ଯାଜପୁର: ଯାଜପୁର ଜିଲ୍ଲା ଦେଇ ଯାଇଥିବା 16 ନମ୍ୱର ଜାତୀୟ ରାଜପଥର ରଥିଆ ଛକ ଧର୍ମଶାଳା ରଥିଆ ଛକ ନିକଟର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ଭଉଣୀ ସ୍କୁଟି ଯୋଗେ ଟିଉସନ୍ ଯାଉଥିବା ସମୟରେ ରାସ୍ତାକଡରେ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା ସ୍କୁଟି । ଟ୍ରକ୍ ପଛରେ ସ୍କୁଟି ପିଟି ହେବା ଫଳରେ ଜଣକଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ନେଉଳପୁର ଗାଁର ଶ୍ୱେତା ବେହେରା । ଦୁର୍ଘଟଣା ପରେ ଉଭୟ ମୃତାହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Author: Samikhsya Bureau
ନୂଆଦିଲ୍ଳୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ ନୂଆ 45ହଜାର 674ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 559ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ 85 ଲକ୍ଷ 7ହଜାର 754 ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ସେହିପରି ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 16ହଜାର 121ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ସୁଦ୍ଧା କରୋନାରୁ ସମୁଦାୟ 79ଲକ୍ଷ 68ହଜାର 968ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 49 ହଜାର 082ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି 5 ଲକ୍ଷ 12ହଜାର 665ଜଣ।
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ବର୍ତ୍ତମାନ ସାରା ପୃଥିବୀରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ସେହିପରି ଭାରତର ତରଫରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଅଭିନନ୍ଦନ ଦେବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଶା କରୁଛି ଯେ ଦୁଇ ଦେଶ ଏକାଠି ହୋଇ କାର୍ଯ୍ୟ କରିବେ, ଭାରତ ଓ ଆମେରିକା ସଂପର୍କ ବୃଦ୍ଧି ପାଇବ। ସେହିଭଳି ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହାରିସଙ୍କୁ ମଧ୍ୟ ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ କମଲା ହ୍ୟାରିସଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ତୁମର ସଫଳତା ଏକ ନୂଆ ରାସ୍ତା ଦେଖାଇବାକୁ ଯାଉଛି ଏବଂ ସମସ୍ତ ଭାରତୀୟ-ଆମେରିକୀୟ ନାଗରିକ ଏଥିପାଇଁ ଗର୍ବ ଅନୁଭବ କରିବେ।
ନୂଆଦିଲ୍ଲୀ, ଯଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘର କାମ ହୋଇଛି, ତେବେ ସବୁକିଛି ଭଲ ହୋଇପାରେ। କେବଳ ବାସ୍ତୁ ଅନୁସାରେ ଘର କରିଦେଲେ ହେବ ନାହିଁ। ଯଦି ଆପଣ ଘରେ ସବୁକିଛି ସକାରାତ୍ମକ ଚାହୁଁଛନ୍ତି, ତେବେ ଆପଣ ଏହି ଘରକୁ ଏହି ରଙ୍ଗର ପରଦାରେ ମଧ୍ୟ ସଜାଇ ପାରିବେ। କାରଣ ରଙ୍ଗ ମଧ୍ୟ ଆପଣଙ୍କ ଘରକୁ ସକରାତ୍ମକ ଶକ୍ତିରେ ଭରି ଦେଇଥାଏ। ଆସନ୍ତୁ ଜାଣିବା କେଉଁ ରଙ୍ଗର ପରଦା କେଉଁଠି ଲଗାଇଲେ ଭଲ ଫଳ ଦେଇଥାଏ। ଏହି ବିସ୍ତୃତ ଟିପ୍ସ ଗୁଡିକ ଅନୁସରଣ କରନ୍ତୁ: 1-ଯଦି ଘରର ଦକ୍ଷିଣ କୋଣରେ ଆପଣଙ୍କର ଗୋଟିଏ କୋଠରୀ ଅଛି, ତେବେ ସେଥିରେ ନାଲି ରଂଗର ପରଦା ଲଗାନ୍ତୁ। କାରଣ ଏହା ଘର ଭିତରେ ଭଲ ପାଇବା ବୃଦ୍ଧି କରାଇବ ଏବଂ ଘରେ ଆତ୍ମୀୟତା ସୃଷ୍ଟି କରିବ। 2-ପଶ୍ଚିମ ଦିଗରେ ନିର୍ମିତ କୋଠରୀଗୁଡ଼ିକ ପାଇଁ ଧଳା ପରଦା ଲଗାଇବା ଲାଭ ଦାୟକ ହେବ, ଏହି…
ନୂଆଦିଲ୍ଲୀ, ବିହାର ନିର୍ବାଚନ ସହିତ ମଧ୍ୟପ୍ରଦେଶ ଉପନିର୍ବାଚନ ଏକଜିଟ ପୋଲ ଫଳାଫଳ ମଧ୍ୟ ଆସିଛି। ବିହାରରେ ବିଜେପିକୁ ନିରାଶ କରିଥିବା ବେଳେ ମଧ୍ୟପ୍ରଦେଶରେ ମିଳୁଛି ଅସ୍ବସ୍ଥି। ବିଭିନ୍ନ ଏକଜିଟ ପୋଲି ଆକଳନ ଅନୁସାରେ ମଧ୍ୟପ୍ରଦେଶରେ ବିଜେପି ସରକାରଙ୍କୁ ବହୁମତ ମିଳିବାରେ କୌଣସି ଅସୁବିଧା ହେବ ନାହିଁ। ମଧ୍ୟପ୍ରଦେଶରେ ମୋଟ 28ଟି ଆସନରେ ଉପନିର୍ବାଚନ ହେଉଥିଲା। ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ଏଥିରେ ବିଜେପିକୁ 16 ରୁ 18 ଆସନ ଏବଂ କଂଗ୍ରେସକୁ 10 ରୁ 12 ଆସନ ମିଳିବ। ତେବେ ଏହି ସର୍ଭେ ମଧ୍ୟ କହୁଛି ଯେ ଏହି ଉପନିର୍ବାଚନରେ ଗୋଟିଏ ଆସନ ବିଏସପିକୁ ମିଳିବାର ସମ୍ଭାବନା ରହିଛି। ମଧ୍ୟ ପ୍ରଦେଶର ବିଧାନସଭାରୁ 25 ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ସେଠାରେ ଉପନିର୍ବାଚନ ହେଉଛି। ସେହି 25ଟି ଆସନ ସହିତ ଆଉ ତିନିଜଣ ବିଧାୟକ ମୃତ୍ୟୁବରଣ କରିଥିଲେ। ଫଳରେ ମୋଟ…
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୧୭ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୧୩, କଟକରୁ ୧୦୪, ବୌଦ୍ଧରୁ ୯୧, କଳାହାଣ୍ଡିରୁ ୮୩, ମୟୂରଭଞ୍ଜରୁ ୮୦, ବାଲେଶ୍ବରରୁ ୭୮, ନୂଆପଡ଼ାରୁ ୭୬, ପୁରୀରୁ ୭୬, ଅନୁଗୁଳରୁ ୬୪, କୋରାପୁଟରୁ ୬୧, କେନ୍ଦୁଝରରୁ ୫୯, ଜଗତସିଂହପୁରରୁ ୫୫, ଢେଙ୍କାନାଳରୁ ୫୨, କେନ୍ଦ୍ରାପଡାରୁ ୫୨, ବଲାଙ୍ଗିରିରୁ ୪୬, ଭଦ୍ରକରୁ ୪୦, ଯାଜପୁରରୁ ୩୪, ନୟାଗଡରୁ ୩୪, ମାଲକାନଗିରୁ ୩୩, ବରଗଡରୁ ୩୨, ନବରଙ୍ଗପୁରରୁ ୩୨, ଝାରସୁଗୁଡାରୁ ୨୭, ଗଞ୍ଜାମରୁ ୨୬, ସୋନପୁରରୁ ୨୩, ସମ୍ବଲପୁରରୁ ୨୦, କନ୍ଧମାଳରୁ ୧୨, ରାୟଗଡ଼ାରୁ ୧୪, ଦେବଗଡ଼ରୁ ୭, ଗଜପତିରୁ ୭, ଏବଂ ଷ୍ଟେଟ ପୁଲରୁ ୩୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…
ନୂଆଦିଲ୍ଲୀ, ଯଦି ଏକଜିଟ ପୁଲ୍ ରେଜଲଟକୁ ସମୀକ୍ଷା କରାଯାଏ ତେବେ ବିହାରରେ ନୀତିଶଙ୍କ ଦଳ ଜେଡୟୁକୁ ବଡ ଧକ୍କା ମିଳିବ ବୋଲି କୁହାଯାଇପାରେ। କାରଣ ଏହି ଆକଳନ ଅନୁସାରେ ବିହାରରେ ଏକକ ଦଳ ହିସାବରେ ଆରଜେଡି ଆଗରେ ରହିଛି। ଏହାପରେ ବିଜେପି ଦ୍ବୀତିୟ ଦଳ ଭାବେ ଉଭା ହୋଇଛି। ଏହି ନିର୍ବାଚନରେ ନୀତିଶଙ୍କ ଜେଡୟୁ ତୃତୀୟ ସ୍ଥାନରେ ରହିଛି। ସେହିପରି କଂଗ୍ରେସ ଏକକ ଦଳ ହିସାବରେ ଚତୁର୍ଥ ସ୍ଥାନରେ ରହିଛି। ଯଦି ଟାଇମସ ନାୱୋ ସି ଭୋଟରର ସର୍ଭେ ଅନୁସାରେ ମେଣ୍ଟ ବାଦ, ଏକକ ଭାବେ କେଉଁ ଦଳ କେତେ ଆସନ ହାସଲ କରିବ ତାହା ହେଲା.. ଆରଜେଡି- 81 ରୁ 89 ବିଜେପି- 66 ରୁ 74 ଜେଡିୟୁ-38 ରୁ 46 କଂଗ୍ରେସ- 21 ରୁ 29 ବାମ ଦଳ- 6 ରୁ 13 ଟି ଆସନ ହାସଲ କରିବ ବୋଲି କୁହାଯାଉଛି। ସେହିପରି ମୁଖ୍ୟମନ୍ତ୍ରୀ ଭାବେ ବିହାରବାସୀ ନୀତିଶଙ୍କ…
ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ବିହାରର ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହା ପରେ ପରେ ଆସିଛି ବିହାରର ଏକଜିଟ ପୁଲ ରେଜଲଟ। ଏହା ବର୍ତ୍ତମାନ ସମସ୍ତଙ୍କୁ ଚମକାଇ ଦେଇଛି। କାରଣ ସବୁ ଏକଜିଟ ପୁଲ ଫଳାଫଳରେ ବର୍ତ୍ତମାନ ଆରଜେଡି ବା ମହାମେଣ୍ଟର ସର୍ବାଧିକ ଆସନରେ ବିଜୟ ଲାଭ କରୁଛି। ଦ୍ବିତୀୟରେ ରହିଛି ନୀତିଶଙ୍କ ଏନଡିଏ ମେଣ୍ଟ। ବିଭିନ୍ନ ଏକଜିଟ ପୁଲର ଫଳାଫଳ ଅନୁସାରେ ବିହାରରେ କେଉଁ ଦଳ କେତେ ଆସନ ପାଇବ ତାହା ଆକଳନ କରାଯାଇଛି। ସେହି ଅନୁସାରେ ଟାଇମସ ନାୱ ସି ଭୋଟର ଏନଡିଏ-116, ମହାମେଣ୍ଟ-120, ଏଲଜେପି-1, ଅନ୍ୟାନ୍ୟ-6 ଜନ୍ କି ବାତ୍ ଏନଡିଏ-104, ମହାମେଣ୍ଟ-120, ଏଲଜେପି-7, ଅନ୍ୟାନ୍ୟ-4 ଟିଭି-9 ଭାରତବର୍ଷ ଏନଡିଏ-115, ମହାମେଣ୍ଟ-120, ଏଲଜେପି-4 , ଅନ୍ୟାନ୍ୟ-4 ଇଟିଜି ଏନଡିଏ-114, ମହାମେଣ୍ଟ-120, ଏଲଜେପି-3, ଅନ୍ୟାନ୍ୟ-6
ନୂଆଦିଲ୍ଲୀ : ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୀତିନୀତି ରହିଛି । ଆଫ୍ରିକା ମହାଦେଶର ଇରୀଟ୍ରିଆରେ ଜଣ ପୁରୁଷଙ୍କ ଦୁଇଜଣ ସ୍ତ୍ରୀ ରଖିବା ନେଇ ଏକ କଡା ନିୟମ ରହିଛି । ଏଠାକାର ପୁରୁଷ ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କରନ୍ତି । ଏହି ଦେଶରେ ପୁରୁଷଙ୍କୁ ବିବାହ କରିବାକୁ ବାଧ୍ୟ କରାଯିବା ସହ ଜଣେ ପୁରୁଷ ଦୁଇଜଣ ସ୍ତ୍ରୀ ରଖିବାକୁ ନିୟମ ରହିଛି । ଆଫ୍ରିକା ମହାଦ୍ବୀପର ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ କରିବା ନେଇ ଏକ ଅଜବ ଆଇନ ରହିଛି । ଆଫ୍ରିକାର ଇରିଟ୍ରିଆରେ ପ୍ରତ୍ୟେକ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ବାଧ୍ୟ କରାଯାଇଥାଏ । ଯଦି କୌଣସି ପୁରୁଷ ଦୁଇଜଣ ସ୍ତ୍ରୀ ନରଖନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଦଣ୍ଡ ସ୍ବରୂପ ସେହି ବ୍ୟକ୍ତିଙ୍କୁ ଜେଲ୍ଦଣ୍ଡାଦେଶ ହୋଇଥାଏ । ତେବେ ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାର କାରଣ ରହିଛି…
ଭୋପାଳ : ଅର୍ଦ୍ଧାଙ୍ଗିନୀ ଭାବେ ସ୍ତ୍ରୀଟି ସ୍ବାମୀର ସବୁ ଦୁଃଖ ସୁଖରେ ଭାଗିଦାରୀ ହୋଇଥାଏ । ସ୍ବାମୀର ପ୍ରତ୍ୟେକ ସୁଖ ଓ ଦୁଃଖକୁ ଭଲରେ ବୁଝିଥାଏ । କିନ୍ତୁ ସ୍ବାମୀର ପ୍ରେମରେ କାହାକୁ ଭାଗ ବସାଇବାକୁ ଦେଇନଥାଏ । କିନ୍ତୁ ନିକଟରେ ଜଣେ ସ୍ତ୍ରୀ ସ୍ବାମୀଙ୍କ ପ୍ରେମକୁ ସଫଳ କରାଇଛନ୍ତି । ସ୍ବାମୀଙ୍କ ଖୁସି ପାଇଁ ସ୍ତ୍ରୀ ଜଣକ ନିଜର ତିନି ବର୍ଷର ବିବାହକୁ ଭାଙ୍ଗି ଦେଇ ସ୍ବାମୀଙ୍କ ପ୍ରେମିକାଙ୍କ ସହ ସ୍ବାମୀଙ୍କୁ ବିବାହ କରାଇଛନ୍ତି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଏପରି ଏକ ଅଜବ ଘଟଣା ଘଟିଛି । ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କ ପ୍ରେମ ସମ୍ପର୍କରେ ଜାଣିବା ପରେ ନିଜ ଆଡୁ ଛାଡପତ୍ର ଦେବା ସହ ପ୍ରେମିକା ସହ ସ୍ବାମୀଙ୍କର ବିବାହ କରାଇଛନ୍ତି । https://twitter.com/ANI/status/1324962431085371392?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1324962431085371392%7Ctwgr%5Eshare_3&ref_url=https%3A%2F%2Fm.dailyhunt.in%2Fnews%2Findia%2Fhindi%2Fnews18hindi-epaper-pradehin%2Fbhopal3salseshadishudapatninegarlaphrendseshadikeliepatikiyukimadad-newsid-n227668166%3Fs%3Dauu%3D0x8543b645516c78b1ss%3Dwsp ସ୍ବାମୀଜଣକ ବିବାହର ତିନି ବର୍ଷ ପରେ ବି ନିଜ ପ୍ରେମିକାକୁ ଭୁଲିପାରିନଥିଲେ । ଏପରି ସମୟରେ ସ୍ତ୍ରୀ ଜଣକ ସ୍ବାମୀଙ୍କ ପାଇଁ…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 64 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 64 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 17 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 47 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1325004850573144066?s=20 ସେହିପରି ଆଜି 87 ଜଣ ସୁସ୍ଥ ହୋଇଛନ୍ତି । ନୂତନ64 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 647ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 573ଜଣ ସୁସ୍ଥ ହୋଇଥିବାବେଳେ 179ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ 874ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ନୂଆଦିଲ୍ଲୀ : ଆନ୍ଧ୍ର ଶ୍ରୀହରିକୋଟାରେ ଇତିହାସ ରଚିଲା ଇସ୍ରୋ । ଶନିବାର ଦିନ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) 10ଟି କୃତ୍ରିମ ଉପଗ୍ରହ ସହ ‘ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ୍’ (ପିଏସ୍ଏଲ୍ଭି) ଉତ୍କ୍ଷେପଣ କରିଛି। ପିଏସ୍ଏଲ୍ଭିସି 49 ରକେଟରେ 10ଟି ଉପଗ୍ରହକୁ ଉତ୍କ୍ଷେପଣ କରାଯାଇଛି । ଭାରତର ଇଓଏସ୍ -01 ସହ ବିଦେଶର 9ଟି ଉପଗ୍ରହର ଉତ୍କ୍ଷେପଣ ହୋଇଛି । ଅପରାହ୍ଣ 3.12 ମିନିଟ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ‘ସତୀଶ ଧାୱନ୍ ମହାକାଶ କେନ୍ଦ୍ର’ରୁ ‘ପିଏସ୍ଏଲ୍ଭି ସି-49’ ଏହି 10ଟି ସାଟେଲାଇଟ୍ ସହ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା। (ଏଜେନ୍ସି)
ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର । ଆରସିବି ଅଧିନାୟକ ପଦରୁ କୋହଲି ଓହରିଯିବା ଉଚିତ ବୋଲି ଗମ୍ଭୀର ମତ ଦେଇଛନ୍ତି । ଦୀର୍ଘ 8ଟି ସିଜିନ ଧରି କୋହଲି ଆରସିବିର ଅଧିନାୟକ ରହିଥିଲେ ମଧ୍ୟ ଦଳ ଥରୁଟିଏ ଟ୍ରଫି ହାସଲ କରିପାରି ନାହିଁ । ଚଳିତ ସିଜିନରେ ଆରସିବି ପ୍ଲେଅଫ ଯାଏଁ ଯାଇଥିଲେ ମଧ୍ୟ ନେଟ ରନରେଟ ଭିତ୍ତିରେ ରହି ଯାଇଥିଲା । ପ୍ରଥମାର୍ଦ୍ଧରେ ଦଳର ପ୍ରଦର୍ଶନ ଦଳକୁ ବଞ୍ଚାଇ ଦେଇଥିଲା । ଶୁକ୍ରବାର ଦିନ ସନରାଇଜ୍ସ ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର୍ ଲଢେଇ ହାରିବା ପରେ କୋହଲିଙ୍କ ଟ୍ରଫି ଜିତିବା ସ୍ବପ୍ନ ଭାଙ୍ଗି ଯାଇଛି। 2013 ମସିହାରୁ ବିରାଟ କୋହଲି ଆରସିବିର ଅଧିନାୟକ ଭାବରେ ରହିଛନ୍ତି । କେବଳ 2016ରେ ଏହି ଦଳ ଫାଇନାଲ୍ରେ ପହଞ୍ଚିଥିଲା । ତେଣୁ ଆରସିବିକୁ ଅଧିନାୟକ ଭାବରେ ଅନ୍ୟ ବିକଳ୍ପ…
ରମେଶ ମହାନ୍ତି ଜଗତସିଂହପୁର :ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ନ୍ୟାୟାଳୟ ପରିସରରେ ସିନିୟର ସିଭିଲ୍ କୋର୍ଟ (ଏଲ୍.ଆର୍) ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି କୁମାରୀ ସଞ୍ଜୁ ପଣ୍ଡାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ, ସବଜଜ୍ ଶ୍ରୀମତୀ ଶଶୀରେଖା ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ରାଉତ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ମହେଶ୍ୱତା ପରିଜା, ମହିଳା କୋର୍ଟ ଜଜ୍ ଅନ୍ନପୂର୍ଣ୍ଣା ନାୟକ, ଏସ୍.ଡି.ଜେ.ଏମ୍ ଋତୁପୁର୍ଣ୍ଣା ମିଶ୍ର, ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ପ୍ରଶାସନ) ଆର୍ କେ ତୋଷ ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ନୋଟିଫିକେସନ ପାଠ କରିଥିଲେ। ସିନିୟର ସିଭିଲ୍ କୋର୍ଟ (ଏଲ୍.ଆର୍) ଭାବେ ସୁଦିପା ପାତ୍ର ,ଅତିରିକ୍ତ ସବଜଜ୍ କାର୍ଯ୍ୟରେ ଯୋଗ ଦେଇଥିଲେ। ଏଥିସହିତ ଏହି…
ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହୋଇନଥିବା ବେଳେ ଜୋ ବିଡେନଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଘୋଷଣା କରିଛି ଏକ ମାଗାଜିନ । ଡେସ୍କ ଏଚକ୍ୟୁ ନାମକ ମାଗାଜିନ ବିଡେନଙ୍କ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଘୋଷଣା କରିଛି । ସରକାରୀ ଭାବରେ କିଛି ଘୋଷଣା କରାଯାଇନଥିବା ବେଳେ ଏହି ମାଗାଜିନର ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକାର 46 ତମ ରାଷ୍ଟ୍ରପତି ଭାବରେ ବିଡେନଙ୍କ ନାମ ଘୋଷଣା କରିଛି ଏହି ମାଗାଜିନ । ଉଲ୍ଲେଖଯୋଗ୍ୟ ଯେ, ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କୁ ବହୁ ପଛରେ ପକାଇ ଆଗକୁ ବଢ଼ି ଚାଲିଛନ୍ତି। 264 ଇଲେକ୍ଟୋରାଲ ଭୋଟ ସହିତ ବିଡେନ ରାଷ୍ଟ୍ରପତି ଦୌଡରେ ଆଗୁଆ ରହିଥିବା ବେଳେ ନେଭେଡା ଜର୍ଜିଆ ଏବଂ ପେନସିଲଭାନିଆରେ ଅଗ୍ରଣୀ ହାସଲ କରିଛନ୍ତି । ଏହି ଆସନକୁ ମିଶାଇଲେ ବିଡେନ ଆମେରିକାର ରାଷ୍ଟ୍ରପତି ହେବା ଆପାତତଃ ସ୍ପଷ୍ଟ। ତେବେ ଆନୁଷ୍ଠାନିକ…
ବିହାର : ବିହାର ନିର୍ବାଚନର ଆଜି ହେଉଛି ଅନ୍ତିମ ଚରଣ । ବିହାରରେ ଜାତିକୁ ନେଇ ଏକ ଅଲଗା ପ୍ରକାରର ରାଜନୀତି । ବିହାରରେ ଜାତି ଆଧାରରେ ଭୋଟ୍ ବଣ୍ଟା ଯାଇଥାଏ । ତେବେ ଆପଣ ଶୁଣି କରି ଆଶ୍ଚର୍ଯ୍ୟ ହେବେ ଯେ ରାଜ୍ୟର ଜଣେ ଦଳିତ ତିନି ତିନି ଥର ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ବେ ବି ଆଜିବି ସମସ୍ତଙ୍କୁ ଅଜଣା ହୋଇ ରହିଛନ୍ତି । ବିହାରରେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇ ଆଜି ବି ସମସ୍ତଙ୍କୁ ଅଜଣାରେ ରହିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭୋଲା ପାଶଓ୍ବାନ ଶାସ୍ତ୍ରୀ । 1968 ମସିହାରେ ପ୍ରଥମ ଥର ପାଇଁ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲା । ତେବେ ସେ ସେହି ସମୟରେ ମାତ୍ର ତିନି ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । ଏହାପରେ ସେ 1969 ମସିହାରେ 13 ଦିନ ପାଇଁ 1971 ମସିହାରେ 7 ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। 1973…
ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା ସ୍ଥଗିତ ରହିଲା । ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତିରେ ପ୍ରକାଶ କରାଯିବ । ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶକୁ ନେଇ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ରହିଥିଲେ । ବିନା ପାଠପଢାରେ ପରୀକ୍ଷା ପ୍ରସ୍ତୁତିକୁ ନାପସନ୍ଦ କରାଯାଇଥିଲା । ଆଜି ସକାଳେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର ନେଇ ସୂଚନା ଦେବା ସହ ଏନେଇ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ବଦଳିଛି । ସୂଚନାଯୋଗ୍ୟ, ନଭେମ୍ବର ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୯ରୁ…
ଭୁବନେଶ୍ୱର: ରାଉରକେଲା-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍ ସବୁଦିନ ଚାଲିବ । ନଭେମ୍ବର 7 ଅର୍ଥାତ୍ ଆଜିଠାରୁ ଡିସେମ୍ବର 31 ପର୍ଯ୍ୟନ୍ତ ଏହା ସବୁଦିନ ଚାଲିବ । ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ (02861/02862) ସପ୍ତାହକୁ ପାଞ୍ଚ ଦିନ ପରିବର୍ତ୍ତେ ସବୁ ଦିନ ଚଳାଚଳ କରିବ । ରାଉରକେଲାରୁ ସକାଳ 5ଟା 10ରେ ଛାଡ଼ି ଭୁବନେଶ୍ୱରରେ ଅପରାହ୍ନ 12ଟା 30ରେ ପହଞ୍ଚିବ । ସେହିପରି ଭୁବନେଶ୍ୱର-ରାଉରକେଲା ଟ୍ରେନ (02862) ଭୁବନେଶ୍ୱରରୁ ଅପରାହ୍ନ 2ଟା 10ରେ ଛାଡ଼ି ରାଉରକେଲାରେ ରାତି 9ଟା 40ରେ ପହଞ୍ଚିବ । ଏହି ବିଶେଷ ଟ୍ରେନ ପୂର୍ବରୁ 8ଟି କୋଚ ପରିବର୍ତ୍ତେ ଏବେ 10ଟି କୋଚ ସହିତ ଚଳାଚଳ କରିବ ।
ଭୁବନେଶ୍ବର : ଆମର ଖାଇବା ଶୈଳୀ ଆମର ଆଚରଣକୁ ଦର୍ଶାଇଥାଏ । ଭୋଜନକୁ ସମ୍ମାନ ସହ ଓ ଶ୍ରଦ୍ଧାର ସହ ଗ୍ରହଣ କରିବା ଉଚିତ୍ । କାରଣ ଶାସ୍ତ୍ରରେ ଅନ୍ନକୁ ଦେବତାଙ୍କ ସ୍ଥାନ ଦିଆଯାଇଛି । ଭୋଜନ ପୂର୍ବରୁ କିଛି ନିୟମ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ । ଯେଉଁ ବ୍ୟକ୍ତି ଏହି ସମସ୍ତ ନିୟମର ପାଳନ କରିଥାଏ, ସେ ସର୍ବଦା ସୁସ୍ଥ ରହିବା ସହିତ ତାଙ୍କ ଉପରେ ଦେବତା ପ୍ରସନ୍ନ ରହିଥାନ୍ତି । ହିନ୍ଦୁ ଧର୍ମରେ ଅନ୍ନଙ୍କୁ ଦେବତାଙ୍କର ସ୍ଥାନ ଦିଆଯାଇଛି। ଏବଂ ତାଙ୍କର ଅନାଦାର ଅନସ୍ବୀକାର୍ଯ୍ୟ । ଯେଉଁ ବ୍ୟକ୍ତି ମୁହଁ – ହାତ ନ ଧୋଇ ତଥା ଅସନା ଜାଗାରେ ବସି କରି ଭୋଜନ କରେ, ସେ ସର୍ବଦା ଖରାପ ଆର୍ଥିକ ସ୍ଥିତିରେ ଗତି କରେ । ତା’ ପାଖେ ସର୍ବଦା ଅନ୍ନର ଅଭାବ ପରିଲକ୍ଷିତ ହେବା ସହିତ ସ୍ବାସ୍ଥ୍ୟ ମଧ୍ୟ ଖରାପ ରହିଥାଏ । ତେଣୁ…
ଭୁବନେଶ୍ୱର : ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମିବାରେ ଲାଗିଛି । ରାଜ୍ୟର 4ଟି ସ୍ଥାନର ତାପମାତ୍ରା ୧୫ଡିଗ୍ରୀ ସେଲସିୟସ ତଳେ ରହିଛି । ସର୍ବନିମ୍ନ ତାପାମାତ୍ରା ରହିଛି ସୋନପୁରଠାରେ । ଏଠାରେ ତାପମାତ୍ରା 11.8 ଡିଗ୍ରୀ ରହିଛି । ସେହିପରି ଅନୁଗୁଳୁରେ 12.6 ଡିଗ୍ରୀ, ଦାରିଙ୍ଗିବାଡିରେ 14 ଡିଗ୍ରୀ , ଝାରସୁଗୁଡା 14.1 ଡିଗ୍ରୀ, କେନ୍ଦୁଝର 15 ଡିଗ୍ରୀ, ଭୁବନେଶ୍ବରରେ 20. 6 ଡିଗ୍ରୀ, କଟକରେ 19 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ଉତ୍ତର ଓଡିଶାର ସର୍ବନିମ୍ନ ତାପମାତ୍ରା 2 ରୁ 3 ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଦକ୍ଷିଣ ଓଡିଶା ଜିଲ୍ଲା ଗୁଡିକରେ ତାପମାତ୍ରା 3 ରୁ 4 ଡିଗ୍ରୀ ଖସିବାର ସମ୍ଭାବନା ରହିଛି ।
ଭୁବନେଶ୍ବର: ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ମ୍ରୂରଭଞ୍ଜ, ସମ୍ବଲପୁର, ବରଗଡ ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ପୁରୀ, ବାଲେଶ୍ବର, କଳାହାଣ୍ଡି, କୋରାପୁଟ, କେନ୍ଦ୍ରାପଡା ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1410କୁ ବୃଦ୍ଧି ହୋଇଛି। ଖୋର୍ଦ୍ଧାରୁ ଆଜି 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଖୋର୍ଦ୍ଧା ଜିଲ୍ଲାରୁ 63 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଭୁବନେଶ୍ବରର 69 ବର୍ଷୀୟ ପୁରୁଷ, ଅନ୍ୟ ଜଣେ 74 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବରଗଡରୁ 63 ବର୍ଷୀୟ ମହିଳା ଆକ୍ରାନ୍ତଙ୍କସହ 57 ବର୍ଷୀୟ ପୁରୁଷ…

