ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକ ସାମ୍ନାରେ ପ୍ରଶାସନ ତରଫରୁ ନିର୍ମାଣଧୀନ ଏକ ପାଚେରୀକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗତ ଦୁଇ ଦିନ ତଳେ ବାଣପୁର ବ୍ଲକ ପ୍ରଶାସନ ତରଫରୁ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ବିରୋଧ କରିବା ଆରମ୍ଭ କରିଛନ୍ତି। ବ୍ଲକ୍ ପ୍ରଶାସନ ତରଫରୁ ନିର୍ମାଣ ହେଉଥିବା ପାଚେରୀ ଯାଗାର କିଛି ଅଂଶ ଐତିହ୍ୟସମ୍ପନ୍ନ ପଞ୍ଚୁଦୋଳ ଯାତ୍ରାରେ ବ୍ୟବହୃତ ହୋଇଥାଏ। ସେହି ରାସ୍ତାଟା ଓସାରିଆ ହୋଇଥିବାରୁ ବହୁ ସଂଖ୍ୟକ ଲୋକେ ସେହି ବାଟ ଦେଇ ଯିବାଆସିବା କରିଥାନ୍ତି। ଅପରପକ୍ଷରେ ଏହି ଅଞ୍ଚଳର ଏକ ପ୍ରମୁଖ ଗ୍ରାମ ଭୀମପୁରର ସମେତ ଆଉ ଅନେକ ଗ୍ରାମବାସୀମାନେ ଏହି ରାସ୍ତାରେ ନିର୍ଭରଶୀଳ ରହିଥିବା ସ୍ଥଳେ ବ୍ଲକ ପ୍ରଶାସନ ରାସ୍ତା କଡ଼ରେ ପାଚେରୀ ଉଠାଇବା ପାଇଁ ପ୍ରୟାସ କରିଛି। ସାଧାରଣ ଯାତାୟତ ପାଇଁ ରାସ୍ତାକୁ ପ୍ରଶସ୍ତିକରଣ କରାଯାଉଥିବାବେଳେ ବାଣପୁର ବ୍ଲକ ପ୍ରଶାସନର ପ୍ରାଚୀର ନିର୍ମାଣ ଏହି ରାସ୍ତାକୁ…
Author: Samikhsya Bureau
ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସାନ ଭାଇ ରର୍ବଟ ଟ୍ରମ୍ପଙ୍କର ମୃତ୍ୟୁ ହୋଇଛି। ଶନିବାର ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରର୍ବଟଙ୍କର ମୃତ୍ୟୁ ହୋଇଛି । 71 ବର୍ଷୀୟ ରର୍ବଟ ଗୁରୁତର ରହିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ଟ୍ରମ୍ପ୍ ଏକ ବୟାନ ଜରିଆରେ ଏହାର ସୂଚନା ଦେଇଛନ୍ତି । ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ ଭାଇଙ୍କ ସହ ହସ୍ପିଟାଲରେ ସାକ୍ଷାତ କରିଥିଲେ । ସେହିପରି ହ୍ବାଇଟ୍ ହାଉସ୍ ତରଫରୁ ଜାରି ହୋଇଥିବା ଏକ ବୟାନରେ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ, ‘ମୁଁ ବହୁତ ଦୁଃଖ ସହକାରେ ସୂଚନା ଦେଉଛି ଯେ, ମୋ ଭାଇ ରର୍ବଟଙ୍କର ଆଜି ରାତ୍ରିରେ ନିଧନ ହୋଇଯାଇଛି । ସେ କେବଳ ମୋର ଭାଇ ନଥିଲେ, ବରଂ ସେସବୁଠାରୁ ଭଲ ସାଙ୍ଗ ଥିଲେ । ତାଙ୍କ କଥା ବହୁତ ମନେ ପଡିବ।’ ସେ ସର୍ବଦା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଉକ୍ତ ଦୁର୍ଘଟଣାରେ ଚାରି ଜଣ ଆହତ ହୋଇଥିବାସ୍ଥଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି। ସୂଚନା ମୁତାବକ ଆଜି ସକାଳ ପାଖାପାଖି ୧୧ ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ନାଭାଲ ଛକ ଗୁରୁଦ୍ୱାର ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଲୁଗାଁ ଗାନ୍ଧୀ ନଗରର ଅକ୍ଷୟ ପରିଡ଼ା ତାଙ୍କ ପିଉସୀ ଉମା ଜେନାଙ୍କୁ ସାଇକେଲରେ ବସାଇ ବାଲୁଗାଁରୁ ନାଭାଲ ଅଭିମୁଖେ ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ କାର୍ ପଛପଟୁ ଧକ୍କା ଦେଇଥିଲା। ଭୁବନେଶ୍ୱରରୁ ଆନ୍ଧ୍ରା ଫେରୁଥିବା ଏପି.୩୦ ଏ.ଆର ୮୯୨୫ ନମ୍ବର ବିଶିଷ୍ଟ ଏକ କାର ଅକ୍ଷୟଙ୍କୁ ପଛପଟୁ ଧକା ଦେଇଥିଲା। ଫଳରେ ଅକ୍ଷୟ ଏବଂ ଉମା ସାଇକେଲରୁ ଛିଟିକି ପଡ଼ି ଗୁରୁତର ଆହତ ହେବା ସହ କାରଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା କଡ଼କୁ…
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରିଠାରୁ ଏକ ଲଜ୍ଜ୍ୟାଜନକ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଏଠାରେ ଦୁଷ୍କର୍ମ ସହ ନୃଶଂସ କାଣ୍ଡ ଘଟିଥିବାର ସୂଚନା ରହିଛି। ଏଠାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ତା’ ସହିତ ହୋଇଥିବା କ୍ରୁରତା ସମଗ୍ର ମାନବ ଜାତିକୁ ନିନ୍ଦିତ କରିଛି । ମିଳିଥିବା ସୂଚନା ଅନୁସାରେ 13 ବର୍ଷୀୟା ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ କରିବା ସହ ନାବାଳିକାର ଆଖି ପୋଡିବା ସହିତ ନାବାଳିକର ଜିଭ କାଟି ଦେଇଛନ୍ତି । କେବଳ ଏତିକି ନୁହେଁ, ଏହାସହିତ ନାବାଳିକାର ବେକରେ ପଟ୍ଟା ପକାଇ ତାକୁ ଘୋଷାରି ଘୋଷାରି ନେଇ ଆଖୁ କିଆରୀରେ ଫୋପାଡି ଦେଇଛନ୍ତି । ଜଣେ ନାବାଳିକ ସହ ଏପରି ଆଚରଣକୁ ଶୁଣିଲେ ଲୋମମୂଳ ଟାଙ୍କୁରି ଯାଉଛି । ପୋଲିସ୍ର ସୂଚନା ଅନୁସାରେ ଅଗଷ୍ଟ 14 ତାରିଖ ଦ୍ବିପ୍ରହର ପ୍ରାୟ 1ଟା ସମୟରେ ନାବାଳିକା ଜଣକ ନିଜ ଘରକୁ ଶୌଚ ପାଇଁ ଆଖୁ କିଆରିକୁ…
ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି ଦଶ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ ଭୁବନେଶ୍ବରରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ, ବଲାଙ୍ଗିର, ଯାଜପୁର କନ୍ଧମାଳ,ସୋନପୁର, ଭଦ୍ରକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 32 ବର୍ଷୀୟା ମହିଳା ଥିବାବେଳେ ଜଣେ 55 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଞ୍ଜାମରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 67 ଓ 66 ବର୍ଷ ବୋଲି ସୂଚନାରହିଛି । ସେହିପରି କଟକରୁ ମୃତ୍ୟବରଣ କରିଥିବା ଆକ୍ରାନ୍ତଙ୍କ ବୟସ 60ବର୍ଷ ଓ ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା 62 ବର୍ଷ ବୋଲି ସୂଚନା ରହିଛି । ଭଦ୍ରକ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 75 ବର୍ଷ ବୋଲି ସୂଚନା ରହିଛି । ସେହିପରି ସୋନପୁରରୁ ମୃତ୍ୟୁବରଣ କରିଥିବା…
ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 30ଟି ଜିଲ୍ଲାରୁମୋଟ୍ 2 ହଜାର 924ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସର୍ବାଧିକ 50 ହଜାରଟେଷ୍ଟ ହୋଇଥିବାବେଳେ ଆଜି 2 ହଜାର 924 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ 400ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 10ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 100ରୁ ଉର୍ଦ୍ଧ୍ବ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 488 ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ 318ଜଣ, ଯାଜପୁରରୁ 200, କଟକରୁ 189, ସୁନ୍ଦରଗଡରୁ 161, ପୁରୀରୁ 144, ନୟାଗଡରୁ 142, ମୟୂରଭଞ୍ଜରୁ 136, ବାଲେଶ୍ବରରୁ 127, ରାୟଗଡାରୁ 116, ଭଦ୍ରକରୁ 107, କୋରାପୁଟରୁ 95, ମାଲକାନଗିରିରୁ 93, ଗଜପତିରୁ 71, କେନ୍ଦ୍ରାପଡାରୁ 60, କନ୍ଧମାଳରୁ 50, ବରଗଡରୁ 48, ଜଗତସିଂହପୁରରୁ 47, ଢେଙ୍କାନାଳରୁ 40, ସୋନପୁରରୁ 38 ଓ ସମ୍ବଲପୁର ଓ ଅନୁଗୁଳରୁ…
ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 2 ହଜାର 924 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1815ଜଣ ଚିହ୍ନଟ ହୋଇଥିବାବେଳେ 1109ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 60ହଜାର50କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 18ଜାର928 । ସେହିପରି ସୁସ୍ଥ ହୋଇଛନ୍ତି 40ହଜାର 726ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 333ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଠଗଡ : ପୁରୁଣା କଟକ- ସମ୍ବଲପୁର ରାସ୍ତା ବୁଡିଯାଇଛି । ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଧପୁର ପାଖରେ ପ୍ରାୟ ଅଢେଇ କିମି ରାସ୍ତା ପାଣିରେ ବୁଡିଯାଇଥିବାର ସୂଚନା ରହିଛି । କଣ୍ଟିଆ ନଦୀରେ ବନ୍ୟା ଜଳ ଆସି ରାସ୍ତା ଉପରେ ପ୍ରବାହିତ ହେବାରୁ ଏହି ରାସ୍ତା ବୁଡି ଯାଇଛି । ବନ୍ୟା ଆସିବାରୁ ଶହ ଶହ ଏକର ପରିବା ଫସଲ ନଷ୍ଟ ହୋଇଯାଇଥିବାର ସୂଚନା ରହିଛି ।
ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି । 24 ଘଣ୍ଟାରେ 52 ହଜାର 795 କରୋନା ଟେଷ୍ଟ ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିମୁକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତମହାପାତ୍ର । ଆର୍ଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନୁଟ୍ ମାଧ୍ୟମରେ ଏହି ପରୀକ୍ଷା କରାଯାଇଛି । ଆର୍ଟିପିସିଆର୍ ଜରିଆରେ 10 ହଜାର 240ଟି ଟେଷ୍ଟ ହୋଇଥିବାବେଳେ ଆଣ୍ଟିଜେନ୍ରେ 42 ହଜାର 414ଟି ଓ ଟୁନଟ୍ ଜରିଆରେ 141ଟି କରୋନା ପରୀକ୍ଷା ହୋଇଛି । ଆଗାମୀ ସମୟରେ ଏହି ଟେଷ୍ଟିଂ ଅଧିକ ହେବ ବୋଲି ସୂଚନା ରହିଛି ।
ନୂଆଦିଲ୍ଲୀ, ଆଜି ଭାରତର ପ୍ରତିଷ୍ଠିତ ବ୍ୟକ୍ତିତ୍ବ, ଜନନାୟକ, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜେପୟୀଙ୍କ ଶ୍ରାଦ୍ଧ ଦିବସ। 2018 ମସିହା ଅଗଷ୍ଠ 16 ତାରିଖରେ ବାଜପେୟୀ ପରଲୋକ ଗମନ କରିଥିଲେ। ତାଙ୍କର ଶ୍ରାଦ୍ଧ ଦିବସରେ ରାଜଘାଟରେ ଥିବା ସମାଧୀ ସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 63 ହଜାର 489 ଆକ୍ରାନ୍ତ ହୋଇଥିବାବେଳେ 944ଜଣଙ୍କର ମୃତ ହୋଇଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 49ହଜାର 980କୁ ବୃଦ୍ଧି ହୋଇଥିବାବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 25 ଲକ୍ଷ 89 ହଜାର 682କୁ ବୃଦ୍ଧି। 6 ଲକ୍ଷ 77 ହଜାର 444ଟି ଆକ୍ଟିଭ କେସ୍ ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 18 ଲକ୍ଷ 62ହଜାର 258ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 19ହଜାର 749ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ5 ହଜାର 641, ଦିଲ୍ଲୀରେ 4 ହଜାର 188, କର୍ଣ୍ଣାଟକରେ 3 ହଜାର 831ଜଣଙ୍କର ମୃତ୍ୟୁ ହୋଇଛି ।
କେଦାର ମିଶ୍ର ଗତକାଲି ସ୍ଵାଧୀନତା ଦିବସ ପାଳନ କଲାବେଳେ, ଆମେ ନିଜେ ନିଜକୁ ଅନେକ ପ୍ରଶ୍ନ ପଚାରିବା ଉଚିତ ଥିଲା। ହେଲେ ପ୍ରଶ୍ନ ପଚାରିବାର କଳା ଆମେ ଭୁଲି ସାରିଛୁ। ଆମର କିଛି ପ୍ରଶ୍ନ ନଥିବା କାରଣରୁ ଆମକୁ ଆମର ନେତାମାନେ ପୁଣି ଭାଷଣ ଶୁଣାଇ ଭୁଲାଇବାରେ ସଫଳ ହେଲେ। ଗତକାଲି ଦେଶରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ୨୫ ଲକ୍ଷ ଟପିଥିଲା।ଗତକାଲି କରୋନା କାରଣରୁ ଦେଶରେ ମରିଥିବା ଲୋକଙ୍କ ସଂଖ୍ୟା ୫୦ ହଜାରରେ ପହଞ୍ଚିଥିଲା। ଗତ ଦଶଦିନ ହେଲା ପୃଥିବୀର ସର୍ବାଧିକ କରୋନା ଆକ୍ରାନ୍ତ ଆମ ଦେଶରୁ ବାହାରୁଛନ୍ତି। ଗତକାଲି ଓଡିଶାରେ ସର୍ବାଧିକ ପ୍ରାୟ ଅଢେଇ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁଲାଇ ଓ ଅଗଷ୍ଟ ପୂରା ଦେଶରେ ସଂକ୍ରମଣ ତଥା ମୃତ୍ୟୁର ସମୟ ପାଲଟିଛି। ୟାରି ଭିତରେ ଆମେ କିନ୍ତୁ ଏମିତି ଦେଖେଇ ହେଉଛୁ, ଯେମିତି ଆମର ସବୁକିଛି ଠିକ ଚାଲିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ…
HSC and CHSE examination toppers of Aska PS jurisdiction were felicitated during the 74th Independence Day celebrations by Aska Police.
ଆସିକା : ଆସିକା ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର କରାଯାଇଛି । ମନ୍ଦିର ପରିସରରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ କରାଯାଇଛି । ହରିଡାପଦର ଗାଁ ଶିବ ମନ୍ଦିର ପରିସରରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ମହିଳାଙ୍କୁ କେହି ହତ୍ୟା କରିଥିବାର ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ତେବେ ପାରିବାରିକ କଳହ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପୋଲିସ୍ ସନ୍ଦେହ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆଜି ସକାଳୁ ମନ୍ଦିର ପରିସରକୁ ପୂଜା ପାଇ ଆସିଥିଲେ ସମ୍ପୃକ୍ତ ମହିଳା ଜଣକ । ସେହି ମନ୍ଦିରରେ ସଫେଇ କାର୍ଯ୍ୟରେ ମହିଳାଙ୍କ ଦେଢଶୁର ନିୟୋଜିତ ରହିଥିଲେ । ମହିଳା ଜଣକ ପୂଜା ସାରି ମନ୍ଦିରରୁ ଫେରୁଥିବା ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦେଢଶୁର ଜଣକ ଏକ ଲୁହା ରଡ୍ରେ ଅତର୍କିତ ଭାବରେ ଭାଇବୋହୂଙ୍କୁ ଆକ୍ରମଣ କରିଥିଲେ ।…
ଭୁବନ: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ଭୁବନ ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଏହି ବ୍ଲକର ବହୁ ଗାଁ ଏବେ ପାଣି ଘେରରେ ରହିଛନ୍ତି । ଜାତୀୟ ରାଜପଥ-53ର ବାଉଁଶକଣା ନିକଟରେ 20 ଫୁଟର ଘାଇ ସୃଷ୍ଟି ହୋଇଛି । ସେହିପରି ବଡସୁଆଁଳୋ ନିକଟରେ ଜାତୀୟ ରାଜପଥ ଧୋଇ ଯାଇଛି । ମାଳପୁରା, ଓଢଣା, ଜୟପୁର, କାଶିପୁର, ସିଆରଦୋଳି ଗ୍ରାମଗୁଡିକ ପାଣି ଘେରରେ ରହିଥିବାର ଖବର ରହିଛି । ରାସ୍ତା ବୁଡି ଯିବାରୁ ତାଳଚେରରୁ ଯାଜପୁର ଗମନାଗମନ ବ୍ୟାହତ ହୋଇଛି ।
ମାଲକାନଗିରି : ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ମାଲ୍କାନଗିରି ଜିଲ୍ଲା । ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଗତ କିଛି ଦିନ ହେବ ବର୍ଷା ଯୋଗୁଁ ଗମାନଗମନ ପ୍ରଭାବିତ ହୋଇଥିବା ବେଳେ ଲୋକେ ଘରୁ ବାହାରକୁ ଯାଇପାରୁ ନାହାନ୍ତି । ପାଙ୍ଗମ, ପୋଟେରୁ, କୋଙ୍କରକୋଣ୍ଡା, ଏମଭି-37ରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଜିଲ୍ଲାର କିଛି ସ୍ଥାନରେ ଥିବା ପୋଲ ଉପରେ 4ରୁ 5 ଫୁଟ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଜିଲ୍ଲା ସଦର ମହକୁମାକୁ ବିଭିନ୍ନ ସ୍ଥାନରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବହୁ ଗାଁ ଜଳବନ୍ଦୀ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବା ନିମେନ୍ତ ବ୍ୟବସ୍ଥା କରାଯାଉଛି । ମାଲ୍କାନଗିରିରୁ ବାଲିମେଳା, କାଲିମେଳା ଆଦିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ଚେତନ ଚୌହାନ ଗୁରୁତର । କିଡ୍ନୀ ସଂକ୍ରମଣ ଯୋଗୁଁ ଗୁରୁତର ହେବା ପରେ ତାଙ୍କୁ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଗତ ମାସ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ପରେ କରୋନାରୁ ସୁସ୍ଥ ହୋଇଥିଲେ। ଚେତନ ଚୌହାନ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଡିଡିସିଏର ସଭାପତି, ଉପସଭାପତି, ସଚିବ, ମୁଖ୍ୟ ଚୟନକର୍ତ୍ତା ଭାବେ କାମ କରିଥିଲେ । ଏପରିକି ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ଗସ୍ତ କାଳରେ ପରିଚାଳକ ଦାୟିତ୍ୱ ତୁଲାଇଥିଲେ । ସେ 1981 ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। (ଏଜେନ୍ସି)
ଜୟପୁର : କରୋନା ସଂକ୍ରମଣ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ଏହି ମହାମାରୀ କବଳରେ ସାଧାରଣ ଲୋକଙ୍କ ଠାରୁ ଦୁନିଆର ବଡ ବଡ ନେତା, ଅଭିନେତାମାନେ ମଧ୍ୟ ଏହା କବଳରେ ପଡୁଛନ୍ତି । ନିକଟରେ ବହୁ କେନ୍ଦ୍ର ମନ୍ତ୍ରୀମାନେ ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବାବେଳେ ବର୍ତ୍ତମାନ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ସୂଚନା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି ଶନିବାର ଅର୍ଥାତ୍ ଅଗଷ୍ଟ 15 ତାରିଖ ଦିନ ସକାଳୁ ସ୍ୱାଧୀନତା ଦିବସ ଅବସରରେ ହାଇକୋର୍ଟ ପରିସରରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ । ବୃକ୍ଷରୋପଣ କରି ମହାଭିଯାନ ଆରମ୍ଭ କରିଥିଲେ । ଏହି ଅବସରରେ ହାଇକୋର୍ଟର ଅନ୍ୟ ବିଚାରପତି ଓ କର୍ମଚାରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ…
ନୂଆଦିଲ୍ଲୀ, ଦିଲ୍ଲୀରୁ ପ୍ରକାଶିତ ହେଉଥିବା ହିନ୍ଦି ପତ୍ରିକା ଫେମ ଇଣ୍ଡିଆ ତରଫରୁ ଭାରତର ବିଭିନ୍ନ ବର୍ଗର ଶ୍ରେଷ୍ଠ ବିଧାୟକ ଚୟନ କରାଯାଇଛି। ଏଥିରେ ଭାରତରୁ ବଛାଯାଇଥିବା 50 ଜଣ ବିଧାୟକଙ୍କ ମଧ୍ୟରୁ ଓଡିଶାର ଦୁଇଜଣ ବିଧାୟକ ସ୍ଥାନିତ ହୋଇଛନ୍ତି। ସେମାନେ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ପ୍ରଣବ ପ୍ରକାଶ ଫେମ ଇଣ୍ଡିଆ ଶ୍ରେଷ୍ଠ ଅଭିଳାଷୀ ବିଧାୟକ ଭାବେ ମନୋନିତ ହୋଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ଶ୍ରେଷ୍ଠ ବାକ୍ ଦକ୍ଷତା ବିଧାୟକ ଭାବେ ମନୋନିତ କରାଯାଇଛି।
ନୂଆଦିଲ୍ଲୀ: ଭେଟେରାନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ସହ ଯୋଗ ଦେଇ ସମସ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଧୋନିଙ୍କ ପରି ରାଇନା ଏହାକୁ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଫିସିଆଲ୍ କରିଥିଲେ। “ଏହା ତୁମ ସହିତ ସୁନ୍ଦର ଖେଳିବା ଛଡା ଆଉ କିଛି ନଥିଲା। ମୋର ହୃଦୟ ଗର୍ବରେ ପରିପୂର୍ଣ୍ଣ, ମୁଁ ଏହି ଯାତ୍ରାରେ ତୁମ ସହ ଯୋଗଦେବାକୁ ପସନ୍ଦ କରେ। ଧନ୍ୟବାଦ ଭାରତ। ଜୟ ହିନ୍ଦ!” ରାଇନା ଏକ ପୋଷ୍ଟରେ କହିଛନ୍ତି ଯେଉଁଥିରେ ତାଙ୍କ ସିଏସକେ ସାଥୀ ଧୋନି, କେଦାର ଯାଦବ ଏବଂ କର୍ଣ୍ଣ ଶର୍ମାଙ୍କ ସହ ତାଙ୍କର ଚିତ୍ର ଅନ୍ତର୍ଭୁକ୍ତ ହୋଇଛି। ଧୋନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଚମତ୍କାର ଆନ୍ତର୍ଜାତୀୟ କ୍ୟାରିୟରର ବିଭିନ୍ନ ସ୍ଥାନରେ ଫଟୋଗ୍ରାଫ୍ ସହିତ ଏକ ଭିଡିଓ ମୋଣ୍ଟେଜ୍ ପୋଷ୍ଟ କରିଥିଲେ। ୩୯ ବର୍ଷିୟ ଧୋନୀ ତାଙ୍କ କ୍ୟାପସନରେ ଲେଖିଛନ୍ତି, “ଧନ୍ୟବାଦ। ତୁମର ପ୍ରେମ ଏବଂ ସମର୍ଥନ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ତଥା ଭାରତକୁ ବିଶ୍ଵକପ ବିଜୟୀ କରାଇଥିବା ଦ୍ଵିତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ଆନ୍ତର୍ଜାତିକ କ୍ରିକେଟରୁ ଅବସର ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ଧୋନୀ ନିଜର ଅବସର ଘୋଷଣା କରିଛନ୍ତି। ଧୋନୀଙ୍କ ନେତୃତ୍ବରେ ଭାରତ ୨୦୦୭ ମସିହାରେ ୨୦-୨୦ ବିଶ୍ଵକପ, ୨୦୧୧ ବିଶ୍ଵକପ ଓ ୨୦୧୩ ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଥିଲା। ୧୯୮୩ରେ କପିଲ ଦେବଙ୍କ ନେତୃତ୍ବରେ ପ୍ରଥମ ବିଶ୍ଵକପ ଜିତିଥିବା ଭାରତ ୨୮ ବର୍ଷ ପରେ ଧୋନୀଙ୍କ ନେତୃତ୍ବରେ ଏହି ସଫଳତା ଦୋହରାଇଥିଲା। ଭାରତର ସବୁଠୁ ସଫଳତମ ୱିକେଟ କିପର-ଅଧିନାୟକ ଭାବେ ତାଙ୍କର ବିଶେଷ ରେକର୍ଡ ରହିଛି। ଏହା ପୂର୍ବରୁ ଡିସେମ୍ବର ୨୦୧୪ ରେ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିଲେ। ୩୫୦ ଟି ଆନ୍ତର୍ଜାତିକ ଏକଦିବସୀୟ ମ୍ୟାଚ ଖେଳି ଧୋନୀ ୧୦,୭୭୩ ରନ କରିଛନ୍ତି। ବର୍ତ୍ତମାନ ଆଇପିଏଲ ରେ ଚେନ୍ନାଇ ସୁପର…

