Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜାଗୃତି ଆର୍ଟ ଏବଂ କଲଚର ଅନୁଷ୍ଠାନ ତରଫରୁ ସୋମବାର ଦିନ ଜାଗୃତି ଜୁମ୍ବା ଓ ଫିଟ୍‌ନେସ ପଏଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଦୁର୍ନୀତି ନିବାରଣ ଅଧିକ୍ଷକ ଶାନ୍ତନୁ କୁମାର ପାଢ଼ୀ ଏବଂ ଆନ୍ତର୍ଜାତିକ ଭାରତ୍ତୋଳକ କେ. ରବି କୁମାର ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍ ବ୍ୟାଙ୍କ କଲୋନୀ ୫ମ ଗଳି (ଟାୱାର ଲାଇନ୍‌)ରେ ଏକବଡ଼ଧରଣର କୋଠାରେ ଶୀତତାପ ନିୟନ୍ତ୍ରଣ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ଫିଟ୍‌ନେସ ପଏଣ୍ଟ ଖୋଲିଛି। କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ହିଁ ସଂପଦ। ନିଜକୁ ଫିଟ୍ ରଖିପାରିଲେ ହିଁ ନିଜର ଇମ୍ୟୁନିଟି ବଢ଼ିବା ସହ ଆଗକୁ ରୋଗ ସହିତ ଲଢ଼ିବାର ଶକ୍ତି ମିଳିବ। ଏହି ପଏଣ୍ଟରେ ଅତ୍ୟାଧୁନିକ ମେସିନ୍ ଲଗାଯାଇଛି। ଯାହାଦ୍ୱାରା ନିଜର ଫିଟ୍‌ନେସ୍ ଅତିଶୀଘ୍ର ଏବଂ ଆରାମରେ ବଢ଼ାଇ ଯାଇପାରିବ। କରୋନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।…

Read More

ହେମାଙ୍ଗ ପ୍ରସାଦ ରାଉଳ  ବ୍ରହ୍ମପୁର: ଗଂଜାମରେ ସଂକ୍ରମଣ କମିଗଲା ବୋଲି ଭାବି ନିୟମଗୁଡ଼ିକ ପାଳନ ନକରିଲେ ଆଗକୁ ପୁଣିଥରେ ସଂକ୍ରମଣ ବଢ଼ିପାରେ। ତେଣୁ ସେପ୍ଟେମ୍ବର ମାସରେ ମଧ୍ୟ ଜନସାଧାରଣ କରୋନା କଟକଣାଗୁଡ଼ିକୁ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଆଜି ନୂତନ ଭାବେ ୧୯୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣର ମୃତ୍ୟୁ ଘଟିଛି। ୯ ଜଣ କରୋନା ଯୋଦ୍ଧା ରହିଥିବାବେଳେ ଜଣକର ଟ୍ରାଭେଲ୍ ହିଷ୍ଟି ଏବଂ ୧୮୦ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆସିକା ବ୍ଳକ୍‌ରୁ ୬, ବେଗୁନିଆପଡ଼ାରୁ ୧୦, ବେଲଗୁଣ୍ଠାରୁ ୩, ବିଏମ୍‌ସିରୁ ୨୧, ଭଂଜନଗରରୁ ୧, ବୁଗୁଡ଼ାରୁ ୬, ଛତ୍ରପୁରରୁ ୧୦, ଚିକିଟିରୁ ୩, ଧରାକୋଟରୁ ୮, ଦିଗପହଣ୍ଡିରୁ ୬, ଗଂଜାମରୁ ୭, ହିଂଜିଳିକାଟୁରୁ ୯, ଜଗନ୍ନାଥପ୍ରସାଦରୁ ୭, କବିସୂର୍ଯ୍ୟନଗରରୁ ୪, ଖଲିକୋଟରୁ ୯, କୁକୁଡ଼ାଖଣ୍ଡିରୁ ୮, ପାତ୍ରପୁରରୁ ୨୮, ପୋଲସରାରୁ ୬, ପୁରୁଷୋତ୍ତମପୁରରୁ ୮, ରଙ୍ଗେଇଲୁଣ୍ଡାରୁ ୧୬ ଅନ୍ୟାନ୍ୟ ୪ ରହିଛନ୍ତି। ଗତକାଲି ସମୁଦାୟ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କୋଭିଡ଼୍ ପରିଚାଳନାଗତ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନାରେ ଆର୍‌ଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା, ଗ୍ରାମ୍ୟପଂଚାୟତ ଓ ୱାର୍ଡ଼ସ୍ତରୀୟ କୋଭିଡ଼୍ ପରିଚାଳନା, ପରିଚାଳନାରେ ସଂଘଗୁଡ଼ିକର ସଂପୃକ୍ତି କରାଇବା, ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ, ଗର୍ଭବତୀ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ପରୀକ୍ଷା, ମିନି କଣ୍ଟନମେଣ୍ଟ ଜୋନ୍‌ର ପରିଚାଳନା, ସାମାଜିକ ଦୂରତ୍ୱ, ସମସ୍ତ ଏନ୍‌ଏସି ଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଅଣ୍ଡା ବଣ୍ଟନ, ଆଡ଼ମିଶନ, ଡ଼ିସଚାର୍ଜ ଓ ମୃତ୍ୟୁଜନୀତ ପଂଜିକରଣ ଇତ୍ୟାଦି ବିଷୟରେ ସବିସ୍ତୃତ ଆଲୋଚନା ହୋଇଥିଲା। ସେପ୍ଟେମ୍ବର ମାସ ମଧ୍ୟ ଗଂଜାମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗଂଜାମରୁ କରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୁଲ୍। ତେଣୁ ଜିଲ୍ଲାବାସୀ ସତର୍କ ରହିବା ନିହାତି ଆବଶ୍ୟକ। ଆର୍‌ଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା ନିମନ୍ତେ ଯାହା ଲକ୍ଷ୍ୟଧାର୍ଯ୍ୟ ହୋଇଛି ତାହା ଯେମିତି ପୂରଣ ହେବ ସେଥିପାଇଁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ଭୟାବହତା ଯୋଗୁଁ ଆଧାର ପଂଜିକରଣ କେନ୍ଦ୍ରଗୁଡ଼ିକ ମାର୍ଚ୍ଚ ମାସ ୨୦ ତାରିଖଠାରୁ ବନ୍ଦ କରାଯାଇ ପଂଜିକରଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଏଥିଯୋଗଁ ଅନେକ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତୁରନ୍ତ ଆଧାର ପଂଜିକରଣ କେନ୍ଦ୍ରଗୁଡ଼ିକ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ବ୍ଲକ୍‌, ଏନ୍‌ଏସିରେ ରହିଥିବା ଆଧାର ପଂଜିକରଣ କେନ୍ଦ୍ରଗୁଡ଼ିକ ସଠିକ୍ ସାନିଟାଇଜ୍ ଓ ସାମାଜିକ ଦୂରତ୍ୱ ବଜାୟ ରଖି ପଂଜିକରଣ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

Read More

କିଶୋର ପଟ୍ଟନାୟକ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ମାନଙ୍କ ପଦୋନ୍ନତି ତାଲିକା ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ଆଜି ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ନୂତନ ଓ ସଂଶୋଧନ ପଦୋନ୍ନତି ତାଲିକା ପ୍ରସ୍ତୁତ କରିବାକୁ ଦାବି କରି ଆଜି ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷକ ମାନଙ୍କୁ ସ୍ତର ‘ପଞ୍ଚମ ଏ’ ରୁ ‘ପଞ୍ଚମ ବି’ ଏବଂ ସ୍ତର ଚତୁର୍ଥ ରୁ ତୃତୀୟ କର୍ମଚାରୀ ପାଇଁ ପଦୋନ୍ନତି କରିବାକୁ ନିର୍ଦ୍ଦେଶ ଆସିଛି। ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ଶିକ୍ଷା ବିଭାଗକୁ ବିଜ୍ଞପ୍ତି ଜାରି କରିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟକୁ ଆଧାର କରି ପଦୋନ୍ନତି ଦିଆଯିବା ବ୍ୟବସ୍ଥା କରିଛି। କିନ୍ତୁ, ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ନଥିପତ୍ର ପ୍ରସ୍ତୁତି କରିବାରେ ତ୍ରୁଟି ରହିଥିବା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଗାମୀ ବର୍ଷ ପାଇଁ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିନିଯୋଗ ଯୋଜନା ଏବଂ ପ୍ରକଳ୍ପ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ତ୍ରିପାଠୀ ଗୋପାଳପୁର ବନ୍ଦରର ଉନ୍ନତିମୂଳକ କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଂଗକୁ ନେଇ ଅନୁଷ୍ଠିତ ଏକ ବୈଂକରେ ଅଧ୍ୟକ୍ଷତା କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ମଧୁସୂଦନ ପାଢ଼ୀ, ଅର୍ଥ ବିଭାଗର ମୁଖ୍ୟ ସଚିବ ଅଶୋକ କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ, କାର୍ଯ୍ୟବିଭାଗର ସଚିବ କୃଷ୍ଣକୁମାର, ମତ୍ସ୍ୟ ଓ ଏଆର୍‌ଡ଼ି ବିଭାଗର ସଚିବ ଆର୍‌. ରଘୁ କୁମାର, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର, ଗଂଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭି.ସି. ମାଧ୍ୟମରେ ଆୟୋଜିତ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ତରଫରୁ ସେପ୍ଟେମ୍ବର ମାସ ପାଇଁ ଅନଲକ ୪.୦ ର  ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ସପ୍ତାହନ୍ତ ସଟଡାଉନକୁ ହଟାଯାଇଥିବା ବେଳେ ରାତ୍ରୀକାଳୀନ କର୍ଫ୍ୟୁ କଟକଣାକୁ ମଧ୍ୟ କୋହଳ କରାଯାଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ଲାଗୁ ରହିବ। ତେବେ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଆଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନକୁ ବାଦ ଦେଲେ ଅନ୍ୟ ସବୁ ଅଞ୍ଚଳରେ ଲକଡାଉନ କଟକଣା ରହିବ ନାହିଁ। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ। ସେହିପରି ସିନେମା ହଲ, ସୁଇମିଙ୍ଗ ପୁଲ, ଥିଏଟର, ଅଡିଟୋରିୟମ ବନ୍ଦ ରହିବା ପାଇଁ ଗାଇଡଲାଇନ ଜାରି ହୋଇଥିବା ବେଳେ ସେପ୍ଟେମ୍ବର ୨୧ ତାରିଖ ଠାରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି ମିଳିଛି। ସାମାଜିକ, ରାଜନୈତିକ,…

Read More

ସୀତାରାମ ଅଗ୍ରୱାଲ  ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ଅଞ୍ଚଳରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଅଛି। ଉକ୍ତ ଦୁଇଟି ସହରର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇଥିଲେ। ବିଧାୟକ ସର୍ବପ୍ରଥମେ ବାଲୁଗାଁ ଏନ.ଏ.ସି କାର୍ଯ୍ୟାଳୟରେ ପହଁଚି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଏହାପରେ ଗାନ୍ଧୀଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନିଜର ଅଭିଭାଷଣରେ ବିଧାୟକ ଆଗାମୀ ଦିନରେ ବାଲୁଗାଁ ସହରର ସର୍ବାଙ୍ଗୀନ ଉନ୍ନତି ସହ ସହରର ଡ୍ରେନେଜ ଏବଂ ଆଲୋକୀକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସ୍ଵେଚ୍ଛାସାଥି ମାନେ ଉପସ୍ଥିତ ଥିଲେ।…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ ୪୦୫୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ରାୟଗଡାରୁ ସର୍ବାଧିକ ୬୦୮ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୪୬୮, ଖୋର୍ଦ୍ଧାରୁ ୩୭୦, ଯାଜପୁରରୁ ୩୩୯, ଗଞ୍ଜାମରୁ ୨୩୩, ସୁନ୍ଦରଗଡରୁ ୨୧୭, କୋରାପୁଟରୁ ୧୭୫, ଭଦ୍ରକରୁ ୧୭୨, କଳାହାଣ୍ଡିରୁ ୧୬୫, ପୁରୀରୁ ୧୪୪, ନୟାଗଡରୁ ୧୪୧, ମୟୂରଭଞ୍ଜରୁ ୧୨୦, ମାଲକାନଗିରିରୁ ୧୨୦, ବରଗଡରୁ ୧୦୦, ସମ୍ବଲପୁରରୁ ୯୨, ବାଲେଶ୍ବରରୁ ୮୩, କନ୍ଧମାଳରୁ ୭୯, ଢେଙ୍କାନାଳରୁ ୬୬, ବଲାଙ୍ଗିରିରୁ ୬୨, ନବରଙ୍ଗପୁରରୁ ୫୨, କେନ୍ଦ୍ରାପଡାରୁ ୫୦, ଗଜପତିରୁ ୪୮, ଜଗତସିଂହପୁରରୁ ୩୫, ଝାରସୁଗୁଡାରୁ ୩୫, କେନ୍ଦୁଝରରୁ ୨୯, ଦେବଗଡରୁ ୧୩, ସୋନପୁରରୁ ୧୩, ନୂଆପଡାରୁ ୯, ବୌଦ୍ଧରୁ ୬ ଏବଂ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩…

Read More

ନୂଆଦିଲ୍ଲୀ : କରୋନା ସଙ୍କଟ କାରଣରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ପୁନର୍ବାର ପ୍ରତିବନ୍ଧକ ଲଗାଇଛି ବେସାମରିକ ବିମାନ ଚଳାଚଳା ମନ୍ତ୍ରାଳୟ । ଆସନ୍ତା ସେପ୍ଟେମ୍ବର 3୦ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତିକ ବିମାନ ଯାତ୍ରା ଉପରେ ମନ୍ତ୍ରାଳୟ ପକ୍ଷରୁ ରୋକ ଲଗାଯାଇଛି । ତେବେ କାର୍ଗୋ ବିମାନ ଏବଂ ସ୍ୱତନ୍ତ୍ର ଭାବରେ ଅନୁମତି ହାସଲ କରିଥିବା ବିମାନ ଗୁଡିକୁ ଏହି ନିୟମରୁ ବାଦ ଦିଆଯିବ । ସୋମବାର ଦିନ ଡିଜିସଏ ମୁଖ୍ୟ ଅରୁଣ କୁମାର ଏହି ସୂଚନା ପ୍ରଦାନ କରିଛନ୍ତି । ସେପ୍ଟେମ୍ବର 30 ପୂର୍ବରୁ  କରୋନା ସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ।

Read More

ଭୁବନେଶ୍ୱର: ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ଆଜି ତାଙ୍କର ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ନିଜେ ଟ୍ୱିଟର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ଆଜି ସକାଳେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

Read More

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରିବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଂପ୍ରତିକ ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶି ଥିବା ବେଳେ ଅନେକ ଚାଷଜମି ଜଳମଗ୍ନ ଅବସ୍ଥାରେ ଅଛି। ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ଛୋଟ ବନ୍ଧ ଭାଙ୍ଗିଛି। ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷିତିଗ୍ରସ୍ତ ହୋଇଛି। ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, NDRF, ଅଗ୍ନିଶମ, SRC ଓ ସ୍ଥାନୀୟ ନାଉରୀଆମାନେ ସର୍ବୋପରି ସ୍ଥାନୀୟ ଲୋକମାନେ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ…

Read More

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି । ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବହୁ ଜିଲ୍ଲା ଜଳମଗ୍ନ ହୋଇଥିବାବେଳେ ବହୁ ଗାଁ ବୁଡିଯାଇଛି, ଅନେକ ଘର ଭାଙ୍ଗି ଯାଇଛି ଏବଂ ବହୁ ସ୍ଥାନରେ ରାସ୍ତା ଓ ଗମନାଗମନ ଭିତ୍ତିଭୂମି ନଷ୍ଟ ହୋଇଛି । ତେବେ ସାଧାରଣ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ତ୍ୱରାନିତ୍ୱ ପଦକ୍ଷେପ ନିଆଯାଉଥିବା ନବୀନ କହିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ବନ୍ୟା ଆସିବା ଫଳରେ ଚାରୋଟି ବଡ ନଦୀ ର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା। ଫଳରେ ହୀରାକୁଦରେ 46ଟି ଗେଟ ଖୋଲା ଯାଇଥିଲା । ଅନ୍ୟପଟେ ଗେଟ ଖୋଲିବା ଯୋଗୁଁ ତଳିଆ ଅଂଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ବରୀରେ ବ୍ୟାପକ…

Read More

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି । ଏନେଇ ପ୍ରଣବ ମୁଖାର୍ଜୀଙ୍କ ପୁତ୍ର ଅଭିଜିତ୍‌ ମୁଖାର୍ଜୀ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ରହିଥିଲେ ପ୍ରଣବ ମୁଖାର୍ଜୀ । 84 ବର୍ଷ ବୟସରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀ । ଅଗଷ୍ଟ 10 ତାରିଖରେ ପ୍ରଣବ ମୁଖାର୍ଜୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ବ୍ରେନ୍‌ ସର୍ଜରୀ ଓ ଫୁସ୍‌ଫୁସ୍‌ ସଂକ୍ରମଣଓ କରୋନାରେ ମଧ୍ୟ ପୀଡ଼ିତ ଥିଲେ ପ୍ରଣବ ମୁଖାର୍ଜୀ । 2012ରୁ 2017ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ ପ୍ରଣବ ମୁଖାର୍ଜୀ । ଭାରତୀୟ ରାଜନୀତିରେ ପାଞ୍ଚ ଦଶନ୍ଧି ଧରି ସକ୍ରିୟ ରହିଥିଲେ ପ୍ରଣବ ମୁଖାର୍ଜୀ ।1969ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ରାଜନୀତିକୁ ଆସିଥିଲେ ପ୍ରଣବ ମୁଖାର୍ଜୀ ।  କଂଗ୍ରେସର ବରିଷ୍ଠ ନେତା ଥିଲେ ପ୍ରଣବ ମୁଖାର୍ଜୀ । ସେ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ଭାଳି…

Read More

ଭୁବନେଶ୍ବର : ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ବନ୍ୟାଦୃଷ୍ଟିରୁ ଆବେଦନ ଅବଧି ବଢାଯାଇଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ। ସେପ୍ଟେମ୍ବର 4 ପରିବର୍ତ୍ତେ ସେପ୍ଟେମ୍ବର 11 ଯାଏଁ ସରକାର ଯୁକ୍ତ ଦୁଇ ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି ସରକାର । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ବିଳମ୍ବରେ ପରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ରାଜ୍ୟରେ ଏବେ ବନ୍ୟା ସ୍ଥିତିକୁ ଦେଖି ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି ।

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 404 ପଜିଟିଭ୍‌ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଭୁବନେଶ୍ବରରୁ ଆଜି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ସୁସ୍ଥ ହୋଇଛନ୍ତି 273 ଜଣ । ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 10 ହଜାର 425ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 6 ହଜାର 334ଜଣ । 42 ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ 4 ହଜାର 38ଜଣ ସକ୍ରିୟ ମାମଲା ରହିଛି । ବିଏମସି ଓ୍ବାର୍ଡ ଅନୁଯାୟୀ ସକ୍ରିୟ ମାମଲା, ସୁସ୍ଥ ମାମଲା ଓ ମୃତ୍ୟୁ ସଂଖ୍ୟାର ସୂଚନା ଦେଇଛି । 27 ନମ୍ବର ଓ୍ବାର୍ଡରେ ସର୍ବାଧିକ 23 ଜଣ ରହିଥିବାବେଳେ  2 , 40, ଓ 19 ନମ୍ବର ଓ୍ବାର୍ଡରେ 17ଜଣ ଲେଖାଏଁ ରହିଛନ୍ତି । ସେହିପରି 32 ନମ୍ବର ଓ୍ବାର୍ଡରେ 15 ଜଣ, 46 ନମ୍ବର ଓ୍ବାର୍ଡରେ 19ଜଣ ରହିଛନ୍ତି ।

Read More

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ସରକାର ରାଜ୍ୟରେ କଣ୍ଟେନେମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ଅବଧି ସେପ୍ଟେମ୍ବର 30 ଯାଏଁ ବୃଦ୍ଧି କରିଛନ୍ତି । ତେବେ ସେପ୍ଟେମ୍ବର 8ରୁ ରାଜ୍ୟରେ ମେଟ୍ରୋ ରେଳ ସେବା ଆରମ୍ଭ ହେବ । ଏହା ବ୍ୟତୀତ ରାଜ୍ୟରେ 7,11 ଓ 12 ତାରିଖରେ ସମ୍ପୂଣ୍ଣ ଲକଡାଉନ୍‌ ଜାରି ରହିବ ।  ଏନେଇ ରାଜ୍ୟ ସରକାର ସୋମବାର ଦିନ ଆଦେଶ ଜାରି କରିଛନ୍ତି । ପୂର୍ବବତ୍‌ ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଏବଂ ପ୍ରେକ୍ଷାଳୟ ଉପରେ ମଧ୍ୟ ନିଷେଧାଦେଶ ଜାରି ରହିବ।ସେହିପରି ରାଜ୍ୟରେ ସ୍କୁଲ କଲେଜ ମଧ୍ୟ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ରହିଛି । ଅପରପକ୍ଷରେ, କଣ୍ଟେନମେଣ୍ଟ ଜୋନ ବାହାର ଅଞ୍ଚଳରେ ଓପନ୍‌ ଥିଏଟର ସେପ୍ଟେମ୍ବର 21 ତାରିଖରୁ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ଆବଶ୍ୟକ ଅନୁମତି ନେବାକୁ ପଡ଼ିବ । (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ଥାନା ବଡବାହାଳ ପଂଚାୟତର ଖଣ୍ଡହତା ଗ୍ରାମରେ ଜଣେ ବ୍ୟକ୍ତିବିଷ ପାନ କରି ଆତ୍ମ ହତ୍ୟା କରିଥିବା ଘଟଣା ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ,ଖଣ୍ଡହତା ଗ୍ରାମର ପ୍ରହଲ୍ଲାଦ ମାଝୀ(୫୦) ତାଙ୍କ ସ୍ତ୍ରୀଙ୍କ ସହ ଝଗଡା ହୋଇଥିଲା । ସେ ଏମିତି ନିଜର ସ୍ତ୍ରୀ ସହ ମଦ୍ୟପାନ କରି ଝଗଡା କରେ ।ଗତକାଲି ମଧ୍ୟ ମଦ୍ୟପାନ କରି ସ୍ତ୍ରୀ ସହ ଝଗଡା କରି ଶେଷରେ କିଟନାଷକ ଔଷଧ ଖାଇ ଦେଇଥିବା ରେଢାଖୋଲ ଥାନାଧୀକାରୀ ପ୍ରଶାନ୍ତ କୁମାର ସାମଲ ପ୍ରକାଶ କରିଛନ୍ତି । ଆଜି ରେଢାଖୋଲ ପୋଲିସ୍ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

Read More

କନ୍ଦର୍ପ ବେହେରା ରେଢାଖୋଲ : ଆଜି ରେଢାଖୋଲ ଥାନା କଦଳୀଗଡ ନିକଟସ୍ଥ ଅନୁଗୋଳ ଜିଲ୍ଲା କିଆକଟା ଥାନା ଟୁସର ପଂଚାୟତର ଓରଡା ପୋଲ ନିକଟରୁ ଜଣେ ଅଚିହ୍ନା ଯୁବତୀର ମୃତ ଦେହକୁ କିଆକଟା ପୋଲିସ୍ ଉଦ୍ଧାର କରିଛି । ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳୀଗଡ ଗ୍ରାମ ନିକଟ ତଥା ଅନୁଗୋଳ ଜିଲ୍ଲା କିଆକଟା ଥାନା ଟୁସର ପଂଚାୟତର ଓରଡା ନିକଟରେ ଥିବା ଏକ ପୋଲ ପାଖରେ ଜଣେ ଅଚିହ୍ନା ଯୁବତୀର ମୃତ ଦେହ ପଡିଥିବା ରାସ୍ତାରେ ଯାଉଥିବା ବାଟୋଇମାନେ ଦେଖି କିଆକଟା ପୋଲିସ୍ କୁ ଖବର ଦେଇଥିଲେ କିଆକଟା ପୋଲିସ୍ ଶବଟିକୁ ଜବତ କରି କିଆକଟା ଥାନାକୁ ନେଇଯାଇଥିଲା । ମୃତ ମହିଳାର ବୟସ ୨୦ ବର୍ଷ ଭିତରେ ବୋଲି ଆନୁମାନ କରାଯାଉଛି । ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସଂଦେହ ହେଉଛି । ମହିଳାଟିର ତଂଟିକୁ କୈାଣସି ଏକ ଧାରୁଆ ଅସ୍ତ୍ରରେ କାଟି ତାକୁ…

Read More

ଅଗରତାଲା : ତ୍ରିପୁରାରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି ।ଖେଳିବା ବାହାନାରେ ଏକ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଛି । ଅଭିଯୁକ୍ତମାନେ ନାବାଳକ ବୋଲି ସୂଚନା ରହିଛି । ରବିବାର ପଶ୍ଚିମ ତ୍ରିପୁରାରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଲୁଚାକାଳି ଖେଳିବା ବାହାନାରେ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ସାତ ଜଣ ବାଳକ । ଅଭିଯୁକ୍ତଙ୍କ ମଧ୍ୟରୁ 6 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ରହିଛି । ଗିରଫ ହୋଇଥିବା 6 ଅଭିଯୁକ୍ତ ନାବାଳକ ମଧ୍ୟରୁ ଚାରି ଜଣଙ୍କୁ ଜୁଭେନାଇଲ ହୋମ  ପଠାଯାଇଥିବା ବେଳେ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରଣ ଏହି ଦୁଇ ଅଭିଯୁକ୍ତ କରୋନା ପଜିଟିଭ୍‌ ହୋଇଥିବାର ସୂଚନା ରହିଛି । ଶନିବାର ଦିନ ନାବାଳିକା ଜଣକ ଘରକୁ ଫେରୁଥିବା ସମୟରେ ଏହି କାଣ୍ଡ ଘଟିଥିବାର ସୂଚନା ରହିଛି । ପୀଡ଼ିତା ନାବାଳିକାଙ୍କ ପିତାଙ୍କ ଅଭିଯୋଗେ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି…

Read More

ଭୁବନେଶ୍ୱର: ମଧୁବାବୁ ପେନସନ ଯୋଜନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଚାରି ମାସର ଅଗ୍ରୀମ ମଧୁବାବୁ ପେନସନ ଟଙ୍କା ପାଇବେ ହିତାଧୀକାରୀ । ସବୁ ହିତାଧିକାରୀଙ୍କୁ ସେପ୍ଟେମ୍ବରରେ ମିଳିବ ଏକକାଳୀନ ଚାରି ମାସର ଭତ୍ତା । ସେପ୍ଟେମ୍ବରରୁ ଡିସେମ୍ବର ଯାଏଁ ଭତ୍ତା ଏକକାଳୀନ ଦେବାକୁ ନିଷ୍ପତ୍ତି ହୋଇଛି । ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଟଙ୍କା ହିତାଧୀକାରୀଙ୍କୁ ମିଳିବ ବୋଲି ସୂଚନା ମିଳିଛି । ସେପ୍ଟେମ୍ବରରେ ଏକକାଳୀନ ଚାରି ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।

Read More