ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୧୪ ତାରିଖ ଦିନ ପୋଲସରା ଥାନା ଅନ୍ତର୍ଗତ ନରସିଂହପଲ୍ଲୀ ଗ୍ରାମ ନିକଟରେ ଏକ ବାଇକ୍ର ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲ। ଏହି ଘଟଣାରେ ପୋଲିସ୍ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍ ଟଙ୍କା ଏବଂ ବାଇକ୍କୁ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୋଦଳା ଅଂଚଳର ଶିବ ଚୌଧୁରୀ ଓ ପି. କ୍ରଷ୍ଣା। ସେମାନଙ୍କ ନିକଟରୁ ୧ ଲକ୍ଷ ୧୦ ହଜାର ଟଙ୍କା ଏବଂ ଚୋରିରେ ବ୍ୟବହୃତ ବାଇକ୍କୁ ପୋଲିସ୍ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ହାତୀଓଟ ଗ୍ରାମର ଅମରେନ୍ଦ୍ର ବିଶ୍ୱାଳ ପୋଲସରା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଡ଼ିକିରେ ରଖିଥିଲେ। କିଛି କାମ ପାଇଁ ନରସିଂହପୁରରେ ବାଇକ୍କୁ ରଖି ଯାଇଥିବାବେଳେ ଆସିଲା ବେଳେ ଡ଼ିକି ଭଂଗା ଯାଇଛି । ଏନେଇ ସେ ପୋଲସରା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଥାନା କେସ ନଂ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସଂକ୍ରମଣର ମାତ୍ରା ଧିରେ ଧିରେ କମିବାରେ ଲାଗିଛି। ପୂର୍ବରୁ ପାଖାପାଖି ଦୁଇଶହ ଚିହ୍ନଟ ହେଉଥିବାବେଳେ ଆଜି କେବଳ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ କିଛି ମାସ ହେଲା ରାଜ୍ୟରେ କରୋନା ସଂକ୍ରମିତ ତାଲିକାରେ ଗଂଜାମ ଏକ ନମ୍ବର ଥିବାବେଳେ ଆଜି ଗଂଜାମକୁ ଟପି ଖୋର୍ଦ୍ଧା ୧ ନମ୍ବର ହୋଇଥିବା ଦେଖାଯାଇଛି। ତେବେ ବର୍ତ୍ତମାନ ଗଂଜାମରେ ସବୁ ଖୋଲିଯିବା ପରେ ଏବଂ କରୋନା ନିୟମ ନ ମାନିଲେ ଆଗକୁ ସଂକ୍ରମଣର ଦ୍ୱିତୀୟ ୱେଭ୍ ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଜନସାଧାରଣ କୋଭିଡ଼୍ ନିୟମ ଏବଂ ଦୋକାନୀମାନେ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ସଂକ୍ରମଣ କମୁଥିବାରୁ କିଛି ସ୍ଥାନରେ ଲୋକେ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ତେବେ ସଂକ୍ରମଣ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କାହିଁକି କମୁନି ସେ ବିଷୟ ନେଇ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ-୨ ପକ୍ଷରୁ ଆଜି ସଦର ରେଞ୍ଜ ଅଂଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ ସହ ପୋଚ ନଷ୍ଟ କରାଯାଇଛି। ଆଜି ସଦର ଅଂଚଳର ବୁଦାଲୁଣ୍ଡି ଗ୍ରାମରେ ଚଢ଼ାଉ କରାଯାଇ ୨୫ ହଜାର ଲିଟର ପୋଚ ନଷ୍ଟ କରାଯିବା ସହ ୧୨୦ ଲିଟର ଦେଶୀ ମଦ ଜବତ ହୋଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗ ଇନିସ୍ପେକ୍ଟର, ବ୍ରହ୍ମପୁର ଡ଼ିଏସ୍ଏଫ୍ ଇନିସ୍ପେକ୍ଟର, ବ୍ରହ୍ମପୁର ଓଆଇସି-୨, ଏସ୍ଏଫ୍ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଭାଗ ନେଇଥିଲେ।
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକରୁ ଆଜି ଚିହ୍ନଟ ହୋଇଥିବା ୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ ଥାନାର ଦୁଇଜଣ ପୋଲିସ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ତିର୍ତ୍ତୋଲ ଥାନା ପରିସରରେ ଥାନାରେ କାର୍ଯ୍ୟରତ ପୋଲିସ୍ ମାନଙ୍କର କରୋନା ଟେଷ୍ଟ ନିମନ୍ତେ ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ଜଣେ ସବ୍-ଇନିସପେକ୍ଟର ଓ ଜଣେ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଜଗତସିଂହପୁର ଜିଲ୍ଲାରୁ ୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ପାରାଦ୍ବୀପ ମ୍ୟୁନିସିପାଲିଟିରୁ ୨୪ଜଣ, କୁଜଙ୍ଗ ବ୍ଲକରୁ ୧୦ଜଣ, ରଘୁନାଥପୁର ବ୍ଲକରୁ ୧୧ଜଣ, ତିର୍ତ୍ତୋଲ ବ୍ଲକରୁ ୧୦ଜଣ, ଏରସମା ବ୍ଲକରୁ ୬ଜଣ, ଜଗତସିଂହପୁର ବ୍ଲକରୁ ୭ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୭ଜଣ ସହିତ ବାଲିକୁଦା ଓ ବିରିଡ଼ି ବ୍ଲକରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୨୦୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭୯ ଜଣ ସୁସ୍ଥ ହୋଇଥିବା…
ମୁମ୍ବାଇ: ବହୁ ପ୍ରତୀକ୍ଷିତ ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ ଫାଇ ମଡେଲ ଓ ଏସ୍ ୭ ପ୍ଲସ ଭାରତରେ ଲଞ୍ଚ ହେବାକୁ ଯାଉଛି। ଏହି ଅବସରରେ ଭାରତର ସର୍ବ ବୃହତ୍ତ ଇଲୋକ୍ଟ୍ରୋନିକ୍ସ ରିଟେଲର ରିଲାଏନ୍ସ ଡିଜିଟାଲ ପକ୍ଷରୁ ଏହି ସବୁ ମଡେଲ ଆକର୍ଷଣୀୟ ମୂଲ୍ୟରେ ସମସ୍ତ ରିଲାଏନ୍ସ ଡିଜିଟାଲ ଷ୍ଟୋର ଓ ୱେବସାଇଟ୍ ଏବଂ ମାଇଁ, ଜିଓ ଷ୍ଟୋରଗୁଡିକରେ ଉପଲବ୍ଧ ହୋଇଛି। ସ୍ଲିକ୍ ସାମସଙ୍ଗ ଟ୍ୟାବ୍ ଏସ୍ ୭ ୱାଇ ଫାଇ ମଡେଲର ପ୍ରାରମ୍ଭିକ ମୂଲ୍ୟ ୫୫,୯୯୯ ଟଙ୍କା ରହିଛି। ସେହିଭଳି ଅନ୍ୟ ଦୁଇଟି ମଡେଲ ଟ୍ୟାବ୍ ଏସ୍ ସେଭେନ ଏଲଟିଇ ଏବଂ ଟ୍ୟାବ୍ ଏସ୍ ୭ ପ୍ଲସ୍ ଏଲଟିଇ ଯଥା କ୍ରମେ ୬୩,୯୯୯ ଟଙ୍କା ଏବଂ ୭୯,୯୯୯ ଟଙ୍କାରେ ଉପଲବ୍ଧ। ତେବେ ରିଲାଏନ୍ସ ଡିଜିଟାଲରେ ପ୍ରି-ବୁକ କରୁଥିବା ଗ୍ରାହକ ଏଚଡିଏଫସି କାର୍ଡରେ କ୍ରୟ ଉପରେ ୬ ହଜାର ଟଙ୍କାର କ୍ୟାସବ୍ୟାକ୍ ଏବଂ ସାମସଙ୍ଗ କି-ବୋର୍ଡ କଭର ଉପରେ…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ବେଗୁନିଆପଡ଼ା ବ୍ଳକ ଗସ୍ତ। ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ କୋଭିଡ୍ ମୁକାବିଲାର ସମୀକ୍ଷା କଲେ ଜିଲ୍ଲାପାଳ। ବର୍ତ୍ତମାନ ବି କରୋନା ମହାମାରୀର ବିପତ୍ତି ଟଳିନାହିଁ ତେବେ ଏଥିପାଇଁ କୋଭିଡ୍ ନିୟମକୁ କଡାକଡି କରିବା ସହ ଦୋକାନୀଙ୍କୁ ପଞ୍ଚସୂତ୍ରୀ ନିୟମ ମାନିବାକୁ ବାଧ୍ୟ କରାଯିବା ନେଇ ଏକ ବ୍ଯାପକ ସଚେତନତା ଉପରେ ଗୁରୁତ୍ଵାରୋପ କଲେ ଜିଲ୍ଲାପାଳ।ମାସ୍କ ହେଉଛି କରୋନାକୁ ଜିତିବାର ମୁଖ୍ୟ ଅସ୍ତ୍ର। ତେଣୁ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରନ୍ତୁ ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନ କରନ୍ତୁ ବୋଲି କହିଥିଲେ ଜିଲ୍ଲାପାଳ। ଏଥିସହ ସାର କଳା ବଜାରୀ ହେଉଥିବା ନେଇ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି ମାନେ ଜିଲ୍ଲପାଳଙ୍କୁ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ ସାରର କଳାବଜାରୀ ହେଉଥିଲ ଏହାଉପରେ ପଦକ୍ଷେପ ନେବାପାଇଁ। ଚାଷୀଙ୍କ ପାଇଁ ସାରର ଅଭାବ ରହିବ ନାହିଁ ବୋଲି କହିଥିଲେ ଜିଲ୍ଲାପାଳ।…
ଭୁବନେଶ୍ବର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ରହସ୍ୟ ଘନେଇବାରେ ଲାଗୁଛି । ପୂର୍ବରୁ ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ ରହିଥିବାବେଳେ ଏବେ ଏହି ଘଟଣାରେ ସାଇକୋ ଲେଡିର ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି । ଆଦିତ୍ୟଙ୍କ ବାପା ପୁଅ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ଥିବା ନେଇ କିଛି ଦିତ ତଳେ ସନ୍ଦେହ କରୁଥିବା ବେଳେ ଆଜି ତାଙ୍କ ମା’ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ରହିଥିବା ନେଇ ସନ୍ଦେହ କରିଛନ୍ତି ଆଦିତ୍ୟଙ୍କ ମା’ । ସମ୍ପୃକ୍ତା ଯୁବତୀ ଜଣକ ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ । ବାହା ନହେଲେ ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ। ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ନିର୍ବନ୍ଧ ହେବା ପରେ ସେ ଟିକ୍ଟକ୍ ଭିଡିଓ କରି ମଧ୍ୟ ଧମକ ଦେଇଥିବା ଆଦିତ୍ୟଙ୍କ…
ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଓ କଲେଜ୍ରେ ହେବାକୁ ଥିବା ପରୀକ୍ଷା ପାଇଁ ଏସ୍ଓପି ଜାରି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଏହି ଏସ୍ଓପି ଜାରି କରାଯାଇଛି। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେନି। ଏମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ସୂରପ ଅଲଗା ଗୃହ ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ। ସେହିପରି କଣ୍ଟେନ୍ମେଣ୍ଟ ଜୋନ୍ରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଅନୁମତି ମିଳିବନି। ତେବେ ଏଭଳି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ ବୋଲି ସୂଚନା ରହିଛି । ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷାର୍ଥୀ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ କରାଇବେ। ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ନେଇ ବି ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସେହିପରି ପ୍ରଶ୍ନ ପେପର୍ ଓ ଉତ୍ତର ଖାତା ଧରିବା ପୂର୍ବରୁ ହ୍ୟାଣ୍ଡ ସାନିଟାଇଜ୍ କରାଯିବ । କରୋନା ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିଥିବାବେଳେ ପରୀକ୍ଷାଗୁଡିକୁ ଅନୁମତି ଦିଆଯାଇଛି । ପ୍ରଥମ…
ମୁମ୍ବାଇ : କରୋନା ପାଇଁ ଆଇପିଏଲ୍ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆରମ୍ଭ ହେଉଛି । ଚଳିତଥର ଆଇପିଏଲ୍ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ପୋଗ୍ରାମ ବା ସିଡ୍ୟୁଲ୍ ସମ୍ପର୍କରେ ଆଜି ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ 29ରେ ଆରମ୍ଭ ହେବାର ଥିଲା । ମାତ୍ର କରୋନା ସଂକ୍ରମଣକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି । ତେବେ ଆଇପିଏଲ୍ର ଉଦ୍ଘାଟନୀ ମ୍ୟାଚ୍ରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ସୂଚନା ରହିଛି । ଭାରତୀୟ କ୍ରିକେଟ୍ କଣ୍ଟୋଲ୍ ବୋର୍ଡ ଆଇପିଏଲ୍ର 13ତମ ସଂସ୍କରଣରେ ପ୍ରଥମ ମ୍ୟାଚ୍କୁ ଆହୁରି ଧମାକାଦାର କରିବାର ଯୋଜନା କରିଛନ୍ତି । ଆଇପିଏଲ୍ର ପ୍ରଥମ ମ୍ୟାଚ୍ ମହେନ୍ଦ୍ର…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନାହିଁ । ଦେଶରେ ପଜିଟିଭ୍ ଲଗାତାର ଭାବରେ ବଢି ଚାଲିଛି। କରୋନା ସଂକ୍ରମଣକୁ ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କରାଯାଇଥିବା ପ୍ରେସ୍ ସମ୍ମିଳନୀରେ କରୋନା ସଂକ୍ରମଣକୁ ନେଇ ତଥ୍ୟ ଜାରି କରାଯାଇଛି । ଦେଶର କରୋନା ମାମଲାର ମୋଟ୍ ଆକ୍ଟିଭ୍ କେସ୍ର ପ୍ରାୟ 62 ପ୍ରତିଶତ 5ଟି ରାଜ୍ୟରୁ ରହିଛି । ସେହି ପାଞ୍ଚଟି ରାଜ୍ୟ ମଧ୍ୟରେ ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ତେବେ ଏସବୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁସଂଖ୍ୟାରେ ଧୀରେ ଧୀରେ ହ୍ରାସ ପାଉଛି ବୋଲି ସେ କହିଛନ୍ତି । ମହାରାଷ୍ଟ୍ରରେ ପ୍ରାୟ 25 ପ୍ରତିଶତ ମାମଲା ରହିଥିବାବେଳେ ତାମିଲନାଡୁରେ 12 ପ୍ରତିଶତ ସକ୍ରିୟ ମାମଲା ରହିଛି । ସେହିପରି ମହାରାଷ୍ଟ୍ରରେ 37 ପ୍ରତିଶତ କରୋନା ମୃତ୍ୟୁ…
ହରିୟାଣା : ହରିୟାଣା ସୋନିପତର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଠାରେ ଜଣେ ପ୍ରେମିକ ମଦ ନିଶାରେ ପ୍ରେମିକାର ଗଳା ଚିପି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଶ୍ରବଣ ଓ ସବିତା ବିହାରର ବେଗୁସରାୟରେ ଗତ ଚାରି ମାସ ଧରି ଏକାସାଙ୍ଗରେ ରହୁଥିଲେ । ମଙ୍ଗଳବାର ଦିନ କିଛି କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଶ୍ରବଣ ରାଗରେ ସବିତାଙ୍କୁ ଗଳା ଚିପି ହତ୍ୟା କରିଦେଇଥିଲେ । ଏହାପରେ ଶ୍ରବଣ ବୃଜେଶ ନାମକ ଜଣେ ବନ୍ଧୁଙ୍କସହିତ ଶାହାଜାହାନପୁର ଗ୍ରାମର ଏକ ଶ୍ମଶାନ ଘାଟ ନିକଟସ୍ଥ ଏକ କ୍ଷେତରେ ସବିତାଙ୍କ ମୃତଦେହକୁ ପୋତି ଦେଇଥିଲେ । ଏହି ମାମଲାର ଜଣାପଡିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ପୋଲିସ୍ ଏହି ଘଟଣାରେ ଶ୍ରବଣ ଓ ବ୍ରିଜେଶଙ୍କୁ ଗିରଫ କରିନେଇଛନ୍ତି । (ଏଜେନ୍ସି)
ଭୁବନେଶ୍ୱର: ଦୟା ନଦୀକୁ ଯୁବକ ଡେଇଁ ନିଖୋଜ ହୋଇଛନ୍ତି । ଭୁବନେଶ୍ବର ଲିଙ୍ଗିପୁରରେ ଦୟା ନଦୀକୁ ଡେଇଁଲେ ଯୁବକ । ବନ୍ୟାପାଣିରେ ଭାସିଯାଇ ଯୁବକଜଣକ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ଯୁବକଙ୍କ ପତ୍ତା ମିଳୁନି । ଅଗ୍ନିଶମ ବିଭାଗର 2ଟି ଟିମ୍ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରଖିଛନ୍ତି । ନଦୀକୁ ଡେଇଁଥିବା ଯୁବକ ଜଣକ ଭୁବନେଶ୍ୱର ଓଲ୍ଡ ଟାଉନ ସ୍ଥିତ ଖୁଂଟିଆ ସାହି କପିଳେଶ୍ୱରଅଞ୍ଚଳର ବୋଲି ସୂଚନା ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଯୁବକ ଜଣକ ପୋଲ ଉପରେ ଗାଡି ରଖି ନଦୀକୁ ଡେଇଁ ପଡିଥିଲେ ।
ଭୁବନେଶ୍ବର : ଓଡ଼ିଶାର 10 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ବିଏମସିର କମ୍ୟୁନିଟ ସଂଯୋଜକ ସସ୍ମିତା ସାହୁ କରୋନା ମୁକାବିଲା ବେଳେ କରୋନା ଆକ୍ରାନ୍ତ ହେଲେ। ଏହାପରେ ସେ ମୃତ୍ୟୁ ମୁଖରେ ପଡିଲେ। ଫଳରେ ବିଏମସି ତରଫରୁ ତାଙ୍କୁ ଶେଷ ସମ୍ମାନ ଜଣାଇବା ସହ ଗାର୍ଡ ଅଫ ଅନର ପ୍ରଦାନ କରି ଭୁବନେଶ୍ବରର ସତ୍ୟ ନଗର ମଶାଣିରେ ଶେଷ କୃତ କରାଗଲା।
ମୁମ୍ବାଇ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ ଅଭିନ୍ରେତୀ କଙ୍ଗନା ରଣାୱତ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୁମ୍ବାଇ ନଆସିବାକୁ ତାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ତାଙ୍କୁ ଏଭଳି ଧମକ ଦେଇଥିବା ଲୋକଙ୍କ ନାମ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଖୋଲାଖୋଲି ଧମକ ଦେଇଥିବା କଙ୍ଗନା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ମୁମ୍ବାଇ ପାକ ଅଧିକୃତ କାଶ୍ମୀର ଭଳି ଲାଗୁଛି ବୋଲି କଙ୍ଗନା କହିଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଅଭିନେତ୍ରୀ କଙ୍ଗନା ତାଙ୍କ ଟୁଇଟକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଖୋଲାଖୋଲି ତଥା ସାହସର ସହିତ ବୟାନ ଦେଉଛନ୍ତି କଙ୍ଗନା । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ କଙ୍ଗନା ବଲିଉଡରେ ନେପୋଟିଜିମ କରାଯାଉଥିବା ଅଭିଯୋଗ…
ଥିରୁଅନନ୍ତପୁରମ: କରୋନା ମହାମାରୀ ଲଢେ଼ଇରେ ଆଗଧାଡିରେ ଯୋଦ୍ଧା ସାଜିଛନ୍ତି ଡାକ୍ତରମାନେ । ନିଜ ଜୀବନକୁ ବାଜି ଲଗାଇ ଯୋଦ୍ଧା ସାଜିଥିବା ଏହି ଡାକ୍ତରମାନଙ୍କୁ ମୋଟା ଅଙ୍କର ଦରମା ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କେରଳ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବାରୁ ପାଖାପାଖି 900 ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଚନ୍ତି। ଏହି ଡାକ୍ତରମାନେ କୋଭିଡ କେୟାର କେନ୍ଦ୍ରରେ ନିଯୁକ୍ତି ମିଳିଥିଲା । ଏମାନେ ଚଳିତ ବର୍ଷ ସରକାରୀ ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷାରେ ସ୍ନାତକ ହାସଲ କରିଥିଲେ। ସଦ୍ୟ ସ୍ନାତକ ହାସଲ କରିଥିବା 1080 ଜଣ ଡାକ୍ତରୀ ଛାତ୍ର କୋଭିଡ କେୟାର କେନ୍ଦ୍ରରେ ଅସ୍ଥାୟୀ ରୂପେ ନିଯୁକ୍ତି ପାଇଥିଲେ। ସେମାନଙ୍କୁ ମାସିକ 42,000 ଟଙ୍କା ଦରମା ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ସେମାନଙ୍କୁ ମାତ୍ର 27,000 ଟଙ୍କା ମାସିକ ଦରମା ଦିଆଯାଉଛି। ଏନେଇ ସେମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ…
ଭୁବନେଶ୍ବର: ସେପ୍ଟେମ୍ବର 30 ତାରିଖ ପୂର୍ବରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି।ପ୍ରଥମେ ଲୋକସଭା କାର୍ଯ୍ୟକାଳକୁ ଦେଖିବା ପରେ ହିଁ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି। ବର୍ତ୍ତମାନ ରାଜସ୍ଥାନରେ ବିଧାନସଭା ବସିଛି। ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ କଥା ହୋଇଛି ବୋଲି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ଗାଇଡ୍ ଲାଇନ୍ ଆସିବା ପରେ ଆମ ରାଜ୍ୟର କୋଭିଡ୍ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।
ଲଦାଖ : ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରାୱଣେ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି । ଏଲଏସିରେ ଉତ୍ତେଜନା ପରେ ସ୍ଥଳସେନା ମୁଖ୍ୟ ଲଦାଖ ଏବଂ ଲେହରେ ସ୍ଥିତି ସମୀକ୍ଷା କରିବେ ବୋଲି ଜଣାପଡିଛି । ଏହି ଦୁଇ ଦିନିଆ ଗସ୍ତ ସମୟରେ ଭାରତୀୟ ସେନାର ପ୍ରସ୍ତୁତି ଉପରେ ମଧ୍ୟ ଧ୍ୟାନ ଦେବେ ନରାୱଣେ । ଅଗଷ୍ଟ 29 ତାରିଖରେ ଚୀନ୍ ସେନା ପକ୍ଷରୁ ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ଭାରତୀୟ ଯବାନ ମାନେ ଏହି ଉଦ୍ୟମକୁ ପଣ୍ଡ କରି ଦେଇଥିଲେ ମଧ୍ୟ ଏହାକୁ ସତର୍କ ସୂଚନା ଭାବରେ ଗ୍ରହଣ କରାଯାଇଥିଲା।ପୂର୍ବ ଲଦାଖରେ ପେଂଗାଙ୍ଗରେ ଯଥାସ୍ଥିତି ବଦଳାଇବା ପ୍ରୟାସରେ ଚୀନ ସେନାର ଉଗ୍ର କାର୍ଯ୍ୟକଳାପ ପରେ ଉଭୟ ଦେଶ ମଧ୍ୟରେ ଗତ ତିନି ଦିନ ହେଲା କଥାବାର୍ତ୍ତା ଜାରି ରହିଛି । ଉଭୟ ଦେଶର ବ୍ରିଗେଡ କମାଣ୍ଡରସ୍ତରୀୟ ଅଧିକାରୀ ଚୁଶୁଲରେ ସାକ୍ଷାତ କରିଥିବାର…
ଭୁବନେଶ୍ବର : କରୋନା ରାଜ୍ୟରେ ତାର କାୟା ବିସ୍ତାର କରିସାରିଲେଣି । ଏହି ପରିସ୍ଥିତିରେ ରାଜନେତାଠାରୁ ଆରମ୍ଭ କରି କଳାକାର, ସାଧାରଣ ଜନତା କେହି ବର୍ତ୍ତୁ ନାହାନ୍ତି । ଏହାରି ମଧ୍ୟରେ ରାଜ୍ୟ ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ତୁରନ୍ତ ନିଜର କରୋନା ଟେଷ୍ଟ କରାଇ ନେବାକୁ ପଦ୍ମିନୀ ଦିଆନ ଅନୁରୋଧ କରିଛନ୍ତ । ପୂର୍ବରୁ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କୃଷି ମନ୍ତ୍ରୀ ଅରୁଣ ସାହୁ ଓ କିଛି ବିଧାୟକମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ମାଲାକାନାଗିରି, ଗତକାଲି ମାଲକାନାଗିରି ରାତିରେ ପୋଲିସ ଏକ ବଡ ଗଂଜେଇ ବେପାରୀଙ୍କ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ଦୁଇ କ୍ବଣ୍ଟା 76 କେଜି ଗଂଜେଇ ଜବତ କରାଯାଇଛି। ରାତିରେ 8 ଜଣ ଦୁଇଟି କାର ଏବଂ ଗୋଟିଏ ମୋଟର ସାଇକେଲରେ ଗଂଜେଇ ନେଇ ଯାଉଥିଲେ। ପୋଲିସ ପାଖରେ ଖବର ପହଁଚିବା ପରେ ସେମାନଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା। ଫଳରେ ମୋଟୁ ପୋଲିସ ଷ୍ଟେସନର ଇନସ୍ପେକ୍ଟର ଏସ କ ସାହୁଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଗଲା। ଏଥିରେ ମୋଟୁ ପୋଲିସ ଷ୍ଟେସନର ଏସଆଇ ଏନ ପି ବାତ୍ରା ଏବଂ ଆର କେ ସେଠୀ ସାମିଲ ହେଲେ। ଯୋଜନା ମୁତାବକ ସେମାନଙ୍କୁ ଧରାଯିବା ସହିତ ସମସ୍ତ ଗଂଜେଇ ଜବତ କରାଯାଇଛି। ଏଥିସହିତ ଏହି ମାମଲାରେ ଆଠ ଜଣଙ୍କୁ ପୋଲିସ ଗିରଫ କରିବା ସହ ଗାଡି ମଧ୍ୟ ଜବତ କରିଛି।
ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ୍ଟର ଆକାଉଣ୍ଟ ହ୍ୟାକ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟ୍ଟରକୁ ଆକାଉଣ୍ଟଟିକୁ ଜନ ୱିକ ନାମକ ଜଣେ ହ୍ୟାକର ହ୍ୟାକ କରି ନେଇଛନ୍ତି । ଆକାଉଣ୍ଟକୁ ହ୍ୟାକ କରିବା ସହିତ କ୍ରିପଟୋକରେନ୍ସିରେ ପିଏମ କେୟାର୍ସ ଫଣ୍ଡକୁ ଅର୍ଥ ପଠାଇବା ପାଇଁ ଏକାଧିକ ପୋଷ୍ଟ ମଧ୍ୟ କରାଯାଇଥିଲା। ରାତି 3.15 ମିନିଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ଟର ଆକାଉଣ୍ଟଟି ହ୍ୟାକ ହୋଇଥିଲା । ଏକ କ୍ରିପଟୋ କରେନ୍ସି ଆକାଉଣ୍ଟ ନମ୍ବର ସହିତ ପିଏମ କେୟାର୍ସ ଫଣ୍ଡକୁ ଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା । ତେବେ ଏହି ଘଟଣା ଜଣା ପଡିବା ପରେ ଟ୍ୱିଟ୍ଟର ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ସୂଚନାଥାଉ କି, ହ୍ୟାକିଂ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ୱେବ୍ସାଇଟ୍ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ୍ରେ 2.5 ମିଲିୟନ ଫଲୋଅର୍ସ ଅଛନ୍ତି। ବିଗତ କିଛି ମାସ ମଧ୍ୟରେ ବିଭିନ୍ନ ସେଲିବ୍ରିଟିଙ୍କ ଟ୍ୱିଟ୍ଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିବା…

