ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ ଗାଁକୁ ପୁଣିଥରେ ସଟ୍ ଡାଉନ ଘୋଷଣା କରାଯାଇଛି। ଆଜି ମଧ୍ୟାହ୍ନ ଅର୍ଥାତ ୧୩.୦୭.୨୦୨୦ ସୋମବାର ଦିବା ୨ ଘଟିକାଠାରୁ ଆସନ୍ତା ୧୭ ତାରିଖ ଶୁକ୍ରବାର ସନ୍ଧ୍ୟା ୭ଘଟିକା ଯାଏଁ ଏହି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଏହି ପଞ୍ଚାୟତରୁ ଆଜି ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣର ଭୟାବହତାକୁ ରୋକିବା ନିମେନ୍ତ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ଭେଟେଶ୍ବର ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ। ସୂଚନାଯୋଗ୍ୟ, ପୂର୍ବରୁ ଏହି ଗ୍ରାମଟି ସଟ୍ଡାଉନ୍ କରାଯାଇଥିଲା। ଜଗନ୍ନାଥପୁର ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବା ଜଣାପଡ଼ିବା ପରେ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ସଟ୍ଡାଉନ୍ ପଦକ୍ଷେପ ଗ୍ରହଣ କରିଥିଲେ। ସଂକ୍ରମିତ ବ୍ୟକ୍ତି ଜଣଙ୍କ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ…
Author: Samikhsya Bureau
ଭୁବନେଶ୍ବର : ଭୁବନେଶ୍ବରର ସେଭେନ୍ ବାଟାଲିଅନ୍ର ଜଣେ ସିପାହୀଙ୍କ ମୃତ୍ୟୁ । ଶନିବାର ଦିନ ଅସୁସ୍ଥ ହୋଇ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶନିବାର ବିଳମ୍ବିତ ରାତ୍ରିରେ ସମ୍ପୃ୍କ୍ତ ସିପାହୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତ୍ୟୁ ପରେ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ବୋଲି ସୂଚନା ରହିଛି । ରିପୋର୍ଟ ପଜିଟିଭ୍ ଆସିଥିବା କମିଶନରେଟ୍ ପୋଲିସ୍ ସୂତ୍ରରୁ ସୂଚନା ମିଳିଛି । କରୋନା ଯୋଗୁଁ କରୋନା ଯୋଦ୍ଧାମାନେ ଏବେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । କରୋନା ଯୋଗୁଁ ନିକଟରେ ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଜଣେ ସିପାହୀଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏଯାବତ୍ କରୋନା ଜନିତ ମୃତ୍ୟୁ 70କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ନିକଟତର ହୋଇଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କସଂଖ୍ୟା 13 ହଜାର 737ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ 8,750 ଜଣ ସୁସ୍ଥ ହୋଇଥିବାବେଳେ 4,896…
ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । cbseresults.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସର୍ବଭାରତୀୟ ସ୍ତରରେ ପାସ୍ ହାର 88.78 ପ୍ରତିଶତ ରହିଛି । ଭୁବନେଶ୍ବର ରିଜନ୍ରେ 91.47ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତ୍ରିଭେନ୍ଦମ୍ ରିଜନ୍ରେ ସର୍ବାଧିକ 96.67 ପ୍ରତିଶତ ପାସ୍ କରିଛନ୍ତି । ନବୋଦୟ ସ୍କୁଲରେ ସର୍ବାଧିକ 98.70% ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ 98.67%, ଘରୋଇ ସ୍କୁଲରେ 88.22% ପାସ୍ ହାର ରହିଛି । ଚଳିତ ବର୍ଷ 92.15% ଛାତ୍ରୀ ପାସ୍ ହୋଇଥିବାେବଳେ 88.19% ଛାତ୍ର ପାସ୍ ହୋଇଛନ୍ତି ।
ଭଞ୍ଜନଗର : ଅସ୍ଥାୟୀ କୋଭିଡ୍ କେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଛି । ବେଲଗୁଣ୍ଠା ଏନ୍ଏସି ନୋଡାଲ ଜିଟି ହାଇସ୍କୁଲ କୋଭିଡ୍ କେନ୍ଦ୍ରରେ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପୁଅ । ଗତକାଲି ଲକ୍ଷଣ ଦେଖାଦେବାରୁ କୋଭିଡ୍ କେନ୍ଦ୍ରକୁ ଅଣାଯାଇଥିଲା । ଆଜି ସକାଳେର ତାଙ୍କର ମୃତ୍ୟୁ ଘଟିବା ପରେ ପ୍ରଶାସନ ପକ୍ଷରୁ ଏନେଇ ଖୋଳତାଡ ଆରମ୍ଭ ହୋଇଛି ।
କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ମୃତଦେହ ଊଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ ଉତ୍ତର ଦିଞ୍ଜାପୁର ଅନ୍ତର୍ଗତ ହେମତାବାଦ ସ୍ଥିତ ତାଙ୍କ ଘର ନିକଟରୁ ଠାବ ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ହେଁ ବିଜେପି ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କୁହାଯାଇଛି । ଏହି ହତ୍ୟା ପଛରେ ଶାସକ ଟିଏମସିର ହାତ ରହିଥିବାର ଦାବି କରିଛି ବିଜେପି । ବିଜେପିର ବରିଷ୍ଠ ନେତା ସାୟନ୍ତନ ବାସୁ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଯଦି ନିର୍ବାଚିତ ପ୍ରତିନିଧିମାନେ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଲୋକମାନେ କିପରି ସୁରକ୍ଷିତ ରହିବେ । ବିଜେପି ବିଧାୟକ ଦେବନ୍ଦ୍ର ନାଥ ରୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ବାସୁ । ସେହିପରି ବିଜେପରି ଜାତୀୟ ସମ୍ପାଦକ କୈଳାସ ବିଜୟବର୍ଗୀୟ ମଧ୍ୟ ରାୟଙ୍କ ହତ୍ୟା କରାଯାଇଛି ବୋଲି ଟୁଇଟ୍ କରିଛନ୍ତି ।
ଭୁବନେଶ୍ବର : ଆସନ୍ତା ଜୁଲାଇ 31 ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମାଟ୍ରିକ ଖାତା ଦେଖା ସରିଥିବାର ସୂଚନା ଦେଇଛନ୍ତି ମନ୍ତ୍ରୀ । ଖାତା ଦେଖା ସରିଯାଇଥିବାବେଳେ ଟାବୁଲେସନ୍ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି । କୋଡିଏଟି ଜିଲ୍ଲାରେ ସଟ୍ଡାଉନ୍ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ । ତେବେ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ପତ୍ର ଲେଖାଯିବ, ମୂଲ୍ୟାୟନ କିପରି କରାଯିବ ନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଜୟପୁର : ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା ଚାଲିଥିବା ବେଳେ କଂଗ୍ରେସ ନେତା ପିଏଲ୍ ପୁନିଆଙ୍କ ବୟାନ ଏବେ ଚର୍ଚ୍ଚାକୁ ଆସିଛି। ପିଏଲ୍ ପୁନିଆ କହିଛନ୍ତି ଯେ, ସଚିନ୍ ପାଇଲଟ ଏବେ ବିଜେପିରେ ରହିଛନ୍ତି । ତେବେ ଔପଚାରିକ ଭାବେ ସଚିନ୍ ପାଇଲଟ୍ ନିଜକୁ କଂଗ୍ରେସ ଦଳରୁ ଅଲଗା କରିନାହାନ୍ତି । ଛତିଶଗଡ ପ୍ରଦେଶ କଂଗ୍ରେସ ପ୍ରଭାରୀ ପିଏଲ୍ ପୁନିଆ କହିଛନ୍ତି ଯେ, ସଚିନ ପାଇଲଟ୍ ଏବେ ଭାରତୀୟ ଜନତା ପାର୍ଟିରେ ରହିଛନ୍ତି । ସେହିପରି କଂଗ୍ରେସ ପ୍ରତି ବିଜେପରି ଆଭିମୁଖ୍ୟକୁ ସମେସ୍ତ ଜାଣିଛନ୍ତି । ଆମେ ବିଜେପିଠାରୁ ପ୍ରମାଣପତ୍ର ଚାହୁଁନୁ । କଂଗ୍ରେସ ଦଳ ସମସ୍ତ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଦେଇଥାଏ । ଆଜି ଜୟପୁରଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ଙ୍କ ଆବାସଠାରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସ ହ୍ବିପ୍ ଜାରି କରିଛି। ଯେଉଁ ବିଧାୟକମାନେ ଏହି ବୈଠକରେ ଯୋଗ ନ…
ଭୁବନେଶ୍ବରୁ : ଆଜି ରାଜ୍ୟରୁ 6ଜଣଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ 4 ଜଣଙ୍କ ଜୀବନ ଯାଇଥିବାବେଳ କଟକ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ଗଞ୍ଜାମରୁ ଆଜି 4ଜଣଙ୍କ ଜୀବନ ଯାଇଛନ୍ତି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 45, 63, 72, 49 ରହିଛି । ଭୁବନେଶ୍ୱରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ବୟସ 67 ବର୍ଷ । ସେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କିଡ୍ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। କିନ୍ତୁ କଟକରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମାତ୍ର 40 ବର୍ଷ ବୋଲି ସୂଚନା ରହିଛି । ଗଞ୍ଜାମରେ ସର୍ବାଧିକ ମୃତ୍ୟୁ 43କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା10କୁ ବୃଦ୍ଧି ହୋଇଛି । ସେହିପରି କଟକରେ 7 ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ମହାମାରୀ କରୋନା ପ୍ରତିଦିନ ଦେଶରେ ନୂଆନୂଆ ରେକର୍ଡ କରି ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, 24ଘଣ୍ଟାରେ ରେକର୍ଡ 28 ହଜାର 701 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 500ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8,78,254କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା 23 ହଜାର 174ରେ ପହଞ୍ଚିଛି । ସେହିପରି ଦେଶରେ ସୁସ୍ଥ ହୋଇଛନ୍ତି 5 ଲକ୍ଷ 53 ହଜାର 471ଜଣ । ଏ ପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 1ହଜାର 609ଜଣ ସକ୍ରିୟ ରହିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଥିବାବେଳେ ଏଠାରେ ପ୍ରାଣ ହରାଇଛନ୍ତି 10 ହଜାର 289ଜଣ । ସେହିପରି ତାମିଲନାଡୁରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି 1966 । ସେହିପରି ଦିଲ୍ଲୀରେ 3 ହଜାର 371ଜଣଙ୍କ ମୃତ୍ୟୁ ଘଟିଛି । (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜ୍ୟର 23ଟି ଜିଲ୍ଲାରୁ 616 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଗଞ୍ଜାମରୁ ସର୍ବାଧିକ 283 ଜଣ ଚିହ୍ନଟ ହୋଇଥିବାବେଳେ କୋରାପୁଟରୁ 50, ନବରଙ୍ଗପୁରରୁ 40,ବରଗଡରୁ 31, ଖୋର୍ଦ୍ଧାରୁ 29, ବାଲେଶ୍ବରରୁ 27, କଟକ ଓ କେଉଁଝରରୁ 23, ଜଗତସିଂପୁରରୁ 18, ଯାଜପୁରରୁ 17, ମାଲକାନଗିରରୁ 14, ମୟୁରଭଞ୍ଜରୁ 13, ଝାରସୁଗୁଡାରୁ 11, ଢେଙ୍କାନାଳ ଓ ଅନୁଗୁଳରୁ 7, କନ୍ଧମାଳରୁ 6, ନୂଆପଡା ଓ ସୁନ୍ଦରଗଡରୁ 5, ଭଦ୍ରକ ଓ ବଲାଙ୍ଗିରରୁ 2, ଗଜପତି, କେନ୍ଦ୍ରାପଡା, ପୁରୀରୁ ଜଣେ ଲେଖାଏଁ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 616 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 415 ଜଣ ଚିହ୍ନଟ ହୋଇଥିବାବେଳେ 201ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 13ହଜାର 737ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 896ଜଣ । ସେହିପରି ସୁସ୍ଥ ହୋଇଛନ୍ତି 8ହଜାର750ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 64ଜଣ । ସେହିପରି 20ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଉ ଜଳେଶ୍ୱରରେ ସ୍ଥିତି ଜଟିଳ ଥିବାରୁ ଏହି ମ୍ୟୁନିସିପାଲଟିକୁ ଜିଲ୍ଲାପାଳ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା 5ଟା ଠାରୁ 17 ତାରିଖ ସକାଳ 5ଟା ଯାଏ ଶଟ୍ଡାଉନ୍ ରହିବ। ଏହି ଅବଧି ମଧ୍ୟରେ ଏଠାରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ମ୍ୟୁନିସିପାଲଟି ଅଞ୍ଚଳର ସମସ୍ତ ୱାର୍ଡକୁ ସାନିଟାଇଜ୍ କରାଯିବ। ଏହାସହ କେବଳ ଅତ୍ୟାବଶକୀୟ ସାମଗ୍ରୀ କିଣିବା ଲାଗି ଲୋକଙ୍କୁ ଛଡ଼ାଯିବ। ଯଦି କେହି ଶଟ୍ଡାଉନ୍ ଅବଧି ସମୟରେ ନିୟମକୁ ଉଲଂଘନ କରନ୍ତି, ତା’ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ରାଜସ୍ଥାନ : ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରରେ ଚାଲିଛି ହାଇଭୋଲ୍ଟେଜ ଡ୍ରାମା । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଧୂଳି ଚାଟିଥିଲା । ଏବେ ସେହି ସମାନ ଢଙ୍ଗରେ ରାଜସ୍ଥାନ ରାଜନୀତି ଚାଲିଛି । ସଚିନ୍ ପାଇଲଟ୍ ନରାଜା ହେବା ଫଳରେ ଏବେ ଗେହେଲଟଙ୍କ ଚୌକି ଉପରେ ଗ୍ରହଣ ଲାଗିଛି । ଅପରପକ୍ଷରେ ଗେହେଲଟ୍ ମଧ୍ୟ ଆକ୍ସନ୍ ମୁଡରେ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ସଚିନ୍ ପାଇଲଟ୍ଙ୍କ ସ୍ଥାନରେ ରଘୁବର ମୀନାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇପାରନ୍ତି । ରଘୁବୀର ମୀନା ରାଜସ୍ଥାନ ରାଜନୀତିରେ ଏପରି ଏକ ନେତା ଯିଏକି ସରପଞ୍ଚ ନିର୍ବାଚନରୁ ଜିତି ଜିତି ବିଧାନସଭା ଓ ଲୋକସଭା ନିର୍ବାଚନରେ ଜିତିଛନ୍ତି । 1988 ମସିହାରେ ରଘୁବୀର ମୀନା ଉଦୟପୁର ଜିଲ୍ଲାର ସାରଦା ତହସିଲ ଅନ୍ତର୍ଗତ ବାଲି ଗ୍ରାମ ପଞ୍ଚାୟତ ଖାରବରର ସରପଞ୍ଚ ହୋଇଥିଲେ । ପରେ ପରେ ସେ…
କେଦାର ମିଶ୍ର କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ସରକାର ଭାଙ୍ଗିବା ଅବସ୍ଥାକୁ ଚାଲି ଆସିଛି। ରାଜସ୍ଥାନ କଂଗ୍ରେସର ଟାଣୁଆ ଯୁବ ନେତୃତ୍ଵ ଭାବେ ଦୀର୍ଘ ବର୍ଷ ଧରି କାମ କରି ଆସିଥିବା ସଚିନ ପାଇଲଟ ଏବେ ବିଜେପି ସହିତ ମୂଲଚାଲ କରି କଂଗ୍ରେସ ସରକାରର ପତନ ଘଟାଇବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ଢାଞ୍ଚାରେ ରାଜସ୍ଥାନରେ ମଧ୍ୟ ବିଜେପି କଂଗ୍ରେସର ସବୁଠୁ ବଡ ମାଛକୁ କିଣିବାରେ ସଫଳ ହୋଇଛି। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କମଳନାଥ ସରକାର ଭାଙ୍ଗିବାରେ ମୁଖ୍ୟ ଭୂମିକା ନେଇଥିଲେ। ଅନୁରୂପ ଭାବେ ସଚିନ ପାଇଲଟ ଏବେ ରାଜସ୍ଥାନରେ ସେହି ଭୂମିକା ତୁଲାଉଛନ୍ତି। ତେବେ କଂଗ୍ରେସ ରାଜନୀତି ସହିତ ପରିଚିତ ରାଜନୈତିକ ସମୀକ୍ଷକମାନେ ମଧ୍ୟପ୍ରଦେଶ ଘଟଣା ସମୟରୁ ରାଜସ୍ଥାନରେ ଏହାର ପୁନରାବୃତ୍ତି ହେବାକୁ ଯାଉଛି ବୋଲି ଭବିଷ୍ୟବାଣୀ କରିଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶରେ କଂଗ୍ରେସର କବର ଖୋଳୁଥିବା ବେଳେ ରାଜସ୍ଥାନରେ ମଧ୍ୟ ବିଜେପି ନିଜର ଜାଲ ବିଛାଇବା…
ବାରିପଦା: ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କର ପରଲୋକ ହୋଇଯାଇଛି। ବାରିପଦାର ବେଲଗଡ଼ିଆ ସ୍ଥିତ ରାଜପ୍ରାସାଦରେ ଗତକାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ 94 ବର୍ଷ ହୋଇଥିଲା। ରାଜମାତା ଗତକାଲି ଦିନରେ ସୁସ୍ଥ ଥିଲେ। ସକାଳ ଜଳଖିଆ ସହ ଦିନରେ ଭୋଜନ ମଧ୍ୟ କରିଥିଲେ। ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ। ଏହାପରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ମା’ ହେଉଛନ୍ତି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ। ୧୯୨୮ ମସିହାରେ ନେପାଳ କାଠମାଣ୍ଡୁରେ ରାଜମାତା ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଜନ୍ମଗ୍ରହଣ କରିଥିଲେ। ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଥିଲେ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହଙ୍କ କନ୍ୟା। ୧୯୫୨ ମସିହାରେ ସେ ମୟୂରଭଞ୍ଜ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ମହାରାଣୀ ହୋଇଥିଲେ।
ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଓୟାରଲେସ୍ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଂସ୍ଥା କ୍ୱାଲ୍କମ୍ କ୍ୱାଲ୍କମ୍ ଇନକର୍ପୋରେଟେଡ୍ର ନିବେଶ ସଂସ୍ଥା କ୍ୱାଲ୍କମ୍ ଭେଞ୍ଚର୍ସର ପକ୍ଷରୁ ଜିଓ ପ୍ଲାଟଫର୍ମସ୍ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଜିଓ ପ୍ଲାଟ୍ଫର୍ମସ୍ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି । କ୍ୱାଲ୍କମ୍ ଭେଞ୍ଚର୍ସର ଏହି ନିବେଶ ଜିଓ ପ୍ଲାଟଫର୍ମସ୍ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୧୫% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଭାରତୀୟ ଗ୍ରାହକଙ୍କ ପାଇଁ ଆଧୁନିକ ୫ଜି ଭିତିଭୂମି ଓ ସେବା ଆରମ୍ଭ କରିବା ପାଇଁ ଜିଓ ପ୍ଲାଟଫର୍ମସ୍ର ଯାତ୍ରାରେ ସହାୟକ ହେବା ସହିତ ଏହି ନିବେଶ…
ନୂଆଦିଲ୍ଲୀ, ସାରା ଦେଶରେ ନୂଆ ଯାନବାହନ ପଞ୍ଜିକରଣ ବେଳେ ଫାଷ୍ଟଟ୍ୟାଗ କ୍ୟାପଚର ତଥା ଫିଟନେସ ସାର୍ଟିଫିକେଟକୁ ସୁନିଶ୍ଚିତ କରାଯିବା ଜରୁରି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର(NIC)କୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି। ଏନଆଇସି ତଥା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ କ୍ଷେତ୍ରକୁ ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଏକ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି ଯେ, ଜାତୀୟ ଇଲେକ୍ଟ୍ରୋନିକ୍ସ ଟୋଲ ସଂଗ୍ରହ (NETC)କୁ “ବାହନ” ପୋର୍ଟାଲ ସହିତ ସଂପୂର୍ଣ୍ଣ ରୂପେ ସମନ୍ୱିତ କରାଯିବାରେ ସଫଳତା ହାସଲ କରାଯାଇଛି । ଏହା ଗତ ମେ ମାସ ୧୪ ତାରିଖଠାରୁ ଏପିଆଇ ସହିତ ଲାଇଭ କରାଯାଇସାରିଛି । ବାହନ ବ୍ୟବସ୍ଥା ସମ୍ପ୍ରତି VIN/VRN ମାଧ୍ୟମରେ ଫାଷ୍ଟଟ୍ୟାଗରେ ସକଳ ପ୍ରକାର ତଥ୍ୟ ସୂଚନା ପାଇପାରୁଛି । ଏହା ଫଳରେ ମନ୍ତ୍ରଣାଳୟ ପକ୍ଷରୁ ଏନଆଇସିକୁ ପରାମର୍ଶ ଦିଆଯାଇଛି ଯେ ଫାଷ୍ଟଟ୍ୟାଗ ମାଧ୍ୟମରେ ସେମାନେ ନୂଆ ଯାନବାହନ…
ନୂଆଦିଲ୍ଲୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ସମ୍ପୂର୍ଣ୍ଣ ସହଯୋଗରେ କେନ୍ଦ୍ର ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକ ମାଧ୍ୟମରେ ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ନିରାକରଣ ତଥା ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ଯୋଗୁଁ ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ, ସମୁଦାୟ ୧୯,୨୩୫ ସଂକ୍ରମିତ ରୋଗୀ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାଦ୍ୱାରା ସମୁଦାୟ ଆରୋଗ୍ୟ ମାମଲା ଆଜି ୫,୩୪,୬୨୦କୁ ବୃଦ୍ଧି ପାଇଛି। ସୁସ୍ଥତା ହାର ବର୍ତ୍ତମାନ ୬୨.୯୩%ରେ ପହଞ୍ଚିଛି। ସମସ୍ତ ପ୍ରକାରର ଉଦ୍ୟମ ଯୋଗୁଁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଏହି ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୨,୪୨,୩୬୨ ଅଧିକରେ ପହଞ୍ଚିଛି । ସମସ୍ତ ୨,୯୨,୨୫୮ ସକ୍ରିୟ ରୋଗୀଙ୍କ ଉତ୍ତମ ଚିକିତ୍ସା ପ୍ରତି ଧ୍ୟାନ ଦିଆଯାଉଛି। କୋଭିଡ ପ୍ରଭାବିତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ବର୍ତ୍ତମାନ ୧,୩୭୦ ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା, ୩,୦୬୨ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ…
ନୂଆଦିଲ୍ଲୀ: ପ୍ରଥମ ଥର ନିମନ୍ତେ ଭାରତୀୟ ରେଳବାଇ ବାଂଲାଦେଶର ବେନାପୋଲକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ରେଡ୍ଡୀପାଲମରୁ ଶୁଖିଲା ଲଙ୍କା ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପଠାଇଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ଏହାର ଆଖପାଖ ଅଞ୍ଚଳ ଲଙ୍କା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଗୁଣବତ୍ତା ଓ ସ୍ଵାଦ ଦୃଷ୍ଟିରୁ ଏହି ଲଙ୍କାର ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ରହିଛି। ଆଗରୁ ଗୁଣ୍ଟୁର ଅଞ୍ଚଳର ବ୍ୟବସାୟୀ ଓ ଚାଷୀମାନେ ସଡକ ପଥରେ ବାଂଲାଦେଶକୁ ଲଙ୍କା ରପ୍ତାନି କରୁଥିଲେ। ଟନ ପିଛା ଏଥିପାଇଁ ୭ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ଲକଡାଉନ ଯୋଗୁଁ ସେମାନେ ସଡକ ପଥରେ ଲଙ୍କା ପଠାଇବା ସମ୍ଭବ ହେଲା ନାହିଁ। ରେଳ କର୍ତ୍ତୃପକ୍ଷ ସେମାନଙ୍କ ସହ କଥାବାର୍ତ୍ତା କରି ରେଳ ଦ୍ଵାରା ଏହା ପଠାଯାଇପାରିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଲେ। ମାଲବାହୀ ଟ୍ରେନ ଯୋଗେ ଏହି ଲଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଗଲା। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଗୁଣ୍ଟୁର ମଣ୍ଡଳ ପକ୍ଷରୁ ଥରକେ…
ଭୁବନେଶ୍ବର, ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ କରୋନା ପଜେଟିଭ ଚିହ୍ନଟ ହେବା ପରେ ସେ ବର୍ତ୍ତମାନ ମୁମ୍ବାଇର ଲୀଲାବତି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଅମିତାଭ ବଚନଙ୍କ ବାଲୁକା କଳା। ସୁଦର୍ଶନ ଅମିତାଭ ବଚନଙ୍କୁ ଏକ ନୀଳ ରଂଗର ବ୍ଲେଜର ସହିତ ସମାନ ରଂଗର ମାସ୍କ ପରିଧାନ କରାଇଛନ୍ତି। ଏଥି ସହିତ ଇଂରାଜୀରେ ଶିଘ୍ର ସୁସ୍ଥ୍ୟ ହେବେ ବୋଲି ସେହି କଳାରେ ସେ ଉଲ୍ଲେଖ କରିଛନ୍ତି। ଅମିତାଭ ବଚନ ନିକଟରେ କୋଭିଡ ପଜେଟିଭ ବାହାରିବା ପରେ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହିତ ତାଙ୍କର ପୁଅ ଅଭିଷେକ ବଚନ, ବୋହୂ ଐଶ୍ବର୍ଯ୍ୟା ରାୟ ବଚନ ଏବଂ ନାତୁଣୀ ଆରଧ୍ୟା ମଧ୍ୟ କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 1-କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକ ଡ. ସୌରଭ ଗର୍ଗ କହିଛନ୍ତି ଯେ, କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲାରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । 2-ପ୍ରବାସୀମାନଙ୍କ ରହଣି ନିମନ୍ତେ କଟକ ଜିଲ୍ଲାରେ ମୋଟ ୬୧୭ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ଅଦ୍ୟାବଧି ୨୩,୧୧୦ ଜଣ ଲୋକ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିସାରିଛନ୍ତି। ଓଡ଼ିଶା ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁସାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପାଖାପାଖି ଥିବା ଗ୍ରାମପଞ୍ଚାୟତଗୁଡ଼ିକ…

