Author: Samikhsya Bureau

କୋଲକାତା, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ବଡ଼ ଭାଇ ସ୍ନେହାଶୀଷ କରୋନା ଆକ୍ରାନ୍ତ ହେବା ପରେ ଗାଙ୍ଗୁଲି ପ୍ରାୟ ସପ୍ତାହେ ହେଲା ହୋମ୍ କ୍ବାରେଣ୍ଟିନରେ ଥିଲେ। ପ୍ରତିଷେଧକ ପଦକ୍ଷେପ ସ୍ବରୁପ ସେ ସ୍ବାବ ପରୀକ୍ଷା କରାଇ ନେଇଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ବେଙ୍ଗଲ କ୍ରିକେଟ ଆସୋସିଏସନ ସଭାପତି ଅଭିଷେକ ଡାଲମିଆ ମଧ୍ୟ ସିଏବି ସମ୍ପାଦକ ସ୍ନେହାଶୀଷଙ୍କ ସମ୍ପର୍କରେ ଆସିବା ପରେ ହୋମ୍ କ୍ବାରେଣ୍ଚାଇନରେ ରହିଛନ୍ତି। ସୌରଭ ତାଙ୍କ ପତ୍ନୀ ଏବଂ ଶ୍ବଶୁର ଘର ଲୋକ ପଜିଟିଭ ଜଣାପଡିବା ପରେ ଏବେ ତାଙ୍କର ବେହାଲାସ୍ଥିତ ପୈତୃକ ଘରେ ରହୁଛନ୍ତି।

Read More

ଭୁବନେଶ୍ବର: ବିଶିଷ୍ଚ କଥାକାର, ଔପନାସିକା ତଥା ସୁଲେଖିକା ବୀଣାପାଣି ମହାନ୍ତିଙ୍କୁ ୨୦୧୯ ମସିହା ପାଇଁ ଅତିବଡି ଜଗନ୍ନାଥ ଦାସ ସମ୍ମାନ ପ୍ରଦାନ କରାଯାଇଛି। ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ସମାରୋହ ଅବସରରେ ଔପନାସିକାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପର୍ଯ୍ୟଟନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶନିବାର ଦିନ ବୀଣାପାଣିଙ୍କୁ ତାଙ୍କ କଟକ ବାସଭବନରେ ମାନପତ୍ର, ଉତ୍ତରୀୟ ସହିଚ ଏକ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନପୂର୍ବକ ସମ୍ମାନିତ କରିଛନ୍ତି। ଏକାଡେମୀର ସଚିବ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ପ୍ରଶସ୍ତିପତ୍ର ପାଠ କରିଥିଲେ। ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୁଲେଖିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟ ଲେଖକ ଲେଖିକାମାନଙ୍କୁ ସାରସ୍ବତ ସାଧିକା ବୀଣାପାଣି ମହାନ୍ତିଙ୍କ ଭଳି ଲେଖନୀ ଚାଳନାକୁ ତୀବ୍ର କରିବାକୁ ଆହ୍ବାନ ଜଣାଇଥିଲେ। ବୀଣାପାଣି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ତାଙ୍କ ପାଇଁ ଗର୍ବର ବିଷୟ ଯେ, ମନ୍ତ୍ରୀ , ସଚିବ, ନିର୍ଦେଶକ ଏବଂ…

Read More

ରମେଶ ମହାନ୍ତି ଜଗତସିଂହପୁର: ସରକାରଙ୍କ (ଏନ୍.ଡି.ପି.ଏସ୍)ଆଇନକୁ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଉଥିବା ଜଣାପଡୁଛି। ତିର୍ତ୍ତୋଲକୁ ନୂଆ କରି ଆସିଥିବା ଅବକାରୀ ଅଫିସରଙ୍କ ସରଳତାର ଫାଇଦା ଉଠାଇ ଜନୈକ କନଷ୍ଟେବଳ ନିଜର ସ୍ୱାର୍ଥସାଧନ ଲକ୍ଷରେ ଏପରି କରୁଥିବା ଶୁଣିବାକୁ ମିଳୁଛି। ସୂଚନାନୁଯାୟୀ ଗୁରବାର ସନ୍ଧ୍ୟାରେ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଶଙ୍ଖେଶ୍ୱର ଅଞ୍ଚଳର ଏକ ଚୋରା ଗଞ୍ଜେଇ ବେପାରୀ ଉପରେ ରେଡ୍ କରାଯାଇ ୧ କିଲୋରୁ ଅଧିକ ଗଞ୍ଜେଇ ଜବତ କରିବା ସହିତ ଆସାମୀକୁ ଗିରଫ କରାଯାଇଥିଲା ଏବଂ ଜବତ ଗଞ୍ଜେଇ ସହିତ ଆସାମୀକୁ ରାତିସାରା ତିର୍ତ୍ତୋଲ ଅବକାରୀ କାର୍ଯ୍ୟାଳୟରେ ରଖି ସକାଳୁ କୋର୍ଟ ଚାଲାଣ କରାଯାଇଥିଲା। ତିର୍ତ୍ତୋଲ ଅବକାରୀ ଅଫିସର ନିଜେ ଗଣମାଧ୍ୟମ ଆଗରେ ଏହା କହିଥିଲେ। ହେଲେ କାଗଜପତ୍ରରେ ଶୁକ୍ରବାର ସକାଳୁ ଏହି ରେଡ୍ କରାଯାଇଥିବା ଦର୍ଶାଯାଇଥିବା କୁହାଯାଉଛି। କେନ୍ଦ୍ର ସରକାରଙ୍କ ଆଇନ ଅନୁଯାୟୀ ଜଣେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କିମ୍ବା ତାଙ୍କ ଅନୁମତିପତ୍ର ପାଇବା…

Read More

ପିଣ୍ଟୁ ବିଷୋୟୀ କୋଦଳା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସମୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ବେଗୁନିଆପଡା ଓ କବିସୂର୍ଯ୍ୟନଗର ବ୍ଲକ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି। ସୁମଣ୍ଡଳ ପଞ୍ଚାୟତର ଭାଲ୍ୟାଝର ଗ୍ରାମର ଗୋଟିଏ ପରିବାରର ଦୁଇ ଜଣଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଖବର ପାଇ ବିଧାୟିକା ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଏହାପରେ ଅଙ୍ଗାରଗାଁ ଯାଇ କରୋନାରେ ତିନି ଜଣ ପ୍ରାଣ ହରାଇଥିବା ପରିବାରକୁ ଭେଟି ବିଧାୟିକା ସମବେଦନା ଜଣାଇଥିଲେ। ସେଠାରୁ ସେ ଶାଳବଣ, ଶାଙ୍କୁଡ଼ା, ବୁରୁଝରୀ, ବେଗୁନିଆପଡା, ଖଣ୍ଡିଆନଇ, ବରିଡା, ଛଚିନା ଆଦି ପଞ୍ଚାୟତ ଗସ୍ତ କରି ସରପଞ୍ଚ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। କରୋନାରୁ ସୁସ୍ଥ ହୋଇ ଫେରିଥିବା ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିବା ସହ ଯେ କୌଣସି…

Read More

ଭୁବନେଶ୍ବର, ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ପାଇଁ ଆଉ 15 ଶହ କୋଭିଡ ବେଡ୍ ବ୍ୟବସ୍ଥା କରାଯିବ। ଏବେ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଉଛୁ, ଦିନକୁ 14 ଶହ ଟେଷ୍ଟ କରାଯିବ। ସମସ୍ତ 67 ୱାର୍ଡରେ ସଚେତକ ଟିମ୍ ଅଛନ୍ତି ଏବଂ ସେମାନେ ନିରନ୍ତର କାମ କରୁଛନ୍ତି ବୋଲି ରାଜଧାନୀର କରୋନା ସ୍ଥିତି ନେଇ ଗଣମାଧ୍ୟମକୁ ସୂଚନା ଦେବା ବେଳେ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏହା କହିଛନ୍ତି। ବସ୍ତି ପାଇଁ ଆମର ନିର୍ଦ୍ଦିଷ୍ଟ ରଣନୀତି ଅଛି, ପ୍ରତି ବସ୍ତିରେ କମିଟି ରହିଛି। ଆକ୍ଟିଭ ସର୍ଭେଲାନ୍ସ ଚିମ୍ ଯାଞ୍ଚ କରିବା ସହ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି। ସଚେତକ ଆପ୍ କରିବା ଦ୍ବାରା ପ୍ରତି ୱାର୍ଡରେ କେତେ ଆକ୍ରାନ୍ତ ତାହା ଜଣାପଡୁଛି। 6ଟି ଜାଗାରେ 870 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍ କରାଯାଇଛି। 554 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। 1025 ଶଯ୍ୟାର କୋଭିଡ ହସ୍ପିଟାଲ, 60 ଶଯ୍ୟାର…

Read More

ଭୁବନେଶ୍ବର, ମୁରଜରେ ଯେ ଭିନ୍ନ ଭିନ୍ନ ଚିତ୍ରକଳା ବା ରଂଗୋଲି କରାଯାଇପାରେ ତାହା କରି ଦେଖାଇଛନ୍ତି ଓଡିଶାର ଯୁବ ରଂଗୋଲି ପ୍ରେମୀ ପ୍ରତ୍ୟୁଷିନୀ ଜେନା।

Read More

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା। ସିଆରପିଏଫ ଇନ୍ସପେକ୍ଟର ଉପରକୁ ଗୁଳି କରିବା ପରେ ନିଜ ଉପରକୁ ଗୁଳି ଚଳାଇଛନ୍ତି ସିଆରପିଏଫ ସବ-ଇନ୍ସପେକ୍ଟର। ଘଟଣାରେ ଉଭୟ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତି ଦିଲ୍ଲୀର ପୋଶ ଲୋଧି ଇଷ୍ଟେଟ ଅଞ୍ଚଳରେ ଘଟଣାଟି ଘଟିଛି। 61 ଲୋଧି ଅଞ୍ଚଳରେ ଗୁଳି ବିନିମୟ ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଦୁଇ ଜଣ ସିଆରପିଏଫ ଯବାନ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ। ପୋଲିସ କହିଛି, ଉଭୟ ଯବାନ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା ​​ଯାହା ଶୁକ୍ରବାର ରାତିରେ ଉଗ୍ରରୂପ ନେଇଥିଲା। ସବ୍-ଇନ୍ସପେକ୍ଟର କର୍ଣ୍ଣେଲ ସିଂ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। (ଏଜେନସି)

Read More

ଭୁବନେଶ୍ବର, ଜୁଲାଇ ମାସ ୨୫ ତାରିଖ ଓ ୨୯ ତାରିଖ କୁ ପଶ୍ଚିମ ବଙ୍ଗ ସରକାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି।ଏଥିପାଇଁ କେତେକ ଟ୍ରେନ କୁ ବାତିଲ କରାଯାଇଥିବା ବେଳେ କେତେକର ଆଂଶିକ ବାତିଲ ଓ ରହଣି ଅପସାରଣ କରାଯାଇଅଛି। ବାତିଲ ହେଉଥିବା ଟ୍ରେନଗୁଡିକ ହେଲା 1-୦୨୨୦୧/୦୨୨୦୨ ସିଆଲଦା-ଭୁବନେଶ୍ୱର-ସିଆଲଦା (କଲିକତା) ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ସିଆଲଦା ଠାରୁ ଜୁଲାଇ ମାସ ୨୭ ତାରିଖ (ସୋମବାର) ଦିନ ଏବଂ ଭୁବନେଶ୍ୱର ରୁ ଜୁଲାଇ ମାସ ୨୮ ତାରିଖ (ମଙ୍ଗଳବାର) ଦିନ ବାତିଲ ରହିବ ଓ 2-ସେହିପରି, ୦୨୦୭୪/୦୨୦୭୩ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଜୁଲାଇ ମାସ ୨୫ ଓ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ ଓ 3-୦୨୨୪୬/୦୨୨୪୫ ଯଶୋବନ୍ତପୁର-ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ଯଶୋବନ୍ତପୁର ଠାରୁ ୨୮ ତାରିଖ ଦିନ ଏବଂ ହାଓଡ଼ା ଠାରୁ ୨୯ ତାରିଖ ଦିନ ଯାତ୍ରା ବାତିଲ କରିବ ଓ ଆଂଶିକ ବାତିଲ … 1-୦୨୭୦୩/୦୨୭୦୪…

Read More

ପିଣ୍ଟୁ ବିଷୋୟୀ କୋଦଳା(ଗଂଜାମ), ହଜିଗଲା ମାନବିକତା, ଭୁଲିଗଲେ ମଣିଷ ପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳାରେ। କୋଦଳା ମେଡିକାଲ ବାହାରେ ପଡି ରହିଥିଲା କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ପୋଲିସ ଏସଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମୃତଦେହ। ତେବେ କୋଦଳା ମେଡିକାଲ ବାହାରେ ଦୀର୍ଘ ସମୟ ଧରି ମୃତଦେହ ପଡି ରହିବା ପରେ ଉଠିଲା ପୋଲିସ ଏଏସଆଇଙ୍କ ମରଶରୀର। ସ୍ଥାନୀୟ ଅଞ୍ଚଳର ଦୁଇ ସାମ୍ବାଦିକ ପିପିଇ କିଟ ପିନ୍ଧି ଏସଆଇଙ୍କ ମର ଶରୀର ଉଠାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଏ ଏସ ଆଇ ରବିନ୍ଦ୍ର ବେହେରା (୫୦) ଙ୍କ ଦେହାନ୍ତ ହୋଇଯାଇଛି। ଶ୍ରୀ ବେହେରା ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ନିଜ ଘର ନରେନ୍ଦ୍ରପୁର ହୋଇଥିବା ବେଳେ ସେ ବେଗୁନିଆପଡ଼ା ଠାରେ ଏକ ଭଡ଼ା ଘରେ ରହୁଥିଲେ।…

Read More

ଭୁବନେଶ୍ବର, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି। କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ପ୍ଲାଜମା ନେଇ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କଲେ ଏଥିରୁ ସୁଫଳ ମିଳୁଛି। ଏଥିପାଇଁ ମାନବିକତା ଦୃଷ୍ଟିରୁ ପ୍ଲାଜମା ଦାନ ପାଇଁ ରାଜ୍ୟପାଳ ଗଣେଷୀ ଲାଲ ପରାମର୍ଶ ଦେଇଛନ୍ତି। ପ୍ଲାଜମା ଦାନ କରି ଅନ୍ୟକୁ ବଞ୍ଚାଇବା ଏକ ସ୍ବର୍ଗୀୟ କାର୍ଯ୍ୟ ବୋଲି ସେ କହିଛନ୍ତି। କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ ପ୍ରବର୍ତ୍ତାଇବା ସକାଶେ ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର ମନ୍ତ୍ରୀମାନଙ୍କୁ ଦାୟିତ୍ବ ଦେଇଛନ୍ତି।

Read More

କଟକ, କଟକ ସହରରୁ ଆଜି 35 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 26 ଜଣ ହୋମ୍ କ୍ବାରେଣ୍ଟିନ ହୋଇଥିବା ବେଳେ 6 ଜଣ ସରକାରୀ କ୍ବାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଚାକ୍ଚରୁ 3 ଜଣ ପଜିଟିଭ ବାହାରିଛନ୍ତି। ରାଉସପାଟଣାରୁ ସର୍ବାଧିକ 21 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସସିବି ଆଇସୋସେଲସନ ୱାର୍ଡରୁ 3 ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି।କାଳୀଗଳିରୁ 3, ବାଲୁବଜାରରୁ 2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Read More

ଭୁବନେଶ୍ବର, ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏ ‌ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯାଇଛି। ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ଇତିମଧ୍ୟରେ ଖାତାଦେଖା ଶେଷ ହେବା ସହିତ ଟାବୁଲେସନ୍ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବା ଜଣାପଡିଛି। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସନ୍ତା ଜୁଲାଇ ୩୧ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ସୁଦ୍ଧା ପାଇବ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା…

Read More

ଭୁବନେଶ୍ବର, ଆଜି ଭୁବନେଶ୍ବରରୁ ଆଉ 111 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଚିନରୁ 62 ଏବଂ ଲୋକାଲ କଣ୍ଟାକ୍ଟ କେସ୍ 49 ଚିହ୍ନଟ ହୋଇଛନ୍ତି। ଆଇଗଣିଆ ଆଳୁଗଦିରୁ 9 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା ନୂଆସାହିରୁ 5, ନୀଳାଦ୍ରି ବିହାରରୁ 4 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରସୁଲଗଡ଼ ଜିଜିପି କଲୋନୀରୁ 3, ଡୁମୁଡୁମା ଫେଜ୍-3ରୁ 3, ଆଇଆରସି ଭିଲେଜରୁ 6, ନୂଆପଲ୍ଲୀରୁ 2, ମୈତ୍ରୀବିହାରରୁ 2 ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରୁ ଆଉ 29 ଜଣ ଆରୋଗ୍ୟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

Read More

ଭୁବନେଶ୍ବର, ବର୍ତ୍ତମାନ କରୋନା କଟକଣା ପାଇଁ ସମସ୍ତ ଶିଳ୍ପ ଏବଂ  ନିର୍ମାଣ କାମ ବନ୍ଦ ରହିଛି। ଏହି ପରି ଏକ ମୂର୍ହୁତ୍ତରେ ପୂର୍ବତଟ ରେଳବାଇ ତରଫରୁ କାମ ହରାଇଥିବା ଶ୍ରମିକଙ୍କୁ ବିଭିନ୍ନ କାମରେ କରୁଛନ୍ତି ନିୟୋଜିତ

Read More

ମୁମ୍ବାଇ : ବଲିଉଡ୍‌ର ସବୁଠୁ ଲୋକପ୍ରିୟ ରିଲ୍‌ ଯୋଡି ଭାବରେ ସଲ୍ଲୁ ଓ କ୍ୟାଟ୍ରିନା  ପ୍ରାୟ ସମସ୍ତଙ୍କର ପସନ୍ଦ । ଏହି ଯୋଡିଙ୍କ ଫିଲ୍ମକୁ ଦର୍ଶକେ ବହୁତ ପସନ୍ଦ କରିଥାନ୍ତି । ତେବେ ଦୁହିଁଙ୍କ ଅଭିନୀତ ଟାଇଗର୍ ସିରିଜ୍‌ ମଧ୍ୟ ବେଶ୍‌ ଲୋକପ୍ରିୟ ରହିଛି । ‘ଏକ୍‌ ଥା ଟାଇଗର୍‌’ ‘ଟାଇଗର୍‌ ଜିନ୍ଦା ହୈ’ ପରେ ଟାଇଗର -3ରେ ଦୁହେଁ ନଜର ଆସିବେ ବୋଲି ସୂଚନା ରହିଛି ।  ଶେଷ ଥର ପାଇଁ  ଦୁହିଁଙ୍କୁ ଫିଲ୍ମ ‘ଭାରତ’ରେ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ ’ଟାଇଗର -3’ ପାଇଁ ସଲମାନ୍‌  ରାଜି ହୋଇଥିବାବେଳେ ଆସନ୍ତା ବର୍ଷ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ରହିଛି । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ମୀନଷ ଶର୍ମା ଦେବାକୁ ଯାଉଛନ୍ତି ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ’ଏକ୍‌ ଥା ଟାଇଗର୍‌’ 2012ରେ ରିଲି୍ଜ୍‌ ହୋଇଥିଲା । ଏହି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର/ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି ବାଣପୁର-ଚିଲିକା ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜି ବାଣପୁର ବ୍ଲକର ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦନପୁର ଗ୍ରାମକୁ ସଟ୍‌ଡାଉନ୍‌ କରାଯାଇଛି। ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ପ୍ରଧାନ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ଗ୍ରାମକୁ ଆଜି ଅର୍ଥାତ୍‌ ୨୫ ତାରିଖ ମଧ୍ୟାହ୍ନ ୧୨ ଘଟିକାଠାରୁ ୨୮ ତାରିଖ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କରିଛନ୍ତି। ସେହିପରି ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଈରୀ ଓ ବଡ଼ ନଈରୀ ଗ୍ରାମ ପଞ୍ଚାୟତରୁ ୩ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାନ ନଈରୀ ପଞ୍ଚାୟତକୁ ଅବରୁଦ୍ଧ କ୍ଷେତ୍ର ଭାବରେ ଘୋଷଣା କରାଯାଇଛି। ଏହି ପଞ୍ଚାୟତର ସରପଞ୍ଚ ଶ୍ରାବଣୀ ଘଡେଇ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି  ସାନନଈରୀ…

Read More

ମୁମ୍ବାଇ : ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଭୋସେ ଗ୍ରାମରେ 400 ବର୍ଷ ତଳର ପୁରୁଣା ଏକ ବରଗଛ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି । ଗଛ ପାଇଁ ଏବେ ଜାତୀୟ ରାଜପଥର ନକ୍ସାକୁ ପରିବର୍ତ୍ତନ କରାଯାଇଛି । ନିର୍ମାଣଧୀନ ହାଇଓ୍ବେ ସର୍ଭିସ୍‌ ରୋଡ୍‌ ଏହି ବରଗଛ ନିକଟରେ ଯାଉଥିବାବେଳେ ଏହି ଗଛକୁ କାଟି ରାସ୍ତା ନିର୍ମାଣ କରାଯାଉଥିଲା। କିନ୍ତୁ ପରିବେଶବିତ୍‌ କାର୍ଯ୍ୟକର୍ତ୍ତା ଏହାର ବିରୋଧ କରିଥିଲେ । ବିରୋଧ ଦେଖି ରାଜ୍ୟର ପର୍ଯ୍ୟାବରଣ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କୁ ଅବଗତ କରାଯାଇଥିଲା । ଆଦିତ୍ୟ ଏନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତ୍‌ନୀ ଗଡ୍‌କରୀଙ୍କୁ ଏହି ସମ୍ପର୍କରେ ଅବଗତ କରାଇଥିଲେ । ଗଡ୍‌କରୀ ଏହି ଗଛକୁ ବଞ୍ଚାଇବା ପାଇଁ ହାଇଓ୍ବେର ନକ୍‌ସାକୁ ବଦଳାଇ ଏହି ପ୍ରୋଜେକ୍ଟକୁ ଆଦେଶ ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ସାଙ୍ଗଲୀ ଜିଲ୍ଲାର ଭୋସେ ଗ୍ରାମ ଦେଇ ଯାଉଥିବାବେଳେ  ରତ୍ନଗିରି-ନାଗପୁର…

Read More

ମଧ୍ୟପ୍ରଦେଶ :  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଆସିଛି । ସେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏନେଇ ସୂଚନା ଦେବା ସହିତ ତାଙ୍କ ସମ୍ପର୍କରେ ଆସିଥିବା  ସମସ୍ତେ କରୋନା ଟେଷ୍ଟ କରିବାକୁ ଅପିଲ୍‌ କରିଛନ୍ତି । ସେହିପରି ତାଙ୍କ ନିକଟତର ହୋଇଥିବା ସମସ୍ତ ସହଯୋଗୀ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି। ଶିବରାଜ ଏକ ଟୁଇଟ୍‌ ଜରିଆରେ କହିଛନ୍ତି ସେ କୋଭିଡ୍‌-19ର ଗାଇଡଲାଇନ ପାଳନ କରୁଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ସୂଚନାଯୋଗ୍ୟ, ମାର୍ଚ୍ଚ 25ରୁ ପ୍ରତ୍ୟେକ ସନ୍ଧ୍ୟାରେ କରୋନା ଗତିବିଧିକୁ ନେଇ ସମୀକ୍ଷା ବୈଠକ କରୁଥିଲେ । ତେବେ ମୁଖ୍ୟମନ୍ତ୍ରୀ ଏବେ କ୍ବାରେଣ୍ଟାଇନ୍‌ରେ ରହିଥିବାବେଳେ ସେ ଏବେ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି । ଶିବରାଜ ସିଂହ ଚୌହ୍ବାନଙ୍କ ଅନୁପସ୍ଥିତିରେ ଏହି ବୈଠକରେ ଗୃହମନ୍ତ୍ରୀ…

Read More

ଖଲ୍ଲିକୋଟ : କୋଦଳା ହସ୍ପିଟାଲରେ ପଡିଛି ପୋଲିସ୍‌ ଏସ୍‌ଆଇଙ୍କ ମରଶରୀର । ମିଳିଥିବା ସୂଚନା ଅନୁସାରେ ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିବା ପୋଲିସ୍‌ ଏଏସ୍‌ଆଇଙ୍କର ମୃତ୍ୟୁ ହୋଇଛି । କାଲି ମୃତ୍ୟୁ ପରେ କରୋନା ଭୟରେ ମୃତଦେହ ପାଖକୁ କେହି ଯାଉନାହାନ୍ତି । କରୋନା ଭୟରେ ସ୍ଥାନୀୟ ଲୋକେ ବି ମେଡ଼ିକାଲ ଷ୍ଟାଫ୍‌ ପାଖ ମାଡୁ ନାହାନ୍ତି । ଚାରି ଦିନରୁ ଥଣ୍ଡା, କାଶ ଲାଗି ରହିଥିଲା । କାଲି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଗୁରୁତର ପରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଏପରିକି ପରିବାର କି ସ୍ଥାନୀୟ ଲୋକେ ମୃତଦେହକୁ ଉଠାଉନଥିବାର ଦେଖାଯାଇଛି । କରୋନା ଯୋଗୁଁ ମାନବିକତା ହଜି ଯାଇଛି । କୋଭିଡ୍‌ ଯୋଦ୍ଧାଙ୍କୁ ମୃତ୍ୟୁ ପରେ ତାଙ୍କୁ ସମ୍ମାନ ଦିଆଯାଉନାହିଁ । ଏପରିକି ଶ୍ମଶାନରେ ମଧ୍ୟ ଜାଗା ଦେଉନାହାନ୍ତି ଲୋକେ । ନିକଟରେ ଜଣେ ଡାକ୍ତର କୋଭିଡ୍‌‌ ଯୋଦ୍ଧାଙ୍କ ମୃତ୍ୟୁପରେ…

Read More

ଭୁବନେଶ୍ବର, କୋଭିଡ19 ନିୟନ୍ତ୍ରଣ ପାଇଁ ଯେଉଁଠି ଆଲୋଚନା ଓ ନିଷ୍ପତି ହୁଏ ସେହି ଲୋକସେବା ଭବନରେ ବର୍ତ୍ତମାନ ବାହାରିଛି ପଜେଟିଭ୍। ଫଳରେ ରାଜ୍ୟରେ କରୋନା ମୁକାବିଲା କିପରି ହେବ ସେ ନେଇ ସମସ୍ତେ ଚିନ୍ତିତ। ତେବେ ଲୋକସେବା ଭବନରେ ଏହି ଭୂତାଣୁ ସଂକ୍ରାମଣ ହେବା ପୂର୍ବରୁ ବିଏମସି ତରଫରୁ ନିଆଯାଇଛି ପଦକ୍ଷେପ। ଆଜି ଅଗ୍ନିଶମ ବିଭାଗର ତିନୋଟି ସାନିଟାଇଜେସନ ଗାଡି ପୁରା ଲୋକସେବା ଭବନକୁ ଭୂତାଣୁ ମୁକ୍ତ କରୁଛନ୍ତି। ପ୍ରଥମେ ବାହାରକୁ ଏହି ସାନିଟାଇଜେସନ କରିବା ପରେ ଭିତରେ ମଧ୍ୟ ଯେଉଁ ବିଭାଗରୁ ପଜେଟିଭ ବାହାରିଛି ତାହାକୁ ମଧ୍ୟ ଭୂତାଣୁ ମୁକ୍ତ କରାଯାଇଛି। ଲୋକସେବା ଭବନରୁ ପଜେଟିଭ ବାହାରିବା ପରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଗାଇଡ ଲାଇନ ଜାରୀ କରାଯାଇଛି। କର୍ମଚାରୀମାନେ କିପରି ଆସିବେ, କେତେ ପରିମାଣର ଆସିବେ ତାହା ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଯାଇଛି।

Read More

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସମେସ୍ତ ନିଜ ଘରେ ରହୁଥିବାବେଳେ ନିଜ ମନ ପସନ୍ଦର ଖାଦ୍ୟକୁ ନେଇ ଅନ୍‌ଲାଇନ୍‌ ଅର୍ଡରର ଡିମାଣ୍ଡ ବଢିଛି। ତେବେ ଅନ୍‌ଲାଇନ୍‌ ଫୁ୍ଡ୍ ଡେଲଭରୀ ସଂସ୍ଥା ସ୍ବିଗିର ସର୍ଭେ ଅନୁସାରେ ଏହି ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡରରେ ବିରିୟାନ୍‌ ପ୍ରତି ଲୋକଙ୍କର ଚାହିଦା ବେଶ୍‌ ବଢିଛି। ଲକ୍‌ଡାଉନ୍‌ ସମୟରେ ପ୍ରାୟ 5.5 ଲକ୍ଷରୁ ଅଧିକ ଲୋକେ ବିରିଆନୀ ପାଇଁ ଅର୍ଡର କରିଛନ୍ତି। ଏହା ପଛକୁ ରହିଛି ବଟର ନାନ୍‌ ଓ ମସଲା ଦୋସା। ସେହିପରି ଚୋକୋ କେକ୍‌ ପାଇଁ 1ଲକ୍ଷ 29 ହଜାର ଜଣ ଅର୍ଡର କରିଥିବାବେଳେ ଗୁଲାବ୍‌ ଜମାନୁନ୍‌ ଓ ବଟରସ୍କଚ୍‌ ମୁସ୍‌ କେକ୍‌ ମଧ୍ୟ ଏଥିରେ ସାମିଲ୍‌ ହୋଇଛି। କେବଳ ଖାଦ୍ୟ ନୁହେଁ ଖାଦ୍ୟ ସମାଗ୍ରୀ ମଧ୍ୟ ସ୍ବିଗି ଜରିଆରେ ମଧ୍ୟ ଅର୍ଡର କରାଯାଇଛି। ମିଳିଥିବା ସୂଚନା ଅନୁସାରେ 323 ମିଲିୟନ୍‌ କିଲୋଗ୍ରାମ ପିଆଜ ଓ 56 ମିଲିଅନ୍‌  କିଲୋଗ୍ରାମର କଦଳୀ ଡେଲିଭରୀ ହୋଇଛି। ସେହିପରି…

Read More