ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଚାକିରି ଲାଗି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଗଠନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି। ବର୍ତ୍ତମାନ ସରକାରୀ ଚାକିରି ଲାଗି ଇଚ୍ଛୁକ ପ୍ରାର୍ଥୀଙ୍କ ଯୋଗ୍ୟତା ସର୍ତ୍ତ ସମାନ ହୋଇଥିଲେ ମଧ୍ୟ ଭିନ୍ନ ଭିନ୍ନ ପଦବୀ ନିମନ୍ତେ ପୃଥକ ନିଯୁକ୍ତି ସଂସ୍ଥାଗୁଡ଼ିକ ଦ୍ଵାରା ପରିଚାଳିତ ଭିନ୍ନ ଭିନ୍ନ ପରୀକ୍ଷା ସେମାନଙ୍କୁ ଦେବାକୁ ପଡ଼ୁଛି। ପ୍ରାର୍ଥୀମାନଙ୍କୁ ଭିନ୍ନ ଭିନ୍ନ ନିଯୁକ୍ତି ସଂସ୍ଥାଗୁଡ଼ିକୁ ଶୁଳ୍କ ପରିଶୋଧ କରିବାକୁ ପଡ଼ୁଛି ଏବଂ ଏସବୁ ପରୀକ୍ଷାରେ ଭାଗ ନେବା ନିମନ୍ତେ ବହୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ୁଛି। ଏହି ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥୀଙ୍କ ସହିତ ସମ୍ପୃକ୍ତ ନିଯୁକ୍ତି ଏଜେନ୍ସି ଉପରେ ମଧ୍ୟ ଚାପ ରହୁଛି। ଯେଉଁଥିରେ ବାରମ୍ବାର ହେଉଥିବା ଖର୍ଚ୍ଚ, ଆଇନ ଓ ଶୃଙ୍ଖଳା,ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗ ଏବଂ ପରୀକ୍ଷା କେନ୍ଦ୍ର ସମ୍ବନ୍ଧୀୟ ସମସ୍ୟା…
Author: Samikhsya Bureau
ନୂଆଦିଲ୍ଲୀ: ଜୟପୁର, ଗୌହାଟୀ ଏବଂ ତିରୁଅନନ୍ତପୁରମ୍ ବିମାନ ବନ୍ଦରକୁ ଘରୋଇ-ସରକାରୀ ସହଭାଗିତାରେ ଚଳାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଏବେ ଏହି ୩ଟି ବିମାନ ବନ୍ଦର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା ଏଏଆଇ ଅଧୀନରେ କାର୍ଯ୍ୟ କରୁଛି। ନୂଆ ବ୍ୟବସ୍ଥାରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ଏହି ୩ଟିଯାକ ବିମାନ ବନ୍ଦରର ପରିଚାଳନା, ବିମାନ ଚଳାଚଳ ଓ ବିକାଶ କାର୍ଯ୍ୟ କରିବ। ଏଏଆଇ ଦ୍ୱାରା ଏଥିପାଇଁ ହୋଇଥିବା ଆନ୍ତର୍ଜାତିକ ନିଲାମରେ ଆଦାନୀ ଗୋଷ୍ଠୀ ସର୍ବାଗ୍ରେ ରହି ଏହି ଅଧିକାର ପାଇଛି। ଏହି କଂପାନୀ ୫୦ ବର୍ଷ ପର୍ଯ୍ୟନ୍ତ ଏହି ୩ଟି ବିମାନ ବନ୍ଦରର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବୁଝିବ। ଏହି ଲିଜ୍ ବ୍ୟବସ୍ଥା ଦ୍ୱାରା ସଂପୃକ୍ତ ୩ ବିମାନ ବନ୍ଦରର ସେବା ପ୍ରଦାନରେ ଉନ୍ନତି, ବୃତ୍ତିଗତ ଉତ୍କର୍ଷ, ବିଶେଷଜ୍ଞତା ଏବଂ ପୁଞ୍ଜି…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଚିନିକଳଗୁଡିକ ଆଖୁଚାଷୀଙ୍କୁ ଯୋଗାଇ ଦେଉଥିବା ଉଚିତ ଓ ଲାଭଦାୟକ ମୂଲ୍ୟ (ଏଫ୍ଆରପି) ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହା ୨୦୨୦-୨୧ ବର୍ଷ ପାଇଁ ଅର୍ଥାତ୍ ଆଗାମୀ ଅକ୍ଟୋବରରୁ ଆସନ୍ତାବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଖୁ ଅମଳ ଋତୁପାଇଁ ଲାଗୁ ହେବ। ଏହି ମୂଲ୍ୟ ବୃଦ୍ଧି ପାଇଁ କୃଷି ବ୍ୟୟ ଓ ମୂଲ୍ୟ ନିର୍ଦ୍ଧାରଣ କମିଶନ ସରକାରଙ୍କୁ ସୁପାରିସ କରିଥିଲେ। ଏହି ଲାଭଦାୟକ ମୂଲ୍ୟ ଆଖୁ ଚାଷୀଙ୍କୁ ନିମ୍ନମତେ ପ୍ରଦାନ କରାଯିବ ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ ବା ଏଫ୍ଆରପି ୨୦୨୦-୨୧ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିରେ ବେସିକ୍ ରିକଭରି ରେଟ୍ ୧୦ ଶତାଂଶ ଧାର୍ୟ୍ୟ ହୋଇଛି । ବେସିକ୍ ରିକଭରି ରେଟର ଅର୍ଥ ଆଖୁରୁ କେତେ ପରିମାଣରେ ଚିନି ଉତ୍ପାଦିତ ହୋଇପାରିବ ସେହି ହିସାବ। ୧୦…
ଭୁବନେଶ୍ବର, ରାଜଧାନୀରେ ଯେଉଁମାନେ କରୋନା ପଜେଟିଭି ଚିହ୍ନଟ ହେଉଛନ୍ତି ସେମାନେ ଚାହିଁଲେ ହୋଟଲେ ରହି ଚିକିତ୍ସିତ ହୋଇପାରିବେ। ସେହିପରି ବ୍ୟବସ୍ଥା ଗ୍ରହଣ କରିଛି ଭୁବନେଶ୍ବର ମହାନଗର ନିଗମ। ଆଜି ଏକ ବିଜ୍ଞପ୍ତି ପ୍ରକାଶ କରି ବିଏମସି ତରଫରୁ କୁହାଯାଇଛି ଯେ, ରୋଗୀମାନେ ଦିନକୁ 12ଶହ 99 ଟଙ୍କା କିମ୍ବା 18ଶହ 99 ଟଙ୍କା ଦୈନିକ ପଇଠ କରି ଏହି ବ୍ୟବସ୍ଥା ଗ୍ରହଣ କରିପାରିବେ। ତେବେ ଏଥିପାଇଁ ବିଏମସି ତରଫରୁ କେତେକ ନିୟମ ମଧ୍ୟ ଜାରୀ କରାଯାଇଛି। ଭୁବନେଶ୍ବରରେ ଯେଉଁ ତିନୋଟି ହୋଟେଲରେ ଏହି ବ୍ୟବସ୍ଥା କରାଯାଇଛି ସେଗୁଡିକର ନାମ ଏବଂ ଯୋଗାଯୋଗ ଅଧିକାରୀଙ୍କ ନାମ ହେଲା
ଭୁବନେଶ୍ବର, ବିଜୁ ଜନତା ଦଳର ନେତ୍ରୀ ତଥା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ଦେହରେ ସେମିତି କିଛି ଲକ୍ଷଣ ନାହିଁ। ହେଲେ ସେ କରୋନା ଟେଷ୍ଟ କରିବା ପରେ ଡାକ୍ତର ତାଙ୍କୁ ପଜେଟିଭ ବୋଲି ଘୋଷଣା କରିଛନ୍ତି। ଫଳରେ ଶ୍ରୀମୟୀ ବର୍ତ୍ତମାନ ଆବାସିକ କ୍ବାରେଣ୍ଟାଇନରେ ରହିଛନ୍ତି। ଶ୍ରୀମୟୀ ଓଟିଡିସିର ଅଧ୍ୟକ୍ଷା ସହିତ ବିଜେଡିର ସାଧାରଣ ସଂପାଦକ ମଧ୍ୟ ଅଛନ୍ତି। ନିକଟରେ ସେ ବିଜେଡି ଯୁବ ସଂଗଠନ ତରଫରୁ ଆୟୋଜିତ ୱେବନାରରେ ଅଂଶ ଗ୍ରହଣ କରିଥିଲେ। ତାଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ଶ୍ରୀମୟୀ ଅନୁରୋଧ କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ପଞ୍ଚାୟତର ବରୁଣାପଡା ଗ୍ରାମକୁ ୭ ଦିନ ପାଇଁ ସଟଡ଼ାଉନ ଘୋଷଣା କରାଯାଇଛି। ଗତ ତିନି ଦିନ ମଧ୍ୟରେ ଏହି ଗ୍ରାମରୁ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିଲିକା ପ୍ରଶାସନ ଏହି ନିଷ୍ପତି ନେଇଛି। ଏହି ଗ୍ରାମରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଚିଲିକା ତହସିଲଦାର ପୁନମ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଷମା ବାରିକ, ସିଡିପିଓ ପ୍ରିୟଦର୍ଶିନୀ ମହାନ୍ତି, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ସରପଞ୍ଚ ସନାତନ ବେହେରା ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ସହ ଲୋକମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଥିଲେ। ଏହା ସହିତ ସଂକ୍ରମଣ ବ୍ୟକ୍ତି ହୋମ ଆଇସୋଲେସନରେ ରହିବା ସହ ଗ୍ରାମର କୌଣସି ବ୍ୟକ୍ତି ଏକତ୍ରିତ ହୋଇପାରିବେ ନାହିଁ କିମ୍ବା ତାସ ନଖେଳିବା ପାଇଁ ନିର୍ଦ୍ଦେଶ…
ଭୁବନେଶ୍ବର: ଆଜି ରାଜ୍ୟରେ ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲାରୁ ୧୨୭, କଟକରୁ ୧୧୦, ପୁରୀରୁ ୮୫, କୋରାପୁଟରୁ ୬୯, ନୂଆପଡାରୁ ୬୮, ବାଲେଶ୍ବରରୁ ୬୬, ନୟାଗଡରୁ ୬୨, ବରଗଡରୁ ୫୪, କଳାହାଣ୍ଡିରୁ ୪୩, ସୁନ୍ଦରଗଡରୁ ୪୧, କନ୍ଧମାଳରୁ ୩୫, ମାଲକାନଗିରିରୁ ୩୩, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡାରୁ ୨୩, ଭଦ୍ରକରୁ ୨୨, ମୟୂରଭଞ୍ଜରୁ ୨୧, ଝାରସୁଗୁଡାରୁ ୨୦, ରାୟଗଡାରୁ ୧୮, କେଉଁଝରରୁ ୧୭, ସମ୍ବଲପୁରରୁ ୧୪, ବୌଦ୍ଧରୁ ୧୧, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୨, ସୋନପୁରରୁ ୨ ଏବଂ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୪୬,୯୩୫ ଜଣ କରୋନା…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ଦେଶର ଆଉ 6ଟି ଏୟାରପୋର୍ଟକୁ ଘରୋଇ ସଂସ୍ଥାକୁ ଦିଆଯିବ । ଅର୍ଥାତ୍ ଏହି ବିମାନବନ୍ଦର ଗୁଡ଼ିକର ପରିଚାଳନା ଓ ଅପରେସନ୍ ଘରୋଇ ସଂସ୍ଥା କରିବ । ଏହା ସହିତି ନ୍ୟାସନାଲ୍ ରିକ୍ରୁଟମେଣ୍ଟ ଏଜେନ୍ସି()NRAକୁ କମନ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(CET) କରିବାକୁ ଅଧିକାର ଦିଆଯାଇଛି । ଏଣିକି କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର ପ୍ରକାଶ ପାଉଥିବା ନନ୍ ଗେଜେଟେଡ୍ ପଦବୀ ପାଇଁ ଏଣିକି ଗୋଟିଏ ପ୍ରବେଶିକା ପରୀକ୍ଷା ହେବ । ଏନେଇ କେନ୍ଦ୍ର ସରକାର ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ପ୍ରତିଷ୍ଠା କରିବେ । ଏହି ସଂସ୍ଥା ସିଇଟି ଆୟୋଜନ କରିବା। ଏହାପରେ ଦକ୍ଷତା ଅନୁସାରେ ଆଶାୟୀଙ୍କୁ ଚାକିରି ପ୍ରଦାନ କରାଯିବ । ଦେଶରେ ପାଖାପାଖି…
ଭୁବନେଶ୍ବର : ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ 370 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 370 ପଜିଟିଭ୍ରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ 204 ଜଣ ଓ 166 ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ 204 ପଜିଟିଭ୍ ମଧ୍ୟରୁ ବାଣୀବିହାର ପଥର ବନ୍ଧ ବସ୍ତିରୁ 14ଜଣ, ଡୁମୁଡୁମା ବରାବରି ସାହିରୁ 5 ଜଣ, ଗଜପତି ନଗରରୁ 4 ଜଣ, ନିଳାଦ୍ରୀ ବିହାର,ପଣ୍ଡା ପାର୍କ ନିକଟରୁ 5ଜଣ, ନିଳାଦ୍ରିବିହାର ରିକ୍ସା କଲୋନୀରୁ 6 ଜଣ, ଘରୋଇ ହସ୍ପିଟାଲରୁ 5 ଜଣ, ଆଚାର୍ଯ୍ୟ ବିହାର ବିଶ୍ବେଶ୍ବର ବସ୍ତିରୁ 3 ଜଣ, ଚନ୍ଦ୍ରଶେଖର ପୁର ସେଭେନ୍ଥ ବାଟାଲିୟନ୍ରୁ 4 ଜଣ, ବେହେରା ସାହିରୁ 4ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟ 166ଜଣ ଲୋକାଲ କଣ୍ଟାକ୍ଟ କେସ୍ ମଧ୍ୟରୁ ଶହୀଦ ନଗରରୁ 10 ଜଣ, ପଟିଆରୁ 5 ଜଣ, ୟୁନିଟ୍ -9ରୁ 5ଜଣ,…
ବରେଲୀ : ସାଧାରଣତଃ ମାନସିକ ଚାପ ପାଇଁ ଜଣେ ଆତ୍ମହତ୍ୟା କରିଥାଏ । ତେବେ ଜଣେ ନାବାଳିକା ଏକ ଭିନ୍ନକାରଣ ପାଇଁ ଆତ୍ମହତ୍ୟା କରିଥିବାର ଜଣାପଡିଛି। ଜନସଂଖ୍ୟା ବୃଦ୍ଧିକୁ ନେଇ ଆତ୍ମହତ୍ୟାର ପନ୍ଥା ବାଛି ନେଇଛି 16 ବର୍ଷୀୟା ବାଳିକା । ଜନସଂଖ୍ୟା ବୃଦ୍ଧି, ପ୍ରଦୂଷଣ ଓ ଦୁର୍ନୀତି କାରଣରୁ ଆତ୍ମହତ୍ୟାର ପନ୍ଥା ବାଛି ନେଇଛନ୍ତି ବରେଲୀର ଏହି 16 ବର୍ଷୀୟ ଛାତ୍ରୀ । ନିଜର ମୃତ୍ୟୁ ପୂର୍ବରୁ 18 ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଲେଖି ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ । ସମ୍ଭଲର ବାରବାଳାର ଏକ ଘରୋଇ ସ୍କୁଲରେ ପଢୁଥିବା ଯୁବତୀ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ସମସ୍ତ ବିଷୟ ଉପରେ ଆଲୋଚନା କରିବାକୁ ଚାହୁଁଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଛି ।ଯୁବତୀ ଜଣକ ସ୍ୱାଧୀନତା ଦିବସରେ ଆତ୍ମହତ୍ୟାର ପଥ ବାଛି ନେଇଥିଲେ । ଜନସଂଖ୍ୟା ବୃଦ୍ଧି ସହିତ ଦୀପାବଳିରେ ବାଣଫୁଟା ଏବଂ ହୋଲିରେ ରଙ୍ଗର…
ଭୁବନେଶ୍ବର : ପ୍ରବଳ ବର୍ଷା ନେଇ 10 ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ପରେ ପଦକ୍ଷେପ ନେଇଛନ୍ତି ଏସଆରସି । ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ପାଣି ଜମିବା, ଆକସ୍ମିକ ବନ୍ୟା, ଭୂସ୍ଖଳନ ନେଇ ଆଲର୍ଟ କରିଛନ୍ତି ଏସଆରସି । ବିଡ଼ିଓ, ତହସିଲଦାର, ଇଂଜିନିୟରମାନଙ୍କୁ ଆଲର୍ଟ ପାଇଁ ନିର୍ଦ୍ଦେଶ ଦେଇଭଛନ୍ତି । ନଦୀ ବନ୍ଧ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଆଲର୍ଟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବର : ପ୍ରବଳ ବର୍ଷା ସମ୍ଭାବନା ନେଇ 10 ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି । ସେହି ସମସ୍ତ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାକୁ ମଧ୍ୟ ପାଣିପାଗ ବିଭାଗ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି । ପାଣି ଜମିବା ସହ କିଛି ଯାଗାରେ ଆକସ୍ମିକ ବନ୍ୟା ନେଇ ଓ୍ବାର୍ଣ୍ଣିଂ ଦିଆଯାଇଛି । କଚ୍ଚା ଘର ଭାଙ୍ଗିବା ଓ ରାସ୍ତା ନଷ୍ଟ ହେବା ମଧ୍ୟ ସତର୍କ ସୂଚନା ରହିଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବା ନେଇ ମଧ୍ୟ ସତର୍କସୂଚନା ଜାରି ହୋଇଛି ।
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିଲା ବେଳେ ଆସନ୍ତା 23 ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏବେ ଜାରି ରହିଥିବା ଲଘୁଚାପ ଜନିତ ବର୍ଷା 21ରେ ସାମାନ୍ୟ କମିବାର ସମ୍ଭାବନା ରହିଛି। ହେଲେ 23ରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ, ଲଘୁଚାପ ପ୍ରଭାବରେ 10 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ 13 ଜିଲ୍ଲାରେ ଝଡ଼ତୋଫାନ ସହ ସ୍ୱଳ୍ପ ଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲାର ବାଣପୁର ବର୍ତ୍ତମାନ କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବାବେଳେ ଲକ ଡ଼ାଉନ ଅବ୍ୟାହତ ରହିଛି । ଏହାକୁ ଭ୍ରୂକ୍ଷେପ ନକରି ସକ୍ରିୟ ହୋଇ ଉଠିଛନ୍ତି କେତେକ ଚୋରା ଶାଗୁଆନ କାଠ ବେପାରୀ । ନିକଟରେ ଦୁଇ ଚୋରା ଶାଗୁଆନ କାଠ ବେପାରୀ ଗିରଫ ହୋଇଥିବାବେଳେ ଗତକାଲି ସକାଳେ ପୁଣି ଦୁଇ ଜଣ ଶାଗୁଆନ କାଠ ଚୋରକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ବାଲୁଗାଁ ବନବିଭାଗ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ଦୁଇ ଦୁର୍ବୁତ୍ତ ବାଣପୁର ଦାମିଆ ବରବରା ଧୂଆଁନଳି ସେକ୍ସନ ଅନ୍ତର୍ଗତ ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରୁ ଦୁଇ ଗୋଟି ବହୁମୂଲ୍ୟ ଶାଗୁଆନ ଗଛ ଚୋରି କରି ସେଗୁଡିକର କାଠଗୁଡିକ କାଟି ଅନ୍ୟତ୍ର ନେବାକୁ ଉଦ୍ୟମ କରୁଥିବାବେଳେ ବରକୋଳି ଗ୍ରାମ ପାଖରେ ବାଲୁଗାଁ ବନପାଳ ଉତ୍ତମ ଗଡ଼ନାୟକ ଏବଂ ଟିମ ଦ୍ୱାରା ଧରା ପଡ଼ି ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ…
ନୂଆଦିଲ୍ଲୀ :ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହୋଇଛି । ବ୍ରେନ୍ ସର୍ଜରୀ ଓ କରୋନାରେ ଆକ୍ରାନ୍ତ ହୋଇ ଭେଣ୍ଟିଲେଟରରେ ଥିବା ପ୍ରଣବ ମୁଖାର୍ଜୀଙ୍କର ଏବେ ଫୁସ୍ଫୁସ୍ ସଂକ୍ରମଣ ହେବା ଆରମ୍ଭ କରିଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । 84 ବର୍ଷୀୟ ପ୍ରଣବ ମୁଖାର୍ଜୀ ଅଗଷ୍ଟ 10ତାରିଖରେ ନିଜର ବ୍ରେନ୍ ସର୍ଜରୀ ପାଇଁ ଦିଲ୍ଲୀସ୍ଥିତି ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ସେବେଠାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏକ ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ତାଙ୍କର ନିରୀକ୍ଷଣ କରୁଥିବାର ସୂଚନା ରହିଛି । (ଏଜେନ୍ସି)
ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ଶଙ୍କର ଦୟାଲ ଶର୍ମାଙ୍କ ଜନ୍ମଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶ୍ରଦ୍ଧାଞ୍ଜଳି
ଇସଲାମ୍ବାଦ : ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପ୍ରମୁଖ ସଚିବ ଆଜମ୍ ଖାନ୍ଙ୍କୁ ଚାପୁଡା ମାରି ସେ ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ‘ବୋଲ ନ୍ୟୁଜ୍’ ଅନୁସାରେ ପ୍ରଧାନମନ୍ତ୍ରୀ ସଚିବାଳୟରେ କ୍ୟୁରୈସୀ ଓ ଆଜମ ଖାନ୍ଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହା ପରେ ରାଗରେ କ୍ୟୁରୈସୀ ଆଜମ୍ ଖାନ୍କୁ ଚାପୁଡା ମାରିଥିଲେ । ମିଳିଥିବା ସୂଚନା ଅନୁସାରେ କ୍ୟୁରୈସୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ କିନ୍ତୁ ଆଜମ୍ ଖାନ୍ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଅଟକାଇ ଦେଇଥିଲେ । ଏହାକୁ ନେଇ ରାଗିଯାଇଥିଲେ କ୍ୟୁରୈସୀ । ପ୍ରଧାନମନ୍ତ୍ରୀ ଇମ୍ରାନ୍ଖାନ୍ ଏକ ଜରୁରୀ ବୈଠକରେ ଥିବାରୁ ଆଜମ୍ କ୍ୟୁରୈସୀଙ୍କୁ ପରେ ସାକ୍ଷାତ କରିବାକୁ କହିଥିଲେ । ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ରାଗରେ କ୍ୟୁରୈସୀ…
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ହୃଷିକେଶ ରାୟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଥିଲେ । ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ମାମଲାକୁ ନେଇ ଦାୟର କରାଯାଇଥିବା ଅନ୍ୟ ସମସ୍ତ ମାମଲାକୁ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାମଲାରେ ବିହାର ପୋଲିସର ହସ୍ତକ୍ଷେପକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ସଠିକ୍ ବୋଲି ଦର୍ଶାଇଛନ୍ତି । ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୋଲିସ୍କୁ ସହଯୋଗ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ରାୟ ପ୍ରକାଶ ପରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ଓ ସୁଶାନ୍ତଙ୍କ ଭଉଣୀ ଏହା ସତ୍ୟର…
ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି 10 ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁହୋଇଥିବାବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବରଗଡ ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 372କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ଏହା 162, ଖୋର୍ଦ୍ଧାରେ 51, ସୁନ୍ଦରଗଡରେ 24, ବରଗଡରେ 5 ଓ ଭଦ୍ରକରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ଚଳିତ ଥର ପାସ୍ ହାର 74 . 95 ପ୍ରତିଶତ ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଚଳିତ ଥର ମୋଟ୍ 25 ହଜାର 772 ପରୀକ୍ଷା ଦେଇଥିବାବେଳେ ପାସ୍ କରିଛନ୍ତି 19 ହଜାର 318ଜଣ । ପାସ୍ କରିଥିବାର ଛାତ୍ର ଛାତ୍ରୀଙ୍କ ମଧ୍ୟରେ 12 ହଜାର 215 ଜଣ ଛାତ୍ର ରହିଥିବାବେଳେ 7 ହଜାର 103ଜଣ ଛାତ୍ରୀ ରହିଛନ୍ତି । ସେହିପରି ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି 6ହଜାର 610 ଜଣ । ଦ୍ବିତୀୟ ଶ୍ରେଣୀରେ ପାସ୍ କରିଛନ୍ତି 4ହଜାର 259ଜଣ । ତୃତୀୟ ଶ୍ରେଣୀରେ 8361ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । 29ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଥିବାବେଳେ 2ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଫଳାଫଳ ଶୂନ୍ୟ ରହିଛି ।
ଭୁବନେଶ୍ବର : ଆଜି 29ଟି ଜିଲ୍ଲାରୁ ମୋଟ୍ 2ହଜାର 589 ପଜିଟିଭ୍ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 466 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ 242, ପୁରୀରୁ 235, କଟକରୁ 222, ରାୟଗଡାରୁ 211, ସୁନ୍ଦରଗଡରୁ 155, ବାଲେଶ୍ବରରୁ 150, ମୟୂରଭଞ୍ଜରୁ 117, ଯାଜପୁରରୁ 95, କୋରାପୁଟରୁ 92, ମାଲକାନଗିରିରୁ 73, ବରଗଡରୁ 67, ସମ୍ବଲପୁରରୁ 66, କେଉଁଝରରୁ 53, ଭଦ୍ରକରୁ 47, କଳାହାଣ୍ଡିରୁ 42, ନବରଙ୍ଗପୁର ଓ ଗଜପତିରୁ 36ଜଣ ଲେଖାଏ ରହିଥବାବେଳେ, କନ୍ଧମାଳରୁ 30, ସୋନପୁରରୁ 26, ଢେଙ୍କାନାଳରୁ 25, ଜଗତସିଂହପୁରର 21, ଅନୁଗୁଳରୁ 20, ଝାରସୁଗୁଡାରୁ 18, ବୌଦ୍ଧରୁ 16, ନୟାଗଡରୁ 11, କେନ୍ଦ୍ରାପଡାରୁ 10,ନୂଆପଡାରୁ 6, ବଲାଙ୍ଗିରରୁ 1ଜଣ ଚିହ୍ନଟ ହୋଇଛନ୍ତି ।

