Author: Samikhsya Bureau

ନିରାକାରପୁର: ୧୬ ନମ୍ବର ଜାତୀୟ ରାଜପଥରୁ ଏକ ଟ୍ରକ୍‌ ଲୁଟ୍‌ ଘଟଣାରେ ପୋଲିସ୍‌ ତିନି ଅପରାଧୀଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଗତ ୨୨ ତାରିଖରେ  ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ଏକ କୁରୁକୁରୀ ବୋଝେଇ ଟ୍ରକକୁ ଲୁଟେରା ମାନେ ବଳପୂର୍ବକ ଲୁଟକରି ନେଇ ପଳାଇ ଯାଇଥିଲେ। ଲୁଟେରା ମାନେ ଏକ ବୋଲେରୋ ଗାଡିରେ ଆସି ଡ୍ରାଇଭର ଓ ହେଲପରକୁ କାବୁକରି ଟ୍ରକକୁ ନେଇ ପଳାଇଥିଲେ ନୟାଗଡ଼ ପାଖ ଏକ ଜଂଗଲରେ ଡ୍ରାଇଭର ଓ ହେଲପରକୁ ଛାଡିଦେଇଥିଲେ। ଟ୍ରକ ଡ୍ରାଇଭର ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ତିନି ଜଣ ଲୁଟେରାକୁ ଜଗତପୁରରୁ ଗିରଫ କରି ଡକାୟତି ଘଟଣାରେ ବ୍ୟବହୃତ ବୋଲେରୋକୁ ଜବତ କରିବାରେ ସଫଳ ହୋଇଛି। ଡକାୟତ ମାନେ ଟ୍ରକରୁ କୁରୁକୁରୀ ଗୁଡିକ ଜଗତପୁରରେ ବିକ୍ରୀ କରି ଟ୍ରକଟିକୁ ଜଟଣୀ ଥାନା ଗଗଂପଡା ଟୋଲଗେଟ…

Read More

ଲଣ୍ଡନ : ଏଣିକି ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପରେ କେବଳ ଅଧାବିଲ୍‌ ଦେବାକୁ ପଡିବ । ଆଉ ଅଧା ବିଲ୍‌ ସରକାର ଦେବେ। ଆଜ୍ଞ ହଁ, ଏପରି ଏକ ନିୟମ ବ୍ରିଟେନ୍‌ରେ କାର୍ଯ୍ୟକାରୀ କରାଯାଇଛି । ଆପଣମାନେ ହୋଟେଲ୍, ରେଷ୍ଟୁରାଣ୍ଟ କି କାଫେର ଯାହା ଖାଇବେ, ତା’ର ଅଧା ବିଲ୍‌ ଆପଣ ଦେବେ ଆଉ ବାକି ଅଧା ବିଲ୍‌ ସରକାର ବହନ କରିବେ ।   ଅର୍ଥନୀତିର ଅଧୋଗତି ପାଇଁ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଚାନ୍‌ସାଲ୍‌ ଋଷି ସୁନ୍କ୍‌ ଏନେଇ ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ନାମ ’ଇଟ୍‌ ଆଉଟ୍‌ ଟୁ ହେଲପ୍‌ ଆଉଟ୍‌’ ରହିଛି । ଅର୍ଥାତ୍‌ ବାହାରେ ଖାଇବା, କାରଣ ଏହା ଦ୍ବାରା ଲୋକଙ୍କୁ ସାହାଯ୍ୟ ମିଳିବ । ଏହି ଯୋଜନା ପାଇଁ 53,000ରୁ ଅଧିକ ରେଷ୍ଟୁରାଣ୍ଟ, କାଫେ  ଅନ୍ୟ ଆଉଟଲେଟ୍‌ ନିଜର ସହମତି ଜଣାଇଛନ୍ତି । ହୋଟେଲ ଶିଳ୍ପକୁ ସାହାଯ୍ୟ ପାଇଁ…

Read More

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ହନିମୁନ୍‌ରେ କୁଲୁ ମନାଲି ଯିବାକୁ ଚାହୁଁଥିଲେ, କିନ୍ତୁ ପହଞ୍ଚିଲେ ତିହାର ଜେଲ୍‌ରେ । ପୋଲିସ୍‌ ଏକ ବାହାନ ଚୋରି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ହନିମୁନ୍‌ ପାଇଁ ଏକ ଲକ୍‌ଜ୍ୟୁରି କାର୍‌ ଚୋରି କରିଥିବାର ସୂଚନା ରହିଛି । ଅଭିଯୁକ୍ତ ଜଣକ ଏକ ହୋଣ୍ଡା ସିଟି କାର୍‌ ଚୋରି କରିଥିବାବେଳେ ତାକୁ ବିକ୍ରି କରି କୁଲୁ ମନାଲି ଯାଇ ହନିମୁନ୍‌ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ତାହା ପୂର୍ବରୁ ସେ ପୋଲିସ୍‌ ହାତରେ ଧରାପଡି ଯାଇଥିଲେ । ଅଭିଯୁକ୍ତ ଜଣକ 15 ଦିନ ପୂର୍ବରୁ ବିବାହ କରିଥିଲେ । ଅଭିଯୁକ୍ତଙ୍କ ସହ ପୋଲିସ୍‌ ଜଣେ ନାବାଳକ ମଧ୍ୟ ଗିରଫ କରିଛି । ଅଭିଯୁକ୍ତଙ୍କ ପାଖରୁ ହୋଣ୍ଡା ସିଟ୍‌ କାର୍‌ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ ଖାୟାଲା ଥାନା…

Read More

ରାୟଗଡା : ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ 72 ଘଣ୍ଟା ସଟ୍‌ଡାଉନ୍‌ ରହିବ ରାୟଗଡା ଜିଲ୍ଲା । ଏନେଇ ସୂଚନା ଦେଇଛନ୍ତି ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । କରୋନା ସଂକ୍ରମଣରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉଟ୍‌ଡୋର୍‌ ମଧ୍ୟ 48 ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ସୂଚନା ରହିଛି ।

Read More

ବିଜନ କୁମାର ମହାପାତ୍ର ଆମ ଦେଶରେ ଭଣ୍ଡ ବାବା ଓ ନକଲି ଆଧ୍ୟାତ୍ମିକ ଗୁରୁଙ୍କ ପ୍ରାଦୁର୍ଭାବ କାହିଁକି କେଜାଣି ଦୂର ହୋଇପାରୁ ନାହିଁ। ନିକଟ ଅତୀତରେ କିଛି ବାବାଙ୍କ ଅସଲି ତେହେରା ପଦାରେ ପଡିଯାଇଛି। ସେମାନଙ୍କ ତଥାକଥିତ ଆଶ୍ରମ ଓ ଧର୍ମାନୁଷ୍ଠାନରେ ଚାଲିଥିବା ବିଭିନ୍ନ ଅନୈତିକ ଓ ଘୃଣ୍ୟ କାର୍ଯ୍ୟକଳାପର ପର୍ଦାଫାଶ ହୋଇଛି। ସେମାନଙ୍କ ବିରୋଧରେ ଜନ ଆକ୍ରୋଶର ସ୍ୱର ତୀବ୍ର ହୋଇଛି। ନିଜ ନିଜର କଳା କାରନାମା ପଦାରେ ପଡିଲା ପରେ କିଛି ଭଣ୍ଡ ବାବା କୁଆଡେ ଫେରାର ହୋଇ ଆତ୍ମଗୋପନ କରୁଛନ୍ତି ତ, ଆଉ କିଛି ଧରାପଡି ଜେଲ୍ ଯାଆନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଭଣ୍ଡ ବାବାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେମାନେ ଜେଲ୍ ତ ଯାଆନ୍ତି। କିନ୍ତୁ ବେଲ୍ ପାଇବାରେ ବି ସେମାନେ ସଫଳ ହୁଅନ୍ତି। କିଛି ଦିନ ତଳେ ୟୁପିର ମୁଜାଫରନଗରରେ ଥିବା ଏକ ଆଶ୍ରମ ଉପରେ ଚଢାଉ କରି ୧୦…

Read More

ଗଞ୍ଜାମ : ଗଞ୍ଜାମରେ କରୋନା କଟକଣା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ବ୍ରହ୍ମପୁରରେ ବି ସବୁ ପ୍ରବେଶ / ପ୍ରସ୍ଥାନ ପଥ ଉପରେ କଟକଣା ଲାଗିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ସକାଳ 5ଟାରୁ ଅପରାହ୍ନ 4ଟା ଯାଏଁ ଖୋଲା ରହିବ ଦୋକାନ ବଜାର।  5 ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବା ଅନୁମତ । ଦୋକାନୀମାନେ ସାମାଜିକ ଦୂରତ୍ବ ମାନିବେ,  ମାସ୍କ ପିନ୍ଧିବେ। ଦୋକାନୀକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ୍‌ ଦୋକାନୀ ରଖିବେ। ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ୍‌ କରିବେ ଦୋକାନୀ । ରାଜ୍ୟ ସରକାରଙ୍କ ନିୟମାନୁସାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ମୁହଁରେ ମାସ୍କ ଠିକ୍‌ରେ ନ ପିନ୍ଧିଲେ ଜରିମାନା ଆଦାୟ ହେବ । ଗଞ୍ଜାମରେ ଏବେ ଡୋଟ୍‌ ଟୁ ଡୋର୍‌…

Read More

ଭୁବନେଶ୍ବର, ଆଉ ଗୋଟିଏ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ଏହିଦିନ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ । ବର୍ତ୍ତମାନ ଡିଜିଟାଲ ଯୁଗରେ ମଧ୍ୟ ରାକ୍ଷୀର ଚାହିଦା ବଜାଇ ରହିଛି। ତେବେ କରୋନା କଟକଣା ପାଇଁ ବର୍ତ୍ତମାନ ରାକ୍ଷୀ ଦୋକାନରେ ସେପରି ଭିଡ ନାହିଁ। ହେଲେ ଏହି ପରିସ୍ଥିତିରେ ଭଉଣୀମାନେ ରାକ୍ଷୀ କିଣିବାରେ ଅବହେଳା ମଧ୍ୟ କରି ନାହିଁନ୍ତି। କାଁ ଭାଁ ଖୋଲିଥିବା ରାକ୍ଷୀ ଦୋକାନରେ ବର୍ତ୍ତମାନ ଭିଡ ଜମିବାରେ ଲାଗିଛି। ତେବେ ଚଳିତ ବର୍ଷ ପ୍ରାକୃତିକ ରାକ୍ଷୀ କିଣିବାରେ ଭଉଣୀମାନଙ୍କର ଆଗ୍ରହ ବେଶୀ ରହିଛି। ସେହି ହିସାବରେ ରାକ୍ଷୀ ନିର୍ମାତାମାନେ ମଧ୍ୟ ବଜାରକୁ ପ୍ରାକୃତିକ ଭାବେ ତିଆରି ରାକ୍ଷୀ ବଜାରକୁ ଆଣିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ସବାଇ ଘାସ ଦ୍ବାରା ପ୍ରସ୍ତୁତ ରାକ୍ଷୀ। ଘାସକୁ ବିଭିନ୍ନ ଡିଜାଇନରେ ବୁଣାଯାଇ ପ୍ରସ୍ତୁତ କରାଯାଇଛି ଏହି ରାକ୍ଷୀ। ସେହିପରି ଧାନରେ ମଧ୍ୟ ସୁନ୍ଦର ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରାଯାଇଛି। ଆସନ୍ତା ସୋମବାର ହେଉଛି…

Read More

ନୂଆଦିଲ୍ଲୀ :  କିଛି ଫିଲ୍ମ ଓ ଓ୍ବେବ୍‌ସିରିଜ୍‌ରେ ଭାରତୀୟ ସେନାର ଯବାନ ଏବଂ ସାମରିକ ପୋଷାକର ଦୂରୁପଯୋଗ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ  ଏହି ଘଟଣାକୁ ବେଶ୍‌ ଗମ୍ଭୀର ଭାବରେ ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ  । ଏହି ଅଭିଯୋଗ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି), ମେଟିଟି) ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଭାରତୀୟ ସେନା ଉପରେ ଏଣିକି ଚଳଚ୍ଚିତ୍ର / ଡକ୍ୟୁମେଣ୍ଟାରୀ / ୱେବ୍ ସିରିଜ୍ ପ୍ରସାରଣ କରିବା ପୂର୍ବରୁ ପ୍ରଡକ୍ସନ୍ ହାଉସ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଏନ୍‌ଓସି ନେବା ପାଇଁ କୁହାଯାଇଛି | ଏନ୍‌ଓସି ବିନା ଭାରତୀୟ ସେନା ଉପରେ ନିର୍ମିତ କୌଣସି ଚଳଚ୍ଚିତ୍ର କିମ୍ୱା ଦୃଶ୍ୟ ପ୍ରସାରିତ ହୋଇପାରିବ ନାହିଁ | ପ୍ରତିରକ୍ଷା ମନ୍ତ୍ରଣାଳୟକୁ ମିଳିଥିବା ଅଭିଯୋଗରେ ସଶସ୍ତ୍ର ବାହିନୀର ଭାବମୂର୍ତ୍ତିକୁ ଖରାପ ପ୍ରଦର୍ଶନ କରିଥିବା କୁହାଯାଇଛି ଯେ ଏଏଲ୍‌ଟି ବାଲାଜୀରେ ପ୍ରସାରିତ ୱେବ୍ ସିରିଜ୍…

Read More

ଭୁବନେଶ୍ବର :  ଆଜି ରାଜ୍ୟରେ ମୋଟ୍‌ 10 ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଗଞ୍ଜାମରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 3 ଜଣ ରହିଥିବାବେଳେ ସୁନ୍ଦରଗଡ ଓ ଗଜପତିରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 187କୁ ବୃଦ୍ଧି ପାଇଛି । ସେହିପରି ଗଞ୍ଜାମରେ ସର୍ବାଧିକ 99 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରେ 12, ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟର 29ଟି ଜିଲ୍ଲାରୁ ମୋଟ୍‌ 1602 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 308 ଜଣ ଚିହ୍ନଟ ହୋଇଥିବାସ୍ଥଳେ ଖୋର୍ଦ୍ଧାରୁ 285, ରାୟଗଡାରୁ 164,  ଗଜପତିରୁ 108, ସୁ୍ନ୍ଦରଗଡରୁ 62, କଟକରୁ 54, ପୁରୀରୁ 50, ଢେଙ୍କାନାଳରୁ 49, କୋରାପୁଟରୁ 46, କନ୍ଧମାଳରୁ 45, ଯାଜପୁରରୁ 44, ମୟୂରଭଞ୍ଜ ଓ ସମ୍ବଲପୁରୁର 39 ଜଣ ଲେଖାଏଁ ରହିଛନ୍ତି । ବଲାଙ୍ଗିରରୁ 38 ଜଣ ରହିଥିବାବେଳେ ନୟାଗଡରୁ 33 କେଉଁଝରରୁ 31, କଳାହାଣ୍ଡି ଓ ମାଲ୍‌କାନଗିରିରୁ 30 ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ବରରୁ 29, ଭଦ୍ରକରୁ 20, ଜଗତସିଂହପୁରରୁ 19, କେନ୍ଦ୍ରାପଡା ଓ ଅନୁଗୁଳରୁ 15  ଜଣ ଲେଖାଏଁ ରହିଥିବାବେଳେ ବରଗଡରୁ 13, ବୌଦ୍ଧ ଓ ନବରଙ୍ଗପୁରରୁ 9 ଜଣ ଲେଖାଏଁ ରହିଥିବାବେଳେ ଝାରସୁଗୁଡାରୁ 7, ସୋନପୁରରୁ 6, ନୂଆପଡାରୁ 5 ଜଣ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1602 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 993ଜଣ ଚିହ୍ନଟ ହୋଇଥିବାବେଳେ 609ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 33ହଜାର 479କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 12 ହଜାର 737ଜଣ । ସେହିପରି ସୁସ୍ଥ ହୋଇଛନ୍ତି 20 ହଜାର 517ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 177ଜଣ । ସେହିପରି 37 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ 57 ହଜାର 117 ଜଣ ଆକ୍ରାନ୍ତ ରହିଥିବାବେଳେ 764 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36 ହଜାର 511କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 16 ଲକ୍ଷ 95 ହଜାର 988କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା  ଆକ୍ଟିଭ୍‌ କେସ୍‌ ହେଉଛନ୍ତି 5 ଲକ୍ଷ 65 ହଜାର 103 । ସେହିପରି ସୁସ୍ଥ ହୋଇଛନ୍ତି 10 ଲକ୍ଷ 94 ହଜାର 374 ଜଣ । ମହାରାଷ୍ଟ୍ରରେ ସର୍ବାଧିକ 14 ହଜାର 995 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ  ଦିଲ୍ଲୀରେ 3 ହଜାର 965, ତାମିଲନାଡୁରେ ମୃତ୍ୟୁ ହୋଇଛି 3 ହଜାର 9ଶହ 35 । ସେହିପରି ଗୁଜୁରାଟରେ ମୃତ୍ୟୁବରଣ କରିଛନ୍ତି 2 ହଜାର 440 ଜଣ ।

Read More

ଝାଡଖଣ୍ଡ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଆବାସରେ ପହଞ୍ଚିଲା କରୋନା । ପତ୍ନୀ କଳ୍ପନା ସୋରେନ୍‌ଙ୍କ ଡ୍ରାଇଭର  କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ସିଏମ୍ଓର ଏକ ଘରୋଇ ସଚିବ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ଲକ୍ଷଣ ଦେଖାଯିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ପତ୍ନୀ କଳ୍ପନା ସୋରେନ୍‌ ତାଙ୍କ ଡ୍ରାଇଭର୍‌ କରୋନା ଟେଷ୍ଟ କରାଇଥିଲେ । ପଜିଟିଭ୍‌ ଆସିଲା । ଏତଦ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଆପ୍ତ ସଚିବ କମଲେଶ କୁମାର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ସମ୍ପୃକ୍ତ ସଚିବଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ରହିଥିବାବେଳେ ସେ ପାଟନାରୁ ଫେରି ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 11 ହଜାର 314ରେ ପହଞ୍ଚିବାବେଳେ 106ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Read More

ପୁରୀ :  ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଟି ସିଲ୍‌ କରାଯାଇଛି । ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍‌ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । ଓଟି ସିଲ୍‌ ହେବାରୁ ବାହାରେ ବସିଛନ୍ତି ରୋଗୀ, ସମ୍ପର୍କୀୟ ଚିନ୍ତାରେ ରହିଛନ୍ତି । ଓଟି ସିଲ୍‌ର 24 ଘଣ୍ଟା ପରେ ବି ସାନିଟାଇଜ୍‌ ହୋଇ ନଥିବା ଅଭିଯୋଗ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ପୁରୀ ଜିଲ୍ଲାରୁ ସର୍ବମୋଟ  753 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ 377 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ 371ଜଣ ସକ୍ରିୟ ରହିଛନ୍ତି ।

Read More

ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଂଜନ ପାଣିଗ୍ରାହୀ ଆସନ୍ତା 4 ତାରିଖରେ କେନ୍ଦ୍ରକୁ ଫେରି ଯିବେ। ସେ ପାଞ୍ଚ ବର୍ଷ ପାଇଁ ଓଡିଶାକୁ ଡେପୁଟେସନରେ ଆସି ସଂସ୍କୃତି ବିଭାଗ ଦାୟିତ୍ବରେ ଅଛନ୍ତି। ଓଡିଶାରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇ ଯାଉଥିବାରୁ ରାଜ୍ୟ ସରକାର ତାଙ୍କର ମୂଳ କ୍ଷେତ୍ରରୁ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଯିବା ପରେ ଏହି ବିଭାଗର ଅତିରିକ୍ତ ଦାୟତ୍ବ ବିଶାଳ ଦେବଙ୍କୁ ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଶାଳ ଦେବ ବର୍ତ୍ତମାନ ପର୍ଯ୍ୟଟନ ବିଭାଗ ସହିତ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସଚିବ ଅଛନ୍ତି। ଆସନ୍ତା 4 ତାରିଖରେ ବିଶାଳ ଦେବ ସଂସ୍କୃତି ବିଭାଗ ସଚିବ ଭାବେ ଦାୟିତ୍ବ ନେବେ ବୋଲି ଜଣାପଡିଛି।

Read More

କେନ୍ଦ୍ରାପଡା : ପୋଲିସ୍‌ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 8 ଗିରଫ ହୋଇଛନ୍ତି। ଏକ ଘରୋଇ ନର୍ସିଂହୋମ୍‌ର 2 ଡାକ୍ତର ସମେତ 8 ଅଭିଯୁକ୍ତ ଗିରଫ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଟାଉନ୍‌ ଥାନା ପୋଲିସ୍‌ । ଜଣେ ରୋଗୀଙ୍କ ଚିକିତ୍ସା ଅବେହଳା ଅଭିଯୋଗ କରି ପାଟିତୁଣ୍ଡ ହୋଇଥିଲା । ପ୍ରଥମେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଡାକ୍ତର ଓ ନର୍ସିଂହୋମ୍‌ର କିଛି ଷ୍ଟାଫ୍‌ । ପରେ ତଦନ୍ତ ପାଇଁ ଆସିଥିବା ପୋଲିସ୍‌ ବି ଆକ୍ରମଣର ଶିକାର ହୋଇଥିଲା ।

Read More

ଭୁବନେଶ୍ବର, ଜେଲ ଭିତରେ କଏଦୀମାନେ ମୋବାଇଲରେ କଥାବାର୍ତ୍ତା ହେଉଥିବାର ବାରମ୍ବାର ଖବର ଆସିବା ପରେ ଜେଲ ବିଭାଗ କଡା ନିୟମ ଲାଗୁ କରିଛି। ତାହା ହେଲା ଏଣିକି ଯେଉଁ ଜେଲ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ସେମାନେ ନିଜ ମୋବାଇଲ ଫାଟକରେ ଦାଖଲ କରିବେ। ଘରୁ କାର୍ଯ୍ୟକୁ ଆସିବା ପରେ ସେମାନେ ମୋବାଇଲ ଦାଖଲ କରିବା ପରେ ଜେଲ ଭିତରକୁ ଯିବେ।  ଏଥିରେ ଯେଉଁମାନେ ଖିଲାଫ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରାଯାଇଛି। ନିକଟରେ ଝାରପଡା ଜେଲର କେତେକ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ କେତେକ ହାର୍ଡକୋର କ୍ରିମନାଲ ଜେଲ ଭିତରେ ରହି ଫୋନରେ କଥା ହେଉଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଜେଲ ବିଭାଗ ସଜାଗ ହୋଇପଡିଛି।

Read More

ପଞ୍ଜାବ : ପଞ୍ଜାବରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁସଂଖ୍ୟା 38କୁ ବୃଦ୍ଧି ହୋଇଛି । ସମସ୍ତ ମୃତକ ତରନତାରନ୍‌, ଅମୃତସର ବଟାଲୀ  ଏବଂ ଗୁରୁଦାସପୁର ଜିଲ୍ଲାର ବୋଲି ଜଣାପଡିଛି । ପଞ୍ଜାବର ତରନତାରନ୍‌ ଜିଲ୍ଲାରେ ସର୍ବାଧିକ 19 ଜଣଙ୍କ ପ୍ରାଣହାନି ହୋଇଛି । ମଦ ମୃତ୍ୟୁ ପରେ ଉକ୍ତ ତିନି ଜିଲ୍ଲାର 40ଟି ସ୍ଥାନରେ ପଞ୍ଜାବ ପୋଲିସ୍‌ ରେଡ୍‌ କରିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ତନାଘନା ଚାଲିଛି । ରାଜ୍ୟ ପୁଲିସ ମହାନିର୍ଦେଶକ ଦିନାକର ଗୁପ୍ତାଙ୍କ କହିବା ଅନୁଯାୟୀ ଜୁନ୍‍ 29ରେ ଅମୃତସର ଜିଲାର ମୁଛଲ ଓ ତାଙ୍ଗ୍ରା ଗ୍ରାମରେ 5ଜଣଙ୍କର ମଦମୃତ୍ୟୁ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଜୁଲାଇ 30ରାତିରେ ଆଉ 6 ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ବାତଲାରେ 8ଜଣଙ୍କର ମୃତ୍ୟୁ ସମ୍ପର୍କରେ ରିପୋର୍ଟ ମିଳିଥିଲା। (ଏଜେନ୍ସି)

Read More

ଭୁବନେଶ୍ବର, ଆସନ୍ତା ଚାରି ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଏହାର ପ୍ରଭାବରେ ଆସନ୍ତା 3 ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଏହା ଦ୍ବାରା ରାଜ୍ୟର ଅନେକ ନଦୀ ଫୁଲି ଉଠିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ ଶ୍ରାବଣ ମାସରେ ଓଡିଶାରେ ପ୍ରବଳ ବର୍ଷା ହେବା କଥା। ହେଲେ କୃଷି ବିଭାଗ ଅନୁସାରେ ଓଡିଶାରେ ବର୍ତ୍ତମାନ ଯେତିକି ବର୍ଷା ହେବା କଥା ତାହା ହୋଇ ନାହିଁ। ଏପରି ପରିସ୍ଥିତିରେ ଏହି ଲଘୁଚାପ ଚାଷିଙ୍କୁ ସୁହାଇବ କି ନାହିଁ ତାହା କହି ହେଉ ନାହିଁ। ଯଦି ଧାରାବାହିକ ଭାବେ ବର୍ଷା ଲାଗିରହେ ତେବେ ଏହି ଚାଷିଙ୍କୁ ନିଶ୍ଚିତ କ୍ଷତିଗସ୍ତ କରିଦେବ।

Read More

ଭୁବନେଶ୍ବର, ଦୈନନ୍ଦିନ ଜୀବନରେ ଉପୁଜୁଥିବା ଗୁରୁତର ସମସ୍ୟା ସମାଧାନ ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ ଛାତ୍ରଛାତ୍ରୀଙ୍କୁ ମଞ୍ଚ ପ୍ରଦାନ କରିଥାଏ । ଏହା ଉତ୍ପାଦ ନବାଚାର ସଂସ୍କୃତିକୁ ପ୍ରୋତ୍ସାହିତ କରିଥାଏ ଓ ସମସ୍ୟା ସମାଧାନର ମାନସିକତା ବିକଶିତ କରିଥାଏ । ଯୁବବର୍ଗଙ୍କୁ କିଛି ନିଆରା ଭାବିବାକୁ ପ୍ରୋତ୍ସାହିତ କରିବାରେ ଏହି ଉପକ୍ରମ ସଫଳ ହୋଇଛି । ସ୍ମାର୍ଟ ଇଣ୍ଡିଆ ହାକାଥନର ପ୍ରଥମ ସଂସ୍କରଣ (୨୦୧୭)ରେ ୪୨ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ବଢି ୧ ଲକ୍ଷ ଓ ୨୦୧୯ରେ ୨ ଲକ୍ଷରେ ପହଁଚିଥିଲା । ୨୦୨୦ ସ୍ମାର୍ଟ ଇଣ୍ଡିଆ ହାକାଥନର ପ୍ରଥମ ରାଉଣ୍ଡରେ ୪.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଆଧୁନିକ ପ୍ଲାଟଫର୍ମରେ ଅଂଶଗ୍ରହଣକାରୀମାନଙ୍କୁ ଏକାଠି ଯୋଡି ଚଳିତ ବର୍ଷର ଗ୍ରାଣ୍ଡ ଫିନାଲେ (ସଫ୍ଟୱେର ସଂସ୍କରଣ) ଅନଲାଇନରେ ଆୟୋଜିତ ହେଉଛି । ୩୭ କେନ୍ଦ୍ର ସରକାରୀ ବିଭାଗ, ୧୭…

Read More

କେଦାର ମିଶ୍ର ଭାରତ ସରକାରଙ୍କର ଅପରାଧ ରେକର୍ଡ ବ୍ଯୁରୋ ର ତଥ୍ୟ ଅନୁଯାୟୀ ଗତ ପାଞ୍ଚ ବର୍ଷରେ (୨୦୧୪-୨୦୧୮) ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୩୦ ହଜାର ଲୋକ ଆତ୍ମହତ୍ୟା କରନ୍ତି। ୨୦୧୮ ମସିହାରେ ୧,୩୪,୫୧୬ ଭାରତୀୟ ଆତ୍ମହତ୍ୟା କରିଥିବାର ରେକର୍ଡ ରହିଛି। ତେବେ ରେକର୍ଡ ହେଉଥିବା ଆତ୍ମହତ୍ୟା ତୁଳନାରେ ଅଣରେକର୍ଡଭୁକ୍ତ ଆତ୍ମହତ୍ୟା ସଂଖ୍ୟା କିଛି କମ ନୁହେଁ। ଲକ୍ଷାଧିକ ଲୋକ ଆତ୍ମହତ୍ୟା କରୁଥିବା ଗୋଟେ ଦେଶରେ ଗୋଟିଏ ଆତ୍ମହତ୍ୟାକୁ ନେଇ ଭାରତର ଗଣମାଧ୍ୟମ, କିଛି  ରାଜନୈତିକ ନେତା ଓ ସିନେମା ତାରକା ଉନ୍ମାଦ ଭଳି ବ୍ୟବହାର କରିବାର କାରଣ କଣ? ଗତ ଦେଢ ମାସ ହେଲା ଭାରତର ଟେଲିଭିଜନ ଚ୍ୟାନେଲଗୁଡିକରେ ଲୋକପ୍ରିୟ ସିନେମା ତାରକା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବରକୁ ନେଇ ପ୍ରତିଦିନ କିଛି କିଛି ନୂଆ କାହାଣୀ ଗଢା ଯାଉଛି। କେବଳ ଟେଲିଭିଜନ ଚ୍ଯାନେଲ ନୁହଁ, ଏହାକୁ ନେଇ କେତେକ ନିର୍ଦ୍ଦିଷ୍ଟ ରାଜନେତା ଓ ସିନେମା ତାରକା…

Read More