Author: Samikhsya Bureau

ବିହାର, ବିହାରର ରାଜ୍ୟର ଜଣେ ପାରଂପରିକ ଶିଳ୍ପୀ, ହାତବୁଣାରେ ତିଆରି କରିଛନ୍ତି ମାସ୍କ। ଏଥିରେ ସେ ପାରଂପାରିକ ଚିତ୍ରକୁ ବେଶ ଆକର୍ଷଣୀୟ ଭାବେ ସିଲାଇ କରିଛନ୍ତି। ଏହି ମାସ୍କର ଚାହିଦା ବର୍ତ୍ତମାନ ବଜାରରେ ବେଶ ଚାହିଦା ରହିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପେଣ୍ଡୁରାପଲ୍ଲୀ ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବାପରେ ପ୍ରଶାସନ ତରଫରୁ କଡା ପଦକ୍ଷେପ ନେବା ସ୍ବରୂପ ସମ୍ପୃକ୍ତ ଅଞ୍ଚଳକୁ ୯ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାବ୍‌ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ଯରୁ କ୍ବାରେଣ୍ଟାଇନରେ ଥିବା ୨୯ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ପରିବାରର ୫ ସଦସ୍ୟଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ରହିଛି। କ୍ବାରେଣ୍ଟାଇନରେ ଥିବା ୨୯ ଜଣଙ୍କ ମଧ୍ୟରୁ ୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ନିଜ ନିଜ ଘରକୁ ପଳାଇଥିଲେ। ସଂକ୍ରମିତ ବ୍ୟକ୍ତି ଜଣକ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ ଭାପୁରସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିଥିଲେ। ଏହାପରେ ଘରେ ଆଉ ୧୪ ଦିନ ହୋମ…

Read More

ଭୁବନେଶ୍ବର, ପବ୍ଲିକ ସର୍ଭିସରେ ଉନ୍ନତି ଆଣିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 8 ଟି ନୂଆ ଟେକନୋଲୋଜିର ଶୁଭାରମ୍ଭ କରିଛନ୍ତି। ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ବିଭିନ୍ନ ସରକାରୀ କାମ ଏହାଦ୍ବାରା ଅଧିକ ସରଳ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇ ପାରିବ। ଏହାଦ୍ବାରା ପ୍ରାଶାସନିକ ସଂସ୍କାର ବାବଦ ଲକ୍ଷ୍ୟ ମଧ୍ୟ ସୁବିଧାରେ ହାସକ କରାଯାଇ ପାରିବ। ନୂଆ ଟେକନୋଲୋଜିର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, 5ଟି ମଡେଲ ସହ ମୋ ସରକାର କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟ ପ୍ରଶାସନରେ ଦକ୍ଷତା ଓ ଗୁଣବତ୍ତା ଅନେକାଂଶରେ ବଢି ପାରିଛି। ଭୁବନେଶ୍ବରରେ ସରକାରୀ ଜମିର ସୁରକ୍ଷା ଦିଗରେ ସ୍ପେସ ଟେକନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନସର ବ୍ୟବହାର କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଏହାଦ୍ବାରା ରାଜଧାନୀର ଯୋଜନାବଦ୍ଧ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ସଂକଟ ଯୋଗୁଁ ସମସ୍ତ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ କରୋନା ସଂକ୍ରମଣର ଭୟାବହତାକୁ ବେଖାତିର କରି କିଛି ଅମାନିଆ ଆଜି ତଣ୍ଡ ଗଣିଛନ୍ତି। ବାଣପୁର-ବାଲୁଗାଁ ଅଞ୍ଚଳ ବର୍ତ୍ତମାନ ବିପଦ ଜୋନରେ ରହିଥିବାରୁ ପ୍ରଶାସନ ବହୁ ସତର୍କତା ଅବଲମ୍ବନ କରୁଛି।  ସ୍ଥିତି ଖରାପ ହେଉଥିବାରୁ ବାଣପୁର ତହସିଲଦାର ମନ୍ମଥ ବେହେରା ତିନି ଦିନ ହେଲା ତହସିଲର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଚେକିଂ ଜାରି ରଖିଛନ୍ତି। ବାରମ୍ବାର ଲୋକଙ୍କୁ କରୋନା ନିୟମ ପାଳନ କରିବାକୁ ଅନୁରୋଧ କଲେ ମଧ୍ୟ ଅନେକ ଅମାନିଆ ସରକାରୀ କଟକଣାକୁ ଭୃକ୍ଷେପ କରୁନାହାନ୍ତି। ଗଞ୍ଜାମ ଜିଲ୍ଲା ବର୍ତ୍ତମାନ କରୋନାର ହଟସ୍ପଟ ପାଲଟିଥିବାରୁ ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା-ଗଞ୍ଜାମ ଜିଲ୍ଲା ସୀମା ସିଲ କରିଦେଇଛନ୍ତି। ଯାହାର ଗୋଟିଏ ପାର୍ଶ୍ୱ ବାଣପୁର-ଗଞ୍ଜାମ ଶେଷ ସୀମା କୁମାରୀପାରିରେ ରହିଛି। ଆଜି ଦିନ ୧୧ଟାରେ ବାଣପୁର ତହସିଲଦାର ସଦଳବଳେ ବାଣପୁର-ବାଲୁଗାଁ ବାଇପାସ ଠାରେ ପାଖାପାଖି ଦୁଇ ଘଣ୍ଟାଧରି ଜୋରଦାର ଚେକିଂ କରିଥିଲେ। ବିଭିନ୍ନ ଦୋକାନରେ ସାମାଜିକ…

Read More

ରମେଶ ମହାନ୍ତି ଜଗତସିଂହପୁର, ରାଜ୍ୟ ସରକାଙ୍କ ନିର୍ଦେଶ ଅନୁଯାୟୀ କୋଭିଡ-୧୯ ପରିଚାଳନା ରଣନୀତି ସଂକ୍ରାନ୍ତ ସଚେତନତା ପାଇଁ ଗ୍ରାମ ପଂଚାୟତ ଓ ସହରାଞ୍ଚଳ ୱାର୍ଡ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ଓ ୨ଟି ପୌର ପରିଷଦରେ ଆରମ୍ଭ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବ। ସମସ୍ତ ସରପଂଚ, ଗ୍ରାମ ପଞ୍ଚାୟତ, ନୋଡାଲ ଅଧିକାରୀ, ୱାର୍ଡ ଅଫିସର, ସ୍ବଚ୍ଛସାଥୀ ସୁପରଭାଇଜରମାନଙ୍କୁ ଜିଲ୍ଲାସ୍ତରୀୟ ରେସପନସ ଟିମ୍, ବ୍ଲକ ଓ ପୌର ସ୍ତରରେ ସାମାଜିକ ଦୂରତା, ନିଜସ୍ବ ସୁରକ୍ଷା ମାଧ୍ୟମରେ ତାଲିମ ଦିଆଯାଉଛି। ଗତ ୨ ତାରିଖରେ ରାଜ୍ୟ ରିସୋର୍ସ ଟିମ୍ ଜିଲ୍ଲାସ୍ତରୀୟ ଓ ବ୍କକ ସ୍ତରୀୟ ରିସୋର୍ସ ଟିମଙ୍କୁ ଭିଡିଓ କନଫରେନସିଂ ଜରିଆରେ କୋଭିଡ-୧୯ ପରିଚାଳନାର ନୂଆ ବ୍ୟବସ୍ଥା ସମ୍ପରେ ତାଲିମ ଦିଆଯାଉଛି। ବ୍ଲକସ୍ତରୀୟ ରେସପନସ ଟିମ୍ ଗାଁ କଲ୍ୟାଣ ସମିତି ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀର ସଂପାଦକ, ଆଶା ଓ ଅଙ୍ଗନବାଡି…

Read More

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା OJEE ଆବେଦନ ଅବଧି ବୃଦ୍ଧି କରାଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅନଲାଇନ ଆବେନଦ ଓ ଫି ଦାଖଳ ଅବଧି ବଢାଯାଇଛି। ଅନଲାଇନ ଆବେଦନ ତାରିଖ ଜୁଲାଇ 25 ଯାଏଁ, ଫି ଦାଖଲ ସମୟ ସୀମା ମଧ୍ୟ ଜୁଲାଇ 31 ଯାଏଁ ବୃଦ୍ଧି କରାଯାଇଛି। ଓଜେଇଇ ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି।

Read More

ବର୍ତ୍ତମାନ କରୋନା କଟକଣା ପାଇଁ ଟ୍ରେନ ବନ୍ଦ, ଷ୍ଟେସନକୁ ଯାତ୍ରୀ ଆସିବାର ନାହିଁ। ହେଲେ ପ୍ରକୃତି ବିଛାଇ ଦେଇଛି ତାହାର ଲାଲ କାରପେଟ। ଏହା ଦୃଶ୍ୟଟି ହେଉଛି  କେରଳର ମେଲ୍ଲାଟୁର ଷ୍ଟେସନ, ଯେଉଁଠି କୃଷ୍ଣଚୂଡା ଫୁଲ ଷ୍ଟେସନ ସାରା ବିଛେଇ ହୋଇ ଲାଲା କରପେଟର ଭ୍ରମ ସୃଷ୍ଟି କରୁଛି।

Read More

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ପାସେଞ୍ଜର ଟ୍ରେନ ରହିବ ନାହିଁ। ଗୋଟିଏ ଟ୍ରେନ ବାତିଲ କରିବା ସହ ରହଣୀ ଉପରେ କଟକଣା ଲଗାଇଲା ରେଳବାଇ ବିଭାଗ। ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ସ୍ପେଶାଲ ଟ୍ରେନ ବାତିଲ କରି ଦିଆଯାଇଛି। ଆଉ ଦୁଇଟି ଏକ୍ସପ୍ରେସ ଟ୍ରେନର ଗଂଜାମ ଜିଲ୍ଲାରେ ରହଣୀ ମଧ୍ୟ ବାତିଲ କରି ଦିଆଯାଇଛି। ଏହି ଟ୍ରେନ ଦୁଇଟି ହେଲା ଭୁବନେଶ୍ବର-ଛତ୍ରପତି ଶିବାଜୀ ଟର୍ମିନସ କୋଣାର୍କ ଏବଂ ହାୱଡା-ସିକନ୍ଦରାବାଦ-ସ୍ପେଶାଲ । ଏହି ଦୁଇ ଏକ୍ସପ୍ରେସ ଟ୍ରେନ ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁରରେ ରହିବନି। ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରେଳବାଇ ଏଭଳି ପଦକ୍ଷେପ ନେଇଛି। ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଟ୍ରେନ ରହଣୀ ଉପରେ କଟକଣା ବଳବତ୍ତର ରହିବ। ଗଂଜାମ ଜିଲ୍ଲା ଦେଇ ଯାଉଥିବା ଟ୍ରେନ ରହଣୀ ଉପରେ କଟକଣା ଲଗାଇବାକୁ ରାଜ୍ୟ ସରକାର ଚିଠି କରି ଜଣାଇଥିଲେ। ଏହି ଚିଠି ପାଇବା ପରେ ପୂର୍ବତଟ ରେଲୱେ ଏହି କଟକଣା ଲଗାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ 303 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତ ଦୁଇ ଦିନ ପରି ଆଜି ମଧ୍ୟ ଗଂଜାମ ଜିଲ୍ଲାରୁ ସର୍ବାଧିକ 120 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଯାଜପୁର 46, ଖୋର୍ଦ୍ଧା 28,କଟକ 21,କେନ୍ଦୁଝର 26, ନୟାଗଡ଼ 14, ନବରଙ୍ଗପୁର 9, ପୁରୀ 7, ବରଗଡ଼ 6 ସୁସ୍ଥ ହୋଇଛନ୍ତି। ଏଯାବତ 7006 ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସାରିଲେଣି ।

Read More

ବାଣପୁର: ନିଶାମୁକ୍ତ ଗାଁ କରିବାକୁ ଗ୍ରାମବାସୀଙ୍କ ସଫଳ ପ୍ରୟାସ। ଚୋରା ଚାଲାଣ ବେଳେ ପାଖାପାଖି ୧୨୫ ଲିଟର ଦେଶୀ ମଦ ଧରିବା ସହ ଏହି କାରବାର ଚଳାଇଥିବା ମଦବେପାରୀଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଏହି ଘଟଣା ଘଟିଛି ବାଣପୁର ବ୍ଲକ ଅନ୍ତର୍ଗତ ମୋରାମୋରି ପଂଚାୟତର ମୋରାମୋରି ଗାଁରେ। ଗ୍ରାମବାସୀ ପାଖାପାଖି୧୨୫ ଲିଟର ଦେଶୀ ମଦ ଜବତ କରିଛନ୍ତି। କରୋନା ମହାମାରୀ ବ୍ୟାପିଥିବାରୁ ବିଦେଶୀ ମଦର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶୀ ମଦର ଚାହିଦା ବଢିବା ସହ ଏହାର କଳାବଜାର ଗାଁ ଗହଳିରେ ବଢି ଚାଲିଛି। ଏହାର ସୁଯୋଗ ନେଇ କିଛି ଲୋକ ମଦ ଚୋରା କାରବାର କରି ଆସୁଥିଲେ। ଏହା ଜାଣି ଗ୍ରାମ କମିଟିର ବୈଠକ ବସି ଦେଶୀ ମଦ କାରବାର ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ମୋରମୋରି ଗ୍ରାମ କମିଟିର ସଦସ୍ୟମାନେ ଗାଁ ପାଖରେ ଥିବା ଜଙ୍ଗଲରୁ ୧୨୫ ଲିଟର ଦେଶୀ ମଦ ସହିତ ମଦ କାରବାରରେ ଲାଗୁଥିବା…

Read More

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାପାଳ ଆଜି ପାରଳାଖେମୁଣ୍ଡି ସହରରୁ 3 ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଶୁକ୍ରବାର, ଶନିବାର ଓ ରବିବାର ଦିନ ସହର ସଟଡାଉନ ରହିବ। କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ପାରଳାଖେମୁଣ୍ଡି ସହରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ ରହିବ। 60ଟି ମେଡିକାଲ ଟିମ୍ ଦ୍ବାରା ସହରରେ ସ୍କ୍ରିନିଂ କରାଯିବ। ପାରଳାଖେମୁଣ୍ଡି ଏକ ସୀମାନ୍ତ ସହର ହୋଇଥିବାରୁ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଏଠାରୁ ରାସ୍ତା ସଂଯୋଗ ରହିଛି। ତେଣୁ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତ୍ରି। ଗଜପତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 521 ଥିବା ବେଳେ 362 ଜଣ ସୁସ୍ଥ ହୋଇଛନ୍ତି ଏବଂ 158 ଜଣ ଆକ୍ଟିଭ କେସ୍ ରହିଛି। ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ଗତ କିଛି ଦିନ ହେଲା ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ କରୋନା ସଂକ୍ରମିତ ହେଉଥିବାରୁ ସ୍ବତନ୍ତ୍ର ପଦକ୍ଷେପ ସ୍ବରୁପ ବାହାର ଅଞ୍ଚଳର ଲୋକଙ୍କୁ ଭୁବନେଶ୍ବରରେ ଥିବା ଅଫିସକୁ ମନା କରାଯାଇଛି। ଖୋର୍ଦ୍ଧା ଓ କଟକ ପୌରାଞ୍ଚଳ ବାହାରୁ ଆସୁଥିବା କର୍ମଚାରୀଙ୍କୁ ଭୁବନେଶ୍ବରରେ ଥିବା ଅଫିସ ମନା କରାଯାଇଛି। କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜୁଲାଇ 31 ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି। 4 ପଜିଟିଭ ଚିହ୍ନଟ ହେବା ପରେ ଆଚାର୍ଯ୍ୟ ବିହାର ସ୍ଥିତ ଆରଟିଓ-2 ଅଫିସକୁ ବନ୍ଦ କରି ଦିଆଯାଇଛି। 15 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିଷେଧକମୂଳକ ପଦକ୍ଷେପ ସ୍ବରୁପ ଆଇସିଆଇସିଆଇ ବ୍ୟାଙ୍କର କଟକ ରୋଡ ଶାଖା, ବ୍ୟାଙ୍କର ସେଲସ ସେକସନ, ଶ୍ରୀୟା ଟକିଜ ପାଖରେ ଥିବା ଭୁବନେଶ୍ବର ମୁଖ୍ୟ ଶାଖାକୁ ବନ୍ଦ କରି ଦିଆଯାଇଛି। ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି।

Read More

ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 46 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା 46 ଜଣ ପଜିଟିଭରୁ 22 କ୍ବାରେଣ୍ଟିନ ଓ 24 ଲୋକାଲ କଣ୍ଟ୍ରାକ୍ଟ କେସ୍ ରହିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। 3 ଆକ୍ରାନ୍ତ ଘରୋଇ ହସ୍ପିଟାଲରୁ, 4ଟି ଆରଟିଓ-1 ଅଫିସରୁ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲି, ପାତ୍ରପଡା, କଟକ ରୋଡ, ନୟାପଲ୍ଲି ବେହେରା ସାହି, ବମିଖାଲ, ୟୁନିଟ୍-8 ବଏଜ୍ ହାଇସ୍କୁଲ ନିକଟରୁ, ଘାଟିକିଆ ପର୍ଶୁରାମ ମନ୍ଦିର ନିକଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୋଖରୀପୁର କେଶରୀ ଭିଲ୍ଲା ପାଖରୁ ଜଣେ ଓ କୋଳଥିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୟଦେବ ବିହାରର ଏକ ଆପାର୍ଟମେଣ୍ଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ସରକାରୀ ହସ୍ପିଟାଲର 2 ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବିଏମସି ସୂଚନା ଦେଇଛି। କଳିଙ୍ଗ ନଗରରୁ ଜଣେ, ୟୁନିଟ-6 ଗଙ୍ଗନଗରର ଜଣେ ଚିହ୍ଟଚ ହୋଇଥିବା ବେଳେ ଏକ ଘରୋଇ…

Read More

ଭୁବନେଶ୍ବର, କରୋନା ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ କାରଣରୁ ରାଜ୍ୟ ସରକାର ଗତକାଲି ନିଯୁକ୍ତି ନେଇ ଯେଉଁ କଟକଣା ଲାଗୁ କରିଥିଲେ ତାହାକୁ ନେଇ ଦ୍ବିଧା ଉପୁଜିବାରୁ ଅର୍ଥ ବିଭାଗ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ଚାଲୁ ରହିଥିବା ସମସ୍ତ ସରକାରୀ ନିଯୁକ୍ତି କାର୍ଯ୍ୟକ୍ରମ ଜାରି ରହିବ। ଖାଲି ପଡୁଥିବା ସମସ୍ତ ସରକାରୀ ପଦବୀରେ ମଧ୍ୟ ନିଯୁକ୍ତି ଦିଆଯିବ। କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ କଟକଣା ଜାରି କରାଯାଇଛି ବୋଲି ଅର୍ଥ ବିଭାଗ ଆଜି ଜାରି କରିଥିବା ସ୍ପଷ୍ଟୀକରଣରେ ଉଲ୍ଲେଖ କରିଛି। କରୋନା ସଂକଟ ଦୃଷ୍ଚିରୁ ଦୁଇ ବର୍ଷ ଯାଏଁ କୌଣସି ବିଭାଗରେ ନୂଆ ପଦବୀ ସୃଷ୍ଟି ହେବ ନାହିଁ। କେବଳ ସ୍ବାସ୍ଥ୍ୟ ଓ ପରିବାର ବିଭାଗରେ ନୂଆ ପଦବୀ ବାହାରି ନିଯୁକ୍ତି ଦିଆଯାଇପାରିବ ବୋଲି ଗତକାଲି ଅର୍ଥ ବିଭାଗ ପ୍ରକାଶ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ହେବାରୁ ଏବଂ ଆଜି କଂଗ୍ରେସ ଦଳ…

Read More

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଭ୍ୟାଲିରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଅତିକ୍ରମଣ କରିଥିବା ଚୀନ୍ ସେନା ଅପସାରଣ ଘୋଷଣାର ଦୁଇ ଦିନ ପରେ ପାଟ୍ରୋଲିଂ ପଏଣ୍ଟ 14, 15ରେ ଆଜି ଦୁଇ କିଲୋମିଟର ପଛକୁ ହଟିଛନ୍ତି। ଏଥିସହିତ ହଟ୍ ସ୍ପ୍ରିଙ୍ଗସରେ ମଧ୍ୟ ଚୀନ ସେନା ପଛକୁ ହଟିଥିବା ଖବର ମିଳିଛି। ପାଟ୍ରୋଲିଂ ପଏଣ୍ଟ 14, 15ରେ ଲଗାଇଥିବା ଟେଣ୍ଟ ହଟାଇ ନେବା ସହିତ ସମସ୍ତ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି। ତଥାପି ଚୀନ ସେନାକୁ ସଂପୂର୍ଣ୍ଣ ବିଶ୍ବାସକୁ ନ ନେଇ ଭାରତୀୟ ସେନା ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କରିବା ସହ ଶତୃ ପକ୍ଷର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି। ଦୁଇ ମାସ ଧରି ଭାରତ ଓ ଚୀନ ମଧ୍ୟରେ ସାମରିକ ଉତ୍ତେଜନା ଲାଗି ରହିବା ପରେ କମାଣ୍ଡର ସ୍ତରୀୟ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଶେଷରେ ସମାଧାନର ବାଟ ଫିଟିଥିଲା। ଦୁଇ ଦେଶ ବିବାଦୀୟ ସ୍ଥାନରୁ ନିଜ ନିଜ…

Read More

ନିଆଳି: ଡ୍ୟୁଟିରେ ଥିବାବେଳେ ଜଣେ ନର୍ସଙ୍କୁ ଛୁରୀ ଭୁସି ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଆଳି ଅଞ୍ଚଳରୁ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ନର୍ସଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟୀକା ଦେବାକୁ ଯାଇଥିଲେ। ଟୀକା ଦାନ କାର୍ଯ୍ୟ ଚାଲି ଥିବାବେଳେ ହଠାତ୍‌ ନର୍ସଙ୍କ ସ୍ୱାମୀ ସେଠାରେ ଯାଇ ପହଞ୍ଚିଥିଲେ। ଏହାପରେ ନର୍ସଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନର୍ସଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ସ୍ବାମୀଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଛନ୍ତି ଲୋକେ ।

Read More

ସମ୍ବଲପୁର, କୋଭିଡ-19 ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ସମ୍ବଲପୁର ପ୍ରଶାସନ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନର କିଛି ଅଞ୍ଚଳରେ ଦୁଇ ଦିନିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ଆଜି ଘୋଷଣା କରାଯାଇଛି। ଏହି ସମୟରେ ବୁର୍ଲା ଅଞ୍ଚଳର ୱାର୍ଡ ନଂ 3ରୁ ୱାର୍ଡ ନଂ 7 ମଧ୍ୟରେ ଆସୁଥିବା ଅଞ୍ଚଳ ସଟ୍ ଡାଉନରେ ରହିବ। ତେବେ ଭୀମସାର କ୍ୟାମ୍ପସକୁ ଏଥିରୁ ବାଦ ଦିଆଯାଇଛି। ସମ୍ବଲପୁରରେ ଏଯାବତ୍ 105 ଜଣ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସଟଡାଉନ ସମୟରେ ଅନ୍ତଃ ଜିଲ୍ଲା ପରିବହନ ଉଭୟ ସରକାରୀ ଓ ବେସରକାରୀ, ଲୋକଙ୍କ ଚଳପ୍ରଚଳ ବନ୍ଦ ରହିବ। ଦୋକାନ ବଜାର, ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ହସ୍ପିଟାଲ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ମିଲକ ବୁଥ୍ ଖୋଲା ରହିବ। ଜରୁରୀ ସେବାରେ ଥିବା କେନ୍ଦ୍ର…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଜୁଲାଇ ମାସରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ପ୍ରତିଦିନ ୪୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି। ଜୁଲାଇ ମାସରେ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ହେଲେ ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବେଗୁନିଆପଡା ବ୍ଲକ ବେଗୁନିଆପଡା ପଞ୍ଚାୟତର ଜଗତି ଏବଂ ବେଗୁନିଆପଡାକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ଠାରୁ 10 ଜଣ କରୋନା ପଜେଟିଭ ଚି଼ହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ । ଲୋକମାନଙ୍କୁ ଘରୁ ନ ବାହାରିବା…

Read More

ଭୁବନେଶ୍ବର, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଭବନକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଜୁଲାଇ 31 ତାରିଖ ଯାଏଁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ରାଜଭବନ କର୍ତ୍ତୃପକ୍ଷ। ଫୋନ୍, ଫ୍ୟାକ୍ସ, ମେଲରେ ଯୋଗାଯୋଗ ପାଇଁ ରାଜଭବନ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜଧାନୀରେ କରୋନା ସଂକ୍ରମଣ ବଢୁଥିବା କାରଣରୁ ବିଏମସି ପକ୍ଷରୁ ନିକଟରେ ସଭା, ସମତି, ବିକ୍ଷୋଭ ଓ ପ୍ରତିବାଦ ଉପରେ ବି କଟକଣା ଲଗାଇଥିଲା।

Read More

ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର! ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ରାଉରକେଲା ସେକ୍ଟର-୧୬ ଅଞ୍ଚଳର ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୯୫ ଜଣ କରୋନା ସଂକ୍ରମିତ ହୋଇଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟସ୍‌ ଟ୍ରେସିଂରୁ ଗତକାଲି ୪୯ ଜଣ ଏବଂ ଆଜି ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳ(ସେକ୍ଟର-୧୬)ରେ ସଂକ୍ରମଣ ନ ବ୍ୟାପିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି। ସୁପର୍‌ ସ୍ପ୍ରେଡରଙ୍କ କଣ୍ଟାକ୍ଟସ୍‌ ଟ୍ରେସିଂ ଜାରି ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଗୋଲଘର ଓ ବାସନ୍ତୀଘର କଲୋନୀର କିଛି ଅଞ୍ଚଳକୁ କଣ୍ଟନେମେଣ୍ଟ କରାଯାଇଛି।

Read More

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନାଭାଇରସ୍। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି 23ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଦିନକରେ ମୋଟ 22 ହଜାର 752 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି 24 ଘଣ୍ଟା ଭିତରେ 482 ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  7 ଲକ୍ଷ 42 ହଜାର 417 ରେ ପହଞ୍ଚିଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା  20 ହଜାର 642କୁ ବୃଦ୍ଧି ପାଇଛି। ପ୍ରଭାବିତ ତାଲିକାରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ବ୍ରାଜିଲ୍‌ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି 4 ଲକ୍ଷ 56 ହଜାର 831 ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଏବେବି 2 ଲକ୍ଷ…

Read More