ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୨୮, କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡାରୁ ୨୩୨, ଅନୁଗୁଳରୁ ୨୦୯, ଜଗତସିଂହପୁରରୁ ୧୬୩, କେନ୍ଦ୍ରାପଡାରୁ ୧୬୧, ମୟୂରଭଞ୍ଜରୁ ୧୫୩, ରାୟଗଡାରୁ ୧୩୨, ଯାଜପୁରରୁ ୧୨୯, ବଲାଙ୍ଗିରିରୁ ୧୨୩, ବାଲେଶ୍ବରରୁ ୧୧୯, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୧୩, ବରଗଡରୁ ୧୧୨, କନ୍ଧମାଳରୁ ୮୭, ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୮୩, ସୋନପୁରରୁ ୭୯, ନବରଙ୍ଗପୁରରୁ ୭୫, କୋରାପୁଟରୁ ୭୨, ଗଞ୍ଜାମରୁ ୬୧, ନୂଆପଡାରୁ ୬୦, ମାଲକାନଗିରିରୁ ୫୬, ସୁନ୍ଦରଗଡରୁ ୫୫, ନୟାଗଡରୁ ୫୪, ବୌଦ୍ଧରୁ ୪୯, ଗଜପତିରୁ ୩୯, କଳାହାଣ୍ଡିରୁ ୩୫, ଦେବଗଡ଼ରୁ ୨୧ ଏବଂ ଷ୍ଟେଟ ପୁଲରୁ ୧୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ୨ ଲକ୍ଷ ୧୯ ହଜାର ୧୧୯ ଜଣ ମୋଟ ଆକ୍ରାନ୍ତ…
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ନୋଡାଲ ହାଇସ୍କୁଲରେ ଗୁରୁ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଚାରି ଦଶନ୍ଧି ଧରି ଶିକ୍ଷକତା କରିଆସୁଥିବା ଦୁଇ କୃତି ଶିକ୍ଷକଙ୍କୁ ଅବସରକାଳିନ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି।ମଣିଜଙ୍ଗା ନୋଡାଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶାରଦା ପ୍ରସନ୍ନ ଜେନା ଓ ସହକାରୀ ଶିକ୍ଷକ ଶ୍ରୀନାଥ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। କରୋନା କଟକଣାକୁ ପାଳନ ପୂର୍ବକ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଆଲୋକ ମହାପାତ୍ର ସଭା ପରିଚାଳନା କରିଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ତିର୍ତ୍ତୋଲ ବ୍ଲକ ଏବିଓ ଅନନ୍ତ କିଶୋର ଭୂୟାଁ,ପ୍ରସନ୍ନ କୁମାର କର,ତିର୍ତ୍ତୋଲ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ,ଶିକ୍ଷକସଂଘ ଓଷ୍ଟାର ଜଗତସିଂହପୁର ଜିଲ୍ଲା ସମ୍ପାଦକ ନାରାୟଣ ବାରିକ ସମେତ ବସନ୍ତ କୁମାର ଦାସ, ସୁବାଷ ଚନ୍ଦ୍ର ଦାସ, ସୁଶୀଲ କୂଅଁର ,ଅନିଲ ଜେନା ପ୍ରମୁଖ ଓଷ୍ଟାର…
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଆଦିବାସୀ ଓ ହରିଜନମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେବଳ କାଗଜ କଲମରେ ସୀମିତ ରହିଛି ଏହି ଯୋଜନା। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ସାଲେଭଟା ଗ୍ରାମପଂଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁନ୍ଦେଇଜୋରୀ। ଏହି ଗାଁରେ କେବଳ ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକ ବାସ କରନ୍ତି। ସରକାରଙ୍କ ଯୋଜନା ଏହି ଗାଁରେ ଠିକ୍ ଭାବରେ ପହଂଚି ପାରିନି। ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଂଚିତ ଏହି ଗାଁଟି। ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଆଦି ମୌଳିକ ସୁବିଧା ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ପହଂଚି ପାରିନି। ଇଂରେଜ ସରକାରଙ୍କ ଶାସନ କାଳରୁ ହିଁ ଏହି ଗାଁରେ ରାଜସ୍ୱ ଗ୍ରାମ ଭାବରେ ମାନ୍ୟତା ପାଇଛି। କୁନ୍ଦେଇଜୋରୀ ଗାଁ ପଂଚାୟତ ସଦର ମହକୁମା ସାଲେଭଟାଠାରୁ ୧୫ କିମି ଦୂର। ଏହି ଗାଁକୁ ସବୁଦିନିଆ ରାସ୍ତା ନାହିଁ। ପଂଚାୟତ ସଦର ମହୁକୁମା ଠାରୁ ଗାଁକୁ ଯେଉଁ…
ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକରେ ଏକ ବୁଲେଟ ମଟରସାଇକଲ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଏକ ଷଣ୍ଢର ମୃତ୍ୟୁ ଘଟିଥିବାବେଳେ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୦.୪୦ ମିନିଟରେ ରେ କଟକ ମୁଣ୍ଡୁଳିସ୍ଥିତ ରୟାଲ ଏନଫିଲଡ଼ ଡିପୋରୁ ୧୪ ଗୋଟି ବୁଲେଟ ମଟରସାଇକେଲ ନେଇ ଏକ ଟାଟା କଣ୍ଟେନର (ଓଡ଼ି ୦୫ ଆର ୭୭୨୫) ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକ ନିକଟରେ ହଠାତ କଣ୍ଟେନର ସାମ୍ନାରେ ଏକ ଷଣ୍ଢ ଆସିଯାଇଥିଲା। ଯାହାଫଳରେ କଣ୍ଟେନରଟି ଷଣ୍ଢକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବିପରୀତ ପାର୍ଶ୍ୱର ରୋଡ ସାଇଡକୁ ଚାଲିଯାଇ ଓଲଟିପଡିଥିଲା। ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ଏବଂ ମଠପୁରର କିଛି ଗ୍ରାମବାସୀ ପହଁଚି…
କାଠମାଣ୍ଡୁ: ନେପାଳର ଏକ ସ୍ଥାନୀୟ ସରକାର ଅଯୋଧ୍ୟାପୁରୀ ଧାମ ନିର୍ମାଣ ପାଇଁ ୪୦ ଏକରରୁ ଅଧିକ ଜମି ନେବାକୁ ନିଷ୍ପତ୍ତି ନେଇଛି। ନେପାଳର ପ୍ରଧାନମନ୍ତ୍ରୀ କେ.ପି.ଙ୍କ ଦାବି ଅନୁଯାୟୀ ଚିତୱାନ ଜିଲ୍ଲାର ମାଡି ମ୍ୟୁନିସିପାଲିଟିରେ ପ୍ରଭୁ ରାମ ଚନ୍ଦ୍ରଙ୍କର ଜନ୍ମ ହୋଇଥିଲା। ଗତକାଲି ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ସଂସ୍ଥାର ବୈଠକରେ ଅଯୋଧ୍ୟାପୁରୀ ଧାମ ନିର୍ମାଣ ପାଇଁ ୪୦ ଏକରର ଜମି ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିବା ନେପାଳର ଜାତୀୟ ସମ୍ବାଦ ଏଜେନ୍ସିକୁ ଠାକୁର ପ୍ରସାଦ ଧାକଲ କହିଛନ୍ତି। ଗତ ଜୁଲାଇ ୧୪ ରେ, ଓଲି ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମ ସ୍ଥାନ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ ରାମ ନେପାଳରେ ଜନ୍ମ ହୋଇଥିଲେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନୁହେଁ। ଭାରତ ଏକ ନକଲି ଅଯୋଧ୍ୟା ସୃଷ୍ଟି କରିଛି ଏବଂ ନେପାଳ ବିରୋଧରେ ସାଂସ୍କୃତିକ ଆକ୍ରମଣ କରୁଛି ବୋଲି ଅଲି ଅଭିଯୋଗ କରିଥିଲେ। ଓଲିଙ୍କ ବିବୃତ୍ତି ଉଭୟ ଭାରତ ଏବଂ ନେପାଳରେ…
ଲକ୍ଷ୍ନୌ: ଆଜି ସ୍ଵତନ୍ତ୍ର ସିବିଆଇ କୋର୍ଟ ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇଛନ୍ତି। ସ୍ଵତନ୍ତ୍ର ସିବିଆଇ କୋର୍ଟର ବିଚାରପତି ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି। ବାବ୍ରୀ ମସଜିଦ ଭାଙ୍ଗିବା ଯୋଜନା ବଦ୍ଧ ନଥିଲା, ଏହା ଅଚାନକ ହୋଇଥିଲା ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି। ଦୋଷୀ ସାବ୍ୟସ୍ତ ପାଇଁ କୌଣସି ପ୍ରମାଣ ନାହିଁ। ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଲାଲକୃଷ୍ଣ ଆଡଭାନୀ, କଲ୍ୟାଣ ସିଂହ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ ପ୍ରମୁଖ ବହୁ ବଡ ବଡ ନେତା ଅଭିଯୁକ୍ତ ଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଧୋଷ ବୋଲି ରାୟ ଦେଇଛି ସ୍ଵତନ୍ତ୍ର ସିବିଆଇ କୋର୍ଟ।
ଭୁବନେଶ୍ଵର; ଆଜି ରାଜ୍ୟରେ ୩୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୩୪୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪୨୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ୩୬ ହଜାର ୭୪୩ ଜଣ ଚିକିତ୍ସିତ ହେଉଥିବା ବେଳେ ୧ ଲକ୍ଷ ୮୧ ହଜାର ୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୦୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୫୯ ଜଣ ଚିହ୍ନଟ ହୋଇଛନ୍ତି ସେହିପରି ଅନୁଗୁଳରୁ ୧୦୦, ବାଲେଶ୍ବରରୁ ୧୫୨, ଭଦ୍ରକରୁ ୯୫, ବଲାଙ୍ଗିରିରୁ ୧୧୪ ବୌଦ୍ଧରୁ ୧୦, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୪୭, ଗଜପତିରୁ ୧୮, ଗଞ୍ଜାମରୁ ୫୪, ଜଗତସିଂହପୁରରୁ ୭୮, ଯାଜପୁରରୁ ୧୩୦, ଝାରସୁଗୁଡାରୁ ୭୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୦୩, କେନ୍ଦ୍ରାପଡାରୁ ୧୦୧, କେନ୍ଦୁଝରରୁ…
ଭୁବନେଶ୍ବର, ଆଜି ବିଧାନସଭାର ଦ୍ବିତୀୟ ଦିନରେ ଗୃହକାର୍ଯ୍ୟ ସ୍ବଭାବିକ ଭାବେ ଚାଲିଛି। ହେଲେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ପ୍ରଶ୍ନକାଳ ଉଠାଇବା ନେଇ ହୋହାଲ୍ଲା କରିଥିଲେ। ହେଲେ ପରବର୍ତ୍ତି ସମୟରେ ଗୃହକାର୍ଯ୍ୟ ଠିକ୍ ଭାବେ ଚାଲିଛି। ଆଜି ଗୃହରେ ବିରୋଧୀ ଦଳ କରୋନା ମୁକାବିଲାରେ ସରକାର ବିଫଳ ଶିର୍ଷକ ମୁଲତବି ପ୍ରସ୍ତାବ ଆଣିଛନ୍ତି। ଏହାକୁ ବାଚସ୍ପତି ମଧ୍ୟ ଗ୍ରହଣ କରିଛନ୍ତି। ଆଜି ଏ ନେଇ ଏହାର ଉତ୍ତର ରଖିବେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।
ଲକ୍ଷ୍ନୌ: ଆଜି ଯୋଗୀ ଆଦିତ୍ୟନାଥ ସରକାର ହାଥ୍ରାସ ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛନ୍ତି ଯେଉଁଥିରେ ଜଣେ ୧୯ ବର୍ଷର ଦଲିତ ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ଏବଂ ପରେ ସେ ମୃତ୍ୟୁବରଣ କରିଥିଲେ। ସରକାରୀ ସୂତ୍ର ଅନୁଯାୟୀ ଏହି ଏସଆଇଟିରେ ଗୃହ ସଚିବ ଭଗବାନ୍ ସ୍ଵରୂପ, ଡିଜି ଚନ୍ଦ୍ର ପ୍ରକାଶ ଏବଂ ଆଇପିଏସ୍ ଅଧିକାରୀ ପୁନମ ରହିବେ। ଏସଆଇଟି ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ। ପୀଡିତାଙ୍କୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି। ସୂଚନା ଯୋଗ୍ୟ ଯେ, ସେପ୍ଟେମ୍ବର ୧୪ରେ କ୍ଷେତରୁ ଚାରା ସଂଗ୍ରହ କରିବାକୁ ଯାଇଥିବା ବେଳେ ଜଣେ ଦଲିତ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗରେ ରାଜ୍ୟ ସରକାର ସମାଲୋଚନାର ସମ୍ମୁଖୀନ ହୋଇଥିଲେ।…
ନୂଆଦିଲ୍ଲୀ: ଦେଶରେ ଦିନକରେ ୮୦ ହଜାର ୪୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ଯାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ୧୧୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ ହଜାର ୪୯୭ ରେ ପହଞ୍ଚିଛି। ଦେଶରେ ମୋଟ ସକ୍ରିୟ ମାମଲା ୯ ଲକ୍ଷ ୪୦ ହଜାର ୪୪୧ ରହିଥିବା ବେଳେ ସୁସ୍ଥ ହେଲେଣି ୫୧ ଲକ୍ଷ ୮୭ ହଜାର ୮୨୬ ଜଣ ଆକ୍ରାନ୍ତ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି। ଗତ ଦୁଇ ଦିନରେ କରୋନ ପରୀକ୍ଷା ହ୍ରାସ ପାଇଥିବା ବେଳେ ଆଜି କିନ୍ତୁ ତାହା ବୃଦ୍ଧି ପାଇ ୫୦ ହଜାର ଉପରେ ପହଞ୍ଚିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦ ହଜାର ୧୪୭ କରୋନା ପରୀକ୍ଷା ହୋଇଥିବା ସୂଚନା ରହିଛି। ୫୦ ହଜାର ୧୪୭ କରୋନା ପରୀକ୍ଷା ମଧ୍ୟରୁ ୬ ହଜାର ୮୯୯ ଟି ଆରଟିପିସିଆର ପରୀକ୍ଷା ହୋଇଥିବା ବେଳେ ୪୩ ହଜାର ୧୮୮ ଟି ଆଣ୍ଟିଜେନ ପରୀକ୍ଷା ଏବଂ ୬୦ ଟି ଟ୍ରୁନଟ ପରୀକ୍ଷା କରାଯାଇଛି।
କଟକ, କୋଭିଡ କଟକଣା ପାଇଁ ଏଥର ଦୁର୍ଗା ପୂଜାରେ ମୂର୍ତ୍ତିର ଉଚ୍ଚତା 4 ଫୁଟ ମଧ୍ୟରେ ରହିବ। ପ୍ରଶାସନର ଏପରି ନିଷ୍ପତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି କେତେକ ପୂଜା ସମିତି। ଆଜି ଏହି ମାମଲାର ଶୁଣାଣି ହାଇକୋର୍ଟରେ ହେବ ବୋଲି ତାଲିକା ଭୁକ୍ତ ହୋଇଛି। ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି କୋର୍ଟରେ ଏହାର ବିଚାର ହେବ ବୋଲି ବରିଷ୍ଠ ଓକିଲ ବିଭୂତି ଚୌଧୁରୀ କହିଛନ୍ତି।
ଭୁବନେଶ୍ବର, ପୂର୍ବ ବିହାର ଏବଂ ପଶ୍ଚିମ ବଂଗର ବଙ୍ଗୋବ ସାଗରରେ ଏକ ବାତ୍ୟାବଳୟ ସୃଷ୍ଟି ହୋଇଥିବାରୁ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାର ପ୍ରଭାବ ଆଜିଠାରୁ ଅନୁଭୂତ ହେବ। ଫଳରେ ଓଡିଶାରେ 16 ଟି ଜିଲ୍ଲାରେ ୱେଲୋ ୱାର୍ଣ୍ଣି ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, କନ୍ଧମାଳ, କେଉଁଝର, ମୟୁରଭଂଜ ଏବଂ କୋରାପୁଟ। ତେବେ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଗଂଜାମ, ଗଜପତି, ପୁରୀ, ନୟାଗଡ ଏବଂ କନ୍ଧମାଳ। ଏସବୁ ଦୃଷ୍ଟିରେ ରଖି ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖି ଜଣାଇ ଦେଇଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ନିକଟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ଗ୍ରାମପଞ୍ଚାୟତରେ ଦୁଇ ଜଣ ମୃତ ବ୍ୟକ୍ତିଙ୍କ ଚାରି ଚାରି ବର୍ଷ ଯାଏଁ ରାସନ କାର୍ଡ କାର୍ଯ୍ୟକ୍ଷମ ରହିଥିବାର ଦେଖିବାକୁ ମିଳିଥିଲା। ଏହି ଖବର ଆମେ ପ୍ରସାରଣ କରିବାପରେ ଚଳଚଞ୍ଚଳ ହୋଇଉଠିଥିଲା ଉଭୟ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ। ଯୋଗାଣ ନିରୀକ୍ଷକଙ୍କୁ ବି.ଡ଼ି.ଓ ରିପୋର୍ଟ ମାଗିଥିବାବେଳେ ଜିଲ୍ଲାପାଳ ଉକ୍ତ ଘଟଣାର ତଦନ୍ତ ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ଖବର ପ୍ରସାରଣ ହେବାର ଚାରି ଘଣ୍ଟା ପରେ ଯୋଗାଣ ନିରୀକ୍ଷକ ମୃତ ଦୁଇ କାର୍ଡଧାରୀଙ୍କ ନାମକୁ ପି.ଡ଼ି.ଏସ ଓଡିଶା ୱେବସାଇଟରୁ କାଟିଦେଇଥିଲେ ଏବଂ ବି.ଡ଼ି.ଓ ଙ୍କୁ ଲିଖିତ ଉତ୍ତର ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ଉକ୍ତ ପଞ୍ଚାୟତର ଅନେକ ମୃତ ବ୍ୟକ୍ତିଙ୍କ ନାମ ରାସନ କାର୍ଡ ତାଲିକାରେ ଦେଖିବାକୁ ମିଳିଛି ଯାହା ଆଜି ବି ସକ୍ରିୟ ଅଛି। ପୁଣି ମାନସିଂହପୁର ପଞ୍ଚାୟତରୁ ଗୋଟେ କିମ୍ବା ଦୁଇଟା ନାଇଁ ଛଅ ଗୋଟି ରାସନ…
ଅନୁଗୁଳ, ଆଜି କଟକ ଭିଜିଲାନସ ଡିଭିଜନ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଫିସର ବା ପିଇଓ ଙ୍କୁ ଲାଞ୍ଚନେଲା ବେଳେ ଧରିଛନ୍ତି। ସେ ପଞ୍ଚାୟତ ଅଫିସ ଭିତରେ ଜଣଙ୍କର ଏକ ଲକ୍ଷ କୋଡିଏ ହଜାର ଟଙ୍କା ବିଲ ପାଶ କରିବା ପାଇଁ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ସେ ହେଉଛନ୍ତି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ସଂଜୁମୋରା ପଞ୍ଚାୟତର ପିଇଓ। ତାଙ୍କ ନାମ ହେଉଛି ନିର୍ଭୟ ପ୍ରଧାନ। ସେ ନିମିତ୍ରି ଗ୍ରାମର ଜୟନ୍ତ ବିଶ୍ବାଳଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଲ ପାଶ କରିବା ପାଇଁ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ଭିଜିଲାନସ ତାଙ୍କଠାରୁ କେମିକାଲ ବୋଳା ଟଙ୍କା ଜବତ କରିବା ସହ ଗିରଫ କରି କୋର୍ଟ ଚାଲଣ କରିଛନ୍ତି।
ଭୁବନେଶ୍ୱର, ଚଳିତ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ୨୦୧୮ ମସିହାରେ ସମଗ୍ର ଦେଶରେ ପୋଷଣ ଅଭିଯାନର ଶୁଭାରମ୍ଭ ହେବା ପରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଛି। ଗୋଷ୍ଠୀ ସହଭାଗିତାରେ ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ସ୍ୱାସ୍ଥ୍ୟରକ୍ଷା ପାଇଁ ଉତ୍ତମ ପୋଷଣ ଅଭ୍ୟାସର ଆବଶ୍ୟକତା ସଂ ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ବାର୍ତ୍ତାକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ପୋଷଣ ମାସ ପାଳନରେ ଅଗ୍ରାଧିକାର ବିଷୟ ହେଉଛି ଗୁରୁତର ପୁଷ୍ଟିହୀନ ଶିଶୁ (ସାମ୍), ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁ (ମାମ୍) ଏବଂ ଗୁରୁତର କମ୍ ଓଜନ ବିଶିଷ୍ଟ ଶିଶୁମାନଙ୍କ ଚିହ୍ନଟ ସହ ସେମାନଙ୍କୁ ଶୀଘ୍ର ଚିକିତ୍ସା ପ୍ରଦାନ…
ଭୁବନେଶ୍ବର, ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଉପନିର୍ବାଚନ ପାଇଁ ନିର୍ବାଚନ ଖର୍ଚ୍ଚ ତଦାରଖ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି। ସେ ହେଉଛନ୍ତି ଆଇପିଏସ ଅଫିସର ପ୍ରବୀଣ କୁମାର। ପ୍ରବୀଣ ବର୍ତ୍ତମାନ ପୋଲିସ ମୁଖ୍ୟାଳୟରେ ଆଇନ ଶୃଙ୍ଖଳା ଆଇଜି ଅଛନ୍ତି। ଏ ନେଇ ନିର୍ବାଚନ ଅଧିକାରୀ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କୌଣସି ପ୍ରାର୍ଥୀ ଯଦି କିଛି ଖର୍ଚ୍ଚ ସଂକ୍ରାନ୍ତ ବେନିୟମ କାମ କରୁଛନ୍ତି ତେବେ ସାଧାରଣ ଲୋକେ ସିଧା ତାଙ୍କୁ ଫୋନ କରି ଜଣାଇପାରିବେ। ସେଥିପାଇଁ ନିର୍ବାଚନ ଅଧିକାରୀ ତାଙ୍କର ଫୋନ ନମ୍ବର ମଧ୍ୟ ଜାରୀ କରିଛନ୍ତି। ସେହି ନମ୍ବର ହେଲା ଅଫିସ- 0671-2304445 ମୋବାଇଲ- 8331908200
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ନମାମୀ ଗଙ୍ଗେ ମିଶନ ଅନ୍ତର୍ଗତ ଉତ୍ତରାଖଣ୍ଡରେ ୬ଟି ବୃହତ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଦୀ ହରିଦ୍ୱାରଠାରେ ଗଙ୍ଗା ନଦୀ ତଟରେ ପ୍ରଥମ ଥର ପାଇଁ ‘ଗଙ୍ଗା ଅବଲୋକନ’ ସଂଗ୍ରହାଳୟର ଉଦଘାଟନ କରିଥିଲେ। ସେ ଏକ ପୁସ୍ତକ ରୋଇଙ୍ଗ ଡାଉନ ଗଙ୍ଗେସ ଏବଂ ଜଳ ଜୀବନ ମିଶନର ନୂଆ ଲୋଗୋକୁ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳ ଜୀବନ ମିଶନ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଏବଂ ଜଳ ସମିତି ଲାଗି ଉପଯୋଗୀ ‘ମାର୍ଗଦର୍ଶିକା’ ମଧ୍ୟ ଜାରି କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଦେଶର ପ୍ରତ୍ୟେକ ଘରେ ନଳ ଜରିଆରେ ଜଳ ଉପଲବ୍ଧ କରାଇବା। ମୋଦୀ କହିଥିଲେ ଯେ ନୂଆ ଲୋଗୋ ପାଣିର ଗୁରୁତ୍ୱକୁ ବୁଝି ଗୋଟିଏ ଗୋଟିଏ ବୁନ୍ଦା ଜଳ ସଂରକ୍ଷଣ ଲାଗି ଅନୁପ୍ରାଣିତ କରିବ। ମୋଦୀ କହିଥିଲେ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଏହି ସଂକ୍ରମଣରେ ଦେଶରେ ବହୁ ନେତା ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଆଜି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଉପରାଷ୍ଟ୍ରପତି କରୋନା ପରୀକ୍ଷାରେ ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। ଟ୍ବିଟ ଯୋଗେ ନିଜେ ସୂଚନା ଦେଲେ ଉପରାଷ୍ଟ୍ରପତି ଭେଙ୍କିୟା। ହେଲେ ଉପରାଷ୍ଟ୍ରପତି ସୁସ୍ଥ ଅଛନ୍ତି ଏବଂ ତାଙ୍କର କୌଣସି ଲକ୍ଷଣ ନଥିବା ଖବର ମିଳୁଛି। ସେଥିପାଇଁ ଉପରାଷ୍ଟ୍ରପତିଙ୍କୁ ହୋମ କ୍ଵାରେଣ୍ଟିନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ବର, ଓଡିଶାର ଦୁଇଟି ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନରେ ଉପନିର୍ବାଚନ ହେବ। ଏ ନେଇ ଆଜି ଉପନିର୍ବାଚନର ସମସ୍ତ ତଥ୍ୟ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦାନ କରିଛନ୍ତି। ସେହି ଅନୁସାରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଭୋଟଗ୍ରହଣ । ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପକ୍ରିୟା ନିମ୍ନ ତାରିଖ ଧାର୍ଯ୍ୟ କରାଯାଇଛି। ଅକ୍ଟୋବର ୯- ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି ଅକ୍ଟୋବର ୧୬- ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୭- ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଅକ୍ଟୋବର ୧୯-ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ନଭେମ୍ବର ୩-ଭୋଟଗ୍ରହଣ ନଭେମ୍ବର ୧୦-ଭୋଟଗଣତି ନଭେମ୍ବର ୧୨- ସମସ୍ତ ନିର୍ବାଚନ ପକ୍ରିୟା ଶେଷ ହୋଇ ଆଚରଣ ବିଧି ପ୍ରତ୍ୟାହାର ତେବେ ଏଥର ଭୋଟ ଗ୍ରହଣ ପକ୍ରିୟା ପୁରା କୋଭିଡ କଟକଣା ଭିତରେ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ସେହି ଅନୁସାରେ ୧-ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ଉଭୟ ଅନଲାଇନ୍…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରେ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଜଗତସିଂହପୁର ବ୍ଲକରୁ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ମହାନଗରରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ନାଉଗାଁରୁ ୧୧ ଜଣ, ବାଲିକୁଦା ଏବଂ ପାରାଦୀପରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଏରସମା, କୁଜଙ୍ଗ, ରଘୁନାଥପୁର ବ୍ଲକରୁ ୩ ଜଣ ଲେଖାଏଁ, ତିର୍ତ୍ତୋଲରୁ ୨ ଏବଂ ଅନ୍ୟ ଜିଲ୍ଲାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୨୨୩ ରହିଥିବା ବେଳେ ୩ ହଜାର ୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ୧ ହଜାର ୨୨୨ ଜଣ ଚିକିତ୍ସିତ ହେଉଥିବା ବେଳେ ୦୮ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।

