Author: Samikhsya Bureau

କଟକ :  ଆଜି କଟକ ସହରରୁ 22 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 22 ଜଣ ସଂକ୍ରମିତଙ୍କ ମଧ୍ୟରୁ 15 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 7ଟି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି  ବୋଲି ସିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। କ୍ୱାରେଣ୍ଟାଇନରେ ଥିବା 15 ଜଣ ସଂକ୍ରମିତଙ୍କ ମଧ୍ୟରୁ 9ଜଣ ସରକାରୀ କ୍ବାରେଣ୍ଟାଇନ୍‌ରେ ଥିବାବେଳେ 2 ଜଣ ପେଡ୍‌ କ୍ବାରେଣ୍ଟାଇନ୍‌ ଓ ଅନ୍ୟ 4 ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ସୂଚନା ରହିଛି । ସେହିପରି ସ୍ଥାନୀୟ 7 ଜଣ ସଂକ୍ରମିତଙ୍କ ମଧ୍ୟରେ ଜଣେ 46 ବର୍ଷୀ ସିଏମ୍‌ସି କର୍ମଚାରୀ ରହିଥିବାବେଳେ  ବାଦାମବାଡି ରକ୍ସି ଲେନରୁ 25 ବର୍ଷୀୟ ଯୁବକ ରହିଛନ୍ତି । ଚାଉଳିଆଗଞ୍ଜ ପୋଲିସ ଷ୍ଚେସନ ନିକଟରୁ ଜଣେ 34 ବର୍ଷୀୟ ଯୁବକ, ନାୟକ ସାହିରୁ ଜଣେ 53ବର୍ଷୀୟ ବ୍ୟକ୍ତି, ମହାନଦୀ ବିହାରରୁ 40 ବର୍ଷୀୟା ମହିଳା, ଏସସିବିର ଜଣେ 31 ବର୍ଷୀୟ କରୋନା ଯୋଦ୍ଧା ଏବଂ କ୍ୟାଣ୍ଟନମେଣ୍ଟ୍…

Read More

ପଞ୍ଜାବ : ପଞ୍ଜାବରେ ବିଷାକ୍ତ ମଦ ପିଇ 26ଜଣଙ୍କ ମୃତ୍ୟୁ ହୋଇଛି । ପଞ୍ଜାବର ଅମୃତସର, ବାଟଲା ଓ ତରନତାରନ ଆଦି ଅଞ୍ଚଳରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ଏବେ 26ରେ ପହଞ୍ଚିଛି । ପୋଲିସ ବିଷାକ୍ତ ମଦ ପ୍ରସ୍ତୁତ କରୁଥିବା କିଛି ଲୋକଙ୍କୁ ଗିରଫ ମଧ୍ୟ କରିଛି । ଏହା ସହିତ ଏହି ଘଟଣାରେ ଥାନାର ଏସଏଚଓଙ୍କୁ ନିଲମ୍ବିତ ମଧ୍ୟ କରିଛି । ଏହି ମାମଲା ପାଇଁ ଏସଆଇଟି ପ୍ରସ୍ତୁତ ହୋଇ ଏହା ତଦନ୍ତ ଆରମ୍ଭ ହୋଇଛି । ବିଷାକ୍ତ ମଦ ପିଇ ପଞ୍ଜାବର ତିନି ସହରରୁ 26ଜଣଙ୍କର ମୃତ୍ୟୁ ହୋଇଛି । ଅମୃତସର ଓ ତରନତାରନ୍‌ରୁ 10 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳ ବାଟଲାରୁ 6ଜଣ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ ତରନତାରନ୍‌ରୁ 10 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ଶନିବାର ଦିନ ଏହି ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଜଣଙ୍କର ଆଖି…

Read More

ଚେନ୍ନାଇ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଗିରଫ କରିବା ଦାବିରେ ଏକ ଯାଚିକା ଦାୟର କରାଯାଇଛି । କେବଳ ବିରାଟ କୋହଲି ନୁହନ୍ତି ଅଭିନେତ୍ରୀ ତମନ୍ନାଙ୍କ ବିରୋଧରେ ମଧ୍ୟ ସମାନ ମାମଲା ରୁଜୁ କରାଯାଇଛି । ଅନ୍ଲାଇନ୍ ଗ୍ୟାମ୍ବଲିଂକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ମାଦ୍ରାସା ହାଇକୋର୍ଟରେ  ଏହି ଯାଚିକା ଦାଖଲ କରାଯାଇଛି । ବିରାଟ ଏବଂ ତମନ୍ନାଙ୍କୁ କୋଟି କୋଟି ଯୁବପିଢି ଅନୁସରଣ କରନ୍ତି ତେଣୁ ଏପରି ପଦକ୍ଷେପ ସମାଜ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଅଭିଯୋଗକାରୀ ଆଇନଜୀବୀ ନିଜ ପିଟିସନ୍‌ରେ  ଉଲ୍ଲେଖ କରିଛନ୍ତି ।  ଏହି ଯାଚିକାରେ ଗ୍ୟାମ୍ବଲିଂରେ ଜଣେ ଯୁବକ ସମସ୍ତ ପଇସା ହାରି ନ ଶୁଝିପାରି ପରେ ଆତ୍ମହତ୍ୟା କରିଥିବାର ଉଲ୍ଲେଖ ରହିଛି । ସେହିପରି ସମସ୍ତ ଅନ୍ଲାଇନ୍ ଗ୍ୟାମ୍ବଲିଂ ଆପ୍କୁ ତୁରନ୍ତ ବ୍ୟାନ୍ କରିବା ପାଇଁ ଆବେଦନକାରୀ ଦାବି କରିଛନ୍ତି । ଆସନ୍ତା ମଙ୍ଗଳବାର ଦିନ ଏହି ମାମଲାର ବିଚାର କରାଯିବ…

Read More

ତିରଅନନ୍ତପୁରମ୍‌ :  ସର୍ବଦା ଭିନ୍ନ ଭିନ୍ନ ଉପାୟ ବାହାର କରି ଚର୍ଚ୍ଚାରେ ରହୁଥିବା କେରଳ ରାଜ୍ୟ ଏବେ କଏଦୀଙ୍କ ପାଇଁ ଏକ ଅଭିନବ ଉପାୟ ବାହାର କରିଛି । ଜେଲ୍‌ରେ ରହୁଥିବା କଏଦୀଙ୍କ ଜୀବନକୁ ସୁନିୟନ୍ତ୍ରିତ ତଥା ସାବଲୀଳ କରିବା ପାଇଁ ଏକ ଉପାୟ ବାହାର କରାଯାଇଛି । କେରଳରେ ଏବେ ପେଟ୍ରୋଲ୍‌ ପମ୍ପରେ ଜେଲ୍‌ର କଏଦୀ ମାନେ କର୍ମଚାରୀ ରୂପେ କାର୍ଯ୍ୟ କରିବେ  । କଏଦୀଙ୍କ ସମସ୍ତ ଦରମାକୁ ତାଙ୍କ ଘରକୁ ପଠାଯିବ । କେରଳ ସରକାରୀ ଇଣ୍ଡିଆନ ଅଏଲ୍‌ କର୍ପୋରସେନ୍‌ ସହ ଜେଲ୍‌ ପରିସରରେ ଏବେ ପେଟ୍ରୋଲ୍‌ ପମ୍ପ ଚାଲୁ କରିଛନ୍ତି । ଜେଲ୍‌ ଡିଜିପି ଋଷିରାଜ ସିଂହ କହିଛନ୍ତି ଯେ, ପେଟ୍ରୋଲ ପମ୍ପ ଯୋଗୁ ଜେଲ୍‌ର କଏଦୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ତେବେ କେରଳରେ କଏଦୀମାନଙ୍କ ପାଇଁ ବହୁ ପ୍ରକାରର ପରିଯୋଜନା ମାନ ପ୍ରସ୍ତୁତ କରାଯାଇଛି । ଗୋଟିଏ ପେଟ୍ରୋଲ୍‌ ପମ୍ପ୍‌ରେ 15 ଜଣ କଏଦୀଙ୍କୁ ନିଯୁକ୍ତି…

Read More

ପ୍ରକାଶମ:  ମଦ ନ ମିଳିବାରୁ ହ୍ୟାଣ୍ଡ ସାନିଟାଇଜର୍‌ ପିଇ 9ଜଣ ମୃତ୍ୟବରଣ କରିଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପିଇ ଅତି କମରେ 9  ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ଦେଇଛି ପୁଲିସ। କୁରିଚେଡୁ ସହରରେ ଏହି ଦଃଖଦ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ରାତିରେ ଅନ୍ୟ ଦୁଇଜଣ ଏବଂ ଶୁକ୍ରବାର ସକାଳେ ଅନ୍ୟ 6ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ତିନିଜଣ ଭିକାରୀ ଏବଂ ବାକି ଲୋକ ହେଉଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା। ଗତ ଦୁଇ ଦିନ ମଧ୍ୟରେ 20ଜଣ ଲୋକ ସାନିଟାଇଜର ପିଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ନଅଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତ ବ୍ୟକ୍ତିମାନେ ହେଲେ 25 ବର୍ଷୀୟ ଅନୁଗୁଣ୍ଡା ଶ୍ରୀନୁ, 35 ବର୍ଷୀର୍ ଭୋଗେମ୍ ତିରୁପତାୟା, 60 ବର୍ଷୀୟ ଗୁଣ୍ଟାକା ରାମି ରେଡ୍ଡୀ 28…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସମ୍ପ୍ରତି କରୋନା ମହାମାରୀ ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ଦିନକୁ ଦିନ ବିଗିଡିବାରେ ଲାଗିଛି। ଯେତେ ସବୁ ସରକାରଙ୍କ ରିପୋର୍ଟ ଆସୁଛି ପ୍ରାୟ ଲୋକ କୋଭିଡ ପରିବର୍ତ୍ତେ ଅନ୍ୟାନ୍ୟ ରୋଗରେ ଅଧିକା ଆକ୍ରାନ୍ତ କିମ୍ବା ପୁରୁଣା ରୋଗରେ ମୃତ୍ୟୁବରଣ କରୁଛନ୍ତି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ଠାରେ ସମ ସ୍ଥିତି ଉପୁଜିଛି। ତା’ର ମୁଖ୍ୟ କାରଣ ବ୍ରହ୍ମପୁରଠାରେ ଅବସ୍ଥିତ ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫେରାଲ ଚିକିତ୍ସାଳୟ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲ। ଯେଉଁଠାରେ କି କାଜୁଆଲ୍‌ଟି ଓ ଓପିଡି ସହ ଇଣ୍ଡୋର ଚିକିତ୍ସା ବ୍ୟବସ୍ଥା ବନ୍ଦ ହୋଇ ରହିଛି। ରୋଗ ଅନୁଯାୟୀ ଅଭିଜ୍ଞ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଷ୍ଟାଫମାନଙ୍କୁ ଅନ୍ୟ ସ୍ଥାନରେ ନିୟୋଜିତ କରିଦେଇଛନ୍ତି। ଯା ଦ୍ବାରା ବହୁ ରୋଗୀ ଉପଯୁକ୍ତ ଚିକିତ୍ସା ତୁରନ୍ତ ଓ ଠିକ୍ ସମୟରେ ନ ପାଇ ମୃତ୍ୟୁର ଶିକାର ହେଉଛନ୍ତି। ଯାହା ନିକଟ ଅତୀତରେ…

Read More

ମଧ୍ୟପ୍ରଦେଶ : ସ୍ବାମୀକୁ ପ୍ରତାରଣା ଦେବା ଅଭିଯୋଗରେ ଜଣେ ସ୍ତ୍ରୀକୁ ମିଳିଛି କଠୋର ଦଣ୍ଡ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ଆସିଛି । ଏଠାରେ ଏକ ବିବାହିତା ମହିଳାଙ୍କର ବିବାହ ପରେ ଅନ୍ୟ ଏକ ପୁରୁଷ ସହ ପ୍ରେମ ସମ୍ପର୍କ ରହିଥିବା ସନ୍ଦେହରେ ସ୍ତ୍ରୀକୁ  କଠୋର ଦଣ୍ଡ ମିଳିଛି । ସ୍ବାମୀଙ୍କୁ ପ୍ରତାରଣା ଦେବା ଅଭିଯୋଗରେ ସ୍ତ୍ରୀ ଜଣକୁ ନିଜ ସ୍ବାମୀକୁ କାନ୍ଧରେ ବସାଇ ଗାଁ ସାରା ବୁଲିବାକୁ ପଡିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ସର୍ବସାଧାରଣରେ ଜଣେ ସ୍ତ୍ରୀଲୋକ ସହିତ ଏପରି ବ୍ୟବହାର ପ୍ରଦର୍ଶନ ହେଉଥିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ଏହି ଦଣ୍ଡକୁ ଉପଭୋଗ କରୁଥିଲେ ଏବଂ ଭିଡିଓ ସୁଟିଂ କରୁଥିଲେ । କେହି ମଧ୍ୟ ମହିଳାଙ୍କୁ ସାହାଯ୍ୟ କରିନଥିଲେ । ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରବିବାର ଦିନ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର-ବାଲୁଗାଁରେ ଚୋରା ଦେଶୀ ମଦବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ପୋଲିସ ଏବଂ ଅବକାରୀ ହାତରେ ଧରା ପଡ଼ି ଗିରଫ ହେଲେ ସୁଦ୍ଧା ଏମାନଙ୍କ ଚେତା ପଶୁନି। ଲକ ଡ଼ାଉନରେ ଘରେ ଘରେ ସମସ୍ତେ ନିଜକୁ ବଡ଼ ଦେଶୀ ମଦ ବେପାରୀ ଭାବୁଛନ୍ତି ଏବଂ ଚୋରାରେ ମଦ ବିକ୍ରି କରି ସମାଜକୁ ନଷ୍ଟ କରୁଛନ୍ତି। ଗତକାଲି ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ଏବଂ ଜିଲ୍ଲା ଭ୍ରାମ୍ୟମାଣ, ଭୁବନେଶ୍ୱର ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ହୃଦୟ ଚନ୍ଦ୍ର ସାମନ୍ତ ନିଜ ଟିମ ସହ କୌଣସି ସୂତ୍ରରୁ ଖବର ପାଇ ଅପରାହ୍ନ ୪ ଘଟିକାରୁ ବାଣପୁର ଥାନା ଅନ୍ତର୍ଗତ ଘଣ୍ଟଶିଳା ପର୍ବତ ହନୁମାନ ମନ୍ଦିର ପାଖ କୁମ୍ଭାର ସାହି ରୋଡ଼ ନିକଟରେ ଛକି ରହିଥିଲେ। ପାଖାପାଖି ସନ୍ଧ୍ୟା  ୬ ଘଟିକାରେ ୪ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୧୩ଲିଟର…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 8ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାରୁ 4ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ନୟାଗଡ, ସୁନ୍ଦରଗଡ ଓ ଗଜପତିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ସମସ୍ତ ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 81, 49, 45 ଓ 73 । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 79 । ସେହିପରି ନୟାଗଡ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ ହେଉଛନ୍ତି 82 ବର୍ଷୀୟା ମହିଳା । ସେହିପରି ଗଜପତିରୁ 58 ବର୍ଷୀୟ ମହିଳା ମୃତ୍ୟୁବରଣ କରିଥିବାବେଳେ ସୁନ୍ଦରଗଡର ଆକ୍ରାନ୍ତଙ୍କ ବୟସ 52 ବର୍ଷ ବୋଲି ଜଣାପଡିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 177କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ସର୍ବାଧିକ 94ଜଣଙ୍କର…

Read More

ଭୁବନେଶ୍ବର : ଆଜି 29 ଜିଲ୍ଲାରୁ ମୋଟ୍‌ 1499 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 368 ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 214 ଜଣ, ଗଜପତିରୁ 97, ଢେଙ୍କାନାଳରୁ 92, କୋରାପୁଟରୁ 81, ସୁନ୍ଦରଗଡରୁ 75, ନୟାଗଡରୁ 67,  ସମ୍ବଲପୁରରୁ 56, କନ୍ଧମାଳରୁ 50, କଳାହାଣ୍ଡିରୁ 44, ରାୟଗଡାରୁ 40, ବାଲେଶ୍ବରରୁ 37, ପୁରୀରୁ 36, ନବରଙ୍ଗପୁରରୁ 33, କଟକରୁ 28, ମାଲ୍‌କାନଗିରିରୁ 26, ଅନୁଗୁଳୁରୁ 25, ଯାଜପୁର ଓ ବଲାଙ୍ଗିରରୁ 19 ଜଣ ଲେଖାଏ ରହିଥିବାବେଳେ କେଉଁଝରରୁ 16, ଜଗତସିଂହପୁରର 15, କେନ୍ଦ୍ରାପଡାରୁ 14,  ମୟୂରଭଞ୍ଜରୁ 13,  ବରଗଡରୁ 10,  ନୂଆପଡାରୁ 9, ଝାରସୁଗୁଡାରୁ 7, ସୋନପୁରରୁ 5, ଦେବଗଡରୁ 2 ଓ ଭଦ୍ରକରୁ ଜଣେ ରହିଛନ୍ତି ।

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ପୁଣି ଥରେ ଟ୍ରାଫିକ୍‌ ନିୟମକୁ କଡାକଡି କରାଯାଇଛି । ଉତ୍ତରପ୍ରଦେଶରେ ଗାଡି ଚଲାଇବା ସମୟରେ ମୋବାଇଲ୍‌ରେ କଥା ହେବା ବେଶ୍‌ ମହଙ୍ଗା ପଡିବ । ଯଦି ଆପଣ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ଚଳାଉଥିବା ସମୟରେ ମୋବାଇଲ୍‌ ଫୋନ୍‌ରେ କଥା ହେଉଛନ୍ତି ତେବେ ଆପଣଙ୍କୁ ପ୍ରଥମ ଥର ପାଇଁ 1ହଜାର ଟଙ୍କା, ଦ୍ବିତୀୟ ଥର ପାଇଁ 10 ହଜାର ଟଙ୍କାର ଜରିମାନା ଲାଗିବ । ଉତ୍ତରପ୍ରଦେଶରେ ମୋଟର ଯାନ ସମ୍ପର୍କିତ ନିୟମାବଳୀ ଜାରି କରାଯାଇଛି । ନିୟମମୁତାବକ ବିନା ହେଲମେଟ୍‌ରେ ଗାଡି ଚାଳନା ପାଇଁ 1000ଟଙ୍କା ଜରିମାନା ପଡିବ । ସେହିପରି ପ୍ରଥମ ଥର ପାଇଁ ପାର୍କିଂ ଉଲ୍ଲଂଘନ ଅଭିଯୋଗରେ 500ଟଙ୍କା ଓ ଦ୍ବିତୀୟ ଥର ପାଇଁ 1500ଟଙ୍କାର ଜରିମାନା ପଡିବ । ଏହା ସହିତ ସିଟ୍‌ ବେଲ୍ଟ ପାଇଁ  ଏକ ହଜାର  ଓ ବିନା ଲାଇସେନ୍ସ ବା 14 ବର୍ଷର କମ୍‌ ଶିଶୁଙ୍କ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1499 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 914ଜଣ ଚିହ୍ନଟ ହୋଇଥିବାବେଳେ 585ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 31ହଜାର 877କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 11ହଜାର 918ଜଣ । ସେହିପରି ସୁସ୍ଥ ହୋଇଛନ୍ତି 19ହଜାର745ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 169ଜଣ । ସେହିପରି 36 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

କଟକ : ଏସ୍‌ସିବି କାଜୁଆଲଟିରେ କରୋନା ଆକ୍ରାନ୍ତ ହନ୍ତସନ୍ତ ହେଉଥିବାର ଅଭିଯୋଗ ହୋଇଛି। ଏସ୍‌ସିବି କାଜୁଆଲିଟିରେ ୧୨ ଘଣ୍ଟା ଧରି ବିଷ ପିଇଥିବା ରୋଗୀ ପଡିଥିବାର ଅଭିଯୋଗ ହୋଇଛି। କାଲି ବାଲେଶ୍ବରରୁ ଆସି ରାତି ୯ଟାରେ କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। ବିଷ ପିଇଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବାରୁ ହନ୍ତସନ୍ତ ହୋଇଛନ୍ତି। ୧୨ ଘଣ୍ଟା  ବିତିଥିଲେ ବି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯାଉନଥିବାର ଅଭିଯୋଗ ହୋଇଛି। ରୋଗୀ ଜଣକ ହନ୍ତସନ୍ତ ହେଉଥିବାର ତାଙ୍କ ପରିବାର ଏକ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Read More

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂ ଖ୍ୟା 16 ଲକ୍ଷ 38 ହଜାର 871ରେ ପହଞ୍ଚିଛି। 24 ଘଣ୍ଟାରେ ସର୍ବାଧିକ 55 ହଜାର 079 ଆକ୍ରାନ୍ତ ହୋଇଥିବା ସ୍ଥଳେ779 ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ପରିବାର ବିଭାଗ ସୂଚନା ଦେଇଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା 35 ହଜାର 747କୁ ବୃଦ୍ଧି ହୋଇଛି। ସେହିପରି ଏବେ ସୁଦ୍ଧା ଦେଶରେ 5 ଲକ୍ଷ 45 ହଜାର 318 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 10 ଲକ୍ଷ 57 ହଜାର 805 ଜଣ। ମହାରାଷ୍ଟ୍ରରେ ସର୍ବାଧିକ 14 ହଜାର 729 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 3 ହଜାର 936, ତାମିଲନାଡୁରେ 3 ହଜାର 838, ଗୁଜୁରାଟରେ 2 ହଜାର 418ଜଣଙ୍କର ମୃତ୍ୟୁ ହୋଇଛି।

Read More

କେଦାର ମିଶ୍ର କେନ୍ଦ୍ର ସରକାର ଜାତୀୟ ଲକ ଡାଉନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ଅବ୍ଯାହତ ରଖିଥିବା ବେଳେ ଓଡିଶା ସରକାର ଲକ ଡାଉନକୁ କରୋନା ସଂକ୍ରମଣ ରୋକିବାର ସହଜ ବାଟ ବୋଲି ଧରି ନେଇଛନ୍ତି। ଗତ ଜୁନ ଓ ଜୁଲାଇ ମାସରେ ଜାତୀୟ ସ୍ତରର ଲକ ଡାଉନ ପ୍ରତ୍ୟାହୃତ ହୋଇ ଅର୍ଥନୈତିକ ଗତିବିଧି ବାଧା ଯାଇଛି। ମାର୍ଚ୍ଚ-ମଇ ରେ ହୋଇଥିବା ସଂପୂର୍ଣ୍ଣ ଲକ ଡାଉନ ଯୋଗୁଁ ଅର୍ଥନୀତିର ଯେଉଁ କ୍ଷତ ସୃଷ୍ଟି ହୋଇଥିଲା ତାହା ଆଜି ବି ଭରଣା ହୋଇନାହିଁ। ତେଣୁ ସଂକ୍ରମଣ ଓ ଅର୍ଥନୈତିକ ଗତିବିଧି ମଧ୍ୟରେ ତାଳମେଳ ରଖି ଆସ୍ତେ ଆସ୍ତେ ଲକ ଡାଉନ ପ୍ରତ୍ୟାହୃତ ହେଉଛି। ଓଡିଶା ସରକାର କିନ୍ତୁ ଗତ ଦୁଇମାସ ଧରି ଓଡିଶାରେ ଲକ ଡାଉନ ପ୍ରତ୍ୟାହାର କରିନାହାନ୍ତି। ବରଂ ଜୁନ ଓ ଜୁଲାଇ ମାସରେ ଲକ ଡାଉନକୁ ଅଧିକ କଡାକଡି କରିଛନ୍ତି। ସ୍ଥାନୀୟ ସ୍ତରରେ “କଣ୍ଟେନମେଣ୍ଟ” ଜୋନ କୁ ନିର୍ଦ୍ଦିଷ୍ଟ ସଂକ୍ରମିତ ଅଞ୍ଚଳରେ…

Read More

ଆଫଗାନିସ୍ତାନ : ଆଫଗାନିସ୍ତାନର ଲୋଗର୍‌ ପ୍ରାନ୍ତରେ ଏକ ବମ୍‌ ବିସ୍ଫୋରଣ ହୋଇଛି  । ଏହି ବିସ୍ଫୋରଣରେ 8ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 30 ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଲୋଗାର ପ୍ରାପ୍ତର ରାଜଧାନୀ ଫୁଲ୍‌-ଏ ଆଲମ୍‌ ସହରର ଆଜାଦୀ ଚୌକିଠାରେ ଏହି ବିସ୍ଫୋରଣ ହୋଇଛି । କାର୍‌ ବମ୍‌ ବିସ୍ଫୋରଣରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 30ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କ ସେଣ୍ଟ୍ରାଲ୍‌ ହସ୍ପିଟାଲ ଓ ନାଏବ ଅମିନ୍‌ଉଲ୍ଲା ଖାନ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ସୂଚନାଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଆଫଗାନିସ୍ତାନରେ ଏବେ ପ୍ରାୟ 6ରୁ ସାଢ 6 ହଜାର ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି । (ଏଜେନ୍ସି)

Read More

କେନ୍ଦ୍ରାପଡା : ନିଆଁରେ ପୋଡି ହୋଇ ଗୋଟିଏ ପରିବାରର 5 ଜଣ ଗୁରୁତର ହୋଇଛନ୍ତି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘର ଲୋକେ ଶୋଇଥିବାବେଳେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ କାଣ୍ଡ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଘଟିଛି । ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା 20 ଦିନର ଶିଶୁ ସହ ପରିବାରର 5 ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁମୁକା ପଞ୍ଚାୟତ ଗିରଙ୍ଗ ଗ୍ରାମରେ ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଘରର ଉଭୟ ପଟରେ ତାଲା ପଡିଥିବାବେଳେ ଘର ଜଳି ଯାଇଛି । ପୂର୍ବ ଶତ୍ରୁତାରୁ କେହି ନିଆଁ ଲଗାଇଥିବାର ଅଭିଯୋଗ ହୋଇଛି । ଘରେ 8 ଜଣ ସଦସ୍ୟ ଥିବାବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ସ୍କାଏ ଲାଇଟ୍‌ ଭାଙ୍ଗି ଗ୍ରାମବାସୀମାନେ ଉକ୍ତ ପରିବାରକୁ ଉଦ୍ଧାର କରିଥିବାର ସୂଚନା ରହିଛି ।

Read More

ଭଦ୍ରକ : ବିରିୟାନି ଖାଇବାକୁ କେନ୍ଦ୍ର କରି ମାରପିଟ୍‌ ହୋଇଛି । ଉଭୟ ପକ୍ଷରୁ 8 ଆହତ ହୋଇଥିବା ବେଳେ 5ଟି ବାଇକ ଭାଙ୍ଗିଛି । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା  ଜଗନ୍ନାଥସାହି ଗ୍ରାମରେ ଏମିତି ଘଟଣା ଘଟିଛି । ଗାଁରେ ଠେଲାଗାଡି ଲଗାଇ ବିରିୟାନି ବିକ୍ରି ବେଳେ ଗଣ୍ଡଗୋଳ ହୋଇଛି । ବିରିୟାନୀ ବାସି ହୋଇଥିବା ନେଇ କିଛି ବ୍ୟକ୍ତି ଅଭିଯୋଗ କରିଥିଲେ । ଗାଁର କିଛି ଯୁବକ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହିଗଣ୍ଡଗୋଳରେ 8 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଗଣ୍ଡଗୋଳରେ ଗୋଟିଏ ଘର ସହ 5ଟି ବାଇକ୍‌ ଭାଙ୍ଗିଯାଇଥିବାର ସୂଚନା ରହିଛି । ଘଟଣାସ୍ଥଳରେ ଧୁଷୁରୀ ଥାନା ପୋଲିସ୍‌ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଖୋଜୁଛି ।

Read More

ହାଇଦ୍ରାବାଦ, ଗୋଦାବରୀ ଓ କ୍ରିଷ୍ଣା ନଦୀର ଗୋଟିଏ ବି ବିନ୍ଦୁ ଜଳ ତେଲାଙ୍ଗାନା ହରାଇବାକୁ ଚାହେଁ ନାହିଁ। ଯେତେ ଯାହା କରିବାକୁ ହେଉ ପଛେ ତେଲାଙ୍ଗାନା ସରକାର କରିବାକୁ ପ୍ରସ୍ତୁତ। ଏ କଥା କହିଛନ୍ତି ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଗତକାଲି ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକ କରାଯାଇ ଏହି ନିଷ୍ପତି ନିଆଯାଇଛି। ଏ ନେଇ ତେଲାଙ୍ଗାନାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ଜଳ ସଂପଦ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ତୁରନ୍ତ କେନ୍ଦ୍ର ଉଚ୍ଚସ୍ତରୀୟ ବୈଠକ କରି ଏହା ନିଷ୍ପତି କରୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଆନ୍ଧ୍ର ପ୍ରଦେଶ ଦୁଇଭାଗ ହେବା ପରେ ବର୍ତ୍ତମାନ ଏହି ଦୁଇ ରାଜ୍ୟ ମଧ୍ୟରେ ନଦୀ ଜଳ ନେଇ ବିବାଦ ଲାଗି ରହିଛି। ଆନ୍ଧ୍ର ପ୍ରଦେଶ ନଦୀ ଜଳ ଉପରେ ଆଧିପତ୍ୟ ବିସ୍ତାର କରୁଛି ବୋଲି ପୂର୍ବରୁ ତେଲାଙ୍ଗାନା କହିଆସୁଛି। ବର୍ତ୍ତମାନ ଏହାର ସମାଧାନ ନ ହେଲେ…

Read More