ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଟୁଇଟ ଜରିଆରେ କହିଛନ୍ତି ଯେ, “ମିଶନ କର୍ମଯୋଗୀ-ପ୍ରଶାସନିକ ସେବାରେ ସାମର୍ଥ୍ୟ ବିକାଶ ପାଇଁ ଜାତୀୟ କାର୍ୟ୍ୟକ୍ରମ” ସରକାରୀ ସ୍ତରରେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିପାରିବ। ଏହା ସରକାରୀ କର୍ମଚାରୀମାନଙ୍କର କ୍ଷମତା ବଢ଼ାଇବା ଲାଗି ବ୍ୟାପକ ସୁଯୋଗ ଏବଂ ଭିତ୍ତିଭୂମି ବୃଦ୍ଧି କ୍ଷେତ୍ରରେ ସହାୟକ ହୋଇପାରିବ। ସେ ଟୁଇଟ କରି ଆହୁରି କହିଛନ୍ତି, “ଆଇଜିଓଟି ପ୍ଲାଟଫର୍ମ ଭୂମିକା-ଆଧାରିତ ମାନବ ସମ୍ବଳ ପରିଚାଳନା ଏବଂ ନିରନ୍ତର ଜ୍ଞାନ ଅର୍ଜନ ଲାଗି ଆବଶ୍ୟକ ପରିବର୍ତ୍ତନ ଆଣିପାରିବ। ମିଶନ କର୍ମଯୋଗୀର ଉଦ୍ଦେଶ୍ୟ ପାରଦର୍ଶିତା ଓ ପ୍ରଯୁକ୍ତି ମାଧ୍ୟମରେ ଭବିଷ୍ୟତ ପାଇଁ ସରକାରୀ କର୍ମଚାରୀମାନଙ୍କୁ ଅଧିକ ପ୍ରଭାବୀ, ଗଠନମୂଳକ ଓ ସୃଜନଶୀଳ କରିବା।
Author: Samikhsya Bureau
ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ ୬୮,୫୮୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୯,୭୦,୪୯୨ ରେ ବା ପାଖାପାଖି ୩୦ ଲକ୍ଷ ପହଞ୍ଚିଛି। ଏଥିସହିତ ସୁସ୍ଥତା ହାର ୭୭ ପ୍ରତିଶତ (୭୭.୦୯)କୁ ଅତିକ୍ରମ କରିଛି। ଫଳସ୍ଵରୂପ ସକ୍ରିୟ ରୋଗୀ ୮,୧୫,୫୩୮ ତୁଳନାରେ ଅଧିକ ୨୧.୫୦ ଲକ୍ଷ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସଂକ୍ରମିତଙ୍କ ତୁଳନାରେ ୩.୬ଗୁଣ ଅଧିକ ହୋଇଛି । ରେକର୍ଡ ସଂଖ୍ୟକ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସଂକ୍ରମଣ ସଂଖ୍ୟା ମାତ୍ର ୨୧.୧୬ରେ ରହିଛି। ହସ୍ପିଟାଲର ଚିକିତ୍ସା ସୁବିଧାରେ ଉନ୍ନତି, ଘରୋଇ ଏକାନ୍ତବାସରେ ଥିବା ରୋଗୀମାନଙ୍କ ତଦାରଖ, ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା, ନୂଆଦିଲ୍ଲୀସ୍ଥିତ ଏମ୍ସ ବିଶେଷାଜ୍ଞଙ୍କ ଦ୍ଵାରା ସ୍ଵତନ୍ତ୍ର ପରାମର୍ଶ ଯୋଗୁଁ ଏହି ସୁସ୍ଥତା…
ନୂଆଦିଲ୍ଲୀ, ଦିନକୁ ଅନୁନ୍ୟ ୧୦ ଲକ୍ଷ ନମୁନା ପରୀକ୍ଷଣର ଲକ୍ଷ୍ୟ ନେଇ ଗତ ୨ ଦିନ ମଧ୍ୟରେ ଏହି ସଂଖ୍ୟାରେ ଆଶାତୀତ ଉନ୍ନତି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧.୭୦ ଲକ୍ଷ (୧୧,୭୨,୧୭୯) ନମୁନା ପରୀକ୍ଷଣ ହୋଇଛି ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୪.୫ କୋଟି (୪,୫୫,୦୯,୩୮୦) ନମୁନା ପରୀକ୍ଷା ହୋଇସାରିଛି। ଜାନୁଆରୀ ୩୦, ୨୦୨୦ ବେଳକୁ ଦେଶରେ ଦିନକୁ ମାତ୍ର ୧୦ଟି ନମୁନା ପରୀକ୍ଷା ହେଉଥିବା ବେଳେ ଆଜି ଏହା ୧୧ ଲକ୍ଷକୁ ଅତିକ୍ରମ କରିଛି। ବର୍ତ୍ତମାନ ଦେଶରେ ଦୈନିକ ପରୀକ୍ଷା ଅନ୍ୟାନ୍ୟ ଦେଶ ତୁଳନାରେ ସବୁଠାରୁ ଆଗରେ ରହିଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବ୍ୟାପକ ପରୀକ୍ଷା ଯୋଗୁଁ ସଅଳ ରୋଗ ନିରୂପଣ, ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା କରାଯାଇପାରୁଥିବାରୁ ମୃତ୍ୟୁ ହାର ହ୍ରାସ ପାଇଛି। କେବଳ ସେତିକି ନୁହେଁ, ଅଧିକ ନମୁନା ପରୀକ୍ଷା ଯୋଗୁଁ ପଜିଟିଭ ହାର ମଧ୍ୟ ହ୍ରାସ ପାଇବାରେ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଜନୌଷଧୀ ପରିଯୋଜନା ମାଧ୍ୟମରେ ଆଜି ୮ଟି ପ୍ରାକୃତିକ ଶକ୍ତିବର୍ଦ୍ଧକ ଔଷଧର ବିକ୍ରିବଟା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡାଙ୍କ ଦ୍ୱାରା ଆରମ୍ଭ ହୋଇଛି। ଏହି ଅବସରରେ ଗୌଡ଼ା କହିଛନ୍ତି ଯେ ଏହିସବୁ ପୁଷ୍ଟିବର୍ଦ୍ଧକ ବା ନିୟୁଟ୍ରାସ୍ୟୁଟିକାଲ କରୋନା ମହାମାରୀ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହାକୁ ବ୍ୟବହାର କଲେ ଲୋକଙ୍କର ପ୍ରାକୃତିକ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ। ଏସବୁ ସାମଗ୍ରୀର ମାନ ଦୃଷ୍ଟିରୁ ଅନ୍ୟାନ୍ୟ ଜିନିଷଠାରୁ ଉନ୍ନତ ଏବଂ ବଜାର ମୂଲ୍ୟଠାରୁ ୨୬ ଶତାଂଶ ଶସ୍ତା। ଦେଶରେ ଜନୌଷଧୀ କେନ୍ଦ୍ରର ଏକ ବିରାଟ ବ୍ୟବସ୍ଥା ରହିଥିବାରୁ ସବୁ ଜନୌଷଧୀ କେନ୍ଦ୍ର ମାଧ୍ୟମରେ ଏହିସବୁ ପ୍ରୋଟିନ ସାମଗ୍ରୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହୋଇପାରିବ। ସରକାର ଏବେ ବିଭିନ୍ନ ପ୍ରକାର ପ୍ରୋଟିନ ସପ୍ଲିମେଣ୍ଟ, ମାଲ୍ଟଭିତ୍ତିକ ନିୟୁଟ୍ରେସନ ଡ୍ରିଙ୍କ, ଇମ୍ୟୁନିଟି ବୁଷ୍ଟର ଆଦି ନିୟୁଟ୍ରାସ୍ୟୁଟିକାଲ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏହା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବହୁଦିନର ପ୍ରତୀକ୍ଷା ପରେ ବସ୍ ଗଡ଼ିଲା। ତଥାପି ଥମିନି କରୋନାର ଭୟ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ମଧ୍ୟ ତା’ର ସେବା ଆରମ୍ଭ କରିଛି। ଖୋଦ୍ ବ୍ରହ୍ମପୁର ସହରରୁ ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ରୁଟ୍ରେ ଗାଡ଼ି ଚଳାଚଳ ହୋଇଥାଏ। ମୁଖ୍ୟତଃ ବ୍ରହ୍ମପୁର ଓଏସ୍ଆର୍ଟିସି ଡ଼ିଭିଜନରୁ ଆନ୍ଧ୍ର ରୁଟ୍ ଦେଇ ଅନେକ ବସ୍ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲିବାର ଦୃଷ୍ଟାନ୍ତ ରହିଛି। ତେଣୁ ଆନ୍ଧ୍ର ରୁଟ୍ ଦେଇ ଯାଉଥିବା ବସ୍ଗୁଡ଼ିକ ବର୍ତ୍ତମାନ ସୁଦ୍ଧା ବନ୍ଦ ରହିଥିବାବେଳେ କେଭି ଲାଇନ୍ ଦେଇ ଗୋଟିଏ ବସ୍ ଯାହାକି ବ୍ରହ୍ମପୁର-ଉମରକୋଟ ଯାତ୍ରା କରୁଛି। ଭଂଜନଗର-ସୁନାବେଡ଼ା, ଭଂଜନଗର-କଟକ ଏବଂ ବ୍ରହ୍ମପୁର-ବନ୍ଧଭାଲ ଭାୟା ଭଂଜନଗର ଦେଇ ଯାତାୟତ କରୁôଥବା ବ୍ରହ୍ମପୁର ଡ଼ିଟିଏମ୍ଙ୍କ ତରଫରୁ ସୂଚନା ମିଳିଛି। ଏହାସହ ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଓଏଓ୍ଆର୍ଟିସି ପକ୍ଷରୁ ୧୦ଟି ବସ୍ ଯାତାୟତ କରୁଛି। ଯାହାକି ଡ଼ିଟିଏମ୍ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ କିଭଳି ସୁବିଧା…
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟରେ କୋଭିଡ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଥିଲେ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ କେସ୍ ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ କୋଭିଡ ଟେଷ୍ଟ କରାଯାଇଛି। ପ୍ରତି ୧୦ ଲକ୍ଷ ଲୋକରେ ଏହା ୪୨,୪୦୪ ଯାହାକି ଜାତୀୟସ୍ତର ଠାରୁ ବହୁତ ଅଧିକ। ସେହିପରି ଆରୋଗ୍ୟ ହାର ମଧ୍ୟ ୭୬.୭୮ ପ୍ରତିଶତରୁ ରହିଛି ଏବଂ ମୃତ୍ୟୁ ହାର ୦.୪୬ ପ୍ରତିଶତ ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ ପରିଚାଳନା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ସରକାର ପିସି କାରବାରକୁ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିବାବେଳେ ଗଂଜାମ ଜିଲ୍ଲାରେ ଏହା ବନ୍ଦ ହେବାର ନାମ ହିଁ ନେଉନାହିଁ। ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପିସି ନଦେଲେ ସଂପୃକ୍ତ ଯନ୍ତ୍ରୀମାନେ ବିଲ୍ କରୁନଥିବା ନେଇ ଖବର ସବୁବେଳେ ଶୁଣିବାକୁ ମିଳୁଛି। ସବୁସ୍ଥାନରେ ୧୦ ପ୍ରତିଶତରୁ ୧୫ ପ୍ରତିଶତ ପିସି କାରବାର ହେଉଥିବା ଅଭିଯୋଗ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟିରେ ଏହି ପିସି କାରବାରକୁ ସଂପୂର୍ଣ୍ଣ ନିଧେ କରାଯାଇଥିଲେ ମଧ୍ୟ ଏହା ଦୁଇଦିନିଆ ଭାଗବତ ପରି ହୋଇଛି। ଗଂଜାମ ଜିଲ୍ଲାର ଗୁଡ଼ମାଠିଆ ବ୍ଲକ୍ ଭାବେ ପରିଚିତ କୁକୁଡ଼ାଖଣ୍ଡିରେ ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ବହୁ ପରିମାଣରେ ପି.ସି. କାରବାର ହେଉଛି। ଏହିଭଳି ଏକ ଅଭିଯୋଗ ଆଣିଛନ୍ତି ୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଏଲ୍.ମୋହନ ରାଓ। ସେ ଅଭିଯୋଗ କରିଛନ୍ତି ଯେ, ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ଗୁରୁଣ୍ଠି ଗ୍ରାମର ଦଣ୍ଡପାଟଣା ସାହିରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୧୪ ତାରିଖ ଦିନ ପୋଲସରା ଥାନା ଅନ୍ତର୍ଗତ ନରସିଂହପଲ୍ଲୀ ଗ୍ରାମ ନିକଟରେ ଏକ ବାଇକ୍ର ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲ। ଏହି ଘଟଣାରେ ପୋଲିସ୍ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍ ଟଙ୍କା ଏବଂ ବାଇକ୍କୁ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୋଦଳା ଅଂଚଳର ଶିବ ଚୌଧୁରୀ ଓ ପି. କ୍ରଷ୍ଣା। ସେମାନଙ୍କ ନିକଟରୁ ୧ ଲକ୍ଷ ୧୦ ହଜାର ଟଙ୍କା ଏବଂ ଚୋରିରେ ବ୍ୟବହୃତ ବାଇକ୍କୁ ପୋଲିସ୍ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ହାତୀଓଟ ଗ୍ରାମର ଅମରେନ୍ଦ୍ର ବିଶ୍ୱାଳ ପୋଲସରା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଡ଼ିକିରେ ରଖିଥିଲେ। କିଛି କାମ ପାଇଁ ନରସିଂହପୁରରେ ବାଇକ୍କୁ ରଖି ଯାଇଥିବାବେଳେ ଆସିଲା ବେଳେ ଡ଼ିକି ଭଂଗା ଯାଇଛି । ଏନେଇ ସେ ପୋଲସରା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଥାନା କେସ ନଂ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସଂକ୍ରମଣର ମାତ୍ରା ଧିରେ ଧିରେ କମିବାରେ ଲାଗିଛି। ପୂର୍ବରୁ ପାଖାପାଖି ଦୁଇଶହ ଚିହ୍ନଟ ହେଉଥିବାବେଳେ ଆଜି କେବଳ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ କିଛି ମାସ ହେଲା ରାଜ୍ୟରେ କରୋନା ସଂକ୍ରମିତ ତାଲିକାରେ ଗଂଜାମ ଏକ ନମ୍ବର ଥିବାବେଳେ ଆଜି ଗଂଜାମକୁ ଟପି ଖୋର୍ଦ୍ଧା ୧ ନମ୍ବର ହୋଇଥିବା ଦେଖାଯାଇଛି। ତେବେ ବର୍ତ୍ତମାନ ଗଂଜାମରେ ସବୁ ଖୋଲିଯିବା ପରେ ଏବଂ କରୋନା ନିୟମ ନ ମାନିଲେ ଆଗକୁ ସଂକ୍ରମଣର ଦ୍ୱିତୀୟ ୱେଭ୍ ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଜନସାଧାରଣ କୋଭିଡ଼୍ ନିୟମ ଏବଂ ଦୋକାନୀମାନେ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ସଂକ୍ରମଣ କମୁଥିବାରୁ କିଛି ସ୍ଥାନରେ ଲୋକେ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ତେବେ ସଂକ୍ରମଣ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କାହିଁକି କମୁନି ସେ ବିଷୟ ନେଇ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ-୨ ପକ୍ଷରୁ ଆଜି ସଦର ରେଞ୍ଜ ଅଂଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ ସହ ପୋଚ ନଷ୍ଟ କରାଯାଇଛି। ଆଜି ସଦର ଅଂଚଳର ବୁଦାଲୁଣ୍ଡି ଗ୍ରାମରେ ଚଢ଼ାଉ କରାଯାଇ ୨୫ ହଜାର ଲିଟର ପୋଚ ନଷ୍ଟ କରାଯିବା ସହ ୧୨୦ ଲିଟର ଦେଶୀ ମଦ ଜବତ ହୋଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗ ଇନିସ୍ପେକ୍ଟର, ବ୍ରହ୍ମପୁର ଡ଼ିଏସ୍ଏଫ୍ ଇନିସ୍ପେକ୍ଟର, ବ୍ରହ୍ମପୁର ଓଆଇସି-୨, ଏସ୍ଏଫ୍ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଭାଗ ନେଇଥିଲେ।
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକରୁ ଆଜି ଚିହ୍ନଟ ହୋଇଥିବା ୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ ଥାନାର ଦୁଇଜଣ ପୋଲିସ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ତିର୍ତ୍ତୋଲ ଥାନା ପରିସରରେ ଥାନାରେ କାର୍ଯ୍ୟରତ ପୋଲିସ୍ ମାନଙ୍କର କରୋନା ଟେଷ୍ଟ ନିମନ୍ତେ ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ଜଣେ ସବ୍-ଇନିସପେକ୍ଟର ଓ ଜଣେ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଜଗତସିଂହପୁର ଜିଲ୍ଲାରୁ ୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ପାରାଦ୍ବୀପ ମ୍ୟୁନିସିପାଲିଟିରୁ ୨୪ଜଣ, କୁଜଙ୍ଗ ବ୍ଲକରୁ ୧୦ଜଣ, ରଘୁନାଥପୁର ବ୍ଲକରୁ ୧୧ଜଣ, ତିର୍ତ୍ତୋଲ ବ୍ଲକରୁ ୧୦ଜଣ, ଏରସମା ବ୍ଲକରୁ ୬ଜଣ, ଜଗତସିଂହପୁର ବ୍ଲକରୁ ୭ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୭ଜଣ ସହିତ ବାଲିକୁଦା ଓ ବିରିଡ଼ି ବ୍ଲକରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୨୦୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭୯ ଜଣ ସୁସ୍ଥ ହୋଇଥିବା…
ମୁମ୍ବାଇ: ବହୁ ପ୍ରତୀକ୍ଷିତ ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ ଫାଇ ମଡେଲ ଓ ଏସ୍ ୭ ପ୍ଲସ ଭାରତରେ ଲଞ୍ଚ ହେବାକୁ ଯାଉଛି। ଏହି ଅବସରରେ ଭାରତର ସର୍ବ ବୃହତ୍ତ ଇଲୋକ୍ଟ୍ରୋନିକ୍ସ ରିଟେଲର ରିଲାଏନ୍ସ ଡିଜିଟାଲ ପକ୍ଷରୁ ଏହି ସବୁ ମଡେଲ ଆକର୍ଷଣୀୟ ମୂଲ୍ୟରେ ସମସ୍ତ ରିଲାଏନ୍ସ ଡିଜିଟାଲ ଷ୍ଟୋର ଓ ୱେବସାଇଟ୍ ଏବଂ ମାଇଁ, ଜିଓ ଷ୍ଟୋରଗୁଡିକରେ ଉପଲବ୍ଧ ହୋଇଛି। ସ୍ଲିକ୍ ସାମସଙ୍ଗ ଟ୍ୟାବ୍ ଏସ୍ ୭ ୱାଇ ଫାଇ ମଡେଲର ପ୍ରାରମ୍ଭିକ ମୂଲ୍ୟ ୫୫,୯୯୯ ଟଙ୍କା ରହିଛି। ସେହିଭଳି ଅନ୍ୟ ଦୁଇଟି ମଡେଲ ଟ୍ୟାବ୍ ଏସ୍ ସେଭେନ ଏଲଟିଇ ଏବଂ ଟ୍ୟାବ୍ ଏସ୍ ୭ ପ୍ଲସ୍ ଏଲଟିଇ ଯଥା କ୍ରମେ ୬୩,୯୯୯ ଟଙ୍କା ଏବଂ ୭୯,୯୯୯ ଟଙ୍କାରେ ଉପଲବ୍ଧ। ତେବେ ରିଲାଏନ୍ସ ଡିଜିଟାଲରେ ପ୍ରି-ବୁକ କରୁଥିବା ଗ୍ରାହକ ଏଚଡିଏଫସି କାର୍ଡରେ କ୍ରୟ ଉପରେ ୬ ହଜାର ଟଙ୍କାର କ୍ୟାସବ୍ୟାକ୍ ଏବଂ ସାମସଙ୍ଗ କି-ବୋର୍ଡ କଭର ଉପରେ…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ବେଗୁନିଆପଡ଼ା ବ୍ଳକ ଗସ୍ତ। ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ କୋଭିଡ୍ ମୁକାବିଲାର ସମୀକ୍ଷା କଲେ ଜିଲ୍ଲାପାଳ। ବର୍ତ୍ତମାନ ବି କରୋନା ମହାମାରୀର ବିପତ୍ତି ଟଳିନାହିଁ ତେବେ ଏଥିପାଇଁ କୋଭିଡ୍ ନିୟମକୁ କଡାକଡି କରିବା ସହ ଦୋକାନୀଙ୍କୁ ପଞ୍ଚସୂତ୍ରୀ ନିୟମ ମାନିବାକୁ ବାଧ୍ୟ କରାଯିବା ନେଇ ଏକ ବ୍ଯାପକ ସଚେତନତା ଉପରେ ଗୁରୁତ୍ଵାରୋପ କଲେ ଜିଲ୍ଲାପାଳ।ମାସ୍କ ହେଉଛି କରୋନାକୁ ଜିତିବାର ମୁଖ୍ୟ ଅସ୍ତ୍ର। ତେଣୁ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରନ୍ତୁ ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନ କରନ୍ତୁ ବୋଲି କହିଥିଲେ ଜିଲ୍ଲାପାଳ। ଏଥିସହ ସାର କଳା ବଜାରୀ ହେଉଥିବା ନେଇ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି ମାନେ ଜିଲ୍ଲପାଳଙ୍କୁ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ ସାରର କଳାବଜାରୀ ହେଉଥିଲ ଏହାଉପରେ ପଦକ୍ଷେପ ନେବାପାଇଁ। ଚାଷୀଙ୍କ ପାଇଁ ସାରର ଅଭାବ ରହିବ ନାହିଁ ବୋଲି କହିଥିଲେ ଜିଲ୍ଲାପାଳ।…
ଭୁବନେଶ୍ବର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ରହସ୍ୟ ଘନେଇବାରେ ଲାଗୁଛି । ପୂର୍ବରୁ ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ ରହିଥିବାବେଳେ ଏବେ ଏହି ଘଟଣାରେ ସାଇକୋ ଲେଡିର ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି । ଆଦିତ୍ୟଙ୍କ ବାପା ପୁଅ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ଥିବା ନେଇ କିଛି ଦିତ ତଳେ ସନ୍ଦେହ କରୁଥିବା ବେଳେ ଆଜି ତାଙ୍କ ମା’ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ରହିଥିବା ନେଇ ସନ୍ଦେହ କରିଛନ୍ତି ଆଦିତ୍ୟଙ୍କ ମା’ । ସମ୍ପୃକ୍ତା ଯୁବତୀ ଜଣକ ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ । ବାହା ନହେଲେ ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ। ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ନିର୍ବନ୍ଧ ହେବା ପରେ ସେ ଟିକ୍ଟକ୍ ଭିଡିଓ କରି ମଧ୍ୟ ଧମକ ଦେଇଥିବା ଆଦିତ୍ୟଙ୍କ…
ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଓ କଲେଜ୍ରେ ହେବାକୁ ଥିବା ପରୀକ୍ଷା ପାଇଁ ଏସ୍ଓପି ଜାରି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଏହି ଏସ୍ଓପି ଜାରି କରାଯାଇଛି। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେନି। ଏମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ସୂରପ ଅଲଗା ଗୃହ ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ। ସେହିପରି କଣ୍ଟେନ୍ମେଣ୍ଟ ଜୋନ୍ରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଅନୁମତି ମିଳିବନି। ତେବେ ଏଭଳି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ ବୋଲି ସୂଚନା ରହିଛି । ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷାର୍ଥୀ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ କରାଇବେ। ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ନେଇ ବି ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସେହିପରି ପ୍ରଶ୍ନ ପେପର୍ ଓ ଉତ୍ତର ଖାତା ଧରିବା ପୂର୍ବରୁ ହ୍ୟାଣ୍ଡ ସାନିଟାଇଜ୍ କରାଯିବ । କରୋନା ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିଥିବାବେଳେ ପରୀକ୍ଷାଗୁଡିକୁ ଅନୁମତି ଦିଆଯାଇଛି । ପ୍ରଥମ…
ମୁମ୍ବାଇ : କରୋନା ପାଇଁ ଆଇପିଏଲ୍ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆରମ୍ଭ ହେଉଛି । ଚଳିତଥର ଆଇପିଏଲ୍ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ପୋଗ୍ରାମ ବା ସିଡ୍ୟୁଲ୍ ସମ୍ପର୍କରେ ଆଜି ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ 29ରେ ଆରମ୍ଭ ହେବାର ଥିଲା । ମାତ୍ର କରୋନା ସଂକ୍ରମଣକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି । ତେବେ ଆଇପିଏଲ୍ର ଉଦ୍ଘାଟନୀ ମ୍ୟାଚ୍ରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ସୂଚନା ରହିଛି । ଭାରତୀୟ କ୍ରିକେଟ୍ କଣ୍ଟୋଲ୍ ବୋର୍ଡ ଆଇପିଏଲ୍ର 13ତମ ସଂସ୍କରଣରେ ପ୍ରଥମ ମ୍ୟାଚ୍କୁ ଆହୁରି ଧମାକାଦାର କରିବାର ଯୋଜନା କରିଛନ୍ତି । ଆଇପିଏଲ୍ର ପ୍ରଥମ ମ୍ୟାଚ୍ ମହେନ୍ଦ୍ର…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନାହିଁ । ଦେଶରେ ପଜିଟିଭ୍ ଲଗାତାର ଭାବରେ ବଢି ଚାଲିଛି। କରୋନା ସଂକ୍ରମଣକୁ ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କରାଯାଇଥିବା ପ୍ରେସ୍ ସମ୍ମିଳନୀରେ କରୋନା ସଂକ୍ରମଣକୁ ନେଇ ତଥ୍ୟ ଜାରି କରାଯାଇଛି । ଦେଶର କରୋନା ମାମଲାର ମୋଟ୍ ଆକ୍ଟିଭ୍ କେସ୍ର ପ୍ରାୟ 62 ପ୍ରତିଶତ 5ଟି ରାଜ୍ୟରୁ ରହିଛି । ସେହି ପାଞ୍ଚଟି ରାଜ୍ୟ ମଧ୍ୟରେ ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ତେବେ ଏସବୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁସଂଖ୍ୟାରେ ଧୀରେ ଧୀରେ ହ୍ରାସ ପାଉଛି ବୋଲି ସେ କହିଛନ୍ତି । ମହାରାଷ୍ଟ୍ରରେ ପ୍ରାୟ 25 ପ୍ରତିଶତ ମାମଲା ରହିଥିବାବେଳେ ତାମିଲନାଡୁରେ 12 ପ୍ରତିଶତ ସକ୍ରିୟ ମାମଲା ରହିଛି । ସେହିପରି ମହାରାଷ୍ଟ୍ରରେ 37 ପ୍ରତିଶତ କରୋନା ମୃତ୍ୟୁ…
ହରିୟାଣା : ହରିୟାଣା ସୋନିପତର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଠାରେ ଜଣେ ପ୍ରେମିକ ମଦ ନିଶାରେ ପ୍ରେମିକାର ଗଳା ଚିପି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଶ୍ରବଣ ଓ ସବିତା ବିହାରର ବେଗୁସରାୟରେ ଗତ ଚାରି ମାସ ଧରି ଏକାସାଙ୍ଗରେ ରହୁଥିଲେ । ମଙ୍ଗଳବାର ଦିନ କିଛି କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଶ୍ରବଣ ରାଗରେ ସବିତାଙ୍କୁ ଗଳା ଚିପି ହତ୍ୟା କରିଦେଇଥିଲେ । ଏହାପରେ ଶ୍ରବଣ ବୃଜେଶ ନାମକ ଜଣେ ବନ୍ଧୁଙ୍କସହିତ ଶାହାଜାହାନପୁର ଗ୍ରାମର ଏକ ଶ୍ମଶାନ ଘାଟ ନିକଟସ୍ଥ ଏକ କ୍ଷେତରେ ସବିତାଙ୍କ ମୃତଦେହକୁ ପୋତି ଦେଇଥିଲେ । ଏହି ମାମଲାର ଜଣାପଡିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ପୋଲିସ୍ ଏହି ଘଟଣାରେ ଶ୍ରବଣ ଓ ବ୍ରିଜେଶଙ୍କୁ ଗିରଫ କରିନେଇଛନ୍ତି । (ଏଜେନ୍ସି)
ଭୁବନେଶ୍ୱର: ଦୟା ନଦୀକୁ ଯୁବକ ଡେଇଁ ନିଖୋଜ ହୋଇଛନ୍ତି । ଭୁବନେଶ୍ବର ଲିଙ୍ଗିପୁରରେ ଦୟା ନଦୀକୁ ଡେଇଁଲେ ଯୁବକ । ବନ୍ୟାପାଣିରେ ଭାସିଯାଇ ଯୁବକଜଣକ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ଯୁବକଙ୍କ ପତ୍ତା ମିଳୁନି । ଅଗ୍ନିଶମ ବିଭାଗର 2ଟି ଟିମ୍ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରଖିଛନ୍ତି । ନଦୀକୁ ଡେଇଁଥିବା ଯୁବକ ଜଣକ ଭୁବନେଶ୍ୱର ଓଲ୍ଡ ଟାଉନ ସ୍ଥିତ ଖୁଂଟିଆ ସାହି କପିଳେଶ୍ୱରଅଞ୍ଚଳର ବୋଲି ସୂଚନା ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଯୁବକ ଜଣକ ପୋଲ ଉପରେ ଗାଡି ରଖି ନଦୀକୁ ଡେଇଁ ପଡିଥିଲେ ।
ଭୁବନେଶ୍ବର : ଓଡ଼ିଶାର 10 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ବିଏମସିର କମ୍ୟୁନିଟ ସଂଯୋଜକ ସସ୍ମିତା ସାହୁ କରୋନା ମୁକାବିଲା ବେଳେ କରୋନା ଆକ୍ରାନ୍ତ ହେଲେ। ଏହାପରେ ସେ ମୃତ୍ୟୁ ମୁଖରେ ପଡିଲେ। ଫଳରେ ବିଏମସି ତରଫରୁ ତାଙ୍କୁ ଶେଷ ସମ୍ମାନ ଜଣାଇବା ସହ ଗାର୍ଡ ଅଫ ଅନର ପ୍ରଦାନ କରି ଭୁବନେଶ୍ବରର ସତ୍ୟ ନଗର ମଶାଣିରେ ଶେଷ କୃତ କରାଗଲା।

