ସୀତାରାମ ଅଗ୍ରୱାଲ ନାଚୁଣୀ: ଲକ ଡାଉନ କଟକଣାକୁ ମାନି ଲୋକେ ନିଜେ ଘରେ ରହୁଥିବାସ୍ଥଳେ କେତେଜଣ ଅସାଧୁ ବ୍ୟକ୍ତି ନିଜ ନିଜର ବେଆଇନ କାରବାର ବଢାଇ ଚାଲିଛନ୍ତି। କିନ୍ତୁ ସେମାନଙ୍କୁ କଡା ଜବାବ ଦେବାପାଇଁ କରୋନା ଯୋଦ୍ଧା ମାନେ ଦିନ ରାତି ଉଜାଗର ରହି ସେମାନଙ୍କ ଉପରେ ନଜର ରଖିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ଅଞ୍ଚଳରେ। ଗତକାଲି ରାତି ୧୨ ଟାରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ କୌଣସି ସୂତ୍ରରୁ ଖବର ପାଇ ପୂର୍ବରୁ ନାଚୁଣୀ ବାଇପାସ ଓଭରବ୍ରିଜ ଠାରେ ଛପି ରହିଥିଲେ। ସେହି ସମୟରେ ସଲପଡିହ ଗ୍ରାମରୁ ନାଚୁଣୀ ଯାଉଥିବା ବେଆଇନ ତିନି ଗୋଟି ଚୋରା ମାଙ୍କଡ଼ା ପଥର ଚାଲାଣ ୪୦୭ ଟ୍ରକ କୁ ଜବତ କରିଥିଲେ ଏବଂ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା ଙ୍କୁ ସୂଚନା ଦେଇଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି…
Author: Samikhsya Bureau
ନୂଆଦିଲ୍ଲୀ : ଦେଶ ବିରୋଧୀ ଭାଷଣ ଦେବା ଅଭିଯୋଗ ରେ ଦୋଷୀ ସାବ୍ୟସ୍ତ ହୋଇ ଗୌହ୍ବାଟୀ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ଶରଜିଲ ଇମାମ କାରୋନାରେ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀ ପୋଲିସ ର କହିବା ଅନୁଯାୟୀ ଦିଲ୍ଲୀ ପୋଲିସର ଏକ ସ୍ଵତନ୍ତ୍ର ଦଳ ତାକୁ ଆଣିବାକୁ ଆସାମ ଯାଇଥିଲେ । ଆସାମ ଆଣିବା ପୂର୍ବରୁ ତାଙ୍କର କୋଭିଡ ପରୀକ୍ଷା କରଯାଇଥିଲା ଏବଂ ଉକ୍ତ ପରୀକ୍ଷଣରେ ସେ କୋ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏକ ମାମଲା ରେ ୨୫ ତାରିଖ ରେ ଦିଲ୍ଲୀ ର ଏକ କୋର୍ଟ ରେ ତାକୁ ହାଜର କରାଯିବାର ଥିଲା ,କିନ୍ତୁ ଏବେସେ ଆଉ ହାଜର କରାଯିବ ନାହିଁ । ସିଏଏ ବିରୋଧୀ ଆନ୍ଦୋଳୋନରେ ଏକ ପ୍ରମୁଖ ଚେହେରା ପାଲଟି ଥିବା ଶରଜିଲ ଦିଲ୍ଲୀ ର ଜମିୟା ବିଶ୍ୱବିଦ୍ୟାଳୟ ଏବଂ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ରେ ୨ ଟି ଉତ୍ତେଜନା ପୂର୍ଣ୍ଣ ଭାଷଣ ଦେଇଥିଲେ…
ଜଗଦଲପୁର : କରୋନା ସଂକ୍ରମଣକୁ ନେଇ ଦେଶରେ ସ୍ଥିତି ବିଗିଡୁଥିବାବେଳେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଏବେ ଅନିୟମିତତା ଦେଖାଦେଉଛି । କେଉଁଠାରେ ନେଗେଟିଭ୍ ଲୋକଙ୍କ ପଜିଟିଭ୍ ରିପୋର୍ଟ ଆସୁଛି ତ କେଉଁଠି ପଜିଟିଭ୍ ଲୋକଙ୍କର ନେଗେଟିଭ୍ ରିପୋର୍ଟ ଆସୁଛି । ଏହିପରି ଏକ ଘଟଣା ଛତିଶଗଡର ଜଗଦଲପୁରରୁ ସାମ୍ନାକୁ ଆସିଛି । ଛତିଶଗଡର ଜଗଦଲପୁରରେ ସରକାରୀ ହସ୍ପିଟାଲର ଦାୟିତ୍ବହୀନତାର ଏକ ଚରମ ନିଦର୍ଶନ ଦେଖିବାକୁ ମିଳିଛି । ଏଠାରେ ସରକାରୀ ହାସ୍ପିଟାଲରେ ଜଣେ ବ୍ୟକ୍ତିର କରୋନା ଟେଷ୍ଟ କରାଯାଇଥିଲା । ତାଙ୍କର ନେଗେଟିଭ୍ ରିପୋର୍ଟ ଆସିଛି କହି ଡାକ୍ତର ଘରକୁ ପଠେଇ ଦେଇଥିଲେ । କିନ୍ତୁ ପରେ ସେହି ବ୍ୟକ୍ତି ଜଣଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଥିଲା । ଏହି ଘଟଣା ଜଣାପଡିବା ପରେ ପୂରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ଗ୍ରାମକୁ ସିଲ୍ କରିବା ସହିତ ପୂରା ମାମଲା ଯାଞ୍ଚ ପାଇଁ ଆଦେଶ…
ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବିଶ୍ବ ହାରଠାରୁ କମ୍ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ବିଶ୍ୱରେ ହାରାହାରି ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୭୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିବା ବେଳେ ଭାରତରେ ତାହା ମାତ୍ର ୨୦.୪ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି । ବ୍ରିଟେନରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ସର୍ବାଧିକ ୬୬୭ ଜଣ ମୃତ୍ୟୁବରଣ କରୁଥିବାବେଳେ ଆମେରିକାରେ ତାହା ୪୨୧ ଓ ବ୍ରାଜିଲରେ ୩୭୧ ରହିଛି । ଏଣୁ ମୃତ୍ୟୁହାର ଦୃଷ୍ଟିରୁ ଭାରତରେ ସ୍ଥିତି ଭଲ ରହିଛି। ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପିଜିଟିଭିଟି ହାର ଜାତୀୟ ହାର ୮.୦୭ ପ୍ରତିଶତଠାରୁ କମ ରହିଛି । ମାତ୍ର ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭିଟି ହାର ଜାତୀୟ ହାରଠାରୁ ଅଧିକ…
ପୁରୀ, ଆଜି ପ୍ରଖ୍ୟାତ ଅଭିନେଚା ବିଜୟ ମହାନ୍ତିଙ୍କୁ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ବିଦାୟ ଦେଇଛନ୍ତି। ଏହି ସମୟରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ କଳାରେ ବିଜୟଙ୍କୁ ଦେଇଛନ୍ତି ଶେଷ ସମ୍ମାନ
ନୂଆଦିଲ୍ଲୀ, ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଆସନ୍ତା ଅଗଷ୍ଚ ୩ କିମ୍ବା ୫ ତରିଖରେ ହୋଇପାରେ। ଏଥିସହିତ ମନ୍ଦିର ନିର୍ମାଣ ପାଇଁ ଦାନ ମିଳିବା ଆରମ୍ଭ ହୋଇଯାଇଛି। ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନର ମଙ୍ଗଳବାର ଦିନ ମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ପ୍ରାୟ ୩୪ କିଲୋଗ୍ରାମ ଓଜନ ବିଶିଷ୍ଟ ସୁନାର ଇଟା ଦାନ କରିଛନ୍ତି। ମନ୍ଦିର ଆକାର ଏବଂ ଡିଜାଇନ୍କୁ ପରିବର୍ତ୍ତନ କରିବା ପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷର ସବୁଜ ସଙ୍କେତ ମିଳିଛି। ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ଯଦି ନୂଆ ଆକାର ଓ ଡିଜାଇନ୍ରେ ନିର୍ମାଣ ହୁଏ ତେବେ ଏହା ବିଶ୍ୱର ଅନ୍ୟତମ ବୃହତ୍ତମ ହିନ୍ଦୁ ମନ୍ଦିର ହେବ। ନୂଆ ଆକାର ଏବଂ ଡିଜାଇନ୍ ଅନୁଯାୟୀ, ମନ୍ଦିରର ଓସାର ୧୪୦ ଫୁଟରୁ ୨୭୦- ୨୮୦…
ଶ୍ରୀନଗର, କରୋନା ମହାମାରୀ କାରଣରୁ ଏବର୍ଷର ଅମରନାଥ ଯାତ୍ରାକୁ ବାତିଲ କରି ଦିଆଯାଇଛି। ଆଜି ଶ୍ରୀନଗରରେ ଉପରାଜ୍ୟପାଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ଏକ ବୈଠକରେ ଏହି ଯାତ୍ରା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାର୍ଷିକ ତୀର୍ଥଯାତ୍ରା ଶ୍ରାବଣ ପୂର୍ଣ୍ଣିମାରେ (ରାକ୍ଷୀପୂର୍ଣ୍ଣିମା) ସମ୍ପନ୍ନ ହୋଇଥାଏ | ଏହା ପରେ ପବିତ୍ର ଗୁମ୍ଫା ବନ୍ଦ ହୋଇଥାଏ | ତେବେ ଏଥର ଏହି ଯାତ୍ରା ଜୁନ 23ରୁ ଆରମ୍ଭ ହେବାର ଥିଲା, କିନ୍ତୁ କରୋନା ସଂକ୍ରମଣ ହେତୁ ପଞ୍ଜୀକରଣ ଆରମ୍ଭ ହୋଇପାରି ନଥିଲା | ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଯାତ୍ରା ଜୁଲାଇ ୨୧ରୁ କରାଯାଇପାରିବ|କିନ୍ତୁ ଜୁଲାଇରେ କରୋନା ସଂକ୍ରମଣର ମାତ୍ରା ବଢିବା କାରଣରୁ ପ୍ରଶାସନ ଅମରନାଥ ଯାତ୍ରାକୁ ବାତିଲ କରିଛି | ତେବେ ଭକ୍ତଙ୍କ ଭାବନାକୁ ନଜରରେ ରଖି ଅମରନାଥଙ୍କର ଉଭୟ ସକାଳ ଓ ସନ୍ଧ୍ୟା ଧୂପ ଓ ଆଳତିର ସିଧାପ୍ରସାରଣ କରାଯିବ, ଯାହାକୁ ଭକ୍ତ ଲାଇଭ ଦେଖିପାରିବେ ବୋଲି କୁହାଯାଇଛି |
ଭୁବନେଶ୍ବର, କରୋନା ସଂକ୍ରମଣ ଏବଂ ତଦ୍ଜନିତ ଲକ୍ଡାଉନ ଓ ସଟ୍ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ ମାଗଣାରେ ଡାଲି ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଲେଖାଏ ଚାଉଳ ୫ ମାସ ପାଇଁ ମାଗଣା ଯୋଗାଇ ଦିଆଯିବ। ଏହାସହିତ ପ୍ରତି ମାସରେ ପରିବାର ପିଛା ଏକ କେଜି ଲେଖାଏ ଡାଲି ମଧ୍ୟ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦିଆଯିବ। ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ହିତାଧିକାରୀମାନେ ଉପକାର ପାଇପାରିବେ।
ଭୁବନେଶ୍ବର, ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମା 65 ବର୍ଷକୁ ବୃଦ୍ଧି କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ପୂର୍ବରୁ ଡାକ୍ତରଙ୍କ ଅବସର ବୟସ ସୀମା 62 ବର୍ଷ ଥିଲା। OHMS ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧି କରାଯାଇଛି। ଏଥିସହିତ ଶ୍ରମ ଓ ଇଏସଆଇ ବିଭାଗରେ କାମ କରୁଥିବା ଇନସୁରାନସ ମେଡିକାଲ ଅଫିସରମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।
କଟକ, କୋଭିଡ ମୁକାବିଲା ପାଇଁ କଟକ ସକାଶେ ରାଜ୍ୟ ସରକାର ଆଜି 15 କୋଟି ଟଂକାର ସହାୟତା ଘୋଷଣା କରିଛନ୍ତି। କଟକରେ ଖୋଲାଯିବ ଆଉ ଚାରିଟି କୋଭିଡ ହସ୍ପିଟାଲ। ନିକଟରେ 3ଟି ହସ୍ପିଟାଲ ପାଇଁ ନିଷ୍ପତ୍ତି ହୋଇଥିଲା ବେଳେ ଆଜି ଆଉ ଗୋଟିଏ ହସ୍ପିଟାଲ ପାଇଁ ନିଷ୍ପତ୍ତି ହୋଇଛି। ବାରବାଟୀ ଷ୍ଟାଡିୟମ ଆସୋସିଏସନ କୋଠାରେ ହେବ ହସ୍ପିଟାଲ।
ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 400 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 137 କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ପଛକୁ କଟକରୁ 58, ଖୋର୍ଦ୍ଧାରୁ 46, କୋରାପୁଟରୁ 41, ଯାଜପୁରରୁ 37, କେନ୍ଦୁଝରରୁ 14, କେନ୍ଦ୍ରାପଡ଼ୁାରୁ 10, ମୟୂରଭଂଜରୁ 9, ନୟାଗଡ଼ ଓ ସୁନ୍ଦରଗଡ଼ରୁ 7 ଲେଖାଏଁ, ବରଗଡ଼ରୁ 5 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁର ଓ ସୋନପୁରରୁ ମଧ୍ୟ 5 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନୁଗୁଳ,କଳାହାଣ୍ଡି ଓ ପୁରୀରୁ 4 ଲେଖାଏଁ,ବୋଦ୍ଧରେ 3, ଭଦ୍ରକରୁ 2, ରାୟଗଡ଼ା ଓ ସମ୍ବଲପୁରରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 13 ହଜାର 309କୁ ବୃଦ୍ଧି ପାଇଛି।
ନୂଆଦିଲ୍ଲୀ: ୨୦୨୩ ସୁଦ୍ଧା ନର୍ଥ ଇଷ୍ଟ ରାଜ୍ୟଗୁଡିକର ସବୁ ରାଜଧାନୀକୁ ରେଳପଥରେ ସଂଯୋଗ କରାଯିବ। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଯୋଜନା ଆରମ୍ଭ ହୋଇଯାଇଛି। ଆଜି ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବିନୋଦ କୁମାର କହିଛନ୍ତି, ‘ଆମେ ଏକ ପ୍ରକଳ୍ପ ଆରମ୍ଭ କରିଛୁ ଯାହାକି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିର ସମସ୍ତ ରାଜଧାନୀକୁ ସଂଯୋଗ କରିବ। ଆସାମର ରାଜଧାନୀ ତ୍ରିପୁରା ଓ ଅରୁଣାଚଳ ଦେଶକୁ ଯୋଡ଼ା ଯାଇସାରିଛି। ମଣିପୁର, ମିଜୋରାମ ନାଗାଲାଣ୍ଡ ଏବଂ ମେଘାଳୟ ଆଦିକୁ ଯୋଡ଼ିବା ପାଇଁ କାମ ଆରମ୍ଭ ହୋଇଛି। ୨୦୨୨ ସୁଦ୍ଧା ମଣିପୁର, ମେଘାଳୟ ,ସିକିମ ସହ ସଂଯୋଗ ହେବ ହେବ ବୋଲି ଆଶା ରହିଥିବା ବେଳେ ୨୦୨୩ ସୁଦ୍ଧା ମିଜୋରାମ, ନାଗାଲାଣ୍ଡକୁ ସଂଯୋଗ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେ ଆହୁରି କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ରେଳ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଅନେକ…
ସୁଶାନ୍ତ କୁମାର ମହାରଣା କରୋନା ମହାମାରୀ ଦେଶରେ ଏମିତି ସମୟରେ ପ୍ରକୋପ ଦେଖାଇଛି ଯେ, ଲାଗୁଛି ସବୁ କିଛି ଅଟକି ଯାଇଛି। ମହାମାରୀ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ବଡ ବଡ ଆହ୍ୱାନ ସୃଷ୍ଟି ହେବା ସହ ଆମ ଶିକ୍ଷା ବ୍ୟବସ୍ଥାକୁ ବି ଶକ୍ତ ଝଟ୍କା ଲାଗିଛି । ଠିକ୍ ମାର୍ଚ୍ଚ ମାସରେ ଦେଶରେ ଆରମ୍ଭ ହୋଇଥିଲା କରୋନା ପ୍ରକୋପ, ଯେଉଁ ସମୟରେ କି ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷାବର୍ଷର ଶେଷ ପରୀକ୍ଷା ହୋଇଥାଏ । କରୋନାର କାୟା ବିସ୍ତାର ଭୟରେ ଦେଶରେ ସରକାର ନୂଆ ନୂଆ ନିଷ୍ପତ୍ତି ନେଲେ । ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର । ପ୍ରଥମ ପର୍ଯ୍ୟାୟରେ ୨୧ ଦିନିଆ ଥିଲା ଲକ୍ଡାଉନ । କେବେ ନ ଘଟିଥିବା ଘଟଣା ଘଟୁଥିବାର ଦେଖି ଦେଶବାସୀ ଭୟରେ କରୋନା ମହାମାରୀରୁ ବଂଚିବା ପାଇଁ ସରକାରଙ୍କ ଘୋଷଣାକୁ ସ୍ୱାଗତ କରିବା…
କିଏଭ, ୟୁକ୍ରେନରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଏକ ଯାତ୍ରୀବାହୀ ବସକୁ ଅପହରଣ କରିନେଇ ସେଥିରେ ଥିବା ୨୦ ଜଣ ଯାତ୍ରୀଙ୍କୁ ମୁଣ୍ଡଜାମିନ ରଖିଛି । ୟୁକ୍ରେନର ରାଜଧାନୀ କିଏଭଠାରୁ ୪୦୦ କିଲୋମିଟର ଦୂରରେ ଥିବା ସହର ଲସ୍କରେ ଘଟିଛି ଏହି ଘଚଣା । ଆଜି ସକାଳେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଏକ ଥିଏଟର ନିକଟରେ ଥିବା ଏକ ବସରେ ହଠାତ ପଶି ଯାତ୍ରୀମାନଙ୍କୁ ମୁଣ୍ଡଜାମିନ ରଖିଥିଲା । ଖବର ପାଇ ପୁଲିସ ବସକୁ ଘେରିଯିବା ସହ ସଂପୃକ୍ତ ଅଞ୍ଚଳକୁ ସିଲ କରିଦେଇଛି । ଉକ୍ତ ଅଞ୍ଚଳକୁ ସଂଯୋଗ କରିଥିବା ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି । ତେବେ ଏପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିର ଦାବି ସଂପର୍କରେ କିଛି ଜଣାପଡ଼ି ନାହିଁ । ସ୍ଥାନୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ପୁଲିସ ଓ ଉକ୍ତ ବ୍ୟକ୍ତି ମଧ୍ୟରେ ଗୁଳିବିନିମୟ ଶୁଣାଯାଇଛି । ତେବେ କେହି ମୃତାହତ ହୋଇଥିବା ଜଣାପଡ଼ିନାହିଁ । ଉକ୍ତ ବ୍ୟକ୍ତି ନିଜେ ପୁଲିସକୁ କହିଛି…
ଜୟପୁର, ରାଜସ୍ଥାନ ହାଇକୋର୍ଟରୁ କଂଗ୍ରେସ ବିଦ୍ରୋହୀ ନେତା ସଚିନ ପାଇଲଟ ଏବଂ ଅନ୍ୟ 18 ବିଧାୟକଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ଏମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିଧାନସଭା ବାଚସ୍ପତି ସି.ପି. ଜୋଷୀଙ୍କ ପକ୍ଷରୁ ଜାରି ନୋଟିସ ମାମଲାର ବିଚାର କରି ଏହାର ଶୁଣାଣିକୁ ଆସନ୍ତା 24 ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି। କୋର୍ଟ କହିଛନ୍ତି, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଆସନ୍ତା ଜୁଲାଇ ୨୪ ଶୁଣାଇବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଏହି ସମୟ ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନ ନେବାକୁ କୋର୍ଟ ବାଚସ୍ପତିଙ୍କୁ କହିଛନ୍ତି । ପାଇଲଟ ଗୋଷ୍ଠୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ହରିଶ ସାଲଭେ ଯୁକ୍ତି ଉପସ୍ଥାପନ କରିଥିଲେ । ମୁକୁଲ ରୋହତଗୀ…
କଟକ, କଟକରୁ ଆଜି ଆଉ 32 କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 5 ଲୋକାଲ କଣ୍ଟାକ୍ଟ କେସ୍ ରହିଥିବା ବେଳେ ଅନ୍ୟମାନେ କ୍ବାରେଣ୍ଟିନରୁ ବୋଲି କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଦେୱାନ ବଜାର, ଜଗତପୁରରୁ, ଟୋଲ୍ ପ୍ଲାଜା ନିକଟ ଗୋପାଳପୁର, ନରାଜ ଓ କାଳୀଗଳିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 398 ଥିବା ବେଳେ 225 ଜଣ ସୁସ୍ଥ ହୋଇଛନ୍ତି। କଟକରେ କରୋନାରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 165 ରହିଛି।
ଭୁବନେଶ୍ବର, ଭୁବନେଶ୍ବରରୁ ଆଜି 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 16ଟି ମାମଲା ଆସିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ 5ଟି ରହିଛି। କ୍ବାରେଣ୍ଟିନରୁ ଚିହ୍ଟଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲିରୁ ଜଣେ, ଆମ୍ରି ହସ୍ପିଟାଲ ନିକଟ ଶରଧାପଲ୍ଲି ବସ୍ତିରୁ ଜଣେ, ବଡ଼ଗଡ଼ ବ୍ରିଟ କଲୋନୀରୁ ଜଣେ, ଏକ ଘରୋଇ ହସ୍ପିଟଲରୁ ଜଣେ, ରସୁଲଗଡ଼ ଅଞ୍ଚଳରୁ 2 ଜଣ, କୋଳଥିଆରୁ ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ, କଳିଙ୍ଗ ନଗର କେ-8ରୁ ଗୋଟିଏ ପରିବାରର 2 ଜଣ, ଭୁବନେଶ୍ବର କ୍ଲବ୍ ପାଖ ୟୁନିଟ 6ରୁ ଜଣେ, ଆଇଆରସି ଭିଲେଜରୁ ଜଣେ, ଏକ ଘରୋଇ ହସ୍ପିଟାଲରୁ 3 ଜଣ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ଗୋଟିଏ ପରିବାରର 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ୍ ଭାବରେ ସତ୍ୟ ନଗର କାଳି ମନ୍ଦିର ନିକଟରୁ…
ସୀତାରାମ ଅଗ୍ରୱାଲ ବାଣପୁର, କରୋନା ପଜିଟିଭ ଚିହ୍ନଟ ପରେ ବାଣପୁର ଏନଏସିର ୯ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଆଦେଶ ଆଜି ୨୧ ତାରିଖ ସନ୍ଧ୍ୟା ୭ଟାରୁ ଆସନ୍ତା ୨୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ବଳବତ୍ତର ରହିବ। ଖୋର୍ଦ୍ଧା ଜିଲ୍ଲାପାଳ ଜାରି କରିଥିବା ଆଦେଶନାମା ଅନୁଯାୟୀ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୯ ନମ୍ବର ୱାର୍ଡରେ ଥିବା ସାଜିଦ୍ ଚିକେନ ସେଣ୍ଟରଠାରୁ ସତ୍ୟ ସାଇ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ୫୦ ଟି ପରିବାରର ୨୦୦ ଲୋକ ରହୁଛନ୍ତି। ଏହି ସମୟରେ କଣ୍ଟେନମେଣ୍ଟ ଜୋନର ଭିତରକୁ ବାହାରୁ କେହି ଯାଇ ପାରିବେ ନାହିଁ ଏବଂ ଜୋନ ଭିତରେ ରହିଥିବା ଲୋକଙ୍କୁ ବାହାରକୁ ଯିବା ଲାଗି ଅନୁମତି ଦିଆଯିବ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ସମସ୍ତ ଲୋକଙ୍କୁ ଘର ଭିତରେ ରହିବା ପାଇଁ କୁହାଯାଇଛି। ଏହି ଜୋନରେ…
ରମେଶ ମହାନ୍ତି ଜଗତସିଂହପୁର: ବିଗତ ଦିନରେ କ୍ୟାସ୍ବୁକ୍ ଅଡିଟ୍ ଯୋଗୁଁ ଜଗତସିଂହପୁର ବ୍ଲକରେ ହୋଇଥିବା ୨୦ ଲକ୍ଷ ଟଙ୍କାର ହେରଫେର ଲୋକଲୋଚନକୁ ଆସିପାରିଥିଲା, ତଥାପି ଏପରି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଜଗତସିଂହପୁର ଜିଲ୍ଲାର ବ୍ଲକ ଅଧିକାରୀମାନେ ପୁନଶ୍ଚ ଏହି କାର୍ଯ୍ୟକୁ ବିଳମ୍ବ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ଭାରତ ସରକାରଙ୍କର ଇ ଗ୍ରାମ ସ୍ୱରାଜ ଅନଲାଇନ୍ ପୋର୍ଟାଲ ତଥ୍ୟରୁ ଜାଣିବାକୁ ମିଳିଛି ଯେ ଜଗତସିଂହପୁର ଜିଲ୍ଲାରେ ଥିବା ୧୯୮ଟି ଗ୍ରାମପଞ୍ଚାୟତ ମଧ୍ୟରୁ ପ୍ରାୟ ୧୮୦ଟି ଗ୍ରାମପଞ୍ଚାୟତରେ କେବଳ ୨୦୧୯-୨୦ ଆର୍ଥିକ ବର୍ଷର କ୍ୟାସ୍ ବୁକ୍ ଲେଖା ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଥିବା ୮ଟି ବ୍ଲକରେ ଏପର୍ଯ୍ୟନ୍ତ ଲେଖା ସରିନଥିବା ଜଣାପଡିଛି। କୁଜଙ୍ଗ, ରଘୁନାଥପୁର ଓ ଏରସମା ବ୍ଲକକୁ ଛାଡିଦେଲେ ଅନ୍ୟ ବ୍ଲକରେ ଏହି କ୍ୟାସବୁକ୍ ଲେଖା ଅତି ମନ୍ଥର ଗତିରେ ଚାଲୁଥିବା ଜଣାପଡିଛି। ଏଠି ପ୍ରଶ୍ନ ଉଠୁଛି ଭୟଙ୍କର କରୋନା ଯୁଦ୍ଧରେ ଆଗ ଧାଡିରେ ଥିବା…
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବେଶ୍ ଜଟିଳ ଥିବାବେଳେ ସେହି ଜିଲ୍ଲାରୁ ଏକ ଆଶ୍ବସ୍ତିକର ଖବର ମିଳିଛି । ଗଞ୍ଜାମ ଜିଲ୍ଲାର 95 ବର୍ଷୀୟ ବୃଦ୍ଧ ଉଦୟନାଥ କରୋନାକୁ ମାତ୍ ଦେଇଛନ୍ତି । କରୋନାରୁ ସୁସ୍ଥ ହୋଇଛନ୍ତି ଉଦୟନାଥ । ଉଦୟନାଥ ସୁସ୍ଥ ହେବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାକୁ ହରାଇଥିବାରୁ ଉଦୟନାଥଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦୟନାଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 95 ବର୍ଷ ବୟସରେ କରୋନା ମାତ୍ ଦେଇ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ନବୀନ କହିଛନ୍ତି । ସୋରଡା ବ୍ଲକର ଚାକୁଣ୍ଡା ଗ୍ରାମର 95 ବର୍ଷୀୟ ଉଦୟନାଥ ବିଷୋୟୀ କୋଭିଡ୍ ଯୁଦ୍ଧରେ ବିଜୟୀ ହୋଇଛନ୍ତି । ସେ ଜୁଲାଇ 18 ତାରିଖରେ ଟାଟା କୋଭିଡ୍ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ।ପୂର୍ବରୁ କେନ୍ଦ୍ରାପଡାର ଜଣେ ବୃଦ୍ଧ ଦମ୍ପତି…
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ସଟ୍ଡାଉନ୍ ନିୟମରେ ସଂଶୋଧନ କରାଯାଇଛି । ଏଟିଏମ୍ ଓ ବ୍ୟାଙ୍କ ସକାଳ 8ରୁ ଦିନ 1ଟା ଯାଏଁ ଖୋଲା ରହିବ । ସେହିପରି ଗ୍ରୋସରୀ ଓ କ୍ଷୀର ଦୋକାନ ସକାଳ 6ରୁ ଦିନ 1ଟା ଯାଏଁ ଖୋଲିବ । ପରିବା ଓ ଫଳ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳୁ 5ରୁ କାଲି ମଧ୍ୟରାତ୍ର ଯାଏଁ ସଟ୍ଡାଉନ୍ ଘୋଷଣା କରାଯାଇଛି ।

