Author: Samikhsya Bureau

ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ 2 ହଜାର 602 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 616 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 236, ଗଞ୍ଜାମରୁ 190, କେନ୍ଦ୍ରାପଡାରୁ 128, କୋରାପୁଟରୁ 127, ଯାଜପୁର ଓ ବାଲେଶ୍ବରରୁ 103 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ନୟାଗଡରୁ 91,  କେଉଁଝରରୁ 86, ବରଗଡରୁ 82, ଝାରସୁଗୁଡାରୁ 85. ଜଗତସିଂହପୁରରୁ 82, ମାଲକାନଗିରିରୁ 80, ସମ୍ବଲପୁରରୁ 78, ମୟୂରଭଞ୍ଜରୁ 72, ଢେଙ୍କାନାଳରୁ 67, କଳାହାଣ୍ଡିରୁ 63, ରାୟଗଡାରୁ54, ଭଦକ୍ରରୁ 47, ପୁରୀରୁ 46, ବରଗଡରୁ 42, ସୋନପୁରରୁ 21, ସୁନ୍ଦରଗଡରୁ 19, ନବରଙ୍ଗପୁରରୁ 18, କନ୍ଧମାଳରୁ 17, ନୂଆପଡାରୁ 16, ଅନୁଗୁଳରୁ 14, ବୌଦ୍ଧରୁ 9, ଗଜପତିରୁ 7, ଦେବଗଡରୁ 3 ଜଣ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  2ହଜାର 602 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1561ଜଣ ଚିହ୍ନଟ ହୋଇଥିବାବେଳେ 1041ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 35 ହଜାର36 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 29 ହଜାର 758ଜଣ । ସେହିପରି ସୁସ୍ଥ ହୋଇଛନ୍ତି 73 ହଜାର 233ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 482ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଆସିକା : ମର୍ଣ୍ଣିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କାରେ ମାଉସୀ-ଝିଆରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଗଞ୍ଜାମ ଜିଲ୍ଲା କୋଟିନଡା ଫାଣ୍ଡି ଅନ୍ତର୍ଗତ କେ.ଲଛମନପଲ୍ଲୀ ନିକଟରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଦୁଇଜଣ ମାଉସୀ-ଝିଆରୀ ବୋଲି ସୂଚନା ରହିଛି । ସୂଚନା ଅନୁସାରେ ଦୁହେଁ ଆଜି ସକାଳ 7ଟା ସମୟରେ ମର୍ଣ୍ଣିଂ ଓ୍ବାକ୍‌ରେ ଆସିଥିବାବେଳେ କେ.ଲଛମନପଲ୍ଲୀ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାପରେ ଗାଡି ସହ ଡ୍ରାଇଭର ଫେରାର ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Read More

ଚାନ୍ଦବାଲି : ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା । ଏନେଇ ସୋସିଆଲ ମିଡିଆରେ ବିଧାୟକ ଜଣକ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ବହୁ ବିଧାୟକ, ମନ୍ତ୍ରୀ ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଗତକାଲି ମନ୍ତ୍ରୀ ଦେବୀ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ଦେଇଥିଲେ । ଏହା ପୂର୍ବରୁ ଭୁବନେଶ୍ବରର ମଧ୍ୟ ବିଧାୟକ, ଖଣ୍ଡପଡା ବିଧାୟକ, ପାଟଙ୍ଗୀ ବିଧାୟକ, ସାଲେପୁର ବିଧାୟକ, ନୀଳଗିରି ବିଧାୟକଙ୍କୁ କରୋନା ହୋଇଥିଲା । ତେବେ ବିଧାୟକମାନେ କରୋନାରୁ ସୁସ୍ଥହୋଇ ସାରିଛନ୍ତି। କରୋନା ସଂକ୍ରମଣରେ କେବଳ ବିଧାୟକ ନୁହଁନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ କେନ୍ଦ୍ର ଗୃହମନ୍ତ୍ରୀ ସୁସ୍ଥ ହୋଇଥିବାବେଳେ ଆଜି ଘରକୁ ଫେରିବେ ବୋଲି ସୂଚନା ରହିଛି ।

Read More

ନିଗମ କୁମାର ବେହେରା ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲୋକପ୍ରିୟତାର ଶୀର୍ଷରେ ଏବଂ କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ରାଜ୍ୟ ସରକାର ମମତା ଯୋଜନା ମାଧ୍ୟମରେ ମା ପେଟରେ ଥିବା ଶିଶୁର ଯତ୍ନ ନେବା ଠାରୁ ଆରମ୍ଭ କରି ଜୀବନର ଶେଷରେ ମୃତ ବ୍ୟକ୍ତିକୁ ଚାରି ଖପରାରୁ ଉଦ୍ଧାର କରିବା ପାଇଁ ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି। ବିଗତ ୨୦ ବର୍ଷ ସମୟସୀମା ମଧ୍ୟରେ ଓଡ଼ିଶାର ସାମଗ୍ରିକ ବିକାଶ କରିବା ଦିଗରେ ରାଜ୍ୟ ସରକାର ସଫଳ ହୋଇଛନ୍ତି ଏବଂ ଆଜି ଏକ ନୂତନ ଓଡ଼ିଶାର ଅଭ୍ୟୁଦୟ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ କିନ୍ତୁ ଆଜି ମଧ୍ୟ ନିର୍ଦ୍ଧିଷ୍ଟ କେତେକ କ୍ଷେତ୍ରରେ ରାଜ୍ୟ ସରକାରକୁ ଅଧିକ ଧ୍ୟାନ ଦେବାକୁ ହେବ। ମୁଖ୍ୟତଃ ରାଜ୍ୟ ସରକାରଙ୍କୁ ୪ଟି ପ୍ରମୁଖ ବିଭାଗ ତଥା ‘୪ନ’ ପ୍ରତି ଗୁରୁତ୍ୱାରୋପ କରିବା ପଡ଼ିବ; ଏହି ‘୪ନ’ ହେଲା…

Read More

ନୂଆଦିଲ୍ଲୀ,  କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ରବିବାର ଦିନ ଜେଇଇ ଏବଂ ନିଟ୍ ପରୀକ୍ଷା ଉପରେ  କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ନିଟ୍ ଏବଂ ଜେଇଇ ପରୀକ୍ଷା ବିଷୟରେ ଉଲ୍ଲେଖ ନ କରି ଖେଳନା ଉପରେ ଆଲୋଚନା କରିଛନ୍ତି। ଯାହା ବର୍ତ୍ତମାନ ପରିସ୍ଥିତି ପାଇଁ ସେ ଆଲୋଚନାର କୌଣସି ଅର୍ଥ ନାହିଁ। ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ନିଟ୍ ଏବଂ ଜେଇଇ ପରୀକ୍ଷାର୍ଥୀ ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚା ‘ କରନ୍ତୁ ବୋଲି ଚାହୁଁଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ‘ଖିଲୋନ୍ ପେ ଚର୍ଚ୍ଚା’ କରିଥିଲେ।

Read More

ନୂଆଦିଲ୍ଲୀ : ଏହି ସପ୍ତାହରେ ଅବସର ନେବାକୁ ଯାଉଥିବା ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର କୋଭିଡ -19 ମହାମାରୀ କାରଣରୁ ବିଭିନ୍ନ ବାର ତରଫରୁ ଆସିଥିବା ବିଦାୟ ସମ୍ବର୍ଦ୍ଧନା ଆମନ୍ତ୍ରଣକୁ ମନା କରି ଦେଇଛନ୍ତି। ଜଷ୍ଟିସ ଅରୁଣ ସେପ୍ଟମ୍ବର 2 ତାରିଖରେ ଅବସର ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ଏବଂ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ବାର୍ ର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଜଷ୍ଟିସ୍ ମିଶ୍ର କହିଛନ୍ତି ଯେ ମୋର ଅବସର ପୂର୍ବରୁ ପ୍ରସ୍ତାବିତ ବିଦାୟ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। “ମୁଁ ବାରକୁ ନ୍ୟାୟପାଳିକାର ମାତା ଭାବରେ ବିବେଚନା କରିଆସୁଛି ଏବଂ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ତଥାପି, କୋଭିଡ -19 ମହାମାରୀ ହେତୁ ସାରା ବିଶ୍ୱରେ ଗୁରୁତର ପରିସ୍ଥିତି ପାଇଁ ମୋର ବିବେକ ମୋତେ କୈଣସି ବିଦାୟ କାର୍ଯ୍ୟରେ ଭାଗ ନେବାକୁ ଅନୁମତି ଦେଉ ନାହିଁ। ବାର୍ ଆସୋସିଏସନକୁ…

Read More

କେଦାର ମିଶ୍ର ଜଣେ ଚିତ୍ର ତାରକାଙ୍କ ଆତ୍ମହତ୍ୟା ପରେ ଦେଶରେ ସତୀପ୍ରଥା ପୁଣିଥରେ ଲେଉଟି ଆସିଛି। ଜୁନ ୧୪ ତାରିଖ ଦିନ ବଲିଉଡର ସଫଳ ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ପୂରା ଭାରତୀୟ ଗଣମାଧ୍ୟମର ମାନସିକ ସନ୍ତୁଳନ ନଷ୍ଟ ହୋଇଯାଇଛି ଓ ସେମାନେ ଏବେ ସମ୍ମିଳିତ ଆତ୍ମହତ୍ୟାର ରାସ୍ତାରେ ଚାଲିଛନ୍ତି। ଏ କଥା ଭାବ ପ୍ରବଣ ହୋଇ କିମ୍ବା କ୍ରୋଧର ବଶବର୍ତ୍ତୀ ହୋଇ ମୁଁ କହୁନାହିଁ। ଏହା ଆଜିର ଭୟଙ୍କର ସତ୍ୟ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଆତ୍ମାକୁ ନ୍ୟାୟ ଦେବାର ତଥାକଥିତ ଲଢେଇରେ ଆମର ଗଣମାଧ୍ୟମ, ବିଶେଷ କରି ଟିଭି ଚ୍ୟାନେଲ ଗୁଡିକ ପାଗଳ ଭଳି ବ୍ୟବହାର ଆରମ୍ଭ କରିଛନ୍ତି। ସେମାନଙ୍କ ପାଗଳାମୀକୁ କିଛି ଦର୍ଶକ ନ୍ୟାୟ ପାଇଁ ଲଢେଇ ବୋଲି କହି, ସୋସିଆଲ ମିଡିଆରେ ତାଙ୍କର ପାଗଳାମୀକୁ ବଢାଇ ଚାଲିଛନ୍ତି। ଏହି ପାଗଳାମୀର ସ୍ତର ଏତେ ନିମ୍ନଗାମୀ ହୋଇଛି ଯେ, ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରିଦର୍ଶନ କରିବେ। ରାଜ୍ୟରେ ତିନୋଟି ଲଘୁଚାପ ସୃଷ୍ଟି ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଅନେକ ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ଦେଖିବା ପରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିବେ। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କିଛି ଘୋଷଣା କରିପାରନ୍ତି ବୋଲି ଜଣାପଡିଛି।

Read More

ନ୍ୟୁୟର୍କ, ଋଷ ଏବଂ ଚୀନ୍ ପରେ ଆମେରିକାର ଡ୍ରଗ୍ ରେଗୁଲେଟର ବର୍ତ୍ତମାନ କୋଭିଡ୍ -୧୯ ଟିକାକୁ ଜରୁରୀକାଳୀନ ସ୍ବୀକୃତି ପ୍ରଦାନ କରିବାକୁ ଯାଉଛି। ଏହା କହିଛନ୍ତି ଆମେରିକାର ଖାଦ୍ୟ ଓ ଡ୍ରଗ୍ ନିୟନ୍ତ୍ରଣ ପ୍ରଶାସନର କମିଶନର ଷ୍ଟିଫେନ ହାନ୍। ରବିବାର ପ୍ରକାଶିତ ଫାଇନାନ୍ସିଆଲ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କମିଶନର ଷ୍ଟିଫେନ୍ ହାନ୍ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍ -୧୯ ଭ୍ୟାକସିନର ଜରୁରୀକାଳୀନ ସ୍ବୀକୃତି ନିହାତି ଆବଶ୍ୟକତା ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକା ଏବଂ ଔଷଧ ପରୀକ୍ଷା ପାଇଁ ଔଷଧ ନିର୍ମାତାମାନଙ୍କୁ ଅନୁମୋଦନ ଦେବା ପରେ ଏହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ତେବେ ଭ୍ୟାକସିନ ବାହାର କରିବାରେ ଆମେରିକାର ବିଳମ୍ବକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କାରଣ ଆସନ୍ତା ନଭେମ୍ବର ଆମେରିକାର ନିର୍ବାଚନ ଅଛି। ଟ୍ରମ୍ପ କୁଆଡେ ଏହି ଅନୁମୋଦନ ପ୍ରକ୍ରିୟାକୁ ବିଳମ୍ବ କରି ଠିକ ନିର୍ବାଚନ ପୂର୍ବରୁ ବାହାର କରିବେ ବୋଲି ଆମେରକୀୟ ଗଣମାଧ୍ୟମ କହିଛି।…

Read More

ନୂଆଦିଲ୍ଲୀ, ଜାନୁୟାରୀ ୧, ୨୦୨୦ ରେ କିମ୍ବା ପରେ UPI କାରବାରରେ ସଂଗୃହିତ ଟ୍ରାଜାକ୍ସନ ଫି ବ୍ୟାଙ୍କଗୁଡିକ ଫେରସ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ଘୋଷଣା କରିଥିଲା ​​ଯେ RuPay ଏବଂ BHIM-UPI କାରବାର ଉପରେ କୈଣସି ଶୁଳ୍କ ଲାଗୁ ହେବ ନାହିଁ। ହେଲେ କେତେକ ବ୍ୟାଙ୍କ ଏହି ଦେୟ ନେଇଥିବାରୁ ତାହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଦିନ ଏକ ସର୍କୁଲାରରେ ଅର୍ଥ ମନ୍ତ୍ରଣାଳୟର ଅଧୀନସ୍ଥା କେନ୍ଦ୍ରୀୟ ଟିକସ ବୋର୍ଡ କହିଛି ଯେ କେତେକ ବ୍ୟାଙ୍କ ୟୁପିଇ ମାଧ୍ୟମରେ ହୋଇଥିବା କାରବାର ଉପରେ ଚାର୍ଜ ଆଦାୟ କରୁଛନ୍ତି। ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ କାରବାରକୁ ମାଗଣାରେ ଅନୁମତି ଦିଆଯାଇଥାଏ। ହେଲେ ତାହାଠାରୁ ଅଧିକ ହେଲେ ପ୍ରତ୍ୟେକ କାରବାର ଏକ ଚାର୍ଜ ନିଆଯାଏ। ହେଲେ କେତକ ବ୍ୟାଙ୍କ ସବୁ ଟ୍ରାନଜକସନରେ ଏହି ଦେୟ ନେଇଥିବାର…

Read More

ନୋଇଡା, ଗ୍ରେଟର ନୋଏଡା ହାଉସିଂ ସୋସାଇଟି ନିକଟରେ ଏକ ରେଭ୍ ପାର୍ଟି ଆୟୋଜନ ଚାଲିଥିବା ବେଳେ ପୋଲିସ ଚଢାଉ କରିଛି। ଏହି ଚଢାଉ ସମୟରେ ବିପୁଳ ପରିମାଣର ବିୟର ମିଳିବା ସହିତ ମୋଟ 11 ଜଣ ବିଦେଶୀ ନାଗରିକଙ୍କୁ ପୋଲିସ ଅଟକ ରଖିଛି। ଲକଡାଉନ ସମୟରେ ଗ୍ରେଟର ନୋଇଡାସ୍ଥିତ ପାରାମାଉଣ୍ଟ ଗଲ୍ଫ ଫରେଷ୍ଟ ହାଉସିଂ ନିକଟରେ କିଛି ବିଦେଶୀ ଏକ ପାର୍ଟିର ଆୟୋଜନ କରିଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ପୋଲିସ ସେହି ରାତିରେ ଚଢାଉ କରିଥିଲା। ନୋଇଢାର କେନ୍ଦ୍ରୀୟ ଡିସିପି ହରିଶ ଚନ୍ଦ୍ର କହିଛନ୍ତି ଯେ ଆଫ୍ରିକୀୟ ଦେଶରୁ ସାତ ଜଣ ପୁରୁଷ ଏବଂ ଚାରିଜଣ ମହିଳାଙ୍କୁ ଅଟକ ରଖାଯାଇଛି। ଘଟଣାସ୍ଥଳରୁ 288 ବିୟର ବୋତଲ ଏବଂ ତିନୋଟି ମଦ ବୋତଲ ମିଳିଥିବାବେଳେ 7 ଟି ବିଳାସପୂର୍ଣ୍ଣ କାର ମଧ୍ୟ ଜବତ କରାଯାଇଛି।

Read More

ନୂଆଦିଲ୍ଲୀ, କୋଭିଡ-୧୯ର ମୁକାବିଲା ଦିଗରେ ଦେଶ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଦିନକରେ ୧୦.୫ ଲକ୍ଷରୁ ଅଧିକ କରୋନା ପରୀକ୍ଷା ପ୍ରଥମ ଥର ପାଇଁ କରାଯାଇ ଏକ ରେକର୍ଡ ସୃଷ୍ଟି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୫,୦୨୭ଟି ନମୁନା ପରୀକ୍ଷା କରାଯାଇଛି, ଯାହାଫଳରେ ପ୍ରତ୍ୟେକ ଦିନ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷାର ଲକ୍ଷ୍ୟ ପୂରଣ ହୋଇପାରିଛି। ଏହି ସଫଳତା ସହ ଦେଶରେ ମୋଟ ନମୁନା ପରୀକ୍ଷା ୪.୧୪ (୪,୧୪,୬୧,୬୩୬) କୋଟିରୁ ଅଧିକକୁ ଅତିକ୍ରମ କରିଛି। କେନ୍ଦ୍ର ସରକାର ବିଶ୍ଵର କୋଭିଡ-୧୯ ରଣନୀତି ପରୀକ୍ଷା, ଚିହ୍ନଟ ଓ ଉପଚାରକୁ ତ୍ୱରାନ୍ୱିତ କରିଛି। ଏଥିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କେନ୍ଦ୍ର ସରକାରଙ୍କୁ ସଂପୂର୍ଣ୍ଣ ସହଯୋଗ କରିଛନ୍ତି। ବ୍ୟାପକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିଛି। ଏହାଫଳରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କମ ସମୟ ମଧ୍ୟରେ ଠାବ କରାଯାଇପାରିଛି। ଏଥିଯୋଗୁଁ ମାମୁଲି ଲକ୍ଷଣ ଥିବା…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ତାଙ୍କର ଅଗଷ୍ଟ ୩୦ ମନ୍‌କୀ ବାତ୍ କାର‌୍ୟ୍ୟକ୍ରମରେ ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍‌କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଆପ୍ ଇନୋଭେସନ ଚାଲେଞ୍ଜ କାର‌୍ୟ୍ୟକ୍ରମରେ ଦେଶର ଯୁବକମାନେ ବିଶେଷ ଆଗ୍ରହର ସହିତ ଅଂଶଗ୍ରହଣ କରିଛନ୍ତି। ଏଥିରେ ସ୍ଥାନ ପାଇଥିବା ପ୍ରାୟ ଦୁଇ ତୃତୀୟାଂଶ ଆପ୍ ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ପ୍ରସ୍ତୁତ ହୋଇଛି । ବିଭିନ୍ନ ବର୍ଗରେ ପ୍ରାୟ ଦୁଇ ଡଜନ ଆପ୍‌କୁ ପୁରସ୍କୃତ କରାଯାଇଛି। ଶ୍ରୋତାମାନେ ଏସବୁ ଆପ୍ ସହିତ ପରିଚିତ ହେବା ସହ ସେଥିସହ ସଂଯୁକ୍ତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏଭଳି କେତେକ ଆପ୍ ସଂପର୍କରେ ଆଲୋଚନା କରିଥିଲେ ଯେଉଁଥିରେ କୁଟୁକୀ କିଟ୍ସ ଲର୍ଣ୍ଣିଂ ଆପ୍‌, ଶିଶୁମାନଙ୍କ ପାଇଁ ଏକ ଇଣ୍ଟରାକ୍ଟିଭ ଆପ୍‌, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ପାଇଁ ଉଦ୍ଦିଷ୍ଟ ଏକ ଆପ୍ କୁ କୂ କୁ, ଯୁବସମାଜ ପାଇଁ…

Read More

ଭୁବନେଶ୍ବର,ସୋମବାର ଦିନ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ସକାଳୁ ହେଲିକାପ୍ଟରରେ ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ପ୍ରଭୃତି କେତେକ ଜିଲ୍ଲାର ପରିସ୍ଥିତି ଦେଖିବେ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବନ୍ୟା ପରିସ୍ଥିତି ସମୀକ୍ଷା ବୈଠକ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲଗାତର ତିନୋଟି ଲଘୁ ଚାପ ସୃଷ୍ଟି ଯୋଗୁଁ ରାଜ୍ୟର ମହାନଦୀ, ସୁବର୍ଣ୍ଣ ରେଖା, ବୈତରଣୀ ଏବଂ ବ୍ରାହ୍ମଣୀ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ତେବେ ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଟିମ ଏବଂ ଅଗ୍ନଶମ ବିଭାଗ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେମାନଙ୍କ ସହଯୋଗରେ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ନେବା ସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଛି। ବର୍ତ୍ତମାନ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଆସନ୍ତାକାଲି ଏଥିରେ ଆହୁରି ପରିବର୍ତ୍ତନ ହେବ ବୋଲି ମୁଖ୍ୟସାସନ ସଚିବ କହିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ପୂର୍ବାହ୍ନରେ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ବନ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଲୋକ ମାନଙ୍କୁ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ମାସ୍କ୍ ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।ଏଥିସହିତ ସ୍ଥାନାନ୍ତରିତ ଲୋକମାନଙ୍କୁ ଜିଲ୍ଲାପାଳ ମାସ୍କ୍ ବଣ୍ଟନ କରିବା ସହ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳର ଗୋରୁ ଗାଈଙ୍କ ପାଇଁ ଗୋଖାଦ୍ୟ ବଣ୍ଟନର ତଦାରଖ କରିବା ସହ ନିଜେ ବଣ୍ଟନ କରିଥିଲେ। ତିର୍ତ୍ତୋଲ ବ୍ଲକର ଗୋପିଆକୁଦ ଗ୍ରାମ୍ୟ ଉନ୍ନୟନ ବିଭାଗର ରେଷ୍ଟସେଡରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପଶୁଖାଦ୍ୟ ଓ ମାସ୍କ୍ ବଣ୍ଟନ କରିଥିଲେ। ଏଥିସହିତ ଜିଲ୍ଲାପାଳ ଦୁର୍ବଳ ନଦୀବନ୍ଧ ଅଞ୍ଚଳ ପରିଦର୍ଶନ କରି ମଣିଜଙ୍ଗା ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବନ୍ୟାଜନିତ ପରିସ୍ଥିତିର ପରିଚାଳନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ତିର୍ତ୍ତୋଲ ବ୍ଲକ, କୁଜଙ୍ଗ ଓ ଜଗତସିଂହପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜଇପୁର ପଥପ୍ରାନ୍ତ ଆଶ୍ରୟ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ ।ଜଗତସିଂହପୁର ଜିଲ୍ଲାର ୧୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ସଜାଗରହି ଖାଦ୍ୟଦ୍ରବ୍ୟ, ଗୋ ଖାଦ୍ୟ ,ପଲିଥିନ୍ ଓ ଆର ଏସ୍ ଔଷଧ,ପାନୀୟଜଳ, ହାଲୋଜିନ୍ ଟାବଲେଟସ୍ ,ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ ରିଲିଫ୍ କୋର୍ଡ ଅନୁଯାୟୀ ଯୋଗାଇ ଦେଇଛନ୍ତି। ଏଥିସହିତ ଏନ୍ ଡି ଆର୍ ଏଫ୍, ଓଡ୍ରାଫ୍ ,ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି। ଯଦି ପାଣି ନିଷ୍କାସନ ନହୁଏ ଆର୍ ଡିସିଙ୍କ ଅନୁମତିରେ ରିଲିଫ୍ କୋର୍ଡ…

Read More

ରାୟଗଡା, ବର୍ତ୍ତମାନ ସାରା ରାଜ୍ୟରେ କୋଭିଡ19 ନିୟମ ଲାଗୁ କରାଯାଇଥିବା ବେଳେ ଅନେକ ଏହାକୁ ଉଲ୍ଲଘଂନ କରିବାରେ ଲାଗିଛନ୍ତି। ଏପରି ପରିସ୍ଥିତିରେ ରାୟଗଡା ପୋଲିସ ଗତ କିଛିଦିନ ଧରି ଏହି ଉଲ୍ଲଘଂନକାରୀଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରିଛି। ଏଥିରେ 56 ଜଣ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ 37 ହଜାର 5ଶହ ଟଙ୍କା ଫାଇନ ଆଦାୟ ହୋଇଛି। ସେହିପରି 84 ଜଣଙ୍କଠାରୁ ମାସ୍କ ପିନ୍ଧି ନ ଥିବା ମାମଲାରେ 35 ହଜାର 5 ଶହ ଟଙ୍କା ଆଦାୟ କରିଛି।ଏହି ସମୟରେ ଅବକାରୀ ବିଭାଗ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରା ମଦ ଜବତ କରିବା ସହିତ 8 ଜଣଙ୍କ ନାମରେ ମାମଲ ଋଜୁ କରିଛି।

Read More

ନବରଂଗପୁର, ଛାତ୍ର/ଛାତ୍ରୀମାନେ ଆସନ୍ତା ମାସ ସେପ୍ଟେମ୍ବର ୧ଠାରୁ ୬ତାରିଖ ଓ ୧୩ ତାରିଖ ଗୁଡିକରେ ହେବାକୁଥିବା JEE,NEETପରୀକ୍ଷା ଦେବା ନିମନ୍ତେ ଜିଲ୍ଲାରୁ ବିଭିନ୍ନ ସହରକୁ ସମ୍ବଲପୁର, ବ୍ରହ୍ମପୁର ଏବଂ ଭୁବନେଶ୍ୱର ଯାତାୟାତ ପାଇଁ ନିମ୍ନ ପ୍ରଦତ୍ତ ଯାନଗୁଡିକର ପ୍ରଶାସନ ତରଫରୁ ବ୍ୟବସ୍ଥା ଏବଂ ଶୁଭାରମ୍ଭ ।

Read More