ଭୁବନେଶ୍ବର : ଆଜି ପ୍ରକାଶ ପାଇବ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ୍ ପରୀକ୍ଷା ଫଳ । ଛାତ୍ରାତ୍ରୀମାନେ JEEMAIN.NTA.NIC.INରେ ଯାଇ ପରୀକ୍ଷା ଫଳ ଦେଖିପାରିବେ। ଜେଇଇ ମେନ୍ ରେଜଲ୍ଟ ବାହାରିବାର ଗୋଟିଏ ଦିନ ପରେ ଜେଇଇ ଆଡଭାନ୍ସ ପରୀକ୍ଷାଫଳ ପ୍ରକାଶ ପାଇପାରେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ହୋଇଥିଲା । ସେପ୍ଟେମ୍ବର ପହିଲାରୁ ଏହି ପରୀକ୍ଷା ଆରମ୍ଭ ହୋଇ 6 ତାରିଖରେ ଶେଷ ହୋଇଥିଲା। ଚଳିତ ବର୍ଷ ସାରା ଦେଶରେ 6 ଲକ୍ଷ 35ହଜାର ଛାତ୍ରଛାତ୍ରୀ JEE MAIN ପରୀକ୍ଷା ଦେଇଛନ୍ତି । ତେବେ ଏହାପରେ ଛାତ୍ରଛାତ୍ରୀ NIT, IIIT ସମେତ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ୍ କରିପାରିବେ ।
Author: Samikhsya Bureau
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବର କରୋନାଭାଇରସ୍ ରୋଗର ଆକ୍ରାନ୍ତ ମୋଟ ସଂଖ୍ୟା ୨ କୋଟି ୮୦ ଲକ୍ଷକୁ ଟପିଥିବାବେଳେ ମୃତ୍ୟୁ ୯ ଲକ୍ଷ ରୁ ଅଧିକ ହୋଇଛି। ଶୁକ୍ରବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୮୦ ଲକ୍ଷ ୫୪ ହଜାର ୩୯୬ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୮ ହଜାର ୧୭ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟ ରିପୋର୍ଟରେ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଆମେରିକାରେ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୩୯୫,୯୦୪ ଏବଂ ୧୯୧,୭୫୩ ରେ ରହିଥିଲା। ୪,୪୬୫,୮୬୩ ମାମଲାରେ ଭାରତ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୭୫,୦୬୨ ରହିଛି। ମାମଲା ଦୃଷ୍ଟିରୁ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି (୪,୨୩୮,୪୪୬), ଏବଂ ପରେ ରୁଷିଆ (୧,୦୪୨,୮୩୬), ପେରୁ (୭୦୨,୭୭୬),…
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନ 11ଟା ବେଳେ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ଅଧିବେଶନରେ ତାଙ୍କର ଅଭିଭାଷଣ ରଖିବେ। ଜାତୀୟ ଶିକ୍ଷା ନୀତି 2020 (ଏନଇପି 2020) ଅଧୀନରେ ହେଉଥିବା ଏହି ଅଧିବେଶନକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧିତ କରିବେ। ଶିକ୍ଷା ପର୍ବର ଅଂଶବିଶେଷ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଏହି ଅଧିବେଶନର ଆୟୋଜନ କରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ 7 ତାରିଖ ଦିନ ତାଙ୍କର ଉଦଘାଟନୀ ଅଭିଭାଷଣ ଦେଇସାରିଛନ୍ତି । ଏହା ବ୍ୟତୀତ ଶ୍ରୀ ମୋଦୀ ଜାତୀୟ ଶିକ୍ଷା ନୀତି 2020 ଉପରେ ସେହିଦିନ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ । ନୂତନ ଜାତୀୟ ଶିକ୍ଷା ନୀତି ଦେଶକୁ ପ୍ରଗତିଶୀଳ ଜ୍ଞାନଯୁକ୍ତ ସମାଜରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ଏହି ଶିକ୍ଷା ନୀତିରେ ନିହିତ କେତେକ ବିଷୟ ଭାରତକୁ…
ମୁମ୍ବାଇ, ସାମ୍ବାଦିକତା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଚପଲ ଉପହାର ଦେବା ପାଇଁ ତାଙ୍କ ଟିଭି ଅଫିସରେ ପହଁଚିଲେ ଦୁଇ ଜଣ ବ୍ୟକ୍ତି। ଜଣେ ହେଉଛନ୍ତି ୟୁଟ୍ୟୁବ ଚ୍ୟାନେଲରେ ବେଶ ଲୋକପ୍ରିୟତା ଅର୍ଜନ କରିଥିବା ଷ୍ଟାଣ୍ଡ ଅପ୍ କମେଡିଆନ୍ କୁନାଲ କାମ୍ରା। ଆଉ ଜଣେ ହେଉଛନ୍ତି ଚଳଚିତ୍ର ବ୍ୟକ୍ତିତ୍ବ ଅନୁରାଗ କାଶ୍ୟପ। ଦୁହେଁ ଏକ ଫ୍ରେମ ଭିତରେ ଗୋଟିଏ ଚପଲ ଥିବା ପୁରସ୍କାର ନେଇ ଅର୍ଣ୍ଣବଙ୍କ ରିପବ୍ଲିକ ଟିଭି ଅଫିସରେ ପହଁଚିଥିଲେ। ହେଲେ ସେଠାରେ ଦୁହିଁଙ୍କୁ ସୁରକ୍ଷା କର୍ମି ଛାଡି ନ ଥିଲେ। ପରେ ସେମାନେ ତାଙ୍କ ଅଫିସ ଆଗରେ ଛିଡା ହୋଇ ପୁରସ୍କାର ଧରି ଫଟୋ ଉଠାଇଥିଲେ। ଉଭୟଙ୍କର ଏହା ଥିଲା ଅର୍ଣ୍ଣବଙ୍କୁ ଏକ ଭିନ୍ନ ଢଙ୍ଗରେ ସମାଲୋଚନା କରିବା।
କଟକ, ଅଭିନେତ୍ରୀ ବର୍ଷା ଏବଂ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଫାଟକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି କିଛି ସାମାଜିକ କର୍ମି। ଆଜି ଅନୁଭବଙ୍କ ଘରେ ଏହି କର୍ମିମାନେ ଯାଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛନ୍ତି। ତେବେ ବର୍ଷାଙ୍କ ଏକ ଜିଦ ସେ ଅନୁଭବଙ୍କ ପାଖରେ ରହିବେ। ତାଙ୍କ ଘରେ ଅନୁଭବଙ୍କ ଛଡା ଅନ୍ୟ କେହି ଖରାପ ବ୍ୟବହାର ପ୍ରଦର୍ଶନ କରନ୍ତି ନାହିଁ। ସେ ମଦପିଇ ଯେପରି ବ୍ୟବହାର କରୁଛନ୍ତି ତାହା ଅସହ୍ୟ ହୋଇପଡୁଛି। ହେଲେ ମୁଁ ଶାଶୁ ଘର ଛାଡି କୁଆଡେ ଯିବି ନାହିଁ ବୋଲି ବର୍ଷା କହିଛନ୍ତି। ତେବେ ଉଭୟଙ୍କ ମଧ୍ୟର କଣ ଶେଷ ନିଷ୍ପତି ହେଲା ତାହା ଜଣାପଡି ନାହିଁ।
ନୂଆଦିଲ୍ଲୀ, ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ 56ଟି ସିଏନଜି ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକାର୍ପିତ ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ ବୋଲି ପ୍ରଧାନ କହିଛନ୍ତି। ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳବାୟୁ ନ୍ୟାୟକୁ ନିଶ୍ଚିତ କରିବା ଓ ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇଦେବା ପାଇଁ ଦୃଢ ନିଶ୍ଚିତ। ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅନେକ ସିଏନଜି ଷ୍ଟେସନ ଲୋକାର୍ପିତ କରାଯାଇଛି। ସେ କହିଛନ୍ତି ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରାଯିବା ପାଇଁ ଚେଷ୍ଟା କରାଯାଉଛି। ଦେଶର 5 କୋଟି ଘରକୁ ପାଇପ…
ହରିୟାନା, ଅମ୍ବାଲାସ୍ଥିତ ବାୟୁସେନା ଘାଟି ଠାରେ ଆଜି ଆୟୋଜିତ ଏକ ସମାରୋହରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଫ୍ରାନ୍ସର ସଶସ୍ତ୍ର ସେନା ବିଭାଗ ମନ୍ତ୍ରୀ ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଲେ ଯେ ଅତ୍ୟାଧୁନିକ ଲଢ଼ୁଆ ରାଫେଲ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଏକ ଐତିହାସିକ ମୁହୂର୍ତ୍ତ ଏବଂ ଭାରତୀୟ ବାୟୁସେନା (ଆଇଏଏଫ) ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସଦୃଶ । ସେ କହିଲେ ଯେ ଫ୍ରାନ୍ସ ସହ ରାଫେଲ ବିମାନ କ୍ରୟ ସଂକ୍ରାନ୍ତ ରାଜିନାମା ଭାରତର ଜାତୀୟ ନିରାପତ୍ତା ପାଇଁ ଏକ ପଟ୍ଟ ପରିବର୍ତ୍ତନକାରୀ ଘଟଣା ଭାବେ ସାବ୍ୟସ୍ତ ହୋଇଛି । ଏଭଳି ଅତ୍ୟାଧୁନିକ ଲଢ଼ୁଆ ଯୁଦ୍ଧ ବିମାନ ଭାରତୀୟ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲ ରେ ମାଓ ଅପରେସନ ଅପରେସନରେ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ୨ ଏସଓଜି ଯବାନ ସହୀଦ ହୋଇଥିବା ଜଣା ପଡ଼ିଛି। ତେବେ (ବୁଧବାର) ସକାଳ ୧୧ ବେଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା। ଅପରେସନରେ ଦିନ ୧୧ଟା ସମୟରେ ଉଭୟ ପଟୁ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ୩ ମହିଳା ଓ ୨ ଜଣ ପୁରୁଷ ମାଓବାଦୀ ବୋଲି କଳାହାଣ୍ଡି ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଏହି ଅପରେସନ ସମୟରେ ଦୁଇ ଏସଓଜି ଯବାନ ମଧ୍ୟ ସହିଦ ହୋଇଥିବା ଜଣାପଡିଛି। ସହୀଦ ଯବାନ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ସାନ ଭାଡୁଆ ସୁଳିଆପଡା ଗ୍ରାମର ସହୀଦ ସୁଧୀର କୁମାର ଟୁଡୁ (ସି/୧୮୨୩) ପି-ସ୍ବର୍ଗତ କୁଣ୍ଡିଆ ଟୁଡୁ,…
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସର ସଶସ୍ତ୍ର ସେନା ବାହିନୀ ବିଭାଗ ମନ୍ତ୍ରୀ ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେଙ୍କ ଉପସ୍ଥିତିରେ ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ ମତ୍ସ୍ୟ ସଂପଦ ଯୋଜନା, ଇ-ଗୋପାଳ ଆପ୍ ଏବଂ ବିହାରରେ ମତ୍ସ୍ୟ ଓ ପଶୁସଂପଦ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟ ସଂପଦ ଯୋଜନା ମଧ୍ୟ ଏହି ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଛି। ଦେଶର 21ଟି ରାଜ୍ୟରେ 20 ହଜାର କୋଟି ଟଙ୍କା ବିନିଯୋଗରେ ଏହା କାର୍ଯ୍ୟକାରୀ କରାଯିବ। ଆସନ୍ତା 4ରୁ 5ବର୍ଷ ମଧ୍ୟରେ ଏସବୁ ଅର୍ଥ ଏହି ଯୋଜନାରେ ଖର୍ଚ୍ଚ କରାଯିବ। ସେଥିମଧ୍ୟରୁ ଆଜି ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ 1700 କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ଆଜି ବିହାରର ପାଟନା, ପୂର୍ଣ୍ଣିଆ, ସୀତାମାଢି, ମାଧେପୁରା, କିଷାନଗଞ୍ଜ ଓ ସମସ୍ତିପୁରରେ ବିଭିନ୍ନ ପ୍ରକଳ୍ପମାନ ଉଦ୍ଘାଟିତ ହୋଇଛି। ଏହି ଯୋଜନାରେ ନୂଆ ଭିତ୍ତିଭୂମି, ଆଧୁନିକ ଉପକରଣ ଏବଂ ନୂଆ ବଜାର ସୁବିଧା ମତ୍ସ୍ୟ ଉତ୍ପାଦକଙ୍କୁ ଯୋଗାଇ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 12 ତାରିଖରେ ମଧ୍ୟପ୍ରଦେଶର ‘ଗୃହ ପ୍ରବେଶମ୍’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ୟରେ ନିର୍ମିତ ହୋଇଥିବା 1.75 ଲକ୍ଷ ଘରର ଉଦ୍ଘାଟନ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ଏସବୁ ଘର କରୋନା ମହାମାରୀ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ନିର୍ମିତ ହୋଇଛି। 2022 ସୁଦ୍ଧା ସବୁ ନିରାଶ୍ରୟଙ୍କୁ ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ 2016 ନଭେମ୍ବର 20ରେ ପ୍ରଧାନମନ୍ତ୍ରୀ ଗା୍ରମୀଣ ଆବାସ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ସମଗ୍ର ଦେଶରେ ଏପର୍ଯ୍ୟନ୍ତ 1.14 କୋଟି ଗୃହ ନିର୍ମିତ ହୋଇଛି। ମଧ୍ୟପ୍ରଦେଶରେ 17 ଲକ୍ଷ ଗରିବ ଲୋକଙ୍କୁ ଏଯାବତ୍ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇ ଉପକୃତ କରାଯାଇଛି। ହିତାଧିକାରୀମାନେ ସମସ୍ତେ ଗରିବ ଶ୍ରେଣୀର। ସେମାନଙ୍କର ଆଦୌ ଘର ନ ଥିଲା ବା ଭଙ୍ଗାରୁଜା…
ନୂଆଦିଲ୍ଲୀ, କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା କରାଯାଉ। ସମସ୍ତ ରାଜ୍ୟଗୁଡିକୁ ଏପରି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଆଇସିଏମଆରର ନିୟମାବଳୀ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନୋକ୍ତ ଦୁଇଟି ଶ୍ରେଣୀର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଆରଟିପିସିଆର ପରୀକ୍ଷା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ସେହି ଅନୁସାରେ ପରୀକ୍ଷା କରାଯିବା ଆବଶ୍ୟକ ବୋଲି କେନ୍ଦ୍ର କହିଛି। ସେଗୁଡିକ ହେଲା ଜ୍ଵର, କଫ ଓ ନିଶ୍ଵାସ ପ୍ରଶ୍ଵାସ ଜନିତ ଅସୁବିଧା ଥାଇ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ବାହାରିବା ରାପିଡ଼ ଆଣ୍ଟିଜେନ ପରୀକ୍ଷା ଦ୍ଵାରା ଲକ୍ଷଣ ବିହୀନ ନେଗେଟିଭ ମାମଲା ମାତ୍ର ଦୁଇ-ତିନି ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇ ନେଗେଟିଭ ହୋଇଥିବା ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମଆର ମିଳିତ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖି ରାପିଡ଼…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଗତକାଲି ୯୪ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୦୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ଜଣେ, ଜଗତସିଂହପୁର ବ୍ଲକରୁ ୧୮ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨୦ଜଣ, ନାଉଗାଁ ବ୍ଲକରୁ ୮ଜଣ, କୁଜଙ୍ଗ ବ୍ଲକରୁ ୩୨ଜଣ, ରଘୁନାଥପୁର ବ୍ଲକରୁ ୨ଜଣ, ତିର୍ତ୍ତୋଲ ବ୍ଲକରୁ ୧୨ଜଣ, ପାରାଦ୍ଵୀପରୁ ୧୨ଜଣ ଓ ଅନ୍ୟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୨୬୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨୯ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୮୨୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରୁ ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକରୁ ସର୍ବାଧିକ ୪୧୧ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡରୁ ୧୫୨, ବରଗଡରୁ ୧୩୯, ପୁରୀରୁ ୧୩୨, ରାୟଗଡାରୁ ୧୦୧, ଝାରସୁଗୁଡାରୁ ୯୩, ଯାଜପୁରରୁ ୯୨, କେନ୍ଦୁଝରରୁ ୮୨, ସମ୍ବଲପୁରରୁ ୮୧, ଜଗତସିଂହପୁରରୁ ୭୫, କେନ୍ଦ୍ରାପଡାରୁ ୬୬, ଢେଙ୍କାନାଳରୁ ୬୫, କୋରାପୁଟରୁ ୬୫, ଭଦ୍ରକରୁ ୫୩, ନବରଙ୍ଗପୁରରୁ ୫୨, ବାଲେଶ୍ବରରୁ ୩୮, ସୁନ୍ଦରଗଡରୁ ୩୪, କଳାହାଣ୍ଡିରୁ ୩୩, ମାଲକାନଗିରିରୁ ୨୭, ବଲାଙ୍ଗିରିରୁ ୨୫, ସୋନପୁରରୁ ୨୪, ବୌଦ୍ଧରୁ ୨୩, ନୂଆପଡାରୁ ୨୩, କନ୍ଧମାଳରୁ ୨୦, ଗଜପତିରୁ ୧୮, ଅନୁଗୁଳରୁ ୧୭, ଦେବଗଡରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୦୦୧ ରେ ପହଞ୍ଚିଛି। ସେହିପରି ରାଜ୍ୟରେ…
ଦାଦ୍ରୀ : ୟୁପିର ଗୌତମବୁଦ୍ଧ ନଗର ଜିଲ୍ଲାର ଦାଦରୀ ଅଞ୍ଚଳରେ ଶେରୁ ଓରଫ୍ ଶେର ସିଂହଙ୍କ ହତ୍ୟା ମାମଲାରେ ପୋଲିସ୍ ଦୁଇଜଣଙ୍କୁ ଗିରଫ କରିଛି । ଚିତେହଡା ଗ୍ରାମ ନିବାସୀ ଶେର ସିଂହ ସେପ୍ଟେମ୍ବର 8 ତାରିଖରେ ତିନି ବଦମାସ୍ ଛୁରୀ ଚଳାଇ ଫେରାର ହୋଇଯାଇଥିଲେ । 30 ବର୍ଷୀୟ ଶେର ସିଂହ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଚିକିତ୍ସା ଅବସ୍ଥାରେ ଶେର ସିଂହଙ୍କର ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡରେ ପୋଲିସ୍ ସିସିଟିଭ୍ ଫୁଟେଜ୍ ଆଧାରରେ 2 ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ଅଭିଯୁକ୍ତମାନେ କିଛି କାରଣକୁ ନେଇ ଶେରସିଂହଙ୍କ ସହ ଝଗଡା ହୋଇଥିଲା । ଏହାପରେ ଶେର ସିଂହ ଜଣକୁ ଚାପୁଡା ମାରିଥିଲେ । ବଦ୍ଲା ନେବା ଭାବନାରେ ଅପରାଧୀମାନେ ଶେରସିଂହଙ୍କୁ ଛୁରୀ ଭୁସି ଥିଲେ । ଅପରାଧୀମାନେ ଛୁରୀରେ ଶେରସିଂହଙ୍କର ଗଳା, ପେଟକୁ ଛୁରୀରରେ ଆକ୍ରମଣ କରିଥିଲେ । ପୋଲିସ୍ ଏହି…
ନୂଆଦିଲ୍ଲୀ : ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂତନ ସଭାପତି ଭାବେ ନିଯୁକ୍ତ ହେଲେ ବିଶିଷ୍ଟ ଅଭିନେତା ତଥା ବିଜେପି ନେତା ପରେଶ ରାୱଲଙ୍କୁ । ପୂର୍ବରୁ ପ୍ରସିଦ୍ଧ ରାଜସ୍ଥାନୀ କବି ଅର୍ଜୁନ ଦେବ ଚରଣ ଏନଏସଡିର ଅଧ୍ୟକ୍ଷ ଥିଲେ, ତାଙ୍କୁ 2018 ରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ସଭାପତି କରାଯାଇଥିଲା । ବର୍ତ୍ତମାନ ପରେଶ ରାୱଲ କବି ଅର୍ଜୁନ ଦେବଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। https://twitter.com/prahladspatel/status/1303995406422925314?s=20
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମହାମାରୀ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ତାଣ୍ଡବ ମଚାଉଛି। ସାଧାରଣ ଜନତାଙ୍କ ଠୁ ନେଇ କରୋନା ଯୋଦ୍ଧା ସମସ୍ତେ ଦିନକୁ ଦିନ କରୋନାରେ ଆକ୍ରାନ୍ତ ହେଉଛନ୍ତି। ବିଶେଷ କରି ବାଣପୁର ବ୍ଲକ ଏବଂ ଏନ.ଏ.ସି ଅଞ୍ଚଳରେ ଏହା ଏବେ ପିକ୍ରେ ଅଛି। ଆଜି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପାଖାପାଖି ୧୨ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମଚାରୀ ତଥା କରୋନା ଯୋଦ୍ଧାମାନେ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଯାହାଫଳରେ ମେଡିକାଲ ପ୍ରଶାସନ ତରଫରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାତ ଦିନ ଯାଏଁ ସଟ ଡ଼ାଉନ କରାଯାଇଅଛି। ଉକ୍ତ ସାତ ଦିନ ଯାଏଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓ.ପି.ଡ଼ି ଏବଂ ଆଇ.ପି.ଡ଼ି ସମ୍ପୂର୍ଣ୍ଣ ବନ୍ଦ ରହିବ। କେବଳ ଜରୁରୀକାଳୀନ ସେବା ଚାଲୁ ରହିବ। ଉକ୍ତ ସାତ ଦିନ ଭିତରେ ମେଡିକାଲ କ୍ୟାମ୍ପସ ବିଶୋଧନ କରାଯିବା ସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ଏବଂ ସ୍ୱାବ…
କେରଳ : ଅଫିସ୍ରେ ହେଉ ଅଥବା ଘରେ କାମ କରିବା ବେଳେ ସ୍ମାର୍ଟଫୋନ୍ ନହେଲେ ଲାପଟପ୍ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍କୁ ଅନାଇ କାମ କରିବାକୁ ପଡୁଛି । ଏଥିପାଇଁ ଆମକୁ ଗୋଟିଏ ଜାଗାରେ ଘଣ୍ଟା ଘଣ୍ଟା ଧରି ବାନ୍ଧି ହୋଇ ବସିବାକୁ ପଡୁଛି। ଏବେ କିନ୍ତୁ ଏହି ଗୋଟିଏ ଜାଗାରେ ଆଉ ବାନ୍ଧି ହୋଇ ନ ବସି ମୁକ୍ତ ଭାବେ କାମ କରିପାରିବେ । ଆଜ୍ଞା ହଁ, କେରଳର ଏର୍ଣ୍ଣାକୁଲମ୍ସ୍ଥିତ ଏକ ଷ୍ଟାର୍ଟଅପ୍ ନିମୋ ପ୍ଲାନେଟ୍ ପକ୍ଷରୁ ଏକ ସ୍ମାର୍ଟ ଚଷମା ପ୍ରସ୍ତୁତ କରାଯାଇଛି, ଯାହାକୁ ପିନ୍ଧି ଜଣେ ଯେକୌଣସି ସ୍ଥାନରେ କମ୍ପ୍ୟୁଟର କିମ୍ବା ଲ୍ୟାପଟପ ନଥାଇ ବି ସହଜରେ କାମ କରିପାରିବେ । ଏହି ଷ୍ଟାର୍ଟଅପର ପ୍ରତିଷ୍ଠାତା ରୋହିଲଦେବ ନଟ୍ଟୁଲିଙ୍ଗର ତିନି ବର୍ଷ କାଳ ଲାଗି ‘ନିମୋ’ ନାମକ ଏକ ବିଶେଷ ପ୍ରକାର ଚଷମା ପ୍ରସ୍ତୁତ କରିଛନ୍ତି ଯାହା କାମ କରିବାର ପାରମ୍ପରିକ ଶୈଳୀ ବଦଳାଇ ଦେଇ ଭର୍ଚୁଆଲ ଦୁନିଆକୁ…
ଅନୁଗୁଳ : ଅନୁଗୁଳ ଗୋପୀନାଥପୁର ଛକ ନିକଟରେ ଏକ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣାକୁ ନେଇ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ଦୁର୍ଘଟଣା ଘଟାଇଥିବା ସ୍କୁଟି ସହ ଉତ୍ତ୍ୟକ୍ତ ଲୋକେ କାର୍ ପୋଡି ଦେଇଛନ୍ତି । ଛକରେ ଥିବା ସ୍କୁଟି ଚାଳକଙ୍କ ମୋବାଇଲ୍ ଦୋକାନ ମଧ୍ୟ ଭଙ୍ଗାରୁଜା ହୋଇଛି । ମିଳିଥିବା ସୂଚନା ଅନୁସାରେ ଦୋକାନ ଆଗରେ ଛିଡା ହୋଇଥିବା ଜଣେ ବୃଦ୍ଧଙ୍କୁ ଏକ ସ୍କୁଟି ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଏନଏଚ୍-63 ଅବରୋଧ କରିଥିଲେ ।
ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର 13 ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆସନ୍ତାକାଲି ଠାରୁ 5 ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମ୍ଭାବନା ନେଇ 21ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି – ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଏହି ସମସ୍ତ ଜିଲ୍ଲାଗୁଡ଼ିକରେ ବଜ୍ରପାତ ହେବା ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ 5 ଦିନ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।
ନୂଆଦିଲ୍ଲୀ : ଭାରତରେ କୋଭିସିଲଡ୍ ଟୀକାର ପରୀକ୍ଷଣ ବନ୍ଦ ହୋଇଛି । ଆମେରିକା ଅକ୍ସଫୋର୍ଡ କମ୍ପାନୀ ପ୍ରସ୍ତୁତ ଟୀକା କୋଭିସିଲଡ୍ ଟୀକା ପରୀକ୍ଷଣ ବନ୍ଦ ନେଇ ଘୋଷଣା କରିଛି ସେରମ୍ ଇନ୍ଷ୍ଟିଚ୍ୟୁଟ୍ । ପରୀକ୍ଷଣରେ ସାମୟିକ ବିରତ ନେଉଛୁ ଓ ପରିସ୍ଥିତିକୁ ସମୀକ୍ଷା କରୁଛୁ ବୋଲି ସୂଚନା ଦେଇଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ । ’ଆଷ୍ଟ୍ରାଜେନିକା ପୁଣି ପରୀକ୍ଷଣ ଆରମ୍ଭ ନ କରିବା ଯାଏ ବିରତି ଦେଉଛୁ । ଡିସିଜିଆଇର ନିର୍ଦ୍ଦେଶକୁ ଅନୁପାଳନ କରୁଛୁ କହିଲା ସେରମ୍ ଇନ୍ଷ୍ଟିଚ୍ୟୁଟ୍ । ବ୍ରିଟେନ୍ରେ ଟୀକା ନେଇ ଜଣେ ଗୁରୁତର ହେବା ପରେ ଟ୍ରାଏଲ୍ ସ୍ଥଗିତ ରହିଥିଲା । ତେବେ ଭାରତରେ ଟ୍ରାଏଲ୍ ଚାଲୁ ରହିବ ବୋଲି କହିଥିଲା ସେରମ୍ ଇନ୍ଷ୍ଟିଚ୍ୟୁଟ୍ । ଏହାକୁ ନେଇ ଡିସିଜିଆଇ ବିରକ୍ତି ପ୍ରକାଶ ସହ ସେରମ୍କୁ ଜବାବ ମାଗିଥିଲେ । (ଏଜେନ୍ସି)

