Author: Samikhsya Bureau

ଭୁବନେଶ୍ବର, କୋଭିଡ ପରିଚାଳନା ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ଏକ ଗରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ।ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ। ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟରେ ଅଧିକ ପରୀକ୍ଷା କରାଯାଉଥିବା ସହିତ ସଂକ୍ରମଣ ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ହଟଷ୍ପଟ ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ଆଇସିୟୁ ଶଯ୍ୟାର ଉପଲବ୍‌ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ପୋଲିସ୍ ଏବଂ ବ୍ରହ୍ମପୁର ପୋଲିସ୍ ଦ୍ଵାରା ଅମାନିଆଙ୍କଠାରୁ ଜୋରିମାନା ଆଦାୟ ଜାରି ରହିଛି। ଆଜି ବ୍ରହ୍ମପୁର ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଏବଂ ଚଢ଼ାଉ ଜାରି ରହିଥିଲା। ସାମାଜିକ ଦୂରତା ଉଲ୍ଲଂଘନରେ ୨ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବାବେଳେ ମାସ୍କ ପିନ୍ଧିନଥିବା ୬୫ ଜଣ ଅମାନିଆଙ୍କଠାରୁ ୧୩ ହଜାର ଟଙ୍କା ଆଦାୟ ହୋଇଛି। ଗାଡ଼ି ସମ୍ବନ୍ଧୀୟ ୧୫୪ ଜଣଙ୍କ ଚାଲାଣ କଟି ୭୭ହଜାର ଜୋରିମାନା ଆଦାୟ ହୋଇଛି। ସେହିପରି ଗଂଜାମ ପୋଲିସ୍ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ତରଫରୁ ଚଢ଼ାଉ ଏବଂ ପେଟ୍ରୋଲିଂ ମଧ୍ୟ ଜାରି ରହିଛି। ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ଲକ୍ଷ ୩୧ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସେହପରି ୧୦ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯାଇଥିବାବେଳେ ୪୯୦ ଲିଟର ବେଆଇନ ମଦ ଜବତ ହୋଇଛି।

Read More

ଭୁବନେଶ୍ବର,  କୋଭିଡ19 ମୁକାବିଲା ପାଇଁ ଏଣିକି ବିଧାୟକମାନେ ତାଙ୍କର ଆଞ୍ଚଳିକ ବିକାଶ ପାଣ୍ଠିରୁ ମାସ୍କ କିଣିପାରିବେ। ତେବେ କୌଣସି କଂପାନୀରୁ ନୁହେଁ, ନିଜ ଅଞ୍ଚଳର SHG ମା’ମାନଙ୍କଠାରୁ ଏହି ମାସ୍କ କିଣିପାରିବେ। ଆଜି ଏକ ଭିଡିଓ କନଫ୍ରେସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି। ଏହାଦ୍ବାରା ମାସ୍କ ତିଆରିରେ ନିୟୋଜିତ ଥିବା SHGର ମା ମନେ ଏହି ସମୟରେ ରୋଜଗାର ପାଇପାରିବେ। ଏଥିସହିତ SHG ମାନେ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ମଧ୍ୟ ଦୃଷ୍ଟି ରଖିବା ସହିତ ବ୍ୟାଙ୍କମାନଙ୍କ ସହିତ ଯୋଗାଯୋଗରେ ରହିବା  ପାଇଁ ନବୀନ ପରାମର୍ଶ ଦେଇଥିଲେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗେଟ୍‌ବଜାର ମୁଖ୍ୟ ଛକଠାରୁ ବସ୍ ଏବଂ ଭାରିଯାନ ଯିବା ବନ୍ଦ କରି ନୂଆବସ୍‌ଷ୍ଟାଣ୍ଡ ରୋଡ଼୍ ଗୋକର୍ଣ୍ଣେଶ୍ୱର ମନ୍ଦିର ଦେଇ ଲୋଚାପଡ଼ା ଆଡ଼କୁ ଯିବାର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାଦେଇ ଅନେକଗୁଡ଼ିଏ ବସ୍ ଏବଂ ଭାରିଯାନ ଯାତାୟତ ହୋଇଥାଏ। ଯାହାକି କିଛି ମାତ୍ରାରେ ଗେଟ୍‌ବଜାର ଟ୍ରାଫିକ୍ ସମସ୍ୟା ସମାଧାନ ହୋଇପାରିଥିଲା। ରାସ୍ତାର ଅବସ୍ଥା ବର୍ତ୍ତମାନ ଶୋଚନୀୟ। ରାସ୍ତାଟିର କିଛି ଅଂଶ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ହୋଇଥିବାବେଳେ ଅନ୍ୟ କିଛି ରାସ୍ତା ପୂର୍ତ୍ତବିଭାଗ ଅନ୍ତର୍ଭୁକ୍ତ। ମୁଖ୍ୟତଃ ଗୋକର୍ଣ୍ଣେଶ୍ୱର ମନ୍ଦିରରୁ ଆସୁଥିବା ରାସ୍ତା ସାଉଥ୍‌କୋ ସବ୍‌ଷ୍ଟେସନ ଏବଂ ବୈକୁଣ୍ଠନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଆଣ୍ଠୁଏ ଗର୍ତ୍ତ। ସାମାନ୍ୟ ବର୍ଷା ହେଲେ ସେହି ଗର୍ତ୍ତରେ ପାଣି ଜମି ରହୁଛି। ସେଗୁଡ଼ିକ ସହଜରେ ଗାଡ଼ି ଚାଳକ ଠିକ୍‌ସେ ଅନୁମାନ କରିପାରନ୍ତି ନାହିଁ। ଖାସ୍ କରି…

Read More

ଭୁବନେଶ୍ବର, ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ ଫୋକସ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି କୋଭିଡ19 ନିୟନ୍ତ୍ରଣ ପାଇଁ ଏକ ଭିଡିଓ କନଫ୍ରେସିଂ ମାଧ୍ୟମରେ ସମୀକ୍ଷା କରିଥିଲେ। ଏହି ବୈଠକରେ ବର୍ତ୍ତମାନ କୋଭିଡ ସମୟରେ ଗ୍ରାମାଞ୍ଚଳ ଅର୍ଥନିତି କିପରି ସୁଦୃଢ ହୋଇପାରିବ ତା ଉପରେ ଆଲୋଚନା କରିଥିଲେ। କୋଭିଡ ପରିସ୍ଥିତି ଯୋଗୁ ଅନ୍ୟ ରାଜ୍ୟରୁ ଆସିଥିବା ଭାଇଭଉଣୀମାନେ ଯେପରି ଓଡିଶାରେ ରୋଜଗାର ପାଇପାରିବେ, ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ସେହିପରି ନିର୍ମାଣ ଶ୍ରମିକ ଯୋଜନାରେ ସେମାନଙ୍କର ଦକ୍ଷତା ନିରୂପଣ ଓ ପଞ୍ଜିକରଣ ସୁବିଧାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଛେଳି, କୁକୁଡା ପାଳନ, ମତ୍ସ୍ୟ ଚାଷ ଆଦି ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନକୁ ଦିନ କରୋନାର ସ୍ଥିତି ସୁଧୁରିବାରେ ଲାଗିଛି। ଯାହା ପ୍ରଶାସନ ତରଫରୁ ଆସୁଥିବା ସ୍ପଷ୍ଟ ଚିତ୍ରରୁ ଅନୁମାନ କରାଯାଉଛି। ସୂଚନାଥାଉକି ତଳ ଦିନେ ଗଂଜାମ ଜିଲ୍ଲା ଏକ ସଙ୍କଟଜନିତ ମୁହୂର୍ତ୍ତରେ ପହଞ୍ଚିଯାଇଥିଲା। ଏହି ଜିଲ୍ଲାରେ ରେଡ଼୍ ଜୋନ୍ ଥିଲା। କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାର ପଜିଟିଭ୍ ସଂଖ୍ୟା ବଢ଼ୁôଥିବାବେଳେ ଗଂଜାମ ଜିଲ୍ଲାର ମାମଲା ସଂଖ୍ୟା କମିବାରେ ଲାଗିଛି। ଜିଲ୍ଲାପାଳ ତଳ ଦିନେ ପ୍ରେସବିବୃତ୍ତିରେ ସ୍ପଷ୍ଟ କରିଥିଲେ ଯେ ସ୍ଥାନୀୟ ସଂକମ୍ରଣ ନିୟନ୍ତ୍ରଣାଧୀନ। ପ୍ରଶାସନ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଗଂଜାମରେ ବର୍ତ୍ତମାନ ସୁଦ୍ଧା କରୋନା ପରୀକ୍ଷା ପାଇଁ ୧୯୬୬୬୯ ଲୋକଙ୍କଠାରୁ ସାମ୍ପଲ୍ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ ୧୬୯୩୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୧୦୬୯୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ ପ୍ରକୃତ ତଥ୍ୟ ହେଲା ଖୋର୍ଦ୍ଧା ଜିଲ୍ଲା ଖାସ୍ କରି ଭୁବନେଶ୍ୱର ସହରରେ ଟେଷ୍ଟିଂ ବଢ଼ାଇ ଦିଆଯାଇଛି।…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଯେପରି କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି, ସେଥିରେ ଛାତ୍ରଛାତ୍ରୀମାନେ ଏକଠି ହେବା ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ। ଯେହେତୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି, ତାପୂର୍ବରୁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି। ତେବେ ସ୍କୁଲ କଲେଜ କେବେ ଖୋଲିବ ତାହା ପୂଜା ଛୁଟି ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ସକାଳ ୬.୩୦ ସମୟରେ ବଡ଼ବଜାରରେ ଥବା ବୈକୁଣ୍ଣ ଭବନ ନିକଟସ୍ଥ ଶ୍ରୀରାମ ସିଜନ ଷ୍ଟୋରରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ ଉକ୍ତ ଦୋକାନଟି ୩ ମହଲା ବିଶିଷ୍ଟ ହୋଇଥିବାବେଳେ ମଝି ମହଲାରେ ସକାଳୁ ଫ୍ୟାନରୁ ସର୍ଟସର୍କିଟ ହୋଇ ନିଆଁ ବାହାରି ଅନ୍ୟ ଆଡ଼କୁ ବ୍ୟାପିଥିଲା। ଫଳରେ ଦୋକାନ ମଧ୍ୟରେ ଥିବା ଦୁଇଜଣ କର୍ମଚାରୀ ପ୍ରାଣ ବିକଳରେ ବାହାରକୁ ବାହାରି ଆସିଥିଲେ। ନିଆଁ ଲାଗିବା ବିଷୟ ମାଲିକ କେ. ପ୍ରଦୀପ କୁମାର ପାତ୍ର ଏବଂ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଜଣାଯାଇଥିଲା। ତୁରନ୍ତ ଫାୟାର ଅଧିକାରୀ ସନାତନ ମହାପାତ୍ରଙ୍କ ନେତୃତ୍ୱରେ ଦୁଇଟି ନିଆଁଲିଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଆହତ୍ତ କରିଥିଲେ। ଦୋକାନ ମଧ୍ୟରେ ଥିବା ବିଭିନ୍ନ ପ୍ରକାର ସିଜନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବିଭାଗର ତ୍ୱରିତ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ କୋଭିଡ଼୍‌-୧୯ରେ ନିୟୋଜିତ ଥିବା ପଞ୍ଚାୟତ ଆମ୍ବୁଲନସ ଦୁର୍ଘଟଣା ଗସ୍ତ ହୋଇଛି। କାହାର କିଛି କ୍ଷତି ହୋଇନଥିବାବେଳେ ଆମ୍ବୁଲାନସଟିର ଆଗପଟଟି ଭାଙ୍ଗି ଯାଇଛି। ସୂଚନାଥାଉକି ଏହି ରାସ୍ତାଟିରେ ପ୍ରାୟଦିନ ଦୁର୍ଘଟଣାମାନ ଘଟୁôଥିବାବେଳେ ପଞ୍ଚାୟତ ଆମ୍ବୁଲାନସ (ଓଆର୍ ୦୨ ଏଏ ୧୧୨୨)ଟି କ୍ଷୀପ୍ରଗତିରେ ଆସି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ଼ିଭାଇଡ଼ରକୁ ପିଟି ହୋଇଥିଲା। ଖବରପାଇ ପିସିଆର୍ ଭ୍ୟାନ ପହଞ୍ଚି ଉଦ୍ଧାର କରିଥିବାବେଳେ ଖବର ଲେଖା ହେବା ସୁଦ୍ଧା କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି। କିଛିଦିନ ତଳେ ଏକ ସାରବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଦୋକାନ ଉପରକୁ ମାଡ଼ି ଯାଇଥିଲା। ସୂଚନାଯୋଗ୍ୟ ଦୁର୍ଘଟଣାଗସ୍ତ ଆମ୍ବୁଲାନସ କରୋନା ରୋଗୀ ନେବା ଆଣିବାରେ…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ 3 ହଜାର 343ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 732 ଜଣ ସୁସ୍ଥ ହୋଇଥିବାବେଳେ, ସୁନ୍ଦରଗଡରୁ 261, ଭଦ୍ରକରୁ 245ଜଣ, ଗଞ୍ଜାମରୁ 238 ଜଣ, ରାୟଗଡାରୁ 217 ଜଣ, କଟକରୁ 181, ବାଲେଶ୍ବରରୁ 155, ସମ୍ବଲପୁରରୁ 127 ଜଣ, ପୁରୀରୁ 121 ଜଣ, କୋରାପୁଟରୁ 119ଜଣ, ମୟୂରଭଞ୍ଜରୁ112, ସୋନପୁରରୁ 103, ବୌଦ୍ଧରୁ 84, ବରଗଡରୁ 78, କନ୍ଧମାଳରୁ 68, ବଲାଙ୍ଗିରରୁ 65ଜଣ, ନୟାଗଡରୁ 60ଜଣ, କଳାହାଣ୍ଡିରୁ 56ଜଣ, ମାଲକାନଗିରିର 54 ଜଣ, ଢେଙ୍କାନାଳରୁ 49 ଜଣ, ନବରଙ୍ଗପୁର ଓ କେଉଁଝରରୁ 34 ଜଣ, ଯାଜପୁରରୁ 32 ଜଣ, ଗଜପତିରୁ 27 ଜଣ,ଅନୁଗୁଳରୁ 22 ଜଣ, ଝାରସୁଗୁଡାରୁ 20ଜଣ,କେନ୍ଦ୍ରାପଡାରୁ19 ଜଣ, ଜଗତସିଂହପୁରରୁ 16ଜଣ, ନୂଆପଡାରୁ 11 ଜଣ, ଦେବଗଡରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା 62 ହଜାର 813ରେ ପହଞ୍ଚିଛି ।

Read More

ଓସାକା : ଜାପାନର ଓସାକାର ଏକ ଅଞ୍ଚଳରେ ଖନନ କରାଯାଉଥିବା ସମୟରେ ପ୍ରାୟ 1500 ନରକଙ୍କାଳ ମିଳିଛି । ଓସାକା ସହର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସହର ବିକାଶ ନିମନ୍ତେ ଖନନ କାର୍ଯ୍ୟ କରାଯାଉଥିବା ସମୟରେ ଏହି କଙ୍କାଳ ଗୁଡିକୁ ଉଦ୍ଧାର କରାଯାଇଛି । ତେବେ ଏକ ସ୍ଥାନରୁ ଏତେ ସଂଖ୍ୟକ କଙ୍କାଳ ମିଳିବା ପରେ ମହାମାରୀରୁ ଯୋଗୁଁ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି । ତେବେ ଏହି ସମସ୍ତ ମରଶରୀର ଗୁଡିକ ୧୮ ଶହ ଶତାବ୍ଦୀର ବୋଲି  ଜଣାପଡିଛି । ଏହି ସମସ୍ତ ମୃତ ଶରୀରକୁ ଅଧିକ ପରୀକ୍ଷଣ ପାଇଁ ଖନନ ସ୍ଥଳରୁ ସ୍ଥାନାନ୍ତର କରାଯାଇଛି । ଏହି ମୃତ ଶରୀର ମାନଙ୍କୁ ପରୀକ୍ଷଣ କରାଯାଇ 18ଶହ ଶତାବ୍ଦୀରେ ଲୋକଙ୍କର ଜୀବନଶୈଳୀ ଏବଂ ମୃତ୍ୟୁ ପରର ପରସ୍ଥିତି ସମ୍ପର୍କରେ ଅନୁଶୀଳନ କରାଯିବ ।ଜାପାନର ବଣିକ ବ୍ୟବସାୟୀ ସହର ଓସାକାର ସାତୋଟି ଐତିହାସିକ ସମାଧି ସ୍ଥାନମଧ୍ୟରୁ ଉମେଡା କବର ଖନନ କରାଯାଇଥିଲା। ଆସୋସିଏସନର…

Read More

ନୂଆଦିଲ୍ଲୀ : ମୋରାଟୋରିୟମ୍ ଉପରେ ସୁଧ ଛାଡ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମୋରାଟୋରିୟମର ସୁଧଛାଡ ପାଇଁ ସରକାର ଆରବିଆଇ ପଛରେ ଲୁଚି ପାରିବେ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡି ଓ ଏମ୍‌ ଆର ଶାହାଙ୍କ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଲକଡାଉନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିଲା ତେଣୁ ଏହାର ଦାୟିତ୍ୱ ମଧ୍ୟ ସରକାର ନିଜ ଉପରକୁ ନେବା ଉଚିତ ବୋଲି କହିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ଦାୟିତ୍ୱ ଲଦିଛନ୍ତି ସର୍ବୋଚ୍ଚ କୋର୍ଟ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଏହା କେନ୍ଦ୍ର ସରକାରଙ୍କ ପରିସରରେ ରହିଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ନେଇ କୌଣସି ଘୋଷଣା କରିନାହାନ୍ତି । ଋଣ ଉପରେ ସୁଧ ଛାଡ କରିବା ନିଷ୍ପତ୍ତି ସରକାରଙ୍କର ତେଣୁ…

Read More

ଭୁବନେଶ୍ବର : ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ହେବା ସହିତ ରାସ୍ତାରେ ପାଣି ଚାଲୁଛି । ପ୍ରବଳ ବର୍ଷା ଯୋଗୁଁ ଦୁଇଟି ଟ୍ରକ ଓ ଗୋଟିଏ କାର୍‌ ଭାସିଯିବା ସହ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କରଞ୍ଜିଆରେ ବନ୍ୟା ପାଣିରେ ଟ୍ରକ୍‌ ଭାସିଯାଇଥିବାବେଳେ ଡ୍ରାଇଭରର ମୃତ୍ୟୁ ହୋଇଛି । ଚଢେଇଭଳ ବୈତରଣୀ ନଦୀ ପାଖ ଏକ କଲଭର୍ଟରୁ ଏକ ଟ୍ରକ୍‌ ଭାସିଯାଇଥିବାର ସୂଚନା ରହିଛି । କଲଭର୍ଟ ଉପରେ ପାଣି ଚାଲୁଥିବାବେଳେ ଟ୍ରକ୍‌ ନେବାରୁ ଏହି ଅଘଟଣ ଘଟିଛି । ସେହିପରି କେନ୍ଦୁଝରରେ ପ୍ରବଳ ପାଣି ସୁଅରେ ଏକ ଧାନ ବୋଝେଇ ଟ୍ରକ ଭାସିଯାଇଛି । କେନ୍ଦୁଝର ପାଟଣା ଥାନା ସ୍ବାମପାଟଣା ନିକଟରେ ଏହି ଟ୍ରକ୍‌ଟି ଭାସିଯାଇଥିବାବେଳେ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାର ସୂଚନା ରହିଛି । ଅପରପକ୍ଷରେ ଆନନ୍ଦପୁର ଜଞ୍ଜାଳି ନିକଟ ଏକ ନାଳରେ ଏକ କାର୍‌ ଭାସିଯାଇଥିବାବେଳେ ନିକଟ ବୁଦାରୁ ଜଣେ ବ୍ୟକ୍ତିଙ୍କ…

Read More

ଭୁବନେଶ୍ୱର : ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ତେବେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ଅଧିକ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଭଦ୍ରକ ଓ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଲରେ ବନ୍ୟା ଆଶଙ୍କା ରହିଛି। ତେବେ ସ୍ଥିତିକୁ ଦେଖି ଭଦ୍ରକ ଓ ଯାଜପୁରକୁ ଗୋଟିଏ ଲେଖାଏଁ ଏନ୍‌ଡିଆରଏଫ ଓ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍‌ଆର୍‌ସି। ସେପଟେ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସି ପାରେ ବୋଲି ସୂଚନା ରହିଛି ।  ତେବେ ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ  ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ନଥିବାରୁ…

Read More

ଲକ୍ଷ୍ନୌ : ଲକ୍ଷ୍ନୌରେ ଘଟିଛି ବଡ ସଡକ ଦୁର୍ଘଟଣା। ଲକ୍ଷ୍ନୌ-ହରଦୋଇ ରୋଡ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁଇଟି ବସ୍‌ ଓଭରଟେକ୍‌ ଦେବାରୁ ଧକ୍କା ହୋଇଥିଲା। ଦୁଇ ରୋଡଓ୍ବେଜ୍‌ ବସ୍‌ ପରସ୍ପରକୁ ଧକ୍କା ଦେବାରୁ ଏହି ଭୟଙ୍କର ଦୁର୍ଘଟଣା ହୋଇଛି, ଯେଉଁଥିରେ 6 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଡ୍ରାଇଭର ସମେତ ଚାରିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବାକି ଦୁଇଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ 8ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ମିଳିଛି। ବସ୍‌ ଭିତରେ ପାଖାପଖି 20ରୁ 22 ଜଣ ଲୋକ ଉପସ୍ଥିତ ରହିଛନ୍ତି। (ଏଜେନ୍ସି)

Read More

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ଭୟଙ୍କର ବର୍ଷା ଲାଗି ରହିଛି । ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ  ବିଭାଗ ତରଫରୁ ମିଳିଥିବାସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି  76.6 ମିଲିମିଟିର ବର୍ଷା ହୋଇଛି । ନଅଟି ଜିଲ୍ଲାରେ100 ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସେହି ଜିଲ୍ଲାଗୁଡିକ ହେଲା – କେନ୍ଦ୍ରାପଡାରେ ସର୍ବାଧିକ 168.3 ମିଲିମିଟିର, ସୁବଣ୍ଣପୁରରେ 162.3 ମିମି, ଜଗତସିଂହପୁରରେ 146.5 ମିମି, ବୌଦ୍ଧରେ 133.3 ମିମି, କେଉଁଝରରୁ 124.8 ମିମି, ମୟୂରଭଞ୍ଜରୁ 122.2ମିମି, ଭଦ୍ରକରୁ 117.0ମିମି, ଯାଜପୁରରୁ 115.0ମିମି ଓ କଟକରୁ 101.9 ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି । ସେହିପରି 11ଟି ଜିଲ୍ଲାରେ 50ରୁ 100 ମିଲିମିଟର ମଧ୍ୟରେ ବର୍ଷା ହୋଇଥିବାର ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି…

Read More

ଢେଙ୍କାନାଳ : ଦିନକୁ ଦିନକୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 4 ଦିନ ପାଇଁ ସମଗ୍ର ଢେଙ୍କାନାଳ ମ୍ୟୁନିସିପାଲିଟି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା 27 ଓ 28 ତାରିଖରେ ମ୍ୟୁନିସିପାଲିଟି ଅଞ୍ଚଳ ସଟଡାଉନ ରହିବ । ମ୍ୟୁନିସିପାଲିଟି ଅଞ୍ଚଳର 23ଟି ୱାର୍ଡ ସମେତ ସହର ମଧ୍ୟ ସଟଡାଉନ ରହିବ । ସେହିପରି 29 ଓ 30 ମଧ୍ୟ ସଟଡାଉନ ଥିବାରୁ ସହର 4 ଦିନ ବନ୍ଦ ରହିବ । ସଂକ୍ରମଣ ରୋକିବା ସହ କଣ୍ଟାକ୍ଟ ଟ୍ରେସିଂ ପାଇଁ ଏହି ସଟଡାଉନ ଘୋଷଣା କରାଯାଇଛି ।

Read More

ଝାନ୍‌ସୀ : ଉତ୍ତରପ୍ରଦେଶର ଏକ ଏସିଡ୍‌ ଆଟାକ୍‌ରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଝାନ୍ସୀର ଉଲଦନ୍‌ ଥାନା କ୍ଷେତ୍ରର ବସାର ଗ୍ରାମରେ ପାଣି ଭରିବାକୁ କେନ୍ଦ୍ର କରି ହୋଇଥିବା ବିବାଦରେ ଦଳେ ଅନ୍ୟ ଦଳଙ୍କ ଉପରେ ଏସିଡ୍‌ ଆକ୍ରମଣ କରିଥିବାର ସୂଚନା ରହିଛି । ଏହି ଆକ୍ରମଣରେ 23 ଜଣ ଲୋକ ଆହତ ହୋଇଛନ୍ତି । 23ଜଣଙ୍କ ମଧ୍ୟରୁ ପାଞ୍ଚଜଣଙ୍କର ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ସମସ୍ତଆହତଙ୍କୁ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ଝାନ୍‌ସୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।ଏହି ଘଟଣାକୁ ନେଇ 6ଜଣଙ୍କ ଉପରେ ମୋକଦ୍ଦମା ଦାଏର କରାଯାଇଥିବାବେଳେ 4 ଜଣଙ୍କୁ ପୋଲିସ୍‌ ଗିରଫ କରିଛି । (ଏଜେନ୍ସି)

Read More

ମୁମ୍ବାଇ :ଯଦି କୌଣସି ବ୍ୟକ୍ତିଙ୍କର ଏକରୁ ଅଧିକ ସ୍ତ୍ରୀ ରହିଛନ୍ତି । ତେବେ ସ୍ବାମୀଙ୍କର ସମସ୍ତ ସମ୍ପତ୍ତିରେ ଅଧିକାର କେବଳ ପ୍ରଥମ ସ୍ତ୍ରୀଙ୍କର ହିଁ ରହିବ । ତେବେ ଉଭୟ ସ୍ତ୍ରୀଙ୍କ ଗର୍ଭରୁ ଜନ୍ମ ହୋଇଥିବା ସନ୍ତାନମାନେ ସମ୍ପତ୍ତିରୁ ଭାଗ ପାଇପାରିବେ । ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟ ଏକ ଯାଚିକାର ଶୁଣାଣି କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ବିଚାରପତି ଏସ.ଜେ କଠୱାଲା ଓ ବିଚାରପତି ମାଧବ ଜାମଦରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବା ଅବସରରେ ମୌଖିକ ଭାବେ ଏହି ମତାମତ ଦେଇଛନ୍ତି । ପୂର୍ବରୁ ହାଇକୋର୍ଟର ଔରଙ୍ଗବାଦ ବେଞ୍ଚର ଏକ ପୂର୍ଣ୍ଣକାଳୀନ ଖଣ୍ଡପୀଠ ଏଭଳି ରାୟ ଦେଇଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା । ସୂଚନାଅନୁସାରେ, ମହାରାଷ୍ଟ୍ର ରେଲେଓ୍ବ ପୋଲିସରଏଏସ୍‌ଆଇ ସୁରେଶ ହଟଙ୍କର କୋଭିଡ୍‌ ଆକ୍ରାନ୍ତରେ ଗତ ମେ 30 ତାରିଖରେ ମୃତ୍ୟୁବରଣ କରିଥିଲେ । ସୁରେଶଙ୍କର ମୃତ୍ୟୁ…

Read More

ଭୁବନେଶ୍ୱର : ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ର ରାୟଗଡ଼ ଜେଲର । ବହୁ ଚର୍ଚ୍ଚିତ କଳ୍ପନା ଦାସ ଏବଂ ଝିଅ ବବଲି ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ରାୟଗଡ଼ା ସ୍ଥିତ ଫଟିସ ଜିନ୍ଦଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାୟଗଡ଼ ଜେଲରୁ ବାହାର କରି ନିଆଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି । ଜେଲ ଅଧୀକ୍ଷକ ଏନ.କେ ଦହରିଆଙ୍କ ଅନୁଯାୟୀ ପୂର୍ବରୁ ଅନୁପ ହୃଦରୋଗୀ ହୋଇଥିବା ବେଳେ ସକାଳେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରାୟଗଡ଼ ଜିନ୍ଦଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି ।

Read More

ଭୁବନେଶ୍ବର : କରୋନା ପାଇଁ ଚଳିତ ବର୍ଷ 30 ପ୍ରତିଶତ ସିଲାବସ୍‌ ହ୍ରାସ ହୋଇଥିବାର ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । 3ଟି କମିଟିର ସୁପାରିସ୍‌ ଆଧାରରେ ସିଲାବସ୍‌ କମିଛି । ସିଏଚ୍‌ଏସ୍‌ଇ, ବିଏସ୍‌ଇ, ଏସ୍‌ଇଆରଟି ଓ୍ବେବସାଇଟ୍‌ରେ ନୂଆ ସିଲାବସ୍‌ ବୋର୍ଡ ମିଳିବ ବୋଲି ସୂଚନା ରହିଛି।ପ୍ରଥମର ଦ୍ବାଦଶ ଶ୍ରେଣୀ ଯାଏଁ ସିଲାବସ୍‌ କମାଯାଇଛି । ପୂର୍ବରୁ ସିବିଏସ୍‌ଇ ଓ ଆଇସିଏସ୍‌ଇର ମଧ୍ୟ ସିଲାବସ୍‌ କମାଯାଇଛି । କରୋନା ପାଇଁ ଶିକ୍ଷା ବ୍ୟବସ୍ଥାରେ ସଂକଟ ସୃଷ୍ଟି ହୋଇଛି । କରୋନାକୁ ଦୃଷ୍ଟିରେ ରଖି ସ୍କୁଲ ଓ ବିଦ୍ୟାଳୟ ବନ୍ଦ ରହିଥିବାବେଳେ ଅନଲାଇନ୍‌ କ୍ଲାସ୍ କରାଯାଉଛି ।

Read More