ୍ଦ କରୁନଥିବାର ମମତାଙ୍କ ନିକଟ ଲୋକଙ୍କଠାରୁ ସୂଚନା ରହିଛି। ଟ୍ରମ୍ପ୍‌ଙ୍କ ଆବ୍ରଜନ୍‌ ନୀତି, ଏଚ୍‌1ବି ଭିସା ସଂଖ୍ୟା ହ୍ରାସ, ଶରଣାର୍ଥୀଙ୍କ ପ୍ରବେଶକୁ ବାରଣ, ଶ୍ବେତାଙ୍ଗଙ୍କୁ ସମର୍ଥନ ତଥା ମୁସଲମାନଙ୍କ…

Read More

ଭୁବନେଶ୍ବର:  ରାଜ୍ୟରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। ଆଜି ରାଜ୍ୟରେ ଏକ ହଜାରରୁ କମ୍‌ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତିନିମାସ ୨୦ ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ହଜାର ତଳକୁ ଖସିଛି। ରାଜ୍ୟରେ ଆଜି ୯୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୭୨ ଜଣ ଚିହ୍ନଟ ହୋଇଥିବାବେଳେ ୪୧୫ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩ହଜାର ୭୮୦କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୯ ହଜାର ୬୮୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୧୩୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୨୫ ଜଣ। ସେହିପରି ୫୩ ଜଣ କରୋନାରେ…

Read More

ନୂଆଦିଲ୍ଲୀ :  ଦେଶରେ ଧୀରେ ଧୀରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟୁଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 74 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 448ଜଣଙ୍କର ମୃତ୍ୟୁ ହୋଇଛି ।  ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 85 ଲକ୍ଷ 91 ହଜାର 731ରେ ପହଞ୍ଚିଥିବାବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା  1 ଲକ୍ଷ 27 ହଜାର 59ରେ ପହଞ୍ଚିଛି । ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା 79 ଲକ୍ଷ 59 ହଜାର 406 ରହିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 05 ହଜାର 265 ରହିଛି ।

Read More

ମଧ୍ୟପ୍ରଦେଶ :  ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନର 28ଟି ଆସନରେ ଭୋଟ ଗଣତି ଚାଲିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି 18ଟି ଆସନରେ ଆଗୁଆ ରହିଛି । ସେହିପରି କଂଗ୍ରେସ 8ଟି  ଏବଂ ବିଏସ୍‌ପି 2ଟି ଆସନରେ ଆଗୁଆ ରହିଛି । ବିଜେପିର ତୁଳସୀରାମ ସିଲାବଟ୍‌, ପ୍ରଦ୍ୟୁମ୍ନ ସିଂ ତୋମାର୍‌, ବିସାହୁଲାଲ୍‌, ଗୋବିନ୍ଦ ରାଜପୁତ୍‌, ମହେନ୍ଦ୍ର ସିଂହ ସିସୋଦିଆ, ପ୍ରଦ୍ୟୁମ୍ନ ସିଂହ ଲୋଧି, ମୁନ୍ନାଲାଲ ଗୋଏଲ୍‌, ଇମର୍ତ୍ତୀ ଦେବୀ, ହରଦୀପ୍‌, ପ୍ରଭୁରାମ, ନାରାୟଣ ପଟେଲ, ବୃଜେନ୍ଦ୍ର ଯାଦବ, ସୁମିତ୍ରା କାସଡେକର୍‌, ରାଜବନ୍ଧନ ସିଂ, ଜସପାଲ୍‌ ସିଂ, ସୁବେଦାର ସିଂ ପ୍ରମୁଖ ଆଗୁଆ ରହିଛନ୍ତି । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭାରେ ମୋଟ 230ଟି ଆସନ ରହିଛି। ବର୍ତ୍ତମାନ ଭାଜପାର 107 ଜଣ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସରେ 87 ଜଣ ବିଧାୟକ ଅଛନ୍ତି। ଏହି ଫଳାଫଳରୁ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ଵାନଙ୍କ ସରକାର ଉପରେ ନିର୍ଦ୍ଧିଷ୍ଟତାର ମୋହର ବାଜିବ। (ଏଜେନ୍ସି)

Read More

ପାଟନା :  ବିହାରର ବାଜି କିଏ ମାରିବ । ରାଜ୍ୟର 243ଟି ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମହାଗଠବନ୍ଧନ ଆଗୁଆ ରହିଛି । ଦିନ 10.30 ସୁଦ୍ଧା ମହାଗଠବନ୍ଧନ 112ରେ ଆଗୁଆ ଥିବାବେଳେ ଏନ୍‌ଡିଏ 107ରେ ରହିଛି। ସେହିପରି ଏଲ୍‌ଜେପି 8ରେ ରହିଛି। ଚଳିତ ବିହାର ବିଧାନସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟରେ ଭୋଟ୍‌ଗ୍ରହଣ କରାଯାଇଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରୁ ଯାହା ଜଣାପଡୁଛି ବିହାରବାସୀ ଆରଜେଡି ଓ କଂଗ୍ରେସ ମହାମେଣ୍ଟ ସପକ୍ଷରେ ମତ ଦେଇଛନ୍ତି । ରାଘୋପୁରରୁ ତେଜ୍ବସୀ ଯାଦବ ଆଗରେ ରହିଥିବା ବେଳେ ତାଙ୍କ ବଡ଼ ଭାଇ ତେଜ ପ୍ରତାପ ହଂସପୁରରୁ ଆଗରେ ରହିଛନ୍ତି। ଏନ୍‌ଡିଏକୁ କଡା ଚ୍ୟାଲେଞ୍ଜ ଦେଉଛି ମହାଗଠବନ୍ଧନ ।

Read More

ଭୁବନେଶ୍ବର : ଆଜି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଅନୁଷ୍ଠିତ ହେଉଛି । ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବାଲେଶ୍ବର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ ରହିଛି । ପୋଷ୍ଟାଲ୍‌ ବାଲାଟ ଗଣତିରେ ବିଜେଡି ଆଗୁଆ ରହିଛି ।  ବାଲେଶ୍ବର ବିଧାନସଭାରେ ବିଜେଡି ଆଗୁଆ ରହିଛି । ପୋଷ୍ଟାଲ ବାଲାଟ ସହ ପ୍ରଥମ ରାଉଣ୍ଡ ଭୋଟ୍‌ 7184 ଭୋଟ୍‌ ରହିଛି । ବିଜେଡିକୁ 3427 ଓ ବିଜେପିକୁ 2812ଟି ଭୋଟ୍‌ ମିଳିଛି । ସେହିପରି ତିର୍ତ୍ତୋଲରେ ମଧ୍ୟ ବିଜେଡି ଆଗୁଆ ରହିଛି । 2ୟ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲ୍‌ରେ ବିଜେଡି 3310 ଭୋଟ୍‌ରେ ଆଗୁଆ ରହିଛି । ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ 7867 ଭୋଟ୍‌ ମିଳିଥିବାବେଳେ  ବିଜେପିକୁ 4557 ଓ କଂଗ୍ରେସକୁ 1057 ଭୋଟ୍‌ ମିଳିଥିବାର ସୂଚନା ରହିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନଲାଇନ ମାଧ୍ୟମରେ ଜାତୀୟ ଆଇନସେବା ଦିବସ ପାଳନ କରାଯାଇଛି। ପ୍ରାଧିକରଣର ସଚିବ କମଳାକାନ୍ତ ରାଉତ ଅନଲାଇନ୍ ମାଧ୍ୟମରେ ଅଂଶଗ୍ରହଣ କରିଥିବା ପ୍ୟାନେଲ ଲୟର ,ପାରାଲିଗାଲ ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଜନସାଧାରଣଙ୍କୁ ଜାତୀୟ ଆଇନସେବା ଦିବସର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ରାଉତ ଉଦବୋଧନରେ କହିଥିଲେ ଯେ ୧୯୮୦ ମସିହାରେ ଶ୍ରୀ ଜଷ୍ଟିସ ଭଗବତୀଙ୍କ ନେତୃତ୍ୱରେ ଏକ ଆଇନସେବା ବୋର୍ଡ଼ ଗଠନ କରାଯାଇଥିଲା। ଉକ୍ତ ବୋର୍ଡ଼ ୧୯୮୬ ମସିହାରେ କେନ୍ଦ୍ର ସରକାରଙ୍କୁ ଏକ ଜାତୀୟ ଆଇନସେବା ପ୍ରାଧିକରଣ ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ୧୯୮୭ ମସିହାରେ ଆଇନସେବା ପ୍ରାଧିକରଣ ଅଧିନିୟମ ସଂସଦ ଦ୍ୱାରା ପ୍ରଣୟନ ହୋଇଥିଲା।ପରେ ଆଜିକାର ଦିନ ଯଥା ୯.୧୧.୧୯୯୫ ଦିନ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନରେ ଦେଶର ଗରିବ ନିଷ୍ପେଷିତ ଲୋକ ଯେପରି ନ୍ୟାୟ ପାଇପାରିବେ ସେଥିପାଇଁ ଜାତୀୟ ସ୍ତରରେ ଜାତୀୟ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚାନ୍ଦିପୁଟ ଉ.ପ୍ରା. ବିଦ୍ୟାଳୟ ଗେଟ୍ ସମ୍ମୁଖରୁ ଏକ ବିରାଟକାୟ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଅହରିରାଜଟି ସ୍କୁଲ ସମ୍ମୁଖ ଡ଼୍ରେନ୍‌ରେ ଦୁଇଦିନ ଧରି ରହିଥିଲା। ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍‌ପ ଲାଇନ୍‌କୁ ଖବର ଦେବାପରେ ଆଜି ବ୍ରହ୍ମପୁରର ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। ସାପଟକୁ ଉଦ୍ଧାର କରିବାକୁ ଅଧଘଣ୍ଟାଏ ସମୟ ଲାଗିଥିଲା। ଉଦ୍ଧାର କାର୍ଯ୍ୟରେ ଶ୍ରୀକାନ୍ତ ନାହାକ, ସ୍ୱାଧୀନ ସାହୁ, ଶୁଭମ ସାହୁ, ଶ୍ରୀକାନ୍ତ ସାହୁ ନିୟୋଜିତ ଥିବାବେଳେ ବନ କର୍ମଚାରୀ ସୌଦାମିନୀ ପଟ୍ଟନାୟକ, ପ୍ରଭାକର ପ୍ରମୁଖ ସହଯୋଗ କରିଥିଲେ। ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ଜଂଗଲରେ ଛଡ଼ାଯାଇଥିଲା।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜନୈକ ବ୍ୟକ୍ତିଙ୍କ ବିବାହ ସାର୍ଟିଫିକେଟ କରାଇଦେବାକୁ ଲାଞ୍ଚ ନେଇ ବ୍ରହ୍ମପୁର ଭିିଜିଲାନସ ହାତରେ ଧରାପଡ଼ିଛନ୍ତି ଗୋପାଳପୁର ଏନ୍‌ଏସିର ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର। ଘଟଣାରୁ ପ୍ରକାଶ ଯେ ଗୋପାଳପୁର ଭଂଜବିହାରରେ ରହୁଥିବା ପ୍ରଫୁଲ ଚନ୍ଦ୍ର ଦାଶ ନିଜ ପୁଅ ସିଦ୍ଧାନ୍ତ କୁମାରଦାଶର ବିବାହ ସାର୍ଟିଫିକେଟ୍ କରିବା ପାଇଁ ଗୋପାଳପୁର ଏନ୍‌ଏସିରେ କାର୍ଯ୍ୟରତ କମ୍ପ୍ୟୁଟର ପ୍ରୋଗ୍ରାମର ନୟାଗଡ଼ ଜିଲ୍ଲା ପୁରୁଣା ସହର ରଥଗଡ଼ ସାହିର ପ୍ରିୟରଂଜନ ମହାରଣାଙ୍କ ସହ ଯୋଗଯୋଗ କରିଥିଲେ। ପ୍ରିୟରଂଜନ ଏଥିପାଇଁ ପ୍ରଫୁଲଙ୍କୁ ୨୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଫୁଲ ଏ ବିଷୟ ନେଇ ବ୍ରହ୍ମପୁର ଭିଜିଲାନସ ବିଭାଗକୁ ଜଣାଇବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି ଦାବି ମୁତାବକ କ୍ୟାମିକାଲ୍ ବୋଳା ଟଙ୍କା ଧରି ପ୍ରଫୁଲ ଏନ୍‌ଏସି କାର୍ଯ୍ୟାଳୟ ପ୍ରିୟରଂଜନଙ୍କ ନିକଟକୁ ଯାଇଥିଲେ। ଉକ୍ତ ଟଙ୍କାକୁ ସେ ଡାହାଣ ହାତରେ ଗ୍ରହଣ କରି ନିଜ ଅଫିସ୍ ଟେବୁଲ୍‌ରେ ରଖିବାବେଳେ ଭିଜିଲାନସ ଅଧିକାରୀମାନେ…

Read More