Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲା କଳା ବିକାଶ କେନ୍ଦ୍ର ଓ ଜଗତସିଂହପୁର ପୌର ପରିଷଦର ୧୯ ନମ୍ବର ୱାର୍ଡ ବାସୀଙ୍କ ପକ୍ଷରୁ ଖେରସ ଠାରେ ଥିବା ଜିଲ୍ଲା କଳା ବିକାଶ କେନ୍ଦ୍ର ଠାରେ ତିର୍ତ୍ତୋଲର ବିଧାୟକ ତଥା ବରିଷ୍ଠ ବିଜେଡି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଦେହାନ୍ତ ଉପଲେକ୍ଷ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପୌରାଧ୍ୟକ୍ଷ ମଧୁସୁଦନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ କଳା ବିକାଶ କେନ୍ଦ୍ରର କର୍ମକର୍ତ୍ତା ମାନଙ୍କ ସହିତ ୧୯ ନମ୍ବର ଞ୍ଚାର୍ଡର ବହୁ ଅଧିବାସୀ ଯୋଗ ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଏସଭିଏମ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଲିଙ୍ଗରାଜ ବେହେରା,ସମାଜସେବୀ ଗୌରାଙ୍ଗ ହୋତା,ସୁବାଷ ଚନ୍ଦ୍ର ରାଉତ,ବରିଷ୍ଠ ବିଜେଡି ନେତା ଦିପ୍ତି ଦାସ,ଦୋଳଗୋବିନ୍ଦ ଦାଶ,ମିନତୀ ଦାସ,ନିକୁଞ୍ଜ କିଶୋର ବେହେରା,ପ୍ରୀୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇ ସେହି ମହାନ ନେତାଙ୍କର ସ୍ମୃତି ଚାରଣ କରିବା ସହିତ ୧୯ ନମ୍ବର ୱାର୍ଡର ସର୍ବାଙ୍ଗୀନ ଉନ୍ନତିରେ…

Read More

ଭୁବନେଶ୍ବର : ରାଜ୍ୟରୁ ଆଉ ଦୁଇଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ମୃତକ ଦ୍ବୟ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି ।  ମୃତକ ଦ୍ବୟଙ୍କ ମଧ୍ୟରୁ  ଜଣେ 51 ବର୍ଷ  ପୁରୁଷ ଥିବାବେଳେ  ସେ ମେଦବହୁଳତାରେ ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ 34 ବର୍ଷୀୟ ପୁରୁଷ ଥିବାବେଳେ ସେ ହାଇପରର୍ଟେନ୍ସରେ ପୀଡ଼ିତ ଥିଲେ।  ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି 23ଟି ଜିଲ୍ଲାରୁ ମୋଟ୍‌ 494 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗଞ୍ଜାମରୁ ସର୍ବାଧିକ 246ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 64, କଟକରୁ 38, ବାଲେଶ୍ବରରୁ 21, ଯାଜପୁରରୁ 15, ମୟୂରଭଞ୍ଜରୁ 14, କେନ୍ଦ୍ରାପଡାରୁ 11, ସୁନ୍ଦରଗଡଓ କେଉଁଝରରୁ 10ଜଣ ଲେଖାଏଁ ରହିଛନ୍ତି । ନୂଆପଡାରୁ 9, ପୁରୀ ଓ ଭଦ୍ରକରୁ 7ଜଣ ଲେଖାଏଁ ରହିଛନ୍ତି । ସମ୍ବଲପୁର, ମାଲ୍‌କାନଗିରି, ନବରଙ୍ଗପୁର, କୋରାପୁଟରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି  । ବଲାଙ୍ଗିରର 3 ଜଣ ରହିଥିବାବେଳେ କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରୁ  2 ଜଣ   ଲେଖାଏଁ ରହିଛନ୍ତି । ଅନୁଗୁଳ, ଜଗତସିଂହପୁର, ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Read More

କଟକ ସହରକୁ ସୌନ୍ଦର୍ଯ୍ୟ କରଣ ପାଇଁ ସିଏମସି ତରଫରୁ ଚାଲିଛି ଉଦ୍ୟମ। ସହରର ବିଭିନ୍ନ ବ୍ରିଜ ବା ଅଣ୍ଡରପାଶ୍ କାନ୍ଥରେ ୱାଲ ପେଣ୍ଟିଂ କରାଯାଉଛି। ଏଥିରେ ଓଡିଶାର ଘୋଡାନାଚ, ପାଇକ ଆଖଡା, ଓଡିଶୀ ନୃତ୍ୟ ବିଭିନ୍ନ ଭାବଭଙ୍ଗୀ ଏଥିରେ ସ୍ଥାନିତ କରାଯାଇଛି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି494  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 322ଜଣ ଚିହ୍ନଟ ହୋଇଥିବାବେଳେ172ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 15, 392କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି  4 ହଜାର 813 । ସୁସ୍ଥ ହୋଇଛନ୍ତି 10 ହଜାର 476 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 77ଜଣ । ସେହିପରି24 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

କେଦାର ମିଶ୍ର କରୋନା ଭୂତାଣୁକୁ ନେଇ ଦିନକୁ ଦିନ ଦୁଃସମ୍ବାଦ ବଢି ଚାଲିଛି। କେବଳ ଏହି ମହାମାରୀ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିନାହିଁ, ଏହା ଆସ୍ତେ ଆସ୍ତେ ଆମର ଜୀବିକା ଓ ସମାଜକୁ ମଧ୍ୟ ଧ୍ଵଂସ କରିବା ଆରମ୍ଭ କଲାଣି। ମଣିଷ ଭାବରେ ଏ ପୃଥିବୀରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ଓ ମୃତ୍ୟୁ ପରେ ସମ୍ମାନର ଅଙ୍ଗାର ମୁଠେ ପାଇବାର ଅଭିଳାଷ, କରୋନା ଆମଠୁ ଛଡାଇ ନେଉଛି। ଏହା ସହିତ ରାଜନୈତିକ ଭାବରେ ଜଣେ ନାଗରିକ ଭାବେ ଆମର ଯେଉଁ ସାମ୍ବିଧାନିକ ଅଧିକାର ଥିଲା, ତାହା ମଧ୍ୟ ଆଜି ନାହିଁ। ଗୋଟେ ସମୟରେ ଆମେ ଗର୍ବର ସହିତ କହୁଥିଲୁ ଯେ, ଦେଶର ଯେ କୌଣସି ଅଞ୍ଚଳକୁ ଯେ କୌଣସି ସମୟରେ ଯାଇ ପାରିବା ଆମର ସାମ୍ବିଧାନିକ ଅଧିକାର। କେବଳ ଯାଇପାରିବା ନୁହେଁ,  ନିଜ ମର୍ଜିରେ ରହି ପାରିବାର, ବ୍ୟବସାୟ କରିପାରିବାର ଅଧିକାର ଆମର ରହିଛି। ଭାରତୀୟ ସମ୍ବିଧାନ…

Read More

ଖୋର୍ଦ୍ଧା : ଆଜି ସମୟରେ ଝିଅ କୌଣସି ପୁଅଠାରୁ କମ୍‌ ନୁହେଁ । ତଥାପି ବି ପୁଅ ଓ ଝିଅଙ୍କ ମଧ୍ୟରେ ଫରକ ଦେଖାଯାଉଛି । ଆଜି ବି କିଛି ଲୋକେ ଝିଅକୁ ଅଲୋଡା ବୋଲି ଭାବୁଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ପୁଣି ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ବାଘମାରୀ ହଟ୍ଟକେଶ୍ବର ମହିଳା ମହାବିଦ୍ୟାଳୟ ପଛପଟୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । କେହି ଶିଶୁଟିକୁ ଫୋପଡି ଦେଇ ଚାଲିଯାଇଥିବାବେଳେ ନବଜାତ ଶିଶୁ କନ୍ୟାର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ତେବେ କିଏ କାହିଁକି ନବଜାତ କନ୍ୟାକୁ ସେଠାରେ ଫୋପାଡି ଦେଇଛନ୍ତି ସେ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ ।

Read More

ନୂଆଦିଲ୍ଲୀ: ବିଶ୍ୱର ବଡ଼ ବଡ଼ ନେତା ଓ ଶିଳ୍ପପତିଙ୍କ ଟ୍ୱିଟର୍‌ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି।ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକାର ପୂର୍ବତନ ଉପ-ରାଷ୍ଟ୍ରପତି ଜୋଏ ବିଡେନ୍‌, ନ୍ୟୁୟର୍କ ସିଟିର ପୂର୍ବତନ ମେୟର ମାଇକ୍‌ ବ୍ଲୁମ୍‌ବର୍ଗ, ଇ-କମର୍ସ ସଂସ୍ଥା ଆମାଜନ୍ ସିଇଓ ଜେଫ୍ ବେଜୋସ୍, ମାଇକ୍ରୋସଫ୍ଟ କୋ-ଫାଉଣ୍ଡର୍‌ ବିଲ୍‌ ଗେଟ୍ସ୍‌,  ଟେଲ୍‌ସା ସିଇଓ ଏଲୋନ୍‌ ମସ୍କ, ସେଲେବ୍ରିଟି କାନେ ଓ୍ବେଷ୍ଟ୍‌ ଓ ତାଙ୍କ ପତ୍ନୀ କିମ୍‌ କର୍‌ଦାଶିଆନ୍‌ଙ୍କ ସମେତ ଆଉ କିଛି ପ୍ରମୁଖ ବ୍ୟକ୍ତିଙ୍କ ଟ୍ୱିଟର୍ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ‌ ଆପଲ୍ ଓ ଉବେରର ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଛି।1 ହଜାରେ ଡଲାର ଦେଲେ 2 ହଜାର ଡଲାର ପାଇବେ ଲେଖି ଟୁଇଟ୍‌ କରିଛନ୍ତି ହ୍ୟାକର୍‌ । ହ୍ୟାକ୍‌ ସମ୍ପର୍କରେ ସବିଶେଷ ଯାଞ୍ଚ କରୁଥିବାର ସ୍ପଷ୍ଟ କରିଛି ଟୁଇଟ୍‌ର । ତେବେ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ସବୁ ତଥ୍ୟ ସୁରକ୍ଷିତ ଥିବା ଟ୍ୱିଟର ପକ୍ଷରୁ…

Read More

ନୂୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଦିଲ୍ଲୀ ଆଇଆଇଟି ଦ୍ୱାରା ବିକଶିତ ବିଶ୍ୱର ସବୁଠୁ ଶସ୍ତା ଆରଟି-ପିସିଆର ଭିତ୍ତିକ କୋଭିଡ-୧୯ ଡାଇଗ୍ନୋଷ୍ଟିକ କିଟ୍‌କୁ ଇଲେକ୍‌ଟ୍ରୋନିକ ମାଧ୍ୟମରେ ଉନ୍ମୋଚନ କରିଛନ୍ତି । ଏହି କିଟ୍‌କୁ ଆଇସିଏମ୍‌ଆର ଏବଂ ଡିସିଜିଆଇ ଅନୁମୋଦନ କରିଛି । ଏହି ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ଉପସ୍ଥିତ ଥିଲେ । ଏହାଛଡା କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଅମିତ ଖରେ ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ ଦିଲ୍ଲୀ ଆଇଆଇଟି ଦ୍ୱାରା ବିକଶିତ ହୋଇଥିବା ଏହି କୋଭିଡ-୧୯ କିଟ୍ ‘କରୋସିଓର’ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏବେ ଭାରତରେ ଶସ୍ତା ଏବଂ ବିଶ୍ୱସନୀୟ ଟେଷ୍ଟିଂର ଆବଶ୍ୟକତା ଯଥେଷ୍ଟ ରହିଛି । ଏହାଦ୍ୱାରା କରୋନା ମହାମାରୀ…

Read More

ନୂଆଦିଲ୍ଲୀ, ଭାରତ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୫୭.୯୦ କୋଟି ଟଙ୍କାର କତା ଓ ଅନ୍ୟାନ୍ୟ କତା ଜାତୀୟ ସାମଗ୍ରୀ ରପ୍ତାନୀ କରି ଏକ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛି । ୨୦୧୮-୧୯ ବର୍ଷ ତୁଳନାରେ ଏହି ରପ୍ତାନୀ ପରିମାଣ ୩୦ କୋଟି ଟଙ୍କା ଅଧିକ । ୨୦୧୯-୨୦ରେ ଭାରତ ୯,୮୮,୯୯୬ ମେଟ୍ରିକ ଟନ କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କରିଥିବାବେଳେ ପୂର୍ବବର୍ଷ ଏହି ରପ୍ତାନୀ ପରିମାଣ ଥିଲା ୯,୬୪,୦୪୬ ମେଟ୍ରିକ ଟନ । ଏହି ରପ୍ତାନୀ ସାମଗ୍ରୀ ମଧ୍ୟରେ କତାଗୁଣ୍ଡ, କତା ଗାଲିଚା, କତାରେ ତିଆରି ଜିଓ ଟେକ୍ସଟାଇଲ, ଦଉଡି, ପାୱାରଲୁମ୍‌, ହ୍ୟାଣ୍ଡଲୁମ୍ ମ୍ୟାଟ୍ ଓ ପା’ପୋଛ ଆଦି ଅନ୍ତର୍ଭୁକ୍ତ । ଏହି ରପ୍ତାନୀ ଉଭୟ ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ରେକର୍ଡ ଛୁଇଁଛି ଏବଂ ଏଥିରେ ଭଲ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ହ୍ୟାଣ୍ଡଲୁମ୍ ମ୍ୟାଟ, କତା ଦଉଡି, ରବର ମିଶ୍ରିତ କତାଗୁଣ୍ଡ ଏବଂ ପାୱାରଲୁମ୍…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ରାଜପୁର (ରାଗପୁର) ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛି। ବିଦ୍ୟାଳୟର ମୋଟ ୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୦ ଜଣ ୬୦ ପ୍ରତିଶତରୁ ଅଧିକ ମାର୍କ ଏବଂ ୮ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ସେହିପରି ୪ ଜଣ ୫୩ ପ୍ରତିଶତରୁ ୬୦ ପ୍ରତିଶତ ମଧ୍ୟରେ ମାର୍କ ରଖିଛନ୍ତି। ସଂନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭.୦୨ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଟପର୍ ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ଦୀପିକା ସାମନ୍ତରାୟ ୯୪. ୦୮ପ୍ରତିଶତ ମାର୍କ ରଖିଛନ୍ତି। ରାଧାକାନ୍ତ ବେହେରା ୯୪ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ବିଦ୍ୟାଳୟର ଶତ ପ୍ରତିଶତ ଫଳାଫଳ ହୋଇଥିବା ଯୋଗୁଁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଏ. ମିରାରାଣୀ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା ଛତିଶଗଡ଼ ସୀମାବର୍ତ୍ତୀ ସେମଲା ଗାଁରେ ଏକ ବାଇକ ଡିକିରେ ପ୍ରାୟ ୩୦ କେଜିରୁ ଅଧିକ ଗୋମାଂସ ଚାଲାଣ ହେଉଥିବା ନେଇ ଧର୍ମଗଡ ଥାନାରେ ଅଭିଯୋଗ ହୋଇଛି। ଧର୍ମଗଡ ଥାନା ଅନ୍ତର୍ଗତ ପର୍ଲାର ସେମଲା ଗାଁରେ ଥିବା ଗ୍ରାମରକ୍ଷୀର ପୁଅ ଏକ ବାଇକରେ ଯାଉଥିବା ଦୁଇଜଣ ଲୋକଙ୍କ ସହିତ ମୂଲଚାଲ କରି ଛାଡି ଦେଉଥିବା ବେଳେ ସେହି ଗାଁକୁ ଯାଇଥିବା ଯଶୋବନ୍ତ ନାଏକ ନାମକ ବ୍ୟକ୍ତି ବାଇକ ସହ ସେମାନଙ୍କୁ ଅଟକାଇଥିଲେ। ଗ୍ରାମରକ୍ଷୀର ପୁଅ ଯଶୋବନ୍ତ ସହ ଝଗଡା କରିବାର ସୁଯୋଗ ନେଇ ସଂପୃକ୍ତ ଦୁଇଜଣ ବ୍ୟକ୍ତି ବାଇକ ଛାଡି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏସଂପର୍କରେ ହିନ୍ଦୁ ଜାଗରଣ ସାମୁଖ୍ୟ ପକ୍ଷରୁ ଧର୍ମଗଡ ଥାନାରେ ଏତାଲା ଦାଖଲ କରାଯିବା ପରେ ବାଇକ ସହିତ ଡିକିରେ ଥିବା ଗୋମାଂସକୁ ପରୀକ୍ଷା ପାଇଁ ପଠାଯାଇ ଅଧିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧର୍ମଗଡ…

Read More

ଦୁଷ୍ମନ୍ତ କୁମାର ପଣ୍ଡା  କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜଣେ ଦିଲ୍ଲୀ ଫେରନ୍ତାଙ୍କ ପଜିଟିଭ ବାହାରିଥିବା ବେଳେ ଆର ଜଣକ ଅନ୍ୟ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଯାଇଥିବା ଜଣାପଡିଛି। ଦୁଇଜଣ ଯାକ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ କଳାହାଣ୍ଡିରେ ପଜିଟିଭ ସଂଖ୍ୟା ୮୫କୁ ବୃଦ୍ଧି ପାଇଥିବା ପ୍ରକାଶ। ସଂପୃକ୍ତ ବ୍ୟକ୍ତି ମାନେ ଧର୍ମଗଡ ଅଂଚଳର ବୋଲି ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ଏଭଳି କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଅନ୍ୟ ହଟ ସ୍ପଟ ଜିଲ୍ଲାରୁ କଳାହାଣ୍ଡିକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପ।ଇଁ କ୍ଵାରେଣ୍ଟିନରେ ରହିବା ବାଧ୍ୟତା ମୂଲକ ବୋଲି କଳାହାଣ୍ଡି ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ସେଥିପାଇଁ ସଂପୃକ୍ତ କୋଭିଡ ପରିଚାଲନା କମିଟୀ, ଗ୍ରାମପଂଚାୟତ ନୋଡାଲ ଅଧିକାରୀ…

Read More

ନୂଆଦିଲ୍ଲୀ/ଭୁବନେଶ୍ବର, ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏବେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଉଛି। ଦେଶରେ ଅନେକ ସ୍ଥାନରେ ଏବେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ଆଜି ଓଡ଼ିଶାରେ ମଧ୍ୟ ପ୍ଲାଜମା ଥେରାପି ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବି ମେଡିକାଲ କଲେଜରେ ଏହାର ଉଦଘାଟନ କରିଛନ୍ତି। ହେଲେ ଆସନ୍ତୁ ଜାଣିବା ପ୍ଲାଜମା ଥେରାପି କ’ଣ ? କେଉଁ ଲୋକ ମାନେ ନିଜର ପ୍ଲାଜମା ଦାନ କରି ପାରିବେ ନାହିଁ। ଯେଉଁମାନେ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୁଅନ୍ତି ସେମାନେ ନିଜ ରକ୍ତରେ ରୋଗର ପ୍ରାକୃତିକ ପ୍ରତିରୋଧ ବଢାଇଥାନ୍ତି, ଯାହାକୁ ଆଣ୍ଟିବଡି କୁହାଯାଏ। ରକ୍ତରେ ପ୍ଲାଜମା ବାଦ୍ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲେଟଲେଟ ରହିଛି। ତେବେ ଯେଉଁ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ରକ୍ତରୁ ପ୍ଲାଜମାକୁ ସ୍ବତନ୍ତ୍ର ମେସିନ୍ ସହାୟତାରେ କଢ଼ାଯାଇ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ଶରୀରରେ ଦିଆଯାଇଥାଏ। ଫଳରେ ଗୁରୁତର ରୋଗୀଙ୍କ ଶରୀରରେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି, ରାଜ୍ୟ ଶାସକ ଦଳ ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଦଳୀୟ ସଂଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଦିନରେ ବିଜେଡି ସଂଙ୍ଗଠନକୁ ମଜବୁତ କରିବା ପାଇଁ ଖସଡା ପ୍ରସ୍ତୁତ କରିବା ସହ ନିର୍ବାଚିତ ପ୍ରତିନିଧି ତଥା ସ୍ଥାନୀୟ ନେତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ମଙ୍ଗଳବାର ଦିନ ସକାଳେ ଜୁନାଗଡ ବିଧାୟକ ତଥା ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଜୁନାଗଡ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଜୁନାଗଡ ସହରର ବିଭିନ୍ନ ବର୍ଗର ନେତାଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଫେରି ସତ୍ୟମ ସିନେମା ହଲ ପାଖରେ ବିଜେଡି ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟକୁ ଉଦଗାଟନ କରିଥିଲେ। ରାଜ୍ୟସଭା ସଦସ୍ୟ ସୂଜିତ କୁମାର, ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ…

Read More

ସୀତାରାମ ଅଗ୍ରୱାଲ ବାଣପୁର, ଆଜି ସନ୍ଧ୍ୟାରେ ବାଣପୁର ପଲଟନ ପଡିଆ ବଜାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଯୁବକଙ୍କ ମୁଣ୍ଡ ଉପରେ ଗଛର ବିରାଟ ଡାଳ ଛିଣ୍ଡି ପଡ଼ିବାରୁ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତି ଜଣକ ହେଲେ ବାଣପୁର ଏନ.ଏ.ସି ଅନ୍ତର୍ଗତ ଅଚ୍ୟୁତରାଜପୁର ଗାଁର ବସନ୍ତ ଜେନାଙ୍କ ପୁଅ ୨୭ ବର୍ଷ ବୟସ୍କ ଶଙ୍କର ଜେନା। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ଶଙ୍କର ଏବଂ ତାଙ୍କ ସହଯୋଗୀ ନଟକିଶୋର ଉଭୟେ ମୋଟରସାଇକେଲ ଯୋଗେ ପରିବା କିଣିବା ପାଇଁ ପଲଟନ ପଡିଆ ବଜାରକୁ ଯାଇଥିଲେ।  ପରିବା କିଣି ଘରକୁ ଫେରିବା ପାଇଁ ତତ୍ପର ହେଉଥିବା ବେଳେ ଦୁର୍ଭାଗ୍ୟବଶତଃ ଶଙ୍କର ଠିଆ ହୋଇଥିବା ସ୍ଥାନରେ ଉପରୁ ଏକ ବିରାଟ ଗଛ ଡାଳ ତାଙ୍କ ମୁଣ୍ଡ ଉପରେ ଖସି ପଡିଥିଲା।…

Read More

ନୂଆଦିଲ୍ଲୀ, ରାଜସ୍ଥାନ ରାଜନୀତି ଏବେ ବି ରୋଚକ ମୋଡ଼ରେ ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ଶାଣିତ ଆକ୍ରମଣ କରିଥିବା ବେଳେ ଏଥିରେ ବ୍ରେକ୍ ଲଗାଇଛନ୍ତି ଦଳର ହାଇକମାଣ୍ଡ। ରାହୁଲ ଗାନ୍ଧି କହିଛନ୍ତି ସଚିନ ଏବେ ବି ପାଇଲଟ୍ ପାର୍ଟିର ଜଣେ ସଦସ୍ୟ ଅଛନ୍ତି। ଏପଟେ ସାଧାରଣରେ କୌଣସି ବିବୃତି ନ ଦେବାକୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ନିର୍ଦେଶ ଦିଆଯାଇଛି। ରାଜସ୍ଥାନ ରାଜନୀତିରେ ହଟଚମଟ ଚାଲିଥିବା ବେଳେ ରାହୁଲ ଗାନ୍ଧି ସଚିନ ପାଇଲଟଙ୍କ ପାଖକୁ ଏକ ବାର୍ତ୍ତା ପଠାଇଛନ୍ତି। ଏଥିରେ କୁହାଯାଇଛି ଯେ, ଏବେ ବି ସେ ଦଳରେ ଜଣେ ସଦସ୍ୟ ଅଛନ୍ତି ଏବଂ ତାଙ୍କ ପାଇଁ ଦଳର ଦ୍ବାର ସବୁବେଳେ ଖୋଲା ରହିଛି। ଅନ୍ୟପକ୍ଷରେ ପାଇଲଟଙ୍କୁ ନେଇ ବ୍ୟକ୍ତିଗତ ଆକ୍ଷେପ କରୁଥିବା ନେଇ ରାହୁଲ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଜଣାଯାଇଛି। ପାଇଲଟଙ୍କୁ ନୋଟିସ ପଠାଇଥିବା ଘଟଣାରେ ହାଇକମାଣ୍ଡ ଗେହଲଟଙ୍କ ଉପରେ…

Read More

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌), ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ଓ ଗୁଗୁଲ୍ ଏଲ୍‌ଏଲ୍‌ସି (ଗୁଗୁଲ୍‌) ପକ୍ଷରୁ ଏକ ନିର୍ଦିଷ୍ଟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଆଜି ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଜିଓ ପ୍ଲାଟଫର୍ମସ୍‌ରେ ଗୁଗୁଲ୍ ପକ୍ଷରୁ ୩୩,୭୩୭ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଗୁଗୁଲ୍ ପକ୍ଷରୁ ଏହି ପୁଞ୍ଜିନିବେଶ କରାଯାଇଛି । ଗୁଗୁଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୭.୭୩% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହା ସହିତ, ଜିଓ ପ୍ଲାଟଫର୍ମସ୍‌ରେ ଆର୍ଥିକ ଓ ଗୁରୁତ୍ୱପୂର୍ଣ୍ଣ ନିବେଶକମାନଙ୍କ ମୋଟ ପୁଞ୍ଜିନିବେଶ ପରିମାଣ ୧,୫୨,୦୫୬ କୋଟି ଟଙ୍କାରେ ପହଂଚିଛି । ଭାରତର କୋଣ ଅନୁକୋଣରେ ଡିିଟିଟାଲ୍‌କରଣ (ଡିଜିଟାଇଜେସନ)ର ଲାଭ ପହଞ୍ଚାଇବା ଲାଗି ଜିଓ ଓ ଗୁଗୁଲ୍…

Read More

ମୁମ୍ବାଇ, ସମସ୍ତଙ୍କର ସ୍ବପ୍ନ ନିଜର ଛୋଟିଆ ଘରଟିଏ କରିବା ପାଇଁ କିମ୍ବା ସହରାଞ୍ଚଳରେ ନିଜର ଫ୍ଲାଟ ଟିଏ କିଣିବା ପାଇଁ। ହେଲେ କେବେ ଭାବିଛନ୍ତି ଶହେ କୋଟି ଟଙ୍କାରେ ଫ୍ଲାଟ କିଣା ବିକା ହେବା। ହଁ, ଆମ ଦେଶର ଜଣେ ଧନୀ ବ୍ୟବସାୟୀ ମୁମ୍ବାଇରେ ଶହେ କୋଟି ଟଂକା ମୂଲ୍ୟରେ ଦୁଇଟି ଫ୍ଲାଟ୍ କିଣିଛନ୍ତି। ଏହି ଦୁଇଟି ଫ୍ଲାଟ୍ ମୁମ୍ବାଇର ମୂଲ୍ୟବାନ ଅଞ୍ଚଳ କାରାମେଲ ରୋଡରେ ଅବସ୍ଥିତ। ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଅନୁରାଗ ଜୈନ। ଜାଣନ୍ତି ସେ କିଏ, ସେ ହେଉଛନ୍ତି ବଜାଜ କମ୍ପାନିର ମାଲିକ ରାହୁଲ ବଜାଜଙ୍କ ପୁତୁରା। ସେମାନଙ୍କର ମଧ୍ୟ ନିଜର ଅଟୋ ପାର୍ଟସ କମ୍ପାନି ରହିଛି। ଅନୁରାଗ ଜୈନ ମୁମ୍ବାଇର କାର୍ମିଚାଏଲ ରୋଡରେ ଥିବା କାର୍ମିଚାଏଲ ରେସିଡେନ୍ସିରେ ଦୁଇଟି ଫ୍ଲାଟ୍ କିଣିଛନ୍ତି। ଦୁଇଟି ଯାକ ଫ୍ଲାଟ୍ ମୋଟ 6371 ବର୍ଗ ଫୁଟ ପରିମିତ। ଜୈନଙ୍କୁ ଏହି ଫ୍ଲାଟ ପାଇଁ ପ୍ରତି ବର୍ଗଫୁଟ ପିଛା 1 ଲକ୍ଷ 56…

Read More

ଭୁବନେଶ୍ବର, ରାଜ୍ୟରେ ଆଜି ପ୍ଲାଜମା ଥେରାପି ଉଦଘାଟିତ ହୋଇଛି। କଟକ ଏସସିବି ମେଡିକାଲରେ ପ୍ଲାଜମା ଥେରାପିକୁ ଉଦଘାଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ବିରୋଧୀ ଆମ ଲଢେଇରେ ପ୍ଲାଜମା ଥେରାପି ଏକ ଉପାଦେୟ ଅସ୍ତ୍ର ହେବ। ଓଡ଼ିଶାରେ କୌଣସି ଜଣେ ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବେନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ମାଗଣାରେ ଯୋଗାଇ ଦିଆଯିବ। ସବୁ କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Read More

ଭୁବନେଶ୍ବର, ରାଜ୍ୟ ପାଇଁ ଏକ ଆଶ୍ବସ୍ତିର ଖବର ହେଉଛି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ସହିତ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ଆଜି ରାଜ୍ୟରେ ଆଉ 612 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ଗଂଜାମ ଜିଲ୍ଲାରୁ ସର୍ବାଧିକ 270 ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ରୁ 84, କେନ୍ଦୁଝରରୁ 48, ଗଜପତିରୁ 35, ବାଲେଶ୍ବରରୁ 31, ଖୋର୍ଦ୍ଧାରୁ 28, ନୟାଗଡ଼ରୁ 25, ଯାଜପୁରରୁ 20, ମୟୂରଭଂଜରୁ 15, କଟକ, କୋରାପୁଟ ଓ ଜଗତସିଂହପୁରରୁ 10 ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼ ଓ ପୁରୀରୁ 6 ଲେଖାଏଁ, ବଲାଙ୍ଗିରରୁ 5 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ 3, କଳାହାଣ୍ଡି ଓ କନ୍ଧମାଳରୁ 2 ଲେଖାଏଁ , ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ…

Read More