ପିଣ୍ଟୁ ବିଷୋୟୀ କୋଦଳା(ଗଂଜାମ), ହଜିଗଲା ମାନବିକତା, ଭୁଲିଗଲେ ମଣିଷ ପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳାରେ। କୋଦଳା ମେଡିକାଲ ବାହାରେ ପଡି ରହିଥିଲା କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ପୋଲିସ ଏସଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମୃତଦେହ। ତେବେ କୋଦଳା ମେଡିକାଲ ବାହାରେ ଦୀର୍ଘ ସମୟ ଧରି ମୃତଦେହ ପଡି ରହିବା ପରେ ଉଠିଲା ପୋଲିସ ଏଏସଆଇଙ୍କ ମରଶରୀର। ସ୍ଥାନୀୟ ଅଞ୍ଚଳର ଦୁଇ ସାମ୍ବାଦିକ ପିପିଇ କିଟ ପିନ୍ଧି ଏସଆଇଙ୍କ ମର ଶରୀର ଉଠାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଏ ଏସ ଆଇ ରବିନ୍ଦ୍ର ବେହେରା (୫୦) ଙ୍କ ଦେହାନ୍ତ ହୋଇଯାଇଛି। ଶ୍ରୀ ବେହେରା ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ନିଜ ଘର ନରେନ୍ଦ୍ରପୁର ହୋଇଥିବା ବେଳେ ସେ ବେଗୁନିଆପଡ଼ା ଠାରେ ଏକ ଭଡ଼ା ଘରେ ରହୁଥିଲେ।…
Author: Samikhsya Bureau
ଭୁବନେଶ୍ବର, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି। କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ପ୍ଲାଜମା ନେଇ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କଲେ ଏଥିରୁ ସୁଫଳ ମିଳୁଛି। ଏଥିପାଇଁ ମାନବିକତା ଦୃଷ୍ଟିରୁ ପ୍ଲାଜମା ଦାନ ପାଇଁ ରାଜ୍ୟପାଳ ଗଣେଷୀ ଲାଲ ପରାମର୍ଶ ଦେଇଛନ୍ତି। ପ୍ଲାଜମା ଦାନ କରି ଅନ୍ୟକୁ ବଞ୍ଚାଇବା ଏକ ସ୍ବର୍ଗୀୟ କାର୍ଯ୍ୟ ବୋଲି ସେ କହିଛନ୍ତି। କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ ପ୍ରବର୍ତ୍ତାଇବା ସକାଶେ ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର ମନ୍ତ୍ରୀମାନଙ୍କୁ ଦାୟିତ୍ବ ଦେଇଛନ୍ତି।
କଟକ, କଟକ ସହରରୁ ଆଜି 35 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 26 ଜଣ ହୋମ୍ କ୍ବାରେଣ୍ଟିନ ହୋଇଥିବା ବେଳେ 6 ଜଣ ସରକାରୀ କ୍ବାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଚାକ୍ଚରୁ 3 ଜଣ ପଜିଟିଭ ବାହାରିଛନ୍ତି। ରାଉସପାଟଣାରୁ ସର୍ବାଧିକ 21 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସସିବି ଆଇସୋସେଲସନ ୱାର୍ଡରୁ 3 ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି।କାଳୀଗଳିରୁ 3, ବାଲୁବଜାରରୁ 2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବର, ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯାଇଛି। ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ଇତିମଧ୍ୟରେ ଖାତାଦେଖା ଶେଷ ହେବା ସହିତ ଟାବୁଲେସନ୍ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବା ଜଣାପଡିଛି। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସନ୍ତା ଜୁଲାଇ ୩୧ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ସୁଦ୍ଧା ପାଇବ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା…
ଭୁବନେଶ୍ବର, ଆଜି ଭୁବନେଶ୍ବରରୁ ଆଉ 111 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଚିନରୁ 62 ଏବଂ ଲୋକାଲ କଣ୍ଟାକ୍ଟ କେସ୍ 49 ଚିହ୍ନଟ ହୋଇଛନ୍ତି। ଆଇଗଣିଆ ଆଳୁଗଦିରୁ 9 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା ନୂଆସାହିରୁ 5, ନୀଳାଦ୍ରି ବିହାରରୁ 4 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରସୁଲଗଡ଼ ଜିଜିପି କଲୋନୀରୁ 3, ଡୁମୁଡୁମା ଫେଜ୍-3ରୁ 3, ଆଇଆରସି ଭିଲେଜରୁ 6, ନୂଆପଲ୍ଲୀରୁ 2, ମୈତ୍ରୀବିହାରରୁ 2 ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରୁ ଆଉ 29 ଜଣ ଆରୋଗ୍ୟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର, ବର୍ତ୍ତମାନ କରୋନା କଟକଣା ପାଇଁ ସମସ୍ତ ଶିଳ୍ପ ଏବଂ ନିର୍ମାଣ କାମ ବନ୍ଦ ରହିଛି। ଏହି ପରି ଏକ ମୂର୍ହୁତ୍ତରେ ପୂର୍ବତଟ ରେଳବାଇ ତରଫରୁ କାମ ହରାଇଥିବା ଶ୍ରମିକଙ୍କୁ ବିଭିନ୍ନ କାମରେ କରୁଛନ୍ତି ନିୟୋଜିତ
ମୁମ୍ବାଇ : ବଲିଉଡ୍ର ସବୁଠୁ ଲୋକପ୍ରିୟ ରିଲ୍ ଯୋଡି ଭାବରେ ସଲ୍ଲୁ ଓ କ୍ୟାଟ୍ରିନା ପ୍ରାୟ ସମସ୍ତଙ୍କର ପସନ୍ଦ । ଏହି ଯୋଡିଙ୍କ ଫିଲ୍ମକୁ ଦର୍ଶକେ ବହୁତ ପସନ୍ଦ କରିଥାନ୍ତି । ତେବେ ଦୁହିଁଙ୍କ ଅଭିନୀତ ଟାଇଗର୍ ସିରିଜ୍ ମଧ୍ୟ ବେଶ୍ ଲୋକପ୍ରିୟ ରହିଛି । ‘ଏକ୍ ଥା ଟାଇଗର୍’ ‘ଟାଇଗର୍ ଜିନ୍ଦା ହୈ’ ପରେ ଟାଇଗର -3ରେ ଦୁହେଁ ନଜର ଆସିବେ ବୋଲି ସୂଚନା ରହିଛି । ଶେଷ ଥର ପାଇଁ ଦୁହିଁଙ୍କୁ ଫିଲ୍ମ ‘ଭାରତ’ରେ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ ’ଟାଇଗର -3’ ପାଇଁ ସଲମାନ୍ ରାଜି ହୋଇଥିବାବେଳେ ଆସନ୍ତା ବର୍ଷ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ରହିଛି । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ମୀନଷ ଶର୍ମା ଦେବାକୁ ଯାଉଛନ୍ତି ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ କବୀର ଖାନ୍ଙ୍କ ନିର୍ଦ୍ଦେଶିତ ’ଏକ୍ ଥା ଟାଇଗର୍’ 2012ରେ ରିଲି୍ଜ୍ ହୋଇଥିଲା । ଏହି…
ସୀତାରାମ ଅଗ୍ରଓ୍ବାଲ ବାଣପୁର/ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି ବାଣପୁର-ଚିଲିକା ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜି ବାଣପୁର ବ୍ଲକର ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦନପୁର ଗ୍ରାମକୁ ସଟ୍ଡାଉନ୍ କରାଯାଇଛି। ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ପ୍ରଧାନ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ଗ୍ରାମକୁ ଆଜି ଅର୍ଥାତ୍ ୨୫ ତାରିଖ ମଧ୍ୟାହ୍ନ ୧୨ ଘଟିକାଠାରୁ ୨୮ ତାରିଖ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ସଟ୍ଡାଉନ୍ କରିଛନ୍ତି। ସେହିପରି ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଈରୀ ଓ ବଡ଼ ନଈରୀ ଗ୍ରାମ ପଞ୍ଚାୟତରୁ ୩ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାନ ନଈରୀ ପଞ୍ଚାୟତକୁ ଅବରୁଦ୍ଧ କ୍ଷେତ୍ର ଭାବରେ ଘୋଷଣା କରାଯାଇଛି। ଏହି ପଞ୍ଚାୟତର ସରପଞ୍ଚ ଶ୍ରାବଣୀ ଘଡେଇ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସାନନଈରୀ…
ମୁମ୍ବାଇ : ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଭୋସେ ଗ୍ରାମରେ 400 ବର୍ଷ ତଳର ପୁରୁଣା ଏକ ବରଗଛ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି । ଗଛ ପାଇଁ ଏବେ ଜାତୀୟ ରାଜପଥର ନକ୍ସାକୁ ପରିବର୍ତ୍ତନ କରାଯାଇଛି । ନିର୍ମାଣଧୀନ ହାଇଓ୍ବେ ସର୍ଭିସ୍ ରୋଡ୍ ଏହି ବରଗଛ ନିକଟରେ ଯାଉଥିବାବେଳେ ଏହି ଗଛକୁ କାଟି ରାସ୍ତା ନିର୍ମାଣ କରାଯାଉଥିଲା। କିନ୍ତୁ ପରିବେଶବିତ୍ କାର୍ଯ୍ୟକର୍ତ୍ତା ଏହାର ବିରୋଧ କରିଥିଲେ । ବିରୋଧ ଦେଖି ରାଜ୍ୟର ପର୍ଯ୍ୟାବରଣ ମନ୍ତ୍ରୀ ଆଦିତ୍ୟ ଠାକ୍ରେଙ୍କୁ ଅବଗତ କରାଯାଇଥିଲା । ଆଦିତ୍ୟ ଏନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତ୍ନୀ ଗଡ୍କରୀଙ୍କୁ ଏହି ସମ୍ପର୍କରେ ଅବଗତ କରାଇଥିଲେ । ଗଡ୍କରୀ ଏହି ଗଛକୁ ବଞ୍ଚାଇବା ପାଇଁ ହାଇଓ୍ବେର ନକ୍ସାକୁ ବଦଳାଇ ଏହି ପ୍ରୋଜେକ୍ଟକୁ ଆଦେଶ ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ସାଙ୍ଗଲୀ ଜିଲ୍ଲାର ଭୋସେ ଗ୍ରାମ ଦେଇ ଯାଉଥିବାବେଳେ ରତ୍ନଗିରି-ନାଗପୁର…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିଛି । ସେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏନେଇ ସୂଚନା ଦେବା ସହିତ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତେ କରୋନା ଟେଷ୍ଟ କରିବାକୁ ଅପିଲ୍ କରିଛନ୍ତି । ସେହିପରି ତାଙ୍କ ନିକଟତର ହୋଇଥିବା ସମସ୍ତ ସହଯୋଗୀ କ୍ବାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି। ଶିବରାଜ ଏକ ଟୁଇଟ୍ ଜରିଆରେ କହିଛନ୍ତି ସେ କୋଭିଡ୍-19ର ଗାଇଡଲାଇନ ପାଳନ କରୁଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ବାରେଣ୍ଟାଇନ୍ରେ ରହିଛନ୍ତି । ସୂଚନାଯୋଗ୍ୟ, ମାର୍ଚ୍ଚ 25ରୁ ପ୍ରତ୍ୟେକ ସନ୍ଧ୍ୟାରେ କରୋନା ଗତିବିଧିକୁ ନେଇ ସମୀକ୍ଷା ବୈଠକ କରୁଥିଲେ । ତେବେ ମୁଖ୍ୟମନ୍ତ୍ରୀ ଏବେ କ୍ବାରେଣ୍ଟାଇନ୍ରେ ରହିଥିବାବେଳେ ସେ ଏବେ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି । ଶିବରାଜ ସିଂହ ଚୌହ୍ବାନଙ୍କ ଅନୁପସ୍ଥିତିରେ ଏହି ବୈଠକରେ ଗୃହମନ୍ତ୍ରୀ…
ଖଲ୍ଲିକୋଟ : କୋଦଳା ହସ୍ପିଟାଲରେ ପଡିଛି ପୋଲିସ୍ ଏସ୍ଆଇଙ୍କ ମରଶରୀର । ମିଳିଥିବା ସୂଚନା ଅନୁସାରେ ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିବା ପୋଲିସ୍ ଏଏସ୍ଆଇଙ୍କର ମୃତ୍ୟୁ ହୋଇଛି । କାଲି ମୃତ୍ୟୁ ପରେ କରୋନା ଭୟରେ ମୃତଦେହ ପାଖକୁ କେହି ଯାଉନାହାନ୍ତି । କରୋନା ଭୟରେ ସ୍ଥାନୀୟ ଲୋକେ ବି ମେଡ଼ିକାଲ ଷ୍ଟାଫ୍ ପାଖ ମାଡୁ ନାହାନ୍ତି । ଚାରି ଦିନରୁ ଥଣ୍ଡା, କାଶ ଲାଗି ରହିଥିଲା । କାଲି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଗୁରୁତର ପରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଏପରିକି ପରିବାର କି ସ୍ଥାନୀୟ ଲୋକେ ମୃତଦେହକୁ ଉଠାଉନଥିବାର ଦେଖାଯାଇଛି । କରୋନା ଯୋଗୁଁ ମାନବିକତା ହଜି ଯାଇଛି । କୋଭିଡ୍ ଯୋଦ୍ଧାଙ୍କୁ ମୃତ୍ୟୁ ପରେ ତାଙ୍କୁ ସମ୍ମାନ ଦିଆଯାଉନାହିଁ । ଏପରିକି ଶ୍ମଶାନରେ ମଧ୍ୟ ଜାଗା ଦେଉନାହାନ୍ତି ଲୋକେ । ନିକଟରେ ଜଣେ ଡାକ୍ତର କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁପରେ…
ଭୁବନେଶ୍ବର, କୋଭିଡ19 ନିୟନ୍ତ୍ରଣ ପାଇଁ ଯେଉଁଠି ଆଲୋଚନା ଓ ନିଷ୍ପତି ହୁଏ ସେହି ଲୋକସେବା ଭବନରେ ବର୍ତ୍ତମାନ ବାହାରିଛି ପଜେଟିଭ୍। ଫଳରେ ରାଜ୍ୟରେ କରୋନା ମୁକାବିଲା କିପରି ହେବ ସେ ନେଇ ସମସ୍ତେ ଚିନ୍ତିତ। ତେବେ ଲୋକସେବା ଭବନରେ ଏହି ଭୂତାଣୁ ସଂକ୍ରାମଣ ହେବା ପୂର୍ବରୁ ବିଏମସି ତରଫରୁ ନିଆଯାଇଛି ପଦକ୍ଷେପ। ଆଜି ଅଗ୍ନିଶମ ବିଭାଗର ତିନୋଟି ସାନିଟାଇଜେସନ ଗାଡି ପୁରା ଲୋକସେବା ଭବନକୁ ଭୂତାଣୁ ମୁକ୍ତ କରୁଛନ୍ତି। ପ୍ରଥମେ ବାହାରକୁ ଏହି ସାନିଟାଇଜେସନ କରିବା ପରେ ଭିତରେ ମଧ୍ୟ ଯେଉଁ ବିଭାଗରୁ ପଜେଟିଭ ବାହାରିଛି ତାହାକୁ ମଧ୍ୟ ଭୂତାଣୁ ମୁକ୍ତ କରାଯାଇଛି। ଲୋକସେବା ଭବନରୁ ପଜେଟିଭ ବାହାରିବା ପରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଗାଇଡ ଲାଇନ ଜାରୀ କରାଯାଇଛି। କର୍ମଚାରୀମାନେ କିପରି ଆସିବେ, କେତେ ପରିମାଣର ଆସିବେ ତାହା ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଯାଇଛି।
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସମେସ୍ତ ନିଜ ଘରେ ରହୁଥିବାବେଳେ ନିଜ ମନ ପସନ୍ଦର ଖାଦ୍ୟକୁ ନେଇ ଅନ୍ଲାଇନ୍ ଅର୍ଡରର ଡିମାଣ୍ଡ ବଢିଛି। ତେବେ ଅନ୍ଲାଇନ୍ ଫୁ୍ଡ୍ ଡେଲଭରୀ ସଂସ୍ଥା ସ୍ବିଗିର ସର୍ଭେ ଅନୁସାରେ ଏହି ଅନ୍ଲାଇନ୍ ଫୁଡ୍ ଅର୍ଡରରେ ବିରିୟାନ୍ ପ୍ରତି ଲୋକଙ୍କର ଚାହିଦା ବେଶ୍ ବଢିଛି। ଲକ୍ଡାଉନ୍ ସମୟରେ ପ୍ରାୟ 5.5 ଲକ୍ଷରୁ ଅଧିକ ଲୋକେ ବିରିଆନୀ ପାଇଁ ଅର୍ଡର କରିଛନ୍ତି। ଏହା ପଛକୁ ରହିଛି ବଟର ନାନ୍ ଓ ମସଲା ଦୋସା। ସେହିପରି ଚୋକୋ କେକ୍ ପାଇଁ 1ଲକ୍ଷ 29 ହଜାର ଜଣ ଅର୍ଡର କରିଥିବାବେଳେ ଗୁଲାବ୍ ଜମାନୁନ୍ ଓ ବଟରସ୍କଚ୍ ମୁସ୍ କେକ୍ ମଧ୍ୟ ଏଥିରେ ସାମିଲ୍ ହୋଇଛି। କେବଳ ଖାଦ୍ୟ ନୁହେଁ ଖାଦ୍ୟ ସମାଗ୍ରୀ ମଧ୍ୟ ସ୍ବିଗି ଜରିଆରେ ମଧ୍ୟ ଅର୍ଡର କରାଯାଇଛି। ମିଳିଥିବା ସୂଚନା ଅନୁସାରେ 323 ମିଲିୟନ୍ କିଲୋଗ୍ରାମ ପିଆଜ ଓ 56 ମିଲିଅନ୍ କିଲୋଗ୍ରାମର କଦଳୀ ଡେଲିଭରୀ ହୋଇଛି। ସେହିପରି…
ବିହାର : ବିହାରରେ ଲକ୍ଡାଉନ୍ ଓ ବନ୍ୟା ଯୋଗୁଁ ସ୍ଥିତି ଅସମ୍ଭାଳ ଥିବାବେଳେ ଏହି ଜିଲ୍ଲାରୁ ମିଛ ବାହାଘର ପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ସୁପୌଲ୍ ଜିଲ୍ଲାରେ ଥିବା ହୁଲାସ୍ ଗ୍ରାମରେ ଜଣେ ଯୁବକ ମିଛ ବାହାଘର କରିଥିବାର ଘଟଣା ଲୋକଲୋଚନକୁ ଆସିଛି । ଯୁବକଟି ପୂର୍ବରୁ ଅନ୍ୟ ଏକ ଯୁବତୀ ସହ ପ୍ରେମ ବିବାହ କରିଛି । ଲକ୍ଡାଉନ୍ ଯୋଗୁଁ ଯୁବକ ଜଣକ ନିଜ ଗ୍ରାମକୁ ଆସିଥିଲା । ଏଠାରେ ତା’ର ବାହାଘର ଠିକ୍ ହୋଇଥିଲା । ନାବାଳିକା ସହ ତାଙ୍କର ବାହାଘର ଠିକ୍ ହୋଇଥିଲା। ବାହାଘର ଠିକ୍ ହେବା ପରେ ବି ଯୁବକ ଜଣକ ପୂର୍ବରୁ ବିବାହ କରିଥିବାର କଥା କହିନଥିଲେ । ତେବେ ନାବାଳିକା ବିବାହକୁ ଦେଖି ଗ୍ରାମ ବିକାଶ ପରିଷଦ ନାମ୍ନୀ ଏକ ସାମାଜିକ ସଂସ୍ଥା ଖବର ମିଳିବା ପରେ ସେ ଏହି ବାହାଘରକୁ ବନ୍ଦ କରିଥିଲେ । ତେବେ…
ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ସର୍ବାଧିକ 10ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3 ଓ ସୁନ୍ଦରଗଡ ଓ ବାଲେଶ୍ବରରୁ ଦୁଇ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଗଜପତି, ଝାରସୁଗୁଡା ଓ ରାୟଗଡାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 130କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ସର୍ବାଧିକ ମୃତ୍ୟୁ 73କୁ ବୃଦ୍ଧି ହୋଇଛି । ଗଞ୍ଜାମର ତିନି ମୃତକଙ୍କ ବୟସ ଯଥାକ୍ରମେ 60, 30 ଓ 60 ବର୍ଷୀୟ ବ୍ୟକ୍ତି । ସୁନ୍ଦରଗଡର 60 ଓ 54 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରର ଦୁଇ ମୃତକ ହେଲେ 60 ବର୍ଷୀୟା ମହିଳା ଓ 37 ବର୍ଷୀୟ ଯୁବକ । ସେହିପରି ଗଜପତିରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 37, ଝାରସୁଗୁଡାରୁ…
ଭୁବନେଶ୍ବର : ଆଜି 24 ଜିଲ୍ଲାରୁ 1320 ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 560ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 174, ଗଜପତି ଓ ପୁରୀରୁ 90ଜଣ ଲେଖାଏଁ ରହିଛନ୍ତି । ରାୟଗଡାରୁ 65, ସୁନ୍ଦରଗଡ ଓ କଟକରୁ 47 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ 39 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡରୁ 38, କୋରାପୁଟରୁ 30, ଭଦ୍ରକରୁ 28, କେଉଁଝରରୁ 24, ବାଲେଶ୍ବର ଓ ଯାଜପୁରୁର 23 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ 14, ବଲାଙ୍ଗିରରୁ 9, ଅନୁଗୁଳରୁ 6, ନୂଆପଡାରୁ 4, ଜଗତସିଂହପୁରର 3, ଝାରସୁଗୁଡାରୁ 2 ଜଣ ରହିଛନ୍ତି । ସେହିପରି ଦେବଗଡ, କଳାହାଣ୍ଡି, କେନ୍ଦ୍ରାପଡା ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1320 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 887ଜଣ ଚିହ୍ନଟ ହୋଇଥିବାବେଳେ 433ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 24ହଜାର 013କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 8ହଜାର 650ଜଣ । ସେହିପରି ସୁସ୍ଥ ହୋଇଛନ୍ତି 15 ହଜାର200ଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 120ଜଣ । ସେହିପରି 33 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ମୁମ୍ବାଇ, ଭାରତର ପ୍ରସିଦ୍ଧ ଔଷଧ ନିର୍ମାତା କଂପାନୀ ସିପ୍ଲା ଆଣିଲା ନୂଆ କୋଭିଡ19 ନିରାକରଣ ଔଷଧ। ଯାହାର ନାମ ରହିଛି ଫାଭିପିରାଭିର, ହେଲେ ଏହା ସିପ୍ଲେଞ୍ଜା ବ୍ରାଣ୍ଡ ନାମରେ ବଜାରରେ ଉପଲବ୍ଧ ହେବ। ଏହା ଟାବଲେଟ୍ ଭାବେ ବଜାରରେ ମିଳିବ। ଏଥିପାଇଁ ପ୍ରାରମ୍ଭିକ ସ୍ତରରେ କଂପାନୀ ଗୋଟିଏ ଟାବଲେଟ୍ ଦାମ 65 ଟଙ୍କା ରଖିଛି। ଏହି ଔଷଧକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହି ଔଷଧ କୋଭିଡ19 ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ କାମ କରିବ ନାହିଁ ବୋଲି କୁହାଯାଇଛି। କେବଳ ଯେଉଁମାନେ ଅଳ୍ପ କିମ୍ବା ମଧ୍ୟମ ଧରଣର କୋଭିଡ19 ଆକ୍ରାନ୍ତ ହୋଇଥିବେ ସେମାନଙ୍କ ପାଇଁ ଏହା କାମ କରିବ। ଏପରିକି ଯେଉଁମାନଙ୍କ କୌଣସି ଲକ୍ଷଣ ନ ଥାଇ କୋଭିଡ ପଜେଟିଭି ଥିବେ ସେମାନଙ୍କୁ ମଧ୍ୟ ଏହି ଔଷଧ କାମ କରିବ। ଏହି ଔଷଧ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13 ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 31 ହଜାର ପାର୍ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 48ହଜାର 916 ମାମଲା ଆସିଥିବାବେଳେ 757ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 31 ହଜାର 358କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 36 ହଜାର 861ରେ ପହଞ୍ଚିଲା । ଦେଶରେ ଆକ୍ଟିଭ୍ କେସ୍ 4 ଲକ୍ଷ 56 ହଜାର 071 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 8 ଲକ୍ଷ 49 ହଜାର 431ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 57 ହଜାର 117 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13 ହଜାର 132କୁବୃଦ୍ଧି ହୋଇଛି । ସେହପରି ଦିଲ୍ଲୀରେ 3…
ନୂଆଦିଲ୍ଲୀ : ଦିଲ୍ଲୀର ଛତରପୁର ଅଞ୍ଚଳରେ ସର୍ଦ୍ଦାର ପଟେଲ୍ କୋଭିଡ୍ ସେଣ୍ଟରରେ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ପୀଡ଼ିତାଭ୍କ ବୟସ 14 ବର୍ଷ ହୋଇଥିବାବେଳେ ଅଭିଯୁକ୍ତଙ୍କ ବୟସ 19 ବର୍ଷ ବୋଲି ସୂଚନା ରହିଛି । ଦୁହେଁ କୋଭିଡ୍ ସଂକ୍ରମିତ ବୋଲି ସୂଚନା ରହିଛି । ଅଭିଯୁକ୍ତକୁ ପୋକ୍ସ ଆକ୍ଟ୍ ଆଧାରରେ ଗିରଫ କରାଯାଇଛି । ଏହି ଦୁଷ୍କର୍ମ କାର୍ଯ୍ୟରେ ସହଯୋଗ କରିଥିବା ତାଙ୍କ ସାଥୀଙ୍କୁ ମଧ୍ୟ ହେପାଜତରେ ନିଆଯାଇଛି । କରୋନା ସଂକ୍ରମିତ ହୋଇଥିବାରୁ ଦୁହିଁଙ୍କ ଅଲଗା ଅଲଗା କୋଭିଡ୍ ଗୃହରେ ନ୍ୟାୟିକ ହେପାଜତେ ରଖାଯାଇଛି । କରୋନାରୁ ସୁସ୍ଥ ହେବା ପରେ ପୀଡ଼ିତାଙ୍କ ବୟାନ ଦର୍ଜ କରାଯିବ । ଜୁଲାଇ 15 ତାରିଖ ରାତ୍ରିରେ ଏହି ଘଟଣା ଘଟିଥିଲା । ନାବାଳିକା ଜଣକ ବାଥରୁମ୍ ଯାଇଥିବାବେଳେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ 20 ବର୍ଷୀୟ ଜଣେ ଯୁବକୁ…
କେଦାର ମିଶ୍ର ଦେଶରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ଟପିଛି। ଗତ ଦୁଇ ଦିନ ଭିତରେ ପ୍ରାୟ ଲକ୍ଷେ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିଛି। ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଦେଶର ନୂଆ ହଟସ୍ପଟ ରାଜ୍ୟ ଭାବରେ ଗତ ଦୁଇଦିନରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ଦିନରେ ଆନ୍ଧ୍ର ପ୍ରଦେଶରେ ୧୬ ହଜାର ଓ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ଆରମ୍ଭରୁ ଓଡିଶା ସବୁବେଳେ ଭଲ ସ୍ଥିତିରେ ରହି ଆସିଥିଲା। ହେଲେ ଗତ ତିନି ଦିନରେ ରାଜ୍ୟରେ ପ୍ରାୟ ଚାରି ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାରାଦେଶରେ ମୃତ୍ୟୁ ସଂଖ୍ୟା ବଢୁଛି।୩୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ମାର୍ଚ୍ଚ ମାସରେ ଯେତେବେଳେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କହୁଥିଲେ ଯେ, ପ୍ରତିଟି ଜୀବନ ଆମ ଲାଗି ଗୁରୁତ୍ଵପୂର୍ଣ୍ଣ, ସେତେବେଳେ ଆମେ ଭାବୁଥିଲୁ ବୋଧହୁଏ ଲୋକଙ୍କ…

