ଭୁବନେଶ୍ବର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି କ୍ୟାବିନେଟ ବୈଠକରେ 4ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜିଏସଟି ଆଇନରେ ସଂଶୋଧନ ପାଇଁ 2ଟି ଅଧ୍ୟାଦେଶକୁ ଅନୁମୋଦନ ସମେତ ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମ-1948ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ ଓ ସୁବର୍ଣ୍ଣରେଖା ନଦୀରେ ହାଇଲେବଲ୍ ବ୍ରିଜ୍ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ଆଜି କ୍ୟାବିନେଟ ବୈଠକରେ ମୋଟ 5ଟି ଏଜେଣ୍ଡା ଆଲୋଚନା ହେବାର ଥିଲା। କିନ୍ତୁ ଶେଷମୁହୂର୍ତ୍ତରେ କ୍ୟାବିନେଟ ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସ୍ଥଗିତ ରଖାଯାଇଥିଲା ଓ ଅନ୍ୟ 4ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଆହୂତକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଥିଲେ, ଯାହାକୁ କ୍ୟାବିନେଟ ଆଜି ପିଛିଲା ଭାବେ ଏହାକୁ ଅନୁମୋଦନ…
Author: Samikhsya Bureau
ଭାଇଜାଗ : ବିଶାଖାପାଟଣାର ନୌସେନା ଗୁପ୍ତଚର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏନଆଇଏ । ତେବେ ଏନଆଇଏ ପକ୍ଷରୁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ 11 ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଏହି ଅଧିକାରୀ ମାନେ ଭାରତୀୟ ନୌସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତାନ୍ତର କରୁଥିଲେ । ସମୁଦାୟ 14 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମହମ୍ମଦ ହାରୁନ ହାଜି ଅବଦୁଲ ରେହମାନ ଲକଡାୱାଲାକୁ ମୁଖ୍ୟ ଅଭିଯୁକ୍ତ ଘୋଷଣା କରାଯାଇଥିଲା । ମାତ୍ର ଲକଡାୱାଲାର ମୋବାଇଲ ଏବଂ ଲାପଟପ ଯାଞ୍ଚ ପରେ ମୁଖ୍ୟ ଅଭିଯୁକ୍ତ ସମ୍ପର୍କରେ ଜଣା ପଡିଥିଲା । ଏନଆଇଏ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ସେ ଆଇଏସଆଇ ପାଇଁ କାମ କରୁଥିବା ସ୍ପଷ୍ଟ କରିଛି ।
ନୂଆଦିଲ୍ଲୀ : ଭାରତ ସରକାର ପିଆଜର ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି। ତେବେ କଟା ହୋଇଥିବା କିମ୍ବା ପାଉଡର ଆକାରରେ ବିକ୍ରି ହେଉଥିବା ପିଆଜ ରପ୍ତାନିକୁ କଟକଣା ମୁକ୍ତ ରଖାଯାଇଛି । ପିଆଜ ରପ୍ତାନିକୁ ନିଷିଦ୍ଧ କରାଯାଇଥିବା ସମ୍ପର୍କରେ ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଦେଶ ଭିତରେ ପିଆଜ ଦାମ ବୃଦ୍ଧି ପାଉଥିବା ବେଳେ କେତେକ ସ୍ଥାନରେ ଏହାର ଅଭାବ ପରିଲକ୍ଷିତ ହୋଇଛି । ତାହାକୁ ନଜରରେ ରଖ ସରକାର ସବୁ ପ୍ରକାର ପିଆଜ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ସାଧାରଣତଃ ପ୍ରତିବର୍ଷ ଏହି ସମୟରେ ପିଆଜ ଦାମ ବଢ଼ିଥାଏ । ମାତ୍ର ଚଳିତ ବର୍ଷ ମହାମାରୀ ସମୟରେ ବିପୁଳ ପରିମାଣରେ ପିଆଜ ରପ୍ତାନୀ କରାଯାଉଥିବାରୁ ଏହାର ଅଭାବ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଛି ଗତ ଏପ୍ରିଲ-ଜୁନ ମଧ୍ୟରେ ଭାରତ 198ନିୟୁତ ଟନ ପିଆଜ ରପ୍ତାନୀ କରିଛି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ 8 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧ, କନ୍ଧମାଳ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 645କୁ ବୃଦ୍ଧି ହୋଇଛି । କଟକରୁ ଆଜି ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇଜଣ ପୁରୁଷ ରହିଛନ୍ତି । ମୃତ ମହିଳା ଆକ୍ରାନ୍ତଙ୍କ ବୟସ 52 ବର୍ଷ ହୋଇଥିବାବେଳେ ଅନ୍ୟଦୁଇ ଜଣଙ୍କ ବୟସ ଯଥାକ୍ରମେ 50, 45 ବର୍ଷ ବୋଲି ସୂଚନା ରହିଛି । ବୌଦ୍ଧରୁ ଆଜି 65 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ 55 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ରାୟଗଡାରୁ 50 ବର୍ଷୀୟ ପୁରୁଷ, ସମ୍ବଲପୁରରୁ 51 ବର୍ଷୀୟ ପୁରୁଷ ଓ ସୁବର୍ଣ୍ଣପୁରରୁ 70 ବର୍ଷୀୟ ପୁରୁଷଙ୍କର…
ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 645ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 517ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 39, ବାଲେଶ୍ବରରୁ 156, ବରଗଡରୁ 157, ଭଦ୍ରକରୁ 143, ବଲାଙ୍ଗିରରୁ 39, ବୌଦ୍ଧରୁ 30, କଟକରୁ 357, ଦେବଗଡରୁ 15, ଢେଙ୍କାନାଳରୁ 68, ଗଜପତିରୁ 9, ଗଞ୍ଜାମରୁ 46, ଜଗତସିଂହପୁରରୁ 95, ଯାଜପୁରରୁ 116, ଝାରସୁଗୁଡାରୁ 91, କଳାହାଣ୍ଡିରୁ 79, କନ୍ଧମାଳରୁ 95, କେନ୍ଦ୍ରାପଡାରୁ 75. କେଉଁଝରରୁ 56, କୋରାପୁଟରୁ 95, ମାଲକାନଗିରିରୁ 33, ମୟୂରଭଞ୍ଜରୁ 137, ନବରଙ୍ଗପୁରରୁ 90, ନୟାଗଡରୁ 38, ନୂଆପଡାରୁ 90, ପୁରୀରୁ 246, ରାୟଗଡାରୁ 79, ସମ୍ବଲପୁରରୁ 127, ସୋନପୁରରୁ 99, ସୁନ୍ଦରଗଡରୁ 84 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ପୁଲ୍ରୁ 344ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।
ସମୀକ୍ଷା ବ୍ୟୁରୋ ଆଜି ଦୂରଦର୍ଶନ 61 ତମ ଜନ୍ମଦିବସ ପାଳନକରୁଛି । 1959 ମସିହା ସେପ୍ଟେମ୍ବର 15 ତାରିଖରେ ଦୂରଦର୍ଶନର ଆରମ୍ଭ ସହିତ ଭାରତରେ ମନୋରଞ୍ଜନ ଓ ସୂଚନା ପ୍ରସାରଣର ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା। ସେହି ସମୟରେ ଦୂରଦର୍ଶନକୁ ନେଇ ଲୋକଙ୍କ ଉତ୍ସାହ ଅଧିକ ରହିଥିଲା। ଦୂରଦର୍ଶନର ଲୋକପ୍ରିୟତା ଯେ କମିନାହିଁ ତାହା ପୁଣି ଥରେ ଚଳିତ ଲକ୍ଡାଉନ୍ ସମୟରେ ପ୍ରମାଣିତ ହୋଇଛି। ତେବେ ଦୂରଦର୍ଶନକୁ ନେଇ କିଛି ଅଜଣା କଥା। ଦିଲ୍ଲୀର ଏକ ପ୍ରାୟୋଜକ ବ୍ରଡକାଷ୍ଟର ରୂପରେ ଦୂରଦର୍ଶନର ଆରମ୍ଭ ହୋଇଥିଲା। ସେହି ସମୟରେ ଏକ ଛୋଟ ଟ୍ରାନ୍ସମିଟର ରହିଥିଲା ଓ ଗୋଟ ମେକାସିପ୍ଟ ଷ୍ଟୁଡିଓ ରହିଥିଲା। ୟୁନେସ୍କୋ ଦୂରଦର୍ଶନର ପ୍ରସାରଣ ପାଇଁ ଭାରତକୁ 20 ହଜାର ଡଲାର ଓ 180 ଫିଲପ୍ସ ଟିଭିର ସେଟ୍ ଦେଇଥିଲା । ପ୍ରାରମ୍ଭିକ ସମୟରେ ଚ୍ୟାନେଲ୍ ପାଖରେ ମୋଟ୍ 180ଟି ଟେଲିଭିଜନ୍ ସେଟ୍ ରହିଥିଲା । 1977 ମସିହାରେ ଏହି…
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 645କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2151ଜଣ ଚିହ୍ନଟ ହୋଇଥିବାବେଳେ 1494ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 58ହଜାର650 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 35 ହଜାର928ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 22ହଜାର 24ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 645ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ସରକାରଙ୍କ ନିକଟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ କୌଣସି ତଥ୍ୟ ରହିନଥିବା ନେଇ ରାହୁଲ ସରକାରଙ୍କୁ ଟାର୍ଗେଟ କରିଥିଲେ । ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ସରକାରଙ୍କ ନିକଟରେ କୌଣସି ତଥ୍ୟ ଉପଲବ୍ଧ ନାହିଁ ତେଣୁ କ୍ଷତିପୂରଣ ଦିଆଯିବ ନାହିଁ । ଏହାକୁ ଟାର୍ଗେଟ କରିଛନ୍ତି ରାହୁଲ୍ ଗାନ୍ଧି । ରାହୁଲ ହିନ୍ଦିରେ ଟ୍ୱିଟ କରି କହିଛନ୍ତି ଯେ, ମୋଦି ସରକାର ଗଣିବା ଭୁଲି ଯାଇଛନ୍ତି, ତେଣୁ କେହିବି ମରି ନାହାନ୍ତି । ଲକଡାଉନ ସମୟରେ କେତେ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ କେତେ ଲୋକ ଚାକିରି ହରାଇଛନ୍ତି ଏହାର କୌଣସି ହିସାବ ସରକାରଙ୍କ ନିକଟରେ ନାହିଁ । ମାତ୍ର ସବୁଠାରୁ ଦୁଃଖଦାୟକ ଜିନିଷ ହେଉଛି କି ସରକାରଙ୍କ ଉପରେ…
ନୂଆଦିଲ୍ଲୀ : ଏଲ୍ଏସିରେ ସୀମା ବିବାଦ ସହ ପ୍ରାୟ ପ୍ରତ୍ୟେହ ଚୀନ୍ର ନୂଆ ନୂଆ ଚାଲ୍ ଆଗରେ ମଧ୍ୟ ଭାରତ ଚୀନ୍କୁ ଏକ ବଡ ଝଟ୍କା ଦେଇଛି । ମିଳିତ ଜାତିସଂଘ ECOSOCରେ ସ୍ଥାନ ପାଇଲା ଭାରତ । ଭୋଟିଂ ବ୍ୟବସ୍ଥାରେ ଚୀନ୍କୁ ପଛରେ ପକାଇ ସଦ୍ୟସତା ପାଇଲା ଭାରତ । ଆର୍ଥିକ ଓ ସାମାଜିକ ପରିଷଦ (ECOSOC)ର ସଂସ୍ଥା ମିଳିତ ଜାତିସଂଘର କମିଶନ ଅନ୍ ଷ୍ଟେଟସ୍ ଅଫ୍ ଓ୍ବିମେନ୍ର ସଦସ୍ୟ ରୂପେ ନିର୍ବାଚିତ କରାଯାଇଛି । ସଂଯୁକ୍ତ ରାଷ୍ଟ୍ରରେ ଭାରତ ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ଆଜି ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । https://twitter.com/ambtstirumurti/status/1305615293503483908?s=20 ମହିଳା ସଶକ୍ତିକରଣରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଭାରତ ମନୋନୀତ ହୋଇଛି । 2021ରୁ 2025 ପର୍ଯ୍ୟନ୍ତ 4 ବର୍ଷ ସଦସ୍ୟ ଭାବେ କାର୍ଯ୍ୟ କରିବ ଭାରତ । ସୂଚନାଯୋଗ୍ୟ, କମିଶନ ଅନ୍ ଷ୍ଟେଟସ୍ ଅଫ୍ ଓ୍ବିମେନ୍ର ନିର୍ବାଚନରେ ଭାରତ ବ୍ୟତୀତ ଆଫଗାନିସ୍ଥାନ…
ନୂଆଦିଲ୍ଲୀ : ବଲିଉଡ୍ ଓ ଡ୍ରଗ୍ସ ଲିଙ୍କ ମାମଲାକୁ ନେଇ ସଂସଦରେ ବର୍ଷିଛନ୍ତି ଜୟା ବଚ୍ଚନ । ବଲିଉଡ୍କୁ ବଦନାମ କରାଯିବାର ଯୋଜନା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ । ଆଜି ସଂସଦର ଦ୍ବିତୀୟ ଦିନରେ ଜୟା ବଚ୍ଚନ ବଲିଉଡ୍ରେ ଡ୍ରଗ୍ସ କାରବାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ମନୋରଞ୍ଜନ ଶିଳ୍ପ ପ୍ରତିଦିନ 5 ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଥାଏ। ଏପରିସ୍ଥଳେ ଏହାକୁ ବଦନାମ୍ କରାଯିବା ଅନୁଚିତ ବୋଲି ରାଜ୍ୟସଭାରେ ଏମ୍ପି ଜୟା ବଚ୍ଚନ କହିଛନ୍ତି। ସୋସିଆଲ୍ ମିଡ଼ିଆରେ ଏନେଇ ବହୁ ଅପପ୍ରଚାର କରାଯାଉଛି। ଏଭଳି କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ବଲିଉଡ୍କୁ ସରକାରଙ୍କ ସମର୍ଥନ ମିଳିପାରୁ ନ ଥବା ଜୟା ଅଭିଯୋଗ କରିଛନ୍ତି। ଜଣଙ୍କ ଲାଗି ପୂରା ବଲିଉଡ୍କୁ ବଦନାମ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ଜୟା ବଚ୍ଚନ । ସେହିପରି ଏହି ଇଣ୍ଡଷ୍ଟ୍ରିରେ କିଛି ଲୋକ ଅଛନ୍ତି ଯେଉଁମାନେ…
ଓ୍ବାଶିଂଟନ୍ : ଚୀନ୍ ବିରୋଧରେ ଆମେରିକା ପୁଣିଥରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଚୀନ୍ରୁ ଆମଦାନୀ ହେଉଥିବା 5ଟି ସାମଗ୍ରୀ ଉପରେ ବ୍ୟାନ୍ ଲଗାଇଛି ଆମେରିକା । ଚୀନ୍ର ଜିନଜାଙ୍ଗ ପ୍ରୋଭିନ୍ସରୁ ଆସୁଥିବା 5ଟି ସାମଗ୍ରୀକୁ ବ୍ୟାନ୍ କରିଛି ଆମେରିକା । କଟନ, ହେୟାର ପ୍ରଡକ୍ଟସ୍, କମ୍ପ୍ୟୁଟର ଉପକରଣ ସମେତ କିଛି ଟେକ୍ସଟାଇଲ୍ ସାମଗ୍ରୀ ଉପରେ ରୋକ୍ ଲଗାଇଛି ଆମେରିକା । ଆମେରିକାର ବ୍ୟବସାୟିକ ସ୍ବାର୍ଥ ପାଇଁ ଟ୍ରମ୍ପ୍ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏହାପୂର୍ବରୁ ଆମେରିକା ଚୀନ୍ର 24ଟି କମ୍ପାନୀକୁ ବ୍ୟାନ୍ କରିଥିଲା। (ଏଜେନ୍ସି)
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ପୂର୍ବାହ୍ନ 11ଟା 30ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ 3ଟିରୁ ଅଧିକ ପ୍ରସ୍ତାବ ଆସିପାରେ। । ଜିଏସ୍ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍କୁ କ୍ୟାବିନେଟ୍ ଅନୁମୋଦନ ପାଇଁ ଅର୍ଥ ବିଭାଗର ପ୍ରସ୍ତାବ ରହିଛି।ଏହାସହିତ ଉଚ୍ଚଶିକ୍ଷା ବିଭାଗର ଏକ ପ୍ରସ୍ତାବ ରହିଛି। ଏହାସହ ମୟୂରଭଞ୍ଜ ଜିଲ୍ଲାରେ ଏକ ପ୍ରକଳ୍ପ ନିର୍ମାଣ ନିମନ୍ତେ ଆହ୍ୱାନ ହୋଇଥିବା ଟେଣ୍ଡରକୁ ଏହି ବୈଠକରେ ମଞ୍ଜୁରି ମିଳିବା ନେଇ ମଧ୍ୟ ସୂଚନା ରହିଛି ।
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 83ହଜାର 809 ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 49 ଲକ୍ଷ 30 ହଜାର 236 ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ପାର କରିଛି । ଗୋଟିଏ ଦିନରେ 1054 ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 80 ହଜାର 766କୁ ବୃଦ୍ଧି ପାଇଛି। ଦେଶରେ ଏବେ 9ଲକ୍ଷ 90 ହଜାର 061 ଜଣ ସକ୍ରିୟ ରୋଗୀ ଥିବାବେଳେ 38 ଲକ୍ଷ59ହଜାର 399ଜଣ ସୁସ୍ଥ ହୋଇଛନ୍ତି ।
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ମୋଟ ସଂଖ୍ୟା ୨୯.୧ ନିୟୁତ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୯୨୭,୦୦୦ ରୁ ଅଧିକ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ମୋଟ ମାମଲା ୨୯,୧୮୨,୧୯୮ ରେ ପହଞ୍ଚିଛି ଏବଂ ମୃତ୍ୟୁହାର ୯୨୭,୦୧୫ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE) ଏହାର ନୂତନ ଅଦ୍ୟତନରେ ପ୍ରକାଶ କରିଛି। CSSE ଅନୁଯାୟୀ ଆମେରିକାରେ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୫୫୩,୩୦୩ ଏବଂ ୧୯୪,୪୮୯ ରେ ରହିଛି। ସେହିପରି ଭାରତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୪୬,୪୨୭ ରହି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୭୯,୭୨୨ ରହିଛି। ମାମଲା ଦୃଷ୍ଟିରୁ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି (୪,୩୪୫,୬୧୦), ଏବଂ ପରେ ଜଙ୍କଗ୍ଦଗ୍ଦସବ ଷ (୧,୦୬୪,୪୩୮), ପେରୁ (୭୨୯,୬୧୯), କଲମ୍ବିଆ (୭୧୬,୩୧୯), ମେକ୍ସିକୋ (୬୭୧,୭୧୬), ଦକ୍ଷିଣ ଆଫ୍ରିକା (୬୫୦,୭୪୯), ସ୍ପେନ୍ (୫୯୩,୭୩୦),…
ନୂଆଦିଲ୍ଲୀ, ଆଜି ସହରାଞ୍ଚଳ ଭିତ୍ତିଭୂମି ସହ ଜଡ଼ିତ ବିହାରର 7ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଉଦଘାଟନ କରିବେ। ଏଥିରେ ଚାରିଟି ଜଳଯୋଗାଣ ପ୍ରକଳ୍ପ, ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ରକଳ୍ପ ଓ ଗୋଟିଏ ରିଭରଫ୍ରଣ୍ଟ ବିକାଶ ପ୍ରକଳ୍ପ ସାମିଲ ରହିଛି । ପ୍ରକଳ୍ପଗୁଡ଼ିକରେ 541 କୋଟି ଟଙ୍କା ବିନିଯୋଗ ହେବ। ବିହାରର ନଗର ଉନ୍ନୟନ ଓ ନିର୍ମାଣ ବିଭାଗ ଅଧୀନ ବିଡକୋ ଏସବୁ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରିବ । ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ରହିବେ ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଯେପରି କମିବାର ନାଁ ଧରୁନି। ଗତକାଲି ଜଗତସିଂହପୁର ଜିଲ୍ଲାରୁ ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରୁ ୯୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକରୁ ୭ଜଣ, ବାଲିକୁଦା ବ୍ଲକରୁ ୧୮ଜଣ, ବିରିଡ଼ି ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୪ଜଣ, ଜଗତସିଂହପୁର ବ୍ଲକରୁ ୧୨ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୦ଜଣ, କୁଜଙ୍ଗ ବ୍ଲକରୁ ୧୦ଜଣ, ନାଉଗାଁ ବ୍ଲକରୁ ୧୧ଜଣ, ରଘୁନାଥପୁର ବ୍ଲକରୁ ୧୫ଜଣ, ପାରାଦ୍ଵୀପରୁ ୪ଜଣ ଓ ଅନ୍ୟ ଜିଲ୍ଲାରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଜିଲ୍ଲାରୁ ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୩୦୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୦ ଜଣ ସୁସ୍ଥ ହୋଇଥିବା…
ଭୁବନେଶ୍ବର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଏ ନେଇ ନିଜେ ଟୁଇଟି କରି ଜଣାଇଛନ୍ତି। ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ନିଜେ ଟୁଇଟ କରି ଜଣାଇଛନ୍ତି ଯେ, ମୁଁ ଖବର ପାଇଲି ଯେ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କୋଭିଡ ପଜେଟିଭ ହୋଇଛନ୍ତି। ତାଙ୍କର ଶିଘ୍ର ଆରୋଗ୍ୟ କାମନା କରୁଛି। ବିଜେପି ସଭାପତି ସମୀର ମହାନ୍ତି ଆଜି କରୋନା ସଂକ୍ରାମିତ ହୋଇଛନ୍ତି ବୋଲି ଟୁଇଟ ଯୋଗେ ଜଣାଇଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ବର୍ତ୍ତମାନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ସମୀର କହିଛନ୍ତି। ଏହି ଖବର ଜଣାପଡିବା ପରେ ନବୀନ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ୩୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୦୩ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୩୪୪, ବରଗଡରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ ୧୬୭, ବାଲେଶ୍ବରରୁ ୧୫୬, ଢେଙ୍କାନାଳରୁ ୧୪୬, ପୁରୀରୁ ୧୧୨, ଜଗତସିଂହପୁରରୁ ୧୦୨, ରାୟଗଡାରୁ ୯୫, ଗଞ୍ଜାମରୁ ୯୪, ସମ୍ବଲପୁରରୁ ୯୪, ଅନୁଗୁଳରୁ ୯୧, ନୟାଗଡରୁ ୯୦, ସୋନପୁରରୁ ୯୦, ବଲାଙ୍ଗିରିରୁ ୮୦, ନବରଙ୍ଗପୁରରୁ ୭୦, ସୁନ୍ଦରଗଡରୁ ୭୦, ଝାରସୁଗୁଡାରୁ ୬୮, କେନ୍ଦ୍ରାପଡାରୁ ୬୪, କୋରାପୁଟରୁ ୬୪, କେନ୍ଦୁଝରରୁ ୫୧, କନ୍ଧମାଳରୁ ୪୫, ନୂଆପଡାରୁ ୪୦, କଳାହାଣ୍ଡିରୁ ୪୫, ଗଜପତିରୁ ୨୯, ବୌଦ୍ଧରୁ ୨୭, ମାଲକାନଗିରିରୁ ୨୫, ଦେବଗଡରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୨,୦୨୪ ରେ ପହଞ୍ଚିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଦେଖିବାକୁ ମିଳିଛି ଅଜବ ଘଟଣା। ଏହି ସହରର ଅନେକ ସ୍ଥାନରେ ଦିନ ରାତି ଷ୍ଟ୍ରିଟ ଲାଇଟ ଜଳୁଥିବା ବେଳେ ଅତି ଆବଶ୍ୟକୀୟ ଅଞ୍ଚଳରେ ଜମା ଜଳୁନି ଷ୍ଟ୍ରିଟ ଲାଇଟ। ଏଠି ଆମେ କହୁଛୁ ବାଣପୁର ସହରର ଗୁରୁତ୍ୱପୂର୍ଣ୍ଣ ତଥା ସରକାରୀ ଅଞ୍ଚଳ ତହସିଲ ରୋଡ଼ କଥା। ଉକ୍ତ ରାସ୍ତାରେ ବାଣପୁରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଯଥା ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ଅବସ୍ଥିତ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ ଅଚଳ ଅବସ୍ଥାରେ ଥିବାବେଳେ ଏହାର ନିକଟରେ ଥିବା ପଲଟନ ପଡିଆ ପାର୍ଶ୍ୱରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଦିନ ତମାମ ଜଳିରହୁଛି। ବାଣପୁର ସହରରେ ଦୀର୍ଘଦିନ ଧରି ଷ୍ଟ୍ରିଟ ଲାଇଟ ସମସ୍ୟା ଲାଗିରହିଛି। ବାରମ୍ବାର ଅଭିଯୋଗ ହେଲା ପରେ ଏନ.ଏ.ସି ର କିଛି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ ମରାମତି ହେଲା ସତ କିନ୍ତୁ ତାହା ସ୍ୱଳ୍ପ ଦିନ ପାଈଁ ଜଳିଲା।…
ଭୁବନେଶ୍ବର, ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ଆଠ ଦିନିଆ ମୌସୁମୀ ଅଧିବେଶନ। ଅକ୍ଟୋବର ୭ ପର୍ଯ୍ୟନ୍ତ ଏହି ମୌସୁମୀ ଅଧିବେଶନ ଚାଲିବ। ଗାନ୍ଧି ଜୟନ୍ତୀକୁ ଛାଡ଼ି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି। କରୋନା ମହାମାରୀ ପାଇଁ ଚଳିତ ବର୍ଷ ଅଧିବେସନକୁ ପୁରା କାଣ୍ଟଛାଣ୍ଟ କରାଯାଇଛି। ସେହିପରି ପ୍ରଶ୍ନକାଳକୁ ମଧ୍ୟ ବାତିଲ କରାଯାଇଛି। ଅକ୍ଟୋବର 4 ତାରିଖ ରବିବାର ପଡୁଥିଲେ ମଧ୍ୟ ସେଦିନ ମଧ୍ୟ ଗୃହକାର୍ଯ୍ୟ ରହିବ ବୋଲି ବିଧାନସଭା କାର୍ଯ୍ୟାଳୟ ତରଫରୁ କୁହାଯାଇଛି।
କଟକ, ବିଭିନ୍ନ ରାଜ୍ୟରେ ସବୁ ଧର୍ମପୀଠଗୁଡିକ ଖୋଲାଯାଇଛି। ଓଡିଶାରେ କଣ ପାଇଁ ଭକ୍ତମାନଙ୍କୁ ଦର୍ଶନରୁ ବଞ୍ଚିତ କରାଯାଇଛି। ଦଶ ଦିନ ମଧ୍ୟରେ ଏହାର ଜବାବ ଦେବାକୁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ଆଜି ହାଇକୋର୍ଟରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହାର ଶୁଣାଣି ହୋଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର ସହିତ ବିଭିନ୍ନ ପକ୍ଷଙ୍କୁ ମଧ୍ୟ କାରଣ ଦର୍ଶା ନୋଟିସ ଜାରୀ କରିଛନ୍ତି। ଏହା ମାମଲ ଲଢୁଥିବା ଆଡଭୋକେଟ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି ଯେ, ପୂର୍ବରୁ ହାଇକୋର୍ଟ ଉପାସନା ପୀଠ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ ବୋଲି କହିଥିଲେ। ହେଲେ ବହୁଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ଫଳରେ ଆଜି ମୁଖ୍ୟ ବିଚାରପତି କୋର୍ଟରେ ଏହାର ଶୁଣାଣି ଚାଲିଥିଲା ବୋଲି ଆଡଭୋକେଟ ବିଭୂତି ଭୂଷଣ କହିଛନ୍ତି। ତେବେ ଖୁବ ଶିଘ୍ର ରାଜ୍ୟ ସରକାର ଉପାସନା ପୀଠଗୁଡିକ…

