Author: Samikhsya Bureau

ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ହସ୍ପିଟାଲ ର ୪୭ତମ ପ୍ରତିଷ୍ଠା ଦିବସ ଦୁଇ ଦିନ ଧରି ଏକ ମନୋଜ୍ଞ ଓ ଆକର୍ଷଣୀୟ ପରିବେଶରେ ଆୟୋଜିତ ହୋଇଯାଇଛି। ଏହାକୁ କଲେଜ ର ଅଧ୍ୟକ୍ଷ ପ୍ରଫେସର ଡା ବିପିନ ବିହାରୀ ଖୁଣ୍ଟିଆ ପୌରହିତ୍ୟ କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ,ସମ୍ମାନୀତ ଅତିଥି ଭାବେ ସିଟି କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଓ ସଂସ୍କୃତି ଗବେଷକ ସାହିତ୍ୟିକ ଡ ଲମ୍ବୋଦର ପାଣିଗ୍ରାହୀ ,ମୁଖ୍ୟ ବକ୍ତା ଭାବେ ସୁପରିଚିତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ସଂକ୍ଷିପ୍ତ ଓ ସାର ଗର୍ଭକ ବକ୍ତବ୍ୟ ରେ ଆୟୁର୍ବେଦ ଓ କବିରାଜ ଅନନ୍ତ ତ୍ରିପାଠୀ ଶର୍ମାଙ୍କ ଆୟୁର୍ବେଦ ପ୍ରତି ଥିବା ମହତ୍ୱପୂର୍ଣ୍ଣ ଯୋଗଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ନିମନ୍ତ୍ରିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ…

Read More

ଭୁବନେଶ୍ବର: ଶେଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡିଶାର ୫ଦିନ ଯାଏ ଲଗାତର ବର୍ଷା ଜାରୀ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା ଲଘୁଚାପରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଆଡକୁ ଗତି କରିବ ବୋଲି ଜଣାପଡିଛି। ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ଅର୍ଥାତ୍ ୭ ରୁ ୧୧ ସେମି ବର୍ଷାର ଆଶଙ୍କା ରହିଛି।

Read More

ଛତ୍ରପୁର: ଗଂଜାମ ଜିଲ୍ଲା ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆଇନ, ପୁର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଛତ୍ରପୁରଠାରେ ଆୟୋଜିତ ଏକ ରଂଗାରଂଗ କାର୍ଯ୍ୟକ୍ରମରେ ସେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହିତ ସେ ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମାରୋହ ଅବସରରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ଅଧିକାରୀ ଗଣ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଷ୍ଟାଡିୟମ୍ ଠାରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରି ଜିଲ୍ଲା ଉଦ୍ଦେଶ୍ୟରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ନୂଆ ଓଡିଶା ଗଠନରେ ସହାୟକ ହେବ। ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ। ଏହି ଅବସରରର ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ,କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

Read More

ଭୁବନେଶ୍ବର: ଓଡିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ୨୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ସରିବା ସହ ୨୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଧାର୍ଯ୍ୟ କରାଯାଇଛି । ତେବେ ରାଜ୍ୟସଭା ନିର୍ବାଚନ ଲଢ଼ିବାପାଇଁ ଆଜି ପ୍ରଥମ ଦିନରେ ନୀଳଗିରି ପଞ୍ଚଲିଙ୍ଗେଶ୍ଵରର ବାବା କମଲେଶ ମହାପ୍ରଭୁ ଗୋଟାଏ ସେଟ୍ ଫର୍ମ କିଣିଛନ୍ତି । ସେ ବିଜେପି ସମର୍ଥନରେ ରାଜ୍ୟସଭାକୁ ଯିବା ପାଇଁ ଦଳସହ ଯୋଗାଯୋଗରେ ଥିବା କହିଛନ୍ତି । ଦଳ ସମର୍ଥନ ନ କଲେ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟସଭା ପାଇଁ ସମର୍ଥନ ମାଗିବେ ବୋଲି କହିଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ…

Read More

ଭୁବନେଶ୍ୱର: ଅଠସ୍ତରୀ ତମ ସ୍ୱାଧୀନତା ଦିବସ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ସମାରୋହ ସହକାରେ ପାଳିତ ହୋଇଯାଇଛି। ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାଳୟ ପରିସର ରେ ଜାତୀୟ ପତାକା ଉତୋଳନ କରିଥିଲେ। ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଆୟୋଜିତ ସଭା ରେ ଯୋଗ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ବିଜୁ ବାବୁଙ୍କ ଫଟୋ ଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ସମ୍ମାନ ଜଣାଇଥିଲେ। ଏହି ଅବସରରେ ଶ୍ରୀ ପଟନାୟକ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦାୟାଦ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ. ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିତ୍ୱ ମାନେ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ମହାନ୍ତି ଓ କିରଣ ବାଳା ମହାନ୍ତି ଙ୍କ…

Read More

ଭୁବନେଶ୍ୱର: ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୯୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଓ ସାହସିକତା ପଦକ ଏବଂ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି। ଲୋକସେବା ଭବନ କନଭେନସନ୍‌ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପଦକ ପ୍ରଦାନ କରିଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଡିଜି-ପୋଲିସ ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ଡିଜି-ଅଗ୍ନିଶମ, ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ଡ. ସୁଧାଂଶୁ କୁମାର ଷଡଙ୍ଗୀ, ଅତିରିକ୍ତ ଡିଜି-କାରାଗାର ଓ ସଂସ୍କାର ସେବା ଶ୍ରୀ ଅମିତାଭ ଠାକୁରଙ୍କ ସହ ଗୃହ ବିଭାଗର…

Read More

ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ଗାନ୍ଧୀମାର୍ଗଠାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ପରେଡ୍‌। ଏଥିରେ ୫୮ ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ। ଏହି ପ୍ଲାଟୁନଗୁଡିକ ମଧ୍ୟରେ ୧୨୦ ବାଟାଲିୟନ, ସୀମା ସୁରକ୍ଷା ବଳ, ସିଆରପିଏଫ, ଆଇଟିବିପି, ଏସଓଜି ଚନ୍ଦକା, ଛତିଶଗଡ଼ ସଶସ୍ତ୍ର ପୁଲିସ ବାହିନୀ, ଭୁବନେଶ୍ୱରସ୍ଥିତ ବିଭିନ୍ନ ସ୍କୁଲର ଏନସିସି, ସ୍କାଉଟ ଓ ଗାଇଡ, ରେଡ୍‌କ୍ରସ, ଅଶ୍ୱାରୋହୀ ପ୍ରଭୃତି ଯୋଗଦେଇଥିଲେ । ବଲାଙ୍ଗିରର ଅମି୍ରତ ପାଲ୍‌ କୌର, (ଭାରତୀୟ ପୋଲିସ ସେବା ଅଧିକାରୀ) ପରେଡ୍‌ ପରିଚାଳନା କରିଥିଲେ। ୨୦୨୪ ଜାନୁଆରୀ ୨୬ରେ ଅନୁଷ୍ଠିତ ପରେଡ୍‌ରେ ଭାଗ ନେଇଥିବା ପ୍ଲାଟୁନମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ଲାଟୁନମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିଥିଲେ । ସର୍ବୋତ୍ତମ ୟୁନିଫର୍ମ ସଶସ୍ତ୍ର ବାହିନୀ ପାଇଁ ଏସଓଜି ଚନ୍ଦକା, ଶ୍ରେଷ୍ଠ ରାଜ୍ୟ ପୁଲିସ ଭାବେ ଓଡ଼ିଶା ସ୍ୱିଫଫ ଆକ୍ସନ ଫୋର୍ସକୁ, ଏନସିସିରେ ଶ୍ରେଷ୍ଠ ସିନିୟର ବିଭାଗରେ ଏନସିସି ବାଳକ ଓ ବାଳିକା ପ୍ଲାଟୁନ,…

Read More

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ -୨୦୨୪ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାହା ଉଦବୋଧନ ଦେଲେ ତାହା ହେଲା.. ଜୟ ଜଗନ୍ନାଥ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି, ଭାରତ ବର୍ଷର ପବିତ୍ର ୭୮ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ଓ ରାଜ୍ୟ ତଥା ସାରା ବିଶ୍ବରେ ରହୁଥିବା ପ୍ରତ୍ୟେକ ଭାରତବାସୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବୀର୍ ସବରକର୍, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡଃ ବି.ଆର. ଆମ୍ବେଦକର ଓ ଡଃ ରାଜେନ୍ଦ୍ର ପ୍ରସାଦଙ୍କ ପରି ମହାନ୍ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସ୍ୱାଧୀନତା ଆନ୍ଦୋଳନରେ ଓଡିଶାର ନେତୃବୃନ୍ଦ ତ୍ୟାଗ ଓ ସଂଗ୍ରାମର ପରାକାଷ୍ଠା ଦେଖାଇ ଓଡିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ…

Read More

ନୂଆଦିଲ୍ଲୀ: ଭାରତର ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ୩ ଟି ଅନୁଷ୍ଠାନ ଯଥା ଲଳିତ କଳା ଏକାଡେମୀ, ସାହିତ୍ୟ ଏକାଡେମୀ ଏବଂ ସଙ୍ଗୀତ ନାଟକ ଏକାଡେମୀ ମିଳିତ ଭାବେ ଦିଲ୍ଲୀରେ ଏକ ଚମତ୍କାର ତିରଙ୍ଗା ଯାତ୍ରାର ଆୟୋଜନ କରିଥିଲେ। ଏହି ଜୀବନ୍ତ କାର୍ଯ୍ୟକ୍ରମରେ ଯୁବକ, କଳାକାର, ସୃଜନଶୀଳ ବୃତ୍ତିଜୀବୀ ଓ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲା, ଯୁବ ବ୍ଲଗର, ଅଧିକାରୀ ଓ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ୨୫୦୦ରୁ ଅଧିକ ବ୍ୟକ୍ତି ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ କଳା ମହାବିଦ୍ୟାଳୟ, ବିଦ୍ୟାବିହାର ସ୍କୁଲ, କସମସ୍ ସ୍କୁଲ ଓ କ୍ୟାଥର୍ସିସ୍ ୱାର୍ଲ୍ଡ ସ୍କୁଲ ଭଳି ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଲଳିତ କଳା ଏକାଡେମୀ, ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, କଥକ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ଉତ୍ସାହୀ କଳାକାର…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) ପକ୍ଷରୁ ଅହମ୍ମଦାବାଦ ଠାରେ ଆୟୋଜିତ ‘ତ୍ରିରଙ୍ଗା ଯାତ୍ରା’ ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଦେଶଭକ୍ତି ଏବଂ ସଂକଳ୍ପର ପରିଭାଷା ପାଲଟିଛି। ଏହି ଅଭିଯାନ କେବଳ ଗୁଜରାଟରେ ନୁହେଁ ବରଂ ସମଗ୍ର ଦେଶରେ ଏକ ନୂତନ ଶକ୍ତି ସଂଚାର କରୁଛି ବୋଲି ସେ କହିଛନ୍ତି। ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନତାର ୭୮ ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛୁ ଏବଂ ଏହି ଅବସରରେ ଗୁଜରାଟରେ ଗୋଟିଏ ବି ଘର କିମ୍ବା…

Read More

ମେଷ: – ଜମିରେ ବିନିଯୋଗ ଲାଭଦାୟକ ହେବ। ଅଧିକାରୀମାନଙ୍କୁ ବୁଝାଇବାକୁ ସମର୍ଥ ହେବ। ବୃଷ: – ବ୍ୟବସାୟରେ ପରିବର୍ତ୍ତନ ଆସିବ। ଦୁର୍ଘଟଣାଗ୍ରସ୍ତ ଏବଂ ଅଧିକ ଅର୍ଥରେ ଉପକୃତ ହେବେ। ମିଥୁନ: – କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେତୁ ମନୋବଳ ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିପାରିବ। କର୍କଟ: – ଏହି ବର୍ଷ ଆପଣଙ୍କ ପାଇଁ ଏକ ନୂତନ ପ୍ରେମିକର ସନ୍ଧାନ ମିଳିବ। ଆପଣ ନୂଆ ବର୍ଷରେ ଭଲ ସ୍ବାମୀଙ୍କୁ ପାଇବେ। ସିଂହ: – ତୁମେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବ। ଆପଣଙ୍କର ବୈବାହିକ ଜୀବନରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି। କନ୍ୟା: – ଆପଣ ବେକାର ଯୁବକମାନଙ୍କର ଚାକିରିର ସୁଯୋଗ ତିଆରି କରିବେ। ପରିଶ୍ରମର ଫଳାଫଳ ପାଇବ। ତୂଳା: – ଯେଉଁମାନଙ୍କର ଚାକିରୀ  ଅଛି ସେମାନେ ପଦବୀ ଏବଂ ସମ୍ମାନର ଲାଭ ପାଇବେ । ଧନର ଆଗମନ ସମ୍ଭାବନା। ବିଛା: – ନିରନ୍ତର ଭଲ କାମ ନିଶ୍ଚିତ ଭାବରେ…

Read More

ଭୁବନେଶ୍ୱର: ପିଏମ୍‌-ପୋଷଣ ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପିଏମ୍‌-ପୋଷଣ ଚାଉଳ ଯୋଗାଣରେ ହେଉଥିବା ଅବ୍ୟବସ୍ଥାର ମୁକାବିଲା କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ଜିଲ୍ଲାପାଳଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମଧ୍ୟାହ୍ନ ଭୋଜନ ଚାଉଳ ପରିବହନ କଣ୍ଟ୍ରାକcର ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଠାରୁ ଚାଉଳ ବିତରଣ ସମ୍ବନ୍ଧୀୟ ବିବରଣୀ ଗ୍ରହଣ କରି ନିଜସ୍ୱ ପରିବହନ ଯାନ ଦ୍ୱାରା ଖାଦ୍ୟ ଯୋଗାଣ ନିଗମଠାରୁ ପୋଷଣଯୁକ୍ତ ଚାଉଳ ସଂଗ୍ରହ କରି ସିଧାସଳଖ ବିଦ୍ୟାଳୟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ରାଜ୍ୟ ଯୋଗାଣ ନିଗମରୁ ଉତ୍ତମ ମାନର ଚାଉଳ ଉଠାଣ କରାଯିବ । ପିଏମ୍‌-ପୋଷଣ ଚାଉଳ ଗ୍ରହଣ କରୁଥିବା ଅଧିକାରୀ ଚାଉଳର ପରିମାଣ ଓ ମାନ ଉଭୟ ଉପରେ ଗୁରୁତ୍ୱ ଦେବେ।…

Read More

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,  ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ NH ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକ ଉପରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀଯୁକ୍ତ ନିତିନ ଗଡକରୀ  ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ଓଡିଶାର ମୁଖ୍ୟ ଶାସନ ସଚିବ; ଏସିଏସ୍, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ପୁର୍ତ୍ତ ବିଭାଗର ପ୍ରମୁଖ ସଚିବ ଯୋଗ ଦେଇଥିଲେ। ଏହି ବୈଠକରେ ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଚାଲିଥିବା ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରାଯିବ ବୋଲି ସହମତି ପ୍ରକାଶ ପାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଶ୍ୱାସନା ଦେଇଛନ୍ତି ଯେ ରାସ୍ତା ନିର୍ମାଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା ହୋଇଥିବାରୁ ସମସ୍ତ ସହଯୋଗ ଯୋଗାଇ ଦିଆ ଯିବ…

Read More

ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ସିଡିପିଓ ଅନୁସ୍ଵୟା ମିଶ୍ରଙ୍କ ନେତୃତ୍ୱରେ କିଶୋରୀମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ସାହି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼ ତରଫରୁ ସୌମ୍ୟଶ୍ରୀ ମହାନ୍ତି,ସୁଭଦ୍ରା ମହାନ୍ତି କାଉନସେଲର ଭାବେ ଉପସ୍ଥିତ ରହି କିଶୋରୀ ବାଳିକାମାନଙ୍କୁ ନିଯୁକ୍ତି ସମ୍ପର୍କରେ ଅବଗତ କରିଥିଲେ।କମ ବୟସରୁ ବିବାହ ନକରି ଗୁଣାତ୍ମକ ଶିକ୍ଷାଦ୍ୱାରା କିପରି ଜଣେ ମହିଳା ସ୍ୱାବଲମ୍ବୀ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବ ସେନେଇ ସିଡିପିଓ ଶ୍ରୀମତୀ ମିଶ୍ର ପରାମର୍ଶ ଦେଇଥିଲେ। ଉକ୍ତ ଶିବିରରେ ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା,କଳକଳେଶ୍ୱର,ସିଙ୍ଗେଶ୍ୱର,ଚଣ୍ଡେଶ୍ୱର, ଆଙ୍କୁଲା ପଞ୍ଚୟତରୁ ୧୨୬ ଜଣ ବାଳିକା ଅଂଶଗ୍ରହଣ କରିଥିଲେ।ଏହି ନିଯୁକ୍ତି ପ୍ରକ୍ରିୟା ଆସନ୍ତା ଶନିବାର ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦକ୍ଷତା ଅନୁଯାଇ କିଶୋରୀ ବାଳିକାମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଭିନ୍ନ ସଂସ୍ଥାର କାଉନସେଲର ମାନେ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଚିଲିକା ବିଡ଼ିଓ ହଳଧର…

Read More

ରେଢାଖୋଲ (କନ୍ଦର୍ପ ବେହେରା ): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ମଙ୍ଗଳବାର ଦିନ ସାମୁହିକ ଫାଇଲେରିଆ ଔଷଧ ସେବନ, ସଚେତନତା ଓ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଚେତନତା ସଭା ରେ ଏନ୍ ଏସ୍ ଏସ୍ ପ୍ରୋଗ୍ରାମ୍ ଅଫିସର୍ ଡକ୍ଟର୍ ପୁଷ୍ପାଞଳି ରବନା ଫାଇଲେରିଆ ସଚେତନତା ଓ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ରେ ଏନ୍ ଏସ୍ ଏସ୍ ର ଭୁମିକା ସମ୍ପର୍କ ରେ ଆଲୋକପାତ କରିଥିଲେ। ଉକ୍ତ ସମାରୋହ ରେ ସମ୍ମାନୀତ ଅତିଥି ଭାବରେ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସୁପରଭାଇଜର୍ ମାନବେନ୍ଦ୍ର ବସ୍ତିଆ ଓ ଜନସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ଶରତ ନାୟକ ଯୋଗ ଦେଇ ଫାଇଲେରିଆ ରୋଗ ର କାରଣ ତଥା ନିରାକରଣ ବିଷୟ ରେ ବୁଝାଇଥିଲେ। ତିନିଶହ ଜଣ ଛାତ୍ର ଛାତ୍ରୀ ସାମୁହିକ…

Read More

ବ୍ରହ୍ମପୁର( କୈଳାଶ ଚନ୍ଦ୍ର ଚୈଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଲାଠି ମୁଖ୍ୟ ରାସ୍ତା କୋରେଇସୁଣୀ ମନ୍ଦିର ବନ୍ଧ ହୁଡ଼ାରୁ ଝୁଲୁଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ନାମ କ୍ଷେତ୍ରବାସୀ ସାହୁ ଓ ତା ଘର ଆସ୍କା ରୋଡ଼ ଧୋବା ବନ୍ଧ ହୁଡ଼ା ବୋଲି ଜଣାପଡିଛି। ଆତ୍ମହତ୍ୟା ର କାରଣ ଜଣାପଡି ନାହିଁ। ଖବର ପାଇ ପରିବାର ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ।ଶବ ଉଦ୍ଧାର କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Read More

କଟକ: ଓଡିଶାର ସର୍ବ ପୁରାତନ ଖବର କାଗଜ ସମାଜର ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ସେହି ଅନୁସାରେ ଓଡିଶାର ବରିଷ୍ଠ ସାମ୍ବାଦିକ ତପନ ମିଶ୍ର ‘ସମାଜ’ର ନୂତନ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ସମାଜ ର ସମ୍ପାଦନା ବିଭାଗରେ ଦୀର୍ଘ ୩୫ ବର୍ଷ କାମ କରିବା ସହ ବାର୍ତ୍ତା ସମ୍ପାଦକ ଭାବେ ଅବସର ଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ ଲୋକସେବକ ମଣ୍ଡଳ ସଂପାଦକ ଭାବେ ନିଯୁକ୍ତ ପ୍ରଦାନ କରିଛି। ସେହିପରି ‘ସମାଜ’ ଡିଜିଟାଲ ମିଡିଆର ସମ୍ପାଦକ ଭାବେ ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ଦୂରଦର୍ଶନର ପୂର୍ବତନ ସମାଚାର ବିଭାଗର ନିର୍ଦେଶକ ଗୋପାଳକୃଷ୍ଣ ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଉଭୟ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Read More

ଖୋର୍ଦ୍ଧା: ଦୀର୍ଘ ତିନି ବର୍ଷ ପରେ ଆଜି ୧୩ ତାରିଖ ମଙ୍ଗଳ ବାର ପୂର୍ବାହ୍ନ ୧୧ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସ ପି ସି ଏ ର ବୈଠକ ବସିବ। ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ଏଥିରେ ଏସ ପି ସି ଏ ଉପସଭାପତି ଖୋଦ ଜିଲ୍ଲା ପୋଲିସ ଅଧିକ୍ଷକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାର ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦେବୀଦତ୍ତ ମାଝି ପ୍ରମୁଖ ଉପସ୍ଥିତ ରହିବେ। ଏଥିରେ ସମସ୍ତ ପ୍ରଶାସନିକ ଅଧିକାରୀ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର, ଭୁବନେଶ୍ୱର ମହାନଗର ନିଗମର ଡେପୁଟିପୋଲିସ କମିଶନର,ଏସ ପି, ଏ ଡ଼ି ଏମ ଖୋର୍ଦ୍ଧା, ଖୋର୍ଦ୍ଧା ମୁନିସିପାଲଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ,ଜଟଣୀ, ବାଲୁଗାଁ, ବାଣପୁର ଆଦି ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଅଧୀନରେ ‘ଆଦର୍ଶ ସୌର ଗ୍ରାମ’ର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି। ‘ଆଦର୍ଶ ସୌର ଗ୍ରାମ’ ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମସମୂହମାନଙ୍କୁ ସେମାନଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ସକ୍ଷମ କରିବା । ଏହି ଯୋଜନା ପାଇଁ ମୋଟ ୮୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି, ଯେଉଁଥିରେ ମନୋନୀତ ଆଦର୍ଶ ସୌର ଗ୍ରାମ ପିଛା ୧ କୋଟି ଟଙ୍କା ପ୍ରଦାନ କରାଯିବ । ପ୍ରତିଯୋଗିତା ପଦ୍ଧତିରେ ଏକ ଗ୍ରାମ ଭାବରେ ବିବେଚିତ ହେବା ପାଇଁ, ଗୋଟିଏ ଗ୍ରାମ ଏକ ରାଜସ୍ୱ ଗ୍ରାମ ହେବା ଆବଶ୍ୟକ ଯାହାର ଜନସଂଖ୍ୟା ୫୦୦୦ରୁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର ଆଜି ନୂଆଦିଲ୍ଲୀର ବଡ଼ଖମ୍ବା ରୋଡ୍ ମଡର୍ଣ୍ଣ ସ୍କୁଲରେ ନିଶା ମୁକ୍ତ ଭାରତ ଅଭିଯାନ (ଏନ୍ ଏମ୍ ବିଏ) ଅଧୀନରେ ନିଶା ନିବାରଣ ବିରୋଧରେ ଦେଶବ୍ୟାପୀ ‘ଗଣ ଶପଥ’ ପାଠ କରାଇଛନ୍ତି। ଏହି ଅବସରରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଆଠୱାଲେ ଉପସ୍ଥିତ ଥିଲେ। ଏଥିସହିତ ଶ୍ରୀ ବି.ଏଲ୍ ବର୍ମା ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ମଡର୍ଣ୍ଣ ସ୍କୁଲର ପ୍ରାୟ ୨୭୦୦ ଛାତ୍ରଛାତ୍ରୀ, ଶିକ୍ଷକ ଉପସ୍ଥିତ ଥିଲେ। ଦେଶର ପ୍ରାୟ ୧୦ ହଜାର ସ୍ଥାନରୁ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ରାଜ୍ୟ/ଜିଲ୍ଲା ପ୍ରଶାସନ ଇତ୍ୟାଦି ବିଭିନ୍ନ ଅଂଶୀଦାର ଭର୍ଚୁଆଲ ମାଧ୍ୟମରେ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ କାର‌୍ୟ୍ୟକ୍ରମରେ ଦେଶବ୍ୟାପୀ ୧ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିବା ସହ…

Read More