ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୮୧୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଆଜି ୨୮୬୯୭ରେ ପହଞ୍ଚିଛି। ଆଜି ଗଞ୍ଜାମରୁ ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ଏହା ଗଞ୍ଜାମ ଜିଲା ପାଇଁ ଏକ ରେକର୍ଡ। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଖୁର୍ଦ୍ଧାରୁ ୨୦୨, ରାୟଗଡାରୁ ୫୫, ସୁନ୍ଦରଗଡରୁ ୧୦୬, ଯାଜପୁରରୁ ୨୦, କୋରାପୁଟରୁ ୨୨, କଟକରୁ ୧୪୭, ପୁରୀରୁ ୬, କେନ୍ଦୁଝରରୁ ୩୭, ବାଲେଶ୍ବରରୁ ୧୭, କଳାହାଣ୍ଡିରୁ ୨୪, ମୟୂରଭଞ୍ଜରୁ ୧୫, ସମ୍ବଲପୁରରୁ ୬୨,ବଲାଙ୍ଗୀରରୁ ୧୫, ଭଦ୍ରଖରୁ ୧୩, କନ୍ଧମାଳରୁ ୧୪, ଜଗତସିଂପୁରରୁ ୮, କେନ୍ଦ୍ରାପଡାରୁ ୧୪, ମାଲକାନଗିରିରୁ ୩, ନୂଆପଡାରୁ ୮, ବରଗଡରୁ ୧୯, ଢେଙ୍କାନାଳରୁ ୧୧୬ ଓ ଅନୁଗୁଳ ୩୪, ସୋନପୁରରୁ ୪, ଗଜପତିରୁ ୧୩୬, ଝାରସୁଗୁଡାରୁ ୮, ବୌଦ୍ଧ ରୁ ୫ ଓ…
Author: Samikhsya Bureau
ଭୁବନେଶ୍ୱର, ଆଜି ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଟାଟା ପାଓ୍ୱାର କଲ୍ସେଣ୍ଟର ସ୍ଥାନୀୟ କଲ୍ୟାଣୀ କଂପ୍ଲେକ୍ସରେ ଉଦ୍ଘାଟିତ ହୋଇଯାଇଛି । ଏହା ୨୪/୭ ଘଣ୍ଟା ଅବିରତ ଭାବେ କାର୍ଯ୍ୟ କରିବ। ଏହି କଲ୍ ସେଣ୍ଟରକୁ କଲ୍ କରି ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ସରବରାହ,ବିଲ୍ ପଇଠ,ନୂଆ ଲାଇନ୍ ସଂଯୋଗ, ଠିକଣା/ନାମ ପରିବର୍ତ୍ତନ ଆଦି ସହ ବିଭିନ୍ନ ତଥ୍ୟ ପାଇ ପାରିବେ। ଏହା ଛଡ଼ା ଗ୍ରାହକମାନେ ସେମାନଙ୍କ ସନ୍ଦେହ ନେଇ ବିଭିନ୍ନ ପ୍ରଶ୍ନ ପଚାରିବା ଓ ଅଭିଯୋଗ ଦାଖଲ ସଂପର୍କିତ କାର୍ଯ୍ୟ ଏହି କଲ୍ ସେଣ୍ଟର ଦ୍ୱାରା ସଂପାଦିତ ହେବ । ଉପଭୋକ୍ତାଙ୍କୁ ଏସବୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ଅତ୍ୟାଧୁନିକ କଲ୍-ସେଣ୍ଟର ଆରମ୍ଭ କରାଯାଇଛି । ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍ର ମୁଖ୍ୟନିର୍ବାହୀ ଅଧିକାରୀ ଏମ୍. ସେନବାଗାମ୍ ଓ ଟାଟା ପାଓ୍ୱାରର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ସେସୁକୁ ଟାଟା ପାୱାର ଅଧିଗ୍ରହଣ କରିବା…
ଝାରଖଣ୍ଡ : ଆପଣମାନେ ଫିଲ୍ମ କି ଧାରାବାହିକରେ ଲୁଟେରୀ ଦୁଲହନକୁ ଦେଖିଥିବେ। କିନ୍ତୁ ଝାରଖଣ୍ଡ ରୁ ସତରେ ଜଣେ ଯୁବତୀ ତିନି ଜଣଙ୍କୁ ଠକି ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି। ଝାରଖଣ୍ଡର ଚାତରାରୁ ଏପରି ଘଟଣା ସାମନାକୁ ଆସିଛି। ଏତିଖୋରୀ ନିବାସୀ ପ୍ରିୟଙ୍କା ନାମ୍ନୀ ଜଣେ ଯୁବତୀ ଶାଦି ଡଟ କମ ଜରିଆ ରେ ଜଣେ ନୁହେଁ ତିନି ଜଣଙ୍କୁ ଠକି ବିଦେଶ ଫେରାର ହୋଇଥିବାର ଅଭିଯୋଗ ହୋଇଛି। ପ୍ରିୟଙ୍କା ବେଶ ବୁଦ୍ଧିମତ୍ତାର ସହ ତିନି ଅଲଗା ଅଲଗା ରାଜ୍ୟର ଯୁବକଙ୍କୁ ନିଜ ଜାଲରେ ଫସାଇଥିଲେ। ମିଳିଥିବା ସୂଚନା ଅନୁସାରେ ପ୍ରିୟଙ୍କା ଶାଦି ଡଟ କମ ଜରିଆରେ ସର୍ବ ପ୍ରଥମେ ଗିରିଡିହ ର ନିଳୟ କୁମାର ନାମକ ଏକ ଯୁବକଙ୍କ ସମ୍ପର୍କରେ ଆସିଥିଲେ। ତେବେ ଦୁହିଙ୍କ ମଧ୍ୟରେ କିଛି ଝଗଡା ହେବା ପରେ ପ୍ରିୟଙ୍କା ନିଳୟଙ୍କ ଠାରୁ 1 କୋଟି ଟଙ୍କା ଠକି ଗାୟବ ହୋଇଯାଇଥିଲେ। ତାପରେ କିଛି ଦିନ ପରେ…
ଆମେରିକା : କରୋନା ଭାଇରସ୍ ବିଶ୍ୱରେ ନିଜର ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା ମଧ୍ୟରେ ଆଉ ଏକ ନୂତନ ରୋଗ ବ୍ୟାପିବାରେ ଲାଗିଛି। ତେବେ ଏହା କୌଣସି ଭାଇରସ୍ ନୁହେଁ ବରଂ ଏକ ଜୀବାଣୁ ଦ୍ୱାରା ହେଉଛି। ସାଲମୋନେଲା ନାମକ ଜୀବାଣୁ ଦ୍ୱାରା ଏହି ନୂତନ ରୋଗ ବ୍ୟାପିବାରେ ଲାଗିଛି। ପିଆଜ ଦ୍ୱାରା ଆମେରିକାରେ ଏହି ଜୀବାଣୁର ସଂକ୍ରମଣ ବଢିବାରେ ଲାଗିଛି। ବିଗତ ଏକ ସପ୍ତାହ ମଧ୍ୟରେୁ ପ୍ରାୟ 500 ଜଣ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହି ଭାଇରସ୍ ପ୍ରଭାବରେ ଆମେରିକା ସମେତ କାନାଡା ଏବଂ କାଲିଫର୍ଣ୍ଣିଆରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକାର 34ଟି ରାଜ୍ୟରେ ଏବେ ଏହି ନୂତନ ରୋଗ ବ୍ୟାପୁଛି। ଲାଲ ଓ ହଳଦିଆ ପିଆଜ ଯୋଗୁଁ ଏହି ରୋଗ ବ୍ୟାପିବାରେ ଲାଗିଛି। କାନାଡାରେ ସାଲମୋନେଲା ସମ୍ପୃକ୍ତ 114ଟି ମାମଲା ସମ୍ମୁଖକୁ ଆସିଥିବା ବେଳେ ଏହା ମଧ୍ୟରୁ 16 ଜଣ ହସ୍ପିଟାଲରେ…
ମୁମ୍ବାଇ : ଭାରତୀୟ ବଜାରରେ କେଆଇଏ ମୋଟର୍ସ ପକ୍ଷରୁ ଏକ ନୂତନ ଏସୟୁଭି କାର ଲଞ୍ଚ କରାଯାଇଛି । ସୋନେଟ୍ ନାମରେ ନାମିତ କାରଟି ଭାରତୀୟ ବଜାରରେ ହ୍ୟୁଣ୍ଡାଇ ଭେନ୍ୟୁ, ଭିଟାରା ବ୍ରେଜ୍ଜା ଏବଂ ଟାଟା ନିକ୍ସନ୍ ସହିତ ପ୍ରତିଦ୍ୱନ୍ଦିତା କରିବ । କାରର ମୂଲ୍ୟ ସମ୍ପର୍କରେ ଘୋଷଣା କରାଯାଇନାହିଁ। ଏହି ଏସୟୁଭିର ଡିଜାଇନ୍ ଅନନ୍ୟ ରହିଥିବା ବେଳେ ଏଥିରେ ଡିଆରଏଲ ଏଲଇଡି ବ୍ୟବହାର କରାଯାଇଛି । ଏହି କାର୍ଟିରେ 1.2 ଲିଟରର ପେଟ୍ରୋଲ ଇଞ୍ଜିନ୍ ଏବଂ 1.5 ଲିଟରର ଡିଜେଲ ଇଞ୍ଜିନ ବ୍ୟବହୃତ ହୋଇଛି । ଏହି କାରରେ ସ୍ପିଡ୍ର ମାନୁଆଲ୍ ଗିଅର୍ ସହିତ ଡୁଆଲ୍ କ୍ଲଚର ବ୍ୟବସ୍ଥା ରହିଛି । (ଏଜେନ୍ସି)
କଟକ, ଆଜି କଟକ ସହରରୁ ଏକାଥରେ 81 ଜଣ କରୋନା ସଂକ୍ରାମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 38 ଜଣ କଂଣ୍ଟେନମେଣ୍ଟ ଜୋନରୁ, 26 ଜଣ ହୋମ କ୍ବାରଣ୍ଟାଇନରୁ, 12 ଜଣ ଲୋକାଲ କଣ୍ଟାଟ୍ ଏବଂ 5 ଜଣ କୋଭିଡ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। କଟକ ମହାନଗରର ସୂଚନା ଅନୁସାରେ ଯେଉଁ 38 ଜଣ କଂଣ୍ଟେନମେଣ୍ଟ ଜୋନରୁ ବାହାରିଛନ୍ତି ସେମାନେ ସମସ୍ତେ ମାଲଗୋଦାମ ବେହେରା ସାହିର। ସେହିପରି ଲୋକାଲ କଣ୍ଟାଟ୍ ମଧ୍ୟରେ ରାଣୀହାଟ,ଗଁଦରପୁର,ଚାନ୍ଦିନୀଚୈକ, ଜୋବ୍ରା,, ଥୋରିଆସାହି ଏବଂ ବାଦମବାଡିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କେବଳ ଚାଉଁଳିଆଗଂଜ ରୁ 3 ଜଣ ଏବଂ ବକ୍ସି ବଜାରରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା କୋଭିଡ ଯୋଦ୍ଧା ଅଛନ୍ତି। ଜଣଙ୍କର ବୟସ 39 ହୋଇଥିବା ବେଳେ ଆଉ ଜଣଙ୍କର ବୟସ ମାତ୍ର 26 ବର୍ଷ। ଏହାକୁ ମିଶାଇ ବର୍ତ୍ତମାନ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା 1470 ରେ…
ଭୁବନେଶ୍ବର, ଆସନ୍ତା ନଅ ତାରିଖରେ ଉତ୍ତର ଏବଂ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଏକ ଲଘୁ ଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହା ଧିରେ ଧିରେ ଘନିଭୂତ ହୋଇ ପୂର୍ବ ଦିଗକୁ ଗତି କରିବ ବୋଲି ଜଣାପଡିଛି। ତେବେ ଏହି ପ୍ରଭାବ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ରହିବ। ଫଳରେ ସେହି ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲଗାତାର ବର୍ଷା ଜାରୀ ରହିବ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମଧ୍ୟ ସତର୍କ ସୂଚନା ଜାରୀ କରାଯାଇଛି।
ଭୁବନେଶ୍ବର, ଆଜି ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ ହସପିଟାଲ ଏବଂ କେୟାର ସେଣ୍ଟରରେ ଅଗ୍ନି ନିରୋଧ ପକ୍ରିୟା ଯାଞ୍ଚ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ଡିଜି ସତ୍ୟଜିତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଥିବା ସମସ୍ତ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଏହି ଯାଞ୍ଚ କରିଛନ୍ତି।ସେମାନଙ୍କ ଅଞ୍ଚଳରେ ଥିବା ସମସ୍ତ କୋଭିଡ ହସପିଟାଲ ଏବଂ କେନ୍ଦ୍ରକୁ ଭଲଭାବରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସେମାନେ କୋଭିଡ ଭୁତାଣୁଠାରୁ ଦୂରେଇ ରହିବା ପାଇଁ ପିପିଇ ପିନ୍ଧି ଯିବାକୁ କୁହାଯାଇଛି। ଗତକାଲି ଅହମଦାବାଦର ଏକ କୋଭି ହସପିଟାଲରେ ନିଆଁ ଲାଗିଯିବା ଦ୍ବାରା 8 ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଓଡିଶା ଅଗ୍ନିଶମ ବିଭାଗ ସଜାଗ ହୋଇଯାଇଛି। ସେଥିପାଇଁ ରାଜ୍ୟର ସମସ୍ତ କୋଭିଡ ହସପିଟାଲରେ ଅଗ୍ନି ନିରୋଧ ପକ୍ରିୟା କିପରି ଅଛି ତାହା ଯାଞ୍ଚ କରି ରିପୋର୍ଟ ଦେବେ।
ଭୁବନେଶ୍ବର, ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିକେନ୍ଦ୍ରୀକରଣ କରିବା ପାଇଁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତି ନେଇଛନ୍ତି। ତାହା ହେଲା ରାଜ୍ୟର ଛଅଟି ଥାନାକୁ ଦୁଇ ଭାଗ କରାଯିବ। ଆଜି ଏ ସଂକ୍ରାନ୍ତ ଫାଇଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି। ସେହି ଅନୁସାରେ ଯେଉଁ ଥାନାଗୁଡିକ ଦୁଇ ଭାଗ କରିବା ପାଇଁ ନିଷ୍ପତି ହୋଇଛି ସେଗୁଡିକ ହେଲା ଖଣ୍ଡଗିରି ଥାନା- ଭୁବନେଶ୍ବର ଅନୁଗୁଳ ଟାଉନ ଥାନା-ଅନୁଗୁଳ ଝାରସୁଗୁଡା ଟାଉନ ଥାନା- ଝାରସୁଗୁଡା ଭଂଜନଗର ଥାନା- ଗଂଜାମ ଭଦ୍ରକ ଗ୍ରାମାଞ୍ଚଳ ଥାନା-ଭଦ୍ରକ ତିହିଡି ଥାନା-ଭଦ୍ରକ
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୦୫ ପୋଲିସ ପଦବୀକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ଅଧିକାରୀମାନେ ୨୨୦ ଟି ଥାନାରେ ନିଯୁକ୍ତି ହେବେ। ଏଥିସହିତ ରାଜ୍ୟର ଆଉ ୬ଟି ଥାନାକୁ ସୁଦୃଢ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମଂଜୁରୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଅପରାଧ କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପୋଲିସ ଡିଜି ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବିଭିନ୍ନ ଥାନାରେ ଅନେକ ପଦପଦବୀ ଖାଲି ପଡିଛି। ଫଳରେ ପୋଲିସକୁ ଅପରାଧମାନଙ୍କୁ ନିୟନ୍ତ୍ରଣ କରିବାରେ ଅସୁବିଧା ସୃଷ୍ଟି ହେଉଛି। ସେଥିପାଇଁ ବିଭିନ୍ନ ଥାନାରେ ଏହି ପୋଲିସ ପଦବୀ ପୁରଣ କରିବା ପାଇଁ ଦାବୀ ହୋଇ ଆସୁଥିଲା।
ଥିରୁଅନନ୍ତପୁରମ : କେରଳରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଘଟି 5 ଜଣଙ୍କର ମୃ୍ତ୍ୟୁ ଘଟିଛି । କେରଳର ଇଡୁକୀ ଜିଲ୍ଲାରେ ଶୁକ୍ରବାର ସକାଳୁ ଏହି ଘଟଣା ଘଟିଛି । ମୁନ୍ନାରରୁ 25 କିମି ଦୂର ରାଜମଲାଇ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଭୂସ୍ଖଳନରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ଉକ୍ତ ଅଞ୍ଚଳରେ ଏନଡ଼ିଆରଏଫ ର ଦୁଇଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ରହିଥିବା ନେଇ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 10 ଜଣଙ୍କୁ କାଦୁଅ ମଧ୍ୟରୁ ଉଦ୍ଧାର କରାଯାଇଛି । ଏହା ସହିତ ଉଦ୍ଧାର କାର୍ଯ୍ୟ ଲାଗି ବାୟୁସେନାର ହେଲିକପ୍ଟର ନିୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।
ନୂଆଦିଲ୍ଲୀ, ଆଜି ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ମନୋଜ ସିହ୍ନା। ଜମ୍ମୁକାଶ୍ମୀର ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ଶପଥପାଠ କରାଇଥିଲେ। ଆଜି ଶପଥ ନେବା ପାଇଁ ମନୋଜ ସକାଳେ ଜାମ୍ମୁ କାଶ୍ମୀରେ ପହଁଚିଥିଲେ। ସେଠାରୁ ତାଙ୍କୁ ରାଜଭବନକୁ ପାଛୋଟି ନିଆଯାଇଥିଲା। ପୂର୍ବରୁ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଥିବା ଗିରିଶ ମୁର୍ମୁ ଗତ ଗୁରୁବାର ଦିନ ଇସ୍ତପା ଦେଇଥିଲେ। ବର୍ତ୍ତମାନ ଗିରିଶ ମୁର୍ମୁ ଭାରତର ମହାଲେଖକାର ଭାବେ ନିଯୁକ୍ତି ପାଇଛନ୍ତି।
ମୁମ୍ବାଇ, ଶେଷରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ମୁମ୍ବାଇ ଇଡି ଅଫିସରେ ହାଜର ହୋଇଛନ୍ତି। ଅର୍ଥ କାରାବାର ଉପରେ ଆଜି ହାଜର ହେବା ପାଇଁ ଇଡି ରିୟାଙ୍କୁ ସମନ କରିଥିଲେ। ସେହି ଅନୁସାରେ ଆଜି ରିୟା ଇଡିରେ ହାଜର ହୋଇ ଜେରାର ସମ୍ମୁଖୀନ ହେବ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟର କୋଟି କୋଟି ଟଙ୍କା ରିୟା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ଟ୍ରାନସଫର ହୋଇଛି। ସେ ନେଇ ଇଡି ରିୟାଙ୍କୁ ପଚରା ଉଚୁରା କରିବ ବୋଲି ଜଣିପଡିଛି। ସେହିପରି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲରେ ବିହାର ପୋଲିସ ମଧ୍ୟ ରିୟାଙ୍କୁ ଜେରା କରିବା ପାଇଁ ମୁମ୍ବାଇରେ ଡେରା ପକାଇଛି। ଇଡିରୁ ଆସିବା ପରେ ହୁଏତ ବିହାର ପୋଲିସ ତାଙ୍କୁ ଜେରା କରିବା ପାଇଁ ନେଇପାରେ।
ଭୁନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି। ଆଜି ଆସିଥିବା ସଦ୍ୟତମ ରିପୋର୍ଟ ଅନୁସାରେ ସୁନ୍ଦରଗଡ଼ରୁ ୩, ବ୍ରହ୍ମପୁରରୁ ୩, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦ୍ରାପଡ଼ା , ଢେଙ୍କାନାଳ, ଗଜପତି, ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୨୯ ଜିଲ୍ଲାରୁ ଆଉ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନରୁ ୧୧୧୮ ଲୋକାଲ୍ କେସ୍ ୭୧୫। ଖୋର୍ଦ୍ଧାରୁ ସର୍ବାଧିକ -୨୯୮ ଗଞ୍ଜାମରୁ-୨୭୯, ରାୟଗଡ଼ାରୁ- ୧୫୨ କଟକରୁ – ୧୨୪ ସୁନ୍ଦରଗଡ଼ରୁ- ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୪୨ହଜାର ୫୫୦କୁ ବୃଦ୍ଧି ହୋଇଛି। କରୋନାରୁ ସୁସ୍ଥ ହୋଇଛନ୍ତି ୨୬ହଜାର ୮୮୭ଜଣ।
ଭୁବନେଶ୍ବର: ଆଜି ୨୯ ଜିଲ୍ଲାରୁ ମୋଟ୍ ୧୮୩୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୮ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨୭୯ଜଣ, ସୁନ୍ଦରଗଡରୁ ୧୧୦, କଟକରୁ ୧୨୪, ସମ୍ବଲପୁରରୁ ୩୯, ବରଗଡରୁ ୮, କନ୍ଧମାଳରୁ ୧୬, ମାଲ୍କାନଗିରିରୁ ୩୬, ପୁରୀରୁ ୬୭, ଭଦ୍ରକରୁ ୫୦, ଗଜପତିରୁ ୩୫, କେଉଁଝରରୁ ୧୬, କୋରାପୁଟରୁ ୪୭, ଯାଜପୁରରୁ ୬୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୧୬, କେନ୍ଦ୍ରାପଡାରୁ ୩୪, ଢେଙ୍କାନାଳରୁ ୪୩, ନୟାଗଡରୁ ୬୧, ମୟୂରଭଞ୍ଜରୁ ୩୪, ବଲାଙ୍ଗିରରୁ ୩୭, ରାୟଗଡାରୁ ୧୫୨, ଅନୁଗୁଳୁରୁ ୯, ବାଲେଶ୍ବରରୁ ୬୯ ଜଣ, ଜଗତସିଂହପୁରରୁ ୧୬, ନବରଙ୍ଗପୁରରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ସୋନପୁରରୁ ୩୩, ଝାରସୁଗୁଡାରୁ ୩୦, ବୌଦ୍ଧରୁ ୩୪ ଜଣ ରହିଥିବାବେଳେ ନୂଆପଡାରୁ ଜଣେ ଚିହ୍ନଟ ହୋଇଛନ୍ତି।
ୱାସିଂଟନ, ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିପରି ରାଗ ତାହା ପ୍ରତିପାଦିତ ହୋଇ ଆସୁଛି। ଗତକାଲି ଟ୍ରମ୍ପ ଚୀନ କଂପାନୀ ଟିକଟିକ୍ ଆପକୁ କେହି ନ କିଣିବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଚୀନ ଦ୍ବାରା ନିର୍ମିତ ବିଭିନ୍ନ ଆପ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ବିଶେଷ କରି ଟିକଟିକ୍ ଆପ୍ ସବୁଠାରୁ ବିପଦ ଜନକ। ସେଥିପାଇଁ କୌଣସି ଆମେରିକୀୟ କଂପାନୀ ସେସବୁ କିଣିପାରିବେ ନାହିଁ। ଯଦି ସେପରି କିଛି ହୁଏ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। କୋରନା ଭାଇରସ ଚୀନରୁ ଆସିଥିବାରୁ ସେଥିପାଇଁ କେତେକ ଦେଶ ଚୀନ ନିର୍ମିତ ବିଭିନ୍ନ ଆପକୁ ନିଷିଧ କରିଛି। ବିଶେଷ କରି ଚାନ କଂପାନୀ ଡ୍ୟାନସବାଇଟ ନିର୍ମିତ ଟିକଟକ ଆପକୁ ଅନେକ ଦେଶ ନିଷିଧ କରିଛନ୍ତି। ଫଳରେ ଏହି କଂପାନୀ ଚୀନରୁ ହଟି…
ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୧୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୧୧୮ଜଣ ଚିହ୍ନଟ ହୋଇଥିବାବେଳେ ୭୧୫ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୫୫୦କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୩୭୦ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୨୬ ହଜାର ୮୮୭ ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୨୩୫ଜଣ। ସେହିପରି ୪୬ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିତ ସୂଚନା ଅନୁସାରେ ଗତ 24ଘଣ୍ଟାରେ ସର୍ବାଧିକ 62,539ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷ ଟପିଲାଣି । ସେହିପରି ଗତ 24 ଘଣ୍ଟାରେ 886ଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ଭାରତରେ 41,585 ଜଣଙ୍କର ପ୍ରାଣ ଯାଇ ସାରିଛି। ଦେଶରେ ଏବେ ସୁଧା 6, 07, 384 ଟି ସକ୍ରିୟ ମାମଲା ରହିଥିବା ବେଳେ 13, 78,106 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
କେଦାର ମିଶ୍ର ଆଉ ଜଣେ ଓଡିଆ ଏବେ ଗୋଟେ ବଡ ସାମ୍ବିଧାନିକ ପଦ ପାଇବାକୁ ଯାଉଛନ୍ତି। ଦେଶର ପ୍ରଥମ ଓଡିଆ ଭାବରେ ଗିରିଶ ଚନ୍ଦ୍ର ମୁର୍ମୁ ଦେଶର ପରବର୍ତ୍ତୀ ମହାଲେଖା ନିୟନ୍ତ୍ରକ ବା ସିଏଜି ଦାୟିତ୍ଵ ନେବେ ବୋଲି ଖବର ମିଳୁଛି। ଭଲକଥା, ଜଣେ ଓଡିଆ ଭାବରେ ଏକ ସାମ୍ବିଧାନିକ ପଦବୀ ପାଇବା ଯୋଗୁଁ ଆମେ ଓଡିଆମାନେ ଖୁସି। ହେଲେ ଏଥିପାଇଁ ଗର୍ବିତ ହେବାର କିଛି ଅଛି କି? ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ଅନୁଗତ ଓ ତାଙ୍କର ସହାୟକ ସଚିବ ଭାବରେ ସେ ଦୀର୍ଘ ବର୍ଷ କାମ କରିଛନ୍ତି। ତାଙ୍କର ଆନୁଗତ୍ୟ ଲାଗି ଆଜି ଏତେ ବଡ ସାମ୍ବିଧାନିକ ପଦବୀ ତାଙ୍କୁ ମିଳୁଛି। ଏଥିରେ ଗର୍ବ କରିବା ଅପେକ୍ଷା ଲଜ୍ଜିତ ହେବାର ଅନେକ କାରଣ ରହିଛି। ସିଏଜି ବା ମହାଲେଖା ନିୟନ୍ତ୍ରକ ଏକ ସ୍ଵାଧୀନ-ସାମ୍ବିଧାନିକ ଅନୁଷ୍ଠାନ। ଏହି ଅନୁଷ୍ଠାନ ସରକାର…
Door-to-door surveillance continues by the survey team in the slum areas daily & in the non-slum area the surveillance of the home quarantine.
ବେରୁଟ : ଲେବାନନ ରାଜଧାନୀ ବେରୁଟରେ ହୋଇଥିବା ବିସ୍ଫୋରଣରେ ଜର୍ମାନୀ ଆମ୍ବାସାଡାରଙ୍କ ମୃତ୍ୟୁ ହୋଇଛି। ଜର୍ମାନୀ ବିଦେଶ ମନ୍ତ୍ରୀ ହେଇକୋ ମାସ ଏ ନେଇ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଦେଶ ମନ୍ତ୍ରାଳୟରେ କାମ କରୁଥିବା ଜଣେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ସମୟରେ ସମ୍ପୃକ୍ତ ମହିଳା ଜଣକ ସେଠାରେ ସ୍ଥିତ ଏକ ଆପାର୍ଟମେଣ୍ଟରେ ଥିଲେ। ଏହି ଧମକାରେ ପାଞ୍ଚ ଭାରତୀୟ ଆହତ ହୋଇଥିବାର ଭାରତୀୟ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି। ଏହି ମଧ୍ୟରେ ଫ୍ରାନସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ପହଞ୍ଚିଛନ୍ତି। ଲେବାନାନର ସାହାଯ୍ୟ ପାଇଁ ଫ୍ରାନ୍ସ ଓ ଅନ୍ୟ ଦେଶ ଆପାତକାଳୀନ ସହାୟତା ଦେବା ସହ ଉଧାର କାର୍ଯ୍ୟ ପାଇଁ ନିଜ ନିଜ ଟିମ ପଠାଇଛନ୍ତି। ଆର୍ଥିକ ସଙ୍କଟ ସହ ଲେବାନନ ଗତି କରୁଥିବାବେଳେ ଠିଆ ହେବ ପାଇଁ ଅନ୍ତରାଷ୍ଟ୍ରୀୟ ସାହାଯ୍ୟ ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ହୋଇଥିବା ଏହି ବିସ୍ଫୋରଣ ରେ ଏବେ ସୁଧା…

