ରାଜସ୍ଥାନ : ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରରେ ଚାଲିଛି ହାଇଭୋଲ୍ଟେଜ ଡ୍ରାମା । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଧୂଳି ଚାଟିଥିଲା । ଏବେ ସେହି ସମାନ ଢଙ୍ଗରେ ରାଜସ୍ଥାନ ରାଜନୀତି ଚାଲିଛି । ସଚିନ୍ ପାଇଲଟ୍ ନରାଜା ହେବା ଫଳରେ ଏବେ ଗେହେଲଟଙ୍କ ଚୌକି ଉପରେ ଗ୍ରହଣ ଲାଗିଛି । ଅପରପକ୍ଷରେ ଗେହେଲଟ୍ ମଧ୍ୟ ଆକ୍ସନ୍ ମୁଡରେ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ସଚିନ୍ ପାଇଲଟ୍ଙ୍କ ସ୍ଥାନରେ ରଘୁବର ମୀନାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇପାରନ୍ତି । ରଘୁବୀର ମୀନା ରାଜସ୍ଥାନ ରାଜନୀତିରେ ଏପରି ଏକ ନେତା ଯିଏକି ସରପଞ୍ଚ ନିର୍ବାଚନରୁ ଜିତି ଜିତି ବିଧାନସଭା ଓ ଲୋକସଭା ନିର୍ବାଚନରେ ଜିତିଛନ୍ତି । 1988 ମସିହାରେ ରଘୁବୀର ମୀନା ଉଦୟପୁର ଜିଲ୍ଲାର ସାରଦା ତହସିଲ ଅନ୍ତର୍ଗତ ବାଲି ଗ୍ରାମ ପଞ୍ଚାୟତ ଖାରବରର ସରପଞ୍ଚ ହୋଇଥିଲେ । ପରେ ପରେ ସେ…
Author: Samikhsya Bureau
କେଦାର ମିଶ୍ର କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ସରକାର ଭାଙ୍ଗିବା ଅବସ୍ଥାକୁ ଚାଲି ଆସିଛି। ରାଜସ୍ଥାନ କଂଗ୍ରେସର ଟାଣୁଆ ଯୁବ ନେତୃତ୍ଵ ଭାବେ ଦୀର୍ଘ ବର୍ଷ ଧରି କାମ କରି ଆସିଥିବା ସଚିନ ପାଇଲଟ ଏବେ ବିଜେପି ସହିତ ମୂଲଚାଲ କରି କଂଗ୍ରେସ ସରକାରର ପତନ ଘଟାଇବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ଢାଞ୍ଚାରେ ରାଜସ୍ଥାନରେ ମଧ୍ୟ ବିଜେପି କଂଗ୍ରେସର ସବୁଠୁ ବଡ ମାଛକୁ କିଣିବାରେ ସଫଳ ହୋଇଛି। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କମଳନାଥ ସରକାର ଭାଙ୍ଗିବାରେ ମୁଖ୍ୟ ଭୂମିକା ନେଇଥିଲେ। ଅନୁରୂପ ଭାବେ ସଚିନ ପାଇଲଟ ଏବେ ରାଜସ୍ଥାନରେ ସେହି ଭୂମିକା ତୁଲାଉଛନ୍ତି। ତେବେ କଂଗ୍ରେସ ରାଜନୀତି ସହିତ ପରିଚିତ ରାଜନୈତିକ ସମୀକ୍ଷକମାନେ ମଧ୍ୟପ୍ରଦେଶ ଘଟଣା ସମୟରୁ ରାଜସ୍ଥାନରେ ଏହାର ପୁନରାବୃତ୍ତି ହେବାକୁ ଯାଉଛି ବୋଲି ଭବିଷ୍ୟବାଣୀ କରିଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶରେ କଂଗ୍ରେସର କବର ଖୋଳୁଥିବା ବେଳେ ରାଜସ୍ଥାନରେ ମଧ୍ୟ ବିଜେପି ନିଜର ଜାଲ ବିଛାଇବା…
ବାରିପଦା: ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କର ପରଲୋକ ହୋଇଯାଇଛି। ବାରିପଦାର ବେଲଗଡ଼ିଆ ସ୍ଥିତ ରାଜପ୍ରାସାଦରେ ଗତକାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ 94 ବର୍ଷ ହୋଇଥିଲା। ରାଜମାତା ଗତକାଲି ଦିନରେ ସୁସ୍ଥ ଥିଲେ। ସକାଳ ଜଳଖିଆ ସହ ଦିନରେ ଭୋଜନ ମଧ୍ୟ କରିଥିଲେ। ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ। ଏହାପରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ମା’ ହେଉଛନ୍ତି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ। ୧୯୨୮ ମସିହାରେ ନେପାଳ କାଠମାଣ୍ଡୁରେ ରାଜମାତା ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଜନ୍ମଗ୍ରହଣ କରିଥିଲେ। ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଥିଲେ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହଙ୍କ କନ୍ୟା। ୧୯୫୨ ମସିହାରେ ସେ ମୟୂରଭଞ୍ଜ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ମହାରାଣୀ ହୋଇଥିଲେ।
ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଓୟାରଲେସ୍ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଂସ୍ଥା କ୍ୱାଲ୍କମ୍ କ୍ୱାଲ୍କମ୍ ଇନକର୍ପୋରେଟେଡ୍ର ନିବେଶ ସଂସ୍ଥା କ୍ୱାଲ୍କମ୍ ଭେଞ୍ଚର୍ସର ପକ୍ଷରୁ ଜିଓ ପ୍ଲାଟଫର୍ମସ୍ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଜିଓ ପ୍ଲାଟ୍ଫର୍ମସ୍ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି । କ୍ୱାଲ୍କମ୍ ଭେଞ୍ଚର୍ସର ଏହି ନିବେଶ ଜିଓ ପ୍ଲାଟଫର୍ମସ୍ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୧୫% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଭାରତୀୟ ଗ୍ରାହକଙ୍କ ପାଇଁ ଆଧୁନିକ ୫ଜି ଭିତିଭୂମି ଓ ସେବା ଆରମ୍ଭ କରିବା ପାଇଁ ଜିଓ ପ୍ଲାଟଫର୍ମସ୍ର ଯାତ୍ରାରେ ସହାୟକ ହେବା ସହିତ ଏହି ନିବେଶ…
ନୂଆଦିଲ୍ଲୀ, ସାରା ଦେଶରେ ନୂଆ ଯାନବାହନ ପଞ୍ଜିକରଣ ବେଳେ ଫାଷ୍ଟଟ୍ୟାଗ କ୍ୟାପଚର ତଥା ଫିଟନେସ ସାର୍ଟିଫିକେଟକୁ ସୁନିଶ୍ଚିତ କରାଯିବା ଜରୁରି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର(NIC)କୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି। ଏନଆଇସି ତଥା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ କ୍ଷେତ୍ରକୁ ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଏକ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି ଯେ, ଜାତୀୟ ଇଲେକ୍ଟ୍ରୋନିକ୍ସ ଟୋଲ ସଂଗ୍ରହ (NETC)କୁ “ବାହନ” ପୋର୍ଟାଲ ସହିତ ସଂପୂର୍ଣ୍ଣ ରୂପେ ସମନ୍ୱିତ କରାଯିବାରେ ସଫଳତା ହାସଲ କରାଯାଇଛି । ଏହା ଗତ ମେ ମାସ ୧୪ ତାରିଖଠାରୁ ଏପିଆଇ ସହିତ ଲାଇଭ କରାଯାଇସାରିଛି । ବାହନ ବ୍ୟବସ୍ଥା ସମ୍ପ୍ରତି VIN/VRN ମାଧ୍ୟମରେ ଫାଷ୍ଟଟ୍ୟାଗରେ ସକଳ ପ୍ରକାର ତଥ୍ୟ ସୂଚନା ପାଇପାରୁଛି । ଏହା ଫଳରେ ମନ୍ତ୍ରଣାଳୟ ପକ୍ଷରୁ ଏନଆଇସିକୁ ପରାମର୍ଶ ଦିଆଯାଇଛି ଯେ ଫାଷ୍ଟଟ୍ୟାଗ ମାଧ୍ୟମରେ ସେମାନେ ନୂଆ ଯାନବାହନ…
ନୂଆଦିଲ୍ଲୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ସମ୍ପୂର୍ଣ୍ଣ ସହଯୋଗରେ କେନ୍ଦ୍ର ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକ ମାଧ୍ୟମରେ ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ନିରାକରଣ ତଥା ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ଯୋଗୁଁ ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ, ସମୁଦାୟ ୧୯,୨୩୫ ସଂକ୍ରମିତ ରୋଗୀ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାଦ୍ୱାରା ସମୁଦାୟ ଆରୋଗ୍ୟ ମାମଲା ଆଜି ୫,୩୪,୬୨୦କୁ ବୃଦ୍ଧି ପାଇଛି। ସୁସ୍ଥତା ହାର ବର୍ତ୍ତମାନ ୬୨.୯୩%ରେ ପହଞ୍ଚିଛି। ସମସ୍ତ ପ୍ରକାରର ଉଦ୍ୟମ ଯୋଗୁଁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଏହି ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୨,୪୨,୩୬୨ ଅଧିକରେ ପହଞ୍ଚିଛି । ସମସ୍ତ ୨,୯୨,୨୫୮ ସକ୍ରିୟ ରୋଗୀଙ୍କ ଉତ୍ତମ ଚିକିତ୍ସା ପ୍ରତି ଧ୍ୟାନ ଦିଆଯାଉଛି। କୋଭିଡ ପ୍ରଭାବିତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ବର୍ତ୍ତମାନ ୧,୩୭୦ ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା, ୩,୦୬୨ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ…
ନୂଆଦିଲ୍ଲୀ: ପ୍ରଥମ ଥର ନିମନ୍ତେ ଭାରତୀୟ ରେଳବାଇ ବାଂଲାଦେଶର ବେନାପୋଲକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ରେଡ୍ଡୀପାଲମରୁ ଶୁଖିଲା ଲଙ୍କା ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପଠାଇଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ଏହାର ଆଖପାଖ ଅଞ୍ଚଳ ଲଙ୍କା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଗୁଣବତ୍ତା ଓ ସ୍ଵାଦ ଦୃଷ୍ଟିରୁ ଏହି ଲଙ୍କାର ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ରହିଛି। ଆଗରୁ ଗୁଣ୍ଟୁର ଅଞ୍ଚଳର ବ୍ୟବସାୟୀ ଓ ଚାଷୀମାନେ ସଡକ ପଥରେ ବାଂଲାଦେଶକୁ ଲଙ୍କା ରପ୍ତାନି କରୁଥିଲେ। ଟନ ପିଛା ଏଥିପାଇଁ ୭ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ଲକଡାଉନ ଯୋଗୁଁ ସେମାନେ ସଡକ ପଥରେ ଲଙ୍କା ପଠାଇବା ସମ୍ଭବ ହେଲା ନାହିଁ। ରେଳ କର୍ତ୍ତୃପକ୍ଷ ସେମାନଙ୍କ ସହ କଥାବାର୍ତ୍ତା କରି ରେଳ ଦ୍ଵାରା ଏହା ପଠାଯାଇପାରିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଲେ। ମାଲବାହୀ ଟ୍ରେନ ଯୋଗେ ଏହି ଲଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଗଲା। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଗୁଣ୍ଟୁର ମଣ୍ଡଳ ପକ୍ଷରୁ ଥରକେ…
ଭୁବନେଶ୍ବର, ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ କରୋନା ପଜେଟିଭ ଚିହ୍ନଟ ହେବା ପରେ ସେ ବର୍ତ୍ତମାନ ମୁମ୍ବାଇର ଲୀଲାବତି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଅମିତାଭ ବଚନଙ୍କ ବାଲୁକା କଳା। ସୁଦର୍ଶନ ଅମିତାଭ ବଚନଙ୍କୁ ଏକ ନୀଳ ରଂଗର ବ୍ଲେଜର ସହିତ ସମାନ ରଂଗର ମାସ୍କ ପରିଧାନ କରାଇଛନ୍ତି। ଏଥି ସହିତ ଇଂରାଜୀରେ ଶିଘ୍ର ସୁସ୍ଥ୍ୟ ହେବେ ବୋଲି ସେହି କଳାରେ ସେ ଉଲ୍ଲେଖ କରିଛନ୍ତି। ଅମିତାଭ ବଚନ ନିକଟରେ କୋଭିଡ ପଜେଟିଭ ବାହାରିବା ପରେ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହିତ ତାଙ୍କର ପୁଅ ଅଭିଷେକ ବଚନ, ବୋହୂ ଐଶ୍ବର୍ଯ୍ୟା ରାୟ ବଚନ ଏବଂ ନାତୁଣୀ ଆରଧ୍ୟା ମଧ୍ୟ କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 1-କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକ ଡ. ସୌରଭ ଗର୍ଗ କହିଛନ୍ତି ଯେ, କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲାରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । 2-ପ୍ରବାସୀମାନଙ୍କ ରହଣି ନିମନ୍ତେ କଟକ ଜିଲ୍ଲାରେ ମୋଟ ୬୧୭ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ଅଦ୍ୟାବଧି ୨୩,୧୧୦ ଜଣ ଲୋକ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିସାରିଛନ୍ତି। ଓଡ଼ିଶା ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁସାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପାଖାପାଖି ଥିବା ଗ୍ରାମପଞ୍ଚାୟତଗୁଡ଼ିକ…
ଭୁବନେଶ୍ବର: ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୦୬ ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ କଟକରୁ ୭୧, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜରୁ ୩୮, ଯାଜପୁରରୁ ୨୫, ନବରଙ୍ଗପୁରରୁ ୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୨୨ ଜଣ, ଖୋର୍ଦ୍ଧାରୁ ୧୫, ବାଲେଶ୍ବରରୁ ୯, ବରଗଡ଼ରୁ ୬ ଜଣ, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ କଳାହାଣ୍ଡିରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଜଗତସିଂହପୁର ଏବଂ କୋରାପୁଟରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଭଦ୍ରକ, କେନ୍ଦୁଝର, ବୌଦ୍ଧରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀ ଏବଂ ନୟାଗଡରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ୫୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାରେ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସ୍ଥିିତି…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ନୂଆପଡ଼ା ଠାରେ ତାଳଦଣ୍ଡା କେନାଲରୁ ବାହାରିଥିବା ଶାଖା ୧୨ନଂ କେନାଲ ଭିତର ସଫେଇ ନାଁରେ ଠିକାଦାର ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଏହି କେନାଲ ସଫେଇ କାର୍ଯ୍ୟ ଠିକ୍ ଭାବେ ହେଉନଥିବା ଯୋଗୁଁ କେନାଲରେ ପାଣି ତଳମୁଣ୍ଡକୁ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଯାହାଫଳରେ ପାଣି ଅଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ସୂଚନାନୁଯାୟୀ ମଣିଜଙ୍ଗା ଜଳସେଚନ କାର୍ଯ୍ୟାଳୟ ଅଧିନରେ ଥିବା ଏହି ଶାଖା କେନାଲରେ ପାଣି ଛଡାଯିବା ପୂର୍ବରୁ ପାଣିପଞ୍ଚାୟତ ମାଧ୍ୟମରେ ପ୍ରତିବର୍ଷ କେନାଲ ସଫା କରାଯାଇଥାଏ ବୋଲି ଜଣାପଡିଛି। କିନ୍ତୁ ଚଳିତବର୍ଷ ଏହି କେନାଲ ସଫେଇ କାର୍ଯ୍ୟ ଟେଣ୍ଡର ହୋଇଛି। ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ନେଇଥିବା ଠିକାଦାର କେନାଲ ଭିତର ସଫେଇ କରିବା ପରିବର୍ତ୍ତେ କେନାଲ ଭିତର କେତେକ ସ୍ଥାନରେ ଜେସିବି ମେସିନ୍ ଦ୍ୱାରା…
ସୀତାରାମ ଅଗ୍ରୱାଲ ଟାଙ୍ଗି: କରୋନା ମହାମାରୀ ଦେଶରେ ଏବେ ଭୟଙ୍କର ରୂପ ନେଉଛି। ଓଡିଶାରେ ଏହାର ପ୍ରଭାବ ବେଳକୁ ବେଳ ବଢିବାରେ ଲାଗିଛି। କେବେ ଏହି ମହାମାରୀର ଅନ୍ତ ଘଟିବ କେହି ଜାଣିନାହାନ୍ତି। ତେବେ ଏନେଇ ରାଜ୍ୟରେ କରୋନାଜନୀତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଅନ୍ୟପକ୍ଷରେ ଅନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କ ପାଇଁ ରକ୍ତ ଅଭାବର ସମ୍ଭାବନା ଦେଖାଯାଉଛି। ତେଣୁ ଏପରି ଦୁର୍ଦ୍ଦିନରେ ବିଜୁ ଜନତା ଦଳ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରୁଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ବଘେଇପୁଟ ଠାରେ ଯୁବ ନେତା ସୁକାନ୍ତ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ବିଜୁ ଜନତା ଦଳର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତ ଅଭାବରୁ କାହାରିକୁ ଜୀବନ ହରେଇବାକୁ ପଡ଼ିବ ନାହିଁ ସେନେଇ ଆଜି ଏହି ଶିବିରରେ ବହୁ ଯୁବକ ସ୍ବେଛାକୃତ ଭାବରେ ରକ୍ତଦାନ…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଶେଷରେ ସମସ୍ତ ଅପେକ୍ଷାରେ ଅନ୍ତ ଘଟିଛି । ପ୍ରାୟ ଦେଢ ମାସ ପରେ ସୁଦୂର ସାଉଦିରୁ ଗାଁରେ ପହଞ୍ଚିଲା ବାବୁଲାଙ୍କ ମରଶରୀର । ବୁକୁଥରା ଚିତ୍କାରରେ ଫାଟିଲା ହରିକୁଣ୍ଡ ବରଡି ଗାଁ ଦାଣ୍ଡ । ଲକ ଡାଉନ ଫଳରେ ଶେଷଦର୍ଶନ ଲାଗି ବ୍ୟାକୁଳ ପରିବାରର ମଉଳି ଯାଇଥିବା ଆଶା ପୁଣି ସତ ହେଲା । କୋଭିଡ କଟକଣା ମଧ୍ୟରେ ଶେଷରେ ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ହେଲା ବାବୁଲାଙ୍କ ମରଶରୀର । ମିିଳିଥିବା ସୂଚନା ଅନୁସାରେ, ଚିଲିକା ବ୍ଳକ କୁମାଣ୍ଡୋଳପାଟଣା ପଞ୍ଚାୟତର ହରିକୁଣ୍ଡବରଡି ଗ୍ରାମର ବାବୁଲା ଜେନା ଗତ ନଅ ବର୍ଷ ହେଲା ସାଉଦି ଆରବସ୍ଥିତ ନାସିର ଅଲ ହାଜରି କମ୍ପାନୀରେ କାର୍ଯ୍ୟରତ ଥିଲେ । ହଠାତ ଗତ ମେ ମାସ ୨୪ତାରିଖରେ ସେଠାରେ କାମ କରୁଥିବା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ତାଙ୍କର ମୃତ ଖବର ପରିବାରକୁ ଜଣେଇଥିଲେ । କମ୍ପାନୀ ତରଫରୁ ଏବିଷୟରେ କିଛି…
ମୁମ୍ବାଇ : ବଲିଉଡ୍ର ମିଲେନିୟମ ଷ୍ଟାର ଅମିତାଭ ଓ ଅଭିଷେକ କରୋନାରେ ପୀଡ଼ିତ ହେବା ପରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ବେବି ଆରାଧ୍ୟା ବଚ୍ଚନ ଏବେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍ ନେଇ ବିଏମ୍ସି ସହକାରୀ କମିଶନର ସୂଚନା ଦେଇଛନ୍ତି ।ତେବେ ଜୟା ବଚ୍ଚନ ଓ ତାଙ୍କ ଝିଅ ନୀତୁଙ୍କ ରିପୋର୍ଟ କିନ୍ତୁ ନେଗେଟିଭ୍ ଆସିଛି । ଗତକାଲି ଅମିତାଭ ବଚ୍ଚନ ପଜିଟିଭ୍ ହୋଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଥିଲେ । ଅମିତାଭ ଓ ଅଭିଷେକ ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଦୁହିଁଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି । ବିଏମ୍ସି ତରଫରୁ ଅମିତାଭ ବଚ୍ଚନଙ୍କ ବଙ୍ଗଳା ’ଜଲ୍ସା’କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବଙ୍ଗଳା ବାହାରେ କଣ୍ଟେନମେଣ୍ଟ ଜୋନ୍ ନୋଟିସ୍ ଲଗାଯାଇ ସାନିଟାଇଜ୍ କରାଯାଇଛି ।
Mumbai: Municipal workers sanitise actor Amitabh Bachchan’s Janak bungalow in Mumbai on July 12, 2020. Hours after Amitabh Bachchan and Abhishek Bachchan were admitted for COVID-19 treatment in hospital, civic teams rushed to the three bungalows of the Bachchan family in Vile Parle-Juhu. The teams, sporting full protection gear, started carrying out a full fumigation and sanitisation of the premises, inside and outside. (Photo: IANS)
କଟକ : କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟ୍ଡାଉନ୍ । ଏନେଇ ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଟ୍ଡାଉନ୍ ହଟିବା ପରେ ଦୋକାନ ବଜାର ଖୋଲିବା ନେଇ ସିଏମ୍ସି ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । କାଲିଠାରୁ ସକାଳ 5ଟାରୁ ସନ୍ଧ୍ୟା 6ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସୂଚନା ଦେଇଛି ସିଏମ୍ସି । ସେହିପରି ସନ୍ଧ୍ୟା 7ଟାରୁ ସକାଳ 5ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ସରକାରୀ ଅଫିସ୍ଗୁଡିକ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲା ରହିବ ବୋଲି ସୂଚନା ରହିଛି । କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ ବୋଲି ସୂଚନା ରହିଛି । ତେବେ ସହରରେ ସପ୍ତାହାନ୍ତ ସଟ୍ଡାଉନ୍ ବଳବତ୍ତର ରହିବ ବୋଲି ସିଏମ୍ସି ତରଫରୁ ସୂଚନା ରହିଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ 4 ତାରିଖରୁ କଟକ…
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଂଜିଗଡ ବ୍ଲକରେ କାର୍ଯ୍ୟରତ ଜିପିଟିଏ ସୁବ୍ରତ କୁମାର ମଲ୍ଲିକ ବିଲ୍ କରିଦେବାକୁ ୩୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଲାଂଜିଗଡ ବ୍ଲକ ଅନ୍ତର୍ଗତ କୁମଖାଲ ଗ୍ରାମପଂଚାୟତ ଅଧିନସ୍ଥ ସୋରିଶପଦର ଗ୍ରାମର ଏକ ପୋଖରୀର ୨ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳରେ ପଙ୍କୋଦ୍ଧାର କାମ କରିସାରିବା ପରେ କାମ ତଦାରଖ କରୁଥିବା ଗୌତମ ନାଗ ନାମକ ବ୍ୟକ୍ତି ବିଲ କରିଦେବାକୁ ସଂପୃକ୍ତ ଗ୍ରାମ ପଂଚାୟତ ବୈଷୟିକ ସହାୟକ (ଜିପିଟିଏ) ସୁବ୍ରତ କୁମାର ମଲ୍ଲିକଙ୍କୁ ଅନୁରୋଧ କରିଥିଲେ। ଉକ୍ତ ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ସେନାପତି ମଙ୍ଗରାଜଙ୍କ ସୁପାରିଶରେ ଗୌତମ ନାଗ ଉକ୍ତ କାର୍ଯ୍ୟ ତଦାରଖ କରୁଥିବା ବେଳେ ଏବଂ କାମ ସରିବା ପରେ ବିଲ କରିବାକୁ ସମସ୍ତ କାଗଜାତ କରିଥିବା ବେଳେ ଜିପିଟିଏ ଏଭଳି ଭାବେ ୩୩ ହଜାର ଟଙ୍କା ଦାବୀ କରିବାରୁ ଏବଂ…
ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ବିଚାରାଧୀନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଉପକାରାଗାରରେ ଥିବା ବିଚାରାଧୀନ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କଏଦୀ ଜଣକ ଅଣ ଓଡିଆ ହୋଇଥିବାବେଳେ ପତ୍ନୀକୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କଏଦୀଙ୍କ ସ୍ୱାବ୍ ସଂଗ୍ରହ ହୋଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆକ୍ରାନ୍ତ ଜଣଙ୍କୁ କୋଭିଡ଼ କେୟାରକୁ ପଠାଯାଇଛି। ଏହି ଘଟଣା ପରେ ବିଂଝାରପୁର ଥାନାର 22 ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଥିବାବେଳେ ସବ୍ ଜେଲ୍ ଓ ଥାନାକୁ ସାନିଟାଇଜ କରାଯାଇଛି। ଅତି ଜରୁରୀ କାମ ନ ଥିଲେ ଥାନାକୁ ନ ଆସିବାକୁ କୁହାଯାଇଛି।
ତେଲେଙ୍ଗାନା : ଦେଶରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ମଧ୍ୟରେ କରୋନା ରୋଗୀଙ୍କୁ ନେଇ ଅନେକ ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି । କରୋନାକୁ ନେଇ ପ୍ରଶାସନର ଦାୟିତ୍ବହୀନତାର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଭାଇରାଲ୍ ହୋଇଥିବା ଫଟୋଟି ତେଲେଙ୍ଗାନାର ବୋଲି ଜଣାପଡିଛି । ତେଲେଙ୍ଗାନା ନିଜାମାବାଦ ସହରରେ କରୋନା ସଂକ୍ରମିତ ଶବକୁ ଅଟୋ ରିକ୍ସା ସାହାଯ୍ୟରେ କବ୍ରସ୍ଥାନକୁ ନିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲରେ ଜଣେ 50 ବର୍ଷୀୟ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ସିଧାସଳଖ ତାଙ୍କ ଶବକୁ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ହସ୍ପିଟାଲ ତରଫରୁ ଆମ୍ବୁଲାନ୍ସର ସୁବିଧା ମଧ୍ୟ ଦିଆଯାଇନଥିଲା । ତେବେ ହସ୍ପିଟାଲର ସୁପରିଟେଣ୍ଡେଣ୍ଡ କହିଛନ୍ତି ଯେ, ମୃତକଙ୍କ ପରିଜନ ହସ୍ପିଟାଲରେ କାମ କରୁଥିବାରୁ ତାଙ୍କ ଅନୁରୋଧରେ ଶବକୁ ପରିବାକୁ ହସ୍ତାନ୍ତର କରାଯାଇଛି…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ବୁଲା ପ୍ରଧାନ ବାଣପୁର ଥାନାରେ ଆତ୍ମସମର୍ପଣ କରିଛି। ମୃତ ସ୍ତ୍ରୀଜଣକ ହେଉଛନ୍ତି ରୋଜାଲିନ୍ ପ୍ରଧାନ। ମିିଳିଥିବା ସୂଚନା ଅନୁସାରେ, ନରେନ୍ଦ୍ରପୁର ଗ୍ରାମର ଚିତ୍ତରଞ୍ଜନ ପ୍ରଧାନଙ୍କ ପୁଅ ବୁଲା ପ୍ରଧାନଙ୍କୁ ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ରୋଜାଲିନ୍। ରୋଜାଲିନ୍ଙ୍କ ବାପ ଘର ଭୀମପୁର ସ୍ଥିତ ବାଘୁଆପଦର। ପୂର୍ବରୁ ରୋଜାଲିନ୍ ତାଙ୍କ ସ୍ୱାମୀଙ୍କ ସହ ସୁଦୂର ହାଇଦ୍ରାବାଦରେ ଅବସ୍ଥାପନ କରୁଥିଲେ। ତେବେ କିଛି ଦିନ ପୂର୍ବେ ଉଭୟେ ନିଜ ଗ୍ରାମକୁ ଫେରି ସରକାରଙ୍କ ନିୟମ ଅନୁଯାୟୀ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ନିକଟରେ ନିଜ ଘରକୁ ଫେରିଥିଲେ। ଘରକୁ ଫେରିବା ଦିନଠାରୁ ବୁଲା ପ୍ରଧାନ ତାଙ୍କ ପତ୍ନୀଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ଜୀବନରୁ ମାରିଦେବା ପାଇଁ…
ଭୁବନେଶ୍ବର , ଗଜପତି ଜିଲ୍ଲା ପୋଲିସର ଏକ ବଡ ସଫଳତା ହାସଲ କରିଛି। ଏକାଥରକେ 468 କେଜି ଗଂଜେଇ ଜବତ କରିବାରେ ସଫଳତା ପାଇପାରିଛି। ଗଂଜେଇ ଚାଲଣ ଖବର ପାଇବା ପରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ଏଥିରେ ଆର ଉଦୟଗିରିର ଏସଡିପିଓ, ମୋହନା ଆଇଆଇସିଙ୍କ ସହିତ ଅନ୍ୟ ପୋଲିସ ଥିଲେ। ଏହି ଟିମ ସ୍ମଗଲରଙ୍କୁ ଅପେକ୍ଷା କରିବା ପରେ 14ଟି ପ୍ଲାଷ୍ଟିକ ବ୍ୟାଗରେ 468 କେଜି 5ଶହ ଗ୍ରାମର ଗଂଜେଇ ଜବତ କରିଛନ୍ତି। ଏକ ବଲେରୋ ଗାଡିରେ ସ୍ମଗଲରମାନେ ଏହି ଗଂଜେଇ ପଶ୍ଚିମ ବଂଗକୁ ଚାଲଣ କରୁଥିଲେ।

