Author: Samikhsya Bureau

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟ ୫-ଟି କାର୍ଯ୍ୟକ୍ରମ ଆଜି ଚାଷୀ ଓ ଜଳସଂପଦ ବିଭାଗକୁ ସିଧାସଳଖ ଯୋଡି ପାରିଛି। ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧା ଜଣାଇପାରିବେ ଜଳସଂପଦ ବିଭାଗକୁ। ଜଳସେଚନ ସମସ୍ୟା ପାଇଁ ଚାଷ କାମ ଛାଡି ଆଉ ଚାଷୀ କୁ ଅଫିସକୁ ଦୌଡିବାକୁ ଦରକାର ହେବ ନାହିଁ। ମୋବାଇଲ ଫଟୋରୁ ହେବ ସମସ୍ୟାର ସମାଧାନ। ଅନ୍‌ଲାଇନ ଅଭିଯୋଗ ପରାଚାଳନା ବ୍ୟବସ୍ଥା “ସେଚ ସମାଧାନ” ଆଜି ଛାଷୀ ଭାଇ ମାନଙ୍କ ପାଇଁ ଏହି ସୁଯୋଗ ଆଣିଛି। “ସେଚ ସମାଧାନ” ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥା ମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପକ୍ରିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲ ଏହିପରି ୪ଟି ଗୋଟି ଅନ୍‌ଲାଇନ ସେବା ବ୍ୟବସ୍ଥାର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସଂପାଦିତ…

Read More

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତର ଷ୍ଟାଟସ ରିପୋର୍ଟକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ମାନ୍ୟବର ହାଇକୋର୍ଟ । ପୋଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତିଗତ ହାଜର ସହ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି 18 ତାରିଖରେ ହାଜର ପାଇଁ ନିର୍ଦ୍ଦେଶ ରହିଛି । ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଅକ୍ଟୋବର 14ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

Read More

ନୂଆଦିଲ୍ଲୀ : ସ୍ବାମୀଙ୍କ ସହ ସାଇକେଲ୍‌ରେ ବସି ହସ୍ପିଟାଲ ଯାଉଥିବା ଜଣେ ମହିଳା ପ୍ରେମିକ୍‌ର ବାଇକ୍‌ରେ ଚମ୍ପଟ ମାରିଛନ୍ତି । ଏହିଭଳି ଏକ ଘଟଣା  ହାଫିଜଙ୍ଗଜ୍ ଥାନା ଅଞ୍ଚଳରେ ମୁଣ୍ଡିଆ ଭିକମପୁର ଗ୍ରାମରେଘଟିଛି । ମିଳିଥିବା ସୂଚନା ଅନୁସାରେ ଏହି ଗାଁରେ ଜଣେ ଯୁବକ ଲକଡାଉନ୍ ସମୟରେ ଜନପଦ ପିଲିଭିତ ଥାନା ଋରିଆ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ସ୍ବାମୀଙ୍କ କହିବାନୁସାରେ ତାଙ୍କ ସ୍ତ୍ରୀ ଅନେକ ଦିନରୁ ଅସୁସ୍ଥ ଥିଲେ । ତେଣୁ ସେ ପାଖ ଗାଁକୁ ଡାକ୍ତରଙ୍କୁ ଦେଖାଇବାକୁ ଯାଉଥିଲେ । ସେ ଦ୍ୱିପ୍ରହର ସମୟରେ ସ୍ତ୍ରୀଙ୍କୁ ସାଇକଲରେ ବସାଇ ଡାକ୍ତରଙ୍କ କ୍ଲିନିକକୁ ଯାଉଥିଲେ । ଏହି ସମୟରେ ପଛରୁ ଏକ ବାଇକ୍ ଆସୁଥିଲା । ଏହି ସମୟରେ ଅଚାନକ ତାଙ୍କ ସ୍ତ୍ରୀ ସାଇକେଲରୁ ଡେଇଁ ପଡି ପ୍ରେମିକର ବାଇକରେ ବସିପଡିଲେ । ସ୍ବାମୀ ଜଣକ ଏହା କ’ଣ ଘଟୁଛି  କିଛି ବୁଝିବା ପୂର୍ବରୁ ଉଭୟ ଫେରାର…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜଗତସିଂହପୁର ଏସ୍.ଭି.ଏମ୍ କଲେଜ ଠାରେ ୧୦ତାରିଖ (ଆସନ୍ତାକାଲି) ସକାଳ ୮ଟାରୁ ଆରମ୍ଭ ହେବ। ଏଥିନିମନ୍ତେ ଏସ୍.ଭି.ଏମ୍ କଲେଜ ଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ ବ୍ୟବସ୍ଥା କରାଯାଉଛି। ଇଭିଏମ୍ ଭୋଟ ଗଣତି ପାଇଁ ୨ଟି ହଲ୍ ବ୍ୟବସ୍ଥା ହୋଇଥିବା ବେଳେ ପୋଷ୍ଟାଲ୍ ବାଲାଟ୍ ଗଣତି ନିମନ୍ତେ ଗୋଟିଏ ହଲ୍ ର ବ୍ୟବସ୍ଥା ହୋଇଛି। ଇଭିଏମ୍ ଭୋଟ ଗଣତି ନିମନ୍ତେ ପ୍ରତ୍ୟେକ ହଲ୍ ରେ ୭ଟି ଲେଖା ମୋଟ୍ ୧୪ଟି ଟେବୁଲ୍ ହୋଇଥିବା ବେଳେ ପୋଷ୍ଟାଲ୍ ବାଲାଟ୍ ନିମନ୍ତେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ରାଉଣ୍ଡ ଗଣତି ପରେ ରିଟର୍ଣ୍ଣିଂ ଅଧିକାରୀ ଫଳାଫଳ ଘୋଷଣା କରିବେ। ପ୍ରତ୍ୟେକ ରୁମ୍ ଓ ଟଏଲେଟ୍ ସାନିଟାଇଜ୍ କରାଯିବ। ପ୍ରତ୍ୟେକ ଟେବୁଲ୍ ପାଇଁ ସିସିଟିଭି ଓ ଟିଭି ବ୍ୟବସ୍ଥା…

Read More

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ନିମନ୍ତେ ଘୋଷଣା କରାଯାଇଥିବା ଟିମରେ ଆଜି ଏକାଧିକ ପରିବର୍ତ୍ତନ କରାଯାଇଛି। ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଉଭୟ ଟି-୨୦ଏବଂ ଦିନିକିଆ ପାଇଁ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି। ଡିସେମ୍ବର ୧୭ରେ ଭାରତୀୟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ। ପ୍ରଥମ ଥର ପାଇଁ ପିତୃତ୍ୱ ଲାଭ କରିବାକୁ ଯାଉଥିବା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ କୋହଲିଙ୍କୁ ବିସିସିଆଇ ପକ୍ଷରୁ ଛୁଟି ଦିଆଯାଇଛି। ତେବେ ସେ ପ୍ରଥମ ଟେଷ୍ଟ ପରେ ଘରକୁ ଫେରି ଆସିବେ। ସେହିପରି ସଞ୍ଜୁ ସାମସନଙ୍କୁ ଦିନିକିଆ ଦଳରେ ବିକଳ୍ପ ୱିକେଟ କିପର୍‌ ଭାବରେ ସାମିଲ କରାଯାଇଛି। ସେହିପରି ପ୍ରଥମ ଥର ପାଇଁ ଦଳରେ ସାମିଲ ହୋଇଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରୁ ବାଦ ଦିଆଯାଇଛି। ବରୁଣ ଚକ୍ରବର୍ତ୍ତୀ ଆହତ ହେବା ପରେ ତାଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି ଟି. ନଟରାଜନ୍‌। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ନୂଆ ଦଳ…

Read More

କଳାହାଣ୍ଡି : ଧର୍ମଗଡ଼ ଉପଖଣ୍ଡ ଜୟପାଟଣା  ଓ କୋକସରା ବ୍ଳକ  ସୀମାନ୍ତ ଅଂଚଳ  ମତୁଆଲଗୁଡ଼ା ଓ ଜଳତାମୁଡା ଗାଁ ନିକଟରେ ଚାରୋଟି କ୍ରସର ଯଥା କ୍ରମେ ତ୍ରିଶକ୍ତି କ୍ରସର, ଶିବଶକ୍ତି କ୍ରସର,ଶ୍ରୀକ୍ଷେତ୍ର କ୍ରସର,ଓ ବଂଶୀମାଧବ କ୍ରସର,ବର୍ଷ ବର୍ଷ ଧରି ଖଣି ମାଫିଆ ମାନେ ଚଳାଉଛନ୍ତି। କ୍ରସର ଗୁଡି଼କ କେତେଯେ ସରକାରୀ ମାନ୍ୟତା ପ୍ରାପ୍ତ ତାହା ସରକାରକୁ ଜଣା ।କିନ୍ତୁ କ୍ରସର ଚାଲିବା ଦ୍ଵାରା କ୍ରସର ଚାରିପଟେ ଯେଉଁ ଚାଷ ଜମି ଅଛି ତାହା ବିପର୍ଯ୍ୟସ୍ତ ହୋଇପଡିଛି। ଚାଷୀ ଭାଇ ମାନଙ୍କ କହିବା ଅନୁସାରେ ନାଳି ଆଖି ଦେଖାଇ ଦୀର୍ଘ ବର୍ଷ ହେବ ପଥର ଗୁଣ୍ଡ ପକାଇ 15 ରୁ 20 ଏକର  ଜମି ଚାଷୀ ମାନଙ୍କ କ୍ଷତି ଘଟାଇ କଲାବେପାର ଚଳାଉଛନ୍ତି। ନିୟମ ଅନୁସାରେ କ୍ରସର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ନିତ୍ୟାନ୍ତ ଜରୁରୀ ଥିବା ସହିତ ମାଇନ୍ସ ଏବଂ ମିନେରାଲ ଆକ୍ଟ ଅନୁଯାୟୀ ଲିଜ ଅନୁସାରେ ସୀମିତ ଏରିଆ ଭିତରେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳରୁ ବିପୁଳ ପରିମାଣରେ ହାତରନ୍ଧା ଦେଶୀ ମଦ ମହୁଲ ପୋଚ ସହ ବାପ ପୁଅ ଓ ଅନ୍ୟ ଜଣେ ଗିରଫ ହୋଇଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଭବାନୀପାଟଣା ଅବକାରୀ ବିଭାଗ ଓ ଜୟପାଟଣା ଥାନା କର୍ମଚାରୀ ଜୟପାଟଣା ଥାନା ଅନ୍ତର୍ଗତ ପିପଳଗୁଡାରେ ଚଢ଼ାଉ କରି  ଅବାଧ ଦେଶୀ ମଦ ସହ ମହୁଲ ପୋଚ ଜବତ କରିଛନ୍ତି । ଏହି ଅବାଧ ଦେଶି ମଦ କାରବାର ଲକ ଡାଉନ ସମୟରୁ କରି ଆସୁଥିଲେ ଓ ବିଭିନ୍ନ ଅଞ୍ଚ କୁ ଚାଲାଣ କରୁଥିଲେ ।  ଏହି କାରବାରରେ ଆଉ କିଛି ମାଫିଆ ସମ୍ପୃକ୍ତ ଥିବା ଜଣାପଡିଛି ।  ଅବିକଳ ସରକାରୀ ଲୋଗୋ ଥିବା ମାଛ ଛାପ ଜରି ପାଉଚ ସହ ମଦ ପ୍ରସ୍ତୁତ କରିବାରେ ବ୍ୟବହାର ହେଉଥିବା ମେସିନ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ପୋଲିସ ଓ ଅବକାରୀ…

Read More

ଭୁବନେଶ୍ୱର:  କରୋନା ପାଇଁ ଭୁବନେଶ୍ୱରରେ ବି ହେବନି ବାଲିଯାତ୍ରା ମହୋତ୍ସବ । କରୋନା ପାଇଁ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ ବାତିଲ୍ କରାଯାଇଥିବା ସୂଚନା ମିଳିଛି । ପୋଲିସ କମିଶନରଙ୍କ ସହ ଆଲୋଚନା ପରେ ବାଲିଯାତ୍ରା କମିଟି ଏନେଇ ସୂଚନା ଦେଇଛନ୍ତି । ମହାମାରୀ କରୋନା ପାଇଁ ଚଳିତ ବର୍ଷ ସବୁ କିଛି ବନ୍ଦ କରାଯାଇଛି । ସମସ୍ତ ଦେବାଳୟ ମଧ୍ୟ ଖୋଲାଯିବାକୁ ଅନୁମତି ଦିଆଯାଇନାହିଁ । ଗହଳି ହେଲେ ସଂକ୍ରମଣ ବଢିବ । ଏସବୁକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କଟକ ବାଲିଯାତ୍ରା ହେବନାହିଁ ବୋଲି ମଧ୍ୟ ଘୋଷଣା ହୋଇସାରିଛି ।

Read More

କଟକ : ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ଆଜି ପରଲୋକ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ରାଜ ପାଣିଗ୍ରାହୀ । 78 ବର୍ଷ ବୟସରେ କଟକ ସିଡିଏ ସେକ୍ଟର-6ର ଥିବା ତାଙ୍କ ବାସଭବନରେ ପରଲୋକ ହୋଇଛି । ଆଜି ହଠାତ୍‌ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ। ଦିନ ପ୍ରାୟ 1ଟାରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବଡ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୟୂରଭଞ୍ଜଠାରେ ଜନ୍ମିତ ଶିବ ପାଣିଗ୍ରାହୀ ଜଣେ ଲୋକପ୍ରିୟ ଓଡ଼ିଆ ଚିତ୍ରଶିଳ୍ପୀ ।  ଚିତ୍ର ତଥା କଳା ଜଗତରେ ତାଙ୍କର ଉଲ୍ଲେଖନୀୟ କୃତି ପାଇଁ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତେବେ ସମ୍ମାନଜନକ ପଦ୍ମକେଶରୀ, ଚକାଡୋଳା ସମ୍ମାନ, ଭୂମିପୁତ୍ର ଓ ସାରଳା ସମ୍ମାନରେ  ସମ୍ମାନିତ ହୋଇଥିଲେ ଶିବ ପାଣିଗ୍ରାହୀ । ଚିତ୍ର…

Read More

ବରଲେୀ : ଅବୈଧ ସମ୍ପର୍କ ପାଇଁ ଜଣେ ସ୍ତ୍ରୀ ସ୍ବାମୀଙ୍କୁ 5 ଲକ୍ଷଟଙ୍କାର ସୁପାରୀ ଦେଇ ମର୍ଡର କରିଛି ।  ସ୍ତ୍ରୀଜଣକ ନିଜ ପ୍ରେମିକଙ୍କସହିତ ମିଶି ଏଭଳି କାଣ୍ଡ ଘଟାଇଛନ୍ତି । ପୋଲିସ୍‌ ଏହି ଘଟଣାରେ ଅଭିଯୁକ୍ତା ସ୍ତ୍ରୀଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି । ନିଜର ସୁନ୍ଦରତା ପାଇଁ ଗର୍ବ କରୁଥିବା ହତ୍ୟାକାରୀ ସ୍ତ୍ରୀ ଜଣ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ନିଜ ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିଛି । ଏପରି ଏକ ଅଭାବନୀୟ ଘଟଣା ଇଜ୍ଜତନଗର ଥାନା ଅଞ୍ଚଳ କର୍ମଚାରୀ ନଗରରେ ଘଟିଛି । ଏହି ନଗରରେ ବାସ କରୁଥିବା ଇଣ୍ଟର କଲେଜର ପ୍ରବକ୍ତାଙ୍କୁ ତାଙ୍କ ସ୍ତ୍ରୀ ସୁପାରୀ ଦେଇ ମର୍ଡର କରିଛନ୍ତି ।  ସେ ତାଙ୍କ ସ୍ତ୍ରୀଙ୍କଠାରୁ 10 ବର୍ଷ ବଡ ଥିଲେ । ବୟସ ଅଧିକ କାରଣରୁ ସ୍ତ୍ରୀ ଜଣକ ତାଙ୍କ ସ୍ବାମୀଙ୍କୁ ପସନ୍ଦ କରୁନଥିଲେ । ନିଜ ପ୍ରେମିକ ସହିତ ମିଶି ସ୍ବାମୀକୁ…

Read More

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଆଜି ଏନ୍‌ସିବି ଏକ ବଡ କାର୍ଯ୍ୟାନୁ୍ଷ୍ଠାନ କରିଛି । ଏନ୍‌ସିବି ବଲିଉଡ୍‌ ଅଭିନେତାଙ୍କ ଘରେ ଚଢାଉ କରିଛି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନକୁ ଆସିଥିଲା। ଡ୍ରଗ୍ସ ଲିଙ୍କ୍‌ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଖୋଳତାଡ଼ ଜାରି ରଖିଛି। ଆବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରିଛି ଏନସିବି। ଅର୍ଜୁନଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିବା ସହ ଅଫିସରରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନସିବି। ଏନସିବିରୁ ମିଳିଥିବା ସୂଚନା ମୁତାବକ, ଅର୍ଜୁନ ରାମପାଲଙ୍କ ଡ୍ରାଇଭରକୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ଏନସିବି ଫିଲ୍ମ ନିର୍ମାତା ଫିରୋଜ ନାଦିୱାଦୱାଲାଙ୍କ ପତ୍ନୀଙ୍କୁ ନିଶା କାରବାର ଓ ବ୍ୟବହାର ଅଭିଯୋଗରେ ଗିରଫ କରିଛି। ଯାଞ୍ଚ ବେଳେ ଫିରୋଜଙ୍କ ଘରୁ ଡ଼୍ରଗ୍ସ ଜବତ କରିଥିଲା ଏନସିବି।

Read More

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟର ଦୁଇଟି ଉପନିର୍ବାଚନର ଭୋଟ ଗଣତି ହେବ। ସକାଳ 8ଟାରୁ ଭୋଟ ଗଣତି ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଭୋଟ ଗଣତି ପାଇଁ 14ଟି ଟେବୁଲ ରହିବ। ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ହେବ। ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ଟି କାଉଟିଂ ହଲ ରହିଛି । ପ୍ରତି ରାଉଣ୍ଡ ଅନୁସାରେ ରେଜଲ୍ଟ ଜାଣିହେବ । ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜଗତସିଂହପୁର ଏସଭିଏମ କଲେଜର ଭୋଟ ଗଣନା ହେବ। କୋଭିଡ ନିୟମ ମାନି ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ରେଜଲ୍ଟ ପ୍ରଦର୍ଶନ ପାଇଁ କ୍ୟାମେରା ଡିସ୍‌ପ୍ଲେ ବ୍ୟବସ୍ଥା କରାଯାଇଛି ।

Read More

ଭୁବନେଶ୍ୱର : ଚାଷୀଙ୍କ ହକ୍ ପାଇଁ କଂଗ୍ରେସ ଦେଶବ୍ୟାପୀ ଳଢେଇ ଆରମ୍ଭ କରିଛି। ଏହି କ୍ରମରେ ଆଜି ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଏକ ଟ୍ରାକ୍ଟର ରାଲି ଶୋଭାଯାତ୍ରା କରାଯାଇଛି । କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ ବିରୋଧରେ ଏହି ଆନେ୍ଦାଳନ କରାଯାଉଛି । ଏହି ଶୋଭାଯାତ୍ରାରେ କଂଗ୍ରେସର ଓଡିଶା ପ୍ରଭାରୀ ଡ. ଏ ଚେଳ୍ଲା କୁମାର ଯୋଗ ଦେଇଥିଲେ । ଏହା ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତି ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଶୋଭାଯାତ୍ରା କଟକ ନିକଟରେ ପହଞ୍ଚିବା ପରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । ଏହି ଶୋଭାଯାତ୍ରା ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ କଟକ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ନେଇ ସୂଚନା…

Read More

ହାଇଦ୍ରାବାଦ : ସାଉଥ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଏହା ସହିତ ସେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି।  ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ନିଜକୁ ହୋମ୍‌ କ୍ବାରେଣ୍ଟାଇନ୍‌ କରିଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ନଥିବାସତ୍ତ୍ବେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଅପକମିଂ ଫିଲ୍ମ ‘ଆଚାର୍ଯ୍ୟ‘ର ସୁଟିଂ ପୂର୍ବରୁ ସେ କରୋନା ଟେଷ୍ଟ କରାଇଥିଲେ । ଏଥିରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହି ଖବର ଶୁଣିବାପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ତେବେ ନିକଟରେ ଚିରଞ୍ଜିବୀ ଓ ନାଗାର୍ଜୁନ୍‌ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ । (ଏଜେନ୍ସି)

Read More

ଭୁବନେଶ୍ୱର: ବାଣ ବିକ୍ରି ଓ ବ୍ୟବହାର ଉପରେ ଏନଜିଟି ପକ୍ଷରୁ ରୋକ ଲଗାଯାଇଛି। ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ୍‌ ଲଗାଇଛି ଏନ୍‌ଜିଟି। ଏନସିଆର ଦିଲ୍ଲୀରେ ନଭେମ୍ବର 10ରୁ  ନଭେମ୍ବର 30 ପର୍ଯ୍ୟନ୍ତ ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଛି । ବାଣ ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣଭାବେ ବ୍ୟାନ କରାଯାଇଛି। ଶୀତ ସମୟରେ ବାୟୁ ପ୍ରଦୂଷଣ  ଅଧିକ ହେଉଥିବାରୁ ଏନଜିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେବଳ ସେତିକି ନୁହେଁ ଦେଶର ଯେଉଁ ସବୁ ସହରରେ ବାୟୁ ପ୍ରଦୂଷଣ ଉତ୍କଟ ହୋଇ ରହିଛି ସେଠି ବି ଏହି କଟକଣା ଜାରି କରାଯାଇଛି। କରୋନା ସମୟରେ ଲୋକେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଭିତରେ ଗତି କରୁଛନ୍ତି। ବିଶେଷ କରି ଫୁସଫୁସ ରୋଗର ଅଧିକ ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ତେବେ ସହରରେ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ମହାନଦୀରୁ ଚୋରା ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା।ଏନେଇ ତତ୍ପର ହୋଇ ଉଠିଛି ତିର୍ତ୍ତୋଲ ତହସିଲ। ରବିବାର ସଂନ୍ଧ୍ୟା ପ୍ରାୟ ୭ଟା ବେଳେ ବେଆଇନ୍ ଭାବେ ଚାଲାଣ ହେଉଥିବା ଏକ ବାଲି ବୋଝେଇ ହାଇୱାକୁ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ତିର୍ତ୍ତୋଲ ବଜାର ନିକଟରେ ତହସିଲଦାର ନିଜେ ଉପସ୍ଥିତ ରହି ପୋଲିସ୍ ସହଯୋଗରେ ଜବତ କରିଛନ୍ତି । ବାଲି ନେଇ ଯାଉଥିବା ଉକ୍ତ ହାଇୱା ଗାଡି ପାଖରେ ୱାଇ ଫର୍ମ ନଥିବାରୁ ଏନେଇ ଗାଡିକୁ ଜବତ କରାଯାଇଛି ବୋଲି ଜଣାପଡିଛି। ପରେ ଉକ୍ତ ବେଆଇନ୍ ବାଲି ବୋଝେଇ ହାଇୱାଟିକୁ ତିର୍ତ୍ତୋଲ ଥାନାକୁ ନିଆଯାଇଛି। ସୂଚନାନୁଯାୟୀ ତିର୍ତ୍ତୋଲ ବାଲିଯାତ୍ରା ପଡିଆ ନିକଟସ୍ଥ ମହାନଦୀର ଓଳଗଦା ଘାଟରୁ ଉକ୍ତ ହାଇୱାରେ ବାଲି ଲୋଡ୍ ହୋଇ ପାରାଦ୍ବୀପ ଅଭିମୁଖେ ଚାଲାଣ ହେଇଥିଲା ବୋଲି ଶୁଣିବାକୁ ମିଳୁଛି।

Read More

କଟକ : କଟକରେ ଦୁର୍ଗା ପୂଜା ଭଳି କାଳୀ ପୂଜା ଆୟୋଜିତ ହେବ । କଟକରେ କାଳୀ ପୂଜାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । କାଳୀ ପୂଜା ସମୟରେ 15 ପ୍ଲାଟୁନ୍ ପୋଲିସ ଫୋର୍ସ ସହ 50 ଅଫିସର ମୁତୟନ ହେବେ ।  ସେହିପରି ମୂର୍ତ୍ତି ବିସର୍ଜନ ପାଇଁ 11ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯିବ । ଦୀପାବଳୀରେ ବାଣ ଫୁଟାରେ କଟକଣା ଲାଗିଥିବାରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୋଲିସ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ହେବ । ଏସଆରସିଙ୍କ ଗାଇଡଲାଇନ୍ ଅନୁଯାୟୀ ପୂଜା ହେବ ।

Read More

ଭୁବନେଶ୍ବର: ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁର ଜିଲ୍ଲାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବରଗଡ଼, ବୌଦ୍ଧ, କଟକ, ଯାଜପୁର, ମୟୂରଭଞ୍ଜ, ନୟାଗଡ଼, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1441 ବୃଦ୍ଧି ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ତିନି ମୃତକ ରହିଥିବାବେଳେ  65 ବର୍ଷୀୟ ପୁରୁଷ,  62 ବର୍ଷୀୟ ପୁରୁଷ, 53 ବର୍ଷୀୟ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଛି । କେଉଁଝରରୁ  80 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ 55 ବର୍ଷୀୟ ପୁରୁଷ ଓ 38 ବର୍ଷୀୟ ପୁରୁଷ ରହିଛନ୍ତି । ସମ୍ବଲପୁରୁରୁ 70…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୦୮ ଜଣ ଚିହ୍ନଟ ହୋଇଥିବାବେଳେ ୫୧୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨ହଜାର ୭୯୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୮ ହଜାର ୧୬୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୧୩୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୨୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର 219 ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଓ ବାଲେଶ୍ବରରୁ…

Read More

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି 45 ହଜାର 903 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 490ଜଣଙ୍କ ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 85 ଲକ୍ଷ 53 ହଜାର 657କୁ ବୃଦ୍ଧି ହୋଇଛି । ସେହିପରି ମୋଟ୍‌ ମୃତ୍ୟୁ ସଂଖ୍ୟା 1 ଲକ୍ଷ 26 ହଜାର 611କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ସୁଦ୍ଧା ଦେଶରେ 79 ଲକ୍ଷ 17 ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 48 ହଜାର 405 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ଏବେସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 11 ହଜାରରେ ରହିଛି । ଆଇସିଏମ୍‌ଆରର ସୂଚନା ଅନୁସାରେ ଏବେ ସୁଦ୍ଧା ଦେଶରେ 11 କୋଟି 85 ଲକ୍ଷ…

Read More

ଭଦ୍ରକ : ନିଆଁରେ ପୋଡ଼ି ହୋଇ ତିନି ଓଏସ୍‌ଏପି ଯବାନ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରମାନେ ହେଲେ ପୁରୁଣା ବଜାର ଥାନାରେ ଡ୍ୟୁଟି କରୁଥିବା ତିନି ଓଏସ୍‌ଏପି ଯବାନ । ଗୁରୁତର ଅବସ୍ଥାରେ ତିନି ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଛି। ଗୁରୁତର ତିନି ଓଏସ୍‌ଏପି ଯବାନ ବାରିପଦା 5ମ ବାଟାଲିୟନର ବୋଲି ସୂଚନା ମିଳିଛି। ରାତିରେ ଶୋଇଥିବା ବେଳେ ମଶା ଧୂପରୁ ନିଆଁ ଲାଗି ଏପରି ପରିସ୍ଥିତି ଉପୁଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Read More