ନୂଆଦିଲ୍ଲୀ : କେବେ କେବେ ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଭାଇରାଲ୍ ହୋଇଥାଏ, ଯାହାକୁ ଦେଖି ମନ ଖୁସିରେ ଝୁମି ଯାଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖିଲେ ଆପଣମାନଙ୍କର ମନ ବି ଖୁସିରେ ନାଚି ଉଠିବ । ଏହି ଭିଡିଓରେ ଏକ ଗୁଣ୍ଡୁଚି ମୂଷା ପାଣି ବୋତଲକୁ ଦେଖି ପାଣି ମାଗୁଥିବାର ନଜର ଆସିଛି । https://twitter.com/i/status/1283975154633109506 ଭାରତୀୟ ପ୍ରଶାସିନକ ସେବା ଅଧିକାରୀ ଅବିନାଶ ଶରନ୍ ନିଜ ଟୁଇଟର ହ୍ୟାଣ୍ଡେଲ୍ରେ ଏହି ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡିଓଙ୍କୁ ସେୟାର କରି ଅବିନାଶ ଲେଖିଛନ୍ତି ଯେ, ଏପରି ଏକ ସୁନ୍ଦର ଭିଡିଓ କେବେ ଦେଖିନଥିଲା, ଏହା ହ୍ବାଟସ୍ଆପ୍ ଜରିଆରେ ମିଳିଛି ।’ ଭିଡିଓରେ ଏକ ଗୁଣ୍ଡୁଚି ମୂଷା ଏକ ବୋତଲ ଦ୍ବାରା ପାଣି ପିଆଯାଉଥିବାର ଦେଖାଯାଇଛି । ସେ ବଡ ଆଗ୍ରହରେ ସହିତ ପାଣି ପିଉଥିବାର ଦେଖାଯାଇଛି । ଭିଡିଓରେ ଗୁଣ୍ଡୁଚି ମୂଷାର…
Author: Samikhsya Bureau
ପିଣ୍ଟୁ ବିଷୋୟୀ ବେଗୁନିଆପଡ଼ା, ଏବର୍ଷ ସିବିଏସ୍ଇ ଦଶମ ପରୀକ୍ଷାରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଜପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭ ଦଶମିକ ୨ ପ୍ରତିଶତ ମାର୍କ ରଖି ରାଜ୍ୟର ଟପ୍ ଟେନ୍ ତାଲିକାର ସପ୍ତମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନଫେରସିଂରେ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି | ତାଙ୍କର ଏହି ସଫଳତା ପାଇଁ 5T ସଚିବ ସନ୍ଧ୍ୟା ପ୍ରିୟଦର୍ଶିନୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ବ୍ୟକ୍ତିଗତ ଭାବରେ ଭେଟିବା ସମ୍ଭବ ହୋଇପାରୁ ନଥିବା ବେଳେ ଭିଡିଓ କନଫେରସିଂ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଏଥିସହ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ…
ବେଙ୍ଗାଲୁରୁ : ଭାରତର ପୂର୍ବତନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ତଥା ପୂର୍ବତନ ବ୍ୟାଡ଼ମିଣ୍ଟନ କୋଚ ରମେଶ ଟୀକାରାମ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ବେଙ୍ଗାଲୁରୁ ଏକ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ଏବଂ ମୃତ୍ୟୁ ବରଣ କରିବା ବେଳକୁ ତାଙ୍କୁ 51 ବର୍ଷ ବୟସ ହୋଇଥିଲା । ଅର୍ଜୁନ ପୁରସ୍କାର ବିଜେତା ଏହି ଖେଳାଳିଙ୍କ ମୃତ୍ୟୁକୁ ନେଇ ଖେଳ ଜଗତରେ ଏକ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ, ଟୀକାରମ ଜୁନ 29 ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ହସ୍ପିଟାଲକୁ ନିଆଯାଇଥିଲା ପରେ ତାଙ୍କର କରୋନା ପଜିଟିଭ ବାହାରିଥିଲା । ଭାରତର ପ୍ରଥମ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଟୀକାରାମଙ୍କ ଏହି ଅକାଳ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପିସିଆଇର ଜେନେରାଲ ସେକ୍ରେଟେରୀ ଗୁରସରଣ ସିଂ । (ଏଜେନ୍ସି)
ନୂଆଦିଲ୍ଲୀ, ଅଯୋଧ୍ୟାରେ ଖୁବଶୀଘ୍ର ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣର ଶୁଭାରମ୍ଭ ଅବସରରେ ଯୋଗ ଦେବେ। ଏ ସମ୍ପର୍କରେ ଆଲୋଚନା ପାଇଁ ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନଙ୍କର ଏକ ବୈଠକ ଶନିବାର ଦିନ ବସିବ। ମନ୍ଦିର ନିର୍ମାଣ ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇ ସାରିଛି। ଆସନ୍ତାକାଲି ବୈଠକରେ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯିବ। ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କାଲି ହେବାକୁ ଥିବା ବୈଠକରେ ଯୋଗଦେବେ। ପ୍ରଧାନମନ୍ତ୍ରୀ କେଉଁ ତାରିଖରେ ଯୋଗ ଦେଇ ପାରିବେ ତାହା ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି କମିଟିକୁ ଜଣାଇବେ। ମୋଦିଙ୍କ ସହ ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ କିଛି ମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ସମାରୋହରେ ଉପସ୍ଥିତ ରହିବେ। କୋଭିଡ କଟକଣା ଦୃଷ୍ଟିରୁ ସୀମିତ ଅତିଥିଙ୍କୁ ନେଇ ସମାରୋହ ଆୟୋଜନ କରାଯିବ।…
ଭୁବନେଶ୍ବର : କମିଶନରେଟ୍ ପୋଲିସ୍ର ସମସ୍ତ କର୍ମଚାରୀଙ୍କୁ ଫିଟ୍ନେସ୍ ଟାର୍ଗେଟ୍ ଦିଆଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କମିଶନର ସୁଧାଂଶୁ ଷଡଙ୍ଗୀ । ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ । ସବୁ କର୍ମଚାରୀଙ୍କୁ ସେମାନଙ୍କ ବଡି ମାସ୍ ଇଣ୍ଡେକ୍ସ ଲିଖିତ ଦିଆଯିବ । ବୟସ, ଉଚ୍ଚତା ଅନୁସାରେ ଓଜନ କେତେ ହେବା କଥା କୁହାଯିବ । 19-24 ଯାଏ ବିଏମ୍ଆଇ ସ୍ବାଭାବିକ । 30 ହେଲେ ମେଦବହୁଳତା ବୋଲି ବିବେଚନା କରାଯିବ । ଓଜନ, ବିଏମ୍ଆଇ ପ୍ରଦାନ କାର୍ଯ୍ୟ ଜୁଲାଇ 30 ମଧ୍ୟରେ ଶେଷ କରାଯିବ । ତିନିମାସ ପରେ ନଭେମ୍ବର ମାସରେ ପୁଣି ସମସ୍ତଙ୍କ ଓଜନ ନିଆଯିବ । ସେମାନେ ଓଜନ କମାଇବାକୁ କେତେ ଚେଷ୍ଟିତ, ପରଖାଯିବ । ଯାହାର ବିଏମଆଇ 30 ଉପରେ ଥିବ, ବାଧ୍ୟତାମୂଳକ ବ୍ୟାୟାମ କରିବେ । ବାଧ୍ୟତାମୂଳକ ବ୍ୟାୟାମ ସହ 6 ସପ୍ତାହ ରିଫ୍ରେସର କୋର୍ସ…
ୱାସିଂଟନ୍, ଭାରତ ଓ ଚୀନ୍ ମଧ୍ୟରେ ଶାନ୍ତି ରକ୍ଷା ପାଇଁ ଯାହା ସମ୍ଭବ ସବୁ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ତାହା କରିବାକୁ ଆଗ୍ରହୀ। ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କେଲିଗ୍ ମ୍ୟାକ୍ଇନାନି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଟ୍ରମ୍ପ୍ କହିଛନ୍ତି, ସେ ଭାରତ ଓ ଚୀନ୍ ଲୋକଙ୍କୁ ଶ୍ରଦ୍ଧା କରନ୍ତି। ସେମାନଙ୍କ ଶାନ୍ତି ରକ୍ଷା ପାଇଁ ଯାହା କିଛି ସମ୍ଭବ ସବୁ କରିବାକୁ ସେ ଆଗ୍ରହୀ। କିନ୍ତୁ, ଗତ କେତେ ସପ୍ତାହ ହେବ ଟ୍ରମ୍ପ୍ ପ୍ରଶାସନ ଚୀନ୍ ବିରୋଧରେ ଭାରତକୁ ସମର୍ଥନ କରିବାକୁ ଆଗଭର ହୋଇଥିଲା। ଭାରତ ଲାଗି ଟ୍ରମ୍ପ୍ଙ୍କ ବାର୍ତ୍ତା କ’ଣ ବୋଲି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏଭଳି କହିଛନ୍ତି। ଗୁରୁବାର ସକାଳେ ହ୍ବାଇଟ୍ ହାଉସ୍ ଆର୍ଥିକ ଉପଦେଷ୍ଟା ଲେରି କୁଡ୍ଲୋ ଭାରତକୁ ଉତ୍ତମ ବନ୍ଧୁ ଭାବେ ବର୍ଣ୍ଣନା କରି କହିଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପ୍ ହେଉଛନ୍ତି ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହୋଇପଡ଼ିଲାଣି କରୋନା ସ୍ଥିତି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ ପାର କରିଛି। ଦେଶରେ ମୃତକଙ୍କ ସଂଖ୍ୟା 25 ହଜାର 602କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 34 ହଜାର 956 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 687ଜଣଙ୍କର ମୃତ୍ୟୁ ହୋଇଛି।ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 3 ହଜାର 832କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ 3 ଲକ୍ଷ 42 ହଜାର 473 ଥିବା ବେଳେ ସୁସ୍ଥ ହେଲେଣି 6 ଲକ୍ଷ 35 ହଜାର 757 । ସେହିପରି ମହାରାଷ୍ଟ୍ରରେ 2 ଲକ୍ଷ 84 ହଜାର 281 ଆକ୍ରାନ୍ତ ହୋଇଥିବା ବେଳେ 11 ହଜାର 194 ଜଣଙ୍କ ମୃତ୍ୟୁ…
ଭୁବନେଶ୍ବର : ଆଜି ପୁଣି 4 ଜଣଙ୍କ ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 2 ଜଣ ଥିବାବେଳେ ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ଆଜି ଗଞ୍ଜାମରୁ ଦୁଇ ଜଣ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା 50କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା 83କୁ ବୃଦ୍ଧି ହୋଇଛି । ଗଞ୍ଜାମରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଜଣେ 57 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ 60 ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ କିଡ୍ନୀ ରୋଗରେ ପୀଡ଼ିତ ଥିଲେ । ଅନୁଗୁଳ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ ବୟସ 66 ବର୍ଷ ବୋଲି ଜଣାପଡିଥିବାବେଳେ ସେ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍ ଟ୍ୟୁମୋରରେ ପୀଡ଼ିତ ଥିଲେ । ସେହିପରି…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ ପଂଚାୟତର ରତନପୁର ପାଟଣା ସାହିରେ ଗତ କାଲି ରାତିରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ୍ୟୁ ମହିଳାଙ୍କ ନାମ ସୁକାନ୍ତି ସାହୁ ବୋଲି ଜଣାପଡିଛି । ତାଙ୍କ ବୟସ 38 ବର୍ଷ ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସୁକାନ୍ତିଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଶୋଇବା କକ୍ଷରୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତରଙ୍କ ଠାରୁ ଟାଙ୍ଗୀ ଥାନା ପୋଲିସ୍ ସୂଚନା ପାଇ ମେଡିକାଲରେ ପହଞ୍ଚି ଶଵ ଜବତ କରି ତଦନ୍ତ ଚଳାଇଛି । ପରିବାର ଆତ୍ମୀୟ ପୋଲିସକୁ ମହିଳାଙ୍କ ପୂର୍ବରୁ ଶ୍ୱାସ ରୋଗ ଥିଲା ଏବଂ ଏହା ଏକ ସ୍ୱାଭାବିକ ମୃତ୍ୟୁ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଏକ…
ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 718 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 24 ଜିଲ୍ଲାରୁ 718 ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 231 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା 150, ମାଲ୍କାନଗିରିରୁ 54, କଟକରୁ 32, କେଉଁଝରରୁ 28, କୋରାପୁଟରୁ 27, ଝାରସୁଗୁଡାରୁ 24, ମୟୂରଭଞ୍ଜରୁ 22, ଗଜପତିରୁ 21, ରାୟଗଡାରୁ 19, ଜଗତସିଂହପୁରରୁ 16, ନୟାଗଡରୁ 13, ସୁନ୍ଦରଗଡ ଓ ଭଦ୍ରକରୁ 10ଜଣ ଲେଖାଏଁ ରହିଛନ୍ତି । ଅନୁଗୁଳୁ, ପୁରୀ ଓ ବାଲେଶ୍ବର 9 ଜଣ ଲେଖାଏଁ ରହିଥିବାବେଳେ କନ୍ଧମାଳ, ସମ୍ବଲପୁରରୁ 7ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳରୁ 6, ସୋନପୁରରୁ 5, ବରଗଡରୁ ଓ କେନ୍ଦ୍ରାପଡାରୁ 4 ଜଣ ଚିହ୍ନଟ ହୋଇଛନ୍ତି ।ନବଙ୍ଗପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ଆଜି ରାଜ୍ୟରେ 718 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 479ଜଣ ଚିହ୍ନଟ ହୋଇଥିବାବେଳେ239ଟି ଲୋକାଲ କେସ୍ ରହିଛି । ଗଞ୍ଜାମରୁ ସର୍ବାଧିକ 231 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 24ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 16 ହଜାର 610ରେ ପହଞ୍ଚିଛି। ସେହିପରି ସୁସ୍ଥ ହୋଇଛନ୍ତି 10 ହଜାର 877 । ଏବେ ସୁଦ୍ଧା ରାଜ୍ୟରେ 5 ହଜାର 124 ଜଣ ଚିକିତ୍ସାଧୀନ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 79ଜଣ । ସେହିପରି 24 ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।
ଜମ୍ମୁକାଶ୍ମୀର : ଗତ କିଛି ଦିନ ହେବ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଶୁକ୍ରବାର ସକାଳେ ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ନାଗନାଦ ଚିମ୍ମେର ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ଏହି ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଅପରେସନ୍ ଜାରି ରଖିବାର ସୂଚନା ରହିଛି । ତେବେ ମୃତ ଆତଙ୍କବାଦୀମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ମିଳିଥିବା ସୂଚନା ଅନୁସାରେ ଗୁଇନ୍ଦା ରିପୋର୍ଟ ତରଫରୁ ନାଗନାଦ ଚିମ୍ମେର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା। ଏହାପରେ ସେନାବାହିନୀ ସମେତ ସିଆରପିଏଫ୍ ଯବାନ ସେହି ଅଞ୍ଚଳକୁ ଘେରି ଯାଇଥିଲେ। ଏହା ପରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ। ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି…
ନୂଆଦିଲ୍ଲୀ : ଦୁଇଦିନିଆ ଲଦାଖ ଓ ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଲ୍ଏସି ସ୍ଥିତି ସମୀକ୍ଷା ପାଇଁ ଲଦାଖ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ପରେ ଜମ୍ମୁ-କାଶ୍ମୀର ଯିବେ ବୋଲି ସୂନା ରହିଛି । ସୀମାରେ ନିୟୋଜିତ ଯବାନଙ୍କୁଭେଟି ଆଲୋଚନା କରିବେ ବୋଲି ସୂଚନା ରହିଛି । ତେବେ ପ୍ରତିରକ୍ଷାମନ୍ତ୍ରୀଙ୍କ ଗସ୍ତ ଅବସରରେ ସିଡିଏସ୍ ବିପିନ ରାଓ୍ବତ୍ ଓ ସ୍ଥଳସେନା ମୁଖ୍ୟ ନର୍ଭାଣେ ଉପସ୍ଥିତ ରହିଛନ୍ତି । ମେ’ରେ ଏଲଏସି ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଲଦାଖ ଗସ୍ତ। (ଏଜେନ୍ସି)
ଭୁବନେଶ୍ବର : ନୟାପଲ୍ଲୀ ସୀତାପୁର ଓ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅଧିକ କରୋନା କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଏହି ଅଞ୍ଚଳକୁ ବିଏମ୍ସି କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରିଛି । ଆଜିଠୁ ଏହି ଅଞ୍ଚଳରେ କଟକଣା ଲାଗୁ ହୋଇଛି । ଏଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ବିଏମ୍ସି ।ଏଠାରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 919ରେ ପହଞ୍ଚିଛି। ସେଥିମଧ୍ୟରୁ 403 ସୁସ୍ଥ ଘରକୁ ଫେରିଥିବାବେଳେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଛି। ସେହିପରି ଏବେସୁଦ୍ଧା 504 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ବର : ଭୁବନେଶ୍ବର ୟୁନିଟ୍ -4 ମାର୍କେଟକୁ ବନ୍ଦ ରଖିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି । ୟୁନିଟ୍ -4 ମାର୍କେଟ୍କୁ ଲାଗି ରହିଥିବା ମାର୍କେଟ୍ ବି ବନ୍ଦ ରହିବ ବୋଲି ସୂଚନା ରହିଛି । କରୋନା ସଂକ୍ରମଣ ରୋକିବା ପାଇଁ କଟକଣା ଜାରି କରିଛି ବିଏମ୍ସି । ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ବିଏମ୍ସି ସୂଚନା ଦେଇଛି । ଭୁବନେଶ୍ବର ସହରରେ ଲୋକାଲ୍ କେସ୍ ବଢୁଥିବାରୁ କଡା ପଦକ୍ଷେପ ଗ୍ରହଣ କରୁଛି ବିଏମ୍ସି । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଆଜି ରାତ୍ରି 9 ଘଟିକାଠାରୁ ଗଞ୍ଜାମ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମକୁ 14 ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି ।
କେଦାର ମିଶ୍ର “ଏ ପରିସ୍ଥିତିରୁ କେବଳ ଭଗବାନ ହିଁ ଆମକୁ ବଞ୍ଚାଇ ପାରିବେ, ସରକାର ଆଉ କଣ ବା କରିପାରିବେ” – ଏ ଉକ୍ତି କୌଣସି ସାଧାରଣ ଲୋକର ନୁହେଁ। ଖୋଦ କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ ଏହି ବକ୍ତବ୍ୟ ରଖିଛନ୍ତି। ଗଣମାଧ୍ୟମରେ ଏହାକୁ ଏକ ବିବଦମାନ ବକ୍ତବ୍ୟ ବୋଲି କୁହା ଯାଉଛି, ହେଲେ ବାସ୍ତବରେ ଆଜିର ପରିସ୍ଥିତିରେ ଏହା ହିଁ ସତ୍ୟ। ସାରାଦେଶରେ ୧୦ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି ଓ ଏ ସଂଖ୍ୟା ଆଗକୁ ହୁ ହୁ ହୋଇ ବଢିବାର ସମ୍ଭାବନା ରହିଛି। ଗତ କାଲି ପ୍ରାୟ ୩୩ ହଜାର ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପଛରେ ଏକ ଭୟଙ୍କର ସତ୍ୟ ଲୁଚି ରହିଛି, ଯାହାକୁ ଜାଣିବା ନିତାନ୍ତ ଜରୁରୀ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କରୋନା ରୋଗୀଙ୍କ ଲାଗି ମୋଟ ୮ ଲକ୍ଷ ୯୧ ହଜାର ସ୍ଵତନ୍ତ୍ର…
ଗୋରଖପୁର : ଉତ୍ତରପ୍ରଦେଶର କୁଶୀନଗର ଅଞ୍ଚଳରେ ଦେଖିବାକୁ ମିଳିଛି ‘ଟୟଲେଟ୍ ଏକ ପ୍ରେମ୍ କଥା’ର କାହାଣୀ । ସ୍ବଚ୍ଛଭାରତ ସୁସ୍ଥ ଭାରତର ବାର୍ତ୍ତା ବହନ କରୁଥିବା ତଥା ଅକ୍ଷୟ କୁମାର ଓ ଭୂମି ପେଣ୍ଡେନକର୍ଙ୍କ ଅଭିନୀତ ‘ଟୟଲେଟ୍ – ଏକ ପ୍ରେମ କଥା’ରେ ନାରୀର ସମ୍ମାନ ଓ ଶୌଚାଳୟକୁ ନେଇ ପ୍ରସ୍ତୁତ କରାଯାଇଥିଲା । ଏହି ଫିଲ୍ମରେ ଜଣେ ନାରୀ ଶୌଚାଳୟ ନଥିବାରୁ ଶାଶୁ ଘର ଛାଡିବା ସହିତ ସବୁ ନାରୀଙ୍କ ସମ୍ମାନ ପାଇଁ ଲଢିଥିଲେ । ଠିକ୍ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କୁଶୀନରଗ ପଡରୌନା ବ୍ଲକ୍ରେ । ଶାଶୁଘରେ ଶୌଚାଳୟ ନଥିବାରୁ ନବବିବାହିତ ବଧୂମାନେ ଶାଶୁଘର ଛାଡିଛନ୍ତି । କୁଶୀନଗରର ପଡରୌନା ବ୍ଲକର ଜଗଦୀଶପୁର ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁମିଳିଛି । ଏଠାକାର ମହିଳାମାନେ ଶୌଚାଳୟ ନଥିବାରୁ ଶାଶୁଘର ଛାଡି ନିଜ ବାପଘରକୁ ଚାଲିଆସିଛନ୍ତି । ମିଳିଥିବା ସୂଚନା ଅନୁସାରେ ଶୌଚାଳୟ ପାଇଁ ଶାଶୁଘର ଛାଡି…
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା 4ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି 9ଟାରୁ 14ଦିନିଆ ଲକ୍ଡାଉନ୍ କଟକଣା ଲାଗୁ ହେବ। ଆଜି ରାତି 9ଟାରୁ ଜୁଲାଇ 31ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ଜାରି ରହିବ। ତେବେ ଏହି 4 ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ(ପ୍ରତି ସପ୍ତାହର ଶନିବାର ଓ ରବିବାର)ସଟ୍ଡାଉନ୍ କଟକଣାକୁ ହଟାଇ ଦିଆଯାଇଛି। ବାକି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ କଟକଣା ପୂର୍ବଭଳି ବଳବତ୍ତର ରହିବ। ଲକ୍ଡାଉନ୍ ସମୟରେ ଭୁବନେଶ୍ୱର ଓ କଟକ ଭିତରକୁ ଜରୁରୀ କାରଣ ନ ଥିଲେ କୌଣସି ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଖାଲି କଟକ-ଭୁବନେଶ୍ୱର ନୁହେଁ ବରଂ ଏହି ଲକ୍ଡାଉନ୍ ସମୟରେ ବିନା…
କନ୍ଦର୍ପ ବେହେରା ରେଢାଖୋଲ: ଚାରି ଦିନ ଦିନ ତଳେ ରେଢାଖୋଲ ଡାକ୍ତରଖାନାରେ ଏକ ଶିଶୁର ମୃତ୍ୟୁକୁ ନେଇ ଶିଶୁର ପିତା ମାତା ରେଢାଖୋଲ ଥାନାରେ ଓ ଏସ୍ଡିଏମ୍ଓ ଙ୍କ ଠାରେ ଅଭିଯୋଗ କରିଥିଲେ। ଯାହାକି ଡାକ୍ତର ମହାଶୟ ଏହା ମିଥ୍ୟା ଓ କପୋଳକଳ୍ପିତ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ରେଢାଖୋଲ ବ୍ଲକ୍ ତ୍ରିବଣପୁର ଅଂଚଳର ଜନୈକ ପିତା ମାତା ଙ୍କର ଏକ ସନ୍ତାନ କିଛି ଦିନ ତଳେ ବୁର୍ଲା ମେଡିକାଲରେ ଜନ୍ମ ହୋଇଥିଲା। ଶିଶୁଟିର ଜନ୍ମ ହେବାର ସମୟ ମଧ୍ୟ ହୋଇ ନ ଥିଲା। ହେଲେ ଶିଶୁଟିକୁ ସେମାନେ ଘରକୁ ଧରିଆସିଥିଲେ। ଚାରିଦିନ ଦିନ ତଳେ ଶିଶୁଟି ଅତି ଗୁରୁତର ହେବାରୁ ତାକୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରେଢାଖୋଲ ଡାକ୍ତରଖାନାରେ ପତି ନାମକ ଡାକ୍ତରଙ୍କ ଅବହେଳାରେ ଶିଶୁଟି ମୃତ୍ୟୁ ବରଣ କରିଥିବା ଶିଶୁଟିର ପିତାମାତା ଅଭିଯୋଗ କରିଥିଲେ। ଯାହାକି ଡାକ୍ତର ପତି ଏହା ମିଥ୍ୟା ଓ କପୋଳକଳ୍ପିତ ବୋଲି…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି ଜିଲ୍ଲା: କଲମପୁର ବ୍ଲକ , ବିଜମରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦୁଲକୀବନ୍ଧ M/S – ISWAR AGRO SALES ଦୋକାନ ମାଲିକଙ୍କ ନାମରେ ଆସିଛି ବଡ଼ ସଙ୍ଗୀନ ଅଭିଯୋଗ। କଲମପୁର , କୋକସରା , ଜୟପାଟଣା ବ୍ଲକର ୩୭ ଜଣ ଚାଷୀଙ୍କୁ ରିହାତି ଦରରେ ପାୱାର ଟିଲର ଯୋଗାଇଦେବା ପାଇଁ ଚୁକ୍ତି କରି ଜଣ ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ପାୱାର ଟିଲର ଯୋଗାଇପାରୁ ନ ଥିବା ଅଭିଯୋଗ ଆଣିଛନ୍ତି ଚାଷୀମାନେ। ବର୍ତ୍ତମାନ ଧାନ ଚାଷ ପାଇଁ, ତଳି ରୁଆ ଶେଷ ହୋଇଥିଲେ ମଧ୍ୟ ସେମାନଙ୍କ ପାଖକୁ ପାୱାର ଟିଲର ପହଞ୍ଚି ପାରିଲା ନାହିଁ। ଏନେଇ ଚାଷୀମାନେ ଦୋକାନ ମାଲିକ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ଦୋକାନ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ବଡ଼କୁଟରୁ ଫାଣ୍ଡି ଅଧିକାରୀ କୃତିବାସ ପୁଝାରୀ ଘଟଣାସ୍ଥଳକୁ ପହଞ୍ଚି ଚାଷୀମାନଙ୍କୁ ବୁଝା ସୁଝା କରିବା…
କଲମ୍ବିଆ : କରୋନା ମହାମାରୀ ସହ ଲଢେଇ ପାଇଁ ଦୁନିଆରେ ଅର୍ଦ୍ଧାଧିକ ଜାଗାରେ ଏବେ ଲକ୍ଡାଉନ୍ ଜାରି ରହିଛି। ପରିସ୍ଥିତିକୁ ଦେଖି କେତେକ ଜାଗାରେ ଲକ୍ଡାଉନ୍ କୋହଳ କରାଯାଇଥିବାବେଳେ ଆଉ କୋଉଠି ଏହାକୁ ଆହୁରି କଡାକଡି କରାଯାଇଛି । କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ଲକ୍ଡାଉନ୍ ନିୟମ ନ ମାନିଲେ ସେଠାରେ ନିୟମ ଉଲ୍ଲଂଘନକାରୀଙ୍କୁ ହତ୍ୟା କରାଯାଉଛି। ତେବେ ସବୁଠୁ ଅବସୋସର କଥା ହେଉଛି ଯେ, ଏହି ଦେଶର ସରକାର ଏଭଳି ହତ୍ୟାକୁ ରୋକିବାରେ ମଧ୍ୟ ଅସଫଳ ହେଉଛନ୍ତି। ତେବେ ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କୁ ହତ୍ୟା କରୁଥିବା ଦେଶର ନାମ ହେଉଛି କଲମ୍ବିଆ । ଏଠାରେ ସରକାରଙ୍କ ତରଫରୁ ଲକ୍ଡାଉନ୍ ଜାରି ରହିଥିବାବେଳେ ଏଠାକାର ଡ୍ରଗ୍ ମାଫିଆ ଅଲଗା ପ୍ରକାରର ଲକଡାଉନ୍ ଘୋଷଣା କରିଛନ୍ତି । ଯିଏ ଏହି ଲକ୍ଡାଉନ୍କୁ ମାନୁ ନାହାନ୍ତି ତାଙ୍କୁ ଏହି ମାଫିଆ ହତ୍ୟା କରୁଛନ୍ତି। ଏପର୍ଯ୍ୟନ୍ତ ଲକ୍ଡାଉନ୍ ଯୋଗୁଁ 8 ଜଣଙ୍କ ହତ୍ୟା କରାଯାଇଥିବାର…

