Author: Samikhsya Bureau

କୋରାପୁଟ, କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କୋରାପୁଟ ଜିଲ୍ଲାକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରରୁ ଅଗଷ୍ଟ 1 ତାରିଖ ମଧ୍ୟରାତ୍ର ଯାଏଁ 48 ଘଣ୍ଟା କୋରାପୁଟ ଜିଲ୍ଲା ସଟ୍ ଡାଉନ୍ ରହିବ। ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଆଜି ଜିଲ୍ଲାରୁ 66 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି। କୋରାପୁଟ ଜିଲ୍ଲାରେ ଆଜି 66 ଜଣ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 756ରେ ପହଞ୍ଚିଛି। ଏଯାଏଁ 220 ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ସକ୍ରିୟ ସଂଖ୍ୟା 536 ରହିଛି।

Read More

ଭୁବନେଶ୍ୱର,  ଖୋର୍ଦ୍ଧା ଜିଳ୍ଲାବାସୀଙ୍କ ତରଫରୁ ୨ୟ ପର୍ଯ୍ୟାୟରେ କୋଭିଡ଼୍-୧୯ ଲଢ଼େଇରେ ସହଯୋଗ ରାଶି ଭାବେ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ୍ ପାଣ୍ଠିକୁ ୧ କୋଟି ୩୧ ଲକ୍ଷ ୮୨ ହଜାର ୪୪୫ ଟଙ୍କା ପ୍ରଦାନ କରାଯାଇଛି । ଖୋର୍ଦ୍ଧାର ଜିଲ୍ଲାପାଳ ଶ୍ରୀ ସିତାଂଶୁ ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ କୁମାର ସ୍ୱାଇଁ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବନ୍ଦନା ମହାପାତ୍ର ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ଏହି ରାଶିର ଡ୍ରାଫ୍ଟ୍ ପ୍ରଦାନ କରିଥିଲେ । ଡ୍ରାଫ୍ଟ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ  ଶ୍ରୀ ତ୍ରିପାଠୀ  ଖୋର୍ଦ୍ଧା ଜିଲ୍ଲାର  ଶିକ୍ଷକ, ଅଧିକାରୀ, କର୍ମଚାରୀ ଓ ଜିଲ୍ଲାବାସୀଙ୍କୁ  ଏତାଦୃଶ ଅବଦାନ ପାଇଁ ସାଧୁବାଦ ଜଣାଇବା ସହ  ନିଜ ନିଜ ସ୍ତରରେ  ‘ସାମାଜିକ  ଦୂରତା’ ଓ ସ୍ୱଚ୍ଛତା ନିୟମ ଅନୁପାଳନ  ସଚେତନତା ଜାରି ରଖିବାକୁ  ଅନୁରୋଧ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଉତ କହିଥିଲେ…

Read More

ନୂଆଦିଲ୍ଲୀ : ଦିଲ୍ଲୀରେ ଶସ୍ତା ହୋଇଛି ଡିଜେଲ୍‌ । ଦିଲ୍ଲୀସରକାର ଡିଜେଲ୍‌ ଉପରୁ ମୋଟା ଅଙ୍କର ଭାଟ୍‌ କାଟିଛନ୍ତି । ଡିଜେଲ୍‌ ଉପରୁ ଭାଟ୍‌ 30 ପ୍ରତିଶତରୁ 16.75ପ୍ରତିଶତ ହ୍ରାସ କରାଯାଇଛି । ଭାଟ୍‌ କମିବା ପରେ ଡିଜେଲ ଲିଟର ପିଛା 8ଟଙ୍କା 36 ପଇସା କମିଛି । ଦିଲ୍ଲୀରେ ଏବେ ଡିଜେଲ୍‌ ଦର 73ଟଙ୍କା 64 ପଇସା ହୋଇଛି । ଡିଜେଲ୍‌ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

Read More

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୋମେନ୍‌ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ 78 ବର୍ଷ ହୋଇଥିଲା। ଗତକାଲି ରାତ୍ରିରେ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। 1960 ଦଶକରୁ ଛାତ୍ର ଜୀବନରୁ ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଥିଲେ ମିତ୍ର। ପଶ୍ଚିମବଙ୍ଗ କଂଗ୍ରେସ ଦଳର ତିନି ଥର ଅଧ୍ୟକ୍ଷ ରହିଥିବା ମିତ୍ର 7 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 2008 ମସିହାରେ ସେ କଂଗ୍ରେସ ଛାଡି ପ୍ରଗତିଶୀଳ ଇଣ୍ଡିଆନ କଂଗ୍ରେସ ପାର୍ଟି ସହ ମିଶି ଲୋକସଭାକୁ ଜିତିଥିଲେ। 2014 ମସିହାରେ ପୁଣି ଥରେ ସେ ତୃଣମୂଳ କଂଗ୍ରେସ ଛାଡି ସେ କଂଗ୍ରେସରେ ଯୋଗ ଦେଇଥିଲେ।

Read More

ନୂଆଦିଲ୍ଲୀ : ଦେଶରେ ଗତ 24 ଘଣ୍ଟାରେ 52 ହଜାରୁର ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 775ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ  ଦେଶରେ କରୋନା  ଜନିତ ମୃତ୍ୟୁ ସଂଖ୍ୟା 34 ହଜାର 968କୁ ବୃଦ୍ଧି ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 15 ଲକ୍ଷ 83 ହଜାର 792କୁ ବୃଦ୍ଧି ହୋଇଛି। ସେହିପରି ଏବେ ସୁଦ୍ଧା ଦେଶରେ 5 ଲକ୍ଷ 28 ହଜାରର 242 ଆକ୍ଟିଭ୍‌ କେସ ରହିଥିବାବେଳେ  ସୁସ୍ଥ ହୋଇଛନ୍ତି 10 ଲକ୍ଷ 20 ହଜାର 582 ।  ଦେଶରେ ସୁସ୍ଥ ହାର ଏବେ 64.43  ପ୍ରତିଶତ ରହିଛି । ଦେଶରେ 86 ପ୍ରତିଶତ ମୃତ୍ୟୁ କେବଳ ଆଠଟି ରାଜ୍ୟରୁ ହୋଇଛି । ଏହି ରାଜ୍ୟଗୁଡିକ ମଧ୍ୟରେ ରହିଛି  ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ  ଆନ୍ଧ୍ରପ୍ରଦେଶ । ଏହି 8ଟି ରାଜ୍ୟରୁ ମୋଟ୍‌ 30 ହଜାର 226ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଓଡ଼ିଶାରେ କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଅନେକ ବଳିଷ୍ଠ ପଦକ୍ଷେପ ମାନ ନେଉଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ ଜଣେ ବ୍ୟକ୍ତି ସଫାସୁୁତୁରା ରହି ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମାସ୍କ ବ୍ୟବହାର ଓ ହାତକୁ ପରିଷ୍କାର ଭାବରେ ଧୋଇଲେ ଏହି କରୋନା ସଂକ୍ରମଣରୁ ବର୍ତ୍ତି ପାରିବ। କିନ୍ତୁ ଯଦି ଜଣେ ବ୍ୟକ୍ତି ଅପରିଷ୍କାର ପାଣିରେ ହାତକୁ ଧୋଇବା ବା ବ୍ୟବହାର କରିବା ସେ ବା କିପରି ଏହି ମହାମାରୀ କରୋନା ସହ ଲଢିପାରିବ। ସ୍ବଚ୍ଛ, ପରିଷ୍କାର ରହିବା ଏସମୟରେ ନିତାନ୍ତ ଆବଶ୍ୟକତା ହୋଇଥିବାବେଳେ ବାଣପୁର ଏନ୍‌ଏସିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି।  ସହରର ଶହ ଶହ ନାଗରିକ ମାନେ ଦୂଷିତ ଜଳ ବ୍ୟବହାର କରୁଛନ୍ତି ଯାହାଦ୍ୱାରା ପରୋକ୍ଷରେ କରୋନା ବିପଦ କମିବା ବଦଳରେ ବଢିବ। ଦୀର୍ଘ ଏକମାସ ହେଲା ସହରର ଜଗନ୍ନାଥପୁର ଏବଂ ବିଷାରପାଟଣା ସାହିରେ ଘରେ ଘରେ ଦିଆଯାଇଥିବା ସରକାରୀ…

Read More

ବଲାଙ୍ଗିର : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ଆଇସିୟୁକୁ ସିଲ୍‌ କରାଯାଇି । 7 ଦିନ ପର୍ଯ୍ୟନ୍ତ ଆଇସିୟୁକୁ ସିଲ୍‌ ଘୋଷଣା କଲେ ମେଡିକାଲ କଲେଜ କର୍ତ୍ତୃପକ୍ଷ । 3ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଇସିୟୁକୁ ସିଲ୍‌ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ମହେନ୍ଦ୍ର ନାୟକ । ସୂଚନାଯୋଗ୍ୟ, ଆଜି ବଲାଙ୍ଗିରରୁ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ  ବଲାଙ୍ଗିରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 406ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି 286ଜଣ । ଏବେ ସୁଦ୍ଧା ଜିଲ୍ଲାରେ 120 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ରମେଶ ମହାନ୍ତି ଜଗତସିଂହପୁର: ଗତକାଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ଫଳ ପ୍ରକାଶ  ପାଇଛି। ଜଗତସିଂହପୁର ଜିଲ୍ଲlରେ ସଫଳତା ହାର ୭୯.୨୫ ପ୍ରତିଶତ ରହିଛି। ଜିଲ୍ଲାରେ ଚଳିତ ବର୍ଷ ୧୫୩ ୯୮ ପରୀକ୍ଷାର୍ଥୀ ଫର୍ମ ଫିଲପ୍ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୧୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୫୧ ଜଣ  ପିଲା ମାଲ୍‌ପ୍ରାକ୍ଟିସ୍ ହୋଇଥିବା ବେଳେ   ୧୫୦୭୩ ଜଣ ପିଲାଙ୍କ ଫଳାଫଳ ପ୍ରକାଶ ପାଇଛି। ସେଥି ମଧ୍ୟରୁ  ଏ୧-ଗ୍ରେଡ୍ ରେ ୪୦ ଜଣ,ଏ୨-ଗ୍ରେଡ୍‌ରେ  ୨୫୬ ଜଣ,ବି୧ ଗ୍ରେଡ୍‌ରେ ୬୫୬ ଜଣ,ବି୨ ଗ୍ରେଡ୍‌ରେ  ୧୧୨୫ ଜଣ,ସି-ଗ୍ରେଡ୍‌ରେ ୧୬୪୨ ଜଣ,ଡି-ଗ୍ରେଡ୍‌ରେ-୨୫୯୩ ଜଣ,ଇ-ଗ୍ରେଡ୍‌ରେ ୫୬୭୩ ଜଣ,କମ୍ପାର୍ଟମେଣାଲରେ ୨ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେଥିମଧ୍ୟରେ ୩୦୮୬ ଜଣ ଅକୃତ କାର୍ଯ୍ୟ ହୋଇଛନ୍ତି। ଜିଲ୍ଲାରେ ୧୧୯୮୭ କୃତକାର୍ଯ୍ୟ ହୋଇଥିବା ବେଳେ ୫୭୭୯ ଜଣ ଛାତ୍ର ଓ ୬୨୦୮ ଜଣ ଛାତ୍ରୀ ଅଛନ୍ତି  ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ…

Read More

ସୀତରାମ ଅଗ୍ରଓ୍ବାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ରାତ୍ରିରେ ପାଖାପାଖି ୮ ଟା ୩0 ମିନିଟ୍‌ ସମୟରେ ତହସିଲଦାରଙ୍କୁ ଅତର୍କିତ ଆକ୍ରମଣ ହୋଇଥିବାର ସୂଚନା ରହିଛି। ଗତକାଲି ପାତ୍ରପଡା ଖଣି ଠାରେ ଏକ ବେଆଇନ ମାଙ୍କଡା ପଥର ଚାଲାଣ ହେଉଥିବା ସମୟରେ ଟାଙ୍ଗୀ ତହସିଲଦାର ତାଙ୍କ ଟିମ୍‌ଙ୍କ ସହ ଚଢାଉ କରିଥିଲେ। ସେଠାରେ ଏକ ବଡ ଟ୍ରକ୍‌କୁ ଜବତ କରି ଟାଙ୍ଗୀ ତହସିଲ କାର୍ଯ୍ୟାଳୟକୁ ଫେରୁଥିବା ସମୟରେ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଜବତ କରିଥିବା ଗାଡିଟି ଟାଙ୍ଗୀ ଅଭିମୁଖେ ଯିବା ସମୟରେ ତହସିଲଦାରଙ୍କ ଏସ୍କର୍ଟ ଟିମ କୁ ବାମ ପଟୁ ପ୍ରଥମେ ଧକା ଦେଇଥିଲା। ଏଥିରେ ବିଚଳିତ ନହୋଇ ତହସିଲଦାର ଗାଡ଼ିର ପିଛା କରଥିଲେ। ଚାନ୍ଦପୁର ଥାନା ରଣପୁର ତହସିଲ ଅନ୍ତର୍ଗତ ବେଣ୍ଟ ଗାଁ ନିକଟରେ ଟ୍ରକ କୁ ଠିଆ କରି ଟ୍ରକ ଡ୍ରାଇଭର ଦୌଡ଼ି ପଳେଇଥିଲା। ପୂର୍ବ ଯୋଜନା ଅନୁଯାୟୀ ସେଠାରେ…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 10ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 2, ନୟାଗଡ, ରାୟଗଡା, ସମ୍ବଲପୁର, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 169କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ 90କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ 21 ଜଣଙ୍କର ଜୀବନ ଯାଇଥିବାବେଳେ ନୟାଗଡରୁ 2, ରାୟଗଡାରୁ 7, ସୁନ୍ଦରଗଡରୁ 7ଜଣଙ୍କ ଜୀବନ ଯାଇଛି । ଆଜି ପ୍ରଥମ ଥର ପାଇଁ ସମ୍ବଲପୁରରୁ ଜଣଙ୍କର ଜୀବନ ନେଇଛି କରୋନା ।

Read More

ଭୁବନେଶ୍ବର : ଆଜି 28 ଜିଲ୍ଲାରୁ 1203 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 250 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 220, କଟକରୁ 97, ସୁନ୍ଦରଗଡରୁ 74, ଗଜପତିରୁ 72, କୋରାପୁଟରୁ 66, ମାଲ୍‌କାନଗିରିରୁ 65, ଭଦ୍ରକରୁ 53, ଯାଜପୁରରୁ 46,  ରାୟଗଡାରୁ 45, ସମ୍ବଲପୁରରୁ 40, ନୟାଗଡରୁ 24, ବାଲେଶ୍ବରରୁ 20, ମୟୂରଭଞ୍ଜରୁ 16, ଅନୁଗୁଳରୁ 15,  କନ୍ଧମାଳ ଓ କେନ୍ଦ୍ରାପଡାରୁ 14 ଜଣ ଲେଖାଏଁ ରହିଛନ୍ତି । ବରଗଡରୁ 12, କେଉଁଝରରୁ 11, ପୁରୀରୁ 9, ଜଗତସିଂହପୁରରୁ ଓ ଦେବଗଡରୁ 8 ଜଣ ଲେଖାଏଁ ରହିଛନ୍ତି । ବଲାଙ୍ଗିରରୁ 6, ନବରଙ୍ଗପୁର, କଳାହାଣ୍ଡି ଓ ସୋନପୁରରୁ 4 ଜଣ ଲେଖାଏଁ ରହିଛନ୍ତି । ବୌଦ୍ଧ ଓ ଢେଙ୍କାନାଳରୁ 3 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1203 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 758ଜଣ ଚିହ୍ନଟ ହୋଇଥିବାବେଳେ 445ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 30ହଜାର 378କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 11ହଜାର 235ଜଣ । ସେହିପରି ସୁସ୍ଥ ହୋଇଛନ୍ତି 18ହଜାର938ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 159ଜଣ । ସେହିପରି 36 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ ସରକାରୀ ଅଫିସ୍‌ଗୁଡିକରେ ମଧ୍ୟ କରୋନା ପହଞ୍ଚିଲାଣି । କରୋନାକୁ ଦୃଷ୍ଟିରେ ରଖି ଓଡ଼ିଶା ସଚିବାଳୟ କର୍ମଚାରୀଙ୍କୁ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି । ଯେଉଁ କର୍ମଚାରୀ ଲକ୍ଷଣ ଅନୁଭବ କରୁଛନ୍ତି ଟେଷ୍ଟ ପାଇଁ ସ୍ବାବ ଦେଇପାରିବେ । କ୍ୟାପିଟାଲ ହସ୍ପିଟାଲ ଯାଇ ବିନା ଦେୟରେ ସ୍ବାବ ଦେଇପାରିବେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସଚିବାଳୟ କର୍ମଚାରୀ ସଂଘକୁ ଚିଠି ହୋଇଛି ।

Read More

ଭୁବନେଶ୍ବର : ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଟୁଇଟ୍‌ କରି ଏନେଇ ସୂଚନା ଦେଇଛନ୍ତି ପୋଲିସ୍‌ ଡିଜି ଅଭୟ । ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ଜିଆରପି ତଦନ୍ତ କରୁଥିବା ବେଳେ ଗତକାଲି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି ) କାର୍ଯ୍ୟନୁଷ୍ଠାନ ରିପୋର୍ଟ ମାଗିଥିଲେ । ତେବେ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୭ ତାରିଖରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା। ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଏବେ ମଧ୍ୟ ଅନେକ ସସ୍‌ପେନ୍ସ ଲାଗି ରହିଛି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି। ତେବେ ସୁଇସାଇଡ୍‌ ନୋଟ୍‌ଟି ଆଦିତ୍ୟ ନିଜେ ଲେଖିଥିଲେ ବୋଲି ଫରେନ୍‌ସିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। କିନ୍ତୁ ତାଙ୍କ ପତ୍ନୀ ଓ ପ୍ରଶଂସକମାନେ…

Read More

ଆସାମ : ଆସାମରେ ବନ୍ୟା ପରିସ୍ଥିତି ଲାଗି ରହିଛି । ବନ୍ୟା ଯୋଗୁଁ ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।  ବୁଧବାର ଦିନ ବନ୍ୟା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବନ୍ୟା ସ୍ଥିତିରେ ଟିକେ ସୁଧାର ଆସିଥିବାବେଳେ 21ଟି ଜିଲ୍ଲାରେ 17 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଆସାମ ରାଜ୍ୟ ଆପଦା ପ୍ରବନ୍ଧନ ପ୍ରାଧିକରଣ (ଏଏସ୍‌ଡିଏମ୍‌ଏ) ଦ୍ବାରା ବୁଧବାର ଦ୍ବାରା ଜାରି ରିପୋର୍ଟ ଅନୁସାରେ ବାରପୋଟା, କୋକରାଝର ଓ କାମରୂପ ଜିଲ୍ଲାରେ ତିନିଜଣଙ୍କର ମୃତ୍ୟୁ ହୋଇଛି ।  ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ 133ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 107ଜଣଙ୍କର ମୃତ୍ୟୁ ବନ୍ୟା ଯୋଗୁଁ ହୋଇଥିବାବେଳେ ଭୂସ୍ଖଳନ ଯୋଗୁଁ 26ଜଣଙ୍କ ମୃତ୍ୟୁ ହୋଇଛି । ଧେମାଜୀ, ଲଖ୍‌ମୀପୁର, ବିଶ୍ବନାଥ, ଦରାଙ୍ଗ, ବକ୍‌ସା, ବାରପେଟା, ଚିରାଙ୍ଗ, ବୋଙ୍ଗାଇଗାଓ୍ବ, କୋକରାଝର, ଧୁବ୍‌ରୀ, ଦକ୍ଷିଣ ଜୋରହାଟ୍‌, ମାଜୁଲୀ, ଶିବସାଗର ଓ ଡିବ୍ରୁଗଡ ଜିଲ୍ଲାରୁ 16.55 ଲକ୍ଷରୁ ଅଧିକ…

Read More

କେଦାର ମିଶ୍ର ବଡଲୋକ ହେବାକୁ ହେଲେ ବଡ ହୃଦୟଟିଏ ମଧ୍ୟ ରହିବା ଜରୁରୀ, ଏ କଥା ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ କେହି ଜଣେ ନିହାତି ବୁଝାଇଦେବା ଉଚିତ। ଅମିତାଭ ବହୁତ ବଡ ଅଭିନେତା। କୋଟି କୋଟି ଭାରତୀୟ ତାଙ୍କୁ ଭଲପାଆନ୍ତି। ତେବେ ଲୋକପ୍ରିୟତାର ଆଉ ଗୋଟେ ଖରାପ ଦିଗ ରହିଛି। ଆପଣଙ୍କୁ ବହୁତ ଲୋକ ଭଲପାଇବା ସହିତ କିଛି ଲୋକ ଆପଣଙ୍କୁ ଘୃଣା ବି କରନ୍ତି। ଜଗତରେ ସମସ୍ତେ ଯେ ଭଲପାଇବେ, ସେ କଥା କେବେ ବି ଘଟେ ନାହିଁ। ଅମିତାଭଙ୍କୁ ବହୁତ ଲୋକ ଭଲ ପାଆନ୍ତି, ହେଲେ କିଛି ଲୋକ ଭଲ ପାଆନ୍ତି ନାଇଁ କି ଘୃଣା କରନ୍ତି। ହେଲେ ବିଶାଳ ଜନତାର ଭଲପାଇବା ଆଗରେ ଏ ପ୍ରକାର ଘୃଣାର କୌଣସି ମୂଲ୍ୟ ନ ରହିବା ଉଚିତ। ହେଲେ ନିଜେ ଅମିତାଭ ବଚ୍ଚନ ତାଙ୍କ ପ୍ରତି କେହିଜଣେ ଅଚିହ୍ନା ଲୋକର ଘୃଣାକୁ ବହୁତ ବଡ କରି ଦେଇଛନ୍ତି। ଘୃଣା…

Read More

ନୂଆଦିଲ୍ଲୀ, ପ୍ରଥମ 5ଟି ରାଫେଲ ଏୟାର କ୍ରାଫ୍ଟ ଆଜି ଅମ୍ବାଲାସ୍ଥିତ ବାୟୁ ସେନା ଷ୍ଟେସନରେ ପହଞ୍ଚିଛି। ଫ୍ରାନ୍ସର ମେରିଗନାକସ୍ଥିତ ଡାସଲ୍ଟ ଆଭିଏସନ କେନ୍ଦ୍ରରୁ ଗତ 27 ତାରିଖ ସକାଳୁ ଯାତ୍ରାରମ୍ଭ କରିଥିବା ଏହି ଏୟାରକ୍ରାଫ୍ଟଗୁଡିକ ଅପରାହ୍ନରେ ଅମ୍ବାଲାଠାରେ ପହଞ୍ଚିଥିଲା। ତେବେ ଅଳ୍ପ ସମୟ ପାଇଁ ବାଟରେ ୟୁଏଇର ଅଲ ଧାଫ୍ରା ଏୟାରବେସରେ ଏହା କିଛି ସମୟ ପାଇଁ ଅଟକିଥିଲା। ଦୁଇଟି ପର୍ଯ୍ୟାୟରେ ଏହି ଏୟାରକ୍ରାଫ୍ଟଗୁଡିକୁ ଭାରତୀୟ ବାୟୁସେନାର ବୈମାନିକମାନେ ଏହାକୁ ଉଡାଇ ଆଣିଥିଲେ। ଫ୍ରାନ୍ସରୁ ଭାରତ ଆସିବାକୁ ପ୍ରାୟ 8500 କିଲୋମିଟର ଯାତ୍ରା କରିବାକୁ ପଡିଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ଏୟାରକ୍ରାଫ୍ଟଗୁଡିକ ପ୍ରାୟ 7.30 ଘଣ୍ଟାରେ 5800 କିଲୋମିଟର ଅତିକ୍ରମ କରିଥିଲା। ଫରାସୀ ବାୟୁସେନା ଟ୍ୟାଙ୍କର ଆକାଶମାର୍ଗରେ ଏଥିରେ ଇନ୍ଧନ ଭରିଥିଲେ। ଅବଶିଷ୍ଟ 2700 କିଲୋମିଟର ପଥ ଭାରତୀୟ ବାୟୁସେନାର ଟ୍ୟାଙ୍କର ଦ୍ଵାରା ଇନ୍ଧନ ଭର୍ତ୍ତି କରାଯାଇ ଅଣାଯାଇଥିଲା। ଫ୍ରାନ୍ସ ସରକାର ଓ ଏହାର କାରଖାନା ଉପଯୁକ୍ତ ସମୟରେ ବିମାନ ହସ୍ତାନ୍ତର…

Read More

ଭୁବନେଶ୍ୱର: ଓଡ଼ିଶାର ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ଏପ୍ରିଲରେ ରିଲାଏନ୍ସ ଜିଓ ରାଜ୍ୟରେ ୭୨,୦୦୦ରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ସର୍ବାଧିକ ସଂଖ୍ୟକ ମୋବାଇଲ ଗ୍ରାହକଙ୍କ ସହ ରାଜ୍ୟ ମୋବାଇଲ ବଜାର ଅଂଶର ସିଂହଭାଗ ଅଧିକାର କରିଥିବା ରିଲାଏନ୍ସ ଜିଓ ଏଥିସହିତ ଏହାର ନେତୃôତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ଟ୍ରାଇ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଏକ କୋଟି ପଚିଶ ଲକ୍ଷ ସତାଅଶୀ ହଜାର ପାଞ୍ଚଶହ ସତାଅଶୀ (୧,୨୫,୮୭,୫୮୭) ମୋବାଇଲ ଗ୍ରାହକ ହାସଲ କରିବା ସହ ୩୮ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଦଖଲ କରିଛି । ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ବିସ୍ତୃତ ଅଂଚଳରେ ଜିଓ ୪ଜି ନେଟୱର୍କର…

Read More

ଭୁବନେଶ୍ବର, ଆଉ କିଛି ଦିନ ପରେ ଆସିବ ରାକ୍ଷୀ, ଏହି ପରିପ୍ରେକ୍ଷୀରେ ଓଡିଶାର ଯୁବ ଶିଳ୍ପୀ ପ୍ରତ୍ୟୁଷିନୀ ଜେନା ଲକଡାଉନ ସମୟକୁ ଠିକ ଉପଯୋଗ କରି ତିଆରି କରିଛନ୍ତି ରାକ୍ଷୀ।

Read More

ଭୁବନେଶ୍ବର: ଜିଏସଟି ଭରଣା ବାବଦ ଅର୍ଥ ଦେବାରେ ଓଡ଼ିଶାକୁ ପ୍ରବଞ୍ଚିତ କରାଯାଇଛି ବୋଲି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‍ଗୋ ଅଭିଯୋଗ କରିଛନ୍ତି। ଭାଜପାକୁ ପ୍ରଶ୍ନ ପଚାରି କାନୁନଗୋ କହିଛନ୍ତି ଯେ, ଦୁଃଖ ଓ ପରିତାପର ସହିତ କହିବାକୁ ହେଉଛି ଯେ ଭାରତୀୟ ଜନତାପାର୍ଟି ଓ ତା’ର ନେତାମାନେ ସମସ୍ତ ରାଜ୍ୟବାସୀଙ୍କୁ ମୁର୍ଖ ବିବେଚନା କରି ଅନେକ ସମୟରେ ଅସତ୍ୟ ଓ ବିଭ୍ରାନ୍ତିକର ତଥ୍ୟମାନ ଦେବାରେ ଲାଗିଛନ୍ତି। ସେବା ଓ ଦ୍ରବ୍ୟକର ବାବଦରେ କାନୁନ୍‍ଗୋ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ଦେଉଥିବା ଅର୍ଥ କ’ଣ ରାଜ୍ୟକୁ ଦାନ ଓ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ନୁହେଁ ? ସେବା ଓ ଦ୍ରବ୍ୟ କର ଆଇନାନୁସାରେ ଏହି ନେତାମାନେ କ’ଣ ଜାଣନ୍ତି ନାହିଁ ଯେ ରାଜ୍ୟକୁ ୨୦୧୫-୧୬ ବର୍ଷକୁ ମୂଳବର୍ଷକରି ପ୍ରତିବର୍ଷ ୧୪% ବର୍ଦ୍ଧିତ ଟିକସ୍‍ ହାରରେ ରାଜ୍ୟମାନଙ୍କୁ ୨୦୨୧-୨୨ ମସିହା ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା ଅଛି? ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ…

Read More