ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ 9 ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ 2ଜଣ ଲେଖାଏଁ ମୃତ୍ୟୁ ହୋଇଛନ୍ତି । ସୁନ୍ଦରଗଡ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ତିନି ମୃତକଙ୍କ ବୟସ ଯଥାକ୍ରମେ 73, 82 ଓ 36 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ଆଜି ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ବୟସ ଯଥାକମେ 23 ଓ 72 ବର୍ଷ । ସେହିପରି ମୟୂରଭଞ୍ଜରୁ 60 ଓ 58ବର୍ଷୀୟ ବ୍ୟକ୍ତି ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 81ବର୍ଷ ହୋଇଥିବାବେଳେ କନ୍ଧମାଳରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 61ବର୍ଷ ବୋଲି ସୂଚନା ରହିଛି ।…
Author: Samikhsya Bureau
ଭୁବନେଶ୍ବର :ଆଜି 30ଟି ଜିଲ୍ଲାରୁ 1981 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 274 ଜଣ ଚିହ୍ନଟ ହୋଇଥିବାସ୍ଥଳେ ଗଞ୍ଜାମରୁ 267ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ 179, ସୁନ୍ଦରଗଡରୁ 145, କଟକରୁ 131,କୋରାପୁଟରୁ 97, ପୁରୀରୁ 77,ଭଦ୍ରକରୁ 65, ମାଲ୍କାନଗିରିରୁ 64, ଯାଜପୁରରୁ 60, ବାଲେଶ୍ବରରୁ 59, ସୋନପୁରରୁ 57, ନୟାଗଡାରୁ 56, ରାୟଗଡାରୁ 55 ଜଗତସିଂହପୁରରୁ 42, , କଳହାଣ୍ଡିଓ ଢେଙ୍କାନାଳରୁ 39ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜ 37, ସମ୍ବଲପୁରରୁ 38, ମୟୂରରଭଞ୍ଜରୁ 37,କେନ୍ଦ୍ରାପଡାରୁ 29, ବଲାଙ୍ଗିର ଓ ବରଗଡରୁ 27ଜଣ ଲେଖାଏଁ ରହିଥିବାବେଳେ କେଉଁଝରରୁ 23ଜଣ ରହିଛନ୍ତି । ବୌଦ୍ଧରୁ 22 ଜଣ, ନବରଙ୍ଗପୁରରୁ 18, ନୂଆପଡା ଓ ଦେବଗଡରୁ 16 ଜଣ ଲେଖାଏଁ, ଗଜପତି ଓ ଝାରସୁଗୁଡାରୁ 8 ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳରୁ 6ଜଣ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1981 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1225ଜଣ ଚିହ୍ନଟ ହୋଇଥିବାବେଳେ 756ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 52 ହଜାର 653କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15ହଜାର 808ଜଣ । ସେହିପରି ସୁସ୍ଥ ହୋଇଛନ୍ତି 36ହଜାର 478ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 305ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଆଜି ହୋଇଛନ୍ତି ଚିହ୍ନଟ 1. Angul: 6 2. Balasore: 59 3. Bargarh: 27…
SHG facilitating distribution of PDS commodities at Balangir Municipalit
ନୂଆଦିଲ୍ଲୀ : ଦେଶରେ ନୂତନ ଆୟକର ବ୍ୟବସ୍ଥାର ଶୁଭାରମ୍ଭ ନିମନ୍ତେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ 11ଟା ସମୟରେ ପ୍ରଧାନମନ୍ତ୍ରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଏବଂ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନୂତନ ସ୍ୱତନ୍ତ୍ର ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ଏହାର ନାମ ହେଉଛି ‘ସ୍ୱଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ’। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ହେଉଛି ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥାର ଆରମ୍ଭ, ଯେଉଁଥିରେ ଫେସଲେସ୍ ଆସେସମେଣ୍ଟ-ଅପିଲ୍ ଏବଂ ଟିକସଦାତା ଚାର୍ଟର୍ ଭଳି ପ୍ରମୁଖ ସଂସ୍କାର ରହିଛି। ଏହି ନୂତନ ଆୟକର ବ୍ୟବସ୍ଥା ଅନୁଯାୟୀ କରଦାତାଙ୍କୁ ଫେସଲେସ୍ ଆସେସ୍ମେଣ୍ଟ, ଟ୍ୟାକ୍ସ ପେୟର୍ସ ଚାର୍ଟର୍ ଓ ଫେସଲେସ ଅପିଲ୍ର ସୁବିଧା ମିଳିବ । ଆଜିଠାରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ଫେସଲେସ୍ ଅପିଲ୍ ସେବା ସେପ୍ଟେମ୍ବର 25ରୁ…
ପିଣ୍ଟୁ ବିଷୋୟୀ ଗଞ୍ଜାମ/ବେଗୁନିଆପଡା: କରୋନା ମହାମାରୀ ଜୀବନ ଓ ଜୀବିକା ଉପରେ ଦାଉ ସାଧିଛି। ଜୀବନ ଛଡାଇ ନେଉଥିବାବେଳେ ଜୀବିକା ଉପରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହୋଇଛି। କରୋନା ମାଡରେ ଦେଶର ଅର୍ଥନୀତି ଭୁଶୁଡି ପଡିଥିବାବେଳେ ସାଧାରଣ ଲୋକର ଜୀବନ ମଧ୍ୟ ଦୁର୍ବିସହ ହୋଇପଡିଛି। ଜୀବନ ଓ ଭୋକ ମଧ୍ୟରେ ମଣିଷ ଅଣନିଃଶ୍ବାସୀ ହୋଇପଡିଛି। କରୋନ ସଂକଟରେ ଅନେକ ଚାକିରି ହରାଇ ବେରୋଜଗାର ହୋଇ ପଡିଥିବାବେଳେ କେହି କେହି ନିଜ ବୃତ୍ତିକୁ ଛାଡି ପେଟ ଭୋକ ମେଣ୍ଟାଇବା ପାଇଁ ଯେକୌଣସି କାର୍ଯ୍ୟ କରିବାକୁ ବି ପଛଉ ନାହାନ୍ତି। ତେବେ ଫିଲ୍ମ ଜଗତ ଉପରେ କରୋନା ମାଡ ବିଶେଷ ଭାବରେ ଅନୁଭୂତ ହେଉଛି। ଗତ ୫ ମାସ ଧରି ଦେଶରେ ଲକ୍ଡାଉନ୍, ସଟ୍ଡାଉନ୍ ଜାରି ରହିଥିବାବେଳେ ଫିଲ୍ମ, ଧାରାବାହିକ ଆଦି ଶୁଟିଂ ବନ୍ଦ ରହିଛି। ଏପରି ସମୟରେ ଫିଲ୍ମ ଜଗତକୁ ନେଇ ବଞ୍ଚୁଥିବା ମଣିଷମାନଙ୍କ ଅବସ୍ଥା ବାର ଅଣା ଦି’କଡା ହୋଇଯାଇଛି।…
ରମେଶ ମହାନ୍ତି ଜଗତସିଂହପୁର: ରଘୁନାଥପୁର ଠାରେ ବୁଧବାର ପୂର୍ବାହ୍ନରେ ନୂତନ ଭାବେ ପ୍ରସ୍ତାବିତ ଗ୍ରାମ ନ୍ୟାୟାଳୟର ଶୁଭ ଉଦଘାଟନ କରିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ କୁମାରୀ ସଞ୍ଜୁ ପଣ୍ଡା। ନୂତନ ଭାବେ ଉକ୍ତ ଗ୍ରାମ ନ୍ୟାୟାଳୟକୁ ଉଦଘାଟନ କରି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ କୁମାରୀ ସଞ୍ଜୁ ପଣ୍ଡା କହିଲେ ଗ୍ରାମ ନ୍ୟାୟାଳୟର ପ୍ରତିଷ୍ଠା ଦ୍ୱାରା ଗ୍ରାମାଞ୍ଚଳ ଲୋକମାନଙ୍କୁ ତୁରନ୍ତ ନ୍ୟାୟ ପାଇବାରେ ସୁଗମ ହେବ। ଏହି ନ୍ୟାୟାଳୟ ପ୍ରତିଷ୍ଠା ଦ୍ୱାରା ଗ୍ରାମାଞ୍ଚଳର ଲୋକମାନଙ୍କୁ ତ୍ୱରିତ ନ୍ୟାୟ ସେମାନଙ୍କ ଦ୍ୱାରଦେଶରେ ଉପଲବ୍ଧ ହୋଇପାରିବ। ଏହି ଉତ୍ସବରେ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ପ୍ରଶାସନ) ଶ୍ରୀ ଆର୍ କେ ତୋଷ ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ପରିବାର ଅଦାଲତ ଜଜ୍ ଡଃ ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକା ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସୁଦାମ ଚନ୍ଦ୍ର ଦାଶ,…
କନ୍ଦର୍ପ ବେହେରା ରେଢାଖୋଲ : ଗତକାଲି ସଂଧ୍ୟାରେ ରେଢାଖୋଲ ପୁଲିସ୍ ଲୁହାପଙ୍କ ପଂଚାୟତର କୁଟାସିଙ୍ଗା ପାଖରୁ ଜନୈକ ଯୁବକର ମୃତ ଦେହ ଉଦ୍ଧାର କରିଛି । ପ୍ରକାଶ ଯେ, ରେଢାଖୋଲ ଥାନା ଲୁହାପଙ୍କ ନିକଟସ୍ଥ କୁଟାସିଙ୍ଗା ଢାବାରେ କାମ କରୁଥିବା ସେହି ଗ୍ରାମର କିଶୋରୀ ବେହେରା ଢାବାରେ କାମ ସାରି ରାତିରେ ଘରକୁ ଫେରୁଥିଲେ ହେଲେ ସେ ଘରକୁ ନ ଫେରିବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ଢାବାକୁ ଯାଇ ଦେଖନ୍ତି ତ କିଶୋରୀ ନାହିଁ । ଅପରାହ୍ନ ୪ ଘ ୩୦ ମିନିଟରେ ସେମାନେ ଢାବା ନିକଟ ଅନତୀ ଦୂରରେ କିଶୋରୀର ଶବ ପଡିଥିବା ଦେଖିବାକୁ ପାଇ ରେଢାଖୋଲ ପୋଲିସ୍ କୁ ଖବର ଦେଇଥିଲେ । ରେଢାଖୋଲ ପୋଲିସ୍ ଘଟଣା ସ୍ଥଳକୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଛି । ଆଜି ଶବ ବ୍ୟବଚ୍ଛେଦ ପରେ ହତ୍ୟା ନା ଆଉ କଣ ହୋଇଛି…
କେନ୍ଦ୍ରାପଡା : ସମ୍ପତ୍ତି ପାଇଁ ଏଠି ରକ୍ତର ସମ୍ପର୍କ ତୁଚ୍ଛ । ସମ୍ପତ୍ତି ପାଇଁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବାର ସୂଚନା ରହିଛି । ଏଭଳି ଏକ ଘଟଣା କେନ୍ଦ୍ରାପଡା ପାଟକୁରା ଥାନା ଶାସନିପଡା ଗ୍ରାମରେ ଘଟିଥିବାର ସୂଚନା ରହିଛି । ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି । ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି 6ଜଣ ଗୁରୁତର ହୋଇଛନ୍ତି । ପାଟକୁରା ଥାନା ଶାସନିପଡା ଗ୍ରାମରେ ଏପରି ଏକ ଅଭାବନୀୟ କାଣ୍ଡ ଘଟିଛି । ଏହି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଆକ୍ରମଣ ହୋଇଥିବାବେଳେ 6ଜଣ ଗୁରୁତର ହୋଇଛନ୍ତି । ଦୁଇ ଅତି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ସକାଳ ସୁଦ୍ଧା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିବାବେଳେ ଏବେବି ସେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି ବୋଲି ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଣବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଉଠିଥିବା ଗୁଜବକୁ ମିଛ ବୋଲି କହିଛନ୍ତି ତାଙ୍କ ଝିଅ ଶର୍ମିଷ୍ଠା। ମସ୍ତିଷ୍କରେ ରକ୍ତ ଜମାଟ ପରେ 10ରେ ପ୍ରଣବଙ୍କ ଅସ୍ତ୍ରୋପଚାର ହୋଇଥିଲା । ସେହିଦିନ ପ୍ରଣବ ମୁଖାର୍ଜୀ କରୋନାରେ ପୀଡ଼ିତ ଥିବାର ମଧ୍ୟ ଜଣାପଡିଥିଲେ । 84 ବର୍ଷୀୟ ପ୍ରବଣ ମୁଖାର୍ଜୀ ସୋମବାର ଦିନ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ରବିବାର ଦିନ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ବାଥରୁମ୍ରୁ ପଡି ଆହତ ହୋଇଥିଲେ । ଏହାପରେ ତାଙ୍କ ମସ୍ତିଷ୍କର ଗୋଟିଏ ଜାଗାରେ ରକ୍ତ ଜମାଟ ହୋଇଥିଲା । ଏହି ଜମାଟ ରକ୍ତକୁ ବାହାର କରିବା…
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ଟେଷ୍ଟ ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି। ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟୁନ୍ଟ ମାଧ୍ୟମରେ ଏହି ଟେଷ୍ଟ କରାଯାଇଛି। ସେହିପରି ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ ଆରଟି-ପିସିଆର ମେସିନ(RT-PCR Machine) ସ୍ଥାପନ କରିବା ସହିତ ରାଜ୍ୟରେ ଲାବ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ରହିଛି। ସବ୍-ଡିଭିଜନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରସ୍ତରରେ ଟେଷ୍ଟିଂ ସୁବିଧା ପ୍ରଦାନ କରାଯିବ। ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗଭର ହେବ ସେଥିପାଇଁ ପଞ୍ଚାୟତସ୍ତରରେ ସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ରହିଛି।
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ 66 ହଜାର 999ଜଣ ଆକ୍ରାନ୍ତ ହୋଇଥିବାବେଳେ 942ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 47 ହଜାର 33କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 23 ଲକ୍ଷ 96 ହଜାର 638କୁ ବୃଦ୍ଧି ହୋଇଛି। ସେହପରି ଦେଶରେ ଏବେ ସୁଦ୍ଧା 6 ଲକ୍ଷ 53 ହଜାର 622ଟି ସକ୍ରିୟ କେସ୍ ଥିବାବେଳେ ସୁସ୍ଥ ହୋଇଛନ୍ତି 16 ଲକ୍ଷ 95 ହଜାର 982 ଜଣ। ମହାରାଷ୍ଟ୍ରରେ ସର୍ବାଧିକ 18 ହଜାର 650ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 5 ହଜାର 278, ଦିଲ୍ଲୀରେ 4 ହଜାର 153, କର୍ଣ୍ଣାଟକରେ 3510ଜଣଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ (ସିଏସ୍ଆର୍) ସର୍ଭେ -୨୦୨୦ ଅନୁଯାୟୀ ଏହି ମାନ୍ୟତା ପାଇଛି ଆଇଟିଇଆର୍। ଏହି ର୍ୟାଙ୍କିଙ୍ଗ ତାଲିକାରେ ଆଇଟିଇଆର୍ ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଦେଶର ଶ୍ରେଷ୍ଠ ୨୦ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ପାଇଛି। ସିଏସ୍ଆର୍ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକର ର୍ୟାଙ୍କିଙ୍ଗ୍ କରିବା ସମୟରେ ଶୈକ୍ଷିକ ଭିତିଭୂମି, ଆନୁସଙ୍ଗିକ ବ୍ୟବସ୍ଥା, ଫ୍ୟାକଲ୍ଟି, ଗବେଷଣା, କନ୍ସଲ୍ଟାନ୍ସି. ଆଡମିସନ୍, ପାଠ୍ୟକ୍ରମ ଶିକ୍ଷା ପ୍ରଦାନ ପ୍ରଣାଳୀ, ନିଯୁକ୍ତି, ସାମାଜିକ ଦାୟିତ୍ୱ ଏବଂ ଶିଳ୍ପ ସହିତ ଆଦାନପ୍ରଦାନ ଇତ୍ୟାଦିକୁ ବିଚାରକୁ ନିଆଯାଇଥିଲା।
ବ୍ରହ୍ମପୁର : ଆସନ୍ତା 15 ତାରିଖରୁ ବ୍ରହ୍ମପୁର ଏମ୍କେସିଜି ଓପିଡି ଖୋଲିବ । ଏମ୍କେସିଜି ମେଡ଼ିକାଲ କଲେଜର ଜେନେରାଲ୍ ଓପିଡି ଖୋଲିବା ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ତେବେ ଓପିଡିକୁ ଆସିବା ସମୟରେ ଲୋକେ ମାସ୍କ ପରିଧାନ ସହ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି । କରୋନା ସଂକ୍ରମଣ ଆଶଙ୍କାରେ ଗତ ମାସରୁ ଏମ୍କେସିଜି ଜେନେରାଲ୍ ଓପିଡି ବନ୍ଦ ରହିଛି । ଓପିଡି ବନ୍ଦ ରହିବା କାରଣରୁ ରୋଗୀସେବା ବାଧାପ୍ରାପ୍ତ ହେବାରୁ ଓପିଡି ଖୋଲିବା ନେଇ ସାଧାରଣରେ ଦାବି ମଧ୍ୟ ହୋଇଛି ।
କେଦାର ମିଶ୍ର ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲ ଗତ କିଛିଦିନ ହେଲା କେବଳ ନିଜକୁ ହିଁ ମୁଖ୍ୟ ଖବର ଭାବେ ଉପସ୍ଥାପନ କରିଚାଲିଛି। ସରକାରୀ ଆକ୍ରୋଶର ଅଭିଯୋଗ ଆଣି ନିଜକୁ ପୋଲିସର ନାଲିଆଖି ଆଗରେ ଅସହାୟ ବୋଲି ଯେତେବେଳେ ଏକ ଗଣମାଧ୍ୟମ ସଂସ୍ଥା କହେ, ତାହା ଚିନ୍ତାଜନକ ନିଶ୍ଚୟ। ତେବେ ଭାରତରେ ଏମିତି ସରକାରୀ ନାଲିଆଖିର ଲମ୍ବା ଇତିହାସ ରହିଛି ଓ ତାକୁ ଦୃଢତାର ସହିତ ଗଣମାଧ୍ୟମ ଅତିକ୍ରମ କରିଥିବାର ସାହସୀ ଉଦାହରଣ ମଧ୍ୟ ରହିଛି। ଜାତୀୟ ସ୍ତରରେ ଏନଡିଟିଭି ଓ ଡିଜିଟାଲ ସଂସ୍ଥା “ଦି ୱାୟାର” ବିରୋଧରେ ଅଗଣିତ ଆକ୍ରମଣ ହୋଇ ଆସୁଛି। ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ତାଙ୍କର ମତାମତ ଲାଗି “ଦେଶଦ୍ରୋହ” ଅପରାଧରେ ଫସାଇଦେବାର ହୀନ ଉଦ୍ୟମ ହୋଇଛି। ଜାତୀୟ ହେଉ ବା ରାଜ୍ୟ ସ୍ତରୀୟ ଗଣମାଧ୍ୟମ ସଙ୍କଟ ସବୁଥିରେ ଓଡିଶାର ଗଣମାଧ୍ୟମ ସଂସ୍ଥା ଗୁଡିକ ସୁବିଧାବାଦୀ ଭୂମିକା ନିଭାଇଛନ୍ତି। ନିଜ ମାଲିକ ଯେଉଁ ଦଳରେ…
ଭୁବନେଶ୍ବର, ଡାକ୍ତରମାନେ ଏଣିକି ରୋଗୀଙ୍କୁ ସ୍ପଷ୍ଟଭାବେ ପ୍ରେସକ୍ରିପସନ ଲେଖିବେ। ଏନେଇ ଓଡିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରୀ କରିଛନ୍ତି। ପୂର୍ବରୁ ଡାକ୍ତରମାନେ ସ୍ପଷ୍ଟ ଭାବେ ଲେଖିବା ପାଇଁ ମେଡିକାଲ କାଉନସଲ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ତାହାକୁ କେହି ପାଳନ କରୁ ନାହାଁନ୍ତି। ମୁଖ୍ୟତଃ ଯେଉଁ ଡାକ୍ତରଙ୍କର ଭଲ ଅକ୍ଷର ହୁଏ ନାହିଁ ସେମାନେ କ୍ୟାପିଟଲ ଲେଟରରେ ଔଷଧର ନାମ ଲେଖିବା ପାଇଁ ନିର୍ଦ୍ଦେଶ ରହିଛି। ମୁଖ୍ୟ ଶାସନ ସଚିବ ଏହା ଉପରେ ଅନୁଧ୍ୟାନ କରି ନିୟମକୁ କଡାକଡି ଭାବେ ଲାଗୁ କରନ୍ତୁ ବୋଲି କୋର୍ଟ କହିଛନ୍ତି। ଏକ ଅନ୍ତରିଣ ଜାମିନୀ ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ଜଷ୍ଟିସ ସଂଜୀବ କୁମାର ପାଣଗ୍ରାହୀ।
ଭୁବନେଶ୍ୱର, ରାଜ୍ୟ ସରକାର ଆଜି ଅନୁଷ୍ଠିତ ୪୮ ତମ କ୍ୟାବିନେଟ୍ ବୈଠକରେ ବରଗଡ ଜିଲ୍ଲାର ବିଜେପୁର ଅଂଚଳକୁ ନିଶ୍ଚିତ ଜଳ ସେଚନ ଯୋଗାଇଦେବା ପାଇଁ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ( ଲିଫ୍ଟ କେନାଲ ସିଷ୍ଟମ) ଟେଣ୍ଡରକୁ ମଞ୍ଜୁର କରିଛନ୍ତି। ଜଳ ପାଇଁ ଅଧିକାଂଶ ସମୟରେ ମରୁଡି ଦ୍ୱାରା କୃଷି ପ୍ରଭାବିତ ହେଉଥିବା ଏହି ଅଂଚଳ ପାଇଁ ୧୧୩୮ କୋଟି ୬୩ ଲକ୍ଷ ଟଙ୍କା ପ୍ରକଳ୍ପର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକର ୭୭ଟି ଗ୍ରାମର ୧୫,୨୦୦ ହେକ୍ଟର, ସୋହେଲା ବ୍ଲକର ୨୩ ଗୋଟି ଗ୍ରାମର ୬,୪୦୦ ହେକ୍ଟର ଏବଂ ବରପାଲି ବ୍ଲକର ୧୯ ଟି ଗ୍ରାମର ୩,୮୪୦ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୫ଟି ଗ୍ରାମର ୧୬୦ ହେକ୍ଟର, ଏସବୁ ମିଶି ସମୁଦାୟ ୧୨୪ଟି ଗ୍ରାମର ୨୫,୬୦୦ ହେକ୍ଟର ଜମିକୁ ଜଳ…
ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୬,୧୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦକ୍ଷତାପୂର୍ଣ୍ଣ ଆବଧାଞ୍ଚଳ ପରିଚାଳନା, ବ୍ୟାପକ ନମୁନା ପରୀକ୍ଷଣ ଓ ଗୁଣାତ୍ମକ ଉପଚାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ମଧ୍ୟ ନିୟମିତ ଭାବେ ବୃଦ୍ଧି ପାଉଛି। ଜୁଲାଇ ପ୍ରଥମ ସପ୍ତାହରେ ପ୍ରତିଦିନ ହାରାହାରି ୧୫ ହଜାର ରୋଗୀ ଆରୋଗ୍ୟ ହେଉଥିବା ବେଳେ ଚଳିତ ମାସର ପ୍ରଥମ ସପ୍ତାହରେ ପ୍ରତିଦିନ ଏହା ୫୦ ହଜାରରୁ ଅଧିକ ହୋଇଛି। ଅଧିକ ରୋଗୀ ଆରୋଗ୍ୟ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୬ ଲକ୍ଷ ଟପି ୧୬,୩୯,୫୯୯ରେ ପହଞ୍ଚିଛି। ଆରୋଗ୍ୟ ହାର ମଧ୍ୟ ୭୦.୩୮ ପ୍ରତିଶତରେ ପହଞ୍ଚିଛି । ଦେଶରେ ପ୍ରକୃତ ସକ୍ରିୟ ରୋଗୀ ସଂଖ୍ୟା ୬,୪୩,୯୪୮, ଯାହାକି ମୋଟ ପଜିଟିଭ ସଂଖ୍ୟାର…
ନୂଆଦିଲ୍ଲୀ, ୨୦୨୦ ବର୍ଷରେ ୧୨୧ ଜଣ ପୁଲିସ ଅଧିକାରୀଙ୍କୁ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ” ପ୍ରଦାନ କରାଯାଇଛି। ଅପରାଧିକ ତଦନ୍ତରେ ଉଚ୍ଚ ପେସାଦାର ମାନକକୁ ପ୍ରୋତ୍ସାହିତ କରିବା ସହ ତଦନ୍ତକାରୀ ଅଫିସରଙ୍କ ଦ୍ୱାରା ହୋଇଥିବା ଉତ୍କୃଷ୍ଟ ତଦନ୍ତକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ୨୦୧୮ରେ ଏହି ମେଡାଲର ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ଏହି ପୁରସ୍କାର ପାଇଥିବା ଅଧିକାରୀଙ୍କ ମଧ୍ୟରେ ସିବିଆଇରୁ ୧୫ ଜଣ ଥିଲା ବେଳେ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପୁଲିସରୁ ୧୦ ଜଣ ଲେଖାଏଁ, କେରଳ ଓ ପଶ୍ଚିମବଙ୍ଗ ପୁଲିସରୁ ୭ ଜଣ ଲେଖାଏଁ, ଓଡ଼ିଶା ପୁଲିସରୁ ୪ ଜଣ ଏବଂ ବଳକା ପୁଲିସ ଅଧିକାରୀମାନେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର। ଏଥର ମେଡାଲ ପାଇଥିବା ଅଧିକାରୀଙ୍କ ମଧ୍ୟରେ ୨୧ ଜଣ ମହିଳା ପୁଲିସ ଅଫିସର ଅଛନ୍ତି। “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମେଡାଲ”ରେ ପୁରସ୍କୃତ ହୋଇଥିବା ଓଡ଼ିଶା ପୁଲିସର…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏହି ମହାମାରୀକୁ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଆଜି ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମଗ୍ର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ। ତେବେ ଆଜି ସଟଡାଉନ ପ୍ରଥମ ଦିନରେ ସମଗ୍ର ଅଞ୍ଚଳରେ ସ୍ଥିତି କଣ ରହିଛି ଏବଂ ପ୍ରଶାସନ ପକ୍ଷରୁ କଣ ସବୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି, ତାହା ଉପରେ ଆସନ୍ତୁ ଜାଣିବା- ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାଲୁଗାଁ ଏନ.ଏ.ସି ଏବଂ ଚିଲିକା ବ୍ଲକରୁ ସମୁଦାୟ ୨୫୩ ଟି ସ୍ୱାବ ସଂଗ୍ରହ କରାଯାଇଛି ଯେଉଁଥିରେ ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟର ୧୪୩ଟି ସାମ୍ପୁଲ ଥିବାବେଳେ ଆର.ଟି.ପି.ସି.ଆର ରେ ୧୧୦ ଟି ସାମ୍ପୁଲ ରହିଥିବା ସୂଚନା ମିଳିଛି। ଦିନ ତମାମ ଚିଲିକା ତହସିଲଦାର ପୁନମ ମହାପାତ୍ର ଚିଲିକା ବ୍ଲକର…
ନୂଆଦିଲ୍ଲୀ, କୋଭିଡ-୧୯ ସମ୍ଭାବ୍ୟ ଟୀକା ପାଇଁ ଗଠିତ ଜାତୀୟ ବିଶେଷଜ୍ଞ ଦଳର ଏକ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । ନୀତି ଆୟୋଗ ସଦସ୍ୟ ଡଃ ଭି.କେ. ପଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଏଥିରେ ସହଅଧ୍ୟକ୍ଷତା କରିଥିଲେ। ବିଶେଷଜ୍ଞ ଦଳର ଏହି ବୈଠକରେ କୋଭିଡ-୧୯ ଟୀକାର ପରିକଳ୍ପନାଠାରୁ ଆରମ୍ଭ କରି ଏହାର ଡିଜିଟାଲ ଭିତ୍ତିଭୂମି ପରିଚାଳନା ଓ ଟୀକାକରଣ ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଦେଶରେ କୋଭିଡ-୧୯ ଟୀକା ପରିଚାଳନା ନିମନ୍ତେ ସ୍ଵଚ୍ଛାସେବୀ ଚିହ୍ନଟ ପ୍ରକ୍ରିୟା ଓ ଟୀକାକରଣ ପାଇଁ ଗଠିତ ସ୍ଥାୟୀ ବୈଷୟିକ ପରାମର୍ଶଦାତା ସବକମିଟିର ମତାମତ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଉଭୟ ଦେଶୀୟ ଓ ବିଦେଶୀ ଟୀକା ନିର୍ମାଣ ଏବଂ ଟୀକାକରଣ ପାଇଁ ଜନସଂଖ୍ୟାର ମାନକ ନିର୍ଦ୍ଧାରଣ ଭଳି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷଜ୍ଞ ଦଳ କୋଭିଡ-୧୯…

