Author: Samikhsya Bureau

ନୂଆଦିଲ୍ଲୀ, କର୍ପୋରେଲ ୱାଙ୍ଗ ୟା ଲୋଙ୍ଗ ନାମକ ଜଣେ ପିଏଲଏ ସୈନିକ ଆଜି ଅର୍ଥାତ ୧୯ ଅକ୍ଟୋବର ୨୦୨୦ରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ନିୟନ୍ତ୍ରଣ ରେଖା ପାର ହେବା ପରେ ଗିରଫ ହୋଇଛନ୍ତି । ଅତ୍ୟଧିକ ଉଚ୍ଚତା ଏବଂ କଠିନ ଜଳବାୟୁ ପରିସ୍ଥିତିରୁ ରକ୍ଷା କରିବା ପାଇଁ ପିଏଲଏ ସୈନିକଙ୍କୁ ଅମ୍ଳଜାନ, ଖାଦ୍ୟ ଏବଂ ଶୀତ ପୋଷାକ ସହିତ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । ନିଖୋଜ ସୈନିକଙ୍କ ସୂଚନା ସମ୍ପର୍କରେ ପିଏଲଏ ପକ୍ଷରୁ ଦିଆଯାଇଥିବା ଏକ ଅନୁରୋଧକୁ ମଧ୍ୟ ଗ୍ରହଣ କରାଯାଇଛି । ପ୍ରୋଟୋକଲ ଅନୁଯାୟୀ, ପ୍ରକ୍ରିୟା ସମାପ୍ତ ହେବା ପରେ ସେହି ସୈନିକଙ୍କୁ ଚୁସୁଲ – ମୋଲଡୋ ବୈଠକ ସ୍ଥାନରେ ଚୀନ ଅଧିକାରୀଙ୍କୁ ଫେରାଇ ଦିଆଯିବ।

Read More

ନୂଆଦିଲ୍ଲୀ, ଆଜି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ‘ଆୟୁଷ୍ମାନ ସହକାର’ ନାମରେ ଏକ ଅନୁପମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବାରେ ସମବାୟ ସଂସ୍ଥାଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । ଏଥିପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସମବାୟ ବିକାଶ ନିଗମ (ଏନ୍‌ସିଡିସି) ମିଳିତଭାବେ ଏକ ବିତ୍ତୀୟ ପ୍ରତିଷ୍ଠାନ ଗଠନ କରିଛନ୍ତି; ଯାହା ବିକାଶ କାର‌୍ୟ୍ୟ ପାଇଁ ଅର୍ଥ ଯୋଗାଇ ଦେବ । ଆଜି ଏ ସଂପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ଯେ ଏନ୍‌ସିଡିସି ଦେଶର ଯୋଗ୍ୟ ସମବାୟ ସଂସ୍ଥାଗୁଡିକୁ ଆସନ୍ତା ବର୍ଷଗୁଡିକ ପାଇଁ ୧୦ ହଜାର କୋଟି ଟଙ୍କାର ଋଣ (ଟର୍ମ ଲୋନ) ଯୋଗାଇ ଦେବ। ବର୍ତ୍ତମାନର କରୋନା ମହାମାରୀ ଫଳରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟିର ଆବଶ୍ୟକତା ଅନୁଭୂତ ହେଉଛି । ଏହାକୁ ପୂରଣ କରିବା ପାଇଁ ଏନ୍‌ସିଡିସି ଏକ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନସ୍ଥ କାଳୁପଡା ଘାଟ ବଜାରରୁ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ବ୍ୟକ୍ତିଜଣଙ୍କ ଗୁରୁତର ଆହତ ହୋଇ ଏକ ଘଞ୍ଚ ବୁଦା ଭିତରେ ପଡିଥିଲେ। ସ୍ଥାନୀୟ ଯୁବକମାନେ ଆହତ ବ୍ୟକ୍ତିଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସଂଗଠନର ନଜରକୁ ଆଣିଥିଲେ। ସଂଗଠନର ଅଧ୍ୟକ୍ଷ ଶିଵ ଶଙ୍କର ଦାସଙ୍କ ତତ୍ୱାବଧାନରେ ଏକ ଦଳ କାଳୁପଡା ଘାଟ ଅଞ୍ଚଳର କିଛି ସ୍ଥାନୀୟ ଲୋକଙ୍କ ସହ ମିଶି ସମୃକ୍ତ ରୋଗୀକୁ ସଫା କରିବା ସହ ନୂତନ ବସ୍ତ୍ର ପରିଧାନ କରାଇଥିଲେ। ତାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହାପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଅଛି। ଅପର ପକ୍ଷରେ ରୋଗୀର ସମ୍ପୁର୍ଣ୍ଣ…

Read More

ଭୁବନେଶ୍ବର, ଏଣିକି ଓଡିଶାର ବିଦ୍ୟୁତ ଗ୍ରାହକ ଘରେ ବସି ବିଭିନ୍ନ ସେବା ହାସଲ କରି ପାରିବେ। ସେଥିପାଇଁ ଆଜି ଲୋକାର୍ପଣ ହୋଇଛି ‘ମୋ ବିଦ୍ୟୁତ୍‌’ ପୋର୍ଟାଲ ଏବଂ ମୋବାଇଲ ଆପ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି। ଯେଉଁମାନେ ପୋର୍ଟଲ ମାଧ୍ୟମରେ ସୁବିଧା ନେବେ ସେମାନେ www.mobidyut.com କୁ କ୍ଲିକ କରି ଏହି ସୁବିଧା ହାସଲ କରିପାରିବେ। ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଇଦେବାରେ ସାହାଯ୍ୟ କରିବ ଏହି ପୋର୍ଟାଲ ଏବଂ ଆପ୍। ବିଦ୍ୟୁତ ସେବା ଅତ୍ୟାବଶ୍ୟକ ହୋଇଥିବାରୁ ଏହାକୁ ମୋ ସରକାର ଅଧୀନ ଆସିଛି। ଏଥିଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ। ଏଥିରେ ଥିବା ସୁବିଧାଗୁଡିକ ହେଲା 1-ବିଦ୍ୟୁତ୍ ଗ୍ରାହକମାନେ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ, ବିଲ ପୈଠ, ବିଦ୍ୟୁତ ସେବା ସଂପର୍କିତ ଅଭିଯୋଗ ଦାଖଲ ଆଦି ପାଇପାରିବେ। 2–ଯେଉଁମାନେ ୫ କିଲୋୱାଟ ଯାଏଁ ବିଜୁଳି ବ୍ୟବହାର କରିବେ ସେମାନଙ୍କୁ…

Read More

ପାଟନା, ବିହାର ନିର୍ବାଚନର ଦିନ ପାଖେଇ ଆସୁଥିବାରୁ ଦଳଗୁଡ଼ିକ ପରସ୍ପରର ଦୁର୍ବଳତାକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟି ଆରଜେଡିର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ 15 ବର୍ଷର ଶାସନ ବିଷୟରେ ଟୁଇଟ୍ କରାଯାଇଛି। ବିଜେପି ତରଫରୁ କୁହାଯାଇଛି ଯେ 1990 ରୁ 2005 ମଧ୍ୟରେ ଲାଲୁରାଜ ଚାଲିଥିଲା । ସେତେବେଳେ ଲାଲୁଙ୍କ ଏକ ନୂଆ ଅଭିଧାନ ଥିଲା। ସେହି ଅଭିଧାନରେ ଲେଖାଥିଲା ‘କ’ ଫର କ୍ରାଇମ   ‘ଖ’ ଫର ଖତରା     ‘ଗ’ ଫର ଗୁଳି ସେହିପରି ବିଜେପି, ଆରଜେଡି ର ନାମକୁ ମଧ୍ୟ ସମାଲୋଚନା କରି କହିଛି ଆରଜେଡି ଫୁଲଫର୍ମ ହେଲା ‘ଆର’ ଫର ରଂଗରାଜ   ‘ଜେ’ଫର ଜଙ୍ଗଲରାଜ   ‘ଡି’ଫର ଦାଦାଗିରି ଏହାକୁ ନେଇ ବିହାର ବିଜେପି କର୍ମିଙ୍କ ଭିତରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି।

Read More

ଦୁବାଇ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଉ ଏକ ରେକର୍ଡ ନିଜ ନାମରେ କରିବାକୁ ଯାଉଛନ୍ତି । ପ୍ରଥମ ଖେଳାଳି ଭାବରେ ଆଇପିଏଲରେ 200 ମ୍ୟାଚ ଖେଳିବାକୁ ଯାଉଛନ୍ତି ଧୋନୀ । ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଧୋନୀ ଏହି ମାଇଲଖୁଣ୍ଟ ହାସଲ କରିବେ । ଏହା ପୂର୍ବରୁ ଧୋନୀ ସମସ୍ତ ସିଜିନ ଚେନ୍ନାଇ ପାଇଁ ଖେଳିଥିବା ବେଳେ କେବଳ ଦୁଇ ସିଜିନ ଆରପିଏସ ପାଇଁ ଖେଳିଥିଲେ। ଆଇପିଏଲର ଅନ୍ୟତମ ସଫଳ ଅଧିନାୟକ ଧୋନୀ ଚେନ୍ନାଇକୁ ପ୍ରତି ସିଜିନରେ ପ୍ଲେଅଫକୁ ନେଇଥିବା ବେଳେ ଅଧିନାୟକ ଭାବରେ 169 ମ୍ୟାଚରୁ 102 ମ୍ୟାଚରେ ବିଜୟୀ ହୋଇଛନ୍ତି ।  ଧୋନୀ ଆଇପିଏଲର 4568 ରନ ସଂଗ୍ରହ କରିଥିବା ବେଳେ ସିଏସକେ ପକ୍ଷରୁ 3994 ରନ ସଂଗ୍ରହ କରିଛନ୍ତି । ଧୋନୀଙ୍କ ନେତୃତ୍ୱରେ ସିଏସକେ ତିନିଥର ଆଇପିଏଲ ଟ୍ରଫି ହାସଲ କରିଛି । ଧୋନୀଙ୍କ ବ୍ୟତୀତ ଏକାଧିକ ଖେଳାଳି 200…

Read More

ଗୁରୁଗାଓଁ : ଏବେ ଅନଲାଇନ୍‌ର ସମୟ । ସ୍ମାର୍ଟ ଫୋନ୍‌ ଯୋଗୁଁ ଲୋକେ ଏବେ ପ୍ରାୟ ସବୁ ଅନଲାଇନ୍‌ରେ କରିବାକୁ ଭଲପାଉଛନ୍ତି ।ଏବେ ଅନଲାଇନ୍‌ ଡେଟିଂ ଆପ୍‌ର ମଧ୍ୟ ଲୋକପ୍ରିୟତା ବଢିଛି । ତେବେ ଏହି ଡେଟିଂ ଆପ୍‌ ଯୋଗୁଁ ପାର୍ଟନର୍‌ ଖୋଜିବା ସହଜ ହେଉଛି । କିନ୍ତୁ ଏହି ଅନଲାଇନ୍‌ ଡେଟିଂ ଆପ୍‌ ଯୋଗୁଁ କିଛି ଲୋକଙ୍କ ଜୀବନ ବରବାଦ ହେଉଥିବାବେଳେ କିଛି ଲୋକେ ଏହାର ଫାଇଦା ଉଠାଉଛନ୍ତି । ଡେଟିଂ ଆପ୍‌ର ଫାଇଦା ଉଠାଇ ଜଣେ ମହିଳା ଜଣେ ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ୍‌ କରିଥିବାର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଗୁରୁଗାଓଁର ଜଣେ ମହିଳା ଡେଟିଂ ଆପ୍‌ ଜରିଆରେ ଜଣେ ବ୍ୟକ୍ତିଙ୍କୁ ଫସାଇ ବ୍ଲାକମେଲ କରିଛନ୍ତି । ଡେଟିଂ ଆପ୍‌ ଜରିଆରେ ଦୁହେଁ ପରିଚିତ ହୋଇଥିବାବେଳେ ଦୁହେଁ ନିଜ ଫୋନ ନମ୍ବର ଦିଆନିଆ ହୋଇଥିଲେ । କିଛି ସମୟଦୁହେଁ ଚାର୍ଟିଂ କରିବା ପରେ ଫୋନ୍‌ ନମ୍ବର…

Read More

ଯାଜପୁର, ଯେଉଁମାନେ ଜର୍ଦ୍ଦା ଖାଉଛନ୍ତି, ସେମାନେ ସାବଧାନ। କାରଣ ପ୍ରଥମତଃ ଜର୍ଦ୍ଦା ଖାଇବା ସ୍ବାସ୍ଥ୍ୟ ପାଇଁ ହୀନକାର। ହେଲେ ଏବେ ଆମେ ଯେଉଁକଥା କହୁଛୁ ତାହା ହେଉଛି ତିବ୍ର ବିଶାକ୍ତ ଜର୍ଦ୍ଦା। ଯାଜପୁର ପୋଲିସ ଆଜି ବିଷାକ୍ତ ଜିନିଷ ମିଶାଇ ନକଲି ଜର୍ଦ୍ଦା ପ୍ରସ୍ତୁତ କରୁଥିବା 3 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ ଏମାନଙ୍କଠାରୁ ବିପୁଳ ପରିମାଣ ଜର୍ଦ୍ଦା ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ବିଷାକ୍ତ ଜିନିଷ ଜବତ କରିଛି। ସେହି ସ୍ଥାନରେ ବହୁ ବର୍ଷ ଧରି ବିଭିନ୍ନ ନାମଜାଦା ବ୍ରାଣ୍ଡର ନକଲି ଜର୍ଦ୍ଦା ପ୍ରସ୍ତୁତ କରାଯାଉ ଥିଲା। ଏ ନେଇ ଜେନାପୁର ଥାନାରେ ଏକ ମାମଲା ଋଜୁ କରାଯାଇଛି। ତେବେ ଏ ସଂପର୍କରେ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ପୋଲିସ କହିଛି।

Read More

ଶ୍ରୀନଗର : ଜମ୍ମୁ କାଶ୍ମୀର କ୍ରିକେଟ ସଂଘର ଏକ ଦୁର୍ନୀତି ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ପଚରା ଉଚୁରା କରିଛି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ । ଶ୍ରୀନଗର ସ୍ଥିତ ଇଡି କାର୍ଯ୍ୟାଳୟରେ ଅବଦୁଲ୍ଲାଙ୍କୁ ଜେରା କରାଯାଉଥିବା ବେଳେ ଓମାର ଅବଦୁଲ୍ଲା ଏହି ଘଟଣାକୁ ନିନ୍ଦା କରିଛନ୍ତି । ଜମ୍ମୁ କାଶ୍ମୀରରେ କ୍ରିକେଟର ବିକାଶ ପାଇଁ 112 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏହା ମଧ୍ୟରୁ 43 କୋଟି ହେରଫେର ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏହି ଦୁର୍ନୀତି ମାମଲାକୁ ନେଇ 2019ରୁ ଇଡି ପକ୍ଷରୁ ପଚରାଉଚୁରା କରାଯାଉଛି । 2002ରୁ 2011 ମଧ୍ୟରେ ଅବଦୁଲ୍ଲା କ୍ରିକେଟ ବୋର୍ଡର ଚେୟାରମ୍ୟାନ ରହିଥିବା ସମୟରେ ଏହି ହେରଫେର ହୋଇଥିବା ଜଣାପଡିଛି । ତେବେ ଫାରୁକଙ୍କ ପୁଅ ଓମାର ଅବଦୁଲ୍ଲା ଏହି ଘଟଣାରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୁପକାର ରାଜିନାମାରେ ଭୟଭୀତ ହୋଇ କେନ୍ଦ୍ର ସରକାର ଇଡି ଜରିଆରେ ପ୍ରତିଶୋଧପରାୟଣ ରାଜନୀତି କରୁଛି…

Read More

ପାଟନା, ଧିରେ ଧିରେ ବିହାର ନିର୍ବାଚନ ତାତି ବଢିବାରେ ଲାଗିଛି। ଆଜି ଏକ ନିର୍ବାଚନୀ ସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲାଲୁଙ୍କୁ କଡା କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଏପରି ଘଟଣା ଘଟିଛି ଯାହା ଏକ ଇତିହାସ ସୃଷ୍ଟି କରିଛି। ତାହା ହେଉଛି ଯେତେବେଳେ ସ୍ବାମୀ ଜେଲ ଭିତରେ ସେତେବେଳେ ସ୍ତ୍ରୀ ମୁଖ୍ୟମନ୍ତ୍ରୀ। ଏହା କହି ସେ ଜୋରରେ ହସିଥିଲେ। ତେବେ ନୀତିଶ ଏହି କଟାକ୍ଷ ସିଧା ଆରଜେ଼ଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଥିଲେ ମଧ୍ୟ ସେ ତାଙ୍କର ନାମ ନେଇ ନ ଥିଲେ। ବିହାର ନିର୍ବାଚନ ଯେତିକି ପାଖେଉଛି ସେତିକି ରାଜନୈତିକ ବୟାନବାଜି ସୃଷ୍ଟି ହେବାରେ ଲାଗିଛି।

Read More

ଭୁବନେଶ୍ୱର:  ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ ଭିଡିଓକୁ ନେଇ ପୁଲିସର ତତ୍ପରତା ପ୍ରସଙ୍ଗରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏକ ବଡ଼ ବୟାନ ଦେଇଛନ୍ତି। ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ବିଭିନ୍ନ ସମୟରେ ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି। ଏହା ଉପରେ ଆଦିବାସୀ ସମାଜ କଠୋର ଅଭିମୁଖ୍ୟ ନେବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ନବୀନ ନିବାସ ଘେରାଉ ପାଇଁ ଆଦିବାସୀ ସମାଜ ପକ୍ଷରୁ  ନିଷ୍ପତ୍ତି  ନିଆଯାଇଛି।  ଚନ୍ଦ୍ରମା ଭୂମିଆ ଓ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବାକୁ ନବୀନ ନିବାସ ଘେରାଉ ନିଷ୍ପତ୍ତି  ନିଆଯାଇଥିବା କଥା ଶ୍ରୀ ମାଝୀ କହିଛନ୍ତି। ସେହିପରି ଗଣମାଧ୍ୟମ ପ୍ରତି ଆକ୍ରୋଶମୂଳକ ପଦକ୍ଷେପକୁ ପ୍ରଦୀପ ମାଝୀ ନାପସନ୍ଦ କରି କହିଛନ୍ତି ଯେ, ଆଇନ ପରିସରରେ ରହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଫେକ ଭିଡିଓ କିଏ…

Read More

ପୁରୀ : ପୁରୀ ସ୍ବର୍ଗଦ୍ବାରରୁ ଶବ ସଂସ୍କାର ନେଇ କଟକଣା ହଟିଲା । ପୁରୀ ଜିଲ୍ଲା ବାହାରର ଯେକେହି ଆତ୍ମୀୟଙ୍କ ସଂସ୍କାର କରିପାରିବେ ।କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳଙ୍କ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି । ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ବର୍ଗଦ୍ବାରରୁ କଟକଣା ହଟାଗଲା । ତେବେ ଶବ ସତ୍କାର ବେଳେ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ସୂଚନା ଦିଆଯାଇଛି । ସଂସ୍କାର କାର୍ଯ୍ୟକ୍ରମରେ 20 ଜଣରୁ ଅଧିକ ଯିବେନି । ସମସ୍ତେ ମାସ୍କ ପିନ୍ଧିବା ସହିତ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ଜାରି ରହିଛି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ମାମଲାକୁ ଦେଖି ଗତ ଜୁଲାଇ 8 ତାରିଖରୁ ପୁରୀ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ବା ପରିବାରକୁ ପୁରୀର ସ୍ୱର୍ଗଦ୍ୱାରରେ ଶବ ଦାହ କରିବାକୁ ବାରଣ କରାଯାଇଥିଲା ।

Read More

ଭୁବନେଶ୍ୱର : ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୂଜା କମିଟିଙ୍କୁ ଆଶ୍ୱସ୍ତି ମିଳିଛି । 9ଟି ପୂଜା କମିଟିଙ୍କୁ ଉଚ୍ଚ ମୂର୍ତ୍ତି ପାଇଁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ । ଯେଉଁ 9ଟି ପୂଜାକମିଟି ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି ସେମାନଙ୍କ ମୂର୍ତ୍ତିକୁ ପୂଜା କରିବାର ଅନୁମତି ଦେଇଛନ୍ତି କୋର୍ଟ । ତେବେ ଏହି ନିଷ୍ପତ୍ତି ସହିତ ଦୁଇଟି ସର୍ତ୍ତ ଜାରି କରିଛନ୍ତି ହାଇକୋର୍ଟ । ମାମଲାକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ଏବଂ ପୂଜା ପରେ ମୂର୍ତ୍ତିକୁ ସରକାର ବିସର୍ଜନ କରିବେ। ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଚାରି ଫୁଟ ଉଚ୍ଚତାର ମୂର୍ତ୍ତି କରିବା ପାଇଁ ନିର୍ଦ୍ଦେଶାବଳୀ  ଜାରି କରାଯାଇଥିଲା। ତେବେ ଏହାକୁ ଚ୍ୟାଲେଞ୍ଜ କରି 9ଟି ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ପିଟିସନର ଶୁଣାଣି କରି ଏଜିଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

Read More

ଜାଲୌର :  ହାଥରସ୍‌ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଏପରି ଘଟଣାମାନ କମିବାର ନାଁ ନେଉନାହିଁ । ଦେଶର କୋଣ ଅନୁକୋଣରୁ ଏପରି ଘଟଣାମାନ ସାମ୍ନାକୁ ଆସୁଛି । ରାଜସ୍ଥାନର ଜାଲୌରର ଭିନମାଲରେ ଦୁଇ ନାବାଳିକା ଭଉଣୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ପୋଲିସ ରିପୋର୍ଟ ଅନୁସାରେ ଭୀନମାଲ୍‌ ଅଞ୍ଚଳରେ ଘରେ ଶୋଇଥିବା ଦୁଇ ନାବାଳିକା ଭଉଣୀଙ୍କୁ ଚାରିଜଣ ଯୁବକ ଜବରଦସ୍ତି ଉଠାଇ ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କରିଛନ୍ତି । ଦୁଇ ଭଉଣୀଙ୍କ ବୟସ ଯଥାକ୍ରମେ 14 ଓ 15ବର୍ଷ ବୋଲଇ ସୂଚନା ରହିଛି । ଦୁଇ ନାବାଳିକାଙ୍କୁ ରାଜାପୁର ପାହାଡରୁ ଶୋଚନୀୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରାତ୍ରି ପ୍ରାୟ 1.00 ସମୟରେ ଜେତାରାମ ଭିଲ ଓ ତେଜରାମ ଭୀଲ୍‌ଙ୍କସମେତ ଚାରି ଅଭିଯୁକ୍ତ ଦୁଇ ଭଉଣୀଙ୍କୁ ଘରୁ ଉଠାଇ ନେଇ ରାଜାପୁର ପାହାଡ ଜଙ୍ଗଲକୁ ନେଇ ସେଠାରେ ଦୁଷ୍କର୍ମ…

Read More

ଭୁବନେଶ୍ୱର : କରୋନା ସମୟରେ ସ୍କୁଲ ଫି ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ କରାଯାଇଛି । ପୂର୍ବରୁ ରାଜ୍ୟ ଅଭିଭାବକ ସଂଘ ପକ୍ଷରୁ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ରାଜ୍ୟ ସରକାର ଏହି ମାମଲାକୁ ନେଇ ସାତ ଦିନ ମଧ୍ୟରେ ସ୍ପଷ୍ଟୀକରଣ ପ୍ରଦାନ କରନ୍ତୁ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାକୁ ନେଇ କିଛି ଘରୋଇ ସ୍କୁଲ ପକ୍ଷରୁ ମାମଲା ରୁଜୁ କରାଯାଇଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।  ସାତ ଦିନ ପରେ ମାମଲାର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି ମାନ୍ୟବର ହାଇକୋର୍ଟ ।

Read More

ଉମରକୋଟ : ଅଟୋ ଓଲଟି ପଡିବା ଯୋଗୁଁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଚନ୍ଦାହାଣ୍ଡି ଘାଟି ରାସ୍ତାରେ ଅଟୋଟି ଓଲଟିପଡିଥିଲା। ଅଟୋ ଓଲଟି ପଡିବାରୁ 2 ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ 15ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 3ରୁ 4 ଜଣ ଶିଶୁ ରହିଥିବାର ସୂଚନା ରହିଛି । ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବାବେଳେ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’ର ‘ଇନ୍ଦୁ ଦାଦି’ ଆଉ ନାହାନ୍ତି । ଇନ୍ଦୁ ଦାଦି ଚରିତ୍ରରେ ଅଭିନେତ୍ରୀ ଜରିନା ରୋଶନ୍‌ ଖାନ୍‌ ଅଭିନୟ କରୁଥିଲେ । ମାତ୍ର 54 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଜରିନା କୁମ୍‌କୁମ୍‌ ଭାଗ୍ୟ ବ୍ୟତୀତ ‘ୟେ ରିସ୍‌ତା କ୍ୟା କହଲା‌ତା ହୈ’ରେ ମଧ୍ୟ କାମ କରିଛନ୍ତି। ସେ ‘କୁମ୍‌କୁମ୍‌ ଭାଗ୍ୟ’ ଧାରବାହିକ ଜରିଆରେ ‘ଇନ୍ଦୁ ଦାଦି’ ଭାବେ ଘରେ ଘରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ବିୟୋଗରେ ଟେଲିଜଗତରେ ଶୋକର ଛାୟା ଖେଳିଯାଇଛି । ଜରିନାଙ୍କ ବିୟୋଗରେ କୁମ୍‌କୁମ୍‌ ଭାଗ୍ୟର ଷ୍ଟାର୍‌କାଷ୍ଟମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ବିତେଇଥିବା ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ଏହି ଧାରାବାହିକର ମୁଖ୍ୟ ଅଭିନେତା ଶାବିର ଆଲ୍‌ଓ୍ବାଲୁଆ ଓ ମୁଖ୍ୟ ଅଭିନେତ୍ରୀ ଶ୍ରୀତୀ…

Read More

କାବୁଲ : ଆଫଗାନିସ୍ତାନରେ ରବିବାର ଏକ ଆତ୍ମଘାତୀ ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ ଘଟିବା ସହିତ ଶତାଧିକ ଲୋକ ଆହତ ହୋଇଛନ୍ତି । ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ସନ୍ଧ୍ୟାରେ ଏହି କାର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ ଘଟିବା ସହିତ 120ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ପୋଲିସ ଷ୍ଟେସନ ସମ୍ମୁଖରେ ଏହି ବିସ୍ଫୋରଣ କରାଯାଇଥିଲା । ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଆଲୋଚନାକୁ ପ୍ରତିହତ କରିବା ପାଇଁ ଏହି ଆକ୍ରମଣ କରାଯାଇଥିବା ସନେ୍ଦହ କରାଯାଉଛି ।

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା: ଦୀର୍ଘ ୭ ମାସ ଧରି ତାଣ୍ଡବ ରଚାଇଥିବା ମହାମାରୀ କରୋନା ପ୍ରଭାବରେ ସମଗ୍ର ଅଞ୍ଚଳ ଅସ୍ତବ୍ୟସ୍ତ। ଏହି ଅବଧି ମଧ୍ୟରେ ଅନେକେ କରୋନାରେ ଆକ୍ରାନ୍ତ ହେବାସହ ଅନେକ ଅମୁଲ୍ୟ ଜୀବନ ମଧ୍ୟ ଚାଲିଯାଇଛି। କରୋନା କେବଳ ଜନଜୀବନ ଉପରେ ପ୍ରଭାବ ବିସ୍ତାର କରିନି ଏହି ପରିସ୍ଥିତି ଯୋଗୁଁ ଅନେକେ ଜୀବିକା ମଧ୍ୟ ହରାଇଛନ୍ତି। ଛୋଟମୋଟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଦିନ ମଜୁରିଆ, ଟ୍ୟୁସନ୍‌ ମାଷ୍ଟର ତଥା ବୁଲା ବିକାଳୀମାନେ ଜୀବିକା ହରାଇଛନ୍ତି। ସେହିପରି କରୋନା ମାଡରୁ ପୂଜକମାନେ ମଧ୍ୟ ବର୍ତ୍ତି ପାରିନାହାନ୍ତି। କରୋନା କାଳରେ ବହୁ ସଂକଟର ସମ୍ମୁଖୀନ ହୋଇଛନ୍ତି ମନ୍ଦିରର ପୂଜା ପଣ୍ଡାମାନେ। ଭକ୍ତଙ୍କ ଅନୁଦାନରେ ପୂଜାରୀର ପରିବାର ପ୍ରତିପୋଷଣ ହେଉଥିବାବେଳେ ଭକ୍ତଙ୍କୁ ମନ୍ଦିର ବାରଣ କରାଯାଇଛି। କରୋନା ଯୋଗୁଁ ଦୀର୍ଘ ସାତ ମାସ ଧରି ମନ୍ଦିରଗୁଡିକ ବନ୍ଦ ରହିଛି। ଅନଲକ୍‌ ପ୍ରକ୍ରିୟାରେ ରାଜ୍ୟର କେତେକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକକୁ ଖୋଲିବା ପାଇଁ ସରକାରୀ ଅନୁମତି ମିଳିଥିବା…

Read More

ଭୁବନେଶ୍ୱର : କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ସିଲ୍ ହେଲା ବାର୍ । ରାଜଧାନୀର ଇନ୍ଫୋସିଟି ଅଞ୍ଚଳରେ ଥିବା ଇକୋସ୍ ବାରକୁ ଚଢାଉ କରି ସିଲ୍ କରିଛି ପୋଲିସ । ଏହି ବାର୍‌ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ଜନ୍ମଦିନ ପାଳନ ଉତ୍ସବ ବେଳେ କିଛି ଲୋକ ମାସ୍କ ପିନ୍ଧିଥିବା ବେଳେ ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ପାଇ ପୋଲିସ ସଂପୃକ୍ତ ବାର୍‌ରେ ରେଡ୍ କରାଯାଇଥିଲା । ରେଡ୍ ପରେ ବାର୍‌କୁ ସିଲ୍ କରିଛି ପୋଲିସ ।

Read More

ନୂଆଦିଲ୍ଲୀ, ‘ସୋରିଷ ତେଲ’ ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍ ଉପକାରୀ। ମସଲାଯୁକ୍ତ ଲୁଣଠାରୁ ଆରମ୍ଭ କରି ସୁସ୍ବାଦୁ ଖାଦ୍ୟ ପର୍ଯ୍ୟନ୍ତ ସୋରିଶ ତେଲ ବ୍ୟବହାର ହୋଇଥାଏ।  କେଶର ଚମକକୁ ବୃଦ୍ଧି କରିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୁଏ। ସୋରିଷ ତେଲ ଶୁଖିଲା କେଶକୁ ମୋଟା, ଚକଚକିଆ ଏବଂ ନରମ ରଖିବା ପାଇଁ ବ୍ୟବହାର କରାଯାଏ। ଚର୍ମକୁ ନିୟମିତ ମାଲିସ୍ କରିବା ଦ୍ୱାରା ଚେହେରାରେ ସୈନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଆୟୁର୍ବେଦ ଅନୁଯାୟୀ, ଚର୍ମର ଚିକ୍କଣତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଠିକ୍ ହଜମ ପାଇଁ ସୋରିଷ ତେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ଏହି ତେଲ ଥଣ୍ଡାକୁ ରୋକିବା ସହ ମାଂସପେଶୀକୁ ଆରାମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବୋଧହୁଏ ଏହି କାରଣରୁ ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସୋରିଷ ତେଲର ଏକ ବିଶେଷ ସ୍ଥାନ ଅଛି।

Read More