Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଇନର ହ୍ୱିଲ୍ କ୍ଲବ୍ ଅଫ୍ ବ୍ରହ୍ମପୁର ପକ୍ଷରୁ ଦେଶରକ୍ଷା ତଥା ସାମାଜିକ ସେବାରେ ନିଜକୁ ନିୟୋଜିତ କରୁଥିବା ଭାରତୀୟ ସୈନ୍ୟବାହିନୀର ଜୱାନ ତଥା ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି। କ୍ଲବ୍ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ସେବାମୂଳକ କାର୍ଯ୍ୟରେ ନିୟୋଜିତ କର୍ମୀଙ୍କୁ ଚୟନ କରାଯାଇ କିଛି ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଉଥାଏ। ଚଳିତବର୍ଷ କ୍ଲବ୍ ପକ୍ଷରୁ ଭାରତର ବିଭିନ୍ନ ସ୍ଥାନରେ ଏଭଳି ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ବ୍ରହ୍ମପୁର ସ୍ଥିତ ଏହି କ୍ଲବ୍ ପକ୍ଷରୁ ପ୍ରଥମ ଓଡ଼ିଶା ସିଟିସିର ଜୱାନଙ୍କ ସମେତ ସିଟି ହାଇସ୍କୁଲର ଏନ୍‌ସିସି ଚିଫ୍ ଅଫିସର ଗୋପାଳକୃଷ୍ଣ ମିଶ୍ର ଓ କନଭେଣ୍ଟ ସ୍କୁଲର ସେକେଣ୍ଡ ଅଫିସର ପୁଷ୍ପିତାଙ୍କୁ ସମ୍ମାନିତ କରାଯାଇଥିଲା।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟୁଷ ଡ଼ାକ୍ତରମାନେ ଅଳ୍ପ ଦରମା ପାଉଥିଲେ ମଧ୍ୟ ସମସ୍ତ ନିୟମ ମାନି କୋଭିଡ଼୍‌-୧୯ରେ ଚିକିତ୍ସା କରୁଛନ୍ତି। ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବର ବିରୋଧ ଏବଂ ନିଜର ଦାବି ପୂରଣ ପାଇଁ ଅଗଷ୍ଟ ୫ ତାରିଖରୁ କଳା ବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ଆସୁଛନ୍ତି। ଯଦି ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଅଗଷ୍ଟ ୧୫ ତାରିଖରେ ସାମୂହିକ ଇସ୍ତଫା ଦେବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ସେମାନଙ୍କ ଦାବି ମଧ୍ୟରେ ମାସିକ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି, ଚାକିରିର ସ୍ଥାୟୀକରଣ, କରୋନା ଯୋଦ୍ଧା ଭାବେ ଘୋଷଣା, ଆର୍‌ବିଏସ୍‌କେ ଡ଼ାକ୍ତରଙ୍କୁ ଆୟୁଷ ବିଭାଗରେ ଅନ୍ତର୍ଭୁକ୍ତ କରିବା, ସ୍କୁଲ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଆୟୁର୍ବେଦିକ ଓ ହୋମିଓପାଥିକ ଔଷଧ ବଣ୍ଟନ ଇତ୍ୟାଦି ରହିଛି। କିନ୍ତୁ ସରକାର ସହିତ ଦୂରଭାଷ ଜରିଆରେ ପ୍ରତିଶ୍ରୁତି କ୍ରମେ, ଜନମଙ୍ଗଳ କଲ୍ୟାଣ ନିମନ୍ତେ,…

Read More

କେଦାର ମିଶ୍ର “ଜୟ ହୋ”‘ ଏ ବାଣୀ, ମୂଳତଃ ଗୁଲଜାର ସାହେବଙ୍କର ନୁହଁ। ଯେଉଁମାନେ ପଣ୍ଡିତ ଯଶରାଜଙ୍କର ଗୁଣୀ ଗ୍ରାହକ ସେମାନେ ଜାଣନ୍ତି, ଏ ବାଣୀର ଉଦଗାତା ପଣ୍ଡିତ ଯଶରାଜ। ପଣ୍ଡିତଜୀଙ୍କର ସବୁ ସଙ୍ଗୀତର ଆରମ୍ଭ ଜୟ ହୋ ଉଚ୍ଚାରଣରୁ ହୋଇଥାଏ। ତାଙ୍କ ସଙ୍ଗୀତ ମାଧୁର୍ୟର ମହୋତ୍ସବ।ସମକାଳୀନ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀଙ୍କ ମଧ୍ୟରେ ତାଙ୍କ ଗଳାଟି ସବୁଠୁ ମିଠା। ସୁର ଓ ତାନର କଠୋର ତାରକସି ରଚନା କରିବାରେ ସେ ଯେତିକି ସଫଳ, ଭାବର ମଧୁରତା କୁ ମୂର୍ଛନାରେ ରୂପାନ୍ତରିତ କରିବାରେ ସେ ସେତିକି ଅନନ୍ୟ। ପଣ୍ଡିତ ଯଶରାଜଙ୍କୁ ଗୀତା ଗାଇବା ଯିଏ ଦେଖିଛି, ସେ ତାଙ୍କ ପ୍ରେମରେ ପଡିବାକୁ ବାଧ୍ୟ। ଅତ୍ୟନ୍ତ ସୌମ୍ୟ ଓ ସୁଦର୍ଶନ ପୁରୁଷ। ବ୍ୟକ୍ତିତ୍ବ ଅତ୍ୟନ୍ତ ପ୍ରଭାବଶାଳୀ। ସ୍ଵର, ଭାବ ଓ ଲୟକୁ ଏକତ୍ର କରି ଯାଦୁକରୀ ପରିବେଶ ତିଆରି କରିବାରେ ତାଙ୍କ ଭଳି ଉସ୍ତାଦ ବହୁତ କମ ମିଳିବେ। ରୂପା ଭଳି ଚିକ ଚିକ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଷ୍ଟ୍ରୀୟ ଯୁବକ କଂଗ୍ରେସ ଏବଂ ରାଜ୍ୟ ଯୁବ କଂଗ୍ରେସ ତରଫରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ଆଜି ଗଂଜାମ ଜିଲ୍ଲା ଯୁବ କଂଗ୍ରେସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଅଭିଯୋଗ ଅନୁସାରେ ଗତ ୧୨ ତାରିଖ ଦିନ ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲ୍ ବିତର୍କରେ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ତ୍ୟାଗି ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମଧ୍ୟରେ ବିତର୍କ ହେଉଥିବାବେଳେ ସମ୍ବିତ ପାତ୍ର, ରାଜିବ ତ୍ୟାଗୀଙ୍କୁ ଅଭଦ୍ର ଅସଭ୍ୟ ଗାଳି ଏବଂ ଆପତ୍ତିଜନକ ମନ୍ତବ୍ୟ କରି ଅପମାନିତ କରିଥିବାରୁ ରାଜୀବ ତ୍ୟାଗିଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଏହାକୁ କଡ଼ା ବିରୋଧ କରି ପ୍ରଥମେ କଂଗ୍ରେସ ଭବନଠାରେ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇ ପରେ ବ୍ରହ୍ମପୁର ଏସ୍‌ପିଙ୍କୁ ଏଫ୍‌ଆଇଆର୍ ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସାନଖେମୁଣ୍‌ଡି ଯୁବ…

Read More

ମୁମ୍ବାଇ: ଅଭିନେତ୍ରୀ ଇଶା କୋପିକର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ନ୍ୟାୟ ଚାହୁଁଥିବା ସେଲିବ୍ରିଟି ତାଲିକାରେ ଯୋଗ ଦେଇଛନ୍ତି। ସୋମବାର ଦିନ, ଇଶା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି: “ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ନ୍ୟାୟ ପାଇଁ ପ୍ରାର୍ଥନା କରୁଛି। ତାଙ୍କ ପରିବାର ନ୍ୟାୟ ପାଇବା ସହିତ ସତ୍ୟ ଜାଣିବା ଆବଶ୍ୟକ। ଆମେ ଆପଣଙ୍କ ସହ ଅଛୁ!” ଅଭିନେତ୍ରୀ ମଧ୍ୟ ଆଖି ବନ୍ଦ କରି ପ୍ରାର୍ଥନାରେ ହାତ ବାନ୍ଧି ନିଜର ଏକ ଚିତ୍ର ସେୟାର କରିଥିଲେ। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ପ୍ରକାଶ କରିଛନ୍ତି ଯେ ଏକ ଲକ୍ଷରୁ ଅଧିକ ଲୋକ ସ୍ୱର୍ଗତ ତାରାଙ୍କ ପାଇଁ ବିଶ୍ୱ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି ଏବଂ ଏହି ମୁହୂର୍ତ୍ତକୁ ଆଧ୍ୟାତ୍ମିକ ବିପ୍ଳବ ବୋଲି କହିଛନ୍ତି। ଶ୍ୱେତା ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ସ୍ୱର୍ଗତ ଅଭିନେତାଙ୍କ ପ୍ରଶଂସକ ତଥା ଶୁଭେଚ୍ଛୁମାନଙ୍କୁ ତାଙ୍କ ଭାଇଙ୍କ ପାଇଁ ପ୍ରାର୍ଥନା ସଭାରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

Read More

ଭୁବନେଶ୍ବରରୁ: ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୧୫୦୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୨୩୨, କଟକରୁ୧୩୧, ରାୟଗଡାରୁ ୧୧୨, ସୁନ୍ଦରଗଡରୁ ୧୧୧, ବାଲେଶ୍ବରରୁ ୧୦୧, ଖୋର୍ଦ୍ଧାରୁ ୯୯, ଢେଙ୍କାନାଳରୁ ୬୩, ମୟୂରଭଞ୍ଜରୁ ୫୧, ଗଜପତିରୁ ୪୯, କୋରାପୁଟରୁ ୪୯, ମାଲକାନଗିରିରୁ ୪୨, ଭଦ୍ରକରୁ ୩୮, ଜଗତସିଂହପୁରରୁ ୩୮, କନ୍ଧମାଳରୁ ୩୭, ବଲାଙ୍ଗିରିରୁ ୩୬, ଯାଜପୁର ରୁ ୩୬, ସମବଲପୁରରୁ ୩୫, ନୟାଗଡରୁ ୩୪, କଳାହାଣ୍ଡି, ନୂଆପଡା ଓ ନବରଙ୍ଗପୁରରୁ ୩୧ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ସୋନପୁରରୁ ୩୦, କେଉଁଝରରୁ ୨୦, ଅନୁଗୁଳରୁ ୧୮, ବରଗଡରୁ ୧୫, ଝାରୁସୁଗୁଡାରୁ ୧୪, କେନ୍ଦ୍ରାପଡାରୁ ୧୪, ଦେବଗଡରୁ ୪ ଏବଂ ପୁରୀରୁ ଜଣେ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକ ସଂଖ୍ୟା ୪୩,୭୭୯ ରେ ପହଞ୍ଚିଛି।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର-ଅଡଶପୁର୍ ରାସ୍ତାର ଆଳିପିଙ୍ଗଳ ବଜାର ନିକଟରେ ଥିବା ହାଇସ୍କୁଲ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଅଭିଯୋଗ ଅନୁଯାୟୀ ଏହି ହାଇସ୍କୁଲ ଜଗତସିଂହପୁର-ଅଡଶପୁର୍ ମୁଖ୍ୟ ରାସ୍ତା ଠାରୁ ମାତ୍ର ୪୦୦ ଫୁଟ ଦୂରତାରେ ଅବସ୍ଥିତ ଥିବା ବେଳେ ମୁଖ୍ୟ ରାସ୍ତା ଓ ଏହି ହାଇସ୍କୁଲ ରାସ୍ତାର ସଂଯୋଗ ସ୍ଥଳରେ ଖାଲଖମା ଯୋଗୁଁ ଅସରାଏ ବର୍ଷା ହେଲେ ଏଠି ଆଣ୍ଠୁଏ ପାଣି ଜମିରହୁଛି। ଫଳରେ ଏହି ରାସ୍ତାଦେଇ ସ୍କୁଲକୁ ଅଧ୍ୟୟନ ପାଇଁ ଯାତାୟତ କରୁଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହିତ ଏହି ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ୧୦ଟି ଗ୍ରାମର ଲୋକେ ଯାତାୟତ ପାଇଁ ନିର୍ଭର କରୁଥିବା ବେଳେ ରାସ୍ତାରେ ଆଣ୍ଠୁଏ ପାଣି ହେବା ଯୋଗୁଁ ଲୋକମାନେ ଯାତାୟତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୪କି.ମି ଦୂର ହୋଇଥିବା ବେଳେ ଉକ୍ତ ରାସ୍ତାକୁ ମରାମତି ପାଇଁ…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକ ପରିମିତ ଜମି ଉପରେ ଏହି ଯୋଜନା କାର‌୍ୟ୍ୟକାରୀ ହେବାକୁ ଯାଉଛି। ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ବର ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଟି କରାଯାଉଛି। ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୁଙ୍କର ଶିବରାତ୍ରୀ ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ। ଶିବରାତ୍ରୀ ସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ। ଶ୍ରାବଣ ମାସରେ…

Read More

କୋଲକାତା : ସାରା ଦେଶରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ବହୁ ରାଜନୈତିକ ହସ୍ତୀମାନଙ୍କର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ୟୁପିର ଦୁଇଜଣ ମନ୍ତ୍ରୀ କରୋନାରେ ପ୍ରାଣ ହରାଇଥିବାବେଳେ ଆଜି ପଶ୍ଚିମବଙ୍ଗର ଜଣେ ଟିଏମ୍ସି ବିଧାୟକ କରୋନାରେ ପ୍ରାଣ ହରାଇଛନ୍ତି । ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ପଶ୍ଚିମବଙ୍ଗର ତୃଣମୂଳ ବିଧାୟକ ସମରେଶ ଦାସ ସୋମବାର ଦିନ ପ୍ରାଣ ହରାଇଛନ୍ତି । ଏଗ୍ରା ବିଧାନସଭା ଆସନର ବିଧାୟକ ତଥା ପୂର୍ବ ମେଦିନୀପୁର ବାସିନ୍ଦା ଦାସ କରୋନା ପ୍ରଭାବରେ 76 ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ।  ଶ୍ରୀଦ ଦାସ କରୋନା ସହିତ ସେ ହୃଦରୋଗ ଏବଂ କିଡନୀ ସମସ୍ୟାରେ ମଧ୍ୟ ପୀଡିତ ଥିଲେ । ସମରେଶ ଦାସଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ଦାସ ପୂର୍ବରୁ ଫାଲଟା ଆସନରୁ ତିନି ଥର…

Read More

ବେଙ୍ଗାଲୁରୁ : ଲୋକପ୍ରିୟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ଅଧିଗ୍ରହଣ କରିବ ରିଲାଏନ୍ସ । ଭାରତର ସବୁଠାରୁ ବୃହତ କମ୍ପାନୀ ରିଲାଏନ୍ସ ଆଗାମୀ ଦିନରେ ଟିକଟକକୁ ଅଧିଗ୍ରହଣ କରିବାକୁ ଯାଉଛି । ପ୍ରାୟ 5 ବିଲିୟନ୍ ଡଲାରରେ ରିଲାଏନ୍ସ ଟିକ୍‌ଟକ୍‌କୁ ଅଧିଗ୍ରହଣ କରିବା ନେଇ ଖବର ପ୍ରକାଶ ପାଇଛି । ଉଭୟ କମ୍ପାନୀ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିଲେ ମଧ୍ୟ ବିଗତ ଏକ ମାସ ଧରି ଉଭୟ କମ୍ପାନୀ ମଧ୍ୟରେ ଆଲୋଚନା ଜାରି ରହିଛି । ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଏବଂ ଟିକ୍‌ଟକ୍‌ର ମୂଳ କମ୍ପାନୀ ବାଇଟ୍ ଡାନ୍ସ ମଧ୍ୟରେ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଖବର ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ତଥ୍ୟ ଚୋରି କାରଣରୁ ଭାରତ ସରକାର ଟିକଟକକୁ ବ୍ୟାନ କରିଥିବା ବେଳେ ଆମେରିକାରେ ମଧ୍ୟ ବ୍ୟାନ କରାଯାଇଛି । (ଏଜେନ୍ସି)

Read More

ଭୁବନେଶ୍ୱର : ଆସନ୍ତା 19 ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରେସ୍ ମିଟ୍ କରି ଏହି ସୂଚନା ଦେଇଛନ୍ତି । ଆସନ୍ତା 19 ତାରିଖ ଦିନ 11.30 ମିନିଟ ସମୟରେ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ। ସେହିପରି ଆସନ୍ତା ଅଗଷ୍ଟ 31 ତାରିଖ ପୂର୍ବରୁ ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି। ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି 3 ଲକ୍ଷ 50 ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି ।

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 198 ପଜିଟିଭ୍‌ ଚିହ୍ନଟ ହୋଇଛି । ଚିହ୍ନଟ 198 ଜଣଙ୍କ ମଧ୍ୟରୁ 104 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାସ୍ଥଳେ 94 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ଦେଇଛି ବିଏମ୍‌ସି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 104 ଜଣଙ୍କ ମଧ୍ୟରେ ବରଗଡ ବ୍ରିଟ୍‌ କଲୋନୀରୁ 3 ଜଣ, ପାେଲିସ୍‌ କଲୋନୀରୁ ଚାରି ଜଣ, ଚନ୍ଦ୍ରେଶଖରପୁର ହାଉସିଂ ବୋର୍ଡ କଲୋନୀରୁ ଚାରି ଜଣ,  ଏକ ସିକ୍ୟୁରିଟି ଏଜେନ୍ସିର 7 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସାଲିଆ ସାହିରୁ ଛଅଜଣ ଚିହ୍ନଟ ହୋଇଛନ୍ତି । ଚିନ୍ତାମଣିଶ୍ବରରୁ ଛଅ ଜଣ, ଝାରପଡା ଜଗନ୍ନାଥ କଲୋନୀରୁ 3 ଜଣ, ନୟାପଲ୍ଲୀର ଏକ ହୋଟେଲରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜଧାନୀରୁ 94 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାବେଳେ ଶିଖରଚଣ୍ଡୀ ନଗରରୁ 7ଜଣ, ଚନ୍ଦ୍ରଶେଖପୁର ରେଲ୍‌ ବିହାରରୁ 3 ଜଣ, ସିଆରପିଏଫ୍‌ କ୍ୟାମ୍ପସ୍‌ରୁ…

Read More

ବାସୁଦେବପୁର : ପବ୍‌ଜି ଖେଳିବାକୁ ବାରଣ କରିବାରୁ ଜଣେ 20 ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି ।  ମାମୁଁ ବାରଣ କରିବାରୁ ଭଣଜା ଆତ୍ମହତ୍ୟା କରିଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଏହିପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ଘଟିଛି । ଯୁବକଙ୍କ ଘର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପାଣିଝଣିଆ ଅଞ୍ଚଳରେ ବୋଲି ସୂଚନା ରହିଛି। ଧାମରାର ଏକ ଚିଙ୍ଗୁଡି ଘେରିରେ ମାମୁଁ ଭଣଜା ଏକାଠି କାମ କରୁଥିଲେ । ଭଣଜା ବାରମ୍ବାର ପବ୍‌ଜି ଖେଳିବାରୁ ମାମୁଁ ମୋବାଇଲ୍‌ ଛଡାଇ ନେଇଥିଲେ । ରାଗରେ ଭଣଜା ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଉଭୟ ମାମୁ ଭଣଜା ରାତିରେ ଖାଇସାରି ଶୋଇଥିଲେ । ହେଲେ ଆଜି ସକାଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।

Read More

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ମିସନ ଅନ୍ନ ସେବାର ଅଂଶ ସ୍ୱରୂପ କୋଭିଡ୍‌-୧୯ ଲକ୍‌ଡାଉନ୍ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକ ଓ ଅଭାବୀ ବର୍ଗର ଲୋକମାନଙ୍କୁ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଭୋଜନ ବଣ୍ଟନ ଓ ସହାୟତା ପ୍ରଦାନ କରିଥିବା ରିଲାଏନ୍ସ ଫାଉଣ୍ଡେସନ ଏବେ ଏହି ସହାୟତାକୁ ସଂପ୍ରସାରିତ କରି ଓଡ଼ିଶାର ଶହ ଶହ ହସ୍ତକଳା ଶିଳ୍ପୀ ପରିବାର ତଥା ପ୍ରବାସୀ ଶ୍ରମିକ ପରିବାରଙ୍କୁ ସହାୟତାର ହାତ ବଢାଇଛି। ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ସହଯୋଗରେ ଚଳିତ ସପ୍ତାହରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୁରୀ ଜିଲ୍ଲାର ରଘୁରାଜପୁର ଶିଳ୍ପ ଗ୍ରାମର ପଟ୍ଟଚିତ୍ର ଶିଳ୍ପୀ ପରିବାର ସମୂହ, ବାଲେଶ୍ୱରର ବାଲିଆପାଳର ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାର ସମୂହଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଣ୍ଟନ କରାଯାଇଛି। କୋଭିଡ୍‌-୧୯ ଯୋଗୁଁ ସୃଷ୍ଟି ହୋଇଥିବା ବର୍ତମାନର ସ୍ଥିତି ଓ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣା ଯୋଗୁଁ ଅନେକ ମାସ ଧରି ଏହି ଦୁଇ ହସ୍ତକଳା…

Read More

ପାଟନା : ଅନଲାଇନ୍‌ ଗେମିଂ ନିଶା ଆଜି କାଲିର ଯୁବପିଢିକୁ ପଥଭ୍ରଷ୍ଟ କରୁଛି । ଏହି ନିଶାରେ ସେମାନେ ଅପରାଧୀ ହୋଇ ପଡୁଛନ୍ତି । ଏହି ଖେଳ ନିଶା ପାଇଁ ବିହାରର ଜଣେ ନାବାଳକ ନିଜେ ନିଜର ଅପହରଣ କରିଥିବାର ସୂଚନା ରହିଛି । ବିହାରର ଜଣେ 14 ବର୍ଷୀୟ ବାଳକ ନିଜ ଅପହରଣର ନାଟକ ରଚିଛି । ଅନଲାଇନ ଗେମିଙ୍ଗ ନିଶା ପାଇଁ ପଇସା ଦରକାର ଥିବାରୁ ବାଳକ ଜଣକ ନିଜ ଅପହରଣର ନାଟକ କରି ନିଜ ପରିବାର ଲୋକଙ୍କ ଠାରୁ ଅର୍ଥ ହାସଲ କରିବାର ଯୋଜନାରେ ରହିଥିଲା । ତେବେ ପୋଲିସ ନାବାଳକକୁ ଗିରଫ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ନାବାଳକ ଜଣକ ଘରୁ ଲୁଚି ପଳାଇ ଯାଇ 5 ଲକ୍ଷ ଟଙ୍କାର ଅର୍ଥ ଦାବି କରିଥିଲା । ଏହି ଘଟଣା ପରେ ନାବାଳକଙ୍କ ମା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ…

Read More

ଭୁବନେଶ୍ୱର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ୀ’ ନିଲାମ ହେବ ।  ଅନଲାଇନରେ 15 ତାରିଖରୁ ନିଲାମ ଆରମ୍ଭ ହୋଇଥିବା ବେଳେ 20 ତାରିଖ ରାତି 10 ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଆଗ୍ରହୀ ବ୍ୟକ୍ତି ବିଶେଷ ଏହାକୁ କିଣିବା ପାଇଁ ‘ଗୁଗୁଲ ଫର୍ମସ’ରେ ଆବେଦନ କରିପାରିବେ।  ଶାଢ଼ୀ ବିକ୍ରି ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ। ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ ନାଁରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଅନିତା ସାବତ ଓ ଅମ୍ରିତା ସାବତ ଏ ନେଇ ସୂଚନା ଦେଇଛନ୍ତି । ବିଦ୍ୟା ଶାଢ଼ି ପିନ୍ଧି ସୋସିଆଲ ମିଡିଆରେ ବୁଣାକାରଙ୍କୁ ବହୁତ ପ୍ରଶଂସା କରିଥିଲେ । ଏଥିସହ ଚୁକ୍ତି ମୁତାବକ ଶାଢ଼ୀଟି ପିନ୍ଧିବା ପରେ ଫେରାଇ ଦେଇଥିଲେ । ଶାଢ଼ୀଟି ଆସିବା ପରେ ଏହାକୁ କିଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥିଲେ ।…

Read More

ଭୁବନେଶ୍ୱର :  ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟରଲେନ୍ସ ନୀତି ଆପଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଆଉ ଜଣେ ବରିଷ୍ଠ ପ୍ରଶାସକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସୋମବାର ରାଜ୍ୟ ସରକାର ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତି । ଶ୍ରୀ ମହାନ୍ତି କୋରାପୁଟର ଜିଲ୍ଲା କୃଷି ଅଧିକାରୀ ଥିଲେ । ଜୁଲାଇ 2 ତାରିଖରେ ମହାନ୍ତିଙ୍କ ଗାଡ଼ିରୁ ଭିଜିଲାନ୍ସ ପକ୍ଷରୁ 11 ଲକ୍ଷ ଟଙ୍କା ଜବତ କରାଯାଇଥିଲା । ସେହି ଦିନ ତାଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଥିଲା । ତାଙ୍କୁ ନିଲମ୍ବନ କରାଯିବା ସହ ରିମାଣ୍ଡରେ ଆଣି ଜେରା କରାଯାଇଥିଲା । ତାଙ୍କ ଘରେ ଚଢଉ କରାଯାଇ 3.5 କୋଟିର ସମ୍ପତ୍ତି ଠାବ କରାଯାଇଥିଲା । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର…

Read More

ଭୁବନେଶ୍ବର : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା ହୋଇଥିବାର ସୂଚନା ରହିଛି । କରୋନା ଆକ୍ରାନ୍ତ ନେଇ ଟୁଇଟ୍‌ ଯୋଗେ ସୁଶାନ୍ତ ସୂଚନା ଦେଇଛନ୍ତି । ସୁଶାନ୍ତ କହିଛନ୍ତି ଯେ, ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି, ସୁସ୍ଥ ଅଛି ବୋଲି କହିଛନ୍ତି ସୁଶାନ୍ତ । ତେବେ ନିକଟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ଆଇସୋଲେସନ୍‌ରେ ରହି ଡାକ୍ତରୀ ପରାମର୍ଶ କରନ୍ତୁ ବୋଲି ସୂଚନା ଦେଇଛନ୍ତି ସୁଶାନ୍ତ ।

Read More

ହେମାଙ୍ଗ ପ୍ରସାଦ ରାଉଳ ଦିଗପହଣ୍ଡି : ବଡଡୁମୁଳା ଗାଁରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ଦିଗପହଣ୍ଡିରେ ରହୁଥିଲେ ସୀମାଞ୍ଚଳ ସାହୁ। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ସାହିରେ ପଶି ଶିକ୍ଷକଙ୍କ ସମେତ ଆଖପାଖ କିଛି ଲୋକଙ୍କ ଘର ତାଲା ଗ୍ରୀଲ ଭଙ୍ଗାରୁଜା କରିଥିଲେ। ପରେ ବାହାରେ ଶିଙ୍କୁଳି ଲାଗିଥିବା ଦୁଇଟି ବାଇକକୁ ଚୋରି ଉଦ୍ୟମ କରି ଗୋଟିକକୁ ଚୋରି କରି ନେବାରେ ସଫଳ ହୋଇଥିଲେ। ପିଇଟି ଶିକ୍ଷକଙ୍କ ଗାଡି ନଂ ଓଡ଼ି 07 ଏ 3024 ବାଇକକୁ ଲୁଟି ନେଇଯାଇଛନ୍ତି । ସମସ୍ତେ ଶୋଇଥିବା ବେଳେ ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସେହିପରି ଗତ ୧୪ ତାରିଖ ରାତିରେ ନୁଆମୌଲାଭଣଜା ଗାଁ ମୁଖ୍ୟ ରାସ୍ତାରେ ଥିବା ଝରଣା ମେଡ଼ିସିନ ଷ୍ଟୋର ସମେତ ଆଖପାଖ ଦୋକାନ ଓ ମାଁ ସାତଭଉଣୀ ମନ୍ଦିର ଆଦିରୁ ଲକ୍ଷାଧିକ ଟଙ୍କା ଓ ସାମଗ୍ରୀ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।ଏନେଇ ଦିଗପହଣ୍ଡି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଗତକାଲି ଅପରାହ୍ନରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ପ୍ରଥମ ଥର ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ପରିଦର୍ଶନରେ ଆସିଥିଲେ । ଉକ୍ତ ଗସ୍ତରେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ମଧ୍ୟ ସାମିଲ ଥିଲେ। ସର୍ବପ୍ରଥମେ ଜିଲ୍ଲାପାଳ ନାଚୁଣୀ ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ଏକ ୨୦୦-୨୫୦ ବେଡ଼ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଭିତ୍ତିଭୂମିର ତଦାରଖ କରିଥିଲେ। ଉକ୍ତ ସେଣ୍ଟରଟି ସପ୍ତାହରୁ ଦଶ ଦିନ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାପରେ  ଜିଲ୍ଲାପାଳ ଚିଲିକା ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା। ଚିଲିକା ନିର୍ବାଚନମଣ୍ଡଳୀରେ ବଢୁଥିବା କରୋନାର ପ୍ରକୋପକୁ କିପରି ବ୍ରେକ ଲଗାଯିବ ସେ ଉପରେ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିବା ସହ ରୋଡ଼ମ୍ୟାପ ପ୍ରସ୍ତୁତ କରିଥିଲେ। ଏହା ସହ…

Read More

ସୋମାଲିଆ : ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର ତଟରେ ଅବସ୍ଥିତ ଏକ ହୋଟେଲ୍‌ରେ ଆକ୍ରମଣରେ 10ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 12ରୁ ଅଧିକ ଲୋକେ ଆହତ ହୋଇଥିବାର ସୂଚନାରହିଛି । ସ୍ଥାନୀୟ ପୋଲିସ୍‌ର ସୂଚନା ଅନୁସାରେ ଏହି ଘଟଣା ରବିବାରଦିନ ଘଟିଥିବାବେଳେ ଘଟଣାସ୍ଥଳରେ ସୁରକ୍ଷା ବଳ ଇସଲାମିକର ଚରମପନ୍ଥୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ହୋଟେଲ୍‌ର ସୁରକ୍ଷା ଗେଟ୍‌ ନିକଟରେ କାର୍‌ ବମ୍‌ ଦ୍ବାରା ଏକ ବିସ୍ଫୋରଣ କରାଯାଇଥିଲା । ଏହା ପରେ ବନ୍ଧୁକଧାରୀମାନେ ହୋଟେଲ୍‌ରେ ପ୍ରବେଶ କରି ସେଠାରେ ରହିଥିବା ଲୋକଙ୍କୁ ବନ୍ଧକ ରଖିଥିଲେ । ସୁରକ୍ଷା ବଳ ଦଶ ଜଣଙ୍କୁ ସେଠାରୁ ମୁକ୍ତ କରିବା ସହିତ ଆକ୍ରମଣକାରୀଙ୍କ ସହ ଗୁଳି ବିନିମୟ ଜାରି ରଖିଥିଲେ।  ଏହି ଘଟଣା ପାଇଁ ଇସ୍‌ଲାମୀ ଆତଙ୍କବାଦୀ ସଙ୍ଗଠନ ଅଲ୍‌-ଶବାବ୍‌  ନିଜକୁ ଦାୟୀ କରିଛି । (ଏଜେନ୍ସି)

Read More