Author: Samikhsya Bureau

ବାଲେଶ୍ବର : ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାସ । ବାଲେଶ୍ବର ପ୍ରେସ୍‌ ମିଟ୍‌ରେ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି ଜୀବନ ପ୍ରଦୀପ ଦାସ । ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନ ଦିଆଯାଇଥିବାରୁ ଜୀବନ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ବାଲେଶ୍ବର ସଦର ଉପନିର୍ବାଚନରେ ଦଳ ଯାହା ଦାୟିତ୍ବ ଦେଇଥିଲା, ତାହାକୁ ସୁଚାରୂରୂପେ ତୁଲାଇଥିଲେ ବୋଲି କହିଛନ୍ତି ଜୀବନ । ଗତକାଲି ଜୀବନଙ୍କୁ ଦଳ ସସ୍‌ପେଣ୍ଡ କରିଥିଲା । ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା କାରଣରୁ ଜୀବନ ପ୍ରଦୀପଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ।

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 61 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 61 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 13 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 48 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1324661524057661441?s=20 ସେହିପରି ଆଜି 91ଜଣ ସୁସ୍ଥ ହୋଇଛନ୍ତି । ନୂତନ 61 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 583ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 486ଜଣ ସୁସ୍ଥ ହୋଇଥିବାବେଳେ 177ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 899ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଅନ୍ଧାରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟି ପଡିବା ଫଳରେ 2ଜଣ ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ମୋରଡା ରାସ୍ତାରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଆଉ ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ 2 ଜଣ ମୃତ୍ୟୁବରଣ କରିବା ସହ ତିନିଜଣ ଗୁରୁତର ହୋଇଛନ୍ତି ।ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Read More

ଭୁବନେଶ୍ବର: ରାଜଧାନୀରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ। ବୋଲି କହିଛନ୍ତି ବିଏମ୍‌ସି କମିଶନର । ମନ୍ଦିର ଖୋଲିବ କି ନାହିଁ ସେ ନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି। ବିଶେଷଜ୍ଞ ଓ ଡାକ୍ତରୀଟିମ ଠାରୁ ପରାମର୍ଶ ନିଆଯାଉଛି। ଭୁବନେଶ୍ୱରରେ ଯେହେତୁ ସଂକ୍ରମଣ ହାର ବଢୁଛି, ତେଣୁ ଏବେ ରାଜଧାନୀରେ ମନ୍ଦିର ଖୋଲିବା ଆଶା କ୍ଷୀଣ। ସ୍ଥିତିର ସମୀକ୍ଷା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି। ସୂଚନାଯୋଗ୍ୟ, ମନ୍ଦିର ଖୋଲିବା ନେଇ ଆଜି ସକାଳେ ଭୁବନେଶ୍ବର ରାମମନ୍ଦିର ସମ୍ମୁଖରେ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରିପବ୍ଲିକ ଟିଭିର ଚିଫ ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ଏବଂ ଘରୁ ଘୋଷାଡ଼ି ଘୋଷାଡ଼ି ନେବା ଘଟଣାକୁ ଏବିଭିପି ବାଣପୁର-ବାଲୁଗାଁ ନଗର ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ନିଜ ବାସଭବନରୁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବିନା ନୋଟିସରେ  ସକାଳୁ ସକାଳୁ ଗିରଫ କରିବା ମୌଳିକ ସ୍ୱାଧୀନତା ଉପରେ ଜରୁରୀକାଳୀନ ଆକ୍ରମଣ ଏବଂ ଫ୍ରିଡମ ଅଫ ସ୍ପିଚକୁ ହତ୍ୟା କରିଛି । ମୁକ୍ତ ଗଣମାଧ୍ୟମକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହା ମହାରାଷ୍ଟ୍ର ସରକାରଙ୍କ ପ୍ରତିଶୋଧ ପରାୟଣ ପଦକ୍ଷେପ ଵୋଲି ବିବେଚିତ ହୋଇଛି। ମହାରାଷ୍ଟ୍ର ପୋଲିସ୍ ଦ୍ୱାରା ଅର୍ଣ୍ଣବଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଏବଂ ଜରୁରୀକାଳୀନ ସମୟରେ ଅନୁଭୂତ ହୋଇଥିବା ମୁକ୍ତ ସ୍ୱରର ନିଷ୍ଠୁର ଦମନ ପରି ଏହି ଘଟଣା ଘଟିଥିଲା ।…

Read More

ଆଠଗଡ : ଧବଳେଶ୍ବର ପୀଠରେ ବଡଓଷା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ବିନା ଭକ୍ତରେ ବଡଓଷା ପାଳନ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ ନିୟମ ମାନି ମନ୍ଦିରର ସମସ୍ତ ନୀତିକାନ୍ତି କରାଯିବ। ବଡଓଷା ଦିନ ଧବଳେଶ୍ବର ପୀଠର ଆଖପାଖରେ ଜାରି ହେବ 144 ଧାରା। ବୈଠକ ଶେଷରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ : ଅନୂସୂଚିତ ଜାତି ଏବଂ ଜନଜାତି ଆଇନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ । ଘରର ଚାରିକାନ୍ଥ ମଧ୍ୟରେ କରାଯାଇଥିବା ଅପମାନକୁ ଅନୂସୂଚିତ ଜାତି ଓ ଜନଜାତି ଆଇନରେ ସାମିଲ କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି । ସର୍ବସାଧାରଣ ସ୍ଥାନରେ କରାଯାଇଥିବା ଅପମାନ ସୂଚକ ମନ୍ତବ୍ୟ ତଥା ମାନହାନି ପାଇଁ ଅନୂସୂଚିତ ଜନଜାତି ଆଇନ ଲାଗୁ କରାଯାଇପାରିବ । ଜଷ୍ଟିସ ଏଲ ନାଗେଶ୍ୱର ରାଓ, ହେମନ୍ତ ଗୁପ୍ତା ଏବଂ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ହିତେଶ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଡିସେମ୍ବର 10, 2019ରେ ହିତେଶ ବର୍ମା ଏବଂ ଜଣେ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା କାରଣରୁ ଡିସେମ୍ବର 11 ତାରିଖରେ ହିତେଶଙ୍କ ବିରୋଧରେ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା: କାର୍ଯ୍ୟାନୁଷ୍ଠାନ ଭୟରେ ରାତାରାତି ଅନ୍ଧାରରେ କାମ ସାରିଦେଲେ। ଏଠି ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତ ଅନ୍ତର୍ଗତ ପରବଳ ଗ୍ରାମ କଥା। ପରବଳ ଅଙ୍ଗନବାଡି କେନ୍ଦ୍ରରୁ ମା ଉତ୍ତରାୟିଣି ମନ୍ଦିର ଯାଏଁ ଅନୁମୋଦିତ ହୋଇଥିବା ମୋରମ ରୋଡ଼ ପାଇଁ ଆସିଥିବା ୨ ଲକ୍ଷ ଅର୍ଥରାଶିରୁ କିପରି ବିନା କାମରେ ୭୬ ହଜାର ୭୯୭ ଟଙ୍କା ଉଠାଯାଇଛି ତାହା ପ୍ରମାଣ ସହ ଗତ ଦୁଇଦିନ ତଳେ ସମୀକ୍ଷା ସମେତ ଅନ୍ୟ ଗଣମାଧ୍ୟମରେ ଏନେଇ ଏକ ଖବର ପ୍ରସାରଣ କରାଯାଇଥିଲା। ଖବର ପ୍ରସାରିତ ହେବାପରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଭୟରେ ଜନୈକ ଜି.ଆର.ଏସ ଦୁଇ ରାତି ହେଲା ଲୁଚା ଚୋରାରେ ଉକ୍ତ ରୋଡରେ ଜେସିବି ଏବଂ ଟ୍ରାକ୍ଟର ଦ୍ୱାରା ମାଟିପକାଉଥିବାର ସୂଚନା ମିଳିଛି। ତେବେ ଆମ ପ୍ରତିନଧି ଗତକାଲି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତଙ୍କୁ ଏ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ପଚାରିବାରୁ ଆଜି ସମ୍ପୃକ୍ତ…

Read More

ମୁମ୍ବାଇ : ବଲିଉଡର ଆକ୍ସନ ଷ୍ଟାର ଟାଇଗର ଶ୍ରଫ ନିଜର ଅପକମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଟାଇଗରଙ୍କୁ ଆଉଥରେ ଆକ୍ସନ ଅବତାରରେ ଦେଖିବାକୁ ମିଳିବ । ଗୁରୁବାର ଟାଇଗର ଏହି ଫିଲ୍ମର ମୋସନ ପୋଷ୍ଟର ସେୟାର କରିଛନ୍ତି । ବିକାଶ ବହଲ ଏହି ଫିଲ୍ମର ନିର୍ଦ୍ଦେଶନା  ଦେଉଛନ୍ତି । ବହଲ ପୂର୍ବରୁ କ୍ୱୀନ ଏବଂ ସୁପର 30 ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ମୋସନ ପୋଷ୍ଟରରେ ଟାଇଗର ସମ୍ପୁର୍ଣ୍ଣ ସାର୍ଟଲେଶ ଲୁକରେ ନଜର ଆସିଛନ୍ତି । ଟାଇଗର ଏକ ଭଙ୍ଗା କୋଠା ଉପରେ ଛିଡା ହୋଇଥିବା ପୋଷ୍ଟରକୁ ଟାଇଗର ନିଜେ ସେୟାର କରିଛନ୍ତି । ଏହି ଫିଲ୍ମଟି ଆସନ୍ତା 2022ରେ ପରଦାକୁ ଆସିବ । ସେହିପରି ଫିଲ୍ମର ନାମ ଗଣପତ ପାର୍ଟ-1 ରହିଥିବାରୁ ଫିଲ୍ମର ସିକ୍ୱେଲ ନିର୍ମାଣର ସମ୍ଭାବନା ମଧ୍ୟ ରହିଛି । ଏହା ବ୍ୟତିତ ଟାଇଗର ବାଗୀ-4 ଏବଂ ହିରୋପନତି-2ରେ ମଧ୍ୟ…

Read More

ଭୁବନେଶ୍ବର :  2021 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ନିମେନ୍ତ ପୂରଣ ଓ ପରୀକ୍ଷା ଫିସ୍‌ ଦାଖଲ ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ।  ଆସନ୍ତା 2021 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ (ରେଗୁଲାର୍‌ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଓ ପରୀକ୍ଷା ଫିସ୍‌ ଦାଖଲ ଅନୁଷ୍ଠିତ ହେବ । 2021 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ନିମେନ୍ତ ବିଦ୍ୟାଳୟରେ ପଢୁଥିବା ଛାଛାତ୍ରୀମାନେ ଅନଲାଇନ୍‌ ମାଧ୍ୟମରେ ଫର୍ମ ପୂରଣ କରିପାରିବେ । ରେଗୁଲାର୍‌ ପରୀକ୍ଷାର୍ଥୀ  ଏବଂ ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀମାନେ ସେମାନଙ୍କ ବିଦ୍ୟାଳୟର ମୁଖ୍ୟ  ଫର୍ମପୂରଣ କରିବେ। ସେହିପରି କରସେପଣ୍ଡେନ୍ସ କୋର୍ସ ରେଗୁଲାର୍‌  ପରୀକ୍ଷାର୍ଥୀ ଓ କରେସପଣ୍ଡେନ୍ସ କୋର୍ସ ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀମାନଙ୍କର ଫର୍ମପୂରଣ  ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ହେବ । ଫର୍ମ ପୂରଣ କରିବାର ଧାର୍ଯ୍ୟ ତାରିଖ  ଓ ସମୟ 1-ଆସନ୍ତା 9 /11.2020ରିଖ ସକାଳ 10 ଘଟିକାରୁ ଫର୍ମ ପୂରଣ…

Read More

ଅମରାବତୀ, କରୋନା ସଂକ୍ରାମଣ ଭୟରେ ସ୍କୁଲ ବନ୍ଦ ଥିଲା। ହେଲେ ସରକାର ନିଷ୍ପତି କଲେ ସ୍କୁଲ ଖୋଲାଯାଉ। ସେହି ଅନୁସାରେ ସ୍କୁଲ ଖୋଲିଲା। ପିଲାମାନେ ମଧ୍ୟ ଆସିଲେ। ହେଲେ ତିନିଦନ ପରେ ବିଭିନ୍ନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲକ୍ଷଣ ଦେଖାଦେଲା। ସ୍କୁଲ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କର କରୋନା ଟେଷ୍ଟ ହେଲା। ଏହିପରି ବିଭିନ୍ନ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କର କରୋନା ଟେଷ୍ଟ କରାଗଲା। ଆଉ ରିପୋର୍ଟ ଆସିଲା ଯେ, 262 ଛାତ୍ରଛାତ୍ରୀ ଏବଂ 160 ଜଣ  ଶିକ୍ଷକଙ୍କୁ କୋଭିଡ ପଜେଟିଭ ହୋଇଛି। ଏହା ହେଉଛି ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍କୁଲର ସ୍ଥିତି। ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅଦ୍ଭୁତ ଯୁକ୍ତି କରିଛି। ତାଙ୍କ ହିସାବରେ ଗତକାଲି ରାଜ୍ୟର ବିଭିନ୍ନ ସ୍କୁଲକୁ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର 262 ଜଣଙ୍କର କରୋନା ପଜେଟିଭ ହୋଇଛି। ତେଣୁ ଏହା ଏକ 0.1 ପ୍ରତିଶତ ମଧ୍ୟ ନୁହେଁ।…

Read More

ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ତିନିଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ ଓ ବରଗଡ ଜିଲ୍ଲାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଟକ, ମାଲକାନଗିରି ଓ ବଲାଙ୍ଗିର, ପୁରୀ ଓ ବାଲେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1393କୁ ବୃଦ୍ଧି ହୋଇଛି।

Read More

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କଳି ଛିଣ୍ଡୁନାହିଁ । ବର୍ଷା ଶାଶୁ ଘରୁ ନ୍ୟାୟିକ ଲଢେଇ ଜାରି ରଖିଥିବାବେଳେ   ଅଭିନେତ୍ରୀ ବର୍ଷା ଏବଂ ତାଙ୍କ ଶାଶୁ ଥାନାର ଦ୍ବାରସ୍ଥ ହୋଇଛନ୍ତି । କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଘରୁ ତଡ଼ି ଦେବାକୁ ଉଦ୍ୟମ କରାଯାଉଥିବା ବର୍ଷା ଅଭିଯୋଗ ଆଣିଛନ୍ତି। ରହିବା ପାଇଁ କୌଣସି ବିକଳ୍ପ ନ ଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ବର୍ଷାଙ୍କ ବିରୋଧରେ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି। ଘର ମରାମତି ହେବା ପାଇଁ ଘରର ସମସ୍ତ ସଦସ୍ୟ 10 ଦିନ ପାଇଁ ବାହାରେ ରହିବେ । ଘର ଖାଲି କରିବାକୁ ବର୍ଷା ରାଜି ହେଉନଥିବାର କହିଛନ୍ତି ମଧୁସ୍ମିତା । 60 ବର୍ଷର ତଳର ଘରକୁ ମରାମତି ପାଇଁ ବର୍ଷା ଘର ଖାଲି କରିବାକୁ କୁହାଯାଇଥିବାବେଳେ…

Read More

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୭ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ  ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ପାଇଁ ଗୋରବ ଆଣିଛନ୍ତି ସୋଆର ଏହି ୭ ଜଣ ଗବେଷକ। ଏହି ଗବେଷକମାନେ ହେଉଛନ୍ତି ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ଜେ.ସି. ମିଶ୍ର ଏବଂ ଡଃ ନିହାରବାଳା ଦେବୀ। ଷ୍ଟାନ୍‌ଫୋର୍ଡ ପକ୍ଷରୁ ବିଷୟକ୍ରମେ ବିଶ୍ୱର ଶ୍ରେଷ୍ଠ ୧ ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥିଲା। ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ- ଅଥରିସିପ୍ ଏବଂ ସମଗ୍ର ସୂଚକକୁ ଆଧାର…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୬୭ ଜଣ ଚିହ୍ନଟ ହୋଇଥିବାବେଳେ ୬୨୭ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୮ହଜାର ୭୬୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୩ ହଜାର ୫୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୭୮୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୩୭୮ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୪୯୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୩…

Read More

ଝାଡଖଣ୍ଡ : ଝାଡଖଣ୍ଡର ଚତରାଠାରେ ଜଣେ ସ୍ବାମୀ ମୋବାଇଲ୍‌ ସ୍ତ୍ରୀକୁ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତିଙ୍କର ମୋବାଇଲ୍‌ ହଜିଯିବାରୁ ନିଜ ସ୍ତ୍ରୀକୁ ଘରେ ଫାଶୀରେ ଝୁଲାଇ ହତ୍ୟା କରିଛନ୍ତି । ତେବେ ଅଭିଯୁକ୍ତ ସ୍ବାମୀ ଜଣଙ୍କୁ ପୋଲିସ୍‌ ଗିରଫ କରିଛି । ଅଭିଯୁକ୍ତ ସ୍ବାମୀ ଜଣକ ହେଉଛନ୍ତି ଉମେଶ ଭୂୟାଁ ।  ମୋବାଇଲ୍‌ ଫୋନ୍‌ ହଜିଯିବା ପରେ ରାଗରେ ନିଜ ସ୍ତ୍ରୀ ଡଲି ଦେବୀଙ୍କୁ ଘରେ ଫାଶୀରେ ଝୁଲାଇଦେଇଛନ୍ତି । ଏହି ଘଟଣା ଚତରା ସଦର ଥାନା ଅନ୍ତର୍ଗତ ହାସବୋ ଗ୍ରାମରେ ହୋଇଛି । ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ସ୍ବାମୀ ଜଣକ ଶଶ୍ବୁର ଘରକୁ ଯାଇଥିଲେ । ସେଠାରେ ତାଙ୍କ ମୋବାଇଲ ହଜି ଯାଇଥିଲା । ତା’ ପରଦିନ ଯେତେବଳେ ସେ ଘରକୁ ଫେରିଲେ ମୋବାଇଲ ହଜିଥିବା ଘଟଣାକୁ ନେଇ ସ୍ତ୍ରୀଙ୍କ ସହ ଝଗଡା କରିଥିଲେ । ରାଗରେ ସ୍ବାମୀ ଜଣକ…

Read More

ଭୁବନେଶ୍ୱର : ଆଉ କିଛି ଦିନ ପରେ ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଏବଂ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। କରୋନା କଟକଣା ମଧ୍ୟରେ ଏହା ଆରମ୍ଭ ହେବ। ସୂଚନା ଅନୁସାରେ, ନଭେମ୍ବର 12 ତାରିଖରୁ ସ୍ଲଟ୍ ବୁକିଂ ହେବାକୁଥିବାବେଳେ 16ରୁ ଟେଷ୍ଟ ଆରମ୍ଭ ହେବ। 12ତାରିଖ ଦିନ 11ଟାଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ପ୍ରତିଦିନ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ। ପୂର୍ବରୁ ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ଆବେଦନ କରିଥିବା ବ୍ୟକ୍ତି ହିଁ ସ୍ଲଟ୍ ବୁକିଂ କରିପାରିବେ। ପରିବହନ କମିଶନରଙ୍କ ଅଫିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Read More

ନୂଆଦିଲ୍ଲୀ : ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 47 ହଜାର 638 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 670 ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 84 ଲକ୍ଷ 11 ହଜାର 274ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 54ହଜାର 157 ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 77 ଲକ୍ଷ 65 ହଜାର 966ରେ ପହଞ୍ଚିଛି । 670 ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 24 ହଜାର 985ରେ ପହଞ୍ଚିଛି । ଆଜିର ସମସ୍ତ ପରିସଂଖ୍ୟାନକୁ ମିଶାଇ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 20 ହଜାର 773ରେ ପହଞ୍ଚିଛି ।

Read More

ଭୁବନେଶ୍ୱର:  ରାଜ୍ୟରେ ଏବେ ଖୋଲିବନି ସ୍କୁଲ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ମାସରେ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନିଆଇଥିଲା । କିନ୍ତୁ ଏହାକୁ ବର୍ତ୍ତମାନ ପରିସ୍ଥିତିରେ ସ୍ଥଗିତ ରଖାଯାଇଛି । ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ତେବେ ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍‌ଲାଇନ୍‌ ଅନୁସାରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ,  ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବା ପରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକମାନେ କରୋନାରେ ସଂକ୍ରମିତ ହେବା ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟାକୁ ସାମୟିକ ସ୍ଥଗିତ ରଖାଯାଇଛି ।

Read More

ଜୟପୁର, ଆଜି ସଫଳ ବ୍ୟକ୍ତିଙ୍କ ଅପେକ୍ଷା ଅସଫଳ ଲୋକଙ୍କ ସଂଖ୍ୟା ଅଧିକ। କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ଅନେକ ଚେଷ୍ଟା ପରେ ମଧ୍ୟ ସଫଳତା ପାଇପାରୁ ନାହାଁନ୍ତି। ତେବେ ଏପରି କ୍ଷେତ୍ରରେ ସଫଳତା ହାସଲ କରିବାକୁ, ଫେଙ୍ଗ୍ ଶୁଇ ଶାସ୍ତ୍ର ସାହାଯ୍ୟ ନିଆଯାଇପାରେ। ଏହାଦ୍ବାରା ପରିବର୍ତ୍ତନ ଆସିବାର ସମ୍ଭାବ ଯଥେଷ୍ଠା ରହିଛି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ଜୀବନରେ ବାରମ୍ବାର ଅସୁବିଧା ଏବଂ ବାଧା ଉପୁଜେ, ତେବେ ଫେଙ୍ଗ୍ ଶୁଇ ଶାସ୍ତ୍ରର ସାହାଯ୍ୟରେ ଆପଣ ଦୁର୍ଭାଗ୍ୟକୁ ଭାଗ୍ୟରେ ପରିଣତ କରିପାରିବେ। ସ୍ଥାପତ୍ୟ ବିଜ୍ଞାନରେ ଫେଙ୍ଗ୍ ସୁଇଙ୍କ ଅନୁଯାୟୀ, ଚାକିରି, ବୃତ୍ତିଗତ ତଥା ଅର୍ଥନୈତିକ ପ୍ରତିବନ୍ଧକ ହଟାଇବାରେ ଓଟ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି। ଫେଙ୍ଗ୍ ସୁଇରେ ଓଟକୁ ନେଇ ଅନେକ ଏପରି ବିଶ୍ବାସ ରହିଛି। କାରଣ ଓଟ ହେଉଛି ଦୃଢତା ଏବଂ ସଂଗ୍ରାମର ପ୍ରତୀକ। ମରୁଭୂମି ଅଞ୍ଚଳରେ ମଣିଷକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ବ୍ୟତୀତ…

Read More

ହାଇଦ୍ରାବାଦ, କୋଭିଡ ଆକ୍ରାନ୍ତ 27 ବର୍ଷ ବୟସ୍କା ଜଣେ ମହିଳା ତିନୋଟି ଛୁଆ ଜନ୍ମ କରିଛନ୍ତି। ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା (ART) ସାହାଯ୍ୟରେ ଗର୍ଭବତୀ ହୋଇଥିବା ନାସରିନ୍ ଅକ୍ଟୋବର 22 ରେ ସିଜରିଆନ୍ ସର୍ଜରୀ ମାଧ୍ୟମରେ ଦୁଇଟି ପୁଅ ଏବଂ ଗୋଟିଏ ଝିଅକୁ ପ୍ରସବ କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାର ଏକ ସରକାରୀ ହସପିଟାଲରେ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଯେତେବେଳେ ମା ଏବଂ ନବଜାତ ଶିଶୁମାନଙ୍କୁ ଡିସଚାର୍ଜ କରାଗଲା ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ନିଜାମାବାଦର ସରକାରୀ ଜେନେରାଲ ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ, ଅକ୍ଟୋବର 21 ରେ ମହିଳା ଜଣକ ଦ୍ରୁତ ଆଣ୍ଟିଜେନ ପରୀକ୍ଷଣରେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ଡେଲିଭରୀ ପାଇଁ ନାସିରିନଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ କରୋନା ପଜେଟିଭ୍ ଯୋଗୁଁ ତାଙ୍କୁ ସେଠାରେ ଭର୍ତ୍ତି କରାଇ ଦେଇ ନ ଥିଲେ।ଏହା ପରେ ତାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି…

Read More