Author: Samikhsya Bureau

ନୂଆଦିଲ୍ଲୀ: ଯେକୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି। ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି 14 ନାମ ମଧ୍ୟ ଜପ କରିବା- ଭଗବାନ ଗଣେଶଙ୍କର 14 ନାମ:– 1-ବିନୟକ 2. ଗଜାନନ 3. ଗଣେଶ 4. ଲମ୍ବୋଦର 5. ଏକଦନ୍ତ 6. ବକ୍ରତୁଣ୍ଡ 7. ବିଘ୍ନରାଜ 8. ବିଶ୍ବରାଜ 9. ବୁଦ୍ଧିନାଥ 10. ବିକଟ 11. ହେରମ୍ବ 12. କୃଷ୍ଣପିଙ୍ଗାକ୍ଷ 13. ଅଖୁରଥ 14. ଭୂପତି।

Read More

ଭୁବନେଶ୍ବର: ଗତକାଲି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିବା ପରେ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ପ୍ରଥମେ ମମତା ମହାନ୍ତ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇ ବିଜେପିର ସାମିଲ ହେଲେ। ତାଙ୍କୁ ପୁଣି ବିଜେପି ରାଜ୍ୟସଭାକୁ ପଠାଇଲା। ଏବେ ସୁଜିତ କୁମାରଙ୍କୁ ପୁଣି ରାଜ୍ୟସଭାକୁ ପଠାଇପାରେ ବିଜେପି। ତେବେ ଏହି ଦୁଇଜଣଙ୍କ ପରେ ପୁଣି ଆଉ କାହା ପାଳି ସେ ନେଇ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହେବାରେ ଲାଗିଛି। କାରଣ ଓଡିଶାର ରାଜ୍ୟସଭାରେ ମୋଟ ଦଶଟି ଆସନ ମଧ୍ୟରୁ ଦୁଇଟି ଆସନରେ ବିଜେପି ଅଛି। ସେହି ଦୁଇଟି ହେଲା ଅଶ୍ବିନୀ ବୈଷ୍ଣବ ଏବଂ ମମତା ମହାନ୍ତ। ଏହାପରେ ଆଉ ଆଠଟି ଆସନ ବିଜେଡି ହାତରେ ଥିଲା। ହେଲେ ସୁଜିତ କୁମାର ଇସ୍ତଫା ଦେବା ପରେ ବର୍ତ୍ତମାନ ବିଜେଡି ହାତରେ ସାତଟି ଆସନ ରାଜ୍ୟସଭାରେ ଅଛି। ଯେଉଁ ସାତ ଜଣ ବିଜେଡିର ରାଜ୍ୟସଭା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହ  ଆଲୋଚନା କରିଛନ୍ତି । ପୁରସ୍କୃତ ବ୍ୟକ୍ତିମାନେ ସେମାନଙ୍କର ଶିକ୍ଷାଦାନ ଅଭିଜ୍ଞତା ପ୍ରଧାନମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ। ଶିକ୍ଷଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାନଙ୍କ ଦ୍ୱାରା ବ୍ୟବହୃତ ଆକର୍ଷଣୀୟ କୌଶଳ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ନିୟମିତ ଶିକ୍ଷାଦାନ କାର୍ଯ୍ୟ ସହିତ ସେମାନଙ୍କ ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟର ଉଦାହରଣ ମଧ୍ୟ ସେମାନେ ସେୟାର କରିଥିଲେ। ସେମାନଙ୍କ ସହିତ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ଶିକ୍ଷାଦାନ କଳା ପ୍ରତି ସେମାନଙ୍କର ସମର୍ପଣ ଏବଂ ବର୍ଷ ବର୍ଷ ଧରି ସେମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଉତ୍ସାହକୁ ପ୍ରଶଂସା କରିଥିଲେ, ଯାହାକୁ ପୁରସ୍କାର ମାଧ୍ୟମରେ ସ୍ୱୀକୃତି ମିଳିଛି। ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତିର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ଏବଂ ନିଜ ମାତୃଭାଷାରେ ଶିକ୍ଷା ପ୍ରାପ୍ତିର ଗୁରୁତ୍ୱ ବିଷୟରେ କହିଥିଲେ।…

Read More

ନୂଆଦିଲ୍ଲୀ: ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ଶ୍ରୀ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ନେଟୱର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି)ର ୭୮ତମ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ୍) ଦ୍ୱାରା ପ୍ରସ୍ତାବିତ ୧୮ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଓଡ଼ିଶା ସମେତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଆଦି ବିଭିନ୍ନ ରାଜ୍ୟରେ ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ (ଏନ୍ଏମପି)ରେ ଦର୍ଶାଯାଇଥିବା ସମନ୍ୱିତ ଯୋଜନା ନୀତି ଅନୁଯାୟୀ କାର୍ଯ୍ୟକାରୀ ହେବାକୁ ଯାଉଛି । ସମ୍ବଲପୁର ରିଙ୍ଗରୋଡ୍ : ଓଡ଼ିଶାର ସମ୍ବଲପୁର ସହର ଚତୁଃପାର୍ଶ୍ୱରେ ୩୫.୩୮ କିଲୋମିଟର ଲମ୍ବ ଏବଂ ୪ ଲେନ୍ ବିଶିଷ୍ଟ ଏହି ସଡ଼କ ପ୍ରକଳ୍ପ ଜନଗହଳି ହ୍ରାସ କରିବା ସହିତ ରାଜ୍ୟର…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରୁ ଫ୍ରାନ୍‌ସର ଲିଓନ୍‌ଠାରେ ଅନୁଷ୍ଠିତ ହେଉଥିବା ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ସ୍କିଲ୍‌ଡ୍ ଇନ୍ ଓଡିଶାର ପ୍ରତିଯୋଗୀମାନଙ୍କ ସହିତ ଆଭାସୀ ଜରିଆରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରତିଯୋଗୀମାନଙ୍କ ସହ କଥା ହୋଇ କହିଥିଲେ ଯେ, ସାଧାରଣ ପରିବାରରୁ ଆସିଥିଲେ ମଧ୍ୟ ଏହା ତୁମ ପ୍ରତିଭାର ପରିସ୍ପୁଟନ ପାଇଁ ଏକ ସୁଯୋଗ। ‘ସ୍କିଲ୍‌ଡ୍ ଇନ୍ ଓଡିଶା’ କାର୍ଯ୍ୟକ୍ରମ ହେଉଛି ଏକ ପ୍ରେରଣା, ଯାହା ଆମ ଯୁବବର୍ଗଙ୍କୁ ସଶକ୍ତ କରୁଛି ଏବଂ ନୂତନ ସୁଯୋଗର ଦ୍ୱାର ଖୋଲି ବିଶ୍ୱ ମାନଚିତ୍ରରେ ସ୍ଥାନିତ କରୁଛି। ଭାରତର ୬୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ଓଡିଶାର ୧୫ଜଣ ମନୋନୀତ ହେବା ଆମ ସମସ୍ତଙ୍କ ପାଇଁ ଖୁସିର କଥା। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଆପଣମାନେ ପ୍ରତିନିଧିତ୍ୱ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…

Read More

ନୂଆଦିଲ୍ଲୀ: ପୁଣି ବିଜେଡିକୁ ଲାଗିଲା ବଡ ଧକ୍କା। ମମତା ମହାନ୍ତ ପରେ ଏବଂ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ। ଆଜି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ସାଂସଦ ସୁଜିତ କୁମାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭତୃହରି ମହତାବ, ଅରୁଣ ସିଂ ଏବଂ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ସେ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ସାମିଲ ହୋଇଛନ୍ତି। ମିଶ୍ରଣ ବେଳେ ସେ ବିଜେଡି ବିରୋଧରେ ବିଷ ଉଦଗାର କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ କାଢ଼ି ଦିଆଯିବ ବୋଲି ମୋତେ ଧମକ ଦିଆଯାଇଥିଲା। ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ କୁହାଯାଇଥିଲା। କଳାହାଣ୍ଡିର ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ। ଏହି କଥା ମୋ ମୁହଁରେ କହିନଥିଲେ, ବରଂ ଦଳୀୟ ନେତାଙ୍କୁ ସେ କହିଥିଲେ। ମୋ…

Read More

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମବାୟ ପ୍ରକୋଷ୍ଠ ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଙ୍କ ନେତୃତ୍ୱରେ ବର୍ତମାନ ସମଗ୍ର ଦେଶରେ ସମବାୟ ବ୍ୟବସ୍ଥାକୁ ସୁଦୃଢ କରାଯାଉଛି। ସମବାୟକୁ ଗ୍ରାମାଚଂଳରେ ବିଜନେସ୍‌ର ହବ୍ ଭାବେ ପରିଣତ କରାଯିବ। ସମବାୟ ସଂସ୍ଥା ଜରିଆରେ କୃଷି ଋଣ ସମେତ ଓøଷଧ, ପେଟ୍ରୋଲ, ଡିଜେଲ, କୀଟନାଶକ ଓ ସାର ଆଦି ଉପଲବ୍ଧ କରାଯିବା ସହିତ ସୌରଚାଳିତ ଶୀତଳ ଭଣ୍ଡାର, ଗୋଦାମ ଗୃହ, ଜନସେବା କେନ୍ଦ୍ର, ବ୍ୟାଂକ ଓ ଏଟିଏମ, କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଯିବ। ଏହା ଦ୍ୱାରା ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି। ରାଷ୍ଟ୍ରବାଦ ବିଚାରଧାରାର ଅଧିକରୁ ଅଧିକ ସଦସ୍ୟ ସମବାୟ ସହିତ ଯୋଡି ହୋଇ ସମବାୟ ସଂସ୍ଥାଗୁଡିକୁ ଲୋକାଭୀମୁଖୀ କରିବା ପାଇଁ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ…

Read More

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ। ଏହି ସ୍ବତନ୍ତ୍ର ଗୁରୁଦିବସ କାର୍ଯ୍ୟକ୍ରମ ଅବସରରେ “ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ”ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଓଡିଆ ଭାଷାବୃତ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଏବଂ ଦ୍ବାଦଶ ବୋର୍ଡର ଶ୍ରେଷ୍ଠ ବିଦ୍ୟାର୍ଥୀ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡର ୩୯୧ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ବ୍ୟତୀତ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାର ୪୪,୭୨୮ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।…

Read More

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ। ସେ କହିଲେ ଯେ ଆଜିର ଗୁରୁମାନଙ୍କ ହାତରେ ହିଁ ଭବିଷ୍ୟତର ସୁରକ୍ଷା ଦାୟିତ୍ଵ। ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଶିକ୍ଷା ବ୍ୟବସ୍ଥାର ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ କେବଳ ଉତ୍ତମ ଶିକ୍ଷାରେ ସନ୍ତୁଷ୍ଟ ନ ହୋଇ ପିଲାମାନେ ଯେପରି ଜୀବନରେ ମୂଲ୍ୟବୋଧ, ନୀତି ଓ ଆଦର୍ଶକୁ ଅନୁସରଣ କରିବେ, ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ୍। ନିଜର ଶିକ୍ଷକତା ଜୀବନକୁ…

Read More

ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ପଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ। କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାରେ ଜନଜାତି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସୂଚନାଯୋଗ୍ୟ ରାଷ୍ଟ୍ରପତି ଆଜି ବିଜ୍ଞାନ ଭବନ ଠାରେ ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ପୁରସ୍କାରରେ ମାନପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି।

Read More

ଭୁବନେଶ୍ବର: ଏ ଦେଶ ଆମର ଏ ମାଟି ଆମର। ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶା ର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଆଜି ଶଙ୍ଖ ଭବନ ଠାରେ ବିଜେଡି ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶାନ୍ତି ଓ ସଦଭାବନା ହିଁ ପ୍ରଗତି ର ଭିତ୍ତି। ଏଥି ଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ର ର ପ୍ରଗତି ହାସଲ କରିପାରିଛି। ତେଣୁ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସେ କହିଥିଲେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ର ସଂଖ୍ୟାଲଘୁ ଭାଇ ଭଉଣୀ ମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି। ସେମାନଙ୍କ ମନରେ ଅସୁରକ୍ଷା ଭାବନା ରହୁଥିବା ବିଷୟରେ ସେମାନେ ଜଣାଉଛନ୍ତି। ବିଜେଡି ୱାକଫ…

Read More

ଭୁବନେଶ୍ବର: ମିଛ ହେଉଛି ବିଜେପିର ସବୁଠାରୁ ବଡ଼ ପରିଚୟ। ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତା କୁ ଆସିଛି। ତେଣୁ ବିଜେପି ର ମିଛ କୁ ପଦାରେ ପକାଇବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି। ଆଜି ଶଙ୍ଖ ଭବନ ରେ ଆୟୋଜିତ ବିଜୁ ମହିଳା ଜନତା ଦଳ ର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦ କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।ଶ୍ରୀ ପଟ୍ଟନାୟକ କହିଲେ ଯେ ନିର୍ବାଚନ ବେଳେ ସାରା ଦେଶ ରୁ ବିଜେପି ର ବଡ଼ ବଡ଼ ନେତା ଓଡିଶା ଆସିଲେ ହାତୀ ଦେବୁ ଘୋଡା ଦେବୁ କହିଲେ। କିନ୍ତୁ କାମ ରେ ଜିରୋ। ଏ ସମ୍ପର୍କ ରେ ସୂଚନା ଦେଇ ସେ କହିଲେ ଯେ ବିଜେପି ସୁଭଦ୍ରା ଯୋଜନାରେ ଦୁଇ ବର୍ଷ ରେ ସବୁ ମାଙ୍କୁ ପଚାଶ ହଜାର ଟଙ୍କା ଦେବ ବୋଲି କହିଥିଲେ।…

Read More

ଭୁବନେଶ୍ବର: ଶେଷରେ ରାଜ୍ୟ ସରକାର ସମସ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଭାଙ୍ଗି ଦେଇଛନ୍ତି। ଆଜି ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ବିଜେଡି ସରକାର ବେଳେ ୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିଲା। ସେଥିରେ ନେତାମାନଙ୍କୁ ଅଧ୍ୟକ୍ଷ ତଥା ସଦସ୍ୟ କରି ଥଇଥାନ କରାଯାଇଥିଲା। ହେଲେ ସରକାର ବଦଳିବା ସହିତ ସେହି ପରିଷଦକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ସମାପ୍ତ ହେଲା।

Read More

ଭୁବନେଶ୍ୱର: ବର୍ତ୍ତମାନ ପୁରା ଆକ୍ସନ ମୁଡରେ ଅଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ବେଆଇନ ମଦ କାରାବାରକୁ ମୂଳପୋଛ କରିବା ପାଇଁ ଦେଲେ ନିର୍ଦ୍ଦେଶ। ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜି ବି ଜାରି ରହିଛି। ଦୀର୍ଘ ୧୫ ଦିନ ଧରି ଚାଲିଥିବା ଏହି ଚଢ଼ାଉ ସମଗ୍ର ରାଜ୍ୟରେ ଦୀର୍ଘତମ ତଥା ସର୍ବବୃହତ ଚଢ଼ାଉ ଅଭିଯାନ ବୋଲି ବିବେଚନା କରାଯାଉଛି। ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ସ୍ଵରୂପ ପୂର୍ବରୁ ରହି ଆସିଥିବା ଏହି ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ର ଗୁଡିକୁ ଅବକାରୀ ବିଭାଗର ବିଭିନ୍ନ ଟିମ ପକ୍ଷରୁ ଖୋଜି ବାହାର କରିବା ସହିତ ସମ୍ପୂର୍ଣ୍ଣ ରୂପେ ଭଙ୍ଗା ଯାଉଛି। ଏହି କ୍ରମରେ ସମଗ୍ର ରାଜ୍ୟର ୧୪୪୩ଟି ବେଆଇନ ମଦ ଭାଟିକୁ ଭାଙ୍ଗି ନଷ୍ଟ କରାଯିବା ସହ ପାଖାପାଖି ୧୦ ଟିରୁ ଉର୍ଦ୍ଧ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପ୍ରଶିକ୍ଷଣ ସାରି ଫେରିଥିବା ନୂଆ ଆଇଏଏସଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।  ସେମାନେ ହେଲେ 1-ଅକ୍ଷୟ ପିଲାୟ- ସବ କଲେକ୍ଟର ବଣେଇ 2-ପ୍ରହଲ୍ଲାଦ ନାରାୟଣ ଶର୍ମା- ସବ କଲେକ୍ଟର ଆଠଗଡ 3- ଅରଗୁଳ ସ୍ନେହା- ସବ କଲେକ୍ଟର ପଦମପୁର 4- ଏ ଏସ ରେଡ୍ଡୀ- ସବ କଲେକ୍ଟର ଜୟପୁର 5- ସମୀର ଜେନା-ସବ କଲେକ୍ଟର ତାଳଚେର 6- ସୌମ୍ୟରଂଜନ ପ୍ରଧାନ- ସବ କଲେକ୍ଟର ରାଇରଂଗପୁର

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟରେ ହଟହଟା ହୋଇଛନ୍ତି ବିଜେପିରୁ ନିଳମ୍ବିତ ନେତ୍ରୀ ସୁନିତ ମୁଣ୍ଡ। ତାଙ୍କୁ ଗତ ଶନିବାର ଦିନ ବିଜେପି ଦଳରୁ ନିଲମ୍ବନ କରାଯାଇଛି। ସେ ନେଇ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦେଖା କରିବାକୁ ଆସିଥିଲେ। ହେଲେ ପାର୍ଟି ଅଫିସ ଭିତରକୁ ତାଙ୍କୁ ମହିଳା କର୍ମିମାନେ ଛାଡି ନ ଥିଲେ। ସୁନିତ ଭିତରକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ମହିଳା କର୍ମିମାନେ ତାଙ୍କୁ ଘେରିଯାଇ ତମକୁ ପାର୍ଟିରୁ ନିଲମ୍ବନ କରାଯାଇଛି କୁଆଡେ ଆସିଛ ବୋଲି ପ୍ରଶ୍ନ କରିଥିଲେ। ସେ ସଭାପତିଙ୍କୁ ଦେଖା କରିବାକୁ ଆସିଛନ୍ତି ବୋଲି କହିଥିଲେ ମଧ୍ୟ ମହିଳା କର୍ମିମାନେ ପାଟି କରି ତାଙ୍କୁ ସେଠାରୁ ବାହାରି ଯିବା ପାଇଁ ଧମକ ଦେଇଥିଲେ। ଫଳରେ ସୁନିତ ଆଉ ଭିତରକୁ ନ ଯାଇ ସେଠାରୁ ଫେରିଥିଲେ। ଏପରି କି ମହିଳା କର୍ମିମାନେ ସୁନିତଙ୍କ ଗାଡି ପର୍ଯ୍ୟନ୍ତ ପଛରେ ପଛରେ ଆସିଥିଲେ। ଏହାକୁ ନେଇ ସୁନିତ…

Read More

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଆର୍ଥିକ ସହାୟତା ଚଳିତ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଦାନ କରାଯିବ। ଏହି ଦିନ ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ସୁଭଦ୍ରା କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ତଥା ହିତାଧିକାରୀଙ୍କୁ ପ୍ରଥମ କିସ୍ତି ସହାୟତା ଅର୍ଥ ପ୍ରଦାନ କରାଯିବାକୁ ଥିବା ପରିପ୍ରେକ୍ଷୀରେ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଆଜି ପୂର୍ବାହ୍ନରେ ସୁଭଦ୍ରା ଯୋଜନା ରାଜ୍ୟସ୍ତରୀୟ ପରିଚାଳନା କମିଟିର ଏକ ବୈଠକ ମୁଖ୍ୟ ଶାସନ ସଚିବ ତଥା କମିଟିର ଅଧ୍ୟକ୍ଷ  ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା  ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ। ଆଗାମୀ ୧୭ ତାରିଖ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଶାସନିକ ସ୍ତରରେ …

Read More

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବିଜେପିରେ ଏକ ଭିନ୍ନ ନୀତି ଚାଲିଛି। ଯାହାକୁ କୁହାଯିବ ଅପରାଜିତା ନୀତି। କାରଣ ସାଂସଦ ଅପରାଜିତା ରାଜ୍ୟ ସଭାପତିଙ୍କୁ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରିବାକୁ ପଛାଉ ନାହାଁନ୍ତି। କାରଣ ଯାହାକୁ ରାଜ୍ୟ ବିଜେପି ଦଳରୁ ନିଲମ୍ବନ କରିଛି ସେହି ନେତାଙ୍କୁ ଅପରାଜିତା ତାଙ୍କ ବୈଠକରେ ବସାଇଛନ୍ତି। ସେତିକି ନୁହେଁ ତାଙ୍କୁ ପୁରା ପାଖରେ ବସାଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ଖୋର୍ଦ୍ଧା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଖବରରୁ ଜଣାପଡିଛି ଯେ, ଖୋର୍ଦ୍ଧାରେ ବିଜେପି ତରଫରୁ ଗତ ସୋମବାର ଦିନ ସଦସ୍ୟତା ଅଭିଯାନ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସହିତ ଜଟଣୀ ବିଧାୟକ ପ୍ରାର୍ଥୀ ଯୋଗ ଦେଇଥିଲେ। ତେବେ ଏହି ସଭାରେ ବସିଥିଲେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଂପାଦକ ବିଦ୍ୟୁତ କାଣ୍ଡି। ସେ ପୁରା ଅପରାଜିତାଙ୍କ ପାଖ ଆସନରେ ବସିଥିଲେ। ତେବେ ଶ୍ରୀ କାଣ୍ଡିଙ୍କ ବିଜେପି ସଭାରେ…

Read More

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁବାଇରେ ଫସିଥିବା ମୃତ ଓଡିଆ ଯୁବକ ଅବ୍ୟକ୍ତ ପ୍ରସାଦ ସିଂହଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବାବଜା ଗ୍ରାମର ପ୍ରଭାତ କୁମାର ବିଶ୍ବାଳଙ୍କ ପୁଅ ଅବ୍ୟକ୍ତ ଦୁବାଇ ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ଅଗଷ୍ଟ ୨୩ ତାରିଖରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ଜଣେ ସହକର୍ମୀ ଅବ୍ୟକ୍ତଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ ଏ ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ଅବ୍ୟକ୍ତଙ୍କ ମୃତ୍ୟୁ ନେଇ କୌଣସି ସୂଚନା ଦେଇନାହନ୍ତି। ଅବ୍ୟକ୍ତଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏହି ଅନୁରୋଧକ୍ରମେ ଶ୍ରୀ ପଣ୍ଡା…

Read More

ଭୁବନେଶ୍ବର: ଧିରେଧିରେ ବାର୍ଡ ଫ୍ଲୁ ଆତଙ୍କ ବଢିବାରେ ଲାଗିଛି। କାରଣ ଏହି ରୋଗରେ କୁକୁଡା ଆକ୍ରାନ୍ତ ହୋଇ ମରିବାରେ ଲାଗିଛନ୍ତି। ତେବେ ଏହାକୁ ରୋକିବା ପାଇଁ ଓଡିଶା ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ବିଶେଷ କରି ପିପିଲି ଅଞ୍ଚଳର ବିଭିନ୍ନ ଫାର୍ମର କୁକୁଡା ମାରି ଦିଆଯାଇଛି। ସେହିପରି ପୁରୀରେ ମଧ୍ୟ କେତେକ ଫାର୍ମକୁ ସତର୍କ ରଖାଯାଇଛି। ତେବେ ଏହି ଫ୍ଲୁ ଉପରେ ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଦଳ। ସେମାନେ ଆକ୍ରାନ୍ତ ସ୍ଥାନ କେନ୍ଦ୍ରାପଡା ଏବଂ ପିପିଲି ଗସ୍ତରେ ଯିବେ ବୋଲି ଜଣାପଡିଛି। ତେବେ ପୂର୍ବରୁ କେନ୍ଦ୍ରାପଡାରେ ଯେପରି କୁକୁଡା ମଡକ ହୋଇଥିଲା ତାହାର ନମୂନା ପରୀକ୍ଷା ପାଇଁ ପଠାଯାଇଛି। ତାହା ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ତେବେ ଯେଉଁଠାରେ ଏହି ଲକ୍ଷଣ ଦେଖାଯାଇଛି ସେହି ଅଞ୍ଚଳକୁ ନିଷିଧାଞ୍ଚଳ ଘୋଷଣା କରାଯାଇଛି ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ରାଜ୍ୟରେ ୩୦ଟି ଜିଲ୍ଲା ରେ ଥିବା ୬୧୯ ଟି ସରକାରୀ ଆୟୁର୍ବେଦିକ ଦିସ୍ପେନସାରି କୁ ଯୋଗାଣ ହୋଇଥିବା ବିଭିନ୍ନ ପ୍ରକାର ଆୟୁର୍ବେଦିକ ଔଷଧ ର ଗୁଣବତ୍ତା ପରୀକ୍ଷା ପାଇଁ ଦାବୀ କରାଯାଇଛି। ଦିସ୍ପେନସାରି କୁ ପ୍ରଦାନ କରାଯାଇଥିବା ୨୦ଟି ଔଷଧ ଯଥା ଶୁଣ୍ଠି ପାକ, ବ୍ୟାଗ୍ରୀ ହରିତକି ପାକ, ଅମୃତାରିଷ୍ଟ, ବାତଗଜାଙ୍କୁସ,ଯୋଗରାଜଗୁଗୁଲ, ଚନ୍ଦ୍ରପ୍ରଭା ବଟି, ଦଶ ମୁଲାରିଷ୍ଠ, ନିତ୍ୟାନନ୍ଦ ରସ, ରାଜପ୍ରବର୍ତନି ବଟି ଆଦି ଆୟୁର୍ବେଦ ଔଷଧ ଗୁଣବତ୍ତା ଅତି ନିମ୍ନ ମାନର ବୋଲି ଦର୍ଶାଇ ଏହାର ମାନ ଯାଞ୍ଚ କରିବାକୁ ରାଜ୍ୟର ବିଭିନ୍ନ ଆୟୁର୍ବେଦ ସଂଘ ପକ୍ଷରୁ ଦାବୀ କରାଯାଇଛି। ଚାରି ମାସ ତଳେ ପ୍ରଦାନ କରାଯାଇଥିବା ଏହି ଔଷଧର ମାନ ଅତି ନିମ୍ନ ମାନର ବୋଲି ଏହି ସବୁ ଦିସ୍ପେନସାରି ତଦାରଖ ଦାୟିତ୍ୱ ଥିବା କଟକ, ଭୁବନେଶ୍ୱର, ବାଲେଶ୍ଵର, ଵ୍ରହ୍ମପୁର, ରାୟଗଡା, ଭବାନୀପାଟଣା, ବଲାଙ୍ଗୀର, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ, ବାରିପଦା ଆଦି ରେ ଅବସ୍ଥାପିତ…

Read More