ଭୁବନେଶ୍ବର,ସୋମବାର ଦିନ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ସକାଳୁ ହେଲିକାପ୍ଟରରେ ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ପ୍ରଭୃତି କେତେକ ଜିଲ୍ଲାର ପରିସ୍ଥିତି ଦେଖିବେ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବନ୍ୟା ପରିସ୍ଥିତି ସମୀକ୍ଷା ବୈଠକ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲଗାତର ତିନୋଟି ଲଘୁ ଚାପ ସୃଷ୍ଟି ଯୋଗୁଁ ରାଜ୍ୟର ମହାନଦୀ, ସୁବର୍ଣ୍ଣ ରେଖା, ବୈତରଣୀ ଏବଂ ବ୍ରାହ୍ମଣୀ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ତେବେ ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଟିମ ଏବଂ ଅଗ୍ନଶମ ବିଭାଗ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେମାନଙ୍କ ସହଯୋଗରେ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ନେବା ସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଛି। ବର୍ତ୍ତମାନ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଆସନ୍ତାକାଲି ଏଥିରେ ଆହୁରି ପରିବର୍ତ୍ତନ ହେବ ବୋଲି ମୁଖ୍ୟସାସନ ସଚିବ କହିଛନ୍ତି।
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ପୂର୍ବାହ୍ନରେ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ବନ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଲୋକ ମାନଙ୍କୁ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ମାସ୍କ୍ ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।ଏଥିସହିତ ସ୍ଥାନାନ୍ତରିତ ଲୋକମାନଙ୍କୁ ଜିଲ୍ଲାପାଳ ମାସ୍କ୍ ବଣ୍ଟନ କରିବା ସହ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳର ଗୋରୁ ଗାଈଙ୍କ ପାଇଁ ଗୋଖାଦ୍ୟ ବଣ୍ଟନର ତଦାରଖ କରିବା ସହ ନିଜେ ବଣ୍ଟନ କରିଥିଲେ। ତିର୍ତ୍ତୋଲ ବ୍ଲକର ଗୋପିଆକୁଦ ଗ୍ରାମ୍ୟ ଉନ୍ନୟନ ବିଭାଗର ରେଷ୍ଟସେଡରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପଶୁଖାଦ୍ୟ ଓ ମାସ୍କ୍ ବଣ୍ଟନ କରିଥିଲେ। ଏଥିସହିତ ଜିଲ୍ଲାପାଳ ଦୁର୍ବଳ ନଦୀବନ୍ଧ ଅଞ୍ଚଳ ପରିଦର୍ଶନ କରି ମଣିଜଙ୍ଗା ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବନ୍ୟାଜନିତ ପରିସ୍ଥିତିର ପରିଚାଳନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ତିର୍ତ୍ତୋଲ ବ୍ଲକ, କୁଜଙ୍ଗ ଓ ଜଗତସିଂହପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜଇପୁର ପଥପ୍ରାନ୍ତ ଆଶ୍ରୟ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ ।ଜଗତସିଂହପୁର ଜିଲ୍ଲାର ୧୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ସଜାଗରହି ଖାଦ୍ୟଦ୍ରବ୍ୟ, ଗୋ ଖାଦ୍ୟ ,ପଲିଥିନ୍ ଓ ଆର ଏସ୍ ଔଷଧ,ପାନୀୟଜଳ, ହାଲୋଜିନ୍ ଟାବଲେଟସ୍ ,ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ ରିଲିଫ୍ କୋର୍ଡ ଅନୁଯାୟୀ ଯୋଗାଇ ଦେଇଛନ୍ତି। ଏଥିସହିତ ଏନ୍ ଡି ଆର୍ ଏଫ୍, ଓଡ୍ରାଫ୍ ,ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି। ଯଦି ପାଣି ନିଷ୍କାସନ ନହୁଏ ଆର୍ ଡିସିଙ୍କ ଅନୁମତିରେ ରିଲିଫ୍ କୋର୍ଡ…
ରାୟଗଡା, ବର୍ତ୍ତମାନ ସାରା ରାଜ୍ୟରେ କୋଭିଡ19 ନିୟମ ଲାଗୁ କରାଯାଇଥିବା ବେଳେ ଅନେକ ଏହାକୁ ଉଲ୍ଲଘଂନ କରିବାରେ ଲାଗିଛନ୍ତି। ଏପରି ପରିସ୍ଥିତିରେ ରାୟଗଡା ପୋଲିସ ଗତ କିଛିଦିନ ଧରି ଏହି ଉଲ୍ଲଘଂନକାରୀଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରିଛି। ଏଥିରେ 56 ଜଣ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ 37 ହଜାର 5ଶହ ଟଙ୍କା ଫାଇନ ଆଦାୟ ହୋଇଛି। ସେହିପରି 84 ଜଣଙ୍କଠାରୁ ମାସ୍କ ପିନ୍ଧି ନ ଥିବା ମାମଲାରେ 35 ହଜାର 5 ଶହ ଟଙ୍କା ଆଦାୟ କରିଛି।ଏହି ସମୟରେ ଅବକାରୀ ବିଭାଗ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରା ମଦ ଜବତ କରିବା ସହିତ 8 ଜଣଙ୍କ ନାମରେ ମାମଲ ଋଜୁ କରିଛି।
#NightOperation of ODRAF team 8th Bn Chattarpur in Badabiruan village under Korei Block of Jajpur district.
ନବରଂଗପୁର, ଛାତ୍ର/ଛାତ୍ରୀମାନେ ଆସନ୍ତା ମାସ ସେପ୍ଟେମ୍ବର ୧ଠାରୁ ୬ତାରିଖ ଓ ୧୩ ତାରିଖ ଗୁଡିକରେ ହେବାକୁଥିବା JEE,NEETପରୀକ୍ଷା ଦେବା ନିମନ୍ତେ ଜିଲ୍ଲାରୁ ବିଭିନ୍ନ ସହରକୁ ସମ୍ବଲପୁର, ବ୍ରହ୍ମପୁର ଏବଂ ଭୁବନେଶ୍ୱର ଯାତାୟାତ ପାଇଁ ନିମ୍ନ ପ୍ରଦତ୍ତ ଯାନଗୁଡିକର ପ୍ରଶାସନ ତରଫରୁ ବ୍ୟବସ୍ଥା ଏବଂ ଶୁଭାରମ୍ଭ ।
Aspirants for #neetJEE2020 about to board Bus from AMBAGUDA,Koraput towards Berhempur & BBSR.The aspirants. Were seen off by Dist.Admn. after delivering fruits,Water bottles with Good wishes for their safe journey& gd.outcome.
ଭୁବନେଶ୍ବର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ର ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। କିଛିଦିନ ତଳେ ତାଙ୍କ ଡ୍ରାଇଭର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଫଳରେ ବିଧାୟକ ହୋମ କ୍ବାରଣ୍ଟାଇନରେ ଥିଲେ। ପରବର୍ତ୍ତ ସମୟରେ ତାଙ୍କର ଏବଂ ପରିବାର ସଦସ୍ୟଙ୍କ ନମୂନା ପରୀକ୍ଷା କରାଯାଇଥିଲା। ସମସ୍ତଙ୍କର ନେଗେଟିଭ ଆସିଥିବା ବେଳେ ବିଧାୟକଙ୍କର ପଜେଟିଭ ଆସିଥିଲା।ହେଲେ ତାଙ୍କ ଦେହରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ଏ ନେଇ ଦେବୀ ମିଶ୍ର ତାଙ୍କ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସେ ହୋମ ଆସୋଲେସନରେ ଅଛନ୍ତି। କେବେଳ ଜରୁରୀ କାମରେ ତାଙ୍କୁ ଫୋନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀ : ଅଭିନେତା ହିମାଂଶ କୋହଲି କହିଛନ୍ତି ଯେ ତାଙ୍କ ଘରେ ସେ ହେଉଛନ୍ତି ଏକମାତ୍ର ସୁସ୍ଥ ବ୍ୟକ୍ତି । କାରଣ ତାଙ୍କ ପିତାମାତା ଏବଂ ଭଉଣୀଙ୍କର କୋଭିଡ -19 ପଜିଟିଭ୍ ଆସିଛି। “ମୁଁ ଘରର ଏକମାତ୍ର ସୁସ୍ଥ ବ୍ୟକ୍ତି ଭାବେ ମୋର ଦୁଇଟି ମୁଖ୍ୟ ଦାୟିତ୍ବ ଅଛି, ଗୋଟିଏ ହେଉଛି ମୋର ପରିବାରର ଯତ୍ନ ନେବା ଏବଂ ଦ୍ୱିତୀୟଟି କୋଭିଡ ସଂକ୍ରମିତ କ୍ଲବରେ ଯୋଗ ନ ଦେବା। ଏହାକୁ ପରିଚାଳନା କରିବା ନିଶ୍ଚିତ ସହଜ ନୁହେଁ, କିନ୍ତୁ ଏହା ହେଉଛି ଏକ ସମୟର କଥା। ଏହି ସମୟରେ ମୋ ପରିବାର ମୋତେ ଅଧିକ ଆବଶ୍ୟକ କରନ୍ତି, ହେଲେ ଖୁସିର କଥା ମୁଁ ତାଙ୍କ ପାଖରେ ଅଛି।’ ଟୁଇଟ କରି ହିମାଂଶୁ କହିଛନ୍ତି।
Kolkata: BJP activists wear Narendra Modi masks and listen to Narendra Modi speech at “Mann Ki Baat” on AIR in Kolkata on Aug 30, 2020. (Photo: IANS)
ନୂଆଦିଲ୍ଲୀ, ଅନଲାଇନ୍ ଗୁପ୍ତଚର ସଂସ୍ଥା ସାଇବଲ୍ ରବିବାର ଦିନ କହିଛି ଯେ ପେଟିଏମ୍ ମଲର ସମସ୍ତ ଡାଟାବେସରେ ସେମାନେ ପ୍ରବେଶ କରିପାରିବେ। ଏପରିକି ଡାଟା ବେସକୁ ମଧ୍ୟ ଚୋରୀ କରିପାରିବେ। ବର୍ତ୍ତମାନ ସେମାନେ ପେଟିମର ଆଡମିନର ଦ୍ବାର ଦେଶରେ ପହଁଚି ସାରିଲେଣି। ଆଉ କିଛିଦିନ ପରେ ପୁରା ଭିତରକୁ ପ୍ରବେଶ କରିପାରିବୁ ବୋଲି ଏହି ସଂସ୍ଥା ଦାବୀ କରିଛି। ତେବେ ଇ-କମର୍ସ ପ୍ଲାଟଫର୍ମ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପେଟିଏମ୍ ମଲ୍ ମୁଖପାତ୍ର କିନ୍ତୁ କହିଛନ୍ତି ଯେ ଏହି ଦାବିଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ସମସ୍ତ ଉପଭୋକ୍ତା ତଥା କମ୍ପାନୀ ତଥ୍ୟ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ନିରାପଦ ଅଟେ। ଏକ ସମ୍ଭାବ୍ୟ ହ୍ୟାକ୍ ଏବଂ ଡାଟା ଉଲ୍ଲଂଘନ ଦାବିକୁ ଆମେ ଲକ୍ଷ୍ୟ କରିଛୁ ଏବଂ ଅନୁସନ୍ଧାନ କରିଛୁ…
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ) ଫ୍ୟୁଚର ଗ୍ରୁପ୍ର ଖୁଚୁରା ଓ ପାଇକାରୀ (ହୋଲ୍ସେଲ୍) ବ୍ୟବସାୟ ଏବଂ ଲଜିଷ୍ଟିକ୍ସ ଓ ୱେୟାରହାଉସିଂ ବ୍ୟବସାୟକୁ ଗ୍ରୁପ୍ର ସମସ୍ତ ବ୍ୟବସାୟିକ ସଂସ୍ଥା ବିକ୍ରି ଭିତ୍ତିରେ ଏକକାଳୀନ ୨୪,୭୧୩ କୋଟି ଟଙ୍କାରେ ଅଧିଗ୍ରହଣ କରୁଥିବା ସଂପର୍କରେ ଶନିବାର ଘୋଷଣା କରିଛି। ସମ୍ମିଳିତ ବୁଝାମଣାରେ ଉଲ୍ଲିଖିତ ବ୍ୟବସ୍ଥା ଅନୁଯାୟୀ ଏହି ଅଧିଗ୍ରହଣ ସମ୍ପନ୍ନ କରାଯିବ। ଏହି ଅଧିଗ୍ରହଣ ଯୋଜନାର ଅଂଶ ଭାବରେ ଫ୍ୟୁଚର ଗ୍ରୁପ୍ ବ୍ୟବସାୟ ପରିଚାଳନା କରୁଥିବା କେତେକ କମ୍ପାନୀକୁ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ରେ ମିଶ୍ରଣ କରୁଛି ସେହି ସମାନ ଯୋଜନାର ଅଂଶସ୍ୱରୂପ ଖୁଚୁରା ଓ ପାଇକାରୀ ବ୍ୟବସାୟ ସଂସ୍ଥାକୁ ରିଲାଏନ୍ସ ରିଟେଲ୍ (ଆରଆରଭିଏଲ୍) ର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ)କୁ ହସ୍ତାନ୍ତର କରାଯାଉଛି। ସେହିଭଳି ଲଜିଷ୍ଟିକ୍ସ ଏବଂ ୱେୟାରହାଉସିଂ ବ୍ୟବସାୟକୁ ରିଲାଏନ୍ସ ରିଟେଲ୍ (ଆରଆରଭିଏଲ୍)କୁ…
ପ୍ରମୋଦ କୁମାର ମହାକୁଡ କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଟସର ଚାଷୀ ସମବାୟ ସମିତି ଭଗାମୁଣ୍ଡା ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀର ଅନଲାଇନ ବିକ୍ରି ପାଇଁ ଫ୍ଲିପକାର୍ଟ ସହିତ ରାଜିନାମା ସ୍ଵାକ୍ଷର ହୋଇଛି। ଆଜିର ଦିନରେ ପ୍ରତେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଉ ବା ଯେକୌଣସି ସାମଗ୍ରୀର ବିକ୍ରି ପାଇଁ ଅନଲାଇନ ସୁବିଧା ହୋଇପାରିଛି। ଘରେ ବସି ମଣିଷ ଯେକୌଣସି ପସନ୍ଦର ଜିନିଷ ଉଚିତ୍ ମୂଲ୍ୟରେ କିଣିପାରୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଟସର ଚାଷୀ ସମବାୟ ସମିତି ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀକୁ ଖାଉଟି ନିକଟକୁ ପହଞ୍ଚାଇବା ପାଇଁ ଅନଲାଇନ ମାଧ୍ୟମରେ ସୁଯୋଗ ସୃଷ୍ଟି କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମବାୟ ସମିତିର ଚାଷୀ, ହିତାଧିକାରୀ, କର୍ମଚାରୀ, ସହଯୋଗ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ ଥାଉକି, ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଠାରେ ପ୍ରାୟ ୧୫୦୦ ଟସର ଚାଷୀକୁ ନେଇ ଟସର…
ଭୁବନେଶ୍ବର, ଆସନ୍ତା ୩୧ ତାରିଖରେ ପଶ୍ଚିମବଙ୍ଗରେ ହେଉଥିବା ସମ୍ପୂର୍ଣ୍ଣ ଲକ୍ ଡାଉନ ପାଇଁ ପୂର୍ବ ତଟ ରେଳପଥର ଟ୍ରେନ ଗୁଡିକ ପ୍ରଭାବିତ ହେବ। ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ପୂର୍ବରୁ ସୂଚନା ପ୍ରଦାନ କରୁଛି। ଏହା ଦ୍ବାରା ଯେଉଁ ଟ୍ରେନ ପ୍ରଭାବିତ ହେଉଛି ସେଗୁଡିକ ହେଉଛି.. ବାତିଲ ହେଉଥିବା ଟ୍ରେନ : 1-. ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ ୩୦ ଅଗଷ୍ଟ ୨୦୨୦ ତାରିଖରେ ଯଶୋବନ୍ତପୁର ଠାରୁ ବାତିଲ କରାଯିବ 2. ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ୩୧ ଅଗଷ୍ଟ ୨୦୨୦ ତାରିଖ ଦିନ ବାତିଲ କରାଯିବ 3. ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ ୨୦୨୦ ସେପ୍ଟେମ୍ବର ପହିଲା ଦିନ ବାତିଲ କରାଯିବ 4. ୦୨୦୭୪/୦୨୦୭୩ ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ ୩୧ ଅଗଷ୍ଟ , ୨୦୨୦ ତାରିଖ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା…
Patna: Labourers from Bihar waiting their turn to catch flights at Patna airport, in Patna on August 30, 2020.
Mathura: Four coaches of Goods train derailed in Mathura on Sunday, rail traffic disturbed between Delhi & Mathura, on August 30,2020. (Photo: IANS)
ପିଲିଭିଟ (ଉତ୍ତରପ୍ରଦେଶ), ପ୍ରେମ ପାଇଁ ଏକ ବିଚିତ୍ର ଘଟଣା ଉତ୍ତର ପ୍ରଦେଶର ପିଲିଭିଟ ଅଞ୍ଚଳରେ ଘଟିଯାଇଛି। ଜଣେ ୩୬ ବର୍ଷିୟା ମହିଳା ତାଙ୍କ ସ୍ବାମୀଙ୍କ ନାମରେ ପ୍ରେମିକଙ୍କ ପାଇଁ ଏକ ଜାଲ ପାସପୋର୍ଟ କରି ଅଷ୍ଟ୍ରେଲିୟା ବୁଲି ଆସିଲେ ସିନା କେହି ଧରିପାରିଲେ ନାହିଁ। ହେଲେ ସ୍ବାମୀ ଘରକୁ ଫେରି ଦେଖିବା ପରେ ଜାଣିଲେ ଯେ, ତାଙ୍କ ସ୍ତ୍ରୀ ଅଷ୍ଟ୍ରେଲିଆ ଯାଇଛନ୍ତି। ସେ ଆଶ୍ଚର୍ଯ୍ୟ ହୋଇଗଲେ। ପରେ ଜାଣିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବିଦେଶ ଯାଇଛନ୍ତି। ପରେ ମହିଳାଙ୍କ ସ୍ବାମୀ ଥାନାରେ ଉଭୟଙ୍କ ନାମରେ ଏତାଲା ଦାୟର କରିଛନ୍ତି। ତେବେ ଘଟଣାରୁ ଜଣାପଡିଛି ଯେ, ମହିଳାଙ୍କ ୪୬ ବର୍ଷର ସ୍ବାମୀ ମୁମ୍ବାଇରେ କାମ କରନ୍ତି। ସେ ବେଳେ ବେଳେ ତାଙ୍କ ସ୍ତ୍ରୀଙ୍କୁ ଦେଖିବା ପାଇଁ ନିଜ ଗାଁ ଦାମଗରୀକୁ ଆସନ୍ତି। ସେ ମୁମ୍ବାଇରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଗାଁ ରେ ଥିବା ଫାର୍ମ ହାଉସରେ…
ଚଣ୍ଡିଗଡ଼ : ପଞ୍ଜାବରେ ଜନ୍ମିତ ଜଣେ ବ୍ୟକ୍ତି ଗତ 40 ବର୍ଷ ଧରି ନରୱେ ଖାଦ୍ୟ ଜଗତରେ ଏକ ଇତିହାସ ସୃଷ୍ଟି କରି ଆସୁଛନ୍ତି। ସେ ହେଉଛନ୍ତି ଗୁରୁଦୟାଲ ସିଂ। ନରୱେର ଓସଲୋ ଠାରେ ଏହି ରେଷ୍ଟୁରାଣ୍ଟ କରି ସେ ବର୍ତ୍ତମାନ ସମସ୍ତଙ୍କ ସ୍ବାଦ ଜିତି ପାରିଛନ୍ତି। ମୁଖ୍ୟତଃ ଭାରତୀୟ ପାରମ୍ପାରିକ ଖାଦ୍ୟ ପରିବେଷଣ କରି ସେ ନରୱେବାସୀଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ଏହି ରେଷ୍ଟୁରାଣ୍ଟ ସଂରପର୍କରେ ଜାତିସଂଘର ପୂର୍ବତନ ପରିବେଶ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏରିକ୍ ସୋଲହାଇମ୍ ଶନିବାର ଏକ ଟୁଇଟ୍ରେ କହିଛନ୍ତି, “ଚାଳିଶ ବର୍ଷ ପୂର୍ବେ କାପୁରଥାଲାର ଗୁରୁଦୟାଲ ସିଂ ନରୱେରେ ପ୍ରଥମ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଥିଲେ। ସେ ମୋତେ ଏବଂ ଅନ୍ୟ ନରୱେମାନଙ୍କୁ ଭାରତୀୟ ଖାଦ୍ୟକୁ ଭଲ ପାଇବାକୁ ଶିଖାଇଥିଲେ।” ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ତାଙ୍କ ପରିବାର ଦୁନିଆର କିଛି ସର୍ବୋତ୍ତମ ଭାରତୀୟ ରେଷ୍ଟୁରାଣ୍ଟ ଚଳାନ୍ତି। ଅବିଶ୍ୱାସନୀୟ ଖାଦ୍ୟର ସ୍ବାଦ ଉପଭୋଗ କରନ୍ତୁ।”ଗୁରୁଦୟାଲ ସିଂ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନ ଉପଖଣ୍ଡ ନାକଟିଦେଉଳ ବ୍ଲକ ଜାମୁଜୋରୀ ପଞ୍ଚାୟତ କୁଡ଼ାନାଳୀ ଗ୍ରାମରେ ଜନୈକ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ କରିଥିବା ଖବର ହସ୍ତଗତ ହୋଇଛି। ସୂଚନାଯୋଗ୍ୟ ଯେ, ଜାମୁଜୋରୀ ପଞ୍ଚାୟତ କୁଡ଼ାନାଳୀ ଗ୍ରାମର ଚିଲାଣ୍ଟୁ ସାହୁ (୮୦) ନାମକ ଜଣେ ବୃଦ୍ଧ ସକାଳ ୧୦ ଟା ୩୦ରେ ନିଜ ବାଡିପଟ ବଗିଚାରେ କାମ କରୁଥିଲେ। ହଠାତ ଗୋଟେ ଭାଲୁ ଜଙ୍ଗଲରୁ ଆସି ବୃଦ୍ଧ ଜଣଙ୍କୁ ଆକ୍ରମଣ କରିଥିଲା। ଚିଲାଣ୍ଟୁଙ୍କୁ ଭାଲୁ ଆକ୍ରମଣ ହୋଇଥିବା ଶୁଣି ଗ୍ରାମବାସୀ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ହାତରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି।
କେନ୍ଦୁଝର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜେଇଇ ଏବଂ ନିଟ ପରୀକ୍ଷାର୍ଥିଙ୍କୁ ନେଇ କେନ୍ଦୁଝରରୁ ଏକ ବସ ବାହାରିଛି। ଏଥିରେ ପରୀକ୍ଷାର୍ଥୀଙ୍କ ସହିତ ତାଙ୍କର ଅଭିଭାବକ ମଧ୍ୟ ଯାଇଛନ୍ତି। ଜିଲ୍ଲା ପ୍ରଶାସନ ସହିତ ସ୍ଥାନୀୟ ନୋଡାଲ ଅଫିସରଙ୍କ ସହଯୋଗରେ ଏହି ବସ କେନ୍ଦୁଝରରୁ ଭୁବନେଶ୍ବର ଯିବ। ତେବେ ଏହାପରେ ଆଉ ଏକ ପରୀକ୍ଷାର୍ଥୀ ବ୍ୟାଚକୁ ନେଇ ଏକ ବସ ବାହାରିବ ବୋଲି ଜଣାପଡିଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଇଇ ଏବଂ ନିଟ୍ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ମାଗଣା ବ୍ୟବସ୍ଥା ଘୋଷଣା କରିଥିଲେ। ସେହିପରି ପରୀକ୍ଷା କେନ୍ଦ୍ର ସହରରେ ସେମାନଙ୍କୁ ମାଗଣା ରହିବା ବ୍ୟବସ୍ଥା ମଧ୍ୟ ପ୍ରଦାନ କରାଯିବ। ସେହି ଅନୁସାରେ ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରଶାସନ ଏବଂ ନିଯୁକ୍ତ ନୋଡାଲ ଅଫିସର ସହଯୋଗ କରୁଛନ୍ତି।
ଲକ୍ଷ୍ନୌ: ଜଣେ ନାବାଳିକା ମାନସିକ ଭାରସାମ୍ୟ ହରାଇ ନିଜ ମା ଏବଂ ଭାଇକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଲକ୍ଷ୍ନୌର ଗୌତମ ପଲ୍ଲୀ ଥାନା ଅନ୍ତର୍ଗତ ସରକାରୀ ବଙ୍ଗଳା ଠାରେ ରେଲୱେ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର.ଡି ବାଜପାୟୀଙ୍କ ପରିବାର ରହିଆସୁଥିଲେ। ସେଠାରେ ତାଙ୍କର ସ୍ତ୍ରୀ, ୧୫ ବର୍ଷିୟା ଝିଅ ଏବଂ ପୁଅ ରହୁଥିଲେ। ଅଧିକାରୀଙ୍କ ଝିଅ ଯିଏ ଦଶମ ଶ୍ରେଣୀରେ ପଢେ ଏବଂ ଜଣେ ତାଲିମ ପ୍ରାପ୍ତ ସୁଟର। ମାନସିକ ଭାରସାମ୍ୟ ହରାଇ ଝିଅଟି ନିଜ ମା ଏବଂ ଭାଇକୁ ହତ୍ୟା କରିଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି। ଲକ୍ଷ୍ନୌ କମିଶନର ପୋଲିସ (ସିପି) ସୁଜିତ ପାଣ୍ଡେ କହିଛନ୍ତି ଯେ ଦୁଇଜଣଙ୍କୁ ହତ୍ୟା କରିବା ପରେ ମାନସିକ ସ୍ୱାସ୍ଥ୍ୟ ଭଲ ନଥିବା ନାବାଳିକା ଜଣକ ମଧ୍ୟ ନିଜ ହାତକୁ ବ୍ଲେଡ ସାହାଯ୍ୟରେ ଆଘାତ କରି ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲା। ଘଟଣା ସମୟରେ ରେଳ ଅଧିକାରୀ ଦିଲ୍ଲୀରେ…

