Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ କରୋନା ସ୍ଥିତି ଗମ୍ଭୀର: ଲୋକାଲ୍‌ କେସ୍‌ ସହ ସବ୍‌ ଜେଲ୍‌ରୁ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ
ଆଞ୍ଚଳିକ

ବାଣପୁରରେ କରୋନା ସ୍ଥିତି ଗମ୍ଭୀର: ଲୋକାଲ୍‌ କେସ୍‌ ସହ ସବ୍‌ ଜେଲ୍‌ରୁ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ

July 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କରୋନା ସ୍ଥିତି ଜଟିଳ ହୋଇପଡିଲାଣି। ନିକଟରେ ବାଣପୁର ସବ ଜେଲ ରୁ ଜଣେ ବିଚାରାଧୀନ କଏଦୀ ଜାମିନରେ ଘରକୁ ଗଲା ପରେ ରିପୋର୍ଟ ପଜିଟିଭ ଆସିଥିବେଳେ ସେହି ଆଧାରରେ ଗତ ଚଉଦ ତାରିଖରେ ବାଣପୁର ସବ ଜେଲ ରୁ ୩୫ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା। ତନ୍ମଧ୍ୟରୁ ଆଜି ଜଣେ ବିଚାରାଧୀନ କଏଦୀ ଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ଗଞ୍ଜାମ ଜିଲ୍ଲା କୋଦଳା ଜେଲ ରୁ ବାଣପୁର ସବ ଜେଲକୁ ସ୍ଥାନାନ୍ତରିତ ହୋଇଥିଲେ। ତାଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇ ଜେଲ୍‌ କୁ ବିଶୋଧନ କରାଯିବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେହିପରି ଭାବେ ଆଜି ବାଣପୁର ରୁ ଆଉ ୪ ଜଣ କରୋନା ପଜିଟିଭି ବାହାରିଥିବା ସୂଚନା ମିଳିଛି। ସେଥିରୁ ଦୁଇ ଜଣ କ୍ବାରେଣ୍ଟିନରେ ଥିବାବେଳେ ଜଣେ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି। ସ୍ଥାନୀୟ ଆକ୍ରାନ୍ତ ଜଣକ ତୁମୁରାପୁଟ ପଞ୍ଚାୟତ ରାଣୀପଡା ଗ୍ରାମର ବୋଲି ଜଣାପଡିଛି। ସେ କିଛି ଦିନ ପୂର୍ବେ ନିଜ ସ୍ୱାବ ଟେଷ୍ଟ ବ୍ୟକ୍ତିଗତ ଭାବେ କରାଇଥିବାସ୍ଥଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ତୁମୁରାପୁଟ ସରପଞ୍ଚ ଶଶୀ ପ୍ରଧାନ ସୂଚନା ଦେଇଛନ୍ତି। ପ୍ରାଥମିକ ପଦକ୍ଷେପ ଭାବେ ସରପଞ୍ଚ ରାଣୀପଡା ଗ୍ରାମକୁ ସିଲ କରିବା ସହ ସାନିଟାଇଜେସନ ପ୍ରକ୍ରିୟା ଆରମ୍ଭ କରିଥିବାସ୍ଥଳେ ଆଗକୁ ସଟ ଡ଼ାଉନ କରିବେ ବୋଲି ସୂଚନା ଦେଇଛନ୍ତି।

ବାଣପୁର ଏନ.ଏ.ସିର ଜଣେ ବ୍ୟକ୍ତି ପୂର୍ବରୁ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କର ସ୍ବାବ୍‌ ନମୁନା ରିପୋର୍ଟ ଆସିନଥିବାବେଳେ  ସେ କରୋନାରେ ଆକ୍ରାନ୍ତ ହୋଇଥିବାର ଏକ ଉଡା ଖବର ଶୁଣିବାକୁ ମିଳିଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତିଜଣଙ୍କର ରିପୋର୍ଟ ଆସିବା ପରେ ସେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ।

ଦିନକୁ ଦିନ ବାଣପୁର ଏବଂ ଚିଲିକା ବ୍ଲକ ରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି। ଗତ କାଲିଠାରୁ ଲକ ଡ଼ାଉନ କୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇଥିବାସ୍ଥଳେ କେତେକ ଅମାନିଆ ମାନେ ବିନା କାରଣରେ ଯାନବାହାନ ଦ୍ୱାରା ବଜାର ରେ ବୁଲାବୁଲି କରୁଥିବାରୁ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଅଛି ଏବଂ ପୋଲିସ ପାଟ୍ରୋଲିଂ କୁ ଆହୁରି କଡ଼ାକଡ଼ି କରି ସବୁ ପ୍ରବେଶ ପଥରେ ପ୍ରଥମ ପର୍ଯ୍ୟାୟ ଲକ ଡ଼ାଉନ ସମୟରେ ବାଣପୁର ପୋଲିସ ଦ୍ୱାରା ତିଆରି କରାଯାଇଥିବା ବ୍ୟାରିକେଡ଼ ଗୁଡିକୁ ପୁନଃ ସ୍ଥାପନ ସହ ପୋଲିସ କର୍ମଚାରୀ ମୁତୟନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଜନସାଧାରଣ ମାନେ ଦାବି କରିଛନ୍ତି।

କରୋନା ବାଣପୁର ସବ୍‌ଜେଲ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର-ବାଲୁଗାଁରେ ଏବିଭିପିର ବିଜୟ ଉତ୍ସବ

October 16, 2026

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026
Latest News

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026

ଭାରତ ଛାଡ଼ିବା ନୋଟିସ୍: ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ଇମ୍ରାନ୍ ଖାନ୍

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.