ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରଘୁନାଥପୁର ବ୍ଲକରୁ ୩ଜଣ, ବିରିଡ଼ି ବ୍ଲକରୁ ୩ଜଣ ଓ କୁଜଙ୍ଗ,ନାଉଗାଁ, ତିର୍ତ୍ତୋଲ, ଏରସମା ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ସମୁଦାୟ ୭୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭୩ ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ବର୍ତ୍ତମାନ ଜିଲ୍ଲାରେ ୧୩୨ ଜଣ ଆକ୍ରାନ୍ତ ଆକ୍ଟିଭ୍ ଅଛନ୍ତି।
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରୁ ଶନିବାର ଓ ରବିବାର ସଟ୍ଡାଉନ୍ କଟକଣା ଉଠିଲା । ଆସନ୍ତାକାଲିଠାରୁ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେବ ନାହିଁ । ତେବେ ପୂର୍ବ ନିୟମ ମୁତାବକ ସକାଳ ୭ଟାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ତେବେ ଗତକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଆସନ୍ତା କାଲିଠାରୁ ରାତ୍ରି ୯ ଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ ।
ମୁମ୍ବାଇ, ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦିଆଯାଉ।ଏହା କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ଦେଶରେ ଜିଓ ପ୍ଲାଟଫର୍ମ ମାଧ୍ୟରେ ବିଫ୍ଲବ ଆଣିଥିବା ମୁକେଶ ଅମ୍ବାନି। ପ୍ରଥମ ମୋବାଇଲ୍ କଲ୍ର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ସେ କହିଛନ୍ତି ଯେ ସାରା ବିଶ୍ୱ ଯେତେବେଳେ ୫ଜି ଟେଲିଫୋନ ଆଡ଼କୁ ମୁହାଁଉଛି ସେହି ସମୟରେ ୨ଜି ଯୁଗର ଫିଚର ଫୋନ୍କୁ ବନ୍ଦ କରିବାର ଆବଶ୍ୟକତା ରହିଛି। ଭାରତରେ ପ୍ରାୟ ୩୦ କୋଟି ଗ୍ରାହକ ବର୍ତ୍ତମାନ ସୁଦ୍ଧା ଫିଚର ଫୋନ ବ୍ୟବହାର କରୁଛନ୍ତି। ଫଳରେ ସେମାନେ ମୌଳିକ ଇଟଂରନେଟ୍ ସେବା ପାଇବାରୁ ବଂଚିତ ହେଉଛନ୍ତି । ୨ଜି କୁ ଇତିହାସ ପୃଷ୍ଠାରେ ସ୍ଥାନିତ କରି ଆଗକୁ ବଢିବା ଲାଗି ଜରୁରୀକାଳୀନ ଭିତିରେ ନୀତିଗତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଅମ୍ବାନି କହିଛନ୍ତି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଂପ୍ରତି କରୋନା ମହାମାରୀ ଲାଗି ରାଜ୍ୟରେ ସୃଷ୍ଟି ହୋଇଥିବା ରକ୍ତ ଅଭାବ ଦୂର କରବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱେଚ୍ଚାକୃତ ରକ୍ତଦାନ ସକାଶେ ଆହ୍ୱାନ ଦେଇଛନ୍ତି। ବ୍ରହ୍ମପୁର ସରକାରୀ ରକ୍ତଭଣ୍ଡାରରେ ଗଚ୍ଛିତ ରକ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ତରଫରୁ ଏମ୍କେସିଜି ମେଡ଼ିକାଲ୍ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଯେତେ ଦିନ ପର୍ଯ୍ୟନ୍ତ ରକ୍ତର ଅଭାବ ଦୂର ହେବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। କୋଭିଡ଼ ନିର୍ଦ୍ଦେଶାବଳୀ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟକ୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ରକ୍ତଦାନ ଶିବିରକୁ ପ୍ରତ୍ୟେକ ଦିନ ଉତ୍ସାହୀ ଯୁବକମାନେ ଆସି ରକ୍ତଦାନ କରିବାକୁ ବିଧାୟକ ବିକ୍ରମ ପଣ୍ଡା ନିବେଦନ କରିଛନ୍ତି। ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଏକ ବଡ଼ଧରଣର ଅବକାରୀ ଚଢ଼ାଉ ହୋଇ ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ କମ୍ଭଝରୀ ଗ୍ରାମରେ ବ୍ୟାପକ ଦେଶୀ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ଏବଂ ତହସିଲ୍ଦାର ଖବର ପାଇଥିଲେ। ଉଭୟ ବିଭାଗର ବହୁ କର୍ମଚାରୀଙ୍କ ସହ ଅତିର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ପ୍ରାୟ ୫୦୦୦ ଲିଟର ଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍ଧାର କରି ମେଡ଼ିକାଲ୍ ନେବାରେ ସହାୟତା କରିଥିଲେ। ଆଜି ଜଣେ ଯୁବକ ବ୍ରହ୍ମପୁର ଆଡ଼ୁ ଆନ୍ଧ୍ରା ପଟକୁ ଯାଉଥିବାବେଳେ କନିଷି ଛକ ନିକଟରେ ଦୁର୍ଘଟଣାରେ ଶିକାର ହୋଇଥିଲେ। ସେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଜିଲ୍ଲାପାଳ ଉକ୍ତ ରାସ୍ତା ଦେଇ ଯାଉଥିଲେ। ସେ ଆହତ ଯୁବକଙ୍କୁ ଦେଖିବା କ୍ଷଣି ଗାଡ଼ିରୁ ଓହ୍ଲାଇ ତୁରନ୍ତ ମେଡ଼ିକାଲ୍ ପଠାଇବା ବ୍ୟବସ୍ଥା କରିଥିଲେ। ଆହତ ଯୁବକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ।
ରମେଶ ମହାନ୍ତି ଜଗତସିଂହପୁର: ଆଜି ପାରାଦ୍ବୀପର ଟ୍ରେଡ୍ ସେଣ୍ଟର ଠାରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପାରାଦ୍ବୀପ ପୋର୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ ଏବଂ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି କୋଭିଡ୍ କେୟାର ସେଣ୍ଟରରେ ଲକ୍ଷଣ ବିହୀନ, ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ୍ ରୋଗୀ ଚିକିତ୍ସିତ ହେବେ। ସ୍ୱଳ୍ପ ସମୟ ମଧ୍ୟରେ ପାରାଦ୍ୱୀପ ପୋର୍ଟ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ୍ କେୟାର ସେଣ୍ଟର ପାଇଁ ଜିଲ୍ଲାପାଳ ପୋର୍ଟ ଅଧ୍ୟକ୍ଷ ରିଙ୍କେଶ ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଗତସିଂହପୁର ଜିଲ୍ଲାରେ ଲକ୍ଷଣ ବିହୀନ ଓ ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ୍ ରୋଗୀଙ୍କ ପାଇଁ ପାରାଦ୍ବୀପ ଟ୍ରେଡ୍ ସେଣ୍ଟରରେ ୨୦୦ ଶଯ୍ୟା, ଜଗତସିଂହପୁର ସରଳାଦେବୀ କଲ୍ୟାଣମଣ୍ଡପରେ ୩୦ ଶଯ୍ୟା, ଆଶ୍ରା ବିଲ୍ଡିଙ୍ଗରେ ୮୦ ଶଯ୍ୟା, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଠାରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ…
ମୁମ୍ବାଇ : ବିଜେପି ନେତା ଦେବେନ୍ଦ୍ର ଫଡ୍ନଭୀସ୍ ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି । ଫଡ୍ନଭୀସ କହିଛନ୍ତି ଯେ, ଶିବସେନା, କଂଗ୍ରେସ, ଏନ୍ସିପିର ମେଣ୍ଟ ସରକାର ଅର୍ଥାତ୍ ‘ମହା ବିକାଶ ଅଘାଡି‘ ଏକ ପରିବାର ନୁହେଁ ବରଂ ଏହା ହେଉଛି ତିନି ଦଳର ‘ଲିଭ-ଇନ୍-ରିଲେସନ୍ସିପ୍’ । ଏହି ମେଣ୍ଟ ସରକାରର ସଞ୍ଚାଳନ କାହା ହାତରେ ରହିଛି ତାହା ବୁଝିବା ଭାରି କଷ୍ଟ । କାରଣ ସତ୍ତାଧାରୀ ସରକାର ମଧ୍ୟରେ ଅତ୍ୟଧିକ ମନମୋଟାବ୍ ରହିଛି । ସେହିପରି ମେଣ୍ଟ ସରକାର ଭାଙ୍ଗିବା ନେଇ ଫଡ୍ନଭୀସ୍ କହିଛନ୍ତି ଯେ, ଆମେ ରାଜ୍ୟରେ ସରକାର ଭାଙ୍ଗିବାକୁ ଚାହୁଁନୁ । ଏମିତି କରିବାରେ ଆମର କୌଣସି ଇଚ୍ଛା ନାହିଁ । ଫଡ୍ନଭୀସ କହିଛନ୍ତି ଯେ, ବୈଚାରିକ ରୂପରେ ତିନି ଭିନ୍ନ ଦଳର ସରକାର କେବେ ଅଧିକ ସମୟ ଚାଲି ପାରିବ ନାହିଁ । ତେବେ ମେଣ୍ଟ ସରକାରରେ କଳହ ରହିଥିବାର ଖବରକୁ ଖାରଜ କରି…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ୨୦, ୫୧୭ କରୋନା ରୋଗୀଙ୍କୁ ସୁସ୍ଥ କରାଇବାରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କର ବିଶେଷ ଭୂମିକା ରହିଛି। ଆଜି ଗଞ୍ଜାମରୁ ସର୍ବାଧିକ ୨୧୨, କଟକରୁ ୧୧୬, ଖୁର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮, କୋରାପୁଟରୁ ୪୧, ରାୟଗଡାରୁ ୩୧,ଗଜପତିରୁ ୩୭, ସୁନ୍ଦରଗଡରୁ ୨୪, ଯାଜପୁରରୁ ୨୧, କଳାହାଣ୍ଡିରୁ ୨୦, ନବରଙ୍ଗପୁରରୁ ୧୯, ମୟୂରଭଞ୍ଜରୁ ୧୮, କନ୍ଧମାଳରୁ ୧୪, ମାଲକାନଗିରିରୁ ୧୨, ସମ୍ବଲପୁରରୁ ୧୧, ଭଦ୍ରଖ, କେନ୍ଦ୍ରାପଡା ଓ ପୁରୀରୁ ୧୦, ବରଗଡରୁ ୬, ବଲାଙ୍ଗୀରରୁ ୫, ବାଲେଶ୍ବରରୁ ୪, ବୌଦ୍ଧ, ଝାରସୁଗୁଡା ଓ ଜଗତସିଂପୁରରୁ ୩, ଅନୁଗୁଳ, ନୟାଗଡ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧ ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛନ୍ତି। ଏବେ ରାଜ୍ୟରେ ୧୧,୧୪୫ ସକ୍ରିୟ କରୋନା ରୋଗୀ ଅଛନ୍ତି।
ନୋଏଡା: ନୋଏଡାଠାରେ ଏକ ନିର୍ମାଣାଧୀନ କୋଠା ଭୁଷୁଡି ପଡିଛି। ଏହି କୋଠା ତଳେ ବହୁ ଲୋକ ଦବି ରହିଥିବାର ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ୍ ଓ ପ୍ରଶାସନର ଟିମ୍ ଉପସ୍ଥିତ କରି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ନୋଏଡର ସେକ୍ଟର 11 ସ୍ଥିତ ଏଫ୍ -62ରେ ଏକ ବଡ କୋଠାର ଭୁଷୁଡି ପଡିଛି। ଏହି କୋଠାଟି ନିର୍ମାଣଧୀନ ଥିଲା ବୋଲି ସୂଚନା ରହିଛି। ଏହି କୋଠା ତଳେ 10ରୁ ଅଧିକ ଲୋକେ ଦବି ରହିଥିବାର ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ମୁମ୍ବାଇର ଭାନୁଶାଳୀ କୋଠା ଭୁଷୁଡି ପଡିବାରୁ 10 ଜଣଙ୍କର ମୃତ୍ୟୁ ହୋଇଥିଲା। (ଏଜେନ୍ସି)
ଭୁବନେଶ୍ୱର : ଆଜି ସରକାରଙ୍କ ତରଫରୁ ଅନଲକ୍ 3.0ର ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନ୍ ଅନୁସାରେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି ଓ ରାଉରକେଲାରେ ଲକ୍ଡାଉନ୍କୁ ହଟାଯାଇଥିବାବେଳେ ପୂର୍ବବତ୍ ସାପ୍ତାହିକ୍ ସଟ୍ଡାଉନ୍ ଜାରି କରାଯାଇଛି । ଏହି ଗାଇଡଲାଇନ୍ରେ ରାଜ୍ୟର ସରକାରୀ ଅଫିସ ଓ କର୍ମଚାରୀଙ୍କ ପାଇଁ ଅଗଷ୍ଟ ମାସ ନିମନ୍ତେ ନୂତନ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ବନ୍ଦ ରହିବ ବୋଲି ସୂଚନା ରହିଛି । ଏହାସହିତ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ, ଅଗଷ୍ଟ ମାସରେ ସରକାରୀ ବିଭାଗର ସମସ୍ତ ବିଭାଗ ଓ ଅଧସ୍ତନ ଦପ୍ତରରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ମିଶାଇ ସର୍ବାଧିକ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ କରିବାକୁ କୁହାଯାଇଛି। ସମସ୍ତ ସରକାରୀ…
ହଂକକଂଗ: ହଂକକଂଗରେ କରୋନା ଲାଗି ନିର୍ବାଚନକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏକ ବର୍ଷ ପାଇଁ ବିଧାନ ପରିଷଦକୁ ସ୍ଥଗିତ କରାଯାଇଛି। ଶୁକ୍ରବାର ଦିନ ହଂକକଂଗର ନେତା କେରୀ ଲାମ ଘୋଷଣା କରିଛନ୍ତି ଯେ, ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବହୁ ପ୍ରତୀକ୍ଷିତ ବିଧାନ ପରିଷଦ ନିର୍ବାଚନକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି। ହଂକକଂଗ ସରକାର ନିର୍ବାଚନ ସ୍ଥଗିତ କରିବା ପାଇଁ ଜରୁରୀକାଳୀନ ଅଧ୍ୟାଦେଶ ଲାଗୁ କରିଛନ୍ତି। ଲାମ୍ କହିଛନ୍ତି ଯେ, ଚୀନ୍ ସରକାରଙ୍କ ସମର୍ଥନରେ ଏହି ନିର୍ଣ୍ଣୟ ନିଆଯାଇଛି। ଲାମ୍ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ତଥା ନିର୍ବାଚନ ନିଷ୍ପକ୍ଷତା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି। ନିର୍ବାଚନ ସ୍ଥଗିତ ରଖିବାର ନିଷ୍ପତ୍ତି ଲୋକତନ୍ତ୍ର ସମର୍ଥକ ଓ ବିପକ୍ଷଙ୍କ ପାଇଁ ବଡ ଝଟ୍କା ହୋଇଛି। ବିରୋଧୀ ଦଳ ଏହି ନିର୍ବାଚନରେ ଚୀନ୍ ସ ମର୍ଥକଙ୍କଠାରୁ ଜନତାଙ୍କ ମୋହଭଙ୍ଗର ଲାଭ ଉଠାଇବା…
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଭୟାବହ ସ୍ଥିତିକୁ ଯାଉଛି। ଏହାକୁ ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନିଆ ନଗଲେ, ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର ଯଥେଷ୍ଟ ଆଶଙ୍କା ଅଛି ବୋଲି କହିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପିସିସି ସଭାପତି ଆଗାମୀ ଦିନରେ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ପାଇଁ କଂଗ୍ରେସ ଦଳ ତରଫରୁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସରକାରର ମୁଖ୍ୟ ଭାବରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଦୁର୍ବିପାକ ସହ ଲଢିବାର ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଚର୍ଚ୍ଚା ଆଲୋଚନା କରି ଏହି ଅଭିଯାନକୁ ଏକ ସଫଳତାର ଦିଗରେ ଆଗକୁ ନେବାକୁ ଉଦ୍ୟମ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ ନିର୍ଦ୍ଦିଷ୍ଟ ଭାବରେ ସରକାରଙ୍କୁ ଚାରୋଟି ପ୍ରସ୍ତାବ ଦେଇଛନ୍ତି- ୧. ଜଣେ ବ୍ୟକ୍ତି ଯିଏ ସରକାରୀ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଚାହୁଁ ନାହିଁ,…
ଭୁବନେଶ୍ବର: ଆଜି ରାଜ୍ୟସରକାର ଅନଲକ୍ 3.0ର ଗାଇଡ ଲାଇନ ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାରେଟି ଜିଲ୍ଲା ଓ ଦୁଇଟି ମହାନଗର ନିଗମକୁ ଜୁଲାଇ 31 ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଥିଲେ। ତେବେ ଏହି ଅନ୍ଲକ୍ 3.0ରେ ଲକ୍ଡାଉନ୍କୁ ଖୋଲି ଦେଇଥିବାବେଳେ ପୁଣି ଥରେ ସଟ୍ଡାଉନକୁ ଲାଗୁ କରିଛନ୍ତି। ଗଞ୍ଜାମ, ଖୋର୍ଦ୍ଧା,କଟକ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟ୍ଡାଉନ୍ ପୂର୍ବବତ୍ ଲାଗୁ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସଟ୍ଡାଉନ୍ରେ ପୂର୍ବରୁ ଥିବା ସମସ୍ତ କଟକଣା ଲାଗୁ ହେବ ବୋଲି ସୂଚନା ରହିଛି। ସେହିପରି କେନ୍ଦ୍ର ସରକାର ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କରିଥିବାବେଳେ ରାଜ୍ୟ ସରକାର ଏହାକୁ ବଳବତ୍ତର ରଖିଛନ୍ତି। ରାତ୍ରି 9ଟାରୁ ସକାଳ 5ଟା ଯାଏ ସାଧାରଣ ଆତଯାତ ବନ୍ଦ ରହିବ। ତେବେ ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ। ଅପରପକ୍ଷରେ ରାଜ୍ୟ ସରକାର କୋଭିଡ୍ କଟକଣା ଓ ଜରିମାନାକୁ…
ଭୁବନେଶ୍ବର: ଆଜି ଅଗଷ୍ଟ ମାସ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। -କଣ୍ଟେନମେଣ୍ଟ ଜୋନ୍ରେ ଲକ୍ଡାଉନ୍ ସମ୍ପୂର୍ଣ୍ଣ ଭାବେ ଲାଗୁ ରହିବ। ଏଠାରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି । -ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଯଥା ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ ଆଦି ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ। -ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। -ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ସିନେମା ହଲ୍, ଅଡିଟୋରିୟମ୍, ସୁଇମିଂ ପୁଲ୍, ଆସେମ୍ଲି ହଲ୍ ବନ୍ଦ ରହିବ। -ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶଗୁଡିକୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। -ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଅଙ୍ଗନଓ୍ବାଡିଗୁଡିକ ମଧ୍ୟ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ପରୀକ୍ଷା ହୋଇପାରିବ। -କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ୍ ମୁତାବକ ଅଗଷ୍ଟ 5ରୁ ଯୋଗ ସେଣ୍ଟର…
ଭୁବନେଶ୍ବର: କରୋନା କଟକଣାକୁ ଆଖିଆଗରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଆଜି ପ୍ରେସ୍ ମିଟ୍ କରାଯାଇଛି। ଗତକାଲି କେନ୍ଦ୍ର ସରକାରଙ୍କ ତରଫରୁ ଅନଲକ୍ 3.0ର ଗାଇଡଲାଇନ୍ ଜାରି କରାଯାଇଥିବାବେଳେ ଆଜି ରାଜ୍ୟସରକାର ଅନ୍ଲକ 3.0ର ଗାଇଡଲାଇନ୍ ଜାରି କରିଛନ୍ତି। ତେବେ ଏହି ଗାଇଡ ଲାଇନ୍ରେ କଟକଣା ଓ ଜରିମାନାକୁ କଡାକଡି କରିଛନ୍ତି। ମାସ୍କ ନ ପିନ୍ଧିଲେ ପ୍ରଥମ ଦୁଇ ଥର ନିୟମ ଉଲ୍ଲଂଘନ ଅଭିଯୋଗ ପାଇଁ 1000 ଟଙ୍କାର ଜରିମାନା ଆଦାୟ ହେବ। ସେହିପରି ପରବର୍ତ୍ତୀ ସମୟରେ ବିନା ମାସ୍କରେ ଧରାପଡିଲେ ଏହା 5000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କୋଭିଡ୍ ନିୟମ ନ ମାନି ବାହାଘର କଲେ 10 ହଜାର ଟଙ୍କାର ଜରିମାନା ଦେବାର ପ୍ରାବଧାନ ରହିଛି। ତେବେ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି ହେଲେ 10 ହଜାରରୁ ଅଧିକ ଜରିମାନା ଆଦାୟ ହେବା ନେଇ ନିଷ୍ପତ୍ତି ନିଆଯିବ। ସେହିପରି…
କଟକ : କଟକ ଶିଶୁଭବନରେ ଜଣେ କରୋନା ପଜିଟିଭ୍ ଶିଶୁର ମୃତ୍ୟୁ ହୋଇଛି । ତେବେ ଶିଶୁ ପୁତ୍ରର ମୃତ୍ୟୁ ହେବା ପରେ କ ଶିଶୁ ପୁତ୍ରର ବାପା ମା’ ଶିଶୁ ପୁତ୍ରକୁ ଧରି ହସ୍ପିଟାଲରୁ ଚମ୍ପଟ ମାରିଛନ୍ତି । ଏନେଇ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଏତଲା ଦିଆଯାଇଛି । ଆଜି ସକାଳେ ଧଉଳି ଅଞ୍ଚଳରୁ ୬ ବର୍ଷର ପୁଅକୁ ଧରି ବାପା ଓ ମା ମେଡିକାଲ ଆସିଥିଲେ। ନିୟମାନୁସାରେ ଆଡମିଶନ ପୂର୍ବରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା। ଆଣ୍ଟିଜେନ ଟେଷ୍ଟରେ ଛୁଆ ଓ ମାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଆଇସୋଲେସନ ୱାର୍ଡରେ ଥିବା ଛୁଆଟିର ମୃତ୍ୟୁ ହୋଇସାରିଥିଲା। ମା’ ଛୁଆଙ୍କର ପଜିଟିଭ୍ ଆସିବାରୁ ଶିଶୁ ଭବନ ସିଏମ୍ସିକୁ ଜଣାଇଥିଲା । ସିଏମ୍ସି ଷ୍ଟାଫ୍ ଆସିବା ବେଳକୁ ମୃତ ଶିଶୁକୁ ଧରି ବାପା ମା’ ପଳାଇ ସାରିଥିଲେ…
ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ନୌ-ବାଣିଜ୍ୟ ଐତିହ୍ୟ ଗ୍ୟାଲେରୀର ଶୁଭ ଉନ୍ମୋଚନ କରାଯାଇଛି । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ଲାଇନ୍ରେ ଏହାର ଭର୍ଚୁଆଲ ଉନ୍ମୋଚନ କରିଥିଲେ । ଉନ୍ମୋଚନ ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି ଗ୍ୟାଲେରୀ ଆଗାମୀ ପିଢ଼ି ପାଇଁ ବହୁ ଉ ପାଦେୟ ହେବା ସହ ଏ କ୍ଷେତ୍ରରେ କାର୍ଯ୍ୟରତ ଗବେଷକ, ଜିଜ୍ଞାସୁ ଓ ଇତିହାସେ ପ୍ରମୀମାନଙ୍କୁ ଏହା ବହୁ ମୂଲ୍ୟବାନ ତଥ୍ୟ ଯୋଗାଇ ପାରିବ ବୋଲି କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଆମାନେ ନୌବାଣିଜ୍ୟରେ କି ପରି ନି ପୁଣ ଥିଲେ ସେ ଉ ପରେ ଆଲୋପାତ କରିଥିଲେ। ସେମାନେ ଦରିଆ ପାରି ଦେଶମାନଙ୍କରେ ବାଣିଜ୍ୟ କରି କେବଳ ଧନ ଅର୍ଜନ କରୁ ନଥିଲେ ବରଂ ସେଠାରେ…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 128 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍ରୁ 85 ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ କଣ୍ଟାକ୍ଟ 43 ଜଣ ରହିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏକ କ୍ବାରେଣ୍ଟାଇନ୍ ସେଣ୍ଟରରୁ18 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାଲିଆ ସାହିରୁ 6ଜଣ, ସତ୍ୟନଗରରୁ 6ଜଣ, ଭରତପୁରରୁ 6 ଜଣ ଚିହ୍ନଟ ରହିଥିବାବେଳେ 5 ପୋଲିସ୍ କର୍ମଚାରୀ ରହିଥିବାବେଳେ ଘରୋଇ ହସ୍ପିଟାଲର 4 ଜଣ କର୍ମଚାରୀ ରହିଛନ୍ତି । ଅଶୋକ ନଗରରୁ 3 ଜଣ ରହିଥିବାବେଳେ ନିଉ ଫରେଷ୍ଟ ପାର୍କରୁ 3 ଜଣ, ବରମୁଣ୍ଡାରୁ ତିନି ଜଣ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରୁ 4 କର୍ମଚାରୀ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ତିନିଜଣ ରହିଥିବାବେଳେ ଏକ ମିଡିଆ ହାଉସର ତିନିଜଣ ସଂକ୍ରମିତ ହୋଇଥିବାର ସୂଚନା…
ଭୁବନେଶ୍ବର, ୦୨୮୬୧/୦୨୮୬୨ ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସେବାକୁ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କାଯିବାକୁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଅଗଷ୍ଟ ମାସ ୩ ତାରିଖ ରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲା ଠାରୁ ପ୍ରତିଦିନ ଭୋର ୫ଘ.୧୦ମି.ରେ ଛାଡିବାକୁ ଥିବା ବେଳେ ଭୁବନେଶ୍ୱର ଠାରୁ ଏହା ଅପରାହ୍ନ ୨ଘ.୧୦ମି.ରେ ଛାଡିବ। ଏହି ଟ୍ରେନ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ ଏବଂ ନାରାଜ ମାର୍ଥାପୁର ଷ୍ଟେସନ ମାନଙ୍କରେ ରହଣି କରିବ। ଏହା ବ୍ୟତୀତ, ଅନ୍ୟ ଦୁଇଟି ଅନ୍ତଃ ରାଜ୍ୟ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ନିମ୍ନ ଅନୁଯାୟୀ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି। ସେଗୁଡିକ ହେଲା ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୩/୦୮୪୯୪) ଅଗଷ୍ଟ ମାସ ପହିଲା ଠାରୁ ୧୨…
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ଆଜି ପାଞ୍ଚଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଅଛି । ମାହୁଡାର ମାହୁଡା ସର୍ଭିସ କୋ-ଅପରେଟିଭ୍ ସୋସିଆଇଟି ବ୍ୟାଙ୍କର ଲୁଟ୍ ଯୋଜନା କରୁଥିବାବେଳେ ଧରା ପଡିଛନ୍ତି । ଧରାପଡିଥିବା ପାଞ୍ଚ ଦୁଦ୍ଦାନ୍ତ ଅପରାଧୀ ହେଉଛନ୍ତି ଲାଞ୍ଚିପଲ୍ଲୀରୁ 21 ବର୍ଷୀୟ କେ ଅମିତ ପାତ୍ର, ଲାଠି ଗ୍ରାମର 24 ବର୍ଷୀୟ ଶ୍ୟାମସୁନ୍ଦର ଗୌଡ ଓରଫ ଚେରୁ, ଲାଞ୍ଚିପଲ୍ଲୀର 23 ବର୍ଷୀୟ ରବି ପଣ୍ଡା, ଲାଠି ଗାମର 26 ବର୍ଷୀୟ ପିଣ୍ଟୁ ଗୌଡ ଓରଫ ପଣ୍ଡା, ଅଯୋଧ୍ୟାନଗରର ସଞ୍ଜୟ ନାୟକ ପ୍ରମୁଖ ରହିଛନ୍ତି । ଏହି ଅପରାଧୀମାନଙ୍କଠାରୁ ଦୁଇଟି ଖଣ୍ଡା, ଦୁଇଟି ବୋମା ଏବଂ ଟର୍ଚ୍ଚ ଲାଇଟ୍ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଏହି ଅପରାଧୀମାନଙ୍କୁ ଦିଗ୍ପହଣ୍ଡି ପୋଲିସ୍ ଗିରଫ କରି ସେମାନଙ୍କ ବିରୋଧରେ କେସ୍ ନମ୍ବର 159 ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

