Author: Samikhsya Bureau

ଗଞ୍ଜାମ : କରୋନା ଭୟ ଆମକୁ କେବଳ ଭୟାଳୁ ନୁହେଁ ଅସଭ୍ୟ ମଧ୍ୟ କରିଦେଉଛି ଏହାର ଏକ ନଗ୍ନ ଉଦାହରଣ ଆମକୁ ଗଞ୍ଜାମ ଜିଲ୍ଲାରୁ ଦେଖିବାକୁ ମିଳିଛି । କରୋନା ଭୟରେ ଜଣେ ମହିଳାଙ୍କ ଶବକୁ କେହି ନ ଛୁଇଁବାରୁ ଗାଁ ଦାଣ୍ଡରେ ପଡି ରହିଥିଲା । କରୋନା ସନ୍ଦେହରେ ଶବକୁ କେହି ନ ଛୁଇଁବାରୁ ଗାଁ ଦାଣ୍ଡରେ 14 ଘଣ୍ଟା ଧରି ଜଣେ ମହିଳାଙ୍କ ମୃତଦେହ ପଡି ରହିଲା । ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଲପଡା ଗ୍ରାମରେ ଘଟିଛି । ସୂଚନାଯୋଗ୍ୟ, ଗତକାଲି ସକାଳେ ଏହି ମହିଳାଙ୍କର ହଠାତ୍‌ ମୃତ୍ୟୁ ଘଟିଥିଲା । ତେବେ ତାଙ୍କୁ କରୋନା ଆକ୍ରାନ୍ତ ସନ୍ଦେହ କରି ଗ୍ରାମବାସୀମାନେ କେହି ତାଙ୍କ ଶବକୁ ଛୁଇଁନଥିଲେ। 14 ଘଣ୍ଟା ଧରି ମୃତଦେହ ଗାଁ ଦାଣ୍ଡରେ ପଡି ରହିବା ପରେ ବିଳମ୍ବିତ ରାତ୍ରିରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ୍‌ ସହାୟତାରେ ଉକ୍ତ ମହିଳାଙ୍କ…

Read More

କଟକ : କଟକ ସହରରୁ ଆଜି ନୂତନ 16 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସିଏମସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ଏହି 16 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 2ଟି ଲୋକାଲ୍‌ କେସ୍‌ ରହିଛି । ଦୁଇ ଲୋକାଲ୍‌ କେସ୍‌ ମଧ୍ୟରୁ ଜଣେ କ୍ୟାଣ୍ଟନମେଣ୍ଟ ରୋଡ୍‌ର ଏଆଇଆର୍‌ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ମଙ୍ଗଳବାଗରୁ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ 14 ହୋମ୍‌ କ୍ବାରେଣ୍ଟାଇନ୍‌ ଆକ୍ରାନ୍ତଙ୍କ ମଧ୍ୟରେ ରାଉସପାଟଣାରୁ 5 ଜଣ, ଗଣେଶ ଘାଟରୁ 3 ଜଣ,  ଗୋପାଳ ସାହିରୁ 2 ଜଣ ଆକ୍ରାନ୍ତ,  ବାଲୁ ବଜାର, ବାଦାମବାଡିର ଶଙ୍କରପୁର ପରିଡା ସାହି, ପୁରୀ ଘାଟ ଓ ରାଣୀ ହାଟ ଅଞ୍ଚଳରୁ ଜଣେ ଲେଖାଏଁ ରହିଥିବାର ସୂଚନା ରହିଛି । ନୂତନ 16 ଆକ୍ରାନ୍ତଙ୍କ ପରେ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 350ରେ ପହଞ୍ଚିଯାଇଛି…

Read More

ବରଗଡ : ବରଗଡ ଜିଲ୍ଲା  ମୁଖ୍ୟ ହସ୍ପିଟାଲ 48 ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଇଛି । 48 ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜଣେ ଡାକ୍ତରଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଯିବା ପରେ ସଟ୍‌ଡାଉନ୍‌ ଘୋଷଣା । ଚିକିତ୍ସାଧୀନ ରୋଗୀଙ୍କୁ ବୁର୍ଲା ଓ ବରଗଡ ପୁରୁଣା ଡାକ୍ତରଖାନାକୁ ସ୍ଥାନାନ୍ତର । ସୂଚନାଯୋଗ୍ୟ, ବରଗଡ ଜିଲ୍ଲାରୁ 274 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 68ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ଜିଲ୍ଲାରେ 178 ଜଣ ସୁସ୍ଥ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପୀ । 6 ଗୁରୁତର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 4ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି । ଏହି ଚାରି ଗୁରୁତର ଆକ୍ରାନ୍ତ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ବୋଲି ସୂଚନା ରହିଛି । ସୁସ୍ଥ ହେଉଥିବା ଏହି ଚାରି ଆକ୍ରାନ୍ତଙ୍କର ଆଉ ଅକ୍ସିଜେନ୍‌ ସପୋର୍ଟର ଆବଶ୍ୟକ ନାହିଁ ବୋଲି ସୂଚନା ରହିଛି । ଅନ୍ୟ 2ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ଦୁହେଁ ଖୁବ ଶୀଘ୍ର ବିପଦମୁକ୍ତ ହେବେ ବୋଲି ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଗତ ଜୁଲାଇ 15 ତାରିଖରେ ରାଜ୍ୟରେ ପ୍ଲାଜମା ଥେରାପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ । ରାଜ୍ୟର 4ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଯଥା କଟକ ଏସ୍‌ସିବି ମେଡିକାଲ କଲେଜ, ଅଶ୍ବିନୀ ହସ୍ପିଟାଲ, ଆଇଏମ୍‌ଏସ୍ ସମ୍ ହସ୍ପିଟାଲ ଓ କିମ୍‌ସ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯାଇଛି…

Read More

ଗଜପତି : ଗଜପତି ଜିଲ୍ଲାର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଲକ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। 20 ତାରିଖ ସକାଳ 5ରୁ 31 ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ୍‌ ଜାରି ରହିବ। ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ପାଇଁ ଲାଗୁ ହେବ ଲକ୍‌ଡାଉନ୍‌ କଟକଣା । ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନଏସିରେ ମଧ୍ୟ ଲକ୍‌ଡାଉନ୍‌ ରହିବ । 8ଟି ବ୍ଲକର 11ଟି ପଞ୍ଚାୟତରେ ମଧ୍ୟ ଲକ୍‌ଡାଉନ୍‌ କଟକଣା ରହିବ ବୋଲି ସୂଚନା ରହିଛି ।

Read More

ଭଦ୍ରକ : ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍‌ଏସି ଲକ୍‌ଡାଉନ୍‌ । ଆସନ୍ତାକାଲିଠୁ ଶୁକ୍ରବାର ପର୍ଯ୍ୟନ୍ତ ପାଞ୍ଚଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 31 ଯାଏଁ ସପ୍ତାହାନ୍ତ ସଟ୍‌ଡାଉନ୍‌ ସହ ଲାଗୁ ହେବ 5 ଦିନିଆ ଲକ୍‌ଡାଉନ୍‌ । ତେବେ ପୂର୍ବ ଭଳି ଶନିବାର ଓ ରବିବାର ସଟ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ସୂଚନା ରହିଛି । ଲକ୍‌ଡାଉନ୍‌ରେ ସକାଳ 5ରୁ ଦିନ 1ଟା ଯାଏଁ ଦୋକାନ ବଜାର ଖୋଲା ରହିବ । କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନେଇଛି ।

Read More

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଳୀ ସମେତ ଏନ୍‌ସିଆରରେ ରବିବାର ସକାଳେ ଖୁବ୍‌ ଜୋର୍‌ରେ ବର୍ଷା ହେବାରୁ କିଛି ଅଞ୍ଚଳରେ ଜଳାର୍ଣ୍ଣବ ହୋଇଥିବାବେଳେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି ।  ଲଗାତାର ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଳୀ ମିଣ୍ଟୋ ରୋଡ୍‌ ଅଞ୍ଚଳ ଜଳବନ୍ଦୀ ହୋଇଛି । ଫଳରେ ଜଣକର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ରବିବାର ମିଣ୍ଟୋ ରୋଡ୍‌ସ୍ଥିତ ପୋଲ ତଳେ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ, ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ ଏକ ଡିଟିସ ବସ୍‌ ଏବଂ ଏକ ଅଟୋ ରିକ୍ସା ପାଣିରେ ଫସି ରହିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବସ୍‌ ଭିତରେ ଫଶି ରହିଥିବା ଡ୍ରାଇଭର, କଣ୍ଡକ୍ଟର ଓ ଅଟୋ ଡ୍ରାଇଭରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା…

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଲକ୍ଷ୍ନୌ – ଆଗ୍ରା ଏକ୍ସପ୍ରେସ୍‌ ଓ୍ବେରେ ଆଜି ଭୋର୍‌ ପ୍ରାୟ 5ଟା ସମୟରେ ଦୁର୍ଘଟଣା ହୋଇଛି । ମିଳିଥିବା ସୂଚନା ଅନୁସାରେ  ଏକ କାର୍‌କୁ ବସ୍‌ଟିଏ ଧକ୍କା ଦେଇ ଓଲଟି ପଡିବାରୁ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 18ଜଣ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ଟି ବିହାରର ଦରଭଙ୍ଗାରୁ ଦିଲ୍ଲୀରୁ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାଗସ୍ତ ହୋଇଛି । ବସ୍‌ଟିରେ ପ୍ରାୟ 40ରୁ 50 ଜଣ ଯାତ୍ରୀ ରହିଥିଲେ ।

Read More

ବେଙ୍ଗାଲୁରୁ : କରୋନାଠାରୁ ଦୂରେଇ ରହିବାକୁ  ସାମାଜିକ ଦୂରତା ଆଳରେ ଆମ ସମାଜ ଅଧିକ ଅମାନବୀୟ ଓ ଅସଭ୍ୟ ହେବାକୁ ଲାଗିଛି । କରୋନା ସଂକଟ ଯୋଗୁଁ  ମାନବିକତାର ହତ୍ୟା ହେଉଛି । । ଏଠାରେ ରୋଗ ସହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଘୃଣା କରାଯାଉଛି । ଏପରି ଏକ ଘଟଣା ବାଙ୍ଗାଲୋରରୁ ସାମ୍ନାକୁ ଆସିଛି । । କରୋନା ସଂକଟ କାଳରେ କର୍ଣ୍ଣାଟକର ବେଲଗ୍ରାମରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ବାମୀଙ୍କ ଶବକୁ ଏକ ଠେଲାଗାଡିରେ ନେଇ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଯାଉଥିବାର ଦେଖିବାକୁ ମିଳିଛି । ଏହି ମହିଳାଙ୍କୁ ସାହାଯ୍ୟ କରିବାକୁ ପାଖ ପଡୋଶୀ ତ ଦୂରର କଥା ନିଜ ସମ୍ପର୍କୀୟମାନେ ମଧ୍ୟ ଆସିନାହାନ୍ତି । କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହର କେହି ଶବକୁ କାନ୍ଧ ଦେବାକୁ ଆସୁନାହାନ୍ତି । ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ମହିଳା…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 5ଟି ମୁଣ୍ଡ ନେଇଛି କରୋନା । ଆଜି ପାଞ୍ଚ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3, ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟବରଣ କରିଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜମାରୁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ମଧ୍ୟରେ ଜଣେ 70 ବର୍ଷୟା ବୃଦ୍ଧା ଥିବାବେଳେ 44 ବର୍ଷୀୟ ପୁରୁଷ ଓ ଆଉ ଜଣେ 39 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଜଗତସିଂହପୁରରୁ ଆଜି ପ୍ରଥମ ମୁଣ୍ଡ ନେଇଛି କରୋନା । ମୃତକଙ୍କ ବୟସ 67 ବର୍ଷ ବୋଲି ସୂଚନା ରହିଛି । ସେ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ମୃତକ ସୁନ୍ଦରଗଡ ଜିଲ୍ଲାର ସେ 65 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । 5 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 91କୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କରୋନା ସ୍ଥିତି ଜଟିଳ ହୋଇପଡିଲାଣି। ନିକଟରେ ବାଣପୁର ସବ ଜେଲ ରୁ ଜଣେ ବିଚାରାଧୀନ କଏଦୀ ଜାମିନରେ ଘରକୁ ଗଲା ପରେ ରିପୋର୍ଟ ପଜିଟିଭ ଆସିଥିବେଳେ ସେହି ଆଧାରରେ ଗତ ଚଉଦ ତାରିଖରେ ବାଣପୁର ସବ ଜେଲ ରୁ ୩୫ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା। ତନ୍ମଧ୍ୟରୁ ଆଜି ଜଣେ ବିଚାରାଧୀନ କଏଦୀ ଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ଗଞ୍ଜାମ ଜିଲ୍ଲା କୋଦଳା ଜେଲ ରୁ ବାଣପୁର ସବ ଜେଲକୁ ସ୍ଥାନାନ୍ତରିତ ହୋଇଥିଲେ। ତାଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇ ଜେଲ୍‌ କୁ ବିଶୋଧନ କରାଯିବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିପରି ଭାବେ ଆଜି ବାଣପୁର ରୁ ଆଉ ୪ ଜଣ କରୋନା ପଜିଟିଭି ବାହାରିଥିବା ସୂଚନା ମିଳିଛି। ସେଥିରୁ ଦୁଇ ଜଣ କ୍ବାରେଣ୍ଟିନରେ ଥିବାବେଳେ ଜଣେ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି। ସ୍ଥାନୀୟ ଆକ୍ରାନ୍ତ…

Read More

ଭୁବନେଶ୍ବର : ଆଜି ରାଜ୍ୟରେ 736 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  25ଟି ଜିଲ୍ଲାରୁ ମୋଟ୍‌ 736 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 247 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 107, କୋରାପୁଟରୁ 45, ଜଗତସିଂହପୁର ଓ ଯାଜପୁରରୁ 40 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗଜପତିରୁ 39, ବାଲେଶ୍ବରରୁ 33, କଟକରୁ 27, ସମ୍ବଲପୁରରୁ 25, ଅନୁଗୁଳୁରୁ 22, ମାଲ୍‌କାନଗିରିରୁ 18,  ସୁନ୍ଦରଗଡରୁ 17 , ପୁରୀରୁ 14, ମୟୂରଭଞ୍ଜରୁ 12, ନୟାଗଡରୁ10, ରାୟଗଡା ଓ ବୌଦ୍ଧରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ 7,  ଭଦ୍ରକରୁ 5, ବଲାଙ୍ଗିରରୁ 4 ଜଣ ଚିହ୍ନଟ ହୋଇଛନ୍ତି । ବରଗଡରୁ 3, କଳାହାଣ୍ଡିରୁ 2 ଜଣ ରହିଛନ୍ତି । ସେହିପରି ନବରଙ୍ଗପୁର, କେଉଁଝର, ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 736 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 481ଜଣ ଚିହ୍ନଟ ହୋଇଥିବାବେଳେ 255ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 17 ହଜାର 437କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 5ହଜାର 381ଜଣ । ସେହିପରି ସୁସ୍ଥ ହୋଇଛନ୍ତି 11 ହଜାର937 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 86ଜଣ । ସେହିପରି 26 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ଡ୍ୟୁଟିରେ ଯୋଗଦେବାକୁ ଆସିଥିବା ମହିଳା ଏସ୍‌ଆଇଙ୍କୁ କରୋନା । ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ଭୁବନେଶ୍ବର ଅଫିସ୍‌ରେ ଯୋଗଦେବାକୁ ଆସିଥିଲେ। ଦୁଇଦିନ ତଳେ ଯୋଗଦେବାକୁ ଆସିଥିଲେ ସମ୍ପୃକ୍ତ ମହିଳା ଏସ୍‌ଆଇ । ଦେହ ଖରାପ ଲାଗୁଛି ବୋଲି କହିବାରୁ ତାଙ୍କର ସ୍ବାବ୍‌ ଟେଷ୍ଟ କରାଯାଇଥିଲା ଓ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା । ରିପୋର୍ଟ ଆସିବା ପରେ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯିବ ବୋଲି ସୂଚନା ମିଳିଛି ।

Read More

କେଦାର ମିଶ୍ର ଆମ ଲାଗି ଜୀବନ ବଞ୍ଚାଇବା ବହୁତ ଗୁରୁତ୍ୱପୂର୍ଣ୍ଣ- ବାରମ୍ବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକଥା କହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା ଜରିଆରେ କରୋନା ଭୂତାଣୁରୁ ପ୍ରତିଟି ଜୀବନ ବଞ୍ଚାଇବା ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି କହୁଛନ୍ତି। ତେବେ ସରକାରଙ୍କର କଥା ଓ କାମ ଭିତରେ ବହୁତ ବଡ ଫାଙ୍କ ଦେଖିବାକୁ ମିଳୁଛି। ମାର୍ଚ୍ଚ ମାସରେ ଯେତେବେଳେ ସରକାର ଲୋକଙ୍କ ଉପରେ ଲକ ଡାଉନ ଲଦିଦେଲେ, ସେତେବେଳେ ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି  ଦିଆଗଲା ଯେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା କଥା ସରକାର ଚିନ୍ତା କରିବେ। ସମୟ କ୍ରମେ କରୋନା ଜନିତ କଟକଣା ବଢିଲା ଓ ଲକ ଡାଉନ ଯୋଗୁଁ ଦେଶ ତଥା ରାଜ୍ୟର ଅର୍ଥନୀତି ଭୁଶୁଡିବା ଆରମ୍ଭ କଲା। ସଂକ୍ରମଣର  ଚାରି ମାସ ପରେ ମଧ୍ୟ ଓଡିଶାରେ ଅର୍ଥନୈତିକ ଗତିବିଧି ଓ ଜନଜୀବନ ସ୍ଵାଭାବିକ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା : ରାଜ୍ୟରେ କରୋନା ସ୍ଥିତି ଏବେ ବେଶ୍‌ ଗମ୍ଭୀର ରହିଛି । ବିଶେଷ କରି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ମଧ୍ୟରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଏକ ସୂଚନାକୁ ତର୍ଜମା କଲେ ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖାଯାଇଛି । ବଡକୁଳ ପଞ୍ଚାୟତ ଅଫିସରେ ଡୁଙ୍ଗମାଳ ପଞ୍ଚାୟତର ପୂର୍ବତନ ପିଇଓଙ୍କ ବିଦାୟକାଳୀନ ଭୋଜି ଯୋଗୁଁ ଚିଲିକା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖରେ ବଡକୁଳ-ଡୁଙ୍ଗମାଳ ପଞ୍ଚାୟତ ଅଫିସ୍‌ରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଦାୟକାଳୀନ ଭୋଜିରେ ପ୍ରାୟ ୫୦ ଜଣ ଲୋକ ସାମିଲ୍‌ ହୋଇଥିଲେ । ଏହି ଭୋଜିରେ ସାମିଲ୍‌ ହୋଇଥିବା ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କର ଗତ ୬ ତାରିଖରେ ପଜିଟିଭ୍‌ ରିପୋର୍ଟ ମିଳିବା ପରେ ତାଙ୍କର…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲରେ ଦୁଇ ଦିନରେ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅଂଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟିହୋଇଛି। ଦିନକୁ ଦିନ ଅଂଚଳ ସଙ୍ଗୀନ ହୋଇ ପଡିଛି। ଜିଲ୍ଲାପାଳ ରେଢାଖୋଲ ଗସ୍ତରେ ଆସି ସମୀକ୍ଷା କରି ଫେରିଯାଇଛନ୍ତି। ଗତକାଲି ଆଉ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣା ପଡିଛି। ରେଢାଖୋଲରେ ଗୋଷ୍ଠି ସଂକ୍ରମଣର ଆଶଙ୍କା କରି ରେଢାଖୋଲ ସହରର କଇଥ ସାହି , ଗଣେଶ ନଗର , ନୂଆଁ ସାହି ଓ କୁହି ଗ୍ରାମକୁ କଂଟେନମେଂଟ୍ ଜୋନ୍ ଭାବରେ ଘୋଷଣା କରାଯାଇଛି। ସମ୍ବଲପୁର ଜିଲ୍ଲାପାଳ ସୁଭମ୍ ସାକସେନା ରେଢାଖୋଲ ଡାକ୍ତରଖାନା ବୁଲି ଅଧିକାରୀମାନଙ୍କୁ ଏହାର କଡାମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସମେତ ରେଢାଖୋଲ ସବ୍‌ଡିଭିଜନର ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ। ଗତ୧୮ ତାରିଖରେ ରେଢାଖୋଲରେ ୫ଜଣ ପୁରୁଷ ଓ…

Read More

ଢେଙ୍କାନାଳ, ପ୍ରତି ଶନିବାର ଓ ରବିବାରରେ ଘୋଷଣା ହୋଇଥିବା ସର୍ଟଡାଉନକୁ ଢେଙ୍କାନାଳ ସହରବାସୀ ବେଶ୍ ସମର୍ଥନ ପ୍ରଦାନ କରିଛନ୍ତି। ଫଳରେ ପୁରୀ ସହର ଶୂନଶାନ ହୋଇପଡିଛି।

Read More

ନୂଆଦିଲ୍ଲା : ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ 84 ବର୍ଷୀୟ ବୃଦ୍ଧଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ସୁପ୍ରିମ୍‌କୋର୍ଟ ଆଦେଶ ଦେଇଛନ୍ତି । କୋର୍ଟ ଆଦେଶ ଦେଇଛନ୍ତି କି ଶିଶୁର ପିତାର ଠିକଣା ପାଇଁ ଶିଶୁ ଓ ଅଭିଯୁକ୍ତ ବୃଦ୍ଧଙ୍କ ଡିଏନ୍‌ଏ ଟେଷ୍ଟ କରାଯିବ । ପଶ୍ଚିମବଙ୍ଗର ମୋଟିଗରା ଅଞ୍ଚଳରେ  2012 ମସିହାରେ ଏହି ଦୁଷ୍କର୍ମ ଘଟଣାଟି ଘଟିଥିଲା । 14 ବର୍ଷର ଝିଅକୁ ଜଣେ  84 ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ଦୁଷ୍କର୍ମ ପରେ ଝିଅଟି ଏକ ଶିଶୁକୁ ଜନ୍ମ ଦେଇଥିଲେ । ସୁପ୍ରିମ୍‌କୋର୍ଟ ଶିଶୁଟିର ପିତାର ଠିକଣା ଜାଣିବା ପାଇଁ ଶିଶୁ ଓ ଅଭିଯୁକ୍ତଙ୍କର ଡିଏନ୍‌ଏ ଟେଷ୍ଟ କରାଇବାକୁ ଆଦେଶ ଦେଇଛନ୍ତି । ତେବେ ଏହି ଘଟଣାରେ ବରିଷ୍ଠ ଓକିଲ କପିଲ୍‌ ଶିବଲ୍‌ ଅଭିଯୁକ୍ତଙ୍କ ପକ୍ଷ ନେଇ କହିଥିଲେ ଯେ, ଅଭିଯୁକ୍ତଙ୍କ ବୟସ ଓ ସ୍ବାସ୍ଥ୍ୟ ଦୁଷ୍କର୍ମ ପରି ଏକ କାର୍ଯ୍ୟ କରିବାକୁ ଅସମର୍ଥ…

Read More

ରମେଶ ମହାନ୍ତି ଜଗତସିଂହପୁର : ମଣିଜଙ୍ଗା ଜଳସେଚନ ବିଭାଗରେ ମହାଦୁର୍ନୀତିର ଅଭିଯୋଗ। ଠିକାଦାରଙ୍କ ପ୍ରେମରେ ବିଭାଗୀୟ ଯନ୍ତ୍ରୀମାନେ ଉବୁଟୁବୁ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତିର୍ତ୍ତୋଲ ବ୍ଳକ ଅଧିନସ୍ଥ ନୂଆପଡ଼ା ଠାରୁ ମୁଖ୍ୟ ତାଳଦଣ୍ଡା କେନାଲରୁ ବାହାରିଥିବା ଶାଖା ୧୨ ନଂ କେନାଲ ଭିତର ସଫେଇ ନାଁରେ କେତେକ ଠିକାଦାର ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ଏହି ୧୨ନଂ କେନାଲରୁ ବାହାରିଥିବା ଶାଖା କେନାଲ ଗୁଡିକୁ ସଫେଇ କରିବାକୁ ଟେଣ୍ଡର ନେଇଥିବା ଠିକାଦାର କେନାଲ ସଫେଇ ନକରି ବିଭାଗୀୟ ଯନ୍ତ୍ରୀଙ୍କ ସହ ସଲାସୁତୁରା କରି ଜାଲ୍ ବିଲ୍ କରିବାକୁ ଉଦ୍ୟମ ଚଳାଇଥିବା ନେଇ ଅଭିଯୋଗ ହେବା ପରେ କେନାଲ ଭିତର ଫଟୋ ସହ ଖବର ପ୍ରସାର ହେବା ପରେ ଦୁର୍ନୀତି ଚପାଇବାକୁ ଯାଇ ବିଭାଗୀୟ କର୍ତ୍ତୃପକ୍ଷ ଏବେ ଉକ୍ତ କେନାଲରେ ପାଣି ଛାଡି ଦେଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ…

Read More

ଭୁବନେଶ୍ବର,ଆଜି ରାଜ୍ୟରେ ମୋଟ 608 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 279 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଯାଜପୁରରୁ 84, ଖୋର୍ଦ୍ଧାରୁ 50, କଟକରୁ 42, କେନ୍ଦୁଝରରୁ 23, ମାଲକାନଗିରିରୁ 21, ପୁରୀ ଓ ସୁନ୍ଦରଗଡ଼ରୁ 15 ଲେଖାଏଁ, ମୟୂରଭଂଜରୁ 12, ବରଗଡ଼ରୁ 11, କୋରାପୁଟରୁ 9, କନ୍ଧମାଳରୁ 8, ଜଗତସିଂହପୁରରୁ 7 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ,ବାଲେଶ୍ବର ଓ ନବରଙ୍ଗପୁରରୁ 6 ଲେଖାଏଁ, ଭଦ୍ରକରୁ 5, ଗଜପତିରୁ 3, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ 2 ଲେଖାଏଁ ଓ ଢେଙ୍କାନାଳରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଯାବତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା 11 ହଜାର 938ରେ ପହଞ୍ଚିଛି।

Read More