Author: Samikhsya Bureau

ଲଣ୍ଡନ: ବିବାହ ବନ୍ଧନରେ ବାନ୍ଧି ହେଲେ ହରିଶ୍‌ ସାଲ୍‌ଭେ । ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍‌ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରୋନା ଗାଇଡ ଲାଇନ ଅନୁସରଣ କରି ଉଭୟେ ଚର୍ଚ୍ଚରେ ରୀତିନୀତି ଭାବେ ଏହି ବିବାହ କରିଛନ୍ତି। 64ବର୍ଷୀୟ ହରିଶ୍‌ 56 ବର୍ଷୀୟା କାରୋଲିନ୍‌ଙ୍କୁ ବିବାହ କରିଛନ୍ତି । ଉଭୟ ହରିଶ ସାଲଭେ ଏବଂ କାରୋଲିନଙ୍କର ଏହା ଦ୍ୱିତୀୟ ବିବାହ। ଉଭୟଙ୍କ କଳା ପ୍ରଦର୍ଶନୀରେ ସାକ୍ଷାତ ହୋଇଥିଲା। ଏହା ପରେ ସେମାନଙ୍କର ବନ୍ଧୁତା ବଢ଼ି ପ୍ରେମରେ ପରିଣତ ରୂପାନ୍ତରିତ ହୋଇଥିଲା। ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହରିଶ ବ୍ରିଟେନର କୁଇନ୍ସ କାଉନସିଲ। ଗତ ମାସରେ ସେ ତାଙ୍କ ସ୍ତ୍ରୀ ମୀନାକ୍ଷୀ ସାଲଭେଙ୍କୁ ଛାଡ଼ପତ୍ର ଦେଇ ଆଇନଗତ ଭାବରେ ଅଲଗା ହୋଇଥିଲେ। ହରିଶ ଏବଂ ମୀନାକ୍ଷୀଙ୍କ ମଧ୍ୟ ଦୁଇଟି…

Read More

ଭୁବନେଶ୍ୱର:  ଚାଷୀଙ୍କ ଠାରୁ ଖରିଫ ଧାନ କିଣିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥର ବି ଅଗ୍ରୀମ୍‌ ଟୋକନ୍‌ ବ୍ୟବସ୍ଥା କରିଛନ୍ତି । ଏବର୍ଷ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି 14 ଲକ୍ଷ 97 ହଜାର ଚାଷୀ । ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ତାରିଖର 7 ଦିନ ପୂର୍ବରୁ ଟୋକନ୍‌ ଜେନେରେଟ୍‌ ହେବ । କେଉଁଦିନ କେଉଁ ଚାଷୀ ଧାନ ବିକିବେ ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ୍‌ ଲାଗିବ ।  ରାଜ୍ୟରେ ଯେଉଁ ଅଞ୍ଚଳରେ ଧାନ ଅମଳ ଆରମ୍ଭ ହେଲାଣି ସେଠାରେ ନଭେମ୍ବର 15 ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ ।  ଏହାଛଡ଼ା ଅନ୍ୟ ଯେଉଁ ଅଞ୍ଚଳରେ  ଧାନ ଅମଳ ହେବାରେ ବିଳମ୍ବ ହୋଇଛି ସେଠାରେ ନଭେମ୍ବର 16ରୁ  30 ତାରିଖ ପରଯ୍ୟନ୍ତ ଧାନ ସଂଗ୍ରହ କରାଯିବ । ବିକ୍ରୟ କେନ୍ଦ୍ରରେ ନୋଟିସ ସହ ଚାଷୀଙ୍କ ମୋବାଇଲକୁ ମଧ୍ୟ ମେସେଜ ଯିବ । ଏକର…

Read More

ଗଂଜାମ, କୁମାର ପୂର୍ଣ୍ଣିମା ପାଖେଇଲେ ବିଭିନ୍ନ ସ୍ଥାନରେ ଚାଲେ ଜୁଆଖେଳ। ଏପରି ସ୍ଥିତିରେ ଗଂଜାମ ପୋଲିସ ବେଶ ସଜାଗ ହୋଇ ଉଠିଛି। ଗତକାଲି ଗାଂଗପୁର ଥାନା ତରଫରୁ ବିଭିନ୍ନ ଗ୍ରାମାଞ୍ଚଳ ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉ ଫଳରେ ଦୁଇଟି ଗାଁରେ ଜୁଆ ଖେଳ ଚାଲିଥିବାର ଦେଖିବାକୁ ପାଇଥିଲା। ଏହି ଦୁଇଟି ଗାଁ ହେଲା କୈଥରା ଏବଂ ଲଣ୍ଡାଜୁହାଳି। ଏହି ଗାଁରେ ପୋଲିସ ଚଢାଉ କରି 12 ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ 50 ହଜାର ଟଙ୍କା ଏବଂ ତିନୋଟି ମୋବାଇଲ ଜବତ କରିଛି।

Read More

ଅହମଦାବାଦ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଗୁରାବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଅହମ୍ମଦାବାଦର ଷ୍ଟିରଲିଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା। ଗୁଜୁରାଟ ବିଧାନସଭାକୁ ସେ ଛଅ ଥର ନିର୍ବାଚିତ ହୋଇଥିଲେ। କେଶୁଭାଇ ପଟେଲ 1995ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ। 2001 ପର୍ଯ୍ୟନ୍ତ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। 2014ରେ ସେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । ଗତମାସରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲେ । ତେବେ କରୋନାରୁ ସୁସ୍ଥ ହେବା ପରେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଗୁରୁବାର ଦିନ ସେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ତାଙ୍କ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା…

Read More

ଭୁବନେଶ୍ୱର: ନଭେମ୍ବର ୩ ତାରିଖରେ ରାଜ୍ୟର ଦୁଇଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ। ଏଥିପାଇଁ ସବୁ ଦଳରୁ ଜୋରଦାର ପ୍ରଚାର ଚାଲିଛି। ଦୁଇ ଜଣ କେନ୍ଦ୍ରମନ୍ତ୍ରୀ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ସହିତ ଗଣ୍ଡଗଣ୍ଡା ନେତା ଏହି ଉପନିର୍ବାଚନ ପାଣିପାଗକୁ ଗରମ କରି ଦେଇଛନ୍ତି। ଯଦି ବିଗତ ୨୧ ବର୍ଷର ରାଜ୍ୟର ନିର୍ବାଚନ ଏବଂ ଉପନିର୍ବାଚନକୁ ସମୀକ୍ଷା କରାଯାଏ ତେବେ ସବୁଥିରେ ବିଜୁ ଜନତା ଦଳ ହିଁ ବାଜି ମାରିଛି। ବର୍ତ୍ତମାନ ସୁଦ୍ଧା ବିଜେଡିକୁ ଟପି ପାରିବାର କ୍ଷମତା ଆଉ କୌଣସି ରାଜନୈତିକ ଦଳ ପାଖରେ ନାହିଁ। ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବାକ୍ୟ ଓଡିଶାବାସୀଙ୍କ ହୃଦୟକୁ ଚହଲାଇ ଦେଇଥିଲା। ତାହା ହେଉଛି ଆପଣ ମାନେ ଖୁସି ତ! ମୁଁ ବି ଖୁସି। ବାସ ଏତିକିରେ ଭୋଟ ବାକ୍ସ ଫୁଲ। ଏହି କଥା କେଇ ପଦରେ କଣ କିମିଆଁ ଅଛି କେଜାଣି ଓଡ଼ିଆ ଲୋକଙ୍କ ମନ କିଣି…

Read More

ଅଗରତାଲା : ତ୍ରିପୁରାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଥା ହେବାକୁ ମନା କରିବାରୁ  ବୟଫ୍ରେଣ୍ଡ ଉପରକୁ ଏସିଡ ଫିଙ୍ଗିଛନ୍ତି ଜଣେ ଯୁବତୀ । ମିଳିଥିବା ସୂଚନା ଅନୁସାରେ ତ୍ରିପୁରାର ଖାଓ୍ବାଇ ଜିଲ୍ଲାରେ ଜଣେ ମହିଳା ନିଜ ଏକ୍ସବୟଫ୍ରେଣ୍ଡ ଉପରକୁ ଏସିଡ୍‌ ଫିଙ୍ଗିଛନ୍ତି । ବେଲଛଡା ଗ୍ରାମରେ ରହୁଥିବା ଏହି ମହିଳା ଜଣକ ଅକ୍ଟୋବର 19 ତାରିଖରେ ବୟଫ୍ରେଣ୍ଡ ଉପରକୁ ଏସିଡ୍‌ ଆକ୍ରମଣ କରିଥିଲେ । ପୋଲିସ୍‌ର ସୂଚନା ଅନୁସାରେ ପୂର୍ବତନ ପ୍ରେମୀ ଜଣକ ଯୁବତୀଙ୍କ ସହିତ କଥା ହେବାକୁ ମନା କରିବାରୁ ରାଗରେ ଯୁବତୀ ଜଣକ ଏପରି କାଣ୍ଡ କରିଛନ୍ତି। ତେବେ ଏହି ଘଟଣାରେ ଯୁବତୀ ଜଣଙ୍କୁ 14 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ପୀଡିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଗରତାଲା ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।  ଯୁବକଙ୍କ ନାକ, ଶ୍ୱାସନଳୀ ଏବଂ ଆଖି ଗଭୀର ଭାବରେ ଆଘାତପ୍ରାପ୍ତ ହୋଇଛି ।…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଭୁବନେଶ୍ୱର, କଟକ,ବାଲେଶ୍ୱର, ନୂଆପଡା ଓ ଅନୁଗୁଳରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କେନ୍ଦୁଝର, ଜଗତସିଂହପୁର, ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1297କୁ ବୃଦ୍ଧି ହୋଇଛି ।

Read More

ଗଞ୍ଜାମ : ଗଞ୍ଜାମ ବଡଗଡ ଭୀମପୁର ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ସେହି ଅଞ୍ଚଳରେ ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ଏହି ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଶେରଗଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ତେବେ ବୋମା ଭିଡିବା ବେଳେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ନେହେରୁ ପଡ଼ିଆ ଠାରେ ବିଜୁ ଛାତ୍ର ଜନତା ଦଳର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯୁବନେତା ବିମଳ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ଦେବଦତ୍ତ ଦାଶଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଯୋଗଦେଇଥିଲେ। ଏହି ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡ଼ି ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସମ୍ମାନିତ ଅତିଥିଭାବେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜନ୍ମେଜୟ ଲେଙ୍କା ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ  ବ୍ଲକର ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ପୀତବାସ ଗୋଛାୟତ, ଯୁବନେତା ଗୌରହରି ସାହୁ, ବଟକୃଷ୍ଣ ଦାଶ,ଦେବେନ୍ଦ୍ର ମହାପାତ୍ର,ବିନୟ ମହାପାତ୍ର, ତିର୍ତୋଲ ପଞ୍ଚାୟତ ପର୍ଯ୍ୟବେକ୍ଷକ ଜ୍ଞାନେଦ୍ର ଗିରିଗୋସ୍ୱାମୀ,ଜିଲ୍ଲା ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଇ° ସମିତ କୁମାର ଲେଙ୍କା ,ବ୍ଲକ ଛାତ୍ର ବିଜେଡ଼ି ସଭାପତି ଦେବୀ ପ୍ରସାଦ ମହାପାତ୍ର ,…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୪୧ ଜଣ ଚିହ୍ନଟ ହୋଇଥିବାବେଳେ ୬୭୬ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ହଜାର ୯୯କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୦ ହଜାର ୧୩୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୬୧୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୮୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୬୧୭ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୨…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଜଗତସିଂହପୁର ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ୍‌ଭାବନା ସଭାଗୃହ ଠାରେ ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ବିଭିନ୍ନ ନୋଡାଲ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଉପ-ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ କୋଭିଡ ମାର୍ଗ ଦର୍ଶିକା ଅନୁଯାୟୀ କରିବାକୁ ବିଭିନ୍ନ ନୋଡାଲ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ନିର୍ବାଚନରେ ନିୟୋଜିତ ସମସ୍ତ ପ୍ରିଜାଇଡିଂ ଓ ପୋଲିଙ୍ଗ ଅଧିକାରୀଙ୍କ ଥର୍ମାଲ ସ୍କାନିଂ କରାଯିବ। କୋଭିଡ ଆକ୍ରାନ୍ତ କର୍ମଚାରୀଙ୍କୁ ବାଦ ଦିଆଯାଇ ରିଜର୍ଭରେ ଥିବା କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବ। ନିର୍ବାଚନ ଦିନ ପ୍ରତ୍ୟେକ ବୁଥ୍‌ରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସାମାଜିକ ଦ୍ୱରତା ବଜାୟ ରଖିବା, ମାସ୍କ ପରିଧାନ, ହାତ ସାନିଟାଇଜ୍ କରିବା, ଗ୍ଲୋଭ୍‌ସ ପିନ୍ଧିବା, ଥର୍ମାଲ ସ୍କାନିଂ କରିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ…

Read More

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମେକ୍ରାନ୍‌ ରାଷ୍ଟ୍ରବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି । ଫ୍ରାନ୍ସରେ କରୋନାରେ ଦିନକୁ ଦିନ ଅଧିକାଂଶ ଲୋକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଯାହାକୁ ଆଖି ଆଗରେ ରଖି ଦେଶରେ ପୁଣିଥରେ ଲକ୍‌ଡାଉନ୍ ଲାଗୁ କରାଯାଉଛି । ତେବେ ଏହି ଲକ୍‌ଡାଉନ୍‌ ସମୟରେ ସ୍କୁଲ ଓ କିଛି କାର୍ଯ୍ୟସ୍ଥଳୀ ଖୋଲା ରହିବ । ଶୁକ୍ରବାରଠାରୁ ଏହି ଲକ୍‌ଡାଉନ୍‌ ଜାରି ହେବ ବୋଲି ସୂଚନା ରହିଛି । ଏହି ସମୟରେ ଫ୍ରାନ୍ସର ସମସ୍ତ ରେସ୍ତେରାଁ, ବାର ଓ ଅଣ ଆବଶ୍ୟକ ବ୍ୟବସାୟ ବନ୍ଦ ରହିବ । ତେବେ ଫ୍ୟାକ୍ଟ୍ରି, କ୍ଷେତ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ । ନର୍ସିଂ ହୋମ୍‌  ଖୋଲା ରହିବ । ତେବେ ଏହି ଲକ୍‌ଡାଉନକୁ‌ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ଠାରୁ ଟିକେ କୋହଳ କରାଯାଇଛି । ଲୋକଙ୍କୁ ବିନା କାର୍ଯ୍ୟରେ ଘରୁ…

Read More

ଭୁବନେଶ୍ୱର : ଜଣେ ଡ୍ରାଇଭରଙ୍କ ନାମରେ 28 କୋଟିର ଜିଏସଟି ଠକେଇ ଅଭିଯୋଗ ଆସିଛି । ଏନେଇ ଜିଏସଟି ବିଭାଗ ପକ୍ଷରୁ ରାଉରକେଲାର ଜନୈକ ଡ୍ରାଇଭରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। 28 କୋଟି 28 ଲକ୍ଷର ଠକେଇ ସହିତ 4 କୋଟିର ଫାଇନ ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି । ତେବେ ସେ ଏହା ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି ଡ୍ରାଇଭର ଜଣକ ପ୍ରକାଶ କରିଛନ୍ତି । ତାଙ୍କ ନାମ ବ୍ୟବହାର କରି ଆଉ କେହି ଏପରି ଠକେଇ କରିଛି ବୋଲି ଡ୍ରାଇଭର ଜଣକ କହିଛନ୍ତି ।

Read More

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କରୋନା ମାହମାରୀକୁ ଦୃଷ୍ଟିରେ ରଖି ନବୀନ ଭର୍ଚୁଆଲ ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ସମ୍ବୋଧନ କରିବା ସହ ଦଳର ପ୍ରାର୍ଥୀ ସ୍ୱରୂପ ଦାସ ଙ୍କ ପାଇଁ ପ୍ରଚାର କରିବେ। ଭର୍ଚୁଆଲ ପ୍ରଚାର ପାଇଁ ବାଲେଶ୍ୱର ସହରର ଆଇଟିଆଇ ପଡିଆ, ସିଦ୍ଧି କଲ୍ୟାଣମଣ୍ଡପ ସମେତ 4ଟି ସ୍ଥାନରେ ଏବଂ ଗ୍ରାମାଞ୍ଚଳର 4ଟି ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ବାଲେଶ୍ବର ପାଇଁ ବିଜେଡି ତରଫରୁ ସ୍ବରୂପ ଦାସ ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ମାନସ ଦତ୍ତ । ସେହିପରି କଂଗ୍ରେସ ତରଫରୁ ମମତା କୁଣ୍ଡୁ ଏହି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଉଭୟ ଦଳଙ୍କ ତରଫରୁ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଶୋଭାଯାତ୍ରା ସମାବେଶ ଓ ପ୍ରଚାର ଖୁବ୍‌ ଜୋରସୋରରେ ଚାଲିଛି ।

Read More

ନୂଆଦିଲ୍ଲୀ : ଦେଶରେ ଆଜି 80 ଲକ୍ଷ ପାର କରିଛି ମୋଟ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା। ଗତ 24 ଘଣ୍ଟା ମଧ୍ୟରେ 49 ହଜାର 881 ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ 517 ଜଣଙ୍କ ଜୀବନ ଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 80 ଲକ୍ଷ 40  ହଜାର 203କୁ ବୃଦ୍ଧି ପାଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା 1 ଲକ୍ଷ 20 ହଜାର 527 ଛୁଇଁଛି। ଦେଶରେ ମୃତ୍ୟୁହାର ରହିଛି 1.50%। ଏବେ ଦେଶରେ ଚିକିତ୍ସାଧୀନ ଅଛନ୍ତି 6 ଲକ୍ଷ 3 ହଜାର 687 ଜଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି 56 ହଜାର 480 ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା 73 ଲକ୍ଷ 15 ହଜାର 989କୁ ବୃଦ୍ଧି ପାଇଛି…

Read More

ବାଲେଶ୍ବର, ବାଲେଶ୍ବର ଉପନିର୍ବାଚନ ପ୍ରଚାର ମଇଦାନରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

Read More

ନୂଆଦିଲ୍ଲୀ, କୋଭଡି19 ଆଇନ ଉଲ୍ଲଂଘନ କରିଥିବାରୁ ଚାରିଜଣ ବିଧାୟକ ବର୍ତ୍ତମାନ ମାମଲା ଭିତରେ ଛନ୍ଦି ହୋଇପଡିଛନ୍ତି। ସେମାନେ ହେଲେ ଆମ ଆଦମୀ ପାର୍ଟିର ଚାରି ବିଧାୟକ। ଏହି ବିଧାୟକମାନେ ନୂଆଦିଲ୍ଲୀରେ ଏକ ବିକ୍ଷୋଭ କରିଥିଲେ ଯେଉଁଥିରେ କୋଭିଡ19 ଆଇନକୁ ପାଳନ କରାଯାଇ ନ ଥିଲା। ଏପରିକି ସେମାନେ ବିକ୍ଷୋଭ କରିବା ପାଇଁ ଦିଲ୍ଲୀ ପୋଲିସର ଅନୁମତି ମଧ୍ୟ ନେଇ ନ ଥିଲେ। ସେମାନଙ୍କୁ ପୋଲିସ ଅଟକାଇବାରୁ ବିକ୍ଷୋଭକାରୀମାନେ ଆକ୍ରମଣାତ୍ମକ କାର୍ଯ୍ୟ କରିଥିଲେ। ଫଳରେ କେତେକ ପୋଲିସ ଆହତ ହୋଇଥିବାର ଜଣାପଡିଛି।

Read More

ନୂଆଦିଲ୍ଲୀ, ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ହେଉଛି ଆଖି, ନାକ, କାନ, ଦାନ୍ତ ଇତ୍ୟାଦି। ତେବେ ଦାନ୍ତ ବିନା ଆମେ କିଛି ଖାଇ ପାରିବୁ ନାହିଁ। ତେଣୁ ଦାନ୍ତର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। କିନ୍ତୁ ବେଳେବେଳେ ଦାନ୍ତର ଉପଯୁକ୍ତ ଯତ୍ନ ନ ନେଲେ ତାହା ପୁରା ଶରୀରକୁ କଷ୍ଟ ଦେଇଥାଏ। ଯାହାକୁ ଦାନ୍ତ ପୋକଖାଇଲା ବୋଲି କୁହାଯାଏ। ଏହି ସମୟରେ ଦାନ୍ତର ଯନ୍ତ୍ରଣା ଏପରି ଯେ ତାହା ସମ୍ଭାଳିବା କଷ୍ଟ ଦାୟକ। ତେବେ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ଆପଣ ଏହି ତିନୋଟି ଉପଚାର ମଧ୍ୟରୁ ଗୋଟିଏ କରିପାରିବେ। 1-ଯଦି କେହି ଦାନ୍ତ ପୋକଖାଇବାରୁ ଅସହ୍ୟ ଯନ୍ତ୍ରଣା ହୁଏ ତେବେ ସେହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ପୋକଡା ଦାନ୍ତରେ ଲବଙ୍ଗ ତେଲ ଲଗାନ୍ତୁ। ଦେଖିବେ ତାହା ଆପଣଙ୍କୁ ଆରମ ଦେବ। 2-ଫିଟିକିରି ମଧ୍ୟ ଆପଣଙ୍କ ଦାନ୍ତରେ ଥିବା କୀଟନାଶକକୁ ଦୂର…

Read More

କୋଲକାତା, ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ସୁଖଶାନ୍ତିରେ ବିତାଇବାକୁ ଚାହାଁନ୍ତି। ହେଲେ ବେଳେ ବେଳେ ସେ ଚାହୁଁ ନ ଥିଲେ ମଧ୍ୟ ଦୁଃଖ ଅଶାନ୍ତି ତାଙ୍କ ଜୀବନ ଭିତରକୁ ଚାଲିଆସେ। ତେବେ ଏପରି ଘଟିବାର କାରଣ କଣ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ନକ୍ଷତ୍ରଗୁଡିକର ଗତିବିଧି ଉପରେ ମଣିଷ ଜୀବନର ଉତ୍ଥାନପତନ ପାଇଁ ଦାୟୀ। ସେମାନଙ୍କ ଗଣନା ଅନୁସାରେ ଆଜି ଛଅଟି ରାଶି ଅଛି ଯେଉଁଥିରେ ମା ସନ୍ତୋଷୀଙ୍କ ଅପାର କୃପା ରହିଛି। ଫଳରେ ସେମାନଙ୍କର ଖୁସିର ଦିନ ଆସିବା ସହିତ ଭଲ ଆୟ ଅଭିବୃଦ୍ଧିର ଲକ୍ଷଣ ମଧ୍ୟ ପ୍ରକାଶ ପାଇଛି। ଏଥିସହିତ ଏହି ରାଶିର ବ୍ୟକ୍ତିମାନେ ଭଲ ଖବର ପାଇବାର ମଧ୍ୟ ସମ୍ଭାବନା ରହିଛି। ଏହି ରାଶି ଲୋକମାନେ ଆର୍ଥିକ ଦୃଷ୍ଟିରୁ ବେଶ୍ ଶକ୍ତିଶାଳୀ ରହିବେ। କୁମ୍ଭ ରାଶିର ଲୋକମାନଙ୍କର ପ୍ରତ୍ୟେକ ଦିଗରୁ ସ୍ୱାସ୍ଥ୍ୟ ସମସ୍ୟା ସମାପ୍ତ ହେବ। ସେମାନଙ୍କ ଘରେ ସମୃଦ୍ଧି ଭରି ରହିବ। ଭଗବାନ ମହାଦେବଙ୍କ ଯୋଗୁଁ…

Read More

ରାୟପୁର, ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେଶ ବାଘେଲ ଆଜି ପୋଲିସ ଅଧିକାରୀ ମେସ ଜଗଦଲପୁରରେ ବସ୍ତର ଦଶହରା ମହୋତ୍ସବର ପାଳନ ଅବସରରେ ସଦସ୍ୟମାନଙ୍କ ସହ ବସି ଭୋଜନ କରୁଛନ୍ତି।

Read More

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭର୍ଚୁାୟାଲ ରାଲିରେ ଯୋଗଦେଇ ତିର୍ତ୍ତୋଲବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି। ନବୀନ ଆଜି ନବୀନ ନିବାସରେ ରହି ପାଞ୍ଚ ମନିଟର ଏକ ଭାଷଣ ଦେଇଥିଲେ। ଏଥିରେ ସେ ବିଷ୍ଣୁ ଦାସଙ୍କ ବିୟୋଗ ତାଙ୍କ ପାଇଁ ବଡ କ୍ଷତି ହୋଇଛି ବୋଲି କହିଥିଲେ। ଏଥିସହିତ କରୋନା ପରେ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀକୁ ଏକ ସ୍ବତନ୍ତ୍ର ପରିଦର୍ଶନରେ ଯିବେ। ସେମାନଙ୍କ ଦୁଃଖସୁଖ ବୁଝିବେ ବୋଲି ନବୀନ ଭାଷଣରେ କହିଥିଲେ। ଏହା କହିବା ପରେ ତିର୍ତ୍ତୋଲରେ ଦେଖୁଥିବା ଲୋକେ ବେଶ ତାଳିମାରି ସ୍ବାଗତ କରିଥିଲେ। ତିର୍ତ୍ତୋଲବାସୀଙ୍କ ଯୋଗାଯୋଗ ପାଇଁ ମହାନଦୀ ଉପରେ ଦୁଇଟି ବଡ ସେତୁ ନିର୍ମାଣ ପାଇଁ ଅନୁଦାନ ଦିଆଯାଇଛି। ଏହା ଦ୍ବାରା ଆପଣମାନଙ୍କର ଯିବା ଆସିବା ସୁଗମ ହେବ ବୋଲି ନବୀନ କହିଥିଲେ। ତିର୍ତ୍ତୋଲରେ ମା ଉଭଣୀମାନେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବେଶ ସଫଳତାର ସହ କରୁଛନ୍ତି। ସେଥିପାଇଁ ମୁଁ ବହୁତ…

Read More