Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 2 ହଜାର 589 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1574ଜଣ ଚିହ୍ନଟ ହୋଇଥିବାବେଳେ 1015ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  67ହଜାର122କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 21 ହଜାର 383ଜଣ । ସେହିପରି ସୁସ୍ଥ ହୋଇଛନ୍ତି 45 ହଜାର 314ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 362ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନାଗପୁର : ମହାରାଷ୍ଟ୍ରର ନାଗପୁର ସହର ଅନ୍ତର୍ଗତ କୋରାଡିରେ ମଙ୍ଗଳବାର ଦିନ ଏହି ଛାତିଥରା ଘଟଣା ଦେଖିବାକୁ ମିଳିଛି । ସ୍ବାମୀ ଓ ଦୁଇ ଶିଶୁଙ୍କ ହତ୍ୟା କରିବା ପରେ ଜଣେ ଡାକ୍ତରାଣୀ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ପୋଲିସ୍‌ ସୂଚନାନୁସାରେ ଏପରି ଏକ ଅଭାବନୀୟ ଘଟଣା କୋରାଡି ଅଞ୍ଚଳର ଓମ୍‌ ନଗରଠାରେ ଏହି ଘଟଣା ଘଟିଛି । ନିଜ ବାସଭବନରେ ଡ. ସୁଷମା ରାଣେ, ଇଞ୍ଜିନିୟରିଂ କଲେଜର ପ୍ରଫେସର ଥିବା ଡାକ୍ତରାଣୀଙ୍କ ସ୍ବାମୀ ଧୀରଜ, ଓ  ଦୁଇ ଶିଶଉଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ସନ୍ତାନଙ୍କ ବୟସ ଯଥାକ୍ରମେ 11 ଓ 5 ବର୍ଷ ବୋଲି ସୂଚନା ରହିଛି । ବେଡରୁମ୍‌ରୁ ସ୍ବାମୀ ଓ ଦୁଇ ଶିଶୁଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଡାକ୍ତରାଣୀଙ୍କ ଶବକୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରାଯାଇଛି। ଉକ୍ତ ଘରୁ ମିଳିଥିବା ସୁଇସାଇଡ ନୋଟରେ ସୁଷମା ଅସୁଖୀ ବୈବାହିକ ଜୀବନ କାରଣରୁ ଏଭଳି…

Read More

ଭୁବନେଶ୍ବର : ରାଜ୍ୟରେ ଗତ 24 ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ ହୋଇଛି। ଦିନକରେ ରାଜ୍ୟରୁ 53 ହଜାର 15ଟି କରୋନା ନମୁନା ପରୀକ୍ଷା କରାଯାଇଥିବାର ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଗତ 24 ଘଣ୍ଟା ମଧ୍ୟରେ 47, 843ଟି ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିବା ବେଳେ 5068ଟି ଆରଟିପିସିଆର୍‌ ଓ 113ଟି ଟ୍ରୁନାଟ ଟେଷ୍ଟ ହୋଇଛି। ତେବେ 30ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 5354 କରୋନା ଟେଷ୍ଟ ହୋଇଥିବା ସୂଚନା ରହିଛି । ସେହିପରି ରାଜ୍ୟ ସରକାର ରାଜ୍ୟରୁ କରୋନା ସଂକ୍ରମଣ କମାଇବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଆଗାମୀ ଦିନରେ କୋରାପୁଟରେ ପ୍ଲାଜ୍‌ମା ବ୍ୟାଙ୍କ ସ୍ଥାପନ କରାଯିବର ସୂଚନା ରହିଛି ।

Read More

 ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏଥିପାଇଁ 7ଟି ମେଡ଼ିକାଲ କଲେଜର ପ୍ରଫେସର ମାନଙ୍କୁ ନେଇ ମଲ୍ଟି ଡିସିପ୍ଲସନାରୀ ଟେକ୍ନିକାଲ କମିଟି ଗଠନ କରାଯାଇଛି ।  ଡାଇରେକ୍ଟର ଅଫ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ ଟ୍ରେନିଂ ଦ୍ବାରା ଏହି କମିଟି ଗଠନ କରାଯାଇଛି । ଟେକ୍ନିକାଲ କମିଟିରେ ଥିବା ପ୍ରଫେସାରମାନଙ୍କୁ 30 ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ଏହି ସମସ୍ତ ପ୍ରଫେସରମାନେ ସମସ୍ତ ଜିଲ୍ଲା ପରିଦର୍ଶଡ଼ ସହ କୋଭିଡ୍‌ ସ୍ଥିତିର ତଦାରଖ କରାଯିବ ।  ସେହିପରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ଏହି ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ଲାଗି ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ନୀତି ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 64 ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 64 ହଜାର 531 ଜଣ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ 67 ହଜାର 274ରେ ପହଞ୍ଚିଛି । ଏହା ସହିତ ବିଗତ 24 ଘଣ୍ଟା ମଧ୍ୟରେ 1092 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା 52ହଜାର 889ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ 67 ହଜାର 274 ରହିଥିବା ବେଳେ ଏହା ମଧ୍ୟରୁ 20 ଲକ୍ଷ 37 ହଜାର 870 ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିପରି ଏବେ ସୁଦ୍ଧା ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 76 ହଜାର 514 ରହିଛି । ବିଗତ 24 ଘଣ୍ଟା ମଧ୍ୟରେ 9 ଲକ୍ଷ…

Read More

ନୂଆଦିଲ୍ଲୀ, ଭାରତ ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ-୧୯ ନମୁନା ପରୀକ୍ଷା କରିବାରେ ସକ୍ଷମ ହୋଇଛି। ପାଖାପାଖି ୯ ଲକ୍ଷ (୮,୯୯,୮୬୪) ନମୁନା ଗୋଟିଏ ଦିନରେ ପରୀକ୍ଷା କରାଯାଇଛି ଯାହାକି ଏପର‌୍ୟ୍ୟନ୍ତ ସର୍ବକାଳିନ ଦିନିକିଆ ରେକର୍ଡ। ଏପର‌୍ୟ୍ୟନ୍ତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୦୯,୪୧,୨୬୪ରେ ପହଞ୍ଚିଛି । ଏତେ ସଂଖ୍ୟକ ପରୀକ୍ଷା ସତ୍ଵେ ପଜିଟିଭ ହାର ୮.୮୧ ପ୍ରତିଶତରେ ରହିଛି। ଗତ ସପ୍ତାହରେ ଜାତୀୟ ପଜିଟିଭ ହାର ୮.୮୪ ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ରେକର୍ଡ ସଂଖ୍ୟକ ୫୭,୯୩୭ ଜଣ ସୁସ୍ଥ ହୋଇଛନ୍ତି । ଏହି ସମୟ ମଧ୍ୟରେ ଏହି ସଂଖ୍ୟା ଆକ୍ରାନ୍ତଙ୍କ ଠାରୁ ୫୫,୦୭୯ ଅଧିକ । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ବାହାରୁଥିବା ଯୋଗୁଁ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ (୧୯,୭୭,୭୭୯)ରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା…

Read More

ନୂଆଦିଲ୍ଲୀ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଦକ୍ଷତା ବୃଦ୍ଧି ତଥା ସମୟୋଚିତ କାର୍ଯ୍ୟ ପାଇଁ ମନ୍ତ୍ରଣାଳୟ ୧୯ଟି ସମନ୍ଵିତ କ୍ଷେତ୍ରୀୟ କାର‌୍ୟ୍ୟାଳୟ ଗୋଟିଏ ସ୍ଥାନରୁ କାର‌୍ୟ୍ୟ କରିବା ପାଇଁ ଅନୁମୋଦନ କରିଛି । ଏହି ସମନ୍ଵିତ ଆଞ୍ଚଳିକ କାର୍ଯ୍ୟାଳୟ (ଆଇଆରଓ)ଅକ୍ଟୋବର ପହିଲାରୁ କାର‌୍ୟ୍ୟ ଆରମ୍ଭ କରିବ । ଏହି ଆଇଆରଓ ଯେଉଁ ମାନବ ଓ ଅର୍ଥ ସମ୍ବଳକୁ ନେଇ କାର୍ଯ୍ୟ କରିବ ସେଗୁଡିକ ହେଲା ୧୦ଟି ଆଞ୍ଚଳିକ କାର‌୍ୟ୍ୟାଳୟ(ଆରଓଏଚକ୍ୟୁ ଡିଭିଜନ), ଭାରତୀୟ ଜଙ୍ଗଲ ସର୍ଭେର ୪ଟି ଆଞ୍ଚଳିକ କାର‌୍ୟ୍ୟାଳୟ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ୩ଟି ଆଞ୍ଚଳିକ କେନ୍ଦ୍ର, କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ୪ଟି ଆଞ୍ଚଳିକ କାର୍ଯ୍ୟାଳୟ, ବନ୍ୟାପ୍ରାଣୀ ଅପରାଧ ବ୍ୟୁରୋର ୫ଟି ଆଞ୍ଚଳିକ ଓ ୩ଟି ଉପଆଞ୍ଚଳିକ କାର୍ଯ୍ୟାଳୟ । କ୍ରମିକ ସଂଖ୍ୟା ଆଇଆରଓ ମୁଖ୍ୟାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ଷେତ୍ର (i) ଶିଲଂ ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା (ii) ରାଞ୍ଚି ଝାଡଖଣ୍ଡ, ବିହାର…

Read More

କେଦାର ମିଶ୍ର  ଦେଖୁ ଦେଖୁ ପାଞ୍ଚମାସ ସମୟ ବିତିଗଲାଣି। ମାର୍ଚ୍ଚ ମାସର ତୃତୀୟ ସପ୍ତାହ ବେଳକୁ ଆମେ କରୋନା ଭୂତାଣୁକୁ ନୂଆ କରି ଜାଣୁଥିଲୁ। ସେତେବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଦୈନିକ ବୁଲେଟିନ ବାହାର କରୁଥିଲେ ସେଇଠି ଆମେ ଦେଖୁଥିଲୁ କରୋନାକୁ ନେଇ ତିନୋଟି ଦେଶ ବେଶୀ ଆକ୍ରାନ୍ତ- ଚୀନ, ଦକ୍ଷିଣ କୋରିଆ ଓ ଇରାନ। ଏହି ତିନୋଟି ଦେଶରେ ଯେତିକି ସଂଖ୍ୟକ ଆକ୍ରାନ୍ତ ସେତେବେଳେ ବାହାରୁଥିଲେ,ଏବେ ଗୋଟିଏ ଦିନରେ ତାଠୁ ଢେର ଗୁଣ ଅଧିକ ଆକ୍ରାନ୍ତ ଆମ ଦେଶରେ ବାହାରୁଛନ୍ତି। ଚୀନରେ ଆରମ୍ଭ ହୋଇଥିବା ଏହି ଭୂତାଣୁ ସେଠାରେ ମାତ୍ର ୮୪,୮୭୧ ଲୋକଙ୍କ୍ଜୁ ଆକ୍ରାନ୍ତ କରିଥିଲ।। ଆମ ଦେଶରେ ଏବେ ଦିନକୁ ୫୫ ରୁ ୬୫ ହଜାର ଆକ୍ରାନ୍ତ ବାହାରୁଛନ୍ତି। ମାର୍ଚ୍ଚ ମାସରେଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଏକ ନମ୍ବର ଥିବା ଚୀନ ଅଗଷ୍ଟ ମାସ ବେଳକୁ ୩୪ ନମ୍ବର ସ୍ଥାନକୁ ଖସି ଆସିଛି। ସେହିପରି ଦକ୍ଷିଣ କୋରିଆ…

Read More

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟର ଅନେକ ସ୍ଥାନରରେ ବର୍ଷା ଆରମ୍ଭ ହୋଇଯାଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ଏନେଇ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର, ସୋନପୁର ଓ କେନ୍ଦୁଝର । ସେହିପରି ଅନୁଗୁଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ମୟୂରଭଞ୍ଜ, ବାଲେଶ୍ବର, ଝାରସୁଗୁଡ଼ା, ବରଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାରେ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି…

Read More

ଭୁବନେଶ୍ୱର : ଆଜି ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରେସ୍ ମିଟ୍ କରି ଏହି ସୂଚନା ଦେଇଥିଲେ। ଆଜି ଦିନ 11.30 ମିନିଟ ସମୟରେ ଏହି ଫଳାଫଳ ପ୍ରକାଶ ପାଇବ। ସେହିପରି ଆସନ୍ତା ଅଗଷ୍ଟ 31 ତାରିଖ ପୂର୍ବରୁ ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି।  ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି 3 ଲକ୍ଷ 50 ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି। ବାଣିଜ୍ୟ ପରୀକ୍ଷା ଫଳ ଜାଣିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ http://orissaresults.nic.in/CHSE

Read More

ଭୁବନେଶ୍ବର, କୋଭିଡ ମହାମାରି ଯେପରି କାୟା ବିସ୍ତାର କରିବାରେ ଲାଗିଛି, ସେଥିରେ ସମସ୍ତେ ଅସ୍ତବ୍ୟସ୍ତ ହୋଇ ପଡିଲେଣି। ଏପରକି ଏହାକୁ ମୁକାବିଲା କରିବାରେ ସରକାରଙ୍କ ପାଣ୍ଠିର ଅଭାବ ମଧ୍ୟ ପରିଲକ୍ଷିତ ହେଲାଣି। ଏପରି ପରିସ୍ଥିତିରେ ଦେଶ ତଥା ରାଜ୍ୟର ବିଭିନ୍ନ ସଂସ୍ଥା ମୁକ୍ତ ହସ୍ତରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସାହାର୍ଯ୍ୟ ପ୍ରଦାନ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଶାର ଏକ ସଂସ୍ଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 250 କୋଟି ଟଙ୍କା ସାହାର୍ଯ୍ୟ ପ୍ରଦାନ କରିଛି। ସେହି ସଂସ୍ଥା ହେଉଛି ଓଡିଶା ଖଣି ନିଗମ। ମୁଖ୍ୟତଃ ନିଗମ, ବିଭିନ୍ନ ସିଏସଆର କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସାହାର୍ଯ୍ୟ ପ୍ରଦାନ କରିଆସୁଛି। ଗତ ମାର୍ଚ୍ଚ ମାସରେ ଏହି କୋଭିଡ ମୁକାବିଲା ପାଇଁ ନିଗମ ରିଲିଫ ଫଣ୍ଡକୁ 5ଶହ କୋଟି ଟଙ୍କା ପ୍ରଦାନ କରିଥିଲା।  ଆଜି ନିଗମର ଅଧ୍ୟକ୍ଷ ସଂଜୀବ ଚୋପ୍ରା ଏବଂ ପରିଚାଳନା ନିର୍ଦ୍ଦେଶକ ଭିନୀଲ୍ କ୍ରିଷ୍ଣା 250 କୋଟି ଟଙ୍କାର ଚେକ୍…

Read More

ନୂଆଦିଲ୍ଲୀ, ବିଶ୍ଵ ବାଣିଜ୍ୟ ସଂଗଠନର ଏକ ପରିସଂଖ୍ୟାନ ଅନୁସାରେ ଭାରତର କୃଷିଜାତ ସାମଗ୍ରୀ ରପ୍ତାନୀ ୨୦୧୭ରେ ୨.୨୭ ପ୍ରତିଶତ ଥିବା ବେଳେ ଆମଦାନୀ ୧.୯୦ ପ୍ରତିଶତ ଥିଲା। ଏପରିକି ବୈଶ୍ଵିକ ମହାମାରୀର ଲକଡାଉନ କାଳରେ ଏଥିରେ କୌଣସି ବ୍ୟତିକ୍ରମ ନଘଟି ଦେଶ ତାହାର ରପ୍ତାନୀ ଧାରା ଅବ୍ୟାହତ ରଖିଥିଲା। ଚଳିତ ବର୍ଷ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ କୃଷିଜାତ ସାମଗ୍ରୀ ରପ୍ତାନୀରୁ ୨୫ ହଜାର ୫୫୨କୋଟି ୭0 ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ୨୦ ହଜାର ୭୩୪ କୋଟି ୮0 ଲକ୍ଷ ଟଙ୍କା ଆୟ ହୋଇଥିଲା। ସେଦୃଷ୍ଟିରୁ ଦେଖିଲେ ଚଳିତ ବର୍ଷର ରପ୍ତାନୀରେ ୨୩.୨୪ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୧୭-୧୮ ଆର୍ଥିକ ବର୍ଷରେ କୃଷି ରପ୍ତାନୀ ବାବଦରୁ ଭାରତର କୃଷି ଜିଡିପି ୯.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୯.୯କୁ ବୃଦ୍ଧି ପାଇଥିଲା। କୃଷିଜାତ ସାମଗ୍ରୀର ରପ୍ତାନୀ ଏହି ସମୟ ମଧ୍ୟରେ…

Read More

ନୂଆଦିଲ୍ଲୀ, ଗୋଆର ରାଜ୍ୟପାଳ ସତ୍ୟପାଲ ମଲ୍ଳିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳଭାବେ ନିଯୁକ୍ତି ଦିଆଯାଇଛି। ଆଜି ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଛି। ତେବେ ଗୋଆର ରାଜ୍ୟପାଳ ଭାବେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନିଜ ଦାୟିତ୍ୱ ସହ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏହି ଆଦେଶ ଉଭୟ ନିଜ ନିଜର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ।

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ (Location Specific Strategy) ଅବଲମ୍ବନ କରିବାପାଇଁ ପରାମର୍ଶ ଦେଇଛନ୍ତି, ଯାହାଫଳରେ ଆସନ୍ତା ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାରେ positivity rate ହ୍ରାସ କରିବା ଦିଗରେ ଆମେ ଅଗ୍ରଗତି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଆଜି ପ୍ରତି ୧୦ ଲକ୍ଷ ସଂଖ୍ୟାରେ ୧୦୯୬ ଟେଷ୍ଟ କରି ଓଡିଶା ଆଜି ଜାତୀୟ ସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟରେ ପରିଗଣିତ ହୋଇଛି । ଏହାସହିତ ସପ୍ତାହ ମଧ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି । ଏହା ଉପରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ସେମାନଙ୍କ ଟିମ୍ ତଥା…

Read More

ଭୁବନେଶ୍ୱର: ଆଜି ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ୧.୩୦ କୋଟିରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ବାଲେଶ୍ଵର ଜିଲ୍ଲାର ଜଣେ ଏମବିଏ ଛାତ୍ରଙ୍କ ଠାରୁ ବ୍ରାଉନ ସୁଗାର ଜବତ ହୋଇଥିବା ପୋଲିସ ପ୍ରକାଶ କରିଛି। ଏସଟିଏଫ  ୧.୩୨୫ କିଲୋଗ୍ରାମ ଓଜନର ନିଶା ସାମଗ୍ରୀ ଜବତ  କରିବା ସହ ବାଲେଶ୍ଵର ସହରର ବସ ଷ୍ଟାଣ୍ଡ ଅଞ୍ଚଳରୁ ଏମବିଏ ଛାତ୍ର ଶେଖ ରିଆଜୁଦ୍ଦିନଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଭୁବନେଶ୍ୱରରେ ଅଧ୍ୟୟନ କରୁଛି ବୋଲି ଜଣେ ଏସଟିଏଫ ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ସେମାନେ ବ୍ରାଉନ ସୁଗାରର ଉତ୍ସ ଏବଂ ରାକେଟର କିଙ୍ଗପିନ୍ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଏସଟିଏଫ ୧୬.୭୧୧ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଏବଂ ଚଳିତ ବର୍ଷ ୪୧ ଟି ଡ୍ରଗ୍ ବେପାରୀଙ୍କୁ ଗିରଫ କରିଛି। (ଏଜେନ୍ସି)

Read More

ଭୁବନେଶ୍ବରରୁ: ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୧୫୩୫ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୨୮୭, ସୁନ୍ଦରଗଡରୁ ୧୭୮, ଗଞ୍ଜାମରୁ ୧୫୬, କନ୍ଧମାଳରୁ ୧୦୫, ପୁରୀରୁ ୯୬, କଟକରୁ ୮୪, କୋରାପୁଟରୁ ୭୩, ବରଗଡରୁ ୭୦, ନୟାଗଡରୁ ୬୩, ମାଲକାନଗିରିରୁ ୫୮, ବାଲେଶ୍ବରରୁ ୫୨, କଳାହାଣ୍ଡିରୁ ୪୭, ଭଦ୍ରକରୁ ୪୨, ଯାଜପୁରରୁ ୩୯, ଗଜପତିରୁ ୨୭, କେନ୍ଦ୍ରାପଡାରୁ ୨୦, ସମ୍ବଲପୁରରୁ ୨୦, ଝାରୁସୁଗୁଡାରୁ ୧୯, ମୟୂରଭଞ୍ଜରୁ ୧୭, କେଉଁଝରରୁ ୧୭, ଢେଙ୍କାନାଳରୁ ୧୫, ରାୟଗଡା ରୁ ୧୪, ନବରଙ୍ଗପୁରରୁ ୧୩, ବୌଦ୍ଧ ଓ ବଲାଙ୍ଗୀରିରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି  ଜଗତସିଂହପୁରରୁ ୬, ନୂଆପଡାରୁ ୨, ସୋନପୁରରୁ ଜଣେ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକ ସଂଖ୍ୟା ୪୫,୩୧୪ ରେ ପହଞ୍ଚିଛି।

Read More

ଭୁବନେଶ୍ୱର: ସୋଆ ଡିମଡ୍ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ (ଏସଏଚଏମ) ଠାରେ ନିକଟରେ ୭ ଦିନ ଧରି ଏକ ଫ୍ୟାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଭାରତ ତଥା ଭାରତ ବାହାରୁ ୨୦ ଜଣ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମନ୍ତବ୍ୟ ରଖିଥିଲେ। ରିସର୍ଚ୍ଚ ମେଥଡୋଲଜି ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ଗୁଡିକ ପର୍ଯ୍ୟବେସିତ ହୋଇଥିଲା। ଏଥିରେ ଦେଶ ମଧ୍ୟରୁ ଓ ବିଦେଶରୁ ୬୫ ଟି ଅନୁଷ୍ଠାନର ୧୨୦ ଜଣ ଫ୍ୟାକଲ୍‌ଟି ଯୋଗ ଦେଇଥିଲେ। ଯୋଗ ଦେଇଥିବା ଅନୁଷ୍ଠାନ ଗୁଡିକ ମଧ୍ୟରେ ବଙ୍ଗଳାଦେଶର ନ୍ୟାସନାଲ ୟୁନିଭର୍ସିଟି, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ, ଆଇଆଇଟିଟିଏମ, ସିପେଟ, ଇଗନୋଉ, ଓଡ଼ିଶା ସରକାରଙ୍କ ଷ୍ଟେଟ କାଉନସିଲ ଫର ଟେକନିକାଲ ଏଜୁକେସନ ଆଣ୍ଡ ଭୋକେସନାଲ ଟ୍ରେନିଂ, ବିହାର ରୁରାଲ ଲାଇଭଲିହୁଡ ପ୍ରମୋସନ ସୋସାଇଟି ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲେ। ଏସଏଚଏମର ଆଡଭାଇଜର ତଥା ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ…

Read More

ଭୁବନେଶ୍ବର, ଅଗଷ୍ଟ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନ ରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି। ପଶ୍ଚିମବଙ୍ଗରେ ଅଗଷ୍ଟ ୨୦, ୨୧, ଓ ୨୭ ତାରିଖରେ ସମ୍ପୂର୍ଣ୍ଣ ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ – ବାତିଲ ହେଉଥିବା ଟ୍ରେନ : ୧- ହାଓଡ଼ାରୁ ଛାଡୁଥିବା ୦୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ ୨୧ ଅଗଷ୍ଟ , ୨୦୨୦ ତାରିଖ ଦିନ ବାତିଲ କରାଯିବ। ୨- ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ ୨୦ ଅଗଷ୍ଟ ୨୦୨୦ ତାରିଖ ଦିନ ବାତିଲ କରାଯିବ। ୩- ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ୨୧, ୨୮ ଓ ୩୧ ଅଗଷ୍ଟ ୨୦୨୦ ତାରିଖ ଦିନ ବାତିଲ କରାଯିବ। ୪-ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ ୨୨,…

Read More

ହାଇଦ୍ରାବାଦ : ବାହୁବଳୀ ଅଭିନେତା ପ୍ରଭାସ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଆଦିପୁରୁଷ’ରେ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ‘ତାନାଜୀ’ ଫିଲ୍ମର ନିର୍ଦ୍ଦେଶ ଓମ୍ ରାଉତ ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିବା ସହିତ ପ୍ରଭାସ ଲେଖିଛନ୍ତି, ‘ଧର୍ମ ଉପରେ ଅଧର୍ମର ବିଜୟ’ ପାଳନର ଏକ ଅନନ୍ୟ କାହାଣୀ ଆଦି ପୁରୁଷ । ଏହି ଥ୍ରିଡି ଫିଲ୍ମଟି ଭାରତୀୟ ପୌରାଣିକ ଗ୍ରନ୍ଥ ରାମାୟଣ ଉପରେ ଆଧାରିତ । ଏହି ଫିଲ୍ମର ସୁଟିଂ ୨୦୨୧ରେ ଆରମ୍ଭ ହେବା ସହିତ ୨୦୨୨ରେ ଏହି ଫିଲ୍ମଟି ରିଲିଜ ହେବ । ଏହି ଫିଲ୍କର ପୋଷ୍ଟର ପାଇଁ ପ୍ରଭାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମହାନାଟୀ ନିର୍ଦ୍ଦେଶକ ନାଗ ଅଶ୍ୱିନ। ଏହି ଫିଲ୍ମ ବ୍ୟତୀତ ପ୍ରଭାସ ’ରାଧେ ଶ୍ୟାମ’ ଏବଂ ନାଗ ଅଶ୍ୱିନଙ୍କ ଅପକମିଙ୍ଗ ଫିଲ୍ମରେ  ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ନାଗ ଅଶ୍ୱିନଙ୍କ ଫିଲ୍ମରେ ଦୀପିକା ପାଦୁକୋନ୍…

Read More