ନୂଆଦିଲ୍ଲୀ, କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଅଧିକ କାର୍ୟ୍ୟକଳାପ ଖୋଲିବା ପାଇଁ ଗୃହ ମନ୍ତ୍ରଣାଳୟ ଆଜି ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି।,ଅନଲକ୍ ୪.୦। ଏହା ସେପ୍ଟେମ୍ବର ୧, ୨୦୨୦ ଠାରୁ କାଯ୍ୟକାରୀ ହେବ, ପଯ୍ୟାୟ କ୍ରମେ ପୁଣି ବିଭିନ୍ନ କାଯ୍ୟକଳାପ ଖୋଲିବାର ପ୍ରକ୍ରିୟା ଆହୁରି ବୃଦ୍ଧି କରାଯାଇଛି। ଆଜି ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ରୁ ପ୍ରାପ୍ତ ମତାମତ ଏବଂ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ବ୍ୟାପକ ପରାମର୍ଶ ଉପରେ ଆଧାରିତ। ନୂତନ ନିର୍ଦ୍ଦେଶାବଳୀର ପ୍ରମୁଖ ନିଷ୍ପତିଗୁଡିକ ହେଉଛି ୧-ମେଟ୍ରୋ ରେଳକୁ ୭ ସେପ୍ଟେମ୍ବର ୨୦୨୦ ଠାରୁ ପର୍ୟ୍ୟାୟ କ୍ରମେ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଦ୍ୱାରା ଗୃହ ବିଭାଗ ସହିତ ପରାମର୍ଶ କରି କାର୍ୟ୍ୟ କରିବାକୁ ଅନୁମତି ଦିଆଯିବ ଜ୍ଝ ଏହି ପରିପ୍ରେକ୍ଷୀରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଜାରି କରାଯିବ। ୨-ସାମାଜିକ, ଏକାଡେମିକ୍, କ୍ରୀଡା, ମନୋରଞ୍ଜନ,…
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୪ଜଣ, ଏରସମା ବ୍ଲକରୁ ୩ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୭ଜଣ, କୁଜଙ୍ଗ ବ୍ଲକରୁ ୭ଜଣ, ପାରାଦ୍ଵୀପ ମ୍ୟୁନିସିପାଲିଟିରୁ ୪ଜଣ, ରଘୁନାଥପୁର ବ୍ଲକରୁ ୩ଜଣ ଓ ତିର୍ତ୍ତୋଲ ବ୍ଲକରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୬୯୭ ଜଣଙ୍କ ମଧ୍ୟରୁ ୧୦୯୬ ଜଣ ସୁସ୍ଥ ହୋଇଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ୫୯୭ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରମେଶ ମହାନ୍ତି ଜଗତସିଂହପୁର: ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ, ସାମନ୍ତରାପୁର ଗ୍ରାମ ପଞ୍ଚାୟତ ସିରସ୍ତା ଅଞ୍ଚଳର ଜଳମଗ୍ନ ଅଞ୍ଚଳ,କୋଲର ପଞ୍ଚାୟତର ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ। କୋଲର ପଞ୍ଚାୟତର ନାଗପୁରା ଗହୀର,ପାଟକୁରା ଗହୀର, ଜୟପୁର ଗହୀର ଓ କୋଲର ଗହୀରର ଶହଶହ ଏକର ଚାଷଜମି ୭ ଦିନ ହେବ ଜଳମଗ୍ନ ହୋଇ ରହିଥିଲେ ମଧ୍ୟ ଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି। ସୂଚନାନୁଯାୟୀ କୋଲର ପଞ୍ଚାୟତର ଉକ୍ତ ଚାଷଜମି ଗୁଡିକରୁ ଜଳ ନିଷ୍କାସନ ନିମନ୍ତେ ପ୍ରାୟ ଦୁଇବର୍ଷ ପୂର୍ବରୁ କଳାପାରିଛନ୍ଦା ନିକଟରେ ଏକ ସୁଇଚ୍ ଗେଟ୍ ନିର୍ମାଣ ସମ୍ପୂର୍ଣ୍ଣ ହେବା ସହିତ କେନାଲ ମଧ୍ୟ ଖୋଳା ସରିଛି ହେଲେ ସୁଇଚଗେଟରୁ ପାଖାପାଖି ୭୦ମିଟର ଦୂରତା ଯାଏ କେନାଲ୍ ସଂଯୋଗ ହୋଇପାରି ନଥିବାରୁ ଶହଶହ ଏକର ଚାଷଜମିରୁ ଆଜି ଜଳ ନିଷ୍କାସନ ହୋଇପାରୁନାହିଁ ଯାହାଫଳରେ…
ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ “ଅନଲକ-୪” ପାଇଁ ନୂତନ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ଏହି ପର୍ୟାୟରେ ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ମେଟ୍ରୋ ଟ୍ରେନ ଯାତାୟାତ ଆରମ୍ଭ କରିବ। ଧାର୍ମିକ, ରାଜନୈତିକ, କ୍ରୀଡା, ସାଂସ୍କୃତିକ କାର୍ୟକ୍ରମ ଇତ୍ୟାଦିରେ ୧୦୦ରୁ କମ ଲୋକ ଭାଗ ନେଇ ପାରିବେ। ତେବେ ଏଥିପାଇଁ ଆସନ୍ତା ସେପ୍ଟେମ୍ବର ୨୧ରୁ ଅନୁମତି ପ୍ରଦାନ କରାଯିବ। ସ୍କୁଲ, କଲେଜ, ସିନେମା ହଲ ଓ ସ୍ଵିମିଂ ପୁଲ ଆଗ ଭଳି ବନ୍ଦ ରହିବ। ମୁକ୍ତାକାଶ ମଞ୍ଚରେ ୧୦୦ ଲୋକଙ୍କ ଭିତରେ କାର୍ୟକ୍ରମ ପାଇଁ ସେପ୍ଟେମ୍ବର ୨୧ ପରେ ଅନୁମତି ମିଳିବ। “ଅନଲକ-୪” ରେ ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନ କେନ୍ଦ୍ରର ବିନା ଅନୁମତିରେ ଆଉ “ଲକ ଡାଉନ” ବା “ସଟ ଡାଉନ” ଘୋଷଣା କରି ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଲକ ଡାଉନ ନିର୍ଦ୍ଦିଷ୍ଟ ଭାବରେ କେବଳ “କଣ୍ଟେନମେଣ୍ଟ ଜୋନ”ରେ ସୀମିତ ରହିବ। ପୂରା ଜିଲ୍ଲା,…
ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ୨୦ତମ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରୁ ଡଃ ହର୍ଷ ବର୍ଦ୍ଧନ କୋଭିଡ-୧୯ର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗକୁ ପ୍ରଶଂସା କରିଥିଲେ। ଗତ ମାସ ୩୧ ତାରିଖରେ ହୋଇଥିବା ଶେଷ ଜିଓଏମ ବୈଠକଠାରୁ ଆଜି ମଧ୍ୟରେ ରୋଗର ନିରାକରଣ ଦିଗରେ ଯଥେଷ୍ଟ ସଫଳତା ମିଳିଥିବା ସେ କହିଥିଲେ। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨୬.୪୦ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ମୃତ୍ୟୁହାର ହ୍ରାସ ପାଇ ୧.୮୧ ପ୍ରତିଶତରେ ପହଞ୍ଚିଥିବା ବେଳେ ସୁସ୍ଥତା ହାର ମଧ୍ୟ ୭୬.୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ବ୍ୟାପକ ସ୍ୱାସ୍ଥ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିବା ଯୋଗୁଁ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଖୁବ ମଜବୁତ ହୋଇଛି । ମାତ୍ର ୦.୨୯ ପ୍ରତିଶତ ରୋଗୀ…
ଭୁବନେଶ୍ବର, ଏକ ପ୍ରମୁଖ ପାଇଲଟ ପ୍ରକଳ୍ପରେ ପରିଚାଳନା ଦକ୍ଷତା ବୃଦ୍ଧି କରିବାପାଇଁ ପୂର୍ବ ତଟ ରେଳପଥ କେତେକ ଲୋକୋ ଆଟାଚମେଣ୍ଟ ଟେକ୍ନୋଲୋଜି କ୍ରୟ କରୁଛି କ୍ଷ ଏହା ଗୋଟିଏ ପ୍ରମାଣିତ ଟେକ୍ନୋଲୋଜି, କିନ୍ତୁ ଭବିଷ୍ୟତରେ ଆହୁରି ଅଧିକ କ୍ରୟ କରିବା ପୂର୍ବରୁ ଏହାକୁ ଭାରତୀୟ ରେଳପଥ ପରୀକ୍ଷାମୂଳକ ଭାବେ ରୂପାନ୍ତରିତ କରିବାକୁ ହେଉଛି। ଏପରି ଉନ୍ନତିମୂଳକ କିଣାବିକା ପାଇଁ ପ୍ରାପ୍ତ ହୋଇଥିବା ଗୁଣବତ୍ତା ଓ ମୂଲ୍ୟ ସବୁଠାରୁ ଅଧିକ ମହତ୍ଵପୁର୍ଣ ଯେହେତୁ ଏଗୁଡିକ ସମଗ୍ର ଭାରତୀୟ ରେଳପଥରେ ଭବିଷ୍ୟତରେ ବୃହତ୍ ପରିମାଣର କ୍ରୟ ନିମନ୍ତେ ମାନଦଣ୍ଡ ରୂପେ ବିବେଚିତ ହେବ। ସୂଚନା ଅନୁସାରେ, ଉକ୍ତ କ୍ରୟ ସମ୍ବନ୍ଧୀୟ ଟେଣ୍ଡର ଅକ୍ଟୋବର, ୨୦୧୯ ରେ ଆହ୍ୱାନ କରାଯାଇଥିଲା, ଯାହାକୁ ଅଧିକ ଉଚ୍ଚ ମୂଲ୍ୟ ଆସିବାରୁ, ବରଖାସ୍ତ କରିଦିଆ ଯାଇଥିଲା। ସମୁଦାୟ, ତିନୋଟି ଫାର୍ମ ବିଡ୍ ରେ ଅଂଶଗ୍ରହଣ କରିଥିଲେ କ୍ଷ ଡିସେମ୍ବର, ୨୦୧୯ ରେ ପୁଣି ଥରେ ଟେଣ୍ଡର ଆହ୍ୱାନ କରାଗଲା ଏବଂ…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅଗଷ୍ଟ ୨୯ ତାରିଖ ଦିନଟି ଦେଶର କ୍ରୀଡାବିତ୍ମାନଙ୍କ ପାଇଁ ଉତ୍ସର୍ଗୀକୃତ କ୍ରୀଡା ଦିବସ ଭାବରେ ନାମିତ । କ୍ରୀଡା ଭାରତୀ ବାଣପୁର ଶାଖା ତରଫରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏହା ପାଳିତ ହୋଇଯାଇଛି । ଏ ଉପଲେକ୍ଷ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ କ୍ରୀଡା ଭାରତୀ ବାଣପୁର ଶାଖାର ସଂଯୋଜକ ଶ୍ରୀ ବୈରାଗୀ ଚରଣ ବଳ ମେଜର ଧ୍ୟାନ ଚାନ୍ଦଙ୍କ ଜୀବନୀ ସମ୍ପର୍କରେ ଉଲ୍ଲେଖ କରି କ୍ରୀଡାର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ । କ୍ରୀଡା ପ୍ରଶିକ୍ଷକ ଶ୍ରୀ ବିଭୁଦେନ୍ଦୁ ମାନସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କ୍ରୀଡା ଭାରତୀର ସଦସ୍ୟ ଶ୍ରୀ କୈଳାସ ଚନ୍ଦ୍ର ଖୁଣ୍ଟିଆ, ପ୍ରଫୁଲ୍ଲ ପାତ୍ର, କଳ୍ପଶ୍ରୀ ପ୍ରଧାନ ପ୍ରମୁ୍ଖ ଏଥିରେ ଯୋଗ ଦେଇଥିଲେ ।
ପ୍ରମୋଦ କୁମାର ମାହାକୁଡ କେନ୍ଦୁଝର : କେନ୍ଦୁଝର ଜିଲ୍ଲାରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪୭ ଜଣ ସ୍ଥାନୀୟ ଆକ୍ରାନ୍ତ ଥିବା ବେଳେ ୩ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ କରି କୁହାଯାଇଛି । ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ ୪୭ ଜଣଙ୍କ ମଧ୍ୟରେ ଅନନ୍ଦପୁର ବ୍ଲକର ମନହୋରପୁର ପଞ୍ଚାୟତରୁ ଜଣେ , ଘଟଗାଁ ବ୍ଲକ ପାଟିଲୋ ପଞ୍ଚାୟତ ରୁ ୬ ଜଣ , ହାଟଡ଼ିହି ବ୍ଲକ ଢେଙ୍କା ପଞ୍ଚାୟତ ରୁ ସର୍ବାଧିକ ୨୪ ଜଣ, ଅକରୁଆ ଓ ସୁଲଣ ପଞ୍ଚାୟତରୁ ଜଣେ ଲେଖାଏଁ, ଝୁମ୍ପୁରା ବ୍ଲକ କୁଟୁଗାଁ ପଞ୍ଚାୟତ ରୁ ଜଣେ, ଯୋଡ଼ା ମ୍ୟୁନିସିପାଲଟି ୧୦ ନମ୍ବର ଏବଂ ୧୧ ନମ୍ବର ୱାର୍ଡ ରୁ ଜଣେ ଲେଖାଏଁ, କେନ୍ଦୁଝର ମ୍ୟୁନିସିପାଲଟି ୧୫ ୱାର୍ଡ ରୁ ଜଣେ । କେନ୍ଦୁଝର ସଦର ବ୍ଲକ ପର୍ଜନପୁର ଓ…
ନୂଆଦିଲ୍ଲୀ : ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଏମସ ତରଫରୁ ସୂଚନା ଦିଆଯାଇଛି। ଖୁବ ଶୀଘ୍ର ସେ ନିଜ ଘରକୁ ଫେରିବେ ବୋଲି ଏମସ ତରଫରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଅଗଷ୍ଟ 18 ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଶ୍ରୀ ଶାହଙ୍କୁ ରାତି ଅଧରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ତେବେ ନିକଟରେ ସେ କରୋନା ସଂକ୍ରମିତ ହୋଇଥିଲେ। ଏଣୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଅମିତ ଶାହା ନିଜେ ଟ୍ଵିଟ୍ କରି ଏନେଇ ସୂଚନା ଦେଇଥିଲେ। ଏଥିସହ ସେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବି ଧନ୍ୟବାଦ ଜଣାଇଥିଲେ। (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ସଫଳ ରୂପାୟନ କରିବା ପାଇଁ ପାୱାର ଡଙ୍ଗା ସହିତ ଓଡ଼ିଶା ଅଗ୍ନିଶମ ସେବାର 7ଟି ଉଦ୍ଧାରକାରୀ ଦଳ ଯାଜପୁର ଜିଲ୍ଲାରେ ନିୟୋଜିତ ହୋଇଛନ୍ତି। ଏତଦ୍ ବ୍ୟତୀତ ଏକ ଜରୁରୀକାଳୀନ ପରିସ୍ଥିତିକୁ ଦେଖି କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରେ ପାୱାର ଡଙ୍ଗା ସହିତ 7 ଟି ଦଳ ନିୟୋଜିତ ହୋଇଛନ୍ତି । ସେହିପରି ପାୱାର ଡଙ୍ଗା ସହିତ ଆଉ ଦୁଇଟି ଦଳ ମଧ୍ୟ କେନ୍ଦ୍ରାପଡାକୁ ପଠାଯାଇଛି । ଓଡ଼ିଶା ଅଗ୍ନିଶମ ବିଭାଗ ତରଫରୁ ବନ୍ୟା ଉଦ୍ଧାର କାର୍ଯ୍ୟ ପାଇଁ 334 ଜଣ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି । ସେହିପରି କଟକ ଜିଲ୍ଲାର ଚାଉଳିଆଗଞ୍ଜ ଏଫଏସ୍ର ଏକ ଟିମ୍ ପାୱାର ଡଙ୍ଗା ବ୍ୟବହାର କରି କଟକ ସହରର କାନାହିପୁରର ଅଞ୍ଚଳରୁ 13ଜଣଙ୍କୁ ଉଦ୍ଧାର କରିଛନ୍ତି। ଭଦ୍ରକ ଜିଲ୍ଲାର ଧାମନଗର ଏଫଏସର ଏକ ଟିମ୍ ପାୱାର ଡଙ୍ଗା ବ୍ୟବହାର…
ରମେଶ ମହାନ୍ତି ଜଗତସିଂହପୁର: ସରକାରଙ୍କ (ଏନ୍.ଡି.ପି.ଏସ୍) ଆଇନକୁ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଖୋଲା ଖୋଲି ଭାବରେ ଉଲ୍ଲଙ୍ଘନ କରାଯିବାର ଏକମାସ ଟପିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ ଏମିତିକି ଉକ୍ତ ଘଟଣାର କୌଣସି ତଦନ୍ତ ହୋଇନାହିଁ ବୋଲି ଶୁଣିବାକୁ ମିଳୁଛି। ଚୋରା ବେପାରୀଙ୍କ ଠାରୁ ତିର୍ତ୍ତୋଲରୁ ଅଧିକ ବେଆଇନ୍ କଲେକ୍ସନ୍ ଜିଲ୍ଲାଅଫିସକୁ ଦିଆଯାଉ ଥିବାରୁ ଜିଲ୍ଲାର ଜନୈକ ଅସାଧୁ ଅଫିସର ଉକ୍ତ ଘଟଣାକୁ ଘଣ୍ଟଘୋଡାଉଥିବା ଚର୍ଚ୍ଚା ହେଉଛି। ସୂଚନାନୁଯାୟୀ ଗତମାସ ୨୩.୦୭.୨୦୨୦ରିଖ ସଂନ୍ଧ୍ଯାରେ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଶଙ୍ଖେଶ୍ୱର ଅଞ୍ଚଳର ଏକ ଚୋରା ଗଞ୍ଜେଇ ବେପାରୀ ଉପରେ ରେଡ୍ କରାଯାଇ ୧କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯିବା ସହିତ ଆସାମୀକୁ ଗିରଫ୍ କରି ଜବତ ହୋଇଥିବା ଉକ୍ତ ଗଞ୍ଜେଇ ସହିତ ଆସାମୀକୁ ରାତିସାରା ତିର୍ତ୍ତୋଲ ଅବକାରୀ କାର୍ଯ୍ୟାଳୟରେ ରଖି ସକାଳୁ କୋର୍ଟ ଚାଲାଣ କରାଯାଇଥିଲା ବୋଲି ତିର୍ତ୍ତୋଲ ଅବକାରୀ ଅଫିସର ଜଣକ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ବେଳେ…
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ଆସନ୍ତା ବର୍ଷ ଜାନୁୟାରୀ ମାସ ଶେଷଠାରୁ ମାର୍ଚ୍ଚ ୩୧ ମଧ୍ୟରେ ଚାଷୀ ମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ । ଏହାକୁ ଦୃଷ୍ଟିରେ ରଖି ଚାଷୀ ଯେପରି ସଂଘର୍ଷମୁକ୍ତ ହୋଇ ଧାନ ବିକ୍ରୟ କରିପାରିବେ ସେ ଦିଗରେ ସମସ୍ତ ଚୂଡାନ୍ତ ପ୍ରକ୍ରିୟା କରିବାକୁ ଗଞ୍ଜାମ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାରେ ଯେପରି କୌଣସି ତୃଟି ରହିବନି ଏବଂ କୌଣସି ସମସ୍ୟା ଦେଖାଯିବ ନାହିଁ ସେ ଦିଗରେ ସଜାଗ ହେବାକୁ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆଜି ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କର ପଞ୍ଜିକରଣ କାର୍ୟ୍ୟକୁ ତ୍ବରାନ୍ବୀତ କରିବାକୁ କହିଥିଲେ । ବିଗତ ବର୍ଷ ଖରିଫ୍ ଧାନ ନିମନ୍ତେ ଜିଲ୍ଲାର ୧ଲକ୍ଷ ୩୪ ହଜାର…
ଦୁବାଇ : ଚେନ୍ନାଇ ସୁପର କିଙ୍ଗସକୁ ଶକ୍ତ ଧକ୍କା । ଆଇପିଏଲରୁ ଓହରିଛନ୍ତି ବ୍ୟାଟ୍ସମ୍ୟାନ ସୁରେଶ ରାଇନା । ବ୍ୟକ୍ତିଗତ କାରଣରୁ ରାଇନା ଭାରତ ଫେରି ଆସିଥିବା ଜଣାପଡିଛି । ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏହାର ସିଇଓ କେ.ଭି . ବିଶ୍ବନାଥନ୍ ଟୁଇଟ୍ କରି ସୂଚନା ଦେଇଛନ୍ତି । ଆଇପିଏଲର ଚଳିତ ସଂସ୍କରଣରେ ସିଏସକେର ଅଡୁଆ ବଢିବାରେ ଲାଗିଛି । ଗତକାଲି ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ 12 ଜଣ ସପୋର୍ଟ ଷ୍ଟାଫ କରୋନା ପଜିଟିଭ ବାହାରିବା ପରେ ରାଇନାଙ୍କ ବାଦ ପଡିବା ଦଳକୁ ଦୁର୍ବଳ କରିଛି । ସିଏସକେ ଟିମରେ ଧୋନୀଙ୍କ ପରେ ଦ୍ୱିତୀୟ ଲୋକପ୍ରିୟ ଖେଳାଳି ରାଇନାଙ୍କୁ ଚିନ୍ନା ଥାଲା ଭାବରେ ସମ୍ବୋଧିତ କରାଯାଇଥାଏ । ସୂଚନାଯୋଗ୍ୟ, ଚଳିତ ମାସ 15 ତାରିଖରେ ଧୋନୀଙ୍କ ସହ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । (ଏଜେନ୍ସି)
ରୁଦ୍ରପୁର : ଉତ୍ତରାଖଣ୍ଡର ରୁଦ୍ରପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଜମି ଓ ସମ୍ପତ୍ତି ହଡପ ଉଦ୍ଦେଶ୍ୟରେ ଜଣେ ଜ୍ବାଇଁ ନିଜ ଶାଶୁ –ଶଶୁର ଓ ଦୁଇ ଶାଳୀଙ୍କୁ ହତ୍ୟା କରି ଘରେ ଗାତ ଖୋଳି ପୋତି ଦେଇଛନ୍ତି । ଏପରିକି ଘର ଭିତରେ ପୋତି ନୂଆ ଚଟାଣ ପ୍ରସ୍ତୁତ କରିଛନ୍ତି । ଜ୍ବାଇଁଙ୍କର ଏହି କୁକର୍ମରେ ତାଙ୍କ ସାଥ୍ ଦେଇଛନ୍ତି ତାଙ୍କ ସ୍ତ୍ରୀ ଅର୍ଥାତ୍ ନିଜ ଝିଅ । ଜଣେ ସମ୍ପତ୍ତି ପାଇଁ ନିଜ ରକ୍ତର ସମ୍ପର୍କଙ୍କ ସହ ଏପରି କାର୍ଯ୍ୟ କରିବା ସତରେ ଅମାନବୀୟ । ଏହି ମାମଲାର ପର୍ଦ୍ଦାଫାସ ପ୍ରାୟ 16 ମାସରେ ଜଣାପଡିଛି । ହତ୍ୟାର 16 ମାସ ପରେ ଏହି ଘଟଣା ସାମ୍ନାକୁ ଆସିଛି । ଝିଅ ଓ ଜ୍ବାଇଁ ୟୁପିର ବରେଲୀ ଜନପଦର ମୀରାଗଞ୍ଜର ମୃତ ହୀରାଲାଲଙ୍କ ମୃତ୍ୟୁ ପ୍ରମାଣପତ୍ର କରିବା ପାଇଁ ଯିବା ସହ ସମ୍ପତ୍ତିକୁ ନିଜ ନାମରେ…
କିଶୋର ପଟ୍ଟନାୟକ ନବରଙ୍ଗପୁର: ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗତକାଲି ନବରଙ୍ଗପୁର ପୋଲିସ ୧୫୨ କିଲୋ ଗଞ୍ଜେଇ, ୯୦ହଜାର ଟଙ୍କା ସହ ୩ ଟି ଗାଡି ଜବତ ଓ ୬ ଜଣକୁ ଗିରଫ କରିଥିଲା। ଆଜି ପୁଣି ଏକ କଣ୍ଟେନରରେ ଜୟପୁରରୁ ଉତ୍ତର ପ୍ରଦେଶକୁ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ନବରଙ୍ଗପୁର ପୋଲିସ ଚଢ଼ାଉ କରି ଡ୍ରାଇଭର ସମେତ ତାର ସହଯୋଗୀକୁ ଅଟକ ରଖିଛି। ନବରଙ୍ଗପୁର ଏସ.ପି ନିତିନ କୁଶଳକରଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କୌଣସି ସୂତ୍ରରୁ ଖବର ପାଇଁ ନବରଙ୍ଗପୁର ପୋଲିସ ଇନ୍ଦ୍ରାବତୀ ନଦୀ ନିକଟରୁ କଣ୍ଟେନର କୁ ପିଛା କରି ନବରଙ୍ଗପୁର ଥାନା ପାଖରେ ଅଟକାଇ ତଦନ୍ତ କରିଥିଲେ। କଣ୍ଟେନର ର ବିଭିନ୍ନ ଜାଗାରେ ଗଞ୍ଜେଇ ଲୁଚାଇ ରଖିଥିବା ଦେଖିବା ପରେ ତୁରନ୍ତ କଣ୍ଟେନର ଓ ଗଞ୍ଜେଇକୁ ସିଜ କରିବା ସହ ଡ୍ରାଇଭର ଓ…
ଭୁବନେଶ୍ବର: ରାଜ୍ୟରେ ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରରେ ଲକ୍ଡାଉନ୍ କିମ୍ବା ସଟ୍ଡାଉନ୍ ଲାଗୁ କରାଯିବ ନାହିଁ। ସ୍ବତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସେହିପରି ପରୀକ୍ଷା କେନ୍ଦ୍ର ହୋଇଥିବା ସହରଗୁଡିକରେ କାଲିଠୁ 7ତାରିଖ ଯାଏଁ ଲାଗୁ ଲକ୍ଡାଉନ୍ ବା ଶଟ୍ଡାଉନ୍ ଲାଗୁ ହେବନି। ସେହିପରି ସେପ୍ଟେମ୍ବର 12ରୁ 14 ଯାଏଁ ମଧ୍ୟ ଲାଗୁ ହେବନି ଏହି କଟକଣା। ଜେଇଇ ମେନ୍ ଏବଂ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାର ବିଶେଷ ବ୍ୟବସ୍ଥା କରିଛନ୍ତି। ଇଚ୍ଛୁକ ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ସଦରମହକୁମାରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଯିବା ଏବଂ ଫେରିବା ତଥା ରହଣିର ବ୍ଯବସ୍ଥା କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନୋଡାଲ୍ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ହେବ। ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଥର୍ମାଲ ସ୍କ୍ରିନିଂ। ଭୁବନେଶ୍ବରର…
ଭଦ୍ରକ: ଭଦ୍ରକ ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି। ଆସନ୍ତା ସେପ୍ଟେମ୍ବର 15 ଯାଏ ମନୋରମା ଉପଜିଲ୍ଲାପାଳ ଦାୟିତ୍ବ ତୁଲାଇବେ । ଆଜି ଭଦ୍ରକରୁ 76 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଭଦ୍ରକରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2ହଜାର 545 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1ହଜାର 775 । ସେହିପରି ଜିଲ୍ଲାରେ 8ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜିଲ୍ଲାରେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି 758ଜଣ ।
ବେଙ୍ଗାଲୁରୁ : ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାରର ସମ୍ମାନିତ ହେବାର କିଛି ଘଣ୍ଟା ପୂର୍ବରୁ ବେଙ୍ଗାଲୁରୁରେ ଜଣେ ଅନୁଭବୀ ଆଥଲେଟ୍ କୋଚ୍ ପୁରୁଷୋତ୍ତମ ରାୟଙ୍କର ମୃତ୍ୟୁ ହୋଇଯାଇଛି । ଶୁକ୍ରବାର ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଆଜି ତାଙ୍କ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହରେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଥା‘ନ୍ତା । 79 ବର୍ଷୀୟ ପୁରୁଷୋତ୍ତମ ରାୟ 2001ରେ ଭାରତୀୟ ଖେଳ ପ୍ରାଧିକରଣ (ସାଇ)ରୁ କୋଚ ପଦରୁ ସେବାନିବୃତ୍ତ ହୋଇଥିଲ । ପୁରୁଷୋତ୍ତମ ରାୟ ବନ୍ଦନା ରାଓ, ଅଶ୍ବିନୀ ନାଚପ୍ପା, ପ୍ରମିଳା ଆୟପ୍ପା, ରେଜା କୁଟ୍ଟୀ, ଏମ୍କେ ଆଶା, ବି ଶାୟଲା, ମୁରଲୀ କୁଟ୍ଟନଙ୍କ ପରି ଶୀର୍ଷ ଆଥଲେଟ୍ଙ୍କୁ କୋଚିଂ ଦେଇଛନ୍ତି । 1974 ମସିହାରେ ନେତାଜୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋଟର୍ସରୁ ଡିପ୍ଲୋମା ହାସଲ କରିବା ପରେ ରାୟ ନିଜ କୋଚିଂ କ୍ୟାରିଅରର ଆରମ୍ଭ କରିଥିଲେ । ରାୟ 1987 ବିଶ୍ବ ଏଥଲେଟିକ୍ସ ଚାମ୍ପିଅନ୍ସିପ୍, 1988 ଏସିଆନ୍ ଟ୍ରାକ…
ନୂଆଦିଲ୍ଲୀ : ଜାତୀୟ କ୍ରୀଡା ଦିବସ ଅବସରରେ ବିଭିନ୍ନ ବର୍ଗରେ କ୍ରୀଡାବିତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଭର୍ଚୁଆଲ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସାଇର ବିଭିନ୍ନ ସଂସ୍ଥାନରେ ଖେଳାଳି ମାନେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଖେଳରତ୍ନ ପୁରସ୍କାରରେ ମରିୟାପ୍ପନ ଥାଙ୍ଗାଭେଲୁ (ପାରା ସ୍ପୋର୍ଟସ),ରୋହିତ ଶର୍ମା (କ୍ରିକେଟ, ବିନେଶ ଫୋଗତ (ରେସଲିଂ) ,ମାନିକା ବାତ୍ରା (ଟେବୁଲ ଟେନିସ, ରାଣୀ ରାମପାଲ (ହକି) ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଦୂତୀ ଚାନ୍ଦଙ୍କ ସମେତ ୨୯ ଖେଳାଳିଙ୍କୁ ଅର୍ଜୁନ ଏବଂ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ କ୍ରୀଡା ମନ୍ତ୍ରୀ କିରଣ ରିଜିଜ୍ଜୁ ମଧ୍ୟ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବର : ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ବରିଷ୍ଠ ଅଧିକାରୀ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲା ପାଇଁ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ 6 ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରପଡା ଜିଲ୍ଲାର ଦାୟିତ୍ବ ଦିଆଯାଇଥିବାବେଳେ ଡିକେ ସିଂହଙ୍କୁ କଟକ, ବିଶାଲ ଦେବଙ୍କୁ ବାଲେଶ୍ବର, ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଭିଭି ଯାଦବଙ୍କୁ ଯାଜପୁର,ସତ୍ୟବ୍ରତ ସାହୁଙ୍କ ଜଗତସିଂହପୁର ଜିଲ୍ଲାର ଦାୟିତ୍ବ ଦିଆଯାଇଛି ।
ନୂଆଦିଲ୍ଲୀ: ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 76 ହଜାର 472 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ 1021ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 34 ଲକ୍ଷ ଅତିକ୍ରମ କରିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 34 ଲକ୍ଷ 63 ହଜାର 973ରେ ପହଞ୍ଚିଛି। ସେହିପର ଦେଶରେ ମୃତ୍ୟୁ ସଂଖ୍ୟା 62ହଜାର ଅତିକ୍ରମ କରିଛି। ଦେଶରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 62 ହଜାର 550ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 26 ଲକ୍ଷ 48 ହଜାର 998 ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 7 ଲକ୍ଷ 52ହଜାର 424 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଦେଶରେ ଆରୋଗ୍ୟ ହାର 77 ପ୍ରତିଶତ ଛୁଇଁଛି। ସେହିପରି ଦେଶରେ ମୃତ୍ୟୁ ହାର ଓ ଆକ୍ଟିଭ୍ କେସ୍ ରେଟ୍ ଲଗାତାର ଭାବରେ ହ୍ରାସ ପାଉଛି। ମୃତ୍ୟୁ ହାର 1.81%ରେ ପହଞ୍ଚିଥିବାବେଳେ ଆକ୍ଟିଭ୍ କେସ୍ ରେଟ୍ 22 % ରହିଛି। ତେବେ ଦେଶରେ…

