Author: Samikhsya Bureau

ନୂଆଦିଲ୍ଲୀ, ସତ୍ୟକୁ ଏପଟ ସେପଟ କରାଯାଇପାରେ, କିନ୍ତୁ ଏହା ବେଶୀ ଦିନ ଲୁଚି ରହି ପାରିବ ନାହିଁ। ନିଶ୍ଚିତ ଭାବେ ସତ୍ୟ ପଦାକୁ ଆସିବ, ସତ୍ୟର ଜୟ ହେବ ବୋଲି କହିଛନ୍ତି ସଚିନ୍ ପାଇଲଟ୍। ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ପଦରୁ ତାଙ୍କୁ ହଟାଇ ଦିଆଯିବା ପରେ ଏହା ହେଉଛି ପାଇଲଟଙ୍କର ପ୍ରଥମ ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ପାଇଲଟ ନା ଏବେ ଉପ ମୁଖ୍ୟମନ୍ତ୍ରୀ ପଦରେ ରହିଲେ,ନା ପିସିସି ମୁଖ୍ୟ ପଦ ନିଜ ପାଖରେ ରଖିପାରିଲେ। ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ଆଶା କରି ଦୁଇଟି ଯାକ ପଦ ହରାଇଲେ ସଚିନ ପାଇଲଟ୍। ଇତିମଧ୍ୟରେ ନୂଆଦିଲ୍ଲୀରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ସକାଶେ 10, ଜନପଥରେ ପହଞ୍ଚିଛନ୍ତି।

Read More

କଟକ : ଆଜି କଟକ ସହରରୁ 27 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 27 ଆକ୍ରାନ୍ତଙ୍କ ମଧ୍ୟରା 20 ଜଣ ଇନ୍‌ଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳ 4 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌  ଓ 3 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ରହିଛି । ଲୋକାଲ୍‌ ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ2 ଟି ପୁରୁଣା ରାଉସା ପାଟଣାର ଓ ଗୋଟିଏ ଜୋବ୍ରାର ମୁରାଦ ଖାନ୍ ପାଟନା ଅଞ୍ଚଳରବୋଲି ସୂଚନା ରହିଛି । ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 4 ଆକ୍ରାନ୍ତଙ୍କ ମଧ୍ୟରୁ, ତିନି ଜଣ ଗୌଡ଼ସାହିର ପ୍ରତାପ ନଗରୀ ଅଞ୍ଚଳର। ଅନ୍ୟ ଜଣେ ଶଙ୍କରପୁରର ମଙ୍ଗଳା ଲେନ୍‌ର। ସେହିପରି ସରକାରୀ କ୍ୱାରେଣ୍ଟାଇନ୍‌ ଚିହ୍ନଟ ହୋଇଥିବା 20 ଜଣଙ୍କ ମଧ୍ୟରୁ 17 ଜଣ  ଜଣ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲର ରୋଗୀ ଓ ଆଟେଣ୍ଡାଣ୍ଟ। ଏହି 17ଜଣଙ୍କ 12 ଜଣ ପୁରୁଷ ଥିବାବେଳେ 5…

Read More

ନୂଆଦିିଲ୍ଲୀ: ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍(ସିବିଏସ୍‌ଇ)ର ଦଶମ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । ସିବିଏସ୍‌ଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାର ଥିଲା ମାତ୍ର ତାହା ବୁଧବାର ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ ଟୁଇଟ କରି ଏହି  ସୂଚନା ଦେଇଛନ୍ତି । ଗତକାଲି ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇସାରିଛି। ପୂର୍ବଭଳି ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନେ ସେମାନଙ୍କ ଫଳାଫଳ cbseresults.nic.in, cbse.nic.in and results.nic.in. ୱେବ୍‌ ସାଇଟ୍‌ରେ ଦେଖିପାରିବେ।

Read More

ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଏବଂ ପାଇଲଟଙ୍କୁ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ହଟିବା ପରେ ଜୟପୁରସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ସଚିନ ପାଇଲଟଙ୍କ ନେମ୍ ପ୍ଲେଟ୍ ନାମ ଫଳକ ହଟାଇ ଦିଆଯାଇଛି । ପାଇଲଟଙ୍କ ସ୍ଥାନରେ ଗୋବିନ୍ଦ ସିଂହ ଦୋତସ୍ରାଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି । ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ପଦରୁ ଅସନ୍ତୁଷ୍ଟ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଦଳୀୟ ସଂକଟର ସମାଧାନ କରିବାକୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବ‌େ ଦିଲ୍ଲୀରୁ ଆସିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏହି ଘୋଷଣା କରିଛନ୍ତି। ଏଥିସହ ପାଇଲଟଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି। ସଚିନ୍ ପାଇଲଟଙ୍କୁ ସନ୍ତୁଷ୍ଟ କରିବା ଲାଗି ବହୁ ଚେଷ୍ଟା ସତ୍ତ୍ବେ ସେ ବିରୋଧ ଜାରି ରଖିଥିବାରୁ ଦଳ ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଗଲା ବୋଲି ସୁରଜେୱାଲା…

Read More

ଭୁବନେଶ୍ୱର: ଆଇପିଏସ୍‌ ସ୍ତରରେ ବଡ଼ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି। ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର ଡିସିପି। କଟକ ଡିସିପି ହୋଇଛନ୍ତି ପ୍ରତୀକ ସିଂହ। ସେହିପରି ସତ୍ୟଜିତ୍‌ ମହାନ୍ତି ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ।ଏମ୍. ଅକ୍ଷୟ ହେଲେ ପୋଲିସ୍‌ ଗୃହ ନିର୍ମାଣ ଅଧ୍ୟକ୍ଷ । ଲଳିତ ଦାସ ହେଲେ ଏଡିଜି କମ୍ୟୁନିକେସନ। ରାଧାକୃଷ୍ଣ ଶର୍ମା ହେଲେ ଗୁଇନ୍ଦା ନିର୍ଦ୍ଦେଶକ। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଏଡିଜି କ୍ରାଇମବ୍ରାଞ୍ଚ। ପ୍ରବୀଣ କୁମାର ହେଲେ ଆଇଜି ଆଇନ ଶୃଙ୍ଖଳା। ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି, ସାର୍ଥକ ଷଡ଼ଙ୍ଗୀଙ୍କର କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଛି।  କଟକ ଡିସିପି ଅଖିଳେଶ୍ୱର ସିଂହ ହେଲେ ପୁରୀ ଏସ୍‌ପି। ଗଜପତି ଏସ୍‌ପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି  କରାଯାଇଛି। ବିନୀତ ଅଗ୍ରଓ୍ବାଲ ହେଲେ କନ୍ଧମାଳ ଏସ୍‌ପି । ସାଗରିକା ନାଥ ହେଲେ…

Read More

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସଟ୍‌ଡାଉନ୍‌ କଟକଣା ତିନି ପାଇଁ  କୋହଳ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସମସ୍ତ ସହରାଞ୍ଚଳରେ ତିନି ଦିନ ପାଇଁ କଟକଣା କୋହଳ କରାଯାଇଛି । ଆଜିଠାରୁ 16 ତାରିଖ ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଥିବାର ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଲୋକମାନେ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ କୋହଳ କଲେ । ସକାଳ 6ରୁ ଅପରାହ୍ନ 4ଟା ଯାଏ କିଣାକିଣି କରିପାରିବେ ଲୋକେ । ଏହି ତିନି ଦିନ ଲୋକମାନଙ୍କୁ ଆମେ ନିରୀକ୍ଷଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବା ଆଦି ସମସ୍ତ ବିଷୟକୁ ନିରୀକ୍ଷଣ କରାଯିବ। ଯଦିଏହି ସମୟରେ କେହି କଟକଣା ନିୟମକୁ ଖିଲାପ କରେ, ତେବେ ସଟ୍‌ଡାଉନକୁ ଆହୁରି କଡାକଡି କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

Read More

ଭାଗଲପୁର : କରୋନା ସହ ଲଢେଇରେ ଆମ ମଣିଷପଣିଆ ମରିଯାଇଥିବାର ଦେଖଯାଉଛି । କରୋନାରୁ ଦୂରେଇବା ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଏହାକୁ ନେଇ ଆମେ ଅସଭ୍ୟ ହୋଇଯାଉଛି । କରୋନାକୁ ଡରିବା ସହିତ ଆମେ କରୋନା ରୋଗୀ ଏପରିକି କରୋନା ଯୋଦ୍ଧାଙ୍କୁ ମଧ୍ୟ ଘୃଣା କରିବା ଆରମ୍ଭ କଲୁଣୁ । କରୋନା ରୋଗୀ ସହ ସେମାନଙ୍କ ପରିବା ପ୍ରତି ଆମେ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରୁଛୁ ।  ଭାଗଲପୁର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଭାଗଲପୁରର ବରାରୀ ଶ୍ମଶାନ ଘାଟରେ କରୋନା ସଂକ୍ରମିତଙ୍କ ଶବର ଅନ୍ତିମ ସଂସ୍କାର ଅର୍ଥାତ୍‌ ଶବ ଦାହ ପାଇଁ ଦେଢ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଶ୍ମଶାନରେ ଉପସ୍ଥିତ ଲୋକେ ଦେଢ ଲକ୍ଷ ଟଙ୍କା ମାଗି ଥିଲେ । କିନ୍ତୁ ମୃତକଙ୍କ ପରିଜନମାନେ ଟଙ୍କା ଦେଇପାରିବେ ନାହିଁ…

Read More

ନିଆାଳି : କଟକ ଜିଲ୍ଲା ନିଆଳିରେ 6 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ବ୍ଲକ୍‌ର 5 ପଞ୍ଚାୟତକୁ ଶଟଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ 5ଟି ପଞ୍ଚାୟତକୁ 48 ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ଆଜି ସକାଳୁ  ଗୁରୁବାର ସକାଳ ପର୍ଯ୍ୟନ୍ତ 48 ଘଣ୍ଟା ସଟ୍‌ଡାଉନ୍‌ କରାଯାଇଛି । ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଞ୍ଚାୟତକୁ ସଟ୍‌ଡାଉନ୍‌ କରାଯାଇଛି । ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି 5ଟି ପଞ୍ଚାୟତର ସରପଞ୍ଚ । ନିଆଳି ମେଡିକାଲ ଓପିଡି 72 ଘଣ୍ଟା ପାଇଁ ବନ୍ଦ ନିର୍ଦ୍ଦେଶ ରହିଛି । ଚାରିଜଣ ଷ୍ଟାଫ୍‌ ଆକ୍ରାନ୍ତ ଯୋଗୁଁ ଓପିଡି ବନ୍ଦ ପାଇଁ ସିଡିଏମ୍‌ଓ ନିର୍ଦ୍ଦେଶ ଦେଇଛନ୍ତି ।

Read More

ସୁନ୍ଦରଗଡ଼ :  ଆଜି ରାଜ୍ୟରେ ଚିହ୍ନଟ ନୂଆ 543 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ 52 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 37 ଜଣ କରୋନା ଯୋଦ୍ଧା ଅଛନ୍ତି । ଉକ୍ତ 37 କରୋନା ଯୋଦ୍ଧାଙ୍କ ମଧ୍ୟରୁ 36 ଜଣ ପୁଲିସ୍‌ କର୍ମଚାରୀ ଏବଂ ଜଣେ ଡାକ୍ତର ଅଛନ୍ତି। ପୁଲିସ୍‌ଙ୍କ ମଧ୍ୟରେ ଜଣେ ଡ଼ିଏସପି ଏବଂ ଜଣେ ଇନ୍ସପେକ୍ଟର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହାବ୍ୟତୀତ ଜିଲ୍ଲାର 52 ଆକ୍ରାନ୍ତଙ୍କ ମଧ୍ୟରୁ 6 ଜଣ ବାହାର ରାଜ୍ୟ ଫେରନ୍ତା ହୋଇଥିବା ବେଳେ 7 ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଏହାବ୍ୟତୀତ 2ଟି ଲୋକାଲ କେସ୍‌ ଚିହ୍ନଟ ହୋଇଥିବା ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ।

Read More

ପାଟନା : ଦେଶରେ କରୋନା ସଂକଟ ସମୟରେ ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ  ପାଟନାର ବିଜେପି କାର୍ଯ୍ୟାଳୟରେ ଏକାସାଙ୍ଗରେ 25ଜଣ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଚଳିତ ବର୍ଷ ନଭେମ୍ବରରେ ବିହାର ବିଧାନସଭା ହେବାକୁ ରହିଛି ।  କରୋନା ସଂକଟ ମଧ୍ୟରେ ରାଜ୍ୟରେ ସମସ୍ତ ଦଳ ତରଫରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଆଇସିଏମ୍‌ରଏକ ଟିମ୍‌ ପାଟନାସ୍ଥିତ ବିଜେପି କାର୍ଯ୍ୟାଳୟର 75 ଜଣଙ୍କ ସାମ୍ପଲ୍‌ ଟେଷ୍ଟ କରିଥିଲେ । ଏହି ଟେଷ୍ଟ ମଧ୍ୟରୁ ଆଉ କିଛି ରିପୋର୍ଟ ଆସିବାକୁ ବାକି ରହିଥିବାେବେ 25ଜଣ ସଂକ୍ରମିତ ହୋଇଥିବାର ସୂଚନା ରିହଛି । ମିଳିଥିବା ସୂଚନା ଅନୁସାରେ ସଙ୍ଗଠନ ମହାମନ୍ତ୍ରୀ ନାଗେନ୍ଦ୍ର ନାଥଙ୍କ ସମେତ ପ୍ରଦେଶ ମହାମନ୍ତୀ ଦିନେଶ କୁମାର, ପ୍ରଦେଶ ଉପାଧ୍ୟକ୍ଷ ରାଧାମୋହନ ଶର୍ମାଙ୍କ ସମେତ ଅନ୍ୟ କେତେଜଣ ନେତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । …

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ରତ୍ନଗର୍ଭା କଳାହାଣ୍ଡି ଜିଲ୍ଲାରେ ବହୁ ମୂଲ୍ୟବାନ ରତ୍ନ ପଥର ମିଳୁଥିବା ବେଳେ ଅତୀତରେ ଓଡିଶା ଖଣି ନିଗମ ( ଓଏମସି) ସେହି ମୂଲ୍ୟବାନ ରତ୍ନ ପଥର ସଂଗ୍ରହ ଦାୟୀତ୍ୱ ନେଇଛି। କିନ୍ତୁ କିଛିବର୍ଷ ପରେ ବର୍ତ୍ତମାନ ଓଏମସି ନୀରବ ଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ବିଭିନ୍ନ ରତ୍ନ ପଥର ଚୋରା ବେପାରୀମାନଙ୍କ ଲୋଲୁପ ଦୃଷ୍ଟି କଳାହାଣ୍ଡିର ମୂଲ୍ୟବାନ ରତ୍ନ ପଥର ଉପରେ ରହୁଥିବା ଜଣାପଡିଛି। ବିଗତ ଦିନରେ ଏପରି ଅନେକ ଚୋରା ବେପାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରକାଶ। ଜୁନାଗଡ ଥାନା ଅନ୍ତର୍ଗତ ପଳାସ ଗ୍ରାମରେ ଚୋରା ରତ୍ନ ପଥର କାରବାର କରୁଥିବା କୌଣସି ସୂତ୍ରରୁ ଜଣାପଡିବା ପରେ ରାଜ୍ୟ କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସର ସ୍ୱତନ୍ତ୍ର ନଜର ଥିଲା। ଗତ ରବିବାର ଦିନ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜୁନାଗଡ ପୋଲିସ ସହିତ ପଳାସ ଗ୍ରାମର ସୁଜିତ କୁମାର ମେହେର ପିତା-…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: କରୋନା ଭୂତାଣୁ ସଂକ୍ରମଣ ସାରା ରାଜ୍ୟରେ ବଢିବାରେ ଲାଗିଛି। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ଼ ଗାଇଡ଼ଲାଇନକୁ ପାଳନ କରୁନଥିବା ଅମାନିଆଙ୍କ ଉପରେ କଡା ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଉଛନ୍ତି। ରାଜ୍ୟସରକାରଙ୍କ ଏପରି ନିର୍ଦ୍ଦେଶକୁ କଡାକଡି କରିବାପାଇଁ ବାଲୁଗାଁ ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଗେଇ ଆସିଛନ୍ତି। ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଇବା ସତ୍ତ୍ୱେ କେତେ ଜଣ ଅମାନିଆ ପ୍ରଶାସନକୁ ଭ୍ରୁକ୍ଷେପ କରୁନାହାନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ.ଏ.ସି ରେ ସରକାରଙ୍କ କୋଭିଡ଼ ଗାଇଡ଼ଲାଇନକୁ କଡ଼ାକଡ଼ି ରୂପେ ପାଳନ କରି ଏହାର ସଫଳ ରୁପୟାନ କରୁଛନ୍ତି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ଭାବେ ଯୋଗଦେଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା। ଗତକାଲି ପୂର୍ବାହ୍ନ ସାଢେ ୧୧ଟାରେ ବାଲୁଗାଁ ସହରର ବିଭିନ୍ନ ବଜାର ଯଥା ଚିଲିକା ରୋଡ, ମାଛ ମାର୍କେଟ, ଗାନ୍ଧୀ ଛକ, ଆଇ.ବି ରୋଡ଼ ଆଦି ସ୍ଥାନାମାନଙ୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ  ହଠାତ୍‌ ପହଞ୍ଚି ଚେକିଂ କରିଥିଲେ। ତାଙ୍କ…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 4 ଜଣଙ୍କ ଜୀବନ ନେଇଛି କରୋନା  । ଆଜି ରାଜ୍ୟରେ 4 ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି । ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ଜଣେ 71 ବର୍ଷ ଆକ୍ରାନ୍ତ ରହିଛନ୍ତି । ସେ ଓରାଲ୍‌ କ୍ୟାନସରରେ ମଧ୍ୟ ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର 40 ବର୍ଷର ମହିଳା ବୋଲି ଜଣାପଡିଛନ୍ତି । ସେହିପରି ଅନ୍ୟ ଜଣେ ଭୁବନେଶ୍ବରର 71  ବୟସ୍କ ବୋଲି ସୂଚନା ରହିଛି । ସେ ବ୍ଲଡ୍‌ କ୍ୟାନସରରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ଅନ୍ୟ ମୃତକ ଜଣକ ଗଞ୍ଜାମ ଜିଲ୍ଲାର । 80 ବର୍ଷୀୟ ବୃଦ୍ଧ ବ୍ୟକ୍ତି…

Read More

ଭୁବନେଶ୍ବର: ଆଜି 23ଟି ଜିଲ୍ଲାରୁ 543ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 188 ଜଣ ଚିହ୍ନଟ ହୋଇଥିବାବେଳେ  ଖୋର୍ଦ୍ଧାରୁ 87, ସୁନ୍ଦରଗଡରୁ 52, କଟକରୁ 39, ଗଜପତିରୁ 29, ରାୟଗଡାରୁ 24, ମୟୂରଭଞ୍ଜ ଓ କେଉଁଝରରୁ 22 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁରର 14, ମାଲ୍‌କାନଗିରିରୁ 11, କେନ୍ଦ୍ରାପଡାରୁ 10, ବାଲେଶ୍ବରରୁ 8,  ପୁରୀ ଓ ବୌଦ୍ଧରୁ 7, ଝାରସୁଗୁଡାରୁ 6, ବଲାଙ୍ଗିରରୁ 5ଜଣ, ବରଗଡରୁ ତିନିଜଣ,  ସମ୍ବଲପୁର ଓ ନୟାଗଡାରୁ 2 ଜଣ ଚିହ୍ନଟ ହୋଇଛନ୍ତି। ନୟାଗଡ ଯାଜପୁର, ଅନୁଗୁଳ, ଭଦ୍ରକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କେଉଁ ଜିଲ୍ଲାରୁ କିପରି ରହିଛି ସ୍ଥିତି: ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ) ଗଞ୍ଜାମ 4335 2433 1856 44 2 ଖୋର୍ଦ୍ଧା 1423 935 471 12 5 କଟକ 1060 786 263 8 3 ଯାଜପୁର 914 561 352 1…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 543 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 354 ଜଣ ଚିହ୍ନଟ ହୋଇଥିବାବେଳେ 189ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 14ହଜାର 280ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 929ଜଣ । ସେହିପରି ସୁସ୍ଥ ହୋଇଛନ୍ତି 9ହଜାର255ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 74ଜଣ । ସେହିପରି 22ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ/ବ୍ୟାଙ୍କକ, କରୋନାର ଭୟଙ୍କର ସ୍ଥିତି ପାଇଁ ବର୍ତ୍ତମାନ ସାରା ବିଶ୍ବ ଏକ ପ୍ରକାର ବନ୍ଦ ହୋଇଯାଇଛି। ସ୍କୁଲ କଲେଜଠାରୁ ଆରମ୍ଭ କରି ମଲ ସିନେମା ହଲ ସବୁ ବନ୍ଦ। ହେଲେ ଏପରି ସଙ୍କଟମୟ ପରିସ୍ଥିତିରେ ଥାଇଲାଣ୍ଡ ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ ନିଆଯାଇଛି ଅଭିନବ ପଦକ୍ଷେପ। ପିଲାମାନଙ୍କର ଶିକ୍ଷା ବର୍ଷ ଶେଷ ହେବାକୁ ଯାଉଥିବାରୁ ଥାଇଲାଣ୍ଡ ଏହି ଭିନ୍ନ ପଦକ୍ଷେପ ନେଇ ପିଲାଙ୍କ ପାଠପଢା ପୁଣି ଆରମ୍ଭ କରାଯାଇଛି। ପଦକ୍ଷେପ ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖାଯଇଛି। ସେତିକି ନୁହେଁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଯେପରି କରୋନା ସଂକ୍ରାମଣ ନ ହୁଏ ସେଥିପାଇଁ ସମସ୍ତଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି କରାଯାଇଛି ବକ୍ସ। ସେହି ବକ୍ସ ଭିତରେ ଛିଙ୍କିଲେ ବି ତାହା ସେହି ଭିତରେ ହିଁ ସୀମିତ ରହିବ। ସେହିପରି ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି। ସ୍କୁଲକୁ ପ୍ରବେଶ ବେଳେ ସେମାନଙ୍କ ତାପମାତ୍ର ମପା ଯିବା ସହିତ ସାମାଜିକ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତର ପଞ୍ଚେଇ ଠାରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଛୁରାମାଡରେ ଜଣେ ଗୁରୁତର ଆହତ ହୋଇ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ ଜଡ଼ତିରା ପଞ୍ଚାୟତର ପଞ୍ଚେଇ ଠାରେ ଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଗତକାଲି (ସୋମବାର) ସଂଧ୍ୟାରେ ସ୍ଥାନୀୟ ବନ୍ଧବାଟି ଗ୍ରାମର ବିରବର ନାଥଙ୍କ ପୁଅ ବଂଶୀଧର ନାଥ (କାଳିଆ) ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପହଞ୍ଚି ସରପଞ୍ଚ ଓ ତାଙ୍କ ଦିଅରଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ବଡପାଟିରେ ଗାଳିଗୁଲଜ କରୁଥିବା ବେଳେ ଉକ୍ତ ସେଣ୍ଟରରେ ରୋଷେଇ କରି ଖାଦ୍ୟ ଯୋଗାଉଥିବା ପଞ୍ଚେଇ ଗ୍ରାମର ଉପେନ୍ଦ୍ର ସାହୁଙ୍କ ପୁଅ ଅନନ୍ତ ନିଶାସକ୍ତ ଅବସ୍ଥାରେ ଥିବା କାଳିଆକୁ ବୁଝାସୁଝା କରି କେନ୍ଦ୍ର ବାହାରେ ଛାଡିଥିଲା। ପୁନର୍ବାର କାଳିଆ ଏକ ଧାରୁଆ ଛୁରୀ ଧରି ଆସି ଉକ୍ତ କେନ୍ଦ୍ରରେ ପହଞ୍ଚି ଅଶ୍ଳୀଳ…

Read More

ନୂଆଦିଲ୍ଲୀ : ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ 28 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 23 ହଜାର 727 ଛୁଇଁଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 28 ହଜାର 498 ନୂତନ ମାମଲା ସାମ୍ନାକୁ ଆସିଛି ।  ସେହିପରି 553 ଜଣ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ 06 ହଜାର 752 ରେ ପହଂଚିଛି ।  ଭାରତରେ 23 ହଜାର 727 କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ 5 ଲକ୍ଷ 71…

Read More

ତାମିଲନାଡୁ : କରୋନା ମହାମାରୀ ଯୋଗୁଁ ଦେଶ ସାରା ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଜୁଲାଇର ପ୍ରଥମାର୍ଦ୍ଧରୁ ଅନେକ ସ୍ଥାନରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ କରୋନା ମାମଲା ବୃଦ୍ଧି ଦେଖି କିଛି କଟକଣା ଜାରି କରାଯାଇଛି । କିନ୍ତୁ ଦେଖାଯାଉଛି କେହି କେହି ଏହାର କଟକଣା ପାଳନ କରୁନାହାନ୍ତି । ନିକଟରେ ତାମିଲନାଡୁର ତିରୁପଟ୍ଟୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଲକ୍‌ଡାଉନ୍‌ ନିୟମର କଟକଣାକୁ ଠିକ୍‌ ରୂପେ ପାଳନ ନ କରିବାରୁ ପୋଲିସ୍‌ ଉକ୍ତ ଯୁବକକୁ ଅଟକ ରଖିବା ସହ ତାଙ୍କ ଗାଡିକୁ ଜବତ କରିଥିଲା କିନ୍ତୁ ଯୁବକ ଜଣକ ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଜକୁ ନିଆଁ ଲଗାଇଦେଇଛି । ମିଳିଥିବା ସୂଚନା ଅନୁସାରେ ଯୁବକଟିର ନାମ ମୁଗଲିନ୍‌ । 27 ବର୍ଷୀୟ ମୁଗଲିନ୍‌ ଅମ୍ବୁର୍‌ର ଅାନ୍ନା ନଗରରେ ରହୁଥିଲେ । ରବିବାର ଦିନ ସେ ତାଙ୍କ ଦୁଇ ଚକିଆ ଯାନରେ…

Read More

ଖୋର୍ଦ୍ଧା : ପୁଣି ଜଣେ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କୁ କରୋନା ହୋଇଥିବାର ସୂଚନା ରହିଛି। ଡାକ୍ତରଙ୍କଠାରେ କରୋନା ଚିହ୍ନଟ ହେବା ପରେ ଏଡିଏମ୍‌ଓ କଟକଣା ଜାରି କରିଛି । କେବଳ ଗୋଟିଏ ଗେଟ୍‌ ଦେଇ ମେଡ଼ିକାଲକୁ ପ୍ରବେଶ ଅନୁମତି ରହିଛି । ସେହିପରି ରୋଗୀଙ୍କ ସହ ଜଣେ ଆଟେଣ୍ଡାଣ୍ଟଙ୍କୁ ଆସିବାକୁ ଅନୁମତି ରହିଛି । ଓପିଡି ସାନିଟାଇଜ୍‌ କରିବାକୁ ଏଡିଏମ୍‌ଓଙ୍କ ନିର୍ଦ୍ଦେଶ ରହିଛି ।

Read More

କେଦାର ମିଶ୍ର ଆଜି ଯେତେବେଳେ ଏକ ଭୟଙ୍କର ବିପଦକୁ ଆମେ ସାମ୍ନା କରୁଛେ, ସେତେବେଳେ ସେହି ବିପଦରୁ ରକ୍ଷା ପାଇବାକୁ ଆମକୁ ଏକମାତ୍ର ଔଷଧ ଭାବରେ ସାମାଜିକ ଦୂରତାର ଚିଠା ଧରେଇ ଦିଆ ଯାଇଛି। ସ୍ପର୍ଶ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମିତ ହେଉଥିବାରୁ ଏବେ ପରଷ୍ପରଠାରୁ ଦୂରତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି। ତେବେ ଶାରୀରିକ ଦୂରତାକୁ ଆମେ ସାମାଜିକ ଦୂରତା ବୋଲି କହୁଛେ କାହିଁକି? ଏହି ତଥାକଥିତ ସାମାଜିକ ଦୂରତାକୁ କଡାକଡି ଭାବରେ ଲାଗୁ କରିବାକୁ ଯାଇ ଆମ ଭିତରେ କ୍ରମଶଃ କେବଳ ସାମାଜିକ ଖାଇ ତିଆରି ହେଉଛି ତାହା ନୁହେଁ, ଏହା ଆମକୁ ଅନେକାଂଶରେ ଅମଣିଷ ଓ ଅସଭ୍ୟ କରି ଦେଉଛି। ସାମାଜିକ ଦୂରତା ପାଇଁ ଲକ ଡାଉନ ପାଳନ କରିବା ସମୟରେ ମାନବିକତାର ଛୋଟ ଛୋଟ ଦିଗ ପ୍ରତି ଆମେ ଯେଉଁ ଅବହେଳା କରିଛୁ, ସେଥିଲାଗି ଆମକୁ ଏକ ସମାଜ ଭାବରେ ଢେର ମୂଲ୍ୟ ଦେବାକୁ ପଡୁଛି।…

Read More