Author: Samikhsya Bureau

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୯୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୩୭ ଜଣ ଚିହ୍ନଟ ହୋଇଥିବାବେଳେ ୧୨୫୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୯୯୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୧୦ ହଜାର ୨୧୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୯ ହଜାର ୭୭୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୯୪୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୯୯୫ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୬୮…

Read More

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଆୟୁର୍ବେଦ ଓ ଯୋଗ ଉପରେ ପର୍ଯ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀପଦ ୟେଶୋ ନାଏକ, ନୀତି ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର, ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡଃ ଭି.କେ. ପଲଙ୍କ ଭର୍ଚୁଆଲ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଛି। ପୂର୍ବତନ ଆଇସିଏମଆର ମହାନିର୍ଦ୍ଦେଶକ ଡଃ ଭି.ଏମ.କାଟୋଚଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ କୋଭିଡ ଉପରେ ଆୟୁର୍ବେଦ ଓ ଯୋଗ ସମ୍ବଳିତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ପ୍ରସ୍ତୁତ କରିଥିଲେ। ଏହି ରିପୋର୍ଟରେ ଔଷଧର ସୁରକ୍ଷା ଓ ହିତ ସମ୍ପର୍କିତ ସୁପାରିଶଗୁଡିକୁ କୋଭିଡ-୧୯ ନିମନ୍ତେ ଗଠିତ ଜାତୀୟ ଟାସ୍କଫୋର୍ସ ଏବଂ ଯୁଗ୍ମ ନିରୀକ୍ଷଣ ଗ୍ରୁପ ଦ୍ଵାରା ପ୍ରସ୍ତୁତ କରାଯିବା ପରେ ନୀତି ଆୟୋଗ ପକ୍ଷରୁ ଏହି ମାର୍ଗଦର୍ଶିକାର ସୁପାରିଶଗୁଡିକ ମଧ୍ୟ…

Read More

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟରୁ ମିଳିଲା ଜାମିନ। ବମ୍ବେ ଉଚ୍ଚ ନ୍ୟାୟାଳୟରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ହେଲେ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତେବେ ରିୟାଙ୍କୁ ଏକ ଲକ୍ଷ ଟଙ୍କା ଓ ପାସପୋର୍ଟ ଜମା କରିବା ପାଇଁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛି। ଏହା ସହିତ ବମ୍ବେ ସହରରୁ ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଉଲ୍ଲେଖ ଯୋଗ୍ୟ ଯେ, ସେପ୍ଟେମ୍ବର ୯ ତାରିଖରେ ରିୟାଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି  ଗିରଫ କରିଥିଲା। ୨୮ ଦିନ ବିଚାରବିଭାଗୀୟ ହାଜତରେ ରହିବା ପରେ ରିୟାଙ୍କୁ ଜାମିନ ମିଳିଛି।

Read More

ଭୁବନେଶ୍ବର: ସୋମବାରଦିନ ରାଜ୍ୟରେ ୪୧୮୪୦ଟି କରୋନା ପରୀକ୍ଷା କରାଯାଇଥିଲା। କିନ୍ତୁ ମଙ୍ଗଳବାର ଦିନ କରୋନା ପରୀକ୍ଷାରେ ବୃଦ୍ଧି ଘଟିଛି। ଗତକାଲି ରାଜ୍ୟରେ ୪୫ ହଜାର ୩୫୮ କରୋନା ପରୀକ୍ଷା କରାଯାଇଛି। ମୋଟ ପରୀକ୍ଷା ମଧ୍ୟରୁ ୭ ହଜାର ୮୮୫ ଟି ଆରଟିପିସିଆର ପରୀକ୍ଷା ହୋଇଥିବା ବେଳେ ୩୭ ହଜାର ୩୪୦ ଟି ଆଣ୍ଟିଜେନ ପରୀକ୍ଷା ହୋଇଛି ଏବଂ ୧୩୩ଟି ଟ୍ରୁନଟ୍ ପରୀକ୍ଷା ହୋଇଛି। ସୂଚନା ଯୋଗ୍ୟ ଯେ, ସୋମବାର ଦିନ କରାଯାଇଥିବା ମୋଟ ପରୀକ୍ଷା ମଧ୍ୟରୁ ୬,୧୮୫ଟି ଆରଟି-ପିସିଆର ଏବଂ ୩୫,୫୫୦ଟି ଆଣ୍ଟିଜେନ ଟେଷ୍ଟ ଓ ୧୦୫ଟି ଟ୍ରୁନାଟ୍ ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା।

Read More

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨ ହଜାର ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୨ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪ ହଜାର ୫୫୫ ରେ ପହଞ୍ଚିଛି। ତେବେ ସକ୍ରିୟ ମାମଲା ୯ ଲକ୍ଷ ୭ ହଜାର ୮୮୩ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫୭ ଲକ୍ଷ ୪୪ ହଜାର ୬୯୩ ଆକ୍ରାନ୍ତ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Read More

ସୀତାରାମ ଅଗ୍ରୱାଲ  ଟାଙ୍ଗୀ: କିଛି ମାସର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଟାଙ୍ଗୀରେ ଖଣି ମାଫିଆ ଏବଂ ବେଆଇନ ମାଙ୍କଡା ପଥର ଚାଲାଣକାରୀ। ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲ ଏବଂ ଟାଙ୍ଗୀ ପୋଲିସର ମିଳିତ ସହଯୋଗରେ ବେଆଇନ ମାଙ୍କଡାପଥର ଚାଲାଣ ଗାଡ଼ିଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଦୁଇ ଗୋଟି ଜେ.ସି.ବି ଏବଂ ଗୋଟିଏ ମାଙ୍କଡାପଥର ବୋଝେଇ ଟ୍ରକ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଟାଙ୍ଗୀ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ତହସିଲ କର୍ମଚାରୀ, ଟାଙ୍ଗୀ ଥାନା ଆଇ.ଆଇ.ସି ଏବଂ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀଙ୍କ ମିଳିତ ସହଯୋଗରେ ଏକ ଟିମ ଗଠନ କରାଯାଇ ଟାଙ୍ଗୀ ତହସିଲ ଅନ୍ତର୍ଗତ ପାତ୍ରପଡ଼ା ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ସେହି ଅଞ୍ଚଳରୁ ଦୁଇ ଗୋଟି ଜେ.ସି.ବି ମେସିନ ସହ ଗୋଟାଏ ମାଙ୍କଡାପଥର ବୋଝେଇ ଟ୍ରକକୁ ଉକ୍ତ ଟିମ ଜବତ କରିଛି। ଜବତ ହୋଇଥିବା ଗାଡ଼ି ଏବଂ ଜେ.ସି.ବି ମେସିନ ବର୍ତ୍ତମାନ ଟାଙ୍ଗୀ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ରାଜନୈତିକ ନେତା ମାନଙ୍କର ଦଳଡିଆଁ ସେତିକି ବଢିବାରେ ଲାଗିଛି। ବିଜେପି ଦଳରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ଆଜି ବିଜେପି ଛାଡିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିବା ସୂଚନା ମିଳିଛି। ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ରମାକାନ୍ତ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ତଳେ ତିର୍ତ୍ତୋଲ ଆସନରୁ ଦୁଇଥର କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜକିଶୋର ବେହେରା କିମ୍ବା ହରିହର ବେହେରାଙ୍କୁ ତିର୍ତ୍ତୋଲ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଥିବା ଆଶଙ୍କା କରି ଦଳର ଏଭଳି ରଣନୀତିକୁ ନେଇ ରମାକାନ୍ତ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବେଗୁନିଆପଡା ବ୍ଲକ ଗ୍ରସ୍ତ। ମଙ୍ଗଳବାର ଦିନ ଜିଲ୍ଲାପାଳ କେ.ବରିଡା ସ୍ଥିତ ଅମରେଶ୍ବର ମନ୍ଦିର ପରିସରରେ ନିର୍ମାଣାଧୀନ ପାର୍କର ଅଗ୍ରଗତିର ସମୀକ୍ଷା କରିଛନ୍ତି। ନିର୍ମାଣଧୀନ ପାର୍କର ସୌନ୍ଦର୍ଯ୍ୟପୂର୍ଣ୍ଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ। ମନରେଗା ଯୋଜନା ଏବଂ ପଂଚାୟତ ପାଣ୍ଠିରୁ ଆସିଥିବା ଅନୁଦାନରେ ଏହା ନିର୍ମାଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ତହସିଲଦାର ପ୍ରଭାତ କୁମାର ପରିଡା, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୩୮୧୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୯୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୬୮ ଜଣ, ବରଗଡରୁ ୧୫୧, ବାଲେଶ୍ବରରୁ ୧୪୬, ନୂଆପଡାରୁ ୧୩୫, ଜଗତସିଂହପୁରରୁ ୧୨୪, ଅନୁଗୁଳରୁ ୧୨୨, ସମ୍ବଲପୁରରୁ ୧୧୮, ସୁନ୍ଦରଗଡରୁ ୧୧୦, କେନ୍ଦ୍ରାପଡାରୁ ୧୦୬, ବଲାଙ୍ଗିରିରୁ ୯୩, ଯାଜପୁରରୁ ୯୧, ମୟୂରଭଞ୍ଜରୁ ୮୮, ପୁରୀରୁ ୮୮, କନ୍ଧମାଳରୁ ୮୬, କେନ୍ଦୁଝରରୁ ୮୬, ସୋନପୁରରୁ ୮୩, ଭଦ୍ରକରୁ ୮୨, ନୟାଗଡରୁ ୭୧, କଳାହାଣ୍ଡିରୁ ୬୯, ଝାରସୁଗୁଡାରୁ ୬୮, ନବରଙ୍ଗପୁରରୁ ୬୬, କୋରାପୁଟରୁ ୬୨, ଗଞ୍ଜାମରୁ ୫୬, ରାୟଗଡାରୁ ୫୦, ଢେଙ୍କାନାଳରୁ ୪୮, ମାଲକାନଗିରିରୁ ୩୪, ବୌଦ୍ଧରୁ ୪୫, ଦେବଗଡରୁ ୧୪, ଗଜପତିରୁ ୨୪ ଏବଂ ଷ୍ଟେଟ ପୁଲରୁ ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୩ ଥିବା ବେଳେ ୨…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ଅଛନ୍ତି। ଏହି ଖବର ତାଙ୍କର ହଜାର ହଜାର ଅନୁଗାମୀମାନଙ୍କୁ ବ୍ୟଥିତ କରିଛି। ସେପ୍ଟେମ୍ବର ୨୮ ତାରିଖରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ଓଡିଶା ବିଧାନସଭାର ୧୨ ଜଣ ବିଧାୟକ ଏବଂ ମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସେହିଦିନ ଠାରୁ ବିଧାୟକ ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ପ୍ରତିଦିନ ନିଜର ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ବହୁ କର୍ମୀମାନେ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ବ୍ଲକ ବିଜେଡି ଯୁବ ସଭାପତି ତଥା ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ସରପଞ୍ଚ ଶେଷଦେବ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ବିଜୁ ଜନତା ଦଳ ତରଫରୁ ଚିଲିକା ବିଧାୟକଙ୍କ ଆଶୁ ଆରୋଗ୍ୟ କାମନାକରି ମା’ ଭଗବତୀଙ୍କ ନିକଟରେ ସାମୂହିକ ଦ୍ବୀପ ଦାନ ଓ ପ୍ରାର୍ଥନା କରାଯାଇଥିଲା। ବିଧାୟକ ଶୀଘ୍ର କରୋନାରୁ ସୁସ୍ଥ ହୋଇ ଚିଲିକା…

Read More

ନୂଆଦିଲ୍ଲୀ : ସାଧାରଣତଃ ଭାରତୀୟମାନେ ଖାଲି ସମୟରେ କ’ଣ କରିବାକୁ ପସନ୍ଦକରନ୍ତି । ଏହାର ଉତ୍ତର ହେଉଛି ଶୋଇବା । ଭାରତୀୟମାନେ ଖାଲି ସମୟରେ ଶୋଇବାକୁ ବେଶ୍‌ ପସନ୍ଦ କରନ୍ତି ବୋଲି ଏକ ଷ୍ଟଡିରୁ ଜଣାପଡିଛି । ଭାରତୀୟମାନେ ସେମାନଙ୍କର ଦିନକୁ କେମିତି ଅତିବାହିତ କରନ୍ତି, ଏନେଇ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛି । ଏହି ସର୍ଭେରେ ଗ୍ରାମୀଣ ଓ ସହର ଅଞ୍ଚଳର ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଗ୍ରାମୀଣ ଓ ସହରୀ ଲୋକମାନେ ଶୋଇବାରେ କେତେ ସମୟ ଖର୍ଚ୍ଚ କରନ୍ତି ତାହା ନେଇ ଏହି ସର୍ଭେ କରାଯାଇଥିଲା । 2019 ଜାନୁଆରୀ ଓ ଡିସେମ୍ବର ମଧ୍ୟରେ ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଟାଇମ୍‌ ବ୍ୟବହାରକୁ ନେଇ ଏକ ସର୍ଭେ କରିଥିଲା । ପ୍ରାୟ 1ଲକ୍ଷ 38 ହଜାର 799ଜଣଙ୍କ ଘରେ ଏନେଇ ସର୍ଭେ କରାଯାଇଥିଲା । କେବଳ ଆଣ୍ଡାମାନ ନିକୋବର ଦ୍ବୀପ ପୁଞ୍ଜକୁ ଛାଡି କରାଯାଇଥିବା…

Read More

ପାଟନା : ବିହାର ନିର୍ବାଚନ ଲାଗି ଏନ୍‌ଡିଏର ଆସନ ଭାଗବଣ୍ଟା ଘୋଷଣା ହୋଇଛି। ଔପଚାରିକ ଭାବେ ଏହି ଘୋଷଣା କରାଯାଇଛି ।  243 ବିଶିଷ୍ଟ ବିହାର ବିଧାନସଭା ମିଳିଥିବା ସୂଚନା ଅନୁସାରେ ଜେଡିୟୁ 122ଟି  ଆସନର ପ୍ରାର୍ଥୀ ଦେବ ବୋଲି ଘୋଷଣା କରାଯାଇଛି । ତେବେ ଜେଡିୟୁ ନିଜ କୋଟାରୁ ଜୀତନରାମ ମାଝୀଙ୍କ ଦଳକୁ 7ଟି ଆସନ ଦେବ ବୋଲି ଘୋଷଣା କରିଛି । ଏହିପ୍ରକାରେ ଜେଡିୟୁ 115ଟି ଆସନରେ ନିର୍ବାଚନ ଲଢିବ । ସେହିପରି ବିଜେପିକୁ 121ଟି ଆସନରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ହୋଇଛି । ବିଜେପି ନିଜ କୋଟାରୁ ମୁକେଶ ସହନୀଙ୍କ ବିକାଶଶୀଳ ଇନସାନ ଦଳକୁ 9ଟି ଆସନ ଦେବ ବୋଲି ସୂଚନା ରହିଛି । ଏହି ପ୍ରକାରେ ବିଜେପି 112ଟି ଆସନରେ ନିର୍ବାଚନ ଲଢିବ ବୋଲି ସୂଚନା ରହିଛି । ବିହାରରେଏନ୍‌ଡିଏର ଆସନ ଭାଗବଣ୍ଟାକୁ ନେଇ ନୀତିଶ କୁମାର ଔପଚାରିକ ଭାବେ ଏହି ଘୋଷଣା କରିଛନ୍ତି।  ନୀତିଶକୁମାରଙ୍କ…

Read More

ଭୁବନେଶ୍ବର : ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗୋଟିଏ ଦିନ ପୂର୍ବରୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ୍ 5ଟି ବିଲ୍ ପାରିତ ହୋଇଛି । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ବ୍ୟତୀତ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଶିଳ୍ପ ବିବାଦ ଓଡିଶା ସଂଶୋଧ ବିଲ୍, ଓଡିଶା ପୌର ବିଧି ସଂଶୋଧନ ବିଲ୍, ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ବିଧାନସଭାରେ ପାରିତହୋଇଛି । ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର 29 ତାରିଖରୁ ଆରମ୍ଭ ହୋଇଥିଲା ।

Read More

ହାଇଦ୍ରାବାଦ : ସାରା ଦେଶରେ ହାଥରସ୍‌ ଗଣ ଦୁଷ୍କର୍ମର ନିଆଁ ନ ଥମୁଣୁ ଦେଶର ବିଭିନ୍ନ କୋଣରୁ ପ୍ରତ୍ୟହ ଦୁଷ୍କର୍ମ ଭଳି ଘଟଣାମାନ ସାମ୍ନାକୁ ଆସିଛି । ହାଇଦ୍ରାବାଦରୁ ପୁଣିଥରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଜଣେ 13 ବର୍ଷୀୟା ଝିଅକୁ ଦୁଷ୍କର୍ମ କରିବାରେ ବିଫଳ ହେବାରୁ 26 ବର୍ଷୀୟ ଯୁବକ ଜୀଅନ୍ତା ଜାଳି ଦେଇଛି । ପୀଡିତା ଜଣକ ଜଣେ ଘରୋଇ ସହାୟିକା ରୂପେକାର୍ଯ୍ୟ କରୁଥିବାର ସୂଚନା ରହିଛି। ଅଭିଯୁକ୍ତ ଜଣକ ଜଣକ ବିବାହିତା ହୋଇଥିବାବେଳେ ତାଙ୍କ ପତ୍ନୀ ଗର୍ଭବତୀ ରହିଥିବାର ସୂଚନା ରହିଛି । ପୀଡ଼ିତା ଓ ଅଭିଯୁକ୍ତ ଉଭୟ ଦଳିତ ଜାତିର ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ଖାମମ୍‌ ସହରରେ ସେପେ୍ଟମ୍ବର 18ତାରିଖରେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିବାକୁଚେଷ୍ଟା କରିଥିଲେ । ନାବାଳିକା ଜଣକ ଏହାର ବିରୋଧ କରିବାରୁ ଉତ୍କ୍ଷିପ୍ତ ଯୁବକ ଜଣକ ତାଙ୍କ ଉପରେ ପେଟ୍ରୋଲ ଢାଳି…

Read More

ନୂଆଦିଲ୍ଲୀ :  103 ବର୍ଷୀୟ ଜଣେ ବୃଦ୍ଧ ନିଜ ନାତି ପାଇଁ 14000 ଫୁଟ୍‌ ଉଚ୍ଚରୁ ଡେଇଁ ବିଶ୍ବ ରେକର୍ଡ କରିଛନ୍ତି । ବୃଦ୍ଧ ଜଣକ ସାହସର ସହିତ ଡେଇଁସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । 103 ବର୍ଷୀୟ ଅଲ୍‌ଫ୍ରେଡ୍‌ ଅଲ୍‌ ବ୍ଲାଶିକ୍‌  ପରିଣତି ବୟସରେ ମଧ୍ୟ ନ ଡରି ନିଜ ଜୀବନକୁ ବେଶ୍‌ ଉତ୍ସାହର ସହିତ ବଞ୍ଚିବାକୁ ପସନ୍ଦ କରିଛନ୍ତି । ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲ୍ଡ ରେକର୍ଡ ମୁତାବକ 1917ମସିହାରେ ଜନ୍ମିତ ଅଲ୍‌ଫ୍ରେଡ୍‌ 103ବର୍ଷ 181 ଦିନ ବୟସରେ ଓଲଡେଷ୍ଟ୍‌  ଟଣ୍ଡେମ୍‌ ପେରସୁଟ୍‌ ଜମ୍ପ୍‌ରେ ଗିନିଜ୍‌ ଓ୍ବାଲର୍ଡ ରେକର୍ଡ ସୃଷ୍ଟି କରିଛନ୍ତି । 2017ରେ ଦହୁରେ ନିଜର 100ତମ ଜନ୍ମଦିବସରେ ପ୍ରଥମଥର ପାଇଁ ସ୍କାଇଡ୍ରାଇଭିଂ କରିବାସହ ନିଜର ଯାଆଁଳା ନାତି ଗ୍ରାଜୁଏଟ୍‌ ହେବା ପରେ ସେ ଏପରି ଏକ ସାହାସୀ କାମ କରିବା ପାଇଁ ଶପଥ ନେଇଥିଲେ । ସ୍କାଇଡ୍ରାଇଭ୍‌ ସ୍ପେସ୍‌ଲ୍ୟାଣ୍ଡର ମ୍ୟାନେଜର୍‌ ଥମାସ୍‌ ହ୍ୟୁଜେସ୍‌ଙ୍କ ମତରେ…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 365ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 365 ଆକ୍ରାନ୍ତଙ୍କ ମଧ୍ୟରେ 116ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲା କଣ୍ଟାକ୍ଟ କେସ୍‌ରୁ 249ଜଣ ରହିଛନ୍ତି । 249 ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ 21 ଜଣ ପଟିଆରୁ ଚିହ୍ନଟ ହୋଇଥିବାବେଳେ  29 ଜଣ ନୂଆପଲ୍ଲୀରୁ, 19 ଜଣ ଶହୀଦ ନଗରରୁ, 8ଜଣ ପାତ୍ରପଡାରୁ, 7 ଜଣ ୟୁନିଟ୍‌-8ରୁ, 6 ଜଣ ଝାରପଡାରୁ, 9 ଜଣ ଲକ୍ଷ୍ମୀସାଗରରୁ , କଟକ ରୋଡ୍‌ରୁ 3 ଜଣ, 7ଜଣ ସତ୍ୟନଗରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଭୁବନେଶ୍ବରରୁ 329 ଜଣ ସୁସ୍ଥ ହୋଇଛନ୍ତି । ନୂତନ 365ଜଣ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 23 ହଜାର 914ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 20 ହଜାର 217ଜଣ । ସେହିପରି ଭୁବନେଶ୍ବରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 105କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା…

Read More

ନୂଆଦିଲ୍ଲୀ : ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନରେ ବିଶ୍ବର ସର୍ବୋଚ୍ଚ ପୁରସ୍କାର ନୋବେଲ୍‌ ପାଇଁ ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଘୋଷଣା ହୋଇଛି । ସେମାନେ ହେଲେ ରୋଜର ପେନରୋଜ, ରେନହାଡ୍‌ ଗେନ୍‌ଜେଲ୍‌ ଓ ଆଣ୍ଡରେଆ ଗେଜ୍‌ଙ୍କୁ ଫିଜିକ୍ସ ପାଇଁ ଚଳିବର୍ଷର ନୋବେଲ୍‌ପୁରସ୍କାର ମିଳିଛି । ପଦାର୍ଥ ବିଜ୍ଞାନ ପାଇଁ ତିନିଜଣଙ୍କ ନାଁ  ଘୋଷଣା କରିଛନ୍ତି ନୋବେଲ୍‌ କମିଟି ସେକ୍ରେଟେରୀ ଜେନେରାଲ୍‌ । ସୂଚନାଯୋଗ୍ୟ, ନୋବେଲ୍‌ ଫାଉଣ୍ଡେସନ୍‌ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍‌ର ବୈଜ୍ଞାନିକ ଆଲଫ୍ରଡ୍‌ ବର୍ଣ୍ଣାଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍‌ ନୋବେଲ୍‌ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି । 1901 ମସିହାରେ ପ୍ରଥମେ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ପଦାର୍ଥ ବିଜ୍ଞାନ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ…

Read More

ନୂଆଦିଲ୍ଲୀ : କରୋନା ଯୋଗୁଁ ଗତ ସାତ ମାସ ଧରି ଦେଶର ସମସ୍ତ ସିନେମା ହଲ୍‌ ବନ୍ଦ ରହିଛି । ତେବେ ଅନଲକ୍‌5ରେ ସିନେମାହଲ୍‌ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ମିଳିଛି । ଅକ୍ଟୋବର 15 ତାରିଖର କଟକଣା ମଧ୍ୟରେ ସିନେମା ହଲ୍‌ ଖୋଲିବାକୁ ନେଇ ସରକାର ଏସ୍‌ଓପି ଜାରି କରିଛନ୍ତି । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ସୂଚନା ଦେଇଛନ୍ତି । 50 ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସାମାଜିକ ଦୂରତ୍ବକୁ ବିଶେଷ ଧ୍ୟାନ ଦିଆଯିବାକୁ କୁହାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏସ୍‌ଓପି ଅନୁଯାୟୀ – ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲାଯିବ । ପ୍ରବେଶ ପୂର୍ବରୁ ସାନିଟାଇଜ୍‌ ବ୍ୟବସ୍ଥା ରହିବ । ସିନେମା ହଲ୍‌ର ପ୍ରତି ସିଟ୍ର ପାଖ ଦୁଇଟି ସିଟ୍‌ଖାଲି ରହିବ । ସିନେମା ହଲ୍‌ ଭିତରେ ମାସ୍କ…

Read More

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗ୍ରାସୀମ କମ୍ପାନୀରେ ପାଇପ ଫାଟି ଚାରି ଗୁରୁତର ହୋଇଛନ୍ତି । ସମସ୍ତ ଚାରିଜଣଙ୍କୁ ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଜଣେ ଇଞ୍ଜିନିୟର ସମେତ ତିନିଜଣ କର୍ମଚାରୀ ପୋଡି ହୋଇ ଗୁରୁତର ହୋଇଛନ୍ତି। ତେବେ କମ୍ପାନୀର କେଉଁ କାରଣ ଯୋଗୁଁ ଏପରି ଏକ ବିସ୍ଫୋରଣ ଘଟିଲା, ତାହା ସମ୍ପର୍କରେ ଜଣାପଡିନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କମ୍ପାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ୍‌ ।

Read More

ରମେଶ ମହାନ୍ତି ଜଗତସିଂହପୁର : ଦୀର୍ଘ ୨୨ଦିନ ହେବ ଅଚଳ ହୋଇପଡିଥିଲା ଅଭିଯୋଗ ପରେ ମଧ୍ୟ ଶୋଇଥିଲା ବିଭାଗ ହେଉନଥିଲା କାର୍ଯ୍ୟ ଏନେଇ ରବିବାର ଦିନ ସମୀକ୍ଷା ନ୍ୟୁଜରେ ନ୍ୟୁଜ୍ ପ୍ରସାର ହେବା ପରେ ତତ୍ପର ହୋଇପଡିଛି ବିଭାଗ ଯାହାକି (ପରଦିନ) ସୋମବାର ଦିନ ବିଭାଗୀୟ ଜେଇଙ୍କ ଉପସ୍ଥିତିରେ ହୋଇଛି ମରାମତି କାର୍ଯ୍ୟ। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ସ୍ଥିତ ଦଳିତ ସାହିରେ ଥିବା ସରକାରୀ ନଳକୂପଟି ଦୀର୍ଘ ୨୨ଦିନ ହେବ ଅଚଳ ହୋଇ ପଡିରହିଥିଲା। ଏହି ନଳକୂପଟି ଅଚଳ ହୋଇଯିବାରୁ ପାନୀୟଜଳ ପାଇଁ ଉକ୍ତ ନଳକୂପ ଉପରେ ନିର୍ଭର କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସୂଚନାନୁଯାୟୀ ଏନେଇ ଉକ୍ତ ସାହିର ଲୋକମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ତିର୍ତ୍ତୋଲ ପାନୀୟଜଳ ବିଭାଗ ଜେଇଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏନେଇ ଗତ ରବିବାର ଦିନ ସମୀକ୍ଷା ନ୍ୟୁଜରେ ନ୍ୟୁଜ୍ ପ୍ରସାର ହେବାପରେ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ଆଇଏନ୍‌ଏସ୍ ଚିଲିକା, ଚିଲିକା ଖୋର୍ଦ୍ଧାର ପ୍ରାରମ୍ଭିକ ପ୍ରଧାନ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ନୌସେନା ମୁଖ୍ୟଙ୍କ ଦ୍ୱାରା ସମ୍ମାନଜନକ ଏକକ ଉଦାହରଣ 2019 ବର୍ଷ ନିମନ୍ତେ ଅର୍ପଣ କରାଯାଇଛି । ଏକକ ଉଦାହରଣ ଏକ ସ୍ୱତନ୍ତ୍ର କଠିନ ଉପାର୍ଜିତ ସ୍ୱୀକୃତି । ନୌସେନା ଏକକଙ୍କୁ ଅର୍ପଣ କରାଯାଏ ଯାହାକି ଦେଶ ପାଇଁ ଭଲ କାର୍ଯ୍ୟ କରିବା ସମୟରେ ଅସମ୍ଭବ ଭାବେ ସର୍ବୋତ୍କୃଷ୍ଟ ମାନ୍ୟତା ମିଳିଥାଏ । ସାମରିକ କ୍ଷେତ୍ର ରେ ଦେଶ ପାଇଁ ଉତ୍ସର୍ଗୀକୃତ ଭାବେ ଅତ୍ୟନ୍ତ ଅସାଧାରଣ କାର୍ଯ୍ୟ ସମ୍ପାଦନ କରିଥିବା ବିଭାଗକୁ ଏହି  ପୁରସ୍କାର ପ୍ରଦାନ କରା ଯାଇ ଥାଏ । ଏହି ପୁରସ୍କାର ପାଇବା ସମ୍ପୃକ୍ତ ବିଭାଗ ପାଇଁ ଗର୍ବ ର ବିଷୟ ହୋଇ ଥାଏ । ଏହି ପୁରସ୍କାର ପାଇବା ଆଇ ଏନ ଏସ ଚିଲିକା ର ସମଗ୍ର ନୌସେନା ଅଧିକାରୀ ତଥା ନୌସେନା ସହ ଜଡିତ ଥିବା ସମସ୍ତଙ୍କ ପାଇଁ ଆସନ୍ତା ଗୋଟିଏ…

Read More