ଭୁବନେଶ୍ବର, କରୋନାରେ ଆକ୍ରାନ୍ତ ହୋଇଛନ୍ତି ରାଜ୍ୟର ଆଉ ଜଣେ ବିଧାୟକ। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ପଜିଟିଭ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି। ଗତ ୧୧ ତାରିଖରେ ତାଙ୍କର ପରୀକ୍ଷା କରାଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ସିଡିଏମଓ ତାଙ୍କୁ ସୂଚନା ଦେଇଥିବା ସେ କହିଛନ୍ତି । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କଠାରୁ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଥିଲେ । ଏଯାବତ ରାଜ୍ୟରେ ତିନି ଜଣ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ, ଓଡ଼ିଶା,ବିହାର, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଏହାଛଡ଼ା ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚମ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକ୍କିମ୍, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁ ଓ ପୁଦ୍ଦୁଚେରୀର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶ, ବିଦର୍ଭ ଏବଂ ଛତିଗଡ଼ ଓ ପୂର୍ବ ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମ ବଙ୍ଗ, ଆସାମ, ମେଘାଳୟ, ଗୁଜରାଟ, ଉକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଓ…
ପାଟନା, ଜୁଲାଇ ୧୬ରୁ ୩୧ ତାରିଖ ଯାଏଁ ବିହାରରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀ ଏହା ଘୋଷଣା କରିଛନ୍ତି। ଟୁଇଟର୍ ହ୍ୟାଣ୍ଡଲ୍ରେ ମୋଦୀ କହିଛନ୍ତି ଯେ, ସମସ୍ତ ମୁନିସପାଲ୍, ଜିଲ୍ଲା, ସବ୍-ଡିଭିଜନ୍ ଏବଂ ବ୍ଲକ୍ ମୁଖ୍ୟାଳୟସ୍ତରରେ ଲକ୍ଡାଉନ୍ ବଳବତ୍ତର ରହିବ। ଏଥିନିମନ୍ତେ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯିବ। ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ଲକ୍ଡାଉନ୍ ଘୋଷଣା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅନ୍ୟ ଏକ ଘଟଣାରେ, ରାଜ୍ୟ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ୭୫ ଜଣ ଦଳୀୟ ନେତା ଏବଂ କର୍ମଚାରୀ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେଣୁ, ଗତକାଲି ପାଟନାସ୍ଥିତ ବିଜେପି ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ୧୦୦ ଜଣ ନେତା ଓ କର୍ମଚାରୀଙ୍କର ନମୁନା ସଂଗ୍ରହ କରାଯାଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ମାତ୍ର ୨୪ ଜଣଙ୍କର…
ସୀତାରାମ ଅଗ୍ରଓ୍ବାଲ ଚିଲିକା/ବାଣପୁର: ଦେଶରେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୂପ ନେଉଛି। କରୋନକୁ ପ୍ରତିହତ କରିବା ପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଥିଲେ ସୁଦ୍ଧା କରୋନା ମହାମାରୀ କମିବାର ନାଁ ଧରୁନାହିଁ। ଓଡ଼ିଶାରେ ଗତ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା। ରାଜ୍ୟ ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଦୁଇ ନମ୍ବରରେ ଥିବା ବେଳେ ଏହା ଅନ୍ତର୍ଗତ ଚିଲିକା ଏବଂ ବାଣପୁର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଏଠାରେ ଲୋକାଲ୍ କେସ୍ ପ୍ରଶାସନର ମୁଣ୍ଡବ୍ୟାଥାର କାରଣ ପାଲଟିଛି। ଗତ କାଲି ଉଭୟ ବାଣପୁର ଏବଂ ଚିଲିକା ବ୍ଲକର ଚାରିଗୋଟି ପଞ୍ଚାୟତରୁ ଲୋକାଲ୍ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାରୁ ଆଜି ଚାରିଗୋଟି ପଞ୍ଚାୟତକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡ଼ାଉନ ଘୋଷଣା କରିଛନ୍ତି ସମ୍ପୃକ୍ତ ପଞ୍ଚାୟତର…
ଜଗତସିଂହପୁର, କରୋନା ଭୂତାଣୁ କୋଭିଡ୍-୧୯ ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡିକୁ ଇ-ଅଭିଯୋଗ ପୋର୍ଟାଲ https://janasahajogajspur.org କିମ୍ବା ସୋସିଆଲ୍ ମିଡିଆ ଅଥବା ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ହ୍ୱାଟସ୍ଅପ୍ ମାଧ୍ୟମରେ ଜଣାଇଲେ ଏହାର ତୁରନ୍ତ ସମାଧାନ କରାଯିବ । ସଂପୃକ୍ତ କାର୍ଯ୍ୟାଳୟର ପ୍ରବେଶ ପଥରେ ଡ୍ରପ୍ ବାକ୍ସ ମାଧ୍ୟମରେ ମଧ୍ୟ ସେମାନଙ୍କର ଆପତ୍ତି ଅଭିଯୋଗ ଓ ସମସ୍ୟା ସଂପର୍କରେ ଜଣାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଏହି ବ୍ୟବସ୍ଥା ଜନସାଧାରଣ ଓ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅତ୍ୟାବଶ୍ୟକ ଅଟେ । ଜିଲ୍ଲାର ବୁଦ୍ଧିଜୀବୀ, ଜନସାଧାରଣ, ସମାଜର…
ଭୁବନେଶ୍ବର, ଭୁବନେଶ୍ବରରେ କମିବାର ନାଁ ନେଉନି କରୋନା। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ରାଜଧାନୀର ସବୁ ଅଞ୍ଚଳକୁ ଏହା ବ୍ୟାପିବାରେ ଲାଗିଛି। ଆଜି ଭୁବନେଶ୍ବର ମହାନଗର ଅଞ୍ଚଳରେ ଆଉ 51 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 35 ଓ ଲୋକାଲ କଣ୍ଟାକ୍ଟ କେସ୍ 16 ବୋଲି ବିଏମସି ସୂଚନା ଦେଇଛି। ସରକାରୀ ହସ୍ପିଟାଲର ଜଣେ ପୁରୁଷ, ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି। ଚନ୍ଦ୍ରଶେଖରପୁର 7ମ ବାଟାଲିଅ ନିକଟରୁ 2 ଲୋକାଲ କେସ୍ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ବ୍ୟକ୍ତି, ଭରତପୁର ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। କଳିଙ୍ଗବିହାର ଅଞ୍ଚଳରୁ 2 ମହିଳା ଲୋକାଲ କଣ୍ଟାକ୍ଟରେ ପଜିଟିଭ ହୋଇଛନ୍ତି। ଖାରବେଳ ନଗରରୁ ଜଣେ ମହିଳା, ଶାସ୍ତ୍ରୀନଗରରୁ ଜଣେ ପୁରୁଷ, ୟୁନିଟ-6 ଗଙ୍ଗନଗର ଅଞ୍ଚଳରୁ 2 ଯୁବକ, ଶାସ୍ତ୍ରୀନଗରରୁ ଜଣେ ମହିଳା, ଝାରପଡ଼ାର ଜଣେ ଯୁବକ, ନୟାପଲ୍ଲୀର ଜଣେ ଯୁବତୀଙ୍କ…
ଭୁବନେଶ୍ବର, ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଓ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ଯେତେବେଳେ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି, ସେସମୟରେ ନୟାଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କ ଅନାହାର ମୃତ୍ୟୁ ଅଭିଯୋଗ ସମ୍ପର୍କିତ ଖବରକୁ ନେଇ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡା ପଂଚାୟତର କାଳିଆମ୍ବ ଗାଁରେ ଏକାକୀ ରହୁଥିଲେ 46 ବର୍ଷୀୟ ଆଦିଆସୀ ମହିଳା ଦୁଃଖୀ ଜାନି। ହେଲେ ତିନି ଦିନ ପେଟକୁ ଦାନା ମୁଠିଏ ନ ପାଇ ଅନାହାରରେ ରହିବା ପରେ ଗତ ଜୁନ୍ 24 ତାରିଖ ଦିନ ଆଖି ବୁଜି ଦେଇଥିଲେ ଦୁଃଖୀ ଜାନି। ଏହି ଖବର କିଛି ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶ ହେବା ପରେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ ତରଫରୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଏ ନେଇ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ଜୁଲାଇ…
ଭୁବନେଶ୍ବର, କୋଭିଡ ରୋଗୀଙ୍କ ସୁବିଧା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିବା ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ୫ଟି ଫୋକସ୍ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଛନ୍ତି। କୋଭିଡ ଯୋଦ୍ଧାମାନଙ୍କ ମନୋବଳ ଯେପରି ଅତୁଟ ରହିବ ସେଥିପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ପରୀକ୍ଷା ପାଇଁ ଅଧିକ ଲାବୋରେଟୋରୀ ଟେକନିସିଆନ ଓ ଅଧିକ ଆମ୍ବୁଲାନ୍ସ ମୁତୟନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ସତ୍କାର କରାଯିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ବିଷୟଗୁଡ଼ିକ ଉପରେ କୋଭିଡ ଯୋଦ୍ଧାମାନଙ୍କୁ ନିୟମିତ ତାଲିମ ଓ ଉତ୍ତମ ଖାଦ୍ୟ ଯୋଗାଣ ପାଇଁ ସେ…
ଜୟପୁର, ମଧ୍ୟ ପ୍ରଦେଶ ଭଳି ଠିକ୍ ରାଜସ୍ଥାନରେ ଯେଉଁଭଳି ଭାବେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା ଯାହାର କେନ୍ଦ୍ର ବିନ୍ଦୁ ସାଜିଥିଲେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ସମସ୍ତେ ଭାବୁଥିଲେ କିଛି ନା କିଛି ରାଜନୈତିକ ଓଲଟପାଲଟ ହେବ। କିନ୍ତୁ କିଏ ଜାଣିଥିଲା ଯେ, ପାଇଲଟଙ୍କ ଜାତକରେ ନାହିଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ। ଏକଥା ଆମେ କହୁନାହୁଁ, ଏହା କହିଛନ୍ତି ରାଜସ୍ଥାନ ଯୋଧପୁରର ଜଣେ ଜଣାଶୁଣା ଜ୍ୟୋତିଷକାର ନଟବରଲାଲ ପୁରୋହିତ। ଜ୍ୟୋତିଷକାରଙ୍କ ଗଣନା କହିଛି ଅଶୋକ ଗେହଲଟ୍ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ। ସେ କହିଛନ୍ତି ଗେହଲଟଙ୍କ ଜାତକରେ ବର୍ତ୍ତମାନର ସମୟ ବହୁତ ଭଲ ରହିଛି ଓ ତାଙ୍କର ରାଜପକ୍ଷ ଯୋଗ ରହିଛି। ଯାହା ଫଳରେ ତାଙ୍କୁ କେହି ବି ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ପାରିବେ ନାହିଁ। ଅନ୍ୟପକ୍ଷରେ ପାଇଲଟଙ୍କ ଜାତକରେ ସୂର୍ଯ୍ୟ ଓ ଶନିଙ୍କ ପ୍ରଭାବ ରହିଛି ଯାହା କି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ଦୂରେଇ ରଖୁଛି। ସେ…
ନୂଆଦିଲ୍ଲୀ, ସତ୍ୟକୁ ଏପଟ ସେପଟ କରାଯାଇପାରେ, କିନ୍ତୁ ଏହା ବେଶୀ ଦିନ ଲୁଚି ରହି ପାରିବ ନାହିଁ। ନିଶ୍ଚିତ ଭାବେ ସତ୍ୟ ପଦାକୁ ଆସିବ, ସତ୍ୟର ଜୟ ହେବ ବୋଲି କହିଛନ୍ତି ସଚିନ୍ ପାଇଲଟ୍। ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ପଦରୁ ତାଙ୍କୁ ହଟାଇ ଦିଆଯିବା ପରେ ଏହା ହେଉଛି ପାଇଲଟଙ୍କର ପ୍ରଥମ ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ପାଇଲଟ ନା ଏବେ ଉପ ମୁଖ୍ୟମନ୍ତ୍ରୀ ପଦରେ ରହିଲେ,ନା ପିସିସି ମୁଖ୍ୟ ପଦ ନିଜ ପାଖରେ ରଖିପାରିଲେ। ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ଆଶା କରି ଦୁଇଟି ଯାକ ପଦ ହରାଇଲେ ସଚିନ ପାଇଲଟ୍। ଇତିମଧ୍ୟରେ ନୂଆଦିଲ୍ଲୀରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ସକାଶେ 10, ଜନପଥରେ ପହଞ୍ଚିଛନ୍ତି।
କଟକ : ଆଜି କଟକ ସହରରୁ 27 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 27 ଆକ୍ରାନ୍ତଙ୍କ ମଧ୍ୟରା 20 ଜଣ ଇନ୍ଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳ 4 ଜଣ ହୋମ୍ କ୍ବାରେଣ୍ଟାଇନ୍ ଓ 3 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ସୂଚନା ରହିଛି । ଲୋକାଲ୍ ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ2 ଟି ପୁରୁଣା ରାଉସା ପାଟଣାର ଓ ଗୋଟିଏ ଜୋବ୍ରାର ମୁରାଦ ଖାନ୍ ପାଟନା ଅଞ୍ଚଳରବୋଲି ସୂଚନା ରହିଛି । ସେହିପରି ହୋମ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 4 ଆକ୍ରାନ୍ତଙ୍କ ମଧ୍ୟରୁ, ତିନି ଜଣ ଗୌଡ଼ସାହିର ପ୍ରତାପ ନଗରୀ ଅଞ୍ଚଳର। ଅନ୍ୟ ଜଣେ ଶଙ୍କରପୁରର ମଙ୍ଗଳା ଲେନ୍ର। ସେହିପରି ସରକାରୀ କ୍ୱାରେଣ୍ଟାଇନ୍ ଚିହ୍ନଟ ହୋଇଥିବା 20 ଜଣଙ୍କ ମଧ୍ୟରୁ 17 ଜଣ ଜଣ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ରୋଗୀ ଓ ଆଟେଣ୍ଡାଣ୍ଟ। ଏହି 17ଜଣଙ୍କ 12 ଜଣ ପୁରୁଷ ଥିବାବେଳେ 5…
ନୂଆଦିିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍(ସିବିଏସ୍ଇ)ର ଦଶମ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । ସିବିଏସ୍ଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାର ଥିଲା ମାତ୍ର ତାହା ବୁଧବାର ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଗତକାଲି ସିବିଏସ୍ଇ ଦ୍ବାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇସାରିଛି। ପୂର୍ବଭଳି ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନେ ସେମାନଙ୍କ ଫଳାଫଳ cbseresults.nic.in, cbse.nic.in and results.nic.in. ୱେବ୍ ସାଇଟ୍ରେ ଦେଖିପାରିବେ।
ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଏବଂ ପାଇଲଟଙ୍କୁ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ହଟିବା ପରେ ଜୟପୁରସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ସଚିନ ପାଇଲଟଙ୍କ ନେମ୍ ପ୍ଲେଟ୍ ନାମ ଫଳକ ହଟାଇ ଦିଆଯାଇଛି । ପାଇଲଟଙ୍କ ସ୍ଥାନରେ ଗୋବିନ୍ଦ ସିଂହ ଦୋତସ୍ରାଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି । ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ପଦରୁ ଅସନ୍ତୁଷ୍ଟ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଦଳୀୟ ସଂକଟର ସମାଧାନ କରିବାକୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଦିଲ୍ଲୀରୁ ଆସିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏହି ଘୋଷଣା କରିଛନ୍ତି। ଏଥିସହ ପାଇଲଟଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି। ସଚିନ୍ ପାଇଲଟଙ୍କୁ ସନ୍ତୁଷ୍ଟ କରିବା ଲାଗି ବହୁ ଚେଷ୍ଟା ସତ୍ତ୍ବେ ସେ ବିରୋଧ ଜାରି ରଖିଥିବାରୁ ଦଳ ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଗଲା ବୋଲି ସୁରଜେୱାଲା…
ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି। ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର ଡିସିପି। କଟକ ଡିସିପି ହୋଇଛନ୍ତି ପ୍ରତୀକ ସିଂହ। ସେହିପରି ସତ୍ୟଜିତ୍ ମହାନ୍ତି ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ।ଏମ୍. ଅକ୍ଷୟ ହେଲେ ପୋଲିସ୍ ଗୃହ ନିର୍ମାଣ ଅଧ୍ୟକ୍ଷ । ଲଳିତ ଦାସ ହେଲେ ଏଡିଜି କମ୍ୟୁନିକେସନ। ରାଧାକୃଷ୍ଣ ଶର୍ମା ହେଲେ ଗୁଇନ୍ଦା ନିର୍ଦ୍ଦେଶକ। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଏଡିଜି କ୍ରାଇମବ୍ରାଞ୍ଚ। ପ୍ରବୀଣ କୁମାର ହେଲେ ଆଇଜି ଆଇନ ଶୃଙ୍ଖଳା। ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି, ସାର୍ଥକ ଷଡ଼ଙ୍ଗୀଙ୍କର କ୍ରାଇମବ୍ରାଞ୍ଚ ଏସ୍ପି ଭାବେ ବଦଳି କରାଯାଇଛି। କଟକ ଡିସିପି ଅଖିଳେଶ୍ୱର ସିଂହ ହେଲେ ପୁରୀ ଏସ୍ପି। ଗଜପତି ଏସ୍ପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି। ବିନୀତ ଅଗ୍ରଓ୍ବାଲ ହେଲେ କନ୍ଧମାଳ ଏସ୍ପି । ସାଗରିକା ନାଥ ହେଲେ…
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସଟ୍ଡାଉନ୍ କଟକଣା ତିନି ପାଇଁ କୋହଳ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସମସ୍ତ ସହରାଞ୍ଚଳରେ ତିନି ଦିନ ପାଇଁ କଟକଣା କୋହଳ କରାଯାଇଛି । ଆଜିଠାରୁ 16 ତାରିଖ ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଥିବାର ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଲୋକମାନେ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ କୋହଳ କଲେ । ସକାଳ 6ରୁ ଅପରାହ୍ନ 4ଟା ଯାଏ କିଣାକିଣି କରିପାରିବେ ଲୋକେ । ଏହି ତିନି ଦିନ ଲୋକମାନଙ୍କୁ ଆମେ ନିରୀକ୍ଷଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବା ଆଦି ସମସ୍ତ ବିଷୟକୁ ନିରୀକ୍ଷଣ କରାଯିବ। ଯଦିଏହି ସମୟରେ କେହି କଟକଣା ନିୟମକୁ ଖିଲାପ କରେ, ତେବେ ସଟ୍ଡାଉନକୁ ଆହୁରି କଡାକଡି କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ଭାଗଲପୁର : କରୋନା ସହ ଲଢେଇରେ ଆମ ମଣିଷପଣିଆ ମରିଯାଇଥିବାର ଦେଖଯାଉଛି । କରୋନାରୁ ଦୂରେଇବା ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଏହାକୁ ନେଇ ଆମେ ଅସଭ୍ୟ ହୋଇଯାଉଛି । କରୋନାକୁ ଡରିବା ସହିତ ଆମେ କରୋନା ରୋଗୀ ଏପରିକି କରୋନା ଯୋଦ୍ଧାଙ୍କୁ ମଧ୍ୟ ଘୃଣା କରିବା ଆରମ୍ଭ କଲୁଣୁ । କରୋନା ରୋଗୀ ସହ ସେମାନଙ୍କ ପରିବା ପ୍ରତି ଆମେ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରୁଛୁ । ଭାଗଲପୁର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଭାଗଲପୁରର ବରାରୀ ଶ୍ମଶାନ ଘାଟରେ କରୋନା ସଂକ୍ରମିତଙ୍କ ଶବର ଅନ୍ତିମ ସଂସ୍କାର ଅର୍ଥାତ୍ ଶବ ଦାହ ପାଇଁ ଦେଢ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଶ୍ମଶାନରେ ଉପସ୍ଥିତ ଲୋକେ ଦେଢ ଲକ୍ଷ ଟଙ୍କା ମାଗି ଥିଲେ । କିନ୍ତୁ ମୃତକଙ୍କ ପରିଜନମାନେ ଟଙ୍କା ଦେଇପାରିବେ ନାହିଁ…
ନିଆାଳି : କଟକ ଜିଲ୍ଲା ନିଆଳିରେ 6 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ବ୍ଲକ୍ର 5 ପଞ୍ଚାୟତକୁ ଶଟଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ 5ଟି ପଞ୍ଚାୟତକୁ 48 ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ଆଜି ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ 48 ଘଣ୍ଟା ସଟ୍ଡାଉନ୍ କରାଯାଇଛି । ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଞ୍ଚାୟତକୁ ସଟ୍ଡାଉନ୍ କରାଯାଇଛି । ସଟ୍ଡାଉନ୍ ଘୋଷଣା କରିଛନ୍ତି 5ଟି ପଞ୍ଚାୟତର ସରପଞ୍ଚ । ନିଆଳି ମେଡିକାଲ ଓପିଡି 72 ଘଣ୍ଟା ପାଇଁ ବନ୍ଦ ନିର୍ଦ୍ଦେଶ ରହିଛି । ଚାରିଜଣ ଷ୍ଟାଫ୍ ଆକ୍ରାନ୍ତ ଯୋଗୁଁ ଓପିଡି ବନ୍ଦ ପାଇଁ ସିଡିଏମ୍ଓ ନିର୍ଦ୍ଦେଶ ଦେଇଛନ୍ତି ।
ସୁନ୍ଦରଗଡ଼ : ଆଜି ରାଜ୍ୟରେ ଚିହ୍ନଟ ନୂଆ 543 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ 52 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 37 ଜଣ କରୋନା ଯୋଦ୍ଧା ଅଛନ୍ତି । ଉକ୍ତ 37 କରୋନା ଯୋଦ୍ଧାଙ୍କ ମଧ୍ୟରୁ 36 ଜଣ ପୁଲିସ୍ କର୍ମଚାରୀ ଏବଂ ଜଣେ ଡାକ୍ତର ଅଛନ୍ତି। ପୁଲିସ୍ଙ୍କ ମଧ୍ୟରେ ଜଣେ ଡ଼ିଏସପି ଏବଂ ଜଣେ ଇନ୍ସପେକ୍ଟର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହାବ୍ୟତୀତ ଜିଲ୍ଲାର 52 ଆକ୍ରାନ୍ତଙ୍କ ମଧ୍ୟରୁ 6 ଜଣ ବାହାର ରାଜ୍ୟ ଫେରନ୍ତା ହୋଇଥିବା ବେଳେ 7 ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଏହାବ୍ୟତୀତ 2ଟି ଲୋକାଲ କେସ୍ ଚିହ୍ନଟ ହୋଇଥିବା ଟ୍ଵିଟ୍ କରି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ।
ପାଟନା : ଦେଶରେ କରୋନା ସଂକଟ ସମୟରେ ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ପାଟନାର ବିଜେପି କାର୍ଯ୍ୟାଳୟରେ ଏକାସାଙ୍ଗରେ 25ଜଣ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଚଳିତ ବର୍ଷ ନଭେମ୍ବରରେ ବିହାର ବିଧାନସଭା ହେବାକୁ ରହିଛି । କରୋନା ସଂକଟ ମଧ୍ୟରେ ରାଜ୍ୟରେ ସମସ୍ତ ଦଳ ତରଫରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଆଇସିଏମ୍ରଏକ ଟିମ୍ ପାଟନାସ୍ଥିତ ବିଜେପି କାର୍ଯ୍ୟାଳୟର 75 ଜଣଙ୍କ ସାମ୍ପଲ୍ ଟେଷ୍ଟ କରିଥିଲେ । ଏହି ଟେଷ୍ଟ ମଧ୍ୟରୁ ଆଉ କିଛି ରିପୋର୍ଟ ଆସିବାକୁ ବାକି ରହିଥିବାେବେ 25ଜଣ ସଂକ୍ରମିତ ହୋଇଥିବାର ସୂଚନା ରିହଛି । ମିଳିଥିବା ସୂଚନା ଅନୁସାରେ ସଙ୍ଗଠନ ମହାମନ୍ତ୍ରୀ ନାଗେନ୍ଦ୍ର ନାଥଙ୍କ ସମେତ ପ୍ରଦେଶ ମହାମନ୍ତୀ ଦିନେଶ କୁମାର, ପ୍ରଦେଶ ଉପାଧ୍ୟକ୍ଷ ରାଧାମୋହନ ଶର୍ମାଙ୍କ ସମେତ ଅନ୍ୟ କେତେଜଣ ନେତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । …
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ରତ୍ନଗର୍ଭା କଳାହାଣ୍ଡି ଜିଲ୍ଲାରେ ବହୁ ମୂଲ୍ୟବାନ ରତ୍ନ ପଥର ମିଳୁଥିବା ବେଳେ ଅତୀତରେ ଓଡିଶା ଖଣି ନିଗମ ( ଓଏମସି) ସେହି ମୂଲ୍ୟବାନ ରତ୍ନ ପଥର ସଂଗ୍ରହ ଦାୟୀତ୍ୱ ନେଇଛି। କିନ୍ତୁ କିଛିବର୍ଷ ପରେ ବର୍ତ୍ତମାନ ଓଏମସି ନୀରବ ଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ବିଭିନ୍ନ ରତ୍ନ ପଥର ଚୋରା ବେପାରୀମାନଙ୍କ ଲୋଲୁପ ଦୃଷ୍ଟି କଳାହାଣ୍ଡିର ମୂଲ୍ୟବାନ ରତ୍ନ ପଥର ଉପରେ ରହୁଥିବା ଜଣାପଡିଛି। ବିଗତ ଦିନରେ ଏପରି ଅନେକ ଚୋରା ବେପାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରକାଶ। ଜୁନାଗଡ ଥାନା ଅନ୍ତର୍ଗତ ପଳାସ ଗ୍ରାମରେ ଚୋରା ରତ୍ନ ପଥର କାରବାର କରୁଥିବା କୌଣସି ସୂତ୍ରରୁ ଜଣାପଡିବା ପରେ ରାଜ୍ୟ କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସର ସ୍ୱତନ୍ତ୍ର ନଜର ଥିଲା। ଗତ ରବିବାର ଦିନ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜୁନାଗଡ ପୋଲିସ ସହିତ ପଳାସ ଗ୍ରାମର ସୁଜିତ କୁମାର ମେହେର ପିତା-…
ସୀତାରାମ ଅଗ୍ରୱାଲ ବାଲୁଗାଁ: କରୋନା ଭୂତାଣୁ ସଂକ୍ରମଣ ସାରା ରାଜ୍ୟରେ ବଢିବାରେ ଲାଗିଛି। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ଼ ଗାଇଡ଼ଲାଇନକୁ ପାଳନ କରୁନଥିବା ଅମାନିଆଙ୍କ ଉପରେ କଡା ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଉଛନ୍ତି। ରାଜ୍ୟସରକାରଙ୍କ ଏପରି ନିର୍ଦ୍ଦେଶକୁ କଡାକଡି କରିବାପାଇଁ ବାଲୁଗାଁ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଗେଇ ଆସିଛନ୍ତି। ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଇବା ସତ୍ତ୍ୱେ କେତେ ଜଣ ଅମାନିଆ ପ୍ରଶାସନକୁ ଭ୍ରୁକ୍ଷେପ କରୁନାହାନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ.ଏ.ସି ରେ ସରକାରଙ୍କ କୋଭିଡ଼ ଗାଇଡ଼ଲାଇନକୁ କଡ଼ାକଡ଼ି ରୂପେ ପାଳନ କରି ଏହାର ସଫଳ ରୁପୟାନ କରୁଛନ୍ତି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ଭାବେ ଯୋଗଦେଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା। ଗତକାଲି ପୂର୍ବାହ୍ନ ସାଢେ ୧୧ଟାରେ ବାଲୁଗାଁ ସହରର ବିଭିନ୍ନ ବଜାର ଯଥା ଚିଲିକା ରୋଡ, ମାଛ ମାର୍କେଟ, ଗାନ୍ଧୀ ଛକ, ଆଇ.ବି ରୋଡ଼ ଆଦି ସ୍ଥାନାମାନଙ୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ହଠାତ୍ ପହଞ୍ଚି ଚେକିଂ କରିଥିଲେ। ତାଙ୍କ…

