କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ ଏସ୍ଟିଏଫ୍ ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ଟୋଲ୍ ପ୍ଲାଜାରୁ 25 କିଲୋମିଟର ଦୂରରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ ଘଟଣାସ୍ଥଳରୁ ପୋଲିସ୍ର ବନ୍ଧୁକ ଛଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ୍ ବିକାଶକୁ ଏନ୍କାଉଣ୍ଟର କରିଥିବା ସୂଚନା ମିଳିଛି। ଏଥିରେ ବିକାଶ ନିହତ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଦିନ କାନପୁରରେ 8 ଜଣ ପୁଲିସ୍ କର୍ମୀଙ୍କୁ ହତ୍ୟା କରିବା ପରେ ବିକାଶ ଫେରାର ଥିଲା। ଗୁରୁବାର ସକାଳେ ପୁଲିସ୍ ଏନକାଉଣ୍ଟରରେ ବିକାଶ ଦୁବେଙ୍କ ଦୁଇ ସହକର୍ମୀ ନିହତ ହୋଇଥିଲେ। ପୁଲିସ୍ ତାର 2…
Author: Samikhsya Bureau
ପିଣ୍ଟୁ ବିଶୋୟୀ କୋଦଳା: ଗଞ୍ଜାମ ଜିଲ୍ଳା ପ୍ରଶାସନ, କୋଦଳା ଏନ୍ଏସି ଏବଂ ତହସିଲର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ। ନିୟୋଜିତ ହୋଇଥିବା ପାଞ୍ଚ ଜଣିଆ ଆୟୁଷ ଡାକ୍ତର ଟିମ୍ ସହିତ ପନ୍ଦର ଜଣିଆ ଅଙ୍ଗନୱାଡି କର୍ମୀ ସେମାନଙ୍କ ସହାୟିକା ସହିତ ପ୍ରତ୍ୟେକ ସାହିରେ ଘର ଘର ବୁଲି ଲୋକଙ୍କ ସ୍କ୍ରିନିଙ୍ଗ ସହିତ ବ୍ଲଡ ପ୍ରେସର, ଡାଇବେଟିସ, ପଲସ, କରୋନା ସଂକ୍ରମିତ ପାଇଁ ଉଦ୍ଧିଷ୍ଟ ଲକ୍ଷଣ ତଦାରଖ କରିବା ସହିତ ସେମାନଙ୍କ ରେକର୍ଡ ପଞ୍ଜିକରଣ କରାଯାଉଛି। କୋଦଳା ଗୋହିରିନାଳ ସାହିଠାରେ ଆୟୁଷ ଡାକ୍ତର ସଞ୍ଜୟ କୁମାର ସାହୁ ଓ ଅଙ୍ଗନୱାଡି କର୍ମୀ ସବିତା ପାଢ଼ୀ ନିଜ ଟିମ୍ ସହିତ ସ୍କ୍ରିନିଙ୍ଗ ଟେଷ୍ଟ କରୁଥିବା ସମୟରେ ଅଚାନକ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସହିତ ସେଠାରେ ପହଂଚି ସ୍କ୍ରିନିଙ୍ଗ ଟେଷ୍ଟ କାର୍ଯ୍ୟର ତଦାରଖ କରିଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ବିଷୟରେ…
ସୀତାରାମ ଅଗ୍ରୱାଲ ବାଣପୁର: ସ୍ୱଳ୍ପ ବର୍ଷାରେ କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁଛି ବାଣପୁର ସହର। ବାଣପୁର ଏନ.ଏ. ସି ଗଠିତ ହେବାଠାରୁ ଆଜି ଯାଏଁ ସହରରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇପାରି ନାହିଁ। ଯାହା ଫଳରେ ଅସରାଏ ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ପାଣି ଜମିଯାଉଛି। ସହର ବାସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ଏକ ରୋଚକ ଉଦାହରଣ ଆଜି ଦେଖିବାକୁ ମିଲିଥଲା ବାଣପୁର ଏନ.ଏ.ସି ରେ। ଆଜି ପୂର୍ବାହ୍ନ ପାଖାପାଖି ଏଗାର ଘଟିକାରେ ସ୍ୱଳ୍ପ ସମୟ ପାଇଁ ବାଣପୁରରେ ବହୁ ଜୋରରେ ବର୍ଷା ହୋଇଥିଲା ଯାହାଫଳରେ ବର୍ଷା ଛାଡ଼ିବାପରେ ସହରରେ ବିଭିନ୍ନ ରାସ୍ତା ଯଥା ବାଣପୁର ଥାନାଠୁ ଗାଲୁଆ ଛକ ଏବଂ ପେଟ୍ରୋଲ ପମ୍ପ ଠାରୁ ଚିଆଙ୍କ ସାହି ଶଙ୍ଖ ଯାଏଁ ଆଣ୍ଠୁଏ ଉଚ୍ଚାରେ ଜଳ ଜମା ହୋଇଯାଇଥିଲା। ବହୁ ପଥିକ ଏବଂ ଯାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏପରିକି ଜଣେ…
କନ୍ଦର୍ପ ବେହେରା ରେଢାଖୋଲ: ବିଧାୟକ ତଥା ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ କୁମାର ପୂଜାରୀଙ୍କୁ ରାଜ୍ୟ ସରକାର କଳା ,ସଂସ୍କୃତି ଓ ମାନବ ସଂବଳ ବିଭାଗ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଂଚଳବାସୀ ଅଭିନନ୍ଦନ ଜଣାଇଛନ୍ତି।ରେଢାଖୋଲ ବିଧାୟକ ଏହି ଦାୟିତ୍ୱ ପାଇଁ ମନୋନୀତ ହୋଇଥିବାରୁ ରେଢାଖୋଲ ଅଂଚଳରେ ଖୁସିର ଲହରି ଖେଳି ଯାଇଛି। ଏହି ପଦବୀ ପାଇବା ପରେ ନାକଟିଦେଉଳ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ ଓ ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ , ଜାମୁଜୋରୀ ସମିତି ସଭ୍ୟ ସାଗର ସାହୁ ଇଂ ରୋହିତ ପୂଜାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କଳା , ସଂସ୍କୃତି ଓ ମାନବ ସଂମ୍ବଳ ଭଳି ଏକ ବିଭାଗକୁ ଇଂ ରୋହିତ ପୂଜାରୀ ସୂଚାରୁ ରୂପେ ପରିଚାଳନା କରିବେ ବୋଲି ଅଂଚଳବାସୀ ଆଶା କରିଛନ୍ତି। ଜଣେ ଦକ୍ଷ ଯୁବ ନେତା ଭାବରେ ରେଢାଖୋଲ ବିଧାନସଭା ମଣ୍ଡଳୀରୁ ଦୁଇ ଥର ବିଧାୟକ ଭାବରେ…
ଓଡିଶାର ବିଶିଷ୍ଟ କଥାଶିଳ୍ପୀ ତଥା ଆଲୋଚକ ମନୋଜ କୁମାର ପଣ୍ଡାଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି। ବଲାଙ୍ଗୀର ସ୍ଥିତ ତାଙ୍କ ବାସଭବନରେ ଆଜି ଅକସ୍ମାତ ହୃଦଘାତରେ ତାଙ୍କର ପରଲୋକ ଘଟିବା ଖବର ଓଡିଆ ସାହିତ୍ୟ ଜଗତକୁ ସ୍ତବ୍ଧ କରି ଦେଇଛି। ଏକ ଭିନ୍ନ ଧାରାର କଥାଶିଳ୍ପୀ ଭାବରେ ତାଙ୍କର ଏକ ସ୍ଵତନ୍ତ୍ର ପରିଚୟ ରହିଥିଲା। ଶ୍ରୀ ପଣ୍ଡା ୪,ଅକ୍ଟୋବର,୧୯୫୪ ରେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ଗଳ୍ପ ସଂକଳନ “ହାଡ ବଗିଚା” ଏକ ଭିନ୍ନ ସ୍ବାଦର ଗଳ୍ପ ସଂକଳନ ଭାବରେ ବେଶ ଚର୍ଚ୍ଚିତ ହୋଇଥିଲା। ପରେ ପରେ “ବର୍ଣ୍ଣ ବଗିଚା” ଓ “ଶବ୍ଦ ବଗିଚା” ନାମରେ ତାଙ୍କର ଅନ୍ୟ ଦୁଇଟି ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଥିଲା। ତାଙ୍କର କଥାବସ୍ତୁ ଓ ଶୈଳୀ ସ୍ଵାତନ୍ତ୍ର୍ୟ ତାଙ୍କୁ ଜଣେ ଭିନ୍ନ କଥାଶିଳ୍ପୀ ର ମର୍ୟାଦା ଦେଇଥିଲା। ଭାଷା ଓ ବୈଜ୍ଞାନିକ ଅବବୋଧ ସମ୍ପର୍କରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଲେଖିଥିଲେ।…
ଭୁବନେଶ୍ବର, କୋଭିଡ ପରେ ରାଜ୍ୟରେ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ମିଳିତ ଭାବେ ଏହାର ଆୟୋଜନ କରିବେ। ଗତକାଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭିଡିଓ କନଫରେନସିଂରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି। ଏଥିରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଭାଗୀୟ ସଚିବ ମନୋରଂଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଳ ଦେବ ପ୍ରମୁଖ ଭାଗ ନେଇଥିଲେ। କୋଭିଡ ପରବର୍ତ୍ତୀ ସମୟରେ କରୋନା ଯୋଗୁଁ କ୍ଷତିଗ୍ରସ୍ତ ଚଳଚ୍ଚିତ୍ର ଶିଳ୍ପର କିପରି ପୁନରୁଦ୍ଧାର କରାଯାଇ ଏହାକୁ ସୁବ୍ୟବସ୍ଥିତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। କୋଭିଡ କଟକଣା ଯୋଗୁଁ ପ୍ରଭୂତ କ୍ଷତି ସହିଥିବା ପର୍ଯ୍ୟଟନ ଶିଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା…
ଭୁବନେଶ୍ବର, କାଲିଠୁ ଶସ୍ତା ହେବ ମଦ। ରାଜ୍ୟରେ କାଲିଠାରୁ ମଦ ଦର 30 ପ୍ରତିଶତ କମିବ। ସ୍ବତନ୍ତ୍ର କୋଭିଡ ଫିକୁ 50 ପ୍ରତିଶତରୁ 15 ପ୍ରତିଶତକୁ କମାଇଲା ଅବକାରୀ ବିଭାଗ। ଏଣିକି ସର୍ବାଧିକ ଖୁଚୁରା ଦର ଉପରେ ସରକାର 15 ପ୍ରତିଶତ କୋଭିଡ ଫି ନେବେ। ପଡ଼ୋଶୀ ରାଜ୍ୟଗୁଡିକରେ ମଦ ଦର କମ୍ ଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ସୁଦ୍ଧା ସରକାର ମଦ ବିକ୍ରି ବାବଦରୁ 200 କୋଟି ଟଙ୍କାର କୋଭିଡ ଫି ପାଇଛନ୍ତି।
ଭୁବନେଶ୍ବର, ଓଡ଼ିଆ ଝିଅ ଅଙ୍କିତା ମହାରଣା ଏବେ ଅପସରା ରାନୀ ନାଁରେ ବଲିଉଡରେ ବେଶ୍ ପରିଚିତ। ଡେରାଡୁନରେ ଜନ୍ମିତ ଅପସରା ତେଲୁଗୁ ଚଳଚ୍ଚିତ୍ରରେ କମାଲ କରିବା ପରେ ଆଗକୁ ବଲିଉଡର ବେଶ୍ ଜଣାଶୁଣା ନିର୍ଦେଶକ ରାମଗୋପାଳ ବର୍ମାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରିଲର’ରେ ମୁଖ୍ୟ ଭୂମିକାରେ ଆସୁଛନ୍ତି। ହେଲେ ଏହା ପୂର୍ବରୁ ଅପସରାଙ୍କ କିଛି ନଗ୍ନ ଫଟୋ ସହିତ ଓଡ଼ିଶା ସମ୍ପର୍କରେ ନିଜର ଅଜ୍ଞତା ନେଇ ରାମଗୋପାଳ ତାଙ୍କ ଟ୍ବିଟର ପେଜରେ କରିଥିବା ପୋଷ୍ଟକୁ ନେଇ ଏବେ ଓଡ଼ିଶାରେ ସିନେ ଓ ସଂସ୍କୃତି ପ୍ରେମୀଙ୍କ ସମେତ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାମଗୋପାଳଙ୍କ ଟ୍ବିଟର ପେଜରେ ଥିବା ଅପସରାଙ୍କର କିଛି ହଟ୍ ଫଟୋକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ବଲିଉଡରେ ଏହା କିଛି ନୂଆ କଥା ନୁହେଁ। କିନ୍ତୁ ରାମଗୋପାଳ ଅପସରାଙ୍କ ଓଡ଼ିଶା କନେକ୍ସନ ନେଇ ଯେଉଁ ଟୀକା ଟିପ୍ନଣୀ ଦେଇଛନ୍ତି ତାହାକୁ ନେଇ ସୃଷ୍ଟି ହୋଇଛି ଝଡ଼।…
ଭୁବନେଶ୍ବର, ଆଜି ରାଜ୍ୟରେ ସର୍ବାଧିକ 401 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସବୁ ଦିନ ପରି ଆଜି ବି ଗଂଜାମ ଜିଲ୍ଲାରୁ ସର୍ବାଧିକ 100 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତି 67, କଟକ 42, ଯାଜପୁର 32, ଦେବଗଡ଼ 19, କୋରାପୁଟ 18, ଖୋର୍ଦ୍ଧା 15, ବରଗଡ଼ ଓ ଭଦ୍ରକରୁ 14 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବାଲେଶ୍ବରରୁ 12, କେନ୍ଦୁଝର ଓ ମାଲକାନଗିରିରୁ 10 ଲେଖାଏଁ, ଜଗତସିଂହପୁର 9, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ 7 ଜଣ ଲେଖାଏଁ ସୁସ୍ଥ ହୋଇଥିବା ଜଣାଯାଇଛି। କନ୍ଧମାଳରୁ 6, ନୟାଗଡ଼ ଓ ସମ୍ବଲପୁରରୁ 5 ଲେଖାଏଁ, ନବରଙ୍ଗପୁର 4,କେନ୍ଦ୍ରାପଡ଼ା , ଢେଙ୍କାନାଳରୁ 2 ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସମୀକ୍ଷା ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ପ୍ରଥମେ କହୁଥିଲା ମହାମାରୀ କରୋନା ବାୟୁ ସଂକ୍ରମିତ ନୁହେଁ । ଏହା କେବଳ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ହିଁ ସଂକ୍ରମଣ ହୋଇଥାଏେ। କିନ୍ତୁ ପବନରେ ବି କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ମତାମତ ଦେବା ପରେ ‘ହୁ’ ଏଥିରେ ସମ୍ପୂର୍ଣ୍ଣ ଏକମତ ହୋଇନଥିଲେ ସୁଦ୍ଧା ଏହାକୁ ଅଗ୍ରାହ୍ୟ ବି କରିନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶେଷରେ ସ୍ୱୀକାର କରିଛି ଯେ, କରୋନା ବାୟୁ ବାହିତ । ଅର୍ଥାତ କରୋନା ଭୂତାଣୁ ବାୟୁ ଦ୍ୱାରା ମଧ୍ୟ ପରିବାହିତ ହୋଇପାରେ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି, ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ । କାଶିବା କିମ୍ବା ଛିଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଠାରୁ ନିର୍ଗତ ହେଉଥିବା ଡ୍ରପଲେଟ୍ସ ବା ଜଳୀୟ କଣାରେ କରୋନା ଭୂତାଣୁ ସଂକ୍ରମିତ ହୁଏ…
ନୂଆଦିଲ୍ଲୀ, ଜୁଲାଇ 11 ଓ 13 ତାରିଖରେ ପ୍ରକାଶ ପାଇବନି ସିବିଏସଇ ଦଶମ ଓ ଦ୍ବାଦଶ ରେଜଲଟ୍ । ଜୁଲାଇ 11 ତାରିଖରେ ଦ୍ବାଦଶ ଏବଂ ଜୁଲାଇ 13 ତାରିଖରେ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବ ବୋଲି ପ୍ରକାଶିତ ଖବର ମିଛ ବୋଲି ସିବିଏସଇ ସୂଚନା ଦେଇଛି। ରେଜଲ୍ଟ ପ୍ରକାଶ ତାରିଖ ନେଇ ସିବିଏସଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନଥିବା ସୂଚନା ଦେଇଛି। ରେଜଲଟ ବାହାରିବା ନେଇ ଏକ ଏଜେନ୍ସିରୁ ଖବର ପ୍ରକାଶ ପାଇଥିଲା।
ଭୁବନେଶ୍ବର, ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗିରଫ କରାଯାଇଛି। ଭୁବନେଶ୍ବର ମହଳା ଥାନା ପୋଲିସ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଫୋନ୍,ମେସେଜ କରିଥିବା ଅଭିଯୋଗ ଉପରେ ରୁଜୁ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଷଡ଼ଙ୍ଗୀ ମହିଳା ଥାନାରେ ହାଜର ହୋଇଥିଲେ।
ଭୋପାଳ : ମଧ୍ୟପ୍ରଦେଶର ବୈତୁଲ୍ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବକ ଦୁଇ ଯୁବତୀଙ୍କୁ ବିବାହ କରୁଥିବାର ସୁଚନା ରହିଛି । ବିବାହ ମଣ୍ଡପରେ ଜଣେ ବର ଦୁଇ କନ୍ୟାଙ୍କ ସହ ବିବାହ କରିଛନ୍ତି । ଏହି ବିବାହ ର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଜଣେ ବର ଦୁଇ କନ୍ୟାଙ୍କ ସହିତ ସାତ ଫେରା ନେଉଥିବାର ନଜର ରହିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯୁବକ ଜଣକ ଏହି ଦୁଇ କନ୍ୟାଙ୍କ ମଧ୍ୟରୁ ଜଣକ ପ୍ରେମ ବିବାହ କରୁଥିବାବେଳେ ଅନ୍ୟ ଜଣଙ୍କୁ ଆରେଞ୍ଜଡ୍ ବିବାହ କରୁଛନ୍ତି । ବୈତୁଲ୍ ଅଞ୍ଚଳର ଘୋଡାଡୋଙ୍ଗରୀ ତହସିଲ ଅନ୍ତର୍ଗତ ସଲେୟା ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଜୁ୍ନ୍ 29 ତାରିଖରେ ଯୁବକ ଜଣକ ଏକ ମଣ୍ଡପରେ ଦୁଇ କନ୍ୟାଙ୍କ…
ନୂଆଦିଲ୍ଲୀ, ଜୁଲାଇ 11 ଓ 13 ତାରିଖରେ ସିବିଏସଇ ରେଜଲଟ୍ ପ୍ରକାଶ ପାଇବ। ଜୁଲାଇ 11 ତାରିଖରେ ପ୍ରକାଶ ପାଇବ ଦ୍ବାଦଶ ରେଜଲ୍ଟ। ଏହାର ଦୁଇ ଦିନ ପରେ ଜୁଲାଇ 13 ତାରିଖରେ ପ୍ରକାଶ ପାଇବ ଦଶମ ଶ୍ରେଣୀ ରେଜଲ୍ଟ। ରେଜଲ୍ଟ ପ୍ରକାଶ ତାରିଖ ଦିନ ଧାର୍ଯ୍ୟ ନେଇ ସିବିଏସଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ସମସ୍ତ ପରୀକ୍ଷା ଫଳ ସିବିଏସଇ ୱେବସାଇଟରେ ଦିନ 4ଟାରେ ପ୍ରକାଶ ପାଇବ। ସିବିଏସଇର ଏହି ଘୋଷଣା ପରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି। କାରଣ କରୋନା ମହାମାରୀ ନେଇ ପରୀକ୍ଷା ଫଳ ଘୋଷଣାରେ କାଳେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇ ଆସୁଥିଲା। ଆଭେରେଜ ମାର୍କିଂ ଜରିଆରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ।
ରମେଶ ମହାନ୍ତି ଜଗତସିଂହପୁର : ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରାୟ ପ୍ରତିଦିନ ଲକଡାଉନ୍ ,ସଟଡାଉନ୍ ପରି ବିଭିନ୍ନ କଟକଣା ଲାଗୁ କରାଯାଉଛି। ଜୀବନ ଜୀବିକା ପାଇଁ ସବୁଠି ସଂଘର୍ଷ। ହେଲେ କଟକଣାକୁ ଫୁ କରି ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଚୋରା ମଦ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଛି ଏକରକମ ପ୍ରତିଯୋଗିତା, ବହୁଛି ମଦର ବନ୍ୟା। ଏଥିଯୋଗୁଁ ଗାଁ ଗହଳିରେ ବଢୁଛି ମଦୁଆଙ୍କ ଉପଦ୍ରବ । ଚୋରା ମଦ ବେପାରୀଙ୍କ ଠାରୁ ମାସିକ ମୋଟା ଅଙ୍କର ବଟି ନେଇ ଘୋଡା ମୁହଁରେ ଦାନା ବାନ୍ଧିଲା ପରି ତିର୍ତ୍ତୋଲ ଅବକାରୀ ବିଭାଗ ନିଷ୍କ୍ରିୟ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଗାଁରେ ଚୋରାମଦ ଦୋକାନ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତର ଝଙ୍କଡ଼ ଶାରଳା ମନ୍ଦିର ନିକଟ କୁଟିଲୋ ଗ୍ରାମଦୟାଲପୁର ଗାଁରେ।…
ଉଜ୍ଜୈନ/କାନପୁର, ଗତ ସପ୍ତାହରେ ଉତ୍ତରପ୍ରଦେଶର କାନପୁରରେ ୮ ଜଣ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା କୁଖ୍ୟାତ ଅପରାଧି ବିକାଶ ଦୁବେ ଏବେ ପୋଲିସ୍ କବଜାରେ। ଏତେ ବଡ଼ କାଣ୍ଡ କରି ଗିରଫ ହେବା ପରେ ବି କମିନଥିଲା ଗ୍ୟାଙ୍ଗଷ୍ଟରର ଭାଉ। ପୋଲିସ କବଜାରେ ଥାଇ ବି ଛାତି ଫୁଲାଇ କହିଥିଲା ‘ମୁଁ ବିକାଶ ଦୁବେ … କାନପୁରବାଲା’ । ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳ ମନ୍ଦିର ଦର୍ଶନ କରିବାକୁ ଯିବାବେଳେ ପୋଲିସ ସ୍କାନରକୁ ଆସିଥିଲା ଗ୍ୟାଙ୍ଗଷ୍ଟର ଦୁବେ । ବିକାଶକୁ ଚିହ୍ନି ପୋଲିସକୁ ଖବର ଦେଇଥିଲା ମନ୍ଦିର ଜଗୁଆଳି । ଏହାପରେ ମୋଷ୍ଟୱାଣ୍ଟେଡକୁ ଗିରଫ କରିଥିଲା ମଧ୍ୟପ୍ରଦେଶ ପୋଲିସ୍ । କାନପୁରର ଚୌବେପୁରରେ ୮ ଜଣ ପୋଲିସକୁ ମାରି ଫେରାର୍ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟାର୍ । ଗିରଫ ହେବା ପୂର୍ବରୁ ସେ ନିଜେ ହିଁ ପୋଲିସ୍ ଆଗରେ ଆତ୍ମସମର୍ପଣ କରିଥିବା ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି । ପୋଲିସ…
ଯାଜପୁର : ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ହାଣି ହତ୍ୟା କରାଯାଇଥିବାର ସୂଚନା ରହିଛି । ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛି ଦୁର୍ବୃତ୍ତ । ଯାଜପୁର ରୋଡ୍ ଥାନା ରାଛିପୁର ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ଆଉ ଜଣେ ଶିକ୍ଷକଙ୍କ ସହ ଯାଉଥିବାବେଳେ ଉଭୟଙ୍କୁ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଶିକ୍ଷୟିତ୍ରୀ ଜଣକ ନିକଟରେ ଥିବା ଏକ ସ୍କୁଲରେ ନିଯୁକ୍ତ ଥିଲେ । ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଛି। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ 32 କରୋନା ପଜିଟିଭ ଚିହ୍ନଟ ହୋଇଛି । 32 ପଜିଟିଭ୍ ମଧ୍ୟରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ 14 ଜଣ ଚିହ୍ନଟ ହୋଇଥିବାବେଳେ 18 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ସୂଚନା ଦେଇଛି ବିଏମ୍ସି । ଆଜି ଚିହ୍ନଟ 18 ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରୁ ଜଣେ ନୟାପଲ୍ଲୀ ଆଇଆରସି ଭିଲେଜରୁ, ଅନ୍ୟ ଜଣେ ବ୍ରିଟ୍ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଜଣେ କରୋନା ଆକ୍ରାନ୍ତ ଭୀମଟାଙ୍ଗି ପିପୁଲ୍ସ ବସ୍ତିରୁ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ପାଖରୁ ଚିହ୍ନଟ ହୋଇଛି। ସେହିପରି ସେଣ୍ଟ୍ରାଲ୍ ହସ୍ପିଟାଲରୁ ଜଣେ ପୁରୁଷ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ୟୁନିଟ୍-2, ମାର୍କେଟ୍ ବିଲିଡିଂରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରମୁଣ୍ଡାର ମହିମା ମିଶ୍ରା ଲେନ୍ରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଗଙ୍ଗନଗର ଅଞ୍ଚଳରୁ ଜଣେ ପୁରୁଷ ଆକ୍ରାନ୍ତ ରହିଥିବାବେଳେ ନୟାପଲ୍ଲୀ ନୂଆସାହିରୁ ଜଣେ, ନୂଆଗାଁ…
ଭୁବନେଶ୍ବର,ଭୀନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଅନ ସ୍ପେଶାଲ ଡ୍ୟୁଟି OSD ଭାବେ ନିଯୁକ୍ତି ଦିଆଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହି କୋଭିଡ ପରିଚାଳନା କଥା ବୁଝିବେ। ଓଡ଼ିଶା ଖଣି ନିଗମର ଏମଡି, କ୍ରୀଡା ବିଭାଗର ନିର୍ଦେଶକ ଭାବେ ପୂର୍ବ ଦାୟିତ୍ବ ସହ ଓଏସଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।ଭୀନିଲ କ୍ରିଷ୍ଣା OMECLରେ ଏମଡି ମଧ୍ୟ ଅଛନ୍ତି। ଆଉ ଦୁଇ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି। ଲାଲା ମନୋଜ କୁମାର ରାୟ ସିଏମଓ ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି। ଏବେ ସେ ଜଳସମ୍ପଦ ବିଭାଗରେ ଯୁଗ୍ମ ସଚିବ ଥିଲେ। କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ସିଏମଓ ଡେପୁଟୀ ସଚିବ ହୋଇଛନ୍ତି। ଶୁଭ୍ରାଂଶୁ ମିଶ୍ରଙ୍କ ସ୍ଥାନରେ ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ପଦରେ ଅବସ୍ଥାପିତ କରାଯାଇଛି।
ଭୁବନେଶ୍ବର : କାଲିଠାରୁ ଭୁବନେଶ୍ବର ଏମ୍ସ ଓପିଡି ବନ୍ଦ ରହିବ । ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁଁ ଓପିଡି ବନ୍ଦ ରହିବ । କିଛି କର୍ମଚାରୀ କରୋନା ପଜିଟିଭ୍ ଆସିଥିବାରୁ କର୍ମଚାରୀ ଅଭାବ ଦେଖାଦେଇଛି । ସେହିପରି ଆଉ କିଛି କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍ର ହୋଇଥିବାରୁ ତାଙ୍କୁ ହସ୍ପିଟାଲ ଆସିବାକୁ ବାରଣ କରାଯାଇଛି । ତେବେ ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ୍ ସୁବିଧା ମିଳିବ । ଏହା ସହ ଏକ ସ୍ବତନ୍ତ୍ର ଆପ୍ ଜରିଆରେ ମଧ୍ୟ ପରାମର୍ଶ ମିଳିପାରିବ । ଏମସ୍ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍ ଜରିଆରେ ଚିକିତ୍ସା ପରାମର୍ଶ ମିଳିବ ବୋଲି ସୂଚନା ରହିଛି । ଓପିଡି ବନ୍ଦ ରହୁଥିଲେ ବି କାଜୁଆଲ୍ଟି ଓ ଇମର୍ଜେନସି ସେବା ଚାଲୁ ରହିବ । ସେହିପରି ଡାଏଲିସିସ୍ ଓ ରେଡିଓ ଥେରାପି ସେବା ଚାଲୁ ରହିବ ବୋଲି…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଗତ କିଛିଦିନ ହେବ ବାଲୁଗାଁ-ବାଣପୁର ଅଞ୍ଚଳରେ ଅବକାରୀ ବିଭାଗ ବେଶ୍ ସକ୍ରିୟ ରହିଥିବାବେଳେ ଆଜି ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ୍ଆଇ ମନୋଜ କୁମାର ବାରିକ୍ ଓ ତାଙ୍କ ଟିମ୍ ଆଜି 5 କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛନ୍ତି । କୌଣସି ସୂତ୍ରରୁ ପୂର୍ବରୁ ଖବର ପାଇ ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଜାତୀୟ ରାଜପଥଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅବକାରୀ ବିଭାଗ ଛପି ରହିଥିଲେ। ପାଖାପାଖି ସକାଳ 6.30ରେ ଅଭିଯୁକ୍ତ ନବକିଶୋର ପରିଡାଙ୍କୁ ଗଞ୍ଜେଇ ସହ ଧରିବାରେ ସଫଳ ହୋଇଥିଲେ ଅବକାରୀ ବିଭାଗ ।ବାଲୁଗାଁରୁ ତାଙ୍କ ଘର ଟାଙ୍ଗୀ ଅଭିମୁଖେ ଯାଉଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ଅବକାରୀ ବିଭାଗ। ଅଭିଯୁକ୍ତଙ୍କଠାରୁ 5 କିଲୋ 200 ଗ୍ରାମର ଗଞ୍ଜେଇ ସହ ଓଡି25ଏଚ୍2380ନମ୍ବରର ଏକ ଟିଭିଏସ୍ ଜୁପିଟର୍ ସ୍କୁଟି…

