Author: Samikhsya Bureau

ବ୍ରହ୍ମପୁର : ନିକଟରେ ଥିବା ହଳଦିଆ ପଦର ଫ୍ଲାଇ ଓଭର ବ୍ରିଜ଼ ନିକଟ ପୁଷ୍ପକ ହୋଟେଲ ନିକଟରେ ଏକ ଯୁବତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଉକ୍ତ ଯୁବତୀର ପରିଚୟ ମିଳିପାରିନଥିବାବେଳେ ଏହା ହତ୍ୟା କି ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି । ଯୁବତୀଙ୍କର ବୟସ ଆନୁମାନିକ 30 ବର୍ଷ ହୋଇ ପାରେ ବୋଲି ସୂଚନା ରହିଥିବାବେଳେ ଯୁବତୀଙ୍କ ମୃତଦେହକୁ ନେଇ ଅନେକ ସନ୍ଦେହେ ଘନୀଭୂତ  ହୋଇଛି । ତେବେ ଏନେଇ ଖବର ପାଇଁ ଉଭୟ ଗୋଶାଣୀ ନୁଆଁଗାଁ ଓ ଗୋଳନ୍ଥରା ପୋଲିସ ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇ ଅନୁସନ୍ଧାନ ଆରମ୍ଭ କରିଥିବା ସୂଚନା ମିଳିଛି ।

Read More

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପଙ୍ଗାମ ନିକଟରେ ପୁଲିସ୍ ଗାଡ଼ି ଧକ୍କାରେ ଜଣେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ ଘଟିଛି। ନାଏକଗୁଡ଼ା ପଞ୍ଚାୟତରେ ଜିଆର୍‌ଏସ୍‌ ଭାବେ କାର୍ଯ୍ୟ କରୁଥିବାର ସୂଚନା ରହିଛି । ଏହି ଗାଡି ଧକ୍କାରେ ତିନିଜଣ ପୋଲିସ୍‌ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।ଗୁରୁତଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ପୁଲିସ୍ କର୍ମଚାରୀମାନେ ପଙ୍ଗାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମାଥିଲି ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

Read More

ଭୁବନେଶ୍ୱର : ଟିକ୍‌ଟକ୍‌ ମାଧ୍ୟମରେ ପ୍ରେମକରି ଶେଷରେ ଘର ଛାଡ଼ି ନାବାଳିକା ଜଣକ ଉକ୍ତ ଯୁବକ ସହିତ ଫେରାର ହୋଇଯାଇଥିଲେ । ଏବେ ନାବାଳିକା ଜଣକ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବାବେଳେ  ଓ ଯୁବକ ଜଣକ ଗିରଫ ହୋଇଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭାପୁର ବ୍ଲକ ଫତେଗଡ଼ ଥାନା କରବର ଗ୍ରାମର କାଠିଆ ବେହେରାଙ୍କ 27 ବର୍ଷୀୟ ପୁଅ ଟିକ୍‌ଟକ୍‌ ମାଧ୍ୟମରେ ଭୁବନେଶ୍ୱର ଭିଏସଏସ ନଗରର ମହାବୀର ବସ୍ତିର ଜଣେ ଷଷ୍ଠ ଶ୍ରେଣୀର ନାବାଳିକାଙ୍କ ସହିତ ସମ୍ପର୍କ ଗଢ଼ି ଉଠିଥିଲା। ଏହି ପ୍ରେମ ସମ୍ପର୍କକୁ ପାଥେୟ କରି ଚଳିତ ମାସ ତିନି ତାରିଖ ଦିନ ଉକ୍ତ ନାବାଳିକା ଯୁବକଙ୍କ ସହିତ କରବର ଗ୍ରାମକୁ ପଳାଇ ଆସିଥିଲେ । ନାବାଳିକାଙ୍କୁ ପରିବାର ଲୋକ ନ ପାଇ ଖୋଜା ଖୋଜି କରି ଶେଷରେ ହତାଶ ହୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସହିଦ ନଗର ଥାନା…

Read More

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସୋୟପୁରର ଏକ କବରସ୍ଥାନରେ ଜଣେ ବୃଦ୍ଧଙ୍କକୁ କବର ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଝିଅ ଅନ୍ୟ ଧର୍ମରେ ବିବାହ କରିବା ପରେ ବୃଦ୍ଧ ପିତାଙ୍କ ମୃତଦେହକୁ କବରସ୍ଥାନରେ ସ୍ଥାନ ନ ଦେବାକୁ ନେଇ ଉତ୍ତେଜନା ଦେଖାଦେଇଛି । ଏପରି ଏକ ଘଟଣା ସେପ୍ଟେମ୍ବର 6ତାରିଖରେ ଘଟିଥିବାର ସୂଚନା ରହିଛି । ମୃତ ବୃଦ୍ଧଙ୍କ ବଡ ଝିଅଙ୍କ ମତରେ ସେ ଜଣେ ହିନ୍ଦୁ ଯୁବକକୁ ବିବାହ କରି ଧର୍ମ ପରିବର୍ତ୍ତନ କରିଥିଲେ । ଏଥିପାଇଁ ତାଙ୍କ ସମାଜ କବରସ୍ଥାନରେ ତାଙ୍କ ପିତାଙ୍କ ଶବକୁ କବର ଦେବା ପାଇଁ ସ୍ଥାନ ଦେଇନଥିଲେ । ମିଳିଥିବା ସୂଚନା ଅନୁସାରେ ସଲାପୁରଠାରେ ଜଣେ ବୃଦ୍ଧଙ୍କ ଶବକୁ କବର ଦେବାକୁ ନେଇ ବିବାଦ ହୋଇଥିଲା । ମୁସଲିମ୍‌ ସମାଜର କିଛି ଲୋକେ ବୃଦ୍ଧଙ୍କ ଶବକୁ ପୋତିବାକୁ ନେଇ ବିରୋଧ କରିଥିଲେ । ବୃଦ୍ଧଙ୍କ ବଡ ଝିଅ ଅନ୍ୟ ଧର୍ମରେ ବିବାହ କରି…

Read More

କଟକ : ବର୍ଷା ପ୍ରିୟଦର୍ଶନୀ- ଅନୁଭବଙ୍କ ପାରିବାରିକ ହିଂସା ମାମଲାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଗତକାଲି ବର୍ଷା ପ୍ରିୟଦର୍ଶିନୀ 100କୁ ଫୋନ୍‌ କରି ସୁରକ୍ଷା ମାଗିଥିବାବେଳେ ପୁଣି ଥରେ ଆଜି ସୁରକ୍ଷା ଲୋଡିଛନ୍ତି । ଦୁଇ ଅଜଣା ଯୁବକ ତାଙ୍କ ରୁମ୍‌ରେ ପଶି ରେକର୍ଡିଂ କରୁଥିବାର ଅଭିଯୋଗ କରିଥିଲେ । ଗତକାଲି ବର୍ଷାଙ୍କୁ ଖାଦ୍ୟ ଦେଲାବେଳେ ଭିଡିଓ ଶୁଟିଂ କରାଯାଇଥିଲା । ଅନୁଭବଙ୍କ ଜଣେ ସହଯୋଗୀ ବେଡ ରୁମ୍‌ରେ ପଶି ଏସବୁ ଶୁଟିଂ କରିଥିବାବେଳେ ଅନ୍ୟ ଜଣେ ସହଯୋଗୀ ଡ୍ରଇଂ ରୁମ୍‌ରେ ଜଗି ରହିଥିଲେ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । କିଏ ସେମାନଙ୍କୁ ପଠାଇଛନ୍ତି ବୋଲି ବର୍ଷା ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ବର୍ଷା ଲଜ୍ଜିତ ଓ ଅସୁରକ୍ଷିତ ମନେ କରିଥିଲେ ବୋଲି ଓକିଲ କହିଛନ୍ତି । ଏହାପରେ ଏହି ଘଟଣାକୁ ନେଇ ବର୍ଷା ପୋଲିସ୍‌ ଜଣାଇ ସୁରକ୍ଷା ମାଗିଥିଲେ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗତକାଲି ସମୀକ୍ଷା ନିୟୁଜ ରେ ବାଣପୁର ଥାନା ସମ୍ମୁଖରେ ହଜାର ହଜାର ଲିଟର ପିଇବା ପାଣି ଅପଚୟ ହେଉଥିବାର ଖବର ପ୍ରସାରଣ କରାଯାଇଥିଲା। ହେଲେ ଉକ୍ତ ଘଟଣାର ଚବିଶ ଘଣ୍ଟା ନପୂରୁଣୁ ସମସ୍ୟାର ସମାଧାନ ହୋଇଅଛି। ଆଜି ସକାଳ ପାଖାପାଖି ୬ ଘଟିକାରେ ପବ୍ଲିକ ହେଲଥ ଡିପାର୍ଟମେଣ୍ଟ ଚାରିରୁ ପାଞ୍ଚ ଜଣ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଚି ଫାଟି ଯାଇଥିବା ପାଇପକୁ ମରାମତି କରିଛନ୍ତି। ତତ୍‌ ସହିତ ଏନ.ଏ.ସି ର ୧୦ ନମ୍ବର ୱାର୍ଡରେ ମଧ୍ୟ ପୂର୍ବରୁ ଫାଟିଯାଇଥିବା ପାଇପର ତୁରନ୍ତ ମରାମତି କରାଯାଇଅଛି। ଏହି ସମୟରେ ଜଳ ଯୋଗାଣ ବନ୍ଦରହିଥିଲା। ସୂଚନା ଥାଉ କି ଗତକାଲି ସମୀକ୍ଷା ନିୟୁଜର ଖବର ସହ ଚିଲିକା ପ୍ରତିନିଧିଙ୍କ ଟ୍ୱିଟ ଯୋଡ଼ା ଯାଇଥିଲା ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାପାଳ ଏବଂ ସମ୍ପୃକ୍ତ  ବିଭାଗକୁ ଏ ନେଇ ଟ୍ୱିଟ କରିଥିଲେ। ଏହାପରେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ…

Read More

ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ 3490 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 535ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଅନୁଗୁଳରୁ 38 ଜଣ, ବାଲେଶ୍ବରରୁ 92 ଜଣ, ବରଗଡରୁ 81 ଜଣ, ଭଦ୍ରକରୁ 89 ଜଣ, ବଲାଙ୍ଗିରରୁ 110 ଜଣ, ବୌଦ୍ଧରୁ 25 ଜଣ, କଟକରୁ 376ଜଣ, ଦେବଗଡରୁ 27ଜଣ, ଢେଙ୍କାନାଳରୁ 81 ଜଣ, ଗଜପତିରୁ 53ଜଣ, ଗଞ୍ଜାମରୁ 69 ଜଣ, ଜଗତସିଂହପୁରରୁ 91 ଜଣ, ଯାଜପୁରରୁ 178ଜଣ, ଝାରସୁଗୁଡାରୁ 103 ଜଣ, କଳାହାଣ୍ଡିରୁ 39ଜଣ, କନ୍ଧମାଳରୁ 84 ଜଣ, କେନ୍ଦ୍ରାପଡାରୁ 85 ଜଣ, କେଉଁଝରରୁ 55 ଜଣ, କୋରାପୁଟରୁ 93 ଜଣ, ମାଲକାନାଗିରିରୁ 22 ଜଣ, ମୟୂରଭଞ୍ଜରୁ 207 ଜଣ, ନବରଙ୍ଗପୁରୁର 40 ଜଣ, ନୟାଗଡରୁ 34 ଜଣ, ନୂଆପଡାରୁ 102 ଜଣ, ପୁରୀରୁ 217ଜଣ, ରାୟଗଡାରୁ 206 ଜଣ, ସମ୍ବଲପୁରରୁ 85 ଜଣ, ସୋନପୁରରୁ 107 ଜଣ, ସୁନ୍ଦରଗଡରୁ 64ଜଣଚିହ୍ନଟ ହୋଇଛନ୍ତି । ଷ୍ଟେଟ୍‌…

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 490କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2094ଜଣ ଚିହ୍ନଟ ହୋଇଥିବାବେଳେ 1396ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 31ହଜାର382 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 31 ହଜାର 362ଜଣ । ସେହିପରି ସୁସ୍ଥ ହୋଇଛନ୍ତି 99 ହଜାର 398ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 569ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରେ 13ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ 3 ଜଣ ରହିଥିବାବେଳେ ଗଞ୍ଜାମ ଓ ରାୟଗଡା, ମୟୂରଭଞ୍ଜରୁ 2 ଜଣ ଲେଖାଏଁ ରହିଛନ୍ତି । ସେହିପରି କଟକ, ଭୁବନେଶ୍ବର, କନ୍ଧମାଳ, ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ପୁରୀରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 60 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 45 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 60 ବର୍ଷୀୟ ମହିଳା ବୋଲି ସୂଚନା ରହିଛି । ସେହିପରି ରାୟଗଡା ଜିଲ୍ଲାରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କ ବୟସ ଯଥାକ୍ରମେ 48 ଓ 72 ବର୍ଷ । ସେହିପରି ଗଞ୍ଜାମ ଜିଲ୍ଲାରୁ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 58 ଓ 50 ବର୍ଷ । ମୟୂରଭଞ୍ଜରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ…

Read More

ହାଇଦ୍ରାବାଦ :  ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ଜୟପ୍ରକାଶ ରେଡ୍ଡିଙ୍କର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ବାସଭବନରେ ଆଜି ସକାଳେ ତାଙ୍କର ତେହାନ୍ତ ହୋଇଥିବାର ସୂଚନା ରହିଛି । ଲୋକପ୍ରିୟ ଟଲିଉଡ୍‌ କଳାକାରଙ୍କ ପରଲୋକରେ ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଶୋକପ୍ରକଟ କରିଛନ୍ତି । ତେଲୁଗୁ ଫିଲ୍ମ ‘ବହ୍ମପୁତ୍ରୁଡୁ’ର ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଜୟପ୍ରକାଶ ରେଡ୍ଡି ଜଣେ ଥିଏଟର କଳାକାର ରୂପେ ବେଶ୍‌ ପରିଚିତ ।  ’ପ୍ରେମିଚୁକୁଣ୍ଡମ ରା, ଗବ୍ବର ସିଂ, ଚେନ୍ନାକେଶବାରେଡ୍ଡି, ସୀଥାୟା, ଟେମ୍ପର୍‌, ସମରସିମା ରେଡ୍ଡି, , ନରସିଂହ ନାଇଡୁ, ନୁଭୋଷ୍ଟାନାନେ, ଜୁଲାଇ, ରେଡି, କିକ୍‌ ପରି ବହୁ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଜୟପ୍ରକାଶ ରେଡ୍ଡି । ଅଲ୍ଲାଗଡ୍ଡା ଜିଲ୍ଲାର ଜୟପ୍ରକାଶ ନିଜର ହାସ୍ୟତ୍ମକ ରୋଲ୍‌ ପାଇ ବେଶ୍‌ ପରିଚିତି ହାସିଲ କରିଥିଲେ ।…

Read More

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସିରୋଞ୍ଜ କେ ଟୋରୀ ବାଗରୋଦରୁ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନବବିବାହିତା କନ୍ୟା  ବିବାହର 15 ଦିନରେ ବିବାହ କରାଇଥିବା ବ୍ରାହ୍ମଣ ସହିତ ଫେରାର୍‌ ହୋଇଛନ୍ତି । 21 ବର୍ଷୀୟ ଯୁବତୀଙ୍କ ବିବାହ ବାସୋଦାର ଆସଠ ଗ୍ରାମରେ ଜନୈକ ଯୁବକଙ୍କ ସହିତ ମେ 7 ତାରିଖରେ ବିବାହ ହୋଇଥିଲା । ପଣ୍ଡିତ ବିନୋଦ ମହାରାଜା ନାମକ ଜଣେ ପଣ୍ଡିତ ବା ବ୍ରାହ୍ମଣ ଏହି ବିବାହ କରାଇଥିଲେ । ବିବାହ ପରେ ଯୁବତୀ ଜଣକ ଶାଶୁଘରକୁ ଚାଲିଯାଇଥିଲେ । ଏହା ପରେ ତିନି ଦିନ ପରେ ଯୁବତୀ ଜଣକ ନିଜ ବାପଘରକୁ ଫେରି ଆସିଥିଲେ । ମେ 23 ତାରିଖରେ ଯୁବତୀଙ୍କ ପରିବାର ଅନ୍ୟ ଏକ ବିବାହ ସମାରୋହରେ ବ୍ୟସ୍ତ ଥିବାବେଳେ ଯୁବତୀ ଜଣକ ଉକ୍ତ ପଣ୍ଡିତଜୀଙ୍କ ସହିତ ଫେରାର ହୋଇଯାଇଥିଲେ । ଯୁବତୀଙ୍କ ପରିବାରରେ ଅନୁଷ୍ଠିତ ହେଉଥିବା ଅନ୍ୟ ଏକ ବିବାହ…

Read More

ବେଙ୍ଗାଲୁରୁ : କରୋନାକୁ ନେଇ ସାରା ବିଶ୍ବ ଭୀତତ୍ରସ୍ତ ରହିଥିବାବେଳେ କରୋନାକୁ ନେଇ ପୁଣି ଏକ ନୂତନ ମାମଲା ଦେଖିବାକୁ ମିଳିଛି । କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଜଣେ 27 ବର୍ଷୀୟା ମହିଳା ପୁନର୍ବାର କରୋନାରେ ପୀଡ଼ିତ ହୋଇଥିବାର ସୂଚନା ରହିଛି । ବେଙ୍ଗାଲୁରୁର 27 ବର୍ଷୀୟା ଜଣେ ମହିଳା କୋଭିଡ୍‌-19ରୁ ସୁସ୍ଥ ହେବା ପରେ ପୁଣିଥରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବାର ଦେଖାଯାଇଛି । ଭାରତରେ ଏଭଳି ମାମଲା ପ୍ରଥମଥର ପାଇଁ ଦେଖାଦେଇଛି । ଯଦିଓ ଏପରି ମାମଲା ବାହାର ଦେଶରେ ପୂର୍ବରୁ ଦେଖାଯାଇଥିବାର ସୂଚନା ରହିଥିଲା । ମିଳିଥିବା ସୂଚନା ଅନୁସାରେ ମହିଳାଜଣକ ଜୁଲାଇ ମାସରେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାର ମାସକ ପରେ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏଭଳି ମାମଲାକୁ ଦେଖି ସ୍ବାସ୍ଥ୍ୟ ମନ୍ତ୍ରୀ ଡା. କେ ସୁଧାକର ଅଧିକାରୀଙ୍କୁ ଏହା ସମ୍ପର୍କରେ କ୍ଲିନିକାଲ୍‌ ଅଧ୍ୟୟନ କରିବାକୁ ପରାମର୍ଶ…

Read More

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ବେଶ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଦେଶରେ ଗତ 24 ଘଣ୍ଟାରେ 75 ହଜାର 809ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1133ଜଣଙ୍କ ଜୀବନ ଯାଇଛି । ଦୁଇ ସେପେ୍ଟମ୍ବରରୁ ଦେଶରେ ଲଗାତାର ଭାବରେ ପ୍ରତ୍ୟେକ ଦିନ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଉଥିବାର ଦେଖାଯାଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 43 ଲକ୍ଷରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ 70 ହଜାରରୁ ଉର୍ଦ୍ଧ୍ବ ରହିଛି । ବ୍ରାଜିଲ୍‌କୁ ପଛରେ ପକାଇ ଭାରତ କରୋନା ସଂକ୍ରମିତ ଦେଶ ମାନଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ପହଞ୍ଚିସାରିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 42 ଲକ୍ଷ 80 ହଜାରରେ ପହଞ୍ଚିଥିବାବେଳେ 72 ହଜାର 775ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ ସକ୍ରିୟ ଆକ୍ରାନ୍ତଙ୍କ…

Read More

Amritsar: Farmers shout slogans as they stage a sit-in demonstration against Prime Minister Narendra Modi and Punjab Chief Minister Captain Amarinder Singh during a protest against the Electricity Amendment Bill 2020, the plan of privatising the power distribution in the Union Territories and against agriculture-related ordinances brought by the Union government, outside the Deputy Commissioner’s (DC) office in Amritsar on Sept 7, 2020. (Photo: IANS)

Read More

କଟକ : ପୋଲିସଠାରୁ ସୁରକ୍ଷା ଲୋଡିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷା ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି। ଏଥିପାଇଁ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ବର୍ଷା 100କୁ ଫୋନ୍‌ କରି ସୁରକ୍ଷା ମାଗିଥିବାବେଳେ ଗତକାଲି ଜଣେ ମହିଳା କନେଷ୍ଟବଳ ବର୍ଷାଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଗତକାଲି ଘରେ ଥିବାବେଳେ 2 ଜଣ ଅଜଣା ଯୁବକ ଘରକୁ ପଶିଥିବାର ଅଭିଯୋଗ କରିଛନ୍ତି ବର୍ଷା । ଦୁଇ ଯୁବକ ବେଡରୁମ୍‌ରେ ପଶି ଭିଡିଓ ସୁଟିଂ କରିଥିଲେ ବୋଲି ବର୍ଷା ଅଭିଯୋଗ କରିଛନ୍ତି । ଏପରିକି ବର୍ଷା ଖାଉଥିବା ବେଳେ ଦୁଇ ଅଜଣା ଯୁବକ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି।  ଏପରି ଅଭିଯୋଗ ପରେ ଅନୁଭବଙ୍କ କଟକ ନନ୍ଦିସାହି ଘରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ। ବର୍ଷା ଅନୁଭବଙ୍କ ବିରୋଧରେ ଦେଇଥିବା ଅଭିଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି…

Read More

ହାଇଦ୍ରାବାଦ, ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ ଜିଲ୍ଲାରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଛତିଶଗଡ ସୀମାରେ ଥିବା ଚେର୍ଲା ମଣ୍ଡଳର ଭାଡିପେଟା ଏବଂ ପୁସୁଗୁପ୍ପା ଗ୍ରାମ ମଧ୍ୟରେ ଜଙ୍ଗଲରେ ଏହି ଘଟଣା ଘଟିଛି। ଗତ ସପ୍ତାହ ମଧ୍ୟରେ ଜିଲ୍ଲାର ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ମୁକାବିଲା। ଗୁଣ୍ଡାଲା ମଣ୍ଡଳର ଦେଭାଲାଗୁଡେମ ଗ୍ରାମ ନିକଟରେ ସେପ୍ଟେମ୍ବର 3 ତାରିଖରେ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଥିଲା। ବର୍ତ୍ତମାନ ନିହତ ହୋଇଥିବା ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ। ଜିଲ୍ଲା ପୋଲିସ ଅଧୀକ୍ଷକ ସୁନୀଲ ଦତ୍ତ କହିଛନ୍ତି ଯେ ରବିବାର ଦିନ ମାଓବାଦୀମାନେ ସୁରକ୍ଷା କର୍ମୀ ତଥା ଜନ ପ୍ରତିନିଧୀଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇବାର ଯୋଜନା କରୁଥିବାର ସୂଚନା ପୋଲିସିକୁ ମିଳିଥିଲେ। ଏପରିକି ସେପ୍ଟେମ୍ବର ୩ ଏନକାଉଣ୍ଟରକୁ ବିରୋଧ…

Read More

ଭୁବନେଶ୍ବର, ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧ ଟି ସ୍ଥାନରେ ୩୫.୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବୋଚ୍ଚ ତାପମାତ୍ରା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ରେକର୍ଡ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଏହି ଏଗାରଟି ସହରର ତାପମାତ୍ରା ଗତକାଲି ଅଧିକ ଥିଲା। ପାରଳାଖେମୁଣ୍ଡି ୩୭.୫ ମାଲକାନଗିରି ୩୬.୫, ଅନୁଗୁଳ ୩୬.୧, ଚାନ୍ଦବାଲି ୩୬.୧, କଟକ ୩୬.୦, ବୌଦ୍ଧ ୩୬.୦ , ଭୁବନେଶ୍ୱର ୩୫.୭, ସମ୍ବଲପୁର ୩୫.୨, ଟିଟିଲାଗଡ ୩୫.୨, ନୟାଗଡ ୩୫.୦ ରାୟଗଡା ୩୫.୦

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ବେଳେ ଜୟପୁରର ପତ୍ରିକା ଗେଟ୍‌କୁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍‌ଘାଟନ କରିବେ । ଏହି ଆଇକନିକ୍ ଗେଟ୍‌କୁ ପତ୍ରିକା ଖବରକାଗଜ ଗୋଷ୍ଠୀ ଜୟପୁରର ଜବାହାରଲାଲ ନେହେରୁ ମାର୍ଗରେ ତିଆରି କରିଛି। ଏହି ଅବସରରେ ପତ୍ରିକା ଗ୍ରୁପ ଅଧ୍ୟକ୍ଷଙ୍କ ଦ୍ୱାରା ଲିଖିତ ଦୁଇଖଣ୍ଡ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ଉନ୍ମୋଚିତ ହେବାର ଅଛି । ଏହି କାର୍ଯ୍ୟକ୍ରମକୁ ଦୂରଦର୍ଶନ ପକ୍ଷରୁ ସିଧା ପ୍ରସାରଣ ମଧ୍ୟ କରାଯିବ ।

Read More

ନ୍ୟୁୟର୍କ, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ  ଅନୁଯାୟୀ ସୋମବାର ଦିନ ବିଶ୍ୱ କୋଭିଡ -୧୯ ମୃତ୍ୟୁ  ୮୯୦,୦୬୪ କୁ ବୃଦ୍ଧି ପାଇଛି, ଯେଉଁଥିରେ ସାରା ବିଶ୍ୱରେ ୨୭.୨ ମିଲିୟନରୁ ଅଧିକ ମୃତ୍ୟୁ ହାର ରହିଛି। ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଆମେରିକା ତାଲିକାର ଶୀର୍ଷରେ ରହିଛି, ଏଥିରେ ୬,୨୯୬,୬୨୯ ମାମଲା ଏବଂ ୧୮୯,୧୧୪ ମୃତ୍ୟୁ ଘଟିଛି, ଯାହା ବିଶ୍ବର ମୃତ୍ୟୁର ୨୦% ରୁ ଅଧିକ ଅଟେ। ବ୍ରାଜିଲରେ ୧୨୬,୬୫୦ ମୃତ୍ୟୁ ରେକର୍ଡ ହୋଇଛି, ତା’ପରେ ଭାରତରେ ୭୧,୬୪୨ ମୃତ୍ୟୁ ଘଟିଛି। ଏହି ସମୟରେ, ଭାରତ ବ୍ରାଜିଲକୁ ଅତିକ୍ରମ କରି ଦ୍ୱିତୀୟ ବୃହତ୍ତମ ମାମଲା ସହିତ ଦେଶ ହୋଇପାରିଛି, ଯାହା ୪,୨୦୪,୬୧୩ ରେ ପହଞ୍ଚିଛି। ୩୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶ ମଧ୍ୟରେ ମେକ୍ସିକୋ, ବ୍ରିଟେନ

Read More

ଭୂବନେଶ୍ବରର, ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋଚ୍‌ ଫାଉଣ୍ଡେସନ ଟ୍ରଷ୍ଟ ଦ୍ଵାରା ଖୋର୍ଦ୍ଧା ଜିଲ୍ଲାର ଶରଧାପୁର ଏବଂ ହୀରିମୂଳ ଗ୍ରାମରେ ପାଖାପାଖି ୩୦୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ବିତରଣ କରାଗଲା। ଶୁଖିଲା ଖାଦ୍ୟରେ ବନ୍ୟା ପୀଡ଼ିତଙ୍କ ପାଇଁ ଚୁଡ଼ା, ଚିନି, ବିସ୍କୁଟ ଆଦି ଥିଲା।ଏ କାର୍ଯ୍ୟରେ ନୟାଗଡ଼ ଜିଲ୍ଲାର ରୂପା ଫାଉଣ୍ଡେସନ ଟ୍ରଷ୍ଟ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ। ଶୁଖିଲା ଖାଦ୍ୟ ବିତରଣ ସମୟରେ ସୋଚ୍ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ପ୍ରତିଷ୍ଠାତା ସ୍ବାଧୀନ କୁମାର ପାତ୍ର, ପ୍ରତିଭା ଶ୍ରୀଚନ୍ଦନ, ମକରଧ୍ବଜ ରାଉତ, ପ୍ରଣବ ଜ୍ୟୋତି ବିଶ୍ୱାଳ, ପ୍ରାଣକୃଷ୍ଣ ଭୂୟାଁ, ସୁମିତ୍ରା ସାହୁ, ଜ୍ୟୋତି ପରିଡ଼ା, ରୋଜାଲିନ ପଣ୍ଡା, ପ୍ରକାଶ ବିଶ୍ୱାଳ, ଶିବପ୍ରସାଦ ସାମନ୍ତରାୟ, ରଞ୍ଜନ ବେହେରା ଆଦି ଉପସ୍ଥିତ ଥିଲେ।ଏ ସମସ୍ତ କାର୍ଯ୍ୟ କରିବା ରେ ପ୍ରଶାସନ ଏବଂ ସ୍ଥାନୀୟ ଅଧିବାସୀ ସମ୍ପୂର୍ଣ ରୂପେ ସହଯୋଗ କରିଥିଲେ।

Read More

ଭୁବନେଶ୍ବର, ଅନ୍ତାର୍ଜାତୀୟ ବାଲୁକାଶିଳ୍ପୀଙ୍କ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳା ଭୁବନେଶ୍ବର ବିମାନ ବନ୍ଦରରେ ଶୋଭା ପାଉଛି। ଏଥିରେ ସୁଦର୍ଶନ ଭଗବାନ ବୁଦ୍ଧ ଶୟନ ଅବସ୍ଥାର ଏକ ସ୍ଥାପତ୍ୟ ବେଶ୍ ଆକର୍ଷଣୀୟ ଭାବେ ନିର୍ମାଣ କରିଛନ୍ତି।

Read More