କେଦାର ମିଶ୍ର ଗତକାଲି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜିଏସଟି ଭରଣା ବାବଦକୁ ୧,୬୫,୩୦୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟମାନଙ୍କର ଚାପ ଓ ଅନେକ ରାଜ୍ୟଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ପରେ କେନ୍ଦ୍ର ସରକାର ଏହି ଅର୍ଥରାଶି ରାଜ୍ୟମାନଙ୍କୁ ପ୍ରଦାନ କରିଛନ୍ତି। ଜିଏସଟି ନିୟମ ମୁତାବକ ରାଜ୍ୟ ଗୁଡିକୁ ପାଞ୍ଚ ବର୍ଷ ଲାଗି ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ କେନ୍ଦ୍ର ସରକାର ଅର୍ଥ ବରାଦ କରିବାକୁ ବାଧ୍ୟ। ଏହା କେନ୍ଦ୍ର ସରକାରଙ୍କର ସାମ୍ବିଧାନିକ ଦାୟିତ୍ଵ। ଏକ କୋଟି ୬୫ ଲକ୍ଷ ଟଙ୍କା ରାଜ୍ୟଭାଗରୁ ଓଡ଼ିଶାକୁ ୫୧୨୨ କୋଟି ଟଙ୍କା ମିଳିଛି। ତେବେ ଜିଏସଟି ଲାଗୁ ହେବାପରେ ରାଜ୍ୟ ଗୁଡିକ ହରାଇଥିବା ନିଜସ୍ଵ ଟିକସର ଭରଣା ଲାଗି ଏହି ଅର୍ଥ ଦିଆ ଯାଇଛି। ଜିଏସଟି ଫଳରେ ଟିକସ ବ୍ୟବସ୍ଥାର କେନ୍ଦ୍ରୀକରଣ ହୋଇଛି ଓ ରାଜ୍ୟ ଗୁଡିକ ଅତି ମାତ୍ରାରେ ରେ କେନ୍ଦ୍ର ଉପରେ ନିର୍ଭରଶୀଳ ହେଉଛନ୍ତି। ଗତ ଏପ୍ରିଲ ମାସରୁ ଜିଏସଟି ବକେୟା ଅର୍ଥରାଶି…
Author: Samikhsya Bureau
ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ, ମଧ୍ୟମା (ସଂସ୍କୃତ)ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ଦିନ 11ଟା 30ରେ ଜଣାପଡ଼ିବ । 2ଟି ଓ୍ବେବସାଇଟ୍ ଜରିଆରେ ଏହି ରେଜଲ୍ଟ ଛାତ୍ରଛାତ୍ରୀମାନେ ଜାଣିପାରିବ । ଛାତ୍ରଛାତ୍ରୀ ନିଜର ରେଜଲ୍ଟ ୱେବସାଇଟ ‘www.bseodisha.ac.in’ ଓ ‘www.bseodisha.nic.in’ରୁ ଜାଣିପାରିବେ । ଭିଡିଓ କନଫରେନ୍ସିଂ ଜରିଆରେ ମାଟ୍ରିକ୍ ଫଳ ପ୍ରକାଶ କରାଯିବ ବୋଲି ସୂଚନା ରହିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏତେ ବିଳମ୍ବରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଉଛି । ଫେବ୍ରୁଆରୀ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହା ଶେଷ ହୋଇଥିଲେ ବି କରୋନା ଭାଇରସ ଯୋଗୁଁ ନିର୍ଦ୍ଧାରିତ ସମୟ ମଧ୍ୟରେ ମୂଲ୍ୟାଙ୍କନ ହୋଇପାରି ନଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି ।…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟାଙ୍ଗୀ ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମାଙ୍କଡା ପଥର କାରବାର। ଚୋରା ପଥର ବେପାରୀ ମାନେ ଧରାକୁ ସରା ନମାନି ଵେଧଡକ ଭାବେ ଚଳାଇଛନ୍ତି ସେମାନଙ୍କର କାରବାର। ଏଭଳି କାରବାରକୁ ରୋକ୍ ଦେଵା ପାଇଁ ଅଣ୍ଟା ଭିଡିଛନ୍ତି ଟାଙ୍ଗୀ ତହସିଲଦାର ଅଶ୍ୱିନୀ ଦାସ। ଲକ ଡାଉନ୍ ସମୟରେ ବେଆଇନ ଭାଵେ ମାଙ୍କଡା ପଥର ଚାଲାଣ କରାଯାଉଥିବା ଵେଳେ ଖଜୁରି ପଡା, ବଡପୋଖରିଆ ଓ ପାତ୍ରପଡା ମୌଜାରେ ଥିବା ବେଆଇନ୍ ମାଙ୍କଡା ପଥର ଖଣିରୁ ୪ ଟି ପଥର ବୋଝେଇ ଟ୍ରକ୍, ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ସହ ୬ ଟି ପଥର କଟା ପାୱାର ଟିଲର ଜବତ କରିଛନ୍ତି। ବରିଷ୍ଠ ରାଜସ୍ବ ସହାୟକ ଟାଙ୍ଗୀ ଆରଆଇ, ନିରାକାରପୁର ଆରଆଇ ଓ ତହସିଲର ଅନ୍ୟ କର୍ମଚାରୀମାନେ ଏହି ଜବତରେ ତହସିଲ୍ଦାରଙ୍କ ସହ ସାମିଲ୍ ରହିଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ…
ମୁମ୍ବାଇ : ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପିତା ପାଟଣା ନଗର ଥାନାରେ ରିୟାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ସୁଶାଙ୍କ ପିତା ରିୟାଙ୍କ ବିରୋଧରେ ମମାଲା ରୁଜୁ କରିବା ପରେ ପାଟଣାରୁ 4ଟି ପୁଲିସ ଟିମ ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ଟିମ୍ ମୁମ୍ବାଇ ପୁଲିସ ସହିତ ଆଲୋଚନା କରି ଡାଏରି ସହିତ ଅନ୍ୟ ଜରୁରୀ କାଗଜ ହାତକୁ ନେବେ। ପାଟଣା ପୁଲିସ ଟିମ୍ରେ ଦୁଇଜଣ ଇନ୍ସପେକ୍ଟର ଓ ଦୁଇଜଣ ସବ-ଇନ୍ସପେକ୍ଟର ସାମିଲ ରହିଛନ୍ତି। ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରଲୋକ ସୁଶାନ୍ତଙ୍କ ସହ ପ୍ରତାରଣା କରିଛନ୍ତି। ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଟଙ୍କା ଆଦାୟ କରିବା ସହ ମାନସିକ ନିର୍ଯାତନା ଦେବା ସହିତ ପରିବାରଲୋକଙ୍କ ସହିତ ସୁଶାନ୍ତଙ୍କୁ ମିଳାମିଶା କରିବାକୁ ଦେଉ ନ ଥିଲେ ବୋଲି ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ପରିବାର ଲୋକେ ।…
ଭୁବନେଶ୍ୱର: ପ୍ରତିବର୍ଷ କୃଷକ ଏବଂ ଯୁବପିଢ଼ୀଙ୍କ ପାଇଁ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ ପାଇସଫଳତା ହାସଲ କରିଥିବା ଜଣେ ମୁକ୍ତାଚାଷୀଙ୍କୁ ମନ୍କୀବାତ୍-୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁୟସୀ ପ୍ରଶଂସା କରିଛନ୍ତି। ବିହାରର ବେଗୁସରାଇ ଅଂଚଳର ଏହି ସରକାରୀ କର୍ମଚାରୀ ତଥା ମୁକ୍ତାଚାଷୀ ଜୟଶଂକର କୁମାର ସିଫାରେ ମୁକ୍ତାଚାଷ ପ୍ରଶିକ୍ଷଣ ନେଇ ନିଜର ମୁକ୍ତାଚାଷ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ‘ସମନ୍ୱିତ କୃଷି’ ପ୍ରଣାଳୀରେମାଛ, କୁକୁଡ଼ା, ବତକ ଓ ଜିଆଖତ ସହ ମୁକ୍ତାଚାଷ ମଧ୍ୟ କରୁଛନ୍ତି । କୁମାର ହେଉଛନ୍ତି ଜଣେ ଉତ୍ସାହୀ, ଅଭିନବ ଚିନ୍ତାଧାରା ପୋଷଣ କରୁଥିବା କୁଶଳୀ ଉଦ୍ୟୋଗୀ ଯିଏ ସିଫା ସହିତ ନିୟମିତ ସଂପର୍କ ରକ୍ଷା କରି ସ୍ୱକୌଶଳ ବିକାଶ କରି ଆସୁଛନ୍ତି । ସେ ଜଣେ ସଫଳ ମୁକ୍ତାଚାଷୀ,ଯେ କି ନିଜେ ମୁକ୍ତାଚାଷ କରିବା ସହ ଅନ୍ୟ ଆଗ୍ରହୀ ଚାଷୀ ତଥା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସିମୁଣ୍ଡା ଗ୍ରାମରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ବିଷ୍ଣୁପ୍ରିୟା ରାଉତ (୫୦)। ଘଟଣାରୁ ପ୍ରକାଶ ଯେ ସେ ଆଜି ଅପରାହ୍ନ ୪ଟା ସମୟରେ ଜମିରେ କାମ କରୁଥିବାବେଳେ ହଠାତ୍ ବର୍ଷା, ପବନ ଓ ବଜ୍ରପାତ ଘଟିଥିଲା । ବିଷ୍ଣୁପ୍ରିୟା ବଜ୍ରପାତର ଶିକାର ହୋଇ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।
ଭୁବନେଶ୍ୱର: ରାଜ୍ୟରୁ ଆଜି 19ଟି ଜିଲ୍ଲାରୁ 687ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 307 ଜଣ ସୁସ୍ଥ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାରୁ 59 ଜଣ, ଭଦ୍ରକ ଜିଲ୍ଲାରୁ 52ଜଣ, ନୟାଗଡ଼ ଜିଲ୍ଲାରୁ 35ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 30ଜଣ, ଯାଜପୁର ଜିଲ୍ଲାରୁ 25ଜଣ, କଟକ ଜିଲ୍ଲାରୁ 24ଜଣ, ଗଜପତି ଜିଲ୍ଲାରୁ 23ଜଣ, ମାଲକାନଗିରି ଜିଲ୍ଲାରୁ 18ଜଣ, କୋରାପୁଟ ଜିଲ୍ଲାରୁ 17ଜଣ, କନ୍ଧମାଳ ଜିଲ୍ଲାରୁ 16ଜଣ, କେନ୍ଦୁଝର ଜିଲ୍ଲାରୁ 14ଜଣ, ବରଗଡ଼ ଜିଲ୍ଲାରୁ 12ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ 11ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲାରୁ 10ଜଣ, ଅନୁଗୁଳ ଜିଲ୍ଲାରୁ 5ଜଣ, ନବରଙ୍ଗପୁର ଜିଲ୍ଲାରୁ 3ଜଣ, କଳାହାଣ୍ଡି ଜିଲ୍ଲାରୁ 2ଜଣ ଓ ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରରେ ଗତକାଲି ଆମ୍ବୁଲାନସ ରୋଗୀ ନନେବାରୁ ଜଣକ ମୃତ୍ୟୁ ଘଟଣା ମନରୁ ନ ଲିଭିଲା ବେଳେ ଆଜି ଡ଼ାକ୍ତରଙ୍କ ଅବହେଳାରୁ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଏକ ହୃଦୟ ବିଦାରକ ତଥା ମାନବିକତାହୀନ ଘଟଣା ଆଜି ଘଟିଯାଇଛି। ଏମ୍କେସିଜି ମେଡ଼ିକାଲ୍ରେ କାଜୁଆଲ୍ଟିରେ ଜନୈକ ବ୍ୟକ୍ତି ଚିକିତ୍ସା ସୁବିଧା ନ ପାଇ ଛଟପଟ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଦୁଃଖଦାୟକ ତଥା ମାନବିକହୀନ ଘଟଣା ଆଜି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯେତେ ମାଠିବୁ ମାଠ ନୀତିରେ ଚାଲିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା। ଘଟଣାରୁ ପ୍ରକାଶ ଯେ ତିନିଦିନ ତଳେ ଆମ୍ବପୁଆ ନିକଟସ୍ଥ ପ୍ରମୋଦ ଚନ୍ଦ୍ର ବେହେରା (୫୦)ଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। କିନ୍ତୁ ତା’ ପୂର୍ବରୁ ସେ ମଧୁମେହ ରୋଗ ଏବଂ ଉଚ୍ଚରକ୍ତଚାପରେ ପୀଡ଼ିତ ଥିଲେ। କରୋନା ଭୟରେ ସେ ଗତକାଲି ସ୍ଥାନୀୟ ସିଟି ହସ୍ପିଟାଲ୍କୁ ଯାଇ କୋଭିଡ଼୍ ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିରିଡ଼ି ବ୍ଲକରୁ ୨୦ଜଣ, ରଘୁନାଥପୁର ବ୍ଲକରୁ ୧୩ଜଣ, ପାରାଦ୍ଵୀପରୁ ୪ଜଣ, କୁଜଙ୍ଗ ବ୍ଲକରୁ ୩ଜଣ, ତିର୍ତ୍ତୋଲ ବ୍ଳକରୁ ୨ଜଣ, ଏରସମା ଓ ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ବାହାରିଥିବା ବେଳେ ଜଗତସିଂହପୁର ବ୍ଲକରୁ ୨ଜଣ ଓ ଜଗତସିଂହପୁର ସବଜେଲ୍ ରୁ ଜଣେ ଚିହ୍ନଟ ହୋଇଛନ୍ତି। ଆଜି ବିରିଡ଼ି ବ୍ଲକରୁ ସର୍ବାଧିକ ୨୦ଜଣ ଚିହ୍ନଟଙ୍କ ମଧ୍ୟରୁ ୧୭ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ୩ଜଣ କ୍ଲଷ୍ଟର ଲେବଲ୍ ଟି.ଏମ୍.ସି ରୁ ବାହାରିଛନ୍ତି। ସେହିପରି ରଘୁନାଥପୁର ବ୍ଲକରୁ ବାହାରିଥିବା ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଜଣେ କ୍ଲଷ୍ଟର ଲେବଲ୍ ଟିଏମସିରେ ଥିଲେ। ନୂତନ ୪୭ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏବେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮୧କୁ ବୃଦ୍ଧି ହୋଇଛି । ସେହିପରି ୪୭୩ ଜଣ ସୁସ୍ଥ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ରାଜ୍ୟ ସରକାର ଓଏଏସ୍ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଆଜି ୧୩ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରାଯିବା ସହ ନୂତନ ନିଯୁକ୍ତି ଦିଆଯାଇଛି। ଏହିକ୍ରମରେ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ଥିବା ବିଶ୍ବଜିତ୍ ରାୟଙ୍କୁ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକର ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି। ସୁନ୍ଦରଗଡ କଲେକ୍ଟରେଟ୍ରେ ଥିବା ଜନ୍ମଜେୟ ବେହେରାଙ୍କୁ ନବରଙ୍ଗପୁରର ବିଡିଓ ଭାବେ ଦାୟିତ୍ବ ମିଳିଛି। ସୁନ୍ଦରଗଡ କଲକ୍ଟେରେଟ୍ର ଅବସ୍ଥାପିତ ଥିବା ଶରତ କୁମାର ସେଠୀଙ୍କୁ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ବିଡିଓ ଭାବେ ଦାୟିତ୍ବ ମିଳିଛି। ବୋଲଗଡ ବିଡିଓ ଥିବା ଡ. ଶୁଭଶ୍ରୀଙ୍କୁ ତ୍ରିପାଠୀଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବିଡିଓ ଭାବେ ଦାୟିତ୍ବ ମିଳିଛି। ଢେଙ୍କାନାଳରେ ଅନୁଗୁଳୁ-ଡୁବୁରୀ-ସୁକିନ୍ଦାର ରୋଡ୍ ଲିଙ୍କ୍ ପ୍ରୋଜେକ୍ଟର ଏଲ୍ଓଠ ଥିବା ଧୋବେଇ ନାଏକଙ୍କୁ ଖୋର୍ଦ୍ଧା ବୋଲଗଡର ବିଡିଓ ଭାବେ ଦାୟିତ୍ବ ମିଳିଛି। ବୋଲଗଡ ତହସିଲଦାର ଭାବେ ଅବସ୍ଥାପିତ ଥିବା ମୋନାଲିସା ପଣ୍ଡାଙ୍କୁ ଭୁବନେଶ୍ବର ଆଦର୍ଶ…
ନୂଆଦିଲ୍ଲୀ: ଗତ ସପ୍ତାହ ସାରା ଦେଶରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ରାଜ୍ୟ ସରକାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଆଜି ଦେଶରେ ସଂକ୍ରମଣ ସଂଖ୍ୟା ୧୫ ଲକ୍ଷ ଟପିଛି। ମହାରାଷ୍ଟ୍ର ପରେ ଏବେ ଆନ୍ଧ୍ର ପ୍ରଦେଶରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଆନ୍ଧ୍ର ପ୍ରଦେଶ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୭୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାତି ୮.୩୦ ସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆଜି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଛି।ସେହିପରି କରୋନାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୩୪ ହଜାର ବୋଲି ସୂଚନା ମିଳୁଛି।
ଭୁବନେଶ୍ୱର: ୨୦୧୯ ରେ ଭୋଟ ନେବା ପାଇଁ ବାହାନା କରି କାଳିଆ ଯୋଜନା ମାଧ୍ୟମରେ ଦିଆଯାଇଥିବା ଟଙ୍କା କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହି କାଳିଆ ଯୋଜନା ଟଙ୍କା ଦେବାପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଭୁଲ ତଥ୍ୟ ଦେବାଯୋଗୁଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଲେ। ଏଣୁ ଭୁଲ ତଥ୍ୟ ଦେଇଥିବା ଅଧିକାରୀଙ୍କ ଠାରୁ ସରକାର ଏହି ଟଙ୍କା ଅସୁଲ କରିବା ଆବଶ୍ୟକ। ସରକାରଙ୍କର କୋଭିଡ ପରିଚାଳନାକୁ ରାଜ୍ୟ କଂଗ୍ରେସ ତରଫରୁ ସହଯୋଗ କରାଯାଇ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସରକାର ସେ ସବୁ ପ୍ରସ୍ତାବ କୁ ଗୁରୁତ୍ଵ ଦେଲେ ନାହିଁ। ଫଳରେ ଆଜି ସାରା ରାଜ୍ୟରେ କରୋନାର ବିଭୀଷିକା ମାଡିଗଲାଣି। ତଥାପି ସରକାର ଚେତୁ ନାହାନ୍ତି। ଭୁବନେଶ୍ୱରରେ ଯାହା ନିଷ୍ପତ୍ତି ହେଉଛି ତାହା…
ରମେଶ ମହାନ୍ତି ଜଗତସିଂହପୁର: ବର୍ତ୍ତମାନ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଆଖି ଆଗରେ ରଖି, “ଗ୍ରୀନ ଭିଲେଜ କ୍ଳିନ ଭିଲେଜ” ବିଷୟବସ୍ତୁକୁ ଆଧାର କରି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ନାଉଗାଁ ବ୍ଲକର ତିରୁଣା ପଞ୍ଚାୟତରେ ଏକତା ସ୍ପୋଟିଙ୍ଗ କ୍ଲବ୍ ତିରୁଣା ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ଦୁଇଟି ସରକାରୀ ବିଦ୍ୟାଳୟର ଖେଳ ପଡିଆ ଏବଂ ସ୍ୱେବେନେଶ୍ୱର ମନ୍ଦିର ପାର୍ଶ୍ୱରେ ଆକାଶିଆ, ରାଧା ଚୁଡା, ଅଁଳା, ପିଜୁଳି, ବାହାଡା ଏବଂ ଶିଶୁ ଆଦି ବୃକ୍ଷରୋପଣ କରାଯାଇଛି। ନେହୁରୁ ଯୁବକେନ୍ଦ୍ର ଜଗତସିଂହପୁର ଜିଲ୍ଲା ସଂଯୋଜକ ନିଖିଳ କୋକୋଲା ସହ ସଂଯୋଜକ ପବିତ୍ର ମୋହନ ସୁବୁଧି, ବ୍ଲକ ସଂଯାଜକ ନୃସିଂହ ମହାରଣା, ତିରୁଣା ପଂଚାୟତର ସରପଞ୍ଚ ନିରୁପମା ଦାସ, ନାୟବ ସରପଞ୍ଚ ଦିଜବର ପରିଡା, ସମାଜସେବି ବିଚିତ୍ରାନନ୍ଦ ପଣ୍ଡା ଓ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ…
କନ୍ଧମାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାକୁ 10 ଦିନ ଲକ୍ଡାଉନ୍ ପାଇଁ ଘୋଷଣା କରିଛନ୍ତି ଜିଲ୍ଲାପାଳ । 29 ତାରିଖ ସକାଳ 5ରୁ 7 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକ୍ଡାଉନ୍ ରହିବ ଏହି ଜିଲ୍ଲା । ତେବେ ଏହି ଲକ୍ଡାଉନ୍ ସମୟରେ ସକାଳ 7ରୁ ଦିନ 1ଟା ଯାଏ ରାସନ୍, କ୍ଷୀର, ପରିବା ଦୋକାନ ଖୋଲା ରହିବ । କନ୍ଧମାଳ ଜିଲ୍ଲାରେ ଏବେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 452ରେ ପହଞ୍ଚିଥିବାବେଳେ 245 ଜଣ ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 206ଜଣ ଏବେବି ଚିକିତ୍ସାଧୀନ ରହିଛନ୍ତି ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 215 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 150 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 65 ଜଣ ଲୋକାଲ୍ କେସ ବୋଲି ସୂଚନା ଦେଇଛି ବିଏମ୍ସି । ଆଇଗିଣିଆ ଆଳୁଗଦିରୁ ଆଉ 10 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏକ ଘରୋଇ ହସ୍ପିଟାଲରୁ 11 ଜଣ, ରସୁଲଗଡ ଜିଡିପି କଲୋନୀରୁ ଆଉ 6ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ୍ 9 ବାୟାବାବା ମଠ ବସ୍ତିରୁ 19 ଜଣ ଚିହ୍ନଟ ହୋଇଥିବାବେଳେ ସାଲିଆସାହିରୁ 11 ଜଣ ଚିହ୍ନଟ ହୋଇଛନ୍ତି । ଚାରି ନମ୍ବର ଏମଏଲ୍ କଲୋନୀରୁ 9 ଜଣ ରହିଛନ୍ତି । ଫାୟାର ଷ୍ଟେସନ ବସ୍ତିରୁ 3 ଜଣ ଥିବାବେଳେ ଗଣପତି ନଗର ବସ୍ତିରୁ ମଧ୍ୟ 3ଜଣ ରହିଛନ୍ତି । ସେହିପରି ଲୋକାଲ୍ କେସ 65ଜଣଙ୍କ ମଧ୍ୟରୁ ଏକ ଘରୋଇ ହସ୍ପିଟାଲ 6 ଜଣ କର୍ମଚାରୀ ଥିବାେବଳେ…
ପୁରୀ : ଲକ୍ଡାଉନ୍ ଯୋଗୁଁ ଶିକ୍ଷାନୁଷ୍ଠାନ ସବୁ ବନ୍ଦ କରାଯାଇଛି । ଏହି ସମୟରେ ଅନଲାଇନ୍ ଜରିଆରେ ପିଲାମାନେ ପାଠ ପଢୁଛନ୍ତି । ସରକାରୀ ହେଉ କି ବେସରକାରୀ ବିଦ୍ୟାଳୟ ଏବେ ସମେସ୍ତ ଅନଲାଇନ୍ରେ ପିଲାମାନଙ୍କୁ ପାଠ ପଢାଉଛନ୍ତି । ଜୁମ୍ ଆପ୍ ଓ ଅନ୍ୟାନ୍ୟ ଆପ୍ ଦ୍ବାରା ପିଲାମାନଙ୍କୁ ଅନଲାଇନ୍ କୋଚିଂ ଦିଆଯାଉଥିବାବେଳେ ହ୍ବାଟସ୍ଆପ୍ ଗ୍ରୁପ୍ ଜରିଆରେ ପିଲାମାନଙ୍କୁ ପରୀକ୍ଷା କରାଯାଇ ପଢାଯାଉଛି । ଏହି ଅନଲାଇନ୍ ପାଠ ପଢିବାବେଳେ ମୋବାଇଲ୍ ଫାଟିଛି । ମୋବାଇଲ୍ ଫାଟିବାରୁ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି । ସୂଚନା ଅନୁସାରେ ପୁରୀ ବାଲିଘାଇ ଅଞ୍ଚ ଆଦର୍ଶ ନଗରରେ ଏହି ଘଟଣା ଘଟିଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଏହି ଝିଅଟି ଅନ୍ଲାଇନ୍ରେ ପାଠ ପଢୁଥିବାବେଳେ ହଠାତ୍ ମୋବାଇଲ୍ ଫୋନ୍ଟି ଫାଟି ଯାଇଥିଲା । ମୋବାଇଲ ଫାଟିବା ପରେ ଫୋନ୍ଟ ଖଣ୍ଡବିଖଣ୍ଡ ହୋଇଯାଇଥିଲା । ବ୍ଲାଷ୍ଟ ପରେ ମୋବାଇଲ୍…
ପଶ୍ଚିମବଙ୍ଗ : ଦେଶରେ କରୋନା ସ୍ଥିତି ଗମ୍ଭୀର ରହିଥିବାବେଳେ ବହୁ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ଦେଖି ଲକ୍ଡାଉନ ଓ ସଟ୍ଡାଉନ୍ ନିଷ୍ପତ୍ତି ନେଉଛନ୍ତି । ଏହି କ୍ରମରେ ପଶ୍ଚିମବଙ୍ଗରେ ଲକ୍ଡାଉନ୍ ଅବଧିକୁ ଆଉ ମାସେ ବଢାଇ ଦିଆଯାଇଛି । ପଶ୍ଚିମବଙ୍ଗରେ ସପ୍ତାହକୁ ଦୁଇ ଦିନ ଲକ୍ ଡାଉନ ଚାଲିଛି । ରାଜ୍ୟରେ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରାଯିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ତେବେ ଅଗଷ୍ଟ 1 ତାରିଖରେ ବକ୍ରିଇଦ୍ ଥିବାରୁ ଲକ୍ଡାଉନ୍ ହେବନି ବୋଲି କହିଛନ୍ତି ମମତା ବାନାର୍ଜୀ ।
କଟକ : କଟକ ସହରର ଆଜି ଆଉ 41 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 41ଜଣଙ୍କ ମଧ୍ୟରୁ 39 ଜଣ କ୍ବାରେଣ୍ଟାଇନ୍ ଓ 2 ଜଣ ଲୋକାଲ କେସ ରହିଛି ବୋଲି କଟକ ମହାନଗର ନିଗମ ସୂଚନା ଦେଇଛି । ଦିଓ୍ବାନା ବଜାରରୁ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଶଙ୍କରପୁରୁର 3, ଶେଖ୍ ବଜାରରୁ 2, ସିଡିଏ ସେକ୍ଟର -9ରୁ 2 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମଠ ସାହିରୁ ଜଣେ ଓ ପୋଲିସ୍ କଲୋନୀର ଜଣେ ଲୋକାଲ କେସ ରହିଛନ୍ତି । ଆଜିର ନୂତନ 41 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା 777କୁ ବୃଦ୍ଧି ହୋଇଛି । ସେହିପରି 314 ଜଣ ସୁସ୍ଥ ହୋଇଥିବାବେଳେ କଟକ ସହରରେ 10 ଜଣଙ୍କ ମୃତ୍ୟୁ ଘଟିଛି । ଏବେ ସୁଦ୍ଧା 453 ଜଣ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି ।
ରମେଶ ମହାନ୍ତି ଜଗତସିଂହପୁର: କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଓ ସଟଡାଉନ ଯୋଗୁଁ ଲୋକ ପଦାକୁ ବାହାରୁ ନଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଗୋରୁଚୋର ମାତିଥିବା ଅଭିଯୋଗ ହେଉଛି। ଅଭିନବ ଉପାୟରେ ବୁଲାଗୋରୁ, ଷଣ୍ଢ ଗୁଡିକୁ ଚୋରିକରି ଚାଲାଣ କରୁଥିବା ଏକ ରାକେଟକୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡମାରି ଅଟକ ରଖିବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କରୋନା କଟକଣା ପାଇଁ ଲୋକେ ପଦାକୁ ବାହାରୁନଥିବା ବେଳେ ଏହାର ଫାଇଦା ନେଉଛନ୍ତି ଗୋରୁ ଚୋର। ସୂଚନା ମୁତାବକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀପଠା ଗୋପିଆକୂଦର ଆଖପାଖ ଅଞ୍ଚଳର ଶତାଧିକ ବୁଲା ଗୋରୁଗାଈ ଓ ଷଣ୍ଢ ଚରାବୁଲା କରିଥାନ୍ତି। କରୋନା ସଟଡାଉନ ପାଇଁ ଲୋକେ ପଦାକୁ ବାହାରୁନଥିବା ବେଳେ ନିର୍ଜନତାର ସୁଯୋଗ ନେଇ ଗୋରୁଚୋର ଦୈନିକ ଏକାଧିକ ଗୋରୁ ଓ ଷଣ୍ଢ ଚୋରିକରୀ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ସୂଚନାନୁଯାୟୀ ରବିବାର…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ସମଗ୍ର ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କରୋନାକୁ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଜିଲ୍ଲା ଗୁଡିକୁ ସିଲ୍ କରାଯାଉଛି । ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଞ୍ଜାମ- ଖୋର୍ଦ୍ଧା ସୀମାକୁ ସିଲ୍ କରାଯାଉଛି । ଗଂଜାମ ଖୋର୍ଦ୍ଧା ସୀମା ସିଲ କରାଯାଇଥିଲେ ମଧ୍ୟ ଅବାଧରେ ସହ ସହ ଗଂଜାମ ଶ୍ରମିକ ଖୋର୍ଦ୍ଧା ଜିଲ୍ଲାକୁ ଆସୁଥିବାର ସୂଚନା ମିଳିଛି । ପ୍ରାପ୍ତ ସୂଚନା ମୁତାବକ କରୋନା ସଂକ୍ରମଣଙ୍କୁ ପ୍ରତିହତ କରିବା ପାଇଁ ଖୋର୍ଦ୍ଧା – ଗଂଜାମ ସୀମା ସିଲ କରାଯାଇଛି।ମାତ୍ର ପ୍ରତେକ ଦିନ ଶହ ଶହ ଶ୍ରମିକ ଟ୍ରକ ମାଧ୍ୟମରେ…
ଭୁବନେଶ୍ବର : କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଡିଜିପି ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଅଭିଯୋଗ ବୁଝିହେବ ସେନେଇ ଗାଇଡଲାଇନ୍ ଦେଇଛନ୍ତି ପୋଲିସ୍ ଡିଜି। ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍ ରହିବ। ସେହିପରି ଜିଲ୍ଲା ପୋଲିସ୍ କଣ୍ଟ୍ରୋଲ୍ ରୁମ୍ ନମ୍ବର ଟୁଇଟର, ଫେସବୁକ୍ରେ ଦିଆଯିବ। ପ୍ରତିଥାନାର ଲ୍ୟାଣ୍ଡଲାଇନ ନମ୍ବର ବି ସୋସିଆଲ ମିଡିଆରେ ଦିଆଯିବ। ଥାନାକୁ ଫୋନ୍ରେ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସ୍ପି, ଡିଏସ୍ପି। ଲୋକଙ୍କ ଆପତ୍ତି ଶୁଣିବୁ ସବୁ ଥାନାରେ ରିସେପସନ୍ କାଉଣ୍ଟର ରହିବ। ଥାନା ମୁଖ୍ୟ କୋଠାଠାରୁ ଛାଡି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ। ରିସେପସନ୍ ଏରିଆ ନିୟମିତ ବିଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ। ଡିଆଇଜି, ଏସ୍ପି ଓ ଡଏସ୍ପିଙ୍କ ଅଫିସ୍ ମେନ ଗେଟ୍ରେ ଫୋନ୍ ନମ୍ବର…

