Author: Samikhsya Bureau

ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରେ 1876ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ 297 ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 260, ସୁନ୍ଦରଗଡରୁ 119, କଟକରୁ 109, ନୟାଗଡରୁ 105, ରାୟଗଡାରୁ 98,  ବାଲେଶ୍ବରରୁ 81, ପୁରୀରୁ 80, କୋରାପୁଟରୁ 77, ଗଜପତିରୁ 71, ମୟୂରଭଞ୍ଜରୁ 70, କେନ୍ଦ୍ରାପଡାରୁ 58, ଯାଜପୁରରୁ 53, ଭଦ୍ରକରୁ 50, କଳାହାଣ୍ଡିରୁ 41, ଢେଙ୍କାନାଳ ଓ ସମ୍ବଲପୁରରୁ 36ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରୁର 31,  କନ୍ଧମାଳ ଓ ନବରଙ୍ଗପୁରରୁ 30ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ 26, ମାଲ୍‌କାନଗିରିରୁ 24,  ସୋନପୁରରରୁ 22, କେଉଁଝରରୁ 21, ଅନୁଗଳ ଓ ବରଗଡରୁ 15 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବୌଦ୍ଧରୁ 10, ଝାରସୁଗୁଡାରୁ 6,  ନୂଆପଡାରୁ 3 ଓ ଦେବଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1876 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1182ଜଣ ଚିହ୍ନଟ ହୋଇଥିବାବେଳେ 694ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  50 ହଜାର 672କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15ହଜାର 509ଜଣ । ସେହିପରି ସୁସ୍ଥ ହୋଇଛନ୍ତି 34ହଜାର 805ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 296ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଦେଶରେ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅଗଷ୍ଟ ମାସରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହେଉଛି । ତେବେ ଦେଶରେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି, ଯାହା ଟିକେ ଆଶ୍ବସ୍ତି ପ୍ରଦାନ କରୁଛି । ଦେଶରେ ଆରୋଗ୍ୟ ହାର 70 ପ୍ରତିଶତରେ ପହଞ୍ଚିଛି । ସେହିପରି 10ଟି ସହରରୁ ଦେଶର 80 ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 60 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 834ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 60 ହଜାର 963ଜଣ ଆକ୍ରାନ୍ତ ହୋଇଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 23 ଲକ୍ଷ 29 ହଜାର 639 ରେ ପହଞ୍ଚିଛି । ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 46…

Read More

କେଦାର ମିଶ୍ର ଗତକାଲି ଦେଶର ସର୍ବାଧିକ କରୋନା ପୀଡିତ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଏହି ଦଶଟି ରାଜ୍ୟରେ ଆମେ ଯଦି କରୋନା କୁ ନିୟନ୍ତ୍ରଣ କରିପାରିବା ତା ହେଲେ କରୋନା ଉପରେ ଆମର ବିଜୟ ସମ୍ଭବ। ଏହି ୧୦ ଟି ରାଜ୍ୟରେ ବର୍ତ୍ତମାନ ମୋଟ ୮୦% କରୋନା ଆକ୍ରାନ୍ତ ରହିଛନ୍ତି ଓ କରୋନା ଜନିତ ମୃତ୍ୟୁର ୮୨% ଏହି ସବୁ ରାଜ୍ୟରେ ରେକର୍ଡ ହୋଇଛି। ପ୍ରଧାନମନ୍ତ୍ରୀ ଯେଉଁ ଦଶଟି ରାଜ୍ୟ କଥା କହୁଛନ୍ତି ସେସବୁ ରାଜ୍ୟରେ ଆମ ଲୋକ ସଂଖ୍ଯାର ୯୦ କୋଟି ଜନତା ବସବାସ କରନ୍ତି। ତେଣୁ ଏହି ସବୁ ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ଅଧିକ ହେବା ସ୍ଵାଭାବିକ। ଉତ୍ତରପ୍ରଦେଶ ଭଳି ବଡ ରାଜ୍ୟ ଏଥିରେ ରହିଛି ଯେଉଁଠି ଆମର ୨୨ କୋଟିରୁ ଅଧିକ ଲୋକ ରୁହନ୍ତି।ଉତ୍ତର ପ୍ରଦେଶ  ମହାରାଷ୍ଟ୍ର, ବିହାର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ,…

Read More

ନୂଆଦିଲ୍ଲୀ, କେନ୍ଦ୍ର ସରକାର କୋଭିଡ ମୁକାବିଲା ପାଇଁ 15 ତମ କିସ୍ତି ପ୍ରଦାନ କରିଛନ୍ତି। ଏଥିରେ 6 ହଜାର କୋଟି ଟଙ୍କା 14 ଟି ରାଜ୍ୟକୁ ପ୍ରଦାନ କରାଯାଇଛି। ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ର ପ୍ରଦେଶ, କେରଳ, ହିମାଚଳ ପ୍ରଦେଶ, ପଶ୍ଚିମ ବଂଗ, ଉତ୍ତରାଖଣ୍ଡ, ତାମିଲନାଡୁ ଏବଂ ଅରୁଣାଚଳ ପ୍ରଦେଶ। ଏହି ରାଜ୍ୟଗୁଡିକ କୋଭିଡ ମୁକାବିଲା ପାଇଁ ଜରୁରୀ ସହୟତା ପ୍ରଦାନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହି 14ଟି ରାଜ୍ୟ ମଧ୍ୟରୁ ସର୍ବାଧିକ ଅନୁଦାନ କେରଳ ରାଜ୍ୟକୁ ମିଳିଛି। ଏହି କିସ୍ତିରେ କେରଳ 1,277 କୋଟି ପାଇଛି। ଏହାପରେ ହିମାଚଳ ପ୍ରଦେଶକୁ ମିଳିଛି 953 କୋଟି ଟଙ୍କା।

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ 5ଟା 30 ମିନଟରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଂନଫରେନ୍ସିଂ ମାଧ୍ୟମରେ ନବୀନ ନିବାସରେ ରହିବେ। ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଏବଂ ବିଭାଗୀୟ ସଚିବ ରହିବେ। ଏହି ବୈଠକରେ ମୋଟ 18ଟି ପ୍ରସ୍ତାବ ରହିଛି। ସେଗୁଡିକ ମଧ୍ୟରେ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଶିକ୍ଷା ଓ ରାଜସ୍ବ ପରି କେତେକ ବିଭାଗର ପ୍ରସ୍ତାବରେ ମୋହର ବାଜିବ।

Read More

ଭୁବନେଶ୍ବର: ଆଜି ଦିନ ୧୨ଟା ୩୦ ମିନଟ୍ ରେପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ଫଳ ଅନଲାଇନରେ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ orissaresults.nic.in ଜରିଆରେ ସେମାନଙ୍କର ରେଜଲ୍ଟ ବିଷୟରେ ଜାଣି ପାରିବେ। ଏହା ବ୍ୟତିତ ମୋବାଇଲ ନମ୍ବର ୦୬୭୪-୨୩୦୦୯୧୪  କିମ୍ବା ୦୬୭୪-୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ଫଳ ପାଇପାରିବେ। ଚଳିତବର୍ଷ ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ତଳେ ଥିବା ଲିଙ୍କ୍ କୁ କ୍ଲିକ କରି ଜାଣନ୍ତୁ କଣ ହୋଇଛି ରେଜଲଟ orissaresults.nic.in

Read More

ନୂଆଦିଲ୍ଲୀ, ସକ୍ରିୟ ଆବଧାଞ୍ଚଳର ସଫଳ ପରିଚାଳନା, ବ୍ୟାପକ ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗୁଁ ଦେଶରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇ ପାଖାପାଖି ଶତକଡା 70ରେ ପହଞ୍ଚିଛି। ଅଧିକରୁ  ଅଧିକ ରୋଗୀ ସୁସ୍ଥ ହୋଇ ଚିକିତ୍ସାଳୟ ଓ ଘରୋଇ ଏକାନ୍ତବାସରୁ ମୁକ୍ତି ପାଉଥିବା ବେଳେ ମୋଟ ସଂଖ୍ୟା 15,83,489ରେ ପହଞ୍ଚିଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 47,746 ଜଣ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଦେଶରେ ପ୍ରକୃତ ସକ୍ରିୟ ରୋଗୀଙ୍କ ସଂଖ୍ୟା 6,39,929 ହୋଇଥିବାବେଳେ ଏହା ମୋଟ ପଜିଟିଭ ମାମଲାର ମାତ୍ର 28.21 ପ୍ରତିଶତ । ସେମାନେ ବିଭିନ୍ନ ହସପିଟାଲର ତତ୍ଵାବଧାନରେ ଚିକିତ୍ସିତ ହେଉଛନ୍ତି । ନିରବଚ୍ଛିନ୍ନ ଭାବେ ସୁସ୍ଥତା ହାର ବୃଦ୍ଧି ପାଉଥିବା ଯୋଗୁଁ ସକ୍ରିୟ ରୋଗୀଙ୍କ ତୁଳନାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା  9.5 ଲକ୍ଷ ହୋଇଛି । ଭାରତର ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ସଫଳ ହୋଇଥିବାରୁ ପ୍ରତିଦିନ ଆରୋଗ୍ୟ…

Read More

ବିଶିଷ୍ଟ ଚିତ୍ରତାରକା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନ୍ସର ଦ୍ଵାରା ପୀଡିତ ବୋଲି ଆଜି ସୂଚନା ମିଳିଛି। ଗତ ସପ୍ତାହରେ ଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା ଉପୁଜିବାରୁ ସଞ୍ଜୟ ଦତ୍ତଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କରୋନା ହୋଇଥାଇପାରେ ବୋଲି ପ୍ରଥମେ ସନ୍ଦେହ କରାଯାଉଥିଲା। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ପରୀକ୍ଷା ପରେ ତାଙ୍କ ଫୁସଫୁସ ରେ କ୍ୟାନ୍ସର ହୋଇଥିବାର ସୂଚନା ମିଳିଛି। ଚିକିତ୍ସା ଲାଗି ସଞ୍ଜୟ ତୁରନ୍ତ ଆମେରିକା ଯିବେ ବୋଲି ବିଶିଷ୍ଟ ସିନେମା ସମାଲୋଚକ କୋମଲ ନାହତା କହିଛନ୍ତି।

Read More

ନୂଆଦିଲ୍ଲୀ, ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ ଦେଉଛି। ଏହି ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଆଜି 8ହଜାର 7ଶହ 22 କୋଟି 38 ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର କ୍ରୟ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସ୍‌ଇ) ଅନୁମୋଦନ କରିଛି। ଏଥିରେ ବାୟୁସେନା ପାଇଁ 106ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ ବା ବେସିକ୍‌ ଟ୍ରେନର ଏୟାରକ୍ରାଫ୍ଟ ଅନ୍ତର୍ଭୁକ୍ତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦର ବୈଠକରେ ଏସବୁ କ୍ରୟ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଇତିମଧ୍ୟରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍‌) ଏଚ୍‌ଟିଟି-04 ଶ୍ରେଣୀର ମୌଳିକ ତାଲିମ ପ୍ରଦାନକାରୀ ବିମାନର ପ୍ରତିରୂପ ବିକଶିତ କରିଛି। ଖୁବ୍‌ଶୀଘ୍ର ଏଥିପାଇଁ ହାଲ୍‌ ଏ ସଂକ୍ରାନ୍ତ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 10ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ସଂପର୍କରେ ଆଲୋଚନା କରିଛନ୍ତି। ସେହି ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ,  ତାମିଲନାଡୁ, ପଶ୍ଚିମବଂଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶ। ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନର କରୋନା ମହାମାରୀର ସ୍ଥିତି ଏବଂ ତାହାର ମୁକାବିଲା କରିବା ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ସଂପର୍କରେ ମତ ବିନିମୟ କରିଥିଲେ। ଏଥିରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ। ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନିମ୍ନ ପ୍ରଦତ୍ତ କେତେକ ବିଷୟରେ ଆଲୋଚନା କରିଥିଲେ। ଟିମ୍‌ ଇଣ୍ଡିଆ ଦ୍ୱାରା ଟିମ୍‌ ୱାର୍କ ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା କ୍ଷେତ୍ରରେ ଟିମ୍‌ ଇଣ୍ଡିଆର ଟିମ୍‌ ୱାର୍କ ପ୍ରଦର୍ଶିତ ହୋଇଛି । ସମସ୍ତେ ମିଳିମିଶି ଉତ୍ତମ ସମନ୍ୱୟ ଓ ସହଯୋଗର ସହିତ ମହାମାରୀ ମୁକାବିଲାରେ ଲାଗିଛନ୍ତି, ଯାହା ଏକ ଉଲ୍ଲେଖନୀୟ କାର୍ଯ୍ୟ। କରୋନା ମୁକାବିଲା କ୍ଷେତ୍ରରେ ବିଭିନ୍ନ ହସପିଟାଲ ଏବଂ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ତିନି ବର୍ଷର କାର୍ଯ୍ୟକାଳ ଉପରେ ଆଧାରିତ ପୁସ୍ତକର ଇ-ଭର୍ସନକୁ ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି। ଏହା ସହିତ ଅନ୍ୟ ଏକ ପୁସ୍ତକ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି । ନୂଆଦିଲ୍ଲୀର ଉପରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 250 ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପବ୍ଲିକେଶନ ଡିଭିଜନ ଦ୍ଵାରା ପ୍ରକାଶିତ ହୋଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ ଦେଶ ବିଦେଶ ଭ୍ରମଣ କାହାଣୀ ସହ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପର୍କରେ ସଚିତ୍ର ପ୍ରକାଶ କରାଯାଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ କୃଷକ, ବୈଜ୍ଞାନିକ, ଡାକ୍ତର ଓ ଯୁବକ, ପ୍ରଶାସକ, ଶିଳ୍ପୋଦ୍ୟୋଗୀ ଓ କଳାକାରମାନଙ୍କ ସହିତ କଥାବାର୍ତ୍ତା ବା ସାକ୍ଷାତର ଝଲକ ମଧ୍ୟ ସ୍ଥାନ ପାଇଛି। ଏଥିରେ ଉପରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଓ ବିଭିନ୍ନ…

Read More

ଅରବିନ୍ଦ କର ଖଇରା: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଂଚାୟତ ପାଇକପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଣିଷ ନିଜର ମାନବିକତା ହରାଇ ବସିଛି ବୋଲି ଏ ଘଟଣାରୁ ବାରି ହୋଇ ପଡିଛି। ସୂଚନା ଯୋଗ୍ୟ କି, ପାଇକପଡା ଗ୍ରାମର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମଦ୍ୟପ ପଙ୍କଜ ନାଇକିର ଅଢେଇ ମାସର ଶିଶୁ କନ୍ୟାର ହାତକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦୁଇଖଣ୍ଡ କରିଦେଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ନିକଟସ୍ଥ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲେ। କିନ୍ତୁ ଡାକ୍ତର ଭଦ୍ରକ ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

Read More

କୋଲକାତା: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ଉପରେ ଆସିଛି ଏକ ସଙ୍ଗିନୀ ଅଭିଯୋଗ। କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୁହଁ ଦେଖିବା ପାଇଁ କେଏମସି ୨,୫୦୦ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। କୋଭିଡ -୧୯ ପୀଡିତାଙ୍କ ପରିବାର ସଦସ୍ୟ ଆଜି କେଏମସି ଉପରେ ଏପରି ଅଭିଯୋଗ ଆଣିଛି। ସୂଚନା ଯୋଗ୍ୟ କି, ହରି ଓମ୍ ଗୁପ୍ତା ଶୁକ୍ରବାର ଦିନ କରୋନାରେ ସଂକ୍ରମିତ ହୋଇ ଜିଲ୍ଲାର ଫୁଲେଶ୍ୱରର ସଞ୍ଜିବାନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ଆଜି ଅପରାହ୍ନରେ ତାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା। ଗଙ୍ଗା ନିକଟସ୍ଥ ଶିବପୁର ଘାଟରେ ତାଙ୍କ ଶବ ଦାହ ବେଳେ ମୃତକଙ୍କ ମୁହଁ ଦେଖିବାକୁ ଅନୁମତି ଦେବାକୁ ପରିବାର ଲୋକ ନିଗମ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ପୀଡିତାଙ୍କ ଭାଇ ରମେଶ ଗୁପ୍ତାଙ୍କୁ ମୁହଁ ଦେଖିବା ପାଇଁ ୫୧,୦୦୦ ଟଙ୍କା ଦେବାକୁ ପଡିବ ବୋଲି ନିଗମ ଅଧିକାରୀ କହିଥିଲେ। କିନ୍ତୁ ପରେ ୨୫୦୦…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୭୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଖବର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣା ପଡିଛି। ଆଜି ସର୍ବାଧିକ ଗଞ୍ଜାମରୁ ୪୦୪ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୬୩ ଜଣ, କଟକରୁ ୧୨୬, ସମ୍ବଲପୁରରୁ ୧୨୬, କେଉଁଝର ରୁ ୧୦୧, ମାଲକାନାଗିରିରୁ ୯୧, କନ୍ଧମାଳରୁ ୮୪, ରାୟଗଡାରୁ ୮୧, ଗଜପତିରୁ ୮୦, ଢେଙ୍କାନାଳରୁ ୬୦, ମୟୂରଭଞ୍ଜରୁ ୫୦, ଯାଜପୁରରୁ ୪୯, କଳାହାଣ୍ଡିରୁ ୪୮, ବାଲେଶ୍ବରରୁ ୩୨, ନୟାଗଡରୁ ୩୧, ସୁନ୍ଦରଗଡରୁ ୩୦, ଭଦ୍ରକରୁ ୨୮, କେନ୍ଦ୍ରାପଡାରୁ ୨୪, ପୁରୀରୁ ୨୨, ବରଗଡରୁ ୧୦, ନୂଆପଡାରୁ ୧୦, ନବରଙ୍ଗପୁରରୁ ୮, ଜଗତସିଂହପୁର ଏବଂ କୋରାପୁଟରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗୀରରୁ ୫ଜଣ, ବୌଦ୍ଧ ରୁ ୪, ଝାରସୁଗୁଡାରୁ ୩ ଜଣ ଏବଂ ଦେବଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବ ରାଜ୍ୟରେ ମୋଟ ସୁସ୍ଥ…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 109 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ୍‌ 109 ସଂକ୍ରମିତଙ୍କ ମଧ୍ୟରୁ 60 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 49ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଆଜି କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 60ଜଣଙ୍କ ମଧ୍ୟରେ ଏକ ପ୍ରାଭଭେଟ୍‌ ହସ୍ପିଟାଲର 3 ଜଣ କର୍ମଚାରୀ ଥିବବେଳେ ୟୁନିଟ୍‌-6 ଗଙ୍ଗନଗରରୁ 3 ଜଣ ରହିଛନ୍ତି। ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲରୁ 3 ଜଣ କର୍ମଚାରୀ ରହିଛନ୍ତି ।  ରାମେଶ୍‌ବର ପାଟଣାରୁ 4 ଜଣ ରହିଥିବାବେଳେ ସ୍ବାସ୍ଥ୍ୟ ବିଭାଗର 3 ଜଣ କର୍ମଚାରୀ ରହିଛନ୍ତି । ସୁନ୍ଦରପଦାରୁ 2 ଜଣ ରହିଥିବାବେଳେ ଚନ୍ଦ୍ରଶେଖରପୁରରୁ 3 ଜଣ ରହିଛନ୍ତି । ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ 4 ଜଣ ରହିଥିବାବେଳେ ଡେଲ୍‌ଟା ସ୍କୋୟାରରୁ 2 ଜଣ ରହିଛନ୍ତି । ସେହିପରି ଚିହ୍ନଯ 49 ଜଣ ଲୋକାଲ୍‌ କଣ୍ଟାକ୍ଟ…

Read More

ମସ୍କୋ :  ଆଜି ବିଶ୍ବର ପ୍ରଥମ କରୋନା ଟୀକା ଆସିଛି ।  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଆଜି ବିଶ୍ୱର ପ୍ରଥମ କରୋନା ଟୀକା ସମ୍ପର୍କରେ ଘୋଷଣା କରିଛନ୍ତି । ରୁଷ ଗାମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷର ବିକଶିତ କରାଯାଉଥିବା କରୋନା ଟୀକାକୁ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିସାରିଛି । ଏହି ଟୀକାର ନାମ ସ୍ପୁଟନିକ-ଭି ରଖାଯାଇଛି । ଋଷିଆର ମହାକାଶ ଯାନ ସ୍ପୁଟନିକ ଅନୁଯାୟୀ ଏହାର ନାମ ସ୍ପୁଟନିକ-ଭି ରଖାଯାଇଛି। 1957 ମସିହାରେ ସୋଭିଏତ୍ ୟୁନିୟନ୍ ପକ୍ଷରୁ ଲଞ୍ଚ କରାଯାଇଥିବା ପ୍ରଥମ ଉପଗ୍ରହ ସ୍ପୁଟନିକ-1 ଅନୁଯାୟୀ ଏହାର ନାମ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଟୀକା ପୁତିନଙ୍କ ଝିଅକୁ ଦିଆଯାଇଛି । ଏବେ ସେ ସୁସ୍ଥ ରହିଥିବା ଜଣାପଡିଛି । ପ୍ରାରମ୍ଭିକ ଭାବରେ ନିଜର ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଏହି ଟୀକା ଦିଆଯିବ ବୋଲି ପୁତିନ କହିଛନ୍ତି ।  (ଏଜେନ୍ସି)

Read More

ସମୀକ୍ଷା ବ୍ଯୁରୋ ସଭିକା ଖୁନ ହୈ ସାମିଲ ୟହାଁ କି ମିଟ୍ଟି ମେ କିସିକେ ବାପ କା ହିନ୍ଦୁସ୍ତାନ ଥୋଡି ହୈ॥ ଭାରତ ବା ହିନ୍ଦୁସ୍ତାନ କୌଣସି ଜାତି କି ଧର୍ମର ନୁହେଁ, ଏ ମାଟି ପ୍ରତ୍ଯେକ ଭାରତୀୟର। ସମକାଳୀନ ଉର୍ଦ୍ଦୁ କବିତାକୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଥିବା ଓ ଲୋକ ଜୀବନର ସ୍ଵରକୁ ନିଜ କବିତାରେ ଅଧିକ ପ୍ରଖର କରିଥିବା ମହାନ କବି ରାହତ ଇନ୍ଦୋରୀ ଆଜି ମୃତ୍ୟୁ ବରଣ କରିଛନ୍ତି। ଗତ କାଲି ରାହତ ଇନ୍ଦୋରୀ କରୋନା ଆକ୍ରାନ୍ତ ହୋଇଥିବାର ଖବର ଆସିଥିଲା। ଭାରତୀୟ ଉର୍ଦ୍ଦୁ କବିତାରେ ସେ ଥିଲେ ସର୍ବାଧିକ ଜନପ୍ରିୟ ଲୋକକବି। ତାଙ୍କ କବିତାରେ ଭାରତୀୟ ଜୀବନର ଅନନ୍ୟ ଚିତ୍ର ଓ ଚରିତ୍ର ଭରି ରହିଥିଲା। ଲୋକପ୍ରିୟ ଗଜଲ୍‌ ଲେଖକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାହତ ଇନ୍ଦୋରୀ ୧୪ରୁ ଅଧିକ ବଲିଉଡ୍ ଫିଲ୍ମ ପାଇଁ ଗୀତ ଲେଖିଛନ୍ତି। ଏହା ସହିତ ସେ ୭…

Read More

କଟକ : ଆଜି କଟକରୁ 73 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ 68ଜଣ  କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ   5 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌  ରହିଛି ବୋଲି ସିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 68 ଜଣଙ୍କ ମଧ୍ୟରେ 43 ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବାବେଳେ 13 ଜଣ ସରକାରୀ କ୍ବାରେଣ୍ଟାଇନ୍‌ ଓ 12 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି ।  କଟକ ମାଲଗୋଦାମ ଜାଲୁଆ ସାହିରୁ ଆଜି 43 ଜଣ ଚିହ୍ନଟ ହୋଇଛନ୍ତି । ବେହେରା ସାହି ପରେ ଏବେ ଜାଲୁଆ ସାହି ଚିନ୍ତା ବଢାଇଛି । ଜାଲୁଆ ସାହିରୁ 23 ଜଣ ପୁରୁଷ ଥିବାବେଳେ 20 ଜଣ ମହିଳା ରହିଛନ୍ତି।ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 12 ଜଣଙ୍କ ମଧ୍ୟରୁ ସୂତାହାଟରୁ 8 ଜଣ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ 5  ଲୋକାଲ୍‌ କଣ୍ଟାକ୍ଟ କେସ୍‌…

Read More

ମୁମ୍ବାଇ : ଟ୍ରମ୍ଫ୍‌‌ ଷ୍ଟ୍ରିଟ୍‌ ଟ୍ରିପଲ୍‌ ଆର ଭାରତୀୟ ବଜାରରେ ପ୍ରବେଶ ହୋଇଛି । ଟ୍ରମ୍ପ୍‌ ବାଇକର ଏହି ନୂତନ ମଡେଲ୍‌ ଟି ଟ୍ରମ୍ପ୍‌ ଷ୍ଟ୍ରିଟ୍‌ ଟ୍ରିପଲ୍‌ ଏସ୍‌ ଅପେକ୍ଷା 2.49 ଲକ୍ଷ କମ୍‌ ରହିଛି। ଏହି ବାଇକରେ ଡି ଟ୍ୟୁନଡ୍ ଟ୍ରିପଲ ସିଲିଣ୍ଡର ଇଞ୍ଜିନ୍ ରହିଛି ଯାହାକି ଏହି ବାଇକକୁ ଅତ୍ୟନ୍ତ ଶକ୍ତିଶାଳୀ କରିଥାଏ । 765ସିସି ବିଏସ୍‌-ଭିଆଇ ଇଞ୍ଜିନ୍‌ ଯୋଗୁଁ ଏହା ନୂତନ ପ୍ରକାରର ରାଇଡିଂ ଅନୁଭବ ଆଣିବ ବୋଲି ସୂଚନା ରହିଛି ।  ସେହିପରି ଏହାର ସମସ୍ତ ସୂଚନାକୁ ଡିଜିଟାଇଜଡ୍ କରାଯାଇଛି । ଗାଡିର ବେଗ, ଟାକୋମିଟର, ଟ୍ରିପ୍ ମିଟର, ଏବିଏସ୍ ସବୁକିଛି ଏଥିରେ ଜଣାପଡିଥାଏ । ସେହିପରି ଏହି ବାଇକରେ ତିନି ପ୍ରକାରର ରାଇଡିଙ୍ଗ ମୋଡ୍ ରହିଛି । ରୋଡ, ରେନ୍ ଏବଂ ସ୍ପୋର୍ଟିଙ୍ଗ ତିନି ପ୍ରକାରର ମୋଡ୍ ଏହି ବାଇକରେ ଉପଲବ୍ଧ ରହିଛି । 6 ଗିଅର ବିଶିଷ୍ଟ ଏହି ବାଇକରେ ଟ୍ରମ୍ଫ ସିଫ୍ଟ…

Read More