ଭୁବନେଶ୍ବର : ମାଆକୁ ପିଟି ପିଟି ମାରିଦେଇଛନ୍ତି ଦୁଇ ପୁଅ । ଘରୋଇ କଳିରୁ ମାଆକୁ ପିଟିପିଟି ମାରିଦେଲେ ପୁଅ । ଘରୋଇ କଳିରୁ ମାଆକୁ ପିଟି ପିଟି ମାରିଦେଇଛନ୍ତି ଦୁଇ ପୁଅ । ମିଳିଥିବା ସୂଚନା ଅନୁସାରେ ଲୁହାରଡ୍ରେପିଟି ପିଟି ଦୁଇ ପୁଅ ମାଆକୁ ମାରିଦେଇଛନ୍ତି । ଦୁଇ ପୁଅ ନାବାଳକ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 15 ଓ 12 ବର୍ଷ ବୋଲି ସୂଚନା ରହିଛି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି । ନିଶାଗ୍ରସ୍ତ ହୋଇ 2 ପୁଅ ମାଆକୁ ହତ୍ୟା କରିଥିବାର ପୋଲିସ୍ ସୂଚନା ଦେଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ 2 ପୁଅକୁ ଅଟକ ରଖି ଛାନ୍ଭିନ୍ ଆରମ୍ଭ କରିଛି । ମୃତ ମହିଳାଙ୍କ ନାମ ବିନୋଦିନୀ ମିଶ୍ର । ତାଙ୍କ ଘର ଓଲ୍ଡଟାଉନ୍ରେ ହୋଇଥିବାବେଳେ ସେ କିଛି ମାସ…
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁର ସର୍ବାଧିକ 4ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ହୋଇଥିବାବେଳେ ଗଜପତିରୁ 2 ଜଣ ଓ ବାଲେଶ୍ୱର, କଟକ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 669କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ଆଜି ପରଲୋକ ହୋଇଛି। କଟକ ପିଠାପୁର ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଶୋକ ସାହୁ । ସପ୍ତାହେ ଧରି ଅସୁସ୍ଥ ରହିଥିବା ଅଶୋକଙ୍କର ଆଜି ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ହୋଇଥିଲା। ଅଶୋକ ସାହୁ କୋରାପୁଟର ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ଆସାମ କ୍ୟାଡରର ଆଇପିଏସ ଅଫିସର ହୋଇଥିଲେ। ଅତିରିକ୍ତ ପୁଲିସ ଡିଜି ଭାବେ କାମ କରିବା ପରେ ସେ ସ୍ୱେଚ୍ଛାକୃତ ଅବସର ନେଇ ଓଡ଼ିଶା ଫେରିଥିଲେ। ଏହାପରେ ବିଜେପିରେ ଯୋଗଦେଇଥିଲେ। 2009 ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ପରେ 2014ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।
ଭୁବନେଶ୍ବର : ରାଜ୍ୟରେ ଆଜି 4 ହଜାର 241କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2502ଜଣ ଚିହ୍ନଟ ହୋଇଥିବାବେଳେ 1739ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 67ହଜାର161କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 36 ହଜାର580ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 29ହଜାର 859ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 656ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 4ହଜାର 241ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 647ଜଣ ଚିହ୍ନଟ ହୋଇଥିବାବେଳେ…
ଭୁବନେଶ୍ବର : ରାଜ୍ୟରେ କରୋନା ହୁ ହୁ ହୋଇ ମାଡି ଚାଲିଛି । ସେହିପରି ରାଜ୍ୟରେ କରୋନା ଟେଷ୍ଟିଂ ମଧ୍ୟ ବଢିବାରେ ଲାଗିଛି । ଦୈନିକ 40ରୁ 50 ହଜାର କୋଭିଡ୍ ଟେଷ୍ଟ କରାଯାଉଛି । ରାଜ୍ୟରେ ଗତ 24 ଘଣ୍ଟାରେ 51 ହଜାର 824 କରୋନା ଟେଷ୍ଟ ହୋଇଛି । ଏହି ଟେଷ୍ଟ ମଧ୍ୟରେ ଆରଟିପିସିଆର ଜରିଆରେ 9 ହଜାର 352, 42 ହଜାର 366ଟି ଆଣ୍ଟିଜେନ୍ ଟେଷ୍ଟ ଓ ଟ୍ରୁନୁଟ୍ ଜରିଆରେ 106ଟି ଟେଷ୍ଟ କରାଯାଇଛି । ଏବେ ରାଜ୍ୟରେ ଅଧିକ ସଂଖ୍ୟକ ଟେଷ୍ଟ ହେଉଥିବାରୁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଇଛି । କେନ୍ଦ୍ରାପଡ଼ାରେ ସର୍ବାଧିକ4 ହଜାର 666 ଜଣଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ 4 ହଜାର 459ଜଣଙ୍କର ନମୁନା ପରୀକ୍ଷା ହୋଇଛି ।ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ 26 ଲକ୍ଷ ଟପିଛି ବୋଲି ସୂଚନା ରହିଛି ।
ବଣାଇ : ଘର ଭିତରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଦେଢ ବର୍ଷର ଶିଶୁ ପୁତ୍ରଟି ମଧ୍ୟ ମୃତ୍ୟୁବରଣ କରିଛି । ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି ଶିଶୁଟି । ତେବେ ମହିଳା ଓ ଦେଢବର୍ଷର ଶିଶୁ ପୁତ୍ରର ମୃତ୍ୟୁର କାରଣ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ । ଅପରପକ୍ଷରେ ମହିଳାଙ୍କ ବାପଘର ଲୋକଙ୍କ ଥାନାରେ ହତ୍ୟା ଅଭିଯୋଗ କରିଥବାବେଳେ ପୋଲିସ୍ ଏନେଇ ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ବର : ରାଜ୍ୟରେ ପ୍ଲାଜମା ଥେରାପୀ ହଜାରରେ ଅତକ୍ରିମ ପଂହଚିଛି । ଟ୍ୱିଟ କରି ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି । ଗୁରୁତର କରୋନା ରୋଗୀଙ୍କ ଦେହରେ ଏହି ପ୍ଲାଜମା ଥେରାପୀ ପ୍ରୟୋଗ ଏକପ୍ରକାର ସଫଳ ସାବ୍ୟସ୍ତ ହୋଇଛି । ଦିଲ୍ଲୀରେ ପ୍ରଥମେ ଏହି ପ୍ଲାଜମା ଥେରାପୀ ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟରେ ଏସସିବିରେ ପ୍ରଥମ ଥର ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ବର୍ତ୍ତମାନ ରାଜ୍ୟର ସବୁ ସରକାରୀ ଓ ଘରୋଇ ମେଡିକାଲରେ ଏହି ପ୍ଲାଜମା ଥେରାପୀ ଉପଲବ୍ଧ ହେଉଛି।
ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ଦେଶରେ 24 ଘଣ୍ଟାରେ କରୋନା 97 ହଜାର 894 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1132 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା 83, 198ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 51ଲକ୍ଷ, 18ହଜାର 254କୁ ବୃଦ୍ଧି ପାଇଛି। ଏହାସହ ମୋଟ ସକ୍ରିୟ କେସ 10 ଲକ୍ଷ 09 ହଜାର 976 ରହିଥିବା ବେଳେ ସୁସ୍ଥ ହୋଇ 40 ଲକ୍ଷ 25 ହଜାର 089 ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଇସିଏମ୍ଆର ସୂଚନା ଅନୁସାରେ ସେପ୍ଟେମ୍ବର 16 ତାରିଖ ସୁଦ୍ଧା ମୋଟ୍ 6 କୋଟି 5 ଲକ୍ଷ ସାମ୍ପଲ୍ ଟେଷ୍ଟ ହୋଇଛି । ଯେଉଁଥିରେ 11ଲକ୍ଷ ସାମ୍ପଲ୍ର ଟେଷ୍ଟିଂ କାଲି ହୋଇଛି । ସେହିପରି ପଜିଟିଭିଟି ରେଟ୍ 7…
ଶ୍ରୀନଗର, ଆଜି ଶ୍ରୀନଗରର ବାଟାମାଲୁ ଠାରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଅଜ୍ଞାତ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷା ବାହିନୀ ପ୍ରଥମେ ଲୋକଶୂନ୍ୟ କରିବା ପରେ ଏହି ଏନକାଉଣ୍ଟର କରିଥିଲେ। ପୋଲିସ କହିଛି, “ଶ୍ରୀନଗରର ବାଟାମାଲୁ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେବି ସେହି ସ୍ଥାନରେ ପୋଲିସ ଏବଂ ସିଆରପିଏଫ ଅନ୍ୟ ଆତଙ୍କବାଦୀଙ୍କୁ ମଧ୍ୟ ଖୋଜୁଛନ୍ତି ବୋଲି ଜଣାପଡିଛି।
ତାମିଲନାଡୁ, ଗୋଟିଏ କି ଦୁଇଟି ନୁହେଁ, ଏକାଥରେ 28 ମୟୁରଙ୍କ ମୃତ ଦେବ ମିଳିବା ବର୍ତ୍ତମାନ ପକ୍ଷୀ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏପରି ଘଟଣା ତାମିଲନାଡୁର କୋଭିଲପଟ୍ଟୀ ଅଞ୍ଚଳରେ ଘଟିଛି। ଆଜି ସ୍ଥାନୀୟ ଲୋକେ ନିକଟରେ ଥିବା ଜମିରେ ମୟୁରମାନଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଲେ। ଧିରେ ଧିରେ ଗୋଟିଏ ପରେ ଗୋଟିଏ ମୃତ ଦେହ ସେହି ସ୍ଥାନରେ ଦେଖିବାକୁ ମିଲିଲା। ଫଳରେ ଲୋକମାନେ ସ୍ଥାନୀୟ ଜଙ୍ଗଲ ବିଭାଗକୁ ଖବର ଦେଲେ। ବର୍ତ୍ତମାନ ଜଙ୍ଗଲ ବିଭାଗ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ବର, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବୁଇଟ କରି ନବୀନ କହିଛନ୍ତି ଯେ, ଆଜି ଆପଣଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି। ଆଜି ପ୍ରଧାନମନ୍ତ୍ରୀ 70 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି। ଏପରକି ବିଦେଶରୁ ମଧ୍ୟ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି।
ପୁରୀ, ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେହିପରି ପୁରୀ ବେଳାଭୂମିରେ ଏକ ବାଲୁକା କଳା କରି ଅଭିନନ୍ଦନ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିରେ ସୁଦର୍ଶନ ଏକ ପାହଡାକୃତି ବାଲିରେ ମୋଦିଙ୍କ ପ୍ରତିମୂର୍ତ୍ତି ନର୍ମାଣ କରିଛନ୍ତି। ସେହି ପ୍ରତିମୁର୍ତ୍ତି ନିକଟରେ ଇଂରାଜୀରେ ହାପି ବାର୍ଥ ଡେ ଲେଖି,ଏହାର ତଳେ କୋଟିକୋଟି ଶୁଭେଚ୍ଛା ବୋଲି ଉଲ୍ଲେଖ କରିଛନ୍ତି। ତେବେ ସୁଦର୍ଶନ ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟ ଯୋଜନା ମଧ୍ୟରୁ ଆତ୍ମ ନିର୍ଭର ଭାରତକୁ ଗୁରୁତ୍ବ ଦେଇଛନ୍ତି। ସେଥିପାଇଁ ସେ ମୋଦିଙ୍କୁ ଆତ୍ମ ନିର୍ଭର ଭାରତର ବିନ୍ଧାଣି ବୋଲି ଅଭିହିତ କରିଛନ୍ତି।
ଭୁବନେଶ୍ବର, ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ୧୯୫୦ ମସିହା ସେପ୍ଟମ୍ବର ୧୭ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ଫଳରେ ବର୍ତ୍ତମାନ ମୋଦି ୭୦ ବର୍ଷ ବୟସରେ ପଦାର୍ପଣ କଲେ। ଆଜି ଜନ୍ମଦିନ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚିବାରେ ଲାଗିଛି। ଏପରିକି ବିଦେଶରୁ ମଧ୍ୟ ବହୁ ବିଶିଷ୍ଠ ବ୍ୟକ୍ତି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ତେବେ ମୋଦିଙ୍କର ଏକ ବଡ ସଫଳତା ହେଲା ସେ ଏହି ବୟସରେ ମଧ୍ୟ ବେଶ୍ ଫିଟ ଅଛନ୍ତି। ମୁଖ୍ୟତଃ ଯୋଗ ଓ ବ୍ୟାୟମ ସହିତ ଖାଦ୍ୟପେୟରେ ନିୟନ୍ତ୍ରଣ ହିଁ ତାଙ୍କୁ ଯୁବକ କରି ରଖିଛି।
ନୂଆଦିଲ୍ଲୀ, ଆଜି ଓଡିଶାର ବିଜେପି ସାଂସଦମାନେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କ ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମ୍ବଲପୁରୀ ମାସ୍କ ପ୍ରଦାନ କରିଛନ୍ତି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ସେପ୍ଟେମ୍ବର 2020 ମଧ୍ୟାହ୍ନ 12ଟାରେ ଭିଡିଓ କନଫରେନ୍ସ ଜରିଆରେ କୋଶୀ ରେଳ ମହାସେତୁ (ବିଶାଳ ସେତୁ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହା ବ୍ୟତୀତ ବିହାର ରାଜ୍ୟର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଯାତ୍ରୀ ସୁବିଧା ସହ ଜଡ଼ିତ 12ଟି ରେଳ ପ୍ରକଳ୍ପକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିମଧ୍ୟରେ ରହିଛି କିଉଲ ନଦୀ ଉପରେ ଏକ ନୂଆ ରେଳ ସେତୁ, ଦୁଇଟି ନୂଆ ରେଳ ଲାଇନ, 5ଟି ବିଦ୍ୟୁତିକରଣ ପ୍ରକଳ୍ପ, ଗୋଟିଏ ବିଦ୍ୟୁତ ଲୋକୋମୋଟିଭ ଶେଡ ଏବଂ ବାଡ଼-ବଖତିୟାରପୁର ମଧ୍ୟରେ ତୃତୀୟ ରେଳ ଲାଇନ ପ୍ରକଳ୍ପ। କୋଶି ରେଳ ମହାସେତୁ କାର୍ଯ୍ୟକ୍ଷମ ହେବା ଫଳରେ ବିହାର ଏବଂ ଉତ୍ତର ପୂର୍ବାଞ୍ଚଳକୁ ଯୋଡ଼ୁଥିବା ସମଗ୍ର କ୍ଷେତ୍ରର ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ। 1887ରେ ଏକ ମିଟର ଗଜ ଲିଙ୍କ ନିର୍ମଲି ଓ ଭାପ୍ତିଆହି (ସାରାଇଗଡ଼) ମଧ୍ୟରେ ନିର୍ମାଣ କରାଯାଇଥିଲା। 1934ରେ ପ୍ରବଳ ବନ୍ୟା ଏବଂ…
ନୂଆଦିଲ୍ଲୀ, 10ମ ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟିକ ଉପକ୍ରମ (ଡିଟିଟିଆଇ) ଗୋଷ୍ଠୀର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି । ଭାରତ ପକ୍ଷରୁ ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜକୁମାର ଓ ଆମେରିକା ତରଫରୁ ଅଣ୍ଡର ସେକ୍ରେଟାରୀ ଅଫ ଡିଫେନ୍ସ ଫର ଏକ୍ସିଜିବିସନ ଆଣ୍ଡ ସଷ୍ଟେନମେଂଟ ଏଲେନ ଏମ ଲର୍ଡ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ । ବର୍ଷକୁ ଦୁଇ ଥର ପର୍ଯ୍ୟାୟ କ୍ରମେ ଭାରତ ଓ ଆମେରିକାରେ ଡିଟିଟିଆଇ ଗୋଷ୍ଠୀ ସମୂହ ବୈଠକ ଆୟୋଜିତ ହୋଇଥାଏ । ତେବେ କୋଭିଡ ମହାମାରୀ ଯୋଗୁଁ ଏଥରର ବୈଠକ ଭିଟିସି ମାଧ୍ୟମରେ ଆୟୋଜିତ ହୋଇଥିଲା । ଦ୍ୱିପାକ୍ଷିକ ପ୍ରତିରକ୍ଷା ବାଣିଜ୍ୟିକ ସମ୍ପର୍କ ପ୍ରତି ନେତୃବୃନ୍ଦଙ୍କ ଧ୍ୟାନ ଆକର୍ଷଣ ଓ ପ୍ରତିରକ୍ଷା ଉପକରଣଗୁଡିକର ମିଳିତ ଉତ୍ପାଦନ ତଥା ବିକାଶ ସୁଯୋଗ ସୃଷ୍ଟି କରିବା ଡିଟିଟିଆଇ ସମୂହର ଉଦ୍ଦେଶ୍ୟ । ସ୍ଥଳ, ନୌସେନା, ବାୟୁ ଓ ବିମାନ ବାହକ ପ୍ରଯୁକ୍ତି କ୍ଷେତ୍ରରେ ପାରସ୍ପରିକ ସହମତିରେ ପ୍ରକଳ୍ପ ପ୍ରୋତ୍ସାହନ ପାଇଁ ଚାରିଟି…
ଭୁବନେଶ୍ବର, କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଆଜି କୋଭିଡ ପରିଚାଳନା ଵିଷୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ MGNREGS ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ ରୋଜଗାର ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ୍ ଭାବରେ କାର୍ଯ୍ୟ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏତଦ୍ବ୍ୟତୀତ ଚାଷୀ, ମିଶନ ଶକ୍ତିର ମା ମାନେ, MSME ଓ ବୁଣାକାର ମାନଙ୍କୁ ଅଧିକ…
ଭୁବନେଶ୍ବର, ବର୍ତ୍ତମାନ କରୋନା ଭାଇରସ କଟକ ଭୁବନେଶ୍ବରେ ଅଧିକ ପରିଲକ୍ଷିତ ହେବାରେ ଲାଗିଛି। ଏହି ଦୁଇ ସହରରେ କୋଭିଡ ନିୟମ ଯେପରି ପାଳନ ହେବା କଥା ତାହା ହେଉ ନାହିଁ। ତୁରନ୍ତ ଏହାକୁ ନିୟନ୍ତ୍ରଣ କର ବୋଲି ଆଜି ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ଦୁଇ ସହରରେ କୋରନା ସ୍ଥିତି ସଂପର୍କରେ ବସିଥିବା ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ କୋଭିଡ ନିୟମର କଡାକଡି ଅନୁପାଳନ ସନ୍ତୋଷ ଜନକ ଥିବାବେଳେ ଭୁବନେଶ୍ବର କଟକରେ କମିଶନରେଟ ଅଞ୍ଚଳରେ ଏହା ସେତେଟା ଉତ୍ସାହଜନକ ନଥିବାରୁ ଭୁବନେଶ୍ବର କଟକ କମିଶନରେଟ ଅଞ୍ଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୋଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଜିଲ୍ଲୀ, ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଉଦ୍ୟୋଗ ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ଆଜି ଏକ ବିଜ୍ଞପ୍ତିରେ ଖେଳଣା (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶ, 2020ର ପ୍ରଣୟନ ତାରିଖ 01.09.2020ରୁ 01.01.2021କୁ ଘୁଞ୍ଚାଇ ଦେଇଛି। ଏହି ନିଷ୍ପତ୍ତି ଦ୍ୱାରା କୋଭିଡ-19 ମହାମାରୀ ସମୟରେ ଘରୋଇ ଉତ୍ପାଦନକାରୀମାନଙ୍କୁ ଆବଶ୍ୟକ ମାନାଙ୍କ ହାସଲ କରିବାକୁ ଅଧିକ 4 ମାସ ସମୟ ମିଳିପାରିବ ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ମହାମାରୀ। ଯେମିତି କମିବାର ନାଁ ଧରୁନି ତଥାପି ସଚେତନ ହେଉନାହାନ୍ତି ଲୋକେ। ଜଗତସିଂହପୁର ଜିଲ୍ଲାରେ ଆଜି କରୋନା ପୂ୍ର୍ବର ସବୁ ରେକର୍ଡ଼ ଭାଙ୍ଗିଛି। ଜିଲ୍ଲାରୁ ଆଜି ସର୍ବାଧିକ ୧୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୧୬ଜଣ, ବିରିଡ଼ି ବ୍ଲକରୁ ୧୧ଜଣ ,ତିର୍ତ୍ତୋଲ ବ୍ଲକରୁ ୧୯ଜଣ, ଏରସମା ବ୍ଲକରୁ ୭ଜଣ, କୁଜଙ୍ଗ ବ୍ଲକରୁ ୩୦ଜଣ, ନାଉଗାଁ ବ୍ଲକରୁ ୫ଜଣ, ରଘୁନାଥପୁର ବ୍ଲକରୁ ୨୭ଜଣ, ଜଗତସିଂହପୁର ବ୍ଲକରୁ ୨୫ଜଣ, ଜଗତସିଂହପୁର ୟୁଏଲବି ରୁ ୧୩ଜଣ, ପାରାଦ୍ଵୀପ ୟୁଏଲବି ରୁ ୩୩ଜଣ ଓ ଅନ୍ୟ ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଜିଲ୍ଲାରୁ ୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୩୩୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୨୯ ଜଣ ସୁସ୍ଥ ହୋଇଥିବା…
ସୀତାରାମ ଅଗ୍ରୱାଲ ଚିଲିକା: କରୋନା ମହାମାରୀ ବର୍ତ୍ତମାନ ତାର କରାଳ ରୂପ ଖୋର୍ଦ୍ଧା ଜିଲ୍ଲାରେ ଦେଖାଉଛି। ବିଶେଷ କରି ଚିଲିକା ନିର୍ବାଚନମଣ୍ଡଳୀ ରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବର୍ତ୍ତମାନ ଏହା ସର୍ବାଧିକ ସ୍ଥାନକୁ ପହଁଚିଛି ଯାହା ବର୍ତ୍ତମାନ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଅପରପକ୍ଷେ କରୋନା ରେ ମୃତକଙ୍କ ସଂଖ୍ୟା ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀ ରେ ବଢିଚାଲିଛି। ଗତକାଲି କୋଭିଡରେ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ର ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ସୂଚନା ଅଛି। ଯାହାକି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରତିଦିନ ଜିଲ୍ଲା ଉଚ୍ଚ ଅଧିକାରୀମାନେ ବାଲୁଗାଁ ଏବଂ ବାଣପୁରରେ ତୁହାକୁ ତୁହା ବୈଠକ କରୁଛନ୍ତି। ଗତକାଲି ଖୋର୍ଦ୍ଧା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଉପଜିଲ୍ଲାପାଳ ବାଲୁଗାଁ ଏନ.ଏ.ସି ସଭାଗୃହ ମଧ୍ୟରେ କରୋନାକୁ ପ୍ରତିହିତ କରିବା ପାଇଁ ବୈଠକ କରିଥିବାବେଳେ ଆଜି ଖୋର୍ଦ୍ଧା ଅତିରିକ୍ତ…

