Author: Samikhsya Bureau

ନୂଆଦିଲ୍ଲୀ: ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ମିଳିଛି। କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀ ଶନିବାର ଦିନ ହାର୍ଦ୍ଦିକ ପଟେଲଙ୍କୁ ରାଜ୍ୟ ୟୁନିଟର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ଏକ ବିବୃତ୍ତିରେ କଂଗ୍ରେସ ସାଧାରଣ ସମ୍ପାଦକ କେ. ଭେନୁଗୋପାଳ କହିଛନ୍ତି ଯେ ସୋନିଆ ଗାନ୍ଧୀ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ପଟେଲଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ୨୦୧୫ ରେ ରାଜ୍ୟରେ ନିଜ ପଟେଲ ସମ୍ପ୍ରଦାୟର ସଂରକ୍ଷଣ ପାଇଁ ଏକ ଆନ୍ଦୋଳନ ଆରମ୍ଭ କରିଥିବା ପାଟିଦାର ନେତା ପଟେଲ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୭ ରେ କଂଗ୍ରେସରେ ଯୋଗ ଦେଇଥିଲେ। (ଏଜେନ୍ସି)

Read More

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବିଶ୍ଵ ମହାମାରୀ କରୋନା। ଏହା ସହିତ ଭୁବନେଶ୍ୱରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ଆଜି କୋଭିଡ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି ଯେ, ହଟସ୍ପଟ ଜିଲ୍ଲାରୁ ବିଭିନ୍ନ କାମ ପାଇଁ ଭୁବନେଶ୍ୱରକୁ ଲୋକ ଆସୁଛନ୍ତି, ଫଳରେ ଭୁବନେଶ୍ୱରରେ ସଂକ୍ରମଣ ସଂଖ୍ୟା ବଢୁଛି। ଏହା ସହ କମିଶନର କହିଛନ୍ତି ଯେ, ଗତ ୧୦ ଦିନରେ ୩୧୭ କେସ ସାମ୍ନାକୁ ଆସିଛି। ଏ ମଧ୍ୟରୁ କେବଳ ୬୧ ଜଣଙ୍କୁ ବିଭିନ୍ନ ଡକ୍ତରଖାନାରୁ ଚିହ୍ନଟ କରାଯାଇଛି। ସଂକ୍ରମଣ କେସ ଚିହ୍ନଟ ହେଲେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି। ବସ୍ତି ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଏହାକୁ ଧ୍ୟାନର ସହ ମନିଟର କରାଯାଉଛି। ଏନେଇ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, ହାତ ଧୁଅନ୍ତୁ।’ ବସ୍ତି ଅଞ୍ଚଳରେ ୱାର୍ଡ କମିଟି…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ମାଙ୍କଡା ପଥର କାରବାର। ଚଳିତ ରାତ୍ରୀକାଳୀନ କର୍ଫ୍ୟୁକୁ ଭୃକ୍ଷେପ ନକରି ଚୋରା ପଥର ବେପାରୀମାନେ ଵେଧଡକ ଭାବେ ଚଳାଇଛନ୍ତି ସେମାନଙ୍କର କାରବାର। ଏଭଳି ଚୋରା କାରବାରକୁ ରୋକ୍ ଦେଵା ପାଇଁ ଅଣ୍ଟା ଭିଡିଛନ୍ତି ଟାଙ୍ଗୀ ତହସିଲଦାର। ଆଜି ଟାଙ୍ଗୀ ତହସିଲଦାର ତିନୋଟି ପୃଥକ ପୃଥକ ଅଞ୍ଚଳରେ ଚଢାଉ କରି ୫ ଟି ପଥର ବୋଝେଇ ଗାଡି ଜବତ କରିଛନ୍ତି। ତେବେ ବେଆଇନ ଭାଵେ ମାଙ୍କଡା ପଥର ଚାଲାଣ କରାଯାଉଥିବା ଵେଳେ ଟାଙ୍ଗୀ ବଜାରରୁ ଗୋଟିଏ ପଥର ବୋଝେଇ ୪୦୭ଗାଡି ଜବତ ହୋଇଥିବା ବେଳେ ଉଜ୍ଜଳା ଗୋପୀନାଥପୁର ଗ୍ରାମରୁ ୩ ଟି ପଥର ବୋଝେଇ ଟ୍ରାକ୍ଟର ଏବଂ ପାତ୍ରପଡା ସହଜ ଉପାଯ ମୌଜାରୁ ଗୋଟିଏ ଟ୍ରକ୍ ଜବତ କରିଛନ୍ତି ତହସିଲଦାର। ଆଗକୁ ବେଆଇନ ମାଙ୍କଡା ପଥର କାରବାର ଉପରେ ତିକ୍ଷ୍ନ ନଜର ରଖାଯିବ ବୋଲି ସୂଚନା…

Read More

ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 388 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ଏହି ସଂଖ୍ୟାକୁ ମିଶାଇ ଏଯାବତ କରୋନାରୁ 8 ହଜାର 360 ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ଗଂଜାମ ଜିଲ୍ଲାରୁ ସର୍ବାଧିକ 187 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ 37, କେନ୍ଦୁଝରରୁ 31, ଯାଜପୁରରୁ 27, କଟକରୁ 26, ନୟାଗଡ଼ରୁ 18, ପୁରୀରୁ 16, ସମ୍ବଲପୁରରୁ 14, ବାଲେଶ୍ବରରୁ 11, ଅନୁଗୁଳରୁ 8 ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ 6,ଗଜପତି ଓ ଝାରସୁଗୁଡାରୁ 2 ଲେଖାଏଁ ସୁସ୍ଥ ହୋଇଛନ୍ତି। ବରଗଡ଼, ଭଦ୍ରକ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

Read More

ଭୁବନେଶ୍ବର, କରୋନା ସମୟରେ ମାସ୍କ ବ୍ୟବହାରକୁ ନେଇ ମଧ୍ୟ ସତର୍କ ରହିବା ଉଚିତ୍। ପୁରୁଣା ମାସ୍କ କ’ଣ କରିବେ ତାହା ବି ଜାଣିବା ଉଚିତ୍। ଦିନିକିଆ ମାସ୍କ ବ୍ୟବହାର କରୁଥିଲେ ବ୍ୟବହାର ପରେ ଏହାକୁ ପୋତି ଦିଅନ୍ତୁ କିମ୍ବା ପୋଡ଼ି ଦିଅନ୍ତୁ। ଯଦି ସବୁଦିନିଆ ମାସ୍କ ବ୍ୟବହାର କରୁଛନ୍ତି ତେବେ ଏହାକୁ ନିୟମିତ ଭାବେ ଧୋଇ ଏବଂ ଖରାରେ ଅତି କମରେ ପାଞ୍ଚ ଘଣ୍ଟା ଶୁଖେଇବା ପରେ ବ୍ୟବହାର କରନ୍ତୁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ଏଭଳି ପରାମର୍ଶ ଦିଆଯାଇଛି।

Read More

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା LACରୁ ଭାରତ ଓ ଚୀନ୍ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବେ। ସୀମା ବିବାଦର ଆପୋସ ସମାଧାନ କରାଯିବ ବୋଲି ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପରେ ଏବେ ବଦଳିବାରେ ଲାଗିଛି ଚୀନର ମତିଗତି। ଅନ୍ତର୍ଜାତୀୟ ଚାପ ହେଉ, ଭାରତର ବାଣିଜ୍ୟିକ କଟକଣା ହେଉ ବା ଭାରତ ସହିତ ଆମେରିକା, ବ୍ରିଟେନ, ଜାପାନ ଭଳି ଏକାଧିକ ଶକ୍ତିଶାଳୀ ରାଷ୍ଟ୍ର ହାତ ମିଳାଇବା ହେଉ ଏପରି ଏକାଧିକ କାରଣ ରହିଛି, ଯେଉଁଥିପାଇଁ ଚୀନ ହୁଏତ ତାର ସ୍ବର ନରମ କରିବାରେ ଲାଗିଛି। ବିଳମ୍ବରେ ହେଲେ ବି ଚୀନ୍‌ର ଚେତା ପଶିଛି। ରାଷ୍ଟ୍ରଦୂତ ସନ୍‌ ୱେଡଙ୍ଗ୍‌ଙ୍କ ଜରିଆରେ ଭାରତକୁ ଏକ ନୂଆ ବାର୍ତ୍ତା ଦେଇଛି ଚୀନ୍। ଚୀନ୍‌ କହିଛି ଭାରତ ଶତ୍ରୁ ନୁହେଁ ବରଂ ତାର ଅଂଶୀଦାର ରାଷ୍ଟ୍ର। ସନ୍‌ ୱେଡଙ୍ଗ୍‌ କହିଛନ୍ତି, ବିବାଦ ନୁହେଁ, ଭାରତ ଏବଂ ଚୀନ୍‌ ମଧ୍ୟରେ ଶାନ୍ତି ଆବଶ୍ୟକ। ଭାରତ ଏବଂ…

Read More

ନୂଆଦିଲ୍ଲୀ: କରୋନା ସଂକଟ କାରଣରୁ ଦେଶର ଅର୍ଥନୀତି ପ୍ରତି ଯେଉଁ ସଂକଟ ଦେଖାଦେଇଥିଲା, କଟକଣା କୋହଳ ହେବା ପରେ ତାହା କ୍ରମଶଃ ସୁଧୁରୁଛି। ଭାରତୀୟ ଅର୍ଥନୀତି ସ୍ବାଭାବିକ ହେବାର ଲକ୍ଷଣ ଦେଖା ଦେଉଛି। ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଶନିବାର ଦିନ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆୟୋଜିତ ‘ ସପ୍ତମ ବ୍ୟାଙ୍କିଙ୍ଗ୍ ଆଣ୍ଡ୍ ଇକୋନମିକ୍ସ କନ୍‌କ୍ଲେଭ୍’ରେ ଉଦ୍‌‌ବୋଧନ ଦେଇ ସେ କହିଲେ, ଲକ୍‌ଡାଉନ୍‌ ସମୟରେ ଦେଶର ଆର୍ଥନୈତିକ ଧାରାକୁ ଜାରି ରଖିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିଲା। ମୁଣ୍ଡ ଟେକୁଥିବା ବିପଦକୁ ଚିହ୍ନଟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତା’ର ‘ଅଫ୍‌ସାଇଟ୍ ସର୍ଭିଲେନ୍‌ସ୍ ମେକାନିଜମ୍’ ସୁଦୃଢ଼ କରିଥିବା ଶ୍ରୀ ଦାସ କହିଛନ୍ତି। ଅର୍ଥନୀତିରେ ସୃଷ୍ଟି ମାନ୍ଦାବସ୍ଥା ଦୂର କରିବା ପାଇଁ କରୋନା ମହାମାରୀ ପୂର୍ବରୁ ହିଁ ରୋପୋ ରେଟ ହ୍ରାସ କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର କହିଛନ୍ତି। ଅର୍ଥନୈତିକ…

Read More

ବ୍ରହ୍ମପୁର, ଗଂଜାମରେ ଆଜି ମୋଟ 218 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 43 ଜଣ କରୋନା ଯୋଦ୍ଧା ଅଛନ୍ତି। ଏହି 43 ଜଣଙ୍କ ମଧ୍ୟରେ ଆସିକାରୁ 12, ବେଗୁନିଆପଡାରୁ 2, ବେଲଗୁଣ୍ଠାରୁ 3 ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ସେହିପରି କେବଳ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ 7 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭଞ୍ଜନଗର, ବୁଗୁଡା, ଜଗନ୍ନାଥପ୍ରସାଦ, କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡିରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ଚିକିଟିରୁ 2, ପୋଲସରାରରୁ 7, ସୋରଡାରୁ 3 ଜଣ କରୋନା ଯୋଦ୍ଧା ପଜିଟିଭ ଜଣାପଡ଼ିଛନ୍ତି।

Read More

ସୁରଟ, କୋଭିଡ ସାରା ବିଶ୍ବବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ କିଛି ଲୋକ ନିଜ ନିଜ ସଉକ ପାଇଁ ଏଥିରୁ ବେଶ ମଜା ଉଠାଉଛନ୍ତି। ମଜା ବି ଏମିତି ସେମିତି ନୁହେଁ। ଏ ବାବଦରେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆମେ କହୁଛୁ କରୋନା ଭୂତାଣୁ ରୋକିବା ପାଇଁ ଲୋକେ ପିନ୍ଧୁଥିବା ମାସ୍କ କଥା। କେହି କେବେ ଭାବି ନଥିଲେ ଯେ ଲୋକଙ୍କ ଆଲମିରାରେ ସ୍ଥାନ ପାଇବ ସୁନା ଅଳଙ୍କାର ପରି ସୁନାରୂପା ଓ ହୀରରେ ତିଆରି ମାସ୍କ। ଆପଣ ବଜାରରେ କେତେ ଟଙ୍କା ଦେଇ ମାସ୍କ କିଣି ପାରିବେ। ଅତି ବେଶୀ ହେଲେ ଶହେ କିମ୍ବା ଦୁଇଶହ ଟଙ୍କା ହେଲେ ଅଧିକ ହୋଇଯିବ । କିନ୍ତୁ ଳୋକ ଏମିତି ବି ଅଛି ତାହା ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କିଛି ଦିନ ତଳେ ଜଣେ ପୁଣେର ଜଣେ ଲୋକ ସୁନା ମାସ୍କ ପିନ୍ଧି ବେଶ୍ ଚର୍ଚ୍ଚାକୁ ଆସିଥିଲେ।…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଚ୍ଚସ୍ତରୀୟ ବୈଠକରେ ଦେଶର କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବ୍ୟକ୍ତିଗତ ଭାବେ ସଫାସୁତୁରା ରହିବା ସହ କରୋନା ନିୟମ ମାନିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସାଧାରଣ ସ୍ଥାନରେ ସାମାଜିକ ଦୂରତ୍ବ ରଖିବା ସହ ମାସ୍କ ପିନ୍ଧିବା ଅତି ଜରୁରୀ ବୋଲି ସେ କହିଛନ୍ତି। କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅଫିସରମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂକ୍ରମିତ ରାଜ୍ୟର ଦୁଇ ବିଧାୟକ ସହ ଟେଲିଫୋନ୍‌ ଯୋଗେ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏଥିସହ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିବା କୋଭିଡ୍‌‌ ଯୋଦ୍ଧାଙ୍କ ସହ ମଧ୍ୟ କଥା ହୋଇଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହେବା ସହ ମୁଖ୍ୟମନ୍ତ୍ରୀ ସୁସ୍ଥତା କାମନା କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ବିପନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ମିଳୁଥିବା ସେବା ସଂପର୍କରେ ପଚାରି ବୁଝିଥିଲେ। ଡାକ୍ତରଖାନାଗୁଡ଼ିକରେ ଠିକ ଭାବେ ସ୍ବାସ୍ଥ୍ୟ ସେବା ମିଳୁଛି କି ନାହିଁ ତାହା ପଚାରି ବୁଝିଥିଲେ।

Read More

ନୂଆଦିଲ୍ଲୀ : ଛିଡୁନି ମହାନଦୀ ଜଳ ବିବାଦ। ଆପୋସ ଆଲୋଚନାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କରିଛନ୍ତି ଟ୍ରିବ୍ୟୁନାଲ। ସବୁ ପକ୍ଷରୁ ଦାବି ଶୁଣିବା ପରେ 40ରୁ 45ଟି ଇସ୍ୟୁ ଫ୍ରେମ୍ କରାଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡଖଣ୍ଡ ଓ ମହାରାଷ୍ଚ୍ର ଏ ନେଇ ଟ୍ରିବ୍ୟୁନାଲରେ ଆଜି ନିଜ ନିଜର ପକ୍ଷ ରଖିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ଆଉ କିଛି ଅତିରିକ୍ତ ଦସ୍ତାବିଜ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି। ଛତିଶଗଡ଼ କେନ୍ଦ୍ରଠାରୁ କିଛି ଡକ୍ୟୁମେଣ୍ଟ ଚାହିଁବାରୁ କେନ୍ଦ୍ର ସରକାରଙ୍କୁ ଟ୍ରିବ୍ୟୁନାଲ ନୋଟିସ ଜାରି କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣୀ ବେଳେ ଯଦି କିଛି ଇସ୍ୟୁ ଆସିବ ତାହା ମଧ୍ୟ ଫ୍ରେମ୍ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଅଗଷ୍ଟ 8 ତାରିଖ ଧାର୍ଯ୍ୟ ହୋଇଛି। ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼…

Read More

ରମେଶ ମହାନ୍ତି : ଜଗତସିଂହପୁର : ଶୁକ୍ରବାର ଭୁବନେଶ୍ବର ଠାରେ ରାଜ୍ୟର ଦଶଗୋଟି ପ୍ରମୁଖ ସାମ୍ବାଦିକ ସଙ୍ଗଠନକୁ ନେଇ ଏକ ମିଳିତ ସାମ୍ବାଦିକ ସଙ୍ଘ ମହାମଞ୍ଚ ରେ ସମ୍ମିଳିତ ହୋଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଯାଇଛି । ଏଥିରେ ରାଜ୍ୟର ଦଶଟି ରାଜ୍ୟସ୍ତର ସଙ୍ଗଠନର ୧୯ ଜଣ ସକ୍ରିୟ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଓ.ଜେ.ୟୁ. ତରଫରୁ ରାଜ୍ୟ ସଙ୍ଗଠନ ସମ୍ପାଦକ ସଞ୍ଜିବ କୁମାର ନାୟକ ଯୋଗଦାନ କରିଥିଲେ। ଉକ୍ତ ବୈଠକରେ ଓ.ଜେ.ୟୁ ର ରାଜ୍ୟ ସାଧାରଣ ସମ୍ପାଦକ ଶଶୀଭୁଷଣ ପ୍ରହରାଜଙ୍କ ଦ୍ବାରା ପ୍ରେରିତ ସାତ ଦଫା ସମ୍ମିଳିତ ଦାବି ପତ୍ର ଉପସ୍ଥାପନ କରାଯାଇଥିଲା। କେବଳ ଓ.ଜେ.ୟୁ ଦ୍ବାରା ଉକ୍ତ ବୈଠକରେ ଦାବିପତ୍ର ସଦସ୍ୟ ମାନଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିବା ବେଳେ ଅନ୍ୟ ସନସ୍ୟଙ୍କ ଦ୍ବାରା ମୌଖିକ ଦାବି ଉପସ୍ଥାପିତ ହୋଇଥିଲା। ବିଭିନ୍ନ ପ୍ରସ୍ତାବମାନ ଆଲୋଚନା ହୋଇ ଆଗାମୀ ଦିନରେ ମହାମଞ୍ଚରେ ସମ୍ମିଳିତ ସଙ୍ଗଠନ ମାନଙ୍କର ଜଣେ ଲେଖାଏଁ…

Read More

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେବେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ପଞ୍ଚାୟତରେ 4 ଜଣ କରୋନା ପଜେଟିଭ ଥିବା ରିପୋର୍ଟ ଆସିବା ପରେ ଏସ. ଛଚିନା ସରପଞ୍ଚ ବିନୋଦିନୀ ନାୟକ ବିଡ଼ିଓ,ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ପ୍ରଦାନ କରିଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏସ.ଛଚିନା ପଞ୍ଚାୟତକୁ 7 ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ପଞ୍ଚାୟତରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ କି ସୋମବାର ଠାରୁ ଏହି ସଟ ଡାଉନ ଜାରି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ସରକାରଙ୍କ ନିୟମ ମାନି ଦ୍ୱାର ଦ୍ଵାର ବୁଲି ବିକ୍ରି କରିପାରିବେ।ଅନ୍ୟତ୍ର କୌଣସି ଦୋକାନ ବଜାର,ସାମାଜିକ କାର୍ଯ୍ୟ, ଗାଡି…

Read More

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ କାର୍ଯ୍ୟରତ କୋଭିଡ-19 ଗାଡ଼ି ଦୁର୍ଘଟଣା ଗସ୍ତ ହୋଇଛି । ଘଟଣାରୁ ପ୍ରକାଶ ପ୍ରବାସୀ ଓ କୋଭିଡ ପଜିଟିଭି ବ୍ୟକ୍ତି ମାନଙ୍କୁ ନେବାଆଣିବା କରିବା ପାଇଁ ଟାଟା ମ୍ୟାଜିକ ଗାଡ଼ି ନିଯୁକ୍ତି ହୋଇଥିଲା। ଆଜି କୌଣସି କାମରେ ଯିବା ବେଳେ ବ୍ଲକ ନିକଟସ୍ଥ ପଟାଝରି ପୋଲ ନିକଟରେ ଥିବା ଏକ ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ।ଫଳରେ ଡ୍ରାଇଭର ଗଣେଶ ଶତପଥୀ ଅନାମ ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ108 ଆମ୍ବୁଲାନ୍ସ ରେ କୋଦଳା ମେଡିକାଲକୁ ପଠାଇଥିଲେ। ତେବେ ଚାଳକ ଜଣକ ଅତ୍ୟଧିକ ମଦ୍ୟପାନ କରି ଦୁର୍ଘଟଣା ଘଟାଇ ଥିବା ଆଲୋଚନା ହେଉଛି।

Read More

କଟକ : କଟକ ମହାନଗର ଅଞ୍ଚଳରୁ ଆଉ 10 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ 10 ମଧ୍ୟରୁ ସରକାରୀ କ୍ବାରେଣ୍ଟାଇନ୍‌ରୁ 4 ଜଣ ରହିଥିବାବେଳେ 5ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ଓ ଲୋକାଲ୍‌ କେସ୍‌ ଜଣେ ରହିଛି ବୋଲି ସିଏମସି ସୂଚନା ଦେଇଛି । ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ କରୋନା ଯୋଦ୍ଧା ଥିବାବେଳେ ସମେସ୍ତ ଏସ୍‌ସିବି ଆଇସୋଲେସନରେ ରହିଥିବାବେଳେ ଲୋକଲ୍‌ ଆକ୍ରାନ୍ତ ଜଣକ ଦିଓ୍ବାନ ବଜାରର ବୋଲି ସୂଚନା ରହିଛି । ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 5 ଜଣଙ୍କ ମଧ୍ୟରେ ବେହେରା କଲୋନୀ, ମଙ୍ଗଳବାଗରୁ ଜଣେ 40 ବର୍ଷୀୟ ପୁରୁଷ ରହିଥିବାବେଳେ ମାଣିକଘୋଷ ବଜାରରୁ ଜଣେ 50 ବର୍ଷୀୟା ମହିଳା ରହିଛନ୍ତି । ଖ୍ରୀଷ୍ଟିଆନ୍‌ ସାହିରୁ ଜଣେ 40 ବର୍ଷୀୟ ପୁରୁଷ ରହିଥିବାବେଳେ ପୁରୀଘାଟ ଅଞ୍ଚଳରୁ 45 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଦୋଳମୁଣ୍ଡାଇ ଅଞ୍ଚଳରୁ ଜଣେ 26 ବର୍ଷୀୟା ଯୁବତୀ ରହିଛନ୍ତି । ନୂତନ 10…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରର 38 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୋଟ୍‌ 38 ପଜିଟିଭ୍‌ଙ୍କ ମଧ୍ୟରୁ 26ଜଣ କ୍ବାରେଣ୍ଟାଇନ୍‌ କେସ୍‌ ଥିବାବେଳେ 12 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ଦେଇଛି ବିଏମ୍‌ସି । ଆଜି ଚିହ୍ନଟ ହୋଇଥିବା 12 ଲୋକାଲ୍‌ଙ୍କ ମଧ୍ୟରୁ  କଳିଙ୍ଗନଗର କୋଳଥିଆରୁ ଜଣେ ରହିଥିବାବେଳେ ପୋଖରୀପୁଟ କାର୍ଗିଲ୍‌ ବସ୍ତିରୁ ଜଣେ 40 ବର୍ଷୀୟ ପୁରୁଷ ରହିଛନ୍ତି । ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀରୁ ଜଣେ 57 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗଙ୍ଗନଗରରୁ ତିନି ଜଣ ଚିହ୍ନଟ ହୋଇଛନ୍ତି ।  ନୀଳାଦ୍ରିବିହାର ଅଞ୍ଚଳର ମଧ୍ୟ ତିନିଜଣ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ରୁ ରହିଥିବା 26 ଜଣଙ୍କ ମଧ୍ୟରୁ ବରମୁଣ୍ଡାରୁ ଜଣେ 66 ବର୍ଷୀୟ ବ୍ୟକ୍ତି ଥିବାବେଳେ ଶାସ୍ତ୍ରୀନଗରରୁ  50 ବର୍ଷୀୟ…

Read More

ଜଗତସିଂହପୁର : ଜଗତସିଂହପୁରବାସୀଙ୍କୁ ବାହାର ଜିଲ୍ଲାକୁ ଯିବା ମନା। ବିଶେଷକରି କଟକ ଓ ଭୁବନେଶ୍ବର ଯିବାଆସିବା ନ କରିବାକୁ ଜିଲ୍ଲାବାସୀଙ୍କୁ ଅପିଲ୍‌ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଦୁଇ ସହରରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ବାରଣ କରିଛନ୍ତି ଜିଲ୍ଲାପାଳ। ଜରୁରୀ କାମ ଥିଲେ ପ୍ରଶାସନର ଅନୁମତି ନେବାକୁ କହିଲେ ଜିଲ୍ଲାପାଳ। ଜିଲ୍ଲାବାସୀଙ୍କୁ ଜିଲ୍ଲାର ସରକାରୀ ଅଫିସ୍‌ ଯିବାକୁ ମଧ୍ୟ ବାରଣ କରିଛନ୍ତି ଜିଲ୍ଲାପାଳ। ଜରୁରୀ କାମ ନଥିଲେ ସରକାରୀ ଅଫିସ୍‌ ଆସିବାକୁ ବାରଣ କରାଯାଇଛି। ସେହିପରି ନିର୍ଦ୍ଦିଷ୍ଟ ପୋର୍ଟାଲ୍‌ରେ ଲୋକେ ଆପତ୍ତି ଅଭିଯୋଗ ଜଣାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ କଟକରେ ମଧ୍ୟ ସ୍ଥିତି ଅଣାୟତ ହେଉଛି। ଏହାକୁ ଦୃଷ୍ଟିରେ ରଖି କଡା ଆଭିମୁଖ୍ୟ ଗ୍ରହଣ କରିଛି କଟକ ମହାନଗର ନିଗମ। କୌଣସି ହଟ୍‌ସ୍ପଟ୍‌ ଜିଲ୍ଲାରୁ ଯଦି କୌଣସି ବ୍ୟକ୍ତି କଟକ ସହରକୁ ଆସିବେ ତେବେ ସେମାନେ 14 ଦିନିଆ କ୍ୱାରେଣ୍ଟିନ୍‌ରେ ରହିବା…

Read More

Capt. Dibya Sankar Mishra, Hon’ble Minister, Industries, MSME, Energy & Home (MoS), Shri Hemant Sharma, Principal Secretary, Industries & Shri Nitin Jawale, MD, IPICOL took part in Invest India Exclusive Investment Forum for Textiles & Apparel Sector

Read More

ମାଲ୍‌କାନଗିରି : କରୋନା ସଂକ୍ରମଣ ବୃଦ୍ଧି ଦେଖି ଜିଲ୍ଲା ପ୍ରଶାସନ ତରଫରୁ କଡା ପଦକ୍ଷେପମାନ ଗ୍ରହଣ କରାଯାଉଛି । ଅଧିକ ସଂକ୍ରମିତ ଅଞ୍ଚଳଗୁଡିକରୁ ଜିଲ୍ଲାବାସୀଙ୍କୁ ବାରଣ କରାଯାଉଛି । ପୂର୍ବରୁ ରାଉରକେଲା, ଅନୁଗୁଳ, କୋରାପୁଟ ଜିଲ୍ଳା ତରଫରୁ ଏନେଇ ସୂଚନା ଜାରି କରାଯାଇଥିବାବେଳେ ଏବେ ମାଲ୍‌କାନଗିରି ଜିଲ୍ଲା ତରଫରୁ ମଧ୍ୟ 13ଟି ଜିଲ୍ଲାବାସୀଙ୍କୁ ବାରଣ କରାଯାଇଛି । 13 ଜିଲ୍ଲାର ଲୋକଙ୍କୁ ମାଲ୍‌କାନଗିରି ଜିଲ୍ଲା ଆସିବାକୁ ମନା । ଗଞ୍ଜାମ, କଟକ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ  ବାରଣ କରାଯାଇଛି । ଜରୁରୀ କାମରେ ଏସବୁ ଜିଲ୍ଲାରୁ ଆସିଲେ 14 ଦିନିଆ କ୍ବାରେଣ୍ଟିନ୍‌ରେ ରହିବେ ବୋଲି ସୂଚନା ରହିଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ।

Read More

ଭୁବନେଶ୍ବର : ଭୁବନେଶ୍ବରରେ ଆରମ୍ଭ ହେଲା ସେରୋ ସର୍ଭିଲାନ୍ସ ସର୍ଭେ । ଆରଏମ୍‌ଆରସି ଓ ବିଏମ୍‌ସିର ମିଳିତ ସହଯୋଗରେ ଚାଲିଛି ସର୍ଭେ । ରାଜଧାନୀରେ ଦୁଇଟି ପର୍ଯ୍ୟାୟରେ ସର୍ଭିଲାନ୍ସ ସର୍ଭେ କରାଯିବ।ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ଓ 2ୟ ପର୍ଯ୍ୟାୟେର ହାଇରିସ୍କ ଜୋନ୍‌ରେ ହେବ ସର୍ଭେ । ବିଭିନ୍ନ ଓ୍ବାର୍ଡରେ ବୁଲି ବୁଲି ନମୁନା ସଂଗ୍ରହ କରୁଛନ୍ତି ଲ୍ୟାବ୍‌ ଅଧିକାରୀ । ପ୍ରଥମ ପର୍ଯ୍ୟାୟରେ 2500 ଲୋକଙ୍କ ଟେଷ୍ଟ କରିବାକୁ ଲକ୍ଷ୍ୟ । 4 ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ 2500 ଲୋକଙ୍କ ହେବ ଟେଷ୍ଟ । 5ଟି କ୍ଲଷ୍ଟରରେ ଆରମ୍ଭ ହୋଇଛି ସେରୋ ସର୍ଭିଲାନ୍ସ। ଏନେଇ ସୂଚନା ଦେଇଛନ୍ତି ଆରଏମ୍‌ଆରସିର ନିର୍ଦ୍ଦେଶିକା ସଂଘମିତ୍ରା ପତି ।

Read More